10.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯେଉଁ
ବାବା ତୁମକୁ ହୀରା ତୁଲ୍ୟ କରୁଛନ୍ତି, ତାଙ୍କ ପ୍ରତି କେବେ ବି ସଂଶୟ ଆସିବା ଉଚିତ୍ ନୁହେଁ,
ସଂଶୟବୁଦ୍ଧି ହେବା ଅର୍ଥ ନିଜର କ୍ଷତି କରିବା ।’’
ପ୍ରଶ୍ନ:-
ମନୁଷ୍ୟରୁ ଦେବତା
ହେବାର ପାଠପଢାରେ ପାସ୍ ହେବା ପାଇଁ ମୁଖ୍ୟ ଆଧାର କ’ଣ?
ଉତ୍ତର:-
ନିଶ୍ଚୟ । ନିଶ୍ଚୟ ବୁଦ୍ଧି ହେବା ପାଇଁ ସାହସ ଦରକାର । ମାୟା ଏହି ସାହାସକୁ ହିଁ ଭାଙ୍ଗି ଦେଉଛି,
ସଂଶୟ ବୁଦ୍ଧି କରିଦେଉଛି । ଚାଲୁ-ଚାଲୁ ଯଦି ପାଠପଢା ପ୍ରତି ବା ପଢାଉଥିବା ସୁପ୍ରିମ୍ ଅର୍ଥାତ୍
ପରମ ଶିକ୍ଷକଙ୍କ ପ୍ରତି ପିଲାମାନଙ୍କର ସଂଶୟ ଆସିଲା ତେବେ ନିଜର ଏବଂ ଅନ୍ୟର ବହୁତ କ୍ଷତି
କରିଥାନ୍ତି ।
ଗୀତ:-
ତୁ ପ୍ୟାର କା
ସାଗର ହୈ...
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନଙ୍କ ପ୍ରତି ଶିବବାବା ବୁଝାଉଛନ୍ତି, ତୁମେମାନେ ବାବାଙ୍କର ମହିମା କରୁଛ ଯେ ତୁମେ
ସ୍ନେହର ସାଗର ଅଟ । ତାଙ୍କୁ ଜ୍ଞାନର ସାଗର ମଧ୍ୟ କୁହାଯାଉଛି । ଜ୍ଞାନର ସାଗର ଜଣେ ହିଁ ଅଟନ୍ତି
ତେବେ ଅନ୍ୟମାନଙ୍କୁ ଅଜ୍ଞାନ ବୋଲି କୁହାଯିବ, କାହିଁକି ନା ଏହା ଜ୍ଞାନ ଏବଂ ଅଜ୍ଞାନର ଖେଳ ।
ପରମପିତା ପରମାତ୍ମାଙ୍କ ପାଖରେ ହିଁ ଜ୍ଞାନ ରହିଛି । ଏହି ଜ୍ଞାନ ଦ୍ୱାରା ନୂଆ ଦୁନିଆ ସ୍ଥାପନ
ହେଉଛି । ଏପରି ନୁହେଁ ଯେ କେହି ନୂଆ ଦୁନିଆ ତିଆରି କରୁଛି । ଦୁନିଆ ତ ଅବିନାଶୀ ଅଟେ । କେବଳ
ପୁରୁଣା ଦୁନିଆକୁ ବଦଳାଇ ନୂଆ କରୁଛନ୍ତି । ଏପରି ନୁହେଁ ଯେ ପ୍ରଳୟ ହୋଇଯାଉଛି । ସାରା ଦୁନିଆର
କେବେ ବିନାଶ ହେଉ ନାହିଁ, ପୁରୁଣା ଅଛି ତାହା ବଦଳି ନୂଆ ହେଉଛି । ବାବା ବୁଝାଉଛନ୍ତି ଏହା ହେଉଛି
ପୁରୁଣା ଘର, ଯେଉଁଠି ତୁମେମାନେ ବସିଛ । ଜାଣିଛ ଯେ ଆମେ ନୂଆ ଘରକୁ ଯିବୁ । ଯେପରି ପୁରୁଣା
ଦିଲ୍ଲୀ ରହିଛି । ଏବେ ପୁରୁଣା ଦିଲ୍ଲୀ ବିନାଶ ହେବ, ତାହା ବଦଳରେ ଏବେ ନୂଆ ଦିଲ୍ଲୀ ହେବାକୁ
ଯାଉଛି । ତେବେ ଏହା ନୂଆ କିପରି ହେଉଛି? ପ୍ରଥମେ ତ ସେଠାରେ ରହିଲାବାଲା ଯୋଗ୍ୟ ହେବା ଦରକାର ।
ନୂଆ ଦୁନିଆରେ ତ ଥା’ନ୍ତି ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ.... । ତୁମ ପିଲାମାନଙ୍କର
