09.10.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏବେ କଣ୍ଟାରୁ ଫୁଲ ହୋଇଛ, ତୁମକୁ ସର୍ବଦା ସମସ୍ତଙ୍କୁ ସୁଖ ଦେବାକୁ ହେବ, ତୁମେ କାହାକୁ ବି ଦୁଃଖ ଦେଇ ପାରିବ ନାହିଁ ।”

ପ୍ରଶ୍ନ:-
ଫାଷ୍ଟକ୍ଲାସ ଅର୍ଥାତ୍ ଉତ୍ତମ ପୁରୁଷାର୍ଥୀ ସନ୍ତାନମାନେ କେଉଁ କଥା ଖୋଲା ହୃଦୟରେ କହିବେ?

ଉତ୍ତର:-
ବାବା, ଆମେ ତ ସମ୍ମାନର ସହିତ ପାସ୍ ହୋଇ କରି ଦେଖାଇବୁ । ଆପଣ ନିଶ୍ଚିନ୍ତ ରୁହନ୍ତୁ । ସେମାନଙ୍କର ରେଜିଷ୍ଟର ଅର୍ଥାତ୍ ଚାଲିଚଳଣି ମଧ୍ୟ ବହୁତ ଭଲ ଥିବ, ସେମାନଙ୍କ ମୁଖରୁ କେବେ ବି ଏଭଳି କଥା ବାହାରିବ ନାହିଁ ଯେ ଏବେ ତ’ ଆମେ ପୁରୁଷାର୍ଥୀ ଅଟୁ । ପୁରୁଷାର୍ଥ କରି ଏପରି ମହାବୀର ହେବାର ଅଛି ଯେପରିକି ମାୟା ଟିକେ ବି ହଲାଇ ପାରିବ ନାହିଁ ।

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଆତ୍ମିକ ପିତାଙ୍କ ଦ୍ୱାରା ପଢୁଛନ୍ତି । ତେଣୁ ନିଜକୁ ଆତ୍ମା ଭାବିବା ଉଚିତ୍ । ନିରାକାର ପିତାଙ୍କର ଆମେ ନିରାକାରୀ ସନ୍ତାନ ଅର୍ଥାତ୍ ଆମେ ଆତ୍ମାମାନେ ତାଙ୍କ ନିକଟରେ ପାଠ ପଢୁଛୁ । ଦୁନିଆରେ ଦେହଧାରୀ ଶିକ୍ଷକ ହିଁ ପଢାଇଥା’ନ୍ତି । ଏଠି ହେଉଛନ୍ତି ନିରାକାର ପିତା, ନିରାକାର ଶିକ୍ଷକ, ବାକି ୟାଙ୍କର କିଛି ମୂଲ୍ୟ ନାହିଁ । ଶିବବାବା ବେହଦର ପିତା ଆସି ଏହାଙ୍କୁ ମୂଲ୍ୟବାନ କରୁଛନ୍ତି । ସବୁଠାରୁ ମୂଲ୍ୟବାନ ହେଲେ ଶିବବାବା, ସିଏ ସ୍ୱର୍ଗର ସ୍ଥାପନ କରିଥାନ୍ତି । କେତେ ଉଚ୍ଚ କାର୍ଯ୍ୟ କରୁଛନ୍ତି । ବାବାଙ୍କର ଯେପରି ସର୍ବୋଚ୍ଚ ବୋଲି ଗାୟନ ରହିଛି, ସନ୍ତାନମାନଙ୍କୁ ମଧ୍ୟ ସେହିପରି ଶ୍ରେଷ୍ଠ ହେବାର ଅଛି । ତୁମେ ଜାଣିଛ ଯେ ବାବା ହେଉଛନ୍ତି ସର୍ବୋଚ୍ଚ । ଏହା ମଧ୍ୟ ତୁମ ବୁଦ୍ଧିରେ ବରାବର ଅଛି ଯେ ଏବେ ସ୍ୱର୍ଗର ରାଜ୍ୟ ସ୍ଥାପନ ହେଉଛି, ଏହା ହେଉଛି ସଙ୍ଗମଯୁଗ । ପୁରୁଷୋତ୍ତମ ହେବା ପାଇଁ ଏହା ସତ୍ୟଯୁଗ ଏବଂ କଳିଯୁଗର ମଧ୍ୟରେ ଥିବା ସଙ୍ଗମଯୁଗ ଅଟେ । ମନୁଷ୍ୟମାନଙ୍କୁ ପୁରୁଷୋତ୍ତମ ଶବ୍ଦର ଅର୍ଥ ମଧ୍ୟ ଜଣାନାହିଁ । ଯିଏ ସର୍ବୋଚ୍ଚ ସେ ସର୍ବନିମ୍ନ ହୋଇଯାଇଛନ୍ତି । ପତିତ ଏବଂ ପାବନ ମଧ୍ୟରେ କେତେ ଅନ୍ତର ରହିଛି । ଯିଏ ଦେବତାମାନଙ୍କର ପୂଜାରୀ ଅଟନ୍ତି, ସେମାନେ ନିଜେ ବର୍ଣ୍ଣନା କରନ୍ତି ଯେ ଆପଣ ସର୍ବଗୁଣ ସମ୍ପନ୍ନ... ବିଶ୍ୱର ମାଲିକ । ଆମେ ବିଷୟ ବୈତରଣୀ ନଦୀରେ ଉବୁ-ଟୁବୁ ହେଉଛୁ । କେବଳ କଥାକୁ ମାତ୍ର କହିଥାନ୍ତି କିନ୍ତୁ କିଛି ବୁଝିନାହାଁନ୍ତି । ଏହି ଡ୍ରାମା ବଡ ବିଚିତ୍ର ଆଶ୍ଚର୍ଯ୍ୟଜନକ ଅଟେ । ଏହିପରି କଥା ସବୁ ତୁମେ ପ୍ରତି-କଳ୍ପରେ ଶୁଣୁଛ । ବାବା ଆସି ବୁଝାଉଛନ୍ତି । ଯାହାଙ୍କର ବାବାଙ୍କ ସହିତ ପୂରା ସ୍ନେହ ରହିଛି, ସେମାନେ ବହୁତ ଆକର୍ଷିତ ହୋଇଥାନ୍ତି । ଏବେ ଆତ୍ମାର ବାବାଙ୍କ ସହିତ କିପରି ମିଳନ ହେବ? ସାକାରରେ ହିଁ ମିଳନ ହୋଇଥାଏ, ନିରାକାରୀ ଦୁନିଆରେ ତ’ ଆକର୍ଷଣର କୌଣସି କଥା ହିଁ ନାହିଁ । ସେଠାରେ ସମସ୍ତେ ପବିତ୍ର ଥାଆନ୍ତି । ବିକାର ରୂପୀ କଳଙ୍କି ଛାଡି ଯାଇଥାଏ । ସେଠାରେ ଆକର୍ଷଣର କୌଣସି କଥା ନାହିଁ । ସ୍ନେହ କରିବାର କଥା ଏହିଠାରେ ହିଁ ହୋଇଥାଏ । ଏପରି ବାବାଙ୍କୁ ତ ଏକଦମ ଆପଣେଇ ନେବା ଦରକାର । ବାବା ଆପଣ ଚତ୍ମକାର କରୁଛନ୍ତି । ଆପଣ ଆମର ଜୀବନ ଏପରି ଶ୍ରେଷ୍ଠ କରୁଛନ୍ତି । ବାବାଙ୍କ ସହିତ ବହୁତ ସ୍ନେହ ରହିବା ଦରକାର । କିନ୍ତୁ ବାବାଙ୍କ ପ୍ରତି ସେତିକି ସ୍ନେହ ରହୁ ନାହିଁ କାହିଁକି ନା କଳଙ୍କି ଲାଗି ରହିଛି । ଯୋଗର ଯାତ୍ରା ବିନା କଳଙ୍କି ଛାଡିପାରିବ ନାହିଁ । ତେଣୁ ଏତେ ସ୍ନେହୀ ହୋଇପାରୁ ନାହାନ୍ତି । ତୁମଭଳି ଫୁଲମାନଙ୍କୁ ତ ଏହିଠାରେ ହିଁ ଫୁଟିବାର ଅଛି, ଫୁଲ ହେବାର ଅଛି । ତେବେ ଯାଇ ସେଠାରେ ଜନ୍ମ-ଜନ୍ମାନ୍ତର ପାଇଁ ଫୁଲ ହେବ । କେତେ ଖୁସି ହେବା ଉଚିତ ଯେ ଆମେ କଣ୍ଟାରୁ ଫୁଲ ହେଉଛୁ । ଫୁଲ ସମସ୍ତଙ୍କୁ ସର୍ବଦା ସୁଖ ଦେଇଥାଏ । ଫୁଲକୁ ସମସ୍ତେ ନିଜ ଆଖି ପଲକରେ ରଖିଥା’ନ୍ତି, ତା’ ଠାରୁ ସୁଗନ୍ଧ ନିଅନ୍ତି । ଫୁଲରୁ ଅତର ତିଆରି କରନ୍ତି । ଗୋଲାପ ଜଳ ତିଆରି କରନ୍ତି । ବାବା ତୁମକୁ କଣ୍ଟାରୁ ଫୁଲ କରୁଛନ୍ତି । ତେବେ ତୁମ୍ଭମାନଙ୍କର କାହିଁକି ଖୁସି ରହୁ ନାହିଁ । ବାବା ଆଶ୍ଚର୍ଯ୍ୟ ହେଉଛନ୍ତି, ଶିବବାବା ଆମକୁ ସ୍ୱର୍ଗର ଫୁଲ କରୁଛନ୍ତି । ଫୁଲ ବାସୀ ହୋଇଗଲେ ସମ୍ପୂର୍ଣ୍ଣ ମଉଳି ଯାଇଥାଏ । ତୁମ ବୁଦ୍ଧିରେ ଅଛି ଯେ ଏବେ ଆମେ ମନୁଷ୍ୟରୁ ଦେବତା ହେଉଛୁ । ତମୋପ୍ରଧାନ ମଣିଷ ଏବଂ ସତ୍ତ୍ୱପ୍ରଧାନ ଦେବତାମାନଙ୍କ ମଧ୍ୟରେ କେତେ ଅନ୍ତର ରହିଛି । ଏହା ମଧ୍ୟ ବାବାଙ୍କ ବିନା ଆଉ କେହି ବୁଝାଇ ପାରିବେ ନାହିଁ ।

