12.02.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ବହୁତ ବଡ଼ ରତ୍ନର ବ୍ୟବସାୟୀ ଅଟ, ତୁମକୁ ଅବିନାଶୀ ଜ୍ଞାନ ରୂପକ ମୂଲ୍ୟବାନ ରତ୍ନ ଦାନ
କରି ସମସ୍ତଙ୍କୁ ଧନବାନ କରାଇବାକୁ ହେବ ।”
ପ୍ରଶ୍ନ:-
ନିଜର ଜୀବନକୁ
ହୀରାତୁଲ୍ୟ କରିବା ପାଇଁ କେଉଁ କଥା ପ୍ରତି ବହୁତ-ବହୁତ ସାବଧାନ ରହିବାକୁ ହେବ?
ଉତ୍ତର:-
ନିଜର ସଙ୍ଗ ଉପରେ । ପିଲାମାନେ ସେହିମାନଙ୍କର ସଙ୍ଗ କରିବା ଉଚିତ୍ ଯେଉଁମାନେ ଭଲ ଜ୍ଞାନ ବର୍ଷା
କରୁଥିବେ । ଯେଉଁମାନେ ଜ୍ଞାନର ବର୍ଷା କରୁ ନ ଥିବେ ତାଙ୍କର ସଙ୍ଗ କରିବାରେ ଫାଇଦା କ’ଣ ଅଛି!
କାରଣ ସଙ୍ଗର ପ୍ରଭାବ ମଧ୍ୟ ବହୁତ ପଡିଥାଏ, କେହି କେହି କାହାର ସଙ୍ଗରେ ରହିବା ଦ୍ୱାରା ହୀରା
ତୁଲ୍ୟ ହୋଇଯାଇଥାଆନ୍ତି, ଆଉ କେହି କାହା ସଙ୍ଗରେ ପଡ଼ି ପଥର ଭଳି ହୋଇଯାଆନ୍ତି । ଯେଉଁମାନେ ଜ୍ଞାନୀ
ହୋଇଥିବେ ସେମାନେ ଅନ୍ୟମାନଙ୍କୁ ନିଜ ସମାନ ନିଶ୍ଚିତ କରିବେ ଏବଂ ଖରାପ ସଙ୍ଗଠାରୁ ନିଜକୁ ଦୂରେଇ
ରଖିବେ ।
ଓମ୍ ଶାନ୍ତି ।
ମଧୁର ଆତ୍ମିକ
ସନ୍ତାନମାନଙ୍କର ସାରା ସୃଷ୍ଟି, ସାରା ଡ୍ରାମାର ଜ୍ଞାନ ଭଲ ଭାବରେ ବୁଦ୍ଧିରେ ମନେ ରହିଛି । ଏହାର
ପ୍ରଭେଦ ମଧ୍ୟ ବୁଦ୍ଧିରେ ରହିଛି । ଏ ସବୁ କଥା ବୁଦ୍ଧିରେ ଦୃଢ ଭାବରେ ରହିବା ଉଚିତ୍ ଯେ
ସତ୍ୟଯୁଗରେ ସମସ୍ତେ ଶ୍ରେଷ୍ଠାଚାରୀ, ନିର୍ବିକାରୀ, ପବିତ୍ର, ଧନବାନ ଥିଲେ । ବର୍ତ୍ତମାନ ତ
ଦୁନିଆ ଭ୍ରଷ୍ଟାଚାରୀ, ବିକାରୀ, ଧନହୀନ ହୋଇଯାଇଛି । ଏବେ ତୁମେ ପିଲାମାନେ ସଙ୍ଗମଯୁଗରେ ଅଛ ।
ତୁମେମାନେ ସେପାରିକୁ ଅର୍ଥାତ୍ ସତ୍ୟଯୁଗକୁ ଯାଉଛ । ଯେପରି ନଦୀ ଏବଂ ସାଗରର ଯେଉଁଠାରେ ମେଳା
ହୋଇଥାଏ, ତାକୁ ସଙ୍ଗମ ବୋଲି କୁହାଯାଏ । ଗୋଟିଏ ପଟେ ମିଠା ପାଣି, ଅନ୍ୟ ପଟରେ ଲୁଣିଆ ପାଣି
ରହିଥାଏ । ଏହା ମଧ୍ୟ ସଙ୍ଗମ ଅଟେ । ତୁମେମାନେ ଜାଣିଛ ବାସ୍ତବରେ ସତ୍ୟଯୁଗରେ ଲକ୍ଷ୍ମୀ -
ନାରାୟଣଙ୍କର ରାଜ୍ୟ ଥିଲା ପୁଣି ଏହିପରି ଚକ୍ର ଘୂରୁଛି । ବର୍ତ୍ତମାନ ହେଉଛି ସଙ୍ଗମ । କଳିଯୁଗର
ଅନ୍ତିମ ସମୟରେ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି, ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି । ସତ୍ୟଯୁଗକୁ
ଫୁଲର ବଗିଚା କୁହାଯାଏ । ଏବେ ତୁମେମାନେ କଣ୍ଟାରୁ ଫୁଲ ହେବାକୁ ଯାଉଛ । ଏହି ସ୍ମୃତି ତୁମ
ପିଲାମାନଙ୍କର ବୁଦ୍ଧିରେ ରହିବା ଉଚିତ୍ । ଆମେ ଅବିନାଶୀ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ଏହି
କଥା ବୁଦ୍ଧିରେ ରଖିବାକୁ ହେବ । ୮୪ ଜନ୍ମର କାହାଣୀ ତ ବିଲ୍କୁଲ୍ ସାଧାରଣ କଥା ଅଟେ । ତୁମେମାନେ
ଏବେ ଜାଣୁଛ ଯେ - ବର୍ତ୍ତମାନ ଆମର ୮୪ ଜନ୍ମ ପୂରା ହେଉଛି । ତୁମ ବୁଦ୍ଧିରେ ତରାବଟ ଅର୍ଥାତ୍
ସ୍ୱଚ୍ଛତା ଅଛି ଯେ ଆମେ ଏବେ ସତ୍ୟଯୁଗୀ ବଗିଚାକୁ ଯାଉଛୁ । ବର୍ତ୍ତମାନ ଆମର ଜନ୍ମ ଏହି
ମୃତ୍ୟୁଲୋକରେ ହେବ ନାହିଁ । ଆମର ଜନ୍ମ ଅମରଲୋକରେ ହେବ । ଶିବବାବାଙ୍କୁ ଅମରନାଥ ବୋଲି ମଧ୍ୟ
କୁହାଯାଏ । ସେ ଆମକୁ ଅମର କାହାଣୀ ଶୁଣାଉଛନ୍ତି, ସେଠାରେ ଆମେ ଶରୀରରେ ରହି ମଧ୍ୟ ଅମର ରହିବୁ ।
ଖୁସି ଖୁସିରେ ସମୟ ଅନୁସାରେ ଶରୀର ଛାଡ଼ିବୁ, ତାହାକୁ ମୃତ୍ୟୁଲୋକ କୁହାଯିବ ନାହିଁ । ତୁମେ ଯାହାକୁ
ମଧ୍ୟ ବୁଝାଇବ ସେ ବୁଝିପାରିବେ ଯେ, ବାସ୍ତବରେ ଏମାନଙ୍କ ପାଖରେ ତ ପୂରା ଜ୍ଞାନ ରହିଛି ।