ଏହା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ଅଟେ । ପାଠଶାଳାରେ ଲକ୍ଷ୍ୟ ତ ରହିଥାଏ ନା । ପଢିଲାବାଲା
ଜାଣିଥାଏ ଯେ - ମୁଁ ଡାକ୍ତର ହେବି, ବାରିଷ୍ଟର ହେବି... । ଏଠାରେ ତୁମେ ଜାଣିଛ ଯେ ଆମେ ଆସିଛୁ -
ମନୁଷ୍ୟରୁ ଦେବତା ହେବା ପାଇଁ । ପାଠଶାଳାରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିନା ତ କେହି ବସିପାରିବେ ନାହିଁ
। କିନ୍ତୁ ଏହା ଏଭଳି ଆଶ୍ଚର୍ଯ୍ୟ ପାଠଶାଳା ଅଟେ ଯେଉଁଠି ଲକ୍ଷ୍ୟ-ଉଦ୍ଦେଶ୍ୟକୁ ବୁଝି, ପାଠପଢି
ମଧ୍ୟ ପାଠପଢାକୁ ଛାଡି ଦେଉଛନ୍ତି । ଭାବୁଛନ୍ତି ଏହା ଭୁଲ୍ ପାଠପଢା ଅଟେ । ଏହା ପ୍ରକୃତ ଲକ୍ଷ୍ୟ
ନୁହେଁ, ଏପରି କେବେ ହୋଇପାରିବ ନାହିଁ । ପଢାଉଥିବା ଶିକ୍ଷକଙ୍କ ପ୍ରତି ମଧ୍ୟ ସଂଶୟ ଆସିଯାଉଛି ।
ଦୁନିଆର ପାଠ ପଢାରେ, ପଢି ନ ପାରିଲେ ଅଥବା ପଇସା ନ ଥିଲେ, ସାହାସ ନ ଥିଲେ ପାଠପଢା ଛାଡି
ଦେଇଥାନ୍ତି । ଏପରି ତ କହିବେ ନାହିଁ ଯେ ବାରିଷ୍ଟରୀ ପାଠ ହିଁ ଭୁଲ୍ ଅଟେ, ପଢାଇଲାବାଲା ଶିକ୍ଷକ
ଭୁଲ୍ ଅଟନ୍ତି । ଏଠାରେ ତ ମନୁଷ୍ୟମାନଙ୍କର ବୁଦ୍ଧି ଆଶ୍ଚର୍ଯ୍ୟଜନକ ଅଟେ । ପାଠପଢାରେ ସଂଶୟ
ଆସିବାରୁ କହିଦେଉଛନ୍ତି ଯେ ଏହି ପାଠପଢା ଭୁଲ୍ ଅଟେ । ଭଗବାନ ପଢାଉନାହାଁନ୍ତି, ବାଦଶାହୀ ଆଦି
କିଛି ମିଳୁନାହିଁ... ଏ ସବୁ ଗପ ଅଟେ । କହିଥାନ୍ତି ଏହି ଏମ୍ ଅବଜେକ୍ଟ ଆମେ ବୁଝିପାରୁନାହୁଁ ।
କେତେକ ଥିଲେ ଯିଏକି ନିଶ୍ଚୟର ସହିତ ପଢୁଥିଲେ, ପୁଣି ସଂଶୟ ଆସିବା ଦ୍ୱାରା ପାଠପଢା ଛାଡି ଦେଲେ ।
ନିଶ୍ଚୟ କିପରି ହେଲା ପୁଣି ସଂଶୟ ବୁଦ୍ଧି କିଏ କରାଇଲା? ତୁମେ କହିବ ଯଦି ଇଏ ପଢିଥାନ୍ତେ ତେବେ
ବହୁତ ଉଚ୍ଚ ପଦ ପାଇପାରିଥା’ନ୍ତେ । ଅନେକ ମଧ୍ୟ ପଢୁଛନ୍ତି । ବାରିଷ୍ଟରୀ ପଢୁ-ପଢୁ ଅଧାରୁ ଛାଡି
ଦେଉଛନ୍ତି, ଅନ୍ୟମାନେ ତ ପାଠପଢି ବାରିଷ୍ଟର ହୋଇଯାଉଛନ୍ତି । କେହି ତ ପାଠପଢି ପାସ୍ ହେଉଛନ୍ତି,
କେହି ପୁଣି ଫେଲ୍ ହୋଇଯାଉଛନ୍ତି । ସେମାନେ ପୁଣି କିଛି ନା କିଛି ଛୋଟ ପଦବୀ ପାଉଛନ୍ତି । ଏହା ତ
ବହୁତ ବଡ ପରୀକ୍ଷା ଅଟେ । ଏଥିରେ ବହୁତ ସାହାସ ଦରକାର । ପ୍ରଥମତଃ ନିଶ୍ଚୟ ବୁଦ୍ଧି ହେବା ପାଇଁ
ସାହାସ ଥିବା ଦରକାର । ମାୟା ଏପରି ଅଟେ ଯେ ଏବେ ଏବେ ନିଶ୍ଚୟ ହେଉଛି, ପୁଣି ଏବେ ସଂଶୟ ବୁଦ୍ଧି
