09.05.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମ
ଭିତରେ ନିଶା ରହିବା ଉଚିତ୍ ଯେ ଯେଉଁ ଶିବଙ୍କୁ ସମସ୍ତେ ପୂଜା କରୁଛନ୍ତି, ସେ ଏବେ ଆମର ପିତା
ହୋଇଛନ୍ତି ଏବଂ ଆମେ ତାଙ୍କ ସମ୍ମୁଖରେ ବସିଛୁ ।
ପ୍ରଶ୍ନ:-
ମନୁଷ୍ୟମାନେ
ଭଗବାନଙ୍କୁ କ୍ଷମା କାହିଁକି ମାଗୁଛନ୍ତି? କ’ଣ ତାଙ୍କୁ କ୍ଷମା ମିଳୁଛି?
ଉତ୍ତର:-
ମନୁଷ୍ୟମାନେ ଭାବୁଛନ୍ତି ଆମେ ଯେଉଁ ପାପ କର୍ମ କରିଛୁ ତା’ର ଦଣ୍ଡ ଭଗବାନ ଧର୍ମରାଜଙ୍କ ଦ୍ୱାରା
ଦିଆଇବେ, ସେଥିପାଇଁ କ୍ଷମା ମାଗୁଛନ୍ତି । କିନ୍ତୁ ସେମାନଙ୍କୁ ନିଜର ପାପ କର୍ମର ଦଣ୍ଡ କର୍ମଭୋଗ
ରୂପରେ ଭୋଗ କରିବାକୁ ହିଁ ପଡୁଛି, ଭଗବାନ ସେମାନଙ୍କୁ କୌଣସି ଔଷଧ-ପାଣି ଦେଉନାହାଁନ୍ତି । ଗର୍ଭ
ଜେଲରେ ମଧ୍ୟ ସେମାନଙ୍କୁ ଦଣ୍ଡ ଭୋଗ କରିବାକୁ ହେବ, ଅନ୍ତିମ ସମୟରେ ସାକ୍ଷାତ୍କାର ମଧ୍ୟ ହେବ ଯେ
ତୁମେ ଏହି-ଏହି ପାପ କରିଛ । ଈଶ୍ୱରୀୟ ନିର୍ଦ୍ଦେଶ ଅନୁସାରେ ଚାଲି ନାହଁ ସେଥିପାଇଁ ଏହି ଦଣ୍ଡ
ଭୋଗ କରିବାକୁ ହେବ ।
ଗୀତ:-
ତୁନେ ରାତ ଗବାୟୀ.....
ଓମ୍ ଶାନ୍ତି ।
ଏ କଥା କିଏ
କହୁଛନ୍ତି? ଆତ୍ମିକ ପିତା କହୁଛନ୍ତି । ସେ ତ ସର୍ବୋଚ୍ଚ ଅଟନ୍ତି । ସବୁ ମନୁଷ୍ୟମାନଙ୍କଠାରୁ,
ସବୁ ଆତ୍ମାମାନଙ୍କ ଠାରୁ ମଧ୍ୟ ସିଏ ଉଚ୍ଚ । ସମସ୍ତଙ୍କ ଭିତରେ ଆତ୍ମା ହିଁ ଅଛି ନା । ଏଠାରେ
ଅଭିନୟ କରିବା ପାଇଁ ଆତ୍ମାକୁ ତ ଏହି ଶରୀର ମିଳିଛି । ଏବେ ତୁମେ ଦେଖୁଛ ସନ୍ନ୍ୟାସୀମାନଙ୍କର
ଶରୀରର ମଧ୍ୟ କେତେ ସମ୍ମାନ କରାଯାଉଛି । ନିଜର ଗୁରୁମାନଙ୍କର କେତେ ମହିମା କରୁଛନ୍ତି । ଏହି
ବେହଦର ବାବା ତ ଗୁପ୍ତ ଅଟନ୍ତି । ତୁମେ ପିଲାମାନେ ଜାଣିଛ ଶିବବାବା ସର୍ବୋଚ୍ଚ ଅଟନ୍ତି,
ତାଙ୍କଠାରୁ ଉଚ୍ଚ ଆଉ କେହି ନାହାଁନ୍ତି । ଧର୍ମରାଜ ମଧ୍ୟ ତାଙ୍କ ସାଥିରେ ଅଛନ୍ତି କାହିଁକି ନା
ଭକ୍ତିମାର୍ଗରେ କ୍ଷମା ମାଗିଥା’ନ୍ତି - ହେ ଭଗବାନ କ୍ଷମା କରିଦିଅ । ଏବେ ଭଗବାନ କ’ଣ କରିବେ!
