11.07.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଶୂନ୍ୟ
ଅବସ୍ଥା ଅର୍ଥାତ୍ ଅଶରୀରୀ ହେବାର ଏହା ହିଁ ଉପଯୁକ୍ତ ସମୟ ଅଟେ, ଏହିଭଳି ଅବସ୍ଥାରେ ରହିବାର
ଅଭ୍ୟାସ କର ।”
ପ୍ରଶ୍ନ:-
ସବୁଠାରୁ ଉଚ୍ଚ
ଲକ୍ଷ୍ୟ କ’ଣ ଏବଂ ତାହାର ପ୍ରାପ୍ତି କିପରି ହେବ?
ଉତ୍ତର:-
ସମ୍ପୂର୍ଣ୍ଣ ସିଭିଲାଇଜଡ୍ ବା ସତ୍ତ୍ୱପ୍ରଧାନ ହେବା ହିଁ ସବୁଠାରୁ ଉଚ୍ଚ ଲକ୍ଷ୍ୟ । ଯେତେବେଳେ
କର୍ମେନ୍ଦ୍ରିୟ ଗୁଡିକରେ ଟିକିଏ ବି ଚଞ୍ଚଳତା ନ ଆସିବ ସେତେବେଳେ ଯାଇ ତୁମେ ସମ୍ପୂର୍ଣ୍ଣ
ସିଭିଲାଇଜ୍ ବା ସତ୍ୱପ୍ରଧାନ ହେବ । ଯେତେବେଳେ ଏହିଭଳି ଅବସ୍ଥା ହୋଇଯିବ ସେତେବେଳେ ଯାଇ ବିଶ୍ୱର
ରାଜତ୍ୱ ମିଳିପାରିବ । ଗାୟନ ମଧ୍ୟ ରହିଛି - ଚଢେ ତ ଚାଖେ..... ଅର୍ଥାତ୍ ରାଜାମାନଙ୍କର ରାଜା
ହେବ, ନଚେତ୍ ପ୍ରଜା ହେବାକୁ ପଡିବ । ଏବେ ନିଜକୁ ଯାଞ୍ଚ କର ମୋର ବୃତ୍ତି କିଭଳି ଅଛି? ମୋ ଦ୍ୱାରା
କୌଣସି ଭୁଲ୍ ହେଉ ନାହିଁ ତ?
ଓମ୍ ଶାନ୍ତି ।
ଏଠାରେ ତୁମକୁ
ଆତ୍ମ-ଅଭିମାନୀ ହୋଇ ବସିବାକୁ ହେବ । ବାବା ପିଲାମାନଙ୍କୁ ବୁଝାଉଛନ୍ତି, ନିଜକୁ ଆତ୍ମା ନିଶ୍ଚୟ
କର । ଏବେ ବାବା ଅଲରାଉଣ୍ଡର ଦାଦୀଙ୍କୁ ପଚାରୁଛନ୍ତି ସତ୍ୟଯୁଗରେ ଆତ୍ମ-ଅଭିମାନୀ ହୋଇଥା’ନ୍ତି ନା
ଦେହ-ଅଭିମାନୀ? ସେଠାରେ ଅଟୋମେଟିକାଲି (ସ୍ୱତଃ) ଆତ୍ମ-ଅଭିମାନୀ ହୋଇ ରୁହନ୍ତି । ଘଡି ଘଡି ମନେ
ପକାଇବା ଦରକାର ହୁଏ ନାହିଁ । ହଁ, ସେଠାରେ ଏକଥା ବୁଝିପାରନ୍ତି ଯେ ଏବେ ଏହି ଶରୀର ବଡ ହୋଇଗଲା,
ବର୍ତ୍ତମାନ ଏହାକୁ ଛାଡି ଆଉ ଗୋଟିଏ ନୂଆ ଶରୀର ନେବାକୁ ହେବ । ଯେପରି ସର୍ପର ଉଦାହରଣ ରହିଛି ।
ସେହିପରି ଆତ୍ମା ମଧ୍ୟ ଏହି ପୁରୁଣା ଶରୀର ଛାଡି ନୂଆ ନେଇଥାଏ । ଭଗବାନ ଉଦାହରଣ ଦେଇ ବୁଝାଉଛନ୍ତି
। ତୁମକୁ ସବୁ ମଣିଷମାନଙ୍କୁ ଜ୍ଞାନର କଥା ଶୁଣାଇ ଶୁଣାଇ ନିଜ ସମାନ ଜ୍ଞାନବାନ କରିବାକୁ ପଡିବ ।
ଯାହାଦ୍ୱାରା ସେମାନେ ପରିସ୍ତାନୀ ନିର୍ବିକାରୀ ଦେବତା ହୋଇଯିବେ । ସବୁଠାରୁ ଉଚ୍ଚ ପାଠପଢା ହେଉଛି
ମନୁଷ୍ୟରୁ ଦେବତା ହେବା । ଗାୟନ ମଧ୍ୟ ରହିଛି ନା – ମନୁଷ୍ୟକୁ ଦେବତା କିଏ କରିଲେ? ଦେବତାମାନେ
କରି ନ ଥିଲେ । ଭଗବାନ ହିଁ ମନୁଷ୍ୟମାନଙ୍କୁ ଦେବତା କରିଥାନ୍ତି । ମନୁଷ୍ୟ ଏହି କଥାକୁ ଜାଣି ନାହିଁ
। ତୁମକୁ ସବୁ ଜାଗାରେ ପଚାରୁଛନ୍ତି - ଆପଣଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ କ’ଣ? ତେବେ ଲକ୍ଷ୍ୟ
ଉଦ୍ଦେଶ୍ୟର ଏକ ଛୋଟ ପର୍ଚ୍ଚା କାହିଁକି ନ ଛପାଇବ । ଯିଏବି ପଚାରୁଛନ୍ତି ତାଙ୍କୁ ପର୍ଚ୍ଚା
ଦେଇଦିଅ ସେଥିରୁ ସେ ବୁଝିଯିବେ । ବାବା ବହୁତ ଭଲ ଭାବରେ ବୁଝାଇଛନ୍ତି - ବର୍ତ୍ତମାନ ଏହା କଳିଯୁଗୀ
ପତିତ ଦୁନିଆ, ଯେଉଁଠାରେ ମହାନ ଅପରମଅପାର (ଅସୀମ) ଦୁଃଖ ରହିଛି । ଏବେ ଆମେ ମନୁଷ୍ୟମାନଙ୍କୁ
ସତ୍ୟଯୁଗୀ ପବିତ୍ର ମହାନ ସୁଖଧାମକୁ ନେଇଯିବା ପାଇଁ ସେବା କରୁଛୁ ବା ରାସ୍ତା ବତାଉଛୁ । ଏପରି
ନୁହେଁ ଆମେ ଅଦ୍ୱେତ ଜ୍ଞାନ ଦେଉଛୁ । ଦୁନିଆରେ ଶାସ୍ତ୍ରର ଜ୍ଞାନକୁ ଅଦ୍ୱୈତ ଜ୍ଞାନ ବୋଲି
ଭାବୁଛନ୍ତି । ବାସ୍ତବରେ ତାହା କୌଣସି ଅଦ୍ୱୈତ ଜ୍ଞାନ ନୁହେଁ । ଅଦ୍ୱୈତ ଜ୍ଞାନ ଲେଖିବା ମଧ୍ୟ
ଭୁଲ । ମନୁଷ୍ୟମାନଙ୍କୁ ଭଲ ଭାବରେ ବୁଝାଇବାକୁ ହେବ । ଏପରି ଲେଖା ଛପା ହେଉ ଯାହା ଦ୍ୱାରା ଶୀଘ୍ର
ବୁଝିଯିବେ ଯେ ଏମାନଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ କ’ଣ? କଳିଯୁଗୀ ପତିତ ଭ୍ରଷ୍ଟାଚାରୀ ମନୁଷ୍ୟମାନଙ୍କୁ
ଆମେ ଅପାର ଦୁଃଖରୁ ବାହାର କରି ସତ୍ୟଯୁଗୀ ପବିତ୍ର ଶ୍ରେଷ୍ଠାଚାରୀ ଅପାର ସୁଖର ଦୁନିଆକୁ ନେଇଯାଉଛୁ
। ବାବା ଏହି ରଚନା ଲେଖିବା ପାଇଁ ପିଲାମାନଙ୍କୁ ଦେଉଛନ୍ତି । ରଚନା ସ୍ପଷ୍ଟ ରୂପେ ଲେଖିବାକୁ ହେବ
। ସବୁ ସ୍ଥାନରେ ତୁମର ଏହିଭଳି ଲେଖାସବୁ ରଖିବାକୁ ହେବ, ଯାହାକୁ ତୁରନ୍ତ ବାହାର କରି ତାଙ୍କୁ
ଦେଇ ଦେବା ଦରକାର, ତେବେ ବୁଝିଯିବେ ଯେ ଆମେ ଦୁଃଖଧାମରେ ଅଛୁ । ଏବେ ପତିତ ଦୁର୍ଗନ୍ଧଯୁକ୍ତ
ହୋଇଯାଇଛୁ । ମନୁଷ୍ୟମାନେ କେହି ବୁଝୁ ନାହାଁନ୍ତି ଯେ ଆମେ କଳିଯୁଗୀ ପତିତ, ଦୁଃଖଧାମର ମଣିଷ ।
ଏମାନେ ଆମକୁ ଅପାର ସୁଖକୁ ନେଇଯାଉଛନ୍ତି । ତେଣୁ ଏହିପରି ଏକ ଭଲ ପର୍ଚ୍ଚା ତିଆରି କରିବାକୁ ହେବ,
