11.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ସୁଖ ଶାନ୍ତିର ଦୁନିଆକୁ ନେଇଯିବା ପାଇଁ ଆସିଛନ୍ତି, ଶାନ୍ତି କେବଳ ଶାନ୍ତିଧାମ ଏବଂ
ସୁଖଧାମରେ ହିଁ ଅଛି ।”
ପ୍ରଶ୍ନ:-
ଏହି ଯୁଦ୍ଧ
କ୍ଷେତ୍ରରେ ମାୟା ପ୍ରଥମେ କେଉଁ କଥା ଉପରେ ପ୍ରହାର କରୁଛି?
ଉତ୍ତର:-
ନିଶ୍ଚୟ ଉପରେ । ପୁରୁଷାର୍ଥ କରୁ କରୁ ମାୟା ପ୍ରଥମେ ନିଶ୍ଚୟକୁ ଭାଙ୍ଗି ଦେଉଛି, ସେଥିପାଇଁ
ପିଲାମାନେ ହାରିଯାଉଛନ୍ତି । ଯଦି ପକ୍କା ନିଶ୍ଚୟ ରହିବ ଯେ ବାବା ଯିଏ ସମସ୍ତଙ୍କର ଦୁଃଖ ହରଣ କରି
ସୁଖ ଦେଉଛନ୍ତି, ସେ ହିଁ ଆମକୁ ଶ୍ରୀମତ ଦେଉଛନ୍ତି ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ
ଶୁଣାଉଛନ୍ତି, ତେବେ ମାୟାଠାରୁ କେବେ ବି ପରାଜିତ ହୋଇ ପାରିବେ ନାହିଁ ।
ଗୀତ:-
ଇସ୍ ପାପ କି
ଦୁନିଆ ସେ ...
ଓମ୍ ଶାନ୍ତି ।
କାହା ପାଇଁ
କହୁଛନ୍ତି, କେଉଁ ଆଡେ ନେଇଚାଲ, କେମିତି ନେଇଚାଲ .....ଏହା ଦୁନିଆରେ କେହିବି ଜାଣନ୍ତି ନାହିଁ ।
ତୁମେ ବ୍ରାହ୍ମଣ କୁଳଭୂଷଣ ପିଲାମାନେ ପୁରୁଷାର୍ଥର କ୍ରମାନୁସାରେ ଜାଣିଛ । ତୁମେ ଜାଣିଛ ଏହାଙ୍କ
ଭିତରେ ଯିଏ ପ୍ରବେଶ କରି ଆମକୁ ତାଙ୍କ ନିଜର ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି,
ସେ ସମସ୍ତଙ୍କର ଦୁଃଖ ହରଣ କରି ସମସ୍ତଙ୍କୁ ସୁଖଦାୟୀ କରୁଛନ୍ତି । ଏହା କିଛି ନୂଆ କଥା ନୁହେଁ ।
ବାବା କଳ୍ପ କଳ୍ପ ଆସନ୍ତି ଏବଂ ସମସ୍ତଙ୍କୁ ଶ୍ରୀମତ ଦିଅନ୍ତି । ପିଲାମାନେ ଜାଣନ୍ତି ଯେ ବାବା
ମଧ୍ୟ ସେହି ଅଟନ୍ତି, ଆମେ ମଧ୍ୟ ସେହି କଳ୍ପପୂର୍ବର ତାଙ୍କର ସନ୍ତାନ ଅଟୁ । ତୁମମାନଙ୍କୁ ଏହି
ନିଶ୍ଚୟ ହେବା ଦରକାର । ବାବା କହୁଛନ୍ତି ମୁଁ ପିଲାମାନଙ୍କୁ ସୁଖଧାମ, ଶାନ୍ତିଧାମକୁ ନେଇଯିବା
ପାଇଁ ଆସିଛି । କିନ୍ତୁ ମାୟା ନିଶ୍ଚୟ କରାଇଦେଉ ନାହିଁ । ସୁଖଧାମକୁ ଯାଉ ଯାଉ ପୁଣି ହରାଇଦେଉଛି
। ଏହା ଯୁଦ୍ଧକ୍ଷେତ୍ର ଅଟେ ନା । ଦୁନିଆରେ ହେଲା ବାହୁବଳର ଯୁଦ୍ଧ, ଏହା ହେଲା ଯୋଗବଳର ଯୁଦ୍ଧ ।
ଯୋଗବଳ ବହୁତ ନାମିଗ୍ରାମୀ, ସେଥିପାଇଁ ସମସ୍ତେ ଯୋଗ-ଯୋଗ କହଚାଲିଛନ୍ତି । ତୁମେ ଏହି ଯୋଗକୁ
କଳ୍ପରେ ଥରେ ହିଁ ଶିଖୁଛ । ବାକି ଦୁନିଆରେ ତ ଅନେକ ପ୍ରକାରର ହଠଯୋଗ ଇତ୍ୟାଦି ଶିଖାଉଛନ୍ତି । ଏହା
ସେମାନଙ୍କୁ ଜଣାନାହିଁ ଯେ ବାବା କେମିତି ଆସି ଯୋଗ ଶିଖାଉଛନ୍ତି । ସେମାନେ ତ ପ୍ରାଚୀନ ରାଜଯୋଗ
ଶିଖାଇ ପାରିବେ ନାହିଁ । ତୁମେ ପିଲାମାନେ ଭଲ ଭାବରେ ଜାଣିଛ ଯେ ଇଏ ସେହି ବାବା ଯିଏ ରାଜଯୋଗ
