09.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯୋଗବଳ
ଦ୍ୱାରା ଖରାପ ସଂସ୍କାରକୁ ପରିବର୍ତ୍ତନ କରି ନିଜ ଭିତରେ ଭଲ ସଂସ୍କାର ଧାରଣ କର । ଜ୍ଞାନ ଏବଂ
ପବିତ୍ରତାର ସଂସ୍କାର ହିଁ ଭଲ ସଂସ୍କାର ଅଟେ ।’’
ପ୍ରଶ୍ନ:-
ତୁମ
ସନ୍ତାନମାନଙ୍କର ଜନ୍ମସିଦ୍ଧ ଅଧିକାର କ’ଣ? ତୁମକୁ ଏବେ କ’ଣ ଅନୁଭବ ହେଉଛି?
ଉତ୍ତର:-
ତୁମର ଜନ୍ମସିଦ୍ଧ ଅଧିକାର ହେଲା ମୁକ୍ତି ଏବଂ ଜୀବନମୁକ୍ତି । ତୁମକୁ ଏବେ ଅନୁଭବ ହେଉଛି କି, ଆମକୁ
ଏବେ ବାବାଙ୍କ ସାଥୀରେ ଘରକୁ ଫେରି ଯିବାକୁ ହେବ । ତୁମେମାନେ ଜାଣିଛ - ବାବା ଭକ୍ତିର ଫଳ
ମୁକ୍ତି-ଜୀବନମୁକ୍ତି ଦେବା ପାଇଁ ଆସିଛନ୍ତି । ଏବେ ସମସ୍ତଙ୍କୁ ଶାନ୍ତିଧାମକୁ ଯିବାକୁ ହେବ ।
ସମସ୍ତଙ୍କୁ ନିଜ ଘରକୁ ଦର୍ଶନ କରିବାକୁ ହେବ ।
ଓମ୍ ଶାନ୍ତି ।
ଲୋକମାନେ ପିତା
ପରମାତ୍ମାଙ୍କୁ ସଚ୍ଚା ପାତଶାହ(ସମ୍ରାଟ) ମଧ୍ୟ କହିଥାନ୍ତି । ଇଂରାଜୀରେ ପାତଶାହ କୁହାଯାଏ ନାହିଁ,
ସେଠାରେ କେବଳ ସତ୍ୟ ପିତା କହିଥାନ୍ତି । ଗଡ଼୍ ଫାଦର ଇଜ୍ ଟ୍ରୁଥ୍ ବା ଈଶ୍ୱର ପିତା ସତ୍ୟ ବୋଲି
କହିଥାନ୍ତି । କେବଳ ଭାରତରେ ହିଁ ସତ୍ୟ ସମ୍ରାଟ ବୋଲି କହିଥା’ନ୍ତି । ଏଥିରେ ଅନ୍ତର ତ’ ବହୁତ
ରହିଛି । ସେମାନେ କେବଳ ସତ୍ୟ କହନ୍ତି, ସତ୍ୟ ଶିଖାଇଥା’ନ୍ତି ଏବଂ ସତ୍ୟନିଷ୍ଠ କରିଥା’ନ୍ତି ।
ଏଠାରେ କୁହନ୍ତି ସଚ୍ଚା ପାତଶାହ ଅର୍ଥାତ୍ ସତ୍ୟ ସମ୍ରାଟ ଯିଏକି ସତ୍ୟନିଷ୍ଠ କରାଉଛନ୍ତି ଏବଂ
ସତ୍ୟ ଭୂଖଣ୍ଡର ରାଜା ମଧ୍ୟ କରୁଛନ୍ତି । ଏହା ତ’ ନିଶ୍ଚିତ - ସିଏ ମୁକ୍ତି ମଧ୍ୟ ଦେଇଥା’ନ୍ତି,
ଜୀବନମୁକ୍ତି ମଧ୍ୟ ଦେଇଥା’ନ୍ତି, ଯାହାକୁ ଭକ୍ତିର ଫଳ କୁହାଯାଏ । ଲିବ୍ରେଶନ (ମୁକ୍ତି) ଏବଂ
ଫ୍ରୁସନ୍ (ଜୀବନମୁକ୍ତି) । ଭକ୍ତିର ଫଳ ଦିଅନ୍ତି ଏବଂ ସମସ୍ତଙ୍କୁ ମୁକ୍ତ କରନ୍ତି । ଏବେ
ତୁମେମାନେ ଜାଣୁଛ, ବାବା ଆମକୁ ଉଭୟ ଦେଉଛନ୍ତି । ମୁକ୍ତ ତ’ ସମସ୍ତଙ୍କୁ କରନ୍ତି, କିନ୍ତୁ
ଭକ୍ତିର ଫଳ ତୁମକୁ ଦିଅନ୍ତି । ଲିବ୍ରେଶନ୍ ଏବଂ ଫ୍ରୁସନ- ଏହି ଭାଷା ମଧ୍ୟ ରହିଛି ନା । ଭାଷା ତ’
ବହୁତ ଅଛି । ଶିବବାବାଙ୍କର ବହୁତ ନାମ ରଖିଦେଇଛନ୍ତି । ତୁମେ ଯାହାଙ୍କୁ ବି କହିବ ତାଙ୍କର ନାମ
ଶିବବାବା, ତେବେ ସେମାନେ କହିବେ ଆମେ ତ’ ତାଙ୍କୁ ମାଲିକ ହିଁ କହୁଛୁ । ମାଲିକ ବୋଲି କହିବା ତ’
ଠିକ୍ କିନ୍ତୁ ତାଙ୍କର ନାମ ମଧ୍ୟ ଦରକାର ନା । ନାମ ରୂପରୁ ଅଲଗା କୌଣସି ଜିନିଷ ନ ଥାଏ । ମାଲିକ
ବି କୌଣସି ଜିନିଷର ହୋଇଥିବେ ନା । ତେବେ ନାମ ରୂପ ତ’ ନିଶ୍ଚୟ ଅଛି । ଏବେ ତୁମେ ପିଲାମାନେ
ଜାଣୁଛ - ବାବା ନିଶ୍ଚିତ ଭାବେ ମୁକ୍ତି ବି ଦେଉଛନ୍ତି, ପୁଣି ସମସ୍ତଙ୍କୁ ଶାନ୍ତିଧାମକୁ ମଧ୍ୟ
ନିଶ୍ଚୟ ଯିବାକୁ ହେବ । ନିଜ ଘରର ସାକ୍ଷାତ୍କାର ସମସ୍ତଙ୍କୁ କରିବାକୁ ହେବ । ଘରୁ ଆସିଛ, ତେବେ
ପ୍ରଥମେ ତାହାର ସାକ୍ଷାତ୍କାର କରିବ, ଏହାକୁ ହିଁ କୁହାଯାଏ ଗତି -ସଦଗତି । ଗତି-ସଦ୍ଗତି ଶବ୍ଦ
କହୁଛନ୍ତି କିନ୍ତୁ ଏହାର ଅର୍ଥକୁ ଜାଣିନାହାଁନ୍ତି । ତୁମେ ସନ୍ତାନମାନଙ୍କୁ ତ ଜଣାପଡୁଛି, ଆମେ
ଏବେ ନିଜ ଘରକୁ ଯିବା ଏବଂ ଫଳ ମଧ୍ୟ ମିଳିବ । ତୁମକୁ କ୍ରମାନୁଯାୟୀ ମିଳେ ଏବଂ ଅନ୍ୟ
ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ସମୟ ଅନୁସାରେ ମିଳିଥାଏ । ବାବା ବୁଝାଉଛନ୍ତି ତୁମେ ଯେଉଁ ପର୍ଚ୍ଚା
ତିଆରି କରୁଛ ତାହା ବହୁତ ବଢିଆ - ତୁମେ ସ୍ୱର୍ଗବାସୀ ନା ନର୍କବାସୀ? ତୁମେ ପିଲାମାନେ ହିଁ ଜାଣୁଛ
ଏହି ମୁକ୍ତି ଜୀବନମୁକ୍ତି ଉଭୟ ଆମର ଈଶ୍ୱରୀୟ ଜନ୍ମସିଦ୍ଧ ଅଧିକାର । ତୁମେ ମଧ୍ୟ ଲେଖି ପାରିବ ।
ବାବାଙ୍କଠାରୁ ତୁମ ପିଲାମାନଙ୍କୁ ଏହି ଜନ୍ମ ସିଦ୍ଧ ଅଧିକାର ମିଳୁଛି । ବାବାଙ୍କର ହେବା ଦ୍ୱାରା
ଦୁଇଟି ଜିନିଷ ମିଳିଥାଏ । ଦୁନିଆରେ ହେଉଛି ରାବଣର ଜନ୍ମସିଦ୍ଧ ଅଧିକାର, ଏହା ହେଉଛି ପରମପିତା
ପରମାତ୍ମାଙ୍କର ଜନ୍ମସିଦ୍ଧ ଅଧିକାର । ଏହା ହେଉଛି ଭଗବାନଙ୍କର ଜନ୍ମସିଦ୍ଧ ଅଧିକାର, ତାହା ହେଉଛି
ରାବଣ (ଶୈତାନ)ର ଜନ୍ମ ସିଦ୍ଧି ଅଧିକାର । ଏପରି ଲେଖିବା ଦରକାର ଯେପରିକି କିଛି କିଛି ବୁଝିପାରିବେ
। ଏବେ ତୁମ ପିଲାମାନଙ୍କୁ ସ୍ୱର୍ଗ ସ୍ଥାପନ କରିବାକୁ ହେବ । ତୁମକୁ କେତେ କାମ କରିବାର ଅଛି! ଏବେ
ତ’ ଛୋଟ ପିଲା ଅବସ୍ଥାରେ ଅଛି । ଯେପରି ମନୁଷ୍ୟ କଳିଯୁଗ ପାଇଁ କହୁଛନ୍ତି ଯେ ଏବେ ତାଙ୍କୁ ବେବୀ
(ଛୋଟ ପିଲା) ଅଟେ । ବାବା କହୁଛନ୍ତି ସତ୍ୟଯୁଗର ସ୍ଥାପନା ବର୍ତ୍ତମାନ ଛୋଟ ପିଲା ଅର୍ଥାତ୍ ଏବେ
ଆରମ୍ଭ ମାତ୍ର । ଏବେ ତୁମମାନଙ୍କୁ ଈଶ୍ୱରୀୟ ସମ୍ପତ୍ତି ମିଳୁଛି । ରାବଣର ସମ୍ପତ୍ତିକୁ କୌଣସି
ସମ୍ପତ୍ତି କୁହାଯିବ ନାହିଁ । କେବଳ ପରମପିତାଙ୍କଠାରୁ ହିଁ ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ସିଏ (ରାବଣ)
କ’ଣ ପିତା କି? ତାକୁ ତ’ ଶୈତାନ କୁହାଯାଏ । ଶୈତାନ୍ ଠାରୁ କ’ଣ ସମ୍ପତ୍ତି ମିଳେ? ୫ ବିକାର ମିଳେ,
