11.09.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଅନ୍ତିମ ଜନ୍ମରେ ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ପବିତ୍ର ହୁଅ, ଏକମାତ୍ର ବାବାଙ୍କୁ ମନେ ପକାଅ, ଏହା ହିଁ ଗୁପ୍ତ ମେହନତ ଅଟେ ।”

ପ୍ରଶ୍ନ:-
ଜ୍ଞାନର ତୃତୀୟ ନେତ୍ର ମିଳିବା ମାତ୍ରେ ହିଁ କେଉଁ ପ୍ରକାର ପ୍ରଭେଦ ସ୍ପଷ୍ଟ ଭାବରେ ଅନୁଭବ ହୋଇଥାଏ?

ଉତ୍ତର:-
ଭକ୍ତିରେ ଭଗବାନଙ୍କୁ ପାଇବା ପାଇଁ କେତେ ଦ୍ୱାର-ଦ୍ୱାର ଘୂରି ବୁଲୁଥିଲୁ, କେତେ ଆଘାତ ପାଉଥିଲୁ । ଏବେ ଆମକୁ ସିଏ ମିଳିଗଲେ । (୨) ତା’ ସହିତ ଦୟା ଆସୁଛି ଯେ ବିଚରା ମନୁଷ୍ୟମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଘୂରି ବୁଲୁଛନ୍ତି, ରାସ୍ତା ଖୋଜୁଛନ୍ତି । ବାବା ଆମକୁ ଏଣେ ତେଣେ ଖୋଜିବାରୁ ମୁକ୍ତ କରିଦେଲେ । ଆମେ ବାବାଙ୍କ ସାଥିରେ ଯିବା ପାଇଁ ପ୍ରସ୍ତୁତି କରୁଛୁ ।

ଗୀତ:-
ଆଜ ଅନ୍ଧେରେ ମେଁ ହେ ଇନ୍‌ସାନ୍‌...

ଓମ୍ ଶାନ୍ତି ।
ଗୋଟିଏ ପଟେ ଭକ୍ତମାନେ ସ୍ମରଣ କରୁଛନ୍ତି । ଅନ୍ୟ ପଟେ ଆତ୍ମାମାନଙ୍କୁ ତୃତୀୟ ନେତ୍ର ମିଳିସାରିଛି ଅର୍ଥାତ୍ ବାବାଙ୍କର ପରିଚୟ ମିଳିସାରିଛି । ଭକ୍ତମାନେ କହୁଛନ୍ତି ଆମେ ଘୂରି ବୁଲୁଛୁ । ବର୍ତ୍ତମାନ ତୁମେ ତ ଘୂରି ବୁଲୁନାହଁ । କେତେ ତଫାତ୍ ରହିଛି । ବାବା ତୁମ ପିଲାମାନଙ୍କୁ ସାଥିରେ ନେଇଯିବା ପାଇଁ ପ୍ରସ୍ତୁତ କରାଉଛନ୍ତି । ମନୁଷ୍ୟମାନେ ଗୁରୁମାନଙ୍କ ପଛରେ, ତୀର୍ଥଯାତ୍ରା ମେଳା ମହୋତ୍ସବରେ କେତେ ଘୂରି ବୁଲୁଛନ୍ତି । ତୁମର ବୁଲିବା ଏବେ ସରିଯାଇଛି । ପିଲାମାନେ ଜାଣିଛନ୍ତି ଯେ ଏହିପରି ବୁଲିବାରୁ ମୁକ୍ତ କରିବା ପାଇଁ ବାବା ଆସିଛନ୍ତି । ଯେପରି କଳ୍ପ ପୂର୍ବରୁ ବାବା ଆସି ପାଠ ପଢାଇଥିଲେ ଅଥବା ରାଜଯୋଗ ଶିଖାଇଥିଲେ, ଠିକ୍ ସେହିପରି ପାଠ ପଢାଉଛନ୍ତି । ପିଲାମାନେ ଜାଣିଛନ୍ତି ଯେ ଆମେ ୫ ବିକାର ଉପରେ ବିଜୟ ପ୍ରାପ୍ତ କରୁଛୁ । କୁହାଯାଇଥାଏ ମାୟାକୁ ଜିତିଲେ ଜଗତକୁ ଜିତିବ । ୫ ବିକାର ରୂପୀ ରାବଣକୁ ମାୟା ବୋଲି କୁହାଯାଉଛି । ମାୟା ଆମର ଶତ୍ରୁ ଅଟେ । ଧନ ସମ୍ପତ୍ତିକୁ ମାୟା କୁହାଯାଏ ନାହିଁ । ଲେଖିବାକୁ ମଧ୍ୟ ହେବ ୫ ବିକାର ରୂପୀ ରାବଣ ବା ମାୟା.... ତେବେ ମନୁଷ୍ୟମାନେ ଏହାର କିଛି ଅର୍ଥ ବୁଝିପାରିବେ । ନଚେତ୍ କିଛି ବି ବୁଝିପାରିବେ ନାହିଁ । ମାୟାକୁ ଜିତିଲେ ଜଗତକୁ ଜିତିପାରିବ । ଏଥିରେ ଯାଦବ ଏବଂ କୌରବ ମାନଙ୍କର କିମ୍ବା ଅସୁର ଏବଂ ଦେବତାମାନଙ୍କର କୌଣସି କଥା ନାହିଁ । ଏଠାରେ ସ୍ଥୁଳ ଲଢେଇ ହେଉ ନାହିଁ । ଗାୟନ କରିଥାନ୍ତି ଯେ ଯୋଗବଳ ଦ୍ୱାରା ମାୟା ରାବଣ ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ଜଗତଜିତ୍ ହେଉଛନ୍ତି । ତୁମେମାନେ ଜାଣିଛ - ବିଶ୍ୱକୁ ଜଗତ ବୋଲି କୁହାଯାଉଛି । ସାରା ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରାଇବା ପାଇଁ ବିଶ୍ୱର ମାଲିକ ହିଁ ଆସିଛନ୍ତି । ସିଏ ହିଁ ସର୍ବଶକ୍ତିମାନ୍ ଅଟନ୍ତି । ଏକଥା ତ ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ - ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ପାପ ଭସ୍ମ ହୋଇଥାଏ । ମୁଖ୍ୟ କଥା ହେଲା ବାବାଙ୍କୁ ମନେ ପକାଇବା । ବାବାଙ୍କୁ ମନେ ପକାଇଲେ ତୁମ ଦ୍ୱାରା କୌଣସି ବିକର୍ମ ହେବ ନାହିଁ ଏବଂ ତୁମେ ଖୁସିରେ ରହିବ । ପତିତ-ପାବନ ବାବା ଆସିଛନ୍ତି ପବିତ୍ର କରାଇବା ପାଇଁ, ତେବେ ପୁଣି ଆମେ ବିକର୍ମ କାହିଁକି କରିବୁ । ତେଣୁ ନିଜ ପ୍ରତି ଧ୍ୟାନ ରଖିବାକୁ ହେବ । ମନୁଷ୍ୟମାନଙ୍କର ହିଁ ବୁଦ୍ଧି ଅଛି ନା । ଏଥିରେ ଲଢେଇ ଆଦି କିଛି କରିବାର ନାହିଁ କେବଳ ୫ ବିକାର ଗୁଡିକୁ ଜିତିବା ପାଇଁ ବାବାଙ୍କୁ ମନେ ପକାଇବା । ଏହା ତ ବହୁତ ସହଜ ଅଟେ । ହଁ ଏଥିରେ ପରିଶ୍ରମ କରିବାକୁ ପଡିଥାଏ, ସମୟ ଲାଗିଥାଏ । ମାୟା ଦୀପ ଲିଭାଇବା ପାଇଁ ପ୍ରତି ମୁହୂ୍‌ର୍ତ୍ତରେ ତୋଫାନ ଆଣିଥାଏ । କିନ୍ତୁ ଏଥିରେ ଲଢେଇର କୌଣସି କଥା ନାହିଁ । ସତ୍ୟଯୁଗରେ ତ ଦେବତାମାନଙ୍କର ରାଜ୍ୟ ହେବ । ସେଠାରେ କେହି ଅସୁର ରହିବେ ନାହିଁ ।

ଆମେ ବ୍ରାହ୍ମଣ, ବ୍ରହ୍ମା ମୁଖ ବଂଶାବଳୀ ଅଟୁ । ଯେଉଁମାନେ ବ୍ରାହ୍ମଣ କୁଳର ଅଟନ୍ତି, ସେହିମାନେ ହିଁ ନିଜକୁ ବ୍ରାହ୍ମଣ ବୋଲି ଭାବିଥାନ୍ତି । ଆତ୍ମିକ ବାବା ଆମ ଆତ୍ମାମାନଙ୍କୁ ବସି ଜ୍ଞାନ ଦେଉଛନ୍ତି । ଜ୍ଞାନର ସାଗର, ପତିତ-ପାବନ ସଦ୍‌ଗତି ଦାତା ଜଣେ ହିଁ ଅଟନ୍ତି । ସିଏ ହିଁ ସ୍ୱର୍ଗର ସ୍ଥାପନ କର୍ତ୍ତା ଅଟନ୍ତି । ତୁମେମାନେ ବହୁତ ଖୁସି ହେବା ଦରକାର । ଏକଥା ବିଦେଶୀମାନେ ମଧ୍ୟ ଜାଣିବେ, ଏମାନେ ତ ସେହି ସିନ୍ଧିର ବ୍ରହ୍ମାକୁମାର କୁମାରୀମାନେ ଅଟନ୍ତି ଯେଉଁମାନେ କହୁଥିଲେ ଯେ ଆମେ ଶ୍ରୀମତ ଆଧାରରେ ସ୍ୱର୍ଗ ସ୍ଥାପନ କରି ଦେଖାଇବୁ । ଏହି କଥା ଆତ୍ମା ଶରୀର ଦ୍ୱାରା କହୁଛି ନା । ଆତ୍ମା ଶୁଣୁଛି ଏବଂ ନିର୍ଦ୍ଦେଶ ଅନୁସାରେ ଚାଲୁଛି । କଳ୍ପ-କଳ୍ପ ବାବା ହିଁ ଆସି ଏହି ଉପାୟ ବତାଉଛନ୍ତି । ବାବା ଗୁପ୍ତ ଅଟନ୍ତି, କାହାକୁ ଏକଥା ଜଣାପଡୁନାହିଁ । ଅନେକ ମନୁଷ୍ୟଙ୍କୁ ବୁଝାଉଛନ୍ତି ତଥାପି କୋଟିକରେ କେହି ଜଣେ ହିଁ ଏକଥା ବୁଝୁଛନ୍ତି । ତୁମେମାନେ ଏବେ ଜାଣୁଛ ଯେ ଆମର ଅଲରାଉଣ୍ଡର ପାର୍ଟ ଅଟେ । ବାବା ବୁଝାଇଛନ୍ତି ତୁମେ ହିଁ ରାଜ୍ୟ ନେଉଛ ଆଉ କେହି ନେଇପାରିବେ ନାହିଁ । କେବଳ ତୁମ ଭାରତବାସୀମାନଙ୍କ ବ୍ୟତୀତ ଆଉ କେହି ରାଜ୍ୟ ନେଇପାରିବେ ନାହିଁ, ଯେଉଁମାନେ ଏବେ ନିଜକୁ ହିନ୍ଦୁ ବୋଲାଉଛନ୍ତି । ଜନଗଣନାରେ ମଧ୍ୟ ହିନ୍ଦୁ ଲେଖି ଦେଉଛନ୍ତି । ଆମେ ଯାହା ବି ନାମ ରଖୁ, ବାସ୍ତବରେ ଆମେ ଦେବୀ-ଦେବତା ଧର୍ମର ଥିଲୁ । ସେମାନେ ଦୈବୀ ଧର୍ମ ଭ୍ରଷ୍ଟ, କର୍ମଭ୍ରଷ୍ଟ ହୋଇଯିବା କାରଣରୁ ନିଜକୁ ହିନ୍ଦୁ କହିଦେଉଛନ୍ତି । ହିନ୍ଦୁ ନାମ କାହିଁକି ରଖାଯାଇଛି - ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ସେମାନଙ୍କୁ ପଚାରିବା ଦରକାର ଯେ ତୁମେ କୁହ ହିନ୍ଦୁ ଧର୍ମ କିଏ ସ୍ଥାପନ କରିଥିଲେ । ଏହା ତ ହିନ୍ଦୁସ୍ଥାନର ନାମ । କେହି ହେଲେ କହିପାରିବେ ନାହିଁ । ତୁମେମାନେ ଜାଣିଛ ଏବେ ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ଧର୍ମର ସ୍ଥାପନା ହେଉଛି । କହିଥା’ନ୍ତି ବ୍ରାହ୍ମଣ ଦେବୀ-ଦେବତା ନମଃ । ବ୍ରାହ୍ମଣ ହେଲେ ସର୍ବୋତ୍ତମ ନମ୍ବରୱାନ । ବାସ୍ତବରେ ସ୍ୱର୍ଗ ସତ୍ୟଯୁଗକୁ କୁହାଯାଏ । ରାମଚନ୍ଦ୍ରଙ୍କର ରାଜ୍ୟକୁ ମଧ୍ୟ ସ୍ୱର୍ଗ କୁହାଯାଏ ନାହିଁ । ଅଧାକଳ୍ପ ରାମରାଜ୍ୟ, ଅଧାକଳ୍ପ ହେଲା ଆସୁରୀ ରାଜ୍ୟ । ଏହି ସବୁ କଥାକୁ ମନ-ବୁଦ୍ଧିରେ ଧାରଣ କରିବାକୁ ହେବ । ଏବେ ଆମକୁ ସ୍ୱର୍ଗକୁ ଯିବା ପାଇଁ କ’ଣ କରିବାକୁ ହେବ? ପବିତ୍ର ତ ନିଶ୍ଚିତ ରହିବାକୁ ହିଁ ହେବ । ବାବା କହୁଛନ୍ତି - ପିଲାମାନେ କାମ ବିକାର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରି ପବିତ୍ର ହୋଇ ରହିବାକୁ ହେବ ସେଥିପାଇଁ ପଦ୍ମ ଫୁଲର ଚିହ୍ନ ମଧ୍ୟ ଦେଖାଇଛନ୍ତି । ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ହେବାକୁ ପଡିବ । ଏହି ଦୃଷ୍ଟାନ୍ତ ତୁମ ପାଇଁ ଉଦ୍ଦିଷ୍ଟ । ହଠଯୋଗୀମାନେ ତ ଗୃହସ୍ଥ ବ୍ୟବହାରରେ କମଳଫୁଲ ସମାନ ରହିପାରିବେ ନାହିଁ । ସେମାନେ ନିଜର ନିବୃତ୍ତି ମାର୍ଗର ଅଭିନୟ କରୁଛନ୍ତି । ସେମାନେ ଗୃହସ୍ଥ ବ୍ୟବହାରରେ ରହିପାରିବେ ନାହିଁ, ସେଥିପାଇଁ ଘରଦ୍ୱାର ଛାଡି ଚାଲିଯାଉଛନ୍ତି । ତୁମେ ଉଭୟ ସନ୍ନ୍ୟାସର ତୁଳନା କରିପାରିବ । ପ୍ରବୃତ୍ତିମାର୍ଗରେ ରହିଲାବାଲାଙ୍କର ଗାୟନ ଅଛି । ବାବା କହୁଛନ୍ତି - ଗୃହସ୍ଥ ବ୍ୟବହାରରେ ରହି ଏହି ଗୋଟିଏ ଅନ୍ତିମ ଜନ୍ମରେ ସାହାସ ରଖି ପଦ୍ମଫୁଲ ସମାନ ପବିତ୍ର ହୁଅ । ନିଜର ଗୃହସ୍ଥ ବ୍ୟବହାରରେ ହିଁ ରୁହ । ହଦର ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡି ଚାଲିଯାଆନ୍ତି । ଢେର ସନ୍ନ୍ୟାସୀ ଅଛନ୍ତି, ସେମାନଙ୍କୁ ଭୋଜନ ଦେବାକୁ ପଡିଥାଏ । ପ୍ରଥମେ ସେମାନେ ମଧ୍ୟ ସତ୍ୱପ୍ରଧାନ ଥିଲେ, ଏବେ ତ ତମୋପ୍ରଧାନ ହୋଇଯାଇଛନ୍ତି । ଡ୍ରାମାରେ ବି ଏହିପରି ତାଙ୍କର ଅଭିନୟ ରହିଛି । ପୁଣି ମଧ୍ୟ ଏହିପରି ହିଁ ହେବ ।

ବାବା ବୁଝାଉଛନ୍ତି ଏହି ପତିତ ଦୁନିଆର ବିନାଶ ତ ନିଶ୍ଚିତ ହେବ । ଛୋଟ-ଛୋଟ କଥାରେ ମଧ୍ୟ ପରସ୍ପରକୁ ଧମକ ଦେଉଛନ୍ତି । ଯଦି ଏପରି ନ ହେବ ତେବେ ବଡ ଲଢେଇ ଲାଗିଯିବ । ତୁମେମାନେ ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ଶାସ୍ତ୍ରରେ ଲେଖାଯାଇଛି ପେଟରୁ ମୁସଳ ବାହାରିଲା, ଏପରି ହେଲା.... ପୁଣି ହୋଲିରେ ମଧ୍ୟ ତା’ର ନାଟକ କରିଥା’ନ୍ତି । ବାସ୍ତବରେ ମୁସଳ ଏକ କ୍ଷେପଣାସ୍ତ୍ର ହିଁ ଅଟେ ଯାହାଦ୍ୱାରା ବିନାଶ କରୁଛନ୍ତି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯାହା କିଛି ବିତିଯାଇଛି ତାହା ପୁନର୍ବାର ହେବ । ବନି ବନାୟୀ ବନ ରହୀ... ଅର୍ଥାତ୍ ଯାହା ହୋଇଥିଲା ତାହାର ପୁନରାବୃତ୍ତି ହେଉଛି । ଏବେ ତୁମ ବୁଦ୍ଧିରେ ସମସ୍ତ ରହସ୍ୟ ରହିଛି । ଏହା କେବଳ କହିବାର କଥା ନୁହେଁ । ଏଥିରେ କାହାକୁ ଦୋଷ ଦେଇପାରିବା ନାହିଁ । ଡ୍ରାମାରେ ଏହି ପାର୍ଟ ରହିଛି । ତୁମକୁ କେବଳ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଶୁଣାଇବାକୁ ହେବ । ଏହି ଡ୍ରାମା ତ ଅନାଦି ଅବିନାଶୀ ଅଟେ । ଡ୍ରାମାର ଭାବି କ’ଣ, ଏକଥା ମଧ୍ୟ ତୁମେମାନେ ବୁଝିଗଲଣି । ଏହା କଳିଯୁଗ ଅନ୍ତ ଏବଂ ସତ୍ୟଯୁଗ ଆଦିର ସଂଗମ ପ୍ରସିଦ୍ଧ ଅଟେ । ଏହାକୁ ହିଁ ପୁରୁଷୋତ୍ତମ ଯୁଗ କୁହାଯାଉଛି । ଆଜିକାଲି ପିଲାମାନଙ୍କୁ ପୁରୁଷୋତ୍ତମ ଯୁଗ ବିଷୟରେ ଭଲ ଭାବରେ ବୁଝାଇ ଦିଆଯାଉଛି । ଏହି ଯୁଗରେ ସମସ୍ତଙ୍କୁ ଉତ୍ତମ ପୁରୁଷ ହେବାକୁ ପଡିବ । ସମସ୍ତ ଆତ୍ମାମାନେ ସତ୍ତ୍ୱପ୍ରଧାନ ଉତ୍ତମ ହୋଇଯିବେ । ଏବେ ସମସ୍ତେ ତମୋପ୍ରଧାନ କନିଷ୍ଠ ହୋଇଯାଇଛନ୍ତି । ଏହି ଅକ୍ଷରଗୁଡିକୁ ବି ତୁମେ ଭଲ ଭାବରେ ବୁଝୁଛ । କଳିଯୁଗ ଶେଷ ହୋଇ ସତ୍ୟଯୁଗ ଆସିବ ପୁଣି ଥରେ ଜୟ-ଜୟକାର ହୋଇଯିବ । କାହାଣୀ ଶୁଣାଯାଇଥାଏ ନା । ଏହା ତ ସହଜରୁ ସହଜ କଥା । ମିଛ କାହାଣୀ ତ ବହୁତ ରହିଛି । ବର୍ତ୍ତମାନ ବାବା ନିଜେ ଆସି ବୁଝାଉଛନ୍ତି । ଭକ୍ତିମାର୍ଗରେ ତୁମେ ମୋର ମହିମା ଗାୟନ କରି ଆସିଛ । ଏବେ ବାସ୍ତବରେ ମୁଁ ତୁମକୁ ସୁଖଧାମ ଏବଂ ଶାନ୍ତିଧାମର ରାସ୍ତା ବତାଉଛି । ସଦ୍‌ଗତିକୁ ସୁଖ ଗତି, ଦୁର୍ଗତିକୁ ଦୁଃଖ ଗତି କୁହାଯିବ । କଳିଯୁଗରେ ଅଛି ଦୁଃଖ, ସତ୍ୟଯୁଗରେ ରହିଛି ସୁଖ । ଏକଥା ବୁଝାଇଲେ ସମସ୍ତେ ବୁଝିଯିବେ । ଆଗକୁ ଗଲେ ବୁଝିଚାଲିବେ । ସମୟ ବହୁତ କମ୍ ରହିଛି, କିନ୍ତୁ ଲକ୍ଷ୍ୟ ବହୁତ ଉଚ୍ଚ । ଯଦି କଲେଜକୁ ଯାଇ ତୁମେ ବୁଝାଇବ ତେବେ ଏହି ଜ୍ଞାନକୁ ପିଲାମାନେ ଭଲ ଭାବରେ ବୁଝିପାରିବେ । ବାସ୍ତବରେ ଏହି ଡ୍ରାମାର ଚକ୍ର ଘୂରି ଚାଲିଛି ଆଉ କୌଣସି ଦୁନିଆ ନାହିଁ । ସେମାନେ ଭାବୁଛନ୍ତି ଉପରେ କୌଣସି ଦୁନିଆ ରହିଛି, ସେଥିପାଇଁ ତାରକା ଆଦିକୁ ଯାଉଛନ୍ତି । ବାସ୍ତବରେ ସେଠାରେ କିଛି ନାହିଁ । ଈଶ୍ୱର ଏକ, ସୃଷ୍ଟି ମଧ୍ୟ ଏକ ଏବଂ ଏହା ହିଁ ମନୁଷ୍ୟ ସୃଷ୍ଟି ଅଟେ । ମନୁଷ୍ୟ, ମନୁଷ୍ୟ ହିଁ ଅଟେ, କେବଳ ଦେହର ଅନେକ ଧର୍ମ ରହିଛି । କେତେ ବିଭିନ୍ନତା ରହିଛି । ସତ୍ୟଯୁଗରେ ଗୋଟିଏ ମାତ୍ର ଧର୍ମ ଥିଲା, ତାକୁ ସୁଖଧାମ କୁହାଯାଉଥିଲା । କଳିଯୁଗ ହେଲା ଦୁଃଖଧାମ । ଏହା ସୁଖ ଏବଂ ଦୁଃଖର ଖେଳ ଅଟେ ନା । ବାବା କ’ଣ କେବେ ପିଲାମାନଙ୍କୁ ଦୁଃଖ ଦେଇପାରିବେ । ବାବା ଆସି ଦୁଃଖରୁ ମୁକ୍ତ କରୁଛନ୍ତି । ଯିଏ ଦୁଃଖହର୍ତ୍ତା ଅଟନ୍ତି, ସିଏ ପୁଣି କାହାକୁ ଦୁଃଖ ଦେଇପାରିବେ କି । ବର୍ତ୍ତମାନ ହେଲା ରାବଣ ରାଜ୍ୟ । ମନୁଷ୍ୟମାନଙ୍କ ଭିତରେ ୫ ବିକାରର ପ୍ରବେଶତା ହୋଇଛି ସେଥିପାଇଁ ଏହାକୁ ରାବଣ ରାଜ୍ୟ କୁହାଯାଉଛି । ବିଶ୍ୱର ଇତିହାସ-ଭୂଗୋଳର ରହସ୍ୟ ଏବେ ତୁମ ପିଲାମାନଙ୍କର ବୁଦ୍ଧିରେ ଆସିଯାଇଛି । ତୁମେ ପ୍ରତ୍ୟହ ଏହି କଥା ଶୁଣୁଛ, ଏହା ବହୁତ ଉଚ୍ଚ ପାଠପଢା ଅଟେ । ତେଣୁ ବାବା ବୁଝାଉଛନ୍ତି ବର୍ତ୍ତମାନ ଆଉ ଅଳ୍ପ ସମୟ ରହିଛି । ସେହି ସମୟ ଭିତରେ ବାବାଙ୍କଠାରୁ ସମସ୍ତ ସମ୍ପତ୍ତି ନେବାକୁ ହେବ । ଧିରେ ଧିରେ ମନୁଷ୍ୟମାନେ ବୁଝିଯିବେ ଯେ ବାସ୍ତବରେ ଈଶ୍ୱରଙ୍କୁ ପାଇବାର ରାସ୍ତା ତ ଏହିମାନେ ହିଁ ବତାଉଛନ୍ତି । ଦୁନିଆରେ ଆଉ କେହି ହେଲେ ଈଶ୍ୱରଙ୍କୁ ପାଇବାର ରାସ୍ତା ବତାଉ ନାହାଁନ୍ତି । ଈଶ୍ୱରଙ୍କୁ ପାଇବାର ରାସ୍ତା ଈଶ୍ୱର ହିଁ ବତାଉଛନ୍ତି । ତୁମେମାନେ ତ ତାଙ୍କର ସନ୍ତାନ, ସନ୍ଦେଶ ଦେଲାବାଲା ଅଟ । କଳ୍ପ ପୂର୍ବରୁ ମଧ୍ୟ ଯେଉଁମାନେ ନିମିତ୍ତ ହୋଇଥିବେ ସେହିମାନେ ହିଁ ଏବେ ହେବେ ଏବଂ ଅନ୍ୟମାନଙ୍କୁ କରାଇ ଚାଲିବେ । ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରିବାକୁ ହେବ । ରାୟ ଦେବା ଦରକାର - ବାବା ଆମେ ଭାବୁଛୁ ଏହି ଚିତ୍ର ରହିବା ଦରକାର, ଏହା ଦ୍ୱାରା ମନୁଷ୍ୟମାନେ ଭଲ ଭାବରେ ବୁଝିପାରିବେ । ବାବା ଏଥିପାଇଁ କମ୍ ଚିତ୍ର ରଖିବା ପାଇଁ କହୁଛନ୍ତି କାହିଁକିନା ବହୁତ ଛୋଟ ଛୋଟ ସେଣ୍ଟର ମାନ ରହିଛି । ସେଠାରେ ୫-୭ଟି ଚିତ୍ର ମଧ୍ୟ ମୁସ୍‌କିଲ୍‌ରେ ରଖିପାରିବ ।

