10.11.24 Avyakt Bapdada Odia Murli 14.11.2002 Om Shanti Madhuban
“ବ୍ରାହ୍ମଣ ଜୀବନର
ମୂଳଦୁଆ ଏବଂ ସଫଳତାର ଆଧାର - ନିଶ୍ଚୟବୁଦ୍ଧି”
ଆଜି ସମର୍ଥ ପିତା ନିଜର
ଚାରିଆଡର ସମର୍ଥ ପିଲାମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ସମର୍ଥ ଦେବା ସହିତ ବାବାଙ୍କର
ସମାନ ହେବାର ଶ୍ରେଷ୍ଠ ପୁରୁଷାର୍ଥ କରିବାରେ ଲାଗି ରହିଛନ୍ତି । ପିଲାମାନଙ୍କର ଏହିଭଳି ଲଗନକୁ
ଦେଖି ବାପଦାଦା ମଧ୍ୟ ଖୁସି ହେଉଛନ୍ତି । ପିଲାମାନଙ୍କର ଏହି ଦୃଢ ସଂକଳ୍ପ ବାପଦାଦାଙ୍କୁ ମଧ୍ୟ
ପ୍ରିୟ ଲାଗୁଛି । ବାପଦାଦା ତ ପିଲାମାନଙ୍କୁ ଏହି କଥା କହୁଛନ୍ତି ଯେ ତୁମେମାନେ ବାପଦାଦାଙ୍କଠାରୁ
ମଧ୍ୟ ଆଗକୁ ଯାଇପାରିବ, କାହିଁକି ନା ସ୍ମାରକୀ ହିସାବରେ ବାବାଙ୍କର ପୂଜା ଗୋଟିଏ ସ୍ୱରୂପରେ ହେଉଛି
କିନ୍ତୁ ତୁମମାନଙ୍କର ଡବଲ ସ୍ୱରୂପର ପୂଜା ହେଉଛି । ତେଣୁ ତୁମେମାନେ ବାପଦାଦାଙ୍କର ମସ୍ତକର
ମୁକୁଟ ଅଟ । ବାପଦାଦା ତ ପିଲାମାନଙ୍କର ସ୍ୱମାନକୁ ଦେଖି ସର୍ବଦା ଏହି କଥା କହୁଛନ୍ତି ଯେ ବାଃ
ଶ୍ରେଷ୍ଠ ସ୍ୱମାନଧାରୀ, ସ୍ୱରାଜ୍ୟ ଅଧିକାରୀ ପିଲାମାନେ ବାଃ! ତେବେ ପ୍ରତ୍ୟେକଙ୍କର
ବିଶେଷତାଗୁଡିକ ସେମାନଙ୍କର ମସ୍ତକରେ ଚମକୁଥିବାର ବାପଦାଦା ଦେଖୁଛନ୍ତି । ତେଣୁ ତୁମେମାନେ ମଧ୍ୟ
ନିଜର ବିଶେଷତାଗୁଡିକୁ ଜାଣି, ସେଗୁଡିକୁ ଭଲ ଭାବରେ ଚିହ୍ନି ବିଶ୍ୱ ସେବାରେ ଲଗାଇ ଚାଲ । ଚେକ୍
କର ଯେ ମୁଁ ପ୍ରଭୁ ପସନ୍ଦ ଏବଂ ପରିବାର ପସନ୍ଦ କେତେ ହେଲିଣି? କାହିଁକି ନା ସଂଗମଯୁଗରେ ବାବା
ପ୍ରଥମେ ବ୍ରାହ୍ମଣ ପରିବାରକୁ ରଚନା କରୁଛନ୍ତି ତେଣୁ ପ୍ରଭୁ ପସନ୍ଦ ହେବା ସହିତ ପରିବାର ପସନ୍ଦ
ହେବା ମଧ୍ୟ ଆବଶ୍ୟକ ଅଟେ ।
ଆଜି ବାପଦାଦା ସବୁ
ପିଲାଙ୍କର ବ୍ରାହ୍ମଣ ଜୀବନର ମୂଳଦୁଆକୁ ଦେଖୁଥିଲେ । ତେବେ ଏହି ମୂଳଦୁଆଟି ହେଲା ନିଶ୍ଚୟ ବୁଦ୍ଧି
ହେବା ସେଥିପାଇଁ ଯେଉଁଠାରେ ପ୍ରତ୍ୟେକ ସଂକଳ୍ପରେ, ପ୍ରତ୍ୟେକ କାର୍ଯ୍ୟରେ ନିଶ୍ଚୟ ରହିଛି ସେଠାରେ
ବିଜୟ ସୁନିଶ୍ଚିତ ଅଟେ ଅର୍ଥାତ୍ ସଫଳତା ଜନ୍ମ ସିଦ୍ଧ ଅଧିକାର ରୂପରେ ସ୍ୱତଃ ଏବଂ ସହଜରେ ପ୍ରାପ୍ତ
ହୋଇଥାଏ କାରଣ ଜନ୍ମ ସିଦ୍ଧ ଅଧିକାର ପ୍ରାପ୍ତ କରିବା ପାଇଁ ମେହନତ କରିବାର ଆବଶ୍ୟକତା ନ ଥାଏ,
ତେଣୁ ସଫଳତା ବ୍ରାହ୍ମଣ ଜୀବନର ଗଳାର ହାର ଅଟେ । ବ୍ରାହ୍ମଣ ଜୀବନ ହିଁ ହେଉଛି ସଫଳତା ସ୍ୱରୂପ
ହେବାର ଜୀବନ । ସଫଳତା ମିଳିବ କି ନାହିଁ ଏହା ବ୍ରାହ୍ମଣମାନଙ୍କର ପ୍ରଶ୍ନ ହିଁ ନୁହେଁ । ନିଶ୍ଚୟ
ବୁଦ୍ଧି ପିଲାମାନେ ସର୍ବଦା ବାବାଙ୍କ ସହିତ ଯୁଗଳ ଅଟନ୍ତି, ତେଣୁ ଯେଉଁଠି ବାବା ଯୁଗଳ ଅଟନ୍ତି ବା
ସାଥୀ ଅଟନ୍ତି ସେଠାରେ ସଫଳତା ସର୍ବଦା ପ୍ରାପ୍ତ ଅଟେ । ତେବେ ଚେକ୍ କର ସଫଳତା ସ୍ୱରୂପ କେତେ
