09.12.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବିନାଶ
ପୂର୍ବରୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ, ନିଜେ ଧାରଣା କରି ଅନ୍ୟମାନଙ୍କୁ ବୁଝାଅ
ତେବେ ଯାଇ ଉଚ୍ଚ ପଦ ମିଳିପାରିବ ।”
ପ୍ରଶ୍ନ:-
ରାଜଯୋଗୀ
ବିଦ୍ୟାର୍ଥୀମାନଙ୍କ ପାଇଁ ବାବାଙ୍କର ଡାଇରେକ୍ସନ୍ ଅର୍ଥାତ୍ ନିର୍ଦ୍ଦେଶ କ’ଣ?
ଉତ୍ତର:-
ତୁମମାନଙ୍କୁ ଡାଇରେକ୍ସନ୍ ମିଳୁଛି କି ବାବାଙ୍କର ସନ୍ତାନ ହେବା ପରେ ଅନ୍ୟମାନଙ୍କ ସହିତ ମନ
ଲଗାଇବାର ନାହିଁ । ପ୍ରତିଜ୍ଞା କରିବା ପରେ ପୁନର୍ବାର ପତିତ ହେବାର ନାହିଁ । ତୁମେ ଏପରି
ସମ୍ପୂର୍ଣ୍ଣ ପବିତ୍ର ହୋଇଯାଅ, ଯେପରି ବାବା ଏବଂ ଶିକ୍ଷକଙ୍କର ସ୍ମୃତି ସ୍ୱତଃ ଏବଂ ନିରନ୍ତର
ଭାବରେ କାଏମ ରହିବ । ଏକମାତ୍ର ବାବାଙ୍କୁ ହିଁ ସ୍ନେହ କର, ତାଙ୍କୁ ହିଁ ମନେପକାଅ ତେବେ ତୁମକୁ
ବହୁତ ଶକ୍ତି ମିଳିବ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ସେତେବେଳେ ହିଁ ବୁଝାଇଥା’ନ୍ତି ଯେତେବେଳେ କି ଏହି
ଶରୀର ଥାଏ ନା । ତେବେ ସମ୍ମୁଖରେ ହିଁ ବୁଝାଇବାକୁ ପଡିଥାଏ । ଯାହା ସମ୍ମୁଖରେ ବୁଝାଯାଇଥାଏ ତାହା
ପୁଣି ଲିଖିତ ଆକାରରେ ସମସ୍ତଙ୍କ ପାଖକୁ ଯାଇଥାଏ । ତୁମେମାନେ ଏଠାକୁ ଆସୁଛ ସମ୍ମୁଖରେ ଶୁଣିବା
ପାଇଁ । ବେହଦର ବାବା ଆତ୍ମାମାନଙ୍କୁ ହିଁ ଶୁଣାଉଛନ୍ତି । ଆତ୍ମା ହିଁ ଶୁଣୁଛି । ସବୁ କିଛି ଆତ୍ମା
ହିଁ କରିଥାଏ - ଏହି ଶରୀର ଦ୍ୱାରା, ଏଥିପାଇଁ ପ୍ରଥମେ ପ୍ରଥମେ ନିଜକୁ ଆତ୍ମା ନିଶ୍ଚୟ କରିବା
ଦରକାର । ଗାୟନ ଅଛି - ଆତ୍ମା-ପରମାତ୍ମା ଅଲଗା ରହିଲେ ବହୁ କାଳ.... । ସବୁଠାରୁ ପ୍ରଥମେ
ବାବାଙ୍କଠାରୁ କେଉଁମାନେ ଅଲଗା ହୋଇ ଏଠାକୁ ଅଭିନୟ କରିବାକୁ ଆସିଥାନ୍ତି? ତୁମକୁ ପଚାରିବେ କେତେ
ସମୟ ତୁମେ ବାବାଙ୍କଠାରୁ ଅଲଗା ରହିଛ? ତେବେ ତୁମେ କହିବ ୫ ହଜାର ବର୍ଷ । ପୁରା ହିସାବ ରହିଛି ନା
। ଏହା ତ ତୁମ ସନ୍ତାନମାନଙ୍କୁ ଜଣା ଅଛି ଯେ କିପରି କ୍ରମାନୁସାରେ ଆସୁଛନ୍ତି । ବାବା ଯିଏକି ଉପରେ
ଥିଲେ ସେ ବି ବର୍ତ୍ତମାନ ତଳକୁ ଆସିଯାଇଛନ୍ତି - ତୁମ ସମସ୍ତଙ୍କର ବ୍ୟାଟେରୀ ଚାର୍ଜ କରିବା ପାଇଁ
। ତେଣୁ ବର୍ତ୍ତମାନ ବାବାଙ୍କୁ ମନେ ପକାଇବାକୁ ହେବ । ଏବେ ତ ବାବା ସମ୍ମୁଖରେ ଉପସ୍ଥିତ ରହିଛନ୍ତି
