09.03.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯେପରି ବାବାଙ୍କର କର୍ତ୍ତବ୍ୟ ହେଲା ସମସ୍ତଙ୍କର କଲ୍ୟାଣ କରିବା, ସେହିପରି ପିତାଙ୍କ ସମାନ କଲ୍ୟାଣକାରୀ ହୁଅ, ନିଜର ଏବଂ ସମସ୍ତଙ୍କର କଲ୍ୟାଣ କର । ’’

ପ୍ରଶ୍ନ:-
ପିଲାମାନଙ୍କର କେଉଁ ଏକ ବିଶେଷତାକୁ ଦେଖି ବାପଦାଦା ବହୁତ ଖୁସି ହୋଇଥାଆନ୍ତି?

ଉତ୍ତର:-
ଗରୀବ ସନ୍ତାନମାନେ ବାବାଙ୍କ ଯଜ୍ଞକୁ ୮ ଅଣା, ଟଙ୍କାଏ ପଠାଇ ଦେଉଛନ୍ତି । କହୁଛନ୍ତି ବାବା ଏହା ବଦଳରେ ଆମକୁ ମହଲ ଦେବେ । ବାବା କହୁଛନ୍ତି ପିଲାମାନେ, ଏହି ଗୋଟିଏ ଟଙ୍କା ମଧ୍ୟ ଶିବବାବାଙ୍କ ଭଣ୍ଡାରରେ ଜମା ହୋଇଗଲା । ତୁମକୁ ୨୧ ଜନ୍ମ ପାଇଁ ମହଲ ମିଳିଯିବ । ସୁଦାମାଙ୍କର ଉଦାହରଣ ରହିଛି ନା । ବିନା କଉଡ଼ି ଖର୍ଚ୍ଚରେ ତୁମ ସନ୍ତାନମାନଙ୍କୁ ବିଶ୍ୱର ବାଦଶାହୀ ମିଳିଯାଉଛି । ବାବା ଗରୀବ ସନ୍ତାନମାନଙ୍କର ଏହି ବିଶେଷତା ପାଇଁ ବହୁତ ଖୁସି ହେଉଛନ୍ତି ।

ଗୀତ:-
ତୁହ୍ମେ ପାକେ ହମନେ...

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଜାଣୁଛନ୍ତି ଯେ, ଏବେ ଆମେମାନେ ବାବାଙ୍କଠାରୁ ବେହଦର ସମ୍ପତ୍ତି ନେଉଛୁ । ପିଲାମାନେ କହୁଛନ୍ତି କି, ବାବା ଆପଣଙ୍କର ଶ୍ରୀମତ ଅନୁସାରେ ଆମେ ଆପଣଙ୍କଠାରୁ ପୁନର୍ବାର ବେହଦର ବର୍ସା ପାଉଛୁ । ଏହା କୌଣସି ନୂଆ କଥା ନୁହେଁ । ପିଲାମାନଙ୍କୁ ଜ୍ଞାନ ମିଳିଛି । ଜାଣିଛନ୍ତି ଯେ, ଆମେ କଳ୍ପ-କଳ୍ପ ସୁଖଧାମର ବର୍ସା ପାଉଛୁ । କଳ୍ପ-କଳ୍ପ ୮୪ ଜନ୍ମ ତ ନେବାକୁ ପଡ଼ୁଛି । ବାସ୍ତବରେ ଆମେ ବେହଦର ବାବାଙ୍କ ଦ୍ୱାରା ୨୧ ଜନ୍ମର ବର୍ସା ପାଉଛୁ ପୁଣି ଧିରେ-ଧିରେ ହରାଉଛୁ । ବାବା ବୁଝାଇଛନ୍ତି, ଏହା ଅନାଦି ପୂର୍ବ ପ୍ରସ୍ତୁତ ଖେଳ ଅଟେ । ତୁମ ସନ୍ତାନମାନଙ୍କର ବହୁତ ଖାତିରୀ ହେଉଛି । ଏକଥା ମଧ୍ୟ ଜାଣିଛ ଯେ, ଡ଼୍ରାମାରେ ବହୁତ ସୁଖ ରହିଛି । ଶେଷ ସମୟରେ ରାବଣ ଆସିବା ଦ୍ୱାରା ଦୁଃଖ ପାଉଛନ୍ତି । ଏବେ ତୁମର ସଂଖ୍ୟା କମ୍ ଅଛି, ଭବିଷ୍ୟତରେ ସଂଖ୍ୟା ବହୁତ ବଢିବାକୁ ଲାଗିବ । ମନୁଷ୍ୟରୁ ଦେବତା ହେଉଛନ୍ତି । ତେଣୁ ନିଶ୍ଚିତ ଅନ୍ତର୍ମନରେ ଜାଣିବେ, ଆମେ କଳ୍ପ-କଳ୍ପ ବାବାଙ୍କଠାରୁ ବର୍ସା ପାଉଛୁ । ଯେଉଁମାନେ ଏଠାକୁ ଆସି ଜ୍ଞାନ ବୁଝିବେ ସେମାନେ ବୁଝିଯିବେ ଯେ, ଏବେ ଆମେ ଜ୍ଞାନର ସାଗର ବାବାଙ୍କ ଦ୍ୱାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ପାଇଛୁ । ବାବା