ଏଠାରେ ଗଭର୍ଣ୍ଣମେଣ୍ଟ ତ ଜେଲ୍ରେ ବନ୍ଦ କରିଦେବ । କିନ୍ତୁ ଧର୍ମରାଜ ଗର୍ଭଜେଲ୍ରେ ଦଣ୍ଡ
ଦେଇଥା’ନ୍ତି । ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡିଥାଏ, ଯାହାକୁ କର୍ମଭୋଗ କୁହାଯାଏ । ଏବେ ତୁମେ
ଜାଣୁଛ କର୍ମଭୋଗ କିଏ ଭୋଗ କରୁଛି? କ’ଣ ହେଉଛି? କହୁଛନ୍ତି - ହେ ପ୍ରଭୁ କ୍ଷମା କର । ଦୁଃଖ ହରଣ
କର, ସୁଖ ଦିଅ । ତେବେ ଭଗବାନ କ’ଣ କୌଣସି ଔଷଧ ଦେଉଛନ୍ତି? ସେ ତ କିଛି କରିପାରିବେ ନାହିଁ । ତେବେ
ଭଗବାନଙ୍କୁ କାହିଁକି କହୁଛନ୍ତି? କାହିଁକି ନା ଭଗବାନଙ୍କ ସହିତ ପୁଣି ଧର୍ମରାଜ ମଧ୍ୟ ଅଛନ୍ତି ।
ଖରାପ କର୍ମ କରିଲେ ନିଶ୍ଚିତ ଦଣ୍ଡ ଭୋଗ କରିବାକୁ ପଡିବ । ଗର୍ଭଜେଲ୍ରେ ମଧ୍ୟ ଦଣ୍ଡ ମିଳିଥାଏ ।
ସବୁ ସାକ୍ଷାତ୍କାର ହୋଇଥାଏ । ବିନା ସାକ୍ଷାତ୍କାରରେ ଦଣ୍ଡ ମିଳି ନ ଥାଏ । ଗର୍ଭଜେଲ୍ରେ ତ
କୌଣସି ଔଷଧ ଆଦି ନାହିଁ । ସେଠାରେ ଦଣ୍ଡ ଭୋଗ କରିବାକୁ ପଡିଥାଏ । ଯେତେବେଳେ ଦୁଃଖୀ ହୋଇଯାଆନ୍ତି
ସେତେବେଳେ କହିଥା’ନ୍ତି ହେ ଭଗବାନ ଏହି ଜେଲ୍ରୁ ବାହାର କର ।
ଏବେ ତୁମେମାନେ କାହା
ସମ୍ମୁଖରେ ବସିଛ? ସେ ସର୍ବୋଚ୍ଚ ପିତା, କିନ୍ତୁ ଗୁପ୍ତରେ ଅଛନ୍ତି । ଅନ୍ୟ ସମସ୍ତଙ୍କର ତ ଶରୀରକୁ
ଦେଖିବାକୁ ମିଳୁଛି, ଏଠାରେ ଶିବବାବାଙ୍କର ତ ନିଜର ହାତ-ପାଦ ଆଦି କିଛି ନାହିଁ । କିନ୍ତୁ ସିଏ
କାହାଠାରୁ କିଛି ବି ନେଉନାହାଁନ୍ତି । ଯେପରି ଶଙ୍କରାଚାର୍ଯ୍ୟ କହିଥା’ନ୍ତି ମୋତେ କେହି ଛୁଅଁ
ନାହିଁ । ତେଣୁ ବାବା ମଧ୍ୟ କହୁଛନ୍ତି ମୁଁ ପତିତମାନଙ୍କଠାରୁ କିଛି ବି କିପରି ନେବି । ମୋତେ ଫୁଲ
ଆଦିର ଦରକାର ନାହିଁ । ଭକ୍ତିମାର୍ଗରେ ସୋମନାଥ ଆଦି ମନ୍ଦିର ତିଆରି କରିଥା’ନ୍ତି, ସେଠାରେ ଫୁଲ
ଚଢାଇଥା’ନ୍ତି । କିନ୍ତୁ ମୋର ତ ଶରୀର ନାହିଁ । ଆତ୍ମାକୁ କେହି କିପରି ଛୁଇଁ ପାରିବ! କହୁଛନ୍ତି
ମୁଁ ପତିତମାନଙ୍କଠାରୁ ଫୁଲ କିପରି ନେବି! କେହି ହାତ ମଧ୍ୟ ଲଗାଇ ପାରିବେ ନାହିଁ । ପତିତମାନଙ୍କୁ
ଛୁଇଁବାକୁ ମଧ୍ୟ ଦେଇ ନ ଥା’ନ୍ତି । ଆଜି “ବାବା” କହୁଛନ୍ତି କାଲି ପୁଣି ଯାଇ ନର୍କବାସୀ ହେଉଛନ୍ତି
। ଏଭଳି ଆତ୍ମାକୁ ତ ଦେଖିବାର ମଧ୍ୟ ନାହିଁ । ବାବା କହୁଛନ୍ତି - ମୁଁ ତ ସର୍ବୋଚ୍ଚ ଅଟେ ।
ଡ୍ରାମାନୁସାରେ ଏହି ସବୁ ସନ୍ନ୍ୟାସୀ ଆଦିଙ୍କର ମଧ୍ୟ ମୋତେ ଉଦ୍ଧାର କରିବାକୁ ହେବ । କିନ୍ତୁ ମୋତେ
କେହି ବି ଜାଣି ନାହାଁନ୍ତି । ଶିବଙ୍କର ପୂଜା କରୁଛନ୍ତି କିନ୍ତୁ ତାଙ୍କୁ କେହି ଜାଣି ନାହାଁନ୍ତି
ଯେ ଇଏ ଗୀତାର ଭଗବାନ ଅଟନ୍ତି ଏବଂ ଏଠାକୁ ଆସି ଜ୍ଞାନ ଦେଉଛନ୍ତି । ଗୀତାରେ କୃଷ୍ଣଙ୍କର ନାମ ଲେଖି
ଦେଇଛନ୍ତି । ଶ୍ରୀକୃଷ୍ଣ ତ ଜ୍ଞାନ ଦେଲେ ବାକି ଶିବ କ’ଣ କରିଥିବେ! ତେଣୁ ମନୁଷ୍ୟମାନେ ଭାବୁଛନ୍ତି
ସେ ଆସୁ ହିଁ ନାହାଁନ୍ତି । ଆରେ, ପତିତ-ପାବନ ଶ୍ରୀକୃଷ୍ଣଙ୍କୁ କୁହାଯିବ କି! ପତିତ-ପାବନ ତ ମୋତେ
କହୁଛନ୍ତି ନା । ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ଅଛନ୍ତି ଯେଉଁମାନେ କି ଏତିକି ସମ୍ମାନ
ରଖୁଛନ୍ତି । କେତେ ସାଧାରଣ ଭାବରେ ରହୁଛନ୍ତି, ବୁଝାଉଛନ୍ତି ମଧ୍ୟ - ମୁଁ ଏହି ସାଧୁ ଆଦି
ସମସ୍ତଙ୍କର ପିତା ଅଟେ । ଶଙ୍କରାଚାର୍ଯ୍ୟ ଆଦି ଯେଉଁମାନେ ବି ଅଛନ୍ତି, ଏହି ସବୁ ଆତ୍ମାମାନଙ୍କର
ମୁଁ ପିତା ଅଟେ । ଶରୀରର ପିତା ଯିଏ ଅଟନ୍ତି, ସେ ତ ଅଛନ୍ତି, ମୁଁ ହେଉଛି ସମସ୍ତ ଆତ୍ମାମାନଙ୍କର
ପିତା । ମୋର ସମସ୍ତେ ପୂଜା କରୁଛନ୍ତି । ବର୍ତ୍ତମାନ ସେ ଏଠାରେ ସମ୍ମୁଖରେ ବସିଛନ୍ତି । କିନ୍ତୁ
ସମସ୍ତେ କ’ଣ ବୁଝିଛନ୍ତି କି ଆମେ କାହାର ସମ୍ମୁଖରେ ବସିଛୁ ।
ଆତ୍ମାମାନେ
ଜନ୍ମ-ଜନ୍ମାନ୍ତରରୁ ଦେହ-ଅଭିମାନର ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି ସେଥିପାଇଁ ବାବାଙ୍କୁ ମନେ
ପକାଇ ପାରୁ ନାହାଁନ୍ତି । ସେମାନେ କେବଳ ଦେହକୁ ହିଁ ଦେଖିଥା’ନ୍ତି । ଯଦି ଦେହୀ-ଅଭିମାନୀ
ହୋଇଥା’ନ୍ତେ ତେବେ ସେହି ବାବାଙ୍କୁ ମନେ ପକାଇଥା’ନ୍ତେ ଏବଂ ବାବାଙ୍କ ଶ୍ରୀମତରେ ଚାଲିଥା’ନ୍ତେ ।
ବାବା କହୁଛନ୍ତି ମୋତେ ଜାଣିବା ପାଇଁ ସମସ୍ତେ ପୁରୁଷାର୍ଥୀ ଅଟନ୍ତି । ଶେଷ ସମୟରେ ଯେଉଁମାନେ
ସଂପୂର୍ଣ୍ଣ ଦେହୀ-ଅଭିମାନୀ ହୋଇଥିବେ ସେହିମାନେ ହିଁ ପାସ୍ ହେବେ । ବାକି ସମସ୍ତଙ୍କ ଭିତରେ
ଟିକିଏ-ଟିକିଏ ଦେହ-ଅଭିମାନ ରହିବ । ବାବା ତ ଗୁପ୍ତ ଅଟନ୍ତି । ତେଣୁ ତାଙ୍କୁ କିଛି ବି ଦେଇପାରିବ
ନାହିଁ । କନ୍ୟାମାନେ ଶିବଙ୍କ ମନ୍ଦିରକୁ ମଧ୍ୟ ଯାଇ ବୁଝାଇପାରିବେ । କୁମାରୀମାନେ ହିଁ