ନା । ଭକ୍ତିମାର୍ଗରେ ତ ବାବାଙ୍କର ଜୀବନ କାହାଣୀ କାହାରିକୁ ଜଣା ନାହିଁ । ନାମ, ରୂପ, ଦେଶ,
କାଳକୁ ଜାଣି ହିଁ ନାହାଁନ୍ତି । ତୁମକୁ ତ ନାମ, ରୂପ, ଦେଶ, କାଳ, ସବୁର ଜ୍ଞାନ ଅଛି । ତୁମେ
ଜାଣିଛ ବ୍ରହ୍ମାଙ୍କ ଶରୀର ଦ୍ୱାରା ବାବା ଆମକୁ ସମସ୍ତ ରହସ୍ୟ ବୁଝାଉଛନ୍ତି । ରଚୟିତା ଏବଂ ରଚନାର
ଆଦି, ମଧ୍ୟ, ଅନ୍ତର ରହସ୍ୟ ବୁଝାଉଛନ୍ତି । ଏହା କେତେ ସୂକ୍ଷ୍ମ ଜ୍ଞାନ ଅଟେ । ଏହି ମନୁଷ୍ୟ
ସୃଷ୍ଟି ରୂପୀ ବୃକ୍ଷ ବୀଜରୂପ ହେଉଛନ୍ତି ବାବା । ସେ ଏଠାକୁ ନିଶ୍ଚିତ ଆସିଥା’ନ୍ତି, ନୂଆ ଦୁନିଆ
ସ୍ଥାପନ କରିବା ତାଙ୍କର ହିଁ କାମ ଅଟେ । ଏପରି ନୁହେଁ କି ସେଠାରେ ବସି ସ୍ଥାପନା କରନ୍ତି । ତୁମେ
ସନ୍ତାନମାନେ ଜାଣିଛ ବାବା ଏହି ରଥ ଦ୍ୱାରା ଆମମାନଙ୍କୁ ସମ୍ମୁଖରେ ବୁଝାଉଛନ୍ତି । ଏହା ମଧ୍ୟ
ବାବାଙ୍କର ସନ୍ତାନମାନଙ୍କୁ ସ୍ନେହ କରିବା ହେଲା ନା । ଅନ୍ୟ କାହାରିକୁ ମଧ୍ୟ ତାଙ୍କର ଜୀବନ
କାହାଣୀ ବିଷୟରେ ଜଣା ନାହିଁ । ଗୀତା ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମର ଶାସ୍ତ୍ର । ଏହା ବି
ତୁମେମାନେ ଜାଣିଛ - ବାବା ଏହି ଜ୍ଞାନ ଦେବା ପରେ ସୃଷ୍ଟିର ବିନାଶ ହେଉଛି । ବିନାଶ ତ ନିଶ୍ଚିତ
ହେବ । ଅନ୍ୟ ଯିଏ ବି ଧର୍ମସ୍ଥାପକ ଆସିଥାନ୍ତି, ସେମାନଙ୍କ ଆସିବା ଦ୍ୱାରା ବିନାଶ ହୋଇ ନ ଥାଏ ।
ଏହା ହିଁ ହେଉଛି ବିନାଶର ସମୟ, ଏଥିପାଇଁ ତୁମକୁ ଯେଉଁ ଜ୍ଞାନ ମିଳୁଛି ତାହା ପୁଣି ସମାପ୍ତ
ହୋଇଯାଇଥାଏ । ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଏହି ସବୁ ଜ୍ଞାନ ରହିଛି । ତୁମେ ରଚୟିତା ଏବଂ
ରଚନାକୁ ଜାଣିଯାଇଛ । ଉଭୟ ଅନାଦି ଅଟନ୍ତି ଯାହାକି ଅନାଦି କାଳରୁ ଚାଲିଆସୁଛି । ବାବାଙ୍କର
ସଂଗମଯୁଗରେ ଆସିବାର ପାର୍ଟ ରହିଛି । ଭକ୍ତି ଅଧାକଳ୍ପ ଚାଲିଥାଏ, ଜ୍ଞାନ ଚାଲେ ନାହିଁ । ଜ୍ଞାନର
ସମ୍ପତ୍ତି ଅଧା କଳ୍ପ ପାଇଁ ମିଳିଥାଏ । ଜ୍ଞାନ ତ କେବଳ ଗୋଟିଏ ଥର କେବଳ ସଂଗମଯୁଗରେ ମିଳିଥାଏ ।
ଏହି ପାଠପଢା ତୁମର ଥରେ ମାତ୍ର ହୋଇଥାଏ । ଏହି କଥା ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ମଧ୍ୟ
ବୁଝାଇବାକୁ ପଡିବ । ପଦ ପାଇବାର ସମସ୍ତ ଆଧାର ସେବା କରିବା ଉପରେ ନିର୍ଭର କରେ । ତୁମେ ଜାଣିଛ
ପୁରୁଷାର୍ଥ କରି ଏବେ ଆମକୁ ନୂଆ ଦୁନିଆକୁ ଯିବାର ଅଛି । ଧାରଣା କରି ପୁଣି ଅନ୍ୟମାନଙ୍କୁ ବୁଝାଇବା
