09.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜ
ଉପରେ ନିଜକୁ ହିଁ କୃପା କରିବାକୁ ହେବ, ପାଠପଢାରେ ଆଗେଇଯାଅ, କୌଣସି ବି ବିକର୍ମ କରି ନିଜର
ରେଜିଷ୍ଟରକୁ ଖରାପ କର ନାହିଁ ।”
ପ୍ରଶ୍ନ:-
ଏହି ସର୍ବୋଚ୍ଚ
ପାଠପଢାରେ ପାସ୍ ହେବା ପାଇଁ ମୁଖ୍ୟ ରୂପରେ କେଉଁ ଶିକ୍ଷା ମିଳୁଛି? ଏଥିପାଇଁ କେଉଁ କଥା ଉପରେ
ବିଶେଷ ଧ୍ୟାନ ଦେବା ଉଚିତ୍?
ଉତ୍ତର:-
ଏହି ପାଠପଢାରେ ପାସ୍ ହେବା ପାଇଁ ଦୃଷ୍ଟି ଅତ୍ୟନ୍ତ ପବିତ୍ର ହେବା ଦରକାର କାହିଁକି ନା ଏହି ଆଖି
ହିଁ ଧୋକା ଦେଉଛି ଏବଂ ଏହା ହିଁ ପ୍ରଥମେ କ୍ରିମିନାଲ୍ ଅର୍ଥାତ୍ ବିକାରୀ ହେଉଛି । ଶରୀରକୁ ଦେଖିବା
ଦ୍ୱାରା ହିଁ କର୍ମେନ୍ଦ୍ରିୟରେ ଚଞ୍ଚଳତା ଆସୁଛି ସେଥିପାଇଁ ଆଖି କେବେହେଲେ କ୍ରିମିନାଲ୍ ନ ହେଉ,
ପବିତ୍ର ହେବା ପାଇଁ ଭାଇ-ଭଉଣୀ ହୋଇ ରୁହ, ଯୋଗର ଯାତ୍ରାରେ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦିଅ ।
ଗୀତ:-
ଧୀରଜ ଧର ମନୁଆ...
ଓମ୍ ଶାନ୍ତି ।
କିଏ କହୁଛନ୍ତି?
ବେହଦର ବାବା ବେହଦର ସନ୍ତାନମାନଙ୍କୁ କହୁଛନ୍ତି । ଯେପରି କୌଣସି ମନୁଷ୍ୟ ରୋଗରେ ପଡିଥିଲେ ତାଙ୍କୁ
ଆଶ୍ୱାସନା ଦିଆଯାଇଥାଏ ଯେ ଧୈର୍ଯ୍ୟ ଧର - ତୁମର ସବୁ ଦୁଃଖ ଦୂର ହୋଇଯିବ । ତାଙ୍କୁ ଖୁସି କରିବା
ପାଇଁ ଆଶ୍ୱାସନା ଦିଆଯାଇଥାଏ । ତାହା ତ ଲୌକିକ କଥା ଅଟେ । ଏହା ହେଉଛି ଅଲୌକିକ କଥା, ବାବାଙ୍କର
କେତେ ଢେର ସନ୍ତାନ ଥିବେ । ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରିବାକୁ ହେବ । ଏ କଥା ମଧ୍ୟ ତୁମେ
ପିଲାମାନେ ଜାଣିଛ । ତୁମେମାନେ ଭୁଲିବା ଅନୁଚିତ୍ ଯେ ବାବା ଆସିଛନ୍ତି ସମସ୍ତଙ୍କର ସଦ୍ଗତି କରିବା
ପାଇଁ । ସେ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି, ତେବେ ଏହାର ଅର୍ଥ ସମସ୍ତେ ଦୁର୍ଗତିରେ ଅଛନ୍ତି
