09.06.24    Avyakt Bapdada     Odia Murli    15.02.20     Om Shanti     Madhuban


“ମନକୁ ସ୍ୱଚ୍ଛ, ବୁଦ୍ଧିକୁ ନିର୍ମଳ ରଖି ଡବଲ ଲାଇଟ୍ ଫରିସ୍ତା ସ୍ଥିତିର ଅନୁଭବ କର”


ଆଜି ବାପଦାଦା ନିଜର ସ୍ୱରାଜ୍ୟ ଅଧିକାରୀ ପିଲାମାନଙ୍କୁ ଦେଖୁଛନ୍ତି । ସ୍ୱରାଜ୍ୟ ହେଉଛି ବ୍ରାହ୍ମଣ ଜୀବନର ଜନ୍ମସିଦ୍ଧ ଅଧିକାର । ବାପଦାଦା ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାକୁ ସ୍ୱରାଜ୍ୟର ସିଂହାସନ ଅଧିକାରୀ କରିଦେଇଛନ୍ତି । ଏହି ସ୍ୱରାଜ୍ୟର ଅଧିକାର ଜନ୍ମ ହେବା ମାତ୍ରକେ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାକୁ ପ୍ରାପ୍ତ ହୋଇଯାଇଛି । ଯେତିକି ଯେତିକି ତୁମେ ସ୍ୱରାଜ୍ୟର ସ୍ଥିତିରେ ସ୍ଥିତ ହେଉଛ ସେତିକି ସେତିକି ନିଜ ଭିତରେ ଲାଇଟ୍ ଏବଂ ମାଇଟ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିର ଅନୁଭବ ମଧ୍ୟ କରୁଛ ।

ବାପଦାଦା ଆଜି ପ୍ରତ୍ୟେକ ସନ୍ତାନର ମସ୍ତକରେ ଆଲୋକର ମୁକୁଟକୁ ଦେଖୁଛନ୍ତି । ଯିଏ ଯେତିକି ନିଜ ଭିତରେ ମାଇଟ୍ ଅର୍ଥାତ୍ ଶକ୍ତିକୁ ଧାରଣ କରିଛନ୍ତି ସେହି ଅନୁସାରେ ତାଙ୍କର ଲାଇଟ୍‌ର ମୁକୁଟ ଚମକୁଛି । ବାପଦାଦା ସବୁ ପିଲାଙ୍କୁ ସର୍ବଶକ୍ତି ଗୁଡିକ ଅଧିକାର ରୂପରେ ମଧ୍ୟ ଦେଇଛନ୍ତି । ସେଥିପାଇଁ ପ୍ରତ୍ୟେକ ସନ୍ତାନ ମାଷ୍ଟର ସର୍ବଶକ୍ତିବାନ୍ ଅଟେ କିନ୍ତୁ ଧାରଣ କରିବାରେ ପିଲାମାନେ କ୍ରମାନ୍ୱୟ ହୋଇଯାଉଛନ୍ତି । ବାପଦାଦା ଦେଖୁଛନ୍ତି ଯେ ସର୍ବଶକ୍ତିର ଜ୍ଞାନ ମଧ୍ୟ ସମସ୍ତଙ୍କ ଭିତରେ ଅଛି, ଧାରଣା ମଧ୍ୟ ଅଛି କିନ୍ତୁ ଗୋଟିଏ କଥାର ଅନ୍ତର ରହିଯାଉଛି । କୌଣସି ବି ବ୍ରାହ୍ମଣ ଆତ୍ମାକୁ ପଚାର - ସେ ପ୍ରତ୍ୟେକ ଶକ୍ତିର ବର୍ଣ୍ଣନା ମଧ୍ୟ ବହୁତ ଭଲ ଭାବରେ କରିପାରିବ, ଶକ୍ତି ଆଧାରରେ ହେଉଥିବା ପ୍ରାପ୍ତିର ବର୍ଣ୍ଣନା ମଧ୍ୟ ବହୁତ ଭଲ କରିପାରିବ, କିନ୍ତୁ ଅନ୍ତର ଏତିକି ରହୁଛି ଯାହାକି ଯେଉଁ ସମୟରେ ଯେଉଁ ଶକ୍ତି ଆବଶ୍ୟକ ସେହି ଅନୁସାରେ ଶକ୍ତି ଗୁଡିକ କାର୍ଯ୍ୟରେ ଲଗାଇ ପାରୁ ନାହାଁନ୍ତି । ସମୟ ବିତି ଗଲା ପରେ ହୃଦ୍‌ବୋଧ କରୁଛନ୍ତି ଯେ ଏଠାରେ ଏହି ଶକ୍ତିର ଆବଶ୍ୟକତା ଥିଲା । ବାପଦାଦା ପିଲାମାନଙ୍କୁ କହୁଛନ୍ତି ଯେ ସର୍ବଶକ୍ତିର ସମ୍ପତ୍ତି ଏତେ ଶକ୍ତିଶାଳୀ ଅଟେ ଯାହାକି କୌଣସି ବି ସମସ୍ୟା ତୁମ ସମ୍ମୁଖରେ ତିଷ୍ଠି ପାରିବ ନାହିଁ । ତୁମେ ସର୍ବ ସମସ୍ୟାରୁ ମୁକ୍ତ ହୋଇପାରିବ । କେବଳ ସର୍ବଶକ୍ତିକୁ ଜାଗ୍ରତ ରୂପରେ ସ୍ମୃତିରେ ରଖ ଏବଂ ସମୟ ଅନୁସାରେ କାର୍ଯ୍ୟରେ ଲଗାଅ । ଏଥିପାଇଁ ନିଜର ବୁଦ୍ଧିର ଲାଇନ୍‌କୁ ସର୍ବଦା କ୍ଲିୟର ଅର୍ଥାତ୍ ନିର୍ମଳ ରଖ । ବୁଦ୍ଧିର ଲାଇନ୍ ଯେତିକି କ୍ଲିୟର ଏବଂ କ୍ଲିନ୍ ରହିଥିବ ସେହି ଅନୁସାରେ ନିର୍ଣ୍ଣୟ ଶକ୍ତି ତୀବ୍ର ହେବା କାରଣରୁ ଯେଉଁ ସମୟରେ ଯେଉଁ ଶକ୍ତିର ଆବଶ୍ୟକତା ଥିବ ତାକୁ କାର୍ଯ୍ୟରେ ଲଗାଇ ପାରିବ, କାହିଁକି ନା ବାପଦାଦା ବର୍ତ୍ତମାନର ସମୟ ଅନୁସାରେ ପ୍ରତ୍ୟେକ ସନ୍ତାନକୁ ବିଘ୍ନ ମୁକ୍ତ, ସମସ୍ୟା ମୁକ୍ତ, ମେହନତର ପୁରୁଷାର୍ଥରୁ ମୁକ୍ତ ଦେଖିବାକୁ ଚାହୁଁଛନ୍ତି । ଏମିତି ତ ସମସ୍ତେ ହେବେ ନିଶ୍ଚିତ କିନ୍ତୁ ଏହାର ଅଭ୍ୟାସ ବହୁତ କାଳର ହେବା ଦରକାର । ବ୍ରହ୍ମାବାବାଙ୍କର ଗୋଟିଏ ବିଶେଷ ସଂସ୍କାର ଦେଖିଛ ନା -” ତୁରନ୍ତ ଦାନ ମହାପୁଣ୍ୟ’’ । ଜୀବନର ଆରମ୍ଭରୁ ସବୁ କାର୍ଯ୍ୟରେ ତୁରନ୍ତ ଦାନ ମଧ୍ୟ କରିଛନ୍ତି ଏବଂ ତୁରନ୍ତ କାମ ମଧ୍ୟ କରିଛନ୍ତି । ବ୍ରହ୍ମାବାବାଙ୍କର ନିର୍ଣ୍ଣୟ ଶକ୍ତିର ବିଶେଷତା ବହୁତ ତୀବ୍ରଗତିର ଥିଲା । ତେବେ ବାପଦାଦା ଫଳାଫଳ ରୂପରେ ଏହା ହିଁ ଦେଖିଲେ । ଏମିତି ତ ସମସ୍ତଙ୍କୁ ସାଥୀରେ ନେଇ କରି ହିଁ ଯିବି । କ’ଣ ବାପଦାଦାଙ୍କ ସାଥୀରେ ଯିବ ତ? ନା ପଛେ ପଛେ ଆସିବ? ଯଦି ସୀଥୀ ହୋଇ ଯିବାର ଅଛି ତେବେ ବ୍ରହ୍ମାବାବାଙ୍କୁ ଫଲୋ କର । କର୍ମ କରିବାରେ ବ୍ରହ୍ମାବାବାଙ୍କୁ ଫଲୋ କର ଏବଂ ସ୍ଥିତିରେ ନିରାକାରୀ ଶିବବାବାଙ୍କୁ ଫଲୋ କର । କ’ଣ ଫଲୋ କରିବା ଜଣା ଅଛି ତ?

ଡବଲ ବିଦେଶୀମାନଙ୍କୁ ଫଲୋ କରିବା ଜଣା ଅଛି ତ? ତେବେ କାହାକୁ ଫଲୋ କରିବା ବା ଅନୁକରଣ କରିବା ତ ସହଜ ଅଟେ ନା! ଯଦି ଅନୁକରଣ ହିଁ କରିବାର ଅଛି ତେବେ କାହିଁକି, କ’ଣ, କିପରି.... ଏସବୁ ତ ସମାପ୍ତ ହୋଇଯିବ ଏବଂ ସମସ୍ତଙ୍କର ଅନୁଭବ ମଧ୍ୟ ଅଛି ଯେ ବ୍ୟର୍ଥ ସଂକଳ୍ପ ଆସିବାର ନିମିତ୍ତ ମଧ୍ୟ ଏହି କାହିଁକି, କ’ଣ, କିପରି..... ଶବ୍ଦ ହିଁ ଅଟେ । ତେବେ ଫଲୋ ଫାଦର କରିବା ଦ୍ୱାରା ଏହି ସବୁ ଶବ୍ଦଗୁଡିକ ସମାପ୍ତ ହୋଇଯିବ । କିପରି ନୁହେଁ, ଏହିପରି । ବୁଦ୍ଧି ତୁରନ୍ତ ନିର୍ଣ୍ଣୟ କରିନେବ ଏହିଭଳି ଚାଲ, ଏହିଭଳି କର... । ତେଣୁ ବାପଦାଦା ଆଜି ବିଶେଷ କରି ସବୁ ପିଲାମାନଙ୍କୁ ଚାହେଁ ପ୍ରଥମ ଥର ପାଇଁ ଆସିଥାଆନ୍ତି ବା ପୁରୁଣା ହୋଇଥାଆନ୍ତୁ, ସମସ୍ତଙ୍କୁ ଏହି ଶିକ୍ଷା ଦେଉଛନ୍ତି ଯେ ମନକୁ ସ୍ୱଚ୍ଛ ରଖ । ବହୁତ ପିଲାଙ୍କ ମନ ଭିତରେ ଏବେ ମଧ୍ୟ ବ୍ୟର୍ଥ ଏବଂ ନକାରାତ୍ମକ ସଂକଳ୍ପର ଛୋଟ-ବଡ ଦାଗ ସବୁ ଲାଗି ରହିଛି । ଏହି କାରଣରୁ ହିଁ ପୁରୁଷାର୍ଥର ଶ୍ରେଷ୍ଠ ଗତିରେ ବିଘ୍ନ ପଡୁଛି ବା ବାଧା ଉପୁଜୁଛି । ବାପଦାଦା ତ ସବୁବେଳେ ଏହି ଶ୍ରୀମତ ଦେଇଆସିଛନ୍ତି ଯେ ମନ ଭିତରେ ସର୍ବଦା ପ୍ରତ୍ୟେକ ଆତ୍ମା ପ୍ରତି ଶୁଭଭାବନା ଏବଂ ଶୁଭକାମନା ରଖ - ତେବେ କୁହାଯିବ ସ୍ୱଚ୍ଛ ମନ । ନିଜ ପ୍ରତି ହେଉ ବା ଅନ୍ୟ କାହା ପ୍ରତି ହେଉ ବ୍ୟର୍ଥ ସଂକଳ୍ପ ଆସିବା - ଏହାକୁ ସ୍ୱଚ୍ଛ ମନ କୁହାଯିବ ନାହିଁ । ସ୍ୱଚ୍ଛ ମନ ଏବଂ ଶୁଦ୍ଧ ନିର୍ମଳ ବୁଦ୍ଧି । ନିଜେ ବିଚାର କର, ନିଜେ ନିଜକୁ ଧ୍ୟାନର ସହିତ ଦେଖ, ଉପରେ ଉପରେ ନୁହେଁ , ସବୁ ତ ଠିକ୍ ଅଛି, ସବୁକିଛି ତ ଠିକ୍ ଚାଲିଛି । ନା - ଭଲ ଭାବରେ ଚିନ୍ତା କରି ଦେଖ - ମନ ଏବଂ ବୁଦ୍ଧି ସ୍ପଷ୍ଟ ଅଛି, ଶ୍ରେଷ୍ଠ ଅଛି? ତେବେ ଯାଇ ଡବଲ ଲାଇଟ୍ ସ୍ଥିତି ହୋଇପାରିବ । ବାବାଙ୍କ ସମାନ ସ୍ଥିତି ନିର୍ମାଣ କରିବାର ଏହା ହିଁ ହେଉଛି ସହଜ ସାଧନ ଏବଂ ଏହି ଅଭ୍ୟାସ ଶେଷ ସମୟରେ ନୁହେଁ, ବହୁତ ସମୟର ଅଭ୍ୟାସ ରହିବା ଆବଶ୍ୟକ । ତେବେ ନିଜେ ନିଜକୁ ଚେକ୍ କରିବା ଜଣା ଅଛି ତ? ନିଜକୁ ହିଁ ଚେକ୍ କର, ଅନ୍ୟମାନଙ୍କୁ ନୁହେଁ । ବାପଦାଦା ପୂର୍ବରୁ ମଧ୍ୟ ଗୋଟିଏ ହସିବା କଥା କହିଥିଲେ - ପିଲାମାନଙ୍କର ଦୂର ଦୃଷ୍ଟି ବହୁତ ପ୍ରଖର ଅଟେ କିନ୍ତୁ ପାଖକୁ ଦେଖିବାର ଦୃଷ୍ଟି ଦୂର୍ବଳ ଅଟେ ସେଥିପାଇଁ ଅନ୍ୟମାନଙ୍କୁ ଦେଖିବାରେ ବହୁତ ବୁଦ୍ଧିମାନ ଅଟନ୍ତି । ତେଣୁ ନିଜକୁ ଚେକ୍ କରିବାରେ ଦୁର୍ବଳ ହୁଅ ନାହିଁ ।

ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ ଏବେ ଯେପରି ନିଜକୁ ବ୍ରହ୍ମାକୁମାର ବା ବ୍ରହ୍ମାକୁମାରୀ ଭାବିବା ପକ୍କା ହୋଇଗଲାଣି, ଚାଲିବା ବୁଲିବା ସମୟରେ ମଧ୍ୟ ସ୍ମୃତିରେ ରହୁଛି ମୁଁ ବ୍ରହ୍ମକୁମାର ଅଟେ, ବ୍ରହ୍ମାକୁମାରୀ ଅଟେ ବା ବ୍ରାହ୍ମଣ ଆତ୍ମା ଅଟେ । ସେହିଭଳି ଏହା ମଧ୍ୟ ସ୍ୱାଭାବିକ ଭାବରେ ସ୍ମୃତିରେ ରହୁ ବା ଅଭ୍ୟାସ ହୋଇଯାଉ ଯେ - ମୁଁ ଫରିସ୍ତା ଅଟେ । ଅମୃତବେଳାରେ ଉଠିବା ମାତ୍ରେ ଏହି କଥା ପକ୍କା କର ଯେ ମୁଁ ଫରିସ୍ତା ପରମାତ୍ମାଙ୍କର ଶ୍ରୀମତ ଅନୁସାରେ ଧରା ତଳକୁ ବା ଏହି ସାକାର ଶରୀରକୁ ଆସିଛି, ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବା ପାଇଁ ବା ଶ୍ରେଷ୍ଠ କର୍ମ କରିବା ପାଇଁ । କାର୍ଯ୍ୟ ଶେଷ ହେବା ମାତ୍ରକେ ନିଜର ଶାନ୍ତିର ସ୍ୱସ୍ଥିତିରେ ସ୍ଥିତ ହୋଇଯାଅ, ଉଚ୍ଚ ସ୍ଥିତିକୁ ଚାଲିଯାଅ । ପରସ୍ପରକୁ ମଧ୍ୟ ଫରିସ୍ତା ସ୍ୱରୂପରେ ଦେଖ । ତୁମମାନଙ୍କର ମନୋବୃତ୍ତି ଅନ୍ୟମାନଙ୍କୁ ମଧ୍ୟ ଧୀରେ ଧୀରେ ଫରିସ୍ତା କରିଦେବ । ତୁମମାନଙ୍କର ଦୃଷ୍ଟି ଅନ୍ୟମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ । କ’ଣ ଏହା ପକ୍କା ଅଟେ ତ, ଆମେ ଫରିସ୍ତା ଅଟୁ? ଫରିସ୍ତା ଭବ ର ବରଦାନ ସମସ୍ତଙ୍କୁ ମିଳିଛି ତ? ଗୋଟିଏ ସେକେଣ୍ଡରେ ଫରିସ୍ତା ଅର୍ଥାତ୍ ଡବଲ ଲାଇଟ୍ ହୋଇପାରିବ? ଗୋଟିଏ ସେକେଣ୍ଡରେ, ଗୋଟିଏ ମିନିଟ୍‌ରେ ନୁହେଁ, ୧୦ ସେକେଣ୍ଡରେ ମଧ୍ୟ ନୁହେଁ, ଗୋଟିଏ ସେକେଣ୍ଡରେ ଭାବିଲ ଏବଂ ହେଲ, ଏହିଭଳି ଅଭ୍ୟାସ ଅଛି? ଆଚ୍ଛା ଯେଉଁମାନେ ଗୋଟିଏ ସେକେଣ୍ଡରେ ହୋଇପାରିବେ, ଦୁଇ ସେକେଣ୍ଡରେ ନୁହେଁ, ଗୋଟିଏ ସେକେଣ୍ଡରେ ହୋଇପାରିବେ ସେମାନେ ଗୋଟିଏ ହାତର ତାଳି ବଜାଅ । ହୋଇପାରିବ ତ ? ଖାଲିଟାରେ ହାତ ଉଠାଅ ନାହିଁ । ଡବଲ ବିଦେଶୀମାନେ ହାତ ଉଠାଉ ନାହାଁନ୍ତି! କ’ଣ ସମୟ ଲାଗିଯାଉଛି କି? ଆଚ୍ଛା ଯେଉଁମାନେ ଭାବୁଛନ୍ତି କିଛି ସମୟ ଲାଗୁଛି, ଗୋଟିଏ ସେକେଣ୍ଡରେ ନୁହେଁ କିନ୍ତୁ ଅଳ୍ପ କିଛି ସମୟ ଲାଗୁଛି ସେମାନେ ହାତ ଉଠାଅ (ବହୁତ ପିଲା ହାତ ଉଠାଇଲେ) ଭଲ କଥା, କିନ୍ତୁ ଅନ୍ତିମ ସମୟର ପରୀକ୍ଷା ଗୋଟିଏ ସେକେଣ୍ଡର ହିଁ ଆସିବ, ସେତେବେଳେ କ’ଣ କରିବ? ଅଚାନକ ଆସିବ ଏବଂ ଗୋଟିଏ ସେକେଣ୍ଡରେ ହିଁ ଆସିବ । ହାତ ତ ଉଠାଇ ଦେଲ, ଏଥିରେ କୌଣସି ଆପତ୍ତି ନାହିଁ । ହୃଦ୍‌ବୋଧ ତ କରିଲ ଏହା ମଧ୍ୟ ବହୁତ ଭଲ କଥା । କିନ୍ତୁ ଏହି ଅଭ୍ୟାସ ତ କରିବାକୁ ହିଁ ପଡିବ । କରିବାକୁ ପଡିବ ନୁହେଁ, କରିବାକୁ ହିଁ ପଡିବ । ଏହି ଅଭ୍ୟାସ ବହୁତ ବହୁତ ବହୁତ ଆବଶ୍ୟକ ଅଟେ । ଆଚ୍ଛା ଠିକ୍ ଅଛି ବାପଦାଦା ଆଉ କିଛି ସମୟ ଦେଉଛନ୍ତି । ଆଉ କେତେ ସମୟ ଦରକାର? ଦୁଇ ହଜାର ଶେଷ ପର୍ଯ୍ୟନ୍ତ ଦରକାର । ଏକ ବିଂଶ ଶତାଦ୍ଦୀ ପାଇଁ ତ ତୁମେମାନେ ଚାଲେଞ୍ଚ ମଧ୍ୟ କରିଛ, ଡେଙ୍ଗୁରା ମଧ୍ୟ ପିଟୁଛ, ମନେ ଅଛି ତ? ଏହି ଚାଲେଞ୍ଚ କରିଛ ଯେ ସତ୍ୟଯୁଗୀ ଦୁନିଆ ନିଶ୍ଚିତ ଆସିବ, ନା କେବଳ ବାତାବରଣ ସୃଷ୍ଟି କରିବ । ଚାଲେଞ୍ଚ କରିଛ ନା! ତେବେ ଏତିକି ସମୟ ତ ବହୁତ ହୋଇଗଲାଣି । ଯେତେ ନିଜ ଉପରେ ଅଧିକ ଧ୍ୟାନ ଦେଇପାରିବ, ଦେଇପାରିବ ମଧ୍ୟ ନୁହେଁ, ଦେବାକୁ ହିଁ ହେବ । ଯେପରି ଦେହ-ଅଭିମାନରେ ଆସିବା ପାଇଁ କେତେ ସମୟ ଲାଗୁଛି । ଗୋଟିଏ ସେକେଣ୍ଡ ନା ତା’ଠାରୁ ମଧ୍ୟ କମ୍ ସମୟ ଲାଗୁଛି? ଜଣା ବି ପଡୁ ନାହିଁ, ମୁଁ ଦୈହିକ ସ୍ମୃତିରେ ଆସିସାରିଲିଣି । ଏହି ଅଭ୍ୟାସକୁ ମଧ୍ୟ ଠିକ୍ ସେହିଭଳି କର - ଯାହା ବି ହୋଇଯାଉ, ଯାହା ବି କରୁଥାଅ କିନ୍ତୁ ଏହା ମଧ୍ୟ ଜଣା ନ ପଡୁ ଯେ ମୁଁ ଆତ୍ମ-ଅଭିମାନୀ ସ୍ଥିତିରେ ଅଛି ବା ମୋର ସ୍ଥିତି ସ୍ୱାଭାବିକ ଭାବରେ ଶକ୍ତିଶାଳୀ ହୋଇଗଲାଣି । ଫରିସ୍ଥା ସ୍ଥିତି ମଧ୍ୟ ସ୍ୱାଭାବିକ ହେବା ଦରକାର । ଯେତେ ଯେତେ ନିଜର ସ୍ୱଭାବକୁ ଫରିସ୍ତା ସ୍ୱରୂପ ଭଳି କରିବ ସେହି ସ୍ୱଭାବ ମଧ୍ୟ ତୁମର ସ୍ଥିତିକୁ ସ୍ୱାଭାବିକ କରିଦେବ । ତେବେ ବାପଦାଦା ପୁଣି କେତେ ସମୟ ପରେ ପଚାରିବେ? କେତେ ସମୟ ତୁମକୁ ଦରକାର? ଜୟନ୍ତୀ କୁହ - କେତେ ସମୟ ଦରକାର? ବିଦେଶୀମାନଙ୍କ ତରଫରୁ ତୁମେ କୁହ - କେତେ ସମୟ ବିଦେଶୀମାନଙ୍କୁ ଦରକାର? ଜନକ କୁହ । (ଦାଦୀ ଜାନକୀ କହିଲେ ଆଜିର କାମ ଆଜି ହେବ, କାଲି ନୁହେଁ) ଯଦି ଆଜିର କାମ ଆଜି କରିବ ତେବେ ଏବେ ସମସ୍ତେ ଫରିସ୍ତା ହୋଇଗଲେଣି? ହୋଇଯିବୁ, ନୁହେଁ । ଯଦି ହୋଇଯିବୁ ତେବେ କେତେ ଦିନ ଭିତରେ? ବାପଦାଦା ଆଜି ବ୍ରହ୍ମାବାବାଙ୍କର କେଉଁ ସଂସ୍କାର ବିଷୟରେ ଶୁଣାଇଲେ? ତୁରନ୍ତ ଦାନ, ମହାପୁଣ୍ୟ ।

ବାପଦାଦାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ସ୍ନେହ ରହିଛି, ତେଣୁ ଏହି କଥା ଭାବୁଛନ୍ତି ଯେ କେହି ଜଣେ ବି କମ୍ ସ୍ଥିତିରେ ନ ରହୁ । କ୍ରମାନ୍ୱୟରେ କାହିଁକି ରହିବ? ଯଦି ସମସ୍ତେ ନମ୍ବରୱାନ ହୋଇଯିବ ତେବେ କେତେ ଭଲ ହେବ! ଆଚ୍ଛା!

ପ୍ରଶାସକ ବର୍ଗର ଭାଇଭଉଣୀମାନଙ୍କ ସହିତ:- ସମସ୍ତେ ମିଶି କେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛ? ଏଭଳି ତୀବ୍ର ପୁରୁଷାର୍ଥୀର ଯୋଜନା କରିଛ ଯାହାକି ଶୀଘ୍ର ଶୀଘ୍ର ଏହି କାର୍ଯ୍ୟ ତୁମ ଭଳି ଶ୍ରେଷ୍ଠ ଆତ୍ମାମାନଙ୍କ ହାତକୁ ଆସିଯିବ । ଯଦି ବିଶ୍ୱକୁ ପରିବର୍ତ୍ତନ କରିବାର ଅଛି ତେବେ ସମ୍ପୂର୍ଣ୍ଣ ପ୍ରଶାସନିକ ବ୍ୟବସ୍ଥାକୁ ପରିବର୍ତ୍ତନ ତ କରିବାକୁ ପଡିବ ନା! ତେବେ ଏହି କାର୍ଯ୍ୟ କିପରି ସହଜରେ ଆଗକୁ ବଢି ଚାଲିବ, ବା ପ୍ରସାରିତ ହୋଇ ଚାଲିବ, ସେ କଥା ଭାବିଛ? ଅତି କମ୍‌ରେ ବଡ ବଡ ସହର ମାନଙ୍କରେ ଯେଉଁମାନେ ନିମିତ୍ତ ଅଟନ୍ତି ସେମାନଙ୍କୁ ବ୍ୟକ୍ତିଗତ ଭାବରେ କିପରି ସନ୍ଦେଶ ଦିଆଯାଇପାରିବ ତା’ର ଯୋଜନା କରିଛ? ଅତି କମ୍‌ରେ ଏତିକି ତ ବୁଝନ୍ତୁ ଯେ ଏବେ ଆଧ୍ୟାତ୍ମିକତା ଦ୍ୱାରା ହିଁ ପରିବର୍ତ୍ତନ ହୋଇପାରିବ ଏବଂ ହେବା ଦରକାର ମଧ୍ୟ । ତେଣୁ ନିଜ ନିଜର ବର୍ଗର ଆତ୍ମାମାନଙ୍କୁ ଜାଗ୍ରତ କରିବା ପାଇଁ ହିଁ ଏହି ସବୁ ବର୍ଗ ଗୁଡିକୁ ସୃଷ୍ଟି କରାଯାଇଛି । ତେଣୁ ବାପଦାଦା ବର୍ଗବାଲାଙ୍କର ସେବାକୁ ଦେଖି ଖୁସି ଅଛନ୍ତି କିନ୍ତୁ ଏହାର ଫଳାଫଳ ମଧ୍ୟ ଦେଖିବାକୁ ହେବ ଯେ ପ୍ରତ୍ୟେକ ବର୍ଗ ନିଜ ନିଜର ବର୍ଗର ଆତ୍ମାମାନଙ୍କୁ କେତେ ମାତ୍ରାରେ ସନ୍ଦେଶ ଦେଲେଣି! କିଛି କିଛି ଜାଗ୍ରତ କରିଲଣି ନା ନାହିଁ? ସେମାନଙ୍କୁ ସାଥୀ, ସହଯୋଗୀ କରିଲଣି? ବ୍ରହ୍ମାକୁମାର ଯଦି ବି ନ କରିଛ କିନ୍ତୁ ସହଯୋଗୀ ସାଥୀ କରିଲଣି?

ସବୁ ବର୍ଗମାନଙ୍କୁ ବାପଦାଦା କହୁଛନ୍ତି ଯେପରି ଏବେ ଧର୍ମନେତାମାନେ ଆସିଲେ । ଯଦିଓ ନମ୍ବରୱାନ ବାଲା ନଥିଲେ ପୁଣି ବି ଗୋଟିଏ ମଞ୍ଚ ଉପରେ ସମସ୍ତେ ଏକାଠି ତ ହେଲେ ନା ଏବଂ ସମସ୍ତଙ୍କ ମୁଖରୁ ଏହି କଥା ବାହାରିଲା ଯେ ଆମ ସମସ୍ତଙ୍କୁ ମିଶି ଆଧ୍ୟାତ୍ମିକ ଶକ୍ତିକୁ ପ୍ରସାରିତ କରିବା ଉଚିତ୍ । ସେହିଭଳି ପ୍ରତ୍ୟେକ ବର୍ଗବାଲା ଯେଉଁମାନେ ବି ସବୁ ଆସିଛ, ସବୁ ବର୍ଗବାଲାଙ୍କୁ ଏହି ଫଳାଫଳ ଦେଖାଇବାକୁ ହେବ ଯେ ଆମ ବର୍ଗର ଆତ୍ମାମାନଙ୍କ ପାଖରେ କେତେ ମାତ୍ରାରେ ସନ୍ଦେଶ ପହଞ୍ଚିଲାଣି? ଦ୍ୱିତୀୟ କଥା ହେଲା - ବର୍ତ୍ତମାନ ବିଶ୍ୱକୁ ଆଧ୍ୟାତ୍ମିକତାର ଆବଶ୍ୟକତା ରହିଛି ଏବଂ ଆମେ ମଧ୍ୟ ଏଥିରେ ସହଯୋଗୀ ହୋଇପାରିବୁ । ଏହିଭଳି ଫଳାଫଳ ହେବା ଦରକାର । ଯଦିଓ ସେମାନେ ନିୟମିତ ବିଦ୍ୟାର୍ଥୀ ନ ହୋଇପାରନ୍ତି କିନ୍ତୁ ସହଯୋଗୀ ହୋଇପାରିବେ ନା । ତେଣୁ ଏବେ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗବାଲାଙ୍କର ଯେତିକି ବି ସେବା କରିଛ, ଯେପରି ଏବେ ଧର୍ମନେତାମାନଙ୍କୁ ଡାକିଲ ସେହିପରି ପ୍ରତ୍ୟେକ ଦେଶରୁ ପ୍ରତ୍ୟେକ ବର୍ଗବାଲାଙ୍କର କାର୍ଯ୍ୟକ୍ରମ କର । ପ୍ରଥମେ ଭାରତରେ ହିଁ କର, ତା’ପରେ ଅର୍ନ୍ତରାଷ୍ଟ୍ରୀୟ ସମ୍ମିଳନୀ କରିବ । ପ୍ରତ୍ୟେକ ବର୍ଗର ଏହିଭଳି ଭିନ୍ନ ଭିନ୍ନ ପୋଜିଶନବାଲା ଏକାଠି ହୁଅନ୍ତୁ ଏବଂ ଏହି ଅନୁଭବ କରନ୍ତୁ ଯେ ଆମମାନଙ୍କୁ ସହଯୋଗୀ ହେବାର ଅଛି । ପ୍ରତ୍ୟେକ ବର୍ଗର ଏହିଭଳି ପରିଶ୍ରମ ଏବେ ସୁଦ୍ଧା କେତେ ହେଲାଣି? ଏବଂ ଭବିଷ୍ୟତ ପାଇଁ ଯୋଜନା କ’ଣ ରଖିଛ? କାହିଁକି ନା ପ୍ରତ୍ୟେକ ବର୍ଗ ଯଦି ଜଣ ଜଣଙ୍କୁ ଲକ୍ଷ୍ୟ ରଖି ନିକଟକୁ ଆଣିବେ ତାହା ହେଲେ ସବୁ ବର୍ଗର ଯେଉଁମାନେ ସ୍ନେହୀ ସହଯୋଗୀ ଆତ୍ମାମାନେ ଅଛନ୍ତି ନା ପ୍ରଥମେ ସେମାନଙ୍କର ସଂଗଠନ ତିଆରି କର ତା’ପରେ ପୁଣି ବଡ ସଂଗଠନ ତିଆରି କରିବ କାହିଁକି ନା ପରସ୍ପରକୁ ଦେଖି ଉମଙ୍ଗ-ଉତ୍ସାହ ମଧ୍ୟ ଆସିଥାଏ । ଏବେ ତ ସମସ୍ତେ ବାଣ୍ଟି ହୋଇ ରହିଛନ୍ତି, କେଉଁ ସହରରେ କେତେ, କେଉଁ ସହରରେ କେତେ ଅଛନ୍ତି । ଭଲ ଭଲ ମଧ୍ୟ ଅଛନ୍ତି କିନ୍ତୁ ପ୍ରଥମେ ସେମାନଙ୍କର ସଂଗଠନକୁ ଏକଜୁଟ୍ କର ତା’ପରେ ସମସ୍ତଙ୍କୁ ମିଶାଇ ମଧୁବନରେ ସଂଗଠନ ପ୍ରସ୍ତୁତ କରିବା । ତେବେ ଏହିଭଳି କିଛି ଯୋଜନା କରିଛ କି? କରିଥିବ ତ ନିଶ୍ଚିତ । ବିଦେଶୀମାନଙ୍କ ପାଖକୁ ମଧ୍ୟ ସନ୍ଦେଶ ପଠାଇଯାଇଥିଲା ଯେ ସେଠାରେ ମଧ୍ୟ ଅଲଗା ଅଲଗା ହୋଇ ବହୁତ ଅଛନ୍ତି । ଯଦି ଭାରତରେ ମଧ୍ୟ ଦେଖିବ ତେବେ ଭଲ ଭଲ ସହଯୋଗୀ ଆତ୍ମାମାନେ ଅନେକ ସ୍ଥାନରୁ ବାହାରିଛନ୍ତି କିନ୍ତୁ ଗୁପ୍ତରେ ରହିଯାଉଛନ୍ତି । ସେମାନଙ୍କୁ ଏକାଠି କରି କୌଣସି ବିଶେଷ କାର୍ଯ୍ୟକ୍ରମ ମାଧ୍ୟମରେ ଯଦି ଅନୁଭବର ଆଦାନ ପ୍ରଦାନ କରାଯାଇପାରିବ ତେବେ ତା’ର ମଧ୍ୟ ପ୍ରଭାବ ପଡିବ ଏବଂ ସେମାନେ ଆହୁରି ନିକଟକୁ ଆସିବେ । କେଉଁ ବର୍ଗର ୫ ଜଣ ଥିବେ, କେଉଁ ବର୍ଗର ୮ ଜଣ ଥିବେ, କାହାର ୨୫-୩୦ ଜଣ ଥିବେ । ସଂଗଠନକୁ ଆସିବା ଦ୍ୱାରା ଆଗକୁ ବଢିଯିବେ । ଏହା ଦ୍ୱାରା ସେମାନଙ୍କର ଉମଙ୍ଗ-ଉତ୍ସାହ ବଢିବ । ତେଣୁ ଏବେ ପର୍ଯ୍ୟନ୍ତ ସବୁ ବର୍ଗର ଯେତିକି ସେବା ହୋଇପାରିଛି, ତା’ର ପରିଣାମ ଦେଖାଯିବା ଦରକାର । ସବୁ ବର୍ଗବାଲା ଶୁଣୁଛ ତ? ସବୁ ବର୍ଗର ଆତ୍ମାମାନେ ଯେଉଁମାନେ ଆଜି ବିଶେଷ ଭାବରେ ଆସିଛନ୍ତି ସେମାନେ ହାତ ଉଠାଅ । ବହୁତ ଅଛନ୍ତି । ତେବେ ବର୍ତ୍ତମାନ ଫଳାଫଳ ଦେଖାଇବାକୁ ହେବ - କିଏ କିଏ, କେତେ ସଂଖ୍ୟାରେ ଏବଂ କେତେ ପରିମାଣରେ ସମ୍ପର୍କରେ ଅଛନ୍ତି ଏବଂ ସହଯୋଗୀ ଅଟନ୍ତି? ତାହା ହେଲେ ସେମାନଙ୍କ ପାଇଁ ଭଲ ଭଲ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯିବ । ଠିକ୍ ଅଛି ନା!

