08.12.24 Avyakt Bapdada Odia Murli 13.02.2003 Om Shanti Madhuban
“ବର୍ତ୍ତମାନ ନିଜର ଦୟାଳୁ
ଏବଂ ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର”
ଆଜି ବରଦାତା ପିତା ନିଜର
ଜ୍ଞାନଦାତା, ଶକ୍ତିଦାତା, ଗୁଣଦାତା, ପରମାତ୍ମ ସନ୍ଦେଶବାହକ ପିଲାମାନଙ୍କୁ ଦେଖୁଛନ୍ତି ।
ପ୍ରତ୍ୟେକ ସନ୍ତାନ ମାଷ୍ଟର ଦାତା ହୋଇ ଆତ୍ମାମାନଙ୍କୁ ବାବାଙ୍କ ନିକଟକୁ ଆଣିବା ପାଇଁ ଆନ୍ତରିକତା
ପୂର୍ବକ ଚେଷ୍ଟା କରୁଛନ୍ତି । ବିଶ୍ୱରେ ତ ଅନେକ ପ୍ରକାରର ଆତ୍ମା ଅଛନ୍ତି, ସେମାନଙ୍କ ମଧ୍ୟରୁ
କାହାକୁ ଜ୍ଞାନର ଅମୃତ ଦରକାର, କାହାକୁ ଶକ୍ତି ଦରକାର, କାହାକୁ ଗୁଣ ଦରକାର, ତେବେ ତୁମମାନଙ୍କ
ପାଖରେ ତ ସବୁ ସମ୍ପତ୍ତିର ଅଖଣ୍ଡ ଅର୍ଥାତ୍ ଅସରନ୍ତି ଭଣ୍ଡାର ଅଛି, ତେଣୁ ତୁମେମାନେ ସମସ୍ତଙ୍କର
ମନୋକାମନା ପୂର୍ଣ୍ଣ କରିବାବାଲା ଅଟ । ଦିନକୁ ଦିନ ସମୟ ସମାପ୍ତିର ପାଖାପାଖି ହେଉଥିବା କାରଣରୁ
ଆତ୍ମାମାନେ କୌଣସି ନା କୌଣସି ନୂଆ ସାହାରା ଖୋଜିବାରେ ଲାଗିଛନ୍ତି । ତେବେ ତୁମେମାନେ ସେମାନଙ୍କୁ
ନୂଆ ସାହାରା ଦେବାର ନିମିତ୍ତ ଅଟ । ବାପଦାଦା ମଧ୍ୟ ପିଲାମାନଙ୍କର ଉମଙ୍ଗ-ଉତ୍ସାହକୁ ଦେଖି ଖୁସି
ହେଉଛନ୍ତି । ଗୋଟିଏ ପଟେ ଆବଶ୍ୟକ ମଧ୍ୟ ଅଟେ ଏବଂ ଦ୍ୱିତୀୟ ପଟେ ଉମଙ୍ଗ-ଉତ୍ସାହ ମଧ୍ୟ ଅଛି । ତେବେ
ଆବଶ୍ୟକତା ସମୟରେ ଗୋଟିଏ ବୁନ୍ଦାର ମଧ୍ୟ ମହତ୍ୱ ଥାଏ । ତେଣୁ ବର୍ତ୍ତମାନ ସମୟରେ ତୁମମାନଙ୍କ
ଦ୍ୱାରା ମିଳିଥିବା ପ୍ରଭୁ ସନ୍ଦେଶ ରୂପୀ ଆଞ୍ଜୁଳୀର ମଧ୍ୟ ମହତ୍ୱ ରହିଛି ।
ତେବେ ବର୍ତ୍ତମାନ ସମୟ
ହିଁ ତୁମମାନଙ୍କର ଦୟାଳୁ ତଥା ଦାତା ସ୍ୱରୂପର ପ୍ରତ୍ୟକ୍ଷ ହେବାର ସମୟ । ତୁମ ବ୍ରାହ୍ମଣ
ଆତ୍ମାମାନଙ୍କର ଅନାଦି ସ୍ୱରୂପରେ ମଧ୍ୟ ଦାତା ପଣିଆର ସଂସ୍କାର ଭରି ରହିଛି । ସେଥିପାଇଁ କଳ୍ପ
ବୃକ୍ଷର ଚିତ୍ରରେ ତୁମମାନଙ୍କୁ ବୃକ୍ଷର ମୂଳ ବା ଚେର ରୂପରେ ଦର୍ଶାଯାଇଛି କାହିଁକି ନା ଚେର
ମାଧ୍ୟମରେ ହିଁ ସାରା ବୃକ୍ଷକୁ ସବୁ କିଛି ପ୍ରାପ୍ତ ହୋଇଥାଏ । ତୁମମାନଙ୍କର ଆଦି ସ୍ୱରୂପ ଦେବତା
ସ୍ୱରୂପ ଅଟେ ଯାହାର ଅର୍ଥ ହେଲା ଦେବତା ଅର୍ଥାତ୍ ଦେବାବାଲା । ତୁମମାନଙ୍କର ମଧ୍ୟ କାଳର ସ୍ୱରୂପ
ପୂଜ୍ୟ ପଦର ଚିତ୍ରରେ ମଧ୍ୟ ତୁମମାନଙ୍କୁ ବରଦାନ ତଥା ଆଶୀର୍ବାଦର ଦାତା ରୂପରେ ଦେଖାଇଛନ୍ତି ।
ତେଣୁ ତୁମମାନଙ୍କର ବିଶେଷ ରୂପ ହିଁ ଦାତାପଣିଆର ସ୍ୱରୂପ ଅଟେ । ତେଣୁ ତୁମେ ଆତ୍ମାମାନେ
ବର୍ତ୍ତମାନ ସମୟରେ ମଧ୍ୟ ପରମାତ୍ମା ସନ୍ଦେଶ ବାହକ ହୋଇ ସାରା ବିଶ୍ୱରେ ବାବାଙ୍କର ପ୍ରତ୍ୟକ୍ଷତାର
ସନ୍ଦେଶ ପ୍ରଚାର କରୁଛ । ତେଣୁ ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନ ନିଜେ ନିଜକୁ ଚେକ୍ କର ଯେ ଅନାଦି
ଏବଂ ଆଦି ଦାତାପଣିଆର ସଂସ୍କାର ପ୍ରତ୍ୟେକଙ୍କ ଜୀବନରେ ସର୍ବଦା ଜାଗ୍ରତ ରୂପରେ ରହୁଛି ତ? ତେବେ