। ସାରା ଦୁନିଆର ମନୁଷ୍ୟ, ତନ୍ମଧ୍ୟରୁ ସ୍ୱତନ୍ତ୍ର ଭାବରେ ଭାରତ, ସାଧାରଣ ଭାବେ ସମଗ୍ର ଦୁନିଆକୁ
କୁହାଯାଉଛି । ସ୍ୱତନ୍ତ୍ର ଭାବେ ତୁମେ ସୁଖଧାମକୁ ଯିବ । ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ
। ବୁଦ୍ଧିରେ ଆସୁଛି - ବାସ୍ତବରେ ଆମେ ଯେତେବେଳେ ସୁଖଧାମରେ ଥିଲୁ ଆଉ ଅନ୍ୟ ଧର୍ମାବଲମ୍ବୀମାନେ
ଶାନ୍ତିଧାମରେ ଥିଲେ । ବାବା ଆସି ଭାରତକୁ ସୁଖଧାମ କରିଥିଲେ । ତେଣୁ ଏହିପରି ପ୍ରଚାର ମଧ୍ୟ କରିବା
ଦରକାର । ବୁଝାଇବା ଦରକାର ଯେ ପ୍ରତି ୫ ହଜାର ବର୍ଷ ପରେ ନିରାକାର ଶିବବାବା ଆସୁଛନ୍ତି । ସେ
ସମସ୍ତଙ୍କର ପିତା ଅଟନ୍ତି, ବାକି ସମସ୍ତେ ଭାଇ-ଭାଇ ଅଟନ୍ତି । ପିତାଙ୍କଠାରୁ ଈଶ୍ୱରୀୟ ସମ୍ପତ୍ତି
ନେବା ପାଇଁ ଭାଇମାନେ ହିଁ ପୁରୁଷାର୍ଥ କରୁଛନ୍ତି । ଏପରି ତ ନୁହେଁ ଯେ ପିତାମାନେ ପୁରୁଷାର୍ଥ
କରୁଛନ୍ତି । ସମସ୍ତେ ପିତା ହୋଇଗଲେ ସମ୍ପତ୍ତି କାହାଠାରୁ ନେବେ? କ’ଣ ଭାଇଙ୍କଠାରୁ ନେବେ? ଏ କଥା
ତ ହୋଇପାରିବ ନାହିଁ । ଏବେ ତୁମେମାନେ ବୁଝୁଛ - ଏହା ତ ବହୁତ ସହଜ କଥା ଅଟେ । ସତ୍ୟଯୁଗରେ ଗୋଟିଏ
ହିଁ ଦେବୀ-ଦେବତା ଧର୍ମ ଥାଏ । ବାକି ସବୁ ଆତ୍ମାମାନେ ଶାନ୍ତିଧାମକୁ ଚାଲିଯାଆନ୍ତି । ବିଶ୍ୱର
ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି ବୋଲି କହୁଛନ୍ତି, ତେଣୁ ଏହା ନିଶ୍ଚିତ ଯେ ଗୋଟିଏ
ଇତିହାସ-ଭୂଗୋଳ ରହିଛି ଯାହା ପୁନରାବୃତ୍ତି ହେଉଛି । କଳିଯୁଗ ପରେ ପୁଣି ସତ୍ୟଯୁଗ ହେବ । ଉଭୟ
ମଧ୍ୟରେ ପୁଣି ସଂଗମଯୁଗ ମଧ୍ୟ ନିଶ୍ଚୟ ରହିବ । ଏହାକୁ ସର୍ବୋତ୍ତମ, ପୁରୁଷୋତ୍ତମ କଲ୍ୟାଣକାରୀ
ଯୁଗ କୁହାଯାଉଛି । ଏବେ ତୁମ ବୁଦ୍ଧିର ତାଲା ଖୋଲିଛି, ତେଣୁ ବୁଝିପାରୁଛ ଯେ ଏହା ତ ବହୁତ ସହଜ କଥା
ଅଟେ । ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ । ପୁରୁଣା ଗଛରେ ନିଶ୍ଚୟ ବହୁତ ପତ୍ର ରହିଥାଏ । ନୂଆ ଗଛରେ
