08.09.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପୁଣ୍ୟ ଆତ୍ମା ହେବା ପାଇଁ ଯେତେ ଦୂର ସମ୍ଭବ ଭଲ କର୍ମ କର, ଅଲରାଉଣ୍ଡର ଅର୍ଥାତ୍ ସବୁ ପ୍ରକାରର ସେବା କରିବାର ଯୋଗ୍ୟ ହୁଅ, ଦୈବୀଗୁଣ ଧାରଣ କର ।”

ପ୍ରଶ୍ନ:-
କେଉଁ ମେହନତ କରିବା ଦ୍ୱାରା ତୁମେ ପଦ୍‌ମାପଦ୍‌ମ ପତି ହେଉଛ?

ଉତ୍ତର:-
ସବୁଠାରୁ ବଡ ମେହନତ ହେଉଛି କ୍ରିମିନାଲ୍ ଅର୍ଥାତ୍ ବିକାରୀ ଦୃଷ୍ଟିକୁ ସିଭିଲ୍ ଅର୍ଥାତ୍ ନିର୍ବିକାରୀ ଦୃଷ୍ଟି କରିବା । ଆଖି ହିଁ ବହୁତ ଧୋକା ଦେଉଛି । ଆଖିକୁ ସିଭିଲ୍ କରିବା ପାଇଁ ବାବା ଉପାୟ ବତାଉଛନ୍ତି - ପିଲାମାନେ ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖ । ଦେହକୁ ଦେଖ ନାହିଁ । ମୁଁ ଆତ୍ମା ଅଟେ, ଏହି ଅଭ୍ୟାସକୁ ପକ୍କା କର, ଏହିପରି ମେହନତ କରିବା ଦ୍ୱାରା ତୁମେ ଜନ୍ମ-ଜନ୍ମାନ୍ତର ପାଇଁ ପଦ୍‌ମାପଦମ ପତି ହୋଇପାରିବ ।

ଗୀତ:-
ଧିରଜ ଧର ମନୁଆ...

ଓମ୍ ଶାନ୍ତି ।
ଏ କଥା କିଏ କହୁଛନ୍ତି? ଶିବବାବା ଶରୀର ମାଧ୍ୟମରେ କହୁଛନ୍ତି । କୌଣସି ଆତ୍ମା ଶରୀର ବିନା କହିପାରିବ ନାହିଁ । ବାବା ମଧ୍ୟ ଶରୀରରେ ପ୍ରବେଶ କରି ଆତ୍ମାମାନଙ୍କୁ ବୁଝାଉଛନ୍ତି - ପିଲାମାନେ ଏବେ ତୁମର ଦୈହିକ ସମ୍ବନ୍ଧ ନାହିଁ । ଏହା ହେଉଛି ଆତ୍ମିକ ସମ୍ପର୍କ । ଆତ୍ମାକୁ ଜ୍ଞାନ ମିଳୁଛି - ପରମପିତା ପରମାତ୍ମାଙ୍କଠାରୁ । ଯେଉଁମାନେ ଦେହଧାରୀ ଅଟନ୍ତି, ସମସ୍ତେ ପଢୁଛନ୍ତି । ବାବାଙ୍କର ତ ନିଜର ଦେହ ହିଁ ନାହିଁ । ତେଣୁ ଅଳ୍ପ ସମୟ ପାଇଁ ଏହାଙ୍କର ଆଧାର ନେଇଛନ୍ତି । ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ବସ । ବେହଦର ବାବା ଆମ ଆତ୍ମାମାନଙ୍କୁ ବୁଝାଉଛନ୍ତି । ତାଙ୍କ ବିନା ଏପରି କେହି ବୁଝାଇପାରିବେ ନାହିଁ । ଆତ୍ମା, ଆତ୍ମାକୁ କିପରି ବୁଝାଇବ । ଆତ୍ମାମାନଙ୍କୁ ବୁଝାଇବା ନିମନ୍ତେ ପରମାତ୍ମାଙ୍କର ଆବଶ୍ୟକତା ରହିଛି । ତାଙ୍କୁ କେହି ମଧ୍ୟ ଜାଣି ନାହାଁନ୍ତି । ତ୍ରିମୂର୍ତ୍ତୀ ଚିତ୍ରରେ ମଧ୍ୟ ଶିବବାବାଙ୍କୁ ରଖି ନାହାଁନ୍ତି । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କିଏ କରାଇବେ । ବ୍ରହ୍ମା ତ ନୂଆ ଦୁନିଆର ରଚୟିତା ନୁହଁନ୍ତି । ବେହଦର ରଚୟିତା ସମସ୍ତଙ୍କର ଏକମାତ୍ର ହିଁ ଶିବବାବା ଅଟନ୍ତି । ବ୍ରହ୍ମା ମଧ୍ୟ ବର୍ତ୍ତମାନ ତୁମର ପିତା ହୋଇଛନ୍ତି ଆଉ ଭବିଷ୍ୟତରେ ହେବେ ନାହିଁ । ସତ୍ୟଯୁଗରେ ତ ଲୌକିକ ପିତା ରହିବେ । କଳିଯୁଗରେ ଲୌକିକ ଏବଂ ପାରଲୌକିକ ପିତା ରହିଛନ୍ତି । ଏବେ ସଂଗମରେ ଲୌକିକ, ଅଲୌକିକ ଏବଂ ପାରଲୌକିକ ତିନିଜଣ ପିତା ରହିଛନ୍ତି । ବାବା କହୁଛନ୍ତି ସୁଖଧାମରେ ମୋତେ କେହି ୟାଦ ହିଁ କରୁ ନାହାଁନ୍ତି । ବିଶ୍ୱର ମାଲିକ ତ ବାବା ହିଁ କରିଛନ୍ତି, ପୁଣି ଚିତ୍କାର କାହିଁକି କରିବେ? ସେଠାରେ ଆଉ କୌଣସି ଖଣ୍ଡ ରହିବ ନାହିଁ । କେବଳ ସୂର୍ଯ୍ୟବଂଶୀ ହିଁ ରହିବେ । ଚନ୍ଦ୍ରବଂଶୀ ମଧ୍ୟ ପଛରେ ଆସିବେ । ବର୍ତ୍ତମାନ ବାବା ଧୈର୍ଯ୍ୟ ଧରିବା ପାଇଁ କହୁଛନ୍ତି, ବାକି ଅଳ୍ପ ଦିନ ରହିଛି । ଭଲ ଭାବରେ ପୁରୁଷାର୍ଥ କର । ଦୈବୀଗୁଣ ଧାରଣ ନ କଲେ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଏହା ବହୁତ ବଡ ଲଟେରୀ ଅଟେ । ବାରିଷ୍ଟର, ସର୍ଜନ ଆଦି ହେବା ମଧ୍ୟ ଲଟେରୀ ଅଟେ ନା । ଏହାଦ୍ୱାରା ବହୁତ ପଇସା ରୋଜଗାର କରିଥାନ୍ତି । ବହୁତଙ୍କ ଉପରେ ହୁକୁମ୍ ଚଲାଇଥାନ୍ତି । ଯିଏ ଭଲ ଭାବରେ ପଢୁଛନ୍ତି, ପଢାଉଛନ୍ତି ସେ ଉଚ୍ଚ ପଦ ପାଇବେ । ବାବାଙ୍କୁ ସ୍ମରଣ କରିବା ଦ୍ୱାରା ବିକର୍ମର ବିନାଶ ହେବ । ବାବାଙ୍କୁ ମଧ୍ୟ ବାରମ୍ବାର ଭୁଲିଯାଉଛନ୍ତି । ମାୟା ବିସ୍ମୃତି କରାଇ ଦେଉଛି । ଜ୍ଞାନ ଭୁଲାଉ ନାହିଁ । ବାବା ମଧ୍ୟ କହୁଛନ୍ତି ନିଜର ଉନ୍ନତି କରିବାକୁ ହେଲେ ଚାର୍ଟ ରଖ - ସାରା ଦିନରେ କୌଣସି ପାପ କର୍ମ ତ’ କରିନାହଁ? ନଚେତ୍ ଶହେ ଗୁଣା ପାପ ହୋଇଯିବ । ଯେଉଁମାନେ ଯଜ୍ଞକୁ ସମ୍ଭାଳୁଛନ୍ତି, ତାଙ୍କର ରାୟ ନେଇ କାର୍ଯ୍ୟ କର । କହୁଛନ୍ତି ମଧ୍ୟ ଯାହା ଖୁଆଇବ, ଯେଉଁଠି ବସାଇବ ସବୁଥିରେ ଖୁସି । ତେଣୁ ବାକି ସବୁ ଆଶା ଛାଡିଦେବା ଉଚିତ୍ । ନଚେତ୍ ପାପ ହୋଇଯିବ । ଆତ୍ମା ପବିତ୍ର କିପରି ହେବ । ଯଜ୍ଞରେ କୌଣସି ବି ପାପ କର୍ମ କରିବା ଅନୁଚିତ୍ । ଏଠାରେ ତୁମେ ପୁଣ୍ୟ ଆତ୍ମା ହେଉଛ । ଚୋରୀ ଆଦି କରିବା ପାପ ଅଟେ ନା । ମାୟାର ପ୍ରବେଶତା ହେଉଛି । ନାଁ ଯୋଗରେ ରହିପାରିବ, ନାଁ ଜ୍ଞାନର ଧାରଣା କରିପାରିବ । ନିଜ ହୃଦୟକୁ ପଚାରିବା ଉଚିତ୍‌ - ଆମେ ଯଦି ଅନ୍ଧମାନଙ୍କର ଲାଠି ନ ହେଲେ ତେବେ କ’ଣ ଲାଭ ହେଲା! ଆମକୁ ମଧ୍ୟ ଅନ୍ଧ ହିଁ କହିବେ ନା । ବର୍ତ୍ତମାନ ସମୟ ପାଇଁ ହିଁ ଗାୟନ ରହିଛି - ଧୃତରାଷ୍ଟ୍ରଙ୍କର ସନ୍ତାନ । ସେମାନେ ରାବଣ ରାଜ୍ୟରେ ଅଛନ୍ତି । ତୁମେ ସଙ୍ଗମରେ ଅଛ । ରାମ ରାଜ୍ୟରେ ପୁଣି ସୁଖ ପାଇବ । ପରମପିତା ପରମାତ୍ମା କିପରି ସୁଖ ଦେଉଛନ୍ତି, କାହାରି