ହିଁ ଜ୍ଞାନର ସାଗର, ପତିତମାନଙ୍କୁ ପାବନ କରିଥା’ନ୍ତି ଅର୍ଥାତ୍ ମୁକ୍ତି- ଜୀବନମୁକ୍ତିକୁ ନେଇଯାଇଥା’ନ୍ତି । ଏକଥା ମଧ୍ୟ ଏବେ ତୁମେମାନେ ଜାଣୁଛ । ବହୁତ ମନୁଷ୍ୟମାନେ ତ ବହୁତ ଗୁରୁ କରିଛନ୍ତି ନା! ଶେଷ ସମୟରେ ଗୁରୁଙ୍କୁ ମଧ୍ୟ ଛାଡ଼ି ଏଠାକୁ ଆସି ଜ୍ଞାନ ନେବେ । ତୁମମାନଙ୍କୁ ମଧ୍ୟ ଏବେ ଏହି ଜ୍ଞାନ ମିଳିଛି । ତୁମେ ଜାଣିଛ ଏହା ପୂର୍ବରୁ ଆମେ ଅଜ୍ଞାନୀ ଥିଲୁ । ସୃଷ୍ଟିର ଚକ୍ର କିପରି ଘୂରୁଛି, ଶିବାବାବା, ବ୍ରହ୍ମା, ବିଷ୍ଣୁ, ଶଙ୍କର କିଏ, ଏକଥା ଜାଣି ନ ଥିଲୁ । ଏବେ ଜାଣୁଛ ଯେ, ଆମେ ବିଶ୍ୱର ମାଲିକ ଥିଲୁ, ତେଣୁ ତୁମ ବୁଦ୍ଧିରେ ବହୁତ ନିଶା ରହିବା ଉଚିତ୍ । ବାବା ଏବଂ ସୃଷ୍ଟିଚକ୍ରକୁ ମନେ ପକାଇ ଚାଲିବା ଉଚିତ୍ । ଅଲଫ ଏବଂ ବେ । ବାବା ବୁଝାଉଛନ୍ତି, ଏହା ପୂର୍ବରୁ ତୁମେ କିଛି ଜାଣି ନଥିଲ । ନା ବାବାଙ୍କୁ ଜାଣଥିଲ, ନାଁ ତାଙ୍କର ରଚନାକୁ ଜାଣିଥିଲ । ସାରା ସୃଷ୍ଟିର ମନୁଷ୍ୟ ମାତ୍ରକେ ନା ବାବାଙ୍କୁ ନା ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ଏବେ ତୁମେ ଶୁଦ୍ରରୁ ବ୍ରାହ୍ମଣ ହୋଇଛ । ବାବା ସବୁ ସନ୍ତାନମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ବହୁତ ସନ୍ତାନ ଅଛନ୍ତି । କେତେ ସେଣ୍ଟର୍ସ ଅଛି । ଏବେ ତ ଆହୁରି ସେଣ୍ଟର ଖୋଲିବ । ତେଣୁ ବାବା ବୁଝାଉଛନ୍ତି, ଆଗରୁ ତୁମେ କିଛି ଜାଣି ନ ଥିଲ । ଏବେ ପୁରୁଷାର୍ଥର କ୍ରମ ଅନୁସାରେ ସବୁ କିଛି ଜାଣିଗଲଣି । ଏକଥା ମଧ୍ୟ ଜାଣିଛ ଯେ, ଏବେ ଆମେ ବାବାଙ୍କ ଦ୍ୱାରା ପତିତରୁ ପାବନ ହେଉଛୁ । ଅନ୍ୟମାନେ ତ କେବଳ ଡ଼ାକୁଛନ୍ତି, ତୁମେ ହେଉଛ ଗୁପ୍ତ । ବ୍ରହ୍ମା କୁମାର-କୁମାରୀ ବୋଲି କହୁଛନ୍ତି, କିନ୍ତୁ ବୁଝୁନାହାଁନ୍ତି ଯେ, ଏମାନଙ୍କୁ କିଏ ପାଠ ପଢାଉଛନ୍ତି? ଶାସ୍ତ୍ରରେ ମଧ୍ୟ ଏକଥା କେଉଁଠି ଲେଖାଯାଇନାହିଁ । ସେହି ଗୀତାର ଭଗବାନ ଶିବ ଆସି ତୁମ ସନ୍ତାନମାନଙ୍କୁ ରାଜଯୋଗ ଶିଖାଉଛନ୍ତି । ଏକଥା ତୁମ ବୁଦ୍ଧିରେ ଆସୁଛି ନା । ଗୀତା ମଧ୍ୟ ତୁମେ ପଢିଥିବ । ଏକଥା ମଧ୍ୟ ଏବେ ବୁଝୁଛ ଯେ ଜ୍ଞାନ ମାର୍ଗ ବିଲ୍‌କୁଲ୍ ଅଲଗା । ବିଦ୍ୟୁତ ମଣ୍ଡଳୀରୁ ଯେଉଁ ଶାସ୍ତ୍ର ଆଦି ପଢି ଉପାଧି ନେଉଛନ୍ତି, ସେ ସବୁ ହେଉଛି ଭକ୍ତି ମାର୍ଗର ଶାସ୍ତ୍ର । ଏହି ଜ୍ଞାନ ତାଙ୍କ ପାଖରେ ନାହିଁ । ଏହି ବାବା ହିଁ ଆସି ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । ଏହି ବାବା ତ ଆସି ତୁମମାନଙ୍କର ବୁଦ୍ଧିର ତାଲା ଖୋଲିଛନ୍ତି ।

ତୁମେ ଜାଣିଛ ଆଗରୁ ଆମେ କ’ଣ ଥିଲୁ । ଏବେ କ’ଣ ହୋଇଛୁ ! ବୁଦ୍ଧିରେ ସାରା ଚକ୍ର ଆସିଯାଇଛି । ଆଗରୁ କିଛି ବୁଝି ନ ଥିଲୁ । ଦିନକୁ ଦିନ ଜ୍ଞାନର ତୃତୀୟ ନେତ୍ର ଭଲ ଭାବରେ ଖୋଲି ଚାଲିଛି । ଏ କଥା ମଧ୍ୟ କାହାକୁ ଜଣାନାହିଁ ଯେ, ଭଗବାନ କେବେ ଆସିଥିଲେ, ସେ କିଏ ଥିଲେ? ଯିଏକି ଆସି ଗୀତାର ଜ୍ଞାନ ଶୁଣାଇଥିଲେ । ତୁମେ ସନ୍ତାନମାନେ ଏବେ ଜାଣିଗଲଣି । ତୁମମାନଙ୍କର ବୁଦ୍ଧିରେ ସାରା ଚକ୍ରର ଜ୍ଞାନ ରହିଛି । କେବେଠାରୁ ଆମେ ହାରି କିପରି ବାମ ମାର୍ଗକୁ ଯାଉଛୁ, କିପରି ସିଡ଼ି ଓହ୍ଲାଉଛୁ । ଏହି ଚିତ୍ରରେ କେତେ ସହଜ ଭାବରେ ବୁଝାଇ ଦିଆଯାଇଛି । ଏହା ୮୪ ଜନ୍ମର ସିଢି ଅଟେ । ଏହି ସିଡିରେ କିପରି ଓହ୍ଲାଉଛନ୍ତି, ପୁଣି କିପରି ଚଢୁଛନ୍ତି । ପତିତ ପାବନ କିଏ? ପତିତ କିଏ କରିଲା? ଏକଥା ତୁମେ ଏବେ ଜାଣୁଛ । ସେମାନେ ତ ପତିତ-ପାବନ କହି କେବଳ ଗାୟନ କରୁଛନ୍ତି । କିଛି ହେଲେ ବୁଝୁନାହାଁନ୍ତି ଯେ, ରାବଣରାଜ୍ୟ କେବେଠାରୁ ଆରମ୍ଭ ହେଲା? ପତିତ କେବେଠାରୁ ହେଲୁ? ଏହି ଜ୍ଞାନ ଆଦି ସନାତନ ଦେବୀ-ଦେବତା ଧର୍ମବାଲାଙ୍କ ପାଇଁ ଉଦ୍ଦିଷ୍ଟ । ବାବା କହୁଛନ୍ତି, ମୁଁ ହିଁ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରିଥିଲି । ଏହି ବିଶ୍ୱର ଇତିହାସ-ଭୂଗୋଳ ବାବାଙ୍କ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ । ତୁମ ପାଇଁ ଏହା ଯେପରି ଏକ କାହାଣୀ ଅଟେ । କିପରି ରାଜ୍ୟ ପାଉଛୁ ଏବଂ କିପରି ହରାଉଛୁ । ଆମେ ସେହି ଇତିହାସ ଭୂଗୋଳକୁ ପଢୁଛୁ । ଏହା ହେଉଛି ବେହଦର କଥା । ଆମେ କିପରି ୮୪ ଜନ୍ମର ଚକ୍ର ଲଗାଉଛୁ । ଆମେ ବିଶ୍ୱର ମାଲିକ ଥିଲୁ, ପୁଣି ରାବଣ ଛଡ଼ାଇ ନେଲା, ଏହି ଜ୍ଞାନ ବାବା ଦେଇଛନ୍ତି । ମନୁଷ୍ୟ ଦଶହରା ଆଦି ପର୍ବ ପାଳନ କରୁଛନ୍ତି କିନ୍ତୁ ସେ ସମ୍ବନ୍ଧରେ କିଛି ହେଲେ ବି ଜ୍ଞାନ ନାହିଁ । ଯେପରି ତୁମମାନଙ୍କ ଭିତରେ ମଧ୍ୟ ଏହି ଜ୍ଞାନ ନ ଥିଲା, ଏବେ ଜ୍ଞାନ ମିଳୁଛି ତେଣୁ ଖୁସିରେ ରହୁଛ । ଜ୍ଞାନ ଖୁସି ଦେଇଥାଏ । ଏହି ବେହଦର ଜ୍ଞାନ ତୁମର ବୁଦ୍ଧିରେ ଅଛି । ବାବା ତୁମର ଝୁଲାମୁଣିକୁ ଭରୁଛନ୍ତି । କହୁଛନ୍ତି ନା - ଝୋଲି ଭରିଦିଅ । କାହାକୁ କହୁଛନ୍ତି? ସାଧୁ-ସନ୍ଥ ଆଦିଙ୍କୁ କହୁନାହାଁନ୍ତି । ଭୋଳାନାଥ ଶିବଙ୍କୁ କହୁଛନ୍ତି, ତାଙ୍କଠାରୁ ହିଁ ଭିକ ମାଗୁଛନ୍ତି । ତୁମର ତ ଏବେ ଖୁସିର ପାରାବାର ନାହିଁ । ତୁମେମାନେ ବହୁତ ଖୁସିରେ ରହିବା ଉଚିତ୍ । ତୁମମାନଙ୍କ ବୁଦ୍ଧିରେ ଏବେ କେତେ ଜ୍ଞାନ ଆସିଗଲାଣି ବେହଦର ବାବାଙ୍କଠାରୁ ବେହଦର ବର୍ସା ମିଳୁଛି । ତେଣୁ ବର୍ତ୍ତମାନ ନିଜର ତଥା ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ । ସମସ୍ତଙ୍କର କଲ୍ୟାଣ କରିବାକୁ ପଡ଼ିବ । ଆଗରୁ ତ ପରସ୍ପରର ଅକଲ୍ୟାଣ ହିଁ କରୁଥିଲ କାହିଁକିନା ଆସୁରୀ ମତ ଥିଲା । ଏବେ ତୁମକୁ ଶ୍ରୀମତ ଆଧାରରେ ନିଜର ମଧ୍ୟ କଲ୍ୟାଣ କରିବାକୁ ହେବ ।

ତୁମର ଇଚ୍ଛା ହେଉଛି ଏହି ବେହଦର ପାଠ ସମସ୍ତେ ପଢନ୍ତୁ, ସେଣ୍ଟର ଖୋଲି ଚାଲୁ । କହୁଛନ୍ତି ବାବା ଆମକୁ ପ୍ରଦର୍ଶନୀ, ପ୍ରୋଜେକ୍ଟର ଦିଅ ଆମେ ସେଣ୍ଟର ଖୋଲିବୁ । ଆମକୁ ଯେଉଁ ଜ୍ଞାନ ମିଳିଛି, ଯାହାଦ୍ୱାରା ବେହଦର ଖୁସି ମିଳୁଛି ତାକୁ ଅନ୍ୟମାନଙ୍କୁ ମଧ୍ୟ ଅନୁଭବ କରାଇବୁ । ଡ଼୍ରାମା ଅନୁସାରେ ଏହି ପୁରୁଷାର୍ଥ ମଧ୍ୟ ଚାଲିଛି । ବାବା ଭାରତକୁ ପୁନର୍ବାର ସ୍ୱର୍ଗ କରିବା ପାଇଁ ଆସିଛନ୍ତି । ତୁମେମାନେ ଜାଣିଛ ଆମେ ଆଗରୁ ନର୍କବାସୀ ଥିଲୁ, ଏବେ ସ୍ୱର୍ଗବାସୀ ହେବାକୁ ଯାଉଛୁ । ଏହି ଚକ୍ର ତୁମ ବୁଦ୍ଧିରେ ସର୍ବଦା ଘୂରିବା ଉଚିତ୍‌, ଯାହା ଦ୍ୱାରା ତୁମେ ସର୍ବଦା ଖୁସିରେ ରହିବ । ଅନ୍ୟମାନଙ୍କୁ ବୁଝାଇବାର ପାଇଁ ମଧ୍ୟ ନିଶା ରହୁ । ଆମେ ବାବାଙ୍କଠାରୁ ଜ୍ଞାନ ନେଉଛୁ । ତୁମର ଅନ୍ୟ ଭାଇ-ଭଉଣୀମାନେ ଯିଏକି ଜାଣି ନାହାଁନ୍ତି ତାଙ୍କୁ ମଧ୍ୟ ରାସ୍ତା ବତାଇବା ତୁମର ଧର୍ମ । ଯେପରି ବାବାଙ୍କର ପାର୍ଟ ହେଲା ସମସ୍ତଙ୍କର କଲ୍ୟାଣ କରିବା ସେହିପରି ଆମର ମଧ୍ୟ ପାର୍ଟ ହେଉଛି, ସମସ୍ତଙ୍କର କଲ୍ୟାଣକାରୀ ହେବା । ବାବା ଆମମାନଙ୍କୁ କଲ୍ୟାଣକାରୀ କରିଛନ୍ତି, ତେଣୁ ନିଜର ଏବଂ ଅନ୍ୟର ମଧ୍ୟ କଲ୍ୟାଣ କରିବାକୁ ହେବ । ବାବା କହୁଛନ୍ତି, ତୁମେ ଅମୁକ ସେଣ୍ଟରକୁ ଯାଅ, ଯାଇ ସେବା କର । ଗୋଟିଏ ଜାଗାରେ ବସି ସେବା କରିବା ଉଚିତ୍ ନୁହେଁ । ଯିଏ ଯେତେ ହୁସିଆର ହୋଇଥାଆନ୍ତି, ତାଙ୍କର ସେତେ ସଉକ ରହିଥାଏ, ଆମେ ଯାଇ ସେବା କରିବୁ । ଅମୁକ ନୂଆ ସେଣ୍ଟର ଖୋଲିଛି, ଏକଥା ତ ଜାଣିଛ ଯେ କିଏ-କିଏ ଭଲ ସେବାଧାରୀ ଏବଂ କିଏ କିଏ ଆଜ୍ଞାକାରୀ ଅଟନ୍ତି । ଅଜ୍ଞାନ କାଳରେ ମଧ୍ୟ କୁପୁତ୍ର ସନ୍ତାନଙ୍କ ଉପରେ ବାପା ବିରକ୍ତ ହୋଇଥା’ନ୍ତି । ବେହଦର ବାବା ତ କହୁଛନ୍ତି ମୁଁ ବିଲ୍‌କୁଲ୍ ସାଧାରଣ ଭାବରେ ତୁମକୁ ବୁଝାଉଛି, ଏଥିରେ ଡ଼ରିବାର କୌଣସି କଥା ନାହିଁ । ଯିଏ କରିବ ସିଏ ପାଇବ । ଏଥିରେ ଅଭିଶାପ ଅଥବା ନାରାଜ ହେବାର କୌଣସି କଥା ନାହିଁ । ବାବା ବୁଝାଉଛନ୍ତି, କାହିଁକି ଭଲ ଭାବରେ ସେବା କରି ନିଜର ଏବଂ ଅନ୍ୟର କଲ୍ୟାଣ ନ କରିବ । ଯିଏ ଯେତେ ଅନେକଙ୍କର କଲ୍ୟାଣ କରିବେ ବାବା ସେତେ ଖୁସି ହେବେ । ବଗିଚାରେ ବାବା ଦେଖିବେ ଏହି ଫୁଲ କେତେ ଭଲ । ଏ ସବୁ ଏକ ବଗିଚା ଅଟେ । ବଗିଚାକୁ ଦେଖିବା ପାଇଁ କହିଥା’ନ୍ତି - ବାବା ଆମେ ସେଣ୍ଟରର ଚକ୍ର ଲଗାଇବୁ । କିପରି କିପରି ଫୁଲ ସବୁ ଅଛନ୍ତି! କିପରି ସେବା କରୁଛନ୍ତି! ସେଠାକୁ ଗଲେ ଜଣା ପଡିଯିବ । କିପରି ଖୁସିରେ ନାଚୁଛନ୍ତି । ବାବାଙ୍କୁ ମଧ୍ୟ ଆସି କହୁଥିଲେ, ବାବା ଅମୁକକୁ ଆମେ ଏହିପରି ବୁଝାଇଲୁ । ଆଜି ମୋ’ର ସ୍ୱାମୀ ଏବଂ ଭାଇକୁ ନେଇଆସିଛୁ । ତାଙ୍କୁ ବୁଝାଇଛି ବାବା ଆସି ଜୀବନକୁ କିପରି ହୀରା ତୁଲ୍ୟ କରୁଛନ୍ତି । ସେମାନେ ଶୁଣି ଇଚ୍ଛା କରିଛନ୍ତି କି ଆମେ ବି ଯାଇ ଦେଖିବୁ । ତେବେ ପିଲାମାନଙ୍କର ଉମଙ୍ଗ ଆସୁଛି, ତେଣୁ ନେଇ ଆସୁଛନ୍ତି । ବିଶ୍ୱର ଇତିହାସ-ଭୂଗୋଳକୁ ଜାଣିବା ଦରକାର । ତୁମେ ଜଜ୍‌ କରିପାରିବ ଭାରତ ସାରା ବିଶ୍ୱର ମାଲିକ ଥିଲା । ଏବେ ଦେଖ କ’ଣ ଅବସ୍ଥା ହୋଇଯାଇଛି । ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ତୁମେମାନେ କେତେ ସୁଖି ଥିଲ । ଏବେ ପୁନର୍ବାର ବାବା ବିଶ୍ୱର ମାଲିକ କରୁଛନ୍ତି । ଏକଥା ମଧ୍ୟ ଜାଣିଛ ଯେ, ଶେଷ ସମୟରେ ଦୁନିଆରେ ବହୁତ ହଙ୍ଗାମା ହେବ । ଲଢେଇ ବନ୍ଦ ହୋଇ ନ ଥାଏ । କେଉଁଠି ନାଁ କେଉଁଠି ଲଢେଇ ଲାଗି ରହିଥାଏ । ଯେଉଁଠି ଦେଖ ସେଠି ଝଗଡା଼ ହିଁ ଝଗଡା । କେତେ ଗଣ୍ଡଗୋଳ ଲାଗି ରହିଛି । ବିଦେଶରେ କ’ଣ ସବୁ ହେଉଛି । ବୁଝୁନାହାଁନ୍ତି ଯେ, ଆମେ କ’ଣ କରୁଛୁ । କେତେ ତୋଫାନ ଆଦି ହେଉଛି । ମନୁଷ୍ୟ ମଧ୍ୟ ବହୁତ ମରୁଛନ୍ତି । ଏହା କେତେ ଦୁଃଖର ଦୁନିଆ ଅଟେ । ତୁମେମାନେ ଜାଣୁଛ - ଏହି ଦୁଃଖର ଦୁନିଆରୁ ଏବେ ଆମେମାନେ ଚାଲିଯିବୁ । ବାବା ତ ଧୈର୍ଯ୍ୟ ଦେଉଛନ୍ତି । ଏହା ହେଉଛି ଛି-ଛି ଅର୍ଥାତ୍ ବିକାରୀ ଦୁନିଆ । ଅଳ୍ପ ଦିନରେ ଆମେ ସାରା ବିଶ୍ୱ ଉପରେ ଶାନ୍ତିରେ ରାଜ୍ୟ କରିବୁ । ଏଥିରେ ତ ଖୁସି ହେବା ଉଚିତ୍ ନା । ଦିନକୁ ଦିନ ବହୁତ ସେଣ୍ଟର ଖୋଲି ଚାଲିଛି । ଏବେ ଦେଖ କେତେ ସେଣ୍ଟର ଖୋଲୁଛି । ବାବା ଲେଖୁଛନ୍ତି, ଏବେ ଭଲ ଭଲ ସନ୍ତାନମାନେ ସେଠାକୁ ଯାଅ । ହୃଦୟରେ ରହୁଥିବା