10.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ତୁମକୁ ଜ୍ଞାନ ଯୋଗର ପୁଷ୍ଟିକର ଖାଦ୍ୟ ଖୁଆଇ ତୁମମାନଙ୍କର ଅତି ଶ୍ରେଷ୍ଠ ଆତିଥ୍ୟ କରୁଛନ୍ତି, ତେଣୁ ତୁମେମାନେ ସର୍ବଦା ଖୁସି ମୌଜରେ ରୁହ ଏବଂ ଶ୍ରୀମତ ଅନୁସାରେ ସମସ୍ତଙ୍କର ଏହିଭଳି ଆତିଥ୍ୟ କରିଚାଲ । ’’

ପ୍ରଶ୍ନ:-
ଏହି ସଙ୍ଗମଯୁଗରେ ତୁମ ପାଖରେ ସବୁଠାରୁ ଅମୂଲ୍ୟ ଜିନିଷ କ’ଣ ରହିଛି, ଯାହାର ଯତ୍ନ ନେବାକୁ ହେବ ।

ଉତ୍ତର:-
ଏହି ସର୍ବୋତ୍ତମ ବ୍ରାହ୍ମଣ କୁଳରେ ତୁମର ଏହି ଜୀବନ ହିଁ ବହୁତ ଅମୂଲ୍ୟ ଅଟେ, ସେଥିପାଇଁ ଶରୀରର ଯତ୍ନ ନିଶ୍ଚିତ ନେବାକୁ ପଡ଼ିବ । ଏପରି ନୁହେଁ କି ଏହା ତ ମାଟିର ପିତୁଳା ଅଟେ, ତେଣୁ ଏହା ନଷ୍ଟ ହେଲେ ହେଉ! ନାଁ, ଏହାକୁ ବଞ୍ଚେଇ ରଖିବାକୁ ହେବ । ଯଦି କେହି ରୋଗରେ ପଡ଼ିଯାଆନ୍ତି, ତେବେ ତାଙ୍କ ଉପରେ ବିରକ୍ତ ହେବା ଅନୁଚିତ୍ । ତାଙ୍କୁ କୁହ ତୁମେ ଶିବବାବାଙ୍କୁ ମନେପକାଅ । ଯେତେ ଯେତେ ସ୍ମରଣ କରିବ ସେତେ ତୁମର ପାପ କଟି ଚାଲିବ । ଏହିଭଳି ଭାବେ ତାଙ୍କର ସେବା କରିବା ଦରକାର, ଯାହା ଦ୍ୱାରା କି ବଞ୍ଚି ରୁହନ୍ତୁ ଏବଂ ଶିବବାବାଙ୍କୁ ସ୍ମରଣ କରୁଥା’ନ୍ତୁ ।

ଓମ୍ ଶାନ୍ତି ।
ଜ୍ଞାନର ତୃତୀୟ ନେତ୍ର ଦେଇଥିବା ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ଜ୍ଞାନର ତୃତୀୟ ନେତ୍ର ବାବାଙ୍କ ବିନା ଅନ୍ୟ କେହି ଦେଇପାରିବେ ନାହିଁ । ଏବେ ତୁମ ସନ୍ତାନମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଏହି ପୁରୁଣା ଦୁନିଆ ବଦଳିବାର ଅଛି । ବିଚରା ମନୁଷ୍ୟମାନେ ଜାଣିନାହାଁନ୍ତି କି କିଏ ବଦଳାଇବେ ଏବଂ କିପରି ବଦଳାଇବେ! କାହିଁକିନା ତାଙ୍କ ପାଖରେ ଜ୍ଞାନର ତୃତୀୟ ନେତ୍ର ହିଁ ନାହିଁ । ତୁମ ସନ୍ତାନମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି ଯାହା ଦ୍ୱାରା ତୁମେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଗଲଣି । ଏହା ହେଉଛି ଜ୍ଞାନର ସାକାରିନ୍‌, ସାକାରିନ୍‌ର ଗୋଟିଏ ବୁନ୍ଦା ମଧ୍ୟ କେତେ ମିଠା ହୋଇଥାଏ । ଜ୍ଞାନର ଏକମାତ୍ର ଅକ୍ଷର ହେଉଛି ମନମନାଭବ । ଏହି ଅକ୍ଷର କେତେ ମିଠା ଅଟେ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ବାବା ଶାନ୍ତିଧାମ ଏବଂ ସୁଖଧାମର ରାସ୍ତା ବତାଉଛନ୍ତି । ବାବା ଆସିଛନ୍ତି ପିଲାମାନଙ୍କୁ ସ୍ୱର୍ଗର ସମ୍ପତ୍ତି ଦେବା ପାଇଁ, ତେଣୁ ପିଲାମାନେ କେତେ ଖୁସିରେ ରହିବା ଉଚିତ୍ । କୁହାଯାଏ ମଧ୍ୟ ଖୁସି ପରି ଖୁରାକ ଅର୍ଥାତ୍ ଭୋଜନ ନାହିଁ । ଯିଏ ସର୍ବଦା ଖୁସି-ମୌଜରେ ରହିଥା’ନ୍ତି ତାଙ୍କ ପାଇଁ ଏହା ଯେପରି ଭୋଜନ ଅଟେ । ୨୧ ଜନ୍ମ ମଉଜରେ ରହିବା ପାଇଁ ଏହା ହେଉଛି ଶକ୍ତିଶାଳୀ ପୁଷ୍ଟିକର ଖାଦ୍ୟ । ଏହି ଭୋଜନ ସର୍ବଦା ପରସ୍ପରକୁ ଖୁଆଇଚାଲ । ଏହା ହେଉଛି ପରସ୍ପର ପ୍ରତି ଶ୍ରେଷ୍ଠ ଆତିଥ୍ୟତା ଅର୍ଥାତ୍ ଜବରଦସ୍ତ ଖାତିରୀ । ଏପରି ଆତିଥ୍ୟ ଆଉ କୌଣସି ମନୁଷ୍ୟ, ମନୁଷ୍ୟର କରିପାରିବ ନାହିଁ ।

ତୁମେ ସନ୍ତାନମାନେ ଶ୍ରୀମତ ଅନୁସାରେ ସମସ୍ତଙ୍କର ଆତ୍ମିକ ଆତିଥ୍ୟ କରୁଛ । କାହାକୁ ବାବାଙ୍କର ପରିଚୟ ଦେବା ହିଁ ପ୍ରକୃତ (ଖୁସ-ଖୈରାଫତ୍‌) ହାଲଚାଲ ବୁଝିବା ଅଟେ । ମିଠା ପିଲାମାନେ ଜାଣିଛନ୍ତି ବେହଦର ବାବାଙ୍କ ଦ୍ୱାରା ଆମକୁ ଜୀବନମୁକ୍ତିର ଉପହାର ମିଳୁଛି । ସତ୍ୟଯୁଗରେ ଭାରତ ଜୀବନମୁକ୍ତ ଥିଲା, ପବିତ୍ର ଥିଲା । ବାବା ବହୁତ ଶ୍ରେଷ୍ଠ ଭୋଜନ ଦେଉଛନ୍ତି ସେଥିପାଇଁ ତ ଗାୟନ ରହିଛି ଯେ ଅତୀନ୍ଦ୍ରିୟ ସୁଖ ବିଷୟରେ ପଚାରିବାକୁ ହେଲେ ଗୋପ-ଗୋପୀମାନଙ୍କୁ ପଚାର । ଏହା ଜ୍ଞାନ ଏବଂ ଯୋଗର କେତେ ଫାଷ୍ଟକ୍ଲାସ ଆଶ୍ଚର୍ଯ୍ୟଜନକ ଖୁରାକ ଅଟେ ଏବଂ ଏହି ଖୁରାକ ଏକମାତ୍ର ରୁହାନୀ ସର୍ଜନଙ୍କ ପାଖରେ ରହିଛି । ଆଉ କେହି ଏଇ ଖୁରାକ ବିଷୟରେ ଜାଣିନାହାଁନ୍ତି । ବାବା କହୁଛନ୍ତି ମିଠା ପିଲାମାନେ ତୁମ ପାଇଁ ହାତ ପାପୁଲିରେ ସ୍ୱର୍ଗର ଉପହାର ନେଇ ଆସିଛି । ମୁକ୍ତି, ଜୀବନମୁକ୍ତିର ଏହି ଉପହାର ମୋ ପାଖରେ ହିଁ ରହିଥାଏ । କଳ୍ପ-କଳ୍ପ ମୁଁ ହିଁ ଆସି ତୁମକୁ ଏହି ଉପହାର ଦେଉଛି ପୁଣି ରାବଣ ଛଡ଼ାଇ ନେଇଥାଏ । ତେଣୁ ଏବେ ତୁମ ସନ୍ତାନମାନଙ୍କର କେତେ ଖୁସିର ପାରଦ ଚଢ଼ି ରହିବା ଉଚିତ୍ । ତୁମେ ଜାଣିଛ ଆମର ଏକମାତ୍ର ପିତା, ଶିକ୍ଷକ ଓ ପ୍ରକୃତ ସତଗୁରୁ ବାବା ହିଁ ଅଟନ୍ତି ଯିଏ ଆମକୁ ସାଥିରେ ନେଇଯାଉଛନ୍ତି । ପରମପ୍ରିୟ ବାବାଙ୍କଠାରୁ ବିଶ୍ୱର ବାଦଶାହୀ ମିଳୁଛି । ଏହା କ’ଣ କମ୍ କଥା କି! ତେଣୁ ପିଲାମାନଙ୍କୁ ସର୍ବଦା ହର୍ଷିତ ରହିବା ଉଚିତ୍ । ଇଶ୍ୱରୀୟ ଛାତ୍ର ଜୀବନ ସବୁଠାରୁ ମୂଲ୍ୟବାନ । ଏହା ବର୍ତ୍ତମାନ ସମୟର ହିଁ ଗାୟନ ଅଟେ ନା । ପୁଣି ନୂଆ ଦୁନିଆରେ ତୁମେ ସର୍ବଦା ଖୁସିରେ ଉତ୍ସବ ପାଳନ କରିବ । ଦୁନିଆର ମନୁଷ୍ୟମାନେ ଜାଣିନାହାଁନ୍ତି ଯେ ପ୍ରକୃତ ଖୁସି କେବେ ପାଳନ କରାଯିବ । ମନୁଷ୍ୟମାନଙ୍କ ପାଖରେ ତ ସତ୍ୟଯୁଗର ଜ୍ଞାନ ହିଁ ନାହିଁ, ତେଣୁ ଏହିଠାରେ ହିଁ ପାଳନ କରୁଛନ୍ତି । କିନ୍ତୁ ଏହି ପୁରୁଣା ତମଃପ୍ରଧାନ ଦୁନିଆରେ ଖୁସି କେଉଁଠୁ ଆସିବ! ଏଠାରେ ତ ତ୍ରାହି ତ୍ରାହି କରିଚାଲିଛନ୍ତି । କେତେ ଦୁଃଖର ଦୁନିଆ ଅଟେ ।

ବାବା ତୁମ ସନ୍ତାନମାନଙ୍କୁ କେତେ ସହଜ ରାସ୍ତା ବତାଉଛନ୍ତି । ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ କମଳ ଫୁଲ ସମାନ ରୁହ । କାମ-ଧନ୍ଦା ଆଦି କରି ମଧ୍ୟ ମୋତେ ମନେ ପକାଇଚାଲ । ଯେପରି ପ୍ରେମିକ ଏବଂ ପ୍ରେମିକା ପରସ୍ପରକୁ ମନେପକାଇଥା’ନ୍ତି, ସେ ତ ତାଙ୍କର ପ୍ରେମିକ, ଇଏ ତାଙ୍କର ପ୍ରେମିକା । ଏଠାରେ ସେ କଥା ନାହିଁ, ଏଠାରେ ତ ତୁମେ ସମସ୍ତେ ଏକମାତ୍ର ପ୍ରେମିକଙ୍କର ଜନ୍ମ-ଜନ୍ମାନ୍ତରରୁ ପ୍ରେମିକା ହୋଇ ରହିଛ । ବାବା ତୁମର କେବେହେଲେ ପ୍ରେମିକା ହୁଅନ୍ତି ନାହିଁ । ସେହି ପ୍ରେମିକଙ୍କୁ ଆସିବା ପାଇଁ ହିଁ ତୁମେ ତାଙ୍କୁ ମନେପକାଇ ଆସୁଛ । ଯେବେ ଅଧିକ ଦୁଃଖ ହୋଇଥାଏ ସେତେବେଳେ ଅଧିକ ସ୍ମରଣ କରିଥା’ନ୍ତି, ସେଥିପାଇଁ ତ ଗାୟନ ମଧ୍ୟ ଅଛି ଦୁଃଖରେ ସମସ୍ତେ ସ୍ମରଣ କରନ୍ତି ସୁଖରେ କେହି କରି ନ ଥା’ନ୍ତି । ବର୍ତ୍ତମାନ ସମୟରେ ଯେପରି ବାବା ସର୍ବଶକ୍ତିମାନ ଅଟନ୍ତି । ଦିନକୁ ଦିନ ରାବଣ ମଧ୍ୟ ସର୍ବଶକ୍ତିମାନ୍‌, ତମଃପ୍ରଧାନ ହୋଇ ଚାଲିଛି, ସେଥିପାଇଁ ଏବେ ବାବା କହୁଛନ୍ତି ମଧୁର ସନ୍ତାନମାନେ ଦେହୀ-ଅଭିମାନୀ ହୁଅ, ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର ତା’ ସହିତ ଦୈବୀଗୁଣ ମଧ୍ୟ ଧାରଣ କର । ତେବେ ତୁମେ ଏହିପରି (ଲକ୍ଷ୍ମୀ-ନାରାୟଣଙ୍କ) ଭଳି ହୋଇଯିବ ।

ଏହି ପାଠପଢ଼ାରେ ମୁଖ୍ୟ କଥା ହିଁ ହେଉଛି ବାବାଙ୍କୁ ମନେ ପକାଇବା । ଉଚ୍ଚରୁ ଉଚ୍ଚ ବାବାଙ୍କୁ ବହୁତ ସ୍ନେହ, ପ୍ରେମରେ ମନେ ପକାଇବା ଉଚିତ୍ । ସେହି ସର୍ବୋଚ୍ଚ ବାବା ହିଁ ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ବାବା କହୁଛନ୍ତି ମୁଁ ଆସିଛି ତୁମକୁ ବିଶ୍ୱର ମାଲିକ କରାଇବା ପାଇଁ । ସେଥିପାଇଁ ଏବେ ତୁମେ ମୋତେ ମନେପକାଇଲେ ତୁମର ଅନେକ ଜନ୍ମର ପାପ କଟିଯିବ । ପତିତ-ପାବନ ବାବା କହୁଛନ୍ତି ତୁମେ ବହୁତ ପତିତ ହୋଇଗଲଣି, ସେଥିପାଇଁ ଏବେ ତୁମେ ମୋତେ ମନେପକାଇଲେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ । ପତିତ-ପାବନ ବାବାଙ୍କୁ ହିଁ ଡାକୁଛନ୍ତି ନା । ଏବେ ବାବା ଆସିଛନ୍ତି ତେଣୁ ନିଶ୍ଚୟ ପବିତ୍ର ହେବାକୁ ପଡ଼ିବ । ବାବା ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି । ବାସ୍ତବରେ ସତ୍ୟଯୁଗରେ ପବିତ୍ର ଦୁନିଆ ଥିଲା, ତେଣୁ ସମସ୍ତେ ସୁଖୀ ହିଁ ଥିଲେ । ଏବେ ବାବା ପୁନର୍ବାର କହୁଛନ୍ତି ପିଲାମାନେ ଶାନ୍ତିଧାମ ଏବଂ ସୁଖଧାମକୁ ୟାଦ କରୁଥାଅ । ବର୍ତ୍ତମାନ ହେଉଛି ସଙ୍ଗମଯୁଗ । ନାଉରିଆ ତୁମକୁ ଏ ପାରିରୁ ସେପାରିକୁ ନେଇ ଯାଉଛନ୍ତି । କିଛି ଗୋଟିଏ ନାଆ ନୁହେଁ, ସାରା ଦୁନିଆ ଯେପରି ଏକ ବଡ଼ ଜାହାଜ ଅଟେ । ତାକୁ ପାରି କରି ନେଇଯାଉଛନ୍ତି ।

