10.09.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ମାୟାକୁ ବଶ କରିବାର ମନ୍ତ୍ର ହେଲା ମନ୍‌ମନାଭବ, ଏହି ମନ୍ତ୍ରରେ ସବୁ ଚମତ୍କାରୀ ଭରି ହୋଇ ରହିଛି, ଏହି ମନ୍ତ୍ର ତୁମକୁ ପବିତ୍ର କରି ଦେଉଛି ।”

ପ୍ରଶ୍ନ:-
ଆତ୍ମା ପାଇଁ ସୁରକ୍ଷାର ସର୍ବଶ୍ରେଷ୍ଠ ସାଧନ କ’ଣ ଏବଂ କିପରି?

ଉତ୍ତର:-
ଯୋଗର ଯାତ୍ରା ହିଁ ସୁରକ୍ଷାର ସର୍ବଶ୍ରେଷ୍ଠ ସାଧନ, କାରଣ ଏହି ଯୋଗ ଦ୍ୱାରା ହିଁ ତୁମମାନଙ୍କର ଚରିତ୍ର ସୁଧୁରୁଛି, ତୁମେ ମାୟା ଉପରେ ବିଜୟ ପ୍ରାପ୍ତ କରିନେଇଯାଇଥାଅ । ଯୋଗ ଦ୍ୱାରା ପତିତ କର୍ମେନ୍ଦ୍ରିୟଗୁଡିକ ଶାନ୍ତ ହୋଇଯାଆନ୍ତି । ଯୋଗ ଦ୍ୱାରା ହିଁ ବଳ ମିଳିଥାଏ, ଜ୍ଞାନ ରୂପକ ଖଡ୍ଗରେ ଯୋଗ ରୂପକ ଧାର ଥିବା ଆବଶ୍ୟକ । ଯୋଗ ଦ୍ୱାରା ହିଁ ମିଠା ସତ୍ତ୍ୱପ୍ରଧାନ ହେବ, କାହାକୁ ବି ଅସନ୍ତୁଷ୍ଟ କରିବ ନାହିଁ, ତେଣୁ ଯୋଗର ଯାତ୍ରାରେ ଦୁର୍ବଳ ହେବାର ନାହିଁ । ନିଜେ ନିଜକୁ ପଚାରିବାକୁ ହେବ କି ମୁଁ କେତେ ସମୟ ଯୋଗଯୁକ୍ତ ହୋଇ ରହୁଛି?

ଓମ୍ ଶାନ୍ତି ।
ମିଠା-ମିଠା ସନ୍ତାନମାନଙ୍କୁ ପ୍ରତ୍ୟେକ ଦିନ ନିଶ୍ଚୟ ସାବଧାନ କରାଇବାକୁ ପଡ଼ିଥାଏ । କ’ଣ? କେଉଁ ପ୍ରକାରର ସୁରକ୍ଷା ପ୍ରଥମ । ସୁରକ୍ଷା କ’ଣ? ଯୋଗର ଯାତ୍ରା ଦ୍ୱାରା ତୁମେ ବହୁତ ବହୁତ ସୁରକ୍ଷିତ ହୋଇ ରହିଥାଅ । ପିଲାମାନଙ୍କ ପାଇଁ ଏହା ହିଁ ହେଉଛି ମୂଳ କଥା । ବାବା ବୁଝାଇଛନ୍ତି - ତୁମେ ପିଲାମାନେ ଯେତେ ଯେତେ ଯୋଗର ଯାତ୍ରାରେ ତତ୍ପର ରହିବ, ସେତେ ଖୁସି ବି ରହିବ ଏବଂ ବ୍ୟବହାର ମଧ୍ୟ ଠିକ୍ ହେବ କାହିଁକିନା ପବିତ୍ର ମଧ୍ୟ ନିଶ୍ଚିତ ହେବାକୁ ପଡିବ । ଚରିତ୍ର ମଧ୍ୟ ସୁଧାରିବାକୁ ହେବ । ତେଣୁ ନିଜକୁ ଯାଞ୍ଚ କରିବାକୁ ହେବ - ମୋର ଚରିତ୍ର କାହାକୁ ଦୁଃଖ ଦେଲା ଭଳି ନୁହେଁ ତ! ମୋର ଦେହ ଅଭିମାନ ଆସୁ ନାହିଁ ତ? ଏସବୁଥିରେ ଭଲ ଭାବେ ନିଜକୁ ଯାଞ୍ଚ କରିବାକୁ ହେବ । ବାବା ବସି ପିଲାମାନଙ୍କୁ ରାଜଯୋଗର ପାଠ ପଢ଼ାଉଛନ୍ତି । ତୁମେ ପିଲାମାନେ ପଢ଼ୁଛ ଏବଂ ପଢ଼ାଉଛ ମଧ୍ୟ । ବେହଦର ବାବା କେବଳ ପଢ଼ାନ୍ତି । ବାକି ତ’ ସମସ୍ତେ ହେଉଛନ୍ତି ଦେହଧାରୀ । ଏଥିରେ ସାରା ଦୁନିଆ ଆସି ଯାଉଛି । ଏକମାତ୍ର ବାବା ହିଁ ବିଦେହୀ । ସିଏ ତୁମମାନଙ୍କୁ କହୁଛନ୍ତି ଯେ ତୁମକୁ ମଧ୍ୟ ବିଦେହୀ ହେବାକୁ ପଡିବ । ମୁଁ ଆସିଛି ତୁମକୁ ବିଦେହୀ କରିବା ପାଇଁ । ପବିତ୍ର ହେଲେ ହିଁ ସେଠାକୁ ଯାଇପାରିବ । ଛି-ଛି ମାନଙ୍କୁ ତ’ ସାଥିରେ ନେଇ ଯିବେ ନାହିଁ, ତେଣୁ ପ୍ରଥମେ-ପ୍ରଥମେ ବାବା ଏହି ମନ୍ତ୍ର ଦେଇଥା’ନ୍ତି । ଏହା ହେଉଛି ମାୟାକୁ ବଶ କରିବାର ମନ୍ତ୍ର । ପବିତ୍ର ହେବା ପାଇଁ ଏହି ମନ୍ତ୍ର । ଏହି ମନ୍ତ୍ରରେ ବହୁ ବିଶେଷତା ଭରି ହୋଇ ରହିଛି, ଏହା ଦ୍ୱାରା ହିଁ ତୁମେମାନେ ପବିତ୍ର ହୋଇପାରିବ । ମନୁଷ୍ୟରୁ ଦେବତା ହେବାକୁ ପଡିବ । ନିଶ୍ଚୟ ଆମେ ହିଁ ଦେବତା ଥିଲୁ, ତେଣୁ ବାବା କହୁଛନ୍ତି - ଯଦି ନିଜର ସୁରକ୍ଷା ଚାହୁଁଛ, ମଜବୁତ୍ ଶକ୍ତିଶାଳୀ ମହାବୀର ହେବାକୁ ଚାହୁଁଛ, ତେବେ ଏହି ପୁରୁଷାର୍ଥ କର । ବାବା ତ’ ଶିକ୍ଷା ଦେଇ ଚାଲୁଥିବେ । ଭଲେ ଡ୍ରାମା ବୋଲି କହୁଥିବେ । ଡ୍ରାମାଅନୁସାରେ ସବୁ କିଛି ସମ୍ପୂର୍ଣ୍ଣ ଭାବେ ଠିକ୍ ଚାଲିଛି, ପୁଣି ପରବର୍ତ୍ତୀ ସମୟ ପାଇଁ ବୁଝାଉଥିବେ । ଯୋଗର ଯାତ୍ରାରେ ଦୁର୍ବଳ ହେବାର ନାହିଁ । ବାହାରେ ରହୁଥିବା ଗୋପୀମାନେ ଯେତିକି ବାବାଙ୍କୁ ମନେ ପକାନ୍ତି, ପାଖରେ ରହୁଥିବା ଆତ୍ମାମାନେ ମଧ୍ୟ ସେତିକି ୟାଦ କରନ୍ତି ନାହିଁ, କାହିଁକିନା ସେମାନେ ବାବାଙ୍କ ସହିତ ମିଶିବା ପାଇଁ ବ୍ୟାକୁଳ ହୁଅନ୍ତି । ଯେଉଁମାନେ ମିଶି କରି ଯାଆନ୍ତି, ତାଙ୍କର ପେଟ ଯେପରି କି ପୂରି ଯାଇଥାଏ । ଯେଉଁମାନେ ବାବାଙ୍କୁ ବହୁତ ମନେ ପକାନ୍ତି ସେମାନେ ଉଚ୍ଚ ପଦ ପାଇ ପାରିବେ । ଦେଖାଯାଏ - ଭଲ-ଭଲ, ବଡ଼-ବଡ଼ ସେବାକେନ୍ଦ୍ର ସଞ୍ଚାଳନ କରୁଥିବା ମୁଖ୍ୟମାନେ ମଧ୍ୟ ଯୋଗର ଯାତ୍ରାରେ ଦୁର୍ବଳ ଅଟନ୍ତି । ଯୋଗର ଧାର ବହୁତ ଭଲ ରହିବା ଦରକାର । ଜ୍ଞାନ ତରବାରୀରେ ଯୋଗର ଧାର ନ ଥିବା କାରଣରୁ କାହାକୁ ତୀର ଲାଗେ ହିଁ ନାହିଁ, ଜୀଇଁ ଥାଉ ଥାଉ ସମ୍ପୂର୍ଣ୍ଣ ମରନ୍ତି ନାହିଁ । ପିଲାମାନେ ଚେଷ୍ଟା କରନ୍ତି, ଜ୍ଞାନର ବାଣ ମାରି ବାବାଙ୍କର କରିଦେବା ବା ଏଇ ଦୁନିଆ ପ୍ରତି ଅନାସକ୍ତ ଭାବ ଆଣିଦେବା । କିନ୍ତୁ ମରନ୍ତି ନାହିଁ, ତେଣୁ ନିଶ୍ଚିତ ଜ୍ଞାନ ତରବାରୀର କିଛି ତ୍ରୁଟି ଅଛି । ଯଦିଓ ବାବା ଜାଣୁଛନ୍ତି - ଡ୍ରାମା ସମ୍ପୂର୍ଣ୍ଣ ଠିକ୍ ଚାଲିଛି, କିନ୍ତୁ ପରବର୍ତ୍ତୀ ସମୟ ପାଇଁ ତ’ ବୁଝାଇବେ ନା । ସମସ୍ତେ ନିଜ ହୃଦୟକୁ ପଚାରନ୍ତୁ- ମୁଁ କେତେ ପର୍ଯ୍ୟନ୍ତ ବାବାଙ୍କୁ ମନେ ପକାଉଛି? ଯୋଗରେ ହିଁ ବଳ ଆସିବ । ତେଣୁ କୁହାଯାଏ ଜ୍ଞାନ ତରବାରୀରେ ଧାର ଦରକାର । ଜ୍ଞାନ ତ’ ବହୁତ ସହଜ ରୀତିରେ ବୁଝାଇପାରିବେ । ଯେତେ-ଯେତେ ଯୋଗରେ ରହିବ ସେତେ ସେତେ ଅଧିକ ମଧୁର ହୋଇ ଚାଲିବ । ତୁମେ ସତ୍ତ୍ୱପ୍ରଧାନ ଥିବା ସମୟରେ ବହୁତ ମଧୁର ଥିଲ । ଏବେ ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡ଼ିବ । ତୁମର ସ୍ୱଭାବ ମଧ୍ୟ ବହୁତ ମିଠା ହେବା ଦରକାର । କେବେ ବି ନାରାଜ ହେବା ଉଚିତ୍ ନୁହେଁ । ଏପରି ବାତାବରଣ ନ ହେଉ ଯେପରି କେହି ନାରାଜ ହୋଇଯିବେ । ଏପରି ଚେଷ୍ଟା କରିବା ଦରକାର, କାହିଁକିନା ଏହି ଈଶ୍ୱରୀୟ କଲେଜ୍ ସ୍ଥାପନ କରିବାର ସେବା ହିଁ ବହୁତ ଶ୍ରେଷ୍ଠ । ଭାରତରେ ତ ବହୁତ ବିଶ୍ୱ-ବିଦ୍ୟାଳୟ ରହିଛି । ବାସ୍ତବରେ ଏହା ତାହା ନୁହେଁ । ବିଶ୍ୱ ବିଦ୍ୟାଳୟ ତ’ ଗୋଟିଏ । ବାବା ଆସି ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି ଦେଉଛନ୍ତି । ବାବା ଜାଣିଛନ୍ତି ସାରା ଦୁନିଆର ଯେଉଁ ମନୁଷ୍ୟ ମାତ୍ରକେ ଅଛନ୍ତି, ସମସ୍ତେ ବିନାଶ ହୋଇଯିବେ । ବାବାଙ୍କୁ ଏଇଥିପାଇଁ ଡକାଯାଉଛି ଯେ ଛି-ଛି ଦୁନିଆର ବିନାଶ ଏବଂ ନୂଆ ଦୁନିଆର ସ୍ଥାପନା କରନ୍ତୁ । ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ବାବା ବରାବର ଆସିଛନ୍ତି । ଏବେ ମାୟାର ଆଡମ୍ବର ବହୁତ । ଫଲ୍ ଅଫ୍ ପମ୍ପ ବା ଆଡମ୍ବରର ପତନର ଖେଳ ବି ଦେଖାନ୍ତି । ବଡ଼-ବଡ଼ ଘର ଆଦି ତିଆରି କରୁଛନ୍ତି - ଏହା ହେଉଛି ମାୟାର ଆଡମ୍ବର (ପମ୍ପ) । ସତ୍ୟଯୁଗରେ ଏତେ ମହଲାର ଘର ତିଆରି ହୁଏ ନାହିଁ । ଏଠାରେ ତିଆରି ହୁଏ କାହିଁକିନା ଏଠାରେ ରହିବା ପାଇଁ ସ୍ଥାନ କମ୍ ଅଛି । ଯେତେବେଳେ ବିନାଶ ହେବ ସେତେବେଳେ ସବୁ ବଡ଼ ବଡ଼ ଘର ମଧ୍ୟ ଟଳିପଡିବ଼ । ପୂର୍ବରୁ ଏତେ ବଡ଼ ବଡ ବହୁତଳ ଘର ତିଆରି ହେଉ ନ ଥିଲା । ଯେତେବେଳେ ବୋମା ପଡିବ ସେତେବେଳେ ଘର ସବୁ ତାସର କାର୍ଡ ପରି ଭୁଷୁଡି ପଡିବ । ଏହାର ଅର୍ଥ ଏହା ନୁହେଁ ଯେ ସେହିମାନେ ହିଁ ମରିବେ ବାକି ଅନ୍ୟମାନେ ରହିଯିବେ । ନାଁ, ଯିଏ ଯେଉଁଠି ଥିବେ, ସମୁଦ୍ରରେ ଥାଆନ୍ତୁ, ପୃଥିବୀରେ ଥାଆନ୍ତୁ, ପାହାଡ଼ରେ ଥାଆନ୍ତୁ, ଅଥବା ଆକାଶରେ ଉଡ଼ୁ ଥାଆନ୍ତୁ...ସମସ୍ତେ ଶେଷ ହୋଇଯିବେ । ଏହା ପୁରୁଣା ଦୁନିଆ ଅଟେ ନା । ଯେତେ ବି ୮୪ ଲକ୍ଷ ଯୋନିର ଜୀବ ସବୁ ଅଛନ୍ତି, ସବୁ ଶେଷ ହୋଇଯିବେ । ସେହି ନୂଆ ଦୁନିଆରେ ଏସବୁ କିଛି ବି ରହିବ ନାହିଁ । ନା ଏତେ ମନୁଷ୍ୟ ରହିବେ, ନା ମଶା, ନା ଜୀବଜନ୍ତୁ ଆଦି ରହିବେ । ଏଠାରେ ତ’ ବହୁତ ଅଛନ୍ତି । ଏବେ ତୁମେ ପିଲାମାନେ ବି ଦେବତା ହେଉଛ, ସେଠାରେ ପ୍ରତ୍ୟେକ ଜିନିଷ ସତ୍ତ୍ୱପ୍ରଧାନ ରହିବ । ଏଠାରେ ମଧ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କର ଘର ବହୁତ ପରିଷ୍କାର ପରିଚ୍ଛନ୍ନ ରହିଥାଏ । ତୁମେ ତ’ ସବୁଠାରୁ ଶ୍ରେଷ୍ଠ ବଡ ଦେବତା ହେଉଛ । ବିଶିଷ୍ଟ ବ୍ୟକ୍ତି ବୋଲି ମଧ୍ୟ କୁହାଯିବ ନାହିଁ । ତୁମେ ବହୁତ ଶ୍ରେଷ୍ଠ ଦେବତା ହେଉଛ, ଏହା କିଛି ନୂଆ କଥା ନୁହେଁ । ୫ ହଜାର ବର୍ଷ ପୂର୍ବେ ମଧ୍ୟ ତୁମେ କ୍ରମାନୁସାରେ ଏହା ହୋଇଥିଲ । ଏପରି ଏତେ ମଇଳା ଆଦି ସେଠାରେ କିଛି ବି ରହିବ ନାହିଁ । ପିଲାମାନଙ୍କୁ ବହୁତ ଖୁସି ହୋଇଥାଏ - ଆମେ ବହୁତ ଉଚ୍ଚ ଦେବତା ହେଉଛୁ । ବାବା କେବଳ ଜଣେ ଯିଏକି ଆମର ଶିକ୍ଷକ ଏବଂ ଆମକୁ ବହୁତ ଶ୍ରେଷ୍ଠ କରୁଛନ୍ତି । ପାଠ ପଢ଼ାରେ ସର୍ବଦା କ୍ରମାନୁସାରେ ସ୍ଥାନ ପାଇଥାଆନ୍ତି । କେହି କମ୍ ପଢ଼ନ୍ତି, କେହି ଅଧିକ ପଢ଼ନ୍ତି । ଏବେ ପିଲାମାନେ ପୁରୁଷାର୍ଥ କରୁଛନ୍ତି, ବଡ଼-ବଡ଼ ସେବାକେନ୍ଦ୍ର ଖୋଲୁଛନ୍ତି, କ’ଣ କି ବଡ଼-ବଡ଼ ପଦାଧୀକାରୀମାନେ ମଧ୍ୟ ଏହା ଜାଣନ୍ତୁ । ଭାରତର ପ୍ରାଚୀନ ରାଜଯୋଗର ମଧ୍ୟ ମହିମା କରାଯାଏ । ମୁଖ୍ୟତଃ ବିଦେଶୀମାନଙ୍କର ଅଧିକ ଆଗ୍ରହ ରହିଥାଏ ରାଜଯୋଗ ଶିଖିବା ପାଇଁ । ଭାରତବାସୀ ତ ତମଃପ୍ରଧାନ ବୁଦ୍ଧି ଅଟନ୍ତି । ତଥାପି ସେମାନଙ୍କର ବୁଦ୍ଧି ତମଃ ହୋଇଥିବାରୁ ତାଙ୍କର ଆଗ୍ରହ ରହିଥାଏ, ଭାରତ ପ୍ରାଚୀନ ରାଜଯୋଗ ଶିଖିବା ପାଇଁ । ଭାରତର ପ୍ରାଚୀନ ରାଜଯୋଗ ପ୍ରସିଦ୍ଧ, ଯାଦ୍ୱାରା ବି ଭାରତ ସ୍ୱର୍ଗ ହୋଇଥିଲା । ବହୁତ କମ ଆସୁଛନ୍ତି, ଯେଉଁମାନେ କି ସମ୍ପୂର୍ଣ୍ଣ ରୂପେ ବୁଝିଥାଆନ୍ତି । ସ୍ୱର୍ଗ (ହେଭେନ୍) ଅତିକ୍ରାନ୍ତ ହୋଇଯାଇଛି ତାହା ପୁନର୍ବାର ନିଶ୍ଚୟ ଆସିବ । ପୃଥିବୀର ସବୁଠାରୁ ବଡ ଆଶ୍ଚର୍ଯ୍ୟ ହେଲା ହେଭେନ୍ ଅର୍ଥାତ୍ ପାରାଡାଇଜ୍ (ସ୍ୱର୍ଗ) । ସ୍ୱର୍ଗର କେତେ ପ୍ରସିଦ୍ଧ ରହିଛି । ସ୍ୱର୍ଗ ଏବଂ ନର୍କ, ଶିବାଳୟ ଏବଂ ବେଶ୍ୟାଳୟ । ପିଲାମାନଙ୍କର ଏବେ କ୍ରମାନୁସାରେ ମନେ ଅଛି କି ଆମକୁ ଏବେ ଶିବାଳୟ ଯିବାକୁ ହେବ । ତେବେ ସେଠାକୁ ଯିବା ପାଇଁ ହେଲେ ଶିବବାବାଙ୍କୁ ମନେ ପକାଇବାକୁ ହେବ । ସେହି ପଣ୍ଡା ହିଁ ସମସ୍ତଙ୍କୁ ନେଇଯାଇଥାଆନ୍ତି । ଭକ୍ତିକୁ ରାତ୍ରି କୁହାଯାଏ, ଜ୍ଞାନକୁ ଦିବସ କୁହାଯାଏ । ଏହା ହେଉଛି ବେହଦର କଥା । ନୂଆ ଜିନିଷ ଓ ପୁରୁଣା ଜିନିଷରେ ବହୁତ ପ୍ରଭେଦ ରହିଥାଏ । ଏବେ ପିଲାମାନଙ୍କର ମନକୁ ଆସୁଛି - ଏତେ ଶ୍ରେଷ୍ଠ ପାଠପଢ଼ା, ଉଚ୍ଚରୁ ଉଚ୍ଚ କୋଠା ଘରେ ପଢ଼ାଇଲେ ବଡ଼ ବଡ଼ ଲୋକମାନେ ଆସିବେ । ଜଣ ଜଣଙ୍କୁ ବସି ବୁଝାଇବାକୁ ପଡୁଛି । ବାସ୍ତବରେ ପାଠପଢ଼ା ବା ଶିକ୍ଷା ପାଇଁ ଏକାନ୍ତ ସ୍ଥାନ ମାନ ରହିଥାଏ । ବ୍ରହ୍ମଜ୍ଞାନୀମାନଙ୍କର ଆଶ୍ରମ ମଧ୍ୟ ସହରଠାରୁ ବହୁ ଦୂରରେ ହୋଇଥାଏ ଏବଂ ସେମାନେ ତଳେ ହିଁ ରହିଥା’ନ୍ତି । ଏତେ ଉଚ୍ଚ ମହଲାରେ ରହନ୍ତି ନାହିଁ । ଏବେ ତ ତମଃପ୍ରଧାନ ହୋଇଯିବା କାରଣରୁ ସହର ଭିତରକୁ ପଶି ଆସିଛନ୍ତି । ସେହି ଶକ୍ତି ଶେଷ ହୋଇଯାଇଛି । ବର୍ତ୍ତମାନ ସମୟରେ ସମସ୍ତଙ୍କର ବ୍ୟାଟେରୀ ଖାଲି ହୋଇଯାଇଛି । ଏବେ ବ୍ୟାଟେରୀକୁ କିପରି ଭରିବାକୁ ହେବ - ଏହି ବାବାଙ୍କ ବ୍ୟତୀତ କେହି ବି ବ୍ୟାଟେରୀ ଚାର୍ଜ କରି ପାରିବେ ନାହିଁ । ବ୍ୟାଟେରୀ ଚାର୍ଜ କଲେ ହିଁ ପିଲାମାନଙ୍କର ଶକ୍ତି ଆସିଥାଏ । ସେଥିପାଇଁ ମୁଖ୍ୟ ହେଲା ଯୋଗ । କିନ୍ତୁ ସେଥିରେ ହିଁ ମାୟାର ବିଘ୍ନ ପଡିଥାଏ଼ । କେହି କେହି ତ ଡାକ୍ତରଙ୍କୁ ସତ କହିଥା’ନ୍ତି, କେହି କେହି ଲୁଚାଇ ଥାଆନ୍ତି । ତେବେ ନିଜ ଭିତରେ ଯେଉଁ ଯେଉଁ ଅବଗୁଣ ସବୁ ରହିଛି, ତାହା ତ ବାବାଙ୍କୁ କହିବାକୁ ପଡ଼ିବ । ଏହି ଜନ୍ମରେ ଯେଉଁ ସବୁ ପାପ କରିଛ, ତାହା ସବୁ ଅବିନାଶୀ ଡାକ୍ତରଙ୍କ ସମ୍ମୁଖରେ ବର୍ଣ୍ଣନା କରିବା ଦରକାର, ନ ହେଲେ ତାହା ମନକୁ ଆନ୍ଦୋଳିତ କରୁଥିବେ । ଶୁଣାଇବା ପରେ ମନ ହାଲୁକା ହୋଇଯିବ । ମନ ଭିତରେ ରଖିବା - ଏହା ମଧ୍ୟ କ୍ଷତିକାରକ । ଯେଉଁମାନେ ସଚ୍ଚା ସଚ୍ଚା ସନ୍ତାନ ହୋଇଥାଆନ୍ତି, ସେମାନେ ସବୁକିଛି ବାବାଙ୍କୁ ଜଣାଇ ଦିଅନ୍ତି - ଏହି ଜନ୍ମରେ ଏହି ସବୁ ପାପ କରିଛୁ । ଦିନକୁ ଦିନ ବାବା ଅଧିକରୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ଏହା ହେଉଛି ତୁମର ଅନ୍ତିମ ଜନ୍ମ । ତମଃପ୍ରଧାନ ହେବା କାରଣରୁ ପାପ ତ ନିଶ୍ଚୟ ହେଉଥିବ ନା ।

ବାବା କହୁଛନ୍ତି, ବହୁତ ଜନ୍ମର ଶେଷରେ ଯିଏ ସବୁଠାରୁ ଅଧିକ ପତିତ, ତାଙ୍କ ଭିତରେ ହିଁ ମୁଁ ପ୍ରବେଶ କରିଥାଏ କାହିଁକିନା ତାଙ୍କୁ ହିଁ ପ୍ରଥମ ନମ୍ବରକୁ ଯିବାକୁ ହେବ । ବହୁତ ପରିଶ୍ରମ କରିବାକୁ ପଡ଼ିବ । ଏହି ଜନ୍ମରେ ପାପ ତ ହୋଇଛି ନା । କେତେକଙ୍କୁ ଜଣା ବି ପଡୁ ନାହିଁ କି ଆମେ ଏସବୁ କ’ଣ କରୁଛୁ । ସତ କହୁ ନାହାଁନ୍ତି । କେହି କେହି ସତ୍ୟ କହିଦିଅନ୍ତି । ବାବା ବୁଝାଇଛନ୍ତି - ପିଲାମାନେ, ତୁମର କର୍ମାତୀତ ଅବସ୍ଥା ହୋଇଗଲେ କର୍ମେନ୍ଦ୍ରିୟଗୁଡିକ ଶାନ୍ତ ହୋଇଯାଇଥାଏ । ଯେପରି ମନୁଷ୍ୟ ବୁଢ଼ା ହୋଇଗଲେ କର୍ମେନ୍ଦ୍ରିୟ ଗୁଡିକ ସ୍ୱତଃ ଶୀତଳ ହୋଇଯାଏ । ଏଥିରେ ତ ଛୋଟ ଅବସ୍ଥାରୁ ହିଁ ସବୁ ଶାନ୍ତ ହୋଇଯିବା ଦରକାର । ଯୋଗବଳ ଠିକ୍ ରହିଲେ, ଏଇ ସବୁ କଥା ସମାପ୍ତ ହୋଇଯାଏ । ସେଠାରେ ଏପରି କୌଣସି ମାରାତ୍ମକ ରୋଗ, ମଇଳା ଆଦି କିଛି ନ ଥାଏ । ମନୁଷ୍ୟ ବହୁତ ସ୍ୱଚ୍ଛ-ଶୁଦ୍ଧ ହୋଇଥା’ନ୍ତି । ସେଠାରେ ହିଁ ହେଉଛି ରାମ ରାଜ୍ୟ । ଏଠାରେ ହେଉଛି ରାବଣ ରାଜ୍ୟ, ତେଣୁ ଅନେକ ପ୍ରକାରର ମାରାତ୍ମକ ରୋଗ ଆଦି ରହିଛି । ସତ୍ୟଯୁଗରେ ଏପରି କିଛି ହୁଏ ନାହିଁ । ତାହା କଥାରେ ବର୍ଣ୍ଣନା କରିହେବ ନାହିଁ । ନାମ ହିଁ କେତେ ଫାଷ୍ଟକ୍ଲାସ୍‌-ସ୍ୱର୍ଗ, ନୂଆ ଦୁନିଆ । ସେଠାରେ ବହୁତ ସ୍ୱଚ୍ଛତା ରହିଥାଏ । ବାବା ବୁଝାଉଛନ୍ତି - ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ତୁମେ ଏହି ସବୁ କଥା ଶୁଣୁଛ । କାଲି ଶୁଣୁ ନ ଥିଲ । କାଲି ମୃତ୍ୟୁଲୋକର ମାଲିକ ଥିଲ, ଆଜି ଅମରଲୋକର ମାଲିକ ହେଉଛ । ନିଶ୍ଚିୟ ଆସିଯାଏ କି କାଲି ମୃତ୍ୟୁଲୋକରେ ଥିଲୁ, ଏବେ ସଂଗମଯୁଗରେ ଆସି ଅମରଲୋକ ଯିବା ପାଇଁ ତୁମେ ପୁରୁଷାର୍ଥ କରୁଛ । ପାଠ ପଢ଼ାଇବା ପାଇଁ ଶିକ୍ଷକ ମଧ୍ୟ ମିଳିଛନ୍ତି । ଯିଏ ଭଲ ଭାବରେ ପଢିଥା’ନ୍ତି, ସେ ପଇସା ଆଦି ମଧ୍ୟ ଭଲ ରୋଜଗାର କରିଥାଆନ୍ତି । ପାଠପଢ଼ାର ଚମତ୍କାର ବୋଲି କୁହାଯିବ । ଏହା ମଧ୍ୟ ସେହିପରି । ଏହି ପାଠପଢ଼ା ଦ୍ୱାରା ତୁମେ ବହୁତ ଉଚ୍ଚ ପଦ ପାଉଛ । ଏବେ ତୁମେ ଆଲୋକରେ ଅଛ । ଏକଥା ମଧ୍ୟ ତୁମ୍ଭମାନଙ୍କ ବ୍ୟତୀତ ଆଉ କାହାକୁ ଜଣା ନାହିଁ । ପୁଣି ତୁମେ ମଧ୍ୟ ବାରମ୍ବାର ଭୂଲି ଯାଉଛ । ପୁରୁଣା ଦୁନିଆକୁ ଚାଲିଯାଉଛ । ଭୂଲିଯିବା ଅର୍ଥାତ୍ ପୁରୁଣା ଦୁନିଆକୁ ଚାଲିଯିବା ।

ଏବେ ତୁମେ ସଙ୍ଗମଯୁଗୀ ବ୍ରାହ୍ମଣମାନେ ଜାଣିଛ ଯେ ଆମେ କଳିଯୁଗରେ ନାହୁଁ । ଏହା ସର୍ବଦା ମନେ ରଖିବା ଦରକାର କି ଆମେ ନୂଆ ବିଶ୍ୱର ମାଲିକ ହେଉଛୁ । ନୂଆ ଦୁନିଆକୁ ଯିବା ପାଇଁ ବାବା ଆମକୁ ପଢ଼ାଉଛନ୍ତି । ଏହା ହେଉଛି ଶୁଦ୍ଧ ଅହଂକାର । ତାହା ହେଉଛି ଅଶୁଦ୍ଧ ଅହଂକାର । ତୁମ ସନ୍ତାନମାନଙ୍କୁ ତ କେବେ ଅଶୁଦ୍ଧ ବିଚାର ମଧ୍ୟ ଆସିବା ଅନୁଚିତ୍ । ପୁରୁଷାର୍ଥ କରି-କରି ଶେଷରେ ଫଳ ବାହାରିବ । ବାବା ବୁଝାଉଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତେ ପୁରୁଷାର୍ଥୀ ଅଟନ୍ତି । ପରୀକ୍ଷା ହେଲେ କ୍ରମାନୁସାରେ ପାସ୍ ହୋଇ ପୁଣି ଟ୍ରାନ୍ସଫର ବା ସ୍ଥାନାନ୍ତର ହୋଇ ଯାଆନ୍ତି । ତୁମର ହେଉଛି ବେହଦର ପାଠ ପଢ଼ା, ଯାହାକୁ କେବଳ ତୁମେ ହିଁ ଜାଣିଛ । ତୁମେ କେତେ ବୁଝାଉଛ । କେତେ ନୂଆ-ନୂଆ ଆସୁଛନ୍ତି, ବେହଦର ବାବାଙ୍କଠାରୁ ସଂପତ୍ତି ପାଇବା ପାଇଁ । ଭଲେ ଦୂରରେ ରହୁଥାଆ’ନ୍ତି, ତଥାପି ବି ଶୁଣି-ଶୁଣି ନିଶ୍ଚୟ ବୁଦ୍ଧି ହୋଇ ଯାଇଥାନ୍ତି କି ଏପରି ବାବାଙ୍କ ସମ୍ମୁଖକୁ ଯିବା ଦରକାର । ଯେଉଁ ବାବା ସନ୍ତାନମାନଙ୍କୁ ପଢ଼ାଉଛନ୍ତି, ଏପରି ବାବାଙ୍କ ସମ୍ମୁଖକୁ ମିଶିବା ପାଇଁ ନିଶ୍ଚୟ ଯିବା ଦରକାର । ସମସ୍ତେ ବୁଝି କରି ହିଁ ଏଠାକୁ ଆସୁଛନ୍ତି । କେହି ବୁଝି ନ ଥିଲେ, ମଧ୍ୟ ଏଠାକୁ ଆସି ବୁଝି ଯାଇଥାଆନ୍ତି । ବାବା କହୁଛନ୍ତି, ମନରେ ଯଦି କୌଣସି କଥା ଅଛି, ବୁଝି ନ ପାରୁଛ, ତେବେ ପଚାର । ବାବା ତ ଚୁମ୍ବକ ଅଟନ୍ତି ନା । ଯାହାର ଭାଗ୍ୟରେ ଅଛି, ସିଏ ଭଲ ଭାବରେ ବୁଝି ପାରନ୍ତି । ଯଦି ଭାଗ୍ୟରେ ନାହିଁ ତେବେ ବୁଝି ପାରନ୍ତି ନାହିଁ । ଶୁଣି ନ ଶୁଣିଲା ଭଳି ରୁହନ୍ତି । ଏଠାରେ କିଏ ପଢ଼ାଉଛନ୍ତି? ଭଗବାନ । ତାଙ୍କର ନାମ ହେଉଛି ଶିବ । ଶିବବାବା ହିଁ ଆମକୁ ସ୍ୱର୍ଗର ରାଜ୍ୟଭାଗ୍ୟ ଦେଉଛନ୍ତି । ତେବେ କେଉଁ ପାଠ ପଢ଼ା ଭଲ? ତୁମେ କହିବ ଆମକୁ ଶିବବାବା ପଢ଼ାଉଛନ୍ତି, ଯେଉଁ ପାଠ ପଢା ଦ୍ୱାରା ୨୧ ଜନ୍ମର ରାଜ୍ୟ ଭାଗ୍ୟ ମିଳୁଛି । ଏହିପରି ବୁଝାଇ-ସୁଝାଇ ନେଇ ଯାଇଥାଆନ୍ତି । କିଏ ତ ସମ୍ପୂର୍ଣ୍ଣ ନବୁଝିବା କାରଣରୁ ଏତେ ସେବା କରି ପାରନ୍ତି ନାହିଁ । ବନ୍ଧନର ଜଞ୍ଜୀରରେ ବାନ୍ଧି ହୋଇ ରହିଥାଆନ୍ତି । ପ୍ରାରମ୍ଭରେ ତ ତୁମେମାନେ କିପରି ନିଜକୁ ଜଞ୍ଜୀରରୁ ମୁକ୍ତ କରି ଆସିଗଲ । ଯେପରି କେହି ମାତୁଆଲା ହୋଇଥାଆନ୍ତି । ଏହା ମଧ୍ୟ ଡ୍ରାମାରେ ପାର୍ଟ ଥିଲା, ଯାହାକି ଆକର୍ଷଣ ହେଲା । ଡ୍ରାମାରେ ଭଟ୍ଟି ହେବାର ଥିଲା । ବଞ୍ଚି ଥାଉ-ଥାଉ ମରିଗଲେ ପୁଣି ମାୟା ଆଡ଼କୁ କେହି କେହି ଚାଲିଗଲେ । ଯୁଦ୍ଧ ତ ହେଉଛି ନା । ମାୟା ଦେଖୁଛି - ଇଏ ବହୁତ ସାହସ ଦେଖାଇଛି, ଏବେ ମଧ୍ୟ ମୁଁ ପ୍ରହାର କରି ଦେଖେ ଯେ ପକ୍କା ଅଟେ ନା ନାହିଁ? ପିଲାମାନଙ୍କର କେତେ ଦାୟିତ୍ୱ ନିଆ ଯାଉଥିଲା । ସବୁ କିଛି ଶିଖାଉ ଥିଲେ । ତୁମେ ସନ୍ତାନମାନେ ଆଲ୍‌ବମ୍ ଆଦି ଦେଖୁଛ କିନ୍ତୁ କେବଳ ଚିତ୍ର ଦେଖିଲେ ବି ବୁଝି ପାରିବ ନାହିଁ । କେହି ବସି ବୁଝାଇବା ଦରକାର ଯେ କ’ଣ କ’ଣ ହେଉଥିଲା । କିପରି ଭଟ୍ଟିରେ ରହି ଥିଲେ, ପୁଣି କିଏ କିପରି ହୋଇ ବାହାରିଲେ, ଆଉ ତ କିଏ ଆଉ କେଉଁ ପରି । ଯେପରି ଟଙ୍କା ଛପା ଯାଏ ତ କେତେ ଖରାପ ମଧ୍ୟ ହୋଇଯାଏ । ଏହା ମଧ୍ୟ ଈଶ୍ୱରୀୟ ମିଶନାରୀ । ଈଶ୍ୱର ଆସି ଧର୍ମର ସ୍ଥାପନା କରୁଛନ୍ତି । ଏହି କଥା କାହାକୁ ମଧ୍ୟ ଜଣା ନାହିଁ । ବାବାଙ୍କୁ ମଧ୍ୟ ଡାକୁଛନ୍ତି କିନ୍ତୁ ଯେପରିକି ପାଗଳ, କିଛି ବୁଝୁ ନାହାଁନ୍ତି । କହୁଛନ୍ତି ଏହା କିପରି ହୋଇ ପାରିବ । ମାୟା ରାବଣ ସମସ୍ତଙ୍କୁ ଏହିପରି କରିଦେଇଥାଏ । ଶିବବାବାଙ୍କ ପୂଜା ମଧ୍ୟ କରୁଛନ୍ତି, ପୁଣି କହି