ଯେମିତି ବାବା ଛପାଇଥିଲେ - ତୁମେମାନେ ସତ୍ୟଯୁଗୀ ଅଟ ନା କଳିଯୁଗୀ? କିନ୍ତୁ ମନୁଷ୍ୟମାନେ ବୁଝି
ପାରୁନାହାଁନ୍ତି । ରତ୍ନକୁ ମଧ୍ୟ ପଥର ଭାବି ଫୋପାଡି ଦେଉଛନ୍ତି । ଏହା ହେଉଛି ଜ୍ଞାନରତ୍ନ ।
ସେମାନେ ଭାବୁଛନ୍ତି ଶାସ୍ତ୍ରରେ ଜ୍ଞାନ ରତ୍ନ ରହିଛି । ତୁମେ ଏଭଳି ସୁନ୍ଦର ସ୍ପଷ୍ଟ ଭାବରେ କୁହ
ଯେପରି ସେମାନେ ବୁଝିଯିବେ ଯେ ଏଠାରେ ଅପାର ଦୁଃଖ ରହିଛି । ଦୁଃଖର ମଧ୍ୟ ଲିଷ୍ଟ ବାହାର କର । ସେହି
ଲିଷ୍ଟରେ ଅତିକମ୍ରେ ୧୦୧ ପ୍ରକାରର ଦୁଃଖ ଲେଖା ହୋଇଥାଉ । ଏହି ଦୁଃଖଧାମରେ ଅପାର ଦୁଃଖ ରହିଛି,
ଏହି ସବୁ କଥା ଲେଖ । ସାରା ଲିଷ୍ଟ ବାହାର କର । ଅନ୍ୟ ପକ୍ଷରେ ପୁଣି ଅପାର ସୁଖ, ସେଠାରେ ଦୁଃଖର
ନାମ ହିଁ ରହିବ ନାହିଁ । ଆମେ ସେହି ରାଜ୍ୟ ଅର୍ଥାତ୍ ସୁଖଧାମର ସ୍ଥାପନା କରୁଛୁ, ଯାହା ଫଳରେ
ମନୁଷ୍ୟମାନଙ୍କର ମୁହଁ ଜଲଦି ବନ୍ଦ ହୋଇଯିବ । ଏକଥା କେହି ବୁଝୁନାହାଁନ୍ତି ଯେ ଏହା ଦୁଃଖଧାମ,
ସେମାନେ ତ ଏହାକୁ ସ୍ୱର୍ଗ ବୋଲି ଭାବିନେଇଛନ୍ତି । ବଡ ବଡ ମହଲ, ନୂଆ ନୂଆ ମନ୍ଦିର ଆଦି ତିଆରି କରି
ଚାଲିଛନ୍ତି । ଏ କଥା ଜାଣିନାହାଁନ୍ତି ଯେ ଏସବୁ ସମାପ୍ତ ହୋଇଯିବ । ପଇସା ତ ସେମାନଙ୍କୁ ଲାଞ୍ଚ
ରୂପରେ ବହୁତ ମିଳୁଛି । ବାବା ବୁଝାଉଛନ୍ତି ଯେ ଏ ସବୁ ହେଉଛି ମାୟାର, ବିଜ୍ଞାନର ଅହଂକାର, ମୋଟର,
ଉଡାଜାହାଜ ଆଦି ଏହା ସବୁ ମାୟାର ଆଡମ୍ବର । ଏହି ନିୟମ ମଧ୍ୟ ରହିଛି ଯେ ଯେତେବେଳେ ବାବା ସ୍ୱର୍ଗର
ସ୍ଥାପନା କରୁଛନ୍ତି ସେତେବେଳେ ମାୟା ମଧ୍ୟ ନିଜର ଚମତ୍କାରିତା ଦେଖାଇଥାଏ, ଏହାକୁ କୁହାଯାଏ
ମାୟାର ପମ୍ପ ।
ଏବେ ତୁମେ ସନ୍ତାନମାନେ
ବିଶ୍ୱରେ ଶାନ୍ତି ସ୍ଥାପନ କରୁଛ । ଯଦି କେଉଁଠାରେ ମାୟାର ପ୍ରବେଶତା ହୋଇଯାଉଛି ତେବେ
ପିଲାମାନଙ୍କର ମନ ନିଜକୁ ଖାଇଥାଏ । ଯେତେବେଳେ କେହି କାହାର ନାମ ରୂପର ଆକର୍ଷଣରେ ଆକର୍ଷିତ
ହୋଇଯାଉଛନ୍ତି ସେତେବେଳେ ବାବା ବୁଝାଉଛନ୍ତି ଏହା କ୍ରିମିନାଲାଇଜଡ୍ ଅର୍ଥାତ୍ ବିକାରୀ ଦୃଷ୍ଟି ବା
ତମଃପ୍ରଧାନତା । କଳିଯୁଗରେ ହେଉଛି କ୍ରିମନାଲାଇଜେସନ୍ ବା ତମଃପ୍ରଧାନ ଦୁନିଆ । ସତ୍ୟଯୁଗରେ ହେଉଛି
