11.04.26 Morning Odia Murli Om Shanti BapDada Madhuban
ଅନ୍ତର୍ମୁଖୀ ସନ୍ତାନମାନେ:-
ଜ୍ଞାନ ସ୍ୱରୂପ ଅବସ୍ଥାରେ ସ୍ଥିତ ରହି ଏହି ମହାବାକ୍ୟ ଗୁଡିକୁ ଧାରଣ କର ତେବେ ଯାଇ ନିଜର ତଥା
ଅନ୍ୟ ଆତ୍ମାମାନଙ୍କର କଲ୍ୟାଣ କରିପାରିବ” (ଦାଦୀମାନଙ୍କ ଡାଏରୀରୁ ସଂଗୃହୀତ)
ଓମ୍ ଶାନ୍ତି ।
ଓମ୍ ଶାନ୍ତି । ପ୍ରତ୍ୟେକ ପୁରୁଷାର୍ଥୀ ସନ୍ତାନମାନଙ୍କୁ ପ୍ରଥମେ ଅର୍ନ୍ତମୁଖୀ ଅବସ୍ଥାକୁ ଅବଶ୍ୟ
ଧାରଣ କରିବାକୁ ହେବ । ଅର୍ନ୍ତମୁଖୀ ସ୍ଥିତିରେ ବହୁତ ବଡ କଲ୍ୟାଣ ସମାହିତ ହୋଇ ରହିଛି । ଏହି
ଅବସ୍ଥା ଦ୍ୱାରା ହିଁ ଅଚଳ, ସ୍ଥିର, ଧେର୍ଯ୍ୟତା, ନିର୍ମାଣଚିତ୍ତ ଇତ୍ୟାଦି ଦୈବୀଗୁଣର ଧାରଣା
ହୋଇପାରିବ ତଥା ସମ୍ପୂର୍ଣ୍ଣ ଜ୍ଞାନମୟ ଅବସ୍ଥା ପ୍ରାପ୍ତ ହୋଇପାରିବ । ଅର୍ନ୍ତମୁଖୀ ନ ହେବା
କାରଣରୁ ଜ୍ଞାନ ସ୍ୱରୂପ ଅବସ୍ଥା ହୋଇପାରୁ ନାହିଁ । କାରଣ ଯାହା କିଛି ବି ମହାବାକ୍ୟ ସମ୍ମୁଖରେ
ଶୁଣାଯାଉଛି ଯଦି ତା’ର ଗଭୀରତାକୁ ଯାଇ ଗ୍ରହଣ କରୁନାହାଁନ୍ତି କେବଳ ସେହି ମହାବାକ୍ୟକୁ
ପୁନରାବୃତ୍ତି କରିଦେଉଛନ୍ତି ତେବେ ତାହା ମହାବାକ୍ୟ ନୁହେଁ, କେବଳ ବାକ୍ୟ ହୋଇ ରହିଯାଉଛି । ଯଦି
ଜ୍ଞାନ ସ୍ୱରୂପ ଅବସ୍ଥାରେ ରହି ମହାବାକ୍ୟକୁ ଶୁଣୁନାହାଁନ୍ତି, ତେବେ ସେହି ମହାବାକ୍ୟ ଉପରେ
ମାୟାର ଛାଇ ପଡିଯାଉଛି । ତେବେ ଏହିଭଳି ମାୟାର ଅଶୁଦ୍ଧ ପ୍ରକମ୍ପନ ପୂର୍ଣ୍ଣ ମହାବାକ୍ୟ ଶୁଣି
କେବଳ ରିପିଟ୍ କରିଲେ ନିଜ ସହିତ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ ହେବା ବଦଳରେ ଅକଲ୍ୟାଣ ହୋଇଯାଏ ।
ସେଥିପାଇଁ ବାବା କହୁଛନ୍ତି ହେ, ସନ୍ତାନମାନେ ଏକଦମ୍ ଅର୍ନ୍ତମୁଖୀ ହୋଇଯାଅ ।
ତୁମମାନଙ୍କର ମନ ମନ୍ଦିର ସଦୃଶ ଅଟେ । ଯେପରି ମନ୍ଦିର ଭିତରୁ ସବୁବେଳେ ସୁଗନ୍ଧ ଆସେ ସେହିଭଳି ମନ
ରୂପି ମନ୍ଦିର ଯେତେବେଳେ ପବିତ୍ର ହୋଇଯାଏ, ସେତେବେଳେ ପବିତ୍ର ସଂକଳ୍ପ ଉତ୍ପନ୍ନ ହୁଏ । ଯେପରି
ମନ୍ଦିରରେ କେବଳ ପବିତ୍ର ଦେବୀ-ଦେବତାମାନଙ୍କର ଚିତ୍ର ରଖିଥା’ନ୍ତି, ଅସୁରମାନଙ୍କର ରଖନ୍ତି ନାହିଁ
। ସେହିପରି ତୁମେମାନେ ମଧ୍ୟ ନିଜର ମନ ବା ହୃଦୟ ରୂପି ମନ୍ଦିରକୁ ସମସ୍ତ ଈଶ୍ୱରୀୟ ଗୁଣ ରୂପି
ମୂର୍ତ୍ତିରେ ସୁସଜ୍ଜିତ କରିଦିଅ । ସେହି ଗୁଣଗୁଡିକ ହେଲା - ନିର୍ମୋହ, ନିର୍ଲୋଭ, ନିର୍ଭୟ,
ଧୈର୍ଯ୍ୟତା, ନିରହଂକାରୀ ଇତ୍ୟାଦି । କାରଣ ଏସବୁ ହେଲା ତୁମମାନଙ୍କର ହିଁ ଦିବ୍ୟ ଲକ୍ଷଣ ।
ତୁମମାନଙ୍କୁ ନିଜର ମନରୂପି ମନ୍ଦିରକୁ ଆଲୋକିତ ଅର୍ଥାତ୍ ସମ୍ପୂର୍ଣ୍ଣ ଶୁଦ୍ଧ କରିବାକୁ ହେବ ।
ଯେତେବେଳେ ତୁମମାନଙ୍କର ମନରୂପି ମନ୍ଦିର ଉଜ୍ୱଳ ହୋଇଯିବ, ସେତେବେଳେ ଯାଇ ଆମର ନିଜର ଉଜ୍ୱଳ
ପ୍ରିୟ ବୈକୁଣ୍ଠ ଦେଶକୁ ଯାଇପାରିବ । ତେଣୁ ଏବେ ତୁମମାନଙ୍କୁ ନିଜର ମନକୁ ଉଜ୍ୱଳ କରିବାର
ପ୍ରଯତ୍ନ କରିବାକୁ ହେବ ତଥା ମନ ସହିତ ନିଜର ବିକାରୀ କର୍ମଇନ୍ଦ୍ରିୟଗୁଡିକୁ ବଶୀଭୂତ କରିବାକୁ
ହେବ । ଏ କଥା କେବଳ ନିଜ ପାଇଁ ହିଁ ନୁହେଁ ପରନ୍ତୁ ଅନ୍ୟମାନଙ୍କ ପାଇଁ ମଧ୍ୟ ଏହି ସେବା କରିବାକୁ
ହେବ ।
ବାସ୍ତବରେ ସେବାର ଅର୍ଥ ବହୁତ ସୂକ୍ଷ୍ମ ଏବଂ ବହୁତ ଗହନ । ଏପରି ନୁହେଁ କାହାର ଭୁଲ୍ ହୋଇ ଗଲେ
କେବଳ ସତର୍କ କରାଇବାର ସେବା କରିବ । କିନ୍ତୁ ନା ସେମାନଙ୍କୁ ସୂକ୍ଷ୍ମରେ ନିଜର ଯୋଗ ଶକ୍ତିର
ପ୍ରକମ୍ପନ ପହଞ୍ଚାଇ ସେମାନଙ୍କର ଅଶୁଦ୍ଧ ସଂକଳ୍ପକୁ ଭସ୍ମ କରିଦେବା, ଏହା ହିଁ ସର୍ବୋତ୍ତମ,
ସଚ୍ଚା ସେବା ଅଟେ, ତା’ ସହିତ ନିଜ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ । କେବଳ ବାଣୀ ଅଥବା କର୍ମଣା
ନୁହେଁ ପରନ୍ତୁ ଯଦି ମନରେ କୌଣସି ଅଶୁଦ୍ଧ ସଂକଳ୍ପ ଉତ୍ପନ୍ନ ହେଉଛି ତେବେ ସେହି ସଂକଳ୍ପର ତରଙ୍ଗ
ସୂକ୍ଷ୍ମରେ ଅନ୍ୟମାନଙ୍କୁ ପ୍ରଭାବିତ କରିଥାଏ, ଯାହାର ବୋଝ ନିଜ ଉପରକୁ ଆସିଥାଏ ଏବଂ ସେହି ବୋଝ
ଦିନେ ବନ୍ଧନ ହୋଇଯାଏ । ସେଥିପାଇଁ ସନ୍ତାନମାନେ, ନିଜେ ସାବଧାନ ହୋଇ ରୁହ ଏବଂ ଅନ୍ୟମାନଙ୍କ ପ୍ରତି
ମଧ୍ୟ ସେହିଭଳି ଦିବ୍ୟ ସେବା କର । ଏହା ହିଁ ତୁମ ସେବାଧାରୀ ପିଲାମାନଙ୍କର ଦିବ୍ୟ କର୍ତ୍ତବ୍ୟ ଅଟେ
। ଏହିଭଳି ସେବାଧାରୀ କେବେ ବି କୌଣସି ସେବା କାହାଠାରୁ ନେବା ଉଚିତ୍ ନୁହେଁ । ଯଦିଓ କେବେ ଅଚାନକ
କୌଣସି ଭୁଲ୍ ହୋଇଯାଏ, ତେବେ ନିଜର ବୁଦ୍ଧିଯୋଗବଳ ଦ୍ୱାରା ତାକୁ ଠିକ୍ କରିନେବା ଉଚିତ୍ । ଏହିଭଳି
ତୀବ୍ର ପୁରୁଷାର୍ଥୀମାନେ ଟିକିଏ ସଙ୍କେତ ମିଳିଗଲେ ମଧ୍ୟ ଅନୁଭବୀ ହୋଇ ଯଥାଶୀଘ୍ର ନିଜକୁ
ପରିବର୍ତ୍ତନ କରିନିଅନ୍ତି ଏବଂ ଆଗକୁ ନିଜ ଉପରେ ଭଲ ଭାବରେ ଧ୍ୟାନ ରଖି ଚାଲନ୍ତି । ଏହା ହିଁ
ବିଶାଳବୁଦ୍ଧି ସନ୍ତାନମାନଙ୍କର କର୍ତ୍ତବ୍ୟ ଅଟେ ।
ହେ ମୋର ପ୍ରାଣର ପ୍ରିୟ ସନ୍ତାନମାନେ, ପରମାତ୍ମାଙ୍କ ଦ୍ୱାରା ରଚିତ ଅବିନାଶୀ ରାଜସ୍ୱ ଅଶ୍ୱମେଧ
ଜ୍ଞାନ ଯଜ୍ଞରେ ଶରୀର-ମନ-ଧନକୁ ସମ୍ପୂର୍ଣ୍ଣ ଭାବରେ ସ୍ୱାହା କରିବାର ରହସ୍ୟ ବହୁତ ଗହନ । ଯେଉଁ
ମୁହୂର୍ତ୍ତରୁ ତୁମେମାନେ କହୁଛ ଯେ, ମୁଁ ଶରୀର-ମନ-ଧନ ସହିତ ଯଜ୍ଞରେ ସ୍ୱାହା ଅର୍ଥାତ୍ ଅର୍ପଣ କରି