ଦାତାପଣିଆର ସଂସ୍କାର ଥିବା ଆତ୍ମାମାନଙ୍କର ଲକ୍ଷଣ ହେଲା - ସେମାନେ କେବେ ବି ଏହିଭଳି ସଂକଳ୍ପ
ମଧ୍ୟ କରିପାରିବେ ନାହିଁ ଯେ ମୋତେ ଯଦି କେହି କିଛି ଦେବ ତେବେ ଯାଇ ମୁଁ ଦେବି ବା କେହି ମୋ ପାଇଁ
କିଛି କରିଲେ ମୁଁ ମଧ୍ୟ ତା’ ପାଇଁ କରିବି, ନା । ତୁମର ଭଣ୍ଡାର ତ ସର୍ବଦା ଏବଂ ସମସ୍ତଙ୍କ ପାଇଁ
ଖୋଲା ରହିବା ଦରକାର । ତେଣୁ ବାପଦାଦା ଚାରିଆଡର ପିଲାମାନଙ୍କର ଦାତାପଣିଆର ସଂସ୍କାରକୁ ଦେଖୁଥିଲେ
। ତେବେ ସେ କ’ଣ ଦେଖିଥିବେ? ସମସ୍ତେ କ୍ରମାନ୍ୱୟରେ ତ ଅଛନ୍ତି ନା! ତେଣୁ କେବେ ବି ଏଭଳି ସଂକଳ୍ପ
କର ନାହିଁ ଯେ ଏହିଭଳି ହେଲେ ଯାଇ ମୁଁ ଏହିଭଳି କରିବି । ଦାତାପଣିଆର ସଂସ୍କାରଯୁକ୍ତ
ଆତ୍ମାମାନଙ୍କୁ ସବୁଆଡୁ ସହଯୋଗ ମଧ୍ୟ ସ୍ୱତଃ ହିଁ ମିଳିଥାଏ । ତାହା ମଧ୍ୟ କେବଳ ଆତ୍ମମାନଙ୍କ
ଦ୍ୱାରା ନୁହେଁ କିନ୍ତୁ ପ୍ରକୃତି ମଧ୍ୟ ସମୟ ଅନୁସାରେ ସହଯୋଗୀ ହୋଇଯାଏ । ଏହାର ମଧ୍ୟ ଏକ
ସୂକ୍ଷ୍ମ ହିସାବ ରହିଛି ଯାହାକି ଯେଉଁ ଆତ୍ମାମାନେ ସର୍ବଦା ଦାତା ହୋଇଥାଆନ୍ତି ସେମାନଙ୍କୁ
ତାଙ୍କର ପୂଣ୍ୟର ଫଳ ରୂପରେ ଯଥା ସମୟରେ ସହଯୋଗ ତଥା ସଫଳତା ମଧ୍ୟ ସହଜରେ ପ୍ରାପ୍ତ ହୋଇଥାଏ ।
ସେଥିପାଇଁ ସର୍ବଦା ଦାତାପଣିଆର ସଂସ୍କାରକୁ ଜାଗ୍ରତ ଅବସ୍ଥାରେ ରଖ, ତାହା ହେଲେ ପୁଣ୍ୟର ଜମା
ସର୍ବଦା ଗୋଟିଏର ଦଶଗୁଣା ଫଳ ପ୍ରାପ୍ତ କରାଇ ଦେବା । ତେଣୁ ସାରା ଦିନ ଭିତରେ ଚେକ୍ କର ଯେ
ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା, ସମ୍ବନ୍ଧ-ସମ୍ପର୍କ ଦ୍ୱାରା ପୁଣ୍ୟ ଆତ୍ମା ହୋଇ ପୁଣ୍ୟର ଖାତା
କେତେ ଜମା କରିଛି? ମାନସିକ ସେବା ଦ୍ୱାରା ମଧ୍ୟ ପୁଣ୍ୟର ଖାତା ଜମା ହୋଇଥାଏ । ନିଜର ବାଣୀ ଦ୍ୱାରା
କୌଣସି ବି ଦୁର୍ବଳ ଆତ୍ମାକୁ ଖୁସି କରିଦେବା, ଦୁଃଖୀ ଆତ୍ମାକୁ ତା’ର ସ୍ୱାଭିମାନର ସ୍ମରଣ
କରାଇଦେବା, ନିରାଶ ଆତ୍ମାକୁ ନିଜର ବାଣୀ ଦ୍ୱାରା ଉତ୍ସାହିତ କରିଦେବା, ସମ୍ବନ୍ଧ-ସମ୍ପର୍କ ଦ୍ୱାରା
ନିଜର ଶ୍ରେଷ୍ଠ ସଂଗର ରଙ୍ଗର ଅନୁଭବ କରାଇ ଦେବା ଦ୍ୱାରା ମଧ୍ୟ ପୁଣ୍ୟର ଖାତା ଜମା ହୋଇଥାଏ । ତେଣୁ
ଏହି ଜନ୍ମରେ ଏବେ ପୁଣ୍ୟ ଜମା କରୁଛ ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ ସେହି ପୁଣ୍ୟର ଫଳ ଭୋଗ କରୁଛ
ଏବଂ ଆଉ ଅଧାକଳ୍ପ ତୁମମାନଙ୍କର ଜଡ ଚିତ୍ର ପାପି ଆତ୍ମାମାନଙ୍କୁ ବାୟୁମଣ୍ଡଳ ଦ୍ୱାରା ମଧ୍ୟ ପାପରୁ
ମୁକ୍ତ କରିଦେଉଛି ଯାହା ଦ୍ୱାରା ତୁମେ ପତିତ-ପାବନୀ ହୋଇଯାଉଛ । ତେଣୁ ବାପଦାଦା ପ୍ରତ୍ୟେକ
ଆତ୍ମାର ଜମା ହୋଇଥିବା ପୁଣ୍ୟର ଖାତାକୁ ମଝିରେ ମଝିରେ ଦେଖୁଛନ୍ତି ।
ତେଣୁ ବାପଦାଦା
ପିଲାମାନଙ୍କର ବର୍ତ୍ତମାନ ସମୟର ଉମଙ୍ଗ-ଉତ୍ସାହକୁ ଦେଖି ଖୁସି ହେଉଛନ୍ତି । ଅଧିକାଂଶ