ସଭ୍ୟ ସମାଜ ଅର୍ଥାତ୍ ନିର୍ବିକାରୀ ଦୁନିଆ । ଏହି ଦେବତାମାନଙ୍କ ସମ୍ମୁଖରେ ସମସ୍ତେ ନତମସ୍ତକ
ହେଉଛନ୍ତି, କହୁଛନ୍ତି ଆପଣ ନିର୍ବିକାରୀ ଆମେ ସବୁ ବିକାରୀ । ଏଥିପାଇଁ ବାବା କହୁଛନ୍ତି
ପ୍ରତ୍ୟେକ ନିଜର ଅବସ୍ଥାକୁ ଦେଖ । ବଡ ବଡ ଭଲ ଭଲ ମହାରଥୀମାନେ ମଧ୍ୟ ନିଜକୁ ଦେଖିବା ଦରକାର ଯେ
ଆମର ବୁଦ୍ଧି କାହାର ନାମ ରୂପ ଆଡକୁ ଯାଉ ନାହିଁ ତ? ଅମୂକ ବହୁତ ଭଲ, ଏମିତି କରିବି - କିଛି
ଅନ୍ତରରେ ଆସୁଛି? ଏ କଥା ତ ବାବା ଜାଣିଛନ୍ତି ଯେ ଏ ସମୟରେ ସମ୍ପୂର୍ଣ୍ଣ ସଭ୍ୟ କେହି ନାହାଁନ୍ତି
। କର୍ମେନ୍ଦ୍ରିୟ ଟିକିଏ ବି ଚଳାୟମାନ ନ ହେଉ, ଏଥିରେ ବହୁତ ମେହନତ ରହିଛି । କିନ୍ତୁ ଏହିପରି
ବହୁତ କମ୍ ହୋଇଥା’ନ୍ତି । ଆଖି କିଛି ନା କିଛି ଧୋକା ନିଶ୍ଚିତ ଦେଉଛି । ଡ୍ରାମା ଶୀଘ୍ର କାହାକୁ
ସଭ୍ୟ ହେବାକୁ ଦେବ ନାହିଁ । ଖୁବ୍ ପୁରୁଷାର୍ଥ କରି ନିଜକୁ ଯାଞ୍ଚ କରିବାକୁ ହେବ - ଆମର ଆଖି ଧୋକା
ଦେଉନାହିଁ ତ? ବିଶ୍ୱର ମାଲିକ ହେବା ବହୁତ ବଡ ଲକ୍ଷ୍ୟ । ଚଢେ ତ ଚାଖେ.... ଅର୍ଥାତ୍
ରାଜାମାନଙ୍କର ରାଜା ହେଉଛ, ପତିତ ହେଲେ ପ୍ରଜାରେ ଚାଲିଯିବ । ଆଜିକାଲିକୁ ତ କହିବେ ବିକାରୀ ଜମାନା
ବା ଦୁନିଆ । ଯଦିଓ କେତେ ବି ବଡ ଲୋକ ହୋଇଥାଉ, ରାଣୀ ମଧ୍ୟ ହୋଇଥାନ୍ତୁ ତାଙ୍କ ମନରେ ମଧ୍ୟ ଡର
ରହୁଛି ଯେ କେହି ମୋତେ ବୋମାରେ ଉଡାଇ ନ ଦେଉ । ବର୍ତ୍ତମାନ ପ୍ରତ୍ୟେକ ମଣିଷ ଅଶାନ୍ତିରେ ଅଛନ୍ତି
। କେହି କେହି ସନ୍ତାନମାନେ ମଧ୍ୟ କେତେ ଅଶାନ୍ତ କରୁଛନ୍ତି । ତୁମେ ଶାନ୍ତି ସ୍ଥାପନ କରୁଛ, ତେଣୁ
ପ୍ରଥମେ ନିଜେ ତ ଶାନ୍ତିରେ ରୁହ, ତାହେଲେ ଅନ୍ୟମାନଙ୍କଠାରେ ମଧ୍ୟ ଏହି ଶକ୍ତି ଭରିବ । ସେଠାରେ (ସ୍ୱର୍ଗରେ)
ତ ବହୁତ ଶାନ୍ତିରେ ରାଜ୍ୟ ଚାଲେ । ଦୃଷ୍ଟି ସିଭିଲ୍ ବା ନିର୍ବିକାରୀ ହୋଇଯାଏ । ତେଣୁ ବାବା
କହୁଛନ୍ତି ନିଜକୁ ଯାଞ୍ଚ କର - ମୋ ଆତ୍ମାର ବୃତ୍ତି ଆଜି କିପରି ରହିଲା? ଏଥିରେ ବହୁତ ମେହନତ
ରହିଛି । ନିଜକୁ ସମ୍ଭାଳିବାକୁ ହେବ । କେହି କେହି ବେହଦର ବାବାଙ୍କୁ ମଧ୍ୟ କେବେ ବି ସତ
