10.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ମନୁଷ୍ୟରୁ ଦେବତା ହେବାର ପାଠ ପଢିବାକୁ ହେବ ଏବଂ ପଢାଇବାକୁ ହେବ, ସମସ୍ତଙ୍କୁ ଶାନ୍ତିଧାମ ଏବଂ
ସୁଖଧାମର ରାସ୍ତା ଦେଖାଇବାକୁ ହେବ ।”
ପ୍ରଶ୍ନ:-
ଯିଏ
ସତ୍ତ୍ୱପ୍ରଧାନ ପୁରୁଷାର୍ଥୀ ତାଙ୍କଣ ଲକ୍ଷଣ କ’ଣ ହୋଇଥିବ?
ଉତ୍ତର:-
ସେମାନେ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବେ । ସେମାନେ ଅନେକଙ୍କର କଲ୍ୟାଣ କରି ଚାଲିବେ ।
ଜ୍ଞାନ ଧନରେ ବୁଦ୍ଧିରୂପି ଝୋଲିକୁ ଭରପୁର କରି ଦାନ କରିବେ । ୨୧ ଜନ୍ମ ପାଇଁ ବର୍ସା (ସମ୍ପତ୍ତି)
ନେବେ ଏବଂ ଅନ୍ୟକୁ ମଧ୍ୟ ଦିଆଇବେ ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ଭକ୍ତମାନେ
ଯାହାଙ୍କର ମହିମା କରୁଛନ୍ତି, ତୁମେମାନେ ଏବେ ତାଙ୍କ ସମ୍ମୁଖରେ ବସିଛ, ତେଣୁ କେତେ ଖୁସୀ ହେବା
ଦରକାର । ତାଙ୍କ ମହିମାରେ କହିଥା’ନ୍ତି ଶିବାୟ ନମଃ । ତୁମକୁ ତ’ ନମସ୍କାର କରିବାର ନାହିଁ ।
ପିଲାମାନେ ବାବାଙ୍କୁ ମନେ ପକାଇଥା’ନ୍ତି, କେବେ ନମସ୍କାର କରି ନ ଥା’ନ୍ତି । ଇଏ ତୁମମାନଙ୍କର
ବାବା ଅଟନ୍ତି, ୟାଙ୍କଠାରୁ ତୁମକୁ ବର୍ସା ମିଳୁଛି । ତୁମେ ତାଙ୍କୁ ନମସ୍କାର କରୁନାହଁ, କେବଳ ମନେ
ପକାଉଛ । ତେବେ ଶରୀର ଭିତରେ ଥିବା ଆତ୍ମା ହିଁ ତାଙ୍କୁ ମନେପକାଇଥାଏ । ବାବା ଏହି ରଥକୁ ଉଧାର
ନେଇଛନ୍ତି । ସେ ଆମକୁ ରାସ୍ତା ବତାଉଛନ୍ତି - ବାବାଙ୍କଠାରୁ ବେହଦର ସମ୍ପତ୍ତି କିପରି ନିଆଯାଏ ।
ତୁମେମାନେ ମଧ୍ୟ ଭଲ ଭାବରେ ଜାଣିଛ । ସତ୍ୟଯୁଗ ହେଉଛି ସୁଖଧାମ ଏବଂ ଯେଉଁଠାରେ ଆତ୍ମାମାନେ
ରହୁଛନ୍ତି ତାକୁ ଶାନ୍ତିଧାମ କୁହାଯାଏ । ଏବେ ତୁମେମାନେ ଜାଣୁଛ ଯେ ଆମେ ଶାନ୍ତିଧାମର ନିବାସୀ ଅଟୁ
। ଏହି କଳିଯୁଗକୁ ଦୁଃଖଧାମ କୁହାଯାଉଛି । ତୁମେମାନେ ଜାଣିଛ ଆମେମାନେ ଏବେ ସ୍ୱର୍ଗକୁ ଯିବା ପାଇଁ,
ମନୁଷ୍ୟରୁ ଦେବତା ହେବା ପାଇଁ ଏହି ରାଜଯୋଗର ପାଠ ପଢୁଛୁ । ଏହି ଲକ୍ଷ୍ମୀ-ନାରାୟଣ ଦେବତା ଅଟନ୍ତି
ନା । ନୂଆ ଦୁନିଆକୁ ଯିବା ପାଇଁ ତୁମେମାନେ ଏବେ ମନୁଷ୍ୟରୁ ଦେବତା ହେଉଛ । ବାବାଙ୍କ ଦ୍ୱାରା ଏବେ
ତୁମେ ପାଠ ପଢୁଛ । ତେଣୁ ଯିଏ ଯେତେ ପଢିପାରିବେ । ପାଠପଢାରେ କାହାର ତୀବ୍ର ପୁରୁଷାର୍ଥ ହୋଇଥାଏ,
କାହାର ଢିଲା ହୋଇଥାଏ । ଯେଉଁମାନେ ସତ୍ତ୍ୱପ୍ରଧାନ ପୁରୁଷାର୍ଥୀ ସେମାନେ ଅନ୍ୟକୁ ମଧ୍ୟ ନିଜ ସମାନ
କରିବାର ଯଥାଶକ୍ତି ପୁରୁଷାର୍ଥ କରିଥା’ନ୍ତି, ବହୁତଙ୍କର କଲ୍ୟାଣ କରିଥା’ନ୍ତି । ଯେତେ ଜ୍ଞାନ
ଧନରେ ନିଜର ବୁଦ୍ଧିରୂପି ଝୁଲା ଭରପୁର କରି ଅନ୍ୟମାନଙ୍କୁ ଦାନ କରିବେ ସେତେ ଫାଇଦା ହେବ ।
ମନୁଷ୍ୟମାନେ ଯେଉଁ ଦାନ ପୁଣ୍ୟ କରିଥା’ନ୍ତି, ତାର ପ୍ରାପ୍ତି ପରବର୍ତ୍ତୀ ଜନ୍ମରେ ଅଳ୍ପକାଳ ପାଇଁ
ମିଳିଥାଏ । ସେଥିରେ ଅଳ୍ପ ସୁଖ ବାକି ତ ଦୁଃଖ ହିଁ ଦୁଃଖ ଥାଏ । ତୁମକୁ ଏବେ ୨୧ ଜନ୍ମ ପାଇଁ
ସ୍ୱର୍ଗର ସୁଖ ମିଳୁଛି । କାହିଁ ସ୍ୱର୍ଗର ସୁଖ, କାହିଁ ଏଠିକାର ଦୁଃଖ! ବେହଦର ବାବାଙ୍କ ଦ୍ୱାରା
ତୁମକୁ ସ୍ୱର୍ଗରେ ବେହଦର ସୁଖ ମିଳୁଛି । ତେବେ ଦାନ ପୁଣ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କରିଥା’ନ୍ତି
ନା । ତାହା ହେଉଛି ଇନ୍ଡାଇରେକ୍ଟ (ପରୋକ୍ଷରେ) । ଏବେ ତ ତୁମେ ସମ୍ମୁଖରେ ଅଛ ନା । ଏବେ ବାବା
ବସି ବୁଝାଉଛନ୍ତି - ଭକ୍ତିମାର୍ଗରେ ଈଶ୍ୱର ଅର୍ଥେ ଦାନ-ପୁଣ୍ୟ କରିଥା’ନ୍ତି ଯାହାର ପ୍ରାପ୍ତି
ପରବର୍ତ୍ତୀ ଜନ୍ମରେ ମିଳିଥାଏ । କେହି ଭଲ କରିଥିଲେ ତାଙ୍କୁ ଭଲ ମିଳିଥାଏ, ଖରାପ କର୍ମ, ପାପ
କର୍ମ ଆଦି କରିଥିଲେ ତାଙ୍କୁ ମଧ୍ୟ ସେପରି ଫଳ ମିଳିଥାଏ । ଏହି କଳିଯୁଗରେ ତ’ ପାପ ହିଁ ହୋଇଥାଏ,
ପୁଣ୍ୟ ତ ହୁଏ ନାହିଁ । ତେଣୁ କିଛି ଅଳ୍ପକାଳର ସୁଖ ମିଳିଥାଏ । ଏବେ ତ ତୁମେ ଭବିଷ୍ୟ ସତ୍ୟଯୁଗରେ
୨୧ ଜନ୍ମ ପାଇଁ ସଦା ସୁଖୀ ହେଉଛ । ତାର ନାମ ହିଁ ହେଉଛି ସୁଖଧାମ । ପ୍ରଦର୍ଶନୀରେ ମଧ୍ୟ ତୁମେ
ଲେଖି ପାରିବ ଯେ, ଏହା ହେଉଛି ଶାନ୍ତିଧାମ ଏବଂ ସୁଖଧାମକୁ ଯିବାର ସହଜ ମାର୍ଗ । ଏବେ ତ’ କଳିଯୁଗ
ନା । କଳିଯୁଗରୁ ସତ୍ୟଯୁଗକୁ, ପତିତ ଦୁନିଆରୁ ପବିତ୍ର ଦୁନିଆକୁ ଯିବାର ସହଜ ରାସ୍ତା-ବିନା କଉଡି
ଖର୍ଚ୍ଚରେ ମିଳୁଛି । ତେବେ ଯାଇ ମନୁଷ୍ୟ ବୁଝି ପାରିବେ କାରଣ ପଥର ବୁଦ୍ଧି ଅଟନ୍ତି ନା । ବାବା
ବିଲ୍କୁଲ୍ ସହଜ କରି ବୁଝାଉଛନ୍ତି । ଏହାର ନାମ ହିଁ ହେଉଛି ସହଜ ରାଜଯୋଗ, ସହଜ ଜ୍ଞାନ ।
ବାବା ତୁମ
ସନ୍ତାନମାନଙ୍କୁ କେତେ ସେନ୍ସିବୁଲ୍ (ବିଜ୍ଞ) କରୁଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ବିଜ୍ଞ ଅଟନ୍ତି
ନା । ଯଦିଓ କୃଷ୍ଣଙ୍କ ପାଇଁ କ’ଣ-କ’ଣ ସବୁ ଲେଖି ଦେଇଛନ୍ତି, କିନ୍ତୁ ସେ ସବୁ ହେଲା ମିଛ କଳଙ୍କ
। କୃଷ୍ଣ କହିଥା’ନ୍ତି ମା ମୁଁ ମାଖନ (ଲହୁଣୀ) ଖାଇ ନାହିଁ... ଏବେ ଏହାର ଅର୍ଥକୁ ମଧ୍ୟ ବୁଝି
ନାହାଁନ୍ତି । ମୁଁ ଲହୁଣୀ ଖାଇ ନାହିଁ, ତେବେ କିଏ ଖାଇଲା? ପିଲାଙ୍କୁ କ୍ଷୀର ପିଆଯାଏ, ପିଲାମାନେ
ମାଖନ ଖାଇବେ ନା କ୍ଷୀର ପିଇବେ! ବାକି ଶାସ୍ତ୍ରରେ ଯେଉଁ ସବୁ ବର୍ଣ୍ଣନା କରାଯାଇଛି - ମାଠିଆ
ଭାଙ୍ଗି ଥିଲେ ଇତ୍ୟାଦି ଇତ୍ୟାଦି - ଏପରି କୌଣସି କଥା ନାହିଁ । ସେ ତ ସ୍ୱର୍ଗର ପ୍ରଥମ ରାଜକୁମାର
