11.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସଂଗମ
ଯୁଗରେ ତୁମେମାନେ ବ୍ରାହ୍ମଣ ସମ୍ପ୍ରଦାୟର ହୋଇଛ, ତୁମକୁ ଏବେ ମୃତ୍ୟୁଲୋକର ମନୁଷ୍ୟରୁ ଅମରଲୋକର
ଦେବତା ହେବାକୁ ପଡିବ । ”
ପ୍ରଶ୍ନ:-
ତୁମେମାନେ କେଉଁ
ଜ୍ଞାନକୁ ବୁଝିଯିବା କାରଣରୁ ବେହଦର ସନ୍ନ୍ୟାସ କରୁଛ?
ଉତ୍ତର:-
ତୁମ ଭିତରେ ଡ୍ରାମାର ଯଥାର୍ଥ ଜ୍ଞାନ ରହିଛି, ତୁମେ ଜାଣିଛ ଯେ ଡ୍ରାମା ଅନୁସାରେ ସାରା
ମୃତ୍ୟୁଲୋକ ଭସ୍ମୀଭୂତ ହେବାକୁ ଯାଉଛି । ବର୍ତ୍ତମାନ ଏହି ଦୁନିଆ କଉଡିତୁଲ୍ୟ ହୋଇଯାଇଛି କିନ୍ତୁ
ଆମକୁ ହୀରାତୁଲ୍ୟ ହେବାକୁ ପଡିବ । ଏଥିରେ ଯାହା କିଛି ହେଉଛି ତାହା ପୁଣି ଗୋଟିଏ କଳ୍ପ ପରେ
ଅବିକଳ ପୁନରାବୃତ୍ତି ହେବ, ସେଥିପାଇଁ ତୁମେ ସାରା ଦୁନିଆରୁ ବେହଦର ସନ୍ନ୍ୟାସ କରିଛ ।
ଗୀତ:-
ଆନେ ୱାଲେ କଲ୍
କି ତୁମ...
ଓମ୍ ଶାନ୍ତି ।
ପିଲାମାନେ ଗୀତର ଲାଇନ୍ ଶୁଣିଲେ । ଅମରଲୋକ ଆସିବ । ଏହା ହେଉଛି ମୃତ୍ୟୁଲୋକ । ଏହା ହେଲା ଅମରଲୋକ
ଏବଂ ମୃତ୍ୟୁଲୋକର ମଝି ସମୟ, ପୁରୁଷୋତ୍ତମ ସଂଗମଯୁଗ । ବାବା ଏହି ସଂଗମଯୁଗରେ ଆସି ପାଠ ପଢାଉଛନ୍ତି
। ଆତ୍ମାମାନଙ୍କୁ ପଢାଉଛନ୍ତି, ସେଥିପାଇଁ କହୁଛନ୍ତି ଆତ୍ମ-ଅଭିମାନୀ ହୋଇ ବସ, ନିଶ୍ଚୟ କରିବାକୁ
ହେବ ଯେ - ଆମକୁ ବେହଦର ବାବା ପାଠ ପଢାଉଛନ୍ତି । ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଲା -
ଲକ୍ଷ୍ମୀ-ନାରାୟଣ ହେବା ବା ମୃତ୍ୟୁଲୋକର ମନୁଷ୍ୟରୁ ଅମରଲୋକର ଦେବତା ହେବା । ଏପରି ପାଠପଢା ତ
କେବେ କାନରେ ଶୁଣି ନାହଁ, ନାଁ କେବେ କାହାକୁ କହୁଥିବାର ଦେଖିଛ ଯିଏ କହିବେ ଯେ, ପିଲାମାନେ
ଆତ୍ମ-ଅଭିମାନୀ ହୋଇ ବସ । ଏହି ନିଶ୍ଚୟ କର ଯେ, ବେହଦର ବାବା ଆମମାନଙ୍କୁ ପାଠ ପଢାଉଛନ୍ତି । କେଉଁ
ବାବା? ବେହଦର ବାବା ନିରାକାର ଶିବ । ଏବେ ତୁମେମାନେ ଜାଣୁଛ ଯେ ଆମେ ପୁରୁଷୋତ୍ତମ ସଂଗମଯୁଗରେ ଅଛୁ
। ଏବେ ତୁମେ ବ୍ରାହ୍ମଣ ସମ୍ପ୍ରଦାୟର ହୋଇଛ ପୁଣି ତୁମକୁ ଦେବତା ହେବାକୁ ପଡିବ । ଏହା ପୂର୍ବରୁ
ତୁମେମାନେ ଶୂଦ୍ର ସମ୍ପ୍ରଦାୟର ଥିଲ । ବାବା ଆସି ପଥରବୁଦ୍ଧିରୁ ପାରସ ବୁଦ୍ଧି କରୁଛନ୍ତି ।
ପ୍ରଥମେ ତୁମେମାନେ ସତ୍ତ୍ୱପ୍ରଧାନ ପାରସ ବୁଦ୍ଧି ଥିଲ, ଏବେ ପୁଣି ହେବାକୁ ଯାଉଛ । ଏପରି କହିବା
ଉଚିତ୍ ନୁହେଁ ଯେ ସତ୍ୟଯୁଗର ମାଲିକ ଥିଲୁ । ସତ୍ୟଯୁଗରେ ସାରା ବିଶ୍ୱର ମାଲିକ ଥିଲୁ । ପୁଣି ୮୪
ଜନ୍ମ ନେଇ ସିଡି ଓହ୍ଲାଇ-ଓହ୍ଲାଇ ସତ୍ତ୍ୱପ୍ରଧାନରୁ ସତ୍ତ୍ୱ-ରଜୋ-ତମୋ ଅବସ୍ଥାକୁ ଆସିଛୁ । ପ୍ରଥମେ
ସତ୍ତ୍ୱପ୍ରଧାନ ଥିଲୁ, ତେଣୁ ପାରସବୁଦ୍ଧି ଥିଲୁ ପୁଣି ଆତ୍ମାରେ ବିକାର ରୂପି ଖାଦ ମିଶିଲା ।
