11.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ସମସ୍ତଙ୍କୁ ଏହି ବାର୍ତ୍ତା ଦିଅ ଯେ ବାବାଙ୍କର ଆଜ୍ଞା ହେଲା - ଯଦି ଏହି ପୁରୁଷୋତ୍ତମ ସଙ୍ଗମଯୁଗରେ
ପବିତ୍ର ହେବ, ତେବେ ସତ୍ୟଯୁଗର ସମ୍ପତ୍ତି ମିଳିଯିବ ।”
ପ୍ରଶ୍ନ:-
କେଉଁ ଶସ୍ତା
ସଉଦା କରିବା ପାଇଁ ସମସ୍ତଙ୍କୁ କୁହ?
ଉତ୍ତର:-
ଏହି ଅନ୍ତିମ ଜନ୍ମରେ ବାବାଙ୍କର ନିର୍ଦ୍ଦେଶରେ ଚାଲି ପବିତ୍ର ହୁଅ ତେବେ ୨୧ ଜନ୍ମ ପାଇଁ ବିଶ୍ୱର
ରାଜତ୍ୱ ମିଳିଯିବ, ଏହା ବହୁତ ଶସ୍ତା ସଉଦା ଅଟେ । ଏହି ସଉଦା କରିବା ତୁମେ ସମସ୍ତଙ୍କୁ ଶିଖାଅ ।
କୁହ, ଏବେ ଶିବବାବାଙ୍କୁ ମନେ ପକାଇ ପବିତ୍ର ହୁଅ, ତେବେ ପବିତ୍ର ଦୁନିଆର ମାଲିକ ହୋଇଯିବ ।
ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନେ ଜାଣିଛନ୍ତି ଏବଂ ଆତ୍ମିକ ପିତା ବୁଝାଉଛନ୍ତି ଯେ ପ୍ରଦର୍ଶନୀ ବା
ମେଳାମାନଙ୍କରେ ଶୋ ମାଧ୍ୟମରେ ଦେଖାଇଥା’ନ୍ତି କିମ୍ବା ଚିତ୍ର ମାଧ୍ୟମରେ ମନୁଷ୍ୟମାନଙ୍କୁ
ବୁଝାଇଥା’ନ୍ତି ଯେ, ଏବେ ବାବାଙ୍କଠାରୁ ଆମକୁ ଅବିନାଶୀ ସମ୍ପତ୍ତି ନେବାକୁ ହେବ । କେଉଁ ସମ୍ପତ୍ତି?
ମନୁଷ୍ୟରୁ ଦେବତା ହେବାର ସମ୍ପତ୍ତି ଅଥବା ଅବିନାଶୀ ପିତାଙ୍କଠାରୁ ଅଧାକଳ୍ପ ପାଇଁ ସ୍ୱର୍ଗର
ରାଜ୍ୟ କିପରି ନେବାକୁ ହେବ, ତାହା ବୁଝାଇବାକୁ ହେବ । ବାବା ତ ହେଲେ ହିଁ ସୌଦାଗର, ତାଙ୍କଠାରୁ
ଏହି ସଉଦା କରିବାକୁ ହେବ । ଏକଥା ତ’ ମନୁଷ୍ୟମାନେ ଜାଣିଛନ୍ତି ଯେ ଦେବୀ ଦେବତାମାନେ ପବିତ୍ର
ଅଟନ୍ତି । ଭାରତରେ ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଦେବୀ-ଦେବତାମାନେ ପବିତ୍ର ଥିଲେ । ତେବେ
ସେମାନଙ୍କୁ ନିଶ୍ଚିତ ଭାବରେ ସ୍ୱର୍ଗକୁ ଯିବା ପାଇଁ କୌଣସି ନା କୌଣସି ବହୁତ ବଡ ପ୍ରାପ୍ତି
ହୋଇଥିବ । ତେବେ ସ୍ୱର୍ଗର ସ୍ଥାପନା କରୁଥିବା ବାବାଙ୍କ ବ୍ୟତୀତ ଆଉ କେହି ବି ଏହି ପ୍ରାପ୍ତି
କରାଇ ପାରିବେ ନାହିଁ । ପତିତ ପାବନ ବାବା ହିଁ ପତିତମାନଙ୍କୁ ପାବନ କରି ପାବନ ଦୁନିଆର ରାଜ୍ୟ
ଭାଗ୍ୟ ଦେବେ । କେତେ ଶସ୍ତା ସଉଦା ଦେଉଛନ୍ତି । କେବଳ ଗୋଟିଏ କଥା କହୁଛନ୍ତି, ଏହା ତୁମର ଅନ୍ତିମ
ଜନ୍ମ ତେଣୁ ଯେ ପର୍ଯ୍ୟନ୍ତ ମୁଁ ଏଠାରେ ଅଛି ପବିତ୍ର ହୋଇ ରୁହ । ମୁଁ ତୁମମାନଙ୍କୁ ପବିତ୍ର କରିବା
ପାଇଁ ହିଁ ଆସିଛି । ତୁମେମାନେ ଯଦି ଏହି ଅନ୍ତିମ ଜନ୍ମରେ ପାବନ ହେବାର ପୁରୁଷାର୍ଥ କରିବ ତେବେ
ପାବନ ଦୁନିଆର ବର୍ସା ନେଇପାରିବ । ସଉଦା ବହୁତ ଶସ୍ତା ଅଟେ । ତେଣୁ ବାବାଙ୍କୁ ବିଚାର ଆସିଲା ଯେ
ପିଲାମାନଙ୍କୁ ଏପରି ବୁଝାଇବା ଦରକାର ଯେ ଏହା ହେଉଛି ବାବାଙ୍କର ଆଜ୍ଞା - ପବିତ୍ର ହୁଅ ।
ବର୍ତ୍ତମାନ ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ, ଯେଉଁ ସମୟରେ ସମସ୍ତଙ୍କୁ ପବିତ୍ର ହେବାକୁ ପଡିବ ।
ଦେବତାମାନେ ହିଁ ହେଉଛନ୍ତି ଉତ୍ତମରୁ ଉତ୍ତମ ପୁରୁଷ । ଏଠାରେ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିଲା
ନା । ଡିଟି ୱାର୍ଲଡ ସାବରେଣ୍ଟି ଅର୍ଥାତ୍ ଦୈବୀ ସ୍ୱରାଜ୍ୟ ତୁମମାନଙ୍କୁ ଏବେ ବାବାଙ୍କଠାରୁ ବର୍ସା
ରୂପେ ମିଳିପାରିବ । ତେଣୁ ବାବାଙ୍କର ଶ୍ରୀମତ ଅନୁସାରେ ତୁମମାନଙ୍କୁ ଏହି ଅନ୍ତିମ ଜନ୍ମରେ
ପବିତ୍ର ରହିବାକୁ ପଡିବ । ସେଥିପାଇଁ ବାବା ଉପାୟ ବତାଉଛନ୍ତି, ନିଜକୁ ଯୋଗବଳ ଦ୍ୱାରା
ତମୋପ୍ରଧାନରୁ ସତୋପ୍ରଧାନ କିପରି କରିବ । ପିଲାମାନଙ୍କୁ ନିଜର କଲ୍ୟାଣ କରିବା ପାଇଁ ଖର୍ଚ୍ଚ ତ’
ନିଶ୍ଚିତ କରିବାକୁ ପଡିବ । ବିନା ଖର୍ଚ୍ଚରେ ରାଜଧାନୀ ସ୍ଥାପନ ହୋଇପାରିବ ନାହିଁ । ଏବେ
ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀର ସ୍ଥାପନା ହେଉଛି । ସେଥିପାଇଁ ପିଲାମାନଙ୍କୁ ପବିତ୍ର ନିଶ୍ଚିତ
ହେବାକୁ ପଡିବ । ମନ-ବଚନ-କର୍ମରେ କିଛି ବି ଓଲଟା ପାଲଟା କର୍ମ କରିବା ଉଚିତ୍ ନୁହେଁ ।
ଦେବତାମାନଙ୍କର କେବେହେଲେ କୌଣସି ଖରାପ ବିଚାର ଆସେ ନାହିଁ । ମୁହଁରୁ ମଧ୍ୟ ଏପରି କିଛି ବାଣୀ
ବାହାରେ ନାହିଁ । ସେମାନେ ହେଲେ ହିଁ ସର୍ବଗୁଣସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା
ପୁରୁଷୋତ୍ତମ...। ଯେଉଁମାନେ ଏହିଭଳି ହୋଇଥିଲେ ସେହିମାନଙ୍କର ମହିମା ଗାନ କରାଯାଇଥାଏ । ଏବେ
ତୁମମାନଙ୍କୁ ମଧ୍ୟ ସେହିଭଳି ଦେବୀ-ଦେବତା କରିବା ପାଇଁ ମୁଁ ଏଠାକୁ ଆସିଛି । ତେଣୁ
ମନ-ବଚନ-କର୍ମରେ କୌଣସି ବି ଖରାପ କାମ କରିବାର ନାହିଁ । ଦେବତାମାନେ ସମ୍ପୂର୍ଣ୍ଣ ନିର୍ବିକାରୀ
ଥିଲେ, ସେହି ଗୁଣକୁ ତୁମେମାନେ ବର୍ତ୍ତମାନ ଧାରଣ କରିପାରିବ କାରଣ ଏହି ମୃତ୍ୟୁଲୋକରେ ତୁମର ଏହା
ଅନ୍ତିମ ଜନ୍ମ ଅଟେ । ପତିତ ଦୁନିଆକୁ ମୃତ୍ୟୁଲୋକ, ପାବନ ଦୁନିଆକୁ ଅମରଲୋକ କୁହାଯାଏ । ଏବେ
ମୃତ୍ୟୁଲୋକର ବିନାଶ ସମ୍ମୁଖରେ ଉପସ୍ଥିତ । ତେଣୁ ନିଶ୍ଚିତ ଭାବରେ ଅମରପୁରୀର ସ୍ଥାପନା ହେଉଥିବ ।
ଏହା ସେହି ମହାଭାରୀ ମହାଭାରତ ଲଢ଼େଇ ଅଟେ, ଯାହାର ବର୍ଣ୍ଣନା ଶାସ୍ତ୍ରରେ କରାଯାଇଛି, ଯେଉଁ ଲଢେଇ
ଦ୍ୱାରା ପୁରୁଣା ପତିତ ଦୁନିଆ ସମାପ୍ତ ହୋଇଯାଉଛି । ପରନ୍ତୁ ଏହି ଜ୍ଞାନ ଦୁନିଆରେ ଆଉ କାହା ପାଖରେ
ନାହିଁ । ବାବା କହୁଛନ୍ତି ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇଯାଇଛନ୍ତି । ସମସ୍ତଙ୍କ ଭିତରେ ୫