ପରିମାଣ ହେଲଣି? ଯଦି ସଫଳତାରେ କମୀ ରହୁଛି ତେବେ ଏହାର କାରଣ ହେଲା ନିଶ୍ଚୟରେ କମୀ ଅଛି । ତେବେ
ନିଶ୍ଚୟ କେବଳ ବାବାଙ୍କ ପ୍ରତି ଥିବ, ଏହା ତ ବହୁତ ଭଲ କଥା କିନ୍ତୁ ସମ୍ପୂର୍ଣ୍ଣ ନିଶ୍ଚୟର ଅର୍ଥ
ହେଲା - ବାବାଙ୍କ ଉପରେ ନିଶ୍ଚୟ, ନିଜ ଉପରେ ନିଶ୍ଚୟ, ଡ୍ରାମା ଉପରେ ନିଶ୍ଚୟ ଏବଂ ବ୍ରାହ୍ମଣ
ପରିବାର ଉପରେ ନିଶ୍ଚୟ । ଏହି ଚାରୋଟିଯାକ ନିଶ୍ଚୟ ଆଧାରରେ ସଫଳତା ସହଜ ଏବଂ ସ୍ୱତଃ ହିଁ ପ୍ରାପ୍ତ
ହୋଇଥାଏ ।
ତେବେ ବାବାଙ୍କ ପ୍ରତି
ନିଶ୍ଚୟ ତ ସବୁ ପିଲାଙ୍କର ରହିଛି ସେଥିପାଇଁ ତ ଏଠାକୁ ଆସିଛନ୍ତି । ସେହିପରି ବାବାଙ୍କର ମଧ୍ୟ
ତୁମ ସମସ୍ତଙ୍କ ଉପରେ ନିଶ୍ଚୟ ଅଛି ସେଥିପାଇଁ ତ ନିଜର କରିଛନ୍ତି । କିନ୍ତୁ ବ୍ରାହ୍ମଣ ଜୀବନରେ
ସମ୍ପନ୍ନ ବା ସମ୍ପୂର୍ଣ୍ଣ ହେବା ପାଇଁ ହେଲେ ସ୍ୱ ଅର୍ଥାତ୍ ନିଜ ଉପରେ ମଧ୍ୟ ନିଶ୍ଚୟ ଆବଶ୍ୟକ ଅଟେ
। ବାପଦାଦାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଶ୍ରେଷ୍ଠ ଆତ୍ମାର ସ୍ୱମାନ ସର୍ବଦା ସ୍ମୃତିରେ ରହିବା
ଉଚିତ୍ ଯେ ମୁଁ ପରମାତ୍ମାଙ୍କ ଦ୍ୱାରା ସ୍ୱମାନ ପ୍ରାପ୍ତ କରିଥିବା ଶ୍ରେଷ୍ଠ ଆତ୍ମା ଅଟେ । କୌଣସି
ସାଧାରଣ ଆତ୍ମା ନୁହେଁ, ପରମାତ୍ମ ସ୍ୱମାନଧାରୀ ଆତ୍ମା । ତେଣୁ ସ୍ୱମାନ ତୁମକୁ ପ୍ରତ୍ୟେକ
ସଂକଳ୍ପରେ, ପ୍ରତ୍ୟେକ କର୍ମରେ ସଫଳତା ନିଶ୍ଚିତ ପ୍ରାପ୍ତ କରାଇଦେବ । ମୁଁ ସାଧାରଣ କର୍ମ
କରିବାବାଲା ଆତ୍ମା ନୁହେଁ, ସ୍ୱମାନଧାରୀ ଆତ୍ମା । ତେବେ ପ୍ରତ୍ୟେକ କର୍ମରେ ଏହି ସ୍ୱମାନ ତୁମକୁ
ସହଜରେ ସଫଳତା ପ୍ରାପ୍ତ କରାଇଦେବ । ତେଣୁ ସ୍ୱ ଉପରେ ନିଶ୍ଚୟ ବୁଦ୍ଧିର ଚିହ୍ନ ହେଲା - ସଫଳତା ବା
ବିଜୟ । ସେହିପରି ବାବାଙ୍କ ଉପରେ ତ ପକ୍କା ନିଶ୍ଚୟ ରହିଛି, ତା’ର ବିଶେଷତା ହେଲା - “ ନିରନ୍ତର
ମୁଁ ବାବାଙ୍କର ଏବଂ ବାବା ମୋ’ର” ଏହି ସ୍ମୃତି ନିରନ୍ତର ବିଜୟର ଆଧାର ଅଟେ । “ମେରା ବାବା” କେବଳ
ବାବା ନୁହେଁ, ମେରା ବାବା । ମୋ’ର ଉପରେ ଅଧିକାର ରହିଥାଏ । ତେଣୁ “ମେରା ବାବା” - ଏହିଭଳି
ନିଶ୍ଚୟ ବୁଦ୍ଧି ଆତ୍ମା ସର୍ବଦା ସଫଳତାର ବା ବିଜୟର ଅଧିକାରୀ ଅଟେ । ସେହିପରି ଡ୍ରାମା ଉପରେ
ମଧ୍ୟ ପୂରା ପୂରି ନିଶ୍ଚୟ ରହିବା ଦରକାର । ସଫଳତା ଏବଂ ସମସ୍ୟା ଏହି ଦୁଇ ପ୍ରକାରର କଥା ଡ୍ରାମାରେ
ଆସିଥାଏ କିନ୍ତୁ ସମସ୍ୟା ଆସିବା ସମୟରେ ନିଶ୍ଚୟ ବୁଦ୍ଧି ଆତ୍ମାର ଲକ୍ଷଣ ହେଲା ସମାଧାନ ସ୍ୱରୂପ
ହେବା ଅର୍ଥାତ୍ ସମସ୍ୟା ଗୁଡିକୁ ଗୋଟିଏ ସେକେଣ୍ଡ ଭିତରେ ପରିବର୍ତ୍ତନ କରିଦେବା । ତେବେ ସମସ୍ୟାର
କାମ ହେଲା ଆସିବା ଏବଂ ନିଶ୍ଚୟ ବୁଦ୍ଧି ଆତ୍ମାର କାମ ହେଲା ସମାଧାନ ସ୍ୱରୂପ ହୋଇ ସମସ୍ୟାକୁ
ପରିବର୍ତ୍ତନ କରିବା । କାହିଁକି ଜାଣିଛ? କାହିଁକି ନା ତୁମେ ସବୁ ବ୍ରାହ୍ମଣ ଆତ୍ମାମାନେ
