10.08.25 Avyakt Bapdada Odia Murli 31.10.2006 Om Shanti Madhuban
"ସଦା ସ୍ନେହୀ ହେବା
ସହିତ ଯଦି ଅଖଣ୍ଡ ମହାଦାନୀ ହେବ ତେବେ ବିଘ୍ନ ବିନାଶକ, ସମାଧାନ ସ୍ୱରୂପ ହୋଇଯିବ"
ଆଜି ପ୍ରେମର ସାଗର ନିଜର
ପରମାତ୍ମ ପ୍ରେମର ପାତ୍ର ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ତୁମେମାନେ ମଧ୍ୟ ସ୍ନେହର
ଅଲୌକିକ ବିମାନ ଦ୍ୱାରା ଏଠାରେ ପହଞ୍ଚି ଯାଇଛ ନା! କ'ଣ ସାଧାରଣ ପ୍ଲେନ୍ରେ ଆସିଛ ନା ସ୍ନେହର
ପ୍ଲେନ୍ରେ ଉଡ଼ିଉଡ଼ି ଏଠାରେ ପହଞ୍ଚି ଯାଇଛ? ସମସ୍ତଙ୍କର ହୃଦୟରେ ସ୍ନେହର ଲହଡ଼ି ଉଠିବାରେ ଲାଗିଛି
ଏବଂ ସ୍ନେହ ହିଁ ହେଉଛି ଏହି ବ୍ରାହ୍ମଣ ଜୀବନର ମୂଳଦୁଆ । ତେଣୁ ତୁମମୋନେ ମଧ୍ୟ ଯେତେବେଳେ
ଆସିଥିଲ ତୁମକୁ ସ୍ନେହ ହିଁ ଆକର୍ଷିତ କରିଥିଲା ନା! ଜ୍ଞାନ ତ ପଛରେ ଶୁଣିଲ କିନ୍ତୁ ସ୍ନେହ ହିଁ
ତୁମମାନଙ୍କୁ ପରମାତ୍ମ ସ୍ନେହୀ କରିଦେଇଛି । କେବେ ସ୍ୱପ୍ନରେ ମଧ୍ୟ ନ ଥିଲା ଯେ ମୁଁ କେବେ
ପରମାତ୍ମ ସ୍ନେହର ପାତ୍ର ହେବି । କିନ୍ତୁ ଏବେ କ’ଣ କହୁଛ? ହୋଇଯାଇଛୁ । ସ୍ନେହ ମଧ୍ୟ ସାଧାରଣ
ସ୍ନେହ ନୁହେଁ, ହୃଦୟର ସ୍ନେହ, ଆତ୍ମିକ ସ୍ନେହ, ସଚ୍ଚା ସ୍ନେହ, ନିଃସ୍ୱାର୍ଥ ସ୍ନେହ । ଏହି
ପରମାତ୍ମ ସ୍ନେହ ବହୁତ ସହଜରେ ମନେପକାଇବାର ଅନୁଭବ କରାଇଥାଏ । ସ୍ନେହୀକୁ ମନେପକାଇବା ପାଇଁ
ମୁସ୍କିଲ୍ ଲାଗେ ନାହିଁ, ବରଂ ଭୁଲିବା ମୁସ୍କିଲ୍ ହୁଏ । ସ୍ନେହ ଏକ ଅଲୌକିକ ଚୁମ୍ଭକ ଅଟେ ।
ସ୍ନେହ ସହଜ ଯୋଗୀ କରିଦିଏ, ମେହେନତରୁ ମୁକ୍ତ କରିଦିଏ । ସ୍ନେହର ସହିତ ମନେ ପକାଇବା ପାଇଁ
ମେହେନତ ଲାଗେ ନାହିଁ । ସେମାନେ ସ୍ନେହ କରିବାର ଫଳ ମଧ୍ୟ ପ୍ରାପ୍ତ କରିଥାନ୍ତି । ତେବେ ସ୍ନେହର
ପ୍ରତୀକ ତ ଚାରିଆଡ଼ର ସବୁ ପିଲାମାନେ ଅଟନ୍ତି କିନ୍ତୁ ବିଶେଷ କରି ଡବଲ୍ ବିଦେଶୀମାନେ ସ୍ନେହରେ
ଦୌଡ଼ି-ଦୌଡ଼ି ଆସି ଏଠାରେ ପହଞ୍ଚିଯାଇଛନ୍ତି । ଦେଖ ୯୦ଟି ଦେଶରୁ କିପରି ଦୌଡ଼ି-ଦୌଡ଼ି ଆସି
ପହଞ୍ଚିଯାଇଛନ୍ତି! ଦେଶ ଭିତରର ପିଲାମାନେ ତ ପ୍ରଭୁ ପ୍ରେମର ପାତ୍ର ନିଶ୍ଚିତ ଅଟନ୍ତି କିନ୍ତୁ ଆଜି
ବିଶେଷ କରି ଡବଲ୍ ବିଦେଶୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଛି । ତୁମ ସମସ୍ତଙ୍କର ମଧ୍ୟ ବିଶେଷ
ସ୍ନେହ ରହିଛି ନା! ସ୍ନେହ ଅଛି ନା! କେତେ ସ୍ନେହ ଅଛି? ତା'କୁ କାହା ସହିତ ତୁଳନା କରି ପାରିବ?
