10.12.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମର ଏହି ରେକର୍ଡ (ଗୀତ) ସଞ୍ଜିବନୀ ବୁଟି ଅଟେ, ଏହାକୁ ବଜାଇବା ଦ୍ୱାରା ଉଦାସୀ (ନିରୁତ୍ସାହିତ ଭାବ) ଦୂର ହୋଇଯିବ ।”

ପ୍ରଶ୍ନ:-
ଅବସ୍ଥା ବିଗିଡି ଯିବାର କାରଣ କ’ଣ? କେଉଁ ଯୁକ୍ତି ଦ୍ୱାରା ଅବସ୍ଥା ବହୁତ ଭଲ ହୋଇପାରିବ?

ଉତ୍ତର:-
(୧) ଜ୍ଞାନର ନୃତ୍ୟ କରୁନାହାଁନ୍ତି, ପରଚିନ୍ତନ ପରଦର୍ଶନରେ ନିଜର ସମୟ ନଷ୍ଟ କରିଦେଉଛନ୍ତି ସେଥିପାଇଁ ଅବସ୍ଥା ବିଗିଡି ଯାଉଛି । (୨) ଅନ୍ୟକୁ ଦୁଃଖ ଦେଉଛନ୍ତି ତା’ର ପ୍ରଭାବ ମଧ୍ୟ ଅବସ୍ଥା ଉପରେ ପଡିଥାଏ । ଅବସ୍ଥା ସେତେବେଳେ ଭଲ ରହିବ ଯେତେବେଳେ ପରସ୍ପର ମଧ୍ୟରେ ମିଠା ହୋଇ ଚାଲିବ । ୟାଦ ଉପରେ ସଂପୂର୍ଣ୍ଣ ଧ୍ୟାନ ଥିବ । ରାତିରେ ଶୋଇବା ପୂର୍ବରୁ ଅତି କମ୍‌ରେ ଅଧ ଘଣ୍ଟାଏ ୟାଦରେ ବସ, ପୁଣି ସକାଳୁ ଉଠି ୟାଦ କର ତେବେ ଅବସ୍ଥା ଭଲ ରହିବ ।

ଗୀତ:-
କୌନ ଆୟା ମେରେ ମନ କେ ଦ୍ୱାରେ...

ଓମ୍ ଶାନ୍ତି ।
ଏହି ରେକର୍ଡ ମଧ୍ୟ ବାବା ପିଲାମାନଙ୍କ ପାଇଁ କରିଛନ୍ତି । ଏହାର ଅର୍ଥ ମଧ୍ୟ ପିଲାମାନଙ୍କ ବ୍ୟତୀତ କେହି ଜାଣିପାରିବେ ନାହିଁ । ବାବା ଅନେକ ଥର ବୁଝାଇଛନ୍ତି କି ଏହି ଭଳି ଭଲ ଭଲ ରେକର୍ଡ ଘରେ ରଖିବା ଦରକାର ପୁଣି ଯଦି କୌଣସି ସମୟରେ ଉଦାସୀ ଆସୁଛି ତେବେ ରେକର୍ଡ ବଜାଇବା ଦ୍ୱାରା ବୁଦ୍ଧିରେ ତୁରନ୍ତ ଏହାର ଅର୍ଥ ଆସିଯିବ, ଯାହା ଫଳରେ ଉଦାସୀ ଦୂର ହୋଇଯିବ । ଏହି ରେକର୍ଡ ମଧ୍ୟ ସଞ୍ଜିବନୀ ବୁଟି ଅଟେ । ବାବା ନିର୍ଦ୍ଦେଶ ତ ଦେଉଛନ୍ତି କିନ୍ତୁ କେହି କାର୍ଯ୍ୟକାରୀ କଲେ ତ । ବର୍ତ୍ତମାନ ଏହି ଗୀତରେ କିଏ କହୁଛନ୍ତି ଯେ ଆମ ସମସ୍ତଙ୍କ ହୃଦୟରେ କିଏ ଆସିଛନ୍ତି! ଯିଏ ଆସି ଜ୍ଞାନ ନୃତ୍ୟ କରୁଛନ୍ତି । କହୁଛନ୍ତି ଗୋପୀମାନେ କୃଷ୍ଣଙ୍କୁ ନାଚ ନଚାଉଥିଲେ । ଏ କଥା ତ ହୁଏ ନାହିଁ । ଏବେ ବାବା କହୁଛନ୍ତି - ହେ ଶାଳଗ୍ରାମ ସନ୍ତାନମାନେ । ସମସ୍ତଙ୍କୁ କହୁଛନ୍ତି ନା । ସ୍କୁଲ ଅର୍ଥ ସ୍କୁଲ, ଯେଉଁଠି ପାଠ ପଢାଯାଇଥାଏ, ଏହା ମଧ୍ୟ ସ୍କୁଲ ଅଟେ । ତୁମେ ସନ୍ତାନମାନେ ଜାଣିଛ ଆମ ହୃଦୟରେ କାହାର ୟାଦ ଆସୁଛି! ଅନ୍ୟ କୌଣସି ବି ମନୁଷ୍ୟ ମାତ୍ରର ବୁଦ୍ଧିରେ ଏହି କଥା ନାହିଁ । କେବଳ ଏହି ଗୋଟିଏ ସମୟ ରହିଛି ଯେତେବେଳେ କି ତୁମମାନଙ୍କର ବୁଦ୍ଧିରେ ତାଙ୍କର ୟାଦ ରହୁଛି ଆଉ କେହି ତାଙ୍କୁ ୟାଦ କରୁନାହାଁନ୍ତି । ବାବା କହୁଛନ୍ତି ତୁମେ ପ୍ରତ୍ୟହ ମୋତେ ୟାଦ କଲେ ଧାରଣା ବହୁତ ଭଲ ହେବ । ଯେପରି ମୁଁ ନିର୍ଦ୍ଦେଶ ଦେଉଛି ସେହିପରି ତୁମେ ୟାଦ କରୁନାହଁ । ମାୟା ତୁମକୁ ୟାଦ କରିବାକୁ ଦେଉନାହିଁ । ମୋର କଥାରେ ତୁମେ ବହୁତ କମ୍ ଚାଲୁଛ ଏବଂ ମାୟା କଥାରେ ବହୁତ ଚାଲୁଛ । କେତେ ଥର କହିଛି - ରାତିରେ ଯେବେ ଶୋଇବାକୁ ଯାଉଛ ସେତେବେଳେ ଅଧ ଘଣ୍ଟାଏ ବାବାଙ୍କ ୟାଦରେ ବସିଯିବା ଉଚିତ୍ । ଯଦିଓ ସ୍ତ୍ରୀ-ପୁରୁଷ ଅଛନ୍ତି, ଏକତ୍ର ବସନ୍ତୁ ଅଥବା ଅଲଗା-ଅଲଗା ବସନ୍ତୁ । ବୁଦ୍ଧିରେ ଏକମାତ୍ର ବାବାଙ୍କର ହିଁ ୟାଦ ରହୁ । କିନ୍ତୁ ବିରଳ କେହି ୟାଦ କରୁଛନ୍ତି । ମାୟା ଭୁଲାଇ ଦେଉଛି । ନିର୍ଦ୍ଦେଶରେ ନ ଚାଲିଲେ ପଦ କିପରି ପାଇ ପାରିବ । ବାବାଙ୍କୁ ବହୁତ ୟାଦ କରିବାକୁ ପଡିବ । ଶିବବାବା ଆପଣ ହିଁ ଆତ୍ମାମାନଙ୍କର ପିତା ଅଟନ୍ତି । ସମସ୍ତଙ୍କୁ ଆପଣଙ୍କଠାର ହିଁ ବର୍ସା ମିଳିବ । ଯିଏ ପୁରୁଷାର୍ଥ କରୁ ନାହାଁନ୍ତି ତାଙ୍କୁ ମଧ୍ୟ ବର୍ସା ମିଳିବ । ବ୍ରହ୍ମାଣ୍ଡର ମାଲିକ ତ ସମସ୍ତେ ହେବେ । ଡ୍ରାମା ଅନୁସାରେ ସବୁ ଆତ୍ମାମାନେ ନିର୍ବାଣଧାମକୁ ଆସିବେ । ଭଲେ କିଛି ବି ନ କରନ୍ତୁ । ଅଧାକଳ୍ପ ଯଦିଓ ଭକ୍ତି କରୁଛନ୍ତି କିନ୍ତୁ ଘରକୁ କେହି ବି ଫେରି ଯାଇପାରିବେ ନାହିଁ, ଯେ ପର୍ଯ୍ୟନ୍ତ ମୁଁ ଗାଇଡ୍ ହୋଇ ନ ଆସିଛି । କେହି ବି ରାସ୍ତା ଦେଖି ନାହାଁନ୍ତି । ଯଦି ଦେଖିଥାନ୍ତେ ତେବେ ତାଙ୍କ ପଛରେ ସମସ୍ତେ ମଶା ସଦୃଶ ଯାଇଥାନ୍ତେ । ମୂଳବତନ କ’ଣ - ଏ କଥା ମଧ୍ୟ କେହି ଜାଣିନାହାଁନ୍ତି । ତୁମେ ଜାଣିଛ ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ, ଏହାକୁ ହିଁ ରିପିଟ୍ (ପୁନରାବୃତ୍ତି) କରିବାକୁ ହେବ । ଏବେ ଦିନରେ ତ କର୍ମଯୋଗୀ ହୋଇ ଧନ୍ଦାରେ ଲାଗି ରହିବାକୁ ହେବ । ଖାଦ୍ୟ ରାନ୍ଧିବା ଆଦି ସବୁ କର୍ମ କରିବାକୁ ହେବ । ବାସ୍ତବରେ କର୍ମ ସନ୍ନ୍ୟାସ କହିବା ମଧ୍ୟ ଭୁଲ୍ ଅଟେ । କର୍ମ ବିନା ତ କେହି ରହିପାରିବେ ନାହିଁ । କର୍ମ ସନ୍ନ୍ୟାସୀ ମିଛ ନାମ ରଖିଦେଇଛନ୍ତି । ତେବେ ଦିନରେ ଭଲେ ଧନ୍ଦା ଆଦି କର, ରାତିରେ ଓ ସକାଳୁ ସକାଳୁ ବାବାଙ୍କୁ ଭଲ ଭାବରେ ୟାଦ କର । ଯାହାଙ୍କୁ ଏବେ ନିଜର କରିଛ, ତାଙ୍କୁ ୟାଦ କଲେ ସାହାଯ୍ୟ ମଧ୍ୟ ମିଳିବ । ନଚେତ୍ ସାହାଯ୍ୟ ମିଳିବ ନାହିଁ । ସାହୁକାରମାନଙ୍କର ତ ବାବାଙ୍କର ହେବା ପାଇଁ ହୃଦୟ ବିଦୀର୍ଣ୍ଣ ହୋଇଯାଉଛି ତେବେ ପୁଣି ପଦ ବି ମିଳିବ ନାହିଁ । ଏହା ୟାଦ କରିବା ତ ବହୁତ ସହଜ ଅଟେ । ସେ ଆମର ପିତା, ଶିକ୍ଷକ, ଗୁରୁ ଅଟନ୍ତି । ଆମକୁ ସମସ୍ତ ରହସ୍ୟ ବତାଇଛନ୍ତି - ଏହି ବିଶ୍ୱର ଇତିହାସ-ଭୂଗୋଳର କିପରି ପୁନରାବୃତ୍ତି ହେଉଛି । ବାବାଙ୍କୁ ୟାଦ କରି ପୁଣି ସ୍ୱଦର୍ଶନ ଚକ୍ର ଘୂରାଇବାକୁ ହେବ । ସମସ୍ତଙ୍କୁ ଘରକୁ ଫେରାଇ ନେଇଯିବାବାଲା ତ ବାବା ହିଁ ଅଟନ୍ତି । ଏହିପରି ଚିନ୍ତନରେ ରହିବା ଉଚିତ୍ । ରାତିରେ ଶୋଇବା ସମୟରେ ମଧ୍ୟ ବୁଦ୍ଧିରେ ଏହି ଜ୍ଞାନ ଘୂରୁଥାଉ । ସକାଳୁ ଉଠିଲେ ମଧ୍ୟ ଏହି ଜ୍ଞାନ ମନରେ ରହୁ । ଆମେ ବ୍ରାହ୍ମଣରୁ ଦେବତା ପୁଣି କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେବୁ । ପୁଣି ବାବା ଆସିବେ ଆମେ ପୁଣି ଶୂଦ୍ରରୁ ବ୍ରାହ୍ମଣ ହେବୁ । ବାବା ତ୍ରିମୂର୍ତ୍ତୀ, ତ୍ରିକାଳଦର୍ଶୀ ଓ ତ୍ରିନେତ୍ରୀ ମଧ୍ୟ ଅଟନ୍ତି । ଆମର