10.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଭଗବାନ ତୁମର ସାଥୀ ଏବଂ ରାବଣ ଶତ୍ରୁ ଅଟେ, ସେଥିପାଇଁ ତୁମେ ଭଗବାନଙ୍କୁ ଭଲ ପାଉଛ ଏବଂ ରାବଣକୁ ଜଳାଉଛ ।”

ପ୍ରଶ୍ନ:-
କେଉଁ ପିଲାମାନଙ୍କୁ ଅନେକଙ୍କର ଆଶୀର୍ବାଦ ସ୍ୱତଃ ମିଳି ଯାଉଛି?

ଉତ୍ତର:-
ଯେଉଁ ପିଲାମାନେ ବାବାଙ୍କ ସ୍ମୃତିରେ ରହି ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ନିଜପରି କରୁଛନ୍ତି । ସେମାନଙ୍କୁ ଅନେକଙ୍କର ଆଶୀର୍ବାଦ ମିଳିଯାଉଛି । ସେମାନେ ବହୁତ ଉଚ୍ଚପଦ ପ୍ରାପ୍ତ କରୁଛନ୍ତି । ବାବା ତୁମମାନଙ୍କୁ ଶ୍ରେଷ୍ଠ କରିବା ପାଇଁ ଏକମାତ୍ର ଶ୍ରୀମତ ଦେଉଛନ୍ତି - ପିଲାମାନେ କୌଣସି ବି ଦେହଧାରୀଙ୍କୁ ମନେ ନ ପକାଇ କେବଳ ମୋତେ ମନେପକାଅ ।

ଗୀତ:-
ଆଖିର ୱହ ଦିନ୍ ଆୟା ଆଜ୍‌...

ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଅର୍ଥକୁ ତ ବାବା ଆମମାନଙ୍କୁ ବୁଝାଇ ଦେଇଛନ୍ତି । ଓମ୍ ଅର୍ଥାତ୍ ମୁଁ ଆତ୍ମା ଏବଂ ଏହା ମୋର ଶରୀର । ଆତ୍ମା ତ ଦେଖାଯାଏ ନାହିଁ । ଆତ୍ମାରେ ହିଁ ଭଲ ବା ଖରାପ ସଂସ୍କାର ରହିଥାଏ । ଆତ୍ମାରେ ହିଁ ମନ-ବୁଦ୍ଧି ଅଛି । ଶରୀରରେ ବୁଦ୍ଧି ନାହିଁ । ମୁଖ୍ୟ ହେଉଛି ଆତ୍ମା । ଶରୀର ତ’ ମୋର । ଆତ୍ମାକୁ କେହି ଦେଖିପାରନ୍ତି ନାହିଁ । ଶରୀରକୁ ଆତ୍ମା ଦେଖିଥାଏ । ଆତ୍ମାକୁ ଶରୀର ଦେଖିପାରେ ନାହିଁ । ଆତ୍ମା ବାହାରିଗଲେ ଶରୀର ଜଡ ହୋଇଯାଏ । ଆତ୍ମାକୁ ଦେଖି ହୁଏ ନାହିଁ । ଶରୀରକୁ ଦେଖିହୁଏ । ସେହିପରି ଆତ୍ମାର ଯିଏ ପିତା, ଯାହାଙ୍କୁ ଓ ଗଡ୍ ଫାଦର କୁହାଯାଏ ସେ ମଧ୍ୟ ଦେଖାଯା’ନ୍ତି ନାହିଁ, ତାଙ୍କୁ କେବଳ ବୁଝିହୁଏ, ଜାଣିହୁଏ । ଆମେ ଆତ୍ମା ସବୁ ଭାଇ ଭାଇ ଅଟୁ । ଶାରୀରିକ ସମ୍ବନ୍ଧରେ କୁହାଯିବ ଇଏ ଭାଇ-ଭାଇ ବା ଭଉଣୀ-ଭାଇ ଅଟନ୍ତି । ବାସ୍ତବରେ ଆତ୍ମାମାନେ ତ’ ସବୁ ଭାଇ ଭାଇ ଅଟନ୍ତି । ଆତ୍ମାମାନଙ୍କର ପିତା ହେଲେ - ପରମପିତା ପରମାତ୍ମା । ଶରୀରଧାରୀ ଭାଇ ଭଉଣୀମାନେ ପରସ୍ପରକୁ ଦେଖିପାରନ୍ତି । ଆତ୍ମାମାନଙ୍କର ପିତା ହେଲେ ଜଣେ, ତାଙ୍କୁ ଦେଖି ହୁଏ ନାହିଁ । ତେବେ ବର୍ତ୍ତମାନ ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ବାବା ଆସିଛନ୍ତି । ନୂଆ ଦୁନିଆ ସତ୍ୟଯୁଗ ଥିଲା । ଏବେ ପୁରୁଣା ଦୁନିଆ କଳିଯୁଗ ଅଟେ, ଯାହାକି ଏବେ ପରିବର୍ତ୍ତନ ହେବାକୁ ଯାଉଛି । ବାସ୍ତବରେ ପୁରୁଣା ଦୁନିଆ ତ’ ସମାପ୍ତ ହେବା ଦରକାର ନା । ଯେପରି ପୁରୁଣା ଘର ଭାଙ୍ଗି ନଷ୍ଟ ହୋଇଗଲେ, ନୂଆ ଘର ତିଆରି ହୋଇଥାଏ ନା, ସେହିପରି ଏହି ପୁରୁଣା ଦୁନିଆ ମଧ୍ୟ ବିନାଶ ହେବାକୁ ଯାଉଛି । ସତ୍ୟଯୁଗ ପରେ ତ୍ରେତୟା, ଦ୍ୱାପର, କଳିଯୁଗ ପୁଣି ଏହି ଚାରିଯୁଗ ପରେ ସତ୍ୟଯୁଗ ନିଶ୍ଚିତ ଆସିବ । ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ନିଶ୍ଚିତ ହେବ । ସତ୍ୟଯୁଗରେ ଦେବୀ ଦେବତାମାନଙ୍କର ରାଜ୍ୟ ଥାଏ । ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ ସେମାନଙ୍କୁ କୁହାଯାଏ ଯେଉଁମାନେ କି ଲକ୍ଷ୍ମୀ-ନାରାୟଣଙ୍କ ବଂଶର ଏବଂ ରାମ-ସୀତାଙ୍କ ବଂଶର ଅଟନ୍ତି । ଏ କଥା ତ’ ବହୁତ ସହଜ ଅଟେ ନା । ପୁଣି ଦ୍ୱାପର ଯୁଗ ଏବଂ କଳିଯୁଗରେ ଅନ୍ୟ ଧର୍ମ ସବୁ ଆସିଥା’ନ୍ତି । ତା’ପରେ ପୁଣି ଦେବତାମାନେ ଯେଉଁମାନେ କି ଦିନେ ସମ୍ପୂର୍ଣ୍ଣ ପବିତ୍ର ଥିଲେ ସେମାନେ ଅପବିତ୍ର ହୋଇଯାଆନ୍ତି, ଯାହାକୁ ରାବଣ ରାଜ୍ୟ କୁହାଯାଏ । ରାବଣକୁ ବର୍ଷ ବର୍ଷ ଧରି ଜଳାଇ ଆସୁଛନ୍ତି ପରନ୍ତୁ ସିଏ ଜଳୁ ହିଁ ନାହିଁ, ତେଣୁ ତାକୁ ପ୍ରତିବର୍ଷ ଜଳାଇ ଚାଲିଛନ୍ତି । ସିଏ ସମସ୍ତଙ୍କର ସବୁଠାରୁ ବଡ ଶତ୍ରୁ ସେଇଥିପାଇଁ ତାକୁ ଜଳାଇବାର ପ୍ରଥା ହୋଇଯାଇଛି । ଭାରତର ପ୍ରଥମ ନମ୍ବରର ଶତ୍ରୁ କିଏ? ଆଉ ପୁଣି ପ୍ରଥମ ନମ୍ବରର ମିତ୍ର, ସଦାକାଳର ସୁଖଦାତା ହେଉଛନ୍ତି ଖୁଦା । ସେଥିପାଇଁ ଖୁଦାଙ୍କୁ ସାଥୀ କୁହାଯାଏ ନା । ଏ ବିଷୟରେ ଗୋଟିଏ କାହାଣୀ ବି ଅଛି । ତେଣୁ ଭଗବାନ ହେଲେ ଆମ ସମସ୍ତଙ୍କର ସାଥୀ, ରାବଣ ଆମର ଶତ୍ରୁ । ଖୁଦା ଯିଏକି ଆମ ସମସ୍ତଙ୍କର ସାଥୀ ତାଙ୍କୁ କେବେ ବି କେହି ଜଳାଇବେ ନାହିଁ । ସିଏ ସମସ୍ତଙ୍କର ଶତ୍ରୁ ତେଣୁ ୧୦ ମୁଣ୍ଡବାଲା ରାବଣ ତିଆରି କରି ତାକୁ ବର୍ଷ ବର୍ଷ ଧରି ଜଳାଇ ଆସୁଛନ୍ତି । ଗାନ୍ଧିଜୀ ମଧ୍ୟ କହୁଥିଲେ ଆମକୁ ରାମରାଜ୍ୟ ଦରକାର । କାରଣ ରାମରାଜ୍ୟରେ ସୁଖ ଅଛି ଏବଂ ରାବଣ ରାଜ୍ୟରେ ଦୁଃଖ ଅଛି । ତେବେ ଏସବୁ କଥା ଏବେ କିଏ ବୁଝାଉଛନ୍ତି? ପତିତ-ପାବନ ବାବା । ଶିବ ହେଲେ ଆମମାନଙ୍କର ବାବା, ବ୍ରହ୍ମା ହେଉଛନ୍ତି ଦାଦା । ବାବା ସର୍ବଦା ହସ୍ତାକ୍ଷର କରିବା ସମୟରେ ବାପଦାଦା ବୋଲି ଲେଖିଥା’ନ୍ତି । ତେଣୁ ପ୍ରଜାପିତା ବ୍ରହ୍ମା ମଧ୍ୟ ସମସ୍ତଙ୍କର ହୋଇଗଲେ । ଯାହାଙ୍କୁ ଆଦମ୍ ଅର୍ଥାତ୍ ଆଦିପିତା ମଧ୍ୟ କୁହାଯାଏ । ତାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍‌ଫାଦର କୁହାଯାଏ । ଯିଏକି ଏହି ମନୁଷ୍ୟ ସୃଷ୍ଟିର ପ୍ରଜାପିତା ହୋଇଗଲେ । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ରଚନା କରାଯାଏ, ପରେ ସେହି ବ୍ରାହ୍ମଣମାନେ ହିଁ ଦେବତା ହୁଅନ୍ତି । ଦେବତାମାନେ ପୁଣି କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର ହୁଅନ୍ତି । ଏହାଙ୍କୁ ହିଁ କୁହାଯାଏ ପ୍ରଜାପିତା ବ୍ରହ୍ମା, ମନୁଷ୍ୟ ସୃଷ୍ଟିର ସବୁଠାରୁ ବଡ । ପ୍ରଜାପିତା ବ୍ରହ୍ମାଙ୍କର କେତେ ଢେର ସନ୍ତାନ ଅଛନ୍ତି । ସମସ୍ତେ ବାବା-ବାବା କହୁଛନ୍ତି । ଇଏ ହେଲେ ସାକାର ବାବା । ଶିବବାବା ହେଲେ ନିରାକାର ବାବା । ଗାୟନ ମଧ୍ୟ ରହିଛି - ଭଗବାନ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ନୂଆ ମନୁଷ୍ୟ ସୃଷ୍ଟିର ରଚନା କରନ୍ତି । ଏବେ ଏହା ତୁମର ପୁରୁଣା ଖାଲ ବା ଶରୀର ଅଟେ । ବର୍ତ୍ତମାନ ଏହା ହେଉଛି ପତିତ ଦୁନିଆ, ରାବଣ ରାଜ୍ୟ । ଏବେ ରାବଣର ଆସୁରୀ ଦୁନିଆ ସମାପ୍ତ ହୋଇଯିବ । ସେଇଥିପାଇଁ ଏହି ମହାଭାରତ ଲଢେଇ ଲାଗିବାକୁ ଯାଉଛି । ତା’ପରେ ସତ୍ୟଯୁଗରେ ଏହି ରାବଣ ରୂପି ଶତ୍ରୁକୁ ଆଉ କେହି ଜଳାଇବେ ନାହିଁ କାରଣ ରାବଣ ସେଠାରେ ରହିବ ହିଁ ନାହିଁ । ଏହି ରାବଣ ହିଁ ଦୁଃଖର ଦୁନିଆ ରଚନା କରିଛି । ଏପରି ନୁହେଁ ଯେ ଯେଉଁମାନଙ୍କ ପାଖରେ ବହୁତ ପଇସା ଅଛି, ବଡ ବଡ ମହଲ ଅଛି, ସେମାନେ ସ୍ୱର୍ଗରେ ଅଛନ୍ତି ।

ବାବା ବୁଝାଉଛନ୍ତି, ଯଦିଓ କାହା ପାଖରେ କୋଟି କୋଟି ଟଙ୍କା ଅଛି, ପରନ୍ତୁ ଏସବୁ ତ’ ମାଟିରେ ମିଶିଯିବ । ନୂଆ ଦୁନିଆରେ ପୁଣି ନୂଆ ଖଣି ବାହାରିଥାଏ, ଯେଉଁଥିରୁ ନୂଆ ଦୁନିଆର ସବୁ ମହଲ ଆଦି ତିଆରି କରାଯାଏ । ଏହି ପୁରୁଣା ଦୁନିଆ ଏବେ ସମାପ୍ତ ହେବାକୁ ଯାଉଛି । ମନୁଷ୍ୟମାନେ ସଦ୍‌ଗତି ପାଇବା ପାଇଁ ହିଁ ଭକ୍ତି କରିଥା’ନ୍ତି, କହନ୍ତି ହେ ପତିତ-ପାବନ ଆମକୁ ପାବନ କର, ଆମେ ଏବେ ବିକାରୀ ହୋଇଯାଇଛୁ । ବିକାରୀମାନଙ୍କୁ ହିଁ ପତିତ ବୋଲି କୁହାଯାଏ । ସତ୍ୟଯୁଗରେ ସମସ୍ତେ ସମ୍ପୂର୍ଣ୍ଣ ନିର୍ବିକାରୀ ରହିଥା’ନ୍ତି । ସେଠାରେ ସନ୍ତାନମାନେ ମଧ୍ୟ ଯୋଗବଳ ଦ୍ୱାରା ଜନ୍ମ ହୁଅନ୍ତି, ସେଠାରେ କୌଣସି ବିକାର ନ ଥାଏ । ନା ଦେହ-ଅଭିମାନ, ନା କାମ, କ୍ରୋଧ... ୫ ବିକାର ହିଁ ନ ଥାଏ, ସେଥିପାଇଁ ସେଠାରେ କେବେହେଲେ ରାବଣକୁ ଜଳାନ୍ତି ନାହିଁ । ବର୍ତ୍ତମାନ ତ’ ଏଠାରେ ରାବଣର ରାଜ୍ୟ ଚାଲିଛି । ଏବେ ବାବା କହୁଛନ୍ତି ତୁମେମାନେ ପବିତ୍ର ହୁଅ । ଏହି ପତିତ ଦୁନିଆ ସମାପ୍ତ ହେବାକୁ ଯାଉଛି, ଯେଉଁମାନେ ଶ୍ରୀମତ ଅନୁସାରେ ପବିତ୍ର ରୁହନ୍ତି, ସେମାନେ ସାରା ବିଶ୍ୱର ରାଜତ୍ୱର ସମ୍ପତ୍ତି ପ୍ରାପ୍ତ କରିଥା’ନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ଏବେ ତ’ ରାବଣ ରାଜ୍ୟ ଚାଲିଛି । ଯାହାକି ଅଳ୍ପ ଦିନ ଭିତରେ ସମାପ୍ତ ହେବାକୁ ଯାଉଛି । ସତ୍ୟଯୁଗୀ ରାମରାଜ୍ୟ ସ୍ଥାପନ ହେବ । ସତ୍ୟଯୁଗରେ ଦିଲ୍ଲୀ ହିଁ ରାଜଧାନୀ ହୋଇଥାଏ । ଯେଉଁଠାରେ ହିଁ ଲକ୍ଷ୍ମୀ-ନାରାୟଣଙ୍କର ରାଜତ୍ୱ ଚାଲିଥାଏ । ରାବଣ ରାଜ୍ୟରେ ମଧ୍ୟ ଦିଲ୍ଲୀ ରାଜଧାନୀ ଅଛି ଏବଂ ରାମରାଜ୍ୟରେ ମଧ୍ୟ ଦିଲ୍ଲୀ ରାଜଧାନୀ ଥିଲା । ପରନ୍ତୁ ରାମରାଜ୍ୟରେ ତ ହୀରା ନୀଳାର ମହଲ ଥିଲା । ଅପାର ସୁଖ ଥିଲା । ଏବେ ବାବା କହୁଛନ୍ତି ତୁମେମାନେ ଯେଉଁ ବିଶ୍ୱର ରାଜତ୍ୱକୁ ହରାଇଛ, ତାହା ମୁଁ ପୁଣି ଥରେ ତୁମମାନଙ୍କୁ ଦେଉଛି । ତୁମେମାନେ ଏବେ ମୋର ମତ ଅନୁସାରେ ଚାଲ । ଯଦି ଶ୍ରେଷ୍ଠ ହେବାକୁ ଚାହୁଁଛ, ତେବେ କେବଳ ମୋତେ ସ୍ମରଣ କର ଅନ୍ୟ କୌଣସି ଦେହଧାରୀଙ୍କୁ ସ୍ମରଣ କରନାହିଁ । ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ ତେବେ ତମୋପ୍ରଧାନରୁ ସତୋପ୍ରଧାନ ହୋଇଯିବ ଏବଂ ମୋ ପାଖକୁ ଚାଲିଆସିବ । ମୋର ଗଳାର ମାଳା ହୋଇ ପୁଣି ବିଷ୍ଣୁଙ୍କ ଗଳାର ମାଳା ହୋଇଯିବ । ମାଳାର ସର୍ବୋଚ୍ଚ ସ୍ଥାନରେ ମୁଁ ରହିଛି ମୋ ପରେ ବ୍ରହ୍ମା-ସରସ୍ୱତୀ ଦୁଇଜଣ ଅଛନ୍ତି । ପୁଣି ସେହିମାନେ ହିଁ ସତ୍ୟଯୁଗର ମହାରାଜା-ମହାରାଣୀ ହୋଇଥା’ନ୍ତି । ଯିଏ କ୍ରମାନୁସାରେ ଗଦ୍ଦିରେ ବସିଥା’ନ୍ତି, ତାଙ୍କର ହିଁ ସାରା ମାଳା ରହିଛି । ମୁଁ ଏହି ଭାରତକୁ ବ୍ରହ୍ମା ସରସ୍ୱତୀ ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ସ୍ୱର୍ଗ କରୁଛି । ଯେଉଁମାନେ ମେହନତ କରୁଛନ୍ତି ସେହିମାନଙ୍କର ସ୍ମୃତିଚିହ୍ନ ତିଆରି ହେଉଛି । ତାହା ହେଲା ରୁଦ୍ରମାଳା ଏବଂ ଏହା ବିଷ୍ଣୁଙ୍କର ମାଳା । ଆତ୍ମାମାନଙ୍କର ମାଳାକୁ ରୁଦ୍ରମାଳା କୁହାଯାଏ ଏବଂ ମନୁଷ୍ୟମାନଙ୍କର ମାଳାକୁ ବିଷ୍ଣୁମାଳା କୁହାଯାଏ । ଆତ୍ମାମାନଙ୍କର ବାସସ୍ଥାନ ହେଲା ନିରାକାରୀ ଦୁନିଆ ପରମଧାମ, ଯାହାକୁ ବ୍ରହ୍ମାଣ୍ଡ ମଧ୍ୟ କୁହାଯାଉଛି । ଆତ୍ମାର ଆକାର ବାସ୍ତବରେ ଅଣ୍ଡା ପରି ହୋଇ ନ ଥାଏ, ଆତ୍ମା ତ ବିନ୍ଦୁ ସଦୃଶ ଅଟେ, ଆମେ ସବୁ ଆତ୍ମାମାନେ ସେଠାରେ ସୁଇଟ୍ ହୋମର ନିବାସୀ ଅଟୁ । ଆମେ ଆତ୍ମାମାନେ ବାବାଙ୍କ ସାଥିରେ ସେଠାରେ ରହିଥାଉ ତାହା ହେଉଛି ମୁକ୍ତିଧାମ । ମନୁଷ୍ୟମାନେ ଚାହୁଁଛନ୍ତି ଆମେ ମୁକ୍ତିଧାମକୁ ଯିବୁ ପରନ୍ତୁ କେହି ଜଣେ ବି ସେଠାକୁ ଯାଇ ପାରିବେ ନାହିଁ । ସମସ୍ତଙ୍କୁ ପାର୍ଟ କରିବାକୁ ହିଁ ହେବ, ସେ ପର୍ଯ୍ୟନ୍ତ ବାବା ତୁମମାନଙ୍କୁ ପ୍ରସ୍ତୁତ କରାଇ ଚାଲିଥାନ୍ତି । ତୁମେମାନେ ପ୍ରସ୍ତୁତ ହୋଇଗଲେ ବାକି ଯେଉଁସବୁ ଆତ୍ମାମାନେ ଅଛନ୍ତି, ସେମାନେ ସବୁ ଆସିଯିବେ । ତା’ପରେ ସବୁକିଛି ସମାପ୍ତ ହୋଇଯିବ । ତୁମେମାନେ ଯାଇ ନୂଆ ଦୁନିଆରେ ରାଜତ୍ୱ କରିବ ପୁଣି କ୍ରମାନୁସାରେ ଚକ୍ର ଚାଲିବ । ତୁମେମାନେ ଗୀତରେ ଶୁଣିଲ ନା - ଆଖିର ୱହ ଦିନ୍ ଆୟା ଆଜ୍‌... ତୁମେମାନେ ଜାଣିଛ ଭାରତବାସୀ ଯେଉଁମାନେ କି ଏବେ ନର୍କବାସୀ ହୋଇଯାଇଛନ୍ତି, ସେମାନେ ପୁଣି ସ୍ୱର୍ଗବାସୀ ହେବେ । ବାକି ସବୁ ଆତ୍ମାମାନେ ଶାନ୍ତିଧାମକୁ ଚାଲିଯିବେ । ବହୁତ ସଂକ୍ଷେପରେ ବୁଝାଇବାକୁ ହେବ । ଅଲଫ୍ ବାବା, ବେ ବାଦଶାହୀ । ଅଲଫଙ୍କୁ ବାଦଶାହୀ ମିଳିଯାଉଛି । ଏବେ ବାବା କହୁଛନ୍ତି - ମୁଁ ପୁଣି ଥରେ ସେହି ରାଜତ୍ୱର ସ୍ଥାପନା କରୁଛି । ତୁମେମାନେ ୮୪ ଜନ୍ମ ଭୋଗ କରି ଏବେ ପତିତ ହୋଇଯାଇଛ । ରାବଣ ତୁମମାନଙ୍କୁ ପତିତ କରିଦେଇଛି । ପୁଣି ପାବନ କିଏ କରୁଛନ୍ତି? ଭଗବାନ, ଯାହାଙ୍କୁ ପତିତ ପାବନ ବୋଲି କହୁଛନ୍ତି, ତୁମେ କିପରି ପତିତରୁ ପାବନ, ପାବନରୁ ପତିତ ହେଉଛ ସେହି ଇତିହାସ ଭୂଗୋଳର ପୁନରାବୃତ୍ତି ହେବ । ଏହି ବିନାଶ ମଧ୍ୟ ଏଇଥିପାଇଁ ହିଁ ହେଉଛି । କହୁଛନ୍ତି ଶାସ୍ତ୍ରରେ ବର୍ଣ୍ଣନା ଅଛି ଯେ, ବ୍ରହ୍ମାଙ୍କର ଆୟୁଷ ୧୦୦ ବର୍ଷ । ଇଏ ଯେଉଁ ବ୍ରହ୍ମା ଅଛନ୍ତି ଯାହାଙ୍କର ଶରୀରର ଆଧାର ନେଇ ବାବା ସତ୍ୟଯୁଗୀ ସମ୍ପତ୍ତି ଦେଉଛନ୍ତି, ସେ ମଧ୍ୟ ଦେହତ୍ୟାଗ କରିବେ । ଆତ୍ମାମାନଙ୍କୁ ଆତ୍ମାମାନଙ୍କର ପିତା ଆସି ବୁଝାଉଛନ୍ତି । ମନୁଷ୍ୟ କେବେ ବି ମନୁଷ୍ୟକୁ ପାବନ କରିପାରିବ ନାହିଁ । ଦେବତାମାନେ କେବେହେଲେ ବିକାରରୁ ଜନ୍ମ ନିଅନ୍ତି ନାହିଁ । ତେବେ ପୁନର୍ଜନ୍ମ ତ’ ସମସ୍ତେ ନେଇଥାଆନ୍ତି ନା । ବାବା କେତେ ଭଲ ଭାବରେ ବୁଝାଉଛନ୍ତି କି କାଳେ ଭାଗ୍ୟ ଉଦୟ ହୋଇଯିବ । ବାବା ମନୁଷ୍ୟମାନଙ୍କର ଭାଗ୍ୟ ଉଦୟ କରିବା ପାଇଁ ଏଠାକୁ ଆସିଥା’ନ୍ତି । ଏଠାରେ ସମସ୍ତେ ପତିତ ଦୁଃଖୀ ହୋଇଯାଇଛନ୍ତି ନା । ଶେଷରେ ସମସ୍ତେ ତ୍ରାହି ତ୍ରାହି କରି କରି ବିନାଶ ହୋଇଯିବେ, ସେଥିପାଇଁ ବାବା କହୁଛନ୍ତି ତ୍ରାହି ତ୍ରାହି କରିବା ପୂର୍ବରୁ ଅବିନାଶୀ ପିତାଙ୍କଠାରୁ ସ୍ୱର୍ଗର ରାଜତ୍ୱ ରୂପି ସମ୍ପତ୍ତି ନେଇଯାଅ । ଏହି ଦୁନିଆରେ ଯାହା କିଛି ବି ଦେଖୁଛ, ସେ ସବୁ ସମାପ୍ତ ହୋଇଯିବ । ଫଲ୍ ଅଫ୍ ଭାରତ ଅର୍ଥାତ୍ ଭାରତର ପତନ, ରାଇଜ୍ ଅଫ୍ ଭାରତ ଅର୍ଥାତ୍ ଭାରତର ଉତ୍‌ଥାନର ଏହା ହିଁ ଏକ ଖେଳ ଅଟେ । ଏବେ ରାଇଜ୍ ଅଫ୍ ୱାଲ୍‌ଡ ଅର୍ଥାତ୍ ବିଶ୍ୱର ଉତ୍‌ଥାନ ହେଉଛି । ସ୍ୱର୍ଗରେ କିଏ କିଏ ରାଜତ୍ୱ କରିଥା’ନ୍ତି ଏସବୁ ବାବା ବସି ବୁଝାଉଛନ୍ତି । ରାଇଜ୍ ଅଫ୍ ଭାରତ, ଦେବତାମାନଙ୍କର ରାଜ୍ୟ ଏବଂ ଫଲ୍ ଅଫ୍ ଭାରତ ରାବଣର ରାଜ୍ୟ । ଏବେ ନୂଆ ଦୁନିଆର ସ୍ଥାପନା ହେଉଛି । ସେହି ନୂଆ ଦୁନିଆର ବର୍ସା ନେବା ପାଇଁ ତୁମେମାନେ ବାବାଙ୍କ ପାଖରେ ପାଠ ପଢୁଛ । ମନୁଷ୍ୟରୁ ଦେବତା ହେବାର ପାଠପଢ଼ା କେତେ ସହଜ । ଏହି କଥାକୁ ମଧ୍ୟ ଭଲ ଭାବରେ ବୁଝିବାକୁ ହେବ । କେଉଁ କେଉଁ ଧର୍ମ କେବେ ଆସୁଛି, ଦ୍ୱାପର ଯୁଗ ପରେ ହିଁ ଅନ୍ୟ ଧର୍ମ ସବୁ ଆସିଥା’ନ୍ତି । ସେମାନେ ପ୍ରଥମେ ସୁଖ ଭୋଗ କରନ୍ତି, ପୁଣି ପରେ ଦୁଃଖ ଆସିଥାଏ । ସାରା ଚକ୍ରର ଜ୍ଞାନକୁ ବୁଦ୍ଧିରେ ରଖିବାକୁ ହେବ । ଯାହାଦ୍ୱାରା ତୁମେମାନେ ଚକ୍ରବର୍ତ୍ତୀ ମହାରାଜା-ମହାରାଣୀ ହୋଇଥାଅ । ଅନ୍ୟମାନଙ୍କୁ କେବଳ ଅଲଫ ଏବଂ ବେ କଥା