ସୃଷ୍ଟିର ଆଦି-ମଧ୍ୟ-ଅନ୍ତ ତ ରହିଛି ନା । ଛୋଟ ପିଲା ମଧ୍ୟ ଯୁବକ ଏବଂ ବୃଦ୍ଧ ହୋଇଥାଏ, ପୁଣି ଶେଷ
ସମୟ ଆସିଯାଇଥାଏ, ପୁଣି ଥରେ ସେ ଛୋଟ ପିଲା ହୋଇ ଜନ୍ମ ହୁଏ । ସୃଷ୍ଟି ମଧ୍ୟ ନୂଆ ହୋଇଥାଏ ପୁଣି
ଏକ ଚତୁର୍ଥାଂଶ ପୁରୁଣା, ଅଧା ପୁରୁଣା, ପୁଣି ସଂପୂର୍ଣ୍ଣ ପୁରୁଣା ହୋଇଯାଏ । ପୁନର୍ବାର ନୂଆ ହେବ
। ଏହି ସବୁ କଥା ତୁମେ ପରସ୍ପରକୁ ଶୁଣାଇ ପାରିବ ନାହିଁ । ଏପରି ଚର୍ଚ୍ଚା ଅନ୍ୟ କେହି କରିପାରିବେ
ନାହିଁ । ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କେହି ଆତ୍ମିକ ଜ୍ଞାନର ଅଧିକାରୀ ନୁହଁନ୍ତି ତୁମେ
ବ୍ରାହ୍ମଣ ବର୍ଣ୍ଣକୁ ଆସିବା ପରେ ହିଁ ଏହା ଶୁଣୁଛ । କେବଳ ବ୍ରାହ୍ମଣମାନେ ହିଁ ଏହି ଜ୍ଞାନକୁ
ଜାଣିଛନ୍ତି । ବ୍ରାହ୍ମଣମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ରହିଛନ୍ତି । କେହି ଯଥାର୍ଥ ରୀତି
ଶୁଣାଇପାରନ୍ତି, କେହି ପୁଣି ଶୁଣାଇ ପାରନ୍ତି ନାହିଁ, ତେଣୁ ତାଙ୍କୁ କିଛି ବି ମିଳିବ ନାହିଁ ।
ସୁନା ଏବଂ ହୀରା ବେପାରୀମାନଙ୍କ ପାଖରେ ମଧ୍ୟ ଦେଖାଯାଏ କାହା ପାଖରେ କୋଟି - କୋଟି ଟଙ୍କାର ମାଲ
ରହିଥାଏ, କାହା ପାଖରେ ପୁଣି ୧୦ ହଜାର ଟଙ୍କାର ମାଲ ମଧ୍ୟ ନ ଥାଏ । ତୁମମାନଙ୍କ ଭିତରେ ମଧ୍ୟ
ଏହିପରି ଅଛନ୍ତି ଯେପରି ଦେଖ ଏହି ଜନକ ଝିଅ ଭଲ ଜୋହରୀ ଅଟେ । ୟାଙ୍କ ପାଖରେ ମୂଲ୍ୟବାନ ହୀରା ନୀଳା
ଆଦି ରହିଛି । କାହାକୁ ମଧ୍ୟ ଦେଇ ଭଲ ସାହୁକାର କରାଇପାରିବେ । କେହି କେହି ଛୋଟ ଜୋହରୀ ମଧ୍ୟ
ଅଛନ୍ତି, ଯେଉଁମାନେ ଅଧିକ ଦେଇପାରିବେ ନାହିଁ, ତାଙ୍କର ପଦ ମଧ୍ୟ କମ୍ ହୋଇଯାଏ । ତୁମେ ସମସ୍ତେ
ଜୋହରୀ ଅଟ, ଏହା ଅବିନାଶୀ ଜ୍ଞାନ ରତ୍ନର ହୀରା ଅଟେ । ଯାହାଙ୍କ ପାଖରେ ଭଲ ରତ୍ନ ଥିବ ସେ