ଅଟନ୍ତି । ମହିମା ତ ଏକମାତ୍ର ଶିବବାବାଙ୍କର ହିଁ ଅଟେ । ଦୁନିଆରେ ଆଉ କାହାର ମହିମା ନାହିଁ ! ଏବେ
ତ ସମସ୍ତେ ପତିତ କିନ୍ତୁ ଭକ୍ତିମାର୍ଗର ମଧ୍ୟ ମହିମା ଅଛି, ଭକ୍ତମାଳାର ବି ଗାୟନ ରହିଛି ।
ନାରୀମାନଙ୍କ ମଧ୍ୟରେ ମୀରାଙ୍କର ନାମ ଅଛି, ପୁରୁଷମାନଙ୍କ ମଧ୍ୟରେ ନାରଦଙ୍କର ମୁଖ୍ୟ ରୂପରେ ଗାୟନ
ଅଛି । ତୁମେ ଜାଣିଛ ଗୋଟିଏ ହେଉଛି ଭକ୍ତ ମାଳା, ଅନ୍ୟଟି ଜ୍ଞାନର ମାଳା । ଆମେ ଏବେ ଭକ୍ତମାଳାରୁ
ରୁଦ୍ରମାଳାର ଦାନା ହୋଇଛୁ ପୁଣି ରୁଦ୍ର ମାଳାରୁ ବିଷ୍ଣୁଙ୍କର ମାଳା ହେଉଛି । ରୁଦ୍ର ମାଳା ହେଉଛି
ସଂଗମଯୁଗର, ଏହି ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । ଏହି କଥା ତୁମକୁ ବାବା ସମ୍ମୁଖରେ ବସି
ବୁଝାଉଛନ୍ତି । ତେଣୁ ବାବାଙ୍କ ସମ୍ମୁଖରେ ଯେତେବେଳେ ବସୁଛ ତେବେ ଖୁସିରେ ତୁମର ଲୋମ ଟାଙ୍କୁରୀ
ଉଠିବା ଦରକାର । ଅହୋ ସୌଭାଗ୍ୟ - ୧୦୦ ଶତକଡା ଦୁର୍ଭାଗ୍ୟଶାଳୀରୁ ଆମେ ସୌଭାଗ୍ୟଶାଳୀ ହେଉଛୁ ।
କୁମାରୀମାନେ ତ କାମ ବିକାରର ବଶବର୍ତ୍ତୀ ହୋଇ ନାହାଁନ୍ତି । ବାବା କହୁଛନ୍ତି - ତାହା ହେଲା କାମ
କଟୁରୀ । ଜ୍ଞାନକୁ ମଧ୍ୟ କଟୁରୀ କୁହାଯାଏ । ବାବା କହୁଛନ୍ତି ଏହା ହେଲା ଜ୍ଞାନର ଅସ୍ତ୍ରଶସ୍ତ୍ର,
ସେମାନେ ପୁଣି ଦେବୀମାନଙ୍କୁ ସ୍ଥୂଳ ଅସ୍ତ୍ରଶସ୍ତ୍ର ଦେଇ ଦେଇଛନ୍ତି । ସେ ତ ହେଉଛି ହିଂସକ ଜିନିଷ
। ମନୁଷ୍ୟଙ୍କୁ ଏକଥା ଜଣା ନାହିଁ ଯେ ସ୍ୱଦର୍ଶନ ଚକ୍ର କ’ଣ? ଶାସ୍ତ୍ରରେ କୃଷ୍ଣଙ୍କୁ ମଧ୍ୟ
ସ୍ୱଦର୍ଶନ ଚକ୍ର ଦେଇ ହିଂସା ହିଁ ହିଂସା ଦେଖାଇଛନ୍ତି । ବାସ୍ତବରେ ଏହା ହେଉଛି ଜ୍ଞାନର କଥା ।
ତୁମେ ଏବେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ, ସେମାନେ ପୁଣି ହିଂସାର କଥା ଦେଖାଇଛନ୍ତି । ତୁମମାନଙ୍କୁ
ଏବେ ସ୍ୱ ଅର୍ଥାତ୍ ଚକ୍ରର ଜ୍ଞାନ ମିଳିଛି । ତୁମକୁ ବାବା କହୁଛନ୍ତି - ବ୍ରହ୍ମାମୁଖବଂଶାବଳୀ
ବ୍ରାହ୍ମଣ କୁଳ ଭୂଷଣ, ସ୍ୱଦର୍ଶନ ଚକ୍ରଧାରୀ । ଏହାର ଅର୍ଥକୁ ମଧ୍ୟ ଏବେ ତୁମେମାନେ ଜାଣୁଛ । ତୁମ
ପାଖରେ ସାରା ୮୪ ଜନ୍ମର ଏବଂ ସୃଷ୍ଟି ଚକ୍ରର ଜ୍ଞାନ ଅଛି । ପ୍ରଥମେ ସତ୍ୟଯୁଗରେ ଏକମାତ୍ର
ସୂର୍ଯ୍ୟବଂଶୀ ଧର୍ମ ଥିଲା, ପୁଣି ଚନ୍ଦ୍ରବଂଶୀ ହେଲା । ଉଭୟକୁ ମିଶାଇ ସ୍ୱର୍ଗ କୁହାଯାଏ । ଏହି
କଥା ତୁମମାନଙ୍କ ବୁଦ୍ଧିରେ ମଧ୍ୟ କ୍ରମାନୁସାରେ ଅଛି । ଯେପରି ତୁମମାନଙ୍କୁ ବାବା ପାଠ ପଢାଇଛନ୍ତି,
ତୁମେ ପାଠପଢି ବୁଦ୍ଧିମାନ ହୋଇଛ ସେହିଭଳି ତୁମକୁ ପୁଣି ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ ।
ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । ଯେ ପର୍ଯ୍ୟନ୍ତ ବ୍ରହ୍ମା ମୁଖବଂଶାବଳୀ ହୋଇ ନାହାଁନ୍ତି,
ସେ ପର୍ଯ୍ୟନ୍ତ ଶିବବାବାଙ୍କଠାରୁ ବର୍ସା କିପରି ନେବେ । ଏବେ ତୁମେ ବ୍ରାହ୍ମଣ ହୋଇଛ । ବର୍ସା
ଶିବବାବାଙ୍କଠାରୁ ନେଉଛ । ଏକଥା ଭୁଲିଯିବା ଉଚିତ୍ ନୁହେଁ । ପଏଣ୍ଟସ୍ ନୋଟ୍ କରିନେବା ଦରକାର ।
ଏହି ସିଢି ୮୪ ଜନ୍ମର ଅଟେ । ସିଢି ଓହ୍ଲାଇବାକୁ ତ ସହଜ ହୋଇଥାଏ । ଯେତେବେଳେ ସିଢି ଚଢିଥା’ନ୍ତି
ସେତେବେଳେ ଅଣ୍ଟାରେ ହାତ ଦେଇ କିପରି ଚଢିଥା’ନ୍ତି । କିନ୍ତୁ ଉପରକୁ ଉଠିବା ପାଇଁ ଲିଫ୍ଟ (ଉପରକୁ
ଉଠାଇ ନେବା ଯନ୍ତ୍ର) ମଧ୍ୟ ଅଛି । ଏବେ ବାବା ଆସିଛନ୍ତି ତୁମକୁ ଲିଫ୍ଟ ଦେବା ପାଇଁ । ତେଣୁ
ଗୋଟିଏ ସେକେଣ୍ଡରେ ତୁମର ଚଢତି କଳା (ଜୀବନମୁକ୍ତି) ହେଉଛି । ଏବେ ତୁମ ସନ୍ତାନମାନଙ୍କୁ ତ ଖୁସୀ
ହେବା ଦରକାର ଯେ ଆମର ଏବେ ଚଢତି କଳା ହୋଇଛି । ଅତି ପ୍ରିୟ ବାବା ଆମମାନଙ୍କୁ ମିଳିଛନ୍ତି ।
ତାଙ୍କ ସଦୃଶ ପ୍ରିୟ ଜିନିଷ ଆଉ କିଛି ନାହିଁ । ସାଧୁ-ସନ୍ଥ ଆଦି ଯିଏ ବି ଅଛନ୍ତି ସମସ୍ତେ ସେହି
ଏକମାତ୍ର ପ୍ରେମିକ (ବାବା)ଙ୍କୁ ମନେ ପକାଉଛନ୍ତି, ସମସ୍ତେ ତାଙ୍କର ପ୍ରେମିକା ଅଟନ୍ତି । କିନ୍ତୁ
ସେ କିଏ, ଏ କଥା ଜାଣି ନାହାଁନ୍ତି । କେବଳ ସର୍ବବ୍ୟାପୀ ବୋଲି କହିଦେଇଥା’ନ୍ତି ।
ତୁମେ ଏବେ ଜାଣୁଛ ଯେ
ଶିବବାବା ଏହାଙ୍କ ଦ୍ୱାରା ଆମକୁ ପାଠ ପଢାଉଛନ୍ତି । ଶିବବାବାଙ୍କର ନିଜର ଶରୀର ତ ନାହିଁ । ସେ
ହେଉଛନ୍ତି ପରମ ଆତ୍ମା । ପରମ ଆତ୍ମା ଅର୍ଥାତ୍ ପରମାତ୍ମା । ଯାହାଙ୍କର ନାମ ଶିବ । ବାକି ସବୁ
ଆତ୍ମାମାନଙ୍କର ଶରୀରର ନାମ ଅଲଗା-ଅଲଗା ହୋଇଥାଏ । ସିଏ କେବଳ ଜଣେ ହିଁ ପରମ ଆତ୍ମା ଅଟନ୍ତି,
ଯାହାଙ୍କର ନାମ ଶିବ । କିନ୍ତୁ ମନୁଷ୍ୟମାନେ ତାଙ୍କର ଅନେକ ନାମ ରଖି ଦେଇଛନ୍ତି । ଭିନ୍ନ ଭିନ୍ନ
ମନ୍ଦିର ତିଆରି କରିଛନ୍ତି । ଏବେ ତୁମେମାନେ ଏହାର ଅର୍ଥକୁ ବୁଝୁଛ । ଏବେ ତୁମକୁ କଣ୍ଟାରୁ ଫୁଲ
କରାଉଛନ୍ତି ଯାହାର ସ୍ମାରକୀ ସ୍ୱରୂପ ବମ୍ବେରେ ବାବୁରୀନାଥ ମନ୍ଦିର ଅଛି । ସିଏ ଆମକୁ ବିଶ୍ୱର
ମାଲିକ କରୁଛନ୍ତି । ତେଣୁ ପ୍ରଥମ ଏବଂ ମୁଖ୍ୟ କଥା ହେଉଛି ଯେ ଆମ ଆତ୍ମାମାନଙ୍କର ପିତା କେବଳ ଜଣେ
ଅଟନ୍ତି, ତାଙ୍କଠାରୁ ହିଁ ଭାରତବାସୀଙ୍କୁ ସମ୍ପତ୍ତି ମିଳୁଛି । ଏହି ଲକ୍ଷ୍ମୀ-ନାରାୟଣ ଭାରତର
ମାଲିକ ଅଟନ୍ତି ନା । ଚୀନର ତ ନୁହଁନ୍ତି ନା । ଚୀନର ହୋଇଥିଲେ ଚେହେରା ଅଲଗା ପ୍ରକାରର ହୋଇଥାନ୍ତା
। ଇଏ ତ ଭାରତର ହିଁ ଅଟନ୍ତି । ପ୍ରଥମେ-ପ୍ରଥମେ ଗୋରା (ପବିତ୍ର) ପରେ ପୁଣି ଶ୍ୟାମଳ (ପତିତ)