ବିକାରର ନିଶା ରହୁଛି । ଏବେ ବାବା କହୁଛନ୍ତି ପବିତ୍ର ହୁଅ । ତୁମେମାନେ ମାଷ୍ଟର ଗଡ୍ ତ’ ହେବ ନା
। ଲକ୍ଷ୍ମୀ ନାରାୟଣଙ୍କୁ ଗଡ୍-ଗଡେଜ୍ ଅର୍ଥାତ୍ ଭଗବାନ-ଭଗବତୀ କୁହନ୍ତି । କାରଣ ସେମାନେ
ଭଗବାନଙ୍କ ଦ୍ୱାରା ଏହି ବର୍ସା ପ୍ରାପ୍ତ କରିଥା’ନ୍ତି । ଏବେ ତ’ ଭାରତ ପତିତ ହୋଇଯାଇଛି ।
ମନ-ବଚନ-କର୍ମରେ କର୍ତ୍ତବ୍ୟ ହିଁ ଏହିଭଳି କରୁଛନ୍ତି । ଯେ କୌଣସି କଥା ପ୍ରଥମେ ବୁଦ୍ଧିରେ ଆସେ
ତା’ପରେ ମୁହଁରୁ ବାହାରେ, ତାହା କର୍ମରେ ପରିଣତ ହେଲେ ସେଥିରେ ବିକର୍ମ ହୋଇଯାଇଥାଏ । ବାବା
କହୁଛନ୍ତି ସେଠାରେ କୌଣସି ବିକର୍ମ ହୁଏ ନାହିଁ । ବିକର୍ମ ଏହିଠାରେ ହିଁ ହୁଏ କାରଣ ଏହା
ରାବଣରାଜ୍ୟ ଅଟେ । ଏବେ ବାବା କହୁଛନ୍ତି ବାକି ଯେତିକି ଆୟୁଷ ଅଛି ସେହି ସମୟରେ ନିଜକୁ ପବିତ୍ର
କର । ପ୍ରତିଜ୍ଞା କରିବାକୁ ହେବ ଏବଂ ପବିତ୍ର ହୋଇ ମୋ’ ସହିତ ବୁଦ୍ଧିଯୋଗ ମଧ୍ୟ ଲଗାଇବାକୁ ହେବ,
ଯାହାଦ୍ୱାରା ତୁମମାନଙ୍କର ଜନ୍ମ ଜନ୍ମାନ୍ତରର ପାପ କଟିଯିବ, ତେବେ ଯାଇ ତୁମେ ୨୧ ଜନ୍ମ ପାଇଁ
ସ୍ୱର୍ଗର ମାଲିକ ହେବ । ବାବା ନିଜ ତରଫରୁ ଦେବାକୁ ଇଚ୍ଛା କରୁଛନ୍ତି, ଏକଥା ମଧ୍ୟ କହିଆସୁଛନ୍ତି
ଯେ ମୁଁ ବ୍ରହ୍ମାଙ୍କ ଦ୍ୱାରା ଏହି ସମ୍ପତ୍ତି ଦେଉଛି । ସିଏ ହେଲେ ଶିବବାବା, ଇଏ ହେଲେ ଦାଦା
ସେଥିପାଇଁ ସବୁବେଳେ ବାପଦାଦା ବୋଲି ହିଁ କହିଥା’ନ୍ତି । ଶିବବାବା, ବ୍ରହ୍ମା ଦାଦା । ବାବା କେତେ
ବଡ ସଉଦା କରୁଛନ୍ତି । ଏହି ମୃତ୍ୟୁଲୋକର ବିନାଶ ସମ୍ମୁଖରେ ଉପସ୍ଥିତ, ଯେତେବେଳେ କି ଅମରଲୋକର
ସ୍ଥାପନା ମଧ୍ୟ ହେଉଛି । ପ୍ରଦର୍ଶନୀ ମେଳା ଆଦି ଏଇଥିପାଇଁ କରିଥା’ନ୍ତି କି ଯାହାଦ୍ୱାରା
ଭାରତବାସୀମାନଙ୍କର କଲ୍ୟାଣ ହେବ । ବାବା ଆସି ଭାରତରେ ରାମରାଜ୍ୟର ସ୍ଥାପନା କରୁଛନ୍ତି ।
ରାମରାଜ୍ୟରେ ନିଶ୍ଚିତ ଭାବରେ ସମସ୍ତେ ପବିତ୍ର ହିଁ ରହୁଥିବେ । ବାବା କହୁଛନ୍ତି ପିଲାମାନେ କାମ
ମହାଶତ୍ରୁ ଅଟେ । ଏହି ୫ ବିକାରକୁ ହିଁ ମାୟା କୁହାଯାଉଛି । ଏହା ଉପରେ ବିଜୟ ପ୍ରାପ୍ତ କରିଲେ
ତୁମେମାନେ ଜଗତଜିତ୍ ହୋଇଯିବ । କେବଳ ଦେବୀ-ଦେବତାମାନେ ହିଁ ଜଗତଜିତ ଅଟନ୍ତି, ଅନ୍ୟ କେହି ବି
ଜଗତଜିତ୍ ହୋଇପାରିବେ ନାହିଁ । ବାବା ବୁଝାଇଥିଲେ - ଖ୍ରୀଷ୍ଟିଆନ୍ ଲୋକମାନେ ଯଦି ପରସ୍ପର ମଧ୍ୟରେ
ମିଶିଯିବେ ତେବେ ସାରା ସୃଷ୍ଟିରେ ରାଜତ୍ୱ କରିପାରିବେ । ପରନ୍ତୁ ଏପରି ନିୟମ ନାହିଁ । ଏହି ବୋମା
ଆଦି ଯେତେ ସବୁ ତିଆରି ହୋଇଛି ସେ ସବୁ ପୁରୁଣା ଦୁନିଆକୁ ସମାପ୍ତ କରିବା ପାଇଁ । ପ୍ରତି କଳ୍ପ
ଏହିପରି ନୂଆ ଦୁନିଆରୁ ପୁରୁଣା, ପୁରୁଣାରୁ ନୂଆ ହେଉଛି । ନୂଆ ଦୁନିଆରେ ଈଶ୍ୱରୀୟ ରାଜ୍ୟ ହେବ,