ବ୍ରାହ୍ମଣ ଜନ୍ମ ନେବା ମାତ୍ରକେ ମାୟାକୁ ଚାଲେଞ୍ଚ କରିଛ । କ’ଣ ଚାଲେଞ୍ଚ କରିଛ .... ନା
ଭୁଲିଗଲଣି? ତୁମର ଚାଲେଞ୍ଚ ହେଲା ଯେ ଆମେ ନିଶ୍ଚିତ ମାୟାଜିତ୍ ହେବୁ । ତେଣୁ ସମସ୍ୟାର ସ୍ୱରୂପ
ହିଁ ମାୟାର ସ୍ୱରୂପ ଅଟେ । ଯେହେତୁ ତୁମେମାନେ ତାକୁ ଚାଲେଞ୍ଚ ଦେଇଛ ତେଣୁ ସେ ତୁମକୁ ସାମନା ତ
କରିବ ନା! ତେଣୁ ସେ ଭିନ୍ନ ଭିନ୍ନ ସମସ୍ୟାର ରୂପ ନେଇ ତୁମର ଚାଲେଞ୍ଚକୁ ସଫଳ କରିବା ପାଇଁ ଆସୁଛି
। କିନ୍ତୁ ତୁମକୁ ନିଶ୍ଚୟବୁଦ୍ଧି ବିଜୟୀ ସ୍ୱରୂପ ଦ୍ୱାରା ହିଁ ତା’ଉପରେ ବିଜୟୀ ହେବାର ଅଛି,
କାହିଁକି ଜାଣିଛ? କାହିଁକି ନା ତୁମ ପାଇଁ ଏହା କୌଣସି ନୂଆ କଥା ନୁହେଁ । ତେବେ କେତେ ଥର
ତୁମେମାନେ ମାୟା ଉପରେ ବିଜୟ ହୋଇସାରିଛ? ତାହା ଜାଣିଛ? କ’ଣ କେବଳ ଏବେ ହିଁ ଏହି ସଂଗମଯୁଗରେ
ବିଜୟୀ ହେଉଛ, ନା ଅନେକ ଥର ବିଜୟୀ ହୋଇ ସାରିଥିବା ଘଟଣାକୁ ପୁନରାବୃତ୍ତି କରୁଛ? ସେଥିପାଇଁ ଏହି
ସବୁ ସମସ୍ୟା ଗୁଡିକ ତୁମ ପାଇଁ କିଛି ନୂଆ କଥା ନୁହେଁ - ଅର୍ଥାତ୍ ନ ଥିଙ୍ଗ୍ ନ୍ୟୁ । ଅନେକ ଥର
ବିଜୟୀ ହୋଇସାରିଛୁ, ଏବେ ମଧ୍ୟ ହେଉଛୁ ଏବଂ ଆଗକୁ ମଧ୍ୟ ବିଜୟୀ ହେବୁ । ଏହା ହିଁ ହେଉଛି ଡ୍ରାମା
ଉପରେ ନିଶ୍ଚୟ ବୁଦ୍ଧି ବିଜୟୀ ଆତ୍ମାର ଲକ୍ଷଣ । ଆଉ ଗୋଟିଏ କଥା ହେଲା ବ୍ରାହ୍ମଣ ପରିବାର ଉପରେ
ନିଶ୍ଚୟ, କାହିଁକି ନା ବ୍ରାହ୍ମଣ ପରିବାରର ଅର୍ଥ ହେଲା ସଂଗଠନ । ଏହା କୌଣସି ଛୋଟିଆ ପରିବାର ନୁହେଁ,
ବ୍ରହ୍ମାବାବାଙ୍କର ଏହି ବ୍ରାହ୍ମଣ ପରିବାର ସବୁ ପରିବାର ଭିତରେ ଶ୍ରେଷ୍ଠ ମଧ୍ୟ ଅଟେ ଏବଂ ବୃହତ
ମଧ୍ୟ ଅଟେ । ତେଣୁ ପର ଭିତରେ ରହି ପରିବାରର ସବୁ ପ୍ରକାରର ମର୍ଯ୍ୟାଦାକୁ ପାଳନ କରିବା ସହିତ
ସ୍ନେହ-ମମତା ରକ୍ଷା କରିବାରେ ମଧ୍ୟ ବିଜୟୀ ହେବାକୁ ପଡିବ । ଏମିତି ନୁହେଁ ଯେ ମୁଁ ବାବାଙ୍କର ଏବଂ
ବାବା ମୋ’ର, ବାସ୍ ଏହା ହିଁ ସବୁକିଛି ଅଟେ, ମୋ’ର ତ ବାବାଙ୍କ ସହିତ ହିଁ କାମ । ପରିବାର ସହିତ
କ’ଣ ଅଛି! କିନ୍ତୁ ଏହା ମଧ୍ୟ ନିଶ୍ଚୟର ବିଶେଷତା ଅଟେ । ତେଣୁ ଏହି ଚାରୋଟିଯାକ ନିଶ୍ଚୟର ଏବଂ
ବିଜୟୀ ହେବାର ଆବଶ୍ୟକତା ରହିଛି । ତେବେ ପରିବାର ମଧ୍ୟ ସମସ୍ତଙ୍କୁ ବହୁତ କଥାରେ ମଜବୁତ କରିଥାଏ
। ତେଣୁ ପରିବାର ଭିତରେ ରହି କେବଳ ଏହି ଗୋଟିଏ କଥା ସ୍ମୃତିରେ ରଖିବାକୁ ହେବ ଯେ, ସମସ୍ତେ କ୍ରମ
ଅନୁସାରେ ନିଜ ନିଜର ଧାରଣା ସ୍ୱରୂପ ଅଟନ୍ତି । ଅର୍ଥାତ୍ ସମସ୍ତଙ୍କର ଭିନ୍ନ ଭିନ୍ନ ପାର୍ଟ ରହିଛି
। ଏହାର ସ୍ମାରକୀ ରୂପରେ ୧୦୮ର ମାଳା ମଧ୍ୟ ରହିଛି । ଏବେ ବିଚାର କର ଯେ କେଉଁଠି ଏକ ନମ୍ବର ଦାନା
ଆଉ କେଉଁଠି ୧୦୮ ନମ୍ବର ଦାନା, ଏଭଳି କାହିଁକି ହେଲା? ସମସ୍ତେ ଏକ ନମ୍ବର କାହିଁକି ହେଲେ ନାହିଁ?