- ଏହା ଉପରେ ହିଁ ତୁମର ଉଚ୍ଚ ପଦ ନିର୍ଭର କରେ । ବିନାଶ ହେବା ପୂର୍ବରୁ ସମସ୍ତଙ୍କୁ ବାବାଙ୍କର
ପରିଚୟ ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ପରିଚୟ ଦେବାକୁ ହେବ । ତୁମେ ମଧ୍ୟ ବାବାଙ୍କୁ ମନେ ପକାଉଛ
କି ଜନ୍ମ-ଜନ୍ମାନ୍ତରର ପାପ କଟିଯାଉ । ଯେ ପର୍ଯ୍ୟନ୍ତ ବାବା ପଢାଉଛନ୍ତି, ସେ ପର୍ଯ୍ୟନ୍ତ ନିଶ୍ଚୟ
ୟାଦ କରିବାକୁ ହେବ । ଶିକ୍ଷାଦାତାଙ୍କ ସହିତ ଯୋଗ ତ ରହିବ ନା । ଶିକ୍ଷକ ପଢାଇଥା’ନ୍ତି ତ ତାଙ୍କ
ସହିତ ଯୋଗ ରହିଥାଏ । ଯୋଗ ବିନା ପଢିବେ କିପରି? ଯୋଗ ଅର୍ଥାତ୍ ଶିକ୍ଷାଦାତାଙ୍କୁ ମନେ ପକାଇବା ।
ଇଏ ବାପା ବି ଅଟନ୍ତି, ଶିକ୍ଷକ ଏବଂ ସତ୍ଗୁରୁ ମଧ୍ୟ ଅଟନ୍ତି । ତିନି ରୂପରେ ପୁରା ମନେ ପକାଇବାକୁ
ପଡିଥାଏ । ଏହି ସତ୍ଗୁରୁ ତୁମକୁ କେବଳ ଥରେ ମାତ୍ର ମିଳିଥାନ୍ତି । ଜ୍ଞାନ ଦ୍ୱାରା ସଦ୍ଗତି
ମିଳିଗଲା, ବାସ୍ ପୁଣି ଗୁରୁ କରିବାର ପ୍ରଥା ସମାପ୍ତ ହୋଇଯାଇଥାଏ । ବାପା, ଶିକ୍ଷକଙ୍କର ପ୍ରଥା
ଚାଲେ, ଗୁରୁଙ୍କର ପ୍ରଥା ସମାପ୍ତ ହୋଇଯାଏ । ସଦ୍ଗତି ମିଳିଗଲା ନା । ନିର୍ବାଣଧାମକୁ ତୁମେ
ପ୍ରତ୍ୟକ୍ଷରେ ଯାଉଛ ପୁଣି ନିଜ ସମୟରେ ଅଭିନୟ କରିବା ପାଇଁ ଆସୁଛ । ମୁକ୍ତି-ଜୀବନମୁକ୍ତି
ଦୁଇଟିଯାକ ତୁମକୁ ମିଳିଯାଉଛି । ମୁକ୍ତି ମଧ୍ୟ ନିଶ୍ଚୟ ମିଳିଥାଏ । କିଛି ସମୟ ପାଇଁ ତୁମେ ଘରକୁ
ଯାଇ ରହିବ । ଏଠାରେ ତ ଶରୀର ଦ୍ୱାରା ଅଭିନୟ କରିବାକୁ ପଡିଥାଏ । ଶେଷ ବେଳକୁ ସବୁ ଅଭିନୟକାରୀମାନେ
ଆସିଯିବେ । ନାଟକ ଯେତେବେଳେ ସଂପୂର୍ଣ୍ଣ ହୋଇଯାଏ ସେତେବେଳେ ସବୁ ଅଭିନେତାମାନେ ମଞ୍ଚ ଉପରକୁ
ଆସିଥା’ନ୍ତି । ଏବେ ବି ସବୁ ଅଭିନେତାମାନେ ଆସି ମଞ୍ଚ ଉପରେ ଏକତ୍ରିତ ହୋଇଛନ୍ତି । ତେଣୁ କେତେ
ଗହଳି ହୋଇଯାଇଛି । ସତ୍ୟଯୁଗ ଆଦିରେ ଏତେ ଗହଳି ନଥିଲା । ଏବେ ତ ସବୁଆଡେ କେତେ ଅଶାନ୍ତି । ଯେପରି
ବାବାଙ୍କ ପାଖରେ ସୃଷ୍ଟିଚକ୍ରର ଜ୍ଞାନ ରହିଛି, ସେହିପରି ପିଲାମାନଙ୍କ ପାଖରେ ମଧ୍ୟ ଜ୍ଞାନ ଅଛି ।
ବୀଜ ପାଖରେ ଜ୍ଞାନ ଥାଏ ନା - ବୀଜରୁ ବୃକ୍ଷ କିପରି ବୃଦ୍ଧି ହୋଇ ପୁଣି ଶେଷ ହୋଇଯାଇଥାଏ । ଏବେ
ତୁମେ ବସିଛ ନୂଆ ଦୁନିଆର ଚାରା ରୋପଣ କରିବା ପାଇଁ ଅଥବା ଆଦି ସନାନତ ଦେବୀ ଦେବତା ଧର୍ମର ଚାରା
ରୋପଣ କରିବା ପାଇଁ । ତୁମକୁ ଜଣା ଅଛି ଏହି ଲକ୍ଷ୍ମୀ-ନାରାୟଣ କିପରି ରାଜ୍ୟ ପ୍ରାପ୍ତ କରିଥିଲେ?