ଯାହାକୁ ରାମରାଜ୍ୟ କୁହାଯାଉଛି । କିନ୍ତୁ ଈଶ୍ୱରଙ୍କୁ ନ ଜାଣିବା କାରଣରୁ କେବଳ ନାମକୁ ମାତ୍ର
ରାମ ରାମ ଜପ କରୁଛନ୍ତି । ତେବେ ତୁମ ସନ୍ତାନମାନଙ୍କ ଭିତରେ ଏହି ସବୁ କଥା ଧାରଣ ହେବା ଦରକାର ।
ପ୍ରକୃତରେ ଆମେ ୮୪ ଜନ୍ମ ନେଇ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଛୁ । ଏବେ ପୁଣି ସତ୍ତ୍ୱପ୍ରଧାନ
ନିଶ୍ଚିତ ହେବାକୁ ପଡିବ । ଯଦି ଶିବବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବ ତେବେ ୨୧ ଜନ୍ମ ପାଇଁ
ପବିତ୍ର ଦୁନିଆରେ ଉଚ୍ଚପଦ ପାଇବ । ଏବେ ପୁରୁଷାର୍ଥ କରିବ ବା ନ କରିବ ତୁମ ଉପରେ ନିର୍ଭର କରୁଛି
। ଯଦି ଚାହିଁବ ଯୋଗଯୁକ୍ତ ହୋଇ ରହି ଅନ୍ୟମାନଙ୍କୁ ରାସ୍ତା ବତାଇବ, ଯଦି ନ ଚାହିଁବ ତେବେ ନ ବତାଇ
ପାର । ପ୍ରଦର୍ଶନୀ ମାଧ୍ୟମରେ ପିଲାମାନେ ଅନେକଙ୍କୁ ରାସ୍ତା ଦେଖାଉଛନ୍ତି । ନିଜର ମଧ୍ୟ କଲ୍ୟାଣ
କରିବାକୁ ହେବ । ଏହା ବହୁତ ଶସ୍ତା ସଉଦା ଅଟେ । କେବଳ ଏହି ଅନ୍ତିମ ଜନ୍ମ ପବିତ୍ର ରହିଲେ,
ଶିବବାବାଙ୍କର ସ୍ମୃତିରେ ରହିଲେ ତୁମେମାନେ ତମୋପ୍ରଧାନରୁ ସତୋପ୍ରଧାନ ହୋଇଯିବ । କେତେ ଶସ୍ତା
ସଉଦା । ଯେଉଁଥିରେ ଜୀବନ ବଦଳିଯାଉଛି । ମନ ଭିତରେ ଏହିଭଳି ସବୁ ବିଚାର କରିବା ଉଚିତ୍ । ବାବାଙ୍କ
ପାଖକୁ ସବୁ ସମାଚାର ଆସୁଛି । ରାଖୀ ବାନ୍ଧିବାକୁ ଗଲେ କେହି କେହି କହୁଛନ୍ତି ବର୍ତ୍ତମାନ
ଯେତେବେଳେ କି ତମୋପ୍ରଧାନ ଦୁନିଆ ଅଟେ, ଏଠାରେ ତ ପବିତ୍ର ରହିବା ଅସମ୍ଭବ । ସେହି ବିଚରାମାନଙ୍କୁ
ଜଣାନାହିଁ ଯେ ଏବେ ସଙ୍ଗମଯୁଗ ଅଟେ । ଯେଉଁ ସମୟରେ ବାବା ଆସି ସମସ୍ତଙ୍କୁ ପବିତ୍ର କରୁଛନ୍ତି ।
ଏମାନଙ୍କୁ ଶକ୍ତି ଦେଲାବାଲା ସ୍ୱୟଂ ପରମପିତା ପରମାତ୍ମା ଅଟନ୍ତି । ସେମାନଙ୍କୁ ଏ କଥା ଜଣାନାହିଁ
ଯେ ବର୍ତ୍ତମାନ ସମୟରେ ପବିତ୍ର ହେବା ଦ୍ୱାରା ହିଁ ଭବିଷ୍ୟତ ପବିତ୍ର ଦୁନିଆର ମାଲିକ ହେବେ । ବାବା
କହୁଛନ୍ତି ଏହି ମାୟାରୂପୀ ୫ ବିକାର ଉପରେ ବିଜୟ ପ୍ରାପ୍ତ କରିଲେ ତୁମେମାନେ ଜଗତଜିତ୍ ହୋଇଯିବ ।
ତେବେ ଆମେ କାହିଁକି ପବିତ୍ର ନ ହେବୁ । ଏହା ଫାଷ୍ଟ୍କ୍ଲାସ୍ ସଉଦା ଅଟେ । ବାବା କହୁଛନ୍ତି କାମ
ମହାଶତ୍ରୁ ଅଟେ । ଏହା ଉପରେ ବିଜୟ ପ୍ରାପ୍ତ କରିଲେ ହିଁ ତୁମେମାନେ ପବିତ୍ର ହେବ । କୁହାଯାଏ
ମାୟାଜିତେ ଜଗତଜିତ୍ । ଏହା ହେଉଛି ଯୋଗବଳ ଦ୍ୱାରା ମାୟାକୁ ଜିତିବାର କଥା । ପରମପିତା ପରମାତ୍ମା
ହିଁ ଆସି ଆତ୍ମାମାନଙ୍କୁ ବୁଝାଉଛନ୍ତି କି ମୋତେ ମନେ ପକାଅ ତେବେ ଖାଦ ବାହାରିଯିବ ଏବଂ ତୁମେମାନେ
ସତ୍ତ୍ୱପ୍ରଧାନ ଦୁନିଆର ମାଲିକ ହୋଇଯିବ । ବାବା ଏହି ସଙ୍ଗମଯୁଗରେ ଆସି ବର୍ସା ଦେଉଛନ୍ତି ।
ସର୍ବୋତ୍ତମ ପୁରୁଷ ଏହି ଲକ୍ଷ୍ମୀ ନାରାୟଣ ଥିଲେ, ତାଙ୍କୁ ହିଁ ମର୍ଯ୍ୟାଦା ପୁରୁଷୋତ୍ତମ ଦେବୀ
ଦେବତା ଧର୍ମର କୁହାଯାଏ । ଯେଉଁ କଥାକୁ ବହୁତ ଭଲ ଭାବରେ ବୁଝାଯାଉଛି ପରନ୍ତୁ କେବେ କେବେ ଏହି
ପଏଣ୍ଟଗୁଡିକୁ ଭୁଲିଯାଉଛନ୍ତି । ପରେ ପୁଣି ମନେପଡୁଛି ଯେ, ଭାଷଣରେ ଏହି ଏହି ପଏଣ୍ଟ୍ ସବୁ
ବୁଝାଇନାହିଁ । ବୁଝାଇବାର ପଏଣ୍ଟ ତ’ ବହୁତ ଅଛି । ଏହିପରି ହୋଇଥାଏ । ଓକିଲମାନେ ମଧ୍ୟ କିଛି କିଛି
ପଏଣ୍ଟ ଭୁଲିଯାଆନ୍ତି । ତା’ପରେ ଯେତେବେଳେ ସେହି ପଏଣ୍ଟ ମନେପଡିଯାଏ ପୁଣି ଲଢ଼ିଥାନ୍ତି ।
ଡାକ୍ତରମାନଙ୍କର ମଧ୍ୟ ଏହିପରି ହୋଇଥାଏ । ମନେ ପଡିଯାଏ ଯେ - ଏହି ରୋଗ ପାଇଁ ତ’ ଏହି ଔଷଧ ଠିକ୍
। ଏଠାରେ ମଧ୍ୟ ବହୁତ ପଏଣ୍ଟ୍ ରହିଛି ନା । ବାବା କହୁଛନ୍ତି ଆଜି ତୁମମାନଙ୍କୁ ବହୁତ ଗୁହ୍ୟ
ପଏଣ୍ଟ ବୁଝାଉଛି । ପରନ୍ତୁ ଯେଉଁମାନେ ବୁଝୁଛନ୍ତି ସେମାନେ ସମସ୍ତେ ପତିତ ଅଟନ୍ତି । ସେଥିପାଇଁ
ଡାକୁଛନ୍ତି - ହେ ପତିତ-ପାବନ... କିନ୍ତୁ ତୁମେ ଯଦି କାହାକୁ ପତିତ ବୋଲି କହିବ ତେବେ ବିଗିଡିଯିବେ
। ଈଶ୍ୱରଙ୍କ ସମ୍ମୁଖରେ ସତ କହିଥାନ୍ତି - ହେ ପତିତ ପାବନ ଆସ, ଆସି ଆମକୁ ପାବନ କର । କିନ୍ତୁ
ଈଶ୍ୱରଙ୍କୁ ଭୁଲିଯାଇଛନ୍ତି, ତେଣୁ ମିଛ କହିଦେଉଛନ୍ତି, ସେଥିପାଇଁ ବହୁତ ଯୁକ୍ତିର ସହିତ
ବୁଝାଇବାକୁ ହେବ, ଯେପରି ସାପ ବି ମରିବ କିନ୍ତୁ ବାଡି ଭାଙ୍ଗିବ ନାହିଁ । ବାବା କହୁଛନ୍ତି
ମୂଷାଠାରୁ ମଧ୍ୟ ଗୁଣ ଗ୍ରହଣ କର । ମୂଷା ଏପରି ଉପାୟରେ କାମୁଡି ଦିଏ ଯେ, ରକ୍ତ ବାହାରେ ପରନ୍ତୁ
ଜଣାପଡେ ନାହିଁ । ତେଣୁ ପିଲାମାନଙ୍କର ବୁଦ୍ଧିରେ ସବୁ ପଏଣ୍ଟ୍ ରହିବା ଦରକାର । ଯେଉଁମାନେ
ଯୋଗଯୁକ୍ତ ହୋଇ ରୁହନ୍ତି ସେମାନଙ୍କୁ ଠିକ୍ ସମୟରେ ସହଯୋଗ ମିଳିଥାଏ । ଏମିତି ବି ହୋଇପାରେ
ଯେଉଁମାନେ ଶୁଣୁଛନ୍ତି ସେମାନେ ଶୁଣାଇବାବାଲାଙ୍କଠାରୁ ବାବାଙ୍କର ଆହୁରି ଅଧିକ ପ୍ରିୟ ହୋଇଥିବେ ।
ତେବେ ବାବା ନିଜେ ବସି ତାଙ୍କୁ ବୁଝାଇ ଦେବେ । ତେବେ ଅନ୍ୟମାନଙ୍କୁ ଏଭଳି ବୁଝାଇବା ଦରକାର ଯେପରି
ସେମାନେ ବୁଝିଯିବେ ଯେ, ପବିତ୍ର ରହିବା ତ’ ବହୁତ ଭଲ କଥା । ଏହି ଗୋଟିଏ ମାତ୍ର ଜନ୍ମ ପବିତ୍ର
ରହିଲେ ଆମେ ୨୧ ଜନ୍ମ ପାଇଁ ପବିତ୍ର ଦୁନିଆର ମାଲିକ ହେବୁ । ଭଗବାନୁବାଚ - ଯଦି ଏହି ଅନ୍ତିମ
ଜନ୍ମରେ ପବିତ୍ର ରହିବ, ତେବେ ମୁଁ ପ୍ରତିଶ୍ରୁତି ଦେଉଛି - ଡ୍ରାମାରେ ଯୋଜନା ଅନୁସାରେ ତୁମେ ୨୧
ଜନ୍ମ ପାଇଁ ସମ୍ପତ୍ତି ପାଇପାରିବ । ଆମେ ତ ପ୍ରତିକଳ୍ପ ଏହି ବର୍ସା ପାଇ ଆସିଛୁ । ଯାହାକୁ ସେବା
କରିବାର ସଉକ ଥିବ ସିଏ ଭାବିବ ଯେ ମୁଁ ମଧ୍ୟ ଯାଇ ବୁଝାଇବି । ସେବା କରିବା ପାଇଁ ଏହିଭଳି
ଦୌଡିବାକୁ ପଡିବ । ବାବା ତ’ ହେଉଛନ୍ତି ଜ୍ଞାନର ସାଗର, ସେ କେତେ ଜ୍ଞାନର ବର୍ଷା କରି ଚାଲିଛନ୍ତି
। ଯାହାଙ୍କର ଆତ୍ମା ପବିତ୍ର ତାଙ୍କୁ ବହୁତ ଭଲ ଧାରଣା ମଧ୍ୟ ହୋଇଥାଏ । ସେମାନେ ନିଜର ନାମକୁ
ବିଖ୍ୟାତ କରି ଦେଖାଇଥା’ନ୍ତି । ପ୍ରଦର୍ଶନୀ ମେଳାରୁ ଜଣାପଡିଯାଏ, କିଏ କିପରି ସେବା କରୁଛନ୍ତି ।
ଟିଚରମାନଙ୍କୁ ଯାଞ୍ଚ କରିବା ଦରକାର - କିଏ କିପରି ବୁଝାଉଛନ୍ତି । ବିଶେଷ କରି ଲକ୍ଷ୍ମୀ-ନାରାୟଣ
ବା ସିଢ଼ି ଚିତ୍ର ଉପରେ ବୁଝାଇବା ବହୁତ ଭଲ । ଯୋଗବଳ ଦ୍ୱାରା ହିଁ ପୁଣି ଏହିପରି ଲକ୍ଷ୍ମୀ-ନାରାୟଣ
ପଦ ପ୍ରାପ୍ତ କରିଥା’ନ୍ତି । ଲକ୍ଷ୍ମୀ-ନାରାୟଣ ହିଁ ଆଦିଦେବ, ଆଦିଦେବୀ ଅଟନ୍ତି । ଚତୁର୍ଭୁଜ
ଚିତ୍ରରେ ଲକ୍ଷ୍ମୀ-ନାରାୟଣ ଉଭୟ ଆସିଯାଉଛନ୍ତି । ଦୁଇ ଭୁଜା ଲକ୍ଷ୍ମୀଙ୍କର, ଦୁଇ ଭୂଜା
ନାରାୟଣଙ୍କର । ଏକଥା ମଧ୍ୟ ଭାରତବାସୀମାନେ ଜାଣିନାହାଁନ୍ତି । ମହାଲକ୍ଷ୍ମୀଙ୍କର ୪ ଭୁଜା
ଦେଖାଇଥା’ନ୍ତି, ଏହାର ଅର୍ଥ ହିଁ ଏହା ଯେ ସେ ଯୁଗଳ ଅଟନ୍ତି । ବିଷ୍ଣୁ ହିଁ ଚତୁର୍ଭୁଜ ଅଟନ୍ତି ।
ପ୍ରଦର୍ଶନୀରେ ତ ପ୍ରତିଦିନ ବୁଝାଯାଉଛି । ରଥକୁ ମଧ୍ୟ ଦେଖାଇଛନ୍ତି । କହିଥାନ୍ତି ଯେ ଅର୍ଜୁନ
ରଥରେ ବସିଥିଲେ ଏବଂ ଶ୍ରୀକୃଷ୍ଣ ରଥ ଚଳାଉଥିଲେ । ଏ ସବୁ ହେଲା କାହାଣୀ । ଏବେ ବାବା ଜ୍ଞାନର କଥା
କହୁଛନ୍ତି । ଏଭଳି ମଧ୍ୟ ଦେଖାଇଥା’ନ୍ତି ଯେ, ଜ୍ଞାନ ଅମୃତର କଳଷ ଲକ୍ଷ୍ମୀଙ୍କ ମସ୍ତକରେ ରଖାଯାଇଛି
। ବାସ୍ତବରେ କଳଷି ଜଗତଅମ୍ବାଙ୍କ ଉପରେ ରଖାଯାଇଛି, ଯିଏକି ପୁଣି ଲକ୍ଷ୍ମୀ ହୋଇଥା’ନ୍ତି । ଏହି
କଥାକୁ ମଧ୍ୟ ବୁଝାଇବାକୁ ପଡିବ । ସତ୍ୟଯୁଗରେ ଏକ ଧର୍ମ, ଏକ ମତର ମନୁଷ୍ୟ ଥିଲେ । ଦେବତାମାନଙ୍କର
ହିଁ ଏକମତ ଅଟେ । ଦେବତାମାନଙ୍କୁ ହିଁ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ କୁହାଯାଏ, ଅନ୍ୟ କାହାକୁ ନୁହେଁ
। ତେବେ ବ୍ରହ୍ମାବାବା ଚିନ୍ତା କରୁଥିଲେ କି ଅଳ୍ପ ଶବ୍ଦରେ କିପରି ଏ କଥା ବୁଝାଯାଇପାରିବ । ଏହି
ଅନ୍ତିମ ଜନ୍ମରେ ୫ ବିକାର ଉପରେ ବିଜୟ ପ୍ରାପ୍ତ କରିଲେ ତୁମେ ରାମରାଜ୍ୟର ମାଲିକ ହେବ । ଏହା ତ’
ଶସ୍ତା ସଉଦା ଅଟେ । ବାବା ଆସି ଅବିନାଶୀ ଜ୍ଞାନରତ୍ନର ଦାନ ଦେଇଥା’ନ୍ତି । ବାବା ହେଉଛନ୍ତି
ଜ୍ଞାନର ସାଗର । ସେ ହିଁ ଜ୍ଞାନରତ୍ନ ଦିଅନ୍ତି । ଏହି ଇନ୍ଦ୍ରସଭାରେ କେହି କେହି ସବ୍ଜପରୀ,
ପୋଖରାଜ ପରୀମାନେ ମଧ୍ୟ ଅଛନ୍ତି । ସମସ୍ତେ ତ ସହଯୋଗୀ ଅଟନ୍ତି । ଗହଣା ମଧ୍ୟ ଭିନ୍ନ ଭିନ୍ନ
ପ୍ରକାରର ରହିଥାଏ ନା ସେଥିପାଇଁ ୯ ରତନ ଦେଖାଯାଇଛି । ଏ କଥା ତ’ ନିଶ୍ଚିତ ଯେ, ଯିଏ ଭଲ ଭାବରେ
