09.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ଭକ୍ତ ଆତ୍ମାରୁ ଜ୍ଞାନୀ ଆତ୍ମା ଏବଂ ପତିତରୁ ପବିତ୍ର କରିବା ପାଇଁ ଆସିଛନ୍ତି । ”
ପ୍ରଶ୍ନ:-
ଜ୍ଞାନବାନ
ସନ୍ତାନମାନେ ସର୍ବଦା କେଉଁ ଚିନ୍ତନରେ ରହିଥା’ନ୍ତି?
ଉତ୍ତର:-
ମୁଁ ଏକ ଅବିନାଶୀ ଆତ୍ମା, ଏହି ଶରୀର ବିନାଶୀ । ମୁଁ ୮୪ଟି ଶରୀର ଧାରଣ କରିଛି । ବର୍ତ୍ତମାନ ଏହା
ମୋର ଶେଷ ଜନ୍ମ । ଆତ୍ମା କେବେ ଛୋଟ ବଡ ହୁଏ ନାହିଁ । ଶରୀର ହିଁ ଛୋଟ ବଡ ହୋଇଥାଏ । ଏହି ଆଖି
ଦୁଇଟି ଶରୀରରେ ଅଛି କିନ୍ତୁ ଏହା ଦ୍ୱାରା ଦେଖିବାବାଲା ମୁଁ ଆତ୍ମା ଅଟେ । ବାବା ଆତ୍ମାମାନଙ୍କୁ
ହିଁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି । ସେ ମଧ୍ୟ ଶରୀରର ଆଧାର ନ ନେବା ପର୍ଯ୍ୟନ୍ତ ପାଠ ପଢାଇ
ପାରିବେ ନାହିଁ । ଜ୍ଞାନବାନ ସନ୍ତାନମାନେ ସବୁବେଳେ ଏହିଭଳି ଚିନ୍ତନ କରିଥା’ନ୍ତି ।
ଓମ୍ ଶାନ୍ତି ।
ଏକଥା କିଏ କହିଲେ?
ଆତ୍ମା । ଅବିନାଶୀ ଆତ୍ମା ଶରୀର ଦ୍ୱାରା କହିଲା । ଶରୀର ଏବଂ ଆତ୍ମା ମଧ୍ୟରେ କେତେ ଫରକ ରହିଛି ।
ଶରୀର ପାଞ୍ଚତତ୍ତ୍ୱ ଦ୍ୱାରା ନିର୍ମିତ ଏତେ ବଡ ପିତୁଳା ଅଟେ । ଏହା ଛୋଟ ହେଲେ ମଧ୍ୟ ଆତ୍ମାଠାରୁ
ତ ବଡ ନିଶ୍ଚୟ । ପ୍ରଥମେ ତ ଅତି ଛୋଟ ପିଣ୍ଡ ସଦୃଶ ହୋଇଥାଏ, ଯେତେବେଳେ ଅଳ୍ପ ବୃଦ୍ଧି ହୁଏ
ସେତେବେଳେ ଆତ୍ମା ପ୍ରବେଶ କରେ । କ୍ରମଶଃ ବଡ ହୋଇ ଏତେ ବଡ ହୋଇଯାଏ । ଆତ୍ମା ତ ଚୈତନ୍ୟ ଅଟେ ।
ଯେ ପର୍ଯ୍ୟନ୍ତ ଆତ୍ମା ପ୍ରବେଶ କରି ନ ଥାଏ, ସେ ପର୍ଯ୍ୟନ୍ତ ପିତୁଳା ମୂଲ୍ୟହୀନ । କେତେ ଅନ୍ତର
ରହିଛି । କଥାବାର୍ତ୍ତା କରିବା ଚାଲିବା ବୁଲିବା ତ ଆତ୍ମା ହିଁ କରିଥାଏ ନା । କିନ୍ତୁ ଆତ୍ମା କେତେ
ଛୋଟ ବିନ୍ଦୁ । ଆତ୍ମା କେବେ ଛୋଟ ବଡ ହୁଏ ନାହିଁ । ତା’ର ବିନାଶ ମଧ୍ୟ କେବେ ହୁଏ ନାହିଁ । ତେବେ
ଏ କଥା ପରମ ଆତ୍ମା ଶିବବାବା ବୁଝାଉଛନ୍ତି ଯେ ମୁଁ ମଧ୍ୟ ଅବିନାଶୀ ଅଟେ ଏବଂ ଏହି ଶରୀର ବିନାଶୀ ।
ଏହାଙ୍କ ଠାରେ ମୁଁ ପ୍ରବେଶ କରି ପାର୍ଟ କରିଥାଏ । ଏହିସବୁ କଥା ତୁମେ ବର୍ତ୍ତମାନ ଚିନ୍ତନ କରୁଛ
। ଆଗରୁ ତ ନା ଆତ୍ମାକୁ ଜାଣିଥିଲ, ନା ପରମାତ୍ମାଙ୍କୁ ଜାଣିଥିଲ । କେବଳ ନାମକୁ ମାତ୍ର
କହିଦେଉଥିଲ, ହେ ପରମପିତା ପରମାତ୍ମା । ନିଜକୁ ଆତ୍ମା ବୋଲି ଜାଣିଥିଲ, କିନ୍ତୁ ପୁଣି କେହି
କହିଦେଲେ ଯେ ତୁମେ ପରମାତ୍ମା ଅଟ । ଏ କଥା କିଏ କହିଲେ? ଭକ୍ତିମାର୍ଗର ଗୁରୁମାନେ ଏବଂ ଶାସ୍ତ୍ର
। ସତ୍ୟଯୁଗରେ ଏଭଳି ତ କେହି କହିବେ ନାହିଁ । ଏବେ ବାବା ବୁଝାଉଛନ୍ତି, ତୁମେ ମୋର ସନ୍ତାନ ।
ଆତ୍ମା ପ୍ରାକୃତିକ ଅଟେ, ଶରୀର ଅପ୍ରାକୃତିକ, ଏହି ୫ ତତ୍ତ୍ୱରେ ତିଆରି ହୋଇଛି । ଯେ ପର୍ଯ୍ୟନ୍ତ