କୌଣସି ତୁଳନା ହୋଇପାରିବ ନାହିଁ । ତୁମମାନଙ୍କର ଗୋଟିଏ ଗୀତ ଅଛି ନା! ନା ଆକାଶରେ ଏତେ ତାରା
ଅଛନ୍ତି, ନା ସାଗରରେ ଏତେ ଜଳ ଅଛି........ ବେହଦର ସ୍ନେହ, ବେହଦର ପ୍ରେମ ।
ବାପ୍ଦାଦା ମଧ୍ୟ ସ୍ନେହୀ
ପିଲାମାନଙ୍କ ସହିତ ମିଶିବା ପାଇଁ ପହଞ୍ଚିଯାଇଛନ୍ତି । ତୁମେ ପିଲାମାନେ ସ୍ନେହର ସହିତ ମନେ ପକାଇଲ
ତେଣୁ ବାପ୍ଦାଦା ତୁମମାନଙ୍କ ସ୍ନେହରେ ଆସି ପହଞ୍ଚିଗଲେ । ବର୍ତ୍ତମାନ ସମୟରେ ଯେପରି ସମସ୍ତଙ୍କ
ଚେହେରାରେ ସ୍ନେହର ରେଖା ଚମକୁଛି ସେହିପରି ଏବେ ସେଥିରେ ଆଉ କ’ଣ ଯୋଡ଼ିବାକୁ ହେବ? ସ୍ନେହ ତ
ନିଶ୍ଚିତ ଅଛି, ଏହା ତ ପକ୍କା ଅଟେ । ବାପ୍ଦାଦା ମଧ୍ୟ ସାର୍ଟିଫିକେଟ ଦେଉଛନ୍ତି ଯେ ସ୍ନେହ
ସମସ୍ତଙ୍କର ଅଛି କିନ୍ତୁ ଏବେ କ’ଣ କରିବ? ବୁଝି ତ ଗଲଣି ନା! ଏବେ କେବଳ ଏତିକି ସେଥିରେ ଯୋଡ଼ଦିଅ
ଯେ ମୋତେ ସର୍ବଦା ସ୍ନେହୀ ହୋଇ ରହିବାକୁ ହେବ, ସର୍ବଦା । କେବେ କେବେ ନୁହେଁ । ତେବେ ସ୍ନେହ ତ
ଅତୁଟ ଅଟେ କିନ୍ତୁ ପରିମାଣରେ ଫରକ୍ ରହିଛି । ତେଣୁ ଏହି ଫରକ୍ ବା ଅନ୍ତରକୁ ସମାପ୍ତ କରିବାର
ମନ୍ତ୍ର କ’ଣ? ସବୁ ସମୟରେ ମହାଦାନୀ, ଅଖଣ୍ଡ ଦାନୀ ହୁଅ । ସର୍ବଦା ଦାତାଙ୍କର ସନ୍ତାନ ବିଶ୍ୱ
ସେବାଧାରୀ, ସେମାନେ କୌଣସି ବି ସମୟରେ ମାଷ୍ଟର ଦାତା ହେବା ବିନା ରହୁ ନଥିବେ, କାହିଁକି ନା ବିଶ୍ୱ
କଲ୍ୟାଣର କାର୍ଯ୍ୟ ପାଇଁ ବାବାଙ୍କ ସହିତ ତୁମେମାନେ ମଧ୍ୟ ସହଯୋଗୀ ହେବା ପାଇଁ ସଂକଳ୍ପ କରିଛ ।
ଚାହେଁ ମାନସିକ ସେବା ଦ୍ୱାରା ଅର୍ଥାତ ସଂକଳ୍ପ ଦ୍ୱାରା ଶକ୍ତିର ଦାନ ବା ସହଯୋଗ ଦିଅ, ଚାହେଁ ବାଣୀ
ଦ୍ୱାରା ଜ୍ଞାନର ଦାନ ଦିଅ ବା ସହଯୋଗ ଦିଅ, କର୍ମ ଦ୍ୱାରା ଗୁଣର ଦାନ ଦିଅ ଏବଂ ସ୍ନେହପୂର୍ଣ୍ଣ
ସମ୍ପର୍କ ଦ୍ୱାରା ଖୁସିର ଦାନ ଦିଅ । ତେବେ ତୁମେମାନେ କେତେ ଅଖଣ୍ଡ ସମ୍ପତ୍ତିର ମାଲିକ ଅଟ,
ରିଚେଷ୍ଟ ଇନ୍ ଦି ୱାର୍ଲ୍ଡ ଅର୍ଥାତ ବିଶ୍ୱର ସର୍ବୋଚ୍ଚ ଧନଶାଳୀ ଅଟ । ତୁମ ପାଖରେ ଅଖଣ୍ଡ ଏବଂ
ଅସରନ୍ତି ସମ୍ପତ୍ତି ରହିଛି । ତାହା ମଧ୍ୟ ଯେତେ ବାଣ୍ଟିବ ସେତେ ବଢ଼ି ବଢ଼ି ଚାଲିଥିବ, କମ୍ ହେବ
ନାହିଁ । କାହିଁକି ନା ବର୍ତ୍ତମାନ ସମୟରେ ତୁମମାନଙ୍କର ଅଧିକାଂଶ ଆତ୍ମିକ ଭାଇ-ଭଉଣୀମାନେ ଏହି ସବୁ
ସମ୍ପତ୍ତିଗୁଡିକର ତୃଷାର୍ତ୍ତ ଅଟନ୍ତି । ତେବେ କ’ଣ ତୁମକୁ ନିଜର ଭାଇ-ଭଉଣୀମାନଙ୍କ ଉପରେ ଦୟା
ଆସୁନାହିଁ! କ’ଣ ତୃଷାର୍ତ୍ତ ଆତ୍ମାମାନଙ୍କର ତୃଷା ନିବାରଣ କରିବ ନାହିଁ, ସେମାନଙ୍କର ଡାକରା କ’ଣ
ତୁମ କାନ ପର୍ଯ୍ୟନ୍ତ ଆସୁନାହିଁ, ହେ ଆମର ଇଷ୍ଟ ଦେବୀ-ଦେବତାମାନେ ଆମକୁ ଶକ୍ତି ଦିଅ, ସଚ୍ଚା
ସ୍ନେହ ଦିଅ । ତୁମମାନଙ୍କର ଭକ୍ତମାନେ ଏବଂ ଦୁଃଖୀ ଆତ୍ମାମାନେ-ଦୟାକର, କୃପାକର, ହେ କୃପାଳୁ ଦେବୀ,
କୃପାଳୁ ଦେବତା କହି କିଭଳି ଚିତ୍କାର କରୁଛନ୍ତି । ସମୟର ଡାକରା ତ ଶୁଣିପାରୁଛ ନା, ଏବଂ ଦେବାର
ସମୟ ମଧ୍ୟ ଏବେ ହିଁ ଅଟେ, ତେଣୁ ତୁମେ ଆଉ କେବେ ଦେବ? ଏତେସବୁ ଅସରନ୍ତି ଅଖଣ୍ଡ ସମ୍ପତ୍ତି ଯାହା
କି ତୁମ ପାଖରେ ଜମା ହୋଇ ରହିଛି ସେଗୁଡିକୁ ଆଉ କେବେ ଦେବ? କ’ଣ ଶେଷ ସମୟରେ ଦେବ? ସେହି ସମୟରେ
କେବଳ ଆଞ୍ଜୁଳୀ ହିଁ ଦେଇପାରିବ, ତେଣୁ ତୁମର ଜମା ହୋଇଥବା ସମ୍ପତ୍ତିକୁ ଆଉ କେବେ କାର୍ଯ୍ୟରେ
ଲଗାଇବ? ଚେକ୍ କର ମୁଁ ସବୁ ସମୟରେ କୌଣସି ନା କୌଣସି ସମ୍ପତ୍ତିକୁ ସଫଳ କରୁଛି ତ । ଏଥିରେ ମଧ୍ୟ
ଦୁଇଟି ଫାଇଦା ରହିଛି, ସମ୍ପତ୍ତିକୁ ସଫଳ କରିବା ଦ୍ୱାରା ଆତ୍ମାମାନଙ୍କର କଲ୍ୟାଣ ମଧ୍ୟ ହେବ ଏବଂ
ତା ସହିତ ତୁମମୋନେ ମହାଦାନୀ ହେବା କାରଣରୁ ସମସ୍ୟା ସ୍ୱରୂପ ପରିବର୍ତ୍ତେ ସମାଧାନ ସ୍ୱରୂପ ବିଘ୍ନ
ବିନାଶକ ମଧ୍ୟ ସହଜରେ ହୋଇଯିବ । ସମସ୍ୟାଗୁଡ଼ିକ ପଛରେ ଯେଉଁ ସମୟ ଦେଉଛ, ମେହେନତ ମଧ୍ୟ କରୁଛ, କେବେ
କେବେ ଉଦାସ ମଧ୍ୟ ହୋଇଯାଉଛ, କେବେ ପୁଣି ଉଲ୍ଲାସ ଅର୍ଥାତ ଅତି ଖୁସି ମଧ୍ୟ ହୋଇଯାଉଛ, ସେଥିରୁ
ମୁକ୍ତ ହୋଇଯିବ, କାହିଁକି ନା ବାପ୍ଦାଦାଙ୍କୁ ମଧ୍ୟ ପିଲାମାନଙ୍କର ମେହେନତ କରିବା ଭଲ ଲାଗୁନାହିଁ,
ତେଣୁ ଡବଲ୍ ଫାଇଦା ହୋଇଯିବ । ଆଜି ଏଇଆ ହେଲା, ସେଇଆ ହେଲା, ଆଜି ଏମିତି ହୋଇଗଲା, କାଲି ସେମିତି
ହୋଇଗଲା । ତେବେ ବିଘ୍ନମୁକ୍ତ ସମସ୍ୟାମୁକ୍ତ ସବୁଦିନ ପାଇଁ ହୋଇଯିବ । ଯେତେବେଳେ ବାପ୍ଦାଦା
ଦେଖୁଛନ୍ତି ପିଲାମାନେ ମେହେନତ କରୁଛନ୍ତି ତେବେ ପିଲାମାନଙ୍କର ମେହେନତ କରିବା ବାପଦାଦା
ଦେଖିପାରନ୍ତି ନାହିଁ, ତେଣୁ ମେହେନତରୁ ମୁକ୍ତ ହୁଅ । ପୁରୁଷାର୍ଥ ତ କରିବାକୁ ହେବ, କିନ୍ତିୁ
କେଉଁ ପରୁଷାର୍ଥ କରିବ । କ’ଣ ଏବେ ପର୍ଯ୍ୟନ୍ତ ନିଜର ଛୋଟ ଛୋଟ ସମସ୍ୟା ଗୁଡ଼ିକରେ ପୁରୁଷାର୍ଥ କରି
ଚାଲିଥିବ । ଏବେ ଅଖଣ୍ଡ ମହାଦାନୀ, ଅଖଣ୍ଡ ସହଯୋଗୀ ହେବାର ପୁରୁଷାର୍ଥ କର । ବ୍ରାହ୍ମଣ
ଆତ୍ମାମାନଙ୍କର ସହଯୋଗୀ ହୁଅ ଏବଂ ଦୁଃଖୀ-ପ୍ୟାସି ଆତ୍ମାମାନଙ୍କ ପାଇଁ ମହାଦାନୀ ହୁଅ । ଏବେ
ଏହିଭଳି ପୁରୁଷାର୍ଥର ଆବଶ୍ୟକତା ରହିଛି । କ’ଣ ପସନ୍ଦ ଆସୁଛି ତ! ପସନ୍ଦ ତ! ପଛବାଲାଙ୍କୁ ପସନ୍ଦ
ତ! ତେଣୁ ଏବେ କିଛି ତ ପରିବର୍ତ୍ତନ କରିବା ଦରକାର ନା, ନିଜ ପ୍ରତି ସେହି ପୁରୁଷାର୍ଥ ତ ବହୁତ
ସମୟ କରିସାରିଲଣି । କ’ଣ କହୁଛ ପାଣ୍ଡବମାନେ, ପସନ୍ଦ ଅଟେ ତ? ତେବେ କାଲିଠାରୁ କ’ଣ କରିବ? କ’ଣ
କାଲିଠାରୁ ଆରମ୍ଭ କରିବ ନା ଏବେଠାରୁ । ଏବେଠାରୁ ହିଁ ସଂକଳ୍ପ କର । ମୋର ସମୟ, ସଂକଳ୍ପ ସବୁକିଛି
ବିଶ୍ୱ ସେବା ପ୍ରତି ସମର୍ପିତ ଅଟେ । ଏଥିରେ ସ୍ୱ-ସେବା ଆପେ ଆପେ ହୋଇଯିବ । ବାକି ରହିବନାହିଁ,
ଆହୁରି ବଢ଼ିଯିବ । କାହିଁକି ଜାଣିଛ, ତୁମେ ଯଦି କାହାର ବି ଆଶାକୁ ପୂର୍ଣ୍ଣ କରିଦେବ, ଦୁଃଖ
ପରିବର୍ତ୍ତେ ସୁଖ ଦେବ, ନିର୍ବଳ ଆତ୍ମାକୁ ଶକ୍ତି ଦେବ, ଗୁଣ ବେଦ ତେବେ ସେ ତମକୁ କେତେ ଆଶୀର୍ବାଦ
ଦେବ ଏବଂ ସମସ୍ତଙ୍କଠାରୁ ଆଶୀର୍ବାଦ ନେବାହିଁ ଆଗକୁ ବଢ଼ିବାର ସବୁଠାରୁ ସହଜ ସାଧନ ଅଟେ । ଚାହେଁ