ପିଲାମାନଙ୍କ ଭିତରେ ସେବାର ଉମଙ୍ଗ ବହୁତ ଭଲ ରହିଛି । ସମସ୍ତେ ନିଜ ଆଡୁ ସେବାର ଯୋଜନା ଗୁଡିକୁ
ସାକାର କରିବାରେ ଲାଗିପଡିଛନ୍ତି । ସେଥିପାଇଁ ବାପଦାଦା ମଧ୍ୟ ଆନ୍ତରିକ ଅଭିନନ୍ଦନ ହେଉଛନ୍ତି ।
ଏବେ ମଧ୍ୟ ଭଲ ସେବା କରୁଛ ଏବଂ ଆଗକୁ ମଧ୍ୟ ଆହୁରି ଭଲ କରିବ । ତେବେ ସବୁଠାରୁ ଭଲ କଥା ହେଲା ଯେ
ସମସ୍ତଙ୍କର ସଂକଳ୍ପ ଏବଂ ସମୟ ସେବାରେ ବ୍ୟସ୍ତ ରହୁଛି । ପ୍ରତ୍ୟେକଙ୍କ ଭିତରେ ଏହି ଲକ୍ଷ୍ୟ ରହିଛି
ଯେ ଚାରିଆଡେ ସେବା କରି ଏବେ ସମସ୍ତଙ୍କର ଉଲୁଗୁଣାକୁ ସମାପ୍ତ କରିବାକୁ ହେବ ।
ତେଣୁ ବ୍ରାହ୍ମଣମାନଙ୍କର
ଦୃଢ ସଂକଳ୍ପରେ ମଧ୍ୟ ବହୁତ ଶକ୍ତି ରହିଛି । ଯଦି ବ୍ରାହ୍ମଣ ଆତ୍ମା କୌଣସି ଦୃଢ ସଂକଳ୍ପ କରିବ
ତେବେ କ’ଣ ନ ହୋଇପାରିବ! ସବୁ କିଛି ସମ୍ଭବ ହୋଇଯିବ, କେବଳ ନିଜର ଯୋଗକୁ ଜ୍ୱାଳା ସ୍ୱରୂପ କର ।
ଯଦି ତୁମମାନଙ୍କର ଯୋଗ ଜ୍ୱାଳା ସ୍ୱରୂପ ହୋଇଯିବ ତେବେ ଜ୍ୱାଳା ରୂପକୁ ଦେଖି ଆତ୍ମାମାନେ ଆପେ ଆପେ
ଆସିଯିବେ କାହିଁକି ନା ଜ୍ୱାଳା ଅର୍ଥାତ୍ ଆଲୋକ ମିଳିବା ଦ୍ୱାରା ସେମାନଙ୍କୁ ପ୍ରକୃତ ରାସ୍ତା
ଦେଖାଯିବ । ଏବେ ତୁମେମାନେ ଯୋଗ ତ କରୁଛ କିନ୍ତୁ ତୁମର ଯୋଗ ଜ୍ୱାଳାରୂପ ହେବା ଦରକାର । ସେବାର
ଉମଙ୍ଗ-ଉତ୍ସାହର ବହୁତ ଭଲ ବୃଦ୍ଧି ହେଉଛି କିନ୍ତୁ ଯୋଗରେ ଜ୍ୱାଳା ସ୍ୱରୂପ ସ୍ଥିତିରେ ସ୍ଥିତ ହେବା
ଉପରେ ଏବେ ଅଧିକ ଗୁରୁତ୍ୱ ଦେବା ଦରକାର । ତୁମମାନଙ୍କ ଦୃଷ୍ଟିରେ ଏଭଳି ଝଲକ ଆସିଲେ ଯାହାକି ତୁମର
ଦୃଷ୍ଟି ଦ୍ୱାରା କୌଣସି ନା କୌଣସି ଅନୁଭୂତି ହେବାର ଅନୁଭବ କରନ୍ତୁ ।
ବାପଦାଦାଙ୍କ ବିଦେଶରେ
ଯେଉଁମାନେ କଲ୍ ଅଫ୍ ଟାଇମ୍ ସମୟର ଆହ୍ୱାନ କାର୍ଯ୍ୟକ୍ରମର ସେବା କରିଥିଲେ ତା’ର ବିଧି ବହୁତ ଭଲ
ଲାଗିଲା ଯାହାକି ଗୋଟିଏ ଛୋଟିଆ ସଂଗଠନକୁ ପାଖକୁ ଆଣିପାରିଛନ୍ତି । ଏହିଭଳି ପ୍ରତ୍ୟେକ ଜୋନ୍ ଏବଂ
ପ୍ରତ୍ୟେକ ସେଣ୍ଟର ଅଲଗା ଅଲଗା ସେବା ତ କରୁଛ କିନ୍ତୁ ସବୁ ପ୍ରକାରର ବର୍ଗବାଲାଙ୍କର କୌଣସି
ସଂଗଠନ କର । ବାପଦାଦା ପୂର୍ବରୁ ମଧ୍ୟ କହିଥିଲେ ଯେ ଭିନ୍ନ ଭିନ୍ନ ପ୍ରକାରର ସେବା ତ ବହୁତ ଅଛି
କିନ୍ତୁ ସବୁ ପ୍ରକାରର ସେବାରୁ କିଛି ନିକଟ ସମ୍ବନ୍ଧରେ ଥିବା ଯୋଗ୍ୟ ଆତ୍ମାମାନଙ୍କର ସଂଗଠନ ତିଆରି
ବାହାର କର ଏବଂ ସମୟ ସମୟରେ ସେହି ସଂଗଠନ ସହିତ ସମ୍ପର୍କ ଯୋଡିବାର କାର୍ଯ୍ୟକ୍ରମ ରଖ ଏବଂ
ସେମାନଙ୍କ ଭିତରେ ସେବା କରିବାର ଉମଙ୍ଗ-ଉତ୍ସାହ ବୃଦ୍ଧି କର । ବାପଦାଦା ଦେଖୁଛନ୍ତି ଯେ ଏହିଭଳି
ଆତ୍ମାମାନେ ମଧ୍ୟ ବହୁତ ଅଛନ୍ତି କିନ୍ତୁ ଏବେ ସେମାନଙ୍କୁ ସଂଗଠିତ ରୂପରେ କୌଣସି ଶକ୍ତିଶାଳୀ
ପାଳନା ମିଳିପାରୁ ନାହିଁ । ଅଲଗା ଅଲଗା ଭାବରେ ଯଥା ଶକ୍ତି ପାଳନା ମଧ୍ୟ ମିଳୁଛି କିନ୍ତୁ ସଂଗଠନ
ଭିତରେ ପରସ୍ପରକୁ ଦେଖିବା ଦ୍ୱାରା ମଧ୍ୟ ଉମଙ୍ଗ-ଉତ୍ସାହ ସୃଷ୍ଟି ହୋଇଥାଏ, ଇଏ ଯଦି ଏହିଭଳି
କରୁଛନ୍ତି ତେବେ ମୁଁ ମଧ୍ୟ କରିପାରିବି ବା ନିଶ୍ଚିତ କରିବି, ଏହିଭଳି ଉତ୍ସାହ ଆସିଥାଏ । ତେଣୁ
ବାପଦାଦା ଏବେ ସଂଗଠିତ ସେବାର ପ୍ରତ୍ୟକ୍ଷ ସ୍ୱରୂପ ଦେଖିବାକୁ ଚାହୁଁଛନ୍ତି । ମେହନତ ମଧ୍ୟ ବହୁତ
ଭଲ କରୁଛ, ସମସ୍ତେ ନିଜ ନିଜ ବର୍ଗର, ନିଜ ନିଜ ଅଞ୍ଚଳର, ଜୋନ୍ର, ସେଣ୍ଟରର ସେବା ମଧ୍ୟ କରୁଛ
ତେଣୁ ବାପଦାଦା ମଧ୍ୟ ଖୁସି ହେଉଛନ୍ତି କିନ୍ତୁ ଏବେ କିଛି ନା କିଛି ସମ୍ମୁଖକୁ ଆଣ । ତେବେ ଘର
ଗୃହସ୍ଥ ଭିତରେ ରହୁଥିବା ପିଲାମାନଙ୍କର ଉମଙ୍ଗ-ଉତ୍ସାହ ମଧ୍ୟ ବାପଦାଦାଙ୍କ ପାଖରେ ପହଞ୍ଚୁଛି ଏବଂ
ଡବଲ ବିଦେଶୀମାନେ ଡବଲ କାର୍ଯ୍ୟ ଭିତରେ ରହୁଥିଲେ ମଧ୍ୟ ସେବାରେ ଏବଂ ନିଜର ପୁରୁଷାର୍ଥରେ
ଉମଙ୍ଗ-ଉତ୍ସାହ ବହୁତ ଭଲ ରଖିଛନ୍ତି । ଏହାକୁ ଦେଖି ବାପଦାଦା ଖୁସି ହେଉଛନ୍ତି ।
ତେବେ ବିଦେଶର ବ୍ରାହ୍ମଣ
ପିଲାମାନେ ବର୍ତ୍ତମାନର ବାୟୁମଣ୍ଡଳ ଅର୍ଥାତ୍ ପରିସ୍ଥିତିକୁ ଦେଖି ଭୟ କରୁ ନାହଁ ତ? କାଲିକୁ କ’ଣ
ହେବ କ’ଣ ନାହିଁ.... ଏଭଳି ଭାବୁ ନାହଁ ତ? ତେବେ କାଲି ମଧ୍ୟ ଭଲ ହେବ, ଏବେ ମଧ୍ୟ ଭଲ ହେଉଛି ଏବଂ
ଆଗକୁ ମଧ୍ୟ ଭଲ ହିଁ ହେବ । କାରଣ ଦୁନିଆରେ ଯେତେ ଅଧିକ ହଲ୍ଚଲ୍ ହେବ ସେହି ଅନୁସାରେ ତୁମ
ବ୍ରାହ୍ମର ଆତ୍ମାମାନଙ୍କର ସ୍ଥିତି ମଧ୍ୟ ସେତିକି ଅଚଳ ହେଉଥିବ । କ’ଣ ଏହା ଠିକ୍ କଥା ନା! ଡବଲ
ବିଦେଶୀମାନେ ହଲଚଲ୍ ହେଉଛ ନା ଅଚଳ ଅଛ? ଅଚଳ ଅଛ ତ? ହଲଚଲ୍ ଭିତରେ ରହୁ ନାହଁ ତ? ତେବେ ଯେଉଁମାନେ
ସର୍ବଦା ଅଚଳ ସ୍ଥିତିରେ ରହୁଛନ୍ତି ସେମାନେ ହାତ ଉଠାଅ । କ’ଣ ଅଚଳ ରହୁଛ ତ? କାଲି ଯଦି କିଛି
ଅଘଟଣ ହୋଇଯିବ ତେବେ ବି ଅଚଳ ରହିବ ତ? କ’ଣ ହେବ, କିଛି ବି ହେବ ନାହିଁ । କାରଣ ବ୍ରାହ୍ମଣ
ପିଲାମାନଙ୍କ ଉପରେ ପରମାତ୍ମାଙ୍କର ଛତ୍ରଛାୟା ରହିଛି । ଯେପରି କୌଣସି ବି ୱାଟରପ୍ରୃଫ୍ ବସ୍ତୁକୁ
ଯେତେ ବି ପାଣିରେ ବୁଡାଇ ରଖିଲେ ସେଥିରେ ପାଣି ଲାଗିବ ନାହିଁ, ସେହିପରି ଦୁନିଆରେ ଯେତେ ବି ହଲଚଲ୍
ହେଉଥାଉ କିନ୍ତୁ ବ୍ରାହ୍ମଣ ଆତ୍ମାମାନେ ପରମାତ୍ମାଙ୍କର ଛତ୍ରଛାୟା ତଳେ ସର୍ବଦା ସୁରକ୍ଷିତ ରହିବେ
। କାହିଁକି ନା ଚିନ୍ତାମୁକ୍ତ ସମ୍ରାଟ ଅଟ ନା! ନା କିଛି କିଛି ଚିନ୍ତା ରହୁଛି, କ’ଣ ହେବ, କ’ଣ
ନାହିଁ? ନା, ସର୍ବଦା ନିଶ୍ଚିନ୍ତ । ସର୍ବଦା ସ୍ୱରାଜ୍ୟ ଅଧିକାରୀ ହୋଇ ଚିନ୍ତାମୁକ୍ତ ସମ୍ରାଟ ହୋଇ,
ଅଚଳ-ଅଟଳ ଆସନ ଉପରେ ସ୍ଥିତ ରୁହ । ଆସନରୁ ତଳକୁ ଓହ୍ଲାଅ ନାହିଁ । ଯଦି କେବେ ବି ହଲ୍ଚଲ୍ରେ
ଆସୁଛ ତେବେ ନିଶ୍ଚିତ ଅଚଳ ଆସନ ଉପରେ ସ୍ଥିତ ରହୁ ନାହଁ । କାରଣ ସ୍ୱମାନ ରୂପୀ ଅଚଳ ଆସନ ଉପରେ
ଯେଉଁମାନେ ସ୍ଥିତ ରହିଥିବେ ସେମାନେ ସ୍ୱପ୍ନରେ ମଧ୍ୟ ହଲଚଲ୍ ହୋଇପାରିବେ ନାହିଁ ।
ତେଣୁ ମାତାମାନେ କ’ଣ
ଭାବୁଛ? ଆସନ ଉପରେ ଠିକ୍ ଭାବରେ ସେଟ୍ ହେବା ବସିବା ଜଣା ଅଛି ତ? ଆସନ ଟଳମଳ ହେଉ ନାହିଁ ତ?