ଶିବବାବାଙ୍କର ପରିଚୟ ଦେଉଛନ୍ତି । କୁମାର କୁମାରୀ ଉଭୟେ ତ ନିଶ୍ଚିତ ଅଛନ୍ତି । କୁମାରମାନେ ମଧ୍ୟ
ପରିଚୟ ଦେଉଥିବେ । ବାବା ମାତାମାନଙ୍କୁ ସ୍ୱତନ୍ତ୍ର ରୂପେ ଉଠାଉଛନ୍ତି କାହିଁକି ନା ସେମାନେ
ପୁରୁଷମାନଙ୍କଠାରୁ ମଧ୍ୟ ଅଧିକ ସେବା କରିଛନ୍ତି । ତେଣୁ ପିଲାମାନଙ୍କର ସେବାର ସଉକ ରହିବା ଉଚିତ୍
। ଯେପରି ହଦର ପାଠପଢା ପ୍ରତି ମଧ୍ୟ ସଉକ ରହିଥାଏ ନା । ତାହା ହେଲା ଶାରୀରିକ ପାଠପଢା ଏହା ହେଲା
ଆତ୍ମିକ ପାଠପଢା । ଶାରୀରିକ ପାଠ ପଢିଲେ, ଏହି ଡ୍ରିଲ୍ ଆଦି ଶିଖିଲେ କିଛି ବି ମିଳିବ ନାହିଁ ।
ଯେପରି କାହାର ପିଲା ଏବେ ଜନ୍ମ ହେଲେ ଧୂମ୍ଧାମରେ ତାର ଷଠି ପୂଜା ଆଦି କରିଥା’ନ୍ତି, କିନ୍ତୁ ସେ
ପାଇବ କ’ଣ! ଏତେ ସମୟ ହିଁ ନାହିଁ ଯେ ସେ କିଛି ପାଇପାରିବ । ବ୍ରାହ୍ମଣ ପରିବାରରୁ ଯାଇ ମଧ୍ୟ
ଯେଉଁମାନେ ଦେହ ତ୍ୟାଗ କରି ପୁଣି ଜନ୍ମ ନେଉଛନ୍ତି ସେମାନେ ମଧ୍ୟ କିଛି ବୁଝିପାରିବେ ନାହିଁ । ଯଦି
ଏହିଠାରୁ ଅର୍ଥାତ୍ ବ୍ରାହ୍ମଣ ପରିବାରରୁ ଶରୀର ତ୍ୟାଗ କରି ଯାଇଥିବେ ଏବଂ ଯାହା କିଛି ଏଠାରୁ
ଶିଖିକରି ଯାଇଥିବେ ତେବେ ସେହି ଅନୁସାରେ ଛୋଟ ବୟସରୁ ହିଁ ଶିବବାବାଙ୍କୁ ମନେ ପକାଇବେ । ଏହା ତ
ମନ୍ତ୍ର ଅଟେ ନା । ଛୋଟ ପିଲାମାନଙ୍କୁ ମଧ୍ୟ ଶିଖାଇବ, କିନ୍ତୁ ସେ ତ ବିନ୍ଦୁ ଆଦି କିଛି
ବୁଝିପାରିବ ନାହିଁ । କେବଳ ଶିବବାବା-ଶିବବାବା କହିଚାଲିବ । ଶିବବାବାଙ୍କୁ ମନେ ପକାଇଲେ ସ୍ୱର୍ଗର
ବର୍ସା ପାଇପାରିବ । ଏହିପରି ଛୋଟ ପିଲାଙ୍କୁ ବୁଝାଇଲେ ସେମାନେ ମଧ୍ୟ ସ୍ୱର୍ଗକୁ ଆସିଯିବେ ।
କିନ୍ତୁ ଉଚ୍ଚପଦ ପାଇପାରିବେ ନାହିଁ । ଏପରି ବହୁତ ପିଲା ଆସୁଛନ୍ତି, ଶିବବାବା-ଶିବବାବା ବୋଲି
କହୁଛନ୍ତି । ପୁଣି ଅନ୍ତିମ ମତି ଅନୁସାରେ ଗତି ମଧ୍ୟ ହୋଇଯିବ । ବର୍ତ୍ତମାନ ଏଠାରେ ରାଜଧାନୀର
ସ୍ଥାପନା ହେଉଛି । ଏବେ ମନୁଷ୍ୟମାନେ ଶିବଙ୍କର ପୂଜା କରୁଛନ୍ତି, କିନ୍ତୁ କିଛି ଜାଣିନାହାଁନ୍ତି
। ଯେପରି ଛୋଟ ପିଲା ଶିବ-ଶିବ କହିଥା’ନ୍ତି, କିନ୍ତୁ କିଛି ହେଲେ ବୁଝି ନ ଥା’ନ୍ତି । ଏଠାରେ
ମଧ୍ୟ ପୂଜା କରୁଛନ୍ତି କିନ୍ତୁ ତାଙ୍କ ପାଖରେ ପରିଚୟ ନାହିଁ । ତେଣୁ ତାଙ୍କୁ କହିବା ଉଚିତ୍,
ତୁମେ ଯାହାଙ୍କର ପୂଜା କରୁଛ ସେ ହିଁ ଜ୍ଞାନର ସାଗର, ଗୀତାର ଭଗବାନ ଅଟନ୍ତି । ସେ ଆମକୁ ଏବେ