ହୋଇଥା’ନ୍ତି । ଆତ୍ମାରେ ହିଁ ଖାଦ ପଡିଥାଏ, ଆତ୍ମା ହିଁ ଶ୍ୟାମଳ ହୋଇଥାଏ । ଉଦାହରଣ ସବୁ
ଏମାନଙ୍କ (ଲକ୍ଷ୍ମୀ-ନାରାୟଣଙ୍କ) ଉପରେ ଆଧାରିତ । ଭ୍ରମରୀ ଭୁଁ ଭୁଁ କରି କୀଟକୁ ନିଜ ସମାନ
କରିଥାଏ । ସନ୍ନ୍ୟାସୀମାନେ କ’ଣ ବଦଳାଇଥାନ୍ତି! ଧଳା ପୋଷାକଧାରୀଙ୍କୁ ଗେରୁ କପଡା ପିନ୍ଧାଇ
ବୁଦ୍ଧିକୁ ବଦଳାଇ ଦିଅନ୍ତି (ଘରଦ୍ୱାର ଛଡାଇ ଦିଅନ୍ତି) । ତୁମେ ତ ଏହି ଜ୍ଞାନ ନେଉଛ ଯାହାଦ୍ୱାରା
ଲକ୍ଷ୍ମୀ-ନାରାୟଣ ଭଳି ଶୋଭନିକ ହୋଇଯିବ । ଏବେ ତ ପ୍ରକୃତି ମଧ୍ୟ ତମଃପ୍ରଧାନ ହୋଇଯାଇଛି, ଏହି
ପୃଥିବୀ ମଧ୍ୟ ତମଃପ୍ରଧାନ ହୋଇଯାଇଛି ତେଣୁ ଏହା ବହୁତ କ୍ଷତିକାରକ ଅଟେ । ଆକାଶରେ ତୋଫାନ ଆସିଥାଏ
କେତେ କ୍ଷତି କରିଥାଏ, ଦିନକୁ ଦିନ ପ୍ରକୃତିର ଉପଦ୍ରବ ବଢିଚାଲିଛି । ଏବେ ଏହି ଦୁନିଆରେ ପରମ
ଦୁଃଖ ରହିଛି । ସେଠାରେ ପୁଣି ପରମ ସୁଖ ହେବ । ବାବା ଏବେ ପରମ ଦୁଃଖରୁ ପରମ ସୁଖକୁ ନେଇଯାଉଛନ୍ତି
। ଏହି ଦୁନିଆର ବିନାଶ ହୋଇଗଲା ପରେ ପୁଣି ସବୁ ସତ୍ତ୍ୱପ୍ରଧାନ ହୋଇଯିବ । ଏବେ ତୁମେ ପୁରୁଷାର୍ଥ
କରି ଯେତେ ବାବାଙ୍କଠାରୁ ବର୍ସା ନେବାକୁ ଚାହୁଛଁ ସେତେ ନେଇଯାଅ । ନଚେତ୍ ପଛରେ ପଶ୍ଚାତାପ
କରିବାକୁ ପଡିବ । ବାବା ଆସିଥିଲେ କିନ୍ତୁ ମୁଁ କିଛି ନେଇ ପାରିଲି ନାହିଁ । ଏ କଥା ମଧ୍ୟ ଲେଖା
ଅଛି – କୁଟା ଗଦା ସଦୃଶ ସାରା ଦୁନିଆକୁ ନିଆଁ ଲାଗିବ ସେତେବେଳେ କୁମ୍ଭକର୍ଣ୍ଣ ନିଦରୁ ଜାଗ୍ରତ
ହେବେ । ପୁଣି ହାୟ-ହାୟ କରି କରି ମରିଯିବେ । ହାୟ-ହାୟ ପରେ ପୁଣି ଜୟ-ଜୟକାର ହେବ । କଳିଯୁଗରେ
ହାୟ-ହାୟ ଦୁଃଖ ରହିଛି ନା । ଜଣେ ଅନ୍ୟ ଜଣକୁ ମାରି ଦେଉଛନ୍ତି । ସମୟ ଆସିବ ବହୁତ ସଂଖ୍ୟାରେ
ମରିବେ । କଳିଯୁଗ ପରେ ପୁଣି ସତ୍ୟଯୁଗ ନିଶ୍ଚିତ ହେବ । ମଝିରେ ଏହା ସଂଗମଯୁଗ ଅଟେ । ଏହାକୁ
ପୁରୁଷୋତ୍ତମ ଯୁଗ କୁହାଯାଏ । ବାବା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଭଲ ଉପାୟ ବତାଉଛନ୍ତି ।
କହୁଛନ୍ତି କେବଳ ମୋତେ ମନେ ପକାଅ ଆଉ କିଛି କରିବାର ନାହିଁ । ଏବେ ତୁମମାନଙ୍କୁ ମଥା ଆଦି
ନୁଆଁଇବାର ଆବଶ୍ୟକତା ନାହିଁ । ବାବାଙ୍କୁ ଯଦି କେହି ହାତ ଯୋଡିଥା’ନ୍ତି ତେବେ ବାବା କହନ୍ତି ନା
ତୁମ ଆତ୍ମାର ହାତ ଅଛି, ନା ବାବାଙ୍କର, ପୁଣି ହାତ କାହାକୁ ଯୋଡୁଛ । କଳିଯୁଗୀ ଭକ୍ତିମାର୍ଗର
ଗୋଟିଏ ବି ଚିହ୍ନ ନ ରହିବା ଦରକାର । ହେ ଆତ୍ମା, ତୁମେ ହାତ କାହିଁକି ଯୋଡୁଛ? କେବଳ ମୋତେ ମନେ
ପକାଅ । ଯୋଗର ଅର୍ଥ ହାତ ଯୋଡିବା ନୁହେଁ । ମନୁଷ୍ୟ ତ ସୂର୍ଯ୍ୟଙ୍କୁ ହାତ ଯୋଡୁଛନ୍ତି, କେହି