ତୁମେ ଜାଣିଛ ଏବେ ଆମେ ନୂଆ ଦୁନିଆର ରାଜକୁମାର ହେବା । ସେହି ଦୁନିଆରେ ରହୁଥିବା ପ୍ରତ୍ୟେକେ
ନିଜକୁ ମାଲିକ ହିଁ କହିବେ ନା । ଯେପରି ଏବେ ମଧ୍ୟ ସମସ୍ତେ କହୁଛନ୍ତି ଭାରତ ଆମର ଦେଶ । ତୁମେ
ବୁଝୁଛ ଯେ ଏବେ ଆମେ ସଂଗମରେ ଛିଡା ହୋଇଛେ, ଆମକୁ ଶିବାଳୟକୁ ଯିବାର ଅଛି । ବାସ୍, ଏବେ ଗଲେ କି
ଗଲେ । ଆମେ ଯାଇ ଶିବାଳୟର ମାଲିକ ହେବା । ଏହା ହିଁ ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ଅଟେ । ଯଥା ରାଜା
ରାଣୀ ତଥା ପ୍ରଜା, ସମସ୍ତେ ଶିବାଳୟର ମାଲିକ ହୋଇଯାଉଛନ୍ତି । ବାକି ରାଜଧାନୀରେ ଭିନ୍ନ-ଭିନ୍ନ
ପ୍ରକାରର ପଦବୀ ତ ରହି ହିଁ ଥାଏ । ସେଠାରେ ମନ୍ତ୍ରୀ ତ କେହି ରହିବେ ନାହିଁ । ମନ୍ତ୍ରୀ ସେତେବେଳେ
ଥାନ୍ତି ଯେବେ ପତିତ ହୋଇଥାନ୍ତି । ଲକ୍ଷ୍ମୀ-ନାରାୟଣ ବା ରାମ-ସୀତାଙ୍କର ମନ୍ତ୍ରୀ ଥିବାର କେବେ
ତୁମେ ଶୁଣି ନ ଥିବ କାରଣ ସେମାନେ ନିଜେ ସତ୍ତ୍ୱପ୍ରଧାନ ପବିତ୍ର ବୁଦ୍ଧିସମ୍ପନ୍ନ ଅଟନ୍ତି । ପୁଣି
ଯେତେବେଳେ ପତିତ ହୋଇଥା’ନ୍ତି ସେତେବେଳେ ରାଜା-ରାଣୀ ପରାମର୍ଶ ନେବା ପାଇଁ ଜଣେ ମନ୍ତ୍ରୀଙ୍କୁ
ରଖିଥା’ନ୍ତି । ଏବେ ତ ଦେଖ ବହୁତ ମନ୍ତ୍ରୀ ଅଛନ୍ତି ।
ତୁମେ ସନ୍ତାନମାନେ
ଜାଣିଛ ଏହା ବହୁତ ମଜାର ଖେଳ ଅଟେ । ଖେଳ ସର୍ବଦା ମଜା ପାଇଁ ହିଁ ହୋଇଥାଏ । ସୁଖ ମଧ୍ୟ ହୋଇଥାଏ,
ଦୁଃଖ ମଧ୍ୟ ହୋଇଥାଏ । ଏହି ବେହଦର ଖେଳକୁ ତୁମେ ପିଲାମାନେ ହିଁ ଜାଣିଛ । ଏଥିରେ କନ୍ଦା-କଟା
କରିବା ଆଦିର କଥା ହିଁ ନାହିଁ । ଗାଉଛନ୍ତି ଯେ ବିତିକୁ ବିତି ରୂପରେ ହିଁ ଦେଖ ....ଏ ସବୁ
ପୂର୍ବରୁ ପ୍ରସ୍ତୁତ ହୋଇଛି । ଏହି ନାଟକ ତୁମ ବୁଦ୍ଧିରେ ରହିଛି । ଆମେ ଏହାର ଅଭିନେତା ଅଟୁ ।
ଆମର ୮୪ ଜନ୍ମର ଅଭିନୟ ସଠିକ୍ ଓ ଅବିନାଶୀ ଅଟେ । ଯିଏ ଯେଉଁ ଜନ୍ମରେ ଯାହା ଅଭିନୟ କରି ଆସିଛନ୍ତି
ସେହିପରି ହିଁ କରି ଚାଲିବେ । ଆଜିଠାରୁ ୫ ହଜାର ବର୍ଷ ପୂର୍ବେ ମଧ୍ୟ ତୁମକୁ ଏହି କଥା କହିଥିଲି
ନିଜକୁ ଆତ୍ମା ଭାବ । ଗୀତାରେ ବି ଏହି ଅକ୍ଷର ରହିଛି । ତୁମେ ଜାଣିଛ ଆଦି ସନାତନ ଦେବୀ ଦେବତା
ଧର୍ମ ଯେତେବେଳେ ସ୍ଥାପନ ହୋଇଥିଲା ବାବା କହିଥିଲେ ଦେହ ସହିତ ଦେହର ସବୁ ଧର୍ମ ଛାଡି ନିଜକୁ ଆତ୍ମା
ଭାବ ଏବଂ ବାବାଙ୍କୁ ସ୍ମରଣ କର । ମନ୍ମନାଭବର ଅର୍ଥ ତ ବାବା ଭଲ ଭାବରେ ବୁଝାଇଛନ୍ତି । ଭାଷା