ବାପଦାଦା ତୁମ ସହିତ ଯୁଗଳ ଅଟନ୍ତି । ଯେବେ କି ସ୍ୱୟଂ ସର୍ବଶକ୍ତିବାନ ତୁମ ସାଥୀରେ ଅଛନ୍ତି ତେଣୁ
ତୁମର ଡର କ’ଣ! ଯଦି ନିଜକୁ ଏକା ବୋଲି ଭାବିବ ତେବେ ହଲ୍ଚଲ୍ରେ ଆସିବ । ଯଦି ଯୁଗଳ ହୋଇ ରହିବ
ତେବେ ଦୁନିଆରେ ଯେତେ ବି ହଲ୍ଚଲ୍ ହେଉ ନା କାହିଁକି ତୁମେ ସର୍ବଦା ଅଚଳ ରହିବ । କ’ଣ ଏହା ଠିକ୍
କଥା ନା ମାତାମାନେ? ଠିକ୍ ଅଛି ନା, ଯୁଗଳ ଅଟ ନା? ଏକୁଟିଆ ତ ନୁହେଁ ନା? ଯଦି ତୁମେ ନିଜର
ସ୍ୱମାନର ଆସନ ଉପରେ ବସି ରହିଥିବ ତେବେ ବାବା ତୁମର ଦାୟିତ୍ୱ ନେବେ, ଯଦି ଆସନରୁ ତଳକୁ ଆସିଯିବ
ତେବେ ତୁମ ଦାୟିତ୍ୱ ତୁମ ଉପରେ ରହିବ ।
ଯଦି ଆତ୍ମାମାନଙ୍କୁ
ସନ୍ଦେଶ ଦ୍ୱାରା ଆଞ୍ଜୁଳୀ ଦେଇ ଚାଲିବ ତେବେ ସର୍ବଦା ଦାତା ସ୍ୱରୂପରେ ସ୍ଥିତ ରହିବ ଏବଂ
ଦାତାପଣିଆର ପୁଣ୍ୟର ଫଳ ରୂପରେ ଶକ୍ତି ମିଳିବାକୁ ଲାଗିବ । ତେଣୁ ଚାଲିବା ବୁଲିବା ସମୟରେ ନିଜକୁ
ମୁଁ ଆତ୍ମା ନିର୍ଦ୍ଦେଶକର୍ତ୍ତା ଅଟେ ଏବଂ ଏହି କର୍ମେନ୍ଦ୍ରିୟ ଗୁଡିକ ମୋର କର୍ମଚାରୀ ଅଟନ୍ତି,
ଏହିଭଳି ଆତ୍ମିକ ସ୍ମୃତିର ଅନୁଭବ ସର୍ବଦା ଜାଗ୍ରତ ରୂପରେ ରହିଥାଉ, ଏମିତି ଭାବ ନାହିଁ ଯେ ମୁଁ ତ
ଆତ୍ମା ହିଁ ଅଟେ, ନା ଏହା ସର୍ବଦା ସ୍ମୃତିରେ ଜାଗ୍ରତ ରହିବା ଦରକାର । ସୁପ୍ତ ରୂପରେ ତ ରହୁଛି
କିନ୍ତୁ ଜାଗ୍ରତ ରୂପରେ ରହିବା ଦ୍ୱାରା ସେହିଭଳି ନିଶା, ସେହିଭଳି ଖୁସି ଏବଂ
କର୍ମେନ୍ଦ୍ରିୟଗୁଡିକ ଉପରେ ନିୟନ୍ତ୍ରଣ ରଖିବାର ଶକ୍ତି ଆସିଯିବ । ସେଥିରେ ବହୁତ ମଜା ରହିଛି,
କାହିଁକି ଜାଣିଛ? କାହିଁକି ନା ସାକ୍ଷୀ ହୋଇ କର୍ମ କରାଇଥାଅ । ତେଣୁ ବାରମ୍ବାର ଚେକ୍ କର ଯେ ମୁଁ
ଆତ୍ମା ନିର୍ଦ୍ଦେଶକର୍ତ୍ତା ହୋଇ କର୍ମଚାରୀମାନଙ୍କ ଦ୍ୱାରା କର୍ମ କରାଉଛି ତ? ଯେପରି ରାଜା ନିଜର
କର୍ମଚାରୀମାନଙ୍କୁ ନିଜର ଆଦେଶ ଅନୁସାରେ ଚଲାଇଥାଏ, ଆଦେଶ ଅନୁସାରେ କର୍ମ କରାଇଥାଏ, ସେହିପରି ଯଦି
ନିର୍ଦ୍ଦେଶକର୍ତ୍ତା ସ୍ୱରୂପର ସ୍ମୃତି ରହିବ ତେବେ ତୁମର ସବୁ କର୍ମେନ୍ଦ୍ରିୟ ଗୁଡିକ ଶୃଂଖଳିତ
ଭାବରେ ଚାଲିବେ । ମାୟାର ଆଦେଶରେ ଚାଲିବେ ନାହିଁ । ନଚେତ୍ ଯଦି ମାୟା ଦେଖିବ ଯେ
ନିର୍ଦ୍ଦେଶକର୍ତ୍ତା ଆତ୍ମା ବେପରୁଆ ହୋଇଗଲାଣି ତେବେ ସେ ତା’ର ନିର୍ଦ୍ଦେଶ ଦେବାରେ ଲାଗିପଡିବ ।
କେବେ ସଂକଳ୍ପ ଶକ୍ତି, କେବେ ମୁଖର ଶକ୍ତି ମାୟାର ଆଦେଶ ଅନୁସାରେ ଚାଲିବାକୁ ଲାଗିବେ । ସେଥିପାଇଁ
ସର୍ବଦା ପ୍ରତ୍ୟେକ କର୍ମେନ୍ଦ୍ରିୟକୁ ନିଜର ଆଦେଶ ଅନୁସାରେ ଚଲାଅ । ଏମିତି କେବେ ବି କୁହ ନାହିଁ
- ମୁଁ ତ ଚାହୁଁ ନ ଥିଲି କିନ୍ତୁ ହୋଇଗଲା । ନା, ତୁମେ ଯାହା ଚାହିଁବ ତାହା ହିଁ ହେବ । ଯଦି