ପଢ଼ିବେ ସିଏ ଉଚ୍ଚ ପଦ ପ୍ରାପ୍ତ କରିବେ । ପଦ ତ କ୍ରମାନୁସାରେ ରହିଛି ନା । ବର୍ତ୍ତମାନ ହିଁ
ପୁରୁଷାର୍ଥ କରିବାର ସମୟ । ପିଲାମାନେ ତ ଏ କଥା ଜାଣିଛନ୍ତି ଯେ, ଆମେ ବାବାଙ୍କ ମାଳାର ଦାନା
ହେବାକୁ ଯାଉଛୁ । ଯେତେ ଶିବବାବାଙ୍କୁ ସ୍ମରଣ କରିବୁ ସେତେ ଆମେ ଯେପରିକି ଯୋଗର ଯାତ୍ରାରେ ଆଗକୁ
ବଢିପାରିବୁ । ପାପ ମଧ୍ୟ ଜଲ୍ଦି ବିନାଶ ହେବ ।
ଏହି ପାଠ କିଛି ଲମ୍ବା ଚଉଡା ନୁହେଁ କେବଳ ପବିତ୍ର ରହିବାକୁ ହେବ ଏବଂ ଦୈବୀଗୁଣ ମଧ୍ୟ ଧାରଣ
କରିବାକୁ ହେବ । ମୁହଁରୁ କେବେ ବି ପଥର ବାହାର କରିବା ଉଚିତ୍ ନୁହେଁ । ଯେଉଁମାନେ ମୁହଁରୁ
ସବୁବେଳେ ପଥର ବାହାର କରନ୍ତି ସେମାନେ ପଥରବୁଦ୍ଧି ହିଁ ହେବେ । ଯିଏ ରତ୍ନ ବାହାର କରିଥା’ନ୍ତି
ସେମାନେ ଉଚ୍ଚପଦ ପାଇବେ । ଏ କଥା ତ ବହୁତ ସହଜ । ଜିଜ୍ଞାସୁମାନଙ୍କୁ ବୁଝାଅ - ପତିତ ପାବନ
ସମସ୍ତଙ୍କର ମୁକ୍ତି-ଜୀବନମୁକ୍ତିଦାତା ପରମପିତା ପରମାତ୍ମା ଶିବ କହୁଛନ୍ତି - ହେ ଭାରତବାସୀ
ଆତ୍ମିକ ସନ୍ତାନମାନେ, ରାବଣ ରାଜ୍ୟ ମୃତ୍ୟୁଲୋକର ଏହି କଳିଯୁଗୀ ଅନ୍ତିମ ଜନ୍ମରେ ପବିତ୍ର ରହିଲେ
ଏବଂ ପରମପିତା ପରମାତ୍ମା ଶିବଙ୍କ ସହ ବୁଦ୍ଧି ଯୋଗବଳର ଯାତ୍ରା ଦ୍ୱାରା ତମୋପ୍ରଧାନ ଆତ୍ମାମାନେ
ସତ୍ତ୍ୱପ୍ରଧାନ ଆତ୍ମା ହେଲେ ୫ ହଜାର ବର୍ଷ ପୂର୍ବଭଳି ସତ୍ତ୍ୱପ୍ରଧାନ ସତ୍ୟଯୁଗୀ ବିଶ୍ୱରେ
ପବିତ୍ରତା, ସୁଖ, ଶାନ୍ତି, ସମ୍ପତ୍ତି ସମ୍ପନ୍ନ ମର୍ଯ୍ୟାଦା ପୁରୁଷୋତ୍ତମ ଦୈବୀ ସ୍ୱରାଜ୍ୟ ପଦ
ପୁନଃ ପ୍ରାପ୍ତ କରିପାରିବ । ପରନ୍ତୁ ଆସନ୍ତା ମହାଭାରୀ ବିନାଶ ପୂର୍ବରୁ ବାବା ଆମକୁ ବର୍ସା
ଦେଉଛନ୍ତି, ପାଠ ପଢ଼ାଉଛନ୍ତି । ତେବେ ଯିଏ ଯେତେ ପଢ଼ିବ, ସେତେ ଉଚ୍ଚ ପଦ ପ୍ରାପ୍ତ କରିବ । ବାବା ତ
ନିଜ ସାଥିରେ ହିଁ ନେଇକରି ଯିବେ ତେବେ ଆମକୁ ଏହି ପୁରୁଣା ଶରୀରର ବା ଏହି ଦୁନିଆର ଚିନ୍ତା କରିବା
କ’ଣ ଦରକାର । ଏହା ହେଉଛି ତୁମର ପୁରୁଣା ଦୁନିଆକୁ ଛାଡିବାର ସମୟ । ଏଭଳି କଥା ସବୁ ବୁଦ୍ଧିରେ
ଚିନ୍ତନ ମନ୍ଥନ କରିବା ମଧ୍ୟ ବହୁତ ଭଲ । ଆଉ କିଛି ଦିନ ପରେ ପୁରୁଷାର୍ଥ କରୁ କରୁ ଅନ୍ତିମ ସମୟ
ପାଖେଇ ଆସିବ, ତା’ପରେ ଆଉ କୌଣସି ବିଘ୍ନ ଆସିବ ନାହିଁ । ଯେତେବେଳେ ଦେଖିବେ ଦୁନିଆର ବହୁତ କମ୍
ସମୟ ବାକି ଅଛି, ଭାବିବେ ବୁଦ୍ଧିଯୋଗ ଏବେ ପରମାତ୍ମାଙ୍କ ସହିତ ଲଗାଇବା ଦରକାର । ସେବା କରିଲେ
ସହଯୋଗ ମଧ୍ୟ ମିଳିବ । ଯେତେ ଅନ୍ୟମାନଙ୍କୁ ସୁଖର ରାସ୍ତା ବତାଇବ, ସେତେ ଖୁସି ମିଳିବ ।
ପୁରୁଷାର୍ଥ ମଧ୍ୟ ଚାଲିଥାଏ । ନିଜର ଭବିଷ୍ୟତ ଭାଗ୍ୟକୁ ଜାଣିପାରିଥା’ନ୍ତି । ବାବା ତ’