ସାହୁକାର ହେବେ, ଅନ୍ୟକୁ ମଧ୍ୟ କରାଇବେ । ଏପରି ତ ନୁହେଁ ଯେ, ସମସ୍ତେ ଭଲ ହୀରା ବ୍ୟବସାୟୀ ହେବେ
। ଭଲ ଭଲ ବ୍ୟବସାୟୀଙ୍କୁ ବଡ଼ ବଡ଼ ସେଣ୍ଟରକୁ ପଠାଇ ଦେଇଥା’ନ୍ତି । ବଡ଼-ବଡ଼ ଲୋକମାନଙ୍କୁ ଭଲ
ଜବାହରାତ (ଗହଣା)ଦିଆଯାଇଥାଏ । ବଡ଼-ବଡ଼ ଦୋକାନମାନଙ୍କରେ କୁଶଳୀ କାରିଗର ରହିଥା’ନ୍ତି । ବାବାଙ୍କୁ
ମଧ୍ୟ ସୌଦାଗର-ରତ୍ନାଗର ବୋଲି କୁହାଯାଏ । ରତ୍ନର ସୌଦା କରୁଛନ୍ତି ପୁଣି ଜାଦୁଗର ମଧ୍ୟ ଅଟନ୍ତି
କାହିଁକିନା ତାଙ୍କ ପାଖରେ ହିଁ ଦିବ୍ୟଦୃଷ୍ଟିର ଚାବି ରହିଛି । କେହି ଯଦି ନବଧା ଭକ୍ତି କରନ୍ତି
ତେବେ ତାଙ୍କୁ ସାକ୍ଷାତ୍କାର ହୋଇଥାଏ । ଏଠାରେ ସେଭଳି କଥା ହେଉନାହିଁ । ଏଠାରେ ତ ଅନାୟାସ ଘରେ
ବସି ମଧ୍ୟ ବହୁତଙ୍କୁ ସାକ୍ଷାତ୍କାର ହୋଇଥାଏ । ଦିନକୁ ଦିନ ଅଧିକ ପ୍ରଚାର ପ୍ରସାର ହେବ ।
ଅନେକଙ୍କୁ ବ୍ରହ୍ମା ଏବଂ କୃଷ୍ଣଙ୍କର ମଧ୍ୟ ସାକ୍ଷାତ୍କାର ହୋଇଥାଏ । ତାଙ୍କୁ କୁହନ୍ତି ଯେ,
ବ୍ରହ୍ମାଙ୍କ ପାଖକୁ ଯାଅ । ତାଙ୍କ ପାଖକୁ ଯାଇ ରାଜକୁମାର ହେବା ନିମନ୍ତେ ପାଠ ପଢ଼ । ଏହି ପାଠପଢା
ମାଧ୍ୟମରେ ପ୍ରତି କଳ୍ପରେ ପବିତ୍ର ରାଜକୁମାର-କୁମାରୀ ହେଉଛ । ରାଜକୁମାରକୁ ପବିତ୍ର ମଧ୍ୟ
କହିପାରିବ । ପବିତ୍ରତା ଦ୍ୱାରା ଜନ୍ମ ହୋଇଥାଏ ନା । ପତିତକୁ ଭ୍ରଷ୍ଟାଚାରୀ କୁହାଯାଏ, ଏବେ
ପତିତରୁ ପବିତ୍ର ହେବାକୁ ପଡିବ ଏହି କଥା ବୁଦ୍ଧିରେ ରହିବା ଦରକାର । ଯାହା ଫଳରେ କାହାକୁ ମଧ୍ୟ
ବୁଝାଇ ପାରିବ । ମନୁଷ୍ୟମାନେ ଭାବୁଛନ୍ତି, ଇଏ ତ ବହୁତ ବୁଦ୍ଧିମାନ ଅଟନ୍ତି । କୁହ - ଆମ ପାଖରେ
କୌଣସି ଶାସ୍ତ୍ର ଆଦିର ଜ୍ଞାନ ନାହିଁ । ଏହା ହେଲା ଆତ୍ମିକ ଜ୍ଞାନ, ଯାହାକୁ ଆତ୍ମାର ପିତା ହିଁ