ଅଳ୍ପ ପତ୍ର ରହିଥାଏ । ତାହା ହେଉଛି ସତ୍ତ୍ୱପ୍ରଧାନ ଦୁନିଆ, ଏହାକୁ ତମୋପ୍ରଧାନ କୁହାଯାଉଛି ।
ତୁମର ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ବୁଦ୍ଧିର ତାଲା ଖୋଲିଛି କାହିଁକି ନା ସମସ୍ତେ ଯଥାର୍ଥ
ରୀତିରେ ବାବାଙ୍କୁ ମନେ ପକାଉ ନାହାଁନ୍ତି । ତେଣୁ ଧାରଣା ମଧ୍ୟ ହେଉ ନାହିଁ । ବାବା ତ
ପୁରୁଷାର୍ଥ କରାଉଛନ୍ତି କିନ୍ତୁ ଭାଗ୍ୟରେ ହିଁ ନାହିଁ । ଡ୍ରାମା ଅନୁସାରେ ଯିଏ ଭଲ ଭାବରେ ପଢିବେ
ଓ ପଢାଇବେ, ବାବାଙ୍କର ସାହାଯ୍ୟକାରୀ ହେବେ, ସେ ଯେ କୌଣସି ପରିସ୍ଥିତିରେ ମଧ୍ୟ ଉଚ୍ଚ ପଦ ପାଇବେ
। ସ୍କୁଲରେ ଛାତ୍ରମାନେ ମଧ୍ୟ ଜାଣିଥାନ୍ତି ଯେ ଆମେ କେତେ ନମ୍ବରରେ ପାସ୍ ହେବୁ । ତୀବ୍ରବେଗୀ
ଅଧିକ ପୁରୁଷାର୍ଥ କରିଥାନ୍ତି । ଟ୍ୟୁସନ୍ ପାଇଁ ଟିଚର ରଖିଥାନ୍ତି ଯେପରି ହେଲେ ବି ପାସ୍ ହେବୁ ।
ଏଠାରେ ମଧ୍ୟ ବହୁତ ଆଗେଇବାକୁ ହେବ । ନିଜ ଉପରେ କୃପା କରିବାକୁ ହିଁ ପଡିବ । ବାବାଙ୍କୁ ଯଦି କେହି
ପଚାରନ୍ତି ଏବେ ଶରୀର ଛାଡିଲେ ଏହି ଅବସ୍ଥାରେ କି ପଦ ପାଇବୁ? ତେବେ ବାବା ତୁରନ୍ତ ବତାଇ ଦେବେ ।
ଏହା ତ ବହୁତ ସହଜ ବୁଝିବାର କଥା ଅଟେ । ହଦ ପରି ବେହଦର ଛାତ୍ର ମଧ୍ୟ ବୁଝିପାରିବେ । ବୁଦ୍ଧି
ଦ୍ୱାରା ବୁଝିପାରିବେ - ଆମ ଦ୍ୱାରା ବାରମ୍ବାର ଏହି ଭୁଲ୍, ବିକର୍ମ ହେଉଛି । ରେଜିଷ୍ଟର ଖରାପ
ହେଲେ ଫଳାଫଳ ମଧ୍ୟ ସେହିପରି ବାହାରିବ । ପ୍ରତ୍ୟେକ ନିଜର ରେଜିଷ୍ଟର ରଖନ୍ତୁ । ଏପରି ତ ଡ୍ରାମା
ଅନୁସାରେ ସବୁ ନିଧାର୍ଯ୍ୟ ହୋଇଯାଉଛି । ନିଜେ ମଧ୍ୟ ବୁଝୁଛନ୍ତି ଯେ ଆମର ରେଜିଷ୍ଟର ବହୁତ ଖରାପ
ଅଟେ । ନ ବୁଝିପାରିଲେ ବାବା କହିଦେବେ । ସ୍କୁଲ୍ରେ ରେଜିଷ୍ଟର ଆଦି ରଖାଯାଇଥାଏ । ଏ କଥା ତ
ଦୁନିଆରେ କାହାକୁ ହେଲେ ଜଣା ନାହିଁ । ଏହାର ନାମ ହେଉଛି ଗୀତା ପାଠଶାଳା । ବେଦ ପାଠଶାଳା କେବେ
କୁହାଯାଏ ନାହିଁ । ବେଦ ଉପନିଷେଦ ଗ୍ରନ୍ଥ ଆଦି କାହାର ବି ପାଠଶାଳା କୁହାଯିବ ନାହିଁ । ପାଠଶାଳାରେ