ଏବେଠାରୁ ରାଜ୍ୟ ଅଧିକାରୀ ହେବାର ସଂସ୍କାର ନିଜ ଭିତରେ ଭରିବ ତେବେ ଯାଇ ସେଠାରେ ରାଜ୍ୟ
ଚଲାଇପାରିବ । ତେଣୁ ସ୍ୱରାଜ୍ୟ ଅଧିକାରୀର ଆସନରୁ କେବେ ବି ତଳକୁ ଆସ ନାହିଁ । ଯଦି ତୁମର
କର୍ମେନ୍ଦ୍ରିୟ ଗୁଡିକ ତୁମର ଆୟତ୍ତରେ ରହିବେ ତେବେ ପ୍ରତ୍ୟେକ ଶକ୍ତି ମଧ୍ୟ ତୁମ ଆୟତ୍ତରେ ରହିବେ,
ଯେତେବେଳ ଯେଉଁ ଶକ୍ତିର ଆବଶ୍ୟକତା ପଡିବ ସେହି ସମୟରେ ହିଁ ହାଜର ହୋଇଯିବେ । ଏମିତି ନୁହେଁ ଯେ
ତୁମେ ସହନ ଶକ୍ତିକୁ ଆସିବା ପାଇଁ ଆଦେଶ ଦେବ ଏବଂ ସେ କାର୍ଯ୍ୟ ଶେଷ ହେବା ପରେ ଆସିବ । ତେବେ
ପ୍ରତ୍ୟେକ ଶକ୍ତି ତୁମର ଆଦେଶ ଅନୁସାରେ ଜୀ ହାଜିର ହୋଇଯିବେ କାହିଁକି ନା ପ୍ରତ୍ୟେକ ଶକ୍ତି
ପରମାତ୍ମାଙ୍କର ଦାନ ଅଟେ । ତେଣୁ ପରମାତ୍ମାଙ୍କର ଦାନ ଅର୍ଥାତ୍ ତୁମର ଜିନିଷ ହୋଇଗଲା । ତେଣୁ
ନିଜ ଜିନିଷକୁ ଯେମିତି ବି ବ୍ୟବହାର କର, ଯେବେ ବି ବ୍ୟବହାର କର ସର୍ବଶକ୍ତି ତୁମର ଆଦେଶ ଅନୁସାରେ
କାର୍ଯ୍ୟ କରିବେ, ସର୍ବ କର୍ମେନ୍ଦ୍ରିୟ ତୁମର ଆଦେଶ ମୁତାବକ କାର୍ଯ୍ୟ କରିବେ, ତେବେ କୁହାଯିବ
ସ୍ୱରାଜ୍ୟ ଅଧିକାରୀ, ମାଷ୍ଟର ସର୍ବଶକ୍ତିବାନ । କ’ଣ ପାଣ୍ଡବମାନେ ଏହିଭଳି ଅଟ ତ? ମାଷ୍ଟର
ସର୍ବଶକ୍ତିବାନ ମଧ୍ୟ ଅଟ ଏବଂ ସ୍ୱରାଜ୍ୟ ଅଧିକାରୀ ମଧ୍ୟ ଅଟ । ଏମିତି କେବେ ବି କହିବ ନାହିଁ ଯେ
ଯେ ସୁଖରୁ ବାହାରିଗଲା, ତେବେ ତାକୁ ସୁଖରୁ ବାହାରିବା ପାଇଁ ଆଦେଶ କିଏ ଦେଲା! ଦେଖିବାକୁ ଚାହୁଁ
ନ ଥିଲି କିନ୍ତୁ ଦେଖିଦେଲି, କରିବାକୁ ଚାହୁଁ ନ ଥିଲି କିନ୍ତୁ କରିଦେଲି । ତେବେ ଏସବୁ କାହା
ଆଦେଶରେ ହେଉଛି? ଏହାକୁ ଅଧିକାରୀ କୁହାଯିବ ନା ଅଧୀନ କୁହାଯିବ? ତେଣୁ ଅଧିକାରୀ ହୁଅ, ଅଧୀନ ନୁହେଁ
।
ବାପଦାଦା କହୁଛନ୍ତି
ଯେମିତି ଏବେ ମଧୁବନରେ ସମସ୍ତେ ବହୁତ ବହୁତ ଖୁସିରେ ଅଛ, ସେହିପରି ସର୍ବଦା ଖୁସିରେ ଏବଂ ଭରପୁର
ସ୍ଥିତିରେ ରହିଥାଅ । ତୁମେମାନେ ତ ଆତ୍ମିକ ଗୋଲାପ ଫୁଲ ଅଟ । ଦେଖ, ଚାରିଆଡେ ସମସ୍ତେ କିପରି
ଆତ୍ମିକ ଗୋଲାପ ଫୁଲ ଭଳି ବା ପ୍ରଫୁଟିତ ହୋଇଥିବା ଗୋଲାପ ଫୁଲ ଭଳି ଦେଖାଯାଉଛନ୍ତି । ଝାଉଳା ଫୁଲ
ନୁହେଁ, ଫୁଟି ଯାଇଥିବା ଗୋଲାପ ଫୁଲ ଭଳି ଅଟ । ତେଣୁ ସର୍ବଦା ଏହିଭଳି ସୌଭାଗ୍ୟଶାଳୀ ତଥା
ଖୁସିବାସିଆ, ଚେହେରାରେ ରୁହ । ଯଦି କେହି ତୁମର ଚେହେରାକୁ ଦେଖିବ ତେବେ ପଚାରିବ ତୁମକୁ କ’ଣ
ମିଳିଛି କି, ବହୁତ ଖୁସିରେ ରହୁଛ । ତୁମ ସମସ୍ତଙ୍କର ଚେହେରା ବାବାଙ୍କର ପରିଚୟ ଦେଉ । ଯେପରି
ଚିତ୍ର ଗୁଡିକ ପରିଚୟ ଦେଉଛନ୍ତି, ସେହିପରି ତୁମମାନଙ୍କର ଚେହେରା ମଧ୍ୟ ପରିଚୟ ଦେଉ ଯେ ମୋତେ ବାବା
ମିଳିଯାଇଛନ୍ତି । ଆଚ୍ଛା!
ସମସ୍ତେ ଠିକ୍ରେ ଅଛ ତ?