ରାଜଯୋଗର ପାଠ ପଢାଉଛନ୍ତି । ଏହି ଦୁନିଆରେ ଆଉ କୌଣସି ମନୁଷ୍ୟ ନାହାଁନ୍ତି, ଯିଏକି କହିପାରିବେ
ଯେ ଶିବବାବା ଆମକୁ ରାଜଯୋଗର ପାଠ ପଢାଉଛନ୍ତି । ଏକଥା କେବଳ ତୁମେମାନେ ହିଁ ଜାଣିଛ ପୁଣି ଭୁଲି
ମଧ୍ୟ ଯାଉଛ । ଭଗବାନୁବାଚ ମୁଁ ତୁମକୁ ରାଜଯୋଗର ଶିକ୍ଷା ଦେଉଛି । କିଏ କହୁଛନ୍ତି - ଭଗବାନୁବାଚ,
କାମ ମହାଶ୍ରତୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର । ପୁରୁଣା ଦୁନିଆର ସନ୍ନ୍ୟାସ କର । ସେ
ହେଉଛନ୍ତି ଶଙ୍କରଚାର୍ଯ୍ୟ, ଇଏ ଶିବାଚାର୍ଯ୍ୟ ଅଟନ୍ତି । ସେ ଆମକୁ ରାଜଯୋଗ ଶିଖାଉଛନ୍ତି ।
ଶ୍ରୀକୃଷ୍ଣ ଆଚାର୍ଯ୍ୟ ତ କୁହାଯାଇପାରିବ ନାହିଁ । ସେ ତ ଛୋଟ ପିଲା । ସତ୍ୟଯୁଗରେ ଜ୍ଞାନର
ଆବଶ୍ୟକତା ରହିବ ନାହିଁ ।
ଯେଉଁଠି ଯେଉଁଠି
ଶିବଙ୍କର ମନ୍ଦିର ଅଛି, ସେଠାରେ ତୁମେ ପିଲାମାନେ ବହୁତ ଭଲ ସେବା କରିପାରିବ । ଶିବଙ୍କ ମନ୍ଦିରକୁ
ଯାଅ, ମାତାମାନେ ଗଲେ ଭଲ, କନ୍ୟାମାନେ ଗଲେ ତାଠାରୁ ଆହୁରି ଭଲ । ଏବେ ତ ଆମକୁ ବାବାଙ୍କଠାରୁ
ରାଜ୍ୟ-ଭାଗ୍ୟ ନେବାକୁ ହେବ । ବାବା ଆମକୁ ପାଠ ପଢାଉଛନ୍ତି ପୁଣି ଆମେ ମହାରାଜା-ମହାରାଣୀ ହେବୁ ।
ବାବା ହିଁ ସର୍ବୋଚ୍ଚ ଅଟନ୍ତି, ଏପରି ଶିକ୍ଷା କୌଣସି ମନୁଷ୍ୟ ଦେଇପାରିବେ ନାହିଁ । ଏହା ହେଉଛି
କଳିଯୁଗ । ସତ୍ୟଯୁଗରେ ଏମାନଙ୍କର ରାଜ୍ୟ ଥିଲା । ଏମାନେ ରାଜା-ରାଣୀ କିପରି ହେଲେ । କିଏ ରାଜଯୋଗ
ଶିଖାଇଥିଲେ, ଯାହାଦ୍ୱାରା ସେମାନେ ସତ୍ୟଯୁଗର ମାଲିକ ହୋଇଗଲେ? ଯାହାଙ୍କର ତୁମେ ପୂଜା କରୁଛ ସେ
ଆମକୁ ପାଠପଢାଇ ସତ୍ୟଯୁଗର ମାଲିକ କରାଉଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ବିଷ୍ଣୁଙ୍କ
ଦ୍ୱାରା ପାଳନା.... ପତିତ ପ୍ରବୃତ୍ତିମାର୍ଗୀ ହିଁ ପବିତ୍ର ପ୍ରବୃତ୍ତି ମାର୍ଗକୁ ଯିବେ ।
ଭକ୍ତମାନେ ମଧ୍ୟ କହୁଛନ୍ତି ବାବା ଆମ ଭଳି ପତିତମାନଙ୍କୁ ପବିତ୍ର କର, ପବିତ୍ର କରି ଏମାନଙ୍କ ଭଳି
ଦେବତା କର । ଦେବୀ-ଦେବତାମାନଙ୍କର ହେଲା ପ୍ରବୃତ୍ତି ମାର୍ଗ । ବାବା ତ ନିବୃତ୍ତି ମାର୍ଗୀ
ସନ୍ନ୍ୟାସୀମାନଙ୍କର ଗୁରୁ ହୁଅନ୍ତି ହିଁ ନାହିଁ । ଯେଉଁମାନେ ବର୍ତ୍ତମାନ ପବିତ୍ର ହେଉଛନ୍ତି ବାବା