ଶରୀରରେ ଆତ୍ମା ଥାଏ, ସେ ପର୍ଯ୍ୟନ୍ତ କଥାବାର୍ତ୍ତା ଚାଲିଥାଏ । ବର୍ତ୍ତମାନ ତୁମେ ସନ୍ତାନମାନେ
ଜାଣୁଛ ଯେ, ଆମ ଆତ୍ମାମାନଙ୍କୁ ବାବା ଆସି ବୁଝାଉଛନ୍ତି । ଏହି ସଂଗମଯୁଗରେ ହିଁ ନିରାକାର ଶିବବାବା
ଆସି ଏହାଙ୍କ (ବ୍ରହ୍ମାଙ୍କ) ଶରୀରର ଆଧାରରେ ଶୁଣାଉଛନ୍ତି । ଏହି ସ୍ଥୂଳ ଆଖି ତ ଶରୀରରେ ରହିଛି ।
ବର୍ତ୍ତମାନ ବାବା ଆସି ଜ୍ଞାନଚକ୍ଷୁ ଦେଉଛନ୍ତି । ଆତ୍ମାରେ ଜ୍ଞାନ ନ ଥିଲେ ଅଜ୍ଞାନ ଚକ୍ଷୁ
କୁହାଯିବ । ବାବା ଆସିବା ମାତ୍ରେ ଆତ୍ମାକୁ ଜ୍ଞାନଚକ୍ଷୁ ମିଳିଯାଇଥାଏ । ଆତ୍ମା ହିଁ ସବୁ କିଛି
କରିଥାଏ । ଆତ୍ମା ଶରୀର ଦ୍ୱାରା କର୍ମ କରିଥାଏ । ବର୍ତ୍ତମାନ ତୁମେମାନେ ଜାଣୁଛ ବାବା ଏହି ଶରୀରକୁ
ଧାରଣ କରିଛନ୍ତି । ନିଜର ରହସ୍ୟକୁ ମଧ୍ୟ ବତାଉଛନ୍ତି ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ
ମଧ୍ୟ ବୁଝାଉଛନ୍ତି । ସାରା ନାଟକର ଜ୍ଞାନ ମଧ୍ୟ ଦେଉଛନ୍ତି । ଆଗରୁ ତୁମକୁ କିଛି ବି ଜଣା ନ ଥିଲା
। ହଁ, ଏହା ନିଶ୍ଚିତ ନାଟକ ଅଟେ । ସୃଷ୍ଟିରୂପୀ ଚକ୍ର ଘୂରି ଚାଲିଛି । କିନ୍ତୁ କିପରି ଘୂରୁଛି ଏ
କଥା କେହି ଜାଣିନାହାଁନ୍ତି । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବର୍ତ୍ତମାନ
ତୁମମାନଙ୍କୁ ମିଳୁଛି । ବାକି ତ ସବୁ ଭକ୍ତି ଅଟେ । ବାବା ହିଁ ଆସି ତୁମକୁ ଜ୍ଞାନୀ ତୁ ଆତ୍ମା
କରୁଛନ୍ତି । ଆଗରୁ ତୁମେମାନେ ଭକ୍ତ ଆତ୍ମା ଥିଲ । ଭକ୍ତି କରୁଥିଲ । ବର୍ତ୍ତମାନ ଶୁଣୁଛ ।
ଭକ୍ତିକୁ ଅନ୍ଧକାର କୁହାଯାଏ । ଏମିତି କୁହାଯିବ ନାହିଁ ଯେ, ଭକ୍ତି ଦ୍ୱାରା ଭଗବାନ ମିଳନ୍ତି ।
ବାବା ବୁଝାଉଛନ୍ତି, ଭକ୍ତିର ମଧ୍ୟ ପାର୍ଟ ଅଛି ଜ୍ଞାନର ମଧ୍ୟ ପାର୍ଟ ଅଛି । ତୁମେମାନେ ଜାଣୁଛ ଯେ
- ଆମେମାନେ ଯେତେବେଳେ ଭକ୍ତି କରୁଥିଲୁ ସେତେବେଳେ କୌଣସି ସୁଖ ନ ଥିଲା । ଭକ୍ତି ମଧ୍ୟ କରୁଥିଲୁ
ଧକ୍କା ମଧ୍ୟ ଖାଇ ଚାଲିଥିଲୁ । ବାବାଙ୍କୁ ଖୋଜୁଥିଲୁ । ଏବେ ଜାଣୁଛ ଯଜ୍ଞ, ତପ, ଦାନ, ପୁଣ୍ୟ ଆଦି
ଯାହାକିଛି କରିଥିଲୁ, ଖୋଜି-ଖୋଜି ଧକ୍କା ଖାଇ ଖାଇ ବ୍ୟସ୍ତ ହୋଇଯାଉଥିଲୁ । ତା’ଦ୍ୱାରା ଆହୁରି
ତମଃପ୍ରଧାନ ହୋଇଗଲୁ କାରଣ ତଳକୁ ତଳକୁ ଖସିବାକୁ ହୋଇଥାଏ ନା । କର୍ମ କରି କରି ଛି ଛି ହୋଇ ଗଲେ
ଅର୍ଥାତ୍ ପତିତ ମଧ୍ୟ ହୋଇଗଲେ । ଏମିତି ନୁହେଁ ଯେ ପବିତ୍ର ହେବା ପାଇଁ ଭକ୍ତି କରୁଥିଲେ ।
ଭଗବାନଙ୍କ ଦ୍ୱାରା ପାବନ ନ ହେଲେ ଆମେ ପବିତ୍ର ଦୁନିଆକୁ ଯାଇପାରିବା ନାହିଁ । ଏପରି ମଧ୍ୟ ନୁହେଁ
ଯେ, ପବିତ୍ର ନ ହେଲେ ଭଗବାନଙ୍କ ସହିତ ମିଶିପାରିବା ନାହିଁ । ଭଗବାନଙ୍କୁ ତ କହୁଛନ୍ତି ଆସ ଏଠାକୁ