ଶୋ (ନାଟକ) ମଧ୍ୟ ସେହିପରି କରିଥା’ନ୍ତି, ତମଃପ୍ରଧାନ ହୋଇଯାଇଥାଆନ୍ତି । ଏବେ ଦଶହରା କେତେ
ଆଡମ୍ବର ସହିତ ପାଳନ କରୁଛନ୍ତି । ଉତ୍ସବ ପାଳନ କରୁଛନ୍ତି । ବହୁତ ଖର୍ଚ୍ଚ କରୁଛନ୍ତି । ବିଦେଶରୁ
ମଧ୍ୟ ନିମନ୍ତ୍ରଣ ଦେଇ ଡ଼ାକିଥା’ନ୍ତି । ସବୁଠାରୁ ନାମିଗ୍ରାମୀ ଦଶହରା ମହୀଶୁରରେ ପାଳନ କରନ୍ତି ।
ସେଠାରେ ବହୁତ ଧନବାନ୍ ଅଛନ୍ତି । ରାବଣ ରାଜ୍ୟରେ ପଇସା ମିଳିଗଲେ ବୁଦ୍ଧି ହିଁ ଭ୍ରଷ୍ଟ ହୋଇଯାଏ ।
ବାବା ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଉଛନ୍ତି । ଏହାର ନାମ ହିଁ ହେଉଛି ରାବଣ ରାଜ୍ୟ । ତାହାକୁ (ସତ୍ୟଯୁଗକୁ)
ପୁଣି କୁହାଯାଏ ଈଶ୍ୱରୀୟ ରାଜ୍ୟ । ରାମରାଜ୍ୟ କହିବା ମଧ୍ୟ ଭୁଲ୍ ହୋଇଯାଉଛି । ଗାନ୍ଧୀଜୀ
ରାମରାଜ୍ୟ ଚାହୁଁଥିଲେ । ମନୁଷ୍ୟ ଭାବୁଛନ୍ତି ଗାନ୍ଧୀଜୀ ମଧ୍ୟ ଅବତାର ଥିଲେ । ତାଙ୍କୁ କେତେ ପଇସା
ଦେଉଥିଲେ । ତାଙ୍କୁ ଭାରତର ବାପୁଜୀ କହୁଛନ୍ତି । ଏବେ ଇଏ (ବାବା) ତ’ ସାରା ବିଶ୍ୱର ବାପୁ । ଏବେ
ତୁମେ ଏଠାରେ ଅଛ, ଜାଣୁଛ ଏଠାରେ କେତେ ଜୀବ ଆତ୍ମା ଅଛନ୍ତି । ଜୀବ (ଶରୀର) ତ’ ବିନାଶୀ ଅଟେ, ବାକି
ଆତ୍ମା ହେଉଛି ଅବିନାଶୀ । ଆତ୍ମା ତ’ ବହୁତ ଅଛନ୍ତି । ଯେପରି ଆକାଶରେ ତାରାମାନେ ରହିଛନ୍ତି ନା ।
ତାରା ଅଧିକ ଅଛନ୍ତି ନା ଆତ୍ମା ଅଧିକ ଅଛନ୍ତି? କାହିଁକି ନା ତୁମେ ହେଉଛ ଧରିତ୍ରିର ତାରା ଏବଂ
ସେମାନେ ଆକାଶର ତାରା । ତୁମକୁ ଦେବତା କୁହାଯାଏ, ମନୁଷ୍ୟ ପୁଣି ସେମାନଙ୍କୁ ବି ଦେବତା
କହିଦେଉଛନ୍ତି । ତୁମକୁ ଭାଗ୍ୟବାନ ସିତାରା କୁହାଯାଏ ନା ।
ଆଚ୍ଛା । ଏହା ଉପରେ
ପରସ୍ପର ମଧ୍ୟରେ ପୁଣି ଆଲୋଚନା କରିବ । ବାବା ଏବେ ଏ କଥା ଉପରେ ଆଲୋଚନା କରୁ ନାହାଁନ୍ତି । ଏହା
ତ’ ବୁଝାଇଛନ୍ତି କି ସବୁ ଆତ୍ମାମାନଙ୍କର ପିତା ଜଣେ, ତାଙ୍କ (ବାବାଙ୍କ) ବୁଦ୍ଧିରେ ତ’ ସମସ୍ତେ
ଅଛନ୍ତି ଯେଉଁ ସବୁ ମନୁଷ୍ୟ ମାତ୍ରକେ ଅଛନ୍ତି, ସିଏ ସମସ୍ତଙ୍କର ପିତା । ଏହା ତ’ ସମସ୍ତେ
ଜାଣିଛନ୍ତି ଯେ ସାରା ସୃଷ୍ଟି ସମୁଦ୍ର (ପାଣି) ଉପରେ ହିଁ ରହିଛି । ଏକଥା ମଧ୍ୟ ସମସ୍ତଙ୍କୁ
ଜଣାନାହିଁ । ବାବା ବୁଝାଇଥିଲେ, ବର୍ତ୍ତମାନ ସାରା ସୃଷ୍ଟିରେ ରାବଣ ରାଜ୍ୟ ରହିଛି । ଏପରି ନୁହେଁ
ରାବଣ ରାଜ୍ୟ କେଉଁ ସମୁଦ୍ରର ଆର ପାରିରେ ଅଛି । ସାଗର ତ’ ଚାରିଆଡ଼େ ଘେରି ରହିଛି । କହନ୍ତି ନା
ତଳେ ବଳଦ ଅଛି ତା’ର ଶିଙ୍ଗରେ ସୃଷ୍ଟି ଠିଆ ହୋଇଛି । ପୁଣି ଥକିଗଲେ ଶିଙ୍ଗ ବଦଳ କରିଥାଏ । ଏବେ