କରାଇ ଦେଉଛି । ପଢିବା ପାଇଁ ବହୁତ ଆସୁଛନ୍ତି କିନ୍ତୁ କେହି ପୁଣି ମାନ୍ଦାବୁଦ୍ଧି ଥାଆନ୍ତି,
କ୍ରମାନ୍ୱୟରେ ପାସ୍ ହୋଇଥା’ନ୍ତି ନା । ଖବରକାଗଜରେ ମଧ୍ୟ ତାଲିକା ବାହାରିଥାଏ । ଏହା ମଧ୍ୟ
ସେହିପରି ଅଟେ, ଅନେକ ପଢିବାକୁ ଆସୁଛନ୍ତି । କେହି ଭଲ ହୋଇଥାନ୍ତି କେହି ପୁଣି ମାନ୍ଦା ବୁଦ୍ଧି
ଅଟନ୍ତି । ମାନ୍ଦା ବୁଦ୍ଧି ହୋଇଥିବାରୁ କୌଣସି ନା କୌଣସି ସଂଶୟରେ ପଡି ଛାଡି ଦେଉଛନ୍ତି । ସେମାନେ
ପୁଣି ଅନ୍ୟମାନଙ୍କର ମଧ୍ୟ କ୍ଷତି କରିଥାନ୍ତି । ସଂଶୟବୁଦ୍ଧି ବିନଶ୍ୟନ୍ତି ବୋଲି କୁହାଯାଏ ।
ସେମାନେ ଉଚ୍ଚ ପଦ ପାଇପାରିବେ ନାହିଁ । ନିଶ୍ଚୟ ମଧ୍ୟ ରହିଛି କିନ୍ତୁ ସମ୍ପୂର୍ଣ୍ଣ ପଢୁନଥିବାରୁ
ପାସ ହୋଇପାରିବେ ନାହିଁ, କାହିଁକି ନା ବୁଦ୍ଧି କୌଣସି କାମର ନୁହେଁ । ଧାରଣା ମଧ୍ୟ ହେଉନାହିଁ ।
ଆମେ ଆତ୍ମା ଅଟୁ ଏ କଥା ଭୁଲିଯାଉଛନ୍ତି । ବାବା କହୁଛନ୍ତି ମୁଁ ତୁମ ଆତ୍ମାମାନଙ୍କର ପରମପିତା ଅଟେ
। ତୁମେମାନେ ଜାଣିଛ ଯେ ବାବା ଆସିଛନ୍ତି । କାହାର ବହୁତ ବିଘ୍ନ ପଡିଲେ ସଂଶୟ ଆସିଯାଉଛି,
କହିଦେଉଛନ୍ତି ଯେ ଆମର ଅମୁକ ବ୍ରାହ୍ମଣୀ ପ୍ରତି ନିଶ୍ଚୟ ଆସୁନାହିଁ । ଆରେ ବ୍ରାହ୍ମଣୀ ଯେପରି
ହେଉ ତୁମକୁ ତ ବାବାଙ୍କ ପାଠ ପଢିବା ଦରକାର ନା । ଶିକ୍ଷକ ଭଲ ପାଠ ନ ପଢାଇଲେ ଭାବିଥାନ୍ତି
ଏହାଙ୍କୁ ବଦଳାଇ ଦେବୁ । କିନ୍ତୁ ତୁମକୁ ତ ପଢିବାକୁ ହେବ ନା । ଏହି ପାଠପଢା ହେଉଛି ବାବାଙ୍କର ।
ସୁପ୍ରିମ ଟିଚର ହିଁ ପଢାଉଛନ୍ତି । ବ୍ରାହ୍ମଣୀ ମଧ୍ୟ ତାଙ୍କର ହିଁ ଜ୍ଞାନ ଶୁଣାଉଛନ୍ତି, ତେଣୁ
ଧ୍ୟାନ ପାଠପଢା ଉପରେ ରହିବା ଦରକାର ନା । ପାଠପଢା ବିନା ପରୀକ୍ଷାରେ ପାସ୍ ହୋଇପାରିବ ନାହିଁ ।
କିନ୍ତୁ ବାବାଙ୍କଠାରୁ ନିଶ୍ଚୟ ତୁଟି ଯାଉଥିବାରୁ ପାଠପଢା ହିଁ ଛାଡି ଦେଉଛନ୍ତି । ପାଠପଢା ମଝିରେ
ପଢୁ-ପଢୁ ଶିକ୍ଷକଙ୍କ ପ୍ରତି ସଂଶୟ ଆସିଯାଏ ଯେ, ଏହାଙ୍କଠାରୁ ଏହି ପଦ ମିଳିବ ନାହିଁ ପୁଣି ଛାଡି
ଦିଅନ୍ତି । ଅନ୍ୟକୁ ମଧ୍ୟ ଖରାପ କରିଦିଅନ୍ତି, ଗ୍ଲାନି କରିବା ଦ୍ୱାରା ଆହୁରି ହିଁ କ୍ଷତି
କରିଦେଉଛନ୍ତି । ଏହାଦ୍ୱାରା ବହୁତ କ୍ଷତି ହୋଇଯାଇଥାଏ । ବାବା କହୁଛନ୍ତି ଯେ ଏଠାରେ ଯଦି କେହି
ପାପ କଲେ ତେବେ ତାଙ୍କୁ ଶହେଗୁଣା ଦଣ୍ଡ ଭୋଗ କରିବାକୁ ପଡିଥାଏ । ଅନେକଙ୍କୁ ଖରାପ କରିବାରେ, ଜଣେ
