10.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଚ୍ୟାରିଟୀ ବିଗେନ୍ସ ଆଟ୍ ହୋମ୍ ଅର୍ଥାତ୍ ପୁଣ୍ୟକର୍ମ ପ୍ରଥମେ ନିଜ ଘରୁ ଆରମ୍ଭ ହୁଏ ସେଥିପାଇଁ
ପ୍ରଥମେ ନିଜେ ଆତ୍ମ-ଅଭିମାନୀ ହେବା ପାଇଁ ପରିଶ୍ରମ କର ତା’ ପରେ ଅନ୍ୟମାନଙ୍କୁ କୁହ, ନିଜକୁ
ଆତ୍ମା ମନେ କରି ଆତ୍ମାମାନଙ୍କୁ ଜ୍ଞାନ ଶୁଣାଅ ତେବେ ଜ୍ଞାନ ତରବାରୀରେ ଧାର ଆସିଯିବ ।”
ପ୍ରଶ୍ନ:-
ସଂଗମଯୁଗରେ କେଉଁ
ଦୁଇଟି କଥା ଉପରେ ପରିଶ୍ରମ କରିବା ଦ୍ୱାରା ସତ୍ୟଯୁଗୀ ସିଂହାସନର ମାଲିକ ହୋଇଯିବ?
ଉତ୍ତର:-
୧- ଦୁଃଖ-ସୁଖ, ନିନ୍ଦା-ସ୍ତୁତିରେ ସମାନ ସ୍ଥିତି ରହୁ- ଏହିଭଳି ଅଭ୍ୟାସ କର । କେହି ଯଦି କିଛି
ଓଲଟା-ସିଧା କହିଲେ ବା କ୍ରୋଧ କରିଲେ ତୁମେ ଚୁପ୍ ହୋଇଯାଅ, କେବେ ବି ମୁଖ ଦ୍ୱାରା ତାଳି ବଜାଅ
ନାହିଁ । ୨- ଆଖିକୁ ସିଭିଲ୍ ଅର୍ଥାତ୍ ନିର୍ବିକାରୀ କର, ବିକାରୀ ଦୃଷ୍ଟି ବିଲ୍କୁଲ୍ ସମାପ୍ତ
ହୋଇଯାଉ, ଆମେ ସମସ୍ତେ ଆତ୍ମା ଭାଇ-ଭାଇ ଅଟୁ, ନିଜକୁ ଆତ୍ମା ମନେକରି ଅନ୍ୟମାନଙ୍କୁ ଜ୍ଞାନ ଦିଅ,
ଆତ୍ମ-ଅଭିମାନୀ ହେବାର ପରିଶ୍ରମ କର ତେବେ ସତ୍ୟଯୁଗୀ ସିଂହାସନର ମାଲିକ ହୋଇଯିବ । ସମ୍ପୂର୍ଣ୍ଣ
ପବିତ୍ର ଆତ୍ମାମାନେ ହିଁ ସିଂହାସନ ଅଧିକାରୀ ହେବେ ।
ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କ ସହିତ କଥା ହେଉଛନ୍ତି । ତୁମ ଆତ୍ମାମାନଙ୍କୁ ଏହି ତୃତୀୟ
ନେତ୍ର ମିଳିଛି ଯାହାକୁ ଜ୍ଞାନର ନେତ୍ର ମଧ୍ୟ କୁହାଯାଉଛି । ଏହା ଦ୍ୱାରା ତୁମେ ନିଜର ଭାଇମାନଙ୍କୁ
ଦେଖୁଛ । ତେଣୁ ଏହା ବୁଦ୍ଧି ଦ୍ୱାରା ବୁଝୁଛ ନା ଯେବେ ଆମେ ଭାଇ-ଭାଇକୁ ଦେଖିବା ତେବେ
କର୍ମେନ୍ଦ୍ରିୟମାନେ ଚଞ୍ଚଳ (ହଲଚଲ) ହେବ ନାହିଁ । ଆଉ ଏହିପରି ଅଭ୍ୟାସ କରି-କରି ଯେଉଁ ଆଖି
ବିକାରୀ ହୋଇଯାଇଛି ତାହା ନିର୍ବିକାରୀ ହୋଇଯିବ । ବାବା କହୁଛନ୍ତି ବିଶ୍ୱର ମାଲିକ ହେବା ପାଇଁ
ପରିଶ୍ରମ ତ କରିବାକୁ ପଡିବ ନା । ତେଣୁ ବର୍ତ୍ତମାନ ଏହି ପରିଶ୍ରମ କର । ପରିଶ୍ରମ କରିବା ପାଇଁ
ବାବା ନୂଆ-ନୂଆ ଗୁହ୍ୟ ପଏଣ୍ଟସ୍ ମାନ ଶୁଣାଉଛନ୍ତି ନା । ତେଣୁ ଏବେ ନିଜକୁ ଭାଇ-ଭାଇ ବୋଲି ବୁଝି
ଜ୍ଞାନ ଦେବାର ଅଭ୍ୟାସ କରିବାକୁ ହେବ । ପୁଣି ଯେଉଁ ଗାୟନ ରହିଛି ଯେ “ଉଇ ଆର ଅଲ ବ୍ରଦର୍ସ” (ଆମେ
ସମସ୍ତେ ଭାଇ ଭାଇ) — ଏହା ପ୍ରକୃତରେ ହୋଇଯିବ । ଏବେ ତୁମେ ସତରେ ଭାଇ-ଭାଇ ଅଟ କାହିଁକି ନା