ପୁରୁଣା ଦୁନିଆ ଶେଷ ହୋଇ ନୂଆ ଦୁନିଆର ସ୍ଥାପନା ହେଉଛି । ଶାସ୍ତ୍ରରେ ତ’ ଅନେକ ପ୍ରକାରର ଦନ୍ତ
କଥା (ଲୋକକଥା) ସବୁ ଲେଖା ହୋଇଛି । ଏହା ତ’ ପିଲାମାନେ ବୁଝୁଛନ୍ତି - ଏଠାରେ ସବୁ ଆତ୍ମାମାନେ
ଶରୀର ସହିତ ଅଛନ୍ତି । ଏମାନଙ୍କୁ ଜୀବ ଆତ୍ମା କୁହାଯାଏ । ସେଠାରେ ଆତ୍ମାମାନଙ୍କର ଯେଉଁ ଘର ରହିଛି
ସେଠାରେ ତ ଶରୀର ନାହିଁ । ତାକୁ କୁହାଯାଏ ନିରାକାରୀ । ଜୀବ (ଶରୀର) ହେଉଛି ଆକାରୀ, ତେଣୁ ଏହାକୁ
ସାକାର କୁହାଯାଏ । ନିରାକାରର ଶରୀର ନ ଥାଏ । ଏହା ହେଉଛି ସାକାରୀ ସୃଷ୍ଟି । ତାହା ହେଉଛି
ନିରାକାରୀ ଆତ୍ମାମାନଙ୍କର ଦୁନିଆ । ଏହାକୁ ସୃଷ୍ଟି କୁହାଯାଏ, ତାହାକୁ କୁହାଯାଏ ନିରାକାରୀ
ଦୁନିଆ । ଆତ୍ମା ଶରୀରରେ ପ୍ରବେଶ କଲେ, ହଲ୍ଚଲ ହୁଏ । ନଚେତ୍ ଶରୀର କୌଣସି କାମର ନୁହେଁ । ତେବେ
ତାକୁ କୁହାଯାଏ ନିରାକାରୀ ଦୁନିଆ । ଯେତେ ସବୁ ଆତ୍ମା ସେଠାରେ (ପରମଧାମରେ) ଅଛନ୍ତି ସେମାନେ
ସମସ୍ତେ ଶେଷ ବେଳକୁ ଆସିଯିବା ଦରକାର । ସେଥିପାଇଁ ଏହାକୁ ପୁରୁଷୋତ୍ତମ ସଂଙ୍ଗମଯୁଗ କୁହାଯାଏ ।
ଯେତେବେଳେ ସବୁ ଆତ୍ମାମାନେ ଏଠାକୁ ଆସିଯାଆନ୍ତି ସେତେବେଳେ ସେଠାରେ ଜଣେ ହେଲେ ବି ନ ଥା’ନ୍ତି ।
ସେଠାରେ ଯେତେବେଳେ ପୂରା ଖାଲି ହୋଇଯାଏ ସେତେବେଳେ ପୁଣି ସମସ୍ତେ ଫେରି ଯାଇଥାଆନ୍ତି । ତୁମେ ଏଇ
ସଂସ୍କାର ପୁରୁଷାର୍ଥର କ୍ରମାନୁସାରେ ନେଇ ଯାଉଛ । କେହି ଜ୍ଞାନର ସଂସ୍କାର ନେଇ ଯାଆନ୍ତି, କେହି
ପବିତ୍ରତାର ସଂସ୍କାର ନେଇଯା’ନ୍ତି । ତେବେ ପୁନର୍ବାର ଏହିଠାକୁ ହିଁ ତ ଆସିବାକୁ ହେବ । କିନ୍ତୁ
ପ୍ରଥମେ ତ’ ଘରକୁ ଯିବାକୁ ହେବ । ସେଠାରେ ଭଲ ସଂସ୍କାର ଥାଏ । ଏଠାରେ ହେଉଛି ଖରାପ ସଂସ୍କାର ।
ଭଲ ସଂସ୍କାର ପରିବର୍ତ୍ତିତ ହୋଇ ଖରାପ ସଂସ୍କାର ହୋଇଯାଏ । ପୁଣି ଯୋଗବଳ ଦ୍ୱାରା ଖରାପ ସଂସ୍କାର
ଭଲ ସଂସ୍କାରରେ ପରିବର୍ତ୍ତିତ ହୋଇଥାଏ । ଆତ୍ମା ଭଲ ସଂସ୍କାର ସେଠାକୁ ନେଇକରି ଯାଇଥାଏ ।
ବାବାଙ୍କଠାରେ ମଧ୍ୟ ପଢାଇବାର ସଂସ୍କାର ଅଛି ନା । ସେଥିପାଇଁ ଆସି ବୁଝାଉଛନ୍ତି । ବାବା ରଚୟିତା
ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ସୃଷ୍ଟିର ବୀଜ ସମ୍ବନ୍ଧରେ ମଧ୍ୟ
ବୁଝାଇଦେଉଛନ୍ତି ଏବଂ ସାରା ବୃକ୍ଷ ସମ୍ବନ୍ଧରେ ମଧ୍ୟ ଜ୍ଞାନ ଦେଉଛନ୍ତି । ବୀଜ ସମ୍ବନ୍ଧରେ
ବୁଝାଇବା ହେଲା ଜ୍ଞାନ ଓ ସାରା ବୃକ୍ଷ ସମ୍ବନ୍ଧରେ ବୁଝାଇବା ହେଉଛି ଭକ୍ତି । ଭକ୍ତିରେ ବହୁତ