ମରିସାରିଛି ସେହି ମୂହୁର୍ତ୍ତରୁ ନିଜର ଆଉ କିଛି ବି ରହିଲା ନାହିଁ । ତା’ଭିତରୁ ମଧ୍ୟ ପ୍ରଥମେ
ଶରୀର ଏବଂ ମନକୁ ସମ୍ପୂର୍ଣ୍ଣ ରୂପେ ସେବାରେ ଲଗାଇବାକୁ ହେବ । ଯଦି ସବୁ କିଛି ଯଜ୍ଞ ଅଥବା
ପରମାତ୍ମାଙ୍କ ପ୍ରତି ସ୍ୱାହା କରିଛ, ତେବେ ନିଜର ବୋଲି କିଛି ବି ରହିଲା ନାହିଁ । ଧନକୁ ମଧ୍ୟ
ବ୍ୟର୍ଥରେ ଖର୍ଚ୍ଚ କରିପାରିବ ନାହିଁ । ନିଜର ମନ ମଧ୍ୟ ଅଶୁଦ୍ଧ ସଂକଳ୍ପ ବିକଳ୍ପ ଆଡକୁ ଯାଇପାରିବ
ନାହିଁ କାରଣ ମନକୁ ପରମାତ୍ମାଙ୍କ ପାଖରେ ଅର୍ପଣ କରିଦେଇଛ । ପରମାତ୍ମା ପିତା ତ ହେଉଛନ୍ତି ଶୁଦ୍ଧ
ଶାନ୍ତ ସ୍ୱରୂପ । ସେଥିପାଇଁ ଅଶୁଦ୍ଧ ସଂକଳ୍ପ ସ୍ୱତଃ ଶାନ୍ତ ହୋଇଯିବ । ଯଦି ମନକୁ ମାୟା ହାତରେ
ଦେଇ ଦେଉଛ, ତେବେ ମାୟାର ବିଭିନ୍ନ ରୂପ ଥିବା କାରଣରୁ ଅନେକ ପ୍ରକାରର ବିକଳ୍ପ ଉତ୍ପନ୍ନ କରି ମନ
ରୂପି ଘୋଡା ଉପରେ ବସିଯାଉଛି । ଯଦି ଏବେ ମଧ୍ୟ କାହା ଭିତରେ ସଂକଳ୍ପ ବିକଳ୍ପ ଚାଲୁଛି ତେବେ
ବୁଝିନେବା ଦରକାର ଯେ, ମନକୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସ୍ୱାହା କରିନାହାଁନ୍ତି ଅର୍ଥାତ୍
ମନ ଈଶ୍ୱରାଭିମୁଖୀ ହୋଇ ନାହିଁ । ସେଥିପାଇଁ ହେ ସର୍ବ ତ୍ୟାଗୀ ପିଲାମାନେ, ଏହି ଗୁହ୍ୟ ରହସ୍ୟକୁ
ଜାଣି କର୍ମ କର ଏବଂ ସାକ୍ଷୀ ହୋଇ ନିଜକୁ ଦେଖି, ବହୁତ ସାବଧାନତା ପୂର୍ବକ ଚାଲ ।
ନିଜେ ଗୋପୀବଲ୍ଲଭ ଏଠାକୁ ଆସି ନିଜର ପ୍ରିୟ ଗୋପ ଗୋପୀମାନଙ୍କୁ ବୁଝାଉଛନ୍ତି, କହୁଛନ୍ତି -
ତୁମମାନଙ୍କର ବାସ୍ତବିକ ସଚ୍ଚା ପ୍ରେମ କ’ଣ? ହେ ମୋର ପ୍ରାଣପ୍ରିୟ ସନ୍ତାନମାନେ ତୁମମାନଙ୍କୁ
ପରସ୍ପରର ଶିକ୍ଷା ଏବଂ ସାବଧାନତାକୁ ସ୍ୱୀକାର କରିବାକୁ ହେବ କାରଣ ଫୁଲ ଗଛଟି ଯେତେ ପ୍ରିୟ
ହୋଇଥାଏ ତାର ପାଳନା ମଧ୍ୟ ସେତିକି ଶ୍ରେଷ୍ଠ ରୀତିରେ କରାଯାଏ । ଫୁଲକୁ ମୂଲ୍ୟବାନ କରିବା ପାଇଁ
ମାଳୀକୁ କଣ୍ଟାରୁ ଅଲଗା କରିବାକୁ ହିଁ ପଡିଥାଏ । ସେହିପରି ତୁମମାନଙ୍କୁ ମଧ୍ୟ ଯେତେବେଳେ କେହି
ସତର୍କ କରାଇ ଦେଉଛି ତେବେ ବୁଝି ନେବା ଦରକାର ଯେ, ସିଏ ଯେପରି ମୋତେ ପାଳନା ଦେଉଛନ୍ତି ଅର୍ଥାତ୍
ମୋର ସେବା କରୁଛନ୍ତି । ସେହି ସେବା ଅଥବା ପାଳନାକୁ ସମ୍ମାନ ଦେବାକୁ ହେବ । ଏହା ହେଉଛି
ସମ୍ପୂର୍ଣ୍ଣ ହେବାର ଉପାୟ । ଏହା ହିଁ ଜ୍ଞାନଯୁକ୍ତ ଆନ୍ତରିକ ସଚ୍ଚା ସ୍ନେହ ଅଟେ । ଏହି ଦିବ୍ୟ
ସ୍ନେହରେ ପରସ୍ପର ପ୍ରତି ସମ୍ମାନ ଦେବା ଆବଶ୍ୟକ । ପ୍ରତ୍ୟେକ କଥାରେ ପ୍ରଥମେ ନିଜକୁ ସାବଧାନ
କରିବାକୁ ହେବ, ଏହା ହିଁ ନିର୍ମାଣଚିତ୍ତ ଅତି ମଧୁର ଅବସ୍ଥା ଅଟେ । ଏହିଭଳି ପ୍ରେମପୂର୍ବକ ଚାଲିବା
ଦ୍ୱାରା ତୁମମାନଙ୍କୁ ଯେପରି ସତ୍ୟଯୁଗର ସେହି ସୁଖମୟ ଦିନର ଅନୁଭବ ହେବ । ସେଠାରେ ତ ସ୍ନେହ
ସ୍ୱାଭାବିକ ରହିଥାଏ କିନ୍ତୁ ସଂଗମଯୁଗର ସୁଖମୟ ସମୟରେ ପରସ୍ପରର ସେବା କରିବାର ଏହା ଅତି ମିଠା
ରମଣିକ ପ୍ରେମ ଅଟେ, ଏହି ମିଠା ପ୍ରେମର ଗାୟନ ମଧ୍ୟ ସାରା ଜଗତରେ ହେଉଛି ।
ତୁମ ଭଳି ପ୍ରତ୍ୟେକ ଚୈତନ୍ୟ ଫୁଲମାନଙ୍କୁ ସବୁବେଳେ ହର୍ଷିତ ହୋଇ ରହିବାକୁ ହେବ କାରଣ ତୁମେମାନେ
ଏବେ ନିଶ୍ଚୟବୁଦ୍ଧି ହୋଇଛ ତେଣୁ ତୁମର ଶିରା ପ୍ରଶିରାରେ ସମ୍ପୂର୍ଣ୍ଣ ଈଶ୍ୱରୀୟ ଶକ୍ତି
ଅନ୍ତର୍ନିହିତ ହୋଇ ରହିଛି । ଏହିଭଳି ଆକର୍ଷଣ କରିବାର ଶକ୍ତି ନିଜର ଦିବ୍ୟ ଚମତ୍କାର ନିଶ୍ଚିତ
ଦେଖାଯାଇଥାଏ । ଯେପରି ନିର୍ଦ୍ଦୋଷ ଛୋଟ ପିଲା ଶୁଦ୍ଧ ପବିତ୍ର ହୋଇଥିବା କାରଣରୁ ସଦାସର୍ବଦା
ହସୁଥାଆନ୍ତି ଏବଂ ନିଜର ରମଣୀକ ଚରିତ୍ର ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଥା’ନ୍ତି । ସେହିପରି
ତୁମମାନଙ୍କର ମଧ୍ୟ ଈଶ୍ୱରୀୟ ରମଣୀକ ଜୀବନ ହେବା ଆବଶ୍ୟକ । ସେଥିପାଇଁ ତୁମମାନଙ୍କୁ କୌଣସି ବି
ଉପାୟରେ ନିଜର ଆସୁରୀ ସ୍ୱଭାବ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଯେତେବେଳେ ବି କାହାକୁ
ଦେଖୁଛ ଯେ ଇଏ କ୍ରୋଧ ବିକାରର ବଶୀଭୂତ ହୋଇ ମୋ ସାମ୍ନାକୁ ଆସୁଛି, ତେବେ ତାଙ୍କ ସାମ୍ନାରେ
ଜ୍ଞାନ ସ୍ୱରୂପ ହୋଇ ନିର୍ବୋଧ ବାଳକ ସମାନ ହସୁଥାଅ ତେବେ ସିଏ ଶାନ୍ତଚିତ୍ତ ହୋଇଯିବ ଅର୍ଥାତ୍
ବିସ୍ମୃତିରୁ ସ୍ମୃତି ସ୍ୱରୂପକୁ ଆସିଯିବ । ଯଦିଓ ସେହି ଆତ୍ମାକୁ ଜଣା ପଡିବ ନାହିଁ କିନ୍ତୁ
ସୂକ୍ଷ୍ମ ରୂପରେ ତା’ ଉପରେ ବିଜୟୀ ହୋଇ ମାଲିକ ହୋଇଯିବା, ଏହା ହିଁ ମାଲିକ ତଥା ବାଳକ ହେବାର
ସର୍ବୋଚ୍ଚ ଶିରୋମଣୀ ବିଧି ଅଟେ ।
ଯେପରି ଈଶ୍ୱର ହେଉଛନ୍ତି ସମ୍ପୂର୍ଣ୍ଣ ଜ୍ଞାନର ସ୍ୱରୂପ ଏବଂ ସମ୍ପୂର୍ଣ୍ଣ ପ୍ରେମର ସ୍ୱରୂପ ।
ଈଶ୍ୱରଙ୍କ ଭିତରେ ଦୁଇଟିଯାକ ଗୁଣ ସମାହିତ ହୋଇ ରହିଛି । କିନ୍ତୁ ପ୍ରଥମେ ହେଲା ଜ୍ଞାନ ଏବଂ
ଦ୍ୱିତୀୟରେ ପ୍ରେମ । ଯଦି କେହି ପ୍ରଥମେ ଜ୍ଞାନ ସ୍ୱରୂପ ନ ହୋଇ କେବଳ ପ୍ରେମ ସ୍ୱରୂପ ହୋଇଯିବେ,
ତେବେ ସେହି ପ୍ରେମ ଅର୍ଥାତ୍ ସ୍ନେହ ମନ ଭିତରେ ଅଶୁଦ୍ଧତା ଉତ୍ପନ୍ନ କରିଦେବ ଅର୍ଥାତ୍ ଅପବିତ୍ରତା
ଉତ୍ପନ୍ନ କରିଦେବ । ତେଣୁ ପ୍ରେମକୁ ଗୁପ୍ତରେ ରଖି ପ୍ରଥମେ ଜ୍ଞାନସ୍ୱରୂପ ହୋଇ ଭିନ୍ନ ଭିନ୍ନ
ରୂପରେ ଆସି ଥିବା ମାୟା ଉପରେ ବିଜୟ ପ୍ରାପ୍ତ କରି ତ’ ପରେ ପ୍ରେମ ସ୍ୱରୂପ ହେବା ଉଚିତ୍ । ଯଦି