ତୁମେ ମିଠା ପିଲାମାନେ କେତେ ଖୁସି ହେବା ଉଚିତ୍ । ତୁମ ପାଇଁ ତ ସବୁବେଳେ ଖୁସି ହିଁ ଖୁସି ରହିଛି । ବେହଦର ବାବା ଆମକୁ ପଢ଼ାଉଛନ୍ତି, ବାଃ! ଏ କଥା ତ ନା କେବେ ଶୁଣିଛୁ, ନା ପଢ଼ିଛୁ । ଭଗବାନୁବାଚ ମୁଁ ତୁମ ରୁହାନୀ ସନ୍ତାନମାନଙ୍କୁ ରାଜଯୋଗ ଶିଖାଉଛି । ତେଣୁ ସଂପୂର୍ଣ୍ଣ ରୂପେ ଶିଖିବା ଉଚିତ୍‌, ଧାରଣ କରିବା ଦରକାର । ସଂପୂର୍ଣ୍ଣ ରୂପେ ପଢ଼ିବା ଉଚିତ୍ । ପାଠପଢ଼ାରେ ସର୍ବଦା କ୍ରମାନ୍ୱୟରେ ରହିଥାଆନ୍ତି । ନିଜକୁ ଦେଖିବା ଉଚିତ୍ କି ମୁଁ ଉତ୍ତମ ଅଟେ, ନା ମଧ୍ୟମ ଅଟେ ନା କନିଷ୍ଠ? ବାବା କହୁଛନ୍ତି ନିଜକୁ ଦେଖ ମୁଁ ଉଚ୍ଚପଦ ପାଇବାର ଯୋଗ୍ୟ ଅଟେ? ରୁହାନୀ ସେବା କରୁଛି? କାହିଁକି ନା ବାବା କହୁଛନ୍ତି ପିଲାମାନେ ସେବାଯୋଗ୍ୟ ହୁଅ, ବାବାଙ୍କୁ ଅନୁସରଣ କର । ମୁଁ ସେବା କରିବା ନିମନ୍ତେ ହିଁ ଆସିଛି । ପ୍ରତ୍ୟହ ସେବା କରୁଛି ସେଥିପାଇଁ ହିଁ ଏହି ରଥ ନେଇଛି । ଏହାଙ୍କର ରଥ ବେମାର ହୋଇଗଲେ ମୁଁ ୟାଙ୍କ ଭିତରେ ବସି ମୁରଲୀ ଲେଖୁଛି, ମୁଖ ଦ୍ୱାରା ତ କହିପାରିବି ନାହିଁ ତେଣୁ ଲେଖି ଦେଉଛି, ଯାହା ଦ୍ୱାରା ପିଲାମାନଙ୍କର ମୁରଲୀ ମିସ୍ ନ ହେଉ, ତେଣୁ ମୁଁ ମଧ୍ୟ ସେବାରେ ରହିଛି ନା । ଏହା ହେଉଛି ରୁହାନୀ ସେବା । ତେଣୁ ତୁମେମାନେ ମଧ୍ୟ ବାବାଙ୍କ ସେବାରେ ଲାଗିଯାଅ । ଈଶ୍ୱର ପିତାଙ୍କର ସେବାରେ ଉପସ୍ଥିତ ହୋଇଯାଅ । ଯେଉଁମାନେ ଭଲ ପୁରୁଷାର୍ଥ ଓ ଭଲ ସେବା କରିଥା’ନ୍ତି ତାଙ୍କୁ ମହାବୀର କୁହାଯାଏ । ଦେଖାଯାଏ କି କେଉଁମାନେ ମହାବୀର ଅଟନ୍ତି ଯିଏକି ବାବାଙ୍କ ନିର୍ଦ୍ଦେଶରେ ଚାଲୁଛନ୍ତି? ବାବାଙ୍କର ନିର୍ଦ୍ଦେଶ ହେଉଛି, ନିଜକୁ ଆତ୍ମା ଭାବି ଭାଇ-ଭାଇକୁ ଦେଖ । ଏହି ଶରୀରକୁ ଭୁଲିଯାଅ । ବାବା ମଧ୍ୟ ଶରୀରକୁ ଦେଖୁନାହାଁନ୍ତି । ବାବା କହୁଛନ୍ତି ମୁଁ ଆତ୍ମାମାନଙ୍କୁ ଦେଖୁଛି । ବାକି ଏହା ତ ଜଣା ଅଛି ଯେ ଆତ୍ମା ଶରୀର ବିନା କଥା କହିପାରିବ ନାହିଁ । ମୁଁ ମଧ୍ୟ ଏହି ଶରୀରକୁ ଲୋନ୍‌ରେ ନେଇଛି । ଶରୀର ସହିତ ହିଁ ଆତ୍ମା ପାଠପଢ଼ିପାରିବ । ବାବାଙ୍କର ବସିବା ସ୍ଥାନ ଏହି ଭ୍ରୃକୁଟୀରେ ଅଟେ । ଏହା ହେଉଛି ଅକାଳ ତଖତ୍‌, ଆତ୍ମା ହେଉଛି ଅକାଳ ମୂରତ (ଯାହାକୁ କାଳ ଖାଇପାରିବ ନାହିଁ) । ଆତ୍ମା କେବେ ଛୋଟ ବଡ଼ ହୋଇ ନ ଥାଏ । ଶରୀର ଛୋଟ ବଡ଼ ହୋଇଥାଏ । ଯେଉଁ ସବୁ ଆତ୍ମାମାନେ ଅଛନ୍ତି ସେମାନଙ୍କର ଆସନ ଏହି ଭ୍ରୃକୁଟୀ ଅଟେ । ଶରୀର ତ ସମସ୍ତଙ୍କର ଭିନ୍ନ-ଭିନ୍ନ ହୋଇଥାଏ । କାହାର ଅକାଳ ତଖତ୍ ପୁରୁଷର, କାହାର ସ୍ତ୍ରୀର