ବୁଝାଇବାକୁ ହେବ । ଏବେ ତ ବିନାଶ ନିଶ୍ଚିତ ହେବ । ସମୟ ଆସିବ ଏତେ ହଙ୍ଗାମା ହେବ ଯେ, ବିଦେଶରୁ କେହି ବି ଫେରିପାରିବେ ନାହିଁ, ସେଥିପାଇଁ ବାବା ବୁଝାଉଛନ୍ତି - ଭାରତ ଭୂମି ସବୁଠାରୁ ଉତ୍ତମ । ବହୁତ ଜବରଦସ୍ତ ଲଢ଼େଇ ହେବ, ପୁଣି ଯେଉଁମାନେ ଯେଉଁଠି ଅଛନ୍ତି ସେମାନେ ସେହିଠାରେ ହିଁ ରହିଯିବେ । ୫୦-୬୦ ଲକ୍ଷ ଟଙ୍କା ଦେଲେ ମଧ୍ୟ ବହୁତ କଷ୍ଟରେ ଆସିପାରିବେ । ଭାରତ ଭୂମି ସବୁଠାରୁ ଉତ୍ତମ । ଯେଉଁଠାରେ ବାବା ଆସି ଅବତାର ନେଉଛନ୍ତି । ଶିବ ଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରାଯାଏ । ଗୀତାରେ କେବଳ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେବା କାରଣରୁ ହିଁ ବାବାଙ୍କର ସମସ୍ତ ମହିମା ସମାପ୍ତ ହୋଇଯାଇଛି । ବାସ୍ତବରେ ସବୁ ମନୁଷ୍ୟ ମାତ୍ରଙ୍କର ମୁକ୍ତିଦାତା ଏହିଠାରେ ହିଁ ଆସି ଅବତାର ନେଇଥା’ନ୍ତି । ସେଥିପାଇଁ ଶିବଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରିଥା’ନ୍ତି । ସିଏ ହିଁ ଗଡ୍ ଫାଦର ଅଟନ୍ତି ଯିଏକି ଏଠାକୁ ଆସି ଦୁଃଖରୁ ଲିବରେଟ୍ କରୁଛନ୍ତି । ତେଣୁ ଏପରି ବାବାଙ୍କୁ ନମସ୍କାର କରିବା ଦରକାର, ତାଙ୍କର ହିଁ ଜୟନ୍ତୀ ପାଳନ କରିବା ଦରକାର । ସେହି ବାବା ଏଠାକୁ ଅର୍ଥାତ୍ ଭାରତକୁ ଆସି ସମସ୍ତଙ୍କୁ ପାବନ କରିଥା’ନ୍ତି । ସେଥିପାଇଁ ଭାରତ ସବୁଠାରୁ ବଡ ତୀର୍ଥ ହୋଇଗଲା । ବାବା ସମସ୍ତଙ୍କୁ ଦୁର୍ଗତିରୁ ମୁକ୍ତ କରି ସଦ୍‌ଗତି ଦେଇଥା’ନ୍ତି, ଏହି ଡ୍ରାମା ପୂର୍ବ ନିର୍ଦ୍ଧାରିତ । ଏବେ ତୁମେ ଆତ୍ମାମାନେ ଜାଣୁଛ, ଆମର ବାବା ଆମକୁ ଏହି ଶରୀର ଦ୍ୱାରା ଏହି ରହସ୍ୟକୁ ବୁଝାଉଛନ୍ତି, ଆମେ ଆତ୍ମାମାନେ ମଧ୍ୟ ଏହି ଶରୀର ଦ୍ୱାରା ଶୁଣୁଛୁ । ଏବେ ସମସ୍ତଙ୍କୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ତେବେ ଖାଦ ବାହାରିଯିବ ଏବଂ ଆତ୍ମା ପବିତ୍ର ହୋଇ ବାବାଙ୍କ ପାଖକୁ ଚାଲିଯିବ । ଯେତେ ବାବାଙ୍କୁ ମନେ ପକାଇବ ସେତେ ପବିତ୍ର ହେବ । ଯଦି ଅନ୍ୟମାନଙ୍କୁ ନିଜ ସମାନ କରିବ ତେବେ ବହୁତଙ୍କର ଆଶୀର୍ବାଦ ମିଳିବ ଏବଂ ଉଚ୍ଚପଦ ମଧ୍ୟ ପ୍ରାପ୍ତ କରିପାରିବ, ସେଥିପାଇଁ ଗାୟନ କରନ୍ତି ସେକେଣ୍ଡରେ ଜୀବନମୁକ୍ତି ପ୍ରାପ୍ତି ହୁଏ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଶ୍ରୀମତ ଅନୁସାରେ ପବିତ୍ର ହୋଇ, ପ୍ରତି ପାଦରେ ବାବାଙ୍କ ମତରେ ଚାଲି ବିଶ୍ୱର ବାଦଶାହୀ ନେବାକୁ ହେବ । ବାବାଙ୍କ ସମାନ ଦୁଃଖହର୍ତ୍ତା ସୁଖକର୍ତ୍ତା ହେବାକୁ ପଡିବ ।