ଲକ୍ଷ୍ୟ ରହିଛି । ଆମେ ଭବିଷ୍ୟତରେ ଏହିପରି ହେବୁ । କେହି ବହୁତ ବେଦଶାସ୍ତ୍ର ପଢିଲେ ତାଙ୍କୁ
ମଧ୍ୟ ଉପାଧି ମିଳିଥାଏ । ରୋଜଗାର ମଧ୍ୟ ହୋଇଥାଏ । କେହି-କେହି ତ ବହୁତ ରୋଜଗାର କରିଥାନ୍ତି ।
କିନ୍ତୁ ତାହା କୌଣସି ଅବିନାଶୀ ରୋଜଗାର ନୁହେଁ, ସାଥିରେ ଯିବ ନାହିଁ । ଏହି ସତ୍ୟ ରୋଜଗାର ହିଁ
ସାଥିରେ ଯିବ । ବାକି ସବୁ ଶେଷ ହୋଇଯିବ । ତୁମେ ପିଲାମାନେ ଜାଣିଛ ଯେ ଆମେ ବହୁତ-ବହୁତ ରୋଜଗାର
କରୁଛୁ । ଆମେ ବିଶ୍ୱର ମାଲିକ ହୋଇପାରିବୁ । ସୂର୍ଯ୍ୟବଂଶୀ ରାଜବଂଶ ଥିବାରୁ ପିଲାମାନେ ନିଶ୍ଚୟ
ସିଂହାସନ ଉପରେ ବସିବେ । ଏହା ବହୁତ ଉଚ୍ଚ ପଦ ଅଟେ । ତୁମେ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲ ଯେ ଆମେ
ପୁରୁଷାର୍ଥ କରି ରାଜ ପଦ ପାଇବୁ । ଏହାକୁ ରାଜଯୋଗ ବୋଲି କୁହାଯାଉଛି । ତାହା ବାରିଷ୍ଟରୀ,
ଡାକ୍ତରୀ ଯୋଗ ଅଟେ । ପାଠପଢା ଏବଂ ପାଠପଢାଉଥିବା ଶିକ୍ଷକ ମନେ ରହିଥାନ୍ତି । ଏଠାରେ ମଧ୍ୟ ଏହା
ହେଉଛି - ସହଜ ୟାଦ । ୟାଦରେ ହିଁ ପରିଶ୍ରମ ରହିଛି । ନିଜକୁ ଦେହୀ-ଅଭିମାନୀ ବୁଝିବାକୁ ପଡିବ ।
ଆତ୍ମାରେ ହିଁ ସଂସ୍କାର ଭରିଥାଏ । ଅନେକ ଆସି କହୁଛନ୍ତି ଆମେ ତ ଶିବବାବାଙ୍କ ପୂଜା କରୁଥିଲୁ
କିନ୍ତୁ କାହିଁକି ପୂଜା କରୁଥିଲେ, ଏ କଥା ଜାଣି ନାହାଁନ୍ତି । ଶିବଙ୍କୁ ହିଁ ବାବା କହୁଛନ୍ତି ।
ଆଉ କାହାକୁ ବାବା କହିବେ ନାହିଁ । ହନୁମାନ, ଗଣେଶ ପ୍ରଭୃତିଙ୍କର ପୂଜା କରୁଛନ୍ତି, ବ୍ରହ୍ମାଙ୍କର
ପୂଜା ହେଉନାହିଁ, ଯଦିଓ ଆଜମେରରେ ମନ୍ଦିର ମଧ୍ୟ ରହିଛି । ସେଠାକାର ଅଳ୍ପ କିଛି ବ୍ରାହ୍ମଣ ପୂଜା
କରିଥାନ୍ତି । ବାକି ଗାୟନ ଆଦି କିଛି ନାହିଁ । ଶ୍ରୀକୃଷ୍ଣ, ଲକ୍ଷ୍ମୀ-ନାରାୟଣଙ୍କର କେତେ ଗାୟନ
ରହିଛି । ବ୍ରହ୍ମାଙ୍କର ନାମ ନାହିଁ କାହିଁକି ନା ବ୍ରହ୍ମା ତ ବର୍ତ୍ତମାନ ସମୟରେ ଶ୍ୟାମଳ ଅଟନ୍ତି
। ପୁଣି ବାବା ଆସି ଏହାଙ୍କୁ ପୋଷ୍ୟ କରୁଛନ୍ତି । ଏହା ମଧ୍ୟ ବହୁତ ସହଜ କଥା ଅଟେ । ତେଣୁ ବାବା