ବାବା କହୁଛନ୍ତି ଘରେ-ଘରେ ଗୀତା ପାଠଶାଳା ହେଉ । ଏପରି ମଧ୍ୟ ବହୁତ ଅଛନ୍ତି ଯିଏକି ଗୋଟିଏ କୋଠରୀରେ ସବୁ କିଛି ଚଲାଉଛନ୍ତି । ଯଦି ମୁଖ୍ୟ ଚିତ୍ର ଗୁଡିକ ରଖିଛ ତେବେ ମନୁଷ୍ୟମାନଙ୍କୁ ଜ୍ଞାନ ମିଳିଯିବ । ବାସ୍ତବରେ ଭଗବାନ କାହାକୁ କୁହାଯାଏ, ତାଙ୍କଠାରୁ କ’ଣ ମିଳୁଛି? ଭଗବାନଙ୍କୁ ବାବା ବୋଲି କୁହାଯାଉଛି । ବବୁଲନାଥ ବାବା ବୋଲି କହିବେ ନାହିଁ । ତାଙ୍କୁ ରୁଦ୍ର ବାବା ମଧ୍ୟ କୁହାଯିବ ନାହିଁ । ଶିବ ବାବାଙ୍କ ନାମ ପ୍ରସିଦ୍ଧ ଅଟେ । ବାବା କହୁଛନ୍ତି ଏହା ସେହି କଳ୍ପ ପୂର୍ବର ଜ୍ଞାନ ଯଜ୍ଞ । ଅବିନାଶୀ ବାବା ଶିବ ଏହି ଯଜ୍ଞ ରଚନା କରିଛନ୍ତି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କର ରଚନା କରିଛନ୍ତି । ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ସ୍ଥାପନା କରିଛନ୍ତି । ଏହା ହେଲା ରାଜଯୋଗର ଜ୍ଞାନ ଏବଂ ଏହା ଯଜ୍ଞ ମଧ୍ୟ ଅଟେ, ଯେଉଁଥିରେ ସାରା ପୁରୁଣା ଦୁନିଆର ଆହୁତି ପଡୁଛି । ସିଏ ହିଁ ଜଣେ ଯିଏକି ପିତା, ଶିକ୍ଷକ, ଗୁରୁ ଏବଂ ଜ୍ଞାନର ସାଗର ମଧ୍ୟ ଅଟନ୍ତି । ଏହିଭଳି ଆଉ କେହି ହେଲେ ନାହାଁନ୍ତି । ଆଜିକାଲି ଯଜ୍ଞ ରଚନା କଲେ, ଚାରିପାଖରେ ଶାସ୍ତ୍ର ରଖିଥାନ୍ତି । ଗୋଟିଏ ଆହୁତିର କୁଣ୍ଡ ମଧ୍ୟ ତିଆରି କରିଥାନ୍ତି । ବାସ୍ତବରେ ଏହା ହେଉଛି - ଜ୍ଞାନ ଯଜ୍ଞ, ଯାହାକୁ ସେମାନେ ନକଲ କରିଛନ୍ତି । ଏଠାରେ କୌଣସି ସ୍ଥୂଳ ଜିନିଷ ଆଦି ତ ନାହିଁ । ଏବେ ତୁମ ପିଲାମାନଙ୍କୁ ଅନାଦି ଅବିନାଶୀ ବାବା ମିଳିଛନ୍ତି, ଅବିନାଶୀ ଜ୍ଞାନ ମିଳିଛି, ଏକଥା ଆଉ କେହି ଜାଣିନାହାଁନ୍ତି । ବର୍ତ୍ତମାନ ସାରା ଦୁନିଆର ଆହୁତି ପଡିବ, ଏକଥା ତୁମେ ଜାଣିଛ । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ମନରେ ଏହି ଖୁସି ତ ରହିଛି ଯେ ରାମରାଜ୍ୟର ସ୍ଥାପନା ହେଉ, ଏହା ତ ବହୁତ ଭଲ କଥା । କିନ୍ତୁ ତାକୁ ଯିଏ ସ୍ଥାପନା କରିବେ ତାହା ନିଜ ପାଇଁ ହିଁ କରିବେ ନା । ସମସ୍ତେ ନିଜ ପାଇଁ ହିଁ ପରିଶ୍ରମ କରିଥା’ନ୍ତି । ତୁମେ ଜାଣିଛ ଏହି ମହାଭାରତ ଲଢେଇ ମଧ୍ୟ ଏହି ଯଜ୍ଞରୁ ପ୍ରଜ୍ଜ୍ୱଳିତ ହୋଇଛି । କେଉଁଠି ସେହି ସ୍ଥୂଳ ସୀମିତ କଥା, କେଉଁଠି ଏହି ବିଶାଳ ଯଜ୍ଞର କଥା ରହିଛି । ତୁମେ ନିଜ ପାଇଁ ହିଁ ପୁରୁଷାର୍ଥ କରୁଛ । ଯେ ପର୍ଯ୍ୟନ୍ତ ବାବାଙ୍କୁ ନ ଜାଣିଛ, ସମ୍ପତ୍ତି ମିଳିପାରିବ ନାହିଁ । ବାବା ହିଁ ଆସି