ବାବାଙ୍କୁ ଜାଣିଛ । ବାବା ତୁମମାନଙ୍କ ସହିତ ସେବା କରୁଛନ୍ତି । ସାହାସ ପିଲାଙ୍କର ସାହାଯ୍ୟ
ବାବାଙ୍କର । ତେଣୁ ବାବା ଆସି ସେବା କରିବା ପାଇଁ ଏହି ସାହାସ ଦେଉଛନ୍ତି । ତେଣୁ ଏହା ସହଜ ହେଲା
ନା । ତେଣୁ ପ୍ରତ୍ୟହ ଏହାକୁ ଅଭ୍ୟାସ କରିବାକୁ ହେବ, ଏଥିରେ ଅଳସୁଆ ହେବା ଅନୁଚିତ୍ । ଏହି
ନୂଆ-ନୂଆ ପଏଣ୍ଟସ୍ ପିଲାମାନଙ୍କୁ ମିଳୁଛି, ପିଲାମାନେ ଜାଣିଛନ୍ତି ଯେ ଆମ ଆତ୍ମା ଭାଇମାନଙ୍କୁ
ବାବା ପଢାଉଛନ୍ତି । ଆତ୍ମାମାନେ ପଢୁଛନ୍ତି, ଏହା ଆତ୍ମିକ ଜ୍ଞାନ ଅଟେ, ଏହାକୁ ଆଧ୍ୟାତ୍ମିକ
ଜ୍ଞାନ ମଧ୍ୟ କୁହାଯାଉଛି । କେବଳ ବର୍ତ୍ତମାନ ସମୟରେ ଏହି ଆତ୍ମିକ ଜ୍ଞାନ, ଆତ୍ମିକ ପିତାଙ୍କଠାରୁ
ମିଳୁଛି କାହିଁକି ନା ବାବା ସଂଗମଯୁଗରେ ହିଁ ଆସୁଛନ୍ତି, ଯେତେବେଳେ କି ସୃଷ୍ଟି ବଦଳୁଛି, ସୃଷ୍ଟି
ବଦଳିବା ସମୟରେ ହିଁ ଏହି ଆତ୍ମିକ ଜ୍ଞାନ ମିଳୁଛି । ବାବା ଆସି ଏହି ଆତ୍ମିକ ଜ୍ଞାନ ଦେଉଛନ୍ତି ଯେ
ନିଜକୁ ଆତ୍ମା ବୋଲି ଭାବ । ଆତ୍ମା ଅଶରୀରୀ ଆସିଥିଲା, ଏଠାରେ ପୁଣି ଶରୀର ଧାରଣ କରିଛି । ଆରମ୍ଭରୁ
ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମା ୮୪ ଜନ୍ମ ନେଇଛି । କିନ୍ତୁ କ୍ରମ ଅନୁସାରେ ଯିଏ ଯେପରି ଆସିଥିବେ,
ସେ ସେହିପରି ହିଁ ଜ୍ଞାନ ଯୋଗର ମେହନତ କରିବେ । ପୁଣି ଦେଖିବାକୁ ମିଳୁଛି ଯେ ଯିଏ ଯେପରି କଳ୍ପ
ପୂର୍ବରୁ ପରିଶ୍ରମ କରିଥିଲେ, ପୁରୁଷାର୍ଥ କରିଥିଲେ ସେମାନେ ଏବେ ମଧ୍ୟ ସେହିପରି ପରିଶ୍ରମ
କରୁଛନ୍ତି । ନିଜ ପାଇଁ ପରିଶ୍ରମ କରିବାକୁ ହେବ । ଅନ୍ୟ କାହା ପାଇଁ ତ କରିବାକୁ ହୁଏ ନାହିଁ ।
ତେଣୁ ନିଜକୁ ହିଁ ଆତ୍ମା ବୋଲି ଭାବି ନିଜ ପାଇଁ ପରିଶ୍ରମ କରିବାକୁ ହେବ । ଅନ୍ୟ କିଏ କ’ଣ କରୁଛି,
ସେଥିରେ ଆମର କ’ଣ ଯାଉଛି । ଚ୍ୟାରିଟୀ ବିଗେନ୍ସ ଆଟ୍ ହୋମ୍ ଅର୍ଥାତ୍ ପ୍ରଥମେ-ପ୍ରଥମେ ନିଜକୁ
ପରିଶ୍ରମ କରିବାକୁ ହେବ, ପରେ ଅନ୍ୟ ଭାଇମାନଙ୍କୁ କହିବ । ଯେବେ ତୁମେ ନିଜକୁ ଆତ୍ମା ବୋଲି ଭାବି
ଆତ୍ମାକୁ ଜ୍ଞାନ ଦେବ, ତେବେ ତୁମ ଜ୍ଞାନ ତରବାରୀରେ ଧାର ରହିବ । ମେହନତ ତ ଲାଗିବ ନା । ତେଣୁ
ନିଶ୍ଚୟ କିଛି ନା କିଛି ସହନ କରିବାକୁ ପଡୁଛି । ବର୍ତ୍ତମାନ ସମୟରେ ଦୁଃଖ-ସୁଖ, ମାନ-ଅପମାନ,
ନିନ୍ଦା-ସ୍ତୁତି ଏସବୁ ଅଳ୍ପ ବହୁତ ସହ୍ୟ କରିବାକୁ ପଡୁଛି । ତେଣୁ ଯେତେବେଳେ କେହି ଓଲଟା-ସିଧା