କହୁନାହାଁନ୍ତି । ପାଦ ପାଦରେ ଭୁଲ ହୋଇ ଚାଲିଛି । ଟିକିଏ ବି ଯଦି ସେହି ପାପ ଦୃଷ୍ଟିରେ ଦେଖିଲ,
ଭୁଲ ହୋଇଗଲା ତୁରନ୍ତ ନୋଟ୍ କର । ଅଭୁଲ ନ ହେବା ପର୍ଯ୍ୟନ୍ତ ୧୦-୨୦ଟା ଭୂଲ ତ ପ୍ରତିଦିନ କରୁଥିବ
। ପରନ୍ତୁ ସତ କେହି କହୁନାହାଁନ୍ତି । ଦେହ-ଅଭିମାନୀଙ୍କ ଦ୍ୱାରା କିଛି ନା କିଛି ପାପ ନିଶ୍ଚିତ
ହେଉଥିବ । ତାହା ମନକୁ ଖାଉଥିବ । କେହି କେହି ତ ବୁଝୁ ହିଁ ନାହାଁନ୍ତି ଯେ ଭୁଲ୍ କାହାକୁ
କୁହାଯାଏ । ପଶୁମାନେ ବୁଝନ୍ତି କି! ତୁମେ ମଧ୍ୟ ଏହି ଜ୍ଞାନକୁ ଆସିବା ପୂର୍ବରୁ ବାନର ବୁଦ୍ଧି
ଥିଲ । ବର୍ତ୍ତମାନ କେହି ୫୦ ପ୍ରତିଶତ, କେହି ୧୦ ପ୍ରତିଶତ, କେହି କେତେ ପରିବର୍ତ୍ତିତ ହେଉଛନ୍ତି
। ଏହି ଆଖି ତ ବହୁତ ଧୋକା ଦେଇଥାଏ । ଆଖି ହେଉଛି ସବୁଠାରୁ ତୀକ୍ଷ୍ଣ ।
ବାବା କହୁଛନ୍ତି ତୁମେ
ଆତ୍ମା ଅଶରୀରୀ ଆସିଥିଲ । ଶରୀର ନ ଥିଲା । କ’ଣ ଏବେ ତୁମକୁ ଜଣା ଅଛି କି ଏହାର ପରବର୍ତ୍ତୀ
ଜନ୍ମରେ କେଉଁ ଶରୀର ନେବ, କେଉଁ ସମ୍ବନ୍ଧରେ ଯିବ? କିଛି ବି ଜଣାପଡି ନ ଥାଏ । ଗର୍ଭରେ ଶୂନ୍ୟ
ହିଁ ଶୂନ୍ୟ ହୋଇ ରହୁଛ । ଆତ୍ମା ବିଲ୍କୁଲ୍ ହିଁ ଶୂନ୍ୟ ହୋଇଯାଏ । ଶରୀର ବଡ ହେଲେ ଜଣା ପଡେ ।
ତେଣୁ ତୁମକୁ ଏହିପରି ହୋଇ ଯିବାକୁ ପଡିବ । ବାସ୍, ଏହି ପୁରୁଣା ଶରୀର ଛାଡି ଆମକୁ ଯିବାକୁ ପଡିବ
। ପୁଣି ଯେତେବେଳେ ଶରୀର ନେବୁ ତ ସ୍ୱର୍ଗରେ ନିଜର ଅଭିନୟ କରିବୁ । ଶୂନ୍ୟ ହେବାର ସମୟ ହେଲା
ବର୍ତ୍ତମାନ । ଯଦିଓ ଆତ୍ମା ସଂସ୍କାର ନେଇଯାଇଥାଏ, ଶରୀର ବଡ ହେଲେ ସଂସ୍କାର ପ୍ରତ୍ୟକ୍ଷ ହୋଇଥାଏ
। ଏବେ ତୁମକୁ ଘରକୁ ଯିବାକୁ ହେବ ସେଥିପାଇଁ ପୁରୁଣା ଦୁନିଆର ଏହି ଶରୀରର ଅଭିମାନକୁ ତ୍ୟାଗ
କରିବାକୁ ହେବ । କିଛି ବି ଯେପରି ସ୍ମୃତିରେ ନ ଆସୁ । ବହୁତ କଥାର ବାରଣ ରଖିବାକୁ ହେବ । ଯାହା
ଭିତରେ ଥିବ ତାହା ହିଁ ବାହାରକୁ ବାହାରିବ । ଶିବବାବାଙ୍କ ଅନ୍ତରରେ ଜ୍ଞାନ ରହିଛି । ବାବା
କହୁଛନ୍ତି - ମୋର ମଧ୍ୟ ପାର୍ଟ (ଅଭିନୟ) ରହିଛି । ମୋ ପାଇଁ ହିଁ କହିଥା’ନ୍ତି ହେ ଜ୍ଞାନ ସାଗର....