ବିଦେଶୀମାନେ ମଧ୍ୟ ପହଞ୍ଚି ଗଲେଣି । ଏଠାରେ ଭଲ ଲାଗୁଛି ନା! (ନ୍ୟୁୟର୍କର ମୋହିନୀ ଭଉଣୀଙ୍କୁ)
ଆଚ୍ଛା ଠିକ୍ ଅଛି ହଲ୍ଚଲ୍ର ଖବର ଶୁଣିବାରୁ ତ ବଞ୍ଚିଯାଇଛ ନା । ଭଲ କରିଛ ସମସ୍ତେ ଏକାଠି ହୋଇ
ପହଞ୍ଚି ଯାଇଛ, ବହୁତ ଭଲ କରିଛ । ଆଚ୍ଛା - ଡବଲ ବିଦେଶୀଙ୍କୁ ଡବଲ ନିଶା ଅଛି ତ! ଯଦି ସେତିକି
ନିଶା ଅଛି ତେବେ କୁହ ଆମେ ଡବଲ ବିଦେଶୀ ଅଟୁ । ତେବେ ସେହି ଡବଲ ନିଶା ହେଲା - ସ୍ୱରାଜ୍ୟ ଅଧିକାରୀ
ତଥା ବିଶ୍ୱ ଅଧିକାରୀ । ଡବଲ ନିଶା ଅଛି ନା! ବାପଦାଦାଙ୍କୁ ମଧ୍ୟ ଭଲ ଲାଗୁଛି । ଯଦି କୌଣସି ବି
ଗ୍ରୃପରେ ଡବଲ ବିଦେଶୀ ପିଲାମାନେ ନାହାଁନ୍ତି ତେବେ ଭଲ ଲାଗୁନାହିଁ । ବାବା ତ ସାରା ବିଶ୍ୱର ପିତା
ଅଟନ୍ତି ତେଣୁ ସାରା ବିଶ୍ୱରୁ ଆସିବା ଦରକାର । ସମସ୍ତେ ଦରକାର । ଯଦି ମାତାମାନେ ନାହାଁନ୍ତି ତେବେ
ବି ଶୋଭା ଦେଖାଯାଉ ନାହିଁ । ପାଣ୍ଡବମାନେ ନଥିଲେ ମଧ୍ୟ ଶୋଭା କମ୍ ହୋଇଯାଉଛି । ଦେଖ ଯଦି କୌଣସି
ସେଣ୍ଟରରେ କେହି ପାଣ୍ଡବମାନେ ନ ଥିବେ କେବଳ ମାତାମାନେ ଥିବେ ତେବେ କ’ଣ ଭଲ ଲାଗିବ! ଏବଂ କେବଳ
ପାଣ୍ଡବମାନେ ଥିବେ କିନ୍ତୁ ଶକ୍ତିମାନେ ନ ଥିବେ ତେବେ ମଧ୍ୟ ସେବାକେନ୍ଦ୍ରର ଶୋଭା ନାହିଁ । ତେଣୁ
ଉଭୟ ଦରକାର । ଛୋଟ ଛୋଟ ପିଲାମାନେ ମଧ୍ୟ ଥିବା ଦରକାର ନଚେତ୍ ସେମାନେ କହିବେ ଆମ ନାଁ କାହିଁକି
କହିଲେ ନାହିଁ । ତେଣୁ ପିଲାମାନେ ମଧ୍ୟ ଶୋଭା ଅଟନ୍ତି । ଆଚ୍ଛା! ଏବେ ଗୋଟିଏ ସେକେଣ୍ଡ ଭିତରେ
ନିରାକାରୀ ଆତ୍ମା ହୋଇ ନିରାକାର ବାବାଙ୍କର ସ୍ମୃତିରେ ଲବଲୀନ ହୋଇଯାଅ (ଡ୍ରିଲ୍) ।
ଚାରିଆଡର ସମସ୍ତ
ସ୍ୱରାଜ୍ୟ ଅଧିକାରୀ, ସଦା ସାକ୍ଷୀ ପଣିଆର ସିଟ୍ ଉପରେ ସେଟ୍ ରହୁଥିବା ଅଚଳ-ଅଟଳ ଆତ୍ମାମାନଙ୍କୁ,
ସର୍ବଦା ଦାତା ପଣିଆର ସ୍ମୃତି ଦ୍ୱାରା ସମସ୍ତଙ୍କୁ ଜ୍ଞାନ, ଶକ୍ତି ଏବଂ ଗୁଣଦାନ କରୁଥିବା ଦୟାଳୁ
ଆତ୍ମାମାନଙ୍କୁ, ସର୍ବଦା ନିଜର ଚେହେରା ଦ୍ୱାରା ବାବାଙ୍କର ଚିତ୍ର ଦେଖାଉଥିବା ଶ୍ରେଷ୍ଠ
ଆତ୍ମାମାନଙ୍କୁ, ସଦା ସୌଭାଗ୍ୟଶାଳୀ ତଥା ଖୁସିବାସିଆ ସ୍ଥିତିରେ ରହୁଥିବା ଆତ୍ମିକ ଗୋଲାପ ଫୁଲ ଭଳି
ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭଚ୍ଛୋ ଏବଂ ନମସ୍ତେ ।
ଦାଦିମାନଙ୍କ ସହିତ:-
(ସେବା ସାଥୀରେ ସବୁଆଡେ ୧୦୮ ଘଣ୍ଟା ଯୋଗ କରିବାର ବହୁତ ଭଲ କାର୍ଯ୍ୟକ୍ରମ ଚାଲିଛି) ଏହି ଯୋଗର
ଜ୍ୱାଳା ଦ୍ୱାରା ହିଁ ବିନାଶର ଜ୍ୱାଳା ଶକ୍ତିଶାଳୀ ହୋଇ ବାହାରିବ । ଏବେ ଦେଖ ସେମାନେ କେତେ ଯୋଜନା
କରୁଛନ୍ତି, ପୁଣି ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି । ଯୋଗ ଦ୍ୱାରା ବିକର୍ମ ବିନାଶ ହେବ, ପାପ କର୍ମର
ବୋଝ ସମାପ୍ତ ହେବ ଏବଂ ସେବା ଦ୍ୱାରା ପୁଣ୍ୟର ଖାତା ଜମା ହେବ । ତେବେ ପୁଣ୍ୟର ଖାତା ତ ଜମା କରୁଛ