ଶିଖାଉଛନ୍ତି, ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି - ହେ ପତିତପାବନ ଆସ । ଏପରି ସ୍ଥାନକୁ ନେଇଚାଲ
ଯେଉଠିଁ ଶାନ୍ତି ଥିବ । କିନ୍ତୁ ଶାନ୍ତି ଅଛି କେବଳ ଶାନ୍ତିଧାମ , ସୁଖଧାମରେ । ଦୁଃଖଧାମରେ
ଶାନ୍ତି କେଉଁଠୁ ଆସିଲା? ଶାନ୍ତି ନାହିଁ ବୋଲି ତ ଡ୍ରାମା ଅନୁସାରେ ବାବା ଶାନ୍ତିଧାମକୁ ନେଇଯିବା
ପାଇଁ ଆସୁଛନ୍ତି । ଏହା ହେଲା ଦୁଃଖଧାମ । ଏଠାରେ ଦୁଃଖ ହିଁ ଦୁଃଖ । ଦୁଃଖର ପାହଡ ଖସିବାକୁ ଯାଉଛି
। ଯେତେବି ବଡ ଧନବାନ ହୁଅନ୍ତୁ ବା କିଛି ବି ହୁଅନ୍ତୁ, କିଛି ନା କିଛି ଦୁଃଖ ତ ଲାଗିରହିଛି ।
ତୁମେ ପିଲାମାନେ ଜାଣିଛ ଯେ ଆମେ ମିଠାବାବାଙ୍କ ସାଥିରେ ବସିଛୁ , ଯେଉଁ ବାବା ଏବେ ଆସିଛନ୍ତି ।
ଡ୍ରାମାର ରହସ୍ୟକୁ ମଧ୍ୟ ଏବେ ତୁମେ ହିଁ ଜାଣୁଛ । ବାବା ଏବେ ଆସିଛନ୍ତି ଆମକୁ ସାଥିରେ ନେଇଯିବେ
। ବାବା ଆମ ଆତ୍ମାମାନଙ୍କୁ କହୁଛନ୍ତି କାରଣ ସେ ଆମ ଆତ୍ମାମାନଙ୍କର ବାବା ଅଟନ୍ତି ନା । ଯାହାଙ୍କ
ପାଇଁ ଗାୟନ ରହିଛି - ଆତ୍ମା ପରମାତ୍ମା ଅଲଗ ରହେ ବହୁକାଲ.... ଶାନ୍ତିଧାମରେ ସବୁ ଆତ୍ମାମାନେ
ସାଥିରେ ରୁହନ୍ତି । ଏବେ ବାବା ତ ଆସିଛନ୍ତି ବାକି ଯେଉଁ କେତେକ ଆତ୍ମା ରହିଛନ୍ତି, ସେମାନେ ମଧ୍ୟ
ଉପରୁ ତଳକୁ ଆସିବାରେ ଲାଗିଛନ୍ତି । ଏଠାରେ ବାବା ତୁମକୁ କେତେ କଥା ବୁଝାଉଛନ୍ତି । ଘରକୁ ଯାଇ
ତୁମେ ସେ ସବୁ କଥା ଭୁଲିଯାଉଛ । କଥା ତ ବହୁତ ସହଜ । ଏବେ ବାବା ଯିଏକି ସମସ୍ତଙ୍କର ସୁଖଦାତା,
ଶାନ୍ତିଦାତା ଅଟନ୍ତି ସିଏ ନିଜେ ପିଲାମାନଙ୍କୁ ବସି ବୁଝାଉଛନ୍ତି । ତୁମେ କେତେ ଅଳ୍ପ ସଂଖ୍ୟକ
ଆତ୍ମା ଅଛ । ପୁଣି ଧୀରେ ଧୀରେ ବୃଦ୍ଧିକୁ ପ୍ରାପ୍ତ କରୁଛ । ବାବାଙ୍କ ସାଥିରେ ତୁମର ଗୁପ୍ତ
ସ୍ନେହ ରହିଛି । କେଉଁଠି ବି ଥାଅ , ତୁମ ବୁଦ୍ଧିରେ ରହିବ, ବାବା ମଧୁବନରେ ବସିଛନ୍ତି । ବାବା
କହୁଛନ୍ତି ମୋତେ ସେଠାରେ ଅର୍ଥାତ୍ ପରମଧାମରେ ମନେ ପକାଅ । ତୁମର ମଧ୍ୟ ନିବାସ ସ୍ଥାନ ପରମଧାମ ଅଟେ
। ତେବେ ନିଶ୍ଚୟ ବାବା ମନେ ପଡିବେ, ଯାହାଙ୍କୁ କୁହନ୍ତି ତୁମେ ମାତା ପିତା... । ସେ ନିଶ୍ଚିତ
ଭାବରେ ଏବେ ତୁମମାନଙ୍କ ପାଖକୁ ଆସିଛନ୍ତି । ବାବା କହୁଛନ୍ତି ମୁଁ ତୁମକୁ ନେଇଯିବାକୁ ଆସିଛି ।
ରାବଣ ତୁମକୁ ପତିତ ତମଃପ୍ରଧାନ କରିଦେଇଛି, ଏବେ ସତ୍ତ୍ୱପ୍ରଧାନ ପବିତ୍ର ହେବାକୁ ପଡିବ । ପତିତ
କିପରି ଘରକୁ ଯାଇପାରିବେ । ପବିତ୍ର ତ ନିଶ୍ଚୟ ହେବାକୁ ପଡିବ । ଏବେ ଜଣେ ବି ମନୁଷ୍ୟ