ଭାଷଣ କରନାହିଁ, ଅଧିକ ସେବାର କାର୍ଯ୍ୟକ୍ରମ ପଛେ ନ କର, ସେଥିରେ କୌଣସି ଆପତ୍ତି ନାହିଁ । ଯଦି
କରି ପାରୁଛ ତେବେ କର କିନ୍ତୁ ଯଦି ନ କରି ପାରୁଛ ତେବେ କୌଣସି ଆପତ୍ତି ନାହିଁ କିନ୍ତୁ ନିଜର
ସର୍ବ ସମ୍ପତ୍ତିକୁ ସଫଳ କର । ଶୁଣାଇଲୁ ନା ସଂକଳ୍ପ ଦ୍ୱାରା ଶକ୍ତି ରୂପୀ ସମ୍ପତ୍ତି ଦେଇଚାଲ ।
ବାଣୀ ଦ୍ୱାରା ଜ୍ଞାନ ରୂପୀ ସମ୍ପତ୍ତି, କର୍ମ ଦ୍ୱାରା ଗୁଣ ରୂପୀ ସମ୍ପତ୍ତି ଏବଂ ବୁଦ୍ଧି ଦ୍ୱାରା
ସମୟ ରୂପୀ ସମ୍ପତ୍ତି ଏବଂ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ଖୁସି ରୂପୀ ସମ୍ପତ୍ତିକୁ ସଫଳ କରିଚାଲ ।
ତେବେ ଏଗୁଡ଼ିକୁ ସଫଳ କରିବା ଦ୍ୱାରା ସହଜରେ ସଫଳତା ମୁରତ୍ ନିଶ୍ଚିତ ହୋଇଯିବ ଏବଂ ସହଜରେ ଉଡ଼ିବାକୁ
ଲାଗିବ, କାହିଁକି ନା ଆଶୀର୍ବାଦ ଏକ ଲିଫ୍ଟ ଭଳି କାମ କରିଥାଏ, ଶିଢ଼ି ଭଳି ନୁହେଁ । ସମସ୍ୟା ଆସିଲା,
ତାକୁ ସମାପ୍ତ କରିଲ, କେବେ ଦୁଇଦିନ ଲଗାଇଲ, କେବେ ଦୁଇ ଘଣ୍ଟା ଲଗାଇଲ ଏହାକୁ ହିଁ କୁହାଯାଉଛି
ଶିଢ଼ିରେ ଚଢ଼ିବା । ତେଣୁ ସଫଳ କର ଏବଂ ସଫଳତା ମୁରତ୍ ହୋଇଯାଅ, ତାହାହେଲେ ଆଶୀର୍ବାଦ ରୂପୀ ଲିଫ୍ଟ
ଦ୍ୱାରା ଯେଉଁଠି ଇଚ୍ଛା ସେଠି ଗୋଟିଏ ସେକେଣ୍ଡରେ ପହଞ୍ଚିଯାଇ ପାରିବ । ଚାହେଁ ସୁକ୍ଷ୍ମବତନରେ
ପହଞ୍ଚ, ଚାହେଁ ପରମଧାମରେ ପହଞ୍ଚ, ଚାହେଁ ନିଜ ରାଜ୍ୟରେ ପହଞ୍ଚ, ମାତ୍ର ଗୋଟିଏ ସେକେଣ୍ଡ୍ ଲାଗିବ
। ଲଣ୍ଡନରେ ଗୋଟିଏ କାର୍ଯ୍ୟକ୍ରମ କରିଥିଲ ନା ଯାହାର ଟପିକ୍ ଥିଲା-ୱାନ୍ ମିନିଟ୍ ଅର୍ଥାତ୍ ଗୋଟିଏ
ମିନିଟ୍, କିନ୍ତୁ ବାପ୍ଦାଦା ତ କହୁଛନ୍ତି ୱାନ ସେକେଣ୍ଡ୍, ମାତ୍ର ଗୋଟିଏ ସେକେଣ୍ଡ୍ ଭିତରେ
ଆଶୀର୍ବାଦ ରୂପୀ ଲିଫ୍ଟରେ ଉପରକୁ ଚଢ଼ିଯାଅ । କେବଳ ସ୍ମୃତି ରୂପକ ସ୍ୱିଚ୍କୁ ଅନ କର, ବାସ୍ ସବୁ
ମେହେନତ ସମାପ୍ତ । ଆଜି ଡବଲ୍ ବିଦେଶୀମାନଙ୍କର ଦିନ ଅଟେ ନା ତେଣୁ ବାପ୍ଦାଦା ପ୍ରଥମେ ଡବଲ୍
ବିଦେଶୀମାନଙ୍କୁ କେଉଁ ସ୍ୱରୂପରେ ଦେଖିବାକୁ ଚାହୁଁଛନ୍ତି? ମେହେନତ୍ ମୁକ୍ତ, ସଫଳତା ମୂରତ୍,
ଆଶୀର୍ବାଦର ପାତ୍ର । କ’ଣ ସ୍ୱରୂପରେ ହେବ ତ? କାହିଁକି ନା ଡବଲ୍ ବିଦେଶୀମାନଙ୍କର ବାବାଙ୍କ ସହିତ
ବହୁତ ଭଲ ସ୍ନେହ ରହିଛି, ତେବେ ସ୍ନେହ ତ ବହୁତ ଭଲ ରହିଛି କିନ୍ତୁ ଶକ୍ତି ମଧ୍ୟ ଦରକାର ତେବେ
ସେମାନେ କମାଲ୍ ତ କରିଛନ୍ତି ନା? ଦେଖ ୯୦ଟି ଦେଶରୁ, ଅଲଗା ଅଲଗା ଦେଶ, ଅଲଗା ଅଲଗା
ପ୍ରଥା-ପରମ୍ପରା ଭିତରୁ ୫ଟି ଯାକ ମହାଦ୍ୱୀପରୁ ଆସି ଗୋଟିଏ ଚନ୍ଦନ ବୃକ୍ଷ ହୋଇଯାଇଛନ୍ତି ଅର୍ଥାତ୍,
ଗୋଟିଏ ବ୍ରାହ୍ମଣ ପରିବାରର ହୋଇଯାଇଛନ୍ତି । ଗୋଟିଏ ହିଁ ବୃକ୍ଷରେ ଆସିଯାଇଛନ୍ତି । ଗୋଟିଏ ହିଁ
ବ୍ରାହ୍ମଣ ସଂସ୍କୃତିରେ ଅଭ୍ୟସ୍ତ ହୋଇ ଗଲେଣି । କ’ଣ ଆଉ ଇଂଗ୍ଲିସ୍ କଲ୍ଚର ଅଛି କି? ଆମର କଲ୍ଚର୍
ଅର୍ଥାତ୍ ସଂସ୍କୃତି ହିଁ ଇଂଗ୍ଲିସ୍ ଅଟେ......ଏପରି ତ ନୁହେଁ ନା? ବ୍ରାହ୍ମଣ ଅଟ ନା? ଯେଉଁମାନେ
ଭାବୁଛନ୍ତି ଏବେ ଆମର ବ୍ରାହ୍ମଣ କଲ୍ଚର୍ ଅଟେ ସେମାନେ ହାତ ଉଠାଅ, କେବଳ ବ୍ରାହ୍ମଣ କଲ୍ଚର୍,
ଅନ୍ୟ କୌଣସି ମିଶାମିଶି ନାହିଁ । ଗୋଟିଏ ହୋଇଗଲ ନା! ବାପ୍ଦାଦା ଏହାର ହିଁ ଅଭିନନ୍ଦନ ଦେଉଛନ୍ତି
ଯେ ସମସ୍ତେ ଗୋଟିଏ ବୃକ୍ଷର ହୋଇଯାଇଛ । ଏବେ କେତେ ଭଲ ଲାଗୁଛି ନା! କାହାକୁ ବି ପଚାର, ଆମେରିକାକୁ
ପଚାର, ୟୁରୋପକୁ ପଚାର ତୁମେ କିଏ? ସମସ୍ତେ କ’ଣ କହିବେ? ବ୍ରାହ୍ମଣ ଅଟ ନା! ନା କହିବ ୟୁକେର ଅଟୁ,
ଆଫ୍ରିକାନ ଅଟୁ, ଆମେରିକାନ୍ ଅଟୁ, ନା ସମସ୍ତେ ହିଁ ବ୍ରାହ୍ମଣ ହୋଇଯାଇଛ, ଗୋଟିଏ ସ୍ୱରୂପର
ହୋଇଯାଇଛ ସେହି ଗୋଟିଏ ସ୍ୱରୂପ ହେଲା ବ୍ରାହ୍ମଣ ଏବଂ ଗୋଟିଏ ହିଁ ମତ ଶ୍ରୀମତ୍ । ଏଥିରେ ମଜା
ଲାଗୁଛି ନା? କ’ଣ ମଜା ଲାଗୁଛି ନା ମୁସ୍କିଲ୍ ଲାଗୁଛି? ମୁସ୍କିଲ୍ ତ ନୁହେଁ ନା! ସମସ୍ତେ ମୁଣ୍ଡ
ହଲାଉଛନ୍ତି । ଏବେ ବାପ୍ଦାଦା ସେବାରେ କେଉଁ ନବୀନତା ଚାହୁଁଛନ୍ତି? ଯାହା ବି ସେବା କରୁଛ
ବହୁତ-ବହୁତ-ବହୁତ ଭଲ କରୁଛ । ସେଥିପାଇଁ ତ ନିଶ୍ଚିତ ଅଭିନନ୍ଦନ । କିନ୍ତୁ ଆଗକୁ ଆଉ କ’ଣ ସବୁ
ସେଥିରେ ଯୋଡ଼ିବ? ତୁମମାନଙ୍କ ମନରେ ଅଛି, କିଛି ନା କିଛି ନବୀନତା ଦରକାର, ତେଣୁ ବାପ୍ଦାଦା
ଦେଖିଲେ ଯେ, ଯାହା ବି ସବୁ କାର୍ଯ୍ୟକ୍ରମଗୁଡ଼ିକ କରିଛ, ସେଥିରେ ସମୟ ମଧ୍ୟ ଦେଇଛ ଏବଂ ସ୍ନେହର
ସହିତ ମଧ୍ୟ କରିଛ । ସ୍ନେହର ସହିତ ମେହେନତ୍ ମଧ୍ୟ ବହୁତ କରିଛ ଏବଂ ସ୍ଥୁଳ ଧନ ମଧ୍ୟ ଲଗାଇଛ ତାହା
ତ ପଦ୍ମଗୁଣା ହୋଇ ପରମାତ୍ମ ବ୍ୟାଙ୍କ୍ ରେ ଜମା ହୋଇଯାଇଛି । ତେଣୁ ତାକୁ ମଧ୍ୟ ଲଗାଇ ନାହଁ ଜମା
କରିଛ । ଫଳାଫଳ ରୂପରେ ଏଇ କଥା ଦେଖାଯାଇଛି ଯେ ସନ୍ଦେଶ ପହଁଚାଇବାର କାର୍ଯ୍ୟ, ପରିଚୟ ଦେବାର
କାର୍ଯ୍ୟ ସମସ୍ତେ ବହୁତ ଭଲ ଭାବରେ କରିଛନ୍ତି । ଚାହେଁ ଯେଉଁଠି ବି କରୁ ଥା'ନ୍ତୁ, ଏବେ ଦିଲ୍ଲିରେ
ସେବା ହେଉଛି, ଲଣ୍ଡନ୍ରେ ମଧ୍ୟ ହୋଇଯାଇଛି ଏବଂ ଡବଲ୍ ବିଦେଶୀମାନେ ଯେଉଁ କଲ୍ ଅଫ୍ ଟାଇମ୍
ଅର୍ଥାତ୍ ସମୟର ଡାକରା ବା ପିସ୍ ଅଫ୍ ମାଇଣ୍ଡ୍ ଅର୍ଥାତ୍ ମନର ଶାନ୍ତି କାର୍ଯ୍ୟକ୍ରମ କରୁଛନ୍ତି
ସେହି ସବୁ କାର୍ଯ୍ୟକ୍ରମ ଗୁଡ଼ିକ ବାପ୍ଦାଦାଙ୍କୁ ବହୁତ୍ ଭଲ ଲାଗୁଛି । ଏହା ଛଡ଼ା ଆଉ ଯାହା ବି
ସେବା କାର୍ଯ୍ୟ କରିପାରିବ ତାକୁ ମଧ୍ୟ କର । ସନ୍ଦେଶ ତ ମିଳିଯାଉଛି, ସ୍ନେହୀ ମଧ୍ୟ ହୋଇଯାଉଛନ୍ତି,
ସହଯୋଗୀ ମଧ୍ୟ ହୋଇଯାଉଛନ୍ତି, ସମ୍ବନ୍ଧରେ ମଧ୍ୟ କେହି କେହି ଆସିଯାଉଛନ୍ତି କିନ୍ତୁ ଏବେ ଏଥିରେ
ଆଉ କିଛି ଯୋଡ଼ବା ଦରକାର । ଯେତେବେଳେ ବି କୌଣସି ବଡ଼ କାର୍ଯ୍ୟକ୍ରମ କରୁଛ ସେଥିରେ ସନ୍ଦେଶ ତ
ମିଳୁଛି କିନ୍ତୁ କିଛିଟା ଅନୁଭବ ମଧ୍ୟ କରନ୍ତୁ, ଯେଉଁ ଅନୁଭବ ସେମାନଙ୍କୁ ବହୁତ ଶିଘ୍ର ଆଗକୁ
ବଢ଼ାଇ ଚାଲିବ । ଯେପରି ଏହି କଲ୍ ଅଫ୍ ଟାଇମ୍ କାର୍ଯ୍ୟକ୍ରମରେ ବା ପିସ୍ ଅଫ୍ ମାଇଣ୍ଡ୍