ଆସି ପବିତ୍ର କର । ପତିତରୁ ପବିତ୍ର ହେବା ପାଇଁ ଭଗବାନଙ୍କ ସହିତ ମିଳନ କରିଥା’ନ୍ତି ।
ପବିତ୍ରମାନଙ୍କ ସହିତ ତ ଭଗବାନଙ୍କର ମିଳନ ହୁଏ ନାହିଁ । ସତ୍ୟଯୁଗରେ, ଏହି ଲକ୍ଷ୍ମୀ-ନାରାୟଣଙ୍କ
ସହିତ ଭଗବାନଙ୍କର ମିଳନ ହେବ ନାହିଁ । ଭଗବାନ ଆସି ତୁମ ପତିତମାନଙ୍କୁ ପବିତ୍ର କରୁଛନ୍ତି ପୁଣି
ତୁମେମାନେ ଏହି ଶରୀରକୁ ଛାଡିଦେବ । ପବିତ୍ର ଆତ୍ମା ତ ଏହି ତମଃପ୍ରଧାନ ପତିତ ସୃଷ୍ଟିରେ ରହି
ପାରିବ ନାହିଁ । ବାବା ତୁମକୁ ପବିତ୍ର କରି ପୁଣି ଗୁପ୍ତ ହୋଇଯା’ନ୍ତି, ତାଙ୍କର ଡ୍ରାମାରେ ବହୁତ
ବିଚିତ୍ର ଅଭିନୟ ରହିଛି । ଯେପରି ଆତ୍ମା ଦେଖାଯାଏ ନାହିଁ । ଯଦିଓ ସାକ୍ଷାତ୍କାର ହୋଇଥାଏ,
କିନ୍ତୁ କେହି ବୁଝିପାରନ୍ତି ନାହିଁ । ଅନ୍ୟ ସମସ୍ତଙ୍କୁ ତ ଚିହ୍ନି ପାରନ୍ତି ଯେ, ଇଏ ଅମୁକ, ଇଏ
ଅମୁକ, ମନେ ମଧ୍ୟ ପକାଇଥା’ନ୍ତି । ଇଚ୍ଛା କରିଥା’ନ୍ତି ଅମୁକଙ୍କର ଚୈତନ୍ୟରେ ସାକ୍ଷାତ୍କାର ହେଉ,
ଅନ୍ୟ କିଛି ଉଦ୍ଦେଶ୍ୟ ନ ଥାଏ । ଆଚ୍ଛା ଚୈତନ୍ୟରେ ଦେଖିଲେ କ’ଣ ହେବ? ସାକ୍ଷାତ୍କାର ହେଲା ପୁଣି
ତ ଗୁପ୍ତ ହୋଇଯିବେ । କେବଳ ଅଳ୍ପ କାଳ କ୍ଷଣଭଙ୍ଗୁର ସୁଖର ଆଶା ପୂରଣ ହେବ । ଏହାକୁ କୁହାଯିବ
ଅଳ୍ପକାଳ କ୍ଷଣ ଭଙ୍ଗୁର ସୁଖ । ସାକ୍ଷାତ୍କାରର ଇଚ୍ଛା ଥିଲା ତେଣୁ ତାହା ମିଳିଗଲା । ବାସ୍,
ଏଠାରେ ତ ମୂଳକଥା ହେଲା ପତିତରୁ ପବିତ୍ର ହେବା । ପବିତ୍ର ହେବା ଦ୍ୱାରା ଦେବତା ହୋଇଯିବ ଅର୍ଥାତ୍
ସ୍ୱର୍ଗକୁ ଚାଲିଯିବ ।
ଶାସ୍ତ୍ରରେ ତ କଳ୍ପର ଆୟୁ
ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇଛନ୍ତି । ଭାବୁଛନ୍ତି କଳିଯୁଗ ଆହୁରି ୪୦ ହଜାର ବର୍ଷ ଅଛି । ବାବା ତ
ବୁଝାଉଛନ୍ତି ସାରା କଳ୍ପ ହିଁ ପାଞ୍ଚ ହଜାର ବର୍ଷର ଅଟେ । ମନୁଷ୍ୟମାନେ ଅନ୍ଧକାର ମଧ୍ୟରେ
ରହିଛନ୍ତି ନା । ଏହାକୁ କୁହାଯାଏ ଘୋର ଅନ୍ଧକାର । କାହା ଭିତରେ ଜ୍ଞାନ ନାହିଁ, ସେ ସବୁ ହେଲା
ଭକ୍ତି । ରାବଣ ଯେବେଠାରୁ ଆସିଥାଏ ସେବେଠାରୁ ଭକ୍ତି ଆରମ୍ଭ ହୁଏ କିନ୍ତୁ ଯେତେବେଳେ ବାବା ଆସନ୍ତି
ସେତେବେଳେ ଜ୍ଞାନ ମିଳିଥାଏ । ବାବାଙ୍କଠାରୁ କେବଳ ଗୋଟିଏ ଥର ଜ୍ଞାନର ବର୍ସା ମିଳିଥାଏ ।
ବାରମ୍ବାର ମିଳେ ନାହିଁ । ସେଠାରେ ତ ତୁମେମାନେ କାହାକୁ ଜ୍ଞାନ ଦେବ ନାହିଁ କାରଣ ଆବଶ୍ୟକତା ହିଁ
ନାହିଁ । ଜ୍ଞାନ ତାକୁ ମିଳିଥାଏ, ଯିଏ ଅଜ୍ଞାନତା ଭିତରେ ଥାଏ । ବାବାଙ୍କୁ ମଧ୍ୟ କେହି ଜାଣି
ନାହାଁନ୍ତି । ଏଠାରେ ବାବାଙ୍କୁ ଗାଳି ଦେବା ବ୍ୟତୀତ ଅନ୍ୟ କିଛି କରନ୍ତି ନାହିଁ । ଏହି କଥାକୁ
ମଧ୍ୟ ତୁମେ ସନ୍ତାନମାନେ ହିଁ ବର୍ତ୍ତମାନ ବୁଝୁଛ । ତୁମେ କହୁଛ ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି,