ପିଲାମାନଙ୍କୁ ଭିନ୍ନ-ଭିନ୍ନ ପ୍ରକାରରେ ବୁଝାଉଛନ୍ତି । ବୁଦ୍ଧିରେ ଏକଥା ରହୁ ଯେ ଶିବବାବା ଆମକୁ
ଶୁଣାଉଛନ୍ତି । ସେ ବାପା, ଟିଚର, ଗୁରୁ ମଧ୍ୟ ଅଟନ୍ତି । ଜ୍ଞାନର ସାଗର ଶିବବାବା ଆମକୁ ପଢାଉଛନ୍ତି
। ଏବେ ତୁମେମାନେ ତ୍ରିକାଳଦର୍ଶୀ ହୋଇଛ । ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ଏ କଥା ମଧ୍ୟ
ତୁମେ ବୁଝିପାରିଛ ଯେ ଆତ୍ମା ଅବିନାଶୀ ଅଟେ । ଆତ୍ମାମାନଙ୍କର ପିତା ମଧ୍ୟ ଅବିନାଶୀ ଅଟନ୍ତି । ଏ
କଥା ମଧ୍ୟ ଦୁନିଆରେ କେହି ହେଲେ ଜାଣିନାହାଁନ୍ତି । ସେମାନେ ତ ସମସ୍ତେ ଡାକୁଛନ୍ତି - ବାବା ଆମକୁ
ପତିତରୁ ପବିତ୍ର କରାଅ । ଏପରି କହୁନାହାଁନ୍ତି ଯେ ଆସି ବିଶ୍ୱର ଇତିହାସ-ଭୂଗୋଳ ଶୁଣାଅ । ଏହା ତ
ବାବା ନିଜେ ଆସି ଶୁଣାଉଛନ୍ତି । ପତିତରୁ ପବିତ୍ର ପୁଣି ପବିତ୍ରରୁ ପତିତ କିପରି ହେଉଛ? ଇତିହାସର
କିପରି ପୁନରାବୃତ୍ତି ହେବ, ଏ କଥା ମଧ୍ୟ ବତାଉଛନ୍ତି । ୮୪ ଜନ୍ମର ଚକ୍ର ଅଟେ । ଆମେ ପତିତ
କାହିଁକି ହୋଇଛୁ ପୁଣି ପବିତ୍ର ହୋଇ କେଉଁଠାକୁ ଯିବାକୁ ଚାହୁଁଛୁ । ମନୁଷ୍ୟମାନେ ତ
ସନ୍ନ୍ୟାସୀମାନଙ୍କ ପାଖକୁ ଯାଇ କହୁଛନ୍ତି ମନର ଶାନ୍ତି କିପରି ହେବ? ଏପରି କହିବେ ନାହିଁ ଯେ ଆମେ
ସମ୍ପୂର୍ଣ୍ଣ ନିର୍ବିକାରୀ ପବିତ୍ର କିପରି ହେବୁ? ଏ କଥା କହିବା ପାଇଁ ଲଜ୍ୱ୍ୟା ଲାଗୁଛି । ଏବେ
ବାବା ବୁଝାଉଛନ୍ତି - ତୁମେ ସମସ୍ତେ ଭକ୍ତ ଅଟ । ମୁଁ ହେଉଛି ଭଗବାନ, ବର ଅଟେ, ତୁମେ ସବୁ କନ୍ୟା
ଅଟ । ତୁମେ ସମସ୍ତେ ମୋତେ ମନେ ପକାଉଛ । ମୁଁ ଯାତ୍ରୀ, ବହୁତ ସୁନ୍ଦର ଅଟେ । ସାରା ଦୁନିଆର
ମନୁଷ୍ୟଙ୍କୁ ସୁନ୍ଦର କରୁଛି । ସ୍ୱର୍ଗ ହିଁ ବିଶ୍ୱର ଆଶ୍ଚର୍ଯ୍ୟ ଅଟେ । ସଂସାରରେ
ସପ୍ତାଶ୍ଚର୍ଯ୍ୟ ଗଣାଯାଉଛି । ସେଠାରେ ତ ବିଶ୍ୱର ଆଶ୍ଚର୍ଯ୍ୟ ଏକମାତ୍ର ସ୍ୱର୍ଗ ହିଁ ହେବ । ବାବା