ଜ୍ଞାନ ସ୍ୱରୂପ ନ ହୋଇ ପ୍ରେମ ସ୍ୱରୂପ ହେବ ତେବେ କେଉଁଠି କେଉଁଠି ବିଚଳିତ ମଧ୍ୟ ହେବାକୁ ପଡିଥାଏ
। ଯେପରି କେହି ଜ୍ଞାନ ସ୍ୱରୂପ ହେବା ବିନା ଧ୍ୟାନରେ ଯାଆନ୍ତି ତେବେ ସେମାନେ କେବେ କେବେ ମାୟାର
ବନ୍ଧନରେ ବାନ୍ଧି ହୋଇଯାଆନ୍ତି । ସେଥିପାଇଁ ବାବା କହୁଛନ୍ତି ପିଲାମାନେ, ଧ୍ୟାନରେ ଯିବା ମଧ୍ୟ
ଗୋଟିଏ ସୁତାର ଜଞ୍ଜିର ଅଟେ । କିନ୍ତୁ ଜ୍ଞାନ ସ୍ୱରୂପ ହୋଇ ପରେ ଧ୍ୟାନରେ ଯିବା ଦ୍ୱାରା ଅତି
ମଉଜର ଅନୁଭବ ହୋଇଥାଏ । ତେଣୁ ପ୍ରଥମେ ହେଲା ଜ୍ଞାନ ଏବଂ ପରେ ହେଲା ଧ୍ୟାନ । ଧ୍ୟାନିଷ୍ଠ
ଅବସ୍ଥାଠାରୁ ଜ୍ଞାନିଷ୍ଠ ଅବସ୍ଥା ଶ୍ରେଷ୍ଠ ଅଟେ । ସେଥିପାଇଁ ହେ ପିଲାମାନେ, ପ୍ରଥମେ ଜ୍ଞାନ
ସ୍ୱରୂପ ହୋଇ ପୁଣି ପ୍ରେମ ସ୍ୱରୂପକୁ ଜାଗ୍ରତ କରିବାକୁ ହେବ । ଜ୍ଞାନ ବ୍ୟତୀତ କେବଳ ପ୍ରେମ
ସ୍ୱରୂପକୁ ଜାଗ୍ରତ କରିବା ଏହା ପୁରୁଷାର୍ଥୀ ଜୀବନରେ ବିଘ୍ନ ପକାଇଥାଏ ।
ସାକ୍ଷୀପଣିଆ ଅବସ୍ଥା ଅତି ମିଠା, ରମଣୀକ ଏବଂ ବହୁତ ସୁନ୍ଦର ଅଟେ । ଭବିଷ୍ୟତ ଜୀବନ ଏହି ଅବସ୍ଥା
ଉପରେ ନିର୍ଭର କରୁଛି । ଯେପରି କାହାକୁ ନିଜର କର୍ମଭୋଗ ଶରୀର ଦ୍ୱାରା ଭୋଗ କରିବାକୁ ପଡୁଛି, ସେହି
ସମୟରେ ଯଦି ସିଏ ସାକ୍ଷୀ ହୋଇ ସୁଖ ସ୍ୱରୂପ ଅବସ୍ଥାରେ ସ୍ଥିତ ହୋଇ ତାକୁ ଭୋଗ କରିଥାଏ, ତେବେ
ଅତୀତର କର୍ମଭୋଗକୁ ଚୁକ୍ତ ମଧ୍ୟ କରିଥାଏ ତା’ ସହିତ ଭବିଷ୍ୟତ ପାଇଁ ସୁଖର ହିସାବ ମଧ୍ୟ ତିଆରି
ହୁଏ । ତେବେ ଏହି ସାକ୍ଷୀପଣିଆ ଏବଂ ସୁଖ ସ୍ୱରୂପ ଅବସ୍ଥା ଅତୀତ ଏବଂ ଭବିଷ୍ୟତ ଉଭୟ ସହିତ
ସଂପୃକ୍ତ ଅଟେ । ତେବେ ଯିଏ ଏହି ରହସ୍ୟକୁ ବୁଝିଯିବ ସିଏ କେବେ ବି ଏପରି କହିବ ନାହିଁ ଯେ, ମୋର
ଏହି ସୁନ୍ଦର ଏବଂ ସୁଖମୟ ସମୟ କେବଳ ହିସାବ ଚୁକ୍ତ କରିବାରେ ଚାଲିଗଲା । ନା । ଏହା ହିଁ ହେଉଛି
ଅତିଶ୍ରେଷ୍ଠ ପୁରୁଷାର୍ଥ କରିବାର ସମୟ, ଯେଉଁ ସମୟରେ ଉଭୟ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପରେ ସିଦ୍ଧି
ହୋଇଥାଏ । ଏହିପରି ଉଭୟ କାର୍ଯ୍ୟକୁ ସିଦ୍ଧ କରୁଥିବା ତୀବ୍ର ପୁରୁଷାର୍ଥୀ ହିଁ ଅତିନ୍ଦ୍ରିୟ ସୁଖ
ବା ଆନନ୍ଦ ସ୍ୱରୂପର ଅନୁଭବରେ ରହିଥା’ନ୍ତି । ଏହି ଭେରାଇଟି ବିଶାଳ ଡ୍ରାମାରେ ପ୍ରତ୍ୟେକ କଥାରେ
ତୁମମାନଙ୍କୁ ସମ୍ପୂର୍ଣ୍ଣ ନିଶ୍ଚୟ ରହିବା ଦରକାର, କାରଣ ଏହି ପୂର୍ବ ନିର୍ଦ୍ଧାରିତ ଡ୍ରାମା
ସମ୍ପୂର୍ଣ୍ଣ ବିଶ୍ୱସ୍ତ ଅର୍ଥାତ୍ ସଠିକ୍ ଅଟେ । ଦେଖ ଏହି ଡ୍ରାମା ପ୍ରତ୍ୟେକ ଜୀବ ପ୍ରାଣୀ ଦ୍ୱାରା