ସେ ଆମ ଆତ୍ମାମାନଙ୍କର ପିତା ଅଟନ୍ତି, କିନ୍ତୁ ସେମାନେ କହୁଛନ୍ତି, ନା, ପରମାତ୍ମା ମାଟି-ଗୋଡିରେ
ମଧ୍ୟ ଅଛନ୍ତି । ତୁମେ ପିଲାମାନେ ଭଲ ଭାବରେ ବୁଝୁଛ ଯେ ଭକ୍ତି ବିଲ୍କୁଲ୍ ଅଲଗା ଜିନିଷ,
ସେମାନଙ୍କଠାରେ ତିଳେ ମାତ୍ର ଜ୍ଞାନ ନାହିଁ । ସମୟ (ଯୁଗ) ହିଁ ପୁରା ବଦଳି ଯାଇଥାଏ । ଭଗବାନଙ୍କର
ନାମ ମଧ୍ୟ ବଦଳି ଯାଇଥାଏ । ମନୁଷ୍ୟମାନଙ୍କର ନାମ ମଧ୍ୟ ବଦଳି ଯାଇଥାଏ । ପ୍ରଥମେ କୁହାଯାଏ ଦେବତା,
ପୁଣି କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର । ସେମାନେ ଦୈବୀଗୁଣ ସମ୍ପନ୍ନ ମନୁଷ୍ୟ ଏବଂ ଏମାନେ ଆସୁରୀ
ଗୁଣଧାରୀ ମନୁଷ୍ୟ ଅଟନ୍ତି, ବିଲ୍କୁଲ୍ ପତିତ ଅଟନ୍ତି । ଗୁରୁ ନାନକ ମଧ୍ୟ କହିଛନ୍ତି “ଅସଂଖ ଚୋର”...
କୌଣସି ମନୁଷ୍ୟ ଯଦି ଏମିତି କହିବେ ତେବେ ସଙ୍ଗେ ସଙ୍ଗେ କହିବେ ଯେ, ତୁମେ କ’ଣ ଏପରି ଗାଳି ଦେଉଛ
। କିନ୍ତୁ ବାବା କହୁଛନ୍ତି ଏମାନେ ଅସୁର ସମ୍ପ୍ରଦାୟର ଅଟନ୍ତି । ବାବା ତୁମକୁ ସ୍ପଷ୍ଟ ଭାବରେ
ବୁଝାଉଛନ୍ତି । ସେମାନେ ରାବଣ ସମ୍ପ୍ରଦାୟ, ଏମାନେ ରାମ ସମ୍ପ୍ରଦାୟ । ଗାନ୍ଧିଜୀ ମଧ୍ୟ କହୁଥିଲେ,
ଆମକୁ ରାମରାଜ୍ୟ ଆବଶ୍ୟକ । ରାମ ରାଜ୍ୟରେ ସମସ୍ତେ ନିର୍ବିକାରୀ, ରାବଣ ରାଜ୍ୟରେ ସମସ୍ତେ ବିକାରୀ
। ତେଣୁ ଏହାର ନାମ ହିଁ ବେଶ୍ୟାଳୟ । ରୌରବ (ଘୋର) ନର୍କ ଅଟେ ନା । ଏହି ସମୟରେ ସମସ୍ତ ମନୁଷ୍ୟ
ବିଷୟ ବୈତରଣୀ ନଦୀରେ ପଡିଛନ୍ତି । ଏଠାରେ ମନୁଷ୍ୟ, ପଶୁ ଆଦି ସମସ୍ତେ ଏକ ସମାନ ହୋଇଯାଇଛନ୍ତି ।
ମନୁଷ୍ୟମାନଙ୍କର କୌଣସି ମହିମା ନାହିଁ । ପାଞ୍ଚ ବିକାର ଉପରେ ତୁମେ ପିଲାମାନେ ବିଜୟ ପ୍ରାପ୍ତ କରି
ମନୁଷ୍ୟରୁ ଦେବତା ପଦ ପ୍ରାପ୍ତ କରୁଛ । ବାକି ସବୁ ବିନାଶ ହୋଇଯିବ । ଦେବତାମାନେ ସତ୍ୟଯୁଗରେ ଥିଲେ
। ବର୍ତ୍ତମାନ ଏହି କଳିଯୁଗରେ ଅସୁରମାନେ ରହୁଛନ୍ତି । ଅସୁରମାନଙ୍କର ଲକ୍ଷଣ କ’ଣ? ପାଞ୍ଚ ବିକାର
। ଦେବତାମାନଙ୍କୁ କୁହାଯାଏ ସମ୍ପୂର୍ଣ୍ଣ ନିର୍ବିକାରୀ ଏବଂ ଅସୁରମାନଙ୍କୁ କୁହାଯାଇଥାଏ
ସମ୍ପୂର୍ଣ୍ଣ ବିକାରୀ । ସେମାନେ ହେଲେ ୧୬ କଳା ସମ୍ପୂର୍ଣ୍ଣ କିନ୍ତୁ ଏଠାରେ କୌଣସି କଳା ନାହିଁ ।
ସମସ୍ତଙ୍କର କଳା କାୟା ନଷ୍ଟ ହୋଇଯାଇଛି । ବର୍ତ୍ତମାନ ଏହି କଥା ବାବା ସନ୍ତାନମାନଙ୍କୁ
ବୁଝାଉଛନ୍ତି । ବାବା ପୁରୁଣା ଆସୁରୀ ଦୁନିଆକୁ ପରିବର୍ତ୍ତନ କରିବା ପାଇଁ ହିଁ ଆସନ୍ତି । ରାବଣ
ରାଜ୍ୟ ବେଶ୍ୟାଳୟକୁ ଶିବାଳୟ କରିବା ପାଇଁ ଆସନ୍ତି । ସେମାନେ ତ ଏହିଠାରେ ହିଁ ନାମ ଦେଇ ଦେଇଛନ୍ତି
ତ୍ରିମୂର୍ତ୍ତୀ ହାଉସ୍, ତ୍ରିମୂର୍ତ୍ତି ମାର୍ଗ... । ଆଗରୁ ଏପରି ନାମ କ’ଣ ଥିଲା କି?