ମନୁଷ୍ୟ ତ କିଛି ହେଲେ ବୁଝି ନାହାଁନ୍ତି । ବାବା କହୁଛନ୍ତି - ତୁମେମାନେ କିଛି ବି ଜାଣି ନ ଥିଲ
। ତୁମମାନଙ୍କ ଭିତରେ ଅନ୍ଧବିଶ୍ୱାସ ଥିଲା । କାହାକୁ ନ ଜାଣି ପୂଜା ଅଥବା ସ୍ମରଣ କରିବାକୁ
ଅନ୍ଧଶ୍ରଦ୍ଧା କୁହାଯାଇଥାଏ । ନିଜର ଶ୍ରେଷ୍ଠ ଧର୍ମ, କର୍ମକୁ ଭୁଲି କର୍ମଭ୍ରଷ୍ଟ, ଧର୍ମଭ୍ରଷ୍ଟ
ହୋଇଯାଇଛ । ଭାରତବାସୀ ବର୍ତ୍ତମାନ ଦୈବୀଧର୍ମରୁ ମଧ୍ୟ ଭ୍ରଷ୍ଟ ହୋଇଯାଇଛନ୍ତି । ବାବା ବୁଝାଉଛନ୍ତି
ବାସ୍ତବରେ ତୁମେମାନେ ହେଉଛ ପ୍ରବୃତ୍ତିମାର୍ଗର । ଦେବତାମାନେ ଯେତେବେଳେ ଅପବିତ୍ର ହୋଇଯାଉଛନ୍ତି
ତାଙ୍କୁ ଦେବୀ-ଦେବତା ବୋଲି କୁହାଯାଇପାରିବ ନାହିଁ ସେଥିପାଇଁ ନାମ ବଦଳାଇ ହିନ୍ଦୁ ଧର୍ମ ରଖି
ଦେଇଛନ୍ତି । ଏହା ମଧ୍ୟ ଡ୍ରାମାର ପ୍ଲାନ୍ ଅନୁସାରେ ହେଉଛି । ଏବେ ସମସ୍ତେ ଏକମାତ୍ର ବାବାଙ୍କୁ
ହିଁ ଡାକୁଛନ୍ତି - ହେ ପତିତ-ପାବନ ଆସ । ସେହି ଏକମାତ୍ର ଈଶ୍ୱର ପିତା ଯିଏକି ଜନ୍ମ-ମରଣ ରହିତ
ଅଟନ୍ତି । ଏପରି ନୁହେଁ ଯେ ନାମ-ରୂପରୁ ନିଆରା କୌଣସି ଏକ ଜିନିଷ ଅଛି । ଆତ୍ମା ଅଥବା
ପରମାତ୍ମାଙ୍କର ରୂପ ବହୁତ ସୂକ୍ଷ୍ମ । ଯାହାକୁ ତାରା ଅଥବା ବିନ୍ଦୁ କୁହାଯାଉଛି । ଶିବଙ୍କର ପୂଜା
କରୁଛନ୍ତି, ତାଙ୍କର ଶରୀର ନାହିଁ । ଆତ୍ମା ବିନ୍ଦୁର ତ ପୂଜା ହୋଇପାରିବ ନାହିଁ, ତେଣୁ ପୂଜା
କରିବା ପାଇଁ ବଡ କରି ଅର୍ଥାତ୍ ଲିଙ୍ଗର ଆକୃତି ଦେଇଛନ୍ତି । ଭାବୁଛନ୍ତି ଶିବଙ୍କର ପୂଜା କରୁଛୁ ।
କିନ୍ତୁ ବାସ୍ତବରେ ତାଙ୍କର ରୂପ କ’ଣ, ସେମାନେ ଜାଣି ନାହାଁନ୍ତି । ଏହି ସବୁ କଥାକୁ ବାବା ଏବେ
ଆସି ବୁଝାଉଛନ୍ତି । ବାବା କହୁଛନ୍ତି ତୁମେ ନିଜର ଜନ୍ମକୁ ଜାଣିନାହଁ । ୮୪ ଲକ୍ଷ ଯୋନିର ତ ଏକ
କାହାଣୀ କରିଦେଇଛନ୍ତି । ଏବେ ବାବା ତୁମମାନଙ୍କୁ ବୁଝାଉଛନ୍ତି । ତୁମେମାନେ ଏବେ ବ୍ରାହ୍ମଣ ହୋଇଛ,
ପୁଣି ଦେବତା ହେବ । କଳିଯୁଗୀ ମନୁଷ୍ୟ ଶୂଦ୍ର ଅଟନ୍ତି । ତୁମ ବ୍ରାହ୍ମଣମାନଙ୍କର ଲକ୍ଷ୍ୟ ଏବଂ
ଉଦ୍ଦେଶ୍ୟ ହେଉଛି ମନୁଷ୍ୟରୁ ଦେବତା ହେବା । ଏହାକୁ ମୃତ୍ୟୁଲୋକ ପତିତ ଦୁନିଆ କୁହାଯାଉଛି ।
ସତ୍ୟଯୁଗକୁ ନୂଆ ଦୁନିଆ କୁହାଯାଉଥିଲା, ଯେଉଁଠି ଏହି ଦେବୀ-ଦେବତାମାନେ ରାଜ୍ୟ କରୁଥିଲେ । ସେଠାରେ
କେବଳ ତାଙ୍କର ହିଁ ରାଜ୍ୟ ଥିଲା । ସେମାନେ ସାରା ବିଶ୍ୱର ମାଲିକ ଥିଲେ । ଏବେ ତ ତମୋପ୍ରଧାନ
ଦୁନିଆ ହୋଇଯାଇଛି । ଏଠାରେ ଅନେକ ଧର୍ମ ରହିଛି, କିନ୍ତୁ ସେହି ଦେବୀ-ଦେବତା ଧର୍ମ ପ୍ରାୟଃ ଲୋପ
ହୋଇଗଲାଣି । ଦେବୀ-ଦେବତାଙ୍କର ରାଜତ୍ୱ କେବେ ଥିଲା, କେତେ ସମୟ ପର୍ଯ୍ୟନ୍ତ ଚାଲିଲା, ଏହି ବିଶ୍ୱ