ବୁଝାଉଛନ୍ତି । ଇଏ ହେଉଛନ୍ତି ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ, ଶଙ୍କର । ଏମାନେ ମଧ୍ୟ ରଚନା
ଅଟନ୍ତି । ରଚୟିତା ହେଉଛନ୍ତି ଏକମାତ୍ର ବାବା, ସେମାନେ ହେଲେ ହଦର ଲୌକିକ ରଚୟିତା, ଇଏ ସାରା
ସଂସାରର ବାବା, ବେହଦର କ୍ରିଏଟର ଅର୍ଥାତ୍ ସଂସାରର ସୃଷ୍ଟିକର୍ତ୍ତା ଅଟନ୍ତି । ବାବା ଆସି
ରାଜଯୋଗର ପାଠ ପଢ଼ାଉଛନ୍ତି, ତେଣୁ ମେହନତ କରିବାକୁ ହେବ । ବାବା ତୁମକୁ ଗୁଲ-ଗୁଲ ଫୁଲ କରୁଛନ୍ତି
। ତୁମେମାନେ ଈଶ୍ୱରୀୟ କୁଳର ଅଟ, ତୁମକୁ ବାବା ପବିତ୍ର କରୁଛନ୍ତି । ପୁଣି ଯଦି ଅପବିତ୍ର ହେବ
ତେବେ କୂଳକୁ କଳଙ୍କିତ କରିଦେବ । ବାବା ତ ସମସ୍ତଙ୍କୁ ଜାଣିଛନ୍ତି ନା । ପୁଣି ଧର୍ମରାଜଙ୍କ
ଦ୍ୱାରା ବହୁତ ଦଣ୍ଡ ଦିଆଇବେ । ବାବା ପିତା ସହିତ ଧର୍ମରାଜ ମଧ୍ୟ ଅଟନ୍ତି । ଧର୍ମରାଜଙ୍କର
କର୍ତ୍ତବ୍ୟ ମଧ୍ୟ ଏବେ ହିଁ ସମ୍ପନ୍ନ ହେଉଛି । ସତ୍ୟଯୁଗରେ ଧର୍ମରାଜର ଦଣ୍ଡ ରହିବ ନାହିଁ । ପୁଣି
ଦ୍ୱାପରରୁ ସଜା ଆରମ୍ଭ ହେବ । ବାବା ବସି କର୍ମ, ଅକର୍ମ, ବିକର୍ମର ଗତି ବୁଝାଉଛନ୍ତି । କଥାରେ
କହିଥା’ନ୍ତି ନା - ଇଏ ପୂର୍ବ ଜନ୍ମରେ ଏପରି କର୍ମ କରିଥିଲେ, ଯାହାର ଫଳ ଭୋଗ କରୁଛନ୍ତି ।
ସତ୍ୟଯୁଗରେ ଏପରି ଶବ୍ଦ କହିବେ ନାହିଁ । ଖରାପ କର୍ମର ନାମ ମଧ୍ୟ ସେଠାରେ ରହିବ ନାହିଁ । ଏଠାରେ
ତ ଭଲ-ମନ୍ଦ ଉଭୟ ରହିଛି । ସୁଖ-ଦୁଃଖ ଦୁଇଟିଯାକ ରହିଛି । କିନ୍ତୁ ସୁଖ ବହୁତ କମ୍ ଅଛି । ସେଠାରେ
ପୁଣି ଦୁଃଖର ନାମ ରହିବ ନାହିଁ । ସତ୍ୟଯୁଗରେ ଦୁଃଖ କେଉଁଠୁ ଆସିବ! ତୁମେମାନେ ବାବାଙ୍କଠାରୁ ନୂଆ