ସତ୍ତ୍ୱପ୍ରଧାନ ନୁହଁନ୍ତି । ଏହା ହେଲା ତମଃପ୍ରଧାନ ଦୁନିଆ । ଏହା ମନୁଷ୍ୟମାନଙ୍କର ହିଁ କଥା ।
ମନୁଷ୍ୟଙ୍କ ପାଇଁ ହିଁ ସତ୍ତ୍ୱପ୍ରଧାନ, ସତ୍ୱ, ରଜଃ, ତମଃର ରହସ୍ୟ ବୁଝାଯାଉଛି । ବାବା
ପିଲାମାନଙ୍କୁ ହିଁ ବୁଝାଉଛନ୍ତି । ଏହା ତ ବହୁତ ସହଜ । ତୁମେ ଆତ୍ମାମାନେ ନିଜ ଘରେ ଥିଲ । ସେଠାରେ
ତ ସବୁ ପବିତ୍ର ଆତ୍ମାମାନେ ରୁହନ୍ତି । ଅପବିତ୍ର ତ ରହି ପାରିବେ ନାହିଁ । ତା’ର ନାମ ହିଁ ହେଲା
ମୁକ୍ତିଧାମ । ଏବେ ବାବା ତୁମକୁ ପବିତ୍ର କରି ଘରକୁ ପଠାଇ ଦେଉଛନ୍ତି । ପୁଣି ତୁମେ ପାର୍ଟ ବଜାଇବା
ପାଇଁ ସୁଖଧାମକୁ ଆସୁଛ । ସତ୍ତ୍ୱ, ରଜଃ, ତମଃରେ ତୁମେ ହିଁ ଆସୁଛ ।
ଡାକୁଛନ୍ତି ମଧ୍ୟ - ବାବା
ଆମକୁ ସେଠାକୁ ନେଇଚାଲ ଯେଉଁଠି ଶାନ୍ତି ଅଛି । ସାଧୁ-ସନ୍ଥ ଆଦି କାହାକୁ ବି ଜଣାନାହିଁ ଯେ ଶାନ୍ତି
କେଉଠିଁ ମିଳିପାରିବ? ଏବେ ତୁମେ ଜାଣିଛ ସୁଖ-ଶାନ୍ତି ଆମକୁ କେଉଁଠି ମିଳିବ । ବାବା ଏବେ ଆମକୁ ୨୧
ଜନ୍ମର ସୁଖ ଦେବା ପାଇଁ ଆସିଛନ୍ତି । ବାକି ଯେଉଁ ଆତ୍ମାମାନେ ପଛରେ ଆସୁଛନ୍ତି, ସେମାନଙ୍କୁ
ମୁକ୍ତି ଦେବା ପାଇଁ ଆସିଛନ୍ତି । ଡେରିରେ ଯିଏ ଆସୁଛନ୍ତି ସେମାନଙ୍କର ପାର୍ଟ ବହୁତ ଅଳ୍ପ । ତୁମର
ପାର୍ଟ ସବୁଠାରୁ ଦୀର୍ଘ । ତୁମେ ଜାଣିଛ ଆମେ ୮୪ ଜନ୍ମର ଅଭିନୟ କରି ଏବେ ପୁରା କଲେ । ଏବେ ଚକ୍ର
ଶେଷ ହେଉଛି । ସାରା ପୁରୁଣା ବୃକ୍ଷ ଏବେ ବିନାଶ ହେବ । ଏବେ ତୁମର ଏହି ଗୁପ୍ତ ଗଭର୍ଣ୍ଣମେଣ୍ଟ
ଅର୍ଥାତ୍ ଦୈବୀ ବୃକ୍ଷର କଲମି ଲଗାଉଛନ୍ତି । ସେମାନେ ତ ଜଙ୍ଗଲି ବୃକ୍ଷର କଲମି ଲଗାଇ ଚାଲିଛନ୍ତି
। ଏଠାରେ ବାବା କଣ୍ଟାକୁ ପରିବର୍ତ୍ତନ କରି ଦୈବୀ ଫୁଲର ଗଛ ଲଗାଉଛନ୍ତି । ତାହା ମଧ୍ୟ
ଗଭର୍ଣ୍ଣମେଣ୍ଟ, ଏହା ମଧ୍ୟ ଗୁପ୍ତ ଗଭର୍ଣ୍ଣମେଣ୍ଟ । ସେ କ’ଣ କରୁଛନ୍ତି ଏବଂ ଇଏ କ’ଣ କରୁଛନ୍ତି
! ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଦେଖ କେତେ । ସେମାନେ ତ କିଛି ବୁଝି ନାହାଁନ୍ତି । ବୃକ୍ଷର କଲମି
ଲଗାଉଛନ୍ତି, ସେହି ଜଙ୍ଗଲି ଗଛ ତ ଅନେକ ପ୍ରକାରର ଅଛି । କିଏ କେଉଁ ପ୍ରକାରର କିଏ କେଉଁ ପ୍ରକାରର
ଚାରା ଲଗାଉଛନ୍ତି । ଏବେ ବାବା ପିଲାମାନଙ୍କୁ ପୁଣି ଦେବତା କରୁଛନ୍ତି । ତୁମେ ସତ୍ତ୍ୱପ୍ରଧାନ
ଦେବତା ଥିଲ ପୁଣି ୮୪ ଜନ୍ମର ଚକ୍ର ଲଗାଇ ତମୋପ୍ରଧାନ ହୋଇଯାଇଛ । କେହି ସଦାକାଳ ପାଇଁ
ସତ୍ତ୍ୱପ୍ରଧାନ ରହିବା ସମ୍ଭବ ନୁହେଁ । ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ହୁଏ । ତୁମେ ୨୪