ଇତିହାସ ଏବଂ ଭୂଗୋଳକୁ କେହି ହେଲେ ଜାଣି ନାହାଁନ୍ତି । ସେହି କଥା ବାବା ଆସି ତୁମକୁ ବୁଝାଉଛନ୍ତି
। ଏହା ଈଶ୍ୱର ପିତାଙ୍କର ବିଶ୍ୱ ବିଦ୍ୟାଳୟ, ଯାହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଲା, ଅମରଲୋକର
ଦେବତା କରିବା । ଏହାକୁ ଅମରକଥା ମଧ୍ୟ କୁହାଯାଉଛି । ତୁମେ ଏହି ଜ୍ଞାନ ଦ୍ୱାରା ଦେବତା ହୋଇ କାଳ
ଉପରେ ବିଜୟ ପ୍ରାପ୍ତ କରୁଛ । ସେଠାରେ କେବେ କାଳ କବଳିତ କରିପାରିବ ନାହିଁ । ସେଠାରେ ମୃତ୍ୟୁର
ନାମ ମଧ୍ୟ ନାହିଁ । ଏବେ ତୁମେ ଡ୍ରାମାର ପ୍ଲାନ୍ ଅନୁସାରେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ ।
ଭାରତବାସୀ ମଧ୍ୟ ୫ ବର୍ଷ ଅଥବା ୧୦ ବର୍ଷର ପ୍ଲାନ୍ ତିଆରି କରୁଛନ୍ତି ନା । ଭାବୁଛନ୍ତି ଆମେ
ରାମରାଜ୍ୟ ସ୍ଥାପନ କରୁଛୁ । ରାମରାଜ୍ୟ ସ୍ଥାପନା କରିବାର ପ୍ଳାନ ମଧ୍ୟ ବେହଦ ବାବାଙ୍କର ରହିଛି ।
ସେମାନେ ସମସ୍ତେ ହେଉଛନ୍ତି ମନୁଷ୍ୟ । ମନୁଷ୍ୟ ତ ରାମରାଜ୍ୟ ସ୍ଥାପନ କରିପାରିବେ ନାହିଁ ।
ସତ୍ୟଯୁଗକୁ ହିଁ ରାମରାଜ୍ୟ କୁହାଯାଉଛି । ଏହିସବୁ କଥାକୁ କେହି ବି ଜାଣି ନାହାଁନ୍ତି । ମନୁଷ୍ୟ
କେତେ ଭକ୍ତି, ଶାରୀରିକ ଯାତ୍ରା ଆଦି କରୁଛନ୍ତି । ଦିନ ଅର୍ଥାତ୍ ସତ୍ୟଯୁଗ ଏବଂ ତ୍ରେତା ଯୁଗରେ
ଏମାନଙ୍କର ରାଜ୍ୟ ଥିଲା । ପୁଣି ରାତିରେ ଭକ୍ତିମାର୍ଗ ଆରମ୍ଭ ହେଉଛି । ସତ୍ୟଯୁଗରେ ଭକ୍ତି ରହିବ
ନାହିଁ । ଜ୍ଞାନ, ଭକ୍ତି, ବୈରାଗ୍ୟ, ଏହି ସବୁ କଥା ବାବା ଏବେ ବୁଝାଉଛନ୍ତି । ଦୁଇ ପ୍ରକାରର
ବୈରାଗ୍ୟ ରହିଛି - ପ୍ରଥମତଃ ହଠଯୋଗୀ ନିବୃତ୍ତିମାର୍ଗ, ସେମାନେ ଘରଦ୍ୱାର ଛାଡି ଜଙ୍ଗଲକୁ
ଚାଲିଯାଉଛନ୍ତି । ଏବେ ତୁମକୁ ତ ସାରା ମୃତ୍ୟୁଲୋକରୁ ବେହଦର ସନ୍ନ୍ୟାସ କରିବାକୁ ହେବ । ବାବା
କହୁଛନ୍ତି ସାରା ଦୁନିଆ ଏବେ ଭସ୍ମୀଭୂତ ହେବାକୁ ଯାଉଛି । ଏହି ସୃଷ୍ଟି ଡ୍ରାମାକୁ ବହୁତ ଭଲ ଭାବରେ
ବୁଝିବାକୁ ହେବ । ଡ୍ରାମାର ଚକ୍ର ଉକୁଣୀ ସଦୃଶ ଧୀରେ ଧୀରେ ଚାଲିଛି । ଯାହା କିଛି ହେଉଛି ୫ ହଜାର
ବର୍ଷ ପରେ, ପୁଣି ତା’ର ପୁନରାବୃତ୍ତି ହେବ । ଏହାକୁ ବହୁତ ଭଲ ଭାବରେ ବୁଝି ବେହଦର ସନ୍ନ୍ୟାସ
କରିବାକୁ ହେବ । ଧରାଯାଉ କିଏ ବିଦେଶକୁ ଯାଉଛନ୍ତି, ସେମାନେ ପଚାରୁଛନ୍ତି ସେଠାରେ ଆମେ ଏହି
ଜ୍ଞାନକୁ ପଢିପାରିବୁ? ବାବା କହୁଛନ୍ତି ହଁ ଯେଉଁଠାରେ ଥିଲେ ମଧ୍ୟ ତୁମେମାନେ ଏହାକୁ ପଢି ପାରିବ
। ତେବେ ଏଥିରେ ପ୍ରଥମେ ୭ ଦିନର କୋର୍ସ ନେବାକୁ ହେବ । ବହୁତ ସହଜ, କେବଳ ଆତ୍ମାକୁ ବୁଝିବାକୁ
ହେବ । ଆମେ ସତ୍ତ୍ୱପ୍ରଧାନ ବିଶ୍ୱର ମାଲିକ ଥିବା ସମୟରେ ସତ୍ତ୍ୱପ୍ରଧାନ ଥିଲୁ । ଏବେ ତମୋପ୍ରଧାନ
