08.11.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଦେହୀ-ଅଭିମାନୀ ହୋଇଯାଅ ତେବେ ସବୁ ରୋଗ ସମାପ୍ତ ହୋଇଯିବ ଏବଂ ତୁମେ ଦ୍ୱିମୁକୁଟଧାରୀ ସ୍ୱର୍ଗର ମାଲିକ ହୋଇଯିବ ।”

ପ୍ରଶ୍ନ:-
ବାବାଙ୍କ ସମ୍ମୁଖରେ କେଉଁ ସନ୍ତାନମାନେ ବସିବା ଉଚିତ?

ଉତ୍ତର:-
ଯେଉଁମାନଙ୍କୁ ଜ୍ଞାନର ନୃତ୍ୟ କରିବା ଅର୍ଥାତ୍ ଜ୍ଞାନର ଚିନ୍ତନ ମନ୍ଥନ କରିବା ଜଣାଅଛି । ଜ୍ଞାନର ନୃତ୍ୟ କରୁଥିବା ସନ୍ତାନମାନେ ଯେତେବେଳେ ବାବାଙ୍କ ସମ୍ମୁଖରେ ରହିଥା’ନ୍ତି, ସେତେବେଳେ ବାବାଙ୍କର ମୁରଲୀ ମଧ୍ୟ ସେହିପରି ଚାଲିଥାଏ । ଯଦି କେହି ସମ୍ମୁଖରେ ବସି ଇଆଡେ-ସିଆଡେ ଚାହୁଁଥିବେ ତେବେ ବାବା ଜାଣିଯା’ନ୍ତି ଯେ ଏହି ସନ୍ତାନ କିଛି ବି ବୁଝୁନାହିଁ । ବାବା ବ୍ରାହ୍ମଣୀମାନଙ୍କୁ ମଧ୍ୟ କୁହନ୍ତି ଯେ ତୁମେ କାହାକୁ ଏଠାକୁ ନେଇ ଆସିଛ, ଯିଏକି ବାବାଙ୍କ ସମ୍ମୁଖରେ ବସି ମଧ୍ୟ ହାଇ ମାରୁଛି । ପିଲାମାନଙ୍କୁ ତ ଏପରି ବାବା ମିଳିଛନ୍ତି ଯାହାକି ଖୁସୀରେ ନୃତ୍ୟ କରିବା ଉଚିତ୍ ।

ଗୀତ:-
ଦୂର ଦେଶ କା ରହନେ ବାଲା...

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଗୀତ ଶୁଣିଲେ । ସନ୍ତାନମାନେ ଜାଣୁଛନ୍ତି ଯେ ରୁହାନୀ ବାବା ଯାହାକୁ ଆମେ ମନେ ପକାଇ ଆସିଛୁ, ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଥବା ତୁମେ ମାତା-ପିତା... ପୁନର୍ବାର ଆସି ଆମକୁ ଅପାର ସୁଖ ଦିଅ, ଆମେ ଏବେ ଦୁଃଖରେ ଅଛୁ, ଏହି ସାରା ଦୁନିଆ ଦୁଃଖୀ ହୋଇଯାଇଛି କାହିଁକି ନା ଏହା ହେଉଛି କଳିଯୁଗୀ ପୁରୁଣା ଦୁନିଆ । ପୁରୁଣା ଦୁନିଆ ଅଥବା ପୁରୁଣା ଘରେ ଏତେ ସୁଖ ମିଳି ନ ଥାଏ, ଯେତେ ନୂଆ ଦୁନିଆ, ନୂଆ ଘରେ ମିଳିଥାଏ । ତୁମେ ସନ୍ତାନମାନେ ଜାଣିଛ ଯେ ଆମେ ବିଶ୍ୱର ମାଲିକ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲୁ, ଆମେ ହିଁ ୮୪ ଜନ୍ମ ନେଇଛୁ । ବାବା କହୁଛନ୍ତି ପିଲାମାନେ ତୁମେ ନିଜର ଜନ୍ମକୁ ଜାଣି ନାହଁ, କେତେ ଜନ୍ମ ପାର୍ଟ କରିଛ । ମନୁଷ୍ୟମାନେ ଭାବୁଛନ୍ତି ୮୪ ଲକ୍ଷ ପୁନର୍ଜନ୍ମ ହୁଏ । ଗୋଟିଏ-ଗୋଟିଏ ପୁନର୍ଜନ୍ମ କେତେ ବର୍ଷର ହୋଇଥାଏ । ୮୪ ଲକ୍ଷ ହିସାବରେ ସୃଷ୍ଟି ଚକ୍ର ତ ବହୁତ ବଡ ହୋଇଯିବ । ତୁମେମାନେ ଜାଣିଛ ଯେ ଆମ ଆତ୍ମାମାନଙ୍କର ପିତା ଆମକୁ ପାଠ ପଢାଇବାକୁ ଆସିଛନ୍ତି । ଆମେ ମଧ୍ୟ ଦୂରଦେଶର ନିବାସୀ ଅଟୁ । ଆମେ କେହି ଏଠିକାର ନିବାସୀ ନୁହେଁ । ଏଠାକୁ ଆମେ ଅଭିନୟ କରିବାକୁ ଆସିଛୁ । ବାବାଙ୍କୁ ମଧ୍ୟ ଆମେ ପରମଧାମରେ ମନେ ପକାଉଛୁ । ବର୍ତ୍ତମାନ ଏହି ପର ଦେଶକୁ ଆସିଛନ୍ତି । ଶିବଙ୍କୁ ହିଁ ବାବା ବୋଲି କହୁଛୁ । ରାବଣଙ୍କୁ ବାବା ବୋଲି କୁହାଯିବ ନାହିଁ । ଭଗବାନଙ୍କୁ ବାବା କୁହାଯିବ । ବାବାଙ୍କର ମହିମା ଅଲଗା, ୫ ବିକାରର କ’ଣ କେହି ମହିମା କରିବେ କି! ଦେହ-ଅଭିମାନ ତ’ ବହୁତ ବଡ ବେମାରୀ ଅଟେ । ଦେହୀ-ଅଭିମାନୀ ହେଲେ କୌଣସି ବେମାରୀ ରହିବ ନାହିଁ ଏବଂ ଆମେ ବିଶ୍ୱର ମାଲିକ ହୋଇଯିବୁ । ଏହି ସବୁ କଥା ତୁମ ବୁଦ୍ଧିରେ ଅଛି । ତୁମେ ଜାଣିଛ ଯେ ଶିବବାବା ଆମ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି । ଅନ୍ୟ ଯେଉଁ ସବୁ ସତ୍‌ସଙ୍ଗ ଆଦି ରହିଛି, ସେଠାରେ ଏପରି ଭାବିବେ ନାହିଁ ଯେ ଆମକୁ ବାବା ଆସି ରାଜଯୋଗ ଶିଖାଇବେ । ରାଜତ୍ୱର ଅଧିକାରୀ କରିବା ପାଇଁ ପାଠ ପଢାଇବେ । ରାଜା କରିବା ପାଇଁ ତ ରାଜା ହିଁ ଦରକାର ନା । ଡାକ୍ତରମାନେ ଡାକ୍ତରୀ ପାଠପଢାଇ ନିଜ ଭଳି ଡାକ୍ତର କରାଇଥା’ନ୍ତି । ଆଚ୍ଛା, ଦ୍ୱିମୁକୁଟଧାରୀ କରିବାବାଲା କେଉଁଠାରୁ ଆସିବେ, ଯିଏକି ଆସି ଆମକୁ ଦ୍ୱିମୁକୁଟଧାରୀ କରାଇବେ ସେଥିପାଇଁ ମନୁଷ୍ୟମାନେ ଦ୍ୱିମୁକୁଟଧାରୀ ଶ୍ରୀକୃଷ୍ଣଙ୍କୁ କରିଦେଇଛନ୍ତି । କିନ୍ତୁ ଶ୍ରୀକୃଷ୍ଣ କିପରି ପାଠ ପଢାଇବେ! ତେବେ ନିଶ୍ଚିତ ବାବା ହିଁ ସଂଗମଯୁଗରେ ଆସିଥିବେ, ଆସି ରାଜତ୍ୱ ସ୍ଥାପନ କରିଥିବେ । ବାବା କିପରି ଆସୁଛନ୍ତି, ଏହିକଥା ତୁମମାନଙ୍କ ବ୍ୟତୀତ ଆଉ କାହାରି ବୁଦ୍ଧିରେ ନ ଥିବ । ଦୂରଦେଶରୁ ବାବା ଆସି ଆମକୁ ପାଠ ପଢାଉଛନ୍ତି, ରାଜଯୋଗ ଶିଖାଉଛନ୍ତି । ବାବା କହୁଛନ୍ତି ମୋର କୌଣସି ଆଲୋକିତ ବା ରତ୍ନଜଡିତ ମୁକୁଟ ନାହିଁ । ସେ କେବେହେଲେ ରାଜତ୍ୱ ପ୍ରାପ୍ତ କରି ନ ଥାଆନ୍ତି । ସ୍ୱୟଂ ଦ୍ୱିମୁକୁଟଧାରୀ ହେଉ ନାହାଁନ୍ତି, ଅନ୍ୟମାନଙ୍କୁ କରୁଛନ୍ତି । ବାବା କହୁଛନ୍ତି ମୁଁ ଯଦି ରାଜା ହୋଇଥା’ନ୍ତି ତେବେ ରଙ୍କ (ଦରିଦ୍ର) ମଧ୍ୟ ହେବାକୁ ପଡିଥାନ୍ତା । ଭାରତବାସୀ ଧନବାନ ଥିଲେ, ଏବେ ରଙ୍କ ଅର୍ଥାତ୍ ଦରିଦ୍ର ହୋଇଯାଇଛନ୍ତି । ତୁମେ ମଧ୍ୟ ଦ୍ୱିମୁକୁଟଧାରୀ ହେଉଛ ଏବଂ ତୁମକୁ କରିଲାବାଲା ମଧ୍ୟ ଦ୍ୱିମୁକୁଟଧାରୀ ହେବା ଦରକାର, ଯାହା ଫଳରେ ତୁମର ଯୋଗ ମଧ୍ୟ ଲାଗିବ । ଯିଏ ଯେପରି ହୋଇଥିବେ ସେହିପରି ସିଏ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବେ । ସନ୍ନ୍ୟାସୀମାନେ ଚେଷ୍ଟା କରି ସନ୍ନ୍ୟାସୀ ହିଁ କରାଇବେ । ତୁମେ ଗୃହସ୍ଥି, ସେମାନେ ସନ୍ନ୍ୟାସୀ ତେବେ ତୁମେ ତାଙ୍କର ଶିଷ୍ୟ ତ ହୋଇପାରିବ ନାହିଁ । କୁହନ୍ତି ଅମୁକ ହେଉଛନ୍ତି ଶିବାନନ୍ଦଙ୍କର ଶିଷ୍ୟ । କିନ୍ତୁ ସେହି ସନ୍ନ୍ୟାସୀମାନେ ତ ମତିଭ୍ରମ କରାଇଥା’ନ୍ତି, ତୁମେ ତ ସେମାନଙ୍କୁ ଅନୁସରଣ କରୁ ନାହଁ ! ତେବେ ତୁମେ ପୁଣି ନିଜକୁ ଶିଷ୍ୟ ବୋଲି କାହିଁକି କହୁଛ! ଅନୁଗାମୀ ସିଏ ଯିଏକି ତୁରନ୍ତ କପଡା ଓହ୍ଲାଇ କୌପିନୀ ପିନ୍ଧିଥା’ନ୍ତି । ତୁମେ ତ ଗୃହସ୍ଥରେ ରହି ବିକାର ଆଦିର ବନ୍ଧନରେ ବାନ୍ଧି ହୋଇ ରହିଛ ତେବେ ପୁଣି ନିଜକୁ ଶିବାନନ୍ଦଙ୍କର ଅନୁଗାମୀ ବୋଲି କିପରି କହୁଛ! ଗୁରୁଙ୍କର କାମ ତ ହେଲା ସଦ୍‌ଗତି କରିବା । ଗୁରୁ ଏପରି ତ କହିବେ ନାହିଁ ଯେ ଅମୁକକୁ ମନେ ପକାଅ । ତେବେ ତ ସିଏ ନିଜେ ଗୁରୁ ହେଲେ ନାହିଁ । ମୁକ୍ତିଧାମକୁ ଯିବା ପାଇଁ ମଧ୍ୟ ଯୁକ୍ତି ଦରକାର ।

ତୁମ ସନ୍ତାନମାନଙ୍କୁ ବୁଝାଯାଉଛି, ତୁମର ଘର ହେଉଛି ମୁକ୍ତିଧାମ ଅଥବା ନିରାକାରୀ ଦୁନିଆ । ଆତ୍ମାକୁ ନିରାକାରୀ ସୋଲ୍ ବୋଲି କୁହାଯାଏ । ଏହି ଶରୀର ୫ ତତ୍ତ୍ୱରେ ନିର୍ମିତ ହୋଇଛି । ତେବେ ଆତ୍ମାମାନେ କେଉଁଠାରୁ ଆସୁଛନ୍ତି? ପରମଧାମ ନିରାକାରୀ ଦୁନିଆରୁ । ସେଠାରେ ବହୁତ ଆତ୍ମା ରହୁଛନ୍ତି । ତାକୁ ଶାନ୍ତିର ଦୁନିଆ କୁହାଯାଉଛି । ସେଠାରେ ଆତ୍ମାମାନେ ଦୁଃଖ-ସୁଖରୁ ଅଲଗା ହୋଇ ରହିଥା’ନ୍ତି । ଏହି କଥାକୁ ଭଲ ଭାବରେ ପକ୍କା କରିବାକୁ ହେବ । ଆମେ ସେହି ଶାନ୍ତିଧାମର ନିବାସୀ ଅଟୁ । ଏହା ଏକ ନାଟକଶାଳା ଅଟେ, ଯେଉଁଠାକୁ ଆମେ ଅଭିନୟ କରିବାକୁ ଆସିଛୁ । ଏହି ନାଟକଶାଳାରେ ସୂର୍ଯ୍ୟ, ଚନ୍ଦ୍ର, ତାରା ଆଦି ବତୀ ସବୁ ରହିଛି । କେହି ଗଣନା କରି ପାରିବେ ନାହିଁ କି ଏହି ନାଟକଶାଳା କେତେ ମାଇଲ ପର୍ଯ୍ୟନ୍ତ ରହିଛି । ଉଡାଜାହାଜରେ ଉପରକୁ ଯାଉଛନ୍ତି କିନ୍ତୁ ସେଥିରେ ପେଟ୍ରୋଲ୍ ଆଦି ଏତେ ପକାଇ ପାରିବେ ନାହିଁ ଯାହାଦ୍ୱାରା ଯାଇ ପୁଣି ତଳକୁ ଫେରି ଆସିପାରିବେ । ଏତେ ଦୂରକୁ ଯାଇ ପାରିବେ ନାହିଁ । ସେମାନେ ଭାବୁଛନ୍ତି ଏତେ ମାଇଲ୍ ପର୍ଯ୍ୟନ୍ତ ରହିଛି, ନ ଫେରିଲେ ପୁଣି ତଳେ ପଡିଯିବୁ । ତେବେ ସମୁଦ୍ର ଅଥବା ଆକାଶ ତତ୍ତ୍ୱର ଅନ୍ତ କେହି ପାଇ ପାରିବେ ନାହିଁ । ବର୍ତ୍ତମାନ ବାବା ତୁମକୁ ନିଜ ଅନ୍ତର ପରିଚୟ ଦେଉଛନ୍ତି । ଆତ୍ମା ଏହି ଆକାଶ ତତ୍ତ୍ୱରୁ ଉର୍ଦ୍ଧ୍ୱକୁ ଚାଲିଯାଉଛି । ଏହା କେତେ ବଡ ରକେଟ୍ । ତୁମେ ଆତ୍ମାମାନେ ପବିତ୍ର ହୋଇଗଲେ ପୁଣି ରକେଟ୍ ସଦୃଶ ଉଡିବାକୁ ଲାଗିବ । ଏହା କେତେ ଛୋଟ ରକେଟ୍ । ସୂର୍ଯ୍ୟ-ଚନ୍ଦ୍ରରୁ ମଧ୍ୟ ଉର୍ଦ୍ଧ୍ୱ ବ୍ରହ୍ମଲୋକକୁ ଚାଲିଯିବ । ଦୁନିଆର ମନୁଷ୍ୟମାନେ ସୂର୍ଯ୍ୟ-ଚନ୍ଦ୍ରର ଅନ୍ତ ପାଇବା ପାଇଁ ବହୁତ ଚେଷ୍ଟା କରୁଛନ୍ତି । ଦୂରରୁ ତାରା ଗୁଡିକ କେତେ ଛୋଟ ଛୋଟ ଦେଖାଯାଏ । କିନ୍ତୁ ବାସ୍ତବରେ ତାହା ବହୁତ ବଡ ହୋଇଥାଏ । ଯେପରି ତୁମେ ଗୁଡି ଉଡାଇବା ସମୟରେ ଉପରୁ କେତେ ଛୋଟ-ଛୋଟ ଦେଖାଯାଇଥାଏ । ବାବା କହୁଛନ୍ତି ତୁମର ଆତ୍ମା ତ ସବୁଠାରୁ ତୀକ୍ଷ୍‌ଣ ଅଟେ । ଗୋଟିଏ ସେକେଣ୍ଡରେ ଗୋଟିଏ ଶରୀରରୁ ବାହାରି ଅନ୍ୟ ଗର୍ଭରେ ପ୍ରବେଶ କରିଥାଏ । କାହାର କର୍ମର ହିସାବ-କିତାବ ଲଣ୍ଡନରେ ଥିଲେ ଗୋଟିଏ ସେକେଣ୍ଡରେ ଯାଇ ଲଣ୍ଡନରେ ଜନ୍ମ ନେବେ । ସେକେଣ୍ଡରେ ଜୀବନମୁକ୍ତିର ମଧ୍ୟ ଗାୟନ ରହିଛି ନା । ପିଲା ଗର୍ଭରୁ ବାହାରିବା କ୍ଷଣି ମାଲିକ ହୋଇଯାଉଛି, ତେବେ ଉତ୍ତରାଧିକାରୀ ହୋଇଗଲା ନା । ତୁମେ ସନ୍ତାନମାନେ ମଧ୍ୟ ବାବାଙ୍କୁ ଜାଣିଗଲ ଅର୍ଥାତ୍ ବିଶ୍ୱର ମାଲିକ ହୋଇଗଲ । ତେବେ ବେହଦର ବାବା ହିଁ ଆସି ତୁମକୁ ବିଶ୍ୱର ମାଲିକ କରୁଛନ୍ତି । ସ୍କୁଲ୍‌ରେ ବାରିଷ୍ଟରୀ ପଢିଲେ ବାରିଷ୍ଟର ହେବେ । ଏଠାରେ ତୁମେ ଦ୍ୱି-ମୁକୁଟଧାରୀ ହେବା ପାଇଁ ପାଠ ପଢୁଛ । ଯଦି ପାସ୍ ହେବ ତେବେ ନିଶ୍ଚୟ ଦ୍ୱି-ମୁକୁଟଧାରୀ ହେବ । ତଥାପି ସ୍ୱର୍ଗକୁ ତ ନିଶ୍ଚୟ ଯିବ । ତୁମେ ଜାଣିଛ ଯେ ବାବା ତ ସର୍ବଦା ସେହିଠାରେ ହିଁ ରହୁଛନ୍ତି । ହେ ପରମପିତା କହିଲେ ଦୃଷ୍ଟି ନିଶ୍ଚିତ ଉପରକୁ ଚାଲିଯିବ । ଯଦି ସିଏ ପରମପିତା ତେବେ ନିଶ୍ଚିତ ଭାବରେ କିଛି ନା କିଛି ତାଙ୍କର ଅଭିନୟ ଥିବ ନା । ଅଭିନୟ ବର୍ତ୍ତମାନ କରୁଛନ୍ତି । ତାଙ୍କୁ ବାଗବାନ ଅର୍ଥାତ୍ ବଗିଚାର ମାଲିକ ମଧ୍ୟ କୁହାଯାଉଛି । ସିଏ ଆସି କଣ୍ଟାରୁ ଫୁଲ କରୁଛନ୍ତି । ତେଣୁ ତୁମ ସନ୍ତାନମାନଙ୍କୁ ଖୁସି ଲାଗିବା ଉଚିତ୍ । ବାବା ଏହି ପରଦେଶକୁ ଆସିଛନ୍ତି । ଦୂରଦେଶର ନିବାସୀ ଅନ୍ୟ ଦେଶକୁ ଆସିଛନ୍ତି । ତେବେ ଦୂରଦେଶର ନିବାସୀ ତ ବାବା ହିଁ ଅଟନ୍ତି । ଅନ୍ୟ ଆତ୍ମାମାନେ ମଧ୍ୟ ସେହିଠାରେ ରୁହନ୍ତି । ଏଠାକୁ ପୁଣି ଅଭିନୟ କରିବାକୁ ଆସିଥା’ନ୍ତି । ପରଦେଶର ଅର୍ଥ କେହି ହେଲେ ଜାଣିନାହାଁନ୍ତି । ମନୁଷ୍ୟ ତ ଭକ୍ତିମାର୍ଗରେ ଯାହା ଶୁଣୁଛି ତାହାକୁ ସତ୍ୟ ବୋଲି କହିଦେଉଛି । ତୁମ ସନ୍ତାନମାନଙ୍କୁ ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ଆତ୍ମା ଅପବିତ୍ର ହୋଇଗଲେ ଉଡିପାରିବ ନାହିଁ । ପବିତ୍ର ନ ହେଲେ ଘରକୁ ଫେରି ଯାଇପାରିବ ନାହିଁ । ଏକମାତ୍ର ବାବାଙ୍କୁ ହିଁ ପତିତ-ପାବନ ବୋଲି କୁହାଯାଏ । ତାଙ୍କୁ ସଂଗମରେ ହିଁ ଆସିବାକୁ ପଡୁଛି । ତେଣୁ ତୁମେମାନେ କେତେ ଖୁସି ହେବା ଉଚିତ୍ । ବାବା ଆମକୁ ଦ୍ୱିମୁକୁଟଧାରୀ କରାଉଛନ୍ତି । ଏହାଠାରୁ ଉଚ୍ଚ ପଦ ଆଉ କାହାର ନାହିଁ । ବାବା କହୁଛନ୍ତି ମୁଁ ଦ୍ୱି-ମୁକୁଟଧାରୀ ହେଉ ନାହିଁ । ମୁଁ ପର ଦେଶକୁ, ପର ଶରୀରରେ ପ୍ରବେଶ କରି ଥରେ ମାତ୍ର ଆସୁଛି । ଏହି ଦାଦା ମଧ୍ୟ କହୁଛନ୍ତି ମୁଁ ଶିବ ନୁହେଁ । ମୋତେ ତ ଲଖିରାଜ କହୁଥିଲେ, ସମର୍ପଣ ହେବା ପରେ ବାବା ବ୍ରହ୍ମା ନାମ ରଖିଦେଲେ । ଏହାଙ୍କ (ବ୍ରହ୍ମାଙ୍କ) ଶରୀରରେ ପ୍ରବେଶ କରି ଏହାଙ୍କୁ କହିଲେ ଯେ ତୁମେ ନିଜ ଜନ୍ମକୁ ଜାଣିନାହିଁ । ୮୪ ଜନ୍ମର ମଧ୍ୟ ହିସାବ ରହିବା ଦରକାର ନା । ଦୁନିଆରେ ତ ୮୪ ଲକ୍ଷ ଜନ୍ମ କହିଦେଉଛନ୍ତି ଯାହା ବିଲ୍‌କୁଲ୍ ଅସମ୍ଭବ ଅଟେ । ୮୪ ଲକ୍ଷ ଜନ୍ମର ରହସ୍ୟକୁ ବୁଝାଇବା ପାଇଁ ହିଁ ଅନେକ ବର୍ଷ ଲାଗିଯିବ । ମନେ ମଧ୍ୟ ପଡିବ ନାହିଁ । ୮୪ ଲକ୍ଷ ଯୋନିରେ ତ ପଶୁ-ପକ୍ଷୀ ଆଦି ସବୁ ଆସିଯାଉଛନ୍ତି । ମନୁଷ୍ୟ ଜନ୍ମ ଦୁର୍ଲଭ ବୋଲି ଗାୟନ ରହିଛି । ଜୀବଜନ୍ତୁ ଜ୍ଞାନକୁ ବୁଝିପାରିବେ ନାହିଁ । ତୁମକୁ ବାବା ଆସି ପାଠ ପଢାଉଛନ୍ତି । ନିଜେ କହୁଛନ୍ତି ମୁଁ ରାବଣ ରାଜ୍ୟକୁ ଆସୁଛି । ମାୟା ତୁମକୁ କେତେ ପଥରବୁଦ୍ଧି କରିଦେଇଛି । ଏବେ ବାବା ତୁମକୁ ପାରସବୁଦ୍ଧି କରୁଛନ୍ତି । ପତନ କଳାରେ ଆସି ତୁମେମାନେ ପଥରବୁଦ୍ଧି ହୋଇଯାଇଛ । ଏବେ ପୁଣି ବାବା ଆରୋହଣ କଳାକୁ ନେଇଯାଉଛନ୍ତି, ସମସ୍ତେ ତ କ୍ରମାନ୍ୱୟରେ ରହିଛନ୍ତି ନା । ପ୍ରତ୍ୟେକଙ୍କୁ ନିଜର ପୁରୁଷାର୍ଥ ଆଧାରରେ ବୁଝିବାକୁ ହେବ । ମୁଖ୍ୟ କଥା ହେଉଛି ବାବାଙ୍କର ସ୍ମ୍ମୃତି । ରାତ୍ରିରେ ଶୋଇବା ସମୟରେ ମଧ୍ୟ ଏହି ଖିଆଲ କର - ବାବା ମୁଁ ଆପଣଙ୍କର ସ୍ମୃତିରେ ଶୋଇଯାଉଛି ଅର୍ଥାତ୍ ମୁଁ ଏହି ଶରୀରକୁ ତ୍ୟାଗ କରି ଆପଣଙ୍କ ପାଖକୁ ଯାଉଛି । ଏହିପରି ବାବାଙ୍କୁ ମନେ ପକାଇ ପକାଇ ଶୋଇଯାଅ ତେବେ ଦେଖ କେତେ ମଜା ଲାଗୁଛି । ସମ୍ଭବତଃ ସାକ୍ଷାତ୍‌କାର ମଧ୍ୟ ହୋଇପାରେ । କିନ୍ତୁ ଏହି ସାକ୍ଷାତ୍‌କାରରେ ଖୁସି ହେବା ଉଚିତ୍ ନୁହେଁ । ବାବା ମୁଁ ତ ଆପଣଙ୍କୁ ହିଁ ମନେ ପକାଉଛି । ଆପଣଙ୍କ ନିକଟକୁ ଯିବାକୁ ଚାହୁଁଛି । ଏହିପରି ବାବାଙ୍କୁ ମନେ ପକାଇ ପକାଇ ତୁମେ ବହୁତ ଆରାମରେ ଚାଲିଯିବ । ସୂକ୍ଷ୍ମଲୋକକୁ ମଧ୍ୟ ଚାଲିଯାଇପାରିବ । ବ୍ରହ୍ମଲୋକକୁ ତ ଯାଇପାରିବ ନାହିଁ । ଏବେ ଘରକୁ ଫେରିବାର ସମୟ ଆସି ନାହିଁ! ହଁ, ବିନ୍ଦୁର ସାକ୍ଷାତ୍‌କାର ହେଲା ପୁଣି ଛୋଟ-ଛୋଟ ଆତ୍ମାମାନଙ୍କର ବୃକ୍ଷ ଦେଖାଯିବ । ଯେପରି ତୁମକୁ ବୈକୁଣ୍ଠର ସାକ୍ଷାତ୍‌କାର ହୋଇଥାଏ ନା । ଏପରି ନୁହେଁ, ସାକ୍ଷାତ୍‌କାର ହେଲେ ତୁମେ ବେକୁଣ୍ଠକୁ ଚାଲିଯିବ । ନା, ସେଥିପାଇଁ ତ ପୁଣି ମେହନତ କରିବାକୁ ପଡିବ । ତୁମକୁ ବୁଝାଯାଉଛି ଯେ ତୁମେ ପ୍ରଥମେ ପ୍ରଥମେ ଶାନ୍ତିଧାମକୁ ଯିବ । ସବୁ ଆତ୍ମା ମାନେ ଅଭିନୟ କରିବାରୁ ମୁକ୍ତ ହୋଇଯିବେ । ଯେପର୍ଯ୍ୟନ୍ତ ଆତ୍ମା ପବିତ୍ର ନ ହୋଇଛି ସେପର୍ଯ୍ୟନ୍ତ ଯାଇପାରିବ ନାହିଁ । ବାକି ସାକ୍ଷାତ୍‌କାରରୁ କିଛି ବି ମିଳେ ନାହିଁ । ମୀରାଙ୍କୁ ସାକ୍ଷାତ୍‌କାର ହେଲା ତେବେ କ’ଣ ବୈକୁଣ୍ଠକୁ ଚାଲିଗଲେ କି! ବୈକୁଣ୍ଠ ତ ସତ୍ୟଯୁଗରେ ହିଁ ହେବ । ଏବେ ତୁମେ ବୈକୁଣ୍ଠର ମାଲିକ ହେବା ପାଇଁ ପ୍ରସ୍ତୁତ ହେଉଛ । ବାବା ଧ୍ୟାନରେ ଏତେ ଯିବାକୁ ଦେଉ ନାହାଁନ୍ତି କାହିଁକି ନା ତୁମକୁ ତ ପାଠ ପଢିବାକୁ ହେବ ନା । ବାବା ଆସି ପାଠପଢାଇ, ସମସ୍ତଙ୍କର ସଦ୍‌ଗତି କରୁଛନ୍ତି । ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ । ବାକି ଅସୁର ଏବଂ ଦେବତାମାନଙ୍କର ଲଢେଇ ତ’ କେବେ ହୁଏ ନାହିଁ । ଦୁନିଆର ମନୁଷ୍ୟମାନେ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି, କାହିଁକି ନା ତୁମ ପାଇଁ ନୂଆ ଦୁନିଆ ଦରକାର । ବାକି ତୁମର ମାୟା ସହିତ ଲଢେଇ ହେଉଛି । ତୁମେ ହେଉଛ ବହୁତ ପ୍ରସିଦ୍ଧ ଯୋଦ୍ଧା କିନ୍ତୁ କେହିହେଲେ ଜାଣି ନାହାଁନ୍ତି ଯେ ଦେବୀମାନଙ୍କର ଏତେ ଗାୟନ କାହିଁକି କରାଯାଉଛି । ଏବେ ତୁମେ ଭାରତକୁ ଯୋଗବଳ ଦ୍ୱାରା ସ୍ୱର୍ଗ କରୁଛ । ତୁମକୁ ଏବେ ବାବା ମିଳିଯାଇଛନ୍ତି । ତୁମକୁ ବାବା ବୁଝାଇ ଚାଲିଛନ୍ତି - ଜ୍ଞାନ ଦ୍ୱାରା ନୂଆ ଦୁନିଆ ଜିନ୍ଦାବାଦ ହେଉଛି । ଏହି ଲକ୍ଷ୍ମୀ-ନାରାୟଣ ନୂଆ ଦୁନିଆର ମାଲିକ ଥିଲେ ନା । ଏବେ ଦୁନିଆ ପୁରୁଣା ହୋଇଯାଇଛି । ପୁରୁଣା ଦୁନିଆର ବିନାଶ ପୂର୍ବରୁ ମଧ୍ୟ ମୁଶଳ ଦ୍ୱାରା ହିଁ ହୋଇଥିଲା । ମହାଭାରତ ଲଢେଇ ଲାଗିଥିଲା । ସେ ସମୟରେ ବାବା ରାଜଯୋଗ ମଧ୍ୟ ଶିଖାଇଥିଲେ । ଏବେ ପ୍ରକୃତରେ ବାବା ରାଜଯୋଗ ଶିଖାଉଛନ୍ତି ନା । ବାବା ହିଁ ତୁମକୁ ସତ୍ୟ ବତାଉଛନ୍ତି । ସତ୍ୟ ବାବା ଆସୁଛନ୍ତି ତେଣୁ ତୁମେ ସର୍ବଦା ଖୁସିରେ ନୃତ୍ୟ କରୁଛ । ଏହା ହେଉଛି ଜ୍ଞାନ ନୃତ୍ୟ । ତେବେ ଯେଉଁମାନେ ଜ୍ଞାନ ନୃତ୍ୟର ସୌଖିନ ଅଟନ୍ତି, ସେମାନେ ହିଁ ସମ୍ମୁଖରେ ବସିବା ଉଚିତ୍ । ଯେଉଁମାନେ ବୁଝି ପାରୁନଥିବେ ସେମାନେ ହାଇମାରିବେ । ଜଣାପଡିଯାଏ, ଇଏ କିଛି ବି ବୁଝୁ ନାହାଁନ୍ତି । ଜ୍ଞାନକୁ ନ ବୁଝିପାରିଲେ ଇଆଡେ-ସିଆଡେ ଦେଖୁଥିବେ । ବାବା ବ୍ରାହ୍ମଣୀଙ୍କୁ ମଧ୍ୟ କହିବେ ତୁମେ କାହାକୁ ସାଥୀରେ ନେଇ ଆସିଛ । ଯିଏ ଶିଖୁଛନ୍ତି ଏବଂ ଅନ୍ୟମାନଙ୍କୁ ଶିଖାଉଛନ୍ତି ସେହି