ଦୁନିଆର ସମ୍ପତ୍ତି ନେଉଛ । ବାବା ହେଉଛନ୍ତି ଦୁଃଖହର୍ତ୍ତା, ସୁଖକର୍ତ୍ତା । ଦୁଃଖ କେବେଠାରୁ
ଆରମ୍ଭ ହେଉଛି, ଏକଥା ମଧ୍ୟ ତୁମେମାନେ ହିଁ ଜାଣିଛ । ଶାସ୍ତ୍ରରେ ତ କଳ୍ପର ଆୟୁଷ ହିଁ ଲମ୍ବା-ଚଉଡ଼ା
ଲେଖିଦେଇଛନ୍ତି । ବର୍ତ୍ତମାନ ତୁମେମାନେ ଜାଣୁଛ ଯେ ଅଧାକଳ୍ପ ନିମନ୍ତେ ଆମର ଦୁଃଖ ଦୂର ହୋଇଯିବ
ଏବଂ ଆମେ ସୁଖ ପାଇବୁ । ଏହି ସୃଷ୍ଟିର ଚକ୍ର କିପରି ଘୂରୁଛି, ଏହା ଉପରେ ବୁଝାଇବା ବହୁତ ସହଜ ।
ଏସବୁ କଥା ତୁମ ବ୍ୟତୀତ ଅନ୍ୟ କାହା ବୁଦ୍ଧିରେ ନାହିଁ । ଲକ୍ଷ-ଲକ୍ଷ ବର୍ଷ କହିଦେଇଥିବାରୁ ସବୁ
କଥା ବୁଦ୍ଧିରୁ ହଜିଯାଇଛି ।
ବର୍ତ୍ତମାନ ତୁମେମାନେ
ଜାଣୁଛ - ଏହି ଚକ୍ର ୫ ହଜାର ବର୍ଷର । ଯେପରି ଏହା କାଲିର କଥା, ଯେତେବେଳେ କି ଏହି ସୂର୍ଯବଂଶୀ
ଚନ୍ଦ୍ରବଂଶୀ ମାନଙ୍କର ରାଜ୍ୟ ଥିଲା । ଏକଥା ମଧ୍ୟ କହିଥା’ନ୍ତି ଯେ, ବ୍ରାହ୍ମଣମାନଙ୍କର ଦିନ,
ଏପରି ନୁହେଁ ଯେ ଶିବବାବାଙ୍କର ଦିନ ବୋଲି କହିବେ । ବ୍ରାହ୍ମଣମାନଙ୍କର ଦିନ ପୁଣି
ବ୍ରାହ୍ମଣମାନଙ୍କର ରାତି କୁହାଯାଉଛି । ବ୍ରାହ୍ମଣମାନେ ଭକ୍ତିମାର୍ଗରୁ ମଧ୍ୟ ରହିଆସିଛନ୍ତି ।
ବର୍ତ୍ତମାନ ହେଉଛି ସଙ୍ଗମଯୁଗ । ଏହା ନା ଦିନ ନା ରାତି ଅଟେ । ତୁମେମାନେ ଜାଣିଛ ଯେ, ଆମେ
ବ୍ରାହ୍ମଣ ପୁଣି ଦେବତା ହେବୁ ପୁଣି ତ୍ରେତାରେ କ୍ଷତ୍ରୀୟ ହେବୁ । ଏ କଥାକୁ ବୁଦ୍ଧିରେ ପକ୍କା
ମନେରଖ । ଯେଉଁ କଥାକୁ ଅନ୍ୟ କେହି ଜାଣିନାହାଁନ୍ତି । ସେମାନେ ତ କହୁଛନ୍ତି ଶାସ୍ତ୍ରରେ କଳ୍ପର
ଏତେ ଆୟୁଷ ଲେଖାଯାଇଛି, ତୁମେମାନେ ପୁଣି ଏହି ହିସାବ କେଉଁଠାରୁ ଆଣିଛ? ଏହି ଅନାଦି ଡ୍ରାମା
ପୂର୍ବ ପ୍ରସ୍ତୁତ ଅଟେ, ଏ କଥା କେହି ଜାଣି ନାହାଁନ୍ତି । ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି,