କାର୍ଯ୍ୟକ୍ରମରେ ଅନୁଭବ ଟିକିଏ ଅଧିକ କରିଛନ୍ତି, ସେହିଭଳି ଯେଉଁ ବଡ଼ ବଡ଼ କାର୍ଯ୍ୟକ୍ରମ ସବୁ ହେଉଛି
ସେଥିରେ ସନ୍ଦେଶ ତ ବହୁତ ଭଲ ମିଳିଯାଉଛି କିନ୍ତୁ ଯେଉଁମାନେ ବି ଆସିଛନ୍ତି ସେମାନଙ୍କ ସହିତ
ପରବର୍ତ୍ତି ସମୟରେ ଯୋଗାଯୋଗ ରଖି ଅନୁଭବ କରାଇବାର ଲକ୍ଷ୍ୟ ରଖ ଯେ ସେମାନେ କିଛି ନା କିଛି ଅନୁଭବ
କରନ୍ତୁ କାହିଁକି ନା ଅନୁଭବକୁ କେବେ ବି ଭୁଲିହୁଏ ନାହିଁ ଏବଂ ଅନୁଭବ ଏଭଳି ଜିନିଷ ଯାହା କି ନ
ଚାହିଁଲେ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିବ । ତେଣୁ ବାପ୍ଦାଦା ପଚାରୁଛନ୍ତି ପ୍ରଥମେ ଯେଉଁମାନେ
ସବୁ ବ୍ରାହ୍ମଣ ଅଟ, ସମସ୍ତେ ଜ୍ଞାନର ପଏଣ୍ଟ୍ଗୁଡି଼କର ଅନୁଭବୀ ହେଲେଣି ତ? ସବୁ ଶକ୍ତିର, ସବୁ
ଗୁଣର ଅନୁଭବ କରୁଛ ତ? ଆତ୍ମିକ ସ୍ଥିତିର ଅନୁଭବ କରୁଛ ତ? ପରମାତ୍ମ ସ୍ନେହର ଅନୁଭବ କରୁଛ ତ?
ଜ୍ଞାନକୁ ବୁଝିବାରେ ତ ସମସ୍ତେ ପାସ୍ ଅଟ, ଜ୍ଞାନୀ ମଧ୍ୟ ହୋଇଯାଇଛ, ଏଥିରେ ବାପ୍ଦାଦା ମଧ୍ୟ ମତ
ଦେଉଛନ୍ତି, ଠିକ୍ ଅଛି । ଆତ୍ମା କ’ଣ, ପରମାତ୍ମା କ’ଣ, ଡ୍ରାମା କ’ଣ, ଏହିସବୁ ଜ୍ଞାନକୁ ତ
ବୁଝିଯାଇଛ! କିନ୍ତୁ ଯେବେ ଚାହିଁବ ଯେତେ ସମୟ ଚାହିଁବ, ଯେଉଁଭଳି ପରିସ୍ଥିତିରେ ଥାଅ ନା କାହିଁକି
ସେହି ପରିସ୍ଥିତି ଭିତରେ ହିଁ ଆତ୍ମିକ ଶକ୍ତିର ଅନୁଭବ ହେଉଥିବ, ପରମାତ୍ମ ଶକ୍ତିର ଅନୁଭବ ହେଉଥିବ,
ତାହା ହୋଇପାରୁଛି ତ? ଯେଉଁ ସମୟରେ ଯେତେ ସମୟ ପାଇଁ ଏବଂ ଯେପରି ଅନୁଭବ କରିବାକୁ ଚାହିଁବ ସେହିପରି
ହୋଇପାରୁଛ ତ? ନା କେବେ କିପରି କେବେ କିପରି ହେଉଛି? ଭାବୁଥିବ ମୁଁ ଆତ୍ମା ଅଟେ, କିନ୍ତୁ
ବାରମ୍ବାର ଦେହର ସ୍ମୃତି ଆସିଯାଉଥିବ, ତେବେ ଅନୁଭବ କ’ଣ କାମ କରିଲା? ତେଣୁ ସବୁ ବିଷୟରେ ଅନୁଭବୀ
ମୁରତ୍ ହୁଅ, ସବୁ ଶକ୍ତିର ଅନୁଭବୀ ମୂରତ୍ ହୁଅ, ଏବଂ ନିଜ ଭିତରେ ଅନୁଭବକୁ ଆଗକୁ ବଢ଼ାଅ । ତୁମର
ଅନୁଭବ ମଧ୍ୟ ଅଛି । ଏମିତି ନୁହେଁ ଯେ କିଛି ବି ଅନୁଭବ ନାହିଁ, କିନ୍ତୁ କେବେ କେବେ ହେଉଛି । ସମ୍
ଟାଇମ୍ ଅର୍ଥାତ୍ କେବେ କେମତି । ତେଣୁ ବାପ୍ଦାଦା ସମ୍ଟାଇମ୍ ଚାହୁଁନାହାଁନ୍ତି । ଯେହେତୁ ସମ୍ଥିଙ୍ଗ୍
ଅର୍ଥାତ୍ କିଛି କିଛି ହୋଇଯାଉଛି, ତେଣୁ ସମ୍ଟାଇମ୍ ମଧ୍ୟ ହୋଇଯାଉଛି । କାହିଁକି ନା ତୁମମାନଙ୍କର
ଲକ୍ଷ୍ୟ ହେଲା, ଯଦି ପଚରାଯାଉଛି କ’ଣ ହେବାକୁ ଲକ୍ଷ୍ୟ ରଖିଛ, ତେବେ କହୁଛ ବାପ୍ ସମାନ ହେବୁ, ଏହି
ଗୋଟିଏ ହିଁ ଉତ୍ତର ସମସ୍ତେ ଦେଉଛ । ଯଦି ବାପ୍ ସମାନ ହେବାର ଲକ୍ଷ୍ୟ ରଖିଛ ତେବେ ବାବା ତ ସମ୍ଟାଇମ୍
ଏବଂ ସମ୍ଥିଙ୍ଗ୍ ନ ଥିଲେ, ବ୍ରହ୍ମାବାବା ତ ସର୍ବଦା ରହସ୍ୟଯୁକ୍ତ, ଯୋଗଯୁକ୍ତ ସ୍ଥିତିରେ ରହୁଥିଲେ,
ସବୁ ଶକ୍ତିରେ ସଦା କେବେ କେବେ ନୁହେଁ । କାରଣ ଯାହା ଅନୁଭବ ହୋଇଯାଏ ତାହା ସଦାକାଳ ପାଇଁ ମନେ
ରହିଥାଏ । କେବେ କେହେ ନୁହେଁ । ତେଣୁ ପ୍ରଥମେ ନିଜେ ସବୁ କଥାରେ ସବୁ ବିଷୟରେ ଅନୁଭବୀ ମୂରତ ହୁଅ