ମହିମା ଗାୟନ କରୁଛନ୍ତି, କିନ୍ତୁ ଅର୍ଥ କିଛି ବି ଜାଣି ନାହାଁନ୍ତି । ଏବେ ତୁମେ ଅର୍ଥ ସହିତ
ଜାଣୁଛ । ବାକି ଆତ୍ମାର ବୁଦ୍ଧି ଏବେ କଉଡି ସଦୃଶ ହୋଇଯାଇଛି । ଏବେ ବାବା କେତେ ବୁଦ୍ଧିମାନ
କରାଉଛନ୍ତି । ମନୁଷ୍ୟମାନଙ୍କ ପାଖରେ ତ କୋଟି କୋଟି, ପଦ୍ମର ଧନ ରହିଛି । ଏହା ମଧ୍ୟ ମାୟାର
ଆଡମ୍ବର ନା । ବିଜ୍ଞାନର ଯେଉଁ ଜିନିଷ ସବୁ ତୁମର କାମରେ ଆସିବ ତାହା ସେଠାରେ ମଧ୍ୟ ରହିବ । ସେ
ସବୁର ନିର୍ମାତାମାନେ ମଧ୍ୟ ସେଠାକୁ ଯିବେ । ରାଜା ତ ହୋଇ ପାରିବେ ନାହିଁ । ସେମାନେ ଶେଷ ସମୟରେ
ତୁମ ପାଖକୁ ଆସିବେ ପୁଣି ଅନ୍ୟମାନଙ୍କୁ ମଧ୍ୟ ଶିଖାଇବେ । ଏକ ବାବାଙ୍କଠାରୁ ତୁମେମାନେ କେତେ
ଶିଖୁଛ । ଏକମାତ୍ର ବାବା ହିଁ ଦୁନିଆକୁ କ’ଣରୁ କ’ଣ କରିଦେଉଛନ୍ତି । ଉଦ୍ଭାବନ ସବୁବେଳେ ଜଣେ
ବାହାର କରନ୍ତି ପୁଣି ତା’ର ବିସ୍ତାର କରିଥାନ୍ତି । ପରମାଣୁ ବୋମାର ନିର୍ମାତା ମଧ୍ୟ ପ୍ରଥମେ ଜଣେ
ଥିଲା । ଭାବୁ୍ଥିଲା ଏଥିରେ ଦୁନିଆର ବିନାଶ ହୋଇଯିବ । ପୁଣି ଅନ୍ୟମାନେ ତିଆରି କରି ଚାଲିଲେ ।
ସେଠାରେ ମଧ୍ୟ ବିଜ୍ଞାନ ତ ଦରକାର ନା । ଏବେ ସମୟ ଅଛି । ସବୁ ଶିଖି ହୁସିଆର ହୋଇଯିବେ ।
ବାବାଙ୍କର ପରିଚୟ ମିଳିଗଲା ପୁଣି ସ୍ୱର୍ଗକୁ ଆସି ଚାକରବାକର ହେବେ । କିନ୍ତୁ ସେଠାରେ ସମସ୍ତେ
ସୁଖୀ ହେବେ । ଯାହା ସୁଖଧାମରେ ଥିଲା ତାହା ପୁଣି ହେବ । ସେଠାରେ କୌଣସି ରୋଗ-ଦୁଃଖର କଥା ରହିବ
ନାହିଁ । ଏଠାରେ ତ ଅପରମଅପାର ଦୁଃଖ । ସେଠାରେ ଅପରମଅପାର ସୁଖ । ଏବେ ଆମେ ଏହାକୁ ସ୍ଥାପନ କରୁଛୁ
। ଦୁଃଖହର୍ତ୍ତା, ସୁଖକର୍ତ୍ତା ଏକମାତ୍ର ବାବା ହିଁ ଅଟନ୍ତି । ପ୍ରଥମେ ତ ନିଜର ଅବସ୍ଥା ମଧ୍ୟ
ସେହିପରି ହେବା ଦରକାର, କେବଳ ପଣ୍ଡିତଗିରି ଚଳିବ ନାହିଁ । ଏମିତି ଏକ ପଣ୍ଡିତଙ୍କର କାହାଣୀ ଅଛି,
କହିଲେ ରାମ ନାମ କହିଲେ ପାରି ହୋଇଯିବ... ଏହା ଏହି ସମୟର କଥା । ତୁମେ ବାବାଙ୍କୁ ମନେ ପକାଇ
ପକାଇ ବିଷୟ ସାଗରରୁ କ୍ଷୀର ସାଗରକୁ ଚାଲିଯାଉଛ । ଏଠାରେ ତୁମ ପିଲାମାନଙ୍କର ଅବସ୍ଥା ବହୁତ ଭଲ
ହେବା ଦରକାର । ଯେଉଁମାନଙ୍କର ଯୋଗବଳ ନାହିଁ, ପାପ ଦୃଷ୍ଟି ରହିଛି, ତେବେ ସେମାନେ ଜ୍ଞାନ ଶୁଣାଇଲେ
କୌଣସି ପ୍ରଭାବ ପଡିବ ନାହିଁ, ସେଥିପାଇଁ ଦୃଷ୍ଟି ପବିତ୍ର ହେବା ଦରକାର । ଯଦି ବାବାଙ୍କର