ହୋଇଯାଇଛୁ । ୮୪ ଜନ୍ମ ଚକ୍ରରେ ଆସି ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇଯାଇଛୁ । ଆମେ ପୁର୍ନବାର କିପରି
ମୂଲ୍ୟବାନ ହେବୁ? ଏବେ କଳିଯୁଗ ଚାଲିଛି ପୁଣି ନିଶ୍ଚିତ ସତ୍ୟଯୁଗ ଆସିବ, ବାବା କେତେ ସାଧାରଣ
ଭାବରେ ବୁଝାଉଛନ୍ତି, ତେବେ ୭ ଦିନର କୋର୍ସ ବୁଝିବାକୁ ପଡିବ । କିପରି ଆମେ ସତ୍ତ୍ୱପ୍ରଧାନରୁ
ତମୋପ୍ରଧାନ ହେଉଛୁ । କାମ ଚିତା ଉପରେ ବସି ତମୋପ୍ରଧାନ ହୋଇଛୁ । ଏବେ ପୁଣି ଜ୍ଞାନ ଚିତା ଉପରେ
ବସି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି,
ସୃଷ୍ଟିଚକ୍ର ଘୂରି ଚାଲିଛି ନା । ଏବେ ସଂଗମଯୁଗ ଚାଲିଛି ପୁଣି ସତ୍ୟଯୁଗ ଆସିବ । ଏବେ ଆମେ
କଳିଯୁଗୀ ବିକାରୀ ହୋଇଯାଇଛୁ, ପୁଣି ସତ୍ୟଯୁଗୀ ନିର୍ବିକାରୀ କିପରି ହେବୁ? ସେଥିପାଇଁ ବାବା
ରାସ୍ତା ବତାଉଛନ୍ତି । କହୁଛନ୍ତି ମଧ୍ୟ ଯେ, ଆମ ପାଖରେ କୌଣସି ଗୁଣ ନାହିଁ । ଏବେ ଆମକୁ ଏହିପରି
ଗୁଣବାନ୍ କର । ଯେଉଁମାନେ କଳ୍ପ ପୂର୍ବରୁ ଗୁଣବାନ ହୋଇଥିଲେ ସେହିମାନଙ୍କୁ ପୁଣି ହେବାକୁ ପଡିବ ।
ବାବା ବୁଝାଉଛନ୍ତି - ପ୍ରଥମେ ପ୍ରଥମେ ତ ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା ହିଁ ଗୋଟିଏ ଶରୀର
ଛାଡି ଅନ୍ୟ ଏକ ଶରୀର ନେଇଥାଏ । ଏବେ ତୁମକୁ ଦେହୀ-ଅଭିମାନୀ ହେବାକୁ ପଡିବ । ଏବେ ହିଁ ତୁମକୁ
ଦେହୀ-ଅଭିମାନୀ ହେବାର ଶିକ୍ଷା ମିଳୁଛି । ଏପରି ନୁହେଁ ଯେ ତୁମେ ସର୍ବଦା ଦେହୀ-ଅଭିମାନୀ ହୋଇ
ରହିବ । ନା, ସତ୍ୟଯୁଗରେ ତ ଶରୀରର ନାମ ରହିବ । ଲକ୍ଷ୍ମୀ-ନାରାୟଣଙ୍କର ନାମରେ ହିଁ ସବୁ କାରବାର
ଚାଲିବ । ଏବେ ଏହା ସଂଗମଯୁଗ ଯେତେବେଳେ ବାବା ଆସି ବୁଝାଉଛନ୍ତି । ତୁମେମାନେ ଅଶରୀରୀ ଆସିଥିଲ
ପୁଣି ଅଶରୀରୀ ହୋଇ ଘରକୁ ଯିବାକୁ ହେବ । ତେଣୁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ
। ଏହା ହେଉଛି ଏକ ଆଧ୍ୟାତ୍ମିକ ଯାତ୍ରା । ଆତ୍ମା ନିଜର ପିତାଙ୍କୁ ସ୍ମରଣ କରୁଛି । ବାବାଙ୍କୁ
ସ୍ମରଣ କରିଲେ ହିଁ ପାପ ଭସ୍ମ ହେବ, ଏହାକୁ ଯୋଗ ଅଗ୍ନି କୁହାଯାଉଛି । ସ୍ମରଣ ତ ତୁମେମାନେ କେଉଁଠି
ବି କରିପାରିବ । ଏହି କଥା ୭ ଦିନ ମଧ୍ୟରେ ବୁଝାଇବାକୁ ହେବ । ସୃଷ୍ଟିଚକ୍ର କିପରି ଘୂରୁଛି କିପରି
ଆମେ ସିଡି ଓହ୍ଲାଉଛୁ? ଏବେ ପୁଣି ଏହି ଗୋଟିଏ ଜନ୍ମରେ ଚଢିବାର କଳା ହେଉଛି । ବିଦେଶରେ ପିଲାମାନେ
ରହୁଛନ୍ତି, ସେଠାକୁ ମଧ୍ୟ ମୁରଲୀ ଯାଉଛି । ଏହା ମଧ୍ୟ ଏକ ସ୍କୁଲ ଅଟେ ନା । ବାସ୍ତବରେ ଏହା ହେଲା
ଈଶ୍ୱର ପିତାଙ୍କର ବିଶ୍ୱ ବିଦ୍ୟାଳୟ । ଏହା ଗୀତାର ହିଁ ରାଜଯୋଗ ଅଟେ । କିନ୍ତୁ ଏଠାରେ
ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି କୁହାଯାଉନାହିଁ । ଏଠାରେ ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ଦେବତା
କୁହାଯାଉଛି । ଏବେ ତୁମେ ପୁରୁଷାର୍ଥ କରି ପୁନର୍ବାର ସେହିପରି ଦେବତା ହେବାକୁ ଯାଉଛ । ପ୍ରଜାପିତା
ବ୍ରହ୍ମା ମଧ୍ୟ ନିଶ୍ଚିତ ଭାବରେ ଏଠାରେ ରହିବେ ନା । ପ୍ରଜାପିତା ତ ମନୁଷ୍ୟ ଅଟନ୍ତି ନା । ତେଣୁ
ପ୍ରଜା ମଧ୍ୟ ନିଶ୍ଚିତ ଏହିଠାରେ ହିଁ ରଚନା କରାଯାଉଛି । ‘ହମ ସୋ’ର ଅର୍ଥକୁ ବାବା ବହୁତ ସହଜ
ରୀତିରେ ବୁଝାଉଛନ୍ତି । ଭକ୍ତିମାର୍ଗରେ କହିଦେଉଛନ୍ତି ଆମେ ଆତ୍ମା ସୋ ପରମାତ୍ମା ସେଥିପାଇଁ
ପରମାତ୍ମାଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି । ବାବା କହୁଛନ୍ତି ସମସ୍ତଙ୍କଠାରେ ଆତ୍ମା ବ୍ୟାପକ
ରହିଛି । ମୁଁ କିପରି ବ୍ୟାପକ ହେବି? ତୁମେ ମୋତେ ଡାକୁଛ - ହେ ପତିତ-ପାବନ ଆସ, ଆମକୁ ପବିତ୍ର କର
। ନିରାକାର ଆତ୍ମାମାନେ ଆସି ନିଜ-ନିଜର ରଥ ନେଉଛନ୍ତି । ଏହା ପ୍ରତ୍ୟେକ ଅକାଳମୂର୍ତ୍ତ ଆତ୍ମାର
ତଖତ୍ ଅଟେ । ତଖତ୍ ଅଥବା ରଥ କୁହ । ବାବାଙ୍କର ତ ରଥ ନାହିଁ । ସେ ନିରାକାର ବୋଲି ଗାୟନ ରହିଛି ।
ତାଙ୍କର ନା ସୂକ୍ଷ୍ମ, ନା ସ୍ଥୂଳ ଶରୀର ଅଛି । ଏହିସବୁ କଥା ନିରାକାର ନିଜେ ରଥରେ ବସିଲେ ତ
କହିପାରିବେ ନା । ରଥ ବିନା ପତିତମାନଙ୍କୁ ପାବନ କିପରି କରିବେ? ବାବା କହୁଛନ୍ତି ମୁଁ ନିରାକାର
ଆସି ଏହାଙ୍କର ଶରୀରକୁ ଲୋନ୍ ନେଉଛି । ଅସ୍ଥାୟୀ ଭାବେ ଲୋନ୍ ନେଇଛି । ଏହାଙ୍କୁ ଭାଗ୍ୟଶାଳୀ ରଥ
କୁହାଯାଉଛି । ବାବା ହିଁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଇ ତୁମମାନଙ୍କୁ ତ୍ରିକାଳଦର୍ଶୀ
କରୁଛନ୍ତି । ଆଉ କୌଣସି ମନୁଷ୍ୟ ଏହି ଜ୍ଞାନକୁ ଜାଣିପାରିବେ ନାହିଁ । ବର୍ତ୍ତମାନ ସମସ୍ତେ
ନାସ୍ତିକ ଅଟନ୍ତି । ଏବେ ବାବା ଆସି ତୁମମାନଙ୍କୁ ଆସ୍ତିକ କରୁଛନ୍ତି । ରଚୟିତା ଓ ରଚନାର ରହସ୍ୟ
ବାବା ତୁମକୁ ଦେଉଛନ୍ତି । ତେଣୁ ତୁମମାନଙ୍କ ବ୍ୟତୀତ ଆଉ କେହି ଏହି ଜ୍ଞାନକୁ ବୁଝାଇପାରିବେ ନାହିଁ
। ତୁମେମାନେ ଏହି ଜ୍ଞାନ ଦ୍ୱାରା ଉଚ୍ଚ ପଦ ପାଉଛ । ଏହି ଜ୍ଞାନ କେବଳ ବର୍ତ୍ତମାନ ତୁମ
ବ୍ରାହ୍ମଣମାନଙ୍କୁ ମିଳୁଛି । ବାବା ସଂଗମଯୁଗରେ ହିଁ ଆସି ଏହି ଜ୍ଞାନ ଦେଉଛନ୍ତି । ସଦ୍ଗତି
ଏକମାତ୍ର ବାବା ହିଁ ଦେଉଛନ୍ତି । ମନୁଷ୍ୟ, ମନୁଷ୍ୟକୁ ସଦ୍ଗତି ଦେଇପାରିବେ ନାହିଁ । ସେମାନେ ତ
ଭକ୍ତିମାର୍ଗର ଗୁରୁ ଅଟନ୍ତି । ସତଗୁରୁ କେବଳ ଜଣେ, ତାଙ୍କୁ କୁହାଯାଇଛି ବାହା ସତଗୁରୁ ବାହା!