ନିମିତ୍ତ ହୋଇଥାନ୍ତି । ତେଣୁ ଯାହା କିଛି ପୁଣ୍ୟ ଆତ୍ମା ହୋଇଥିଲେ ପୁଣି ପାପ ଆତ୍ମା ହୋଇଯାଉଛନ୍ତି
। ଏହି ପାଠପଢା ଦ୍ୱାରା ହିଁ ପୁଣ୍ୟ ଆତ୍ମା ହେଉଛନ୍ତି ଏବଂ କେବଳ ଏକ ବାବା ହିଁ ପୁଣ୍ୟ ଆତ୍ମା
କରାଉଛନ୍ତି । ଯଦି କେହି ପଢିପାରୁ ନାହାଁନ୍ତି ତେବେ ନିଶ୍ଚୟ କିଛି ଅବଗୁଣ ରହିଛି । ବାସ୍,
କହିଦେଉଛନ୍ତି ଯାହା କିଛି ଭାଗ୍ୟରେ ଅଛି, ଆମେ କ’ଣ କରିବୁ । ଯେପରି କି ହୃତଘାତ ହୋଇଯାଉଛି ।
ତେଣୁ ଏଠାକୁ ଆସି ଯେଉଁମାନେ ମରଜୀବା (ଜୀବଦଶାରୁ ମରିବା) ଶିଖୁଛନ୍ତି, ସେମାନେ ପୁଣି ରାବଣ
ରାଜ୍ୟରେ ଯାଇ ମଧ୍ୟ ମରଜୀବା ହୋଇଯାଆନ୍ତି । ହୀରାତୁଲ୍ୟ ଜୀବନ ଗଢିପାରନ୍ତି ନାହିଁ ।
ମନୁଷ୍ୟମାନଙ୍କର ହୃତଘାତ ହେଲେ ଯାଇ, ଅନ୍ୟ ଜନ୍ମ ନେଇଥାନ୍ତି । ଏଠାରେ ହାର୍ଟ ଫେଲ୍ ହେଲେ ଆସୁରୀ
ସମ୍ପ୍ରଦାୟକୁ ଚାଲିଯାଉଛନ୍ତି । ଏହା ହେଉଛି ମରଜୀବା (ଜୀବନରେ ଥାଇ ବୁଦ୍ଧିରେ ଦୁନିଆରୁ ମରିଯିବା)
ଜନ୍ମ । ନୂଆ ଦୁନିଆକୁ ଯିବା ପାଇଁ ବାବାଙ୍କର ହେଉଛନ୍ତି । ଆତ୍ମାମାନେ ତ ଯିବେ ନା । ଆମେ ଆତ୍ମା
ଏହି ଶରୀରର ଅଭିମାନ ଛାଡି ଦେଲେ ବୁଝିବେ ଯେ ଇଏ ଦେହୀ-ଅଭିମାନୀ ଅଟନ୍ତି । ମୁଁ ଆତ୍ମା ଅଲଗା
ଜିନିଷ ଏବଂ ଏହି ଶରୀର ଅଲଗା ଜିନିଷ ଅଟେ । ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଥିବାରୁ ନିଶ୍ଚୟ
ଅଲଗା ଜିନିଷ ହେଲା ନା, ତୁମେ ବୁଝିପାରୁଛ ଯେ ଆମେ ଆତ୍ମାମାନେ ଶ୍ରୀମତ ଆଧାରରେ ଏହି ଭାରତରେ
ସ୍ୱର୍ଗର ସ୍ଥାପନା କରୁଛୁ । ଏହି ମନୁଷ୍ୟକୁ ଦେବତା କରିବାର କଳା ଶିଖିବାକୁ ପଡୁଛି । ଏକଥା ମଧ୍ୟ
ପିଲାମାନଙ୍କୁ ବୁଝାଯାଉଛି, ଭକ୍ତିମାର୍ଗର ସତସଙ୍ଗକୁ ପ୍ରକୃତ ସତସଙ୍ଗ କୁହାଯିବ ନାହିଁ । ସତ୍ୟ ତ
ଏକମାତ୍ର ପରମାତ୍ମାଙ୍କୁ ହିଁ କୁହାଯାଉଛି । ତାଙ୍କ ନାମ ହେଲା ଶିବ, ସେ ହିଁ ସତ୍ୟଯୁଗର ସ୍ଥାପନା
କରୁଛନ୍ତି । କଳିଯୁଗର ଆୟୁଷ ନିଶ୍ଚୟ ପୂର୍ଣ୍ଣ ହେବ । ସାରା ଦୁନିଆର ଚକ୍ର କିପରି ଘୂରୁଛି, ଏହା
ସୃଷ୍ଟିଚକ ଚିତ୍ରରେ ସ୍ପଷ୍ଟ ଭାବରେ ରହିଛି । ଦେବତା ହେବା ପାଇଁ ସଙ୍ଗମଯୁଗରେ ବାବାଙ୍କର
ହେଉଛନ୍ତି । ବାବାଙ୍କୁ ଛାଡିଲେ ତ ପୁଣି କଳିଯୁଗକୁ ଚାଲିଯିବେ । ବ୍ରାହ୍ମଣପଣିଆରେ ସଂଶୟ ଆସିଗଲେ
ପୁଣି ଯାଇ ଶୂଦ୍ର କୁଳରେ ପଡିବେ । ପୁଣି ଦେବତା ହୋଇପାରିବେ ନାହିଁ ।