ଆତ୍ମାମାନଙ୍କୁ ଶିକ୍ଷା ଦେଉଛନ୍ତି । ତୁମର ସବୁ କିଛି ଗୁପ୍ତ ଅଟେ । ଆତ୍ମାମାନେ ଯେଉଁ ହିଂସ୍ରକ ହୋଇଯାଇଛନ୍ତି, ସେମାନଙ୍କୁ ଅହିଂସକ ହେବାକୁ ପଡିବ । କାହା ଉପରେ କ୍ରୋଧ କରିବା ଉଚିତ୍ ନୁହେଁ । ଯେବେ ୫ ବିକାରର ଦାନ ଦେବ ତେବେ ଗ୍ରହଣ ଛାଡିଯିବ, ଏହି ୫ ବିକାର ଦ୍ୱାରା ହିଁ ସମସ୍ତେ କଳା ଅର୍ଥାତ୍ ପତିତ ହୋଇଯାଇଛନ୍ତି । ଏବେ ପୁଣି ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ କିପରି ହେବା - ଏହି କଥା ବାବା ବସି ବୁଝାଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କୁ ଏହିପରି କିଏ କରାଇଲେ? କେହି ଗୁରୁ ମିଳିଗଲେ? ଇଏ ତ ବିଶ୍ୱର ମାଲିକ ଥିଲେ । ନିଶ୍ଚିତ ଇଏ ପୂର୍ବ ଜନ୍ମରେ ଭଲ କର୍ମ କରିଛନ୍ତି ସେଥିପାଇଁ ଭଲ ଜନ୍ମ ମିଳିଲା । ଭଲ କର୍ମ କରିବା ଦ୍ୱାରା ଭଲ ଜନ୍ମ ମିଳିଥାଏ । ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ ନିଶ୍ଚିତ ସମ୍ପର୍କ ରହିଛି । ବ୍ରହ୍ମାରୁ ବିଷ୍ଣୁ ଗୋଟିଏ ସେକେଣ୍ଡରେ ହେଉଛନ୍ତି । ମନୁଷ୍ୟରୁ ଦେବତା ହେଉଛନ୍ତି, ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ଏହାକୁ ହିଁ କୁହାଯାଉଛି । ତୁମେମାନେ ବାବାଙ୍କର ହେଲ ଏବଂ ଜୀବନମୁକ୍ତିର ସମ୍ପତ୍ତି ପାଇଗଲ । ସେଠାରେ ରାଜା ପ୍ରଜା ସମସ୍ତେ ଜୀବନମୁକ୍ତ ଅଟନ୍ତି । ଯେଉଁମାନେ ବି ଆସିବେ ସେମାନଙ୍କୁ ଜୀବନମୁକ୍ତ ହେବାକୁ ପଡିବ । ବାବା ତ ସମସ୍ତଙ୍କୁ ବୁଝାଉଛନ୍ତି । ପୁଣି ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ, ସମସ୍ତ ଆଧାର ପୁରୁଷାର୍ଥ ଉପରେ ରହିଛି । ତେବେ ଆମେ ପୁରୁଷାର୍ଥ କରି କାହିଁକି ଉଚ୍ଚ ପଦ ନ ପାଇବୁ । ଆମେ ବାବାଙ୍କୁ ବହୁତ ୟାଦ କରିବା ଦ୍ୱାରା ତାଙ୍କର ହୃଦୟ ରୂପକ ସିଂହାସନରେ ବସିପାରିବୁ । ବାବା କୌଣସି କଷ୍ଟ ଦେଉନାହାଁନ୍ତି । ଅବଳାମାନଙ୍କୁ କ’ଣ ମେହନତ କରାଇବେ । ବାବାଙ୍କର ୟାଦ ମଧ୍ୟ ଗୁପ୍ତ ଅଟେ । ଜ୍ଞାନ ତ ପ୍ରତ୍ୟକ୍ଷ ହୋଇଯାଇଥାଏ । କୁହାଯାଏ ଏହାଙ୍କର ଭାଷଣ ତ ବହୁତ ଭଲ, କିନ୍ତୁ ଯୋଗରେ କେତେ ଜମା କରିଛନ୍ତି? ବାବାଙ୍କୁ ମନେ ପକାଉଛନ୍ତି? କେତେ ସମୟ ୟାଦ କରୁଛନ୍ତି । ତାଙ୍କରି ସ୍ମୃତି ଦ୍ୱାରା ହିଁ ଜନ୍ମ-ଜନ୍ମାନ୍ତରର ବିକର୍ମ ବିନାଶ ହେବ । ଏହି ଆଧ୍ୟାତ୍ମିକ ଜ୍ଞାନ କଳ୍ପ-କଳ୍ପ ଆତ୍ମିକ ବାବା ଶିବ ହିଁ ଆସି ଦେଉଛନ୍ତି । ଆଉ କେହି ବି ଏହି ଜ୍ଞାନ ଦେଇପାରିବେ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅବିନାଶୀ ଡ୍ରାମାର ରହସ୍ୟକୁ ବୁଦ୍ଧିରେ ରଖି କାହାକୁ ହେଲେ ବି ଦୋଷୀ କରିବାର ନାହିଁ । ପୁରୁଷୋତ୍ତମ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ । ଏହି କମ୍ ସମୟ ମଧ୍ୟରେ ବାବାଙ୍କଠାରୁ ସମ୍ପୂର୍ଣ୍ଣ ସମ୍ପତ୍ତି ନେବାର ଅଛି ।