ମଧ୍ୟ ଜଣେ, ସ୍ୱର୍ଗ ମଧ୍ୟ ଗୋଟିଏ, ଯାହାକୁ ସମସ୍ତ ମନୁଷ୍ୟ ସ୍ମରଣ କରୁଛନ୍ତି । ଏଠାରେ ତ କୌଣସି
ଆଶ୍ଚର୍ଯ୍ୟର କଥା ନାହିଁ । ତୁମ ପିଲାମାନଙ୍କ ଭିତରେ ଧୈର୍ଯ୍ୟ ରହିଛି ଯେ ଏବେ ସୁଖର ଦିନ ଆସୁଛି
। ତୁମେ ଜାଣିଛ ଯେ ଏହି ପୁରୁଣା ଦୁନିଆର ବିନାଶ ହେଲେ ଯାଇ ସ୍ୱର୍ଗର ରାଜତ୍ୱ ମିଳିବ । ଏବେ ରାଜତ୍ୱ
ସ୍ଥାପନ ହୋଇନାହିଁ । ହଁ, ପ୍ରଜା ତିଆରି ହେଉଛନ୍ତି । ପିଲାମାନେ ପରସ୍ପର ମଧ୍ୟରେ ରାୟ କରୁଛନ୍ତି,
ସେବାର ବୃଦ୍ଧି କିପରି ହେବ? ସମସ୍ତଙ୍କୁ କିପରି ସନ୍ଦେଶ ଦେବୁ? ବାବା ଆଦି ସନାତନ ଦେବୀ ଦେବତା
ଧର୍ମର ସ୍ଥାପନା କରୁଛନ୍ତି । ବାକି ସମସ୍ତଙ୍କର ବିନାଶ କରାଉଛନ୍ତି । ଏହିପରି ବାବାଙ୍କୁ ମନେ
ପକାଇବା ଦରକାର ନା, ଯେଉଁ ବାବା ଆମକୁ ରାଜତିଳକର ହକଦାର କରାଇ ବାକି ସମସ୍ତଙ୍କର ବିନାଶ କରାଇ
ଦେଉଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏହା ବିନା ଦୁନିଆର
ବିନାଶ ହୋଇପାରିବ ନାହିଁ । ବାବା କହୁଛନ୍ତି ଏବେ ତୁମର ପରୀକ୍ଷା ସମୟ ବହୁତ ପାଖେଇ ଆସିଲାଣି,
ମୃତ୍ୟୁଲୋକରୁ ଅମରଲୋକକୁ ପରିବର୍ତ୍ତିତ ହେବାକୁ ପଡିବ । ଯେତେ ଭଲ ଭାବରେ ପଢିବ, ପଢାଇବ, ସେତେ
ଉଚ୍ଚ ପଦ ପାଇବ, କାହିଁକି ନା ନିଜର ପ୍ରଜା ତିଆରି କରୁଛ । ପୁରୁଷାର୍ଥ କରି ସମସ୍ତଙ୍କର କଲ୍ୟାଣ
କରିବା ଉଚିତ୍ । ଚ୍ୟାରିଟୀ ବିଗେନ୍ସ ଅଟ୍ ହୋମ୍ ଅର୍ଥାତ୍ ଦାନପୁଣ୍ୟ ନିଜ ଘରୁ ଆରମ୍ଭ କରାଯାଇଥାଏ
। ଏହା ହିଁ ନିୟମ ରହିଛି । ପ୍ରଥମେ ମିତ୍ର-ସମ୍ବନ୍ଧୀ ବଂଶାବଳୀ ଆଦି ହିଁ ଆସିବେ । ପଛରେ ଜନ
ସାଧାରଣ ଆସିବେ । ଆରମ୍ଭରେ ମଧ୍ୟ ଏହିପରି ହୋଇଥିଲା । ଧିରେ ଧିରେ ବୃଦ୍ଧି ହେଲା ପିଲାମାନଙ୍କ
ରହିବା ପାଇଁ ବଡ ଘର ତିଆରି ହେଲା ଯାହାକୁ ଓମ୍ ନିବାସ କୁହାଗଲା । ପିଲାମାନେ ଆସି ପଢିବାକୁ
ଲାଗିଲେ । ଏ ସବୁ ଡ୍ରାମାରେ ନିଧାର୍ଯ୍ୟ ଥିଲା, ଯାହାର ପୁଣି ପୁନରାବୃତ୍ତି ହେବ । ଏହାକୁ କେହି
