09.03.25    Avyakt Bapdada     Odia Murli    20.03.2004     Om Shanti     Madhuban


“ଏହି ବର୍ଷକୁ ବିଶେଷ ଭାବରେ ଜୀବନମୁକ୍ତ ବର୍ଷ ରୂପରେ ପାଳନ କର, ଏକତା ଏବଂ ଏକାଗ୍ରତା ଦ୍ୱାରା ବାବାଙ୍କର ପ୍ରତ୍ୟକ୍ଷତା କର”


ଆଜି ସ୍ନେହର ସାଗର ଚାରିଆଡର ସ୍ନେହୀ ପିଲାମାନଙ୍କୁ ଦେଖୁଛନ୍ତି । ବାବାଙ୍କର ମଧ୍ୟ ପିଲାମାନଙ୍କ ପ୍ରତି ହାର୍ଦ୍ଦିକ ଅବିନାଶୀ ସ୍ନେହ ରହିଛି ଏବଂ ପିଲାମାନଙ୍କର ମଧ୍ୟ ଦିଲାରାମ ବାବାଙ୍କ ପ୍ରତି ଦିଲ୍‌ର ସ୍ନେହ ଅଛି । ଏହି ପରମାତ୍ମ ସ୍ନେହକୁ ବା ଦିଲ୍‌ର ସ୍ନେହକୁ କେବଳ ବାବା ଏବଂ ବ୍ରାହ୍ମଣ ପିଲାମାନେ ହିଁ ଜାଣିଛନ୍ତି । ତେବେ ଏହି ପରମାତ୍ମ ସ୍ନେହର ପାତ୍ର କେବଳ ତୁମେ ବ୍ରାହ୍ମଣ ଆତ୍ମାମାନେ ହିଁ ଅଟ । ଭକ୍ତ ଆତ୍ମାମାନେ ତ ପରମାତ୍ମ ସ୍ନେହର ତୃଷାର୍ତ୍ତ ଅଟନ୍ତି, ସେଥିପାଇଁ ଡାକୁଛନ୍ତି । କିନ୍ତୁ ତୁମେ ଭାଗ୍ୟବାନ ବ୍ରାହ୍ମଣ ଆତ୍ମାମାନେ ହିଁ ସେହି ସ୍ନେହକୁ ପ୍ରାପ୍ତ କରିବାର ପାତ୍ର ଅଟ । ବାପଦାଦା ଜାଣିଛନ୍ତି ଯେ ପିଲାମାନଙ୍କର ବିଶେଷ ସ୍ନେହ କାହିଁକି ରହିଛି । କାହିଁକି ନା ଏହି ସମୟରେ ହିଁ ସର୍ବ ସମ୍ପତ୍ତିର ମାଲିକଙ୍କ ଦ୍ୱାରା ସର୍ବ ସମ୍ପତ୍ତି ପ୍ରାପ୍ତ ହେଉଛି । ଯେଉଁ ସମ୍ପତ୍ତି କେବଳ ବର୍ତ୍ତମାନର ଗୋଟିଏ ଜନ୍ମ ପର୍ଯ୍ୟନ୍ତ ଚାଲୁ ନାହିଁ, ଅନେକ ଜନ୍ମ ପର୍ଯ୍ୟନ୍ତ ଏହି ଅବିନାଶୀ ସମ୍ପତ୍ତିଗୁଡିକ ତୁମ ସାଥୀରେ ଯାଉଛି । ତୁମେ ସବୁ ବ୍ରାହ୍ମଣ ଆତ୍ମାମାନେ ଦୁନିଆର ଲୋକମାନଙ୍କ ଭଳି ହାତ ଖାଲି କରି ଯିବ ନାହିଁ, ସର୍ବ ସମ୍ପତ୍ତି ସାଥୀରେ ଥିବ । ତେବେ ଏହିଭଳି ଅବିନାଶୀ ସମ୍ପତ୍ତିର ପ୍ରାପ୍ତିର ନିଶା ରହୁଛି ତ! ଏବଂ ସବୁ ପିଲାମାନେ ଅବିନାଶୀ ସମ୍ପତ୍ତି ଜମା କରିଛନ୍ତି ତ! ତେଣୁ ଜମା କରିବାର ନିଶା ଏବଂ ଖୁସି ମଧ୍ୟ ସର୍ବଦା ସାଥୀରେ ରହିଛି । ତେଣୁ ସମସ୍ତଙ୍କର ଚେହେରାରେ ସମ୍ପତ୍ତି ଜମା ରଖିଥିବାର ଖୁସିର ଝଲକ ଦେଖିବାକୁ ମିଳୁଛି । ତେବେ ଜାଣିଛ ତ କେଉଁ ସମ୍ପତ୍ତି ବାବାଙ୍କ ଦ୍ୱାରା ପ୍ରାପ୍ତ ହୋଇଛି? କେବେ ନିଜର ଜମାର ଖାତାକୁ ଚେକ୍ କରିଛ? ବାବା ତ ସବୁ ପିଲାଙ୍କୁ ସବୁ ସମ୍ପତ୍ତି ଅସରନ୍ତି ପରିମାଣରେ ଦେଉଛନ୍ତି । କାହାକୁ କମ୍ କାହାକୁ ଅଧିକ ଦେଉ ନାହାଁନ୍ତି । ପ୍ରତ୍ୟେକ ସନ୍ତାନ ଅସରନ୍ତି, ଅଖଣ୍ଡ ଏବଂ ଅବିନାଶୀ ସମ୍ପତ୍ତିର ମାଲିକ ଅଟେ । ବାଳକ ହେବା ଅର୍ଥ ସମ୍ପତ୍ତିର ମାଲିକ ହେବା । ତେଣୁ ମନେ ପକାଅ ବାପଦାଦା କେତେ ସମ୍ପତ୍ତି ଦେଇଛନ୍ତି ।

ସର୍ବ ପ୍ରଥମ ସମ୍ପତ୍ତି ହେଲା - ଜ୍ଞାନ ଧନ, ତେଣୁ ସମସ୍ତଙ୍କୁ ଜ୍ଞାନ ଧନ ମିଳିଛି ତ? କ’ଣ ମିଳି ସାରିଛି ନା ଆଗକୁ ମିଳିବ? ଆଚ୍ଛା - ଜମା ଅଛି ତ? ନା କିଛି ଜମା ଅଛି, ଆଉ କିଛି ଖର୍ତ୍ତ ହୋଇଯାଇଛି । ଜ୍ଞାନ ଧନର ଅର୍ଥ ହେଲା ବୁଦ୍ଧିମାନ ହୋଇ, ତ୍ରିକାଳଦର୍ଶୀ ହୋଇ କର୍ମ କରିବା । ଜ୍ଞାନବାନ ଆତ୍ମା ହେବା । ତିନି କାଳର ଜ୍ଞାନ ସହିତ ସମ୍ପୂର୍ଣ୍ଣ ରୂପରେ ଜ୍ଞାନକୁ ବୁଝି ତାକୁ କାର୍ଯ୍ୟରେ ଲଗାଇବା । ଏହି ଜ୍ଞାନ ରୂପୀ ସମ୍ପତ୍ତିକୁ ନିଜର ପ୍ରତ୍ୟକ୍ଷ ଜୀବନରେ, ପ୍ରତ୍ୟେକ କାର୍ଯ୍ୟରେ ବ୍ୟବହାର କରିବା ଦ୍ୱାରା ବିଧି ଆଧାରରେ ସିଦ୍ଧି ପ୍ରାପ୍ତ ହୋଇଥାଏ, ଯାହାଦ୍ୱାରା ଅନେକ ଗୁଡିଏ ବନ୍ଧନରୁ ମୁକ୍ତି ଏବଂ ଜୀବନମୁକ୍ତି ପ୍ରାପ୍ତ ହୋଇଥାଏ । କ’ଣ ଏହିଭଳି ଅନୁଭବ କରୁଛ ତ? ଏମିତି ନୁହେଁ ଯେ ସତ୍ୟଯୁଗକୁ ଗଲେ ଯାଇ ଜୀବନମୁକ୍ତି ମିଳିବ, ଏବେ ବି ଏହି ସଂଗମଯୁଗୀ ଜୀବନରେ ଅନେକ ପ୍ରକାରର ବିନାଶୀ ବନ୍ଧନ ଗୁଡିକରୁ ମୁକ୍ତି ମିଳି ଯାଉଛି । ଜୀବନ ବନ୍ଧନମୁକ୍ତ ହୋଇଯାଉଛି । ଜାଣିଛ ନା କେତେ ଗୁଡିଏ ବନ୍ଧନରୁ ମୁକ୍ତ ହୋଇଯାଇଛ! କେତେ ପ୍ରକାରର ହାୟ, ହାୟଠାରୁ ମୁକ୍ତ ହୋଇ ଯାଇଛ! ଏବଂ ସଦାକାଳ ପାଇଁ ହାୟ-ହାୟ ସମାପ୍ତ ହୋଇ ବାଃ ବାଃ ର ଗୀତ ଗାଇ ଚାଲିଛ । ଯଦି କୌଣସି କଥାରେ ଟିକିଏ ବି ମୁଖରେ ବି ନୁହେଁ, ସଂକଳ୍ପ ମାତ୍ରରେ ବା ସ୍ୱପ୍ନ ମାତ୍ରରେ ମଧ୍ୟ ହାୟ ହାୟ ମନ ଭିତରେ ଆସିଯାଉଛି ତେବେ ତୁମେ ଜୀବନମୁକ୍ତ ନୁହେଁ । ବାଃ,ବାଃ ବାଃ! ଏହିଭଳି ଅଟ ତ? ମାତାମାନେ ହାୟ ହାୟ କରୁନାହଁ ତ? ନାହିଁ ନା? କେବେ କେବେ କରୁଛି କି? ପାଣ୍ଡବମାନେ କ’ଣ କରୁଛ? ମୁଖରେ ବି ନ କୁହ କିନ୍ତୁ ମନ ଭିତରେ ସଂକଳ୍ପ ମାତ୍ରରେ ଯଦି କୌଣସି କଥା ବି ହାୟ ରହିଛି ତେବେ ଫ୍ଲାଏ ଅର୍ଥାତ୍ ଉଡିବା ହେଉ ନାହିଁ । କାରଣ ହାୟ ଅର୍ଥାତ୍ ବନ୍ଧନ ଏବଂ ଫ୍ଲାଏ ଅର୍ଥାତ୍ ଉଡିବାର କଳା, ବନ୍ଧନମୁକ୍ତ, ଜୀବନମୁକ୍ତ ହେବାର କଳା । ତେଣୁ ଚେକ୍ କର, କାହିଁକି ନା ବ୍ରାହ୍ମଣ ଆତ୍ମାମାନେ ଯେତେ ଦିନ ପର୍ଯ୍ୟନ୍ତ ନିଜେ ବନ୍ଧନମୁକ୍ତ ହୋଇ ନାହାଁନ୍ତି, କୌଣସି ପ୍ରକାରର ସୁନାର ବା ହୀରାର ରାଜକୀୟ ବନ୍ଧନର ରସୀ ବାନ୍ଧି ହୋଇ ରହିଛି, ସେତେ ଦିନ ପର୍ଯ୍ୟନ୍ତ ସର୍ବ ଆତ୍ମାଙ୍କ ପାଇଁ ମୁକ୍ତିର ଗୋଟ୍ ଖୋଲି ପାରିବ ନାହିଁ । ତେଣୁ ତୁମମାନଙ୍କର ବନ୍ଧନମୁକ୍ତ ସ୍ଥିତି ଆଧାରରେ ହିଁ ସର୍ବ ଆତ୍ମାମାନଙ୍କ ପାଇଁ ମୁକ୍ତିର ଦ୍ୱାର ଖୋଲିବ । ତେଣୁ ଗେଟ୍ ଖୋଲିବାର ବା ସର୍ବ ଆତ୍ମାମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିବାର ଦାୟିତ୍ୱ ତୁମମାନଙ୍କର ଉପରେ ରହିଛି ।

ତେଣୁ ଚେକ୍ କର - ମୁଁ ନିଜର ଦାୟିତ୍ୱକୁ କେତେ ମାତ୍ରାରେ ପାଳନ କରିଛି? ତୁମେ ସମସ୍ତେ ବାପଦାଦାଙ୍କ ସହିତ ବିଶ୍ୱ ପରିବର୍ତ୍ତନ କରିବାର ଠିକା ନେଇଛ, ତେଣୁ ଠିକାଦାର ଅଟ ବା ଦାୟିତ୍ୱ ଧାରୀ ଅଟ । ଯଦି ବାବା ଚାହିଁବେ ତେବେ ସବୁ କିଛି କରିପାରିବେ କିନ୍ତୁ ବାବାଙ୍କର ପିଲାମାନଙ୍କ ଉପରେ ସ୍ନେହ ରହିଛି ତେଣୁ ଏକୁଟିଆ କିଛି କରିବାକୁ ଚାହୁଁ ନାହାଁନ୍ତି, ଅବତରିତ ହେବା ମାତ୍ରକେ ତୁମମାନଙ୍କୁ ନିଜ ସାଥୀରେ ଅବତରିତ କରିଛନ୍ତି । ଶିବରାତ୍ରି ପାଳନ କରିଥିଲା ନା! ତେବେ କାହାର ପାଳନ କରିଛ? କ’ଣ କେବଳ ବାପଦାଦାଙ୍କର? ତୁମ ସମସ୍ତଙ୍କର ଜନ୍ମ ଦିବସ ପାଳନ କରୁଛ ନା! ଆଦିରୁ ଅନ୍ତ ପର୍ଯ୍ୟନ୍ତ ବାବାଙ୍କର