ପୁଣି ୧୬,୦୦୦ ମଧ୍ୟ କାହିଁକି ହୋଇଛି? ଏହାର କାରଣ କ’ଣ? ତେବେ ସମସ୍ତଙ୍କର ଭିନ୍ନ ଭିନ୍ନ
ସଂସ୍କାରକୁ ଜାଣି ଏହାର ଜ୍ଞାନୀ ହୋଇ ଚାଲିବା ଏବଂ ସମସ୍ତଙ୍କ ସହିତ ସମ୍ବନ୍ଧ-ସମ୍ପର୍କ ରକ୍ଷା
କରିବା - ଏହା ହିଁ ହେଉଛି ସଫଳତା ଯୁକ୍ତ ସ୍ଥିତି । ତେବେ ଚାଲିବାକୁ ତ ନିଶ୍ଚିତ ପଡିବ ।
ପରିବାରକୁ ଛାଡି ଆଉ କୁଆଡେ ଯିବ! ତୁମ ଭିତରେ ଏହି ନିଶା ମଧ୍ୟ ରହିଛି ଯେ ଆମର ପରିବାର ଏତେ
ବିଶାଳ ଅଟେ । ତେଣୁ ବଡ ପରିବାର ଭିତରେ ବିଶାଳ ହୃଦୟର ସହିତ ସମସ୍ତଙ୍କର ଭିନ୍ନ ଭିନ୍ନ ସଂସ୍କାରକୁ
ଜାଣି ସେହି ଅନୁସାରେ ଚାଲିବା ବା ନିର୍ମାଣଚିତ୍ତ ସ୍ଥିତିରେ ରହି ଶୁଭଭାବନା, ଶୁଭକାମନାର
ବୃତ୍ତିକୁ ଧାରଣ କରି ଚାଲିବା... ଏହା ହିଁ ହେଉଛି ପରିବାର ପ୍ରତି ନିଶ୍ଚୟ ବୁଦ୍ଧି ବିଜୟୀ
ଆତ୍ମାର ଲକ୍ଷଣ । ତେଣୁ ତୁମେ ସମସ୍ତେ ବିଜୟୀ ଅଟ ନା? କ’ଣ ବିଜୟୀ ଅଟ?
କ’ଣ ଡବଲ ବିଦେଶୀମାନେ
ବିଜୟୀ ଅଟନ୍ତି ତ? ହାତ ତ ବହୁତ ଭଲ ଉଠାଇ ଦେଇଛ । ବହୁତ ଭଲ କଥା । ବାପଦାଦା ମଧ୍ୟ ଖୁସି
ହେଉଛନ୍ତି । ଆଚ୍ଛା - ଟୀଚରମାନେ ବିଜୟୀ ଅଟ ତ? ନା କିଛି କିଛି ଓଲଟା ସିଧା ହୋଇଯାଉଛି? କ’ଣ
କରିବୁ.... ଏଭଳି ପ୍ରଶ୍ନ ଆସୁ ନାହିଁ ତ? ତେଣୁ କିପରି କହିବା ପରିବର୍ତ୍ତେ ଏହିପରି ଶବ୍ଦକୁ
ବ୍ୟବହାର କର । କିପରି କରିବୁ କୁହ ନାହିଁ.... ଏହିପରି କରିବୁ । ପରିବାର ସହିତ ତୁମମାନଙ୍କର ୨୧
ଜନ୍ମର ସମ୍ବନ୍ଧ ରହିଛି, ତେଣୁ ଯେଉଁମାନେ ପରିବାର ସହିତ ସମ୍ବନ୍ଧ ରଖିବାରେ ପାସ୍ ହୋଇଯାଉଛନ୍ତି
ସେହିମାନେ ହିଁ ସବୁଥିରେ ପାସ୍ ଅଟନ୍ତି ।
ତେଣୁ ଏହି ଚାରି
ପ୍ରକାରର ନିଶ୍ଚୟକୁ ଚେକ୍ କର କାହିଁକିନା ପ୍ରଭୁ ପସନ୍ଦ ହେବା ସହିତ ପରିବାର ପସନ୍ଦ ହେବା ମଧ୍ୟ
ଅତି ଆବଶ୍ୟକ ଅଟେ । ନମ୍ବର ମଧ୍ୟ ଏହି ଚାରୋଟିଯାକ ନିଶ୍ଚୟ ଅନୁସାରେ ହିଁ ମିଳିଥାଏ । ଏମିତି ନୁହେଁ
କି ମୁଁ ବାବାଙ୍କର, ବାବା ମୋ’ର, ବାସ୍ ସବୁ ହୋଇଗଲା । ଏମିତି ନୁହେଁ । ମେରା ବାବା ତ ବହୁତ ଭଲ
କହୁଛ ଏବଂ ସର୍ବଦା ଏହି ନିଶ୍ଚୟରେ ଅଟଳ ମଧ୍ୟ ଅଟ, ଏଥିପାଇଁ ମଧ୍ୟ ତୁମକୁ ଅଭିନନ୍ଦନ କିନ୍ତୁ ଆଉ
ତିନୋଟି ନିଶ୍ଚୟ ମଧ୍ୟ ଏହା ସାଥୀରେ ଅଛି । କ’ଣ ଚାରୋଟିଯାକ ନିଶ୍ଚୟ ଜରୁରୀ ନା ନାହିଁ, ଟୀଚରମାନେ
କ’ଣ କହୁଛ? ଏମିତି ତ ନୁହେଁ ଯେ ତିନୋଟି ଜରୁରୀ ଆଉ ଗୋଟିଏ ନୁହେଁ? ତେବେ ଯେଉଁମାନେ ଭାବୁଛନ୍ତି
ଚାରୋଟିଯାକ ଜରୁରୀ ଅଟେ ସେମାନେ ଗୋଟିଏ ହାତ ଉଠାଅ । କ’ଣ ସମସ୍ତଙ୍କୁ ଚାରୋଟିଯାକ କଥା ପସନ୍ଦ ଅଟେ
ତ? ଯାହାକୁ ତିନୋଟି ଯାକ ପସନ୍ଦ ସେମାନେ ହାତ ଉଠାଅ । କେହି ନାହାଁନ୍ତି । କ’ଣ ଏହାକୁ କରି
ଦେଖାଇବା କଷ୍ଟ କର ନୁହେଁ କି? ବହୁତ ଭଲ କଥା । ଯଦି ଆନ୍ତରିକତା ପୂର୍ବକ ହାତ ଉଠାଇଛ ତେବେ
ସମସ୍ତେ ପାସ୍ ହୋଇଗଲ । ଆଚ୍ଛା!