ବାବା ଏ କଥା ମଧ୍ୟ
ବୁଝାଉଛନ୍ତି - କିପରି ଏବେ ସ୍ୱର୍ଗ ସ୍ଥାପନାର ମୂଳଦୁଆ ପଡୁଛି । ମୂଳଦୁଆର ଉତ୍ସବ ପୁଣି ଉଦ୍ଘାଟନର
ଉତ୍ସବ ମଧ୍ୟ ହୋଇଥାଏ । ଏଠାରେ ତ ସବୁ କିଛି ଗୁପ୍ତ ଭାବେ ହେଉଛି । ଏକଥା ତୁମେ ଜାଣିଛ ଯେ ଆମେ
ସ୍ୱର୍ଗକୁ ଯିବା ପାଇଁ ପ୍ରସ୍ତୁତ ହେଉଛୁ । ପୁଣି ନର୍କର ନାମ ରହିବ ନାହିଁ । ଶେଷ ସମୟ
ପର୍ଯ୍ୟନ୍ତ ବଞ୍ଚିଥିବା ଯାଏ, ପାଠ ପଢିବାକୁ ନିଶ୍ଚୟ ପଡିବ । ପତିତ-ପାବନ ହେଉଛନ୍ତି ଏକମାତ୍ର
ବାବା ଯିଏକି ପବିତ୍ର କରାଉଛନ୍ତି ।
ଏବେ ତୁମେମାନେ ଜାଣୁଛ
ଯେ ବାବା ପବିତ୍ର କରାଇବାକୁ ଆସୁଛନ୍ତି, ତେଣୁ ଏହା ହେଉଛି ସଙ୍ଗମଯୁଗ । ଲେଖିବାକୁ ମଧ୍ୟ ହେବ ଯେ
ପୁରୁଷୋତ୍ତମ ସଙ୍ଗମଯୁଗରେ ମନୁଷ୍ୟ ନରରୁ ନାରାୟଣ ହେଉଛନ୍ତି । ଏକଥା ମଧ୍ୟ ଲେଖାଯାଇଛି - ଏହା
ତୁମର ଈଶ୍ୱରୀୟ ଜନ୍ମସିଦ୍ଧ ଅଧିକାର ଅଟେ । ବାବା ଏବେ ତୁମକୁ ଦିବ୍ୟ ଦୃଷ୍ଟି ଦେଉଛନ୍ତି । ଆତ୍ମା
ଜାଣିଛି ଯେ ଆମର ୮୪ ଜନ୍ମର ଚକ୍ର ଏବେ ପୂରା ହେଉଛି । ଆତ୍ମାମାନଙ୍କୁ ବାବା ବସି ବୁଝାଉଛନ୍ତି ।
ଆତ୍ମା ପଢୁଛି ଭଲେ ଦେହ-ଅଭିମାନ ବାରମ୍ବାର ଆସିବ କାହିଁକି ନା ଅଧାକଳ୍ପର ଦେହ-ଅଭିମାନ ରହିଛି ନା
। ତେବେ ଦେହୀ-ଅଭିମାନୀ ହେବା ପାଇଁ ସମୟ ଲାଗିବ । ବାବା ବସିଛନ୍ତି, ସମୟ ମଧ୍ୟ ମିଳୁଛି । ଭଲେ
ବ୍ରହ୍ମାଙ୍କ ଆୟୁଷ ୧୦୦ ବର୍ଷ କହୁଛନ୍ତି ଅଥବା କମ୍ ମଧ୍ୟ ହେଉ । ଧରିନିଅ ବ୍ରହ୍ମା ଚାଲିଯିବେ,
ଏପରି ନୁହେଁ ଯେ ସ୍ଥାପନା ହେବ ନାହିଁ । ତୁମେ ସେନାମାନେ ତ ବସିଛ ନା । ବାବା ମନ୍ତ୍ର ଦେଇଛନ୍ତି
- ପାଠ ପଢିବାକୁ ହେବ । ସୃଷ୍ଟିର ଚକ୍ର କିପରି ଘୂରୁଛି, ଏକଥା ମଧ୍ୟ ବୁଦ୍ଧିରେ ଅଛି । ବାବାଙ୍କ
ସ୍ମୃତିରେ ରହିବାକୁ ହେବ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଭକ୍ତିମାର୍ଗରେ
ସମସ୍ତଙ୍କ ଦ୍ୱାରା ବିକର୍ମ ହୋଇଛି । ପୁରୁଣା ଏବଂ ନୂଆ ଦୁନିଆ ଉଭୟର ଚିତ୍ର ତୁମ ସମ୍ମୁଖରେ ରହିଛି
। ତେଣୁ ତୁମେ ଲେଖିପାରିବ ଯେ ପୁରୁଣା ଦୁନିଆ ରାବଣ ରାଜ୍ୟ ମୁର୍ଦାବାଦ, ନୂଆ ଦୁନିଆ ଜ୍ଞାନମାର୍ଗ
ରାମରାଜ୍ୟ ଜିନ୍ଦାବାଦ । ଯିଏ ପୂଜ୍ୟ ଥିଲେ ସେ ହିଁ ପୂଜାରୀ ହୋଇଛନ୍ତି । କୃଷ୍ଣ ମଧ୍ୟ ପୂଜ୍ୟ
ଗୋରା (ସୁନ୍ଦର) ଥିଲେ, ପୁଣି ରାବଣ ରାଜ୍ୟରେ ପୂଜାରୀ ଶ୍ୟାମଳ ହୋଇଯାଉଛନ୍ତି । ଏ କଥା ବୁଝାଇବା