ବୁଦ୍ଧିକୁ ଖୋଲି ଦେଉଛନ୍ତି । ଜ୍ଞାନର ତୃତୀୟ ନେତ୍ର ମଧ୍ୟ ମିଳୁଛି । ଏପରି ବାବା ତ କେହି ହୋଇପାରିବେ ନାହିଁ । ବାବା ରଚନା କରୁଛନ୍ତି ତେଣୁ ମାତା ମଧ୍ୟ ହୋଇଗଲେ । ଜଗତଅମ୍ବାଙ୍କୁ ନିମିତ୍ତ କରୁଛନ୍ତି । ବାବା ଏହି ଶରୀରରେ ଆସି ବ୍ରହ୍ମା ରୂପରେ ଖେଳ-କୁଦ ମଧ୍ୟ କରୁଛନ୍ତି । ବୁଲିବାକୁ ମଧ୍ୟ ଯାଉଛନ୍ତି । ଆମେ ବାବାଙ୍କୁ ୟାଦ ତ କରୁଛୁ ନା! ତୁମେ ଜାଣିଛ ଏହାଙ୍କ ରଥରେ ଆସୁଛନ୍ତି । ତୁମେ କହୁଛ ବାପଦାଦା ଆମ ସାଥିରେ ଖେଳୁଛନ୍ତି । ଖେଳରେ ମଧ୍ୟ ବାବା ୟାଦ କରିବାର ପୁରୁଷାର୍ଥ କରିଥା’ନ୍ତି । ବାବା କହୁଛନ୍ତି ମୁଁ ଏହାଙ୍କ ଦ୍ୱାରା ଖେଳୁଛି । ଚୈତନ୍ୟ ତ ଅଟନ୍ତି ନା । ତେଣୁ ଏହିପରି ଖିଆଲ ରହିବା ଦରକାର । ଏପରି ବାବାଙ୍କ ଉପରେ ବଳି ମଧ୍ୟ ଚଢିବାକୁ ହେବ । ଭକ୍ତିମାର୍ଗରେ ତୁମେ ଗାୟନ କରି ଆସିଛ ୱାରୀ ଜାଉଁ... ଏବେ ବାବା କହୁଛନ୍ତି ମୋତେ ଏହି ଗୋଟିଏ ଜନ୍ମ ତୁମର ଉତ୍ତରାଧିକାରୀ କରିନିଅ ତାହା ହେଲେ ମୁଁ ୨୧ ଜନ୍ମ ପାଇଁ ରାଜ୍ୟ-ଭାଗ୍ୟ ଦେବି । ଏବେ ଇଏ ଫରମାନ (ଆଜ୍ଞା) ଦେଲେ, ସେହି ନିର୍ଦ୍ଦେଶ ଅନୁଯାୟୀ ଚାଲିବାକୁ ହେବ । ସେ ମଧ୍ୟ ଯେପରି ଦେଖିବେ ସେହି ଅନୁଯାୟୀ ନିର୍ଦ୍ଦେଶ ଦେବେ । ନିର୍ଦ୍ଦେଶ ଅନୁଯାୟୀ ଚାଲିବା ଦ୍ୱାରା ମମତ୍ୱ ତୁଟିଯିବ, କିନ୍ତୁ ଡରୁଛନ୍ତି । ବାବା କହୁଛନ୍ତି ତୁମେ ବଳି ଚଢୁନାହଁ ତେବେ ମୁଁ ବର୍ସା କିପରି ଦେବି । ତୁମର ପଇସା କେହି ନେଇ ଯାଉନାହାଁନ୍ତି । କହିବେ, ଆଚ୍ଛା ତୁମର ପଇସା ଅଛି, ଲିଟରେଚର (ଜ୍ଞାନର ସାହିତ୍ୟ, ପୁସ୍ତକ)ରେ ଲଗାଇ ଦିଅ । ନିମିତ୍ତ ଅଟ ନା । ବାବ ରାୟ ଦେଇ ଚାଲିବେ । ବାବାଙ୍କର ସବୁ କିଛି ପିଲାମାନଙ୍କର ଅଟେ । ପିଲାମାନଙ୍କଠାରୁ କିଛି ନେଉ ନାହାଁନ୍ତି । କେବଳ ମମତ୍ୱ ତୁଟିଯିବା ପାଇଁ ଯୁକ୍ତି (ଉପାୟ) ଦ୍ୱାରା ବୁଝାଇ ଦେଉଛନ୍ତି । ମୋହ ମଧ୍ୟ ବହୁତ କଡା ଅଟେ । (ମାଙ୍କଡର ଉଦାହରଣ) ବାବା କହୁଛନ୍ତି ତୁମେ ମାଙ୍କଡ ପରି ସେମାନଙ୍କ ଉପରେ ମୋହ କାହିଁକି ରଖୁଛ । ପୁଣି ଘରେ-ଘରେ ମନ୍ଦିର କିପରି ହେବ । ମୁଁ ତୁମକୁ ମାଙ୍କଡ ପଣିଆରୁ ମୁକ୍ତ କରି ମନ୍ଦିର ଯୋଗ୍ୟ କରାଉଛି । ତୁମେ ଏହି କିଚଡପଟ୍ଟୀ (କାଦୁଅ ପଙ୍କ) ପ୍ରତି ମମତ୍ୱ କାହିଁକି ରଖୁଛ । ବାବା କେବଳ ମତ ଦେବେ - କିପରି ଗୃହସ୍ଥକୁ ସମ୍ଭାଳିବେ । ତଥାପି ମଧ୍ୟ ବୁଦ୍ଧିରେ ଗ୍ରହଣ ହେଉ ନାହିଁ । ଏ ସବୁ କିଛି ବୁଦ୍ଧିର କାମ ଅଟେ ।

ବାବା ରାୟ ଦେଉଛନ୍ତି ଅମୃତବେଳାରେ ମଧ୍ୟ କିପରି ବାବାଙ୍କ ସହିତ କଥା ହେବ । ବାବା, ଆପଣ ବେହଦର ପିତା, ଶିକ୍ଷକ ଅଟନ୍ତି । ଆପଣ ହିଁ ବେହଦ ବିଶ୍ୱର ଇତିହାସ-ଭୂଗୋଳ କହିପାରିବେ । ଲକ୍ଷ୍ମୀ-ନାରାୟଣଙ୍କର ୮୪ ଜନ୍ମର କାହାଣୀ ଦୁନିଆରେ କେହି ଜାଣି ନାହାଁନ୍ତି । ଜଗତଅମ୍ବାଙ୍କୁ ମାତା-ମାତା ବି କହିଥାନ୍ତି । ସେ କିଏ? ସତ୍ୟଯୁଗରେ ତ ହୋଇପାରିବେ ନାହିଁ । ସେଠାକାର ମହାରାଜା-ମହାରାଣୀ ତ ଲକ୍ଷ୍ମୀ-ନାରାୟଣ ଅଟନ୍ତି । ତାଙ୍କର ନିଜର ସନ୍ତାନ ହେବ ଯିଏକି ସିଂହାସନରେ ବସିବ । ଆମେ କିପରି ତାଙ୍କର ସନ୍ତାନ ହୋଇପାରିବୁ ଯାହାକି ତାଙ୍କ ଦ୍ୱାରା ସିଂହାସନରେ ବସିବୁ । ବର୍ତ୍ତମାନ ଆମେ ଜାଣୁଛୁ ଏହି ଜଗଦମ୍ବା ହେଉଛନ୍ତି ବ୍ରାହ୍ମଣୀ, ଯିଏକି ବ୍ରହ୍ମାଙ୍କର କନ୍ୟା ସରସ୍ୱତୀ ଅଟନ୍ତି । ମନୁଷ୍ୟମାନେ ଟିକିଏ ବି ଏହି ରହସ୍ୟକୁ ଜାଣି ନାହାଁନ୍ତି । ରାତ୍ରିରେ ବାବାଙ୍କ ୟାଦରେ ବସିବାର ନିୟମ ରଖିବା ତ ବହୁତ ଭଲ । ନିୟମ ଯଦି କରିଦେବ ତେବେ ତୁମର ଖୁସିର ନିଶା ଚଢି ରହିବ ପୁଣି ଆଉ କୌଣସି କଷ୍ଟ ହେବ ନାହିଁ । କହିବେ ଏକ ବାବାଙ୍କର ସନ୍ତାନ ଆମେ ଭାଇ-ଭଉଣୀ ଅଟୁ । ପୁଣି ବିକାରୀ ଦୃଷ୍ଟି ରଖିବା କ୍ରିମିନାଲ ଆସଲ୍ଟ (ଅପରାଧ) ହୋଇଯିବ । ନିଶା ମଧ୍ୟ ସତ୍ତ୍ୱ, ରଜଃ, ତମଃଗୁଣୀ ହୋଇଥାଏ ନା । ତମଃଗୁଣୀ ନିଶା ଚଢିଲେ ମରିଯିବ । ଏପରି ନିୟମ କରିଦିଅ କି - ଅଳ୍ପ ସମୟ ବାବାଙ୍କୁ ୟାଦ କରି ବାବାଙ୍କ ସେବାରେ ଯାଅ । ପୁଣି ମାୟାର ତୋଫାନ ଆସିବ ନାହିଁ । ଏହି ନିଶା ଦିନ ସାରା ରହିବ ଏବଂ ଅବସ୍ଥା ମଧ୍ୟ ବହୁତ ରିଫାଇନ୍ ହୋଇଯିବ । ଯୋଗରେ ମଧ୍ୟ ଲାଇନ୍ କ୍ଲିଅର ହୋଇଯିବ । ଏପରି ବହୁତ ଭଲ-ଭଲ ରେକର୍ଡ ମଧ୍ୟ ରହିଛି, ରେକର୍ଡ ଶୁଣି ଚାଲିଲେ ନାଚିବା ଆରମ୍ଭ କରିଦେବେ, ରିଫ୍ରେସ୍ (ସତେଜ) ହୋଇଯିବେ, ଦୁଇ, ଚାରି, ପାଞ୍ଚୋଟି ରେକର୍ଡ ବହୁତ ଭଲ ଅଟେ । ଗରୀବ ମଧ୍ୟ ବାବାଙ୍କର ଏହି ସେବାରେ ଲାଗିଗଲେ ତାଙ୍କୁ ମଧ୍ୟ ମହଲ ମିଳିପାରିବ । ଶିବବାବାଙ୍କ ଭଣ୍ଡାରରୁ ସବୁ କିଛି ମିଳିପାରିବ । ସେବାଧାରୀମାନଙ୍କୁ ବାବା କାହିଁକି ନ ଦେବେ । ଶିବବାବାଙ୍କର ଭଣ୍ଡାର ଭରପୁର ହିଁ ରହିଛି ।

(ଗୀତ) ଏହା ହେଉଛି ଜ୍ଞାନ ନୃତ୍ୟ । ବାବା ଆସି ଗୋପ-ଗୋପୀମାନଙ୍କୁ ଜ୍ଞାନ ନୃତ୍ୟ କରାଉଛନ୍ତି । କେଉଁଠାରେ ବି ଥାଅ ଯଦି ବାବାଙ୍କୁ ୟାଦ କରୁଥିବ ତେବେ ଅବସ୍ଥା ମଧ୍ୟ ବହୁତ ଭଲ ରହିବ । ଯେପରି ବାବା (ବ୍ରହ୍ମା) ଜ୍ଞାନ ଓ ଯୋଗର ନିଶାରେ ରହିଥା’ନ୍ତି, ତୁମ ସନ୍ତାନମାନଙ୍କୁ ମଧ୍ୟ ଶିଖାଇଥା’ନ୍ତି । ତେବେ ଖୁସିର ନିଶା ରହିବ । ନଚେତ୍ ପରଦର୍ଶନ-ପରଚିନ୍ତନରେ ରହିବା ଦ୍ୱାରା ଅବସ୍ଥା ହିଁ ବିଗିଡି ଯାଇଥାଏ । ସକାଳୁ ଉଠିବା ତ ବହୁତ ଭଲ । ବାବାଙ୍କ ୟାଦରେ ବସି ବାବାଙ୍କ ସହିତ ମିଠା-ମିଠା କଥା ହେବା ଦରକାର । ଯେଉଁମାନେ ଭାଷଣ କରୁଛନ୍ତି ସେମାନଙ୍କୁ ତ ବିଚାର ସାଗର ମନ୍ଥନ କରିବାକୁ ପଡିବ । ଆଜି ଏହି ପଏଣ୍ଟସ୍ ଉପରେ ବୁଝାଇବା, ଏପରି ବୁଝାଇବା । ବାବାଙ୍କୁ ବହୁତ ପିଲା କହୁଛନ୍ତି ଆମେ ଚାକିରୀ ଛାଡିବୁ? କିନ୍ତୁ ବାବା କହୁଛନ୍ତି ପ୍ରଥମେ ସେବାର ପ୍ରମାଣ ତ ଦିଅ । ବାବା ତ ୟାଦର ବହୁତ ଭଲ ଯୁକ୍ତି ବତାଇଛନ୍ତି । କିନ୍ତୁ କୋଟିକରେ କେହି ଗୋଟିଏ ବାହାରିବେ ଯାହାଙ୍କର ଏହି