ସେମାନଙ୍କର ନିଜ ନିଜର ଅଭିନୟକୁ ପୂର୍ଣ୍ଣରୀତିରେ ଅଭିନିତ କରାଉଛି । ଯଦିଓ କେହି ଭୁଲ୍ ବି
କରୁଛନ୍ତି ତେବେ ସେ ତାଙ୍କର ଏହି ଭୁଲ୍ର ପାର୍ଟ ମଧ୍ୟ ପୂର୍ଣ୍ଣ ରୂପରେ ଅଭିନୟ କରିଥା’ନ୍ତି ।
ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଯେହେତୁ ଭୁଲ୍ ଏବଂ ଠିକ୍ ଉଭୟ ଡ୍ରାମାର ଯୋଜନାରେ
ବନ୍ଧା ହୋଇଛନ୍ତି, ତେଣୁ କୌଣସି କଥାରେ ସଂଶୟ ଆଣିବା, ଏହାକୁ ଜ୍ଞାନ କୁହାଯିବ ନାହିଁ । କାରଣ
ପ୍ରତ୍ୟେକ ପାର୍ଟଧାରୀ ଡ୍ରାମାରେ ନିଜ ନିଜର ଅଭିନୟ କରୁଛନ୍ତି । ଯେପରି ସିନେମାରେ ଅନେକ
ପାର୍ଟଧାରୀ ଭିନ୍ନ ଭିନ୍ନ ନାମ ରୂପରେ ନିଜର ଅଭିନୟ କରିଥା’ନ୍ତି । ତାଙ୍କୁ ଦେଖି କେହି ଘୃଣା
କରିବେ ଏବଂ କିଏ ଖୁସି ହେବେ, ଏଭଳି ହୁଏ ନାହିଁ । କାରଣ ଜାଣିଥାଆନ୍ତି ଏହା ଏକ ଖେଳ ଅଟେ, ଯେଉଁଠି
ସମସ୍ତଙ୍କୁ ନିଜ ନିଜର ଭଲ ବା ମନ୍ଦ ପାର୍ଟ ମିଳିଛି । ସେହିପରି ଏହି ଅନାଦି ପୂର୍ବ ନିର୍ଦ୍ଧାରିତ
ଅବିନାଶୀ ସିନେମାକୁ ମଧ୍ୟ ସାକ୍ଷୀ ହୋଇ ଏକରସ ଅବସ୍ଥାରେ ହର୍ଷିତ ହୋଇ ଦେଖୁଥାଅ । ସଂଗଠନରେ ଏହି
ପଏଣ୍ଟକୁ ଭଲ ଭାବରେ ଧାରଣ କରିବାକୁ ହେବ । ପ୍ରତ୍ୟେକଙ୍କୁ ଆଧ୍ୟାତ୍ମିକତାର ଦୃଷ୍ଟିରେ ଦେଖିବାକୁ
ହେବ, ଅନୁଭବ ଆଧାରରେ ଜ୍ଞାନକୁ ସର୍ବ ଈଶ୍ୱରୀୟ ଗୁଣକୁ ଧାରଣ କରିବାକୁ ହେବ । ନିଜର ଲକ୍ଷ୍ୟ
ସ୍ୱରୂପର ସ୍ମୃତି ଦ୍ୱାରା ଶାନ୍ତଚିତ୍ତ, ନିର୍ମାଣଚିତ୍ତ, ଧୈର୍ଯ୍ୟତା, ମିଠା ଏବଂ ଶୀତଳତା
ଇତ୍ୟାଦି ସର୍ବଗୁଣକୁ ଜାଗ୍ରତ କରିବାକୁ ହେବ ।
ଧୈର୍ଯ୍ୟତାକୁ ଧାରଣ କରିବାର ମୂଳଦୂଆ ହେଲା - ୱେଟ ଏଣ୍ଡ ସି । ହେ ମୋର ପ୍ରିୟ ସନ୍ତାନମାନେ ୱେଟ
ଅର୍ଥାତ୍ ଧେର୍ଯ୍ୟ ଧରିବା ଏବଂ ସି ଅର୍ଥାତ୍ ଦେଖିବା । ପ୍ରଥମେ ନିଜ ହୃଦୟରେ ଧୈର୍ଯ୍ୟତାର ଗୁଣକୁ
ଧାରଣ କର, ତା’ପରେ ଏହି ବିଶାଳ ଡ୍ରାମାକୁ ସାକ୍ଷୀ ହୋଇ ଦେଖ । ଯେ ପର୍ଯ୍ୟନ୍ତ କୌଣସି ବି ରହସ୍ୟକୁ
ଶୁଣିବାର ସମୟ ପାଖେଇ ନ ଆସିଛି ସେ ପର୍ଯ୍ୟନ୍ତ ଧୈର୍ଯ୍ୟତାର ଗୁଣକୁ ଧାରଣ କରିବାକୁ ହେବ । ସମୟ
ଅନୁସାରେ ଧୈର୍ଯ୍ୟତାର ସହିତ ରହସ୍ୟକୁ ଶୁଣିଲେ କେବେ ବି ବିଚଳିତ ହେବ ନାହିଁ । ସେଥିପାଇଁ ହେ
ମୋର ପ୍ରାଣର ପ୍ରିୟ ପୁରୁଷାର୍ଥୀ ସନ୍ତାନମାନେ ଟିକିଏ ଅପେକ୍ଷା କର ଆଗକୁ ଯାଇ ଡ୍ରାମାର ରହସ୍ୟକୁ
ଦେଖ । ଏହି ଧୈର୍ଯ୍ୟତାର ସ୍ଥିତି ଦ୍ୱାରା ହିଁ ସବୁ କର୍ତ୍ତବ୍ୟ ସମ୍ପୂର୍ଣ୍ଣ ରୂପରେ ସିଦ୍ଧ
ହୋଇଥାଏ । ଏହି ଗୁଣ ନିଶ୍ଚୟ ସହିତ ବାନ୍ଧି ହୋଇ ରହିଛି । ଏହିଭଳି ନିଶ୍ଚୟବୁଦ୍ଧି ଆତ୍ମାମାନେ