ହୋଇଥାଏ, କାହାର ଅକାଳ ତଖତ ଛୋଟ ପିଲାର ହୋଇଥାଏ । ବାବା ବସି ପିଲାମାନଙ୍କୁ ରୁହାନୀ ଡ୍ରିଲ୍ (ବ୍ୟାୟାମ) ଶିଖାଉଛନ୍ତି । ଯେତେବେଳେ କାହା ସହିତ କଥା ହେଉଛ ତେବେ ନିଜକୁ ଆତ୍ମା ବୋଲି ଭାବ । ମୁଁ ଆତ୍ମା ଅମୁକ ଭାଇ ସହିତ କଥା ହେଉଛି । ବାବାଙ୍କର ସନ୍ଦେଶ ଦେଉଛି କି ଶିବବାବାଙ୍କୁ ୟାଦ କର । ୟାଦ ଦ୍ୱାରା ହିଁ ଜଙ୍କ ଛାଡ଼ିବ । ସୁନାରେ ଖାଦ ମିଶିଲେ ସୁନାର ମୂଲ୍ୟ ହିଁ କମ୍ ହୋଇଯାଇଥାଏ । ତୁମ ଆତ୍ମାରେ ମଧ୍ୟ ଜଙ୍କ ଲାଗି ଯାଇଥିବାରୁ ତୁମେ ମୂଲ୍ୟହୀନ ହୋଇଯାଇଛ । ଏବେ ପୁଣି ପବିତ୍ର ହେବାକୁ ପଡ଼ିବ । ତୁମ ଆତ୍ମାମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି । ସେହି ନେତ୍ର ଦ୍ୱାରା ନିଜର ଭାଇମାନଙ୍କୁ ଦେଖ । ଭାଇ-ଭାଇକୁ ଦେଖିବା ଦ୍ୱାରା କର୍ମେନ୍ଦ୍ରିୟ ଚଞ୍ଚଳ ହେବ ନାହିଁ । ଯଦି ରାଜ୍ୟ-ଭାଗ୍ୟ ନେବାର ଅଛି, ବିଶ୍ୱର ମାଲିକ ହେବାର ଅଛି ତେବେ ଏହି ମେହନତ କର । ଭାଇ-ଭାଇ ଭାବି ସମସ୍ତଙ୍କୁ ଜ୍ଞାନ ଦିଅ । ତେବେ ପୁଣି ଏହି ଅଭ୍ୟାସ ପକ୍କା ହୋଇଯିବ । ତୁମେ ସମସ୍ତେ ପ୍ରକୃତରେ ଭାଇ-ଭାଇ ଅଟ । ବାବା ମଧ୍ୟ ଉପରୁ ଆସିଛନ୍ତି, ତୁମେ ମଧ୍ୟ ଉପରୁ ଆସିଛ । ବାବା ପିଲାମାନଙ୍କ ସହିତ ସେବା କରୁଛନ୍ତି । ସେବା କରିବା ପାଇଁ ବାବା ସାହସ ଦେଉଛନ୍ତି । ପିଲାମାନଙ୍କର ସାହାସ ବାବାଙ୍କର ସହଯୋଗ... ତେଣୁ ଏହି ଅଭ୍ୟାସ କରିବାକୁ ହେବ । ମୁଁ ଆତ୍ମା ଭାଇକୁ ପଢାଉଛି । ଆତ୍ମା ପଢୁଛି ନା । ଏହାକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି, ଯାହା ରୁହାନୀ ବାବାଙ୍କଠାରୁ ହିଁ ମିଳୁଛି । ସଂଗମରେ ହିଁ ବାବା ଆସି ଏହି ଜ୍ଞାନ ଦେଉଛନ୍ତି କି ନିଜକୁ ଆତ୍ମା ବୋଲି ଭାବ । ତୁମେ ଅଶରୀର ଆସିଥିଲ ପୁଣି ଏଠାରେ ଶରୀର ଧାରଣ କରି ତୁମେ ୮୪ ଜନ୍ମର ପାର୍ଟ ବଜାଇଛ । ଏବେ ପୁଣି ଫେରି ଯିବାକୁ ହେବ, ସେଥିପାଇଁ ନିଜକୁ ଆତ୍ମା ବୋଲି ଭାବି ଭାଇ-ଭାଇର ଦୃଷ୍ଟିରେ ଦେଖିବାକୁ ହେବ । ଏହି ମେହନତ କରିବାକୁ ହେବ । ନିଜକୁ ନିଜେ ପରିଶ୍ରମ କରିବାକୁ ପଡିବ, ଅନ୍ୟମାନଙ୍କଠାରୁ ଆମକୁ କ’ଣ ମିଳିବ! ଚ୍ୟାରିଟୀ ବିଗେନ୍ସ ଆଟ୍ ହୋମ୍ (ଦାନ ପ୍ରଥମେ ନିଜ ଘରୁ ଆରମ୍ଭ ହୁଏ) ଅର୍ଥାତ୍ ପ୍ରଥମେ ନିଜକୁ ଆତ୍ମା ଭାବ ପୁଣି ଭାଇମାନଙ୍କୁ ବୁଝାଅ । ତେବେ ଭଲ ଭାବରେ ତୀର ଲାଗିବ । ତେବେ ନିଜ ଭିତରେ ଏହି ଶକ୍ତି ଭରିବାକୁ ହେବ । ପରିଶ୍ରମ କରିବ ତେବେ ଯାଇ ଉଚ୍ଚ ପଦ ପାଇବ । ଏଥିପାଇଁ କିଛି ସହନ ମଧ୍ୟ କରିବାକୁ ପଡିଥାଏ । ଯେତେବେଳେ କେହି ଓଲଟା-ସିଧା କଥା କହୁଛନ୍ତି ତେବେ ତୁମେ ଚୁପ୍ ରୁହ । ତୁମେ ଚୁପ୍ ରହିଲେ ପୁଣି ଅନ୍ୟ ଜଣେ କ’ଣ କରିବ! ଦୁଇ ହାତରେ ତାଳି ବାଜିଥାଏ । ଜଣେ ମୁଖର ତାଳି ବଜାଇଲେ, ଅନ୍ୟ ଜଣେ ଯଦି ଚୁପ୍ ରହିଯିବ, ତେବେ ସେ ସ୍ୱତଃ ଚୁପ୍ ହୋଇଯିବେ । ତାଳିରେ ତାଳି ବାଜିବା ଦ୍ୱାରା ଶବ୍ଦ ହୋଇଥାଏ । ପିଲାମାନଙ୍କୁ ପରସ୍ପରର କଲ୍ୟାଣ କରିବା ଉଚିତ୍ । ବାବା ବୁଝାଉଛନ୍ତି ପିଲାମାନେ ସର୍ବଦା ଖୁସିରେ ରହିବାକୁ ଚାହୁଁଥିଲେ ମନମନାଭବ ହୁଅ । ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର । ଭାଇମାନଙ୍କୁ ଅର୍ଥାତ୍ ଆତ୍ମାମାନଙ୍କୁ ଦେଖ । ତେଣୁ ପିଲାମାନଙ୍କୁ ରୁହାନୀ ଯାତ୍ରାରେ ରହିବାର ଅଭ୍ୟାସ କରିବା ଉଚିତ୍ । ଏଥିରେ ତୁମର ହିଁ ଫାଇଦା ରହିଛି । ବାବାଙ୍କର ଶିକ୍ଷା ଭାଇମାନଙ୍କୁ ଦେବାକୁ ହେବ । ବାବା କହୁଛନ୍ତି ମୁଁ ତୁମ ଆତ୍ମାମାନଙ୍କୁ ଜ୍ଞାନ ଦେଉଛି । ଆତ୍ମାକୁ ହିଁ ଦେଖୁଛି । ମନୁଷ୍ୟ ମନୁଷ୍ୟ ସହିତ କଥା ହେଲେ ତାଙ୍କର ମୁହଁକୁ ଦେଖିବେ ନା । ତୁମେ ଆତ୍ମା ସହିତ କଥା ହେଉଛ ତେଣୁ ଆତ୍ମାକୁ ହିଁ ଦେଖିବାକୁ ହେବ । ଯଦିଓ ଶରୀର ଦ୍ୱାରା ଜ୍ଞାନ ଦେଉଛ କିନ୍ତୁ ଏଥିରେ ଶରୀରର ଅଭିମାନ ତ୍ୟାଗ କରିବାକୁ ପଡିଥାଏ । ତୁମର ଆତ୍ମା ଜାଣିଛି ପରମାତ୍ମା ବାବା ଆମକୁ ଜ୍ଞାନ ଦେଉଛନ୍ତି । ବାବା ମଧ୍ୟ କହୁଛନ୍ତି ମୁଁ ଆତ୍ମାମାନଙ୍କୁ ଦେଖୁଛି, ଆତ୍ମାମାନେ ମଧ୍ୟ କହୁଛନ୍ତି ଆମେ ପରମାତ୍ମା ବାବାଙ୍କୁ ଦେଖୁଛୁ । ତାଙ୍କଠାରୁ ଜ୍ଞାନ ନେଉଛୁ, ଏହାକୁ ଆଧ୍ୟାତ୍ମିକ ଜ୍ଞାନର ଆଦାନ-ପ୍ରଦାନ କୁହାଯାଉଛି, ଆତ୍ମାର ଆତ୍ମା ସହିତ ହିଁ ଜ୍ଞାନର ଆଦାନପ୍ରଦାନ ହେଉଛି । ଆତ୍ମାଠାରେ ହିଁ ଜ୍ଞାନ ରହିଛି । ଆତ୍ମାକୁ ହିଁ ଜ୍ଞାନ ଦେବାକୁ ହେବ । ଏହା ଯେପରି ଶକ୍ତି ଅଟେ । ତୁମର ଜ୍ଞାନରେ ଏହି ଶକ୍ତି ଭରିଯିବ । ତେଣୁ କାହାକୁ ବି ବୁଝାଇଲେ ତାଙ୍କୁ ତୁରନ୍ତ ତୀର ଲାଗିଯିବ । ବାବା କହୁଛନ୍ତି ଅଭ୍ୟାସ କରି ଦେଖ, ତୀର ଲାଗୁଛି ନା । ଏହି ନୂଆ ପ୍ରକାରର ଅଭ୍ୟାସ କଲେ ପୁଣି ଶରୀରର ଅଭିମାନ ତୁଟିଯିବ । ମାୟାର ତୋଫାନ କମ୍ ଆସିବ । ଖରାପ ସଂକଳ୍ପ ଆସିବ ନାହିଁ । ବିକାରୀ ଦୃଷ୍ଟି ମଧ୍ୟ ରହିବ ନାହିଁ । ମୁଁ ଆତ୍ମା ୮୪ର ଚକ୍ର ଲଗାଇଛି । ଏବେ ନାଟକ ପୂରା ହେଉଛି । ବର୍ତ୍ତମାନ ବାବାଙ୍କ ୟାଦରେ ରହିବାକୁ ପଡିବ । ୟାଦ ଦ୍ୱାରା ହିଁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇ, ସତ୍ତ୍ୱପ୍ରଧାନ ଦୁନିଆର ମାଲିକ ହୋଇଯିବ । ଏହା କେତେ ସହଜ କଥା ଅଟେ । ବାବା ଜାଣିଛନ୍ତି ପିଲାମାନଙ୍କୁ ଏହି ଶିକ୍ଷା ଦେବା ମଧ୍ୟ ମୋର ପାର୍ଟ ଅଟେ । କୌଣସି ନୂଆ କଥା ନୁହେଁ । ପ୍ରତି ୫ ହଜାର ବର୍ଷ ପରେ ମୋତେ ଆସିବାକୁ ପଡୁଛି । ଏଥିପାଇଁ ମୁଁ ବନ୍ଧା ହୋଇଛି । ପିଲାମାନଙ୍କୁ ବସି ବୁଝାଉଛି ମିଠା ମିଠା ପିଲାମାନେ ରୁହାନୀ ୟାଦର ଯାତ୍ରାରେ ରୁହ, ତେବେ ଅନ୍ତ ମତି ସୋ ଗତି ହୋଇଯିବ । ଏହା ଅନ୍ତକାଳ ଅଟେ ନା! ମୋତେ ମନେ ପକାଇଲେ ତୁମର ସଦ୍‌ଗତି ହୋଇଯିବ । ୟାଦର ଯାତ୍ରା ଦ୍ୱାରା ସ୍ଥିତି ମଜବୁତ ହୋଇଯିବ । ଏହି ଦେହୀ ଅଭିମାନୀ ହେବାର ଶିକ୍ଷା ଥରେ ମାତ୍ର ତୁମ ପିଲାମାନଙ୍କୁ ମିଳୁଛି । କେତେ ଆଶ୍ଚର୍ଯ୍ୟଜନକ ଜ୍ଞାନ ଅଟେ । ବାବା ଚମତ୍କାର ଅଟନ୍ତି ତେଣୁ ତାଙ୍କର ଜ୍ଞାନ ମଧ୍ୟ ଚମତ୍କାର ଅଟେ । ଏହି ଜ୍ଞାନକୁ ବାବାଙ୍କ ବ୍ୟତୀତ ଅନ୍ୟ କେହି କେବେହେଲେ ବୁଝାଇ ପାରିବେ ନାହିଁ । ଏବେ ଘରକୁ ଫେରିବାକୁ ହେବ ସେଥିପାଇଁ ବାବା କହୁଛନ୍ତି ମଧୁର ପିଲାମାନେ ଏହି ଅଭ୍ୟାସ କର । ନିଜକୁ ଆତ୍ମା ଭାବି ଆତ୍ମାମାନଙ୍କୁ ଜ୍ଞାନ ଦିଅ । ତୃତୀୟ ନେତ୍ର ଦ୍ୱାରା ଭାଇ-ଭାଇକୁ ଦେଖିବାକୁ ହେବ । ଏହା ହିଁ ସବୁଠାରୁ ବଡ ମେହନତର କାର୍ଯ୍ୟ ।

ଏହା ହେଉଛି ତୁମ ବ୍ରାହ୍ମଣମାନଙ୍କର ସର୍ବୋତ୍ତମ ସର୍ବୋଚ୍ଚ କୁଳ । ବର୍ତ୍ତମାନ ତୁମର ଜୀବନ ଅମୂଲ୍ୟ ଅଟେ ସେଥିପାଇଁ ଏହି ଶରୀରର ମଧ୍ୟ ଯତ୍ନ ନେବାକୁ ପଡିବ । ତମଃପ୍ରଧାନ ହୋଇଯାଇଥିବା ଯୋଗୁଁ ଶରୀରର ଆୟୁଷ ମଧ୍ୟ କମ୍ ହୋଇଗଲାଣି । ବର୍ତ୍ତମାନ ତୁମେ ଯେତେ ଯୋଗରେ ରହିବ ସେତେ ଆୟୁ ବଢିବ । ସତ୍ୟଯୁଗରେ ତୁମର ଆୟୁ ବଢି-ବଢି ୧୫୦ ବର୍ଷ ହୋଇଯିବ । ସେଥିପାଇଁ ଶରୀରର ମଧ୍ୟ ଯତ୍ନ ନେବାକୁ ପଡିବ । ଏପରି ନୁହେଁ ଯେ ଏହା ତ ମାଟିର ପିତୁଳା ଅଟେ, ଏହା ନଷ୍ଟ ହୋଇଯାଉ । ନା । ଏହାକୁ ବଞ୍ଚାଇ ରଖିବାକୁ ପଡିବ । ଏହା ଅମୂଲ୍ୟ ଜୀବନ ଅଟେ ନା । କେହି ବେମାର ହୋଇଗଲେ ତାଙ୍କ ଉପରେ ବିରକ୍ତ ହେବା ଅନୁଚିତ୍ । ତାଙ୍କୁ ମଧ୍ୟ କୁହ ଶିବବାବାଙ୍କୁ ୟାଦ କର । ଯେତେ ୟାଦ କରିବେ ସେତେ ତାଙ୍କର ପାପ କଟି ଚାଲିବ । ତାଙ୍କର ସେବା କରିବା ଉଚିତ୍‌, ବଞ୍ଚି ଥାଆନ୍ତୁ ଶିବବାବାଙ୍କୁ ୟାଦ କରୁଥା’ନ୍ତୁ । ଆତ୍ମା ମଧ୍ୟରେ ଏହି ଜ୍ଞାନ ତ ରହୁଛି ନା ମୁଁ ବାବାଙ୍କୁ ୟାଦ କରୁଛି । ଆତ୍ମା ମନେ ପକାଉଛି, ବାବାଙ୍କଠାରୁ ସମ୍ପତ୍ତି ପାଇବା ପାଇଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ପୁରୁଷାର୍ଥ କ୍ରମାନୁସାରେ ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜେ ନିଜକୁ ଦେଖ ମୁଁ ପୁରୁଷାର୍ଥରେ ଉତ୍ତମ, ମଧ୍ୟମ, ନା କନିଷ୍ଠ ଅଟେ? ମୁଁ ଉଚ୍ଚପଦ ପାଇବା ପାଇଁ ଯୋଗ୍ୟ ଅଟେ? ମୁଁ ଆତ୍ମିକ ସେବା କରୁଛି ତ?