କେବଳ ସେହିମାନଙ୍କର ହିଁ ଗୁରୁ ହୋଇପାରିବେ । ଦୁନିଆରେ ଏପରି ବି ବହୁତ ଯୋଡି ଅଛନ୍ତି, ଯେଉଁମାନେ
ବିକାର ପାଇଁ ବିବାହ କରି ନ ଥା’ନ୍ତି । ତେଣୁ ତୁମେ ପିଲାମାନେ ଏହିପରି ସେବା କରିପାରିବ । ନିଜ
ଭିତରେ ଏହି ସଉକ ରହିବା ଉଚିତ୍, ଆମେ ବାବାଙ୍କର ସୁପୁତ୍ର ସନ୍ତାନ ହୋଇ କାହିଁକି ସେବା ନ କରିବୁ
। ଏହି ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ । ଏବେ ଶିବବାବା କହୁଛନ୍ତି ଶ୍ରୀକୃଷ୍ଣ ତ
ଏଠାକୁ ଆସି ପାରିବେ ନାହିଁ । ସେ ତ କେବଳ ଥରେ ମାତ୍ର ସତ୍ୟଯୁଗରେ ହିଁ ଆସିଥା’ନ୍ତି ଅର୍ଥାତ୍
ଜନ୍ମ ନେଇଥା’ନ୍ତି । ପରବର୍ତ୍ତୀ ଜନ୍ମରେ କ’ଣ ସେହି ଚେହେରା ସେହି ନାମ ରହିବ? ୮୪ ଜନ୍ମରେ ୮୪
ପ୍ରକାର ଚେହେରା ହେବ । ଶ୍ରୀକୃଷ୍ଣ ଏହି ଜ୍ଞାନ କାହାକୁ ଶିଖାଇପାରିବେ ନାହିଁ । ଶ୍ରୀକୃଷ୍ଣ
କିପରି ଏଠାକୁ ଆସିବେ । ବର୍ତ୍ତମାନ ତୁମେମାନେ ଏହିସବୁ କଥାକୁ ବୁଝୁଛ । ଅଧାକଳ୍ପ ତୁମମାନଙ୍କୁ
ବହୁତ ଭଲ ଜନ୍ମ ମିଳୁଛି ପୁଣି ରାବଣ ରାଜ୍ୟ ଆରମ୍ଭ ହୋଇଯାଉଛି । ମନୁଷ୍ୟମାନେ ଯେପରି ପଶୁ ସଦୃଶ
ହୋଇଯାଉଛନ୍ତି । ପରସ୍ପର ମଧ୍ୟରେ ଲଢେଇ-ଝଗଡା କରୁଛନ୍ତି । ତେବେ ରାବଣର ଜନ୍ମ ହେଲା ନା । ବାକି
୮୪ ଲକ୍ଷ ଜନ୍ମ ତ କେହି ବି ନେଉନାହାଁନ୍ତି । ତେବେ ଦୁନିଆରେ ଏତେ ପ୍ରକାରର ରହିଛନ୍ତି । ସେମାନେ
ସମସ୍ତେ କ’ଣ ଏତେ ଜନ୍ମ ନେଇପାରିବେ! ବାବା ଏ ସବୁ କଥା ବୁଝାଉଛନ୍ତି । ସେ ସର୍ବୋଚ୍ଚ ଭଗବାନ
ଅଟନ୍ତି । ସେ ଆସି ଆମମାନଙ୍କୁ ପାଠ ପଢାଉଛନ୍ତି, ତାଙ୍କ ପରେ ପୁଣି ଇଏ (ବ୍ରହ୍ମା) ମଧ୍ୟ ଅଛନ୍ତି
ନା । ଯଦି ଭଲ ଭାବରେ ପାଠ ନ ପଢିବ ତେବେ କାହା ପାଖରେ ଯାଇ ଦାସ-ଦାସୀ ହେବ । କ’ଣ ଶିବବାବାଙ୍କ
ପାଖରେ ଦାସ-ଦାସୀ ହେବ? ବାବା ତ ବୁଝାଉଛନ୍ତି ଯଦି ଭଲ ଭାବରେ ପଢୁନାହଁ ତେବେ ସତ୍ୟଯୁଗରେ ଯାଇ
ଦାସ-ଦାସୀ ହେବ । ଯିଏ କିଛି ବି ସେବା କରୁନାହାଁନ୍ତି, ଖାଇଲେ-ପିଇଲେ ଏବଂ ଶୋଇଲେ ସେମାନେ କି ପଦ
ପାଇବେ! ବୁଦ୍ଧିରେ ତ ଆସୁଛି ନା କ’ଣ ହେବେ! ମୁଁ ତ ମହାରାଜା ହେବି । ମୋ ସମ୍ମୁଖକୁ ମଧ୍ୟ ସେମାନେ
ଆସିପାରିବେ ନାହିଁ । ନିଜେ ମଧ୍ୟ ବୁଝିପାରୁଛନ୍ତି - ମୁଁ ଏହିଭଳି ପଦ ପାଇବି । କିନ୍ତୁ ପୁଣି ବି
ଲଜ୍ଜ୍ୟା ଲାଗୁନାହିଁ, ଭାବୁ ନାହାଁନ୍ତି ଯେ ଆମେ ନିଜର ଉନ୍ନତି କରି କିଛି ଉଚ୍ଚ ପଦ କିପରି ପାଇବୁ