ତୁମେ ଜାଣିଛ ଯେ ଆମେ ଦେବତା ହେବା ପାଇଁ ପାଠ ପଢୁଛୁ । ପାଠପଢାରେ ନିଶା ରହିଥାଏ ନା । ତୁମେମାନେ ମଧ୍ୟ ଜାଣୁଛ ଯେ ଆମେ ବାବାଙ୍କ ଠାରୁ ପାଠ ପଢି ବିଶ୍ୱର ମାଲିକ ହେଉଛୁ । ଏହା ତୁମର ଭବିଷ୍ୟତ ପାଇଁ ପାଠ ପଢା । ଭବିଷ୍ୟତ ପାଇଁ ପାଠ ପଢିବା କଥା କେବେ ଶୁଣିଛ? ତୁମେ ହିଁ କହୁଛ ଯେ ଆମେ ନୂଆ ଦୁନିଆ ପାଇଁ ପାଠ ପଢୁଛୁ । ନୂଆ ଜନ୍ମ ପାଇଁ । କର୍ମ-ଅକର୍ମ-ବିକର୍ମର ଗତି ମଧ୍ୟ ବାବା ବୁଝାଉଛନ୍ତି । ଗୀତାରେ ମଧ୍ୟ ଅଛି କିନ୍ତୁ ଗୀତା ପଢୁଥିବା ଲୋକେ ଏହାର ଅର୍ଥକୁ ଜାଣନ୍ତି ନାହିଁ ! ଏବେ ବାବାଙ୍କ ଠାରୁ ତୁମେ ଜାଣୁଛ ଯେ ସତ୍ୟଯୁଗରେ କର୍ମ, ଅକର୍ମ ହୋଇଥାଏ ପୁଣି ରାବଣ ରାଜ୍ୟରେ କର୍ମ, ବିକର୍ମ ହେବା ଆରମ୍ଭ ହୁଏ । ୬୩ ଜନ୍ମ ତୁମେ ଏପରି କର୍ମ କରି ଆସିଛ । ମୁଣ୍ଡ ଉପରେ ବିକର୍ମର ବୋଝ ବହୁତ ରହିଛି । ସମସ୍ତେ ପାପ ଆତ୍ମା ହୋଇଯାଇଛନ୍ତି । ତେବେ ଅତୀତର ସେହି ବିକର୍ମ କିପରି କଟିବ । ତୁମେ ଜାଣିଛ ଯେ ପ୍ରଥମେ ଆମେ ସତ୍ତ୍ୱପ୍ରଧାନ ଥିଲୁ ପୁଣି ୮୪ ଜନ୍ମ ନେଉଛୁ । ବାବା ଡ୍ରାମାର ଜ୍ଞାନ ବିଷୟରେ ଜଣାଇ ଦେଇଛନ୍ତି । ଯିଏ ପ୍ରଥମେ-ପ୍ରଥମେ ଆସିବେ, ପ୍ରଥମେ-ପ୍ରଥମେ ଯାହାଙ୍କର ରାଜ୍ୟ ହେବ, ସେହିମାନେ ୮୪ ଜନ୍ମ ନେବେ । ପୁଣି ବାବା ଆସି ରାଜ୍ୟ ଭାଗ୍ୟ ଦେବେ । ଏବେ ତୁମେ ରାଜ୍ୟ ନେଉଛ । ଜାଣିଛ ଯେ ଆମେ ୮୪ ଜନ୍ମର ଚକ୍ରରେ କିପରି ଆସିଛୁ । ବର୍ତ୍ତମାନ ପୁଣି ପବିତ୍ର ହେବାର ଅଛି । ବାବାଙ୍କୁ ମନେ ପକାଇ ପକାଇ ଆତ୍ମା ପବିତ୍ର ହୋଇଯିବ ପୁଣି ଏହି ପୁରୁଣା ଶରୀର ବିନାଶ ହୋଇଯିବ । ପିଲାମାନଙ୍କୁ ଅପାର ଖୁସି ରହିବା ଉଚିତ୍ । ଏହି ମହିମା ତ କେବେ ବି କେଉଁଠାରୁ ଶୁଣି ନ ଥିବ କି ଯିଏ ପିତା, ସିଏ ଶିକ୍ଷକ, ସିଏ ଗୁରୁ ମଧ୍ୟ ଅଟନ୍ତି । ସେ ମଧ୍ୟ ତିନି ରୂପରେ ସର୍ବୋଚ୍ଚ ଅଟନ୍ତି । ସତ୍ ପିତା, ସତ୍ ଶିକ୍ଷକ, ସତ୍ ଗୁରୁ ତିନିହେଁ ଏକ ଅଟନ୍ତି । ଏବେ ତୁମକୁ ଅନୁଭବ ହେଉଛି । ବାବା ଯିଏ କି ଜ୍ଞାନର ସାଗର, ସମସ୍ତ ଆତ୍ମାଙ୍କର ପିତା, ସିଏ ଆମକୁ ପଢାଉଛନ୍ତି । ଉପାୟ ବତାଉଛନ୍ତି । ପତ୍ରିକାରେ ମଧ୍ୟ ଭଲ-ଭଲ ପଏଣ୍ଟ୍‌ସ ବାହାରୁଛି । ହୋଇପାରେ ରଙ୍ଗୀନ ଚିତ୍ରର ପତ୍ରିକା ମଧ୍ୟ ଛପା ହେଉଛି । କେବଳ ଅକ୍ଷର ଛୋଟ-ଛୋଟ ହୋଇଯିବ । ଚିତ୍ର ତ’ ତିଆରି ହୋଇ ରହିଛି । କେଉଁଠାରେ କେହି ବି ତିଆରି କରିପାରିବେ । ତୁମେ ପ୍ରତ୍ୟେକ ଚିତ୍ରର ମାହାତ୍ମ୍ୟକୁ ଭଲ ଭାବରେ ଜାଣିଛ । ଶିବବାବାଙ୍କର କର୍ତ୍ତବ୍ୟକୁ ମଧ୍ୟ ତୁମେ ଜାଣିଛ । ସନ୍ତାନମାନେ ପିତାଙ୍କର କର୍ତ୍ତବ୍ୟ ପିତାଙ୍କ ଦ୍ୱାରା ହିଁ ଜାଣିବେ ନା । ତୁମେ କିଛି ବି ଜାଣି ନ ଥିଲ । ଛୋଟ ପିଲାମାନେ ପାଠ ପଢା ବିଷୟରେ କ’ଣ ଜାଣିବେ । ୫ ବର୍ଷ ପରେ ପାଠପଢା ଆରମ୍ଭ କରିଥା’ନ୍ତି । ପୁଣି ପାଠ ପଢୁ ପଢୁ ବଡ ବଡ ପରୀକ୍ଷାରେ ପାସ୍ ହେବା ପାଇଁ କିଛି ବର୍ଷ ଲାଗିଯାଇଥାଏ । ତୁମେ କେତେ ସାଧାରଣ କିନ୍ତୁ କ’ଣ ହେବାକୁ ଯାଉଛ! ବିଶ୍ୱର ମାଲିକ । ତୁମର କେତେ ଶୃଙ୍ଗାର ହେବ । ସେଠାକାର ଗାୟନ ଅଛି ମୁଖରେ ସୁନାର ଚାମଚ । ଏବେ ମଧ୍ୟ ଯଦି କେହି ଉତ୍ତମ ସନ୍ତାନ ଶରୀର ତ୍ୟାଗ କରୁଛନ୍ତି, ତେବେ ସେମାନେ ବହୁତ ଭଲ ଘରେ ଯାଇ ଜନ୍ମ ନେଉଛନ୍ତି । ତା’ହେଲେ ମୁଖରେ ସୁନାର ଚାମୁଚ ମିଳିଲା । ଆଗୁଆ ତ’ କେହି କାହା ପାଖକୁ ଯିବେ ନା । ସର୍ବ ପ୍ରଥମେ ନିର୍ବିକାରୀ ପିତାମାତାଙ୍କ ପାଖରେ ଶ୍ରୀକୃଷ୍ଣ ହିଁ ଜନ୍ମ ନେବେ । ବାକି ତ ସବୁ ଯିଏ ବି ଯିବେ, ସେମାନେ ବିକାରୀଙ୍କ ପାଖରେ ହିଁ ଜନ୍ମ ନେବେ । କିନ୍ତୁ ଗର୍ଭରେ ଏତେ ଦଣ୍ଡ ଭୋଗ କରିବେ ନାହିଁ । ବହୁତ ଭଲ ଘରେ ଜନ୍ମ ନେବେ । ଦଣ୍ଡ ତ ଶେଷ ହୋଇଗଲା ଆଉ ବାକି ଅଳ୍ପ କିଛି ଥିବ । ଏତେ ଦୁଃଖ ଭୋଗିବେ ନାହିଁ । ଆଗକୁ ଗଲେ ଦେଖିବ ତୁମ ପାଖକୁ ବଡ-ବଡ ଘରର ସନ୍ତାନ ରାଜକୁମାର-ରାଜକୁମାରୀମାନେ କିପରି ଆସିବେ । ବାବା ତୁମର କେତେ ମହିମା କରୁଛନ୍ତି । ମୁଁ ତୁମକୁ ନିଜ ଠାରୁ ମଧ୍ୟ ଉଚ୍ଚ କରୁଛି । ଯେପରି ଲୌକିକ ପିତା ନିଜର ପିଲାଙ୍କୁ ସୁଖି କରିଥା’ନ୍ତି । ବାସ୍ ୬୦ ବର୍ଷ ହେଲେ ନିଜେ ବାନପ୍ରସ୍ଥରେ ଚାଲି ଯାଆନ୍ତି, ଭକ୍ତିରେ ମଜ୍ଜି ଯାଆନ୍ତି । ଜ୍ଞାନ ତ କେହି ଦେଇ ପାରିବେ ନାହିଁ । ଜ୍ଞାନ ଦ୍ୱାରା ସମସ୍ତଙ୍କର ସଦ୍‌ଗତି ମୁଁ କରିଥାଏ । ତୁମ ପାଇଁ ସମସ୍ତଙ୍କର କଲ୍ୟାଣ ହୋଇଯାଏ କାହିଁକି ନା ତୁମ ପାଇଁ ନିଶ୍ଚୟ ନୂଆ ଦୁନିଆ ଦରକାର । ତୁମେ କେତେ ଖୁସି ହେଉଛ । ଏବେ ଶାକାହାରୀମାନଙ୍କର ସମ୍ମିଳନୀକୁ ମଧ୍ୟ ତୁମମାନଙ୍କୁ ନିମନ୍ତ୍ରଣ ମିଳିଛି । ବାବା ତ’ କହୁଛନ୍ତି ସାହସ ରଖ । ଦିଲ୍ଲୀ ଭଳି ସହରରେ ତ ସନ୍ଦେଶର ପୁରା ପ୍ରଚାର ହୋଇଯାଉ । ଦୁନିଆରେ ଅନ୍ଧଶ୍ରଦ୍ଧାର ଭକ୍ତି ବହୁତ ରହିଛି । ସତ୍ୟଯୁଗ ତ୍ରେତାଯୁଗରେ ଭକ୍ତିର କୌଣସି କଥା ନ ଥାଏ । ଅଧାକଳ୍ପ ଜ୍ଞାନର ପ୍ରାରବ୍ଧ ମିଳେ । ବେହଦର ବାବାଙ୍କ ଠାରୁ ତୁମକୁ ୨୧ ଜନ୍ମର ବର୍ସା (ସମ୍ପତ୍ତି) ମିଳୁଛି । ପୁଣି ତୁମେ ୨୧ ପିଢି ସୁଖ ଭୋଗୁଛ । ବୁଢା ହେବା ପର୍ଯ୍ୟନ୍ତ ଦୁଃଖର ନାମ ରହେ ନାହିଁ, ସାରା ଆୟୁଷ ସୁଖରେ ରହୁଛ । ଯେତିକି ସମ୍ପତ୍ତି ପାଇବାର ପୁରୁଷାର୍ଥ କରିବ, ସେତିକି ଉଚ୍ଚ ପଦ ପାଇବ । ତେଣୁ ପୂରା ପୁରୁଷାର୍ଥ କରିବା ଦରକାର । ତୁମେ ଦେଖୁଛ ଯେ କ୍ରମାନ୍ୱୟରେ ମାଳା କିପରି ତିଆରି ହେଉଛି । ପୁରୁଷାର୍ଥ ଅନୁସାରେ ହିଁ ତିଆରି ହେବ । ତୁମେ ହେଉଛ, ୱାଣ୍ଡରଫୁଲ ଛାତ୍ର । ସ୍କୁଲରେ ମଧ୍ୟ ପିଲାମାନଙ୍କୁ ଲକ୍ଷ୍ୟ ସ୍ଥଳ ପର୍ଯ୍ୟନ୍ତ ଦୌଡାନ୍ତି ନା । ବାବା ମଧ୍ୟ କହୁଛନ୍ତି, ତୁମକୁ ଲକ୍ଷ୍ୟ ସ୍ଥଳ ପର୍ଯ୍ୟନ୍ତ ଦୌଡ ଲଗାଇ ପୁଣି ଏହିଠାକୁ ହିଁ ଆସିବାକୁ ହେବ । ତୁମେ ଯୋଗର ଯାତ୍ରା ଦ୍ୱାରା ଦୌଡ ଲଗାଅ ତେବେ ତୁମେ ନମ୍ବରୱାନ୍‌ରେ ଆସିଯିବ । ମୁଖ୍ୟ ହେଉଛି ଯୋଗର ଯାତ୍ରା । କହୁଛନ୍ତି ବାବା, ମୁଁ ଭୁଲି ଯାଉଛି । ଆରେ, ବାବା ତୁମକୁ ଏତେ ବଡ ବିଶ୍ୱର ମାଲିକ କରାଉଛନ୍ତି, ତୁମେ ତାଙ୍କୁ ଭୂଲି ଯାଉଛ । ତୋଫାନ ତ’ ଭଲେ ଆସିବ । ବାବା ସାହସ ଦେବେ ନା । ତା’ ସହିତ କହୁଛନ୍ତି ଏହା ହେଉଛି ଯୁଦ୍ଧ ସ୍ଥଳ । ବାସ୍ତବରେ ବାବାଙ୍କୁ ହିଁ ଯୁଧିଷ୍ଠିର କହିବା ଉଚିତ, ଯିଏ କି ଯୁଦ୍ଧ ଶିଖାଉଛନ୍ତି । ଯୁଧିଷ୍ଠିର ବାବା ମାୟା ସହିତ କିପରି ଯୁଦ୍ଧ କରିପାରିବ ତାହା ତୁମକୁ ଶିଖାଉଛନ୍ତି । ବର୍ତ୍ତମାନ ଏହା ହେଉଛି ଯୁଦ୍ଧକ୍ଷେତ୍ର ନା । ବାବା କହୁଛନ୍ତି, କାମ ବିକାର ମହାଶତ୍ରୁ ଅଟେ, ତା’ ଉପରେ ବିଜୟ ପ୍ରାପ୍ତ କଲେ ତୁମେ ଜଗତଜିତ୍ ହେବ । ତୁମକୁ ମୁଖରେ କିଛି ବି ଜପିବାର ନାହିଁ, କହିବାର ନାହିଁ । ଚୁପ ରହିବାର ଅଛି । ଭକ୍ତିମାର୍ଗରେ କେତେ ମେହେନତ୍ କରୁଛନ୍ତି । ମନ ଭିତରେ ରାମ-ରାମ ଜପ କରନ୍ତି, ତାହାକୁ ହିଁ ନବଧା ଭକ୍ତି କୁହାଯାଏ । ତୁମେ ଜାଣିଛ ଯେ, ବାବା ଆମକୁ ନିଜ ମାଳାର ଦାନା କରୁଛନ୍ତି । ତୁମେ ରୁଦ୍ରମାଳାର ଦାନା ହେବାକୁ ଯାଉଛ, ଯାହାକୁ ପୁଣି ପୂଜା କରିବେ । ବର୍ତ୍ତମାନ ରୁଦ୍ରମାଳା ଏବଂ ରୁଣ୍ଡ ମାଳା ତିଆରି ହେଉଛି । ବିଷ୍ଣୁଙ୍କର ମାଳାକୁ ରୁଣ୍ଡ ମାଳା କୁହାଯାଏ । ତୁମେ ବିଷ୍ଣୁଙ୍କ ଗଳାର ହାର ହେଉଛ । କିପରି ହେବ? ଯେତେବେଳେ ଦୌଡରେ ଜିତିବ । ବାବାଙ୍କୁ ମନେ ପକାଇବାର ଅଛି ଏବଂ ୮୪ର ଚକ୍ରକୁ ଜାଣିବାର ଅଛି । ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ । ତୁମେ କିପରି ଲାଇଟ ହାଉସ ଅର୍ଥାତ୍ ବତୀଘର ଅଟ । ଗୋଟିଏ ଆଖିରେ ମୁକ୍ତିଧାମ, ଆଉ ଗୋଟିଏ ଆଖିରେ ଜୀବନମୁକ୍ତିଧାମ । ଏହି ଚକ୍ରକୁ ଜାଣିଲେ ତୁମେ ଚକ୍ରବର୍ତ୍ତି ରାଜା, ସୁଖଧାମର ମାଲିକ ହୋଇଯିବ । ତୁମର ଆତ୍ମା କହୁଛି ଯେ ଏବେ ଆମେ ଆତ୍ମା ସବୁ ନିଜ ଘରକୁ ଯିବା । ଘରକୁ ମନେ ପକାଇ ପକାଇ ଚାଲିଯିବା । ଏହା ହେଉଛି ସ୍ମୃତିର ଯାତ୍ରା । ତୁମର ଯାତ୍ରା ଦେଖ କିପରି ଫାଷ୍ଟକ୍ଲାସ ଅଟେ । ବାବା ଜାଣନ୍ତି ଆମେ ଏହିପରି ବସି-ବସି କ୍ଷୀର ସାଗରକୁ ଯିବା । ବିଷ୍ଣୁଙ୍କୁ କ୍ଷୀର ସାଗରରେ ଦେଖାଇଥା’ନ୍ତି ନା । ବାବାଙ୍କୁ ମନେ ପକାଇ ପକାଇ କ୍ଷୀର ସାଗରକୁ ଚାଲିଯିବା । ଏବେ ତ’ କ୍ଷୀର ସାଗର ନାହିଁ । ଯିଏ କ୍ଷୀର ସାଗର ନାମକ ପୋଖରୀ ତିଆରି କରିଛନ୍ତି, ସିଏ ନିଶ୍ଚୟ କ୍ଷୀର ଢାଳି ଥିବେ । ପୂର୍ବେ ତ କ୍ଷୀର ବହୁତ ଶସ୍ତା ଥିଲା । ଏକ ପଇସାରେ ଲୋଟା ଭରି ହୋଇଯାଉଥିଲା । ତେବେ ପୋଖରୀ କାହିଁକି ଭରି ଯାଉ ନ ଥିବ । ଏବେ ତ କ୍ଷୀର କେଉଁଠି ଅଛି । ପାଣି ହିଁ ପାଣି ହୋଇଗଲାଣି । ବାବା ନେପାଳରେ ବିଷ୍ଣୁଙ୍କର ବହୁତ ବଡ ଚିତ୍ର ଦେଖିଛନ୍ତି । ତାହାକୁ ଶ୍ୟାମଳ ହିଁ କରି ଦେଇଛନ୍ତି । ଏବେ ତୁମେ ଯୋଗର ଯାତ୍ରା ଦ୍ୱାରା ଏବଂ ସ୍ୱଦର୍ଶନ ଚକ୍ର ଘୂରାଇବା ଦ୍ୱାରା ବିଷ୍ଣୁ ପୁରୀର ମାଲିକ ହେଉଛ । ଦୈବୀଗୁଣ ମଧ୍ୟ ଏହିଠାରେ ହିଁ ଧାରଣ କରିବାକୁ ହେବ । ଏହା ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ । ପାଠ ପଢି-ପଢି ତୁମେ ପୁରୁଷୋତ୍ତମ ହୋଇଯିବ । ଆତ୍ମାର କନିଷ୍ଠ ପଣିଆ ଛାଡି ଯିବ । ପ୍ରତିଦିନ ବାବା ବୁଝାଉଛନ୍ତି ତେଣୁ ନିଶା ଚଢିବା ଦରକାର । ପିଲାମାନେ କହୁଛନ୍ତି, ବାବା, ଆମେ ପୁରୁଷାର୍ଥ କରୁଛୁ । ଆରେ, ଖୋଲା ହୃଦୟରେ କୁହ ନା - ବାବା, ମୁଁ ତ ନିଶ୍ଚୟ ସମ୍ମାନର ସହିତ ପାସ ହୋଇ କରି ଦେଖାଇବି । ଆପଣ ଚିନ୍ତା କରନ୍ତୁ ନାହିଁ । ଫାଷ୍ଟକ୍ଲାସ ସନ୍ତାନମାନେ ଯିଏ କି ଠିକ୍ ଭାବେ ପଢୁଛନ୍ତି, ସେମାନଙ୍କର ଚରିତ୍ର ମଧ୍ୟ ଭଲ ହୋଇଥିବ । ବାବାଙ୍କୁ କହିବା ଦରକାର - ବାବା ଆପଣ ନିଶ୍ଚିନ୍ତ ରୁହନ୍ତୁ, ମୁଁ ଏହିପରି ହୋଇ ଦେଖାଇବି । ବାବା ମଧ୍ୟ ଜାଣିଛନ୍ତି ନା କେତେକ ନିମିତ୍ତ ଟିଚର୍ ବହୁତ ଫାଷ୍ଟକ୍ଲାସ ଅଛନ୍ତି । ସମସ୍ତେ ତ’ ଫାଷ୍ଟକ୍ଲାସ ହୋଇ ପାରିବେ ନାହିଁ । ଭଲ ଭଲ ଟିଚରମାନେ ପରସ୍ପରକୁ ମଧ୍ୟ ଜାଣିଛନ୍ତି । ସମସ୍ତଙ୍କୁ ମହାରଥୀମାନଙ୍କ ତାଲିକାରେ ରଖି ହେବ ନାହିଁ । ସୁନ୍ଦର ଏବଂ ବଡ-ବଡ ସେଣ୍ଟର ଖୋଲିଲେ ତ ଉଚ୍ଚ ସ୍ତରର