ତ ସହଜ ଅଟେ । ପ୍ରଥମେ-ପ୍ରଥମେ ଯେବେ ପୂଜା ଆରମ୍ଭ ହେଉଛି, ତେବେ ବଡ଼-ବଡ଼ ହୀରାର ଲିଙ୍ଗ ବନାଉଛନ୍ତି,
ଯାହାକି ବହୁତ ମୂଲ୍ୟବାନ ହୋଇଥାଏ, କାହିଁକିନା ବାବା ଏତେ ସାହୁକାର କରାଇଛନ୍ତି ନା । ସେ ନିଜେ
ହୀରା ତୁଲ୍ୟ ହୋଇଥିବାରୁ ଆତ୍ମାମାନଙ୍କୁ ମଧ୍ୟ ସେହିପରି କରାଉଛନ୍ତି ତେଣୁ ତାଙ୍କୁ ହୀରାରେ ତିଆରି
କରି ରଖିବା ଉଚିତ୍ ନା । ହୀରାକୁ ସର୍ବଦା ମଝିରେ ରଖିଥାନ୍ତି । ପୋଖରାଜ ଆଦି ସାଥିରେ ତ ଏହାର
ମୂଲ୍ୟ ରହିବ ନାହିଁ, ସେଥିପାଇଁ ହୀରାକୁ ମଝିରେ ରଖାଯାଇଥାଏ । ଏହାଙ୍କ ଦ୍ୱାରା ୮ ରତ୍ନ ବିଜୟ
ମାଳାର ଦାନା ହେଉଛନ୍ତି, ସବୁଠାରୁ ଅଧିକ ମୂଲ୍ୟବାନ୍ ହେଉଛି ହୀରା, ବାକି ତ କ୍ରମାନ୍ୱୟରେ ଅଛନ୍ତି
। ଶିବବାବା କରାଉଛନ୍ତି, ଏ ସବୁ କଥା ବାବାଙ୍କ ବିନା କେହି ବୁଝାଇପାରିବେ ନାହିଁ । ପଢୁ-ପଢୁ
ଆଶ୍ଚର୍ଯ୍ୟ ଭାବେ ବାବା-ବାବା କହୁଛନ୍ତି ପୁଣି ଚାଲିଯାଉଛନ୍ତି । ଶିବବାବାଙ୍କୁ ବାବା ବୋଲି
କହୁଛନ୍ତି, ତେଣୁ ତାଙ୍କୁ କେବେହେଲେ ଛାଡ଼ିବା ଉଚିତ୍ ନୁହେଁ । ଛାଡି ଦେଲେ ନିଜର ଭାଗ୍ୟ ବୋଲି
କୁହାଯାଉଛି । କାହାର ଭାଗ୍ୟରେ ଅଧିକ ନ ଥିଲେ ପୁଣି, ଏହିପରି କର୍ମ ହିଁ କରୁଛନ୍ତି ଯେ ଶହେ ଗୁଣା
ଦଣ୍ଡ ଭୋଗ କରିବାକୁ ପଡୁଛି । ପୁଣ୍ୟ ଆତ୍ମା ହେବା ପାଇଁ ପୁରୁଷାର୍ଥ କରି ପୁଣି ପାପ କରିବା
ଦ୍ୱାରା ଶହେଗୁଣା ପାପ ହୋଇଯାଉଛି ପୁଣି ବାମନ ବୁଦ୍ଧି ହୋଇ ରହି ଯାଉଛନ୍ତି, ବୃଦ୍ଧି ହୋଇପାରୁ
ନାହିଁ । ଶହେଗୁଣା ଦଣ୍ଡ ପାଇବା ପରେ ଅବସ୍ଥାରେ ଆଉ ଶକ୍ତି ରହେ ନାହିଁ । ଯେଉଁ ବାବାଙ୍କ ଦ୍ୱାରା
ତୁମେ ହୀରା ତୁଲ୍ୟ ହେଉଛ ତାଙ୍କ ପ୍ରତି ସଂଶୟ ଆସିବା ଅନୁଚିତ୍ । ଯେ କୌଣସି କାରଣରୁ ବାବାଙ୍କୁ
ଛାଡିଦେଲେ ହତଭାଗ୍ୟ ବୋଲାଇବ । ଯେଉଁଠି ହେଲେ ବି ରହି ବାବାଙ୍କୁ ୟାଦ କରିବାକୁ ହେବ ତେବେ ଦଣ୍ଡରୁ
ମୁକ୍ତ ହୋଇଯିବ । ତୁମେ ଏଠାକୁ ପତିତରୁ ପବିତ୍ର ହେବାକୁ ଆସୁଛ । ଅତୀତରେ ମଧ୍ୟ ଏପରି କୌଣସି
କର୍ମ କରିବାରୁ ଶରୀର ଦ୍ୱାରା କେତେ କର୍ମ ଭୋଗ କରିବାକୁ ପଡୁଛି । ଏବେ ତୁମେ ତ ଅଧାକଳ୍ପ ପାଇଁ
ଏଥିରୁ ମୁକ୍ତ ହେଉଛ । ନିଜକୁ ଦେଖିବା ଉଚିତ୍ ଯେ ଆମେ କେଉଁ ପର୍ଯ୍ୟନ୍ତ ନିଜର ଉନ୍ନତି କରୁଛନ୍ତି,