(୨) ଡବଲ ଅହିଂସକ ହେବା ପାଇଁ କେବେ ହେଲେ କାହା ଉପରେ କ୍ରୋଧ କରିବାର ନାହିଁ । ବିକାରଗୁଡିକର ଦାନ ଦେଇ ସର୍ବଗୁଣ ସମ୍ପନ୍ନ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
ଗୋଟିଏ ସେକେଣ୍ଡ ଭିତରେ ସବୁ ପ୍ରକାରର ଦୁର୍ବଳତା ଠାରୁ ମୁକ୍ତି ପ୍ରାପ୍ତ କରି ମର୍ଯ୍ୟାଦା ପୁରୁଷୋତ୍ତମ ହେଉଥିବା ସଦା ସ୍ନେହୀ ଭବ ।

ଯେପରି ସ୍ନେହୀ ଆତ୍ମା ସ୍ନେହରେ ଭରପୂର ହୋଇଥିବା କାରଣରୁ ନିଜର ସବୁ କିଛି ଅର୍ପଣ କରିଦେଇଥାଏ, ସ୍ନେହୀକୁ କିଛି ବି ସମର୍ପଣ କରିବା ପାଇଁ ଭାବିବାକୁ ପଡି ନ ଥାଏ । ତେଣୁ ତୁମେମାନେ ଯାହା ବି ନିୟମ ମର୍ଯ୍ୟାଦା ଗୁଡିକୁ ଶୁଣୁଛ ସେଗୁଡିକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିବା ପାଇଁ ବା ସର୍ବ ଦୁର୍ବଳତାଗୁଡିକରୁ ମୁକ୍ତି ପ୍ରାପ୍ତ କରିବାର ସହଜ ଉପାୟ ହେଲା - ସର୍ବଦା ଏକମାତ୍ର ବାବାଙ୍କର ସ୍ନେହୀ ହୁଅ । ଯାହାର ସ୍ନେହୀ ଅଟ, ଯଦି ନିରନ୍ତର ତାଙ୍କ ସାଥୀରେ ରହିବ ତେବେ ଆତ୍ମ-ଅଭିମାନର ରଙ୍ଗ ଲାଗିଯିବ ଏବଂ ଗୋଟିଏ ସେକେଣ୍ଡରେ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଯିବ, କାହିଁକିନା ସ୍ନେହୀ ଆତ୍ମାକୁ ବାବାଙ୍କର ସହଯୋଗ ସ୍ୱତଃ ମିଳିଯାଇଥାଏ ।

ସ୍ଲୋଗାନ:-
ଯଦି ନିଶ୍ଚୟର ମୂଳଦୁଆ ମଜବୁତ ଅଛି, ତେବେ ସମ୍ପୂର୍ଣ୍ଣତା ପର୍ଯ୍ୟନ୍ତ ପହଞ୍ଚିବା ସୁନିଶ୍ଚିତ ଅଟେ ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।

ବର୍ତ୍ତମାନ ସମୟରେ ସବୁ ଆତ୍ମାମାନେ ଭିକାରୀ ରୂପରେ ଭଗବାନଙ୍କୁ କିଛି ନା କିଛି ମାଗି ଚାଲିଛନ୍ତି । ସମସ୍ତଙ୍କ ମୁଖରେ ବା ମନ ଭିତରେ ଏହି କଥା ରହୁଛି ଯେ ଆମକୁ ଏଇଆ ଦିଅ, ସେଇଆ ଦିଅ । କେହି ଯଦି ଧନର ଭିକାରୀ, ଆଉ କେହି ସହଯୋଗ ପାଇବାର ଭିକାରୀ, କେହି ପୁଣି ସମ୍ବନ୍ଧର ଭିକାରୀ, ଆଉ କେହି ଅଳ୍ପ ସମୟ ପାଇଁ ସୁଖ-ଶାନ୍ତି ପାଇବାର ଭିକାରୀ, କେହି ଟିକିଏ ନିଦ୍ରା ପାଇଁ ବା ଆରାମ ପାଇବା ପାଇଁ ଭିକାରୀ ଅଟେ ତ ଆଉ କେହି ନିଜର ଅନୁଗାମୀ ସୃଷ୍ଟି କରିବା ପାଇଁ ମଧ୍ୟ ଭିକାରୀ ଅଟେ, କିନ୍ତୁ ତୁମେମାନେ ଦାତାଙ୍କର ସନ୍ତାନ ମାଷ୍ଟର ଦାତା ହୋଇ ନିଜର ଶୁଭଭାବନାର ମନୋବୃତ୍ତି ଦ୍ୱାରା ଭିକାରୀ ଆତ୍ମାମାନଙ୍କର କ୍ଷୂଧା ନିବାରଣ କର ।