ମଧ୍ୟ ସେଇଆ ରହିଛି । ଏଠାରେ ଦେଖ କେତେ ପ୍ରକାରର ଭାଷା ରହିଛି । ଭାଷା ପାଇଁ ମଧ୍ୟ କେତେ
ପ୍ରକାରର ଝଗଡା ହେଉଛି । ଭାଷା ବିନା ତ କାମ ଚଳିବ ନାହିଁ । ଏପରି ସବୁ ଭାଷା ଶିଖୁଛନ୍ତି ଯେ
ମାତୃଭାଷା ହିଁ ସମାପ୍ତ ହୋଇଯାଉଛି । ଯିଏ ବହୁତ ପ୍ରକାରର ଭାଷା ଶିଖୁଛନ୍ତି ସେମାନଙ୍କୁ
ପୁରସ୍କାର ମିଳୁଛି । ଯେତେ ଧର୍ମ, ସେତେ ଭାଷା ହେବ । ସେଠାରେ ତ ତୁମେ ଜାଣିଛ ଆମର ହିଁ ରାଜ୍ୟ
ହେବ । ଭାଷା ବି ଗୋଟିଏ ରହିବ । ଏଠାରେ ତ ଶହେ ମାଇଲରେ ଗୋଟିଏ ଭାଷା ରହିଛି । ସେଠାରେ ଗୋଟିଏ
ହିଁ ଭାଷା ହୋଇଥାଏ । ଏହି ସବୁ କଥା ବାବା ବସି ବୁଝାଉଛନ୍ତି, ତେଣୁ ସେହି ବାବାଙ୍କୁ ହିଁ ସ୍ମରଣ
କରିଚାଲ । ଶିବବାବା ହିଁ ଏହି ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ରଥ ତ ନିଶ୍ଚିତ ଦରକାର ନା ।
ଶିବବାବା ଆମର ପିତା ଅଟନ୍ତି । ବାବା କହୁଛନ୍ତି ମୋର ତ ବେହଦର ସନ୍ତାନମାନେ ଅଛନ୍ତି । ବାବା
ୟାଙ୍କ ଦ୍ୱାରା ପଢାଉଛନ୍ତି ନା । ଶିକ୍ଷକଙ୍କୁ କେବେ କ’ଣ ଆଲିଙ୍ଗନ କରାଯାଏ । ବାବା ତ ତୁମକୁ
ପଢାଇବା ପାଇଁ ଆସିଛନ୍ତି । ରାଜଯୋଗ ଶିଖାଉଛନ୍ତି ତେଣୁ ଶିକ୍ଷକ ହେଲେ ନା । ତୁମେମାନେ
ବିଦ୍ୟାର୍ଥୀ ଅଟ । ଛାତ୍ରମାନେ କ’ଣ କେବେ ଶିକ୍ଷକଙ୍କୁ ଆଲିଙ୍ଗନ କରିଥାନ୍ତି କି? ଏକ ବାବାଙ୍କର
ହେଲା ପରେ ଆଉ ଅନ୍ୟମାନଙ୍କ ଠାରେ ମନ ଲଗାଇବା ଉଚିତ୍ ନୁହେଁ ।
ବାବା କହୁଛନ୍ତି ମୁଁ
ତୁମକୁ ରାଜଯୋଗ ଶିଖାଇବାକୁ ଆସିଛି ନା । ତୁମେ ଶରୀରଧାରୀ, ମୁଁ ଅଶରୀରୀ ଶୂନ୍ୟବାସୀ ଅଟେ । କହୁଛ
- ବାବା, ପବିତ୍ର କରାଇବାକୁ ଆସ ତେବେ ତୁମେ ପତିତ ହେଲ ନା? ତାହା ହେଲେ ମୋତେ କିପରି ଆଲିଙ୍ଗନ
କରିପାରିବ? ପ୍ରତିଜ୍ଞା କରି ପୁଣି ପତିତ ହୋଇଯାଉଛନ୍ତି । ଯେତେବେଳେ ସମ୍ପୂର୍ଣ୍ଣ ପବିତ୍ର
ହୋଇଯିବ, ଶେଷ ବେଳକୁ ପୁଣି ବାବାଙ୍କ ୟାଦରେ ମଧ୍ୟ ରହିବ, ଶିକ୍ଷକଙ୍କୁ, ଗୁରୁଙ୍କୁ ମନେ ବି
ପକାଉଥିବ । ଏବେ ତ ବିକାରୀ ହେବା ଦ୍ୱାରା ଅଧଃଗତି ହୋଇଯାଇଛି, ଆହୁରି ମଧ୍ୟ ଶହେ ଗୁଣା ଦଣ୍ଡ ଭୋଗ
କରିବାକୁ ପଡୁଛି । ଇଏ ତ ମଝିରେ ଦଲାଲ ରୂପରେ ମିଳିଛନ୍ତି, ତାଙ୍କୁ ହିଁ ମନେ ପକାଇବା ଦରକାର ।
ବାବା କହୁଛନ୍ତି ମୁଁ ବି ତାଙ୍କର ମୁରବୀ ପିଲା ଅଟେ । ତେବେ ମୁଁ କିପରି ଆଲିଙ୍ଗନ କରିପାରିବି!