ବୁଦ୍ଧିରେ ଆସୁ ନାହିଁ । ଯେତେ ଭଲ ଭାବରେ ବୁଝାଇଲେ ମଧ୍ୟ ବୁଦ୍ଧିରେ ପଶୁ ନାହିଁ । ନିଜକୁ ଯେବେ ଆତ୍ମା ଭାବିବ ତେବେ ପରମାତ୍ମାଙ୍କ ଜ୍ଞାନ ମଧ୍ୟ ବୁଝିପାରିବ । ଆତ୍ମା ଯେପରି ପୁରୁଷାର୍ଥ କରୁଛି ସେହିପରି ହିଁ ହେଉଛି । ଗାୟନ ମଧ୍ୟ ରହିଛି ଅନ୍ତ କାଳେ ଯିଏ ସ୍ତ୍ରୀକୁ ସ୍ମରଣ କରେ... ବାବା କହୁଛନ୍ତି ଯିଏ ମୋତେ ମନେ ପକାଇବେ ସେ ମୋତେ ପାଇବେ । ନଚେତ୍ ବହୁତ-ବହୁତ ଦଣ୍ଡ ଭୋଗ କରି ଆସିବେ । ସତ୍ୟଯୁଗରେ ନୁହେଁ, ତ୍ରେତାର ପଛରେ ଆସିବେ । ସତ୍ୟଯୁଗ ଓ ତ୍ରେତାକୁ ବ୍ରହ୍ମାଙ୍କ ଦିନ କୁହାଯାଉଛି । ଜଣେ ବ୍ରହ୍ମା ତ ରହିବେ ନାହିଁ, ବ୍ରହ୍ମାଙ୍କର ତ ବହୁତ ସନ୍ତାନ ରହିଛନ୍ତି ନା । ବ୍ରାହ୍ମଣମାନଙ୍କର ଦିନ ପୁଣି ବ୍ରାହ୍ମଣମାନଙ୍କର ରାତ୍ରି ହେବ । ଏବେ ବାବା ଆସିଛନ୍ତି ରାତିକୁ ଦିନ କରିବା ପାଇଁ । ବ୍ରାହ୍ମଣମାନେ ହିଁ ଦିନକୁ ଯିବା ପାଇଁ ପ୍ରସ୍ତୁତି କରୁଛନ୍ତି । ବାବା କେତେ ବୁଝାଉଛନ୍ତି, ଦୈବୀ ଧର୍ମର ସ୍ଥାପନା ତ ନିଶ୍ଚୟ ହିଁ ହେବ । କଳିଯୁଗର ବିନାଶ ମଧ୍ୟ ନିଶ୍ଚୟ ହେବ । କାହା ଭିତରେ କିଛି ମଧ୍ୟ ସଂଶୟ ଥିଲେ ସେ ଯଜ୍ଞ ଛାଡି ପଳାଇବେ । ପ୍ରଥମେ ନିଶ୍ଚୟ ପୁଣି ସଂଶୟ ହୋଇଯାଉଛି । ଏଠାରୁ ମରି ପୁଣି ପୁରୁଣା ଦୁନିଆରେ ଜନ୍ମ ନେଇ ବିନଶ୍ୟନ୍ତି (ଦୁର୍ଗତି) ହୋଇଯାଆନ୍ତି । ବାବାଙ୍କ ଶ୍ରୀମତରେ ତ ଚାଲିବାକୁ ପଡିବ ନା । ପିଲାମାନଙ୍କୁ ତ ବହୁତ ଭଲ-ଭଲ ପଏଣ୍ଟସ୍ ଦେଉଛନ୍ତି ।

ପ୍ରଥମେ-ପ୍ରଥମେ ତ ବୁଝାଅ - ତୁମେ ଆତ୍ମା ଅଟ, ଦେହ ନୁହଁ । ନଚେତ୍ ସବୁ ଲଟେରୀ ହଜିଯିବ । ଯଦିଓ ସେଠାରେ ରାଜା ପ୍ରଜା ସବୁ ସୁଖୀ ରହିବେ ତଥାପି ମଧ୍ୟ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ ନା । ଏପରି ନୁହେଁ, ଯେ ସୁଖଧାମକୁ ତ ଯିବୁ ନିଶ୍ଚୟ ନା । ଉଚ୍ଚ ପଦ ପାଇବାକୁ ହେବ, ଏଠାକୁ ରାଜା ହେବା ପାଇଁ ଆସିଛ । ଏହିପରି ଚତୁର ମଧ୍ୟ ହେବା ଦରକାର । ବାବାଙ୍କର ସେବା କରିବା ଉଚିତ୍ । ଆତ୍ମିକ ସେବା ନ ହେଲେ ସ୍ଥୂଳ ସେବା ମଧ୍ୟ ରହିଛି । କେତେକ ସ୍ଥାନରେ ଭାଇମାନେ ମଧ୍ୟ କ୍ଲାସ୍ କରାଉଛନ୍ତି । ଜଣେ ଭଉଣୀ ମଝିରେ-ମଝିରେ ଯାଇ କ୍ଲାସ୍ କରାଇଥାନ୍ତି । ବୃକ୍ଷର ଧିରେ ଧିରେ ବୃଦ୍ଧି ହେଉଛି ନା । ସେଣ୍ଟରକୁ କେତେ ଆସୁଛନ୍ତି ପୁଣି ଚାଲୁ ଚାଲୁ ହଜିଯାଉଛନ୍ତି । ବିକାରୀ ହେଲେ ପୁଣି ସେଣ୍ଟରକୁ ଆସିବାକୁ ମଧ୍ୟ ଲଜ୍ୱ୍ୟା ଲାଗୁଛି । ପୁରୁଷାର୍ଥରେ ଢିଲା