ସାଥୀ ଅଟ । କ’ଣ ଏହି ନିଶା ଅଛି ତ - ଆମେ ଆଦିଠାରୁ ଅନ୍ତ ପର୍ଯ୍ୟନ୍ତ ସାଥୀ ଅଟୁ? ଭଗବାନଙ୍କର ସାଥୀ ଅଟୁ । ତେବେ ବାପଦାଦା ଏବେ ଏହି ବର୍ଷର ମିଳନ ଋତୁର ଶେଷ ପାର୍ଟରେ ସବୁ ପିଲାଙ୍କ ଠାରୁ ଏହି କଥା ଚାହୁଁଛନ୍ତି, କହିବୁ କ’ଣ ଚାହୁଛୁଁ? କରିବାକୁ ପଡିବ । କେବଳ ଶୁଣିବାର ନାହିଁ, କରିବାକୁ ହିଁ ପଡିବ । ଠିକ୍ ଅଛି ତ ଟୀଚରମାନେ? ଟୀଚରମାନେ ହାତ ଉଠାଅ । ଟୀଚରମାନେ ମଧ୍ୟ ବିଞ୍ଚଣା ହଲାଉଛନ୍ତି, ଗରମ ଲାଗୁଛି ନା! ଆଚ୍ଛା, ସବୁ ଟୀଚରମାନେ ନିଜେ କରିବ ଏବଂ ସମସ୍ତଙ୍କୁ କରାଇବ ତ? କ’ଣ କହୁଛ, କରିବ? ଆଚ୍ଛା! ପବନ ମଧ୍ୟ ମିଳୁଛି, ହାତ ମଧ୍ୟ ହଲାଉଛନ୍ତି । ଏହି ଦୃଶ୍ୟ ବହୁତ ଭଲ ଲାଗୁଛି । ବହୁତ ଭଲ । ତେବେ ବାପଦାଦା ଏହି ସିଜିନ୍‌ର ସମାପ୍ତି ସମାରୋହରେ ଗୋଟିଏ ନୂଆ ପ୍ରକାରର ଦୀପାବଳୀ ପାଳନ କରିବାକୁ ଚାହୁଁଛନ୍ତି, ବୁଝିପାରିଲ! ନୂଆ ପ୍ରକାରର ଦୀପାବଳୀ ପାଳନ କରିବା ପାଇଁ ତୁମେମାନେ ପ୍ରସ୍ତୁତ ଅଛ ତ? ଯେଉଁମାନେ ପ୍ରସ୍ତୁତ ଅଛ, ସେମାନେ ହାତ ଉଠାଅ । ତୁଚ୍ଛାଟାରେ ହଁ କୁହ ନାହିଁ । ବାପଦାଦାଙ୍କୁ ଖୁସି କରିବା ପାଇଁ ହାତ ଉଠାଅ ନାହିଁ । ଦିଲ୍‌ର ସହିତ ଉଠାଅ । ଆଚ୍ଛା! ବାପଦାଦା ନିଜର ଆନ୍ତରିକ ଆଶାଗୁଡିକୁ ସମ୍ପନ୍ନ କରିବାର ଦୀପଗୁଡିକୁ ଜଳୁଥିବାର ଦେଖିବାକୁ ଚାହୁଁଛନ୍ତି । ତେବେ ବାପଦାଦାଙ୍କର ଆଶାର ଦୀପମାନଙ୍କର ଦୀପାବଳୀ ପାଳନ କରିବାକୁ ଚାହୁଁଛନ୍ତି । ବୁଝିପାରିଲ, କେଉଁ ଦୀପାବଳୀ? ସ୍ପଷ୍ଟ ହେଲା ତ?

ତେବେ ବାପଦାଦଙ୍କର ଆଶାର ଦୀପଟି କ’ଣ? ଗତବର୍ଷଠାରୁ ନେଇ ଏହି ମଧ୍ୟ ସିଜିନ୍ ଶେଷ ହୋଇଗଲା । ବାପଦାଦା ମଧ୍ୟ କହିଥିଲେ ଏବଂ ତୁମେମାନେ ମଧ୍ୟ ସଂକଳ୍ପ କରିଥିଲ, ମନେ ଅଛି ତ? କେହି କେହି ତ ସେହି ସଂକଳ୍ପକୁ କେବଳ ସଂକଳ୍ପ ପର୍ଯ୍ୟନ୍ତ ହିଁ ପୂରଣ କରିଛନ୍ତି, ଆଉ କେହି ଅଧା ପର୍ଯ୍ୟନ୍ତ ପୂରଣ କରିଛନ୍ତି, ଆଉ କେହି କେବଳ ଭାବିବାରେ ହିଁ ରହିଯାଇଛନ୍ତି । ତେବେ ସେହି ସଂକଳ୍ପ ପର୍ଯ୍ୟନ୍ତ ହିଁ ପୂରଣ କରିଛନ୍ତି, ଆଉ କେହି ଅଧା ପର୍ଯ୍ୟନ୍ତ ପୂରଣ କରିଛନ୍ତି, ଆଉ କେହି କେବଳ ଭାବିବାରେ ହିଁ ରହିଯାଇଛନ୍ତି । ତେବେ ସେହି ସଂକଳ୍ପଟି କ’ଣ? କିଛି ନୂଆ କଥା ନୁହେଁ, ପୁରୁଣା କଥା - ସ୍ୱପରିବର୍ତ୍ତନ ଦ୍ୱାରା ସର୍ବ ପରିବର୍ତ୍ତନ । ବିଶ୍ୱର କଥା ଏବେ ଛାଡ, ବାପଦାଦା ଏବେ ସ୍ୱପରିବର୍ତ୍ତନ ଦ୍ୱାରା ବ୍ରାହ୍ମଣ ପରିବାରର ପରିବର୍ତ୍ତନ, ଦେଖିବାକୁ ଚାହୁଁଛନ୍ତି । ଏବେ ଆଉ ଏକଥା ଶୁଣିବାକୁ ଚାହୁଁ ନାହାଁନ୍ତି ଯେ ଏମିତି ହୋଇଥିଲେ ସେମିତି ହୋଇଥାଆନ୍ତା । ଇଏ ବଦଳିଲେ, ମୁଁ ବଦଳିବି, ଇଏ କରିଲେ, ମୁଁ କରିବି.... ଏଥିରେ ପ୍ରତ୍ୟେକ ସନ୍ତାନକୁ ବ୍ରହ୍ମାବାବା ବିଶେଷ ଭାବରେ କହୁଛନ୍ତି ଯେ ମୋ ଭଳି ହେ ଅର୍ଜୁନ ଅର୍ଥାତ୍ ପ୍ରଥମ ନମ୍ବର ହୁଅ । ଏଥିରେ ପ୍ରଥମେ ମୁଁ ପ୍ରଥମେ ସେ ନୁହେଁ । ମୁଁ । ଏହି “ମୁଁ କଲ୍ୟାଣକାରୀ ଅଟେ, ବାକି ସବୁ ବିନାଶୀ ମୁଁ, ମୁଁ ତଳକୁ ଖସାଇଥାଏ । ଏଥିରେ ଯେଉଁ ଗାୟନ ଅଛି - ଯିଏ ପ୍ରଥମ କରିବ ସେ ହେ ଅର୍ଜୁନ ଅଟେ, ଅର୍ଜୁନ ଅର୍ଥାତ୍ ପ୍ରଥମ ନମ୍ବର । ନମ୍ବରୱାର ଅର୍ଥାତ୍ କ୍ରମାନ୍ୱୟ ନୁହେଁ, ନମ୍ବରୱାନ । ତେବେ ତୁମେମାନେ ଦୁଇ ନମ୍ବର ହେବା ପାଉଁ ଚାହୁଁଛ, ନା ଏକ ନମ୍ବର ହେବାକୁ ଚାହୁଁଛ? ଅନେକ କାର୍ଯ୍ୟରେ ବାପଦାଦା - ହସିବା ଭଳି କଥା ଦେଖୁଛନ୍ତି, ଗୋଟିଏ ପରିବାରର କଥା ଶୁଣାଉଛୁ ନା । ଏଠାରେ ପରିବାରର ସଦସ୍ୟମାନେ ବସିଛ ନା! ଯଦି ସେଭଳି କୌଣସି କାମ ପଡିଯାଉଛି ତେବେ ବାପଦାଦାଙ୍କ ପାଖକୁ ସମାଚାର ଆସୁଛି ଏବଂ ଅନେକ କାର୍ଯ୍ୟରେ ଏହିଭଳି ହେଉଛି, କେତେକ କାର୍ଯ୍ୟକ୍ରମ ମଧ୍ୟ ଏଭଳି ହେଉଛି ଯାହାକି କୌଣସି ବିଶେଷ ଆତ୍ମାମାନଙ୍କ ପାଇଁ ହୋଇଥାଏ, ସେଥିରେ ବାପଦାଦାଙ୍କ ପାଖକୁ, ଦାଦିମାନଙ୍କ ପାଖକୁ ସମାଚାର ଆସୁଛି, କାହିଁକି ନା ସାକାରରେ ତ ଦାଦୀମାନେ ଅଛନ୍ତି । ବାପଦାଦାଙ୍କ ପାଖରେ ତ ସଂକଳ୍ପ ପହଞ୍ଚି ଯାଉଛି । ତେବେ ସଂକଳ୍ପ କ’ଣ ପହଞ୍ଚୁଛି? ମୋ’ର ନାମ ମଧ୍ୟ ଏଥିରେ ରହିବା ଦରକାର । ମୁଁ କ’ଣ କମ୍ କି! ମୋ’ର ନାମ କାହିଁକି ନାହିଁ! ତେବେ ବାବା କହୁଛନ୍ତି ହେ ଅର୍ଜୁନରେ ତୁମ ନାମ କାହିଁକି ନାହିଁ! ରହିବା ଦରକାର ନା! ନା ରହିବା ଉଚିତ୍ ନୁହେଁ । କ’ଣ ରହିବା ଦରକାର? ସମ୍ମୁଖରେ ମହାରଥୀମାନେ ବସିଛନ୍ତି, ରହିବା ଦରକାର ନା! କ’ଣ କହୁଛ, ରହିବା ଦରକାର? ତେଣୁ ବ୍ରହ୍ମା ବାବା ଯାହା କରିଦେଖାଇଛନ୍ତି, କାହାକୁ ବି ଦେଖି ନାହାଁନ୍ତି, ସିଏ କରୁ ନାହିଁ, ଇଏ କରୁନାହିଁ, ନା । ପ୍ରଥମେ ମୁଁ କରିବି । ଏହି ମୁଁ ଭିତରେ ପୂର୍ବରୁ ଶୁଣାଇଥିବା ଅନେକ ପ୍ରକାରର ରାଜକୀୟ ରୂପର ମୁଁ ଗୁଡିକ ସମାପ୍ତ ହୋଇଯିବ । ତେବେ ଏହି ସିଜିନ୍‌ର ଶେଷରେ ବାପଦାଦାଙ୍କର ଆଶା ଏହା ହିଁ ଅଟେ ଯାହାକି ପ୍ରତ୍ୟେକ ସନ୍ତାନ ଯିଏକି ବ୍ରହ୍ମାକୁମାରୀ ବା ବ୍ରହ୍ମାକୁମାରୀ ବୋଲାଉଛନ୍ତି, ନିଜକୁ ମାନୁଛନ୍ତି ବା ଜାଣିଛନ୍ତି ସେହି ବ୍ରାହ୍ମଣ ଆତ୍ମାମାନେ ସଂକଳ୍ପରେ ମଧ୍ୟ ଯେଉଁ ସବୁ ବିନାଶୀ ବନ୍ଧନ ଭିତରେ ଅଛନ୍ତି, ସେଥିରୁ ମୁକ୍ତ ହୁଅନ୍ତୁ । ବ୍ରହ୍ମାବାବାଙ୍କ ସମାନ ବନ୍ଧନମୁକ୍ତ ଜୀବନମୁକ୍ତ ହୁଅନ୍ତୁ । ବ୍ରାହ୍ମଣ ଜୀବନ ମୁକ୍ତ, ସାଧାରଣ ଜୀବନ ମୁକ୍ତ ନୁହେଁ ଶ୍ରେଷ୍ଠ ବ୍ରାହ୍ମଣ ଜୀବନ ମୁକ୍ତ ଜୀବନର ଏହି ବିଶେଷ ବର୍ଷ ପାଳନ କର । ପ୍ରତ୍ୟେକ ଆତ୍ମା ଯେତିକି ନିଜର ସୂକ୍ଷ୍ମ ବନ୍ଧନଗୁଡିକୁ ଜାଣିଛନ୍ତି, ସେତିକି ଆଉ କେହି ଜାଣି ପାରିବେ ନାହିଁ, ବାପଦାଦା ମଧ୍ୟ ଜାଣିଛନ୍ତି କାହିଁକି ନା ବାପଦାଦାଙ୍କ ପାଖରେ ମଧ୍ୟ ଟି.ଭି. ଅଛି, ମନର ଟି.ଭି. ଶରୀରର ନୁହେଁ, ମନର ଟି.