ବିସ୍ତାର ଭାବେ ବର୍ଣ୍ଣନା କରାଯାଏ ନା । ବୀଜକୁ ମନେ ପକାଇବା ତ’ ସହଜ । ସମସ୍ତଙ୍କୁ ସେହିଠାକୁ
ହିଁ ଯିବାକୁ ହେବ । ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ କିଛି ସମୟ ଲାଗିଥାଏ । ପୁଣି
ସତ୍ତ୍ୱପ୍ରଧାନରୁ ତମଃପ୍ରଧାନ ହେବାକୁ ଠିକ୍ ୫୦୦୦ ବର୍ଷ ଲାଗିଥାଏ । ଏହି ଚକ୍ର ସମ୍ପୂର୍ଣ୍ଣ ଠିକ୍
ଭାବେ ତିଆରି ହୋଇଛି । ଯାହାର କି ପୁନରାବୃତ୍ତି ହୋଇ ଚାଲିଛି । ଆଉ କେହି ଏହି କଥା କହିପାରିବେ
ନାହିଁ । ଏକଥା କେବଳ ତୁମେ ହିଁ କହିପାରିବ । ଅଧା ଅଧା କରାଯାଏ । ଅଧା କଳ୍ପ ସ୍ୱର୍ଗ ଅଧା କଳ୍ପ
ନର୍କ ପୁନଶ୍ଚ ତାହାର ଡିଟେଲ (ସବିଶେଷ) ବର୍ଣ୍ଣନା ମଧ୍ୟ କରୁଛନ୍ତି । ସ୍ୱର୍ଗରେ ଜନ୍ମ କମ୍, ଆୟୁ
ବଡ଼ ହୁଏ । ନର୍କରେ ଜନ୍ମ ଅଧିକ, ଆୟୁଷ ଛୋଟ ହୁଏ । ସେଠାରେ (ସ୍ୱର୍ଗରେ) ଯୋଗୀମାନେ ଥା’ନ୍ତି,
ଏଠାରେ ଭୋଗୀ, ତେଣୁ ଏଠାରେ ବହୁତ ଜନ୍ମ ହୋଇଥାଏ । ଏହି କଥାକୁ ଅନ୍ୟ କେହି ବି ଜାଣି ନାହାଁନ୍ତି
। ମନୁଷ୍ୟମାନଙ୍କୁ ଏ ସମ୍ବନ୍ଧରେ କିଛି ହେଲେ ବି ଜଣାନାହିଁ । କେବେ ଦେବତାମାନେ ଥିଲେ, ଦେବତା
କିପରି ହେଲେ ସେମାନେ କେତେ ବୁଦ୍ଧିମାନ ଥିଲେ - ଏକଥା ମଧ୍ୟ ତୁମେ ଜାଣିଛ । ବାବା ବର୍ତ୍ତମାନ
ସମୟରେ ପିଲାମାନଙ୍କୁ ପାଠ ପଢାଇ ୨୧ ଜନ୍ମ ପାଇଁ ବର୍ସା ଦେଉଛନ୍ତି । ପୁଣି ସବୁ ଦିନ ପାଇଁ ତୁମର
ଏହି ସଂସ୍କାର ରହିବ ନାହିଁ । ପୁଣି ଦୁଃଖର ସଂସ୍କାର ହୋଇଯିବ । ଯେପରି ସତ୍ୟଯୁଗରେ ରାଜତ୍ୱର
ସଂସ୍କାର ହୋଇଗଲେ ଜ୍ଞାନଯୁକ୍ତ ପାଠପଢାର ସଂସ୍କାର ପରିବତ୍ତିତ ହୋଇଯାଏ । ସେହିପରି ଏହି ସଂସ୍କାର
ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଗଲେ ପୁରୁଷାର୍ଥର କ୍ରମାନୁସାରେ ରୁଦ୍ରମାଳାରେ ଗୁନ୍ଥା ହୋଇ ପୁଣି
କ୍ରମାନୁଯାୟୀ ଅଭିନୟ କରିବା ପାଇଁ ଆସିବ । ଯେଉଁମାନେ ସମ୍ପୂର୍ଣ୍ଣ ୮୪ ଜନ୍ମ ନେଇଛନ୍ତି, ସେମାନେ
ପ୍ରଥମେ ଆସନ୍ତି । ସେମାନଙ୍କର ନାମ ମଧ୍ୟ କୁହାଯାଇଛି । ଶ୍ରୀକୃଷ୍ଣ ତ’ ହେଉଛନ୍ତି ସ୍ୱର୍ଗର
ପ୍ରଥମ ରାଜକୁମାର । ତୁମେ ଜାଣିଛ, ସେଠାକୁ କେବଳ କ’ଣ ଜଣେ ଆସିବେ, ସାରା ରାଜଧାନୀ ଆସିବେ ନା ।
ରାଜାଙ୍କ ସହିତ ପୁଣି ପ୍ରଜା ମଧ୍ୟ ଦରକାର । ହୋଇପାରେ - ଜଣଙ୍କଠାରୁ ଆଉ ଜଣେ ଏହିଭଳି ଜନ୍ମ ହୋଇ
ଚାଲିବେ । ଯଦି କହିବା ୮ ଜଣ ଏକତ୍ର ଆସନ୍ତି, କିନ୍ତୁ ଶ୍ରୀକୃଷ୍ଣ ତ’ ପ୍ରଥମ ନମ୍ବରରେ ଆସିବେ ନା
। ଯଦି ୮ ଜଣ ଏକତ୍ର ଆସିଲେ ତେବେ କୃଷ୍ଣଙ୍କର ଏତେ ଗାୟନ କାହିଁକି ହେଉଛି? ଏହି ସବୁ କଥା ଆଗକୁ
ଗଲେ ବୁଝାଇବି । କହୁଛି ନା, ଆଜି ତୁମକୁ ବହୁତ ଗୁହ୍ୟରୁ ଗୁହ୍ୟ କଥା ଶୁଣାଉଛି । କିଛି ତ’ ବାକି
ରହିଛି ନା । ଏଇ ଉପାୟ ବହୁତ ଭଲ - ଦେଖ, ଯେଉଁମାନେ କଥା ବୁଝୁ ନାହାଁନ୍ତି ତେବେ ତାଙ୍କୁ କୁହ
ଆମର ବଡ଼ ଭଉଣୀ ଉତ୍ତର ଦେଇ ପାରିବେ ନଚେତ୍ କହିବା ଦରକାର ଏବେ ବାବା ଏ ବିଷୟରେ ଜଣାଇ ନାହାଁନ୍ତି
। ବାବା ଦିନକୁ ଦିନ ଗୁହ୍ୟରୁ ଗୁହ୍ୟ କଥା ଶୁଣାଉଛନ୍ତି । ଏ କଥା କହିବାରେ ଲଜ୍ୟାର କିଛି କଥା
ନାହିଁ । ଗୁହ୍ୟରୁ ଗୁହ୍ୟ ପଏଣ୍ଟସ୍ ସବୁ ଯେବେ ଶୁଣାନ୍ତି, ସେବୁକୁ ଶୁଣି ତୁମକୁ ବହୁତ ଖୁସି
ଲାଗିଥାଏ । ଶେଷରେ ପୁଣି କହିଦେଉଛନ୍ତି, ମନ୍ମନାଭବ, ମଧ୍ୟାଜୀଭବ । ଏହି ଶବ୍ଦ ମଧ୍ୟ ଶାସ୍ତ୍ର
ପ୍ରସ୍ତୁତକାରୀମାନେ ଲେଖିଛନ୍ତି । ଦ୍ୱନ୍ଦ୍ୱରେ ପଡ଼ିବାର ତ ଆବଶ୍ୟକ ନାହିଁ । ବାବାଙ୍କର ସନ୍ତାନ
ହେଲେ ଏବଂ ବେହଦର ସୁଖ ମିଳିଗଲା । ଏଥିରେ ମନ-ବଚନ-କର୍ମରେ ପବିତ୍ରତାର ଆବଶ୍ୟକତା ରହିଛି ।
ଲକ୍ଷ୍ମୀ-ନାରାୟଣଙ୍କୁ ବାବାଙ୍କର ବର୍ସା ମିଳିଛି ନା । ଏମାନେ ପ୍ରଥମ ନମ୍ବରରେ ଅଛନ୍ତି
ଯାହାଙ୍କର ପୂଜା ହେଉଛି । ନିଜକୁ ବି ଦେଖ - ମୋ ଭିତରେ ଏପରି ଗୁଣ ଅଛି । ଏବେ ତ’ ଗୁଣହୀନ
ହୋଇଯାଇଛି ନା । ନିଜର ଅବଗୁଣ ସମ୍ବନ୍ଧରେ ମଧ୍ୟ କାହାକୁ ଜଣାନାହିଁ ।
ଏବେ ତୁମେ ବାବାଙ୍କର
ସନ୍ତାନ ହୋଇଛ ତେଣୁ ନିଶ୍ଚିତ ଭାବରେ ବଦଳିବାକୁ ପଡ଼ିବ । ବାବା ବୁଦ୍ଧିର ତାଲା ଖୋଲିଛନ୍ତି ।
ବ୍ରହ୍ମା ଏବଂ ବିଷ୍ଣୁଙ୍କର ରହସ୍ୟକୁ ମଧ୍ୟ ବୁଝାଇଛନ୍ତି । ଇଏ (ବ୍ରହ୍ମା) ହେଉଛନ୍ତି ପତିତ, ସେ
(ବିଷ୍ଣୁ) ହେଲେ ପାବନ । ଏହି ସଂଗମ ଯୁଗରେ ହିଁ ପୋଷ୍ୟ କରାଯାଏ । ଯେତେବେଳେ ପ୍ରଜାପିତା ବ୍ରହ୍ମା
ଥା’ନ୍ତି ସେତେବେଳେ ହିଁ ପୋଷ୍ୟ ସନ୍ତାନ ଗ୍ରହଣ କରିଥା’ନ୍ତି । ସତ୍ୟଯୁଗରେ ତ ହୁଏ ନାହିଁ ।
ଏଠାରେ (କଳିଯୁଗରେ) ମଧ୍ୟ କାହାର ସନ୍ତାନ ନ ଥିଲେ ପୋଷ୍ୟ ସନ୍ତାନ ଗ୍ରହଣ କରନ୍ତି ।
ପ୍ରଜାପିତାଙ୍କୁ ମଧ୍ୟ ନିଶ୍ଚିତ ବ୍ରାହ୍ମଣ ସନ୍ତାନ ଦରକାର । ଇଏ ହେଉଛନ୍ତି ମୁଖ ବଂଶାବଳୀ ।
ସେମାନେ (ଲୌକିକ ବ୍ରାହ୍ମଣ) ହେଉଛନ୍ତି କୋଳ ବଂଶାବଳୀ । ବ୍ରହ୍ମା ତ’ ନାମୀଗ୍ରାମୀ ଅଟନ୍ତି ।
ୟାଙ୍କର କୁଳନାମ ମଧ୍ୟ ବେହଦର । ସମସ୍ତେ ଜାଣିଛନ୍ତି, ପ୍ରଜାପିତା ବ୍ରହ୍ମା ଆଦିଦେବ ଅଟନ୍ତି ।