ମାନଙ୍କୁ ସମ୍ମୁଖରେ ବସିବା ଉଚିତ୍ । ସେମାନଙ୍କୁ ଖୁସିର ଅନୁଭବ ମଧ୍ୟ ହେବ । କହିବେ ଆମେ ମଧ୍ୟ ନୃତ୍ୟ କରିବୁ । ଏହା ହେଉଛି ଜ୍ଞାନନୃତ୍ୟ । ଶ୍ରୀକୃଷ୍ଣ ତ ନା ଜ୍ଞାନ ଶୁଣାଇଥିଲେ ନା ନୃତ୍ୟ କରିଥିଲେ । ମୁରଲୀ ତ ଏହି ଜ୍ଞାନର ଅଟେ ନା । ତେଣୁ ବାବା ବୁଝାଉଛନ୍ତି - ରାତ୍ରିରେ ଶୋଇବା ସମୟରେ ବାବାଙ୍କୁ ମନେ ପକାଇବା ସହିତ ଚକ୍ରକୁ ବୁଦ୍ଧିରେ ମନେପକାଉଥାଅ । ବାବା ବର୍ତ୍ତମାନ ମୁଁ ଏହି ଶରୀରକୁ ଛାଡି ଆପଣଙ୍କ ନିକଟକୁ ଯାଉଛି । ଏହିପରି ମନେ ପକାଇ ପକାଇ ଶୋଇଯାଅ, ତା’ପରେ ଦେଖ କ’ଣ ହେଉଛି । ଆଗରୁ ଯୋଗ ସମୟରେ ଶ୍ମଶାନ ଭଳି ବାତାବରଣ ସୃଷ୍ଟି କରାଯାଉଥିଲା, ସେହି ସମୟରେ କେହି ତ ବିଲ୍‌କୁଲ୍ ଶାନ୍ତିଧାମର ସ୍ଥିତିରେ ସ୍ଥିତ ହୋଇଯାଉଥିଲେ, ଆଉ କେହି ସ୍ୱର୍ଗରେ ରାସ କରୁଥିଲେ । ଯିଏ ବାବାଙ୍କୁ ଜାଣି ହିଁ ନାହାଁନ୍ତି ସେ କିପରି ତାଙ୍କୁ ମନେ ପକାଇ ପାରିବେ । ମନୁଷ୍ୟମାନେ ବାବାଙ୍କୁ ଜାଣି ହିଁ ନାହାଁନ୍ତି ତେବେ ବାବାଙ୍କୁ କିପରି ମନେପକାଇବେ, ସେଥିପାଇଁ ବାବା କହୁଛନ୍ତି ମୁଁ ଯିଏ, ଯେପରି ଅଟେ ମୋତେ କେହି ହେଲେ ବି ଜାଣି ନାହାଁନ୍ତି ।

ଏବେ ତୁମେ କେତେ କଥା ବୁଝିଗଲଣି । ତୁମେ ହେଉଛ ଗୁପ୍ତ ଯୋଦ୍ଧା । ଯୋଦ୍ଧା ନାମ ଶୁଣି ଦେବୀମାନଙ୍କୁ ପୁଣି ତରବାରୀ ଧନୁ ଆଦି ଦେଇ ଦେଇଛନ୍ତି । ତୁମେ ଯୋଗବଳର ଯୋଦ୍ଧା ଅଟ । ଯୋଗବଳ ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ । ବାହୁବଳ ଦ୍ୱାରା ଯେତେ ଚେଷ୍ଟା କଲେ ମଧ୍ୟ କେହି ଜିତିପାରିବେ ନାହିଁ । ଭାରତର ଯୋଗ ପ୍ରସିଦ୍ଧ ଅଟେ । ଏହି ଯୋଗ ବାବା ହିଁ ଆସି ଶିଖାଉଛନ୍ତି । ଏ କଥା ମଧ୍ୟ କାହାକୁ ଜଣା ନାହିଁ । ତେଣୁ ଉଠିବା-ବସିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଉଥାଅ । କହୁଛନ୍ତି ଯୋଗ ଲାଗୁନାହିଁ । ଯୋଗ ଶବ୍ଦକୁ ଭୁଲିଯାଅ । ପିଲାମାନେ ନିଜର ପିତାଙ୍କୁ ମନେ ପକାଇଥା’ନ୍ତି ନା । ସେହିପରି ଶିବବାବା କହୁଛନ୍ତି, ମୋତେ ମନେ ପକାଅ । ମୁଁ ହିଁ ସର୍ବଶକ୍ତିମାନ୍‌, ମୋତେ ମନେ ପକାଇବା ଦ୍ୱାରା ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ଯେତେବେଳେ ସତ୍ତ୍ୱପ୍ରଧାନ ହୋଇଯିବ ସେତେବେଳେ ଆତ୍ମାମାନଙ୍କର ବରଯାତ୍ରୀ ବାହାରିବ । ଯେପରି ମହୁମାଛିଙ୍କର ଦଳ ବାହାରିଥାଏ ନା । ସେହିପରି ଏହା ହେଉଛି ଶିବବାବାଙ୍କର ବରଯାତ୍ରୀ । ଶିବବାବାଙ୍କ ପଛରେ ସବୁ ଆତ୍ମା ମଶା ସଦୃଶ ଦୌଡିବେ । ବାକି ଶରୀର ସବୁ ସମାପ୍ତ ହୋଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ରାତିରେ ଶୋଇବା ପୂର୍ବରୁ ବାବାଙ୍କ ସହିତ ମିଠା-ମିଠା କଥାବାର୍ତ୍ତା କରିବାକୁ ହେବ, ବାବା ମୁଁ ଏହି ଶରୀରକୁ ଛାଡି ଆପଣଙ୍କ ପାଖକୁ ଆସୁଛି, ଏହିପରି ବାବାଙ୍କୁ ମନେପକାଇ ଶୋଇବାକୁ ହେବ । ଏଥିରେ ମୁଖ୍ୟ ହେଉଛି ଯୋଗ, ଯୋଗବଳ ଦ୍ୱାରା ହିଁ ପାରସବୁଦ୍ଧି ହେବ ।