ବର୍ତ୍ତମାନ କ’ଣ ହେବା ଉଚିତ୍? ଏହି ସାରା ଦୁନିଆ କାହାର ଅଟେ? ପରମାତ୍ମାଙ୍କର ଅଟେ ନା ।
ପରମାତ୍ମାଙ୍କର ଦୁନିଆ ଯାହାକି ଅଧାକଳ୍ପ ପବିତ୍ର ଅଧାକଳ୍ପ ଅପବିତ୍ର ହୋଇଥାଏ । ବାବାଙ୍କୁ ତ
ସୃଷ୍ଟିକର୍ତ୍ତା କୁହାଯାଏ, ତେଣୁ ତାଙ୍କର ହିଁ ଦୁନିଆ କୁହାଯିବ ନା । ବାବା ବୁଝାଉଛନ୍ତି ମୁଁ
ହିଁ ଏହାର ମାଲିକ ଅଟେ । ମୁଁ ବୀଜରୂପ, ଚୈତନ୍ୟ, ଜ୍ଞାନର ସାଗର ଅଟେ । ମୋ ଠାରେ ସମସ୍ତ ଜ୍ଞାନ
ରହିଛି ଯାହା ଆଉ କାହାଠାରେ ନାହିଁ । ଏବେ ତୁମେମାନେ ବୁଝୁଛ ଏହି ସୃଷ୍ଟି ଚକ୍ରର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ବାବାଙ୍କ ପାଖରେ ହିଁ ରହିଛି । ବାକି ତ ସବୁ କାହାଣୀ ଅଟେ । ମୁଖ୍ୟ
କାହାଣୀ ବହୁତ ଖରାପ ଅଟେ । ଯାହା ପାଇଁ ବାବା ଅଭିଯୋଗ କରନ୍ତି । ତୁମେମାନେ ମୋତେ ଗୋଡି-ମାଟି,
ଖପରା, କୁକୁର, ବିଲେଇ ଭିତରେ ବିରାଜମାନ ବୋଲି ଭାବି ନେଇଛ । ସେଥିପାଇଁ ତୁମର କି ଦୁର୍ଦ୍ଦଶା
ହୋଇଯାଇଛି ।
ନୂଆ ଦୁନିଆର ମନୁଷ୍ୟ ଓ
ପୁରୁଣା ଦୁନିଆର ମନୁଷ୍ୟମାନଙ୍କ ମଧ୍ୟରେ ରାତି-ଦିନର ଅନ୍ତର ରହିଛି । ଅଧାକଳ୍ପ ଧରି ଅପବିତ୍ର
ମନୁଷ୍ୟ ପବିତ୍ର ଦେବତାମାନଙ୍କ ନିକଟରେ ମୁଣ୍ଡ ନୁଆଁଇ ଆସିଛନ୍ତି । ଏ କଥା ମଧ୍ୟ ସନ୍ତାନମାନଙ୍କୁ
ବୁଝାଇଛି । ପ୍ରଥମେ ପ୍ରଥମେ ଶିବବାବାଙ୍କର ପୂଜା ହୁଏ । ଶିବବାବା ହିଁ ତୁମକୁ ପୂଜାରୀରୁ ପୂଜ୍ୟ
କରିଥା’ନ୍ତି । ରାବଣ ତୁମକୁ ପୂଜ୍ୟରୁ ପୂଜାରୀ କରିଥାଏ । ପୁଣି ବାବା ଡ୍ରାମାର ପ୍ଲାନ୍ ଅନୁସାରେ
ତୁମମାନଙ୍କୁ ପୂଜ୍ୟ କରୁଛନ୍ତି । ରାବଣ ନାମ ତ ରହିଛି ନା । ଯେତେବେଳେ ହଶହରା ପାଳନ କରିଥାଆନ୍ତି
କେତେ ମନୁଷ୍ୟମାନଙ୍କୁ ବାହାରୁ ଡାକିଥାନ୍ତି । କିନ୍ତୁ ଅର୍ଥ କିଛି ବି ବୁଝନ୍ତି ନାହିଁ ।
ଦେବତାମାନଙ୍କର କେତେ ନିନ୍ଦା କରୁଛନ୍ତି । ବାସ୍ତବରେ ଏଭଳି ତ କିଛି କଥା ବିଲ୍କୁଲ୍ ନାହିଁ ।
ଯେପରି କୁହାଯାଏ ଈଶ୍ୱର ନାମ-ରୂପରୁ ଅଲଗା ଅର୍ଥାତ୍ ସିଏ ନାହାଁନ୍ତି । ସେହିପରି ଯେଉଁ ନାଟକ ଆଦି
କରୁଛନ୍ତି, ଏହା ମଧ୍ୟ କିଛି ନୁହେଁ ଏ ସବୁ ମନୁଷ୍ୟଙ୍କର ବୁଦ୍ଧି । ମନୁଷ୍ୟ ମତକୁ ଆସୁରୀ ମତ
କୁହାଯାଏ । ଯେପରି ରାଜା-ରାଣୀ, ସେପରି ପ୍ରଜା । ସମସ୍ତେ ଏହିପରି ହୋଇଯା’ନ୍ତି । ଏହାକୁ