ମହାତ୍ମାକୁ ମଧ୍ୟ ହାତ ଯୋଡୁଛନ୍ତି । ତୁମକୁ ହାତ ଯୋଡିବା ଦରକାର ନାହିଁ, ଇଏ ତ ମୋର ଲୋନ୍ (ଉଧାର)
ନେଇଥିବା ଶରୀର ଅଟେ । ଯଦି କେହି ହାତ ଯୋଡନ୍ତି ତେବେ ତା’ ବଦଳରେ ଯୋଡିବାକୁ ପଡିଥାଏ । ତୁମକୁ ତ
ଏକଥା ବୁଝିବାକୁ ହେବ ଯେ ଆମେ ଆତ୍ମା ଅଟୁ । ଆମକୁ ଏହି ବନ୍ଧନରୁ ମୁକ୍ତ ହୋଇ ଏବେ ଘରକୁ ଫେରିବାକୁ
ହେବ । ଏ ସବୁଥିରୁ ତ ଯେପରି ଘୃଣା ଆସୁଛି । ଏବେ ଏହି ପୁରୁଣା ଶରୀରକୁ ଛାଡିବାକୁ ହେବ । ଯେପରି
ସର୍ପର ଉଦାହରଣ ରହିଛି । ଭ୍ରମରୀଠାରେ ମଧ୍ୟ କେତେ ବୁଦ୍ଧି ଅଛି ଯିଏକି କୀଟକୁ ବି ଭ୍ରମରୀ
କରିଦେଉଛି । ତୁମେ ସନ୍ତାନମାନେ ମଧ୍ୟ, ଯେଉଁମାନେ ବିଷୟ ସାଗରରେ ଉବୁଟୁବୁ ହେଉଛନ୍ତି, ସେମାନଙ୍କୁ
ମଧ୍ୟ ସେଠାରୁ ବାହାର କରି କ୍ଷୀରସାଗରକୁ ନେଇଯାଉଛ । ଏବେ ବାବା କହୁଛନ୍ତି - ଶାନ୍ତିଧାମକୁ ଚାଲ
। ମନୁଷ୍ୟ ଶାନ୍ତି ପାଇଁ କେତେ ମୁଣ୍ଡ ପିଟୁଛନ୍ତି । ସନ୍ନ୍ୟାସୀମାନଙ୍କୁ ତ ସ୍ୱର୍ଗର ଜୀବନମୁକ୍ତି
ମିଳି ନ ଥାଏ । ହଁ, ମୁକ୍ତି ମିଳିଥାଏ, ଦୁଃଖରୁ ମୁକ୍ତ ହୋଇ ଶାନ୍ତିଧାମକୁ ଚାଲିଯାଆନ୍ତି । ପୁଣି
ବି ଆତ୍ମା ପ୍ରଥମେ ପ୍ରଥମେ ତ ଜୀବନମୁକ୍ତିରେ ଆସିଥାଏ । ପଛରେ ପୁଣି ଜୀବନବନ୍ଧନରେ ଆସେ । ଆତ୍ମା
ସତ୍ତ୍ୱପ୍ରଧାନ ହୋଇ ପୁଣି ସିଡିରେ ତଳକୁ ଖସେ । ପ୍ରଥମେ ସୁଖ ଭୋଗ କରି ପୁଣି ତଳକୁ ଖସି-ଖସି
ବର୍ତ୍ତମାନ ତମଃପ୍ରଧାନ ହୋଇଯାଇଛି । ପୁଣି ସମସ୍ତଙ୍କୁ ଫେରାଇ ନେବା ପାଇଁ ବାବା ଆସିଛନ୍ତି ।
ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ତୁମେ ପବିତ୍ର ହୋଇଯିବ ।
ବାବା ବୁଝାଇଛନ୍ତି ଯେଉଁ
ସମୟରେ ମନୁଷ୍ୟ ଶରୀର ତ୍ୟାଗ କରିଥା’ନ୍ତି, ସେହି ସମୟରେ ବହୁତ କଷ୍ଟ ଭୋଗିଥା’ନ୍ତି କାହିଁକି ନା
ଦଣ୍ଡ ଭୋଗ କରିବାକୁ ପଡିଥାଏ । ଯେପରି କାଶୀ କଲବଟ ଖାଇଥା’ନ୍ତି । କାହିଁକି ନା ଶୁଣିଛନ୍ତି
ଶିବଙ୍କ ଉପରେ ବଳି ଚଢିଲେ ମୁକ୍ତି ମିଳିଯାଏ । ତୁମେ ଏବେ ବଳି ଚଢୁଛ ନା, ତେଣୁ ଭକ୍ତିମାର୍ଗରେ
ଏହି ପ୍ରଥା ଚାଲୁଛି । ସେଥିପାଇଁ ଶିବଙ୍କ ଉପରେ ବଳି ଚଢୁଛନ୍ତି । ଏବେ ବାବା ବୁଝାଉଛନ୍ତି କେହି
ତ ଫେରି ଯାଇ ପାରିବେ ନାହିଁ । ହଁ, ବଳି ଚଢୁଛନ୍ତି ତେଣୁ କିଛି ପାପ କଟିଯାଉଛି, ପୁଣି
ହିସାବ-କିତାବ ନୂଆ କରି ଆରମ୍ଭ ହେଉଛି । ତୁମେ ଏବେ ଏହି ସୃଷ୍ଟିଚକ୍ରକୁ ଜାଣି ଯାଇଛ । ଏହି ସମୟରେ
ସମସ୍ତଙ୍କର କଳା କମିବାରେ ଲାଗିଛି । ବାବା କହୁଛନ୍ତି - ମୁଁ ଆସି ସମସ୍ତଙ୍କର ସଦ୍ଗତି କରୁଛି ।
ସମସ୍ତଙ୍କୁ ଘରକୁ ନେଇଯାଉଛି । କିନ୍ତୁ ପତିତମାନଙ୍କୁ ସାଥିରେ ନେବି ନାହିଁ ସେଥିପାଇଁ ଏବେ