କ୍ୟାରେଟ୍ ସୁନା ଥିଲ, ବର୍ତ୍ତମାନ ୯ କ୍ୟାରେଟ୍ ସୁନାର ଗହଣା ହୋଇଯାଇଛ, ପୁଣି ୨୪ କ୍ୟାରେଟ୍
ହେବାକୁ ପଡ଼ିବ । ଆତ୍ମା ସବୁ ଏହିପରି ହୋଇଯାଇଛନ୍ତି ନା । ଯେପରି ସୁନା ସେହିପରି ଗହଣା ହୁଏ । ଏବେ
ସମସ୍ତ ଆତ୍ମା କଳା ଶ୍ୟାମଳ ଅର୍ଥାତ୍ ପତିତ ହୋଇଯାଇଛନ୍ତି । ଇଜ୍ଜତ ରଖିବା ପାଇଁ କଳା ଅକ୍ଷର ନ
କହି ଶ୍ୟାମଳ କହୁଛନ୍ତି । ଆତ୍ମା ସତ୍ତ୍ୱପ୍ରଧାନ ପବିତ୍ର ଥିଲା ପୁଣି କେତେ ଖାଦ ପଡ଼ିଯାଇଛି । ଏବେ
ପୁଣି ପବିତ୍ର ହେବା ପାଇଁ ବାବା ଯୁକ୍ତି ମଧ୍ୟ ବତାଉଛନ୍ତି । ଏହା ହେଲା ଯୋଗ ଅଗ୍ନି ଏଥିରେ ହିଁ
ତୁମର ଖାଦ ବାହାରିଯିବ । ବାବାଙ୍କୁ ୟାଦ କରିବାକୁ ପଡିବ । ବାବା ନିଜେ କହୁଛନ୍ତି ମୋତେ ଏହିପରି
ମନେ ପକାଅ । ପତିତ-ପାବନ ମୁଁ ହିଁ ଅଟେ । ତୁମକୁ ଅନେକ ଥର ମୁଁ ପତିତରୁ ପବିତ୍ର କରିଛି । ଏହା
ମଧ୍ୟ ତୁମେ ଜାଣି ନ ଥିଲ । ଏବେ ତୁମେ ବୁଝୁଛ - ଆଜି ଆମେ ପତିତ ହୋଇଛୁ, କାଲି ପୁଣି ପବିତ୍ର ହେବୁ
। ସେମାନେ ତ କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ ଲେଖି ଲୋକମାନଙ୍କୁ ଘୋର ଅନ୍ଧକାରରେ ପକାଇ ଦେଇଛନ୍ତି
। ବାବା ଆସି ସବୁ କଥା ଭଲ ଭାବରେ ବୁଝାଉଛନ୍ତି । ତୁମେ ପିଲାମାନେ ଜାଣିଛ ଆମକୁ ପଢାଇଲାବାଲା କିଏ?
ସ୍ୱୟଂ ଜ୍ଞାନର ସାଗର ପତିତ-ପାବନ, ସିଏ ହିଁ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି । ମନୁଷ୍ୟ ଭକ୍ତି
ମାର୍ଗରେ କେତେ ମହିମା ଗାୟନ କରୁଛନ୍ତି କିନ୍ତୁ ତାହାର ଅର୍ଥ କିଛି ବୁଝୁନାହାଁନ୍ତି । ଏକାବେଳେ
ସମସ୍ତଙ୍କୁ ମିଶାଇ ସ୍ତୁତି କରିଥାନ୍ତି । ଯେପରି ଗୁଡ଼ ଗୁଡ଼ଧାନୀ ଅର୍ଥାତ୍ ଖେଚୁଡି ତିଆରି
କରିଥା’ନ୍ତି ନା, ଯିଏ ଯେପରି ଶିଖାଇଛନ୍ତି ସେହିପରି ଅଭ୍ୟାସ କରିଦେଇଛନ୍ତି । ଏବେ ବାବା
କହୁଛନ୍ତି ଯାହାକିଛି ଶିଖିଛ, ସେ କଥା ସବୁ ଭୁଲିଯାଅ । ଜୀବିତ ଅବସ୍ଥାରେ ହିଁ ମୋର ହୁଅ ।
ଗୃହସ୍ଥ ବ୍ୟବହାରରେ ରହି ଯୁକ୍ତି ଅର୍ଥାତ୍ ଶ୍ରୀମତ ଅନୁସାରେ ଚାଲିବାକୁ ହେବ । କେବଳ ବାବାଙ୍କୁ
ହିଁ ମନେପକାଇବାକୁ ହେବ । ସେମାନଙ୍କର ତ ହେଉଛି ହଠଯୋଗ । ତୁମେ ହେଉଛ ରାଜଯୋଗୀ । ଘରଲୋକଙ୍କୁ
ମଧ୍ୟ ଏପରି ଶିକ୍ଷା ଦେବା ଉଚିତ୍ । ତୁମର ଚଳଣିକୁ ଦେଖି ସେମାନେ ମଧ୍ୟ ଅନୁକରଣ କରିବେ । କେବେ
ପରସ୍ପର ମଧ୍ୟରେ ଲଢେଇ ଝଗଡ଼ା କରନାହିଁ । ଯଦି ଲଢେଇ କରିବ ତେବେ ଅନ୍ୟମାନେ କ’ଣ ଭାବିବେ,