କୁହାଯାଉଛି ଆସୁରୀ ଦୁନିଆ । ଏଠାରେ ସମସ୍ତେ ପରସ୍ପରକୁ ଗାଳି ଦେଇଥା’ନ୍ତି । ତେଣୁ ବାବା
ବୁଝାଉଛନ୍ତି - ପିଲାମାନେ, ଯେତେବେଳେ ତୁମେମାନେ ବାବାଙ୍କ ସମ୍ମୁଖରେ ବସୁଛ ନିଜକୁ ଆତ୍ମ ନିଶ୍ଚୟ
କରି ମୋତେ ମନେ ପକାଅ । ତୁମେମାନେ ଯେତେବେଳେ ଅଜ୍ଞାନରେ ଥିଲ ସେତେବେଳେ ପରମାତ୍ମା ଉପରେ ଅଛନ୍ତି
ବୋଲି ଭାବୁଥିଲ । ବର୍ତ୍ତମାନ ଜାଣୁଛ ବାବା ଏଠାକୁ ଆସିଛନ୍ତି । ତେଣୁ ଉପରେ ଅଛନ୍ତି ବୋଲି
ଭାବୁନାହିଁ । ତୁମେ ବାବାଙ୍କୁ ଏହି ଶରୀରରେ ଆସିବା ପାଇଁ ଆହ୍ୱାନ କରିଛ । ତୁମେମାନେ ନିଜ ନିଜର
ସେବା ସ୍ଥାନରେ ଥିବାବେଳେ ଭାବିବ ଯେ, ଶିବବାବା ମଧୁବନରେ ବ୍ରହ୍ମାଙ୍କ ଶରୀରରେ ଅଛନ୍ତି ।
ଭକ୍ତିମାର୍ଗରେ ତ ପରମାତ୍ମାଙ୍କୁ ଉପରେ ଅଛନ୍ତି ବୋଲି ମାନୁଥିଲେ । କହୁଥିଲେ ହେ ଭଗବାନ....
ବର୍ତ୍ତମାନ ତୁମେମାନେ ବାବାଙ୍କୁ କେଉଁଠାରେ ମନେ ପକାଉଛ? କ’ଣ କରୁଛ? ଜାଣୁଛ, ସିଏ ବ୍ରହ୍ମାଙ୍କ
ଶରୀରରେ ଅଛନ୍ତି ତେବେ ନିଶ୍ଚୟ ଏହିଠାରେ ହିଁ ମନେପକାଇବାକୁ ପଡିବ । ଉପରେ ତ ନାହାଁନ୍ତି । ସିଏ
ଏହି ପୁରୁଷୋତ୍ତମ ସଂଗମଯୁଗରେ ଆସିଛନ୍ତି । ବାବା କହୁଛନ୍ତି, ତୁମମାନଙ୍କୁ ଏତେ ଉଚ୍ଚ କରିବା ପାଇଁ
ମୁଁ ଏଠାକୁ ଆସିଛି । ତେଣୁ ତାଙ୍କୁ ଏହିଠାରେ ମନେ ପକାଇବ । ଭକ୍ତମାନଙ୍କର ବୁଦ୍ଧି ଉପରକୁ
ଚାଲିଯାଏ । ତୁମେ ଯଦି ବିଦେଶରେ ମଧ୍ୟ ଥାଅ ତେବେ ବି କହିବ ବ୍ରହ୍ମାଙ୍କ ଶରୀରରେ ଶିବବାବା
ବିରାଜମାନ ଅଛନ୍ତି । ଶରୀର ତ ନିହାତି ଆବଶ୍ୟକ ନା । ତୁମେମାନେ କେଉଁଠାରେ ବି ବସିଥାଅ କିନ୍ତୁ
ତାଙ୍କୁ ଏହିଠାରେ ନିଶ୍ଚୟ ମନେ ପକାଇବ । ତାଙ୍କୁ ବ୍ରହ୍ମାଙ୍କ ଶରୀରରେ ହିଁ ମନେ ପକାଇବାକୁ ପଡିବ
। କେହି କେହି ବୁଦ୍ଧିହୀନ ଅଛନ୍ତି ଯିଏକି ବ୍ରହ୍ମାଙ୍କୁ ମାନୁ ନାହାଁନ୍ତି । ବାବା ଏପରି ମଧ୍ୟ
କହୁ ନାହାଁନ୍ତି କି ବ୍ରହ୍ମାଙ୍କୁ ମନେ ପକାଅ ନାହିଁ । ବ୍ରହ୍ମାଙ୍କ ବ୍ୟତୀତ ଶିବବାବା କିପରି
ମନେପଡିବେ । ବାବା କହୁଛନ୍ତି ମୁଁ ଏହି ଶରୀରରେ ଅଛି । ଏହାଙ୍କ ଭିତରେ ମୋତେ ମନେ ପକାଅ । ତେଣୁ
ତୁମେମାନେ ବାବା ଏବଂ ଦାଦା ଉଭୟଙ୍କୁ ମନେ ପକାଉଛ । ଏବେ ବୁଦ୍ଧିରେ ଜ୍ଞାନ ଅଛି ଯେ, ଏହାଙ୍କର
ନିଜର ଆତ୍ମା ଅଛି । ଶିବବାବାଙ୍କର ତ ନିଜର ଶରୀର ନାହିଁ । ବାବା କହୁଛନ୍ତି, ମୁଁ ଏହି ପ୍ରକୃତିର