ସନ୍ତାନମାନଙ୍କର ନାମ ମଧ୍ୟ ବାବା ଲେଖି ଦେଉଛନ୍ତି । ବହୁତଙ୍କର କଲ୍ୟାଣ ହେବ । ଏହିପରି ବହୁତ ଲେଖୁଛନ୍ତି - ବାବା ଆମେ ତ ବନ୍ଧନରେ ଅଛୁ । ଭଲ ସେଣ୍ଟର ଖୋଲି ଗଲେ ଅନେକ ଆସି ବର୍ସା ପାଇବେ । ଏକଥା ମଧ୍ୟ ଜାଣିଛ ଯେ, ଏ ସବୁ ବିନାଶ ହୋଇଯିବ, ତେବେ କାହିଁକି ବହୁତଙ୍କର କଲ୍ୟାଣ ଅର୍ଥେ କାମରେ ନ ଲଗାଇବା । ଡ଼୍ରାମାରେ ତାଙ୍କର ଏହିପରି ପାର୍ଟ ରହିଛି । ସମସ୍ତେ ନିଜ ନିଜର ପାର୍ଟ କରୁଛନ୍ତି । ଦୟା ଆସୁଛି । ଅନ୍ୟକୁ ମଧ୍ୟ ବନ୍ଧନମୁକ୍ତ କରିବା ପାଇଁ କିଛି ତ ସାହାଯ୍ୟ କରେ । ସେମାନେ ମଧ୍ୟ ବର୍ସା ନିଅନ୍ତୁ । ବାବାଙ୍କର କେତେ ଚିନ୍ତା ରହୁଛି । ସମସ୍ତେ କାମଚିତା ଉପରେ ଜଳି ଜଳି ମରୁଛନ୍ତି । ସାରା ସଂସାର ଏବେ କବର ସଦୃଶ ହୋଇଯାଇଛି । କହୁଛନ୍ତି ମଧ୍ୟ - ଆଲ୍ଲା ଆସି କବରରୁ ଜାଗ୍ରତ କରି ସମସ୍ତଙ୍କୁ ନେଇ ଯାଉଛନ୍ତି ।

ତୁମେମାନେ ଏବେ ଜାଣୁଛ ଯେ, ରାବଣ ତୁମମାନଙ୍କୁ କିପରି ହରାଉଛି । ଆଗରୁ ଏ କଥା ଜାଣି ନ ଥିଲ । ଆମେ ଅଳଙ୍କାର ବ୍ୟବସାୟୀ ଲକ୍ଷପତି ଅଟୁ, ଆମର ଏତେ ସନ୍ତାନ ଅଛନ୍ତି, ସମସ୍ତଙ୍କୁ ଏହି ନିଶା ତ ରହୁଛି ନା । ଏବେ ଜାଣୁଛ ଯେ, ଆମେ ପୂରା ପତିତ ଥିଲୁ । ଯଦିଓ ପୁରୁଣା ଦୁନିଆରେ କେତେ ବି ଲକ୍ଷପତି କୋଟିପତି ଥାଆନ୍ତୁ କିନ୍ତୁ ସେ ସବୁ କଉଡି ସଦୃଶ । ସେମାନେ ସମସ୍ତେ ଯିବେ ହିଁ ଯିବେ । ମାୟା ମଧ୍ୟ କେତେ ଶକ୍ତିଶାଳୀ । ବାବା କହୁଛନ୍ତି, ପିଲାମାନେ ସେଣ୍ଟର ଖୋଲ, ବହୁତଙ୍କର କଲ୍ୟାଣ ହୋଇଯିବ । ଗରୀବମାନେ ଶୀଘ୍ର ହୋଇଯାଇଥା’ନ୍ତି, ଧନବାନ୍ ଟିକେ ମୁସକିଲ୍‌ରେ ସୁଜାଗ ହୋଇଥା’ନ୍ତି । ସେମାନେ ନିଜ ଖୁସିରେ ହିଁ ବୁଡ଼ି ରହିଥା’ନ୍ତି । ସେମାନଙ୍କୁ ମାୟା ଏକଦମ୍ ନିଜର ବଶ କରିନେଇଛି । ବୁଝାଇବା ଦ୍ୱାରା ବୁଝୁଛନ୍ତି ମଧ୍ୟ, କିନ୍ତୁ ଛାଡ଼ିବେ କିପରି? ଡ଼ର ଲାଗୁଛି ଯେ, ଏମାନଙ୍କ ସଦୃଶ ସବୁ କିଛି ଛାଡ଼ିବାକୁ ପଡ଼ିବ । ଯଦି ଭାଗ୍ୟରେ ନାହିଁ ତେବେ ଚାଲି ପାରିବେ ନାହିଁ । ସେମାନଙ୍କୁ ସେଥିରୁ ମୁକ୍ତି ପାଇବା ଯେପରି ମୁସ୍‌କିଲ୍ ହୋଇଯାଉଛି । ସେ ସମୟରେ ବୈରାଗ୍ୟ ଆସିଥାଏ - ବାସ୍ତବରେ ଏହା ପତିତ ଛି ଛି ଦୁନିଆ ଅଟେ । କିନ୍ତୁ ସେଠାକାର କଥା ସେହିଠାରେ ହିଁ ରହିଯାଉଛି । କୋଟିକରେ କେହି ଜଣେ ଜଣେ ବାହାରୁଛନ୍ତି । ବମ୍ବେରେ ଶହ ଶହ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କୁ ରଂଗ ଲାଗିଥାଏ । ଭାବୁଛନ୍ତି ଭବିଷ୍ୟତ ପାଇଁ କିଛି କରିନେବୁ । କଉଡ଼ି ବଦଳରେ ଆମକୁ ହୀରା ମିଳିଯିବ । ବାବା ବୁଝାଉଛନ୍ତି ନା-ନିଜର ସବୁକିଛି ସ୍ୱର୍ଗକୁ ସ୍ଥାନାନ୍ତରିତ କରିଦିଅ । ସେଠାରେ ୨୧ ଜନ୍ମ ପାଇଁ ତୁମକୁ ରାଜ୍ୟ ଭାଗ୍ୟ ମିଳିବ । କେହି-କେହି ଟଙ୍କାଏ, ୮ ଅଣା ମଧ୍ୟ ପଠାଇ ଦେଉଛନ୍ତି । ବାବା କହୁଛନ୍ତି ତୁମର ଟଙ୍କାଏ ମଧ୍ୟ ଶିବବାବାଙ୍କ ଖଜଣାରେ ଜମା ହେଲା । ଯାହାଦ୍ୱାରା ତୁମକୁ ୨୧ ଜନ୍ମ ପାଇଁ ମହଲ ମିଳିଯିବ । ସୁଦାମାଙ୍କର ଉଦାହରଣ ରହିଛି ନା । ଏମାନଙ୍କୁ ଦେଖି ବାବା ବହୁତ ଖୁସି ହୋଇଥା’ନ୍ତି । ବିନା ଖର୍ଚ୍ଚରେ ତୁମକୁ ବିଶ୍ୱର ରାଜତ୍ୱ ମିଳୁଛି । ଲଢେଇ ଆଦି କିଛି ହେଉ ନାହିଁ । ଲୋକମାନେ ତ ଛୋଟିଆ ସ୍ଥାନଟିଏ ପାଇଁ କେତେ ଲଢେଇ କରୁଛନ୍ତି । ବାବା ତ ତୁମମାନଙ୍କୁ କେବଳ କହୁଛନ୍ତି, ମନ୍‌ମନାଭବ । ବାସ୍ ଏଠାରେ ବସିବାର ଆବଶ୍ୟକତା ନାହିଁ, ଚାଲିବା-ବୁଲିବା ସମୟରେ ମଧ୍ୟ ବାବା ଏବଂ ବର୍ସାକୁ ମନେ ପକାଅ ଏବଂ ଖୁସିରେ ରୁହ । ଖାଦ୍ୟ-ପାନୀୟ ମଧ୍ୟ ଶୁଦ୍ଧ ରଖିବାକୁ ହେବ । ତୁମେ ଜାଣିଛ ଯେ ଆମର ଆତ୍ମା କେତେ ପର୍ଯ୍ୟନ୍ତ ପବିତ୍ର ହୋଇଛି, ଯାହାଦ୍ୱାରା କି ସେଠାରେ ଯାଇ ରାଜକୁମାର ହୋଇ ଜନ୍ମ ନେବ । ଆଗକୁ ଗଲେ ଦୁନିଆର ହାଲତ ବହୁତ ଖରାପ ହୋଇଯିବ । ଖାଇବା ପାଇଁ ଶସ୍ୟ ମିଳିବ ନାହିଁ, ତେଣୁ ଘାସ ଖାଇବେ । ପୁଣି ଏପରି କହିବେ ନାହିଁ ଯେ, ଲହୁଣୀ ବିନା ଆମେ ରହିପାରିବୁ ନାହିଁ । କିଛି ବି ମିଳିବ ନାହିଁ । ଏବେ ମଧ୍ୟ କେତେକ ସ୍ଥାନରେ ମନୁଷ୍ୟ ଘାସ ଖାଇ ବଞ୍ଚୁଛନ୍ତି । ତୁମେ ତ ବହୁତ ମଉଜରେ ବାବାଙ୍କ ଘରେ ରହିଛ । ଘରେ ବାପା ପ୍ରଥମେ ପିଲାମାନଙ୍କୁ ଖୁଆଇଥା’ନ୍ତି ନା । ଏବେ ତ ଦୁନିଆ ବହୁତ ଖରାପ । ଏଠାରେ ତୁମେମାନେ ବହୁତ ସୁଖରେ ରହିଛ । କେବଳ ବାବା ଏବଂ ବର୍ସାକୁ ମନେ ପକାଇଚାଲ । ଏବେ ନିଜର ଏବଂ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ । ଆଗକୁ ଗଲେ ସ୍ୱତଃ ଆସିବେ, ସମସ୍ତଙ୍କର ଭାଗ୍ୟ ଉଦୟ ହେବ । ସମସ୍ତଙ୍କର ଭାଗ୍ୟ ନିଶ୍ଚିତ ଉଜ୍ଜ୍ୱଳ ହେବ । ବେହଦର ରାଜଧାନୀ ସ୍ଥାପନ ହେବ । ସମସ୍ତେ କଳ୍ପ ପୂର୍ବପରି ପୁରୁଷାର୍ଥ କରୁଛନ୍ତି । ପିଲାମାନଙ୍କୁ ତ ବହୁତ ଖୁସିରେ ରହିବାକୁ ହେବ । ବାପଦାଦାଙ୍କ ଚିତ୍ର ଦେଖିବା ମାତ୍ରେ ଖୁସିରେ ଲୋମ ଟାଙ୍କୁରି ଉଠିବା ଉଚିତ୍ । ସେହି ଖୁସିର ନିଶା ସ୍ଥାୟୀ ଭାବେ ରହିବା ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଅସରନ୍ତି ଖୁସିରେ ରହିବା ପାଇଁ ବେହଦର ଜ୍ଞାନକୁ ବୁଦ୍ଧିରେ ରଖିବାକୁ ହେବ । ଜ୍ଞାନ ରତ୍ନରେ ନିଜର ବୁଦ୍ଧି ରୂପୀ ଝୁଲା ମୁଣିକୁ ଭରି ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ଏହି ଜ୍ଞାନରେ ବହୁତ ବହୁତ ବିଜ୍ଞ ହେବାକୁ ପଡ଼ିବ ।