ଏମାନଙ୍କ ମଧ୍ୟରେ ତ’ ବହୁତ କ୍ରୋଧ ଅଛି । ତୁମମାନଙ୍କ ପାଖରେ କୌଣସି ପ୍ରକାରର ବିକାର ନ ରହୁ ।
ମଣିଷର ବୁଦ୍ଧିକୁ ଭ୍ରଷ୍ଟ କଲା ବାଲା ହେଉଛି ବାଇସ୍କୋପ (ସିନେମା), ତାହା ଯେପରି ନର୍କ ସମାନ ଅଟେ
। ସେଠାକୁ ଗଲେ ହିଁ ବୁଦ୍ଧି ଭ୍ରଷ୍ଟ ହୋଇଯାଏ । ଦୁନିଆ କେତେ ଖରାପ । ଗୋଟିଏ ପଟେ ଗଭର୍ଣ୍ଣମେଣ୍ଟ
ନିୟମ କରୁଛନ୍ତି କି ୧୮ ବର୍ଷ ଭିତରେ କେହି ବିବାହ କରିପାରିବେ ନାହିଁ କିନ୍ତୁ ବହୁତ ବାହାଘର
ହେଉଛି । ଛୋଟଙ୍କୁ ମଧ୍ୟ କୋଳରେ ବସାଇ ବିବାହ କରାଇଥାନ୍ତି । ଏବେ ତୁମେ ଜାଣୁଛ ବାବା ଆମକୁ ଏହି
ଛି ଛି ଦୁନିଆରୁ ନେଇଯାଉଛନ୍ତି । ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି । ବାବା କହୁଛନ୍ତି -
ନଷ୍ଟମୋହା ହୁଅ, କେବଳ ମୋତେ ମନେପକାଅ । କୁଟୁମ୍ବ ପରିବାରରେ ରହି ମଧ୍ୟ ମୋତେ ମନେପକାଅ । କିଛି
ପରିଶ୍ରମ କଲେ ତ’ ବିଶ୍ୱର ମାଲିକ ହେବ ନା । ବାବା କହୁଛନ୍ତି - କେବଳ ମୋତେ ମନେ ପକାଅ ଏବଂ ଆସୁରୀ
ଗୁଣ ଛାଡ଼ । ପ୍ରତ୍ୟେକ ଦିନ ରାତିରେ ନିଜର ଚଳଣିର ହିସାବ ଯାଞ୍ଚ କର । ଏହା ହିଁ ତୁମର ଧନ୍ଦା ଅଟେ
। ଏହିପରି ବ୍ୟାପାର କେହି କ୍ୱଚିତ୍ କରନ୍ତି । ଗୋଟିଏ ସେକେଣ୍ଡରେ ବାବା କାଙ୍ଗାଳରୁ ମୁକୁଟଧାରୀ
କରୁଛନ୍ତି, ଏହା ଜାଦୁ ଅଟେ ନା । ଯିଏ ଆମକୁ ଯୋଗବଳ ଦ୍ୱାରା ପତିତରୁ ପବିତ୍ର କରୁଛନ୍ତି, ଏପରି
ଜାଦୁଗରଙ୍କର ତ ହାତ ଧରିନେବା ଉଚିତ୍ ଅର୍ଥାତ୍ ସଦା ସାଥୀରେ ରହିବା ଉଚିତ୍ । ଅନ୍ୟ କେହି ବି
ଏହିଭଳି କରିପାରିବେ ନାହିଁ । ଗଙ୍ଗା ଦ୍ୱାରା କେହି ପବିତ୍ର ହୋଇପାରିବେ ନାହିଁ । ତୁମ
ପିଲାମାନଙ୍କ ପାଖରେ ଏବେ କେତେ ଜ୍ଞାନ ଅଛି । ତୁମ ଭିତରେ ଖୁସି ରହିବା ଦରକାର କି ବାବା ପୁଣି
ଆସିଛନ୍ତି । ଦେବୀମାନଙ୍କର କେତେ ଚିତ୍ର ଆଦି ତିଆରି କରୁଛନ୍ତି, ସେମାନଙ୍କୁ ସ୍ଥୂଳ
ଅସ୍ତ୍ରଶସ୍ତ୍ର ଆଦି ଦେଇ କେତେ ଭୟଙ୍କର କରିଦେଉଛନ୍ତି । ବ୍ରହ୍ମାଙ୍କୁ ମଧ୍ୟ କେତେ ଭୂଜା
ଦେଇଛନ୍ତି, ଏବେ ତୁମେ ବୁଝୁଛ ବ୍ରହ୍ମାଙ୍କର ଭୂଜା ତ’ ଲକ୍ଷ ଲକ୍ଷ ହେବ । ଏତେ ସବୁ
ବ୍ରହ୍ମାକୁମାର, କୁମାରୀ ବାବାଙ୍କର ରଚନା ଅଟନ୍ତି ନା, ତେଣୁ ଏମାନେ ସମସ୍ତେ ପ୍ରଜାପିତା
ବ୍ରହ୍ମାଙ୍କର ଭୁଜା ଅଟନ୍ତି ।
ଏବେ ତୁମେ ହେଉଛ
ରୂପ-ବସନ୍ତ ଅର୍ଥାତ୍ ଯୋଗୀ-ଜ୍ଞାନୀ ସନ୍ତାନ । ତୁମ ମୁଖରୁ ସର୍ବଦା ଜ୍ଞାନ ରତ୍ନ ବାହାରିବା ଉଚିତ୍
। କେବଳ ଜ୍ଞାନରତ୍ନ ବିନା ଆଉ କିଛି କଥା ନାହିଁ । ଏହି ରତ୍ନ ଗୁଡିକର କେହି ମୂଲ୍ୟାଙ୍କନ
କରିପାରିବେ ନାହିଁ । ବାବା କହୁଛନ୍ତି - ମନମନାଭବ । ବାବାଙ୍କୁ ମନେପକାଅ ତେବେ ଦେବତା ହୋଇଯିବ ।
ଆଚ୍ଛା—
ରାତ୍ରୀ କ୍ଲାସ
(୧୧-୦୩-୬୮)
ତୁମ ପାଖକୁ ପ୍ରଦର୍ଶନୀ
ଉଦ୍ଘାଟନ କରିବାକୁ ବଡ଼ ବଡ଼ ଲୋକମାନେ ଆସୁଛନ୍ତି, ସେମାନେ କେବଳ ଏତିକି ବୁଝୁଛନ୍ତି କି ଭଗବାନଙ୍କୁ
ପାଇବା ପାଇଁ ଏମାନେ ଭଲ ଉପାୟ ବାହାର କରିଛନ୍ତି । ଯେପରି ଭଗବାନଙ୍କୁ ପାଇବା ପାଇଁ ସତ୍ସଂଗ ଆଦି
କରିଥା’ନ୍ତି, ବେଦ ପାଠ କରିଥା’ନ୍ତି, ସେହିପରି ଏମାନେ ଏହି ରାସ୍ତା ଧରି ନେଇଛନ୍ତି । ବାକି ଏକଥା
ବୁଝୁନାହାଁନ୍ତି କି ଭଗବାନ ଏମାନଙ୍କୁ ପଢାଉଛନ୍ତି । କେବଳ ଏତିକି ବୁଝୁଛନ୍ତି ଏମାନେ ଭଲ କର୍ମ
କରୁଛନ୍ତି, ପବିତ୍ରତା ଅଛି ଏବଂ ଭଗବାନଙ୍କ ସାଥିରେ ମିଶାଉଛନ୍ତି । ଏହି ଦେବୀମାନେ ଭଲ ରାସ୍ତା
ବାହାର କରିଛନ୍ତି, ବାସ୍ । ଯାହାଙ୍କ ଦ୍ୱାରା ଉଦ୍ଘାଟନ କରାଯାଉଛି, ସିଏ ତ ନିଜକୁ ବହୁତ ବଡ଼
ଭାବନ୍ତି । କେହି ବଡ଼ ବଡ଼ ଲୋକ ଭାବନ୍ତି ଯେ ବାବା ଜଣେ ମହାନ ପୁରୁଷ ଅଟନ୍ତି, ତାଙ୍କ ସାଥିରେ ଯାଇ
ମିଶିବା । ବାବା ତ କହୁଛନ୍ତି ପ୍ରଥମେ ତାଙ୍କର ଫର୍ମ ପୂରଣ କରି ମଧୁବନ ପଠାଅ । ପ୍ରଥମେ ତ ତୁମେ
ପିଲାମାନେ ତାଙ୍କୁ ବାବାଙ୍କର ସମ୍ପୂର୍ଣ୍ଣ ପରିଚୟ ଦିଅ । ପରିଚୟ ବିନା ଆସି କ’ଣ କରିବେ!
ଶିବବାବାଙ୍କ ସାଥିରେ ସେତେବେଳେ ମିଶିପାରିବେ ଯେବେ ପ୍ରଥମେ ପୁରା ନିଶ୍ଚୟ ହେବ । ବିନା ପରିଚୟରେ
ମିଶିଲେ କ’ଣ କରିବେ ! କେହି କେହି ଧନବାନ ଆସିଥାନ୍ତି, ଭାବନ୍ତି ଆମେ ୟାଙ୍କୁ କିଛି ଦେବା । କେହି
ଗରିବ ଗୋଟିଏ ଟଙ୍କା ଦେଉଛନ୍ତି, ସାହୁକାର ୧୦୦ ଟଙ୍କା ଦେଉଛନ୍ତି, ଗରିବଙ୍କର ଗୋଟିଏ ଟଙ୍କା
ମୂଲ୍ୟବାନ ହୋଇଯାଉଛି । ସାହୁକାରମାନେ ତ ଯଥାର୍ଥ ରୂପରେ କେବେ ଯୋଗଯୁକ୍ତ ହୋଇ ରହିପାରିବେ ନାହିଁ
। ସେମାନେ ଆତ୍ମ-ଅଭିମାନୀ ହୋଇପାରିବେ ନାହିଁ । ପ୍ରଥମେ ତ ପତିତରୁ ପାବନ କିପରି ହେବାକୁ ପଡିବ
ତାହା ସେମାନଙ୍କୁ ଲେଖିକରି ଦେବାକୁ ହେବ । ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବକୁ ପଡିବ । ଏଥିରେ
ପ୍ରେରଣା ଆଦିର କିଛି କଥା ନାହିଁ । ବାବା କହୁଛନ୍ତି - ମାମେକମ୍ ୟାଦ କର ତେବେ କଳଙ୍କି ବାହାରି
ଯିବ । ପ୍ରଦର୍ଶନୀ ଆଦି ଦେଖିବାକୁ ଆସନ୍ତି କିନ୍ତୁ ଯଦି ଦୁଇ ତିନି ଥର ଆସି ବୁଝନ୍ତି ତେବେ
ବୁଝିବା ଦରକାର ଏହାଙ୍କୁ ତୀର ଲାଗିଛି ଅର୍ଥାତ୍ ପ୍ରଭାବିତ ହୋଇଛନ୍ତି । ଏ ଆତ୍ମା ଦେବତା ଧର୍ମର