ତୁମେ ତ ପୁଣି ବି ଏହି ଶରୀର ଦ୍ୱାରା ମିଶୁଛ । ମୁଁ ତାଙ୍କୁ କେମିତି ଗଳାରେ ଲଗାଇବି? ବାବା ତ
କହୁଛନ୍ତି - ପିଲାମାନେ, ତୁମେ ଏକ ବାବାଙ୍କୁ ହିଁ ସ୍ମରଣ କର, ସ୍ନେହ କର । ସ୍ମରଣ କରିବା ଦ୍ୱାରା
ହିଁ ବହୁତ ଶକ୍ତି ମିଳିଥାଏ । ବାବା ସର୍ବଶକ୍ତିମାନ ଅଟନ୍ତି । ବାବାଙ୍କ ଠାରୁ ହିଁ ତୁମକୁ ଏତେ
ଶକ୍ତି ମିଳୁଛି । ତୁମେ କେତେ ଶକ୍ତିଶାଳୀ ହେଉଛ । ତୁମର ରାଜଧାନୀ ଉପରେ କେହି ବିଜୟ ପ୍ରାପ୍ତ
କରିପାରିବେ ନାହିଁ । ରାବଣ ରାଜ୍ୟ ହିଁ ସମାପ୍ତ ହୋଇଯାଏ । ଦୁଃଖ ଦେବାବାଲା କେହି ରହି ନ ଥାନ୍ତି
। ତାକୁ ସୁଖଧାମ କୁହାଯାଇଥାଏ । ରାବଣ ସମ୍ପୂର୍ଣ୍ଣ ବିଶ୍ୱରେ ସମସ୍ତଙ୍କୁ ଦୁଃଖ ଦେଇଥାଏ ।
ପଶୁମାନେ ମଧ୍ୟ ଦୁଃଖୀ ହୋଇଥାନ୍ତି । ସେଠାରେ ତ ପଶୁମାନେ ମଧ୍ୟ ପରସ୍ପର ସହିତ ସ୍ନେହରେ
ରହିଥାନ୍ତି । ଏଠାରେ ତ ସ୍ନେହ ହିଁ ନାହିଁ ।
ତୁମେ ପିଲାମାନେ ଜାଣିଛ
ଏହି ଡ୍ରାମା କିପରି ଘୁରି ଚାଲିଛି । ଏହାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବାବା ହିଁ ବୁଝାଉଛନ୍ତି ।
କେହି ବହୁତ ଭଲ ଭାବରେ ପଢିଥାନ୍ତି, କେହି କମ୍ ପଢିଥାନ୍ତି । ପଢୁଛନ୍ତି ତ ସମସ୍ତେ ନା । ସାରା
ଦୁନିଆ ମଧ୍ୟ ପଢିବ ଅର୍ଥାତ୍ ବାବାଙ୍କୁ ସ୍ମରଣ କରିବ । ବାବାଙ୍କୁ ସ୍ମରଣ କରିବା - ଏହା ମଧ୍ୟ
ପଢିବା ଅଟେ ନା । ସେହି ବାବାଙ୍କୁ ସମସ୍ତେ ସ୍ମରଣ କରିଥାନ୍ତି, ସେ ସମସ୍ତଙ୍କର ସଦ୍ଗତି ଦାତା,
ସମସ୍ତଙ୍କର ସୁଖଦାତା ଅଟନ୍ତି । କହୁଛନ୍ତି ମଧ୍ୟ, ଆସି ପବିତ୍ର କର ତେବେ ନିଶ୍ଚିତ ପତିତ ଅଟନ୍ତି
ନା । ସେ ତ ଆସିଥାନ୍ତି ବିକାରୀମାନଙ୍କୁ ନିର୍ବିକାରୀ କରାଇବା ପାଇଁ । ଡାକୁଛନ୍ତି ମଧ୍ୟ ହେ
ଆଲ୍ଲା, ଆସି ଆମକୁ ପବିତ୍ର କର । ତାଙ୍କର ଏହା ହିଁ ଧନ୍ଦା, ସେଇଥିପାଇଁ ଡାକୁଛନ୍ତି ।
ତୁମର ଭାଷା ମଧ୍ୟ ଠିକ୍
ହେବା ଦରକାର । ଏମାନେ କହୁଛନ୍ତି ହେ ଆଲ୍ଲା, ସେମାନେ କହୁଛନ୍ତି ହେ ଗଡ୍ । ଗଡ୍ ଫାଦର ବା ଈଶ୍ୱର
ପିତା ବୋଲି ମଧ୍ୟ କହିଥାନ୍ତି । ପଛରେ ଆସୁଥିବା ଆତ୍ମାମାନଙ୍କର ବୁଦ୍ଧି ତଥାପି ବି ଭଲ ରହିଥାଏ ।
ସେମାନେ ଏତେ ଦୁଃଖ ଭୋଗି ନ ଥାନ୍ତି । ତେବେ ଏବେ ତୁମେ ସମ୍ମୁଖରେ ବସିଛ, କ’ଣ କରୁଛ? ବାବାଙ୍କୁ
ଏହି ବ୍ରହ୍ମାଙ୍କ ଭ୍ରୁକୁଟୀରେ ଦେଖୁଛ । ବାବା ପୁଣି ତୁମ ଭ୍ରୁକୁଟୀକୁ ଦେଖୁଛନ୍ତି । ଯାହା