କହୁଛି ଚୁପ୍ ହୋଇଯାଅ । କେହି ଯଦି ଚୁପ୍ ହୋଇଯାଏ, ତେବେ ଅନ୍ୟ ଜଣେ କ୍ରୋଧ କରିପାରିବ ନାହିଁ ।
ଯଦି କେହି କଥା କହୁଛି ଏବଂ ଅନ୍ୟ ଜଣେ ମଧ୍ୟ କଥା କହିଲେ ତେବେ ମୁଖର ତାଳି ବାଜିଥାଏ । ଜଣେ ଯଦି
ମୁଖର ତାଳି ବଜାଇଲା ଏବଂ ଅନ୍ୟ ଜଣେ ଶାନ୍ତ ରହିଲେ ତେବେ ସବୁ ଚୁପ୍ । ବାସ୍ ଏହିକଥା ବାବା
ଶିଖାଉଛନ୍ତି । ଦେଖ କେବେ କେହି କ୍ରୋଧ କଲେ ଚୁପ୍ ହୋଇଯାଅ, ସ୍ୱତଃ ତା’ର କ୍ରୋଧ ଶାନ୍ତ ହୋଇଯିବ
। ତାଳି ବାଜିବ ନାହିଁ । ଯଦି ତାଳି ସହିତ ତାଳି ବାଜିଲା ତେବେ ଗଡବଡ ହୋଇଯିବ ସେଥିପାଇଁ ବାବା
କହୁଛନ୍ତି ହେ ସନ୍ତାନମାନେ କେବେ ହେଲେ ଏହି କଥାରେ ତାଳି ବଜାଅ ନାହିଁ । ନା ବିକାରର, ନା କାମର,
ନା କ୍ରୋଧର ତାଳି ବଜାଅ ।
ପିଲାମାନଙ୍କୁ ପ୍ରତ୍ୟେକଙ୍କର କଲ୍ୟାଣ କରିବାକୁ ହେବ । ଏତେ ସବୁ ଯେଉଁ ସେଣ୍ଟର ଖୋଲା ହୋଇଛି କ’ଣ
ପାଇଁ? କଳ୍ପ ପୂର୍ବରୁ ମଧ୍ୟ ଏହିପରି ସେଣ୍ଟର ସ୍ଥାପିତ ହୋଇଥିବ । ଦେବତାମାନଙ୍କର ମଧ୍ୟ ଦେବତା
ବାବା ଦେଖୁଛନ୍ତି ଯେ ବହୁତ ସନ୍ତାନମାନଙ୍କର ସେଣ୍ଟର ଖୋଲିବାର ସଉକ ରହୁଛି । କହୁଛନ୍ତି ମୁଁ
ସେଣ୍ଟର ଖୋଲିବି, ଖର୍ଚ୍ଚ ମଧ୍ୟ ବହନ କରିବି । ତେଣୁ ଦିନକୁ ଦିନ ଏହିପରି ହୋଇ ଚାଲିବ କାହିଁକି
ନା ଯେତେ ବିନାଶର ଦିନ ନିକଟତର ହେବ ସେତେ ପୁଣି ଏହି ସେବାର ସଉକ ବଢିଚାଲିବ । ଏବେ ବାପଦାଦା ଉଭୟ
ଏକତ୍ର ଅଛନ୍ତି ତେଣୁ ପ୍ରତ୍ୟେକଙ୍କୁ ଦେଖୁଛନ୍ତି ଯେ କ’ଣ ପୁରୁଷାର୍ଥ କରୁଛନ୍ତି? କ’ଣ ପଦ ପାଇବେ?
କାହାର ପୁରୁଷାର୍ଥ ଉତ୍ତମ, କାହାର ମଧ୍ୟମ, କାହାର କନିଷ୍ଠ ଅଟେ? ତାହା ତ ଦେଖୁଛନ୍ତି । ଶିକ୍ଷକ
ମଧ୍ୟ ସ୍କୁଲରେ ଦେଖିଥାନ୍ତି ଯେ ଛାତ୍ର କେଉଁ ବିଷୟରେ ଉପର-ତଳ ଅଟନ୍ତି । ତେଣୁ ଏଠାରେ ମଧ୍ୟ
ସେହିପରି ହେଉଛି । କେତେକ ସନ୍ତାନ ଭଲ ଭାବରେ ଧ୍ୟାନ ଦେଉଛନ୍ତି, ତେଣୁ ନିଜକୁ ଉଚ୍ଚ ବୋଲି
ଭାବୁଛନ୍ତି । କୌଣସି ସମୟରେ ପୁଣି ଭୁଲ୍ କରୁଛନ୍ତି, ବାବାଙ୍କୁ ମନେ ପକାଉ ନାହାଁନ୍ତି, ତେଣୁ
ନିଜକୁ କମ୍ ବୋଲି ଭାବୁଛନ୍ତି । ଏହା ସ୍କୁଲ ଅଟେ ନା । ପିଲାମାନେ କହୁଛନ୍ତି ବାବା ଆମେ କେବେ
କେବେ ବହୁତ ଖୁସିରେ ରହୁଛୁ, କେବେ ପୁଣି ଖୁସି କମ୍ ହୋଇଯାଉଛି । ତେଣୁ ବାବା ଏବେ ବୁଝାଉଛନ୍ତି
ଯେ ଯଦି ଖୁସିରେ ରହିବାକୁ ଚାହୁଁଛ ତେବେ ମନମନାଭବ, ନିଜକୁ ଆତ୍ମା ବୋଲି ଭାବ ଏବଂ ବାବାଙ୍କୁ
ମଧ୍ୟ ମନେ ପକାଅ । ସମ୍ମୁଖରେ ପରମାତ୍ମାଙ୍କୁ ଦେଖ ସେ ଅକାଳ ତଖତ୍ରେ ବସିଛନ୍ତି । ସେହିପରି
ଭାଇମାନଙ୍କ ଆଡକୁ ମଧ୍ୟ ଦେଖ, ନିଜକୁ ଆତ୍ମା ଭାବି ଭାଇମାନଙ୍କ ସହିତ କଥା ହୁଅ । ଭାଇକୁ ମୁଁ
ଜ୍ଞାନ ଦେଉଛି, ଭଉଣୀ ନୁହେଁ, ଭାଇ-ଭାଇ । ଆତ୍ମାମାନଙ୍କୁ ଜ୍ଞାନ ଦେଉଛି, ଯଦି ଏହି ଅଭ୍ୟାସ ତୁମର
ହୋଇଯିବ ତେବେ ତୁମର ଯେଉଁ ବିକାରୀ ଦୃଷ୍ଟି ରହିଛି, ଯାହା ତୁମକୁ ଧୋକା ଦେଉଛି ତାହା ଧିରେ-ଧିରେ
ବନ୍ଦ ହୋଇଯିବ । ଆତ୍ମା-ଆତ୍ମା ମଧ୍ୟରେ କୁଦୃଷ୍ଟି ରହିପାରିବ ନାହିଁ । ଦେହ-ଅଭିମାନ ଆସିଲେ ତଳକୁ
ଖସିଯାଉଛନ୍ତି । ଅନେକ କହୁଛନ୍ତି ବାବା ମୋର ଦୃଷ୍ଟି ବିକାରୀ ହୋଇଯାଇଛି । ଆଚ୍ଛା ବିକାରୀ
ଦୃଷ୍ଟିକୁ ଏବେ ନିର୍ବିକାରୀ ଦୃଷ୍ଟି କର । ବାବା ଆତ୍ମାକୁ ତୃତୀୟ ନେତ୍ର ଦେଇଛନ୍ତି । ତୃତୀୟ
ନେତ୍ର ଦ୍ୱାରା ଦେଖିଲେ ତୁମର ଦେହକୁ ଦେଖିବାର ଅଭ୍ୟାସ ତୁଟିଯିବ । ବାବା ପିଲାମାନଙ୍କୁ
ନିର୍ଦ୍ଦେଶ ତ ଦେଉଛନ୍ତି, ଏହା (ବ୍ରହ୍ମା)ଙ୍କୁ ମଧ୍ୟ ସେହିପରି କହୁଛନ୍ତି । ଏହି ବାବା ମଧ୍ୟ
ଦେହ ମଧ୍ୟରେ ଆତ୍ମାକୁ ଦେଖୁଛନ୍ତି । ତେଣୁ ଏହାକୁ ହିଁ ରୁହାନୀ ଜ୍ଞାନ ବୋଲି କୁହାଯାଉଛି । ଦେଖ,
ପଦ କେତେ ଉଚ୍ଚ ପାଉଛ । ଏହା ବହୁତ ଉଚ୍ଚ ପଦ ଅଟେ । ତେଣୁ ସେହିପରି ପୁରୁଷାର୍ଥ ମଧ୍ୟ କରିବା
ଉଚିତ୍ । ବାବା ମଧ୍ୟ ବୁଝୁଛନ୍ତି ଯେ କଳ୍ପ ପୂର୍ବ ଭଳି ସମସ୍ତଙ୍କର ପୁରୁଷାର୍ଥ ଚାଲିବ । କେହି
ରାଜା-ରାଣୀ ହେବେ, କେହି ପ୍ରଜା ହୋଇଯିବେ । ତେଣୁ ଯେତେବେଳେ ଏଠାରେ ବସି ଯୋଗ କରାଉଛ, ସେତେବେଳେ
ନିଜକୁ ଆତ୍ମା ଭାବି ଅନ୍ୟର ଭ୍ରୁକୁଟୀରେ ମଧ୍ୟ ଆତ୍ମାକୁ ଦେଖ ତେବେ ତାଙ୍କର ଭଲ ସେବା ହେବ ।
ଯେଉଁମାନେ ଦେହୀ-ଅଭିମାନୀ ହୋଇ ବସନ୍ତି ସେମାନେ ଆତ୍ମାକୁ ହିଁ ଦେଖିଥାନ୍ତି । ଏହିପରି ଖୁବ୍
ଅଭ୍ୟାସ କର । ଆରେ ଉଚ୍ଚ ପଦ ପାଇବାକୁ ହେଲେ କିଛି ତ ପରିଶ୍ରମ କରିବାକୁ ହେବ । ତେଣୁ ବର୍ତ୍ତମାନ
ଆତ୍ମାମାନଙ୍କ ପାଇଁ ଏହି ମେହନତ ରହିଛି । ଏହି ରୁହାନୀ ଜ୍ଞାନ ଥରେ ମାତ୍ର ମିଳୁଛି ଆଉ କେବେ ହେଲେ
ମିଳିବ ନାହିଁ । ନା କଳିଯୁଗରେ ନା ସତ୍ୟଯୁଗରେ ମିଳିବ, କେବଳ ସଙ୍ଗମଯୁଗରେ ତାହା ପୁଣି କେବଳ
ବ୍ରାହ୍ମଣମାନଙ୍କୁ । ଏହାକୁ ବୁଦ୍ଧିରେ ପକ୍କା କରି ନିଅ । ବ୍ରାହ୍ମଣ ହେଲେ ହିଁ ଦେବତା ହେବ ।