। ତେଣୁ ବାବା କହୁଛନ୍ତି ଏପରି ମନେ କର ନାହିଁ ଯେ ଏ କଥା ବ୍ରହ୍ମା କହୁଛନ୍ତି, ସର୍ବଦା ଶିବବାବା
କହୁଛନ୍ତି ବୋଲି ମନେ କର । ଶିବବାବାଙ୍କର ତ ସମ୍ମାନ ରଖିବାକୁ ହେବ ନା । ତାଙ୍କ ସାଥିରେ ପୁଣି
ଧର୍ମରାଜ ମଧ୍ୟ ଅଛନ୍ତି । ନଚେତ୍ ଧର୍ମରାଜଙ୍କଠାରୁ ଦଣ୍ଡା ମଧ୍ୟ ବହୁତ ଖାଇବାକୁ ପଡିବ ।
କୁମାରୀମାନଙ୍କୁ ତ ବହୁତ ହୁସିଆର ହେବାକୁ ପଡିବ । ଏପରି ନୁହେଁ ଯେ ଏଠାରେ କିଛି ଶୁଣିଲ, ବାହାରକୁ
ଗଲ ତ ଖଲାସ । ଭକ୍ତିମାର୍ଗରେ କେତେ ସାମଗ୍ରୀ ରହିଛି । ଏବେ ବାବା କହୁଛନ୍ତି ବିଷକୁ ଛାଡ ।
ସ୍ୱର୍ଗବାସୀ ହୁଅ । ଏହିପରି ସ୍ଲୋଗାନ ସବୁ ତିଆରି କର । ସିଂହୀ ଭଳି ସାହାସୀ ଏବଂ ଶକ୍ତିଶାଳୀ
ହୁଅ । ଏବେ ବେହଦର ବାବା ମିଳିଛନ୍ତି ଆଉ କ’ଣ ଚିନ୍ତା । ଗଭର୍ଣ୍ଣମେଣ୍ଟ ଧର୍ମକୁ ହିଁ ମାନୁନାହିଁ
ତେଣୁ ସେମାନେ (ଅଫିସରମାନେ) ମନୁଷ୍ୟରୁ ଦେବତା ହେବା ପାଇଁ କିପରି ଆସିବେ । ସେମାନେ କହୁଛନ୍ତି
ଆମେ କୌଣସି ବି ଧର୍ମକୁ ମାନୁନାହୁଁ । ସମସ୍ତଙ୍କୁ ଆମେ ଏକ ବୋଲି ଭାବୁଛୁ ପୁଣି ଲଢେଇ-ଝଗଡା
କାହିଁକି କରୁଛନ୍ତି? ମିଛ ତ ମିଛ ସତର ରତି ମଧ୍ୟ ନାହିଁ । ପ୍ରଥମେ-ପ୍ରଥମେ ଈଶ୍ୱର ସର୍ବବ୍ୟାପୀ
କହିବା ଦ୍ୱାରା ହିଁ ମିଥ୍ୟା ଆରମ୍ଭ ହୋଇଥାଏ । ହିନ୍ଦୁ ଧର୍ମ ତ କିଛି ନାହିଁ । ଖ୍ରୀଷ୍ଟିୟାନ୍ମାନଙ୍କର
ନିଜର ଧର୍ମ ଚାଲିଆସୁଛି । ସେମାନେ ନିଜକୁ ବଦଳାଉ ନାହାଁନ୍ତି । ଏହା ଏକମାତ୍ର ଧର୍ମ, ଯିଏକି
ନିଜର ଧର୍ମକୁ ବଦଳାଇ ହିନ୍ଦୁ କହିଦେଉଛନ୍ତି, ପୁଣି ନାମ ସବୁ କିପରି ରଖୁଛନ୍ତି, ଶ୍ରୀ ଶ୍ରୀ
ଅମୁକ.... ଏବେ କେହି ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ କେଉଁଠି ଅଛନ୍ତି । ଶ୍ରୀମତ ମଧ୍ୟ କାହାର ନାହିଁ ।
ଏହା ତ ସେମାନଙ୍କର ଲୌହଯୁଗୀ (କଳିଯୁଗୀ) ମତ ଅଟେ । ଏହାକୁ ଶ୍ରୀମତ ବୋଲି କିପରି କୁହାଯିବ ଏବେ
ତୁମେ କୁମାରୀମାନେ ଛିଡା ହୋଇଗଲେ କାହାକୁ ବି ବୁଝାଇପାରିବ । କିନ୍ତୁ ଯୋଗଯୁକ୍ତ ଏବଂ ବହୁତ ଭଲ
ହୁସିଆର କନ୍ୟା ହୋଇଥିବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ଉନ୍ନତି କରିବା ପାଇଁ ବାବାଙ୍କ ସେବାରେ ତତ୍ପର ରହିବାକୁ ହେବ । କେବଳ ଖାଇବା, ପିଇବା, ଶୋଇବା -