ବ୍ୟକ୍ତିମାନେ ଆସିବେ । କଳ୍ପ ପୂର୍ବେ ମଧ୍ୟ ହୁଣ୍ଡି ଭରି ଥିଲା । ସାଁବଲଶାହ ଅର୍ଥାତ୍ ଧନବାନ ବାବା ହୁଣ୍ଡି ନିଶ୍ଚୟ ଭରିଦେବେ । ଉଭୟ ପିତା ସନ୍ତାନସନ୍ତତିଙ୍କର ଦାୟିତ୍ୱ ନେଉଛନ୍ତି । ପ୍ରଜାପିତା ବ୍ରହ୍ମାଙ୍କର କେତେ ସନ୍ତାନ ଅଛନ୍ତି । କେହି ଗରିବ, କେହି ସାଧାରଣ, କେହି ସାହୁକାର ଅଛନ୍ତି । କଳ୍ପ ପୂର୍ବେ ମଧ୍ୟ ଏମାନଙ୍କ ଦ୍ୱାରା ରାଜ୍ୟ ସ୍ଥାପନ ହୋଇଥିଲା ଯାହାକୁ ଦୈବୀ ରାଜସ୍ଥାନ କୁହାଯାଉଥିଲା । ଏବେ ତ ହେଉଛି ଆସୁରୀ ରାଜସ୍ଥାନ । ସାରା ବିଶ୍ୱ ଦୈବୀ ରାଜସ୍ଥାନ ଥିଲା, ଏତେ ସବୁ ରାଷ୍ଟ୍ର ନ ଥିଲା । ଏହି ଦିଲ୍ଲୀ ଯମୁନା କୂଳରେ ଥିଲା, ତା’କୁ ପରିସ୍ତାନ କୁହାଯାଉଥିଲା । ସେଠିକାର ନଦୀମାନେ କେବେହେଲେ ଉଚ୍ଛୁଳନ୍ତି ନାହିଁ । ଏବେ ତ’ ନଦୀଗୁଡିକ କେତେ ଉଚ୍ଛୁଳୁଛନ୍ତି, ନଦୀବନ୍ଧ ଭାଙ୍ଗି ଯାଉଛି । ଆମେ ଯେପରି କି ପ୍ରକୃତିର ଦାସ ହୋଇଯାଇଛୁ । ପୁଣି ଆମେ ହିଁ ପ୍ରକୃତିର ମାଲିକ ହୋଇଯିବା । ସେଠାରେ ମାୟାର ଶକ୍ତି ନଥିବ ଯାହାକି ତୁମର ବେଇଜ୍ଜତି କରିବ । ଧରଣୀର ଏତେ ଶକ୍ତି ନ ଥିବ ଯାହାଦ୍ୱାରା କି ହଲିପାରିବ । ତୁମକୁ ବି ମହାବୀର ହେବାର ଅଛି । ହନୁମାନଙ୍କୁ ମହାବୀର କହୁଛନ୍ତି ନା । ବାବା କହୁଛନ୍ତି ତୁମେ ସବୁ ମହାବୀର ଅଟ । ମହାବୀର ସନ୍ତାନମାନେ କେବେହେଲେ ହଲିବେ ନାହିଁ । ମହାବୀର, ମହାବୀରନୀ ମାନଙ୍କର ମନ୍ଦିର ତିଆରି ହୋଇଛି । ସମସ୍ତଙ୍କର ଚିତ୍ର କ’ଣ ରଖି ହେବ କି! ନମୁନା ରୂପରେ ପ୍ରତିମୂର୍ତ୍ତି ତିଆରି ହୋଇଛି । ଏବେ ତୁମେ ଭାରତକୁ ସ୍ୱର୍ଗ କରୁଛ ତେଣୁ କେତେ ଖୁସି ହେବା ଦରକାର । ତୁମ ଭିତରେ କେତେ ଭଲ ଗୁଣ ରହିବା ଦରକାର । ବର୍ତ୍ତମାନ ଅବଗୁଣ ଗୁଡିକୁ ବାହାର କରି ଚାଲ । ସଦା ସର୍ବଦା ହର୍ଷିତ ରହିବା ଦରକାର । ତୋଫାନ ତ’ ଆସିବ । ତୋଫାନ ଆସିଲେ ତ’ ମହାବୀରନୀଙ୍କର ଶକ୍ତି ଦେଖିବାକୁ ମିଳିବ । ତୁମେ ଯେତେ ଶକ୍ତିଶାଳୀ ହେବ, ସେତେ ତୋଫାନ ଆସିବ । ଏବେ ତୁମେ ପୁରୁଷାର୍ଥ କରି କରି ପୁରୁଷାର୍ଥର କ୍ରମାନୁସାରେ ମହାବୀର ହେଉଛ । ଜ୍ଞାନର ସାଗର ବାବା ହିଁ ଅଟନ୍ତି । ବାକି ଆଉ ସବୁ ଶାସ୍ତ୍ର ଆଦି ଭକ୍ତି ମାର୍ଗର ସାମଗ୍ରୀ ଅଟେ । ତୁମ ପାଇଁ ଏହା ହେଉଛି ପୁରୁଷୋତ୍ତମ ସଂଙ୍ଗମଯୁଗ । କୃଷ୍ଣଙ୍କର ଆତ୍ମା ଏହିଠାରେ ହିଁ ବସିଛନ୍ତି । ଇଏ ହେଉଛନ୍ତି ଭାଗିରଥ । ଏମିତିରେ ତୁମ୍ଭେମାନେ ମଧ୍ୟ ସମସ୍ତେ ଭାଗିରଥ ଅଟ, ଭାଗ୍ୟଶାଳୀ ଅଟ ନା । ଭକ୍ତିମାର୍ଗରେ ବାବା ତ କାହାର ବି ସାକ୍ଷାତ୍‌କାର କରାଇପାରିବେ । ଏହି କାରଣରୁ ମନୁଷ୍ୟମାନେ ସର୍ବବ୍ୟାପୀ କହିଦେଇଛନ୍ତି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ । ତୁମେ ପିଲାମାନେ ବହୁତ ଶ୍ରେଷ୍ଠ ପାଠ ପଢୁଛ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆତ୍ମାରେ ଯେଉଁ କଳଙ୍କି ଲାଗିଛି ତାକୁ ଯୋଗର ଯାତ୍ରା ଦ୍ୱାରା ବାହାର କରି ବହୁତ-ବହୁତ ସୁନ୍ଦର ହେବାର ଅଛି । ସ୍ନେହ ଏପରି ହେବା ଉଚିତ୍ ଯାହାକି ସର୍ବଦା ବାବାଙ୍କର ଆକର୍ଷଣ ରହୁଥିବ ।

(୨) ମାୟାର ତୋଫାନକୁ ଡରିବାର ନାହିଁ, ମହାବୀର ହେବାର ଅଛି । ନିଜର ଅବଗୁଣ ଗୁଡିକୁ ବାହାର କରି ଦେବାକୁ ହେବ, ସଦା ହର୍ଷିତ ରହିବାକୁ ହେବ, କେବେ ବି ହଲ୍‌ଚଲ୍ ହେବାର ନାହିଁ ।

ବରଦାନ:-
ଶୁଦ୍ଧ ସଂକଳ୍ପର ଶକ୍ତିର ଷ୍ଟକ ଦ୍ୱାରା ମାନସୀକ ସେବାର ସହଜ ଅନୁଭବୀ ହୁଅ ।

ଅନ୍ତର୍ମୁଖୀ ହୋଇ ଶୁଦ୍ଧ ସଂକଳ୍ପର ଶକ୍ତିର ଷ୍ଟକ ଜମା କର । ଏହି ଶୁଦ୍ଧ ସଂକଳ୍ପର ଶକ୍ତି ସହଜରେ ନିଜର ବ୍ୟର୍ଥ ସଂକଳ୍ପ ଗୁଡିକୁ ସମାପ୍ତ କରିଦେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶୁଭଭାବନା, ଶୁଭକାମନା ସ୍ୱରୂପ ଦ୍ୱାରା ପରିବର୍ତ୍ତନ କରିପାରିବ । ତେବେ ଶୁଦ୍ଧ ସଂକଳ୍ପର ଷ୍ଟକ ଜମା କରିବା ପାଇଁ ମୁରଲୀର ପ୍ରତ୍ୟେକ ପଏଣ୍ଟକୁ ଶୁଣିବା ସହିତ ତାକୁ ଶକ୍ତି ରୂପରେ ସବୁ ସମୟରେ କାର୍ଯ୍ୟରେ ଲଗାଅ । ଯେତିକି ଶୁଦ୍ଧ ସଂକଳ୍ପର ଶକ୍ତିର ଷ୍ଟକ ଜମା ହୋଇଥିବ ସେତିକି ମାନସୀକ ସେବାର ସହଜ ଅନୁଭବ ହୋଇ ଚାଲିଥିବ ।

ସ୍ଲୋଗାନ:-
ଯଦି ମନ ଭିତରୁ ସଦାକାଳ ପାଇଁ ଇର୍ଷା, ଦ୍ୱେଷ ଇତ୍ୟାଦିକୁ ବିଦାୟ ଦେଇ ଦେବ ତେବେ ଯାଇ ବିଜୟ ହେବ ।

ଅବ୍ୟକ୍ତ ଈଶାରା:- ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।

ବର୍ତ୍ତମାନ ଯେତିକି ନିଜର ଶରୀର-ମନ-ଧନ ଏବଂ ସମୟକୁ ସେବାରେ ଲଗାଉଛ, ତା’ଠାରୁ ବହୁତ କମ୍ ସମୟ ଭିତରେ ମାନସୀକ ଶକ୍ତି ଆଧାରରେ ସେବା କରିବା ଦ୍ୱାରା ସଫଳତା ଅଧିକ ମିଳିବ । ଏବେ ନିଜର ସ୍ୱଭାବ-ସଂସ୍କାରକୁ ପରିବର୍ତ୍ତନ କରିବା ପାଇଁ ବା ସଂଗଠନ ଭିତରେ ଚାଲିବା ପାଇଁ ବା ସେବାରେ ସଫଳତା କମ୍ ଦେଖି ନିରାଶ ନ ହେବା ପାଇଁ ଯେପରି କେବେ କେବେ ମେହନତ କରିବାକୁ ପଡୁଛି ଏ ସବୁ ସମାପ୍ତ ହୋଇଯିବ ।