ଅଭ୍ୟାସ ରହିଥିବ । କାହାର ମୁସ୍‌କିଲ୍‌ରେ ୟାଦ ରହିଥାଏ । ତୁମ କୁମାରୀମାନଙ୍କର ନାମ ତ ପ୍ରସିଦ୍ଧ ଅଟେ । କୁମାରୀମାନଙ୍କର ପାଦ ତଳେ ସମସ୍ତେ ପଡିଥାନ୍ତି । ତୁମେ ୨୧ ଜନ୍ମ ପାଇଁ ଭାରତକୁ ସ୍ୱରାଜ୍ୟ ଦେଉଛ । ତୁମର ସ୍ମୃତି ଚିହ୍ନ ମନ୍ଦିର ମଧ୍ୟ ରହିଛି । ବ୍ରହ୍ମାକୁମାର କୁମାରୀମାନଙ୍କର ନାମ ମଧ୍ୟ ପ୍ରସିଦ୍ଧ ହୋଇଗଲାଣି ନା । ସିଏ ହିଁ କୁମାରୀ ଯିଏ ୨୧ କୂଳର ଉଦ୍ଧାର କରିଥାଏ । ତେଣୁ ତାର ଅର୍ଥକୁ ମଧ୍ୟ ବୁଝିବାକୁ ହେବ । ତୁମେ ସନ୍ତାନମାନେ ଜାଣିଛ ଏହା ୫ ହଜାର ବର୍ଷର ରିଲ୍ ଅଟେ, ଯାହା କିଛି ବିତିଗଲା ତାହା ହେଲା ଡ୍ରାମା । ଭୂଲ୍ ହୋଇଗଲେ ଡ୍ରାମା । ପୁଣି ଆଗକୁ ନିଜର ରେଜିଷ୍ଟର ଠିକ୍ କରିଦେବା ଉଚିତ୍ । ପୁଣି ରେଜିଷ୍ଟର ଖରାପ ନ ହେବା ଦରକାର । ବହୁତ ବଡ ମେହନତ କରିବାକୁ ପଡିବ, ତେବେ ଯାଇ ଉଚ୍ଚ ପଦ ମିଳିବ । ବାବାଙ୍କର ହୋଇଗଲ ତେବେ ପୁଣି ବାବା ବର୍ସା ବି ଦେବେ । ସାବତ ସନ୍ତାନମାନଙ୍କୁ ବର୍ସା (ସମ୍ପତ୍ତି)ଦେବେ ନାହିଁ । ସାହାଯ୍ୟ କରିବା ତ କର୍ତ୍ତବ୍ୟ ଅଟେ । ଯେଉଁମାନେ ଜ୍ଞାନବାନ ହୋଇଥିବେ ସେମାନେ ପ୍ରତ୍ୟେକ କଥାରେ ସାହାଯ୍ୟ କରିଥାନ୍ତି । ବାବାଙ୍କୁ ଦେଖ କେତେ ସାହାଯ୍ୟ କରୁଛନ୍ତି । ପିଲାମାନେ ସାହସ ରଖିଲେ ବାବା ସାହାଯ୍ୟ କରିବେ । ମାୟା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ମଧ୍ୟ ଶକ୍ତି ଦରକାର । ଏକମାତ୍ର ରୁହାନୀ ବାବାଙ୍କୁ ୟାଦ କରିବାକୁ ହେବ, ଅନ୍ୟ ସବୁ ସଙ୍ଗ ତୁଟାଇ ଜଣଙ୍କ ସହ ଯୋଡିବାକୁ ହେବ । ବାବା ହେଉଛନ୍ତି ଜ୍ଞାନର ସାଗର । ସେ କହୁଛନ୍ତି ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି, କଥା ହେଉଛି । ଅନ୍ୟ କେହି ତ ଏପରି କହିପାରିବେ ନାହିଁ କି ମୁଁ ବାପ, ଶିକ୍ଷକ, ଗୁରୁ ଅଟେ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ରଚୟିତା