ଏହା ନିଜର ପଦ ହରାଇବା ଅଟେ ।
(୨) ବାବାଙ୍କର ପ୍ରତି
ଏବଂ ପାଠପଢାର ସମ୍ମାନ ରଖିବାକୁ ହେବ । ଦେହୀ-ଅଭିମାନୀ ହେବା ପାଇଁ ପୂରା-ପୂରା ପୁରୁଷାର୍ଥ
କରିବାକୁ ହେବ । ବାବାଙ୍କର ଶିକ୍ଷାକୁ ଧାରଣ କରି ସୁପୁତ୍ର ସନ୍ତାନ ହେବାକୁ ପଡିବ ।
ବରଦାନ:-
ସେବା କରୁଥିଲେ
ମଧ୍ୟ ଉପରାମ ସ୍ଥିତିରେ ରହୁଥିବା ଯୋଗଯୁକ୍ତ, ଯୁକ୍ତିଯୁକ୍ତ ସେବାଧାରୀ ଭବ ।
ଯେଉଁମାନେ ଯୋଗଯୁକ୍ତ,
ଯୁକ୍ତିଯୁକ୍ତ ସେବାଧାରୀ ଅଟନ୍ତି ସେମାନେ ସେବା କରୁଥିଲେ ମଧ୍ୟ ସର୍ବଦା ଉପରାମ ସ୍ଥିତିରେ
ରହିଥାଆନ୍ତି । ଏମିତି ନୁହେଁ ଯେ ସେବା ଅଧିକ ରହିଛି ସେଥିପାଇଁ ଅଶରୀରୀ ହୋଇପାରିବି ନାହିଁ ।
କିନ୍ତୁ ମନେ ରଖିବା ଦରକାର ଯେ ସେବା ମୋର ନୁହେଁ, ବାବା ଦେଇଛନ୍ତି, ତାହା ହେଲେ ନିର୍ବନ୍ଧନ
ହୋଇଯିବ । ମୁଁ କେବଳ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ଅଟେ, ବନ୍ଧନମୁକ୍ତ ଅଟେ - ଏହିଭଳି ଅଭ୍ୟାସ କର
। ଅତି ସମୟରେ ଅନ୍ତିମ ସମୟର ସ୍ଥିତି ବା କର୍ମାତୀତ ସ୍ଥିତିର ଅଭ୍ୟାସ କର । ଯେପରି ମଝିରେ ମଝିରେ
ସଂକଳ୍ପକୁ କଣ୍ଟ୍ରୋଲ କରିବା ପାଇଁ ଟ୍ରାଫିକ୍ କଣ୍ଟ୍ରୋଲ୍ କରୁଛ ସେହିପରି ଅତି ସମୟରେ ଅନ୍ତିମ
ସମୟର ସ୍ଥିତିର ଅନୁଭବ କର ତେବେ ଯାଇ ଅନ୍ତିମ ସମୟରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବ ।
ସ୍ଲୋଗାନ:-
ଶୁଭଭାବନା
କାରଣକୁ ନିବାରଣରେ ପରିବର୍ତ୍ତନ କରିଦିଏ ।
ଅବ୍ୟକ୍ତ ଈଶାରା:-
ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।
ପବିତ୍ରତା ବ୍ରାହ୍ମଣ
ଜୀବନର ବିଶେଷ ଭାବରେ ଜନ୍ମ ସମୟର ବିଶେଷତା ଅଟେ । ପବିତ୍ର ସଂକଳ୍ପ ବ୍ରାହ୍ମଣମାନଙ୍କର ବୁଦ୍ଧିର
ଭୋଜନ ଅଟେ । ପବିତ୍ର ଦୃଷ୍ଟି ବ୍ରାହ୍ମଣମାନଙ୍କର ନୟନର ଜ୍ୟୋତି ଅଟେ । ପବିତ୍ର କର୍ମ ବ୍ରାହ୍ମଣ
ଜୀବନର ବିଶେଷ ବ୍ୟବସାୟ ଅଟେ । ପବିତ୍ର ସମ୍ବନ୍ଧ ଏବଂ ସମ୍ପର୍କ ବ୍ରାହ୍ମଣ ଜୀବନର ମର୍ଯ୍ୟାଦା ଅଟେ
। ତେଣୁ ଏହିଭଳି ମହାନ ଜିନିଷକୁ ଆପଣାଇବା ପାଇଁ ମେହନତ କର ନାହିଁ କିମ୍ବା ହଠକ୍ରିୟା ଦ୍ୱାରା
ମଧ୍ୟ ଆପଣାଅ ନାହିଁ କାରଣ ଏହି ପବିତ୍ରତା ହିଁ ତୁମମାନଙ୍କର ଜୀବନର ବରଦାନ ଅଟେ ।