ଦେଖ, କେଉଁଠୁ କେଉଁଠୁ
ଭିନ୍ନ ଭିନ୍ନ ଦେଶର ଶାଖାଗୁଡିକ ମିଶି ମଧୁବନରେ ଗୋଟିଏ ବିଶାଳ ବୃକ୍ଷ ଅର୍ଥାତ୍ ପାରିବାରିକ
ସଂଗଠନ ହୋଇଯାଉଛି । ମଧୁବନରେ କ’ଣ ମନେ ରହୁଛି ଯେ ମୁଁ ଦିଲ୍ଲୀର ଅଟେ, ମୁଁ କର୍ଣ୍ଣାଟକର ଅଟେ,
ମୁଁ ଗୁଜୁରାଟର ଅଟେ.....! ସମସ୍ତେ ମଧୁବନ ନିବାସୀ ଅଟୁ । ତେଣୁ ଗୋଟିଏ ବୃକ୍ଷ ହୋଇଗଲା ନା!
ବର୍ତ୍ତମାନ ସମସ୍ତେ ନିଜକୁ କ’ଣ ମନେ କରୁଛ? ମଧୁବନ ନିବାସୀ ଅଟ ନା ନିଜ ନିଜ ଦେଶର ନିବାସୀ ଅଟ?
କ’ଣ ମଧୁବନ ନିବାସୀ ଅଟ ତ? ଯଦି ସମସ୍ତେ ମଧୁବନ ନିବାସୀ ଅଟ, ତେବେ ବହୁତ ଭଲ କଥା । ଏମିତି ତ
ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ସ୍ଥାୟୀ ଠିକଣା ତ ମଧୁବନ ହିଁ ଅଟେ । ତୁମମାନଙ୍କର ସ୍ଥାୟୀ ଠିକଣା
କ’ଣ? ବମ୍ବେ, ନା ଦିଲ୍ଲୀ, ନା ପଞ୍ଚାବ? ମଧୁବନ ହିଁ ସ୍ଥାୟୀ ଠିକଣା ଅଟେ । ତେବେ ସେବା କରିବା
ପାଇଁ ହିଁ ତୁମମାନଙ୍କୁ ସେଠାକୁ ସେବାକେନ୍ଦ୍ରମାନଙ୍କୁ ପଠାଯାଇଛି । ତାହା ହେଲା ସେବା କରିବାର
ସ୍ଥାନ । ତୁମମାନଙ୍କର ଘର ହେଲା ମଧୁବନ । ଶେଷ ସମୟରେ ଆଶ୍ରୟ କେଉଁଠି ମିଳିବ? ମଧୁବନରେ ହିଁ
ମିଳିବ । ସେଥିପାଇଁ ତ ଏତେ ସବୁ ବଡ ବଡ ସ୍ଥାନ ତିଆରି କରାଯାଉଛି । ତେବେ ସମସ୍ତଙ୍କର ଲକ୍ଷ୍ୟ
ହେଲା ବାବାଙ୍କ ସମାନ ହେବା । ତେଣୁ ସାରା ଦିନ ଏହି ଡ୍ରିଲ୍ କରୁଥାଅ । ଏହା ମନର ଡ୍ରିଲ୍ ଅଟେ ।
ଶାରୀରିକ ଡ୍ରିଲ୍ ବା ବ୍ୟାୟାମ ତ ଶାରୀରିକ ସୁସ୍ଥତା ପାଇଁ କରୁଛ ଏବଂ କରୁଥାଅ କାହିଁକି ନା
ଆଜିକାଲି ଔଷଧ ଠାରୁ ମଧ୍ୟ ବ୍ୟାୟାମ ଅଧିକ ଆବଶ୍ୟକ । ତା’କୁ ତ ନିଶ୍ଚିତ କର ଏବଂ ସମୟ ଅନୁସାରେ
ଅଧିକରୁ ଅଧିକ କର, କିନ୍ତୁ ସେବା କରିବା ସମୟରେ ବ୍ୟାୟାମ କରିବାରେ ଲାଗି ପଡ ନାହିଁ । କିନ୍ତୁ
ଅନ୍ୟ ସମୟରେ ବ୍ୟାୟାମ କରିବା ଭଲ । ଏହା ସହିତ ମନର ବ୍ୟାୟାମ ମଧ୍ୟ ବାରମ୍ବାର କରୁଥାଅ । ଯେବେକି
ତୁମମାନଙ୍କୁ ବାବାଙ୍କ ସମାନ ହେବାର ଅଛି ତେଣୁ ଜଣେ ପିତା ହେଲେ ନିରାକାର, ଆଉ ଜଣେ ହେଲେ
ଅବ୍ୟକ୍ତ ଫରିସ୍ତା । ତେଣୁ ଯେତେବେଳେ ବି ସମୟ ମିଳୁଛି ଗୋଟିଏ ସେକେଣ୍ଡ ଭିତରେ ପିତାଙ୍କ ସମାନ
ନିରାକାରୀ ସ୍ଥିତିରେ ସ୍ଥିତ ହୋଇଯାଅ, ଯଦି ବାବାଙ୍କ ସମାନ ହେବାକୁ ଚାହୁଁଛ ତେବେ ନିରାକାରୀ
ସ୍ଥିତି ହିଁ ବାବାଙ୍କ ସମାନ ହେବାର ସ୍ଥିତି । ପୁଣି କାର୍ଯ୍ୟ କରିବା ସମୟରେ ଫରିସ୍ତା ହୋଇ ସବୁ
କର୍ମ କର, ଫରିସ୍ତା ଅର୍ଥାତ୍ ଡବଲ ଲାଇଟ୍ । କାର୍ଯ୍ୟର ବୋଝ ଅନୁଭବ ନ ହେଉ । କାରଣ କାର୍ଯ୍ୟର
ବୋଝ ତୁମକୁ ଅବ୍ୟକ୍ତ ଫରିସ୍ତା ହୋବା ପାଇଁ ଦେବ ନାହିଁ । ତେଣୁ ମଝିରେ ମଝିରେ ନିରାକାରୀ