ଅଧାକଳ୍ପ ହେଲା ସତ୍ୟଯୁଗ ଏବଂ ତ୍ରେତାଯୁଗ, ପୁଣି ଅଧାରୁ ଭକ୍ତି ଆରମ୍ଭ ହେଉଛି । ତାହା ହେଉଛି
ତ୍ରେତା ଏବଂ ଦ୍ୱାପରର ସଙ୍ଗମ । ଦ୍ୱାପରରେ ମଧ୍ୟ ଏହି ଶାସ୍ତ୍ର ଆଦି ଧିରେ-ଧିରେ ରଚନା ହେବ ।
ଭକ୍ତିମାର୍ଗର ସାମଗ୍ରୀ ବହୁତ ଲମ୍ବା - ଚଉଡ଼ା ଅଟେ । ଯେପରି କଳ୍ପବୃକ୍ଷ କିପରି ଲମ୍ବା - ଚଉଡ଼ା
ରହିଛି । ଯାହାର ବୀଜ ହେଉଛନ୍ତି ବାବା । ଏହା ଓଲଟା ବୃକ୍ଷ ଅଟେ । ପ୍ରଥମେ-ପ୍ରଥମେ ଆଦି ସନାତନ
ଦେବୀ ଦେବତା ଧର୍ମ ହେବ । ଏହି କଥା ଯାହା ବାବା ଶୁଣାଉଛନ୍ତି, ଯାହାକି ବିଲ୍କୁଲ୍ ନୂଆ କଥା ।
ଏହି ଦେବୀ-ଦେବତା ଧର୍ମର ସ୍ଥାପକକୁ କେହି ଜାଣିନାହାଁନ୍ତି । କୃଷ୍ଣ ତ ଛୋଟ ପିଲା ଅଟନ୍ତି । ବାବା
ହିଁ ଜ୍ଞାନ ଶୁଣାଉଛନ୍ତି । କିନ୍ତୁ ବାବାଙ୍କ ବଦଳରେ ତାଙ୍କର ପିଲା ଶ୍ରୀକୃଷ୍ଣଙ୍କ ନାମ
ଲେଖିଦେଇଛନ୍ତି । କୃଷ୍ଣଙ୍କର ହିଁ ଚରିତ୍ର ଆଦି ଦର୍ଶାଇଛନ୍ତି । ବାବା କହୁଛନ୍ତି କୃଷ୍ଣଙ୍କର
କୌଣସି ଲୀଳା ନାହିଁ । ଗାୟନ ମଧ୍ୟ କରୁଛନ୍ତି - ହେ ପ୍ରଭୁ ତୁମର ଲୀଳା ଅପରମଅପାର ଅଟେ । ଜଣଙ୍କର
ହିଁ ଲୀଳା ହୋଇଥାଏ । ଶିବବାବାଙ୍କ ମହିମା ବହୁତ ଭିନ୍ନ ଅଟେ । ସେ ତ ସଦା ପବିତ୍ର ଅଟନ୍ତି,
କିନ୍ତୁ ସେ ପବିତ୍ର ଶରୀରରେ ତ ଆସି ପାରିବେ ନାହିଁ । ତାଙ୍କୁ ଡାକୁଛନ୍ତି ମଧ୍ୟ - ଏହି ପତିତ
ଦୁନିଆକୁ ଆସ ଆମକୁ ପବିତ୍ର କର । ତେଣୁ ବାବା କହୁଛନ୍ତି ମୋତେ ମଧ୍ୟ ପତିତ ଦୁନିଆକୁ ଆସିବାକୁ
ପଡ଼ୁଛି । ଏହାଙ୍କର ଅର୍ଥାତ୍ ବ୍ରହ୍ମାଙ୍କର ବହୁତ ଜନ୍ମର ଅନ୍ତିମ ସମୟରେ ଆସି ମୁଁ ପ୍ରବେଶ କରୁଛି
। ତେଣୁ ବାବା କହୁଛନ୍ତି ମୁଖ୍ୟ କଥା ଅଲଫକୁ ମନେ ପକାଅ, ବାକି ଏସବୁ କିଛି ରେଜଗାରୀ ଅର୍ଥାତ୍