ଅନ୍ୟମାନଙ୍କର ସେବା କରୁଛୁ? ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ରରେ ଉପରେ ମଧ୍ୟ ଲେଖିପାରିବ ଯେ ଏହାଙ୍କର
ହେଉଛି ବିଶ୍ୱରେ ଶାନ୍ତିର ରାଜତ୍ୱ ଯାହା ଏବେ ସ୍ଥାପନ ହେଉଛି । ଏହା ହେଉଛି ଆମର ଲକ୍ଷ୍ୟ ।
ସେଠାରେ ଶତ ପ୍ରତିଶତ ପବିତ୍ରତା, ସୁଖ-ଶାନ୍ତି ଥାଏ । ଏହାଙ୍କ ରାଜ୍ୟରେ ଅନ୍ୟ କୌଣସି ଧର୍ମ ନ
ଥାଏ । ତେଣୁ ବର୍ତ୍ତମାନ ଯେତେ ସବୁ ଧର୍ମ ରହିଛି ସେ ସବୁର ବିନାଶ ତ ନିଶ୍ଚୟ ହେବ ନା । ବୁଝାଇବା
ପାଇଁ ବିଶାଳ ବୁଦ୍ଧି ଆବଶ୍ୟକ । ନଚେତ୍ ନିଜର ଅବସ୍ଥା ଅନୁସାରେ ହିଁ ବୁଝାଉଛନ୍ତି । ଚିତ୍ର ଆଗରେ
ବସିଲେ ବିଚାର ଚାଲିବା ଦରକାର । ଶିକ୍ଷା ତ ମିଳିଛି ନା । ବୁଝିଲେ ତ ପୁଣି ବୁଝାଇବାକୁ ହେବ,
ସେଥିପାଇଁ ବାବା ମିୟ୍ୟୁଜିୟମ୍ ଖୋଲାଉଛନ୍ତି । ଗେଟ୍ ୱେ ଟୁ ହେଭେନ୍ ଅର୍ଥାତ୍ ସ୍ୱର୍ଗକୁ ଯିବାର
ରାସ୍ତା, ଏହି ନାମ ମଧ୍ୟ ବହୁତ ଭଲ ଅଟେ । ତାହା ହେଉଛି ଦିଲ୍ଲୀ ଗେଟ୍, ଇଣ୍ଡିଆ ଗେଟ୍ । ଏହା
ହେଉଛି ସ୍ୱର୍ଗର ଗେଟ୍ । ତୁମେ ଏବେ ସ୍ୱର୍ଗର ଗେଟ୍ ଖୋଲୁଛ । ଭକ୍ତିମାର୍ଗରେ ଏପରି ଦ୍ୱନ୍ଦ୍ୱରେ
ପଡି ଯାଉଛନ୍ତି ଯେପରି ଭୁଲ୍-ଭୁଲୈୟାଁରେ ଦ୍ୱନ୍ଦ୍ୱରେ ପଡିଥା’ନ୍ତି । ରାସ୍ତା କାହାକୁ ମିଳୁନାହିଁ
। ମାୟାର ରାଜ୍ୟରେ ସମସ୍ତେ ଭ୍ରମିତ ହୋଇଯାଇଛନ୍ତି - ପୁଣି ବାବା ଆସି ବାହାର କରୁଛନ୍ତି । କାହାର
ବାହାରିବାରେ ଇଚ୍ଛା ନ ଥିଲେ ବାବା ବି କ’ଣ କରିପାରିବେ ସେଥିପାଇଁ ବାବା କହୁଛନ୍ତି ମହାନ୍
ହତଭାଗ୍ୟଙ୍କୁ ମଧ୍ୟ ଏଠାରେ ଦେଖ, ଯିଏକି ପାଠପଢାକୁ ଛାଡି ଦେଉଛନ୍ତି । ସଂଶୟ ବୁଦ୍ଧି ହୋଇ
ଜନ୍ମ-ଜନ୍ମାନ୍ତର ପାଇଁ ନିଜର ହତ୍ୟା କରିଦେଉଛନ୍ତି । ଭାଗ୍ୟ ବିଗିଡିଗଲେ ପୁଣି ଏହିପରି ହୋଇଥାଏ
। ଗ୍ରହ ଖରାପ ହେବାରୁ ଗୋରା ବଦଳରେ କଳା ହୋଇଯାଉଛନ୍ତି ଅର୍ଥାତ୍ ତମୋପ୍ରଧାନ ଆତ୍ମା ହୋଇଯାଉଛନ୍ତି
। ଆତ୍ମା ଗୁପ୍ତ ଭାବରେ ପାଠ ପଢୁଛି, ଆତ୍ମା ହିଁ ଶରୀର ଦ୍ୱାରା ସବୁ କିଛି କରୁଛି, ଆତ୍ମା ଶରୀର
ବିନା ତ କିଛି କରିପାରିବ ନାହିଁ । ଆତ୍ମା ଭାବିବାରେ ହିଁ ପରିଶ୍ରମ ଲାଗୁଛି । ଆତ୍ମା ନିଶ୍ଚୟ
କରିପାରୁ ନ ଥିବାରୁ ପୁଣି ଦେହ-ଅଭିମାନରେ ଆସିଯାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସୁପ୍ରିମ
ଟୀଚରଙ୍କର ପାଠପଢା ଆମକୁ ନରରୁ ନାରାୟଣ କରାଉଛି, ଏହି ନିଶ୍ଚୟ ଆଧାରରେ ଧ୍ୟାନ ଦେଇ ପାଠ ପଢିବାକୁ