ହୋଇଯାଉଛନ୍ତି । ତେବେ କହିବା ଇଏ ବେମାର ହୋଇଗଲେ । ବାବା ସବୁ କଥା ବୁଝାଉଛନ୍ତି । ପ୍ରତ୍ୟହ ନିଜର ଚାର୍ଟ ଦେଖ । ପୁଣ୍ୟର ଖାତା ଜମା ହେଉଛି ନା ନାହିଁ । କ୍ଷତି ହୋଇଛି ନା ଲାଭ । ଆତ୍ମା ପବିତ୍ର ହୋଇଗଲା ଅର୍ଥାତ୍ ୨୧ ଜନ୍ମ ପାଇଁ ଜମା ହେଲା । ବାବାଙ୍କୁ ମନେପକାଇଲେ ହିଁ ଜମା ହେବ । ପାପ କଟିଯିବ । କହୁଛନ୍ତି ମଧ୍ୟ - ହେ ପତିତ-ପାବନ ବାବା ଆସି ଆମକୁ ପବିତ୍ର କରାଅ । ଏପରି କ’ଣ କହିଥା’ନ୍ତି କି ଆମକୁ ଆସି ବିଶ୍ୱର ମାଲିକ କରାଅ । ନାଁ, ଏକଥା ତୁମେମାନେ ହିଁ ଜାଣିଛ - ମୁକ୍ତି ଏବଂ ଜୀବନମୁକ୍ତି ଉଭୟ ହେଉଛି ପବିତ୍ର ଧାମ । ତୁମେ ଜାଣିଛ ଯେ ଆମେ ମୁକ୍ତି-ଜୀବନମୁକ୍ତିର ସମ୍ପତ୍ତି ପାଉଛୁ । ଯିଏ ଭଲ ଭାବରେ ନ ପଢିବେ ସେ ପଛରେ ଆସିବେ । ସ୍ୱର୍ଗକୁ ତ ଆସିବାର ଅଛି, ସମସ୍ତେ ନିଜ-ନିଜ ସମୟରେ ହିଁ ଆସିବେ । ସବୁ କଥା ବୁଝାଯାଉଛି । ତୁରନ୍ତ ତ କେହି ବୁଝିପାରିବେ ନାହିଁ । ଏଠାରେ ତୁମକୁ ବାବାଙ୍କୁ ମନେ ପକାଇବା ପାଇଁ କେତେ ସମୟ ମିଳୁଛି । ଯିଏ ବି ଆସିଲେ ତାଙ୍କୁ ପ୍ରଥମେ କୁହ ଯେ ନିଜକୁ ଆତ୍ମା ବୋଲି ବୁଝ । ଏହି ଜ୍ଞାନ ବାବା ହିଁ ଦେଉଛନ୍ତି । ସେ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି । ଆମକୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ଆତ୍ମା ଜ୍ଞାନ ଧାରଣ କରୁଛି, ପରମାତ୍ମା ପିତାଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ବିକର୍ମ ବିନାଶ ହେବ, ବାବା ପୁଣି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । ରଚୟିତାଙ୍କୁ ସ୍ମରଣ କରିଲେ ହିଁ ପାପ ଭସ୍ମ ହେବ । ପୁଣି ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ବୁଝିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହୋଇଯିବ । ବାସ୍ ଏକଥା ପୁଣି ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାକୁ ପଡିବ । ଚିତ୍ର ମଧ୍ୟ ତୁମ ପାଖରେ ଅଛି । ଏକଥା ତ ସାରା ଦିନ ବୁଦ୍ଧିରେ ରହିବା ଉଚିତ୍ । ତୁମେ ଛାତ୍ର ମଧ୍ୟ ଅଟ ନା । ବହୁତ ଗୃହସ୍ଥି ମଧ୍ୟ ଛାତ୍ର ହୋଇଛନ୍ତି । ତୁମକୁ ମଧ୍ୟ ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ହେବାକୁ ପଡିବ । ଭାଇ-ଭଉଣୀଙ୍କର ଦୃଷ୍ଟି କେବେ ବି ବିକାରୀ ହୋଇପାରିବ ନାହିଁ । ଇଏ ତ ବ୍ରହ୍ମାଙ୍କର ମୁଖବଂଶାବଳୀ ଅଟନ୍ତି