ଏହାକୁ ପାଠଶାଳା ମଧ୍ୟ କୁହାଯାଉଛି, ଯେଉଁଠାରେ ନରରୁ ନାରାୟଣ ହେବାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ
ରହିଛି । ସେ ସବୁ ହେଲା ଭକ୍ତିମାର୍ଗର କଥା । ଗୀତା ଦ୍ୱାରା ମଧ୍ୟ କୌଣସି ପ୍ରାପ୍ତି ହେଉ ନାହିଁ
। ବାବା କହୁଛନ୍ତି ମୁଁ ତୁମମାନଙ୍କୁ ଆସି ସମ୍ମୁଖରେ ପାଠ ପଢାଉଛି, ଯାହାଦ୍ୱାରା ତୁମେମାନେ ଏହି
ପଦ ପାଉଛ । ଏଥିରେ ମୁଖ୍ୟ ହେଉଛି ପବିତ୍ରତା । ତା’ ସହିତ ବାବାଙ୍କ ସ୍ମୃତିରେ ମଧ୍ୟ ରହିବାକୁ
ହେବ । କିନ୍ତୁ ଏଥିରେ ହିଁ ମାୟା ବିଘ୍ନ ପକାଇଥାଏ । ତୁମେମାନେ ବର୍ସା ପାଇବା ପାଇଁ ବାବାଙ୍କୁ
ମନେ ପକାଉଛ । ଏହି ଜ୍ଞାନ ସବୁ ସନ୍ତାନମାନଙ୍କ ପାଖକୁ ଯାଉଛି । କେବେହେଲେ ବି ମୁରଲୀ ମିସ୍ ନ
ହେଉ । ମୁରଲୀ ମିସ୍ କରିବା ଅର୍ଥ ଆପସେଣ୍ଟ ହେବା । ମୁରଲୀ ଦ୍ୱାରା ଯେଉଁଠି ହେଲେ ରିଫ୍ରେସ୍
ହୋଇପାରିବ । ତୁମମାନଙ୍କୁ ଶ୍ରୀମତ ଅନୁସାରେ ଚାଲିବାକୁ ପଡିବ । ବାବା ବୁଝାଉଛନ୍ତି - ବାହାରକୁ
ଗଲେ ମଧ୍ୟ ପବିତ୍ର ନିଶ୍ଚୟ ହେବାକୁ ପଡିବ, ବୈଷ୍ଣବ ହୋଇ ରହିବାକୁ ହେବ । ବୈଷ୍ଣବ ମଧ୍ୟ ଦୁଇ
ପ୍ରକାରର ଥା’ନ୍ତି, ବଲ୍ଲଭଚାରୀ ବୈଷ୍ଣବ ମଧ୍ୟ ଥା’ନ୍ତି କିନ୍ତୁ ସେମାନେ ବିକାରୀ ହୋଇଥା’ନ୍ତି ।
ପବିତ୍ର ତ ରୁହନ୍ତି ନାହିଁ । ତୁମେମାନେ ପବିତ୍ର ହୋଇ ବିଷ୍ଣୁବଂଶୀ ହେଉଛ । ସେଠାରେ ତୁମେମାନେ
ବୈଷ୍ଣବ ରହିବ, ବିକାରୀ ହେବ ନାହିଁ । ତାହା ହେଲା ଅମରଲୋକ, ଏହା ମୃତ୍ୟୁଲୋକ, ଏଠାରେ ତ ସମସ୍ତେ
ବିକାରୀ । ଏବେ ତୁମେମାନେ ବିଷ୍ଣୁପୁରୀକୁ ଯାଉଛ, ସେଠାରେ ବିକାର ରହିବ ନାହିଁ । ତାହା
ନିର୍ବିକାରୀ ଦୁନିଆ । ଯୋଗବଳ ଦ୍ୱାରା ତୁମେ ବିଶ୍ୱର ରାଜତ୍ୱକୁ ପ୍ରାପ୍ତ କରୁଛ । ସେ ଦୁଇଜଣ
ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି, ମଝିରେ ଲହୁଣୀ ତୁମକୁ ମିଳୁଛି । ତୁମେ ନିଜର ରାଜଧାନୀ ସ୍ଥାପନ
କରୁଛ । ସମସ୍ତଙ୍କୁ ଏହି ସନ୍ଦେଶ ଦେବାକୁ ହେବ । ଏଥିରେ ଛୋଟ ପିଲାର ମଧ୍ୟ ଅଧିକାର ରହିଛି ।
ସେମାନେ ମଧ୍ୟ ଶିବବାବାଙ୍କର ସନ୍ତାନ ଅଟନ୍ତି ନା । ତେଣୁ ସମସ୍ତଙ୍କର ହକ ରହିଛି । ସମସ୍ତଙ୍କୁ