ବ୍ରାହ୍ମଣ ନ ହେଲେ ପୁଣି ଦେବତା କିପରି ହେବ? ସଂଗମଯୁଗରେ ହିଁ ଆମେ ଏହି ପରିଶ୍ରମ କରୁଛେ । ଅନ୍ୟ
କୌଣସି ସମୟରେ ଏପରି କେହି କହିବେ ନାହିଁ ଯେ ନିଜକୁ ଆତ୍ମା, ଅନ୍ୟକୁ ମଧ୍ୟ ଆତ୍ମା ଭାବି ତାଙ୍କୁ
ଜ୍ଞାନ ଦିଅ । ବାବା ଯାହା ବୁଝାଉଛନ୍ତି ତା’ ଉପରେ ବିଚାର ସାଗର ମନ୍ଥନ କର । ନିର୍ଣ୍ଣୟ କର ଯେ
କ’ଣ ଏହା ଠିକ୍, ଏହା ଆମର ଫାଇଦାର କଥା ତ? ଆମର ଅଭ୍ୟାସ ହୋଇଯିବ ଯେ ବାବାଙ୍କର ଶିକ୍ଷାକୁ ଆମକୁ
ଭାଇମାନଙ୍କୁ ଦେବାକୁ ହେବ, ପୁରୁଷ, ମହିଳା ଉଭୟଙ୍କୁ ଦେବାକୁ ହେବ । ଆତ୍ମାମାନଙ୍କୁ ହିଁ ଦେବାକୁ
ପଡିବ । ଆତ୍ମା ହିଁ ମେଲ୍, ଫିମେଲ୍ ହୋଇଛି । ଭାଇ-ଭଉଣୀ ହୋଇଛି ।
ବାବା କହୁଛନ୍ତି ମୁଁ ତୁମ ପିଲାମାନଙ୍କୁ ଜ୍ଞାନ ଦେଉଛି । ମୁଁ ପିଲାମାନଙ୍କ ଆଡକୁ, ଆତ୍ମାମାନଙ୍କୁ
ହିଁ ଦେଖୁଛି ଏବଂ ଆତ୍ମାମାନେ ମଧ୍ୟ ବୁଝୁଛନ୍ତି ଯେ ଆମର ପିତା ପରମାତ୍ମା ଜ୍ଞାନ ଦେଉଛନ୍ତି, ତେବେ
ଏହାକୁ ହିଁ ଆତ୍ମ-ଅଭିମାନୀ ହେବା କୁହାଯିବ । ଏହାକୁ ହିଁ କୁହାଯାଉଛି ଆତ୍ମାର ପରମାତ୍ମାଙ୍କ
ସହିତ ଆଧ୍ୟାତ୍ମିକ ଜ୍ଞାନର ନେଣ-ଦେଣ । ଏହି ବାବା ଶିକ୍ଷା ଦେଉଛନ୍ତି କି ଯେତେବେଳେ କୌଣସି ବି
ଅତିଥି ଆଦି ଆସୁଛନ୍ତି, ତେବେ ମଧ୍ୟ ନିଜକୁ ଆତ୍ମା ଭାବ, ଆତ୍ମାକୁ ବାବାଙ୍କ ପରିଚୟ ଦେବାକୁ ହେବ
। ଆତ୍ମାରେ ହିଁ ଜ୍ଞାନ ଅଛି, ଶରୀରରେ ନୁହେଁ । ତେଣୁ ତାଙ୍କୁ ମଧ୍ୟ ଆତ୍ମା ଭାବି ଜ୍ଞାନ ଦେବାକୁ
ହେବ । ଏହାଦ୍ୱାରା ତାଙ୍କୁ ମଧ୍ୟ ଭଲ ଲାଗିବ । ଅନୁଭବ ହେବ ଯେପରିକି ଏହି ଶକ୍ତି ତୁମ ମୁଖରେ ଅଛି
। ଏହି ଜ୍ଞାନର ତରବାରୀରେ ଶକ୍ତି ଭରିଯିବ କାହିଁକି ନା ଦେହୀ-ଅଭିମାନୀ ହେଉଛ ନା । ତେଣୁ ଏହାକୁ
ମଧ୍ୟ ଅଭ୍ୟାସ କରି ଦେଖ । ବାବା କହୁଛନ୍ତି ବିଚାର କର - ଏହା ଠିକ୍? ସନ୍ତାନମାନଙ୍କ ନିମନ୍ତେ
ମଧ୍ୟ ଏହା କୌଣସି ନୂଆ କଥା ନୁହେଁ କାହିଁକି ନା ବାବା ସହଜ କରି ବୁଝାଉଛନ୍ତି । ଆମେ ଚକ୍ର ଲଗାଇଲେ,
ଏବେ ନାଟକ ପୂରା ହେଉଛି, ଏବେ ବାବାଙ୍କ ସ୍ମୃତିରେ ରହିବା । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇ,
ସତ୍ତ୍ୱପ୍ରଧାନ ଦୁନିଆର ମାଲିକ ହେଉଛୁ ପୁଣି ଏହିପରି ହିଁ ସିଡି ଓହ୍ଲାଉଛୁ, ଦେଖ ବାବା କେତେ ସହଜ
କରି ବତାଉଛନ୍ତି । ପ୍ରତ୍ୟେକ ୫ ହଜାର ବର୍ଷ ପରେ ମୋତେ ଆସିବାକୁ ପଡୁଛି । ଡ୍ରାମାର ପ୍ଲାନ୍