ନା । ବିକାରୀକୁ ନିର୍ବିକାରୀ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡୁଛି । ଅଧାକଳ୍ପର ଅଭ୍ୟାସ ରହିଛି, ଏହାକୁ ଛାଡିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡୁଛି । ସମସ୍ତେ ଲେଖୁଛନ୍ତି ଯେ ଏହି ଯେଉଁ ପଏଣ୍ଟସ୍ ବାବା ବୁଝାଉଛନ୍ତି, ବିକାରୀ ଦୃଷ୍ଟି ରଖିବା ଅନୁଚିତ୍‌, ଏହା ବହୁତ କଷ୍ଟସାଧ୍ୟ ଅଟେ । ବାରମ୍ବାର ବୁଦ୍ଧି ବିଚଳିତ ହେଉଛି । ବହୁତ ସଂକଳ୍ପ ଆସୁଛି । ଏବେ ଆଖି ପାଇଁ କ’ଣ ପୁରୁଷାର୍ଥ କରିବୁ? ସୁରଦାସଙ୍କ ଦୃଷ୍ଟାନ୍ତ ଦେଉଛନ୍ତି । ସେମାନେ ତ ଗୋଟିଏ କାହାଣୀ ତିଆରି କରିଦେଇଛନ୍ତି । ଦେଖିଲେ ଯେ ଆଖି ମୋତେ ଧୋକା ଦେଉଛି ତେଣୁ ଆଖିକୁ ବାହାର କରିଦେଲେ । ଏବେ ତ ସେ କଥା ନାହିଁ । ଆଖି ତ ସମସ୍ତଙ୍କର ଅଛି କିନ୍ତୁ ବିକାରୀ ହୋଇଯାଇଛି, ତାକୁ ନିର୍ବିକାରୀ କରିବାକୁ ହେବ । ମନୁଷ୍ୟମାନେ ଭାବୁଛନ୍ତି ଘରେ ରହୁଛୁ, ଏ ଧାରଣା ହୋଇପାରିବ ନାହିଁ । ବାବା କହୁଛନ୍ତି ହୋଇପାରିବ, କାହିଁକି ନା ବହୁତ ଆମଦାନୀ (ଉପାର୍ଜନ) ହେଉଛି । ତୁମେ ଜନ୍ମ-ଜନ୍ମାନ୍ତର ପାଇଁ ପଦମପତି ହେଉଛ । ସେଠାରେ ଧନର ଗଣନା ହୁଏ ନାହିଁ । ଆଜିକାଲି ବାବା ତୁମମାନଙ୍କର ନାମ ହିଁ ପଦ୍‌ମପତି, ପଦ୍ମାବତୀ ରଖି ଦେଉଛନ୍ତି କାରଣ ତୁମେ ଅଗଣିତ ଥର ପଦମପତି ହେଉଛ । ସେଠାରେ ଗଣନା ହୁଏ ହିଁ ନାହିଁ । ଟଙ୍କା-ପଇସା ବାହାରିଲେ ତେବେ ଯାଇ ଗଣନା ହୋଇଥାଏ । ସେଠାରେ ତ ସୁନା-ଚାନ୍ଦିର ମୋହର କାମରେ ଆସିବ । ଆଗରୁ ରାମ-ସୀତାଙ୍କ ରାଜ୍ୟର ମୋହର ଆଦି ମିଳୁଥିଲା । ବାକି ସୂର୍ଯ୍ୟବଂଶୀ ରାଜତ୍ୱ କେବେ ଦେଖିନାହୁଁ । ଚନ୍ଦ୍ରବଂଶୀଙ୍କର ଦେଖି ଆସିଛୁ । ପ୍ରଥମେ ତ ସବୁ ସୁନାର ମୋହର ହିଁ ଥିଲା ପୁଣି ଚାନ୍ଦିର ହେଲା । ତମ୍ବା ଆଦି ତ ପଛରେ ବାହାରିଛି । ଏବେ ତୁମେ ପିଲାମାନେ ବାବାଙ୍କ ଠାରୁ ପୁନର୍ବାର ସମ୍ପତ୍ତି ନେଉଛ । ସତ୍ୟଯୁଗରେ ଯେଉଁ ପ୍ରଥା ସବୁ ରହିଛି ତାହା ତ ନିଶ୍ଚୟ ହେବ । ତୁମେ ନିଜର ପୁରୁଷାର୍ଥ କର । ସ୍ୱର୍ଗରେ ବହୁତ କମ୍ ରହିବେ, ଆୟୁ ମଧ୍ୟ ଦୀର୍ଘ ହେବ । ଅକାଳମୃତ୍ୟୁ ହୁଏ ନାହିଁ । ତୁମେ ଜାଣିଛ ଯେ ଆମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛୁ । ମୃତ୍ୟୁର ନାମ ହିଁ ରହିବ ନାହିଁ । ତାକୁ ଅମରଲୋକ, ଏହାକୁ ମୃତ୍ୟୁଲୋକ କୁହାଯାଉଛି । ଅମରଲୋକରେ ହାହାକାର ହୁଏ ନାହିଁ । କେହି ବୁଢା ହୋଇ ମଲେ ଆହୁରି ଖୁସି ହେବେ ଯେ ଯାଇ ଛୋଟ ପିଲା ହୋଇ ଜନ୍ମ ହେବୁ । ଏଠାରେ ତ ମରିଗଲେ କାନ୍ଦୁଛନ୍ତି । ତୁମକୁ କେତେ ଭଲ ଜ୍ଞାନ ମିଳୁଛି, କେତେ ଧାରଣା ହେବା ଉଚିତ୍ । ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡୁଛି । ବାବାଙ୍କୁ ଯଦି କେହି କୁହନ୍ତି ଯେ ଆମେ ଆତ୍ମିକ ସେବା କରିବାକୁ ଚାହୁଁଛୁ ତେବେ ବାବା ତୁରନ୍ତ ସେବା କରିବା ପାଇଁ କହିଦେବେ । ବାବା କାହାକୁ ମନା କରୁ ନାହାଁନ୍ତି । ଜ୍ଞାନ ନ ଥିଲେ ବାକି ଅଜ୍ଞାନୀ ହିଁ ଅଟନ୍ତି । ଅଜ୍ଞାନତା ଦ୍ୱାରା ବହୁତ ଅପସେବା କରୁଛନ୍ତି । ସେବା ତ ଭଲ ଭାବରେ କରିବା ଦରକାର ନା ତେବେ ଯାଇ ଲଟେରୀ ମିଳିବ । ଏହା ବହୁତ ଉଚ୍ଚ ଲଟେରୀ ଅଟେ । ଏହା ଈଶ୍ୱରୀୟ ଲଟେରୀ । ତୁମେ ରାଜା-ରାଣୀ ହେଲେ ତୁମର ନାତି-ନାତୁଣୀମାନେ ମଧ୍ୟ ଭୋଗ କରିବେ । ଏଠାରେ ତ ପ୍ରତ୍ୟେକ ନିଜର କର୍ମ ଅନୁସାରେ ଫଳ ପାଉଛନ୍ତି । କେହି ବହୁତ ଧନ ଦାନ କରିବେ ତ ରାଜା ହେବେ, ତେଣୁ ବାବା ପିଲାମାନଙ୍କୁ ସବୁ କିଛି ବୁଝାଉଛନ୍ତି । ଭଲ ଭାବରେ ବୁଝି ଧାରଣା କରିବାକୁ ହେବ । ସେବା ମଧ୍ୟ କରିବାକୁ ପଡିବ । କୋଟି କୋଟି ଆତ୍ମାଙ୍କର ସେବା ହେଉଛି । କେତେକ ଭକ୍ତ ମଧ୍ୟ ବହୁତ ଭଲ ଅଟନ୍ତି । ବହୁତ ଭକ୍ତି କରିଥିଲେ ତେବେ ଜ୍ଞାନ ମଧ୍ୟ ଭଲ ଲାଗିବ । ଚେହେରାରୁ ହିଁ ଜଣାପଡିଯାଇଥାଏ । ଶୁଣିବା ଦ୍ୱାରା ଖୁସି ହୋଇଥା’ନ୍ତି । ଯିଏ ନ ବୁଝିବେ ସେ ଇଆଡେ-ସିଆଡେ ଦେଖିବେ ଅଥବା ଆଖି ବନ୍ଦ କରି ବସିବେ । ବାବା ସବୁ ଦେଖୁଛନ୍ତି । ଯେଉଁ ଆତ୍ମା କାହାକୁ ଶିଖାଉ ନାହାଁନ୍ତି ଅର୍ଥାତ୍ ନିଜେ ବୁଝିପାରୁ ନାହାଁନ୍ତି । ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେଉଛନ୍ତି । ବର୍ତ୍ତମାନ ସମୟ ହେଉଛି ବେହଦ ବାବାଙ୍କଠାରୁ ବେହଦର ସମ୍ପତ୍ତି ନେବାର । ଯେତେ ସମ୍ପତ୍ତି ନେବେ ଜନ୍ମ-ଜନ୍ମାନ୍ତର କଳ୍ପ-କଳ୍ପାନ୍ତର ମିଳିବ । ନଚେତ୍ ପଛକୁ ବହୁତ ପଶ୍ଚାତାପ କରିବ ପୁଣି ସମସ୍ତଙ୍କୁ ସାକ୍ଷାତ୍‌କାର ମଧ୍ୟ ହେବ । ଆମେ ସମ୍ପୂର୍ଣ୍ଣ ଭାବେ ନ ପଢିବାରୁ ପଦ ମଧ୍ୟ ପାଇପାରିଲୁ ନାହିଁ । ବାକି ଯାଇ କ’ଣ ହେବୁ? ଚାକର ବାକର, ସାଧାରଣ ପ୍ରଜା ହେବୁ । ରାଜଧାନୀ ସ୍ଥାପନ ହେଉଛି । ଯେପରି କରିବା ସେହି ଅନୁସାରେ ଫଳ ମିଳିବ । ନୂଆ ଦୁନିଆ ପାଇଁ କେବଳ ତୁମେ ହିଁ ପୁରୁଷାର୍ଥ କରୁଛ । ମନୁଷ୍ୟ ଦାନ-ପୁଣ୍ୟ କରୁଛନ୍ତି, ଏହି ଦୁନିଆ ପାଇଁ, ଏହା ସାଧାରଣ କଥା ଅଟେ । ଆମେ ଭଲ କାମ କଲେ ପରଜନ୍ମରେ ଭଲ ଫଳ ମିଳିବ । ତୁମର ତ ୨୧ ଜନ୍ମର କଥା ରହିଛି । ଯେତେ ସମ୍ଭବ ଭଲ କାମ କରି ଅଲରାଉଣ୍ଡର ହୁଅ । ପ୍ରଥମ ନମ୍ବରର ଜ୍ଞାନୀ ଯୋଗୀ ଆତ୍ମା ହେବା ଆବଶ୍ୟକ । ଜ୍ଞାନୀ ମଧ୍ୟ ଦରକାର । ଭାଷଣ କରିବା ନିମନ୍ତେ ମହାରଥୀମାନଙ୍କୁ ଡାକୁଛନ୍ତି ନା ଯିଏ ସବୁ ପ୍ରକାରର ସେବା କରୁଛନ୍ତି, ତେବେ ତାଙ୍କର ପୁଣ୍ୟ ତ ନିଶ୍ଚୟ ହେବ । ଏହା ମଧ୍ୟ ବିଷୟବସ୍ତୁ ଅଟେ ନା । ଯୋଗଯୁକ୍ତ ରହି କୌଣସି କାମ କଲେ ଭଲ ନମ୍ବର ମିଳିବ । ନିଜ ହୃଦୟକୁ ପଚାରିବା ଉଚିତ୍ ଆମେ ସେବା କରୁଛୁ? ନା ଖାଲି ଖାଉଛୁ, ଶୋଉଛୁ? ଏଠାରେ ତ କେବଳ ପାଠପଢା ଅଛି, ଅନ୍ୟ କିଛି ନାହିଁ । ତୁମେ ମନୁଷ୍ୟରୁ ଦେବତା ନରରୁ ନାରାୟଣ ହେଉଛ । ଏହା ହିଁ ଅମରକଥା, ତିଜରୀର କଥା ସେହି ଗୋଟିଏ କଥା । ମନୁଷ୍ୟମାନେ ମିଥ୍ୟା କଥା ଶୁଣୁଛନ୍ତି । ବାବାଙ୍କ ବିନା ତୃତୀୟ ନେତ୍ର ତ କେହି ଦେଇପାରିବେ ନାହିଁ । ଏବେ ତୁମକୁ ତୃତୀୟ ନେତ୍ର ମିଳିୁଛି, ଯାହାଦ୍ୱାରା ତୁମେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣୁଛ । ଏହି ପାଠପଢାରେ କୁମାର-କୁମାରୀମାନେ ବହୁତ ତୀକ୍ଷ୍ମ ହେବା ଉଚିତ୍ । ଚିତ୍ର ମଧ୍ୟ ରହିଛି, କାହାକୁ ମଧ୍ୟ ପଚାରି ପାର ଗୀତାର ଭଗବାନ କିଏ? ଏହା ହିଁ ମୁଖ୍ୟ କଥା ଅଟେ । ଭଗବାନ ତ ଏକ ଅଟନ୍ତି, ଯାହାଙ୍କଠାରୁ ମୁକ୍ତିଧାମର ସମ୍ପତ୍ତି ମିଳୁଛି । ଆମେ ସେଠାକାର ବାସିନ୍ଦା ଅଟୁ, ଏଠାକୁ ଅଭିନୟ କରିବା ପାଇଁ ଆସିଛୁ । ଏବେ ପବିତ୍ର କିପରି ହେବୁ । ପତିତ-ପାବନ ହେଉଛନ୍ତି ଏକମାତ୍ର ବାବା । ଆଗକୁ ଗଲେ ତୁମ ପିଲାମାନଙ୍କର ଅବସ୍ଥା ମଧ୍ୟ ବହୁତ ଭଲ ହୋଇଯିବ । ବାବା ଭିନ୍ନ-ଭିନ୍ନ ଉପାୟରେ ବୁଝାଉଛନ୍ତି । ପ୍ରଥମତଃ ବାବାଙ୍କୁ ସ୍ମରଣ କଲେ ଜନ୍ମ-ଜନ୍ମାନ୍ତରର ପାପ କଟିଯିବ । ନିଜ ହୃଦୟକୁ ପଚାର - ଆମେ ବାବାଙ୍କୁ କେତେ ମନେ ପକାଉଛୁ? ଚାର୍ଟ ରଖିବା ଉଚିତ୍‌, ନିଜର ଉନ୍ନତି କରିଚାଲ । ନିଜ ଉପରେ ଦୟା କରି ନିଜର ଚଳଣିକୁ ଦେଖ । ଯଦି ଆମେ ଭୁଲ୍ କରିବୁ ତେବେ ରେଜିଷ୍ଟର ଖରାପ ହୋଇଯିବ, ଏଥିରେ ଦୈବୀ ଚଳଣି ହେବା ଦରକାର । ଗାୟନ ମଧ୍ୟ ରହିଛି ନା - ଯାହା ଖୁଆଇବେ, ଯେଉଁଠି ବସାଇବେ, ଯାହା ନିର୍ଦ୍ଦେଶ ଦେବେ ତାକୁ ହିଁ କରିବୁ । ନିର୍ଦ୍ଦେଶ ନିଶ୍ଚୟ ଶରୀର ଦ୍ୱାରା ହିଁ ଦେବେ ନା । ଏହା ‘ସ୍ୱର୍ଗକୁ ଯିବାର ରାସ୍ତା’ । ଏହି ଅକ୍ଷର ବହୁତ ଭଲ । ଏହା ହିଁ ହେଉଛି ସ୍ୱର୍ଗକୁ ଯିବାର ଦ୍ୱାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପୁଣ୍ୟାତ୍ମା ହେବା ପାଇଁ ଆଉ ସବୁ ଆଶା ଛାଡି ଏହି କଥା ପକ୍କା କରିବାକୁ ହେବ ଯେ ବାବା ଯାହା ଖୁଆଇବେ, ଯେଉଁଠି ବସାଇବେ..., କୌଣସି ବି ପାପ କର୍ମ କରିବାର ନାହିଁ ।