ସ୍ମୃତିରେ ରହି କାହାକୁ ଜ୍ଞାନ ଶୁଣାଇବ ତେବେ ତା’ର ପ୍ରଭାବ ପଡିବ । ଜ୍ଞାନ ତରବାରୀରେ ଯୋଗର
ଜୋହର (ଧାର) ଦରକାର । ଜ୍ଞାନ ବଳରେ ଧନ ରୋଜଗାର ହେଉଛି ଏବଂ ଯୋଗ ଦ୍ୱାରା ଶକ୍ତି ପ୍ରାପ୍ତ ହେଉଛି
। ଏମିତି ବହୁତ ଅଛନ୍ତି ଯେଉଁମାନେ ବାବାଙ୍କୁ ବିଲ୍କୁଲ୍ ମନେ ପକାନ୍ତି ନାହିଁ, ବାବାଙ୍କୁ ମଧ୍ୟ
ଜାଣିନାହାଁନ୍ତି । ବାବା କହୁଛନ୍ତି ମନୁଷ୍ୟମାନଙ୍କୁ ବୁଝାଇବାକୁ ହେବ କି ଏହା ହେଉଛି ଦୁଃଖଧାମ,
ସତ୍ୟଯୁଗ ହେଉଛି ସୁଖଧାମ । କଳିଯୁଗରେ ସୁଖର ନାମ ହିଁ ନାହିଁ । ଯଦି ବା ଅଛି କିନ୍ତୁ ତାହା ମଧ୍ୟ
କାକ ବିଷ୍ଠା ସମାନ ଅର୍ଥାତ୍ କ୍ଷଣସ୍ଥାୟୀ । ସତ୍ୟଯୁଗରେ ତ ଅପାର ସୁଖ ରହିଛି । ମନୁଷ୍ୟ ଏହାର
ଅର୍ଥକୁ ମଧ୍ୟ ବୁଝୁ ନାହିଁ । ମୁକ୍ତି ପାଇଁ କେବଳ ମଥା ପିଟି ଚାଲିଛନ୍ତି । ଜୀବନମୁକ୍ତିକୁ ତ
କେହି ଜାଣନ୍ତି ହିଁ ନାହିଁ । ତେଣୁ ଜ୍ଞାନ କିପରି ଦେଇପାରିବେ । ସେମାନେ ତ ରଜଃପ୍ରଧାନ ସମୟରେ
ଆସୁଛନ୍ତି, ତେବେ ସେମାନେ ପୁଣି ରାଜଯୋଗ କିପରି ଶିଖାଇପାରିବେ । ଏଠାକାର ତ ସୁଖ ହେଉଛି କାକ
ବିଷ୍ଠା ସମାନ ଅର୍ଥାତ୍ କ୍ଷଣସ୍ଥାୟୀ । ରାଜଯୋଗ ଦ୍ୱାରା କ’ଣ ହୋଇଥିଲା - ଏହା ମଧ୍ୟ ଜାଣି
ନାହାଁନ୍ତି । ତୁମେ ପିଲାମାନେ ଜାଣିଛ ଏହା ସବୁ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ।
ସମ୍ବାଦପତ୍ରରେ ମଧ୍ୟ ତୁମର ନିନ୍ଦା ଲେଖୁଛନ୍ତି, ଏଭଳି ତ ହେବାର ଅଛି । ଅବଳାମାନଙ୍କ ଉପରେ
ଭିନ୍ନ ଭିନ୍ନ ପ୍ରକାରର ଅତ୍ୟାଚାର ହୋଇଥାଏ । ଦୁନିଆରେ ଅନେକ ଦୁଃଖ ରହିଛି । ବର୍ତ୍ତମାନ କୌଣସି
ସୁଖ ନାହିଁ । ଯଦିଓ କେତେ ବଡ ଧନୀ ବି ହୋଇଥାଆନ୍ତୁ କିନ୍ତୁ ଯଦି ବେମାର ପଡିଗଲେ କିମ୍ବା ଅନ୍ଧ
ହୋଇଗଲେ ତେବେ ଦୁଃଖ ତ ହୁଏ ନା । ଦୁଃଖର ଲିଷ୍ଟରେ ସବୁ ଲେଖ । ଏସବୁ ହେଲା ରାବଣ ରାଜ୍ୟ କଳିଯୁଗର
ଅନ୍ତିମ ସମୟର କଥା । ସତ୍ୟଯୁଗରେ ଦୁଃଖର ଗୋଟିଏ କଥା ବି ହେବ ନାହିଁ । ସତ୍ୟଯୁଗ ତ ଅତିକ୍ରାନ୍ତ
ହୋଇଯାଇଛି । ବର୍ତ୍ତମାନ ସଂଗମଯୁଗ । ବାବା ମଧ୍ୟ ସଂଗମରେ ହିଁ ଆସନ୍ତି । ବର୍ତ୍ତମାନ ତୁମେ
ଜାଣୁଛ ୫ ହଜାର ବର୍ଷରେ ଆମେ କି କି ଜନ୍ମ ନେଉଛୁ । କିପରି ସୁଖରୁ ପୁଣି ଦୁଃଖକୁ ଆସୁଛୁ । ଯାହାର