(୨) ତୃତୀୟ ନେତ୍ର ଦ୍ୱାରା ଆତ୍ମା ଭାଇକୁ ଦେଖ । ଆତ୍ମା ଆତ୍ମା ଭାଇ-ଭାଇ ମନେ କରି ସମସ୍ତଙ୍କୁ ଜ୍ଞାନ ଦିଅ । ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କରିବା ଦ୍ୱାରା କର୍ମେନ୍ଦ୍ରୀୟ ଗୁଡିକ ଚଞ୍ଚଳ ହେବେ ନାହିଁ ।

ବରଦାନ:-
ବ୍ରହ୍ମାବାବାଙ୍କ ସମାନ ମହାତ୍ୟାଗ ଦ୍ୱାରା ମହାନ ଭାଗ୍ୟ ନିର୍ମାଣ କରୁଥିବା ଫରିସ୍ତା ତଥା ବିଶ୍ୱ ମହାରାଜା ହୁଅ ।

ଫରିସ୍ତା ତଥା ବିଶ୍ୱ ମହାରାଜା ହେବାର ବରଦାନ ସେହି ପିଲାମାନଙ୍କୁ ପ୍ରାପ୍ତ ହୋଇଥାଏ ଯେଉଁମାନେ ବ୍ରହ୍ମା ବାବାଙ୍କର ପ୍ରତ୍ୟେକ କର୍ମ ରୂପୀ ପାଦ ଚିହ୍ନ ଉପରେ ପାଦ ରଖି ଚାଲିଥାଆନ୍ତି ଅର୍ଥାତ୍ ତାଙ୍କୁ ଅନୁକରଣ କରିଥାଆନ୍ତି ଏବଂ ଯେଉଁମାନଙ୍କର ମନ-ବୁଦ୍ଧି ଏବଂ ସଂସ୍କାର ସର୍ବଦା ବାବାଙ୍କ ପାଖରେ ସମର୍ପିତ ଅଟେ । ଯେପରି ବ୍ରହ୍ମାବାବା ଏହି ମହାତ୍ୟାଗ ଦ୍ୱାରା ମହାନ ଭାଗ୍ୟ ପ୍ରାପ୍ତ କରିଥିଲେ ଅର୍ଥାତ୍ ନମ୍ବରୱାନ ସମ୍ପୂର୍ଣ୍ଣ ଫରିସ୍ତା ଏବଂ ନମ୍ବରୱାନ ବିଶ୍ୱ ମହାରାଜା ହୋଇଗଲେ, ସେହିପରି ତାଙ୍କୁ ଅନୁକରଣ କରୁଥିବା ପିଲାମାନେ ମଧ୍ୟ ମହାନ ତ୍ୟାଗୀ ବା ସର୍ବସ୍ୱ ତ୍ୟାଗୀ ହୋଇଥାଆନ୍ତି । ସେମାନେ ନିଜର ସଂସ୍କାରରୁ ମଧ୍ୟ ବିକାର ଗୁଡିକର ବଂଶକୁ ତ୍ୟାଗ କରି ଦେଇଥାଆନ୍ତି ।

ସ୍ଲୋଗାନ:-
ଏବେ ସମସ୍ତ ବିନାଶୀ ଆଧାରଗୁଡିକ ମୂଲ୍ୟହୀନ ହୋଇଯିବ, ତେଣୁ ଏକମାତ୍ର ବାବାଙ୍କୁ ହିଁ ନିଜର ଆଧାର କରିଦିଅ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର:

(୧୦) ଏତେ ବିଶାଳ ପ୍ରକୃତିକୁ ପରିବର୍ତ୍ତନ କରିବା, ତମଃଗୁଣୀ ସଂସ୍କାରଯୁକ୍ତ ଆତ୍ମାମାନଙ୍କର ତମଃଗୁଣୀ ଭାଇବ୍ରେଶନକୁ ପରିବର୍ତ୍ତନ କରିବା ଏବଂ ନିଜକୁ ମଧ୍ୟ ଏହିଭଳି ହଣା-କଟା ବାତାବରଣର ଭାଇବ୍ରେଶନଠାରୁ ସୁରକ୍ଷିତ ରଖିବା ତଥା ସେହି ଆତ୍ମାମାନଙ୍କୁ ସହଯୋଗ ଦେବାର ବିଶାଳ କାର୍ଯ୍ୟ କରିବା ପାଇଁ ନିଜର ମନୋବୃତ୍ତିକୁ ବା ସଂକଳ୍ପକୁ ଶୁଭଭାବନାରେ ଭରପୁର ତଥା ଶକ୍ତିଶାଳୀ କର ।