ଅନୁସାରେ ମୁଁ ବନ୍ଧାୟମାନ ଅଟେ । ଏଠାକୁ ଆସି ପିଲାମାନଙ୍କୁ ବହୁତ ସହଜ ଯୋଗର ଯାତ୍ରା ଶିଖାଉଛି ।
ବାବାଙ୍କ ସ୍ମୃତିରେ ଅନ୍ତିମ ମତି ଅନୁସାରେ ଗତି ପ୍ରାପ୍ତ ହୋଇଯିବ, ଏହା ବର୍ତ୍ତମାନ ସମୟର ଗାୟନ
ଅଟେ । ଏହା ହିଁ ଅନ୍ତିମ କାଳର ସମୟ । ଏହି ସମୟରେ ବାବା ବସି ଯୁକ୍ତି ବତାଉଛନ୍ତି ଯେ ମୋତେ ମନେ
ପକାଇଲେ ସଦ୍ଗତି ହୋଇଯିବ । ପିଲାମାନେ ମଧ୍ୟ ବୁଝୁଛନ୍ତି ଯେ ପାଠପଢା ଦ୍ୱାରା ଏହିପରି ହେବୁ,
ଅମୁକ ହେବୁ । ଏଥିରେ ମଧ୍ୟ ସେହିପରି ହେଉଛି କି ମୁଁ ଯାଇ ନୂଆ ଦୁନିଆରେ ଦେବୀ-ଦେବତା ହେବି ।
କୌଣସି ନୂଆ କଥା ନୁହେଁ । ବାବା ତ ବାରମ୍ବାର କହୁଛନ୍ତି ନଥିଙ୍ଗ୍ ନ୍ୟୁ ଅର୍ଥାତ୍ କିଛି ନୂଆ ନୁହେଁ
। ଏହି ସିଡିରେ ତ ଓହ୍ଲାଇବାକୁ - ଚଢିବାକୁ ହେବ, ଜିନ୍ର (ବେତାଳର)କାହାଣୀ ରହିଛି ନା । ତାକୁ
ସିଡି ଚଢିବା ଏବଂ ଓହ୍ଲାଇବାର କାମ ଦିଆଯାଇଥିଲା । ଏହି ନାଟକ ହିଁ ହେଉଛି ଚଢିବା ଏବଂ ଓହ୍ଲାଇବାର
। ଯୋଗର ଯାତ୍ରା ଦ୍ୱାରା ତୁମେ ବହୁତ ମଜବୁତ୍ ହୋଇଯିବ । ସେଥିପାଇଁ ଭିନ୍ନ-ଭିନ୍ନ ପ୍ରକାରରେ ବାବା
ସନ୍ତାନମାନଙ୍କୁ ବସି ଶିଖାଉଛନ୍ତି ଯେ ପିଲାମାନେ ଏବେ ଦେହୀ-ଅଭିମାନୀ ହୁଅ । ଏବେ ସମସ୍ତଙ୍କୁ
ଘରକୁ ଫେରିବାକୁ ହେବ । ତୁମେ ଆତ୍ମା ପୂରା ୮୪ ଜନ୍ମ ନେଇ ତମୋପ୍ରଧାନ ହୋଇଯାଇଛ । ଭାରତବାସୀ ହିଁ
ସତ୍ତ୍ୱ-ରଜୋ-ତମୋ ହେଉଛନ୍ତି । ଅନ୍ୟ କୌଣସି ଦେଶବାସୀଙ୍କୁ କୁହାଯିବ ନାହିଁ ଯେ ପୂରା ୮୪ ଜନ୍ମ
ନେଉଛନ୍ତି । ବାବା ଆସି କହୁଛନ୍ତି ଯେ ନାଟକରେ ପ୍ରତ୍ୟେକ ଆତ୍ମାଙ୍କର ପାର୍ଟ ନିଜସ୍ୱ ଅଟେ ।
ଆତ୍ମା କେତେ ଛୋଟ । ବୈଜ୍ଞାନିକମାନଙ୍କ ବୁଦ୍ଧିରେ ଆସିବ ନାହିଁ ଯେ ଏତେ ଛୋଟ ଆତ୍ମାରେ ଏହି
ଅବିନାଶୀ ପାର୍ଟ କିପରି ଭରି ହୋଇଛି । ଏହା ହେଲା ସବୁଠାରୁ ଚମତ୍କାର କଥା । ଏତେ ଛୋଟ ଆତ୍ମା କେତେ
ପାର୍ଟ କରୁଛି! ତାହା ମଧ୍ୟ ଅବିନାଶୀ! ଏହି ଡ୍ରାମା ମଧ୍ୟ ଅବିନାଶୀ ଏବଂ ପୂର୍ବ-ପ୍ରସ୍ତୁତ ଅଟେ ।
ଏପରି କେହି କହିବେ ନାହିଁ ଯେ କେବେ ତିଆରି ହେଲା? ନା । ଏହା ପ୍ରକୃତି ଅଟେ । ଏହି ଜ୍ଞାନ ବହୁତ
ୱାଣ୍ଡରଫୁଲ୍, ଆଉ କେବେ କେହି ଏ ଜ୍ଞାନ ବତାଇ ପାରିବେ ନାହିଁ । କାହାର ବି ଶକ୍ତି ନାହିଁ ଯେ ଏହି
ଜ୍ଞାନକୁ ବୁଝାଇ ପାରିବେ ।
ତେଣୁ ବାବା ପିଲାମାନଙ୍କୁ ଦିନ ପ୍ରତିଦିନ ବୁଝାଇ ଚାଲିଛନ୍ତି । ଏବେ ଏହି ଅଭ୍ୟାସ କର ଯେ ମୁଁ