ଦେଉଛ ସର୍ବବ୍ୟାପୀ । ଶିବବାବା କହୁଛ ତା’ ହେଲେ ସର୍ବବ୍ୟାପୀ କିପରି ହୋଇପାରିବେ । ପୂଜା କରୁଛନ୍ତି ଲିଙ୍ଗକୁ ଶିବ ବୋଲି କହୁଛନ୍ତି । ଏପରି କହୁ ନାହାଁନ୍ତି କି ଏଥିରେ ଶିବ ବସିଛନ୍ତି । ଏବେ ପଥର ଗୋଡ଼ି ଭିତରେ ମଧ୍ୟ ଭଗବାନ ଅଛନ୍ତି ବୋଲି କହିବା... ତେବେ କ’ଣ ସବୁ ଭଗବାନ ହିଁ ଭଗବାନ । ଭଗବାନ ତ ଅସୀମ ହେବେ ନାହିଁ ନା । ତେବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି, କଳ୍ପ ପୂର୍ବେ ମଧ୍ୟ ଏହିପରି ବୁଝାଇଥିଲି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏଭଳି ମିଠା ଅର୍ଥାତ୍ ସୁଖଦାୟୀ ବାତାବରଣ ସୃଷ୍ଟି କରିବାକୁ ହେବ ଯେଉଁଠିକି କେହି ବି ଅସନ୍ତୁଷ୍ଟ ହେଉ ନ ଥିବେ । ବାବାଙ୍କ ଭଳି ବିଦେହୀ ହେବାର ପୁରୁଷାର୍ଥ କରିବାକୁ ହେବ । ଯୋଗର ଶକ୍ତି ଦ୍ୱାରା ନିଜର ସ୍ୱଭାବକୁ ମିଠା ଏବଂ କର୍ମେନ୍ଦ୍ରିୟଗୁଡିକୁ ଶାନ୍ତ କରିବାକୁ ହେବ ।

(୨) ସର୍ବଦା ଏହି ନିଶାରେ ରହିବାକୁ ହେବ ଯେ, ଆମେ ସଙ୍ଗମଯୁଗୀ ଅଟୁ, କଳିଯୁଗୀ ନୁହେଁ । ବାବା ଆମକୁ ନୂତନ ବିଶ୍ୱର ମାଲିକ କରିବା ପାଇଁ ପାଠପଢ଼ାଉଛନ୍ତି, ସେଥିପାଇଁ ନିଜର ଅଶୁଦ୍ଧ ବିଚାରକୁ ସମାପ୍ତ କରିବାକୁ ହେବ ।

ବରଦାନ:-
ଅକାଳ ସିଂହାସନ ଏବଂ ହୃଦୟ ସିଂହାସନ ଉପରେ ବସି ସର୍ବଦା ଶ୍ରେଷ୍ଠ କର୍ମ କରୁଥିବା କର୍ମଯୋଗୀ ହୁଅ ।

ବର୍ତ୍ତମାନ ସମୟରେ ତୁମ ସମସ୍ତଙ୍କୁ ଦୁଇଟି ସିଂହାସନ ପ୍ରାପ୍ତ ହେଉଛି - ଗୋଟିଏ ହେଲା ଅକାଳ ସିଂହାସନ ଅର୍ଥାତ୍ ଭ୍ରୃକୁଟୀ ରୂପୀ ସିଂହାସନ ଏବଂ ଦ୍ୱିତୀୟଟି ବାବାଙ୍କର ହୃଦୟ ରୂପୀ ସିଂହାସନ । କିନ୍ତୁ ସିଂହାସନ ଉପରେ ସେହି ଆତ୍ମା ବସିଥାଏ ଯିଏ ରାଜ୍ୟ ଚଳାଇଥାଏ । ଯଦି ଅକାଳ ସିଂହାସନ ଅଧିକାରୀ ଅଟ ତେବେ ସ୍ୱରାଜ୍ୟ ଅଧିକାରୀ ଅଟ, ଯଦି ବାବାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟ, ତେବେ ବାବାଙ୍କର ସମ୍ପତ୍ତିର ମଧ୍ୟ ଅଧିକାରୀ ଅଟ, ଯେଉଁଥିରେ ରାଜ୍ୟ ଭାଗ୍ୟ ସବୁ କିଛି ଆସିଯାଉଛି । କର୍ମଯୋଗୀ ଅର୍ଥାତ୍ ଦୁଇଟିଯାକ ସିଂହାସନର ଅଧିକାରୀ । ଏହିଭଳି ସିଂହାସନ ଅଧିକାରୀ ଆତ୍ମାର ପ୍ରତ୍ୟେକ କର୍ମ ଶ୍ରେଷ୍ଠ ହୋଇଥାଏ କାହିଁକି ନା ସେମାନଙ୍କର ସମସ୍ତ କର୍ମେନ୍ଦ୍ରିୟ ଗୁଡିକ ଲ ଆଣ୍ଡ ଅର୍ଡର ଅର୍ଥାତ୍ ମର୍ଯ୍ୟାଦା ପୂର୍ବକ କର୍ମ କରିଥାଆନ୍ତି ।

ସ୍ଲୋଗାନ:-
ଯେଉଁମାନେ ସର୍ବଦା ସ୍ୱମାନର ଆସନ ଉପରେ ସ୍ଥିତ ହୋଇ ରହିଥାଆନ୍ତି ସେହିମାନେ ହିଁ ଗୁଣବାନ ଏବଂ ମହାନ ଅଟନ୍ତି ।