। ଜ୍ଞାନ ସ୍ୱରୂପ ହେବାରେ ଅନୁଭବୀ, ଯୋଗଯୁକ୍ତ ହେବାରେ ମଧ୍ୟ ଅନୁଭବୀ, ଧାରଣା ସ୍ୱରୂପ ହେବାରେ
ମଧ୍ୟ ଅନୁଭବୀ । ଅଲ୍ରାଉଣ୍ଡ ଅର୍ଥାତ୍ ମନ, ବଚନ, କର୍ମ, ସମ୍ବନ୍ଧ-ସମ୍ପର୍କ ସବୁଥିରେ ଅନୁଭବୀ,
ତେବେ କୁହାଯିବ ସମ୍ମାନର ସହିତ ଉତ୍ତିର୍ଣ୍ଣ ହେବା । ତେବେ ସମସ୍ତେ କ’ଣ ହେବାକୁ ଚାହୁଁଛ? କେବଳ
ପାସ୍ ହେବାକୁ ଚାହୁଁଛ, ନା! ପାସ୍ ୱିଥ୍ ଅନର୍ ଅର୍ଥାତ୍ ସମ୍ମାନର ସହିତ ଉତ୍ତିର୍ଣ୍ଣ ହେବାକୁ
ଚାହୁଁଛ । ପାସ୍ କରିବା ବାଲା ତ ପଛରେ ମଧ୍ୟ ଆସିବେ, ତୁମେମାନେ ତ ଅତି ବିଳମ୍ବର ବୋର୍ଡ଼ ଲାଗିବା
ପୂର୍ବରୁ ଆସିଯାଇଛ । ଯଦିଓ କେହି କେହି ଏବେ ନୂଆକରି ମଧ୍ୟ ଆସିଛନ୍ତି କିନ୍ତୁ ଅତି ବିଳମ୍ବର
ବୋର୍ଡ଼ ତ ଲାଗି ନାହିଁ ନା । ଲେଟ୍ ଅର୍ଥାତ୍ ବିଳମ୍ବର ବୋର୍ଡ଼ ଲାଗିଯାଇଛି, କିନ୍ତୁ ଠୁ ଲେଟ୍
ଅର୍ଥାତ୍ ଅତି ବିଳମ୍ବର ବୋର୍ଡ଼ ଲାଗିନାହିଁ । ସେଥିପାଇଁ ଯଦି ବି କେହି ନୂଆ କରି ଆସିଛନ୍ତି
କିନ୍ତୁ ଏବେ ବି ତୀବ୍ର ପୁରୁଷାର୍ଥ କରନ୍ତୁ । ପୁରୁଷାର୍ଥ ନୁହେଁ, ତୀବ୍ର ପୁରୁଷାର୍ଥ କରି ଆଗକୁ
ମଧ୍ୟ ଯାଇପାରିବ । କାହିଁକି ନା କାହାର ବି ନମ୍ବର ପ୍ରକାଶ କରାଯାଇ ନାହିଁ । କେବଳ ୨ ଜଣଙ୍କର
ନମ୍ବର ପ୍ରକାଶ କରାଯାଇଛି-ବାବା ଏବଂ ମମ୍ମା । ଏବେ କୌଣସି ବି ଭାଇ ବା ଭଉଣୀଙ୍କର ତୃତୀୟ ନମ୍ବର
ହେବାର ପ୍ରକାଶ କରାଯାଇ ନାହିଁ । ଯଦିଓ ତୁମେମାନେ କହିବ ବାବାଙ୍କର ତ ଦାଦିମାନଙ୍କ ସହିତ ବହୁତ
ସ୍ନେହ ଅଛି । ତାହା ତ ଠିକ୍ କଥା କିନ୍ତୁ କାହାର ବି ନମ୍ବର ପ୍ରକାଶିତ ହୋଇନାହିଁ । ସେଥିପାଇଁ
ତୁମେମାନେ ବହୁତ ବହୁତ ଗେହ୍ଲା ତଥା ଭାଗ୍ୟବାନ୍ ଅଟ, ତେଣୁ ଯେତେ ଉଡ଼ିବାକୁ ଚାହୁଁଛ ଉଡ଼, କାହିଁକି
ନା ଛୋଟ ପିଲାଙ୍କୁ ବାପା-ମା ଆଙ୍ଗୁଳି ଧରି ଚଲାଇଥାନ୍ତି । ଅଧିକ ସ୍ନେହ ମଧ୍ୟ ଦେଇଥାନ୍ତି ।
କିନ୍ତୁ ବଡ଼ମାନଙ୍କୁ ଆଙ୍ଗୁଳି ଧରି ଚଲାଇ ନ ଥାନ୍ତି । ସେମାନେ ନିଜ ପାଦରେ ଚାଲିଥାନ୍ତି । ତେଣୁ
କେହି ବି ନୂଆ ହୋଇଥିଲେ ମଧ୍ୟ ମେକପ୍ କରିପାରିବ । ଏହାର ସୁବର୍ଣ୍ଣ ସୂଯୋଗ ଅଛି । କିନ୍ତୁ ଖୁବ୍
ଶୀଘ୍ର ଅତି ବିଳମ୍ବର ବୋର୍ଡ଼ ଲାଗିବାକୁ ଯାଉଛି । ସେଥିପାଇଁ ବୋର୍ଡ଼ ଲାଗିବା ପୂର୍ବରୁ ହିଁ
ପୁରୁଷାର୍ଥ କରିନିଅ । ତେବେ ନୂଆ ଯେଉଁମାନେ ପ୍ରଥମଥର ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ ।
ଆଚ୍ଛା ଅଭିନନ୍ଦନ ପ୍ରଥମ ଥର ପାଇଁ ନିଜର ମଧୁବନ ଘରେ ପହଞ୍ଚିଯାଇଛ । ସେଥିପାଇଁ ବାପ୍ଦାଦା ଏବଂ
ସାରା ପରିବାର ଚାହେଁ ଦେଶବାଲା, ଚାହେଁ ବିଦେଶ ବାଲା ସମସ୍ତଙ୍କ ତରଫରୁ ପଦ୍ମାପଦ୍ମ ଗୁଣା
ଅଭିନନ୍ଦନ ।
ଚାରିଆଡ଼ର ପିଲାମାନଙ୍କର
ପତ୍ର ମଧ୍ୟ ବହୁତ ଆସିଛି । ଅନୁଭବ ମଧ୍ୟ ବହୁତ ଆସିଛି । ତେଣୁ ତା'ର ପ୍ରତ୍ୟୁତ୍ତରରେ ବାପ୍ଦାଦା