(୨) ଭବିଷ୍ୟତ ୨୧ ଜନ୍ମ ପାଇଁ ରାଜ୍ୟ ଭାଗ୍ୟର ଅଧିକାର ନେବାକୁ ହେଲେ ନିଜର ସମସ୍ତ ବ୍ୟାଗ ବ୍ୟାଗେଜ୍ ଅର୍ଥାତ୍ ଧନ ସମ୍ପତ୍ତିକୁ ଟ୍ରାନସଫର କରିଦେବାକୁ ହେବ । ଏହି ଛି-ଛି ଦୁନିଆ ଅର୍ଥାତ୍ ବିକାରୀ ଦୁନିଆରୁ ମୁକ୍ତ ହେବା ପାଇଁ ଉପାୟ ବାହାର କରିବାକୁ ପଡିବ ।

ବରଦାନ:-
ଏକମାତ୍ର ବାବାଙ୍କ ପ୍ରେମରେ ଅର୍ଥାତ୍ ଲଭ୍‌ରେ ଲଭଲୀନ ରହି ସର୍ବଦା ଉନ୍ନତିର ଅନୁଭବ କରୁଥିବା ସଫଳତାମୂରତ ଭବ ।

ସେବାରେ ବା ନିଜର ଉନ୍ନତି କରିବାରେ ସଫଳତା ପ୍ରାପ୍ତ କରିବାର ମୁଖ୍ୟ ଆଧାର ହେଲା - ଏକମାତ୍ର ବାବାଙ୍କ ସହିତ ଅତୁଟ ସ୍ନେହ । ବାବାଙ୍କ ବ୍ୟତୀତ ଅନ୍ୟ କିଛି ବି ଦେଖା ନ ଯାଉ । ସଂକଳ୍ପରେ ମଧ୍ୟ ବାବା, ବାଣୀରେ ମଧ୍ୟ ବାବା, ଏବଂ କର୍ମରେ ମଧ୍ୟ ବାବାଙ୍କର ସଂଗର ଅନୁଭବ ହେଉ । ଏହିଭଳି ଲଭଲୀନ୍ ଆତ୍ମା ଯଦି ଗୋଟିଏ ଶବ୍ଦ ବି କହିବ ତେବେ ତା’ର ସେହି ସ୍ନେହ ଭରା ଶବ୍ଦ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ସ୍ନେହର ବନ୍ଧନରେ ବାନ୍ଧିଦେବ । ଏହିଭଳି ଲଭଲୀନ ଆତ୍ମାର କେବଳ ଗୋଟିଏ ବାବା ଶବ୍ଦ ହିଁ ଜାଦୁ ଭଳି କାର୍ଯ୍ୟ କରିଥାଏ । ତେଣୁ ସେ ଆତ୍ମିକ ଜାଦୁକର ହୋଇଯାଏ ।

ସ୍ଲୋଗାନ:-
ଯୋଗୀ ଆତ୍ମା ତାଙ୍କୁ କୁହାଯିବ, ଯେଉଁମାନେ ଅନ୍ତର୍ମୁଖୀ ହୋଇ ଲାଇଟ୍ ମାଇଟ୍ ରୂପରେ ସ୍ଥିତ ରହିଥାଆନ୍ତି ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।

ତୁମକୁ ଯାହା ବି ସେବା ମିଳିଛି ସେଥିରେ ସର୍ବଦା ଠିକ୍ ରହିଥାଅ, ଯିଏ ନିଜର କର୍ତ୍ତବ୍ୟରେ ସର୍ବଦା ଠିକ୍ ରହିଥାଏ ତାକୁ ସମସ୍ତେ ସଚ୍ଚୋଟ ବା ବିଶ୍ୱସ୍ତ ଦୃଷ୍ଟିରେ ଦେଖନ୍ତି । ଏଠାରେ ମଧ୍ୟ ଯେଉଁମାନେ ଠିକ୍ ଭାବରେ ସେବାରେ ଉପସ୍ଥିତ ରହିଥାଆନ୍ତି ସେହିମାନେ ହିଁ ବାବାଙ୍କର ବିଶ୍ୱସ୍ତ ଅଟନ୍ତି । ଗୋଟିଏ ହେଲା ବାବାଙ୍କ ଉପରେ ପୂରା ବିଶ୍ୱାସ ରଖିବା, ଦ୍ୱିତୀୟଟି ହେଲା ବାବାଙ୍କ ସହିତ ସେବାରେ ମଧ୍ୟ ବିଶ୍ୱସ୍ତ ହେବା । ଏହିଭଳି ବିଶ୍ୱସ୍ତ ଏବଂ ନିଶ୍ଚୟ ବୁଦ୍ଧି ପିଲାମାନେ ସର୍ବଦା ବିଜୟୀ ଏବଂ ନିଶ୍ଚିନ୍ତ ରହିଥାଆନ୍ତି ।