(୨) ୫ ବିକାରର ରୋଗରୁ ମୁକ୍ତ ହେବା ପାଇଁ ଦେହୀ-ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କରିବାକୁ ହେବ । ଅସରନ୍ତି ଖୁସିରେ ହି ଜ୍ଞାନର ନୃତ୍ୟ କରିବାକୁ ହେବ । କ୍ଲାସ୍‌ରେ ସୁସ୍ତି ଅର୍ଥାତ୍ ଆଳସ୍ୟର ବାତାବରଣ ଖେଳାଇବାର ନାହିଁ ।

ବରଦାନ:-
ସେବା ଦ୍ୱାରା ଅନେକ ଆତ୍ମାମାନଙ୍କର ଆଶୀର୍ବାଦ ପ୍ରାପ୍ତ କରି ସର୍ବଦା ଆଗକୁ ବଢୁଥିବା ମହାଦାନୀ ଭବ ।

ମହାଦାନୀ ହେବା ଅର୍ଥ ଅନ୍ୟମାନଙ୍କର ସେବା କରିବା ଏବଂ ଅନ୍ୟମାନଙ୍କର ସେବା କରିବା ଦ୍ୱାରା ନିଜର ସେବା ସ୍ୱତଃ ହିଁ ହୋଇଯାଇଥାଏ । ମହାଦାନୀ ହେବା ଅର୍ଥାତ୍ ନିଜକୁ ମାଲାମାଲ କରିବା, ଯେତେ ଆତ୍ମାଙ୍କୁ ସୁଖ, ଶକ୍ତି ଏବଂ ଜ୍ଞାନର ଦାନ କରିବ ସେତିକି ଆତ୍ମାମାନଙ୍କର ପ୍ରାପ୍ତିର ଶବ୍ଦ ବା ଧନ୍ୟବାଦ ଯାହାକି ସେମାନଙ୍କର ଦିଲ୍‌ରୁ ବାହାରିଥାଏ ତାହା ତୁମ ପାଇଁ ଆଶୀର୍ବାଦର ରୂପ ହୋଇଯିବ ଏବଂ ଏହି ଆଶୀର୍ବାଦ ହିଁ ଆଗକୁ ବଢିବାର ସାଧନ ଅଟେ । ତେବେ ଯେଉଁମାନଙ୍କୁ ଏହିଭଳି ଆଶୀର୍ବାଦ ପ୍ରାପ୍ତ ହେଉଥାଏ ସେମାନେ ସର୍ବଦା ଖୁସିରେ ରହିଥାଆନ୍ତି । ତେଣୁ ପ୍ରତିଦିନ ଅମୃତବେଳାରେ ମହାଦାନୀ ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ କର । କୌଣସି ବି ସମୟ ବା ଦିନ ଏଭଳି ନ ହେଉ ଯେଉଁଦିନ ଦାନ କରି ନ ଥିବ ।

ସ୍ଲୋଗାନ:-
ବର୍ତ୍ତମାନର ପ୍ରତ୍ୟକ୍ଷ ଫଳ ଆତ୍ମାକୁ ଉଡିବା କଳାର ଶକ୍ତି ପ୍ରଦାନ କରିଥାଏ ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।

ବାବାଙ୍କର ନିକଟବର୍ତ୍ତୀ ଏବଂ ସମାନ ହେବା ପାଇଁ ଦେହ ଭିତରେ ରହି ବିଦେହୀ ହେବାର ଅଭ୍ୟାସ କର । ଯେପରି କର୍ମାତୀତ ହେବାର ଦୃଷ୍ଟାନ୍ତ ରୂପରେ ସାକାରରେ ବ୍ରହ୍ମାବାବାଙ୍କୁ ଦେଖିଲ ସେହିପରି ନିଜର ପିତାଙ୍କୁ ଅନୁକରଣ କର । ଯେତେବେଳ ପର୍ଯ୍ୟନ୍ତ ଏହି ଦେହ ରହିଛି, କର୍ମେନ୍ଦ୍ରିୟ ମାନଙ୍କ ସହିତ ଏହି କର୍ମକ୍ଷେତ୍ରରେ ପାର୍ଟ କରୁଛ ସେ ପର୍ଯ୍ୟନ୍ତ କର୍ମ କରିବା ସମୟରେ କର୍ମେନ୍ଦ୍ରିୟ ମାନଙ୍କର ଆଧାର ନିଅ ତା’ପରେ ସେମାନଙ୍କଠାରୁ ନିଆରା ହୋଇଯାଅ, ଏହି ଅଭ୍ୟାସ ବିଦେହୀ କରିଦେବ ।