(୨) ମନୁଷ୍ୟରୁ ଦେବତା ହେବାର ଏହି ପାଠ ପଢାକୁ ସର୍ବଦା ପଢ଼ିବାକୁ ହେବ । ସମସ୍ତଙ୍କୁ ନିଜ ସମାନ କରିବାର ସେବା କରି ଆଶୀର୍ବାଦ ପ୍ରାପ୍ତ କରିବାକୁ ହେବ ।

ବରଦାନ:-
କଲ୍ୟାଣର ବୃତ୍ତି ଏବଂ ଶୁଭଚିନ୍ତକ ଭାବଦ୍ୱାରା ବିଶ୍ୱ କଲ୍ୟାଣର ନିମିତ୍ତ ହେଉଥିବା ତୀବ୍ର ପୁରୁଷାର୍ଥୀ ଭବ ।

ତୀବ୍ର ପୁରୁଷାର୍ଥୀ ତାଙ୍କୁ କୁହାଯିବ ଯିଏ ସମସ୍ତଙ୍କ ପ୍ରତି କଲ୍ୟାଣର ବୃତ୍ତି ଏବଂ ଶୁଭଚିନ୍ତକ ଭାବ ରଖୁଥିବ । ଯଦିଓ କେହି ତୁମକୁ ବାରମ୍ବାର ତଳକୁ ଖସାଇବାକୁ ଚେଷ୍ଟା କରୁଥିବ, ମନକୁ ହଲ୍‌ଚଲ୍‌ କରୁଥିବ, ବିଘ୍ନ ରୂପ ହେଉଥିବ, ପୁଣି ବି ତୁମର ତା’ ପ୍ରତି ସର୍ବଦା ଶୁଭଚିନ୍ତକର ଅଟଳ ଭାବନା ରହୁଥିବ, କୌଣସି କଥା ପାଇଁ ଭାବନା ବଦଳି ଯାଉ ନ ଥିବ । ପ୍ରତ୍ୟେକ ପରିସ୍ଥିତିରେ ମନର ବୃତ୍ତି ଏବଂ ଭାବନା ଯଥାର୍ଥ ରହୁଥିବ ତେବେ ଯାଇ ତୁମ ଉପରେ ତା’ର ପ୍ରଭାବ ପଡିବ ନାହିଁ । ତା’ପରେ କୌଣସି ବି ବ୍ୟର୍ଥ କଥା ଦେଖା ହିଁ ଯିବ ନାହିଁ, ତୁମର ସମୟ ବଞ୍ଚିଯିବ । ଏହା ହିଁ ହେଉଛି ବିଶ୍ୱ କଲ୍ୟାଣକାରୀ ସ୍ଥିତି ।

ସ୍ଲୋଗାନ:-
ସନ୍ତୁଷ୍ଟତା ଜୀବନର ଶୃଙ୍ଗାର ଅଟେ, ସେଥିପାଇଁ ସନ୍ତୁଷ୍ଟମଣୀ ହୋଇ ନିଜେ ସନ୍ତୁଷ୍ଟ ରୁହ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କର ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ଏକମତ ଅର୍ଥାତ୍ ଏକତାର ବାତାବରଣ ସୃଷ୍ଟି କରିବା ପାଇଁ ସମାହିତ କରିବାର ଶକ୍ତିକୁ ଧାରଣ କର । ଭିନ୍ନତାକୁ ସମାହିତ କରିନିଅ । ସମସ୍ତଙ୍କର ବିଶେଷତାକୁ ଦେଖ, ଦୋଷ ଦୁର୍ବଳତାଗୁଡିକୁ ତ ବିଲକୁଲ୍ ଦେଖିବାର ହିଁ ନାହିଁ । ଯେପରି ଚନ୍ଦ୍ରମା ଅଥବା ସୂର୍ଯ୍ୟକୁ ଯେତେବେଳେ ଗ୍ରହଣ ଲାଗିଥାଏ କୁହନ୍ତି ଦେଖିବା ଉଚିତ୍ ନୁହେଁ ନଚେତ୍ ଖରାପ ଗ୍ରହର ପ୍ରଭାବ ପଡିଯିବ । ସେହିପରି କାହାର ଦୋଷ ଦୁର୍ବଳତାଗୁଡିକ ମଧ୍ୟ ଗ୍ରହଣ ସଦୃଶ ଅଟେ, ତାକୁ କେବେ ବି ଦେଖ ନାହିଁ ।