ତାଙ୍କୁ ଇଂରାଜୀରେ କୁହାଯିବ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର (ପିତା ମହ) । ଏହା ହେଉଛି ଅଲୌକିକ
କୁଳର ନାମ, ତାହା ହେଉଛି ସବୁ ଲୌକିକ କୁଳ ନାମ, ତେଣୁ ବାବା ବୁଝାଉଛନ୍ତି - ଏହା ନିଶ୍ଚିତ ରୂପେ
ସମସ୍ତଙ୍କୁ ଜ୍ଞାତ ହେବା ଦରକାର ଯେ ଭାରତ ହେଉଛି ସବୁଠାରୁ ବଡ଼ ତୀର୍ଥ, ଯେଉଁଠାକୁ ବେହଦର ବାବା
ଆସିଥା’ନ୍ତି । ଏପରି ନୁହେଁ, ସାରା ଭାରତରେ ବିରାଜମାନ ହେଲେ । ଶାସ୍ତ୍ରରେ ମଗଧ ଦେଶ ଲେଖା ହୋଇଛି,
କିନ୍ତୁ ଜ୍ଞାନ କେଉଁଠି ଶିଖାଇଲେ? ଆବୁକୁ କିପରି ଆସିଲେ? ଏଠାରେ ଦିଲ୍ବାଡ଼ା ମନ୍ଦିର ମଧ୍ୟ ରହିଛି
ଯେଉଁଠାରେ ସମ୍ପୂର୍ଣ୍ଣ ସ୍ମୃ୍ତିଚିହ୍ନ ରହିଛି । ଯେଉଁମାନେ ବି ତିଆରି କରିଛନ୍ତି, ତାଙ୍କର
ବୁଦ୍ଧିରେ ଆସିଲା ଏବଂ ସେମାନେ ବସି ତିଆରି କଲେ । ସଠିକ୍ ମଡେଲ୍ ତ’ ତିଆରି କରିପାରିବେ ନାହିଁ ।
ବାବା ଏହିଠାରେ ହିଁ ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ମଗଧ ଦେଶରେ ନୁହେଁ । ତାହା ତ’
ପାକିସ୍ତାନ ହୋଇଗଲା । ଏହା ହେଉଛି ପାକ୍ (ପବିତ୍ର) ସ୍ଥାନ । ବାସ୍ତବରେ ପବିତ୍ର ସ୍ଥାନ ତ’
ସ୍ୱର୍ଗକୁ କୁହଯାଏ । ପାକ (ପବିତ୍ର) ଓ ନାପାକ (ଅପବିତ୍ର) ଉପରେ ସାରା ଡ଼୍ରାମା ତିଆରି ହୋଇଛି ।
ତେବେ ମିଠେ ମିଠେ
ସିକିଲଧେ (ବିଚ୍ଛେଦ ପରେ ପୁନଃ ମିଳନ କରୁଥିବା) ସନ୍ତାନମାନେ - ତୁମେ ବୁଝୁଛ ଆତ୍ମା ଓ ପରମାତ୍ମା
ଅଲଗା ରୁହନ୍ତି ବହୁତକାଳ... କେତେ ସମୟ ପରେ ଏକାଠି ହୋଇଛନ୍ତି? ପୁଣି କେବେ ମିଶିବେ? ସୁନ୍ଦର
ମେଳା କରିଲେ ଯେତେବେଳେ ସତ୍ଗୁରୁ ଦଲାଲ ରୂପେ ମିଳିଲେ । ଗୁରୁ ତ’ ବହୁତ ଅଛନ୍ତି ନା, ତେଣୁ ସତ୍ଗୁରୁ
କୁହାଯାଉଛି । ସ୍ତ୍ରୀ ସହ ହାତଗଣ୍ଠି ବାନ୍ଧିଲା ବେଳେ କୁହନ୍ତି ଏଇ ପତି ହେଉଛନ୍ତି ତୁମର ଗୁରୁ
ଈଶ୍ୱର । ପତି ତ’ ପ୍ରଥମେ-ପ୍ରଥମେ ଅପବିତ୍ର କରିଥା’ନ୍ତି । ଆଜିକାଲି ତ’ ଦୁନିଆର ମନୁଷ୍ୟ ବହୁତ
ବିକାରୀ ହୋଇଗଲେଣି । ଏବେ ତୁମମାନଙ୍କୁ ତ’ ଗୁଲୁଗୁଲ (ଫୁଲ) ହେବାର ଅଛି । ତୁମମାନଙ୍କ ସହ
ପକ୍କା-ପକ୍କା ହାତଗଣ୍ଠି ବାବା ପକାଉଛନ୍ତି ।
ଶିବ ଜୟନ୍ତୀ ସହିତ ରକ୍ଷା
ବନ୍ଧନ ମଧ୍ୟ ହୋଇଯାଇଥାଏ । ଗୀତା ଜୟନ୍ତୀ ମଧ୍ୟ ହେବା ଦରକାର । ଶ୍ରୀକୃଷ୍ଣଙ୍କର ଜୟନ୍ତୀ କିଛି
ବିଳମ୍ବରେ ନୂଆ ଦୁନିଆରେ ହେଉଛି । ବାକି ସବୁ ଉତ୍ସବ ଏଇ ସମୟର । ରାମ ନବମୀ କେବେ ହେଲା - ଏହା