ସାକ୍ଷୀଦ୍ରଷ୍ଟା ହୋଇ ଖେଳର ପ୍ରତ୍ୟେକ ଦୃଶ୍ୟକୁ ହର୍ଷିତମୁଖ ହୋଇ ଦେଖିବା ସହିତ, ଆନ୍ତରିକ
ଧୈର୍ଯ୍ୟଶୀଳ ଏବଂ ଅଟଳଚିତ୍ତ ହୋଇ ରହିଥା’ନ୍ତି, ଏହା ହିଁ ହେଉଛି ଜ୍ଞାନର ପରିପକ୍ୱ ଅବସ୍ଥା
ଯାହାକି ଅନ୍ତିମ ସମ୍ପୂର୍ଣ୍ଣତା ସମୟରେ ବାସ୍ତବିକ ରୂପରେ ରହିଥାଏ । ସେଥିପାଇଁ ବହୁତ ସମୟ ଧରି
ଏହି ସାକ୍ଷୀପଣିଆ ସ୍ଥିତିରେ ସ୍ଥିତ ହେବାର ପରିଶ୍ରମ କରିବାକୁ ହେବ ।
ଯେପରି ନାଟକରେ ଅଭିନେତାମାନଙ୍କୁ ମିଳିଥିବା ଅଭିନୟକୁ ପୂର୍ଣ୍ଣ ରୂପରେ ପ୍ରଦର୍ଶନ କରିବା ପାଇଁ
ପୂର୍ବରୁ ହିଁ ଅଭ୍ୟାସ କରିବାକୁ ପଡିଥାଏ, ସେହିପରି ତୁମ ପ୍ରିୟ ଫୁଲମାନଙ୍କୁ ମଧ୍ୟ ଆଗକୁ ଆସୁଥିବା
କଠିନ ପରୀକ୍ଷାରେ ଯୋଗବଳ ଦ୍ୱାରା ଉତ୍ତୀର୍ଣ୍ଣ ହେବା ପାଇଁ ପୂର୍ବରୁ ଅଭ୍ୟାସ ନିଶ୍ଚିତ କରିବାକୁ
ପଡିବ । କିନ୍ତୁ ଯଦି ବହୁତ ସମୟର ପୁରୁଷାର୍ଥ କରି ନ ଥିବ ତେବେ ସେ ସମୟରେ ଧୈର୍ଯ୍ୟହରା ହୋଇ ଫେଲ୍
ହୋଇଯିବ । ସେଥିପାଇଁ ପ୍ରଥମରୁ ନିଜର ଈଶ୍ୱରୀୟ ମୂଳଦୁଆ ପକ୍କା କରି ଦୈବୀ ଗୁଣଧାରୀ ହେବାକୁ ପଡିବ
।
ଜ୍ଞାନ ସ୍ୱରୂପ ସ୍ଥିତିରେ ସ୍ଥିତ ହେବା ଦ୍ୱାରା ଶାନ୍ତ ସ୍ୱରୂପ ଅବସ୍ଥା ସ୍ୱତଃ ଆସିଯିବ ।
ଯେତେବେଳେ ଜ୍ଞାନୀ ତୁ ଆତ୍ମାମାନେ ଏକାଠି ବସି ମୁରଲୀ ଶୁଣନ୍ତି, ସେତେବେଳେ ଚତୁର୍ଦ୍ଦିଗରେ
ଶାନ୍ତିର ବାତାବରଣ ଖେଳିଯାଏ କାରଣ ସେମାନେ ଯେତେବେଳେ କୌଣସି ବି ମହାବାକ୍ୟ ଶୁଣିଥା’ନ୍ତି
ଅନ୍ତରର ସହିତ ଜ୍ଞାନର ଗଭୀରତାକୁ ଚାଲିଯାଆନ୍ତି । ଜ୍ଞାନର ଗଭୀରତାକୁ ଯିବା କାରଣରୁ ସେମାନଙ୍କୁ
ଆନ୍ତରିକ ଶାନ୍ତିର ମଧୁର ଅନୁଭୂତି ହୋଇଥାଏ । ତେବେ ସେଥିପାଇଁ ଖାସ କୌଣସି ସ୍ଥାନରେ ବସି
ପରିଶ୍ରମ କରିବାକୁ ପଡିବ ନାହିଁ କିନ୍ତୁ ଜ୍ଞାନଯୁକ୍ତ ସ୍ଥିତିରେ ସ୍ଥିତ ରହିବା ଦ୍ୱାରା ଏହି ଗୁଣ
ସ୍ୱତଃ ଏବଂ ଅଚାନକ ଭାବେ ଆସିଯାଏ । ତୁମେମାନେ ଯେତେବେଳେ ସକାଳୁ ସକାଳୁ ଉଠି ଏକାନ୍ତରେ ବସୁଛ
ସେତେବେଳେ ଶୁଦ୍ଧ ବିଚାରର ତରଙ୍ଗ ଉତ୍ପନ୍ନ ହୋଇଥାଏ । କିନ୍ତୁ ସେଥିପାଇଁ ବହୁତ ଉପରାମ ଅବସ୍ଥା
ହେବା ଦରକାର । ପୁଣି ନିଜର ଶୁଦ୍ଧ ସଂକଳ୍ପରେ ସ୍ଥିତ ହେବା ଦ୍ୱାରା ଅନ୍ୟ ସବୁ ସଂକଳ୍ପ ସ୍ୱତଃ
ଶାନ୍ତ ହୋଇଯିବ ଏବଂ ମନ ଅମନ ହୋଇଯିବ । କାରଣ ମନକୁ ବଶୀଭୂତ କରିବା ପାଇଁ କୌଣସି ଶକ୍ତି ତ
ନିଶ୍ଚିତ ଆବଶ୍ୟକ ନା । ସେଥିପାଇଁ ପ୍ରଥମେ ନିଜର ଲକ୍ଷ୍ୟ ସ୍ୱରୂପର ଶୁଦ୍ଧ ସଂକଳ୍ପକୁ ଧାରଣ କର ।
ଯେତେବେଳେ ଆନ୍ତରିକ ବୁଦ୍ଧିଯୋଗ କାଇଦା ଅନୁସାରେ ରହିବ, ତେବେ ତୁମର ନିଃସଂକଳ୍ପ ଅବସ୍ଥା ସ୍ୱତଃ
ହୋଇଯିବ । ଆଚ୍ଛା!