ବଦଳାଇ ପାରିବେ ନାହିଁ । ଏହି ପାଠପଢା କେତେ ଶ୍ରେଷ୍ଠ ଅଟେ । ମୁଖ୍ୟ ହେଉଛି ଯୋଗର ଯାତ୍ରା ।
ମୁଖ୍ୟ ଇନ୍ଦ୍ରିୟ ରୂପେ ଆଖି ହିଁ ଧୋକା ଦେଉଛି । ଆଖି ବିକାରୀ ହେବା ଯୋଗୁଁ ଶରୀରର
କର୍ମେନ୍ଦ୍ରିୟ ସବୁ ଚଞ୍ଚଳ ହୋଇଥାଆନ୍ତି । କୌଣସି ସୁନ୍ଦର କନ୍ୟାକୁ ଦେଖିଲେ, ବାସ୍ ଆସକ୍ତ
ହୋଇଯାଇଥା’ନ୍ତି । ଏପରି ବହୁତ ଘଟଣା ଦୁନିଆରେ ହେଉଛି । ଗୁରୁଙ୍କର ଦୃଷ୍ଟି ମଧ୍ୟ ବିକାରୀ
ହୋଇଯାଉଛି । ଏଠାରେ ବାବା କହୁଛନ୍ତି ବିକାରୀ ଦୃଷ୍ଟି ବିଲ୍କୁଲ୍ ରହିବା ଅନୁଚିତ୍ । ଭାଇ-ଭଉଣୀ
ହୋଇ ରହିଲେ ଯାଇ ପବିତ୍ର ରହିପାରିବ । ମନୁଷ୍ୟମାନଙ୍କୁ କ’ଣ ଜଣା, ସେମାନେ ତ ଥଟ୍ଟା କରିବେ ।
ଶାସ୍ତ୍ରରେ ତ ଏ ସବୁ କଥା ନାହିଁ । ବାବା କହୁଛନ୍ତି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଏ । ଦ୍ୱାପରରୁ
ଏହି ଶାସ୍ତ୍ର ଆଦି ତିଆରି ହୋଇଥାଏ । ଏବେ ବାବା ମୁଖ୍ୟ କଥା କହୁଛନ୍ତି ଯେ ଅଲଫ (ଶିବବାବା)ଙ୍କୁ
ସ୍ମରଣ କର ତେବେ ବିକର୍ମ ବିନାଶ ହୋଇଯିବ । ନିଜକୁ ଆତ୍ମା ବୋଲି ଭାବ । ତୁମେ ୮୪ ଜନ୍ମର ଚକ୍ର
ଲଗାଇ ଆସିଛ । ଏବେ ପୁନର୍ବାର ତୁମର ଆତ୍ମା ଦେବତା ହେବାକୁ ଯାଉଛି । ଛୋଟ ଆତ୍ମାରେ ୮୪ ଜନ୍ମର
ଅବିନାଶୀ ଅଭିନୟ ଭରି ରହିଛି, ଆଶ୍ଚର୍ଯ୍ୟ ଅଟେ ନା । ଏହିପରି ଆଶ୍ଚର୍ଯ୍ୟ କଥା ସବୁ ବାବା ହିଁ ଆସି
ବୁଝାଉଛନ୍ତି । କାହାର ୮୪ ଜନ୍ମର, କାହାର ୫୦-୬୦ ଜନ୍ମର ଅଭିନୟ ରହିଛି । ପରମପିତା ପରମାତ୍ମାଙ୍କୁ
ମଧ୍ୟ ଅଭିନୟ ମିଳିଛି । ଡ୍ରାମା ଅନୁସାରେ ଏହା ଅନାଦି ଅବିନାଶୀ ନାଟକ ଅଟେ । ଆରମ୍ଭ କେବେ ହେଲା,
କେବେ ବନ୍ଦ ହେବ - ଏ କଥା କେହି କହିପାରିବେ ନାହିଁ, କାହିଁକି ନା ଏହା ହେଉଛି ଅନାଦି ଅବିନାଶୀ
ଡ୍ରାମା । ଏ କଥା କେହି ହେଲେ ଜାଣିନାହାଁନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏବେ
ପରୀକ୍ଷାର ସମୟ ବହୁତ ନିକଟତ୍ତର, ସେଥିପାଇଁ ପୁରୁଷାର୍ଥ କରି ନିଜର ଏବଂ ସମସ୍ତଙ୍କର କଲ୍ୟାଣ