ଆତ୍ମା, ନିଜ ସମାନ କରିବା ପାଇଁ ଆତ୍ମା ଭାଇକୁ ଜ୍ଞାନ ଦେଉଛି । ବାବାଙ୍କଠାରୁ ସମ୍ପତ୍ତି ନେବା
ପାଇଁ ସମସ୍ତ ଆତ୍ମାଙ୍କର ହକ ରହିଛି । ବାବା ଆସୁଛନ୍ତି ସବୁ ଆତ୍ମାଙ୍କୁ ନିଜ-ନିଜର ଶାନ୍ତି ଅଥବା
ସୁଖର ସମ୍ପତ୍ତି ଦେବା ପାଇଁ । ଆମେ ରାଜଧାନୀରେ ଥିବା ସମୟରେ ବାକି ସମସ୍ତେ ଶାନ୍ତିଧାମ ରେ ଥିବେ
। ପଛରେ ଜୟ ଜୟକାର ହେବ, ଏଠାରେ ସୁଖ ହିଁ ସୁଖ ରହିବ । ସେଥିପାଇଁ ବାବା କହୁଛନ୍ତି ପବିତ୍ର
ହେବାକୁ ପଡିବ । ଯେତେ-ଯେତେ ତୁମେ ପବିତ୍ର ହେବ ସେତେ ଆକର୍ଷଣ ବଢିବ । ବିଲ୍କୁଲ୍ ପବିତ୍ର
ହୋଇଗଲେ ତୁମେ ସିଂହାସନର ଅଧିକାରୀ ହୋଇଯିବ । ତେଣୁ ଏହି ଅଭ୍ୟାସ କର । ଏପରି ଭାବ ନାହିଁ ଯେ ବାସ୍
ଏହା ଶୁଣିଲି ଏବଂ କାନରୁ ବାହାର କରିଦେଲି । ନା, ଏହି ଅଭ୍ୟାସ ବିନା ତୁମେ ଚାଲିପାରିବ ନାହିଁ ।
ନିଜକୁ ଆତ୍ମା ବୋଲି ଭାବ, ଆତ୍ମା ଭାଇ-ଭାଇଙ୍କୁ ବସି ବୁଝାଅ । ରୁହାନୀ ବାବା ରୁହାନୀ
ସନ୍ତାନମାନଙ୍କୁ ବସି ବୁଝାଉଛନ୍ତି ଏହାକୁ ରୁହାନୀ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି । ଏହି ଜ୍ଞାନ
ଆଧ୍ୟାତ୍ମିକ ପିତା ହିଁ ଦେଉଛନ୍ତି । ପିଲାମାନେ ଯେତେବେଳେ ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇଯିବେ,
ଏକଦମ୍ ପବିତ୍ର ହୋଇଯିବେ ତେବେ ଯାଇ ସତ୍ୟଯୁଗ ସିଂହାସନର ମାଲିକ ହେବେ । ଯିଏ ପବିତ୍ର ହେବେ ନାହିଁ
ସେମାନେ ମାଳାରେ ମଧ୍ୟ ଆସିବେ ନାହିଁ । ମାଳାର ତ କୌଣସି ଅର୍ଥ ଥିବ ନା । ମାଳାର ରହସ୍ୟକୁ ଅନ୍ୟ
କେହି ମଧ୍ୟ ଜାଣି ନାହାଁନ୍ତି । ମାଳା କାହିଁକି ଗଡାଉଛନ୍ତି? କାହିଁକି ନା ସେମାନେ ବାବାଙ୍କୁ
ବହୁତ ସହଯୋଗ କରିଛନ୍ତି, ତେବେ କାହିଁକି ସ୍ମରଣ ନ କରାଯିବ । ତୁମକୁ ସ୍ମରଣ ମଧ୍ୟ କରାଯାଉଛି ଏବଂ
ପୂଜା ମଧ୍ୟ କରାଯାଉଛି ଏବଂ ତୁମ ଶରୀରକୁ ମଧ୍ୟ ପୂଜା କରାଯାଉଛି । ମୋର ତ କେବଳ ଆତ୍ମାକୁ ହିଁ
ପୂଜା କରାଯାଉଛି । ଦେଖ ତୁମର ଡବଲ ପୂଜା ହେଉଛି, ମୋଠାରୁ ମଧ୍ୟ ଅଧିକ । ତୁମେ ଦେବତା ହେଉଥିବାରୁ
ଦେବତାମାନଙ୍କର ମଧ୍ୟ ପୂଜା କରାଯାଉଛି, ସେଥିପାଇଁ ତୁମେ ଅଧିକ ପୂଜାପାଉଛ ତଥା ବିଶ୍ୱର ମାଲିକ
ମଧ୍ୟ ହେଉଛ । ଦେଖ, ତୁମକୁ କେତେ ଶ୍ରେଷ୍ଠ କରୁଛି । ଯେପରି ଗେହ୍ଲା ସନ୍ତାନମାନଙ୍କୁ ବହୁତ