ତେବେ ମଧୁବନ ବାଲାଙ୍କୁ ଖାଲି କେବେ ବି ରହିବାର ନାହିଁ । କ’ଣ ଖାଲି ରହିବାକୁ ଚାହୁଁଛ କି? ସେବାରେ ବ୍ୟସ୍ତ ରହିବାକୁ ଚାହୁଁଛ ନା! ନା ଥକି ଯାଉଛି? ମଝିରେ ମଝିରେ ୧୫ ଦିନ ଛୁଟୀ ମଧ୍ୟ ରହୁଛି ଏବଂ ରହିବା ମଧ୍ୟ ଦରକାର । କିନ୍ତୁ ଗୋଟିଏ କାର୍ଯ୍ୟକ୍ରମ ପଛକୁ ଆଉ ଗୋଟିଏ କାର୍ଯ୍ୟକ୍ରମ ତାଲିକାରେ ରହିବା ଦରକାର, ତାହା ହେଲେ ଉମଙ୍ଗ-ଉତ୍ସାହ କାୟମ ରହିବ, ନଚେତ୍ ଯେତେବେଳେ କିଛ ବି ସେବା ନ ଥିବ ଦାଦୀଙ୍କର ଗୋଟିଏ ଅଭିଯୋଗ ଆସିବ । ତାହା କ’ଣ ଶୁଣାଇବୁ? ଦାଦୀ କହିବେ ସମେସ୍ତ କହୁଛନ୍ତି ଆମେ ଟିକିଏ ନିଜ ନିଜ ଗାଁକୁ ଯିବୁ । ଚକ୍ର ଲଗାଇ ଆସିବୁ, ସେବା କରିବା ପାଇଁ ମଧ୍ୟ ଚକ୍ର ଲଗାଇବାକୁ ଯିବୁ, ସେଥିପାଇଁ ବ୍ୟସ୍ତ ରହିବା ଭଲ । ଯଦି ବ୍ୟସ୍ତ ରହିଥିବ ତେବେ କୌଣସି ମତଭେଦ ମଧ୍ୟ ହେବ ନାହିଁ । ଆଉ ଗୋଟିଏ କଥା ହେଲା ମଧୁବନବାଲାଙ୍କର ଗୋଟିଏ ବିଶେଷତା ଉପରେ ବାପଦାଦା ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି । ୧୦୦ ଗୁଣା ମଧ୍ୟ ନୁହେଁ । ପଦ୍ମଗୁଣା । ତେବେ କେଉଁ କଥା ପାଇଁ ଜାଣିଛ? ଯେତେ ବେଳେ ବି କେହି ଏଠାକୁ ଆସୁଛନ୍ତି ମଧୁବନବାଲାଙ୍କ ଭିତରେ ଏଭଳି ସେବାର ଲଗନ ଲାଗିଯାଉଛି ଯାହାକି ଭିତରେ ଯେତେ ଯାହା ଥିଲେ ମଧ୍ୟ ସବୁ ଲୁଚିଯାଉଛି । ଅବ୍ୟକ୍ତ ସ୍ୱରୂପ ଦେଖାଯାଆନ୍ତି । ଅକ୍ଲାନ୍ତ ସେବାଧାରୀ ଅନୁଭବ ହୁଅନ୍ତୁ ଏବଂ ଆଗନ୍ତୁକମାନେ ଏହି ମତାମତ ଲେଖି କରି ଯାଉଛନ୍ତି ଯେ ଏଠାରେ ତ ସମସ୍ତେ ଫରିସ୍ତା ଭଳି ଅନୁଭବ ହେଉଛନ୍ତି । ତେଣୁ ଏହି ବିଶେଷତା ମଧ୍ୟ ବହୁତ ଭଲ ଯାହାକି ସେତେବେଳେ ବିଶେଷ ୱିଲ୍ ପାୱାର ଅର୍ଥାତ୍ ମନୋବଳ ଆସିଯାଉଛି । ସେବା କରିବାର ଚମକ ଆସିଯାଉଛି । ତେଣୁ ଏହି ସାର୍ଟିଫିକେଟ୍ ବାପଦାଦା ସମସ୍ତଙ୍କୁ ଦେଉଛନ୍ତି । ଏହା ତ ଅଭିନନ୍ଦନ ଯୋଗ୍ୟ ଅଟେ ନା । ତେଣୁ ମଧୁବନବାଲା ତାଳି ତ ବଜାଅ । ବହୁତ ଭଲ । ବାପଦାଦା ମଧ୍ୟ ସେହି ସମୟରେ ଚକ୍ର ଲଗାଇବା ପାଇଁ ଆସୁଛନ୍ତି, ତୁମକୁ ଜଣା ପଡୁ ନାହିଁ କିନ୍ତୁ ବାପଦାଦା ଆସୁଛନ୍ତି । ତେଣୁ ମଧୁବନ ନିବାସୀଙ୍କର ଏହି ବିଶେଷତା ଆଗକୁ ଆହୁରି ବଢି ବଢି ଚାଲିବ । ଆଚ୍ଛା!

ମିଡିଆ ୱିଙ୍ଗ୍ ଅର୍ଥାତ୍ ସମ୍ବାଦଦାତାମାନଙ୍କର ବର୍ଗ:- ବିଦେଶରେ ମଧ୍ୟ ମିଡିଆମାନଙ୍କର ସେବା ଆରମ୍ଭ ହୋଇଯାଇଛି ନା! ବାପଦାଦା ଦେଖୁଛନ୍ତି ମିଡିଆ ବର୍ଗବାଲା ଏବେ ବହୁତ ଭଲ ମେହନତ କରୁଛନ୍ତି । ଏବେ ତ ଖବରକାଗଜରେ ବାହାରିବା ଆରମ୍ଭ ହୋଇଗଲାଣି ଏବଂ ଆଦରର ସହିତ ବାହାର କରୁଛନ୍ତି । ତେଣୁ ମେହନତର ଫଳ ମଧ୍ୟ ମିଳୁଛି । ଏବେ ଆହୁରି ଅଧିକ ବିଶେଷ ଖବରକାଗଜ ଗୁଡିକରେ, ଯେପରି ଟିଭିରେ କିଏ କିଛି ସମୟ ପାଇଁ ସ୍ଥାୟୀ ଭାବରେ ଦେଇ ଦେଇଛନ୍ତି ଯାହାକି ପ୍ରତିଦିନ ତ ଚାଲୁଛି ନା । ତେବେ ଏହାକୁ ବହୁତ ଭଲ ପ୍ରଗତି କୁହାଯିବ । ସମସ୍ତଙ୍କୁ ଶୁଣିବାରେ ବହୁତ ଭଲ ଅନୁଭବ ହେଉଛି । ସେହିପରି ଖବରକାଗଜରେ ମଧ୍ୟ ବିଶେଷ ଭାବରେ ଚାହେଁ ସପ୍ତାହରେ ହେଉ ବା ପ୍ରତିଦିନ ହେଉ ବା ଦିନେ ଛଡା ଦିନେ ହେଉ ଯଦି ଗୋଟିଏ ଛୋଟିଆ ଅଂଶଟିଏ ମଧ୍ୟ ନିଧାର୍ଯ୍ୟ କରିଦିଆଯିବ ଯେ ଏହା ହେଉଛି ଆଧ୍ୟାତ୍ମିକ ଶକ୍ତିକୁ ବୃଦ୍ଧି କରିବାର ସୁଯୋଗ । ଏଥିପାଇଁ ପୁରୁଷାର୍ଥ କର । ଏମିତି ତ ସଫଳତା ମଧ୍ୟ ମିଳିଛି, ସମ୍ପର୍କ ମଧ୍ୟ ଭଲ ଅଛି ଏବଂ ବଢି ବଢି ଚାଳିଛି । କିନ୍ତୁ ଏବେ ଖବରକାଗଜରେ କିଛି କମାଲ କରିଦେଖାଅ । କରିପାରିବ? ଗ୍ରୃପ୍‌ବାଲା କରିପାରିବ? ହାତ ଉଠାଅ - ହିଁ ଆମେ କରିବୁ । ଯଦି ଉମଙ୍ଗ-ଉତ୍ସାହ ଅଛି ତେବେ ସଫଳତା ମଧ୍ୟ ନିଶ୍ଚିତ ଅଛି । କାହିଁକି ନ ହୋଇପାରିବ! ଶେଷରେ ତ ଏଭଳି ସମୟ ଆସିବ ଯାହାକି ସବୁ ପ୍ରକାରର ସାଧନ ଗୁଡିକ ମଧ୍ୟ ତୁମ ଦ୍ୱାରା ହିଁ ବ୍ୟବହାର ହେବ । ସମସ୍ତେ ତୁମକୁ ହିଁ ଯାଚିବେ । କହିବେ ଆମକୁ କିଛି କାର୍ଯ୍ୟ ଦିଅ । ଆମଠାରୁ ମଧ୍ୟ ସହଯୋଗ ନିଅ । ଏବେ ତୁମକୁ କହିବାକୁ ପଡୁଛି - ସହଯୋଗୀ ହୁଅ । ଆଗକୁ ସେମାନେ କହିବେ ଆମକୁ ସହଯୋଗୀ କର । ତେଣୁ ବୁଦ୍ଧିରେ କେବଳ ଏତିକି କଥା ପକ୍କା ରଖିଥାଅ - ଫରିସ୍ତା, ଫରିସ୍ତା, ଫରିସ୍ତା । ତା’ପରେ ଦେଖ ତୁମର କାମ କେତେ ଶୀଘ୍ର ହେଉଛି । କାହା ପଛରେ ଲାଗିବା ଦରକାର ପଡିବ ନାହିଁ କିନ୍ତୁ ସେମାନେ ଛାୟୀ ଭଳି ତୁମ ପଛେ ପଛେ ଧାଇଁବେ । କେବଳ ତୁମମାନଙ୍କର ଅବସ୍ଥା ବା ସ୍ଥିତି ଅଟକିଯିବା କାରଣରୁ ସବୁ କାର୍ଯ୍ୟ ଅଟକି ରହିଛି । ଯଦି ତୁମେମାନେ ଏଭରରେଡି ହୋଇଯିବ ତେବେ କେବଳ ସ୍ୱିଚ୍ ଦବାଇବା ହିଁ ବାକି ରହିବ, ବାସ୍ । ବହୁତ ଭଲ ସେବା କରୁଛ ଏବଂ ଆଗକୁ ମଧ୍ୟ କରିବ ।

ଚାରିଆଡର ଦେଶ ବିଦେଶର ସାକାର ସ୍ୱରୂପରେ ବା ସୂକ୍ଷ୍ମ ସ୍ୱରୂପରେ ମିଳନ କରୁଥିବା ସମସ୍ତ ସ୍ୱରାଜ୍ୟ ଅଧିକାରୀ ଆତ୍ମାମାନଙ୍କୁ, ସର୍ବଦା ଏହି ଶ୍ରେଷ୍ଠ ଅଧିକାରକୁ ନିଜର ଚାଲିଚଳନ, ପରିଚାଳନା ଏବଂ ଚେହେରା ଦ୍ୱାରା ପ୍ରତ୍ୟକ୍ଷ କରୁଥିବା ବିଶେଷ ଆତ୍ମାମାନଙ୍କୁ, ସର୍ବଦା ବାପଦାଦାଙ୍କୁ ପ୍ରତିପାଦରେ ଅନୁକରଣ କରୁଥିବା, ସର୍ବଦା ମନକୁ ସ୍ୱଚ୍ଛ ଏବଂ ବୁଦ୍ଧିକୁ ନିର୍ମଳ ରଖୁଥିବା ସ୍ୱତଃ ତୀବ୍ର ପୁରୁଷାର୍ଥୀ ଆତ୍ମାମାନଙ୍କୁ, ସର୍ବଦା ସାଥୀରେ ରହୁଥିବା ଏବଂ ସାଥୀରେ ଯିବା ପାଇଁ ଯୋଗ୍ୟ ହେଉଥିବା ଡବଲ ଲାଇଟ୍ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ସାଧନଗୁଡିକୁ ନିର୍ଲେପ ବା ନିଆରା ହୋଇ କାର୍ଯ୍ୟରେ ଲଗାଉଥିବା ବେହଦର ବୈରାଗୀ ହୁଅ ।

ବେହଦର ବୈରାଗୀ ଅର୍ଥାତ୍ କାହା ପ୍ରତି ବି ଆକର୍ଷଣ ନଥିବ ଏବଂ ସର୍ବଦା ବାବାଙ୍କର ସ୍ନେହୀ ହୋଇଥିବ । ଏହିଭଳି ବାବାଙ୍କର ପ୍ରିୟ ହେବା ହିଁ ସବୁଥିରୁ ଅଲଗା କରିଦେଇଥାଏ । ଯଦି ବାବାଙ୍କର ପ୍ରିୟ ପାତ୍ର ନୁହେଁ ତେବେ ଅନ୍ୟମାନଙ୍କଠାରୁ ନିଆରା ମଧ୍ୟ ହୋଇପାରିବ ନାହିଁ, ଆକର୍ଷଣରେ ଆସିଯିବ । ଯିଏ ବାବାଙ୍କର ପ୍ରିୟ ଅଟେ ସେ ସର୍ବ ଆକର୍ଷଣଠାରୁ ଉର୍ଦ୍ଧ୍ୱରେ ରହିଥିବ ଅର୍ଥାତ୍ ନିଆରା ହୋଇଥିବ - ଏହାକୁ ହିଁ କୁହାଯାଏ ନିର୍ଲେପ ସ୍ଥିତି । ସେମାନେ କୌଣସି ପ୍ରକାରର ବିନାଶୀ ଆକର୍ଷଣର ପ୍ରଭାବରେ ପ୍ରଭାବିତ ହେଉ ନ ଥିବେ । ନିଜର ରଚନାକୁ ବା ସାଧନଗୁଡିକୁ ନିର୍ଲେପ ସ୍ଥିତିରେ ରହି କାର୍ଯ୍ୟରେ ଲଗାଉ ଥିବେ - ଏହିଭଳି ବେହଦର ବୈରାଗୀ ହିଁ ରାଜଋଷି ଅଟନ୍ତି ।

ସ୍ଲୋଗାନ:-
ଯଦି ଆନ୍ତରିକ ସତ୍ୟତା ଏବଂ ସ୍ୱଚ୍ଛତା ଥିବ ତେବେ ସାହେବ ବାବା ସନ୍ତୁଷ୍ଟ ହୋଇ ଯିବେ ।