ପୁରୁଷାର୍ଥ କରିବା ଶିଖାଉଛନ୍ତି । କେହି ତ ପୁରୁଷାର୍ଥ କରିବାରେ ଲାଗିପଡୁଛନ୍ତି, କେହି
କରୁନାହାଁନ୍ତି । ତୁମେମାନେ ଜାଣୁଛ କୋଟିପତି, ପଦମପତିମାନେ ମଧ୍ୟ ବିନାଶ ହୋଇଯିବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଉଚ୍ଚପଦ
ପ୍ରାପ୍ତ କରିବା ପାଇଁ ମୁଖରୁ ସର୍ବଦା ରତ୍ନ ବାହାର କରିବାକୁ ହେବ, ପଥର ନୁହେଁ । ମନ-ବଚନ-କର୍ମ
ଦ୍ୱାରା ଏପରି କର୍ମ କରିବାକୁ ହେବ ଯାହାକି ତୁମମାନଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କରିଦେବ ।
(୨) ଏହି ଅନ୍ତିମ ଜନ୍ମରେ
ପବିତ୍ର ହେବାର ପ୍ରତିଜ୍ଞା କରିବାକୁ ହେବ । ପବିତ୍ର ହେବାର ଉପାୟ ହିଁ ସମସ୍ତଙ୍କୁ ଶୁଣାଇବାକୁ
ହେବ ।
ବରଦାନ:-
ସଦା ପ୍ରସ୍ତୁତ
ହୋଇ ପ୍ରତ୍ୟେକ ପରିସ୍ଥିତି ରୂପୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ସଦା ସୁଖୀ ଭବ ।
ଯେଉଁମାନେ ସଦାପ୍ରସ୍ତୁତ
ରହୁଥିବା ଆତ୍ମା ସେମାନଙ୍କର ବାସ୍ତବିକ ସ୍ୱରୂପ ସଦା ଖୁସିରେ ରହିବାର ହୋଇଥିବ । କୌଣସି ବି
ପରିସ୍ଥିତି ରୂପୀ ପରୀକ୍ଷା ବା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଆସିଥିବା ପରୀକ୍ଷା ବା କୌଣସି ବି
କର୍ମଭୋଗ ରୂପୀ ପରୀକ୍ଷା ଆସିଗଲେ ମଧ୍ୟ ଏହି ସବୁଥିରେ ପୂର୍ଣ୍ଣ ରୂପରେ ଉତ୍ତୀର୍ଣ୍ଣ ହେଉଥିବା,
ଆତ୍ମାମାନଙ୍କୁ ହିଁ ଏଭରରେଡୀ ବା ସଦାପ୍ରସ୍ତୁତ କୁହାଯିବ । ଯେପରି ସମୟ କେବେ ବି ଅଟକେ ନାହିଁ,
ସେହିପରି ତୁମକୁ ମଧ୍ୟ କୌଣସି ବି ବାଧା-ବିଘ୍ନ ରୋକି ପାରୁ ନ ଥିବ, ମାୟାର ସ୍ଥୁଳ ବା ସୂକ୍ଷ୍ମ
ବିଘ୍ନ ଗୁଡିକ ମଧ୍ୟ ଗୋଟିଏ ସେକେଣ୍ଡ ଭିତରେ ସମାପ୍ତ ହୋଇଯାଉଥିବ, ତେବେ ଯାଇ ଏଭରହ୍ୟାପୀ ଅର୍ଥାତ୍
ସର୍ବଦା ଖୁସିରେ ରହିପାରିବ ।
ସ୍ଲୋଗାନ:-
ଯଥା ସମୟରେ
ସର୍ବଶକ୍ତିଗୁଡିକୁ କାର୍ଯ୍ୟରେ ଲଗାଇବା ଅର୍ଥାତ୍ ମାଷ୍ଟର ସର୍ବଶକ୍ତିମାନ ହେବା ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ଏକତାର ଦୁଇଟି ଆଧାର
ରହିଛି ଗୋଟିଏ ହେଲା ବିଶ୍ୱାସ, ଦ୍ୱିତୀୟଟି ସ୍ନେହ । କେବେ ବି ପରସ୍ପର ଭିତରେ ବିଶ୍ୱାସ କମ୍ ନ
ହେଉ, ଜଣେ ଯଦି କିଛି କହିଲା ତେବେ ଅନ୍ୟ ଜଣେ ତାକୁ ମାନି ଯାଉଥିବ... ଏହା ହିଁ ହେଉଛି ଏକତାର
ସୂତ୍ରରେ ଗୁନ୍ଥି ହେବାର ବିଧି । ପରସ୍ପର ପ୍ରତି ଆନ୍ତରିକ ସ୍ନେହ ପରସ୍ପରକୁ ପାଖାପାଖି କରିଥାଏ
। ଯେପରି ବାବାଙ୍କ ପ୍ରତି ସମସ୍ତଙ୍କର ସ୍ନେହ ରହିଛି, ସେହିପରି ପରିବାର ପ୍ରତି ମଧ୍ୟ ସଚ୍ଚା
ସ୍ନେହ ରହୁ, ଏଥିପାଇଁ ନିଜେ ସର୍ବଦା ସ୍ୱମାନରେ ରହି ସମସ୍ତଙ୍କୁ ସମ୍ମାନ ଦିଅ ।