ଆଧାର ନେଇଥାଏ । ବାବା ବସି ସାରା ବ୍ରହ୍ମାଣ୍ଡ ଓ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ
ବୁଝାଉଛନ୍ତି, ଆଉ କେହି ଏହି ବ୍ରହ୍ମାଣ୍ଡକୁ ଜାଣି ହିଁ ନାହାଁନ୍ତି । ବ୍ରହ୍ମ, ଯେଉଁଠାରେ ମୁଁ
ଏବଂ ତୁମେ ରହିଥାଅ, ପରମପିତା ଏବଂ ସାଧାରଣ ଆତ୍ମାମାନଙ୍କର ରହିବା ସ୍ଥାନ ମଧ୍ୟ ଏହି ବ୍ରହ୍ମଲୋକ
ଶାନ୍ତିଧାମ ଅଟେ । ଶାନ୍ତିଧାମ ବହୁତ ମିଠା ନାମ ଅଟେ । ଏ ସବୁ କଥା ତୁମମାନଙ୍କର ବୁଦ୍ଧିରେ ରହିଛି
। ଆମେ ପ୍ରକୃତରେ ବ୍ରହ୍ମ ମହତତ୍ତ୍ୱର ନିବାସୀ ଅଟୁ, ଯାହାକୁ ନିର୍ବାଣଧାମ, ବାନପ୍ରସ୍ଥ କୁହାଯାଏ
। ଏ କଥା ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ଅଛି । ଭକ୍ତିମାର୍ଗରେ ଜ୍ଞାନ ଶବ୍ଦ ନଥାଏ । ଏହାକୁ
କୁହାଯାଏ ପୁରୁଷୋତ୍ତମ ସଂଗମଯୁଗ ଯେତେବେଳେ କି ମହାପରିବର୍ତ୍ତନ ହୁଏ । ପୁରୁଣା ଦୁନିଆରେ
ଅସୁରମାନେ ରହିଥା’ନ୍ତି, ନୂଆ ଦୁନିଆରେ ଦେବତା ରୁହନ୍ତି, ତେଣୁ ସେମାନଙ୍କୁ ବଦଳାଇବାକୁ ବାବାଙ୍କୁ
ଆସିବାକୁ ପଡେ । ଏସବୁ କଥା ସତ୍ୟଯୁଗରେ ତୁମମାନଙ୍କର ସ୍ମୃତିରେ ରହିବ ନାହିଁ । ବର୍ତ୍ତମାନ
ତୁମେମାନେ କଳିଯୁଗରେ ଅଛ, କିଛି ବି ଜାଣି ହିଁ ନାହଁ । ଯେତେବେଳେ ନୂଆ ଦୁନିଆକୁ ଯିବ ସେତେବେଳେ
ମଧ୍ୟ ଏହି ପୁରୁଣା ଦୁନିଆର କିଛି ସମାଚାର ବୁଦ୍ଧିରେ ରହିବ ନାହିଁ । ବର୍ତ୍ତମାନ ପୁରୁଣା ଦୁନିଆରେ
ଅଛ ତେଣୁ ନୂଆ ଦୁନିଆର କଥା ଜଣା ନାହିଁ । ନୂଆ ଦୁନିଆ କେବେ ଥିଲା ଜାଣି ନାହଁ । ସେମାନେ ତ ଲକ୍ଷ
ଲକ୍ଷ ବର୍ଷ ବୋଲି କହିଦେଇଛନ୍ତି । ତୁମେ ପିଲାମାନେ ଜାଣୁଛ ବାବା ଏହି ସଂଗମଯୁଗରେ ହିଁ ଆସନ୍ତି
ଏବଂ ଏହି ବିଭିନ୍ନତା ପୂର୍ଣ୍ଣ ବୃକ୍ଷର (କଳ୍ପ ବୃକ୍ଷର) ରହସ୍ୟକୁ ବୁଝାନ୍ତି । ଏହି ଚକ୍ର କିପରି
ଘୂରେ ତାହା ମଧ୍ୟ ତୁମମାନଙ୍କୁ ବୁଝାଉଛନ୍ତି । ତୁମର ମଧ୍ୟ ଧନ୍ଦା ହେଉଛି ଅନ୍ୟକୁ ବୁଝାଇବା ।
ବର୍ତ୍ତମାନ ଜଣ-ଜଣଙ୍କୁ ବୁଝାଇଲେ ତ ବହୁତ ସମୟ ଲାଗିବ । ଏଣୁ ବହୁତଙ୍କୁ ବୁଝାଉଛ ଏବଂ ବହୁତ
ବୁଝୁଛନ୍ତି ମଧ୍ୟ । ଏହି ମିଠା-ମିଠା କଥା ଅନେକଙ୍କୁ ବୁଝାଇବା ଦରକାର । ତୁମେମାନେ ପ୍ରଦର୍ଶନୀ
ଇତ୍ୟାଦିରେ ବୁଝାଉଛ ନା । ଏବେ ଏହି ଶିବ ଜୟନ୍ତୀରେ ଆହୁରି ଭଲରେ ଅନେକଙ୍କୁ ଡାକି ବୁଝାଇବା
ଦରକାର । ଏହି ଖେଳର ଅବଧି କେତେ, ତୁମେ ତ ସଠିକ୍ କହିପାରିବ । ଏହା ହିଁ ବିଷୟ ବସ୍ତୁ ଅଟେ । ଆମେ