ଖୂଚୁରା ଅଟେ । ଏହି କଥାକୁ ସମସ୍ତେ ତ ଧାରଣ କରିପାରିବେ ନାହିଁ । ଯେଉଁମାନେ ଧାରଣ କରିପାରିବେ,
ମୁଁ ତାଙ୍କୁ ହିଁ ବୁଝାଉଛି । ବାକି ତ ମନମନାଭବ ବୋଲି କହିଦେଉଛି । ବୁଦ୍ଧି ତ କ୍ରମାନୁସାରେ
ରହିଥାଏ ନା । କେତେକ ବାଦଲ ଖୁବ୍ ବର୍ସା କରିଥାନ୍ତି, କେହି ପୁଣି ଅଳ୍ପ ବରଷି ଚାଲିଯାଇଥା’ନ୍ତି
। ତୁମେ ମଧ୍ୟ ବାଦଲ ଅଟ ନା । କେହି ତ ବିଲ୍କୁଲ୍ ବର୍ସା କରୁନାହାଁନ୍ତି । ଜ୍ଞାନକୁ ଧାରଣ
କରିବାର ଶକ୍ତି ନାହିଁ । ମମ୍ମା-ବାବା ଭଲ ବାଦଲ ଅଟନ୍ତି ନା । ପିଲାମାନେ ସେହିମାନଙ୍କର ସଙ୍ଗ
କରିବା ଉଚିତ୍ ଯେଉଁମାନେ ଭଲ ଜ୍ଞାନ ବର୍ସା କରନ୍ତି । ଯେଉଁମାନେ ବର୍ସା କରୁନାହାଁନ୍ତି ତାଙ୍କୁ
ସଙ୍ଗ କରିଲେ କ’ଣ ହେବ? ସଙ୍ଗ ଦୋଷର ପ୍ରଭାବ ମଧ୍ୟ ରହିଥାଏ । କେହି ତ କାହାର ସଙ୍ଗ କରିବା ଦ୍ୱାରା
ହୀରାତୁଲ୍ୟ ହୋଇଯାଆନ୍ତି, କେହି ପୁଣି କାହାର ସଙ୍ଗ କରି ପଥର ସଦୃଶ ହୋଇଯାଆନ୍ତି । ଜ୍ଞାନୀ
ଆତ୍ମାମାନଙ୍କୁ ଅନୁସରଣ କରିବା ଉଚିତ୍ । ଯିଏ ଜ୍ଞାନବାନ ହୋଇଥିବେ ସେ ନିଜ ସଦୃଶ ଫୁଲ କରାଇବେ ।
ସତ୍ ବାବାଙ୍କ ଦ୍ୱାରା ଯେଉଁମାନେ ଜ୍ଞାନବାନ ଏବଂ ଯୋଗୀ ହୋଇଛନ୍ତି ତାଙ୍କର ସଙ୍ଗ କରିବା ଉଚିତ୍ ।
ଏପରି ଭାବିବା ଅନୁଚିତ୍ ଯେ ଆମେ ଅମୁକର ଲାଞ୍ଜ ଧରି ପାର ହୋଇଯିବୁ । ଏହିପରି କଥା ଅନେକ
କହିଥା’ନ୍ତି । କିନ୍ତୁ ଏଠାରେ ତ ସେ କଥା ନାହିଁ । ଛାତ୍ର କ’ଣ କାହାର ଲାଞ୍ଜକୁ ଧରିବା ଦ୍ୱାରା
ପାସ୍ ହୋଇଯିବେ! ପାଠ ପଢ଼ିବାକୁ ପଡ଼ିବ ନା । ବାବା ମଧ୍ୟ ଆସି ଜ୍ଞାନ ଦେଉଛନ୍ତି । ସେ ଜାଣିଛନ୍ତି
ଯେ ଏହି ସମୟରେ ମୋତେ ଜ୍ଞାନ ଦେବାକୁ ହେବ