09.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଗରିବର ବନ୍ଧୁ ଦୀନବନ୍ଧୁ ବାବା ତୁମମାନଙ୍କୁ କଉଡିରୁ ହୀରା ତୁଲ୍ୟ କରିବା ପାଇଁ ଆସିଛନ୍ତି, ତେଣୁ ତୁମେମାନେ ସର୍ବଦା ତାଙ୍କର ଶ୍ରୀମତରେ ଚାଲ” ।

ପ୍ରଶ୍ନ:-
ପ୍ରଥମେ ପ୍ରଥମେ ତୁମକୁ କେଉଁ ଏକ ଗୁହ୍ୟ ରହସ୍ୟକୁ ସମସ୍ତଙ୍କୁ ବୁଝାଇବା ଉଚିତ୍‌?

ଉତ୍ତର:-
ବାପଦାଦାଙ୍କର ରହସ୍ୟ । ତୁମେମାନେ ଜାଣିଛ ଏଠାକୁ ଆମେ ବାପଦାଦାଙ୍କ ନିକଟକୁ ଆସିଛୁ । ଏମାନେ ଦୁଇଜଣ ଏକାଠି ଅଛନ୍ତି । ଶିବଙ୍କର ଆତ୍ମା ମଧ୍ୟ ଏହାଙ୍କ ଭିତରେ ଅଛନ୍ତି, ବ୍ରହ୍ମାଙ୍କର ଆତ୍ମା ମଧ୍ୟ ଅଛନ୍ତି । ଜଣେ ହେଲେ ଆତ୍ମା, ଅନ୍ୟ ଜଣେ ହେଲେ ପରମାତ୍ମା । ତେବେ ପ୍ରଥମେ-ପ୍ରଥମେ ଏହି ଗୁଢ ରହସ୍ୟ ସମସ୍ତଙ୍କୁ ବୁଝାଅ ଯେ ଏହି ଶରୀରରେ ବାପଦାଦା ଏକାଠି ଅଛନ୍ତି । ଏହି ଦାଦା ଅର୍ଥାତ୍ ବ୍ରହ୍ମାବାବା ଭଗବାନ ନୁହଁନ୍ତି । ମନୁଷ୍ୟ କେବେ ବି ଭଗବାନ ହୋଇ ନ ଥାଏ । ଭଗବାନ କୁହାଯାଏ ନିରାକାରଙ୍କୁ । ସେହି ପିତା ଶାନ୍ତିଧାମର ନିବାସୀ ଅଟନ୍ତି ।

ଗୀତ:-
ଆଖିର ୱହ ଦିନ ଆୟା ଆଜ...

ଓମ୍ ଶାନ୍ତି ।
ବାବା, ଦାଦାଙ୍କ ଦ୍ୱାରା ଅର୍ଥାତ୍ ଶିବବାବା ବ୍ରହ୍ମା ଦାଦାଙ୍କ ମାଧ୍ୟମରେ ବୁଝାଉଛନ୍ତି, ଏହି କଥାକୁ ପକ୍କା ବା ଦୃଢ କରିନିଅ । ଲୌକିକ ସମ୍ବନ୍ଧରେ ପିତା ଅଲଗା ଏବଂ ଦାଦା ଅର୍ଥାତ୍ ଜେଜେବାପା ଅଲଗା ଥା’ନ୍ତି । ପିତାଙ୍କ ଠାରୁ ଜେଜେବାପାଙ୍କର ସମ୍ପତ୍ତି ମିଳିଥାଏ । କହିଥାନ୍ତି ଜେଜେବାପାଙ୍କର ସମ୍ପତ୍ତି ନେଉଛୁ । ବାବା ହେଉଛନ୍ତି ଗରିବ ନିବାଜ । ଗରିବ ନିବାଜ ତାଙ୍କୁ କୁହାଯାଏ ଯିଏକି ଏଠାକୁ ଆସି ଗରିବଙ୍କୁ ରାଜା କରିଦିଅନ୍ତି । ତେବେ ପ୍ରଥମେ ପ୍ରଥମେ ଏହି ପକ୍କା ନିଶ୍ଚୟ ହେବା ଦରକାର ଯେ ଇଏ କିଏ? ଦେଖିବାକୁ ତ ସାକାର ମନୁଷ୍ୟ ଅଟନ୍ତି, ଯାହାଙ୍କୁ ଏମାନେ ସମସ୍ତେ ବ୍ରହ୍ମା କହୁଛନ୍ତି । ତୁମେ ସବୁ ବହ୍ମାକୁମାର କୁମାରୀ ଅଟ । ତୁମେମାନେ ଜାଣିଛ ଆମକୁ ଶିବବାବାଙ୍କଠାରୁ ବର୍ସା ମିଳୁଛି । ସିଏ ସମସ୍ତଙ୍କର ପିତା ଯିଏକି ବର୍ସା ଦେବା ପାଇଁ ଆସିଛନ୍ତି । ବାବା ସମସ୍ତଙ୍କୁ ସୁଖର ବର୍ସା ଦେଇଥା’ନ୍ତି । ପୁଣି ଅଧାକଳ୍ପ ପରେ ରାବଣ ଦୁଃଖର ଅଭିଶାପ ଦେଇଥାଏ । ଭକ୍ତିମାର୍ଗରେ ଭଗବାନଙ୍କୁ ଖୋଜିବା ପାଇଁ ଏଣେ ତେଣେ ଘୁରି ବୁଲିଥା’ନ୍ତି । କିନ୍ତୁ କାହାକୁ ବି ଭଗବାନ ମିଳି ନ ଥା’ନ୍ତି । ଭାରତବାସୀମାନେ ଗାୟନ କରୁଛନ୍ତି “ତୁମ୍ ମାତାପିତା ହମ ବାଲକ ତେରେ”... ପୁଣି କହୁଛନ୍ତି ଆପଣ ଏଠାକୁ ଯେତେବେଳେ ଆସିବେ ସେତେବେଳେ ମୁଁ କେବଳ ଆପଣଙ୍କର ହିଁ ହୋଇ ରହିବି ଆଉ କାହାର ନୁହେଁ । ଆଉ କାହା ସହିତ ମୁଁ ମମତା ରଖିବି ନାହିଁ । ମୋର ତ ଏକମାତ୍ର ଆପଣ ଶିବବାବା । ତୁମେମାନେ ଜାଣିଛ ବାବା ହେଉଛନ୍ତି ଗରିବ ନିବାଜ । ଗରିବମାନଙ୍କୁ ସାହୁକାର କରୁଛନ୍ତି । କଉଡିରୁ ହୀରାତୁଲ୍ୟ ଅର୍ଥାତ୍ ମୂଲ୍ୟହୀନରୁ ମୂଲ୍ୟବାନ ଅର୍ଥାତ୍ କଳିଯୁଗୀ ପତିତ କାଙ୍ଗାଳରୁ ସତ୍ୟଯୁଗୀ ରାଜା କରିବା ପାଇଁ ବାବା ଆସିଛନ୍ତି । ତୁମେ ପିଲାମାନେ ଜାଣିଛ ଏଠାକୁ ଆମେ ବାପଦାଦାଙ୍କ ପାଖକୁ ଆସିଛୁ । ଏହି ଦୁଇଜଣ ଏକାଠି ଅଛନ୍ତି । ଶିବଙ୍କର ଆତ୍ମା ମଧ୍ୟ ୟାଙ୍କ ଭିତରେ ଅଛନ୍ତି, ବ୍ରହ୍ମାଙ୍କର ଆତ୍ମା ମଧ୍ୟ ଅଛନ୍ତି, ତେବେ ଦୁଇ ଜଣ ହେଲେ ନା । ଜଣେ ଆତ୍ମା ଏବଂ ଆଉ ଜଣେ ହେଲେ ପରମଆତ୍ମା । ତୁମେ ସବୁ ଆତ୍ମା । ଗାୟନ ରହିଛି ଆତ୍ମାୟେଁ ପରମାତ୍ମା ଅଲଗ ରହେ ବହୁକାଲ... ଶିବବାବାଙ୍କ ସହିତ ପ୍ରଥମେ ତୁମେ ଆତ୍ମାମାନେ ହିଁ ମିଶୁଛ ଅର୍ଥାତ୍ ଯେଉଁ ଆତ୍ମାମାନେ ଅଛନ୍ତି ସେମାନେ ପରମାତ୍ମା ପିତାଙ୍କ ସହିତ ମିଶୁଛନ୍ତି, ଯାହାଙ୍କ ପାଇଁ ହିଁ ଡାକୁଛନ୍ତି ଓ ଗଡ୍ ଫାଦର, ହେ ଈଶ୍ୱର ପିତା । ତୁମେମାନେ ହେଲ ତାଙ୍କର ସନ୍ତାନ । ତେବେ ପିତାଙ୍କଠାରୁ ନିଶ୍ଚିତ ଭାବରେ ସମ୍ପତ୍ତି ମିଳିଥାଏ । ବାବା କହୁଛନ୍ତି ଭାରତ ଯିଏକି ସାରା ସୃଷ୍ଟିର ମଉଡମଣୀ ଥିଲା, ଶ୍ରେଷ୍ଠ ଥିଲା ସିଏ ଏବେ କେତେ କାଙ୍ଗାଳ ହୋଇଯାଇଛି । ବର୍ତ୍ତମାନ ମୁଁ ତୁମ ସନ୍ତାନମାନଙ୍କୁ ପୁନର୍ବାର ସିରତାଜ (ରାଜା) କରିବା ପାଇଁ ଆସିଛି । ତୁମେ ଡବଲ ସିରତାଜ ଅର୍ଥାତ୍ ଦୁଇମୁକୁଟଧାରୀ ହେଉଛ । ଗୋଟିଏ ହେଲା ପବିତ୍ରତାର ମୁକୁଟ, ଯାହାକୁ ଲାଇଟ ରୂପରେ ଦେଖାଇଥା’ନ୍ତି । ଦ୍ୱିତୀୟଟି ହେଲା ରତ୍ନଜଡିତ ମୁକୁଟ । ତେବେ ପ୍ରଥମେ ପ୍ରଥମେ ଏହି ଗୁହ୍ୟ ରହସ୍ୟକୁ ସମସ୍ତଙ୍କୁ ବୁଝାଇବାକୁ ହେବ ଯେ ବାପଦାଦା ଦୁଇଜଣ ଏକାଠି ଅଛନ୍ତି । ବ୍ରହ୍ମା ଭଗବାନ ନୁହଁନ୍ତି । ମନୁଷ୍ୟ କେବେ ବି ଭଗବାନ ହୋଇପାରିବ ନାହିଁ । ଭଗବାନ କୁହାଯାଏ ନିରାକାରଙ୍କୁ । ସେ ବାବା ହେଉଛନ୍ତି ଶାନ୍ତିଧାମର ନିବାସୀ, ଯେଉଁଠାରେ ତୁମେ ସବୁ ଆତ୍ମାମାନେ ରହୁଛ, ଯାହାକୁ ନିର୍ବାଣଧାମ ଅଥବା ବାନପ୍ରସ୍ଥ କୁହାଯାଏ, ପୁଣି ତୁମ ଆତ୍ମାମାନଙ୍କୁ ଏଠାକୁ ଆସି ଶରୀର ଧାରଣ କରି ପାର୍ଟ କରିବାକୁ ପଡିଥାଏ । ଅଧାକଳ୍ପ ସୁଖର ପାର୍ଟ ଏବଂ ଅଧାକଳ୍ପ ଦୁଃଖର ପାର୍ଟ ରହିଛି । ବାବା କହୁଛନ୍ତି ଯେତେବେଳେ ଦୁଃଖର ଅନ୍ତିମ ସମୟ ଆସେ ସେତେବେଳେ ମୁଁ ଆସେ । ଡ୍ରାମା ଏହିଭଳି ପ୍ରସ୍ତୁତ ହୋଇଛି । ଏଠାକୁ ତୁମେମାନେ ଭାଟୀକୁ ଆସୁଛ । ତେଣୁ ଏଠାରେ ଅନ୍ୟ କୌଣସି ବାହାରର କଥା ସ୍ମୃତିରେ ଆସିବା ଉଚିତ୍ ନୁହେଁ । ଏଠାରେ ତ କେବଳ ମାତା-ପିତା ଏବଂ ତାଙ୍କର ସନ୍ତାନମାନେ ରହିଛନ୍ତି । ଏଠାରେ ଶୁଦ୍ର ସମ୍ପ୍ରଦାୟର କେହି ନାହାଁନ୍ତି । ଯେଉଁମାନେ ବ୍ରାହ୍ମଣ ନୁହଁନ୍ତି ସେମାନଙ୍କୁ ଶୁଦ୍ର କୁହାଯାଏ । ସେମାନଙ୍କର ସଙ୍ଗ ତ ଏଠାରେ ନ ଥାଏ । ଏଠାରେ କେବଳ ବ୍ରାହ୍ମଣମାନଙ୍କର ସଂଗ ରହିଛି । ବ୍ରାହ୍ମଣ ପିଲାମାନେ ଜାଣିଛନ୍ତି ଯେ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ନର୍କରୁ ଉଦ୍ଧାର କରି ସ୍ୱର୍ଗର ରାଜଧାନୀର ମାଲିକ କରିବା ପାଇଁ ଆସିଛନ୍ତି । ଏବେ ଆମେ ସତ୍ୟଯୁଗୀ ରାଜଧାନୀର ମାଲିକ ନୁହଁନ୍ତି କାରଣ ଆମେ ପତିତ । ଆମେମାନେ ପବିତ୍ର ଥିଲୁ ପୁଣି ୮୪ ଜନ୍ମର ଚକ୍ର ଲଗାଇ ସତ୍ତ୍ୱ-ରଜୋ-ତମୋରେ ଆସିଛୁ । ସିଢି ଚିତ୍ରରେ ୮୪ ଜନ୍ମର ସବୁ ହିସାବ ଲେଖାଯାଇଛି । ବାବା ଆସି ଏବେ ପିଲାମାନଙ୍କୁ ବୁଝାଉଛନ୍ତି । ଯେଉଁ ପିଲାମାନଙ୍କ ସହିତ ପ୍ରଥମେ ପ୍ରଥମେ ମିଶୁଛନ୍ତି ପୁଣି ସେହି ପିଲାମାନେ ହିଁ ପ୍ରଥମେ ପ୍ରଥମେ ସତ୍ୟଯୁଗକୁ ଆସିବେ । ତୁମେମାନେ ୮୪ ଜନ୍ମ ନେଇସାରିଛ । ରଚୟିତା ଏବଂ ରଚନାର ସାରା ଜ୍ଞାନ ଏକମାତ୍ର ବାବାଙ୍କ ପାଖରେ ହିଁ ଅଛି । ସିଏ ହିଁ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ତେବେ ନିଶ୍ଚିତ ଭାବରେ ବୀଜରେ ହିଁ ସାରା ବୃକ୍ଷର ଜ୍ଞାନ ଥିବ କି ଏହି ବୃକ୍ଷର ଉତ୍ପତ୍ତି, ପାଳନା ଏବଂ ବିନାଶ କିପରି ହେଉଛି । ଏହି କଥାକୁ ତ ବାବା ହିଁ ବୁଝାଉଛନ୍ତି । ତୁମେମାନେ ଏବେ ଜାଣିଛ ଯେ, ଆମେ ଭାରତବାସୀ ଗରିବ ଅଟୁ । ଆମେ ଯେତେବେଳେ ଦେବୀ-ଦେବତା ଥିଲୁ ସେତେବେଳେ କେତେ ଧନବାନ ଥିଲୁ । ହୀରାରେ ଖେଳୁଥିଲୁ । ହୀରାର ମହଲରେ ରହୁଥିଲୁ । ଏବେ ବାବା ଆମକୁ ସ୍ମରଣ କରାଇ ଦେଇଛନ୍ତି ଯେ, ତୁମେମାନେ କିପରି ୮୪ ଜନ୍ମ ନେଉଛ । ସମସ୍ତେ ଡାକୁଛନ୍ତି ହେ ପତିତ-ପାବନ, ଗରିବର ବନ୍ଧୁ ବାବା ଆସ । ଆମ ଭଳି ଗରିବମାନଙ୍କୁ ପୁନର୍ବାର ସ୍ୱର୍ଗର ମାଲିକ କର । ସ୍ୱର୍ଗରେ ଅସରନ୍ତି ସୁଖ ଥିଲା, ଏବେ ତ ଅସରନ୍ତି ଦୁଃଖ ଅଛି । ପିଲାମାନେ ଜାଣିଛନ୍ତି ବର୍ତ୍ତମାନ ସମସ୍ତେ ସମ୍ପୂର୍ଣ୍ଣ ଭାବେ ପତିତ ହୋଇଯାଇଛନ୍ତି । ଏବେ କଳିଯୁଗର ଅନ୍ତିମ ସମୟ ତେଣୁ ସତ୍ୟଯୁଗ ନିଶ୍ଚିତ ଆସିବା ଦରକାର । ପ୍ରଥମେ ଭାରତରେ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ବର୍ତ୍ତମାନ ତାହା ପ୍ରାୟ ଲୋପ ହୋଇଯାଇଛି ଏବଂ ସମସ୍ତେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି । ବର୍ତ୍ତମାନ ସମୟରେ ଖ୍ରୀଷ୍ଟିୟାନ ବହୁତ ହୋଇଗଲେଣି କାରଣ ବହୁତ ହିନ୍ଦୁ ଧର୍ମାବଲମ୍ବୀମାନେ ଧର୍ମକୁ ପରିବର୍ତ୍ତନ କରି ଖ୍ରୀଷ୍ଟିୟାନ ହୋଇଯାଇଛନ୍ତି । ବାସ୍ତବରେ ତୁମେ ଦେବୀ-ଦେବତାମାନଙ୍କର କର୍ମ ଶ୍ରେଷ୍ଠ ଥିଲା । ତୁମେ ପବିତ୍ର ପ୍ରବୃତ୍ତିମାର୍ଗବାଲା ଥିଲ । ଏବେ ରାବଣ ରାଜ୍ୟରେ ପତିତ ପ୍ରବୃତ୍ତିମାର୍ଗବାଲା ହୋଇଯାଇଛ, ସେଇଥିପାଇଁ ଦୁଃଖୀ ହୋଇଯାଇଛ । ସତ୍ୟଯୁଗକୁ ଶିବାଳୟ କୁହାଯାଏ । ଶିବବାବାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ସ୍ୱର୍ଗ । ବାବା କହୁଛନ୍ତି ମୁଁ ଆସି ତୁମମାନଙ୍କୁ ଶୁଦ୍ରରୁ ବ୍ରାହ୍ମଣ କରି ତୁମକୁ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜଧାନୀର ବର୍ସା ଦେଉଛି । ଇଏ ହେଲେ ତୁମର ବାପଦାଦା ତାଙ୍କୁ ଭୁଲିଯାଅ ନାହିଁ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ସ୍ୱର୍ଗ ଦୁନିଆକୁ ଯିବାର ଯୋଗ୍ୟ କରୁଛନ୍ତି କାହିଁକି ନା ପତିତ ଆତ୍ମା ତ ଯେ ପର୍ଯ୍ୟନ୍ତ ପବିତ୍ର ନ ହୋଇଛି ସେପର୍ଯ୍ୟନ୍ତ ମୁକ୍ତିଧାମକୁ ଯାଇପାରିବ ନାହିଁ । ବର୍ତ୍ତମାନ ବାବା କହୁଛନ୍ତି ମୁଁ ଆସି ତୁମକୁ ପାବନ ହେବାର ରାସ୍ତା ବତାଉଛି । ମୁଁ ତୁମମାନଙ୍କୁ ପଦମପତି, ସ୍ୱର୍ଗର ମାଲିକ କରିଯାଇଥିଲି, ସେକଥା ନିଶ୍ଚିତ ଭାବରେ ତୁମର ସ୍ମୃତିରେ ଆସୁଥିବ ଯେ ଆମେ ସ୍ୱର୍ଗର ମାଲିକ ଥିଲୁ । ସେତେବେଳେ ଆମେ ବହୁତ କମ୍ ସଂଖ୍ୟକ ଥିଲୁ, ଏବେ ତ କେତେ ଢେର ମନୁଷ୍ୟ ହୋଇଗଲେଣି । ସତ୍ୟଯୁଗରେ କେବଳ ୯ ଲକ୍ଷ ଥା’ନ୍ତି, ତେଣୁ ବାବା କହୁଛନ୍ତି ମୁଁ ଆସି ବ୍ରହ୍ମା ଦ୍ୱାରା ସ୍ୱର୍ଗର ସ୍ଥାପନା ଏବଂ ଶଙ୍କର ଦ୍ୱାରା ବିନାଶ କରାଉଛି । ସେଥିପାଇଁ କଳ୍ପପୂର୍ବ ଭଳି ସବୁ ପ୍ରକାରର ପ୍ରସ୍ତୁତି କରୁଛନ୍ତି । କେତେ ବୋମା ଆଦି ତିଆରି କରୁଛନ୍ତି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏହି ମହାଭାରତ ଲଢେଇ ଲାଗିଥିଲା । ଭଗବାନ ଆସି ରାଜଯୋଗର ଶିକ୍ଷା ଦେଇ ମନୁଷ୍ୟମାନଙ୍କୁ ନରରୁ ନରାୟଣ କରିଥିଲେ । ତେଣୁ ନିଶ୍ଚିତ ଭାବରେ କଳିଯୁଗୀ ପୁରୁଣା ଦୁନିଆର ବିନାଶ ହେବା ଦରକାର । ଏହି ସାରା ସୃଷ୍ଟି ରୂପୀ ପାଳଗଦାକୁ ନିଆଁ ଲାଗିବ ନଚେତ୍ ବିନାଶ କିପରି ହେବ? ଆଜିକାଲି ବୋମା ଭିତରେ ମଧ୍ୟ ନିଆଁ ଭରି ଦେଉଛନ୍ତି । ପୁଣି ମୂସଳ ଧାର ବର୍ଷା, ଭୂମିକମ୍ପ ଇତ୍ୟାଦି ସବୁ ହେବ, ତେବେ ତ ବିନାଶ ହେବ ନା । ପୁରୁଣା ଦୁନିଆର ବିନାଶ, ନୂଆ ଦୁନିଆର ସ୍ଥାପନା ବର୍ତ୍ତମାନ ହୋଇଥାଏ । ଏହା ହେଉଛି ସଂଗମଯୁଗ । ରାବଣ ରାଜ୍ୟ ମୁର୍ଦ୍ଦାବାଦ ହୋଇ ରାମରାଜ୍ୟ ଜିନ୍ଦାବାଦ ହେବ । ନୂଆ ଦୁନିଆରେ ଶ୍ରୀକୃଷ୍ଣଙ୍କର ରାଜତ୍ୱ ଥିଲା । ଲକ୍ଷ୍ମୀ-ନାରାୟଣଙ୍କ ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କର ନାମ ନିଆଯାଉଛି କାରଣ ଶ୍ରୀକୃଷ୍ଣ ହେଲେ ସବୁଠାରୁ ସୁନ୍ଦର ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ସବୁଠାରୁ ସ୍ନେହୀ ସନ୍ତାନ । ମନୁଷ୍ୟମାନଙ୍କୁ ତ ଏକଥା ଜଣା ନାହିଁ ନା । ଶ୍ରୀକୃଷ୍ଣ ଅଲଗା ରାଜଧାନୀର ଏବଂ ରାଧେ ଅଲଗା ରାଜଧାନୀର ଥିଲେ । ଭାରତ ମଉଡମଣୀ ଥିଲା ଯାହାକି ଏବେ କାଙ୍ଗାଳ ହୋଇଯାଇଛି । ପୁଣି ବାବା ଆସି ଭାରତକୁ ମଉଡମଣୀ କରୁଛନ୍ତି । ଏବେ ବାବା କହୁଛନ୍ତି ପବିତ୍ର ହୁଅ ଏବଂ ମୋତେ ମନେ ପକାଅ, ତେବେ ତୁମେମାନେ ସତ୍ତ୍ୱପ୍ରଧାନ ହୋଇଯିବ । ପୁଣି ଯେଉଁମାନେ ଅନେକଙ୍କର ସେବା କରି ନିଜ ସମାନ କରିବେ ସେମାନେ ସେଠାରେ ଉଚ୍ଚ ପଦ ପାଇବେ, ଡବଲ ମୁକୁଟଧାରୀ ରାଜା ହେବେ । ସତ୍ୟଯୁଗରେ ରାଜାରାଣୀ ଏବଂ ପ୍ରଜା ସମସ୍ତେ ପବିତ୍ର ଥା’ନ୍ତି । ଏବେ ତ ପ୍ରଜାମାନଙ୍କର ରାଜ୍ୟ ଚାଲିଛି । ଏଠାରେ ଦୁଇଟିଯାକ ମୁକୁଟନାହିଁ । ବାବା କହୁଛନ୍ତି ଯେତେବେଳେ ଏହିଭଳି ଅବସ୍ଥା ହୁଏ ସେତେବେଳେ ମୁଁ ଆସେ । ଏବେ ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି । ମୁଁ ହିଁ ପତିତ ପାବନ ଅଟେ । ଏବେ ତୁମେମାନେ ଯଦି ମୋତେ ମନେ ପକାଇବ ତେବେ ତୁମମାନଙ୍କର ଆତ୍ମାରୁ ଖାଦ ବାହାରିଯିବ, ତୁମେମାନେ ସତ୍ତ୍ୱପ୍ରଧାନ ହୋଇଯିବ । ଏବେ ତୁମକୁ ଶ୍ୟାମଳରୁ ସୁନ୍ଦର ଅର୍ଥାତ୍ ପତିତରୁ ପବିତ୍ର ହେବାକୁ ପଡିବ । ସୁନାରେ ଖାଦ ମିଶିବା ଦ୍ୱାରା ତାହା କଳା ହୋଇଯାଇଥାଏ, ତେଣୁ ଏବେ ଖାଦକୁ ବାହାର କରିବାକୁ ହେବ । ବେହଦର ବାବା କହୁଛନ୍ତି ତୁମେମାନେ କାମ ଚିତା ଉପରେ ବସି କଳା ହୋଇଯାଇଛ, ବର୍ତ୍ତମାନ ତୁମେମାନେ ଜ୍ଞାନ ଚିତା ଉପରେ ବସ ଏବଂ ସମସ୍ତଙ୍କଠାରୁ ମମତ୍ୱକୁ ତୁଟାଇ ଦିଅ । ତୁମେ ସବୁ ମୋ’ର ଏକମାତ୍ର ପ୍ରିୟତମର ପ୍ରିୟତମା ଅଟ । ସବୁ ଭକ୍ତମାନେ ଭଗବାନଙ୍କୁ ମନେ ପକାଇଥା’ନ୍ତି । ସତ୍ୟଯୁଗ-ତ୍ରେତାରେ ଭକ୍ତି କରନ୍ତି ନାହିଁ । ସେଠାରେ ତ ଜ୍ଞାନର ପ୍ରାଲବ୍ଧ ରହିଥାଏ । ବାବା ଆସି ଜ୍ଞାନ ଦ୍ୱାରା ରାତିକୁ ଦିନରେ ପରିବର୍ତ୍ତନ କରୁଛନ୍ତି । ଏମିତି ନୁହେଁ ଯେ ଶାସ୍ତ୍ର ପଢିଲେ ଦିନ ହୋଇଯିବ ଅର୍ଥାତ୍ ସତ୍ୟଯୁଗ ଆସିଯିବ । ସେ ସବୁ ହେଲା ଭକ୍ତିର ସାମଗ୍ରୀ । ଜ୍ଞାନର ସାଗର, ପତିତ-ପାବନ ଏକମାତ୍ର ବାବା ହିଁ ଅଟନ୍ତି, ସେ ଏଠାକୁ ଆସି ସୃଷ୍ଟିଚକ୍ରର ଜ୍ଞାନ ପିଲାମାନଙ୍କୁ ବୁଝାଇବା ସହିତ ରାଜଯୋଗର ଶିକ୍ଷା ମଧ୍ୟ ଦେଉଛନ୍ତି । ତୁମେ ଈଶ୍ୱରଙ୍କ ସହିତ ଯୋଗ ଲଗାଇ ଏବେ ଯୋଗ ଯୋଗେଶ୍ୱର ହେଉଛ ଏବଂ ପରେ ପୁଣି ରାଜ ରାଜେଶ୍ୱର, ରାଜରାଜେଶ୍ୱରୀ ହେବ । ତୁମେ ଈଶ୍ୱରଙ୍କ ଦ୍ୱାରା ରାଜାମାନଙ୍କର ରାଜା ହେଉଛ । ଯେଉଁ ପବିତ୍ର ରାଜାମାନେ ଥିଲେ, ସେହିମାନେ ପୁଣି ପତିତ ହେଉଛନ୍ତି । ନିଜେ ପୂଜ୍ୟ ପୁଣି ନିଜେ ପୂଜାରୀ ହେଉଛନ୍ତି । ତେବେ ବର୍ତ୍ତମାନ ଯେତେ ଦୂର ସମ୍ଭବ ଯୋଗଯୁକ୍ତ ହୋଇ ରହିବାକୁ ହେବ । ଯେପରି ପ୍ରେମିକା ପ୍ରେମିକକୁ ମନେ ପକାଇଥାଏ । ଯେମିତି କନ୍ୟାର ନିର୍ବନ୍ଧ ହେଲା ପରେ ସେମାନେ ପରସ୍ପରକୁ ମନେ ପକାଇଥା’ନ୍ତି । ତେବେ ଏହି ପ୍ରେମିକଙ୍କର ମଧ୍ୟ ଭକ୍ତିମାର୍ଗରେ ବହୁତ ପ୍ରେମିକା ଅଛନ୍ତି । ସମସ୍ତେ ଦୁଃଖୀ ହୋଇ ସେହି ପିତାଙ୍କୁ ମନେପକାଉଛନ୍ତି ହେ - ଭଗବାନ ଆମର ଦୁଃଖକୁ ହରଣ କର, ସୁଖ ଦିଅ । ଏଠାରେ ତ ନା ଶାନ୍ତି ଅଛି ନା ସୁଖ ଅଛି । କିନ୍ତୁ ସତ୍ୟଯୁଗରେ ସୁଖ, ଶାନ୍ତି ଉଭୟ ରହିଛି ।

ବର୍ତ୍ତମାନ ତୁମେମାନେ ଜାଣୁଛ, ଆମେମାନେ କିପରି ୮୪ ଜନ୍ମର ପାର୍ଟ କରୁଛୁ । ବ୍ରାହ୍ମଣ, ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହେଉଛୁ । ୮୪ ଜନ୍ମର ସିଢି ବୁଦ୍ଧିରେ ଅଛି ନା । ଏବେ ଯେତେ ଦୂର ସମ୍ଭବ ବାବାଙ୍କୁ ସ୍ମରଣ କରିବାକୁ ହେବ, ତେବେ ଯାଇ ପାପ କଟିବ । କର୍ମ କରିବା ସମୟରେ ମଧ୍ୟ ବୁଦ୍ଧିରେ ବାବାଙ୍କର ସ୍ମୃତି ରହୁ । ବାବାଙ୍କଠାରୁ ଆମେମାନେ ଏବେ ସ୍ୱର୍ଗର ସମ୍ପତ୍ତି ନେଉଛୁ । ତେବେ ବାବା ଏବଂ ତାଙ୍କର ସମ୍ପତ୍ତିକୁ ସ୍ମରଣ କରିବାକୁ ହେବ । ଯାହା ଦ୍ୱାରା ପାପ କଟି ଚାଲିବ । ଯେତେ ବାବାଙ୍କୁ ସ୍ମରଣ କରିବ ସେତେ ଆତ୍ମାରେ ପବିତ୍ରତାର ଲାଇଟ୍ ବଢି ଚାଲିବ, ଖାଦ ଅର୍ଥାତ୍ ବିକାର ବାହାରିଯିବ । ତେଣୁ ପିଲାମାନଙ୍କୁ ଯେତେ ଦୂର ସମ୍ଭବ ସମୟ ବାହାର କରି ଯୋଗ କରିବାର ଉପାୟ କରିବାକୁ ହେବ । ସକାଳୁ ସକାଳୁ ସମୟ ଭଲ ମିଳିଥାଏ, ତେଣୁ ସେ ସମୟରେ ଏହି ପୁରୁଷାର୍ଥ କରିବାକୁ ହେବ । ଯଦିଓ ଗୃହସ୍ଥ ବ୍ୟବହାର ଭିତରେ ରହୁଛ, ପିଲାମାନଙ୍କର ପାଳନା କରୁଛ କିନ୍ତୁ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ । କାମଚିତା ଉପରେ ବସ ନାହିଁ । ଏବେ ତୁମେମାନେ ଜ୍ଞାନଚିତା ଉପରେ ବସିଛ । ଏହି ପାଠପଢା ବହୁତ ଉଚ୍ଚ, ଏଥିରେ ବୁଦ୍ଧିରୂପୀ ପାତ୍ର ସୁନାର ଅର୍ଥାତ୍ ପବିତ୍ର ହେବା ଦରକାର । ତେବେ ତୁମେମାନେ ଯେତେ ବାବାଙ୍କୁ ସ୍ମରଣ କରିବ ସେତେ ସୁନାର ପାତ୍ର ହୋଇପାରିବ । ବାବାଙ୍କୁ ଭୁଲିଯିବା କାରଣରୁ ପୁଣି ଲୁହାର ପାତ୍ର ହୋଇଯାଉଛ । ବାବାଙ୍କୁ ସ୍ମରଣ କରିଲେ ସ୍ୱର୍ଗର ମାଲିକ ହୋଇଯିବ । ଏହା ତ ବହୁତ ସହଜ ନା । ମୁଖ୍ୟ କଥା ହେଲା ପବିତ୍ରତା । ବାବାଙ୍କୁ ସ୍ମରଣ କଲେ ହିଁ ଆତ୍ମା ପବିତ୍ର ହେବ ଏବଂ ସୃଷ୍ଟିଚକ୍ରକୁ ସ୍ମରଣ କରିଲେ ସ୍ୱର୍ଗର ମାଲିକ ହେବ । ତୁମକୁ ଘରଦ୍ୱାର ଛାଡିବାର ଆବଶ୍ୟକତା ନାହିଁ । ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ହେବ । ବାବା କହୁଛନ୍ତି ୬୩ ଜନ୍ମ ତୁମେ ପତିତ ଦୁନିଆରେ ରହି ଆସିଛ । ଶିବାଳୟ ଅମରଲୋକକୁ ଯିବା ପାଇଁ ତୁମେମାନେ ଯଦି ଏହି ଗୋଟିଏ ଜନ୍ମ ପବିତ୍ର ରହିବ, ତେବେ କ୍ଷତି କ’ଣ! ଏହାଦ୍ୱାରା ବହୁତ ରୋଜଗାର ହେବ । ତୁମମାନଙ୍କୁ ୫ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, ତେବେ ଯାଇ ଜଗତଜୀତ ହୋଇପାରିବ ନଚେତ୍ ପଦ ପାଇପାରିବ ନାହିଁ । ବାବା କହୁଛନ୍ତି ସମସ୍ତଙ୍କୁ ମରିବାକୁ ତ ହେବ, ଏହା ତୁମର ଅନ୍ତିମ ଜନ୍ମ, ଏହା ପରେ ତୁମେ ନୂଆ ଦୁନିଆରେ ଯାଇ ରାଜ୍ୟ କରିବ । ହୀରା-ନୀଳାର ଖଣି ସବୁ ପୁଣି ଭରପୁର ହୋଇଯିବ । ସେଠାରେ ତୁମେ ହୀରା-ନୀଳାରେ ଖେଳିବ । ତେଣୁ ଏଭଳି ବାବାଙ୍କର ମତ ଅନୁସାରେ ଚାଲିବା ଉଚିତ୍ ନା । ଶ୍ରୀମତ ଦ୍ୱାରା ହିଁ ତୁମେମାନେ ଶ୍ରେଷ୍ଠ ହୋଇପାରିବ । ରାବଣର ମତରେ ଚାଲି ତୁମେ ଭ୍ରଷ୍ଟାଚାରୀ ହୋଇଯାଇଛ । ଏବେ ବାବାଙ୍କର ଶ୍ରୀମତରେ ଚାଲି ତୁମକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । କେବଳ ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ବାବା ଆଉ କୌଣସି କଷ୍ଟ ଦେଉନାହାଁନ୍ତି । ଭକ୍ତିମାର୍ଗରେ ତ ତୁମେମାନେ ବହୁତ ଧକ୍କା ଖାଇଛ । ଏବେ କେବଳ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ସୃଷ୍ଟିଚକ୍ରକୁ ମନେ ପକାଇବାକୁ ହେବ । ଯଦି ବର୍ତ୍ତମାନ ତୁମେମାନେ ସ୍ୱଦର୍ଶନ ଚକ୍ରଧାରୀ ହେବ ତେବେ ୨୧ ଜନ୍ମ ପାଇଁ ଚକ୍ରବର୍ତ୍ତୀ ରାଜା ହୋଇଯିବ । ଅନେକ ଥର ତୁମେ ରାଜ୍ୟ ନେଇଛ ଏବଂ ହରାଇଛ । ଅଧାକଳ୍ପ ହେଉଛି ସୁଖ ଏବଂ ଅଧାକଳ୍ପ ହେଉଛି ଦୁଃଖ । ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ସଂଗମଯୁଗରେ ଆସୁଛି ଏବଂ ତୁମକୁ ସୁଖଧାମର ମାଲିକ କରୁଛି । ଏବେ ତୁମକୁ ସ୍ମୃତି ଆସୁଛି ଯେ ଆମେ କିପରି ୮୪ ଜନ୍ମର ଚକ୍ର ଲଗାଉଛୁ । ଏହି ଚକ୍ରକୁ ବୁଦ୍ଧିରେ ରଖିବାକୁ ହେବ । ବାବା ହେଲେ ଜ୍ଞାନର ସାଗର । ତୁମେମାନେ ଏଠାରେ ଅବିନାଶୀ ବାବାଙ୍କ ସମ୍ମୁଖରେ ବସିଛ । ଉଚ୍ଚରୁ ଉଚ୍ଚ ଭଗବାନ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ତୁମକୁ ବର୍ସା ଦେଉଛନ୍ତି । ତେଣୁ ଦୁନିଆର ବିନାଶ ହେବା ପୂର୍ବରୁ ବାବାଙ୍କୁ ମନେ ପକାଇ ପବିତ୍ର ହୁଅ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିରନ୍ତର ବାବାଙ୍କର ସ୍ମୃତିରେ ରହିବା ପାଇଁ ବୁଦ୍ଧିକୁ ସୁନାର ପାତ୍ର କରିବାକୁ ହେବ । କର୍ମଧନ୍ଦା କରୁଥିଲେ ମଧ୍ୟ ବାବାଙ୍କର ସ୍ମୃତି ରହିଥାଉ କାରଣ ବାବାଙ୍କର ସ୍ମୃତି ଦ୍ୱାରା ହିଁ ପବିତ୍ରତାର ଲାଇଟ୍ ଅର୍ଥାତ୍ ଉଜ୍ୱଳତା ଆସିବ ।

(୨) ମୁରଲୀ କେବେ ବି ମିସ୍ କରିବାର ନାହିଁ । ଡ୍ରାମାର ରହସ୍ୟକୁ ଯଥାର୍ଥ ଭାବରେ ବୁଝିବାର ଅଛି । ତୁମେମାନେ ବର୍ତ୍ତମାନ ଭଟ୍ଟୀରେ ଅର୍ଥାତ୍ ଯୋଗ ଅଗ୍ନିର ଭାଟୀରେ ଅଛ, ତେଣୁ ବାହାରର କୌଣସି କଥା ତୁମର ମନେ ନ ପଡୁ ।

ବରଦାନ:-
ପରସ୍ପର ଭିତରେ ଜଣେ ଅନ୍ୟ ଜଣଙ୍କର ବିଶେଷତାକୁ ଦେଖିବା ଏବଂ ବର୍ଣ୍ଣନା କରୁଥିବା ଶ୍ରେଷ୍ଠତା ସମ୍ପନ୍ନ ହୋଲୀହଂସ ଭବ ।

ସଂଗମଯୁଗରେ ପ୍ରତ୍ୟେକ ସନ୍ତାନକୁ ଜ୍ଞାନ ଦ୍ୱାରା କୌଣସି ନା କୌଣସି ବିଶେଷ ଗୁଣ ନିଶ୍ଚିତ ମିଳିଛି, ସେଥିପାଇଁ ହୋଲୀହଂସ ହୋଇ ପ୍ରତ୍ୟେକଙ୍କର ବିଶେଷତାକୁ ଦେଖ ଏବଂ ବର୍ଣ୍ଣନା କର । ଯେତେବେଳେ ବି କାହାର ଦୋଷ ଦୁର୍ବଳତାକୁ ଦେଖୁଛ ବା ଶୁଣୁଛ ସେତେବେଳେ ଭାବିବା ଦରକାର ଯେ ଏହି ଦୁର୍ବଳତାଟି ଏହାଙ୍କର ନୁହେଁ, ମୋ’ର ଅଟେ କାହିଁକି ନା ଆମେ ସମସ୍ତେ ଜଣେ ପିତାଙ୍କର ସନ୍ତାନ ଏବଂ ଗୋଟିଏ ପରିବାରର ସଦସ୍ୟ ତଥା ଗୋଟିଏ ମାଳାର ଦାନା ଅଟୁ । ଯେପରି ନିଜର ଦୁର୍ବଳତା ଗୁଡିକୁ ସମସ୍ତଙ୍କୁ ଜଣାଇବା ପାଇଁ ଚାହୁଁ ନାହଁ ସେହିପରି ଅନ୍ୟର ଦୁର୍ବଳତାକୁ ମଧ୍ୟ ବର୍ଣ୍ଣନା କର ନାହିଁ, କାହିଁକି ନା ହୋଲୀହଂସର ଲକ୍ଷଣ ହେଲା ବିଶେଷତା ଗୁଡିକୁ ଗ୍ରହଣ କରିବା ଏବଂ ଦୁର୍ବଳତାଗୁଡିକୁ ସମାପ୍ତ କରିବା ।

ସ୍ଲୋଗାନ:-
ସମୟକୁ ସଫଳ କରୁଥିବା ତୀବ୍ର ପୁରୁଷାର୍ଥୀ ହିଁ ସଦା ବିଜୟୀ ଅଟନ୍ତି ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ଯେପରି ଦାନା ଗୁଡିକର ବିଶେଷତା ହେଲା - ଏକାଭଳି ଦାନାଗୁଡିକ ହିଁ ମାଳାର ଗୋଟିଏ ସୂତାରେ ଗୁନ୍ଥା ହୋଇଥାଆନ୍ତି, ସେହିପରି ତୁମେ ସବୁ ବୈଜୟନ୍ତୀ ମାଳାର ଦାନାମାନେ ମଧ୍ୟ ଯେତେବେଳେ ଏକମତ, ଜଣଙ୍କର ଲଗନରେ ଏକରସ ସ୍ଥିତିରେ ରହୁଥିବା ଏକାଭଳି ଦେଖାଯିବ ସେତେବେଳେ ଯାଇ ମାଳାରେ ଗୁନ୍ଥା ହୋଇପାରିବ । ଯଦି ପରସ୍ପର ଭିତରେ ଦୁଇମତ ହେଉଛି ତେବେ ସେମାନେ ୧୬,୦୦୦ର ମାଳାର ଦାନା ହୋଇଯିବେ ।