ଅଟେ । ଏହି କଥାକୁ ଏବେ ତୁମେ ପିଲାମାନେ ହିଁ ବୁଝିପାରିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପୁରୁଣା ଅଳିଆ, ଆବର୍ଜନା (ପୁରୁଣା ଦୁନିଆର ବସ୍ତୁ ବୈଭବ)ରେ ମମତ୍ୱ ରଖ ନାହିଁ, ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲି ନିଜର ମମତ୍ୱ ତୁଟାଇ ଦେବାକୁ ହେବ । ଟ୍ରଷ୍ଟି ହୋଇ ରହିବାକୁ ପଡିବ ।

(୨) ଏହି ଅନ୍ତିମ ଜନ୍ମରେ ଭଗବାନଙ୍କୁ ନିଜର ଉତ୍ତରାଧିକାରୀ କରି ତାଙ୍କ ଉପରେ ବଳି ଚଢିବାକୁ ହେବ, ତେବେ ଯାଇ ୨୧ ଜନ୍ମର ରାଜ୍ୟ ଭାଗ୍ୟ ମିଳିବ । ବାବାଙ୍କୁ ୟାଦ କରି ସେବା କରିବାକୁ ହେବ, ନିଶାରେ ରହିବାକୁ ପଡିବ, ରେଜିଷ୍ଟର ଯେପରି ଖରାପ ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ହେବ ।

ବରଦାନ:-
ପ୍ରତ୍ୟକ୍ଷ ଫଳ ଦ୍ୱାରା ଅତିନ୍ଦ୍ରୀୟ ସୁଖର ଅନୁଭୂତି କରୁଥିବା ନିଃସ୍ୱାର୍ଥ ସେବାଧାରୀ ହୁଅ ।

ସତ୍ୟଯୁଗରେ ତ ସଂଗମଯୁଗର କର୍ମର ଫଳ ପ୍ରାପ୍ତ ହେବ କିନ୍ତୁ ଏଠାରେ ବାବାଙ୍କର ସନ୍ତାନ ହୋଇଯିବା ଦ୍ୱାରା ପୈତୃକ ସମ୍ପତ୍ତି ରୂପରେ ପ୍ରତ୍ୟକ୍ଷ ଫଳ ମିଳିଥାଏ । ସେବା କରିବା ପରେ ସେବାର ପ୍ରତ୍ୟକ୍ଷ ଫଳ ରୂପରେ ଖୁସି ମିଳିଥାଏ । ଯେଉଁମାନେ ବାବାଙ୍କ ସ୍ମୃତିରେ ରହି ନିଃସ୍ୱାର୍ଥ ଭାବନାରେ ସେବା କରିଥାଆନ୍ତି, ସେମାନଙ୍କୁ ସେବାର ପ୍ରତ୍ୟକ୍ଷ ଫଳ ନିଶ୍ଚିତ ମିଳିଥାଏ । ତେବେ ପ୍ରତ୍ୟକ୍ଷ ଫଳ ହିଁ ତାଜା ଫଳ ଅଟେ, ଯାହାକି ସଦାକାଳ ପାଇଁ ସୁସ୍ଥ କରିଦେଇଥାଏ । ତେବେ ଯୋଗଯୁକ୍ତ ଏବଂ ଯଥାର୍ଥ ସେବାର ଫଳ ହେଲା ଖୁସି, ଅତିନ୍ଦ୍ରିୟ ସୁଖ ଏବଂ ଡବଲ ଳାଇଟ୍ ସ୍ଥିତିର ଅନୁଭୂତି ।

ସ୍ଲୋଗାନ:-
ବିଶେଷ ଆତ୍ମା ତାଙ୍କୁ କୁହାଯିବ, ଯେଉଁମାନେ ନିଜର ଚାଲିଚଳନ ଦ୍ୱାରା ଆତ୍ମିକ ରାଜକୀୟକତାର ଝଲକ ଅର୍ଥାତ୍ ଦୃଶ୍ୟ ଏବଂ ଫଲକ ଅର୍ଥାତ୍ ନିଶାର ଅନୁଭବ କରାଉଥିବେ ।