ମଧ୍ୟ ଏ କଥା ବୁଝାଇବା ଦରକାର । ତୁମମାନଙ୍କୁ ବାବା ବୁଝାଉଛନ୍ତି ନା, ଯାହା ଦ୍ୱାରା ତୁମେମାନେ
ଦେବତା ହେଉଛ । ଯେପରି ତୁମେମାନେ ବୁଝି ଦେବତା ହେଉଛ ସେହିପରି ଅନ୍ୟମାନଙ୍କୁ ମଧ୍ୟ ତିଆରି କରୁଛ
। ବାବା ଆମକୁ ଏହି ସବୁ କଥା ବୁଝାଇଛନ୍ତି । ଆମେମାନେ କାହାର ନିନ୍ଦା କରୁ ନାହୁଁ । ଆମେମାନେ
କହୁଛୁ ଜ୍ଞାନକୁ ସଦ୍ଗତି ମାର୍ଗ କୁହାଯାଏ । ଏକମାତ୍ର ସଦ୍ଗୁରୁ ହିଁ ସମସ୍ତଙ୍କୁ ଉଦ୍ଧାର
କରନ୍ତି । ଏହିପରି ମୁଖ୍ୟ ମୁଖ୍ୟ ପଏଣ୍ଟ ବାହାର କରି ବୁଝାଅ । ଏପରି ସମ୍ପୂର୍ଣ୍ଣ ଜ୍ଞାନ
ବାବାଙ୍କ ବ୍ୟତୀତ ଅନ୍ୟ କେହି ଦେଇପାରିବେ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପୂଜାରୀରୁ
ପୂଜ୍ୟ ହେବା ପାଇଁ ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡିବ । ଜ୍ଞାନବାନ୍ ହୋଇ ନିଜେ ନିଜକୁ
ପରିବର୍ତ୍ତନ କରିବାକୁ ହେବ । ଅଳ୍ପକାଳର ସୁଖ ପଛରେ ପଡିବାର ନାହିଁ ।
(୨) ବାବା ଏବଂ ଦାଦା
ଦୁହିଁଙ୍କୁ ହିଁ ମନେ ପକାଇବାକୁ ହେବ । ବ୍ରହ୍ମାଙ୍କ ବିନା ଶିବବାବାଙ୍କୁ ମନେ ପକାଇ ହେବ ନାହିଁ
। ଭକ୍ତିମାର୍ଗରେ ଉପରେ ଅଛନ୍ତି ବୋଲି ଭାବି ମନେ ପକାଉଥିଲ, ବର୍ତ୍ତମାନ ବ୍ରହ୍ମାଙ୍କ ଶରୀରରେ
ଆସିଛନ୍ତି ତେଣୁ ଦୁଇଜଣଯାକ ମନେପଡିବା ଦରକାର ।
ବରଦାନ:-
ପ୍ରତ୍ୟେକ
କର୍ମରେ ବିଜୟର ଅଟଳ ନିଶ୍ଚୟ ଏବଂ ନିଶାରେ ରହୁଥିବା ଅଧିକାରୀ ଆତ୍ମା ଭବ ।
ବିଜୟ ମୋ’ର ଜନ୍ମସିଦ୍ଧ
ଅଧିକାର - ଏହି ସ୍ମୃତିରେ ସର୍ବଦା ଉଡୁଥାଅ । ଯାହା ବି ହୋଇଯାଉ କିନ୍ତୁ ସର୍ବଦା ଏହି କଥା
ସ୍ମୃତିରେ ରହୁ ଯେ ମୁଁ ସଦା ବିଜୟୀ ଅଟେ । ସବୁ ପରିସ୍ଥିତିରେ ଏହି ନିଶ୍ଚୟ ଅଟଳ ରହୁ । ନିଶାର
ଆଧାର ହିଁ ନିଶ୍ଚୟ ଅଟେ । ଯଦି ନିଶ୍ଚୟ କମ୍ ଥିବ ତେବେ ନିଶା ମଧ୍ୟ କମ୍ ରହିବ, ସେଥିପାଇଁ
କୁହାଯାଏ ନିଶ୍ଚୟ ବୁଦ୍ଧି ବିଜୟୀ । ତେଣୁ ନିଶ୍ଚୟରେ କେବେ-କେବେ ବାଲା ହେବାର ନାହିଁ । ଯେହେତୁ
ବାବା ଅବିନାଶୀ ଅଟନ୍ତି ତେଣୁ ଅବିନାଶୀ ପ୍ରାପ୍ତିର ଅଧିକାରୀ ହୁଅ । ପ୍ରତ୍ୟେକ କର୍ମରେ ବିଜୟର
ନିଶ୍ଚୟ ଏବଂ ନିଶା ରହିଥାଉ ।
ସ୍ଲୋଗାନ:-
ଯଦି ବାବାଙ୍କର
ସ୍ନେହ ରୂପୀ ଛତ୍ରଛାୟା ତଳେ ରହିବ ତେବେ କୌଣସି ବି ବିଘ୍ନ ତିଷ୍ଠି ପାରିବ ନାହିଁ ।