କ’ଣ କାହାକୁ ଜଣାଅଛି? ତୁମେ କହିବ ନୂଆ ଦୁନିଆରେ ୧୨୫୦ ବର୍ଷ ପରେ ରାମ ନବମୀ ହୁଏ । ଶିବ ଜୟନ୍ତୀ,
କୃଷ୍ଣ ଜୟନ୍ତୀ ରାମ ଜୟନ୍ତୀ, କେବେ ହେଲା...? ଏ କଥା କେହି କହିପାରିବେ ନାହିଁ । ତୁମେ ପିଲାମାନେ
ମଧ୍ୟ ଏବେ ବାବାଙ୍କ ଦ୍ୱାରା ଜାଣିଛ । ତୁମେ ସଠିକ୍ ଭାବେ କହିପାରିବ । କହିବାକୁ ଗଲେ ସାରା
ଦୁନିଆର ଜୀବନ କାହାଣୀ ତୁମେ କହି ପାରିବ । ଲକ୍ଷ ଲକ୍ଷ ବର୍ଷର କଥା କ’ଣ କେହି କହିପାରିବେ । ବାବା
କେତେ ଶ୍ରେଷ୍ଠ ବେହଦର ପାଠ ପଢାଉଛନ୍ତି । ଗୋଟିଏ ଜନ୍ମର ପୁରୁଷାର୍ଥରେ ତୁମେ ୨୧ ଜନ୍ମ ପାଇଁ
ନଗ୍ନ ହେବାରୁ ରକ୍ଷା ପାଇଯାଉଛ । ଏବେ ତୁମେ ୫ ବିକାର ରୂପି ରାବଣର ଅର୍ଥାତ୍ ପରର ରାଜ୍ୟରେ ଅଛ ।
ଏବେ ସାରା ୮୪ର ଚକ୍ର ତୁମର ସ୍ମୃତିରେ ଆସି ଯାଇଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବେହଦ ସୁଖର
ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ମନ-ବଚନ-କର୍ମରେ ପବିତ୍ର ନିଶ୍ଚିତ ହେବାକୁ ପଡିବ । ଯୋଗବଳ
ଦ୍ୱାରା ନିଜ ଭିତରେ ଭଲ ସଂସ୍କାର ଧାରଣ କରିବାକୁ ହେବ । ନିଜକୁ ଗୁଣବାନ କରିବାକୁ ପଡିବ ।
(୨) ସଦାସର୍ବଦା ଖୁସିରେ
ରହିବା ପାଇଁ ବାବା ଯେଉଁ ଗୁଢ ରହସ୍ୟ ସବୁ ଶୁଣାଉଛନ୍ତି, ସେଗୁଡିକୁ ନିଜେ ଶୁଣିବା ସହିତ
ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାକୁ ହେବ । କୌଣସି କଥାରେ ସଂଶୟରେ ଆସିବାର ନାହିଁ । ଯୁକ୍ତିର ସହିତ
ଉତ୍ତର ଦେବାକୁ ହେବ । ଲଜ୍ୟା କରିବାର ନାହିଁ ।
ବରଦାନ:-
ସୁଖ ସ୍ୱରୂପ
ହୋଇ ପ୍ରତ୍ୟେକ ଆତ୍ମାକୁ ସୁଖ ଦେଉଥିବା ମାଷ୍ଟର ସୁଖଦାତା ହୁଅ ।
ଯେଉଁ ପିଲାମାନେ ସର୍ବଦା
ଯଥାର୍ଥ କର୍ମ କରିଥାଆନ୍ତି ସେମାନଙ୍କୁ ସେହି କର୍ମର ପ୍ରତ୍ୟକ୍ଷ ଫଳ ଖୁସି ଏବଂ ଶକ୍ତି ମିଳିଥାଏ
। ସେମାନଙ୍କର ମନ ସର୍ବଦା ଖୁସି ରହିଥାଏ, ସେମାନଙ୍କ ଭିତରେ ସଂକଳ୍ପ ମାତ୍ରରେ ମଧ୍ୟ ଦୁଃଖର ଲହଡି
ଆସିପାରିବ ନାହିଁ । କାରଣ ସଂଗମଯୁଗୀ ବ୍ରାହ୍ମଣର ଅର୍ଥ ହେଲା ଦୁଃଖର ନାମ-ଗନ୍ଧ ନ ଥିବ କାହିଁକି
ନା ସୁଖଦାତା ପିତାଙ୍କର ସନ୍ତାନ ଅଟ । ଏହିଭଳି ସୁଖଦାତାଙ୍କର ସନ୍ତାନମାନେ ନିଜେ ମଧ୍ୟ ସୁଖଦାତା
ହୋଇଥିବେ । ସେମାନେ ପ୍ରତ୍ୟେକ ଆତ୍ମାକୁ ସର୍ବଦା ସୁଖ ଦେଇଥାଆନ୍ତି । ସେମାନେ କେବେ ବି ଦୁଃଖ
ଦିଅନ୍ତି ନାହିଁ, କି ନିଅନ୍ତି ନାହିଁ ।
ସ୍ଲୋଗାନ:-
ମାଷ୍ଟର ଦାତା
ହୋଇ ସହଯୋଗ, ସ୍ନେହ ଏବଂ ସହାନୁଭୂତି ଦେବା ହିଁ ଦୟାଳୁ ଆତ୍ମାର ଲକ୍ଷଣ ।