ଭି. ଅଛି । ତେବେ କ’ଣ ଆସନ୍ତା ସିଜିନ୍‌ରେ, କାରଣ ସିଜିନ୍ ତ ହେବ ନା, ନା ବନ୍ଦ କରିଦେବା? ବର୍ଷକ ପାଇଁ ବନ୍ଦ କରିଦେବା? ନାହିଁ? ଗୋଟିଏ ବର୍ଷ ତ ଛୁଟୀ ମିଳିବା ଦରକାର ନା? ନା ନାହିଁ? କ’ଣ କହୁଛ ପାଣ୍ଡବମାନେ ବର୍ଷକ ପାଇଁ ଛୁଟୀ କରିଦେବା? (ଦାଦିଜୀ କହୁଛନ୍ତି ମାସକ ଭିତରେ ୧୫ ଦିନ ଛୁଟୀ) ଆଚ୍ଚା! ବହୁତ ଭଲ କଥା, ସମସ୍ତେ କହୁଛନ୍ତି, ଯେଉଁମାନେ କହୁଛନ୍ତି ଛୁଟୀ ହେବା ଉଚିତ ନୁହେଁ ସେମାନେ ହାତ ଉଠାଅ । କରିବାର ନାହିଁ ତ? ଆଚ୍ଛା! ଉପର ଗ୍ୟାଲେରୀବାଲା, ହାତ ହଲାଉ ନାହାଁନ୍ତି । (ସାରା ସଭା ହାତ ହଲାଇ ସମ୍ମତି ଜଣାଇଲା) ବହୁତ ଭଲ କଥା । ବାବା ତ ସର୍ବଦା ପିଲାମାନଙ୍କୁ ହଁ ଜୀ, ହଁ ଜୀ କରି ଆସିଛନ୍ତି, ଠିକ୍ ଅଛି । ଏବେ ଦେଖିବା ପିଲାମାନେ ବାବାଙ୍କୁ କେବେ ହାଁ ଜୀ କରୁଛନ୍ତି! ବାବାଙ୍କଠାରୁ ତ ହାଁ ଜୀ କରାଇନେଲ । ଏବେ ବାବା କହୁଛନ୍ତି, ବାବା ମଧ୍ୟ ଏବେ ଗୋଟିଏ ସର୍ତ୍ତ ରଖୁଛନ୍ତି, କ’ଣ ସର୍ତ୍ତ ମଞ୍ଜୁର ହେବ ତ? ସମସ୍ତେ ହାଁ ଜୀ ତ କର । ପକ୍କା? ଟିକିଏ ବି ଏପଟ-ସେପଟ କରିବ ନାହିଁ ତ? ଏବେ ସମସ୍ତଙ୍କର ଚେହେରା ଟିଭିରେ ଦେଖାଅ । ଭଲ କଥା । ବାବାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ସବୁ ପିଲା ହାଁ ଜୀ ହାଁ ଜୀ କରିବାବାଲା ଅଟନ୍ତି ।

ତେବେ ବାପଦାଦା ଏହି କଥା ଚାହୁଁଛନ୍ତି ଯେ କେହି କାରଣ ଶୁଣାଇବେ ନାହିଁ ଯେ, ଏହି କାରଣରୁ ବା ସେହି କାରଣରୁ ମୋ’ର ଏହି ବନ୍ଧନ ରହିଛି । ଏବେ କେହି ବି କୌଣସି ସମସ୍ୟା ସ୍ୱରୂପ ନୁହେଁ ସମାଧାନ ସ୍ୱରୂପ ହେବାକୁ ପଡିବ ଏବଂ ଅନ୍ୟ ସାଥୀମାନଙ୍କୁ ମଧ୍ୟ କରିବାକୁ ପଡିବ କାହିଁକି ନା ସମୟର ଅବସ୍ଥାକୁ ତ ଦେଖୁଛ ନା! ଭ୍ରଷ୍ଟାଚାରର ମାତ୍ରା କେଉଁ ଭଳି ବଢି ଚାଲିଛି! ଭ୍ରଷ୍ଟାଚାର, ଅତ୍ୟାଚାର ଅତି ଆଡକୁ ଯାଉଛି । ତେଣୁ ଶ୍ରେଷ୍ଠାଚାରର ପତାକା ପ୍ରଥମେ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ମନ ଭିତରେ ଉଡିବା ଦରକାର, ତେବେ ଯାଇ ବିଶ୍ୱରେ ଉଡିବ । କେତେ ଶିବରାତ୍ରି ପାଳନ କରିସାରିଲଣି! ସବୁ ଶିବରାତ୍ରିରେ ତ ଏହି ସଂକଳ୍ପ କରୁଛ ନା ସାରା ବିଶ୍ୱରେ ବାବାଙ୍କର ପତାକା ଉଡାଇବୁ । ତେବେ ବିଶ୍ୱରେ ପ୍ରତ୍ୟକ୍ଷତାର ପତାକା ଉଡାଇବା ପୂର୍ବରୁ ପ୍ରତ୍ୟେକ ବ୍ରାହ୍ମଣକୁ ସର୍ବଦା ନିଜର ମନ ଭିତରେ ହୃଦୟ ସିଂହାସନ ଉପରେ ବାବାଙ୍କର ପତାକା ଉଡାଇବାକୁ ହେବ । ତେବେ ଏହି ପତାକା ଉଡାଇବା ପାଇଁ କେବଳ ଦୁଇଟି ଶବ୍ଦକୁ ପ୍ରତ୍ୟେକ କର୍ମରେ କାର୍ଯ୍ୟକାରୀ କରିବାକୁ ପଡିବ । କର୍ମରେ କରିବାକୁ ପଡିବ, ସଂକଳ୍ପରେ ନୁହେଁ କି ବୁଦ୍ଧିରେ ନୁହେଁ । ଅନ୍ତର ଭିତରେ, ପ୍ରତ୍ୟେକ କର୍ମରେ, ସମ୍ବନ୍ଧରେ, ସମ୍ପର୍କରେ କାର୍ଯ୍ୟକାରୀ କରିବାକୁ ହେବ । କୌଣସି ମୁଶକିଲ୍ ଶବ୍ଦ ନୁହେଁ, ଅତି ସାଧାରଣ ଶବ୍ଦ । ଗୋଟିଏ ହେଲା - ସମସ୍ତଙ୍କ ସହିତ ସମ୍ବନ୍ଧ-ସମ୍ପର୍କରେ ପରସ୍ପର ଭିତରେ ଏକତା । ଅନେକ ପ୍ରକାରର ସଂସ୍କାର ଥିଲେ ମଧ୍ୟ ଅନେକତା ଭିତରେ ଏକତା । ଦ୍ୱିତୀୟରେ - ଯାହା ବି ଶ୍ରେଷ୍ଠ ସଂକଳ୍ପ କରୁଛ ବାପଦାଦାଙ୍କୁ ବହୁତ ଭଲ ଲାଗୁଛି, ଯେତେବେଳେ ବି ତୁମେମାନେ ସଂକଳ୍ପ କରୁଛ ବାପଦାଦା ସେହି ସଂକଳ୍ପ ଗୁଡିକୁ ଦେଖି ବା ଶୁଣି ବହୁତ ଖୁସି ହେଉଛନ୍ତି, ବାଃ, ପିଲାମାନେ ବାଃ, ବାଃ ଶ୍ରେଷ୍ଠ ସଂକଳ୍ପ ବାଃ କହୁଛନ୍ତି! କହୁଛନ୍ତି କିନ୍ତୁ, ପୁଣି କିନ୍ତୁ.... ଆସିଯାଉଛି । ଆସିବା ଉଚିତ୍ ନୁହେଁ କିନ୍ତୁ ଆସିଯାଉଛି । ଅଧିକାଂଶ ପିଲାଙ୍କର ସଂକଳ୍ପ ଅର୍ଥାତ୍ ୯୦ ପ୍ରତିଶତ ପିଲା ବହୁତ ଭଲ ଭଲ ସଂକଳ୍ପ କରିଥାଆନ୍ତି । ବାପଦାଦା ଭାବନ୍ତି ଆଜି ଏହି ପିଲାର ସଂକଳ୍ପ ବହୁତ ଭଲ, ଏଥର ଉନ୍ନତି ନିଶ୍ଚିତ ହେବ କିନ୍ତୁ କଥାରେ କହିବା ବେଳକୁ ସେଥିରୁ ଅଧା କମୀ ଯାଇଥାଏ, କର୍ମ କରିବାବେଳେ ତା’ଠାରୁ କମ୍ ଚାରିଅଣା ଅଂଶରେ ରହିଯାଏ ଅର୍ଥାତ୍ ମିଶାମିଶି ହୋଇଯାଏ । ତେବେ ଏହାର କାରଣ କ’ଣ? ସଂକଳ୍ପରେ ଏକାଗ୍ରତା ଏବଂ ଦୃଢତା ନାହିଁ । ଯଦି ସଂକଳ୍ପରେ ଏକାଗ୍ରତା ଥାଆନ୍ତା ତେବେ ଏକାଗ୍ରତା ହିଁ ଦୃଢତାର ଆଧାର ଏବଂ ଦୃଢତା ସଫଳତା ଆଧାର । ସେଥିରେ ଫରକ ଆସିଯାଉଛି । ଏହାର କାରଣ କ’ଣ? ତେବେ ଫଳାଫଳ ରୂପରେ ବାପଦାଦା କେବଳ ଗୋଟିଏ କଥା ଦେଖିଲେ ପିଲାମାନେ ଅନ୍ୟମାନଙ୍କୁ ଅଧିକ ଦେଖୁଛନ୍ତି । ତୁମେମାନେ ଅନ୍ୟମାନଙ୍କୁ ଶୁଣାଉଛ ନା, (ବାପଦାଦା ଗୋଟିଏ ଆଙ୍ଗୁଳି ଆଗକୁ କରି ଦେଖାଇଲେ) ଏହିଭଳି କରୁଛ ନା, ତେବେ ଗୋଟିଏ ଆଙ୍ଗୁଳି ଅନ୍ୟ ଆଡକୁ ରହିଲେ ଚାରିଟି ଆଙ୍ଗୁଳି ନିଜ ଆଡକୁ ରହୁଛି । କିନ୍ତୁ ଚାରିଟିକୁ ଦେଖୁନାହଁ, ଗୋଟିଏକୁ ବହୁତ ଦେଖୁଛ ସେଥିପାଇଁ ହିଁ ଏକାଗ୍ରତା, ଦୃଢତା ଏବଂ ଏକତା ଦୋହଲି ଯାଉଛି । ସିଏ କରିଲେ ମୁଁ କରିବି, ଏଥିରେ ଅର୍ଜୁନ ହୋଇଯାଉଛ, ସେଥିରେ ଦ୍ୱିତୀୟ ନମ୍ବର ହୋଇଯାଉଛ । ନଚେତ୍ ତୁମର ସ୍ଳୋଗାନକୁ ବଦଳାଇ ଦିଅ । ସ୍ୱ ପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନ ପରିବର୍ତ୍ତେ ବିଶ୍ୱ ପରିବର୍ତ୍ତନ ଦ୍ୱାରା ସ୍ୱ ପରିବର୍ତ୍ତନ କର । ଅନ୍ୟର ପରିବର୍ତ୍ତନ ଦ୍ୱାରା ସ୍ୱ ପରିବର୍ତ୍ତନ କର । କ’ଣ ବଦଳାଇ ଦେବା ତ? ନାହିଁ ନା! ତାହା ହେଲେ ପୁଣି ବାପଦାଦା ମଧ୍ୟ ଗୋଟିଏ ସର୍ତ୍ତ ରଖିବେ, ମଞ୍ଜୁର ଅଟେ ତ, କହିବୁ ତ? ବାପଦାଦ ୬ ମାସ ପରେ ଫଳାଫଳ ଦେଖିବେ, ତା’ପରେ ଆସିବେ, ନଚେତ୍ ଆସିବେ ନାହିଁ । ଯଦି ବାବା ହାଁ ଜୀ କରିଲେ, ତେବେ ପିଲାମାନଙ୍କୁ ମଧ୍ୟ ହାଁ ଜୀ କରିବା ଦରକାର ନା! ଯାହା ବି ହୋଇଯାଉ, ବାପଦାଦା ତ କହୁଛନ୍ତି ସ୍ୱ ପରିବର୍ତ୍ତନ କରିବା ପାଇଁ ଏହି ବିନାଶୀ ମୁଁ ପଣିଆରୁ ମରିବାକୁ ପଡିବ, ମୁଁ ପଣିଆଠାରୁ ମରିବ, ଶରୀରରୁ ନୁହେଁ । ମୁଁ ଠିକ୍ ଅଛି, ମୁଁ ଏଇଆ, ମୁଁ କ’ଣ କମ୍ କି! ମୁଁ ମଧ୍ୟ ସବୁ କିଛି ଅଟେ... ଏହିଭଳି ମୁଁ ପଣିଆ ଠାରୁ ମରିବାକୁ ହେବ । ତେବେ ଯଦି ମରିବାକୁ ବି ପଡୁଛି ତାହାହେଲେ ଏହି ମୃତ୍ୟୁ ବହୁତ ମିଠା ମୃତ୍ୟୁ ଅଟେ । ଏହା ମରିବା ନୁହେଁ ବରଂ ୨୧ ଜନ୍ମ ପର୍ଯ୍ୟନ୍ତ ରାଜ୍ୟ ଭାଗ୍ୟ ପ୍ରାପ୍ତ କରି ବଞ୍ଚିବା । ତେବେ ମଞ୍ଜୁର ଅଟେ ତ? କ’ଣ ଟୀଚରମାନେ, ମଞ୍ଜୁର ଅଟେ ତ? ଡବଲ ବିଦେଶୀମାନେ କ’ଣ କହୁଛ? ଡବଲ ବିଦେଶୀମାନେ ଯାହା ବି ସଂକଳ୍ପ କରନ୍ତି ତାକୁ ପୂରା କରିବା ପାଇଁ ସାହସ ରଖିଥାଆନ୍ତି, ଏହା ସେମାନଙ୍କର