ଅଟନ୍ତି, ଇଏ ଅଧିକ ଭକ୍ତି କରିଛନ୍ତି । ଯଦିଓ କାହାକୁ ଭଲ ଲାଗୁଛି କିନ୍ତୁ ଲକ୍ଷ୍ୟକୁ ଜାଣିପାରୁ
ନାହାଁନ୍ତି, ତେବେ ସେ କେଉଁ କାମକୁ । ତୁମେ ପିଲାମାନେ ଏହା ଜାଣିଛ ଯେ ଡ଼୍ରାମା ଘୂରି ଚାଲିଛି ।
ଯାହା କିଛି ହେଉଛି ବୁଦ୍ଧି ଦ୍ୱାରା ବୁଝିପାରୁଛ, କ’ଣ ହେଉଛି! ତୁମମାନଙ୍କ ବୁଦ୍ଧିରେ ଚକ୍ର
ଘୂରିଚାଲିଛି, ପୁନରାବୃତ୍ତି ହୋଇ ଚାଲିଛି । ଯିଏ ଯାହା କରିଥିଲେ ସେ ସେହିପରି କରୁଛନ୍ତି । ବାବା
କାହାଠାରୁ ନେବେ, ନ ନେବେ ତାଙ୍କ ହାତରେ ଅଛି । ଯଦିଓ ଏବେ ସେଣ୍ଟର ଆଦି ଖୋଲୁଛନ୍ତି, ପଇସା କାମରେ
ଆସୁଛି । ଯେବେ ତୁମର ପ୍ରଭାବ ଜଣାପଡ଼ିଯିବ ପୁଣି ବାବା ପଇସା ନେଇ କ’ଣ କରିବେ! ମୂଳ କଥା ହେଉଛି
ପତିତରୁ ପବିତ୍ର ହେବା । ତାହା ତ ବଡ଼ କଷ୍ଟକର କଥା ତେଣୁ ସେହି ପୁରୁଷାର୍ଥରେ ଲାଗିଯିବା ଦରକାର ।
ଆମକୁ ତ ବାବାଙ୍କୁ ୟାଦ କରିବାର ଅଛି । ରୁଟି ଖାଅ ବାବାଙ୍କୁ ୟାଦ କର । ବୁଝିବା ଦରକାର ପ୍ରଥମେ
ଆମେ ବାବାଙ୍କ ଠାରୁ ବର୍ସା ତ ନେବା । ମୁଁ ଆତ୍ମା ଅଟେ ଏହା ପକ୍କା କରିବା ଉଚିତ୍ । ଏପରି ଯଦି
କେହି ପୁରୁଷାର୍ଥୀ ଆତ୍ମା ଆଗକୁ ଆସିବେ ତେବେ ତୀବ୍ର ବେଗରେ ଆଗକୁ ଯାଇପାରିବେ । ବାସ୍ତବରେ ତୁମେ
ପିଲାମାନେ ସାରା ବିଶ୍ୱକୁ ଯୋଗବଳ ଦ୍ୱାରା ପବିତ୍ର କରୁଛ, ତେଣୁ ତୁମମାନଙ୍କୁ କେତେ ନିଶା ରହିବା
ଦରକାର । ମୂଳ କଥା ହେଉଛି ପବିତ୍ରତା । ଏଠାରେ ପାଠ ବି ପଢା ଯାଉଛି ଏବଂ ପବିତ୍ର ମଧ୍ୟ ହେବାକୁ
ପଡିବ, ତା’ ସହିତ ସ୍ୱଚ୍ଛ ମଧ୍ୟ ରହିବାକୁ ହେବ । ବୁଦ୍ଧିରେ ଆଉ କୌଣସି କଥା ମନେ ରହିବା ଦରକାର
ନାହିଁ । ପିଲାମାନଙ୍କୁ ବୁଝାଯାଉଛି ଅଶରୀର ହୁଅ । ଏଠାକୁ ତୁମେ ପାର୍ଟ କରିବାକୁ ଆସିଛ ।
ସମସ୍ତଙ୍କୁ ନିଜ ନିଜର ପାର୍ଟ କରିବାର ହିଁ ଅଛି । ଏହି ଜ୍ଞାନ ବୁଦ୍ଧିରେ ରହିବା ଦରକାର । ସିଡ଼ି
ଚିତ୍ର ସମ୍ବନ୍ଧରେ ମଧ୍ୟ ତୁମେ ବୁଝାଇ ପାରିବ । ରାବଣ ରାଜ୍ୟ ହିଁ ପତିତ, ରାମରାଜ୍ୟ ହିଁ ପାବନ
ଅଟେ । ପୁଣି ପତିତରୁ ପାବନ କିପରି ହେବେ, ଏହି ସବୁ କଥାରେ ରମଣ କରିବା ଦରକାର, ଏହାକୁ ହିଁ
ବିଚାର ସାଗର ମନ୍ଥନ କୁହାଯାଏ । ୮୪ର ଚକ୍ର ସ୍ମୃତିରେ ଆସିବା ଦରକାର । ବାବା କହିଛନ୍ତି - ମୋତେ
ମନେପକାଅ । ଏହା ହିଁ ରୁହାନୀ ଯାତ୍ରା । ବାବାଙ୍କ ୟାଦରେ ହିଁ ବିକର୍ମ ବିନାଶ ହୋଇଥାଏ ।
ଅନ୍ଧଶ୍ରଦ୍ଧାର ସହ ତୀର୍ଥଯାତ୍ରା ଦ୍ୱାରା ତ ଆହୁରି ବିକର୍ମ ହୋଇଥାଏ । ସେମାନଙ୍କୁ କୁହ, ଏହି
ଜ୍ଞାନ ତାବିଜ ଅଟେ । ଏହାକୁ ବୁଝିଲେ ସବୁ ଦୁଃଖ ଦୂର ହୋଇଯିବ । ତାବିଜ ହିଁ ଦୁଃଖ ଦୂର ହେବା ପାଇଁ