ପିଲାମାନଙ୍କୁ ବହୁତ ବହୁତ ଅନ୍ତରର ଆଶୀର୍ବାଦ ଏବଂ ଆନ୍ତରିକ ଶୁଭେଚ୍ଛା ପଦ୍ମାପଦ୍ମ ଗୁଣା
ଦେଉଛନ୍ତି । ବାପ୍ଦାଦା ଦେଖୁଛନ୍ତି ଯେ ଚାରଆଡ଼ର ପିଲାମାନେ ଶୁଣୁଛନ୍ତି ମଧ୍ୟ ଏବଂ ଦେଖୁଛନ୍ତି
ମଧ୍ୟ, ଯେଉଁମାନେ ଦେଖୁନାହାନ୍ତି ସେମାନେ ମନେ ତ ପକାଉଛନ୍ତି ନା । ସମସ୍ତଙ୍କର ବୁଦ୍ଧି
ବର୍ତ୍ତମାନ ମଧୁବନରେ ହିଁ ଅଛି । ତେଣୁ ଚାରିଆଡ଼ର ପ୍ରତ୍ୟେକ ସନ୍ତାନ ନିଜ ନିଜର ନାମ ସହିତ ସ୍ନେହ
ସମ୍ପନ୍ନ ଶୁଭେଚ୍ଛା ସ୍ୱୀକାର କରିବ । ସର୍ବଦା ଉମଙ୍ଗ ଉତ୍ସାହର ଡେଣା ଦ୍ୱାରା ଉଚ୍ଚ ସ୍ଥିତିରେ
ଉଡ଼ୁଥିବା ସମସ୍ତ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ସ୍ନେହରେ ଲବଲୀନ୍ ରହୁଥିବା ଏବଂ ମିଶି
ଯାଇଥିବା ପିଲାମାନଙ୍କୁ ସର୍ବଦା ମେହେନତ୍ ମୁକ୍ତ, ସମସ୍ୟା ମୁକ୍ତ, ବିଘ୍ନ ମୁକ୍ତ, ଯୋଗ ଯୁକ୍ତ,
ରହସ୍ୟ ଯୁକ୍ତ ପିଲାମାନଙ୍କୁ ସର୍ବଦା ପ୍ରତ୍ୟେକ ପରିସ୍ଥିତିରେ ଗୋଟିଏ ସେକେଣ୍ଡ୍ ଭିତରେ ପାସ୍
କରୁଥିବା, ସବୁ ସମୟରେ ସର୍ବଶକ୍ତି ସ୍ୱରୂପ ସ୍ଥିତିରେ ରହୁଥିବା ମାଷ୍ଟର ସର୍ବଶକ୍ତିବାନ
ପିଲାମାନଙ୍କୁ ବାପ୍ଦାଦାଙ୍କର ୟାଦ୍ପ୍ୟାର୍ ଏବଂ ନମସ୍ତେ ।
ବରଦାନ:-
ନିଜର ସତ୍ୟଯୁଗୀ
ସ୍ୱଭାବ ଦ୍ୱାରା ସତ୍ୟଯୁଗୀ ସେବା କରୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ଭବ ।
ଯେଉଁ ପିଲାମାନଙ୍କର
ସ୍ୱଭାବରେ ଈର୍ଷ୍ୟା କରିବା, ଶିଦ୍ଧ କରିବା ବା ଜିଦ୍ କରିବା ବା କୌଣସି ପ୍ରକାରର ପୁରୁଣା ସ୍ୱଭାବ
ସଂସ୍କାରର ଖାଦର ମିଶ୍ରଣ ନ ଥିବ ସେଇମାନେ ହେଉଛନ୍ତି ସତ୍ୟଯୁଗୀ ସ୍ୱଭାବ ବାଲା ଆତ୍ମା । ଏହିଭଳି
ସତ୍ୟଯୁଗୀ ସ୍ୱଭାବ ସହିତ ସର୍ବଦା ହାଁ ଜୀର ସଂସ୍କାର ନିର୍ମାଣ କରୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ
ପିଲାମାନେ ଯେପରି ସମୟ ସେହିପରି ନିଜକୁ ପରିବର୍ତ୍ତନ କରି ସଚ୍ଚା ସୁନା ହୋଇ ଯାଆନ୍ତି । ସେବା
କରିବାରେ ମଧ୍ୟ ଅଭିମାନ ବା ଅପମାନର ଖାଦର ମିଶ୍ରଣ ନ ଥିବ । ତେବେ କୁହାଯିବ ସୁବର୍ଣ୍ଣଯୁଗୀ
ସେବାଧାରୀ ଆତ୍ମା ।
ସ୍ଲୋଗାନ:-
କାହିଁକି କ’ଣର
ପ୍ରଶ୍ନକୁ ସମାପ୍ତ କରି ସର୍ବଦା ପ୍ରସନ୍ନଚିତ୍ତ ସ୍ଥିତିରେ ରୁହ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ । ଲବ୍ଲୀନ୍ ସ୍ଥିତିରେ ରହୁଥିବା
ସମାନ୍ ଆତ୍ମାମାନେ ସଦା କାଳର ଯୋଗୀ ଅଟନ୍ତି । ସେମାନେ ଯୋଗ ଲଗାଇ ନ ଥାନ୍ତି ସର୍ବଦା ଲବ୍ଲୀନ୍
ଅବସ୍ଥାରେ ରହିଥାନ୍ତି । ଯେହେତୁ ସେମାନେ କେବେ ଅଲଗା ନୁହଁନ୍ତି, ତେଣୁ ଯୋଗ କ’ଣ କରିବେ ।
ସେମାନଙ୍କର ଯୋଗ ସ୍ୱତଃ ହିଁ ଅଟେ । ଯେଉଁଠାରେ ସର୍ବଦା ସଙ୍ଗର ଅନୁଭବ ହୋଇଥାଏ ସେଠାରେ ସ୍ମୃତି
ମଧ୍ୟ ସ୍ୱତଃ ହିଁ ରହିଥାଏ । ତେଣୁ ସାମାନ ଆତ୍ମାମାନଙ୍କର ସ୍ଥିତି ସର୍ବଦା ସାଥିରେ ରହିବାର
ହୋଇଥାଏ ଏବଂ ସେମାନେ ସର୍ବଦା ବାବାଙ୍କ ସହିତ ସମାହିତ ହୋଇ ରହିଥାନ୍ତି ।