ହେବ । ମୁରଲୀ ଶୁଣାଉଥିବା ଟୀଚରଙ୍କୁ ଦେଖିବାର ନାହିଁ ।
(୨) ଦେହୀ-ଅଭିମାନୀ
ହେବାର ପୁରୁଷାର୍ଥ କରିବାକୁ ହେବ, ଯେହେତୁ ତୁମେମାନେ ମରଜୀବା ଜନ୍ମ ନେଇଛ, ତେଣୁ ଏହି ଶରୀରର
ସ୍ମୃତିକୁ ମଧ୍ୟ ଭୁଲିଯିବାକୁ ହେବ । ପୁଣ୍ୟ ଆତ୍ମା ହେବାକୁ ପଡିବ, କୌଣସି ବି ପାପ କର୍ମ କରିବାର
ନାହିଁ ।
ବରଦାନ:-
ସ୍ୱଦର୍ଶନ
ଚକ୍ରର ସ୍ମୃତି ଦ୍ୱାରା ସଦା ସମ୍ପନ୍ନ ସ୍ଥିତିର ଅନୁଭବ କରୁଥିବା ମାଲାମାଲ ଆତ୍ମା ହୁଅ ।
ଯେଉଁମାନେ ସର୍ବଦା
ସ୍ୱଦର୍ଶନ ଚକ୍ରଧାରୀ ସ୍ଥିତିରେ ରହିଥାଆନ୍ତି ସେମାନେ ମାୟାର ଅନେକ ପ୍ରକାରର ଚକ୍ରାନ୍ତରୁ ମୁକ୍ତ
ରହିଥାଆନ୍ତି । ଏକମାତ୍ର ସ୍ୱଦର୍ଶନ ଚକ୍ର ଅନେକ ବ୍ୟର୍ଥ ଚକ୍ରାନ୍ତକୁ ସମାପ୍ତ କରିଦେଇଥାଏ ଏବଂ
ମାୟାକୁ ବିତାଡିତ କରିଥାଏ । ସେମାନଙ୍କ ସମ୍ମୁଖରେ ମାୟା ତିଷ୍ଠିପାରେ ନାହିଁ । ସ୍ୱଦର୍ଶନ
ଚକ୍ରଧାରୀ ପିଲାମାନେ ସର୍ବଦା ସମ୍ପନ୍ନ ରହୁଥିବା କାରଣରୁ ଅଚଳ ସ୍ଥିତିରେ ରହିଥାଆନ୍ତି ଏବଂ
ସର୍ବଦା ନିଜକୁ ମାଲାମାଲ୍ ଅନୁଭବ କରିଥାଆନ୍ତି । ମାୟା ସର୍ବଦା ଖାଲି କରିବା ପାଇଁ ଚେଷ୍ଟା
କରିଥାଏ କିନ୍ତୁ ସେମାନେ ସର୍ବଦା ସାବଧାନ, ସଜାଗ ଏବଂ ଜାଗ୍ରତ ଜ୍ୟୋତି ହୋଇ ରହିଥାଆନ୍ତି,
ସେଥିପାଇଁ ମାୟା କିଛି ବି କରିପାରି ନ ଥାଏ । ଯେଉଁମାନଙ୍କ ପାଖରେ ନିଜ ଉପରେ ଧ୍ୟାନ ରଖିବାର
ଚୌକିଦାର ସଜାଗ ରହିଥାଏ ସେହିମାନେ ହିଁ ସର୍ବଦା ସୁରକ୍ଷିତ ରହିଥାଆନ୍ତି ।
ସ୍ଲୋଗାନ:-
ତୁମର ବାଣୀ ଏଭଳି
ସମର୍ଥ ହେଉ ଯେଉଁଥିରେ ଶୁଭ ଏବଂ ଶ୍ରେଷ୍ଠ ଭାବନା ସମାହିତ ହୋଇଥିବ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଶକ୍ତିଶାଳୀ ଯୋଗ କରିବା
ପାଇଁ ସଚ୍ଚା ହୃଦୟର ସ୍ନେହ ଦରକାର । ସଚ୍ଚା ହୃଦୟବାଲା ପିଲାମାନେ ଗୋଟିଏ ସେକେଣ୍ଡରେ ବିନ୍ଦୁ
ହୋଇ ବିନ୍ଦୁ ସ୍ୱରୂପ ବାବାଙ୍କୁ ମନେ ପକାଇପାରିବେ । ସଚ୍ଚା ଦିଲ୍ବାଲା ସଚ୍ଚା ସାହେବଙ୍କୁ ରାଜି
ଅର୍ଥାତ୍ ସନ୍ତୁଷ୍ଟ କରିଥିବା କାରଣରୁ ବାବାଙ୍କଠାରୁ ବିଶେଷ ଆଶୀର୍ବାଦ ପ୍ରାପ୍ତ କରିଥାଆନ୍ତି
ଯାହାଦ୍ୱାରା ସେମାନେ ସହଜରେ ଗୋଟିଏ ସଂକଳ୍ପରେ ସ୍ଥିତ ହୋଇ ଜ୍ୱାଳା ସ୍ୱରୂପର ଯୋଗର ଅନୁଭବ
କରିପାରନ୍ତି ଏବଂ ଶକ୍ତିଶାଳୀ ତରଙ୍ଗ ବିଚ୍ଛୁରିତ କରିପାରନ୍ତି ।