ପବିତ୍ର ହେବାକୁ ପଡିବ ତେବେ ତୁମର ଜ୍ୟୋତି ଜାଗ୍ରତ ହୋଇଯିବ । ବିବାହ ସମୟରେ ସ୍ତ୍ରୀ ମଥା ଉପରେ
ମାଠିଆ ରଖି ଦୀପ ଜଳାନ୍ତି । ଏହି ପ୍ରଥା ମଧ୍ୟ ଭାରତରେ ହିଁ ଅଛି । ସ୍ତ୍ରୀର ମୁଣ୍ଡ ଉପରେ କଳସ
ରଖି ଜ୍ୟୋତି ବା ଦୀପ ଜଳାଇଥା’ନ୍ତି, ପତିଙ୍କ ଉପରେ ଦୀପ ଜଳାନ୍ତି ନାହିଁ । କାହିଁକି ନା ପତିଙ୍କୁ
ଈଶ୍ୱର କହନ୍ତି । ଈଶ୍ୱରଙ୍କ ଉପରେ ପୁଣି ଜ୍ୟୋତି କିପରି ଜଳାଇବେ । ତେଣୁ ବାବା ବୁଝାଉଛନ୍ତି -
ମୋର ତ ଜ୍ୟୋତି ଜାଗ୍ରତ ଅଛି । ମୁଁ ଏବେ ତୁମର ଜ୍ୟୋତିକୁ ଜାଗ୍ରତ କରୁଛି । ବାବାଙ୍କୁ ସମା
ଅର୍ଥାତ୍ ଜ୍ୟୋତି ମଧ୍ୟ କୁହାଯାଏ । ବ୍ରହ୍ମ ସମାଜୀମାନେ ଜ୍ୟୋତିକୁ ମାନିଥା’ନ୍ତି, ସର୍ବଦା
ଜ୍ୟୋତି ଜଳାଇ ରଖିଥା’ନ୍ତି, ତାକୁ ହିଁ ମନେ ପକାଇଥା’ନ୍ତି, ତାକୁ ହିଁ ଭଗବାନ ବୋଲି ମାନିଥା’ନ୍ତି
। କେହି କେହି ଭାବନ୍ତି ଛୋଟ ଜ୍ୟୋତି (ଆତ୍ମା) ବଡ ଜ୍ୟୋତି (ପରମାତ୍ମା)ରେ ମିଶିଯିବ । ଅନେକ
ପ୍ରକାର ମତ ରହିଛି । ବାବା କହୁଛନ୍ତି ତୁମର ଧର୍ମ ତ ବହୁତ ସୁଖଦାୟୀ ଅଟେ । ତୁମେ ସ୍ୱର୍ଗରେ
ବହୁତ ସୁଖ ଦେଖିଛ । ନୂଆ ଦୁନିଆରେ ତୁମେ ଦେବତା ହେଉଛ । ତୁମର ପାଠପଢା ହିଁ ଭବିଷ୍ୟତ ନୂଆ ଦୁନିଆ
ପାଇଁ ଏବଂ ଅନ୍ୟ ସବୁ ପାଠପଢା ଏହି ଦୁନିଆ ପାଇଁ । ଏଠାରେ ତୁମକୁ ପାଠପଢି ଭବିଷ୍ୟତରେ ଉଚ୍ଚ ପଦ
ପାଇବାକୁ ହେବ । ଗୀତାରେ ମଧ୍ୟ ନିଶ୍ଚିତ ଭାବରେ ରାଜଯୋଗ ଶିଖାଯାଇଛି । ଶେଷରେ ଲଢେଇ ଲାଗୁଛି,
କିଛି ରହିବ ନାହିଁ । ପାଣ୍ଡବମାନଙ୍କ ସାଥିରେ କୁକୁର ଦେଖାଇଛନ୍ତି । ଏବେ ବାବା କହୁଛନ୍ତି ମୁଁ
ତୁମକୁ ଭଗବାନ-ଭଗବତୀ (ଦେବୀ-ଦେବତା) କରୁଛି । ଏଠାରେ ତ ଅନେକ ପ୍ରକାରର ଦୁଃଖଦାୟୀ ମନୁଷ୍ୟ
ଅଛନ୍ତି । କାମ କଟାରୀ ଦ୍ୱାରା କେତେ ଦୁଃଖୀ କରୁଛନ୍ତି । ତେଣୁ ଏବେ ତୁମ ସନ୍ତାନମାନଙ୍କୁ ଏହି
ଖୁସୀ ରହିବା ଦରକାର ଯେ ବେହଦର ବାବା ଜ୍ଞାନର ସାଗର ଆମକୁ ପାଠ ପଢାଉଛନ୍ତି । ସିଏ ଆମର ଅତି
ପ୍ରିୟ ପ୍ରେମିକ ଅଟନ୍ତି । ଆମେ ପ୍ରେମିକାମାନେ ତାଙ୍କୁ ଅଧାକଳ୍ପ ହେବ ମନେ ପକାଇ ଆସିଛୁ ।
ତୁମେମାନେ ମନେ ପକାଇ ଆସିଛ, ଏବେ ବାବା କହୁଛନ୍ତି ମୁଁ ଆସିଛି, ତୁମେ ମୋ ମତରେ ଚାଲ । ନିଜକୁ
ଆତ୍ମା ଭାବି ମାତେ ମନେ ପକାଅ । ଅନ୍ୟ କାହାକୁ ନୁହେଁ । କେବଳ ମୋତେ ମନେ ନ ପକାଇଲେ ତୁମର ପାପ
ଭସ୍ମ ହେବ ନାହିଁ । ପ୍ରତ୍ୟେକ କଥାରେ ସର୍ଜନଙ୍କ ଠାରୁ ମତ ନିଅ । କାହା ସହିତ କିପରି ସମ୍ବନ୍ଧ
ରଖିବାକୁ ହେବ - ବାବା ମତ ଦେବେ । ଯଦି ଶ୍ରୀମତ ଅନୁସାରେ ଚାଲିବ ତେବେ ପ୍ରତି ପାଦରେ ପଦମର