କୁହ ଯେ ନିଜକୁ ଆତ୍ମା ନିଶ୍ଚୟ କର । ଯଦି ମାତା-ପିତାଙ୍କ ପାଖରେ ଜ୍ଞାନ ଥିବ ତେବେ ପିଲାମାନଙ୍କୁ
ମଧ୍ୟ ଶିଖାଇବେ ଯେ, ଶିବବାବାଙ୍କୁ ମନେ ପକାଅ । ଶିବବାବାଙ୍କ ବିନା ଦ୍ୱିତୀୟ କେହି ନାହାଁନ୍ତି ।
ସେହି ଜଣଙ୍କର ସ୍ମୃତି ଦ୍ୱାରା ହିଁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇପାରିବ । ଏଥିରେ ଭଲ ଭାବରେ
ପଢିବା ଦରକାର । ବିଦେଶରେ ରହି ମଧ୍ୟ ତୁମେମାନେ ଏହି ପାଠ ପଢିପାରିବ । ଏଥିରେ ବହି ଆଦିର କୌଣସି
ଆବଶ୍ୟକତା ନାହିଁ । ଯେଉଁଠି ହେଲେ ମଧ୍ୟ ବସି ତୁମେ ପଢିପାରିବ । ବୁଦ୍ଧି ଦ୍ୱାରା ସ୍ମରଣ
କରିପାରିବ । ଏହି ପାଠ ବହୁତ ସହଜ । ଯୋଗ ଦ୍ୱାରା ବଳ ମିଳିଥାଏ । ତୁମେ ଏବେ ବିଶ୍ୱର ମାଲିକ ହେଉଛ
। ବାବା ରାଜଯୋଗ ଶିଖାଇ ପବିତ୍ର କରୁଛନ୍ତି । ତାହାହେଲା ହଠଯୋଗ, ଏହା ରାଜଯୋଗ । ଏଥିରେ ଭଲ ଭାବରେ
ଖାଦ୍ୟପେୟ ବ୍ୟବହାରରେ ସଂଯମତା ଆଚରଣ କରିବା ଦରକାର । ଏହି ଲକ୍ଷ୍ମୀ-ନାରାୟଣଙ୍କ ପରି ସର୍ବଗୁଣ
ସମ୍ପନ୍ନ ହେବାକୁ ପଡିବ ନା । ତେଣୁ ଖାଦ୍ୟ ପାନୀୟରେ ମଧ୍ୟ ସଂଯମତା ଦରକାର, ଏବଂ ଦ୍ୱିତୀୟ କଥା
ହେଲା ବାବାଙ୍କୁ ସ୍ମରଣ କରିବାକୁ ହେବ ତେବେ ଜନ୍ମ-ଜନ୍ତାନ୍ତରର ପାପ କଟିଯିବ । ଏହାକୁ ରାଜତ୍ୱ
ପ୍ରାପ୍ତ କରିବାର ସହଜ ରାଜଯୋଗ କୁହାଯାଉଛି । ରାଜତ୍ୱ ନ ନେଲେ ଗରିବ ହୋଇଯିବ । ସେଥିପାଇଁ
ଶ୍ରୀମତରେ ପୂରା ପୂରା ଚାଲିବାକୁ ହେବ, ଯାହାଦ୍ୱାରା ଶ୍ରେଷ୍ଠ ହୋଇପାରିବ । ଭ୍ରଷ୍ଟରୁ ଶ୍ରେଷ୍ଠ
ହେବାକୁ ପଡିବ । ସେଥିପାଇଁ ବାବାଙ୍କୁ ସ୍ମରଣ କରିବାକୁ ହେବ । କଳ୍ପ ପୂର୍ବରୁ ମଧ୍ୟ ତୁମେ ଏହି
ଜ୍ଞାନ ନେଇଥିଲ, ଯାହା ପୁଣି ଏବେ ନେଉଛ । ସତ୍ୟଯୁଗରେ ଆଉ କୌଣସି ରାଜ୍ୟ ନ ଥିଲା । ତାକୁ ସୁଖଧାମ
କୁହାଯାଉଥିଲା । ଏବେ ଏହା ହେଉଛି ଦୁଃଖଧାମ ଏବଂ ଯେଉଁଠୁ ଆମେ ଆତ୍ମା ଆସିଛୁ ତାହା ହେଉଛି
ଶାନ୍ତିଧାମ । ଶିବବାବାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି - ଦୁନିଆରେ ମନୁଷ୍ୟ କ’ଣ କ’ଣ ସବୁ କରୁଛନ୍ତି!