ସ୍ଥିତିର ଏବଂ ଫରିସ୍ତା ସ୍ୱରୂପର ମନର ବ୍ୟାୟାମ କର, ତାହାହେଲେ କେବେ ବି କ୍ଳାନ୍ତ ଅନୁଭବ କରିବ
ନାହିଁ । ଯେପରି ବ୍ରହ୍ମାବାବାଙ୍କୁ ସାକାର ରୂପରେ ସର୍ବଦା ଡବଲ ଲାଇଟ୍ ସ୍ଥିତିରେ ରହିବାର ଦେଖିଛ
ନା, ସେବାର ମଧ୍ୟ ବୋଝ ଅନୁଭବ ହେଉ ନ ଥିଲା । ସର୍ବଦା ଅବ୍ୟକ୍ତ ଫରିସ୍ତା ସ୍ୱରୂପ । ତାହା ହେଲେ
ସହଜରେ ବାବାଙ୍କ ସମାନ ହୋଇଯିବ । ଆତ୍ମା ମଧ୍ୟ ନିରାକାର ଅଟେ ଏବଂ ଆତ୍ମା ଯେତେବେଳେ ନିଜର
ନିରାକାରୀ ସ୍ଥିତିରେ ସ୍ଥିତ ହୋଇଯିବ ସେତେବେଳେ ନିରାକାର ବାବାଙ୍କର ସ୍ମୃତି ସହଜରେ ତୁମକୁ
ବାବାଙ୍କ ସମାନ କରିଦେବ । ତେବେ ଏବେ ଏବେ ଗୋଟିଏ ସେକେଣ୍ଡରେ ନିରାକାରୀ ସ୍ଥିତିରେ ସ୍ଥିତ
ହୋଇପାରିବ? ହୋଇପାରିବ? (ବାପଦାଦା ସମସ୍ତଙ୍କୁ ଡ୍ରିଲ୍ କରାଇଲେ) ତେବେ ଏହିଭଳି ଅଭ୍ୟାସ ଏବଂ
ଏଥିପ୍ରତି ବିଶେଷ ଧ୍ୟାନ ଦେବା, ଯଦି ଚାଲିବା ବୁଲିବା ସମୟରେ ଏବଂ କର୍ମ କରିବା ସମୟରେ ମଝିରେ
ମଝିରେ କରିଚାଲିଥିବ, ତେବେ ଏହି ଅଭ୍ୟାସ ତୁମକୁ ମାନସୀକ ସେବା କରିବାରେ ମଧ୍ୟ ସହଯୋଗ ଦେବ ଏବଂ
ଶକ୍ତିଶାଳୀ ଯୋଗଯୁକ୍ତ ସ୍ଥିତି ନିର୍ମାଣ କରିବାରେ ମଧ୍ୟ ବହୁତ ସହଯୋଗ ମିଳିବ । ଆଚ୍ଛା!
ଡବଲ ବିଦେଶୀ ମାନଙ୍କ
ସହିତ ସାକ୍ଷାତ:-
ଦେଖ ଡବଲ ବିଦେଶୀମାନଙ୍କୁ ଏହି ସିଜିନ୍ରେ କାରଣ ଅକାରଣେ ସବୁ ଗ୍ରୃପରେ ସୁଯୋଗ ମିଳିଯାଇଛି । ସବୁ
ଗ୍ରୃପ୍ରେ ଆସିପାରିବେ, ଏଥିପାଇଁ ଖୋଲା ଅନୁମତି ମିଳିଛି । ତେବେ ଏହା ମଧ୍ୟ ଭାଗ୍ୟ ଅଟେ ନା,
ଡବଲ ଭାଗ୍ୟ ଅଟେ ନା । ତେଣୁ ଏହି ଗ୍ରୃପ୍ରେ ମଧ୍ୟ ବାପଦାଦା ଦେଖୁଛନ୍ତି କେହି କେହି ପ୍ରଥମ ଥର
ପାଇଁ ମଧ୍ୟ ଆସିଛନ୍ତି, ଆଉ କେହି ପୂର୍ବରୁ ମଧ୍ୟ ଆସିଛନ୍ତି । ବାପଦାଦାଙ୍କର ଦୃଷ୍ଟି ସବୁ ବିଦେଶୀ
ପିଲାମାନଙ୍କ ଉପରେ ରହିଛି । ତେବେ ବାବାଙ୍କ ପ୍ରତି ଯେତିକି ସ୍ନେହ ତୁମମାନଙ୍କର ରହିଛି,
ବାବାଙ୍କର ତା’ଠାରୁ ପଦ୍ମଗୁଣା ଅଧିକ ସ୍ନେହ ତୁମମାନଙ୍କ ପ୍ରତି ରହିଛି । ଏହା ଠିକ୍ କଥା ନା!
ପଦ୍ମଗୁଣା ଅଟେ ନା? ତୁମମାନଙ୍କର ମଧ୍ୟ ଆନ୍ତରିକ ସ୍ନେହ ଅଛି ସେଥିପାଇଁ ତ ଏଠାରେ ପହଞ୍ଚିଯାଇଛ ।
ତେବେ ଡବଲ ବିଦେଶୀମାନେ ଏହି ବ୍ରାହ୍ମଣ ପରିବାରର ଶୃଙ୍ଗାର ଅଟନ୍ତି ଏବଂ ବିଶେଷ ଶୃଙ୍ଗାର ଅଟନ୍ତି
। ପ୍ରତ୍ୟେକ ଦେଶରେ ବାପଦାଦା ଦେଖୁଛନ୍ତି - ଯୋଗରେ ମଧ୍ୟ ବସିଛନ୍ତି ଏବଂ ଶୁଣୁଛନ୍ତି ମଧ୍ୟ ।
ବହୁତ ଭଲ କଥା, ଆଚ୍ଛାଃ ।
ଟୀଚରମାନଙ୍କ ସହିତ:-
ଟୀଚରମାନଙ୍କର
ସଂଗଠନ ମଧ୍ୟ ବହୁତ ବଡ ଅଟେ । ବାପଦାଦା ଟୀଚରମାନଙ୍କୁ ଗୋଟିଏ ଉପାଧି ଦେଉଛନ୍ତି, ତାହା କେଉଁ
ଉପାଧି? (ସାଥୀ ଅଟନ୍ତି) ସାଥୀ ତ ସମସ୍ତେ ଅଟ । ଡବଲ ବିଦେଶୀମାନେ ତ ପ୍ରଥମ ସାଥୀ ଅଟନ୍ତି!