କିନ୍ତୁ ଆତ୍ମା ଉପରେ ଯେଉଁ ସବୁ ପିଛିଲା ସଂସ୍କାରର ବୋଝ ରହିଛି ସେଗୁଡିକ ଯୋଗର ଜ୍ୱାଳା ଦ୍ୱାରା
ହିଁ ସମାପ୍ତ ହୋଇପାରିବ । ସାଧାରଣ ଯୋଗ ଦ୍ୱାରା ନୁହେଁ । ଏବେ କ’ଣ ହେଉଛି, ଯୋଗ ତ ଲଗାଉଛ କିନ୍ତୁ
ପାପ ଭସ୍ମ ହେବା ଭଳି ଜ୍ୱାଳା ରୂପ ନାହିଁ ସେଥିପାଇଁ କିଛି ସମୟ ପାଇଁ ସମାପ୍ତ ହୋଇଯାଉଛି ପୁଣି
ବାହାରି ଆସୁଛି ସେଥିପାଇଁ ଦେଖ ରାବଣକୁ କିପରି ମାରୁଛନ୍ତି, ତାକୁ ଜଳାଉଛନ୍ତି, ପୁଣି ହାଡକୁ
ପାଣିରେ ଭସାଇ ଦେଉଛନ୍ତି । ତେଣୁ ସମ୍ପୂର୍ଣ୍ଣ ଭସ୍ମ ହୋଇଯିବା ଦରକାର, ପିଛିଲା ସଂସ୍କାର,
ଦୋଷଯୁକ୍ତ ସଂସ୍କାର ସମ୍ପୂର୍ଣ୍ଣ ଭସ୍ମ ହୋଇଯାଉ, ଏବେ ପର୍ଯ୍ୟନ୍ତ ହୋଇ ନାହିଁ । ମରିଯାଉଛି
କିନ୍ତୁ ଭସ୍ମ ହେଉ ନାହିଁ, ତେଣୁ ମରିବା ପରେ ମଧ୍ୟ ପୁଣି ଜୀବିତ ହୋଇଯାଉଛି, କାରଣ ସଂସ୍କାର
ପରିବର୍ତ୍ତନ ଦ୍ୱାରା ସଂସାରର ପରିବର୍ତ୍ତ ନ ହେବ । ଏବେ ତ ସଂସ୍କାରର ଲୀଳା ଚାଲିଛି । ମଝିରେ
ମଝିରେ ପୁରୁଣା ସଂସ୍କାର ଜାଗ୍ରତ ହୋଇଯାଉଛି ନା! ତେଣୁ ତା’ର ଚିହ୍ନ ବର୍ଣ୍ଣ ସମାପ୍ତ ହୋଇଯାଉ ।
ତେଣୁ ସଂସ୍କାର ପରିବର୍ତ୍ତନ ହେବା ହିଁ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ଅଟେ । ଯଦି ସଂସ୍କାର
ପରିବର୍ତ୍ତନ ହୋଇ ନାହିଁ ତେବେ ବ୍ୟର୍ଥ ସଂକଳ୍ପ ମଧ୍ୟ ଆସିବ, ବ୍ୟର୍ଥରେ ସମୟ ମଧ୍ୟ ନଷ୍ଟ ହେବ ଏବଂ
ବ୍ୟର୍ଥରେ ଅନେକ କ୍ଷତି ମଧ୍ୟ ହେବ । ତେବେ ସଂସ୍କାର ମିଳନର ମହାରାସର ଗାୟନ ମଧ୍ୟ ରହିଛି ତେଣୁ
ହେବା ତ ସୁନିଶ୍ଚିତ ଅଟେ । ତେଣୁ ଏବେ କେବଳ ରାସ ହେଉଛି, ମହାରାସ ହୋଇ ନାହିଁ । (ମହାରାସ
କାହିଁକି ହେଉନାହିଁ) ଏହା ଉପରେ ଗୁରୁତ୍ୱ ନାହିଁ, ଦୃଢତା ମଧ୍ୟ ନାହିଁ ଏବଂ ଭିନ୍ନ ଭିନ୍ନ
ପ୍ରକାରର ଅବହେଳା ପଣିଆ ମଧ୍ୟ ରହିଛି । ଆଚ୍ଛା!
ବରଦାନ:-
କର୍ମଯୋଗୀ ହୋଇ
ପ୍ରତ୍ୟେକ ସଂକଳ୍ପ, ବାଣୀ, ଏବଂ କର୍ମକୁ ଶ୍ରେଷ୍ଠ କରୁଥିବା ନିରନ୍ତର ଯୋଗୀ ହୁଅ ।
କର୍ମଯୋଗୀ ଆତ୍ମାର
ପ୍ରତ୍ୟେକ କର୍ମ, ଯୋଗଯୁକ୍ତ ଏବଂ ଯୁକ୍ତିଯୁକ୍ତ ହୋଇଥିବ । ଯଦି କୌଣସି କର୍ମ ଯୁକ୍ତିଯୁକ୍ତ ହେଉ
ନାହିଁ ତେବେ ଜାଣିନିଅ ଯୋଗଯୁକ୍ତ ନୁହେଁ । ଯଦି ତୁମର କର୍ମ ସାଧାରଣ ବା ବ୍ୟର୍ଥ କର୍ମ ହୋଇଯାଉଛି
ତେବେ ନିରନ୍ତର ଯୋଗୀ କୁହାଯିବ ନାହିଁ । କର୍ମଯୋଗୀ ଅର୍ଥାତ୍ ପ୍ରତ୍ୟେକ ସେକେଣ୍ଡ, ପ୍ରତ୍ୟେକ
ସଂକଳ୍ପ, ପ୍ରତ୍ୟେକ ବାଣୀ ଶ୍ରେଷ୍ଠ ହେବା ଦରକାର । ତେବେ ଶ୍ରେଷ୍ଠ କର୍ମର ଲକ୍ଷଣ ହେଲା - ନିଜେ
ମଧ୍ୟ ସନ୍ତୁଷ୍ଟ ଏବଂ ଅନ୍ୟମାନେ ମଧ୍ୟ ସନ୍ତୁଷ୍ଟ । ଏହିଭଳି ଆତ୍ମା ହିଁ ନିରନ୍ତର ଯୋଗୀ
ହୋଇଯାଆନ୍ତି ।
ସ୍ଲୋଗାନ:-
ସ୍ୱୟଂ ପ୍ରିୟ,
ଲୋକ ପ୍ରିୟ ଏବଂ ପ୍ରଭୁ ପ୍ରିୟ ଆତ୍ମା ହିଁ ବରଦାନୀ ମୂରତ ଅଟନ୍ତି ।