ବୁଦ୍ଧିରେ ଏ ସବୁର ଜ୍ଞାନ ରହିଛି, ଧାରଣା ରହିଛି ସେ ହିଁ ବୁଝିପାରିବ । ବାବା ତୁମ ପିଲାମାନଙ୍କର
ଝୋଲି (ମୁଣା) ପୂର୍ଣ୍ଣ କରୁଛନ୍ତି । ଗାୟନ ମଧ୍ୟ ରହିଛି - ଧନ ଦିୟେ ଧନ ନା ଖୁଟେ (ଧନ ଦାନ ଦେଲେ
ସରିଯାଏ ନାହିଁ) । ଧନଦାନ କରୁନାହାଁନ୍ତି ଅର୍ଥାତ୍ ତାଙ୍କ ପାଖରେ ଧନ ହିଁ ନାହିଁ । ପୁଣି ମିଳିବ
ବି ନାହିଁ । ହିସାବ ରହିଛି ନା । ଦେଉ ହିଁ ନାହାଁନ୍ତି ତେବେ ମିଳିବ କାହିଁକି । ବୃଦ୍ଧି କିପରି
ହେବ । ଇଏ ସବୁ ହେଉଛି ଅବିନାଶୀ ଜ୍ଞାନ ରତ୍ନ । ପ୍ରତି କଥା ତ କ୍ରମଅନୁସାରେ ରହିଛି ନା । ଏହା
ମଧ୍ୟ ତୁମର ଆତ୍ମିକ ସେନା ଅଟେ । କେଉଁ ଆତ୍ମା ଯାଇ ଉଚ୍ଚ ପଦ ପାଇବ ତ କେଉଁ ଆତ୍ମା ଯାଇ ପ୍ରଜା
ପଦ ମଧ୍ୟ ପାଇବ । ଯେପରି କଳ୍ପ ପୂର୍ବରୁ ପାଇଥିଲା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜ ଉପରେ
ଧ୍ୟାନ ଦେବା ପାଇଁ ପ୍ରତିପାଦରେ ନିଜର ଯାଞ୍ଚ କରିବାକୁ ହେବ ଯେ- (୧) ଆଜି ମୋର ମନୋବୃତ୍ତି କିପରି?
ଆଖି ସିଭିଲ୍ ବା ସତ୍ତ୍ୱପ୍ରଧାନ ହୋଇ ରହିଲା? ଦେହ-ଅଭିମାନର ବଶୀଭୂତ ହୋଇ କେଉଁ କେଉଁ ପାପ କରିଛି?
(୨) ବୁଦ୍ଧିରେ ଅବିନାଶୀ
ଜ୍ଞାନ ଧନକୁ ଧାରଣ କରି ଦାନ କରିବାକୁ ହେବ । ଜ୍ଞାନରୂପକ ଖଡ୍ଗରେ ଯୋଗ ରୂପକ ଶକ୍ତି ଅର୍ଥାତ୍
ଧାର ନିଶ୍ଚିତ ଭାବେ ଭରିବାକୁ ହେବ ।
ବରଦାନ:-
ସତ୍ୟତାର
ଶକ୍ତିକୁ ଧାରଣ କରି ସମସ୍ତଙ୍କୁ ଆକର୍ଷିତ କରୁଥିବା ନିର୍ଭୟ ଏବଂ ବିଜୟୀ ଆତ୍ମା ହୁଅ ।
ତୁମେ ପିଲାମାନେ
ସତ୍ୟତାର ଶକ୍ତିରେ ଶକ୍ତିଶାଳୀ ଶ୍ରେଷ୍ଠ ଆତ୍ମା ଅଟ । ସତ୍ୟ ଜ୍ଞାନ, ସତ ପିତା, ସତ୍ୟ ପ୍ରାପ୍ତି,
ସତ୍ୟ ଯୋଗ, ସତ୍ୟ ଗୁଣ, ସତ୍ୟ ସର୍ବଶକ୍ତିଗୁଡିକ – ସବୁ କିଛି ତୁମକୁ ପ୍ରାପ୍ତ ଅଟେ । ଯଦି ସର୍ବଦା
ଏତେ ବଡ ଅଧିକାରୀପଣିଆର ନିଶା ରହିବ ତେବେ ଏହା ପ୍ରତ୍ୟେକ ଆତ୍ମାକୁ ଆକର୍ଷିତ କରିବାକୁ ଲାଗିବ ।
ଏହି ମିଥ୍ୟା ଦୁନିଆ ଭିତରେ ମଧ୍ୟ ସତ୍ୟତାର ଶକ୍ତିଶାଳୀ ଆତ୍ମାମାନେ ବିଜୟୀ ହୋଇଥାଆନ୍ତି । ତେବେ
ସତ୍ୟତାର ପ୍ରାପ୍ତି ହେଉଛି ଖୁସି ଏବଂ ନିର୍ଭୟତା । ସତ୍ୟ କହୁଥିବା ବ୍ୟକ୍ତି ନିର୍ଭିକ ହୋଇଥାଏ,
ତାକୁ କେବେ ବି ଭୟ ଲାଗିବ ନାହିଁ ।
ସ୍ଲୋଗାନ:-
ବାତାବରଣକୁ
ପରିବର୍ତ୍ତନ କରିବାର ଆଧାର ହେଲା - ସକାରାତ୍ମକ ସଂକଳ୍ପ ଏବଂ ଶକ୍ତିଶାଳୀ ମନୋବୃତ୍ତି ।