ମଧ୍ୟରେ ମୁଁ ପ୍ରବେଶ କରୁଛି ତାଙ୍କୁ ଦେଖି ପାରିବି? ସେ ତ ପାଖରେ ବସିଛନ୍ତି, ଏହା ବହୁତ
ବୁଝିବାର କଥା । ମୁଁ ତାଙ୍କ ପାଖରେ ବସିଛି । ସିଏ ବି ବୁଝିପାରୁଛନ୍ତି, ମୋ ପାଖରେ ବସିଛନ୍ତି ।
ତୁମେ କହିବ ଆମେ ସମ୍ମୁଖରେ ଦୁଇ ଜଣଙ୍କୁ ଦେଖୁଛୁ । ବାବା ଆଉ ଦାଦା ଦୁଇ ଆତ୍ମାକୁ ଦେଖୁଛୁ । ତୁମ
ପାଖରେ ଜ୍ଞାନ ଅଛି - ବାପଦାଦା କାହାକୁ କହୁଛନ୍ତି? ଆତ୍ମା ସମ୍ମୁଖରେ ବସିଛି । ଭକ୍ତିମାର୍ଗରେ ତ
ଆଖି ବନ୍ଦ କରି ବସି ଶୁଣିଥା’ନ୍ତି । ପାଠପଢା କ’ଣ ଏପରି ହୋଇଥାଏ । ଶିକ୍ଷକଙ୍କୁ ତ ଦେଖିବାକୁ
ପଡିଥାଏ ନା । ଇଏ ବାପା ବି ଅଟନ୍ତି, ଶିକ୍ଷକ ବି ଅଟନ୍ତି, ତେଣୁ ତାଙ୍କୁ ସମ୍ମୁଖରେ ଦେଖିବା
ଦରକାର । ସମ୍ମୁଖରେ ବସିଥିବେ, ଆଉ ଆଖି ବନ୍ଦ ଥିବ, ଢୁଳାଉଥିବେ, ଏପରି ତ ପାଠପଢା ତ ହୋଇ ନ ଥାଏ
। ଛାତ୍ର ଶିକ୍ଷକଙ୍କୁ ନିଶ୍ଚୟ ଦେଖୁଥିବେ । ନ ହେଲେ ଶିକ୍ଷକ କହିବେ ଇଏ ତ ଢୁଳାଉଛନ୍ତି ଇଏ କିଛି
ଭାଙ୍ଗ ପିଇ କରି ଆସିଛନ୍ତି । ତୁମ ବୁଦ୍ଧିରେ ଅଛି ବାବା ଏହି ଶରୀରରେ ଅଛନ୍ତି । ମୁଁ ବାବାଙ୍କୁ
ଦେଖୁଛି । ବାବା ବୁଝାଉଛନ୍ତି ଏହି ଶିକ୍ଷା ସାଧାରଣ ନୁହେଁ ଯେ, ଏଠାରେ କେହି ଆଖି ବନ୍ଦ କରି
ବସିବ । ବିଦ୍ୟାଳୟରେ କେବେ କେହି ଆଖି ବନ୍ଦ କରି ବସନ୍ତି କି? ଅନ୍ୟ ସତ୍ସଙ୍ଗମାନଙ୍କୁ
ବିଦ୍ୟାଳୟ କୁହାଯାଇପାରିବ ନାହିଁ । ଯଦିଓ ଗୀତା ଶୁଣାଇଥାନ୍ତି କିନ୍ତୁ ତା’କୁ ବିଦ୍ୟାଳୟ
କୁହାଯାଇ ନ ଥାଏ । ସିଏ କୌଣସି ବାବା ନୁହଁନ୍ତି ଯେ ଯାହାକୁ ଆମେ ଦେଖିବା । କେହି କେହି ଶିବଙ୍କର
ଭକ୍ତ ଥାଆନ୍ତି ତ ସେମାନେ ଶିବଙ୍କୁ ହିଁ ମନେ ପକେଇଥାନ୍ତି, କାନ ଦ୍ୱାରା କଥା ଶୁଣୁଥାନ୍ତି ।
ଶିବ ଭକ୍ତମାନଙ୍କୁ, ଶିବଙ୍କୁ ହିଁ ମନେ ପକାଇବାକୁ ପଡିଥାଏ । କୌଣସି ବି ସତସଙ୍ଗ ଆଦିରେ
ପ୍ରଶ୍ନୋତ୍ତର ଆଦି ହୋଇ ନ ଥାଏ । ଏହିଠାରେ ହିଁ ହୋଇଥାଏ । ଏହିଠାରେ ତୁମର ପ୍ରାପ୍ତି ବହୁତ
ହୋଇଥାଏ । ଆମଦାନୀ ସମୟରେ କେବେ ଆଳସ୍ୟ ବା ହାଇ ଆସି ନ ଥାଏ । ଧନ ମିଳୁଛି ନା, ତେଣୁ ଖୁସି
ହୋଇଥାଏ । ହାଇ ମାରିବା ଦୁଃଖର ଚିହ୍ନ ଅଟେ । ରୋଗୀ ହୋଇଥିଲେ ବା ଦେବାଳିଆ ହୋଇଯାଇଥିଲେ
ବାରମ୍ବାର ଆଳସ୍ୟ ଆସିବ । ଯଦି ପଇସା ମିଳୁଥିବ ତ କେବେହେଲେ ଆଳସ୍ୟ ଆସିବ ନାହିଁ । ବାବା
ବ୍ୟାପାରୀ ବି ଅଟନ୍ତି । ରାତିରେ ଷ୍ଟିମର ଆସୁଥିବାରୁ ରାତି ଅନିଦ୍ରା ମଧ୍ୟ ହେବାକୁ ପଡୁଥିଲା ।