ମିଠା ମିଠା ଜ୍ଞାନ ଗୁଲଜାରୀ, ଜ୍ଞାନର ତାରକାମାନଙ୍କ ପ୍ରତି ୟାଦପ୍ୟାର ସୁପ୍ରଭାତ ଏବଂ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ଲକ୍ଷ୍ୟ ସ୍ୱରୂପର ସ୍ମୃତି ଦ୍ୱାରା ଶାନ୍ତଚିତ୍ତ, ନିର୍ମାଣଚିତ୍ତ, ଧୈର୍ଯ୍ୟଶୀଳ, ମଧୁରତା, ଶୀତଳତା
ଆଦି ସମସ୍ତ ଦୈବୀଗୁଣକୁ ଧାରଣ କରିବାକୁ ହେବ ।
(୨) ନିଶ୍ଚୟ ବୁଦ୍ଧି
ସାକ୍ଷୀଦ୍ରଷ୍ଟା ହୋଇ ଏହି ଖେଳକୁ ହର୍ଷିତ ଚେହେରା ଦ୍ୱାରା ଦେଖି ଆନ୍ତରିକ ଭାବରେ ଧୈର୍ଯ୍ୟଶୀଳ
ଏବଂ ଅଚଳମନା ହୋଇ ରହିବାକୁ ହେବ । ଅଧିକରୁ ଅଧିକ ସମୟ ସାକ୍ଷୀପଣିଆ ଅବସ୍ଥାରେ ସ୍ଥିତ ହୋଇ
ରହିବାର ପରିଶ୍ରମ କରିବାକୁ ହେବ ।
ବରଦାନ:-
ଗୋଟିଏ ହିଁ
ରାସ୍ତା ଏବଂ ଗୋଟିଏ ହିଁ ରିସ୍ତା ଅର୍ଥାତ୍ ସମ୍ବନ୍ଧ ରଖୁଥିବା ସମ୍ପୂର୍ଣ୍ଣ ଫରିସ୍ତା ହୁଅ ।
ନିରାକାର ବା ସାକାର
ରୂପରେ ବୁଦ୍ଧିର ସଂଗ ବା ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ଯଦି ଦୃଢ ଭାବରେ ରହିବ ତେବେ ଫରିସ୍ତା
ହୋଇଯିବ । ଯେଉଁମାନଙ୍କର ସର୍ବ ସମ୍ବନ୍ଧ ଅର୍ଥାତ୍ ସର୍ବ ରିସ୍ତା କେବଳ ଜଣଙ୍କ ସାଥୀରେ ରହିଥିବ
ସେହିମାନେ ହିଁ ସଦା ଫରିସ୍ତା ଅଟନ୍ତି । ଯେପରି ସରକାର ରାସ୍ତାରେ ବୋର୍ଡ ଲଗାଇ ଦେଇଥାଆନ୍ତି କି
ଏହି ରାସ୍ତା ବନ୍ଦ ଅଛି, ସେହିଭଳି ତୁମେମାନେ ମଧ୍ୟ ସବୁ ରାସ୍ତା ବନ୍ଦ କରିଦିଅ, ତାହା ହେଲେ
ବୁଦ୍ଧି ଆଉ ଏଣେତେଣେ ଭଟକିବ ନାହିଁ । ବାପଦାଦା ମଧ୍ୟ ଏହି ନିର୍ଦ୍ଦେଶ ଦେଉଛନ୍ତି ଯେ ପ୍ରଥମେ ସବୁ
ରାସ୍ତା ବନ୍ଦ କର । ଏହା ଦ୍ୱାରା ସହଜରେ ଫରିସ୍ତା ହୋଇଯିବ ।
ସ୍ଲୋଗାନ:-
ସର୍ବଦା ସେବାର
ଉମଙ୍ଗ-ଉତ୍ସାହରେ ରହିବା - ଏହା ହିଁ ହେଉଛି ମାୟାଠାରୁ ସୁରକ୍ଷିତ ରହିବାର ଆଧାର ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର । ତୁମମାନଙ୍କର ବାଣୀ ଏବଂ ସ୍ୱରୂପ ଦୁଇଟିଯାକ
ଏକା ସାଥୀରେ ହେବା ଦରକାର - ବାଣୀ ସ୍ପଷ୍ଟ ମଧ୍ୟ ଦରକାର, ସେଥିରେ ସ୍ନେହ ମଧ୍ୟ ଥିବା ଦରକାର,
ନମ୍ରତା ଏବଂ ମଧୁରତା ମଧ୍ୟ ଥିବା ଦରକାର, ତା’ ସହିତ ସତ୍ୟତା ମଧ୍ୟ ଥିବା ଦରକାର କିନ୍ତୁ
ସ୍ୱରୂପରେ ନମ୍ରତା ମଧ୍ୟ ରହିବା ଦରକାର, ତାହା ହେଲେ ବାବାଙ୍କୁ ପ୍ରତ୍ୟକ୍ଷ କରିପାରିବ । ନିର୍ଭୟ
ହୁଅ କିନ୍ତୁ ବାଣୀ ମର୍ଯ୍ୟାଦାର ସୀମା ଭିତରେ ରହିବା ଦରକାର - ଯଦି ଏହି ଦୁଇଟିଯାକର ସନ୍ତୁଳନ
ରହିବ ତେବେ ଯାଇ କମାଲ ଦେଖିବାକୁ ମିଳିବ । ତା’ପରେ ତୁମର ଶବ୍ଦ କଡା ନୁହେଁ ମିଠା ଅନୁଭବ ହେବ ।