କରିବାକୁ ହେବ । ନିଜେ ପାଠପଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ, ଚ୍ୟାରିଟୀ ବିଗେନ୍ସ
ଆଟ୍ ହୋମ୍ ଅର୍ଥାତ୍ ଦାନପୁଣ୍ୟ ପ୍ରଥମେ ନିଜ ଘରୁ ହିଁ ଆରମ୍ଭ କରାଯାଇଥାଏ ।
(୨) ଦେହୀ-ଅଭିମାନ ହୋଇ
ଅବିନାଶୀ ଏବଂ ସଚ୍ଚା ରୋଜଗାର ଜମା କରିବାକୁ ହେବ । ନିଜର ଚାଲି-ଚଳଣିର ରେଜିଷ୍ଟର ରଖିବାକୁ ପଡିବ
। ଏପରି କୌଣସି ବିକର୍ମ ନ ହେଉ ଯାହା ଦ୍ୱାରା ରେଜିଷ୍ଟର ଖରାପ ହୋଇଯିବ ।
ବରଦାନ:-
ସମସ୍ତଙ୍କୁ
ଉମଙ୍ଗ-ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ସଚ୍ଚାସେବାଧାରୀ ହୁଅ ।
ସେବାଧାରୀ ଅର୍ଥାତ୍
ସମସ୍ତଙ୍କୁ ଉମଙ୍ଗ-ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ଆତ୍ମା । ଏବେ ସମୟ କମ୍ ଅଛି
କିନ୍ତୁ ଅଧିକରୁ ଅଧିକ ଆତ୍ମାମାନଙ୍କୁ ଆସିବାର ଅଛି । କେବଳ ଏତିକି ସଂଖ୍ୟାରେ ଖୁସି ହୋଇଯାଅ ନାହିଁ
ଯେ ବହୁତ ଆସିଗଲେଣି । ଏବେ ତ ବହୁତ ସଂଖ୍ୟା ବଢିବାର ଅଛି, ସେଥିପାଇଁ ତୁମେମାନେ ଯେଉଁ ପାଳନା
ନେଇଛ ତା’ର ପ୍ରତିଦାନ ଦିଅ । ଆସିବାକୁ ଥିବା ନିର୍ବଳ ଆତ୍ମାମାନଙ୍କର ସହଯୋଗୀ ହୋଇ ସେମାନଙ୍କୁ
ସମର୍ଥ ତଥା ଅଚଳ ଅଟଳ କର, ତେବେ କୁହାଯିବ ସଚ୍ଚା ସେବାଧାରୀ ।
ସ୍ଲୋଗାନ:-
ଆତ୍ମାକୁ ଯେବେ,
ଯେଉଁଠି ଏବଂ ଯେପରି ଇଚ୍ଛା ସେହିପରି ସ୍ଥିତିରେ ସ୍ଥିତ କରିଦିଅ - ଏହା ହିଁ ହେଉଛି ଆତ୍ମିକ
ଡ୍ରିଲ୍ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଶକ୍ତିଶାଳୀ ମନର ଲକ୍ଷଣ
ହେଲା ଗୋଟିଏ ସେକେଣ୍ଡରେ ଯେଉଁଠାରେ ଇଚ୍ଛା ସେଠାରେ ପହଞ୍ଚି ଯାଉଥିବ । ମନକୁ ଯଦି ଉଡିବା ଆସିଗଲା,
ଅଭ୍ୟାସ ହୋଇଗଲା ତେବେ ଗୋଟିଏ ସେକେଣ୍ଡରେ ଯେଉଁଠି ଇଚ୍ଛା ସେଠାରେ ପହଞ୍ଚି ଯାଇପାରିବ । ଏବେ ଏବେ
ସାକାର ବତନରେ, ଏବେ ଏବେ ପରମଧାମରେ, ସେକେଣ୍ଡର ବେଗରେ ଗତି କରିପାରିବ - ଏବେ ଏହି ଅଭ୍ୟାସକୁ
ବଢାଅ ।