ସ୍ନେହ ଥିବା କାରଣରୁ ତାଙ୍କୁ କୋଳରେ ବସାଇଥା’ନ୍ତି, ମୁଣ୍ଡ ଉପରେ ମଧ୍ୟ ବସାଇ ଦେଇଥାନ୍ତି ।
ସେହିପରି ବାବା ଏକଦମ୍ ମୁଣ୍ଡ ଉପରେ ବସାଇ ଦେଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଗାୟନ ଏବଂ
ପୂଜନ ଯୋଗ୍ୟ ହେବା ପାଇଁ ସ୍ପିରିଚୁଆଲ୍ ଅର୍ଥାତ୍ ଆତ୍ମ-ଅଭିମାନୀ ହେବାକୁ ପଡିବ, ଆତ୍ମାକୁ
ପବିତ୍ର କରିବାକୁ ହେବ । ଆତ୍ମ-ଅଭିମାନୀ ହେବାର ପରିଶ୍ରମ କରିବାକୁ ପଡିବ ।
(୨) ମନମନାଭବର ଅଭ୍ୟାସ
ଦ୍ୱାରା ଅପାର ଖୁସିରେ ରହିବାକୁ ହେବ । ନିଜକୁ ଆତ୍ମା ଭାବି ଆତ୍ମା ସହିତ କଥା ହେବାକୁ ପଡିବ,
ଆଖିକୁ ସିଭିଲ୍ ଅର୍ଥାତ୍ ନିର୍ବିକାରୀ କରିବାକୁ ପଡିବ ।
ବରଦାନ:-
ମାଷ୍ଟର
ରଚୟିତାର ସ୍ଥିତି ଦ୍ୱାରା ବିପଦ ସମୟରେ ମଧ୍ୟ ମନୋରଞ୍ଜନର ଅନୁଭବ କରୁଥିବା ସମ୍ପୂର୍ଣ୍ଣ ଯୋଗୀ ଭବ
।
ମାଷ୍ଟର ରଚୟିତା
ସ୍ଥିତିରେ ସ୍ଥିତ ହୋଇ ରହିବା ଦ୍ୱାରା ବଡରୁ ବଡ ବିପଦ ବା ପରିସ୍ଥିତି ଏକ ମନୋରଞ୍ଜନର ଦୃଶ୍ୟ
ଅନୁଭବ ହେବ । ଯେପରି ମହାବିନାଶ ଭଳି ବିପତ୍ତିକୁ ମଧ୍ୟ ସ୍ୱର୍ଗର ଗେଟ୍ ଖୋଲିବାର ଆଧାର ବୋଲି
କହୁଛ, ସେହିପରି ଯେ କୌଣସି ପ୍ରକାରର ଛୋଟ ବା ବଡ ସମସ୍ୟା ବା ବିପତ୍ତି ମନୋରଞ୍ଜନର ଦୃଶ୍ୟ ଭଳି
ଦେଖାଯାଉ, ହାୟ-ହାୟ ପରିବର୍ତ୍ତେ ମୁଖରୁ ଅହୋ ଶବ୍ଦ ବାହାରୁ ଅର୍ଥାତ୍ ଦୁଃଖଦ ପରିସ୍ଥିତି ମଧ୍ୟ
ସୁଖଦାୟୀ ଅନୁଭବ ହେଉ । ତେବେ ଦୁଃଖ ଏବଂ ସୁଖର ଜ୍ଞାନ ଥିଲେ ମଧ୍ୟ ତା’ର ପ୍ରଭାବରେ ଆସୁ ନ ଥିବ,
ଦୁଃଖକୁ ମଧ୍ୟ ସୁଖର ଦିନ ଆସିବାର ଆଧାର ମନେ କରୁଥିବ - ତେବେ କୁହାଯିବ ସମ୍ପୂର୍ଣ୍ଣ ଯୋଗୀ ।
ସ୍ଲୋଗାନ:-
ହୃହୟ ସିଂହାସନକୁ
ଛାଡି ସାଧାରଣ ସଂକଳ୍ପ କରିବା ଅର୍ଥ ଧରଣୀ ଉପରେ ପାଦ ରଖିବା ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
କର୍ମ କରିବା ସମୟରେ
ଶରୀରରେ ମଧ୍ୟ ହାଲୁକାପଣିଆ, ମନର ସ୍ଥିତିରେ ମଧ୍ୟ ହାଲୁକା ପଣିଆର ଅନୁଭବ ହେଉ । କର୍ମର ଫଳାଫଳ
ମନକୁ ଆକର୍ଷତ ନ କରୁ । କାର୍ଯ୍ୟ ଯେତେ ଯେତେ ବଢିଚାଲିଥିବ ହାଲୁକାପଣିଆ ମଧ୍ୟ ସେତିକି
ବଢିଚାଲିଥିବ । କର୍ମ ନିଜ ଆଡକୁ ଆକର୍ଷିତ ନ କରୁ ବରଂ ନିର୍ଦ୍ଦେଶକର୍ତ୍ତା ମାଲିକ ହୋଇ କର୍ମ
କରାଉଛନ୍ତି ଏବଂ କରିବାବାଲା କର୍ମେନ୍ଦ୍ରିୟ ଗୁଡିକ ନିମିତ୍ତ ହୋଇ କର୍ମ କରୁଛନ୍ତି - ଯଦି ଏହି
ଅଭ୍ୟାସକୁ ବଢାଇ ଚାଲିବ ତେବେ ସମ୍ପନ୍ନ ତଥା କର୍ମାତୀତ ସହଜରେ ହୋଇଯିବ ।