(୨) ଈଶ୍ୱରୀୟ ଲଟେରୀ ପ୍ରାପ୍ତ କରିବା ପାଇଁ ଆତ୍ମିକ ସେବାରେ ଲାଗିଯିବାକୁ ହେବ । ନିଜେ ଜ୍ଞାନର ଧାରଣା କରି ଅନ୍ୟକୁ କରାଇବାକୁ ହେବ । ଭଲ ନମ୍ବର ପାଇବା ପାଇଁ ଯେ କୌଣସି କର୍ମ ବାବାଙ୍କ ସ୍ମୃତିରେ ରହି କରିବାକୁ ହେବ ।

ବରଦାନ:-
ମାୟା ଏବଂ ପ୍ରକୃତିକୁ ନିଜର ଦାସୀ କରୁଥିବା ସଦା ସ୍ନେହୀ ଭବ ।

ଯେଉଁ ପିଲାମାନେ ସଦା ସ୍ନେହୀ ଅଟନ୍ତି ସେମାନେ ସର୍ବଦା ସ୍ନେହରେ ଲଭଲୀନ ହୋଇ ରହୁଥିବା କାରଣରୁ ମେହନତ ଏବଂ ମୁଶକିଲ୍ ଠାରୁ ସର୍ବଦା ମୁକ୍ତ ରହିଥାଆନ୍ତି । ସେମାନଙ୍କ ସମ୍ମୁଖରେ ପ୍ରକୃତି ଏବଂ ମାୟା ଦୁଇଜଣଯାକ ଏବେଠାରୁ ଦାସୀ ହୋଇଯାଆନ୍ତି ଅର୍ଥାତ୍ ସଦା ସ୍ନେହୀ ଆତ୍ମା ମାଲିକ ହୋଇଯାଆନ୍ତି, ତେଣୁ ପ୍ରକୃତିର ବା ମାୟାର ଏବେ ସାହାସ ନାହିଁ ଯାହାକି ସଦା ସ୍ନେହୀ ଆତ୍ମାଙ୍କର ସମୟ ବା ସଂକଳ୍ପକୁ ନିଜ ଆଡକୁ ଆକର୍ଷିତ କରିନେବ । ସେମାନଙ୍କର ସବୁ ସମୟ, ସବୁ ସଂକଳ୍ପ ବାବାଙ୍କର ସେବାରେ ଏବଂ ବାବାଙ୍କୁ ମନେ ପକାଇବାରେ ହିଁ କଟିଥାଏ । ତେଣୁ ସ୍ନେହୀ ଆତ୍ମାମାନଙ୍କର ସ୍ଥିତିର ଗାୟନ ହେଲା ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ, ବାବା ହିଁ ସଂସାର ଅଟନ୍ତି । ସେମାନେ ସଂକଳ୍ପ ମାତ୍ରକେ ମଧ୍ୟ ଅଧୀନ ହୋଇପାରିବେ ନାହିଁ ।

ସ୍ଲୋଗାନ:-
ଯଦି ଜ୍ଞାନବାନ ଆତ୍ମା ହୋଇଯିବ ତେବେ ସମସ୍ୟାଗୁଡିକ ମଧ୍ୟ ମନୋରଞ୍ଜନର ଖେଳ ଭଳି ଅନୁଭବ ହେବ ।

ଅବ୍ୟକ୍ତ ଈଶାରା:- ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।

ଏହି କଳିଯୁଗୀ ତମୋପ୍ରଧାନ ଜରାଜୀର୍ଣ୍ଣ ହୋଇଯାଇଥିବା ପୁରୁଣା ବୃକ୍ଷକୁ ଭସ୍ମ କରିବା ପାଇଁ ସଂଗଠିତ ରୂପରେ ଫୁଲ୍ ଫୋର୍ସରେ ଯୋଗର ଜ୍ୱାଳା ପ୍ରଜ୍ୱଳିତ କର କିନ୍ତୁ ଏଭଳି ଜ୍ୱାଳା ସ୍ୱରୂପର ଯୋଗ ସେତେବେଳେ ହୋଇପାରିବ ଯେତେବେଳେ ସଦାସର୍ବଦା ସ୍ମୃତି ଦ୍ୱାରା ସମ୍ବନ୍ଧ ଯୋଡି ହୋଇ ରହିଥିବ । ଯଦି ବାରମ୍ବାର ସମ୍ବନ୍ଧ ବିଚ୍ଛିନ୍ନ ହେଉଥିବ ତେବେ ତାଙ୍କୁ ପୁନର୍ବାର ଯୋଡିବା ପାଇଁ ସମୟ ମଧ୍ୟ ଲାଗିବ ଏବଂ ମେହନତ ମଧ୍ୟ ଲାଗିବ, ତେଣୁ ଶକ୍ତ ହେବା ପରିବର୍ତ୍ତେ ଦୁର୍ବଳ ହୋଇଯିବ ।