ଏମାନଙ୍କୁ ସାଥୀ ସମ୍ବନ୍ଧ ବହୁତ ପ୍ରିୟ ଅଟେ । ତେବେ ଯେଉଁମାନେ ଯୋଗ୍ୟ ଟୀଚର, ସମସ୍ତେ ନୁହଁନ୍ତି,
କେବଳ ଯେଉଁମାନେ ଯୋଗ୍ୟ ଟୀଚର ଅଟନ୍ତି ସେମାନଙ୍କୁ ବାପଦାଦା ଗୁରୁଭାଇର ଉପାଧି ଦେଉଛନ୍ତି । ଯେପରି
ବଡ ପୁଅ ପିତା ସମାନ ହୋଇଥାଏ ନା, ସେହିପରି ଟୀଚରମାନେ ମଧ୍ୟ ଗୁରୁଭାଇ ଅଟନ୍ତି କାହିଁକି ନା
ସର୍ବଦା ବାବାଙ୍କର ସେବାର ନିମିତ୍ତ ହୋଇ ରହିଛନ୍ତି । ବାବାଙ୍କ ସମାନ ସେବାଧାରୀ ଅଟନ୍ତି । ଦେଖ,
ଟୀଚରମାନଙ୍କୁ ମୁରଲୀ ଶୁଣାଇବା ପାଇଁ ବାବାଙ୍କର ସିଂହାସନ ମିଳୁଛି । ଯେପରି ଶିଷ୍ୟମାନଙ୍କୁ
ଗୁରୁମାନଙ୍କର ଗଦୀ ଅର୍ଥାତ୍ ସିଂହାସନ ମିଳିଥାଏ ନା! ସେଥିପାଇଁ ଟୀଚର ଅର୍ଥାତ୍ ନିରନ୍ତର
ସେବାଧାରୀ । ଚାହେଁ ମନ ଦ୍ୱାରା, ଚାହେଁ ବାଣୀ ଦ୍ୱାରା, ଚାହେଁ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ବା
କର୍ମ ଦ୍ୱାରା ସଦା ସେବାଧାରୀ ଅଟନ୍ତି । ଠିକ୍ କଥା ନା! ଆରାମ ପସନ୍ଦ ତ ନୁହେଁ ନା! ସେବାଧାରୀ
ଅର୍ଥାତ୍ ସେବା, ସେବା ଓ ସେବା । ଠିକ୍ କଥା ନା? ଆଚ୍ଛା!
ସେବାର ପାଳି ଦିଲ୍ଲୀ ଏବଂ
ଆଗ୍ରାର ଅଟେ:- ଆଗ୍ରା ସାଥୀ ଅଟେ । ଦିଲ୍ଲୀର ସେନାବାହିନୀ ତ ବହୁତ ବଡ । ଆଚ୍ଛା -
ଦିଲ୍ଲୀରେ ସ୍ଥାପନାର
ମୂଳଦୁଆ ପଡିଗଲା ଏହା ତ ବହୁତ ଭଲ କଥା । ଏବେ ବାବାଙ୍କୁ ପ୍ରତ୍ୟକ୍ଷ କରିବାର ମୂଳଦୁଆ ପଡିବା
କେଉଁଠୁ ଆରମ୍ଭ ହେବ? ଦିଲ୍ଲୀରୁ ନା ମହାରାଷ୍ଟ୍ରରୁ? କର୍ଣ୍ଣାଟକରୁ, ଲଣ୍ଡନରୁ.... କେଉଁଠାରୁ
ଆରମ୍ଭ ହେବ? କ’ଣ ଦିଲ୍ଲୀରୁ ଆରମ୍ଭ ହେବ? ତେଣୁ ନିରନ୍ତର ସେବା ଏବଂ ତପସ୍ୟା କର । ସେବା ଏବଂ
ତପସ୍ୟା ଏହି ଦୁଇଟିଯାକର ସନ୍ତୁଳନ ଦ୍ୱାରା ହିଁ ପ୍ରତ୍ୟକ୍ଷତା ହେବ । ଯେପରି ସେବା ପାଇଁ ଭାଷଣ
ପ୍ରସ୍ତୁତ କରୁଛ ନା ସେହିପରି ଦିଲ୍ଲୀରେ ତପସ୍ୟା ବିଷୟରେ ବର୍ଣ୍ଣନା କରିବାର ବିଷୟବସ୍ତୁ
ପ୍ରସ୍ତୁତ କର ତେବେ କୁହାଯିବ ଦିଲ୍ଲୀ, ଦିଲ୍ଲୀ ଅଟେ । ଏମିତି ତ ଦିଲ୍ଲୀ ବାବାଙ୍କର ଦିଲ୍ ଅଟେ
ସେଥିପାଇଁ ବାବାଙ୍କର ଦିଲ୍ ପସନ୍ଦ କାର୍ଯ୍ୟ ମଧ୍ୟ କରି ଦେଖାଇବାକୁ ହେବ । କ’ଣ ପାଣ୍ଡବମାନେ
କରିବ ତ? କରିବୁ, ନିଶ୍ଚିତ କରିବୁ । ତେଣୁ ତପସ୍ୟା ଏଭଳି କର ଯାହାକି ସବୁ ଆତ୍ମା ରୂପୀ
ପତଙ୍ଗମାନେ ବାବା-ବାବା କହି ଦିଲ୍ଲୀର ବିଶେଷ ସ୍ଥାନରେ ପହଞ୍ଚିଯିବେ । ତେଣୁ ସବୁ ପତଙ୍ଗମାନେ
ଯେତେବେଳେ ବାବା-ବାବା କହି ଆସିବାକୁ ଲାଗିବେ ସେତେବେଳେ କୁହାଯିବ ପ୍ରତ୍ୟକ୍ଷତା । ତେଣୁ ଏହାକୁ
କରିବାକୁ ହିଁ ହେବ । ଆସନ୍ତା ବର୍ଷକୁ ମଧ୍ୟ ଏହିଭଳି ଭାଷଣ କରିବାର ଅଛି ଏବଂ ଏହି ଫଳାଫଳ ଶୁଣାଇବ
ଯେ କେତେ ଜଣ ଆତ୍ମା ରୂପୀ ପତଙ୍ଗ ବାବା-ବାବା କହି ସ୍ୱାହା ହୋଇଛନ୍ତି । କ’ଣ ଠିକ୍ କଥା ନା!