କେହି କେହି ରାଣୀମାନେ ରାତିରେ ଆସିଥା’ନ୍ତି ତେଣୁ କେବଳ ସ୍ତ୍ରୀ ଲୋକଙ୍କ ପାଇଁ ହିଁ ଖୋଲା
ରହିଥାଏ । ବାବା ବି କହୁଛନ୍ତି ପ୍ରଦର୍ଶନୀ ଆଦିରେ ସ୍ତ୍ରୀଲୋକମାନଙ୍କ ପାଇଁ ବିଶେଷ ଦିନ ରଖ ତେବେ
ବହୁତ ଆସିବେ । ଓଢଣା ଟାଣି ବି ଆସିବେ । ବହୁତ ସ୍ତ୍ରୀମାନେ ଓଢଣା ମଧ୍ୟରେ ରହିଥା’ନ୍ତି । ମୋଟରରେ
ମଧ୍ୟ ପରଦା ରହିଥାଏ । ଏଠାରେ ତ ଆତ୍ମାର କଥା ଅଛି । ଜ୍ଞାନ ମିଳିଗଲା ପରେ ଆପେ ଆପେ ପରଦା
ଖୋଲିଯିବ । ସତ୍ୟଯୁଗରେ ପର୍ଦା ଆଦି ନ ଥାଏ । ଏହା ତ ପ୍ରବୃତ୍ତି ମାର୍ଗର ଜ୍ଞାନ ଅଟେ ନା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ଖେଳ
ବଡ ମଜାଦାର ଭାବରେ ତିଆରି ହୋଇଛି, ଏଥିରେ ସୁଖ ଏବଂ ଦୁଃଖର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି,
ସେଥିପାଇଁ କାନ୍ଦିବାର କୌଣସି କଥା ନାହିଁ । ବୁଦ୍ଧିରେ ରହିବା ଦରକାର, ଏହି ଡ୍ରାମା ପୂର୍ବ
ପ୍ରସ୍ତୁତ ଅଟେ ତେଣୁ ବିତିଯାଇଥିବା କଥାର ଚିନ୍ତନ କରିବାର ନାହିଁ ।
(୨) ଏହା ସାଧାରଣ ପାଠପଢ଼ା
ନୁହେଁ, ଏଥିରେ ଆଖି ବନ୍ଦ କରି ବସିବାର ନାହିଁ । ଶିକ୍ଷକଙ୍କୁ ନିଜ ସାମ୍ନାରେ ଦେଖିବାର ଅଛି ।
ହାଇ ଆଦି ମାରିବାର ନାହିଁ । ହାଇ ମାରିବା ଦୁଃଖର ଚିହ୍ନ ଅଟେ ।
ବରଦାନ:-
ସନ୍ତୁଷ୍ଟତାର
ତିନୋଟିଯାକ ସାର୍ଟିଫିକେଟ୍ ନେଇ ନିଜର ଯୋଗୀ ଜୀବନର ପ୍ରଭାବ ପକାଉଥିବା ସହଜଯୋଗୀ ହୁଅ ।
ଯୋଗୀ ଜୀବନର ବିଶେଷ
ଲକ୍ଷ୍ୟ ସନ୍ତୁଷ୍ଟତା ଅଟେ, ଯେଉଁମାନେ ନିଜେ ସର୍ବଦା ସନ୍ତୁଷ୍ଟ ରହିଥାଆନ୍ତି ଏବଂ ସମସ୍ତଙ୍କୁ
ସନ୍ତୁଷ୍ଟ କରିଥାଆନ୍ତି ସେମାନଙ୍କର ଯୋଗୀ ଜୀବନର ପ୍ରଭାବ ଆପେ ଆପେ ଅନ୍ୟମାନଙ୍କ ଉପରେ ପଡିଥାଏ ।
ଯେପରି ବିଜ୍ଞାନର ସାଧନ ଗୁଡିକର ପ୍ରଭାବ ସ୍ୱତଃ ଭାବରେ ବାୟୁମଣ୍ଡଳ ଉପରେ ପଡିଥାଏ ସେହିପରି
ସହଜଯୋଗୀ ଜୀବନର ମଧ୍ୟ ପ୍ରଭାବ ପଡିଥାଏ । ତେବେ ଯୋଗୀ ଜୀବନରେ ତିନୋଟି ସାର୍ଟିଫିକେଟ୍ ରହିଛି,
ପ୍ରଥମେ ହେଲା ନିଜେ ନିଜ ଉପରେ ସନ୍ତୁଷ୍ଟ, ଦ୍ୱିତୀୟରେ ବାବା ସନ୍ତୁଷ୍ଟ ଏବଂ ତୃତୀୟରେ
ଲୌକିକ-ଅଲୌକିକ ପରିବାର ସନ୍ତୁଷ୍ଟ ।
ସ୍ଲୋଗାନ:-
ସ୍ୱରାଜ୍ୟର
ତିଳକ, ବିଶ୍ୱ କଲ୍ୟାଣର ମୁକୁଟ ଏବଂ ଶ୍ରେଷ୍ଠ ସ୍ଥିତିର ସିଂହାସନ ଉପରେ ବିରାଜମାନ ହୋଇଥିବା
ଆତ୍ମମାନେ ହିଁ ରାଜଯୋଗୀ ଅଟନ୍ତି ।