ବିନ୍ଧିଥା’ନ୍ତି । ଆଚ୍ଛା -
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନଷ୍ଟମୋହା
ହୋଇ ବାବାଙ୍କୁ ସ୍ମରଣ କରିବାକୁ ହେବ । କୁଟୁମ୍ବ ପରିବାର ଭିତରେ ରହି ବିଶ୍ୱର ମାଲିକ ହେବା ପାଇଁ
ପରିଶ୍ରମ କରିବାକୁ ହେବ । ଅବଗୁଣ ଗୁଡିକୁ ଧୀରେ ଧୀରେ ତ୍ୟାଗ କରି ଦେବାକୁ ହେବ ।
(୨) ନିଜର ଚାଲି-ଚଳଣିକୁ
ଏପରି କରିବାକୁ ହେବ ଯେପରି ସମସ୍ତେ ଦେଖିବେ ଏବଂ ଅନୁକରଣ କରିବେ । ଭିତରେ କୌଣସି ବିକାର ନ ରହୁ,
ନିଜକୁ ଏହିଭଳି ପରଖିବାକୁ ହେବ ।
ବରଦାନ:-
ଡବଲ ସେବା
ଦ୍ୱାରା ଅଲୌକିକ ଶକ୍ତିର ସାକ୍ଷାତ୍କାର କରାଉଥିବା ବିଶ୍ୱ ସେବାଧାରୀ ଭବ ।
ଯେପରି ବାବାଙ୍କର
ସ୍ୱରୂପ ବିଶ୍ୱ ସେବକ ଅଟେ ସେହିପରି ତୁମେମାନେ ମଧ୍ୟ ବିଶ୍ୱସେବାଧାରୀ ଅଟ । ତେଣୁ ଶରୀର ଦ୍ୱାରା
ସ୍ଥୂଳ ସେବା କରିବା ସମୟରେ ମଧ୍ୟ ସଂକଳ୍ପ ଦ୍ୱାରା ବିଶ୍ୱ ପରିବର୍ତ୍ତନର ସେବାରେ ତତ୍ପର ରୁହ ।
ଗୋଟିଏ ସମୟରେ ଶରୀର ଦ୍ୱାରା ଏବଂ ମନ ଦ୍ୱାରା ଏକାଠି ସେବା ହେବା ଦରକାର । ଯେଉଁମାନେ ମାନସିକ
ସେବା ଏବଂ କର୍ମଣା ସେବା ଏକାଠି କରିଥାଆନ୍ତି ସେମାନଙ୍କ ଦ୍ୱାରା ସମ୍ମୁଖରେ ଥିବା ଆତ୍ମାମାନଙ୍କୁ
ଅନୁଭବ ବା ସାକ୍ଷାତ୍କାର ହୋଇଥାଏ ଯେ ଇଏ କୌଣସି ଅଲୌକିକ ଶକ୍ତି ଅଟନ୍ତି । ସେଥିପାଇଁ ଏହି
ଅଭ୍ୟାସକୁ ସ୍ୱାଭାବିକ ଏବଂ ନିରନ୍ତର କର । ମାନସିକ ସେବା ବା ସଂକଳ୍ପ ଶକ୍ତି ଦ୍ୱାରା ସେବା କରିବା
ପାଇଁ ବିଶେଷ କରି ଏକାଗ୍ରତାର ଅଭ୍ୟାସକୁ ବଢାଅ ।
ସ୍ଲୋଗାନ:-
ସମସ୍ତଙ୍କଠାରୁ
ଭଲ ଗୁଣ ଗ୍ରହଣ କର କିନ୍ତୁ ଅନୁକରଣ ବ୍ରହ୍ମାବାବାଙ୍କୁ କର ।
ଅବ୍ୟକ୍ତ ଶାରା:- ସତ୍ୟତା
ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୧୧) ଏବେ ସ୍ୱଚ୍ଛତା ଏବଂ
ନିର୍ଭୟତାର ଆଧାରରେ ସତ୍ୟତା ଦ୍ୱାରା ପ୍ରତ୍ୟକ୍ଷତା କର । ମୁଖରୁ ସତ୍ୟତାର ଅଥରିଟୀ ସ୍ୱତଃ ହିଁ
ବାବାଙ୍କର ପ୍ରତ୍ୟକ୍ଷତା କରିବ । ବର୍ତ୍ତମାନ ପରମାତ୍ମ ବମ୍ (ସତ୍ୟଜ୍ଞାନ) ଦ୍ୱାରା ଧରଣୀକୁ
ପରିବର୍ତ୍ତନ କର । ଏହାର ସହଜ ସାଧନ ହେଲା - ସର୍ବଦା ମୁଖରେ ବା ସଂକଳ୍ପରେ ନିରନ୍ତର ମାଳା ପରି
ପରମାତ୍ମ ସ୍ମୃତି ରହିଥାଉ । ସମସ୍ତଙ୍କ ଅନ୍ତରରେ ଗୋଟିଏ ହିଁ ଧୁନ୍ ଥାଉ ‘ମେରା ବାବା’ । ସଂକଳ୍ପ,
କର୍ମ ଏବଂ ବାଣୀରେ ଏହି ଧୂନ୍ ଥାଉ, ଏହା ହିଁ ହେଉଛି ଅଜପାଜପ । ଯେତେବେଳେ ଏହା ଅଜପାଜପ ହୋଇଯିବ,
ସେତେବେଳେ ଆଉ ସବୁ କଥା ସ୍ୱତଃ ହିଁ ସମାପ୍ତ ହୋଇଯିବ ।