ବହୁତ ଭଲ, ମାତାମାନେ ମଧ୍ୟ ବହୁତ ଆସିଛନ୍ତି ।
କୁମାରକୁମାରୀମାନଙ୍କ
ସହିତ ସାକ୍ଷାତ୍ :-
ଅଧା ହଲ ତ କୁମାର କୁମାରୀ ଅଛନ୍ତି । ତେଣୁ ସେମାନଙ୍କୁ ସାବାସ୍ କୁହାଯାଉଛି । ବାସ୍ - କେବଳ
କୁମାର କୁମାରୀମାନଙ୍କୁ ଜ୍ୱାଳା ରୂପ ହୋଇ ଆତ୍ମାମାନଙ୍କୁ ପବିତ୍ର କରିବାକୁ ହେବ । ତେଣୁ
କୁମାର-କୁମାରୀମାନଙ୍କୁ ଆଜିକାଲିର କୁମାର କୁମାରୀମାନଙ୍କ ଉପରେ ଦୟା ଲାଗିବା ଦରକାର, ସେମାନେ
କେତେ ଅବାଟକୁ ଚାଲିଯାଉଛନ୍ତି । ତେଣୁ ଏହିଭଳି ଭଟକି ଯାଇଥିବା ସାଥୀମାନଙ୍କୁ ଯଥାର୍ଥ ରାସ୍ତା
ବତାଅ । ଆଚ୍ଛା, ସମସ୍ତଙ୍କ ଭିତରେ ଯେଉଁ କୁମାର-କୁମାରୀମାନେ ସାରା ବର୍ଷ ଭିତରେ କୌଣସି ଆତ୍ମାର
ସେବା କରି ତାକୁ ନିଜ ସମାନ କରିଛନ୍ତି ସେମାନେ ବଡ ହାତ ଉଠାଅ । କ’ଣ କୁମାରୀମାନେ ନିଜ ସମାନ
କରିଛ? ଆଚ୍ଛା ଏବେ ଯୋଜନା କରୁଛ । ଆଚ୍ଛା, ଇନ୍ଦୋର ହଷ୍ଟେଲର କୁମାରୀ ହାତ ଉଠାଉଛି । ଏବେ ସେବାର
କୌଣସି ପ୍ରମାଣ ସାଥୀରେ ଆଣି ନାହଁ । ତେଣୁ କୁମାର କୁମାରୀମାନଙ୍କୁ ସେବାର ପ୍ରମାଣ ମଧ୍ୟ ଆଣିବାକୁ
ହେବ । ଠିକ୍ ଅଛି! ଆଚ୍ଛା!
ଚାରିଆଡର ବିଜୟୀ
ରତ୍ନମାନଙ୍କୁ, ସର୍ବଦା ନିଶ୍ଚୟ ବୁଦ୍ଧି ହୋଇ ସହଜରେ ସଫଳତା ପ୍ରାପ୍ତ କରୁଥିବା ସଫଳତା ମୂରତ
ପିଲାମାନଙ୍କୁ, ସର୍ବଦା ମେରା ବାବାର ଅଧିକାର ଦ୍ୱାରା ପ୍ରତ୍ୟେକ ସେବାରେ ସଫଳତା ପ୍ରାପ୍ତ
କରୁଥିବା ସଫଳତା ମୂରତ ପିଲାମାନଙ୍କୁ, ସର୍ବଦା ସମାଧାନ ସ୍ୱରୂପ ହୋଇ ସମସ୍ୟାଗୁଡିକୁ ପରିବର୍ତ୍ତନ
କରୁଥିବା ପରିବର୍ତ୍ତକ ଆତ୍ମାମାନଙ୍କୁ, ଏହିଭଳି ଶ୍ରେଷ୍ଠ ପିଲାମାନଙ୍କୁ ଯେଉଁମାନେ କି ସର୍ବଦା
ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଯୋଜନାକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରୁଛନ୍ତି, ସେମାନଙ୍କୁ
ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଅକ୍ଷୌଣୀ ଥର ଅଭିନନ୍ଦନ ଏବଂ ନମସ୍ତେ
।
ଦାଦିଜୀଙ୍କୁ -
ତୁମ ପ୍ରତି
ସମସ୍ତଙ୍କର ସ୍ନେହ ରହିଛି, ବାବାଙ୍କର ମଧ୍ୟ ସ୍ନେହ ଅଛି (ରତନମୋହିନୀ ଦାଦୀଙ୍କୁ) ସହଯୋଗୀ ହେବା
ଦ୍ୱାରା ବହୁତ କିଛି ସୂକ୍ଷ୍ମରେ ପ୍ରାପ୍ତ ହୋଇଥାଏ । ଏହା ଠିକ୍ କଥା ନା! ଆଦି ରତ୍ନ ଅଟ । ଆଦି
ରତ୍ନ ପିଲାମାନେ ଏବେ ପର୍ଯ୍ୟନ୍ତ ମଧ୍ୟ ନିମିତ୍ତ ଅଟନ୍ତି । ଆଚ୍ଛା - ଓମ୍ ଶାନ୍ତି ।
ବରଦାନ:-
ସବୁ କିଛି ତୋ’ର
ତୋ’ର କରି ମୋ’ର ପଣିଆର ଅଂଶ ମାତ୍ରକୁ ମଧ୍ୟ ସମାପ୍ତ କରୁଥିବା ଡବଲ ଲାଇଟ୍ ଭବ ।
ଯେକୌଣସି ପ୍ରକାରର ମୋ’ର
ପଣିଆ ଅର୍ଥାତ୍ ମୋ’ର ସ୍ୱଭାବ, ମୋ’ର ସଂସ୍କାର, ମୋ’ର ନେଚର.... ଯାହାକୁ ବି ମୋ’ର ବୋଲି କହିବ
ତାହା ବୋଝ ଅନୁଭବ ହେବ ଏବଂ ବୋଝବାଲା କେବେ ବି ଉଡି ପାରିବ ନାହିଁ । ଏହି ସବୁ ମୋ’ର-ମୋ’ର ହିଁ
ମଇଳା କରିଦେଉଛି ସେଥିପାଇଁ ଏବେ ତୋ’ର ତୋ’ର କହି ସ୍ୱଚ୍ଛ ହୋଇଯାଅ । ଫରିସ୍ତାର ଅର୍ଥ ହେଲା ମୋ’ର
ପଣିଆର ଅଂଶମାତ୍ର ମଧ୍ୟ ନ ଥିବ, ଯଦି ସଂକଳ୍ପରେ ମଧ୍ୟ ମୋ’ର ପଣିଆ ଆସିଲା, ତେବେ ଜାଣି ନିଅ ମଇଳା
ହେଲ ତେଣୁ ଏହି ସବୁ ମଇଳା ପଣିଆର ବୋଝକୁ ସମାପ୍ତ କରି ଡବଲ ଲାଇଟ୍ ହୁଅ।
ସ୍ଲୋଗାନ:-
ସାରା ଦୁନିଆର
ଜ୍ୟୋତି ସେହିମାନଙ୍କୁ କୁହାଯିବ ଯେଉଁମାନେ ବାପଦାଦାଙ୍କୁ ନିଜର ନୟନରେ ସମାହିତ କରିଦେଇଛନ୍ତି ।