ପ୍ରାପ୍ତି ହେବ ଅର୍ଥାତ୍ ପ୍ରତି ମୂହୁର୍ତ୍ତରେ ଅସରନ୍ତି ସମ୍ପତ୍ତି ପ୍ରାପ୍ତି କରିବ । ମତ ନେଲ
ତ’ ତୁମେ ଦାୟିତ୍ୱରୁ ମୁକ୍ତ ହେଲ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବେହଦର
ବାବାଙ୍କଠାରୁ ବେହଦ ସୁଖର ବର୍ସା ନେବାକୁ ହେଲେ ଡାଇରେକ୍ଟ (ପ୍ରତ୍ୟକ୍ଷରେ) ଈଶ୍ୱରଙ୍କ ଅର୍ଥେ
ଦାନ ପୁଣ୍ୟ କରିବାକୁ ହେବ । ଜ୍ଞାନ ଧନରେ ଝୋଲି ଭରି ସମସ୍ତଙ୍କୁ ଦେବାକୁ ହେବ ।
(୨) ଏହି ପୁରୁଷୋତ୍ତମ
ଯୁଗରେ ନିଜକୁ ସର୍ବ ବନ୍ଧନରୁ ମୁକ୍ତ କରି ଜୀବନମୁକ୍ତ ହେବାକୁ ପଡିବ । ଭ୍ରମରୀ ସଦୃଶ ଭୁଁ-ଭୁଁ
କରି ନିଜ ସମାନ କରିବାର ସେବା କରିବାକୁ ହେବ ।
ବରଦାନ:-
ସର୍ବ
ପ୍ରାପ୍ତିର ଅନୁଭବ ଦ୍ୱାରା ଶକ୍ତିଶାଳୀ ହେଉଥିବା ସଦା ସଫଳତା ମୂରତ ହୁଅ ।
ଯେଉଁମାନେ ସର୍ବ
ପ୍ରାପ୍ତିଗୁଡିକର ଅନୁଭବୀ ମୂରତ, ସେହିମାନେ ହିଁ ଶକ୍ତିଶାଳୀ ଅଟନ୍ତି । ଏହିଭଳି ସର୍ବ
ପ୍ରାପ୍ତିର ଅନୁଭବୀ ଶକ୍ତିଶାଳୀ ଆତ୍ମାମାନେ ହିଁ ସଫଳତାମୂରତ ହୋଇପାରିବେ । କାହିଁକି ନା
ବର୍ତ୍ତମାନ ଦୁନିଆର ସବୁ ଆତ୍ମାମାନେ ତୁମମାନଙ୍କୁ ଖୋଜିବାକୁ ଲାଗିବେ କି ସୁଖଶାନ୍ତିର ମାଷ୍ଟର
ଦାତାମାନେ କେଉଁଠି ଅଛନ୍ତି । ତେବେ ତୁମମାନଙ୍କ ପାଖରେ ଯଦି ସର୍ବଶକ୍ତିର ଷ୍ଟକ ଜମା ଥିବ ତେବେ
ଯାଇ ତ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବ! ଯେପରି ବିଦେଶରେ ଗୋଟିଏ ଦୋକାନରେ ସବୁ ପ୍ରକାରର ଜିନିଷ
ମିଳିଯାଇଥାଏ, ସେହିଭଳି ତୁମମାନଙ୍କୁ ମଧ୍ୟ ହେବାକୁ ପଡିବ । ଏମିତି ନୁହେଁ ଯେ ଯଦି ସହନ କରିବାର
ଶକ୍ତିଥିବ ତେବେ ସମ୍ମୁଖୀନ କରିବାର ଶକ୍ତି ନ ଥିବ । ନା ସର୍ବଶକ୍ତିର ଷ୍ଟକ ଜମା ଥିବା ଦରକାର
ତେବେ ଯାଇ ସଫଳତା ମୂରତ ହୋଇପାରିବ ।
ସ୍ଲୋଗାନ:-
ଈଶ୍ୱରୀୟ
ମର୍ଯ୍ୟାଦା ଗୁଡିକ ହିଁ ବ୍ରାହ୍ମଣ ଜୀବନର ପାଦ ଚିହ୍ନ, ତେଣୁ ପାଦ ଚିହ୍ନ ଉପରେ ପାଦ ରଖି ଚାଲିବା
ହିଁ ଲକ୍ଷ ସ୍ଥଳ ନିକଟରେ ପହଞ୍ଚିବା ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୧୦) ଆଜିକାଲି କେହି
କେହି ଗୋଟିଏ ବିଶେଷ ଭାଷା ବ୍ୟବହାର କରୁଛନ୍ତି କି ମୋ ଦ୍ୱାରା ଅସ୍ୟତା ଦେଖି ହେଉ ନାହିଁ, ଅସତ୍ୟ
ଶୁଣି ହେଉ ନାହିଁ । ସେଥିପାଇଁ ଅସ୍ୟତକୁ ଦେଖିଲେ, ମିଛକୁ ଶୁଣିଲେ ମୋ ଭିତରେ ଜୋସ୍ ଆସିଯାଉଛି ।
କିନ୍ତୁ ଯଦି ସେ ଅସତ୍ୟ ଅଟନ୍ତି ଏବଂ ଆପଣଙ୍କ ମଧ୍ୟରେ ଅସତ୍ୟକୁ ଦେଖି ଜୋସ୍ ଆସୁଛି ତ ସେହି ଜୋସ୍
ମଧ୍ୟ ଅସତ୍ୟ ଅଟେ ନା! ଅସତ୍ୟକୁ ସମାପ୍ତ କରିବା ପାଇଁ ନିଜ ଭିତରେ ସତ୍ୟତାର ଶକ୍ତି ଧାରଣ କରନ୍ତୁ
।