ବିଶେଷତା ଅଟେ । ତେବେ ଭାରତବାସୀ ତ ତିନିଗୁଣା ବିଶେଷବାଲା ଅଟନ୍ତି, ସେମାନେ ଡବଲ ହେଲେ ଏମାନେ ଟ୍ରିପଲ ଅର୍ଥାତ୍ ତିନିଗୁଣା । ତେଣୁ ବାପଦାଦା ଏହି କଥା ଦେଖିବାକୁ ଚାହୁଁଛନ୍ତି । ବୁଝିଲ ତ ଏହା ହିଁ ହେଉଛି ବାପଦାଦାଙ୍କର ଶ୍ରେଷ୍ଠ ଆଶା ଗୁଡିକର ଦୀପ, ଯାହାକୁ ପ୍ରତ୍ୟେକ ସନ୍ତାନ ଭିତରେ ଜଳିବାର ଦେଖିବାକୁ ଚାହୁଁଛନ୍ତି । ତେବେ ଏଥର ଏହି ଦୀପାବଳୀ ପାଳନ କର । ଚାହେଁ ୬ ମାସ ପରେ ପାଳନ କର । ତା’ପରେ ବାପଦାଦା ଯେତେବେଳେ ଏହି ଦୀପାବଳୀର ସମାରୋହ ଦେଖିବେ ତା’ପରେ ଯାଇ ଆସିବାର ପ୍ରେଗ୍ରାମ ଦେବେ କି? ମାଳା ତ ତୁମମାନଙ୍କର ଅଟେ ନା! ୧୬୧୦୮ର ମାଳା ତ ତୁମ ଆହୁରି ପଛରେ ଆସିବାବାଲା କରିବେ କି? ମାଳା ତ ତୁମମାନଙ୍କର ଅଟେ ନା! ତେଣୁ କରିବାକୁ ନିଶ୍ଚିତ ପଡିବ । ଯଦି ତୁମେମାନେ ନ କରିବ ତେବେ ୧୬୧୦୮ର ମାଳାରେ ତ ତୁମେ ପୁରୁଣା ମାନେ ହିଁ ଆସିବ ନା! ନୂଆ ମାନେ ତ ତୁମ ପଛେ ପଛେ ଆସିବେ । ହଁ କେହି କେହି ଲାଷ୍ଟରେ ଆସି ମଧ୍ୟ ଫାଷ୍ଟ ଅର୍ଥାତ୍ ତୀବ୍ର ପୁରୁଷାର୍ଥ ମଧ୍ୟ କରିବେ । କେହି କେହି ତ ଉଦାହରଣ ହେବେ ଯିଏକି ଲାଷ୍ଟରେ ଆସି ଫାଷ୍ଟ ଯିବେ ଏବଂ ଫାଷ୍ଟ ନମ୍ବରରେ ଆସିବେ । କିନ୍ତୁ ବହୁତ କମ୍ ସଂଖ୍ୟକ । ବାକି ତ ତୁମେମାନେ ହିଁ ଅଟ, ତୁମେମାନେ ହିଁ ପ୍ରତି କଳ୍ପରେ ହୋଇଛ, ତୁମୋମନେ ହିଁ ହେବ । ଚାହେଁ ଯେଉଁଠି ବି ବସିଥାଅ, ବିଦେଶରେ ବି ବସିଥାଅ କିନ୍ତୁ ତୁମେ ଯେଉଁମାନେ ପକ୍କା ନିଶ୍ଚୟ ବୁଦ୍ଧି ବହୁତ କାଳର ପୁରୁଷାର୍ଥୀ ଆତ୍ମା, ସେମାନେ ଅଧିକାରୀ ନିଶ୍ଚିତ ଅଟ । ବାପଦାଦାଙ୍କର ସ୍ନେହ ଅଛି ନା, ତେବେ ଯେଉଁମାନେ ବହୁତ କାଳବାଳା ଭଲ ଭଲ ପୁରୁଷାର୍ଥୀ, ସମ୍ପୂର୍ଣ୍ଣ ପୁରୁଷାର୍ଥୀ ନୁହେଁ । କିନ୍ତୁ ଭଲ ପୁରୁଷାର୍ଥୀ ରହି ଆସିଛନ୍ତି, ସେମାନଙ୍କୁ ବାପଦାଦା ଛାଡିକରି ଯିବେ ନାହିଁ, ସାଥୀରେ ନେଇ କରି ହିଁ ଯିବେ । ସେଥିପାଇଁ ପକ୍କା ନିଶ୍ଚୟ କର ମୁଁ ହିଁ ଥିଲି, ମୁଁ ହିଁ ଅଟେ, ମୁଁ ହିଁ ସାଥୀରେ ରହିବି । ଠିକ୍ ଅଛି ନା! ପକ୍କା ଅଟେ ନା! ବାସ୍ କେବଳ ଶୁଭଚିନ୍ତକ, ଶୁଭଚିନ୍ତନ, ଶୁଭଭାବନା, ପରିବର୍ତ୍ତନର ଭାବନା, ସହଯୋଗ ଦେବାର ଭାବନା ଏବଂ ଦୟାଳୁ ଭାବନାକୁ ଜାଗ୍ରତ କର । ଏବେ ତାକୁ ସୁପ୍ତ ରଖିଛ । ଜାଗ୍ରତ କର । ବହୁତ ଶିକ୍ଷା ଦିଅ ନାହିଁ, କ୍ଷମା କର । ପରସ୍ପରକୁ ଶିକ୍ଷା ଦେବାରେ ସମସ୍ତେ ପ୍ରବୀଣ ଅଟନ୍ତି କିନ୍ତୁ କ୍ଷମା କରିବା ସହିତ ଶିକ୍ଷା ଦିଅ । ମୁରଲୀ ଶୁଣାଇବା, କୋର୍ସ କରାଇବା ବା ଯାହା ବି କାର୍ଯ୍ୟକ୍ରମ ସବୁ କରୁଛ ସେଥିରେ ପଛକେ ଶିକ୍ଷା ଦିଅ କିନ୍ତୁ ପରସ୍ପର ଭିତରେ ଯେତେବେଳେ କାର୍ଯ୍ୟ ବ୍ୟବହାରରେ ଆସୁଛ, ସେତେବେଳେ କ୍ଷମା କରିବା ସହିତ ଶିକ୍ଷା ଦିଅ । କେବଳ ଶିକ୍ଷା ଦିଅ ନାହିଁ, ଦୟାଳୁ ହୋଇ ଯଦି ଶିକ୍ଷା ଦେବ, ତେବେ ତୁମର ଦୟାଳୁ ଭାବନା ଏଭଳି କାମ କରିବ ଯାହାକି ଅନ୍ୟର ଦୁର୍ବଳତା ଗୁଡିକର ମଧ୍ୟ କ୍ଷମା ହୋଇଯିବ । ବୁଝିପାରିଲ । ଆଚ୍ଛା!

ଏବେ ଗୋଟିଏ ସେକେଣ୍ଡରେ ମନର ମାଲିକ ହୋଇ ମନକୁ ଯେତେ ସମୟ ଚହୁଁଛ ଏକାଗ୍ର କରିପାରିବ? କରିପାରିବ? ଏବେ ଏହି ଆତ୍ମିକ ବ୍ୟାୟାମ କର । ସମ୍ପୂର୍ଣ୍ଣ ରୂପରେ ମନର ଏକାଗ୍ରତା ରହୁ । ସଂଳ୍ପରେ ମଧ୍ୟ ହଲଚଲ୍ ନ ହେଉ । ଅଚଳ । ଆଚ୍ଛା ।

ଚାରିଆଡର ସମସ୍ତ ଅବିନାଶୀ, ଅଖଣ୍ଡ ସମ୍ପତ୍ତିର ମାଲିକ, ସଦା ସଂଗମଯୁଗୀ ଶ୍ରେଷ୍ଠ ବନ୍ଧନମୁକ୍ତ, ଜୀବନମୁକ୍ତ ସ୍ଥିତିରେ ସ୍ଥିତ ରହୁଥିବା, ସର୍ବଦା ବାପଦାଦାଙ୍କର ଆଶାଗୁଡିକୁ ସମ୍ପନ୍ନ କରୁଥିବା, ସଦା ଏକତା ଏବଂ ଏକାଗ୍ରତାର ଶକ୍ତି ସମ୍ପନ୍ନ ମାଷ୍ଟର ସର୍ବଶକ୍ତିମାନ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ଚାରିଆଡର ଦୂରରେ ବସିଥିବା ପିଲାମାନଙ୍କୁ ଯେଉଁମାନେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି, ପତ୍ର ପଠାଇଛନ୍ତି ସେମାନଙ୍କୁ ମଧ୍ୟ ବାପଦାଦା ବହୁତ ବହୁତ ଆନ୍ତରିକ ସ୍ନେହ ସହିତ ଶୁଭେଚ୍ଛା ଦେଉଛନ୍ତି । ଏହା ସହିତ ବହୁତ ପିଲା ମଧୁବନରେ ଯେଉଁ ସବୁ ଆନନ୍ଦ ଅନୁଭବ କରିଯାଇଛନ୍ତି ସେଥିପାଇଁ ମଧ୍ୟ ବହୁତ ଭଲ ଭଲ ପତ୍ର ପଠାଇଛନ୍ତି, ସେମାନଙ୍କୁ ମଧ୍ୟ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ବିତିଯାଇଥିବା କଥାକୁ ଚିନ୍ତନ ନ କରି ଫୁଲ ଷ୍ଟପ୍ ଅର୍ଥାତ୍ ବିନ୍ଦୁ ଲଗାଉଥିବା ତୀବ୍ର ପୁରୁଷାର୍ଥୀ ଭବ ।

ଏବେ ପର୍ଯ୍ୟନ୍ତ ଯାହା ସବୁ ହୋଇଯାଇଛି ସେଗୁଡିକୁ ଫୁଲଷ୍ଟପ୍ ଲଗାଇଦିଅ । ବିତିଯାଇଥିବା କଥାକୁ ଚିନ୍ତା ନ କରିବା - ଏହା ହିଁ ହେଉଛି ତୀବ୍ର ପୁରୁଷାର୍ଥ । ଯଦି କେହି ବିତିଯାଇଥିବା କଥାକୁ ଚିନ୍ତନ କରୁଥାଏ । ତେବେ ତା’ର ସମୟ, ଶକ୍ତି, ସଂକଳ୍ପ ସବୁ କିଛି ବ୍ୟର୍ଥ ହୋଇଯାଏ । ତେବେ ଏବେ ଆଉ କିଛି ବି ବ୍ୟର୍ଥରେ ନଷ୍ଟ କରିବାର ସମୟ ନାହିଁ, କାହିଁକି ନା ସଂଗମଯୁଗର ଦୁଇ ଘଡି ଅର୍ଥାତ୍ ଦୁଇ ସେକେଣ୍ଡ ଯଦି ନଷ୍ଟ କରିଲ ତେବେ ଅନେକ ବର୍ଷ ନଷ୍ଟ କରିଦେଲ । ସେଥିପାଇଁ ସମୟର ମହତ୍ୱକୁ ଜାଣି ଏବେ ବିତିଯାଇଥିବା କଥାକୁ ଫୁଲଷ୍ଟପ୍ ଲଗାଅ । ଫୁଲଷ୍ଟପ୍ ଲଗାଇବା ଅର୍ଥ ସର୍ବ ସମ୍ପତ୍ତିରେ ଫୁଲ ହେବା ।

ସ୍ଲୋଗାନ:-
ଯେତେବେଳେ ପ୍ରତ୍ୟେକଙ୍କର ସଂକଳ୍ପ ଶ୍ରେଷ୍ଠ ହେବ, ସେତେବେଳେ ନିଜର ଏବଂ ବିଶ୍ୱର କଲ୍ୟାଣ ହେବ ।

ଅବ୍ୟକ୍ତ ଈଶାରା:- ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ (୯) ଜ୍ଞାନର ଯେକୌଣସି କଥା ଅଧିକାରୀ ପଣିଆର ସହିତ, ସତ୍ୟତା ଏବଂ ସଭ୍ୟତା ପୂର୍ବକ ଶୁଣାଅ, ସଂକୋଚ ଭାବରେ ନୁହେଁ । ବାବାଙ୍କର ପ୍ରତ୍ୟକ୍ଷତା କରିବା ପୂର୍ବରୁ ପ୍ରଥମେ ନିଜକୁ ପ୍ରତ୍ୟକ୍ଷ କର, ନିର୍ଭୟ ହୁଅ । ଭାଷଣରେ ଶବ୍ଦ କମ୍ କୁହ କିନ୍ତୁ ଏଭଳି ଶକ୍ତିଶାଳୀ ଶଦ୍ଦ କୁହ ଯେଉଁଥିରେ ବାବାଙ୍କର ପରିଚୟ ଏବଂ ସ୍ନେହ ମିଶି ରହିଥିବ, ଯେଉଁ ସ୍ନେହ ଚୁମ୍ବକ ଭଳି ଆତ୍ମାମାନଙ୍କୁ ପରମାତ୍ମାଙ୍କ ଆଡକୁ ଆକର୍ଷିତ କରିବ ।