ପିଲା କମ୍ ଜନ୍ମ ହେବା ପାଇଁ କେତେ ମୁଣ୍ଡ ପିଟୁଛନ୍ତି । ବୁଝିପାରୁ ନାହାଁନ୍ତି ଯେ, ଏହା ହେଉଛି
ବାବାଙ୍କର କାମ । ବାବା ତୁରନ୍ତ ଗୋଟିଏ ଧର୍ମର ସ୍ଥାପନା କରି ବାକି ଅନେକ ଧର୍ମର ବିନାଶ କରାଇ
ଦେଉଛନ୍ତି, ଲୋକେ ଜନ୍ମ ନିୟନ୍ତ୍ରଣ କରିବା ପାଇଁ କେତେ ଔଷଧ ବାହାର କରୁଛନ୍ତି । ବାବାଙ୍କ ପାଖରେ
ତ ଗୋଟିଏ ଔଷଧ ରହିଛି । ଗୋଟିଏ ଧର୍ମର ସ୍ଥାପନା ହେବ । ସେହି ସମୟ ମଧ୍ୟ ଆସିବ ଯେତେବେଳେ ସମସ୍ତେ
କହିବେ ଇଏ ତ ପବିତ୍ର ରହୁଛନ୍ତି । ପୁଣି ଔଷଧର କୌଣସି ଆବଶ୍ୟକତା ନାହିଁ । ତୁମକୁ ବାବା
ମନମନାଭବର ଔଷଧ ଦେଇଛନ୍ତି, ଯାହା ଦ୍ୱାରା ତୁମେ ୨୧ ଜନ୍ମ ପାଇଁ ପବିତ୍ର ହୋଇଯାଉଛ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ସମ୍ପୂର୍ଣ୍ଣ ପବିତ୍ର ହୋଇ ପକ୍କା ବୈଷ୍ଣବ ହେବାକୁ ପଡିବ । ଖାଦ୍ୟ-ପାନୀୟରେ ମଧ୍ୟ ସମ୍ପୂର୍ଣ୍ଣ
ସଂଯମ ରଖିବାକୁ ହେବା ଶ୍ରେଷ୍ଠ ହେବା ପାଇଁ ଶ୍ରୀମତ ଅନୁସାରେ ନିଶ୍ଚିତ ଚାଲିବାକୁ ହେବ ।
(୨) ମୁରଲୀ ଦ୍ୱାରା
ନିଜକୁ ରିଫ୍ରେସ୍ ଅର୍ଥାତ୍ ସତେଜ କରିବାକୁ ହେବ, ଯେଉଁଠି ରହିଲେ ମଧ୍ୟ ସତ୍ତ୍ୱପ୍ରଧାନ ହେବାର
ପୁରୁଷାର୍ଥ କରିବାକୁ ପଡିବ । ଗୋଟିଏ ଦିନ ମଧ୍ୟ ମୁରଲୀ ଶୁଣିବା ବନ୍ଦ କରିବାର ନାହିଁ ।
ବରଦାନ:-
ସ୍ୱକଲ୍ୟାଣର
ପ୍ରତ୍ୟକ୍ଷ ପ୍ରମାଣ ଦ୍ୱାରା ବିଶ୍ୱ କଲ୍ୟାଣର ସେବାରେ ସଦା ସଫଳତାମୂରତ ଭବ ।
ଆଜିକାଲି ଯେପରି
ଶାରୀରିକ ରୋଗ ଭିତରେ ହାର୍ଟଫେଲ୍ ହେବା ଅଧିକ ଦେଖାଯାଉଛି ସେହିପରି ଆଧ୍ୟାତ୍ମିକ ଉନ୍ନତିରେ
ନିରାଶ ହେବାର ରୋଗ ଅଧିକ ଦେଖାଯାଉଛି । ଏହିଭଳି ନିରାଶ ଆତ୍ମାମାନଙ୍କ ଭିତରେ ଶକ୍ତି ବା ସାହସ
ସେତେବେଳେ ଆସିବ ଯେତେବେଳେ ସେମାନେ ବାସ୍ତବିକ ପରିବର୍ତ୍ତନ ଦେଖିବେ । ବହୁତ ଶୁଣି ସାରିଲେଣି ଏବେ
ଦେଖିବାକୁ ଚାହୁଁଛନ୍ତି । ପ୍ରମାଣ ଦ୍ୱାରା ପରିବର୍ତ୍ତନ ଚାହୁଁଛନ୍ତି । ତେଣୁ ବିଶ୍ୱ କଲ୍ୟାଣ
କରିବା ପାଇଁ ପ୍ରଥମେ ସ୍ୱକଲ୍ୟାଣ ନମୂନା ରୂପରେ ଦେଖାଅ । ତେଣୁ ବିଶ୍ୱ କଲ୍ୟାଣର ସେବାରେ ସଫଳତା
ମୂରତ ହେବାର ସାଧନ ହେଲା ପ୍ରତ୍ୟକ୍ଷ ପ୍ରମାଣ, ଏହାଦ୍ୱାରା ହିଁ ବାବାଙ୍କର ପ୍ରତ୍ୟକ୍ଷତା ହେବ ।
ଯାହା କହୁଛ ତାହା ତୁମର ସ୍ୱରୂପରେ ବାସ୍ତବିକ ରୂପରେ ଦେଖିଲେ ଯାଇ ମାନିବେ ।
ସ୍ଲୋଗାନ:-
ଅନ୍ୟର ବିଚାରକୁ
ନିଜ ବିଚାର ସହିତ ମିଶାଇବା - ଏହା ହିଁ ହେଉଛି ସମ୍ମାନ ଦେବା ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
କର୍ମାତୀତ ହେବା ପାଇଁ
ଚେକ୍ କର ଯେ ମୁଁ କେତେ ପରିମାଣରେ କର୍ମର ବନ୍ଧନରୁ ସ୍ୱତନ୍ତ୍ର ହେଲିଣି? ଲୌକିକ ଏବଂ ଅଲୌକିକ,
କର୍ମ ଏବଂ ସମ୍ବନ୍ଧ ଦୁଇଟି ଯାକରେ ସ୍ୱାର୍ଥ ଭାବଠାରୁ ମୁକ୍ତ କେତେ ମାତ୍ରାରେ ହୋଇପାରିଛି?
ଯେତେବେଳେ କର୍ମର ହିସାବ କିତାବରୁ ବା କୌଣସି ବି ବ୍ୟର୍ଥ ସ୍ୱଭାବ-ସଂସ୍କାରର ବଶୀଭୂତ ହେବାରୁ
ମୁକ୍ତ ହୋଇଯିବ ସେତେବେଳେ ହିଁ କର୍ମାତୀତ ସ୍ଥିତିକୁ ପ୍ରାପ୍ତ କରିପାରିବ । ତେଣୁ କୌଣସି ବି ସେବା,
ସଂଗଠନ, ପ୍ରକୃତିର ପରିସ୍ଥିତି, ସ୍ୱସ୍ଥିତି ବା ଶ୍ରେଷ୍ଠ ସ୍ଥିତିକୁ ଟଳମଳ ନ କରୁ । ଏହିଭଳି
ବନ୍ଧନଠାରୁ ମଧ୍ୟ ମୁକ୍ତ ରହିବା ହିଁ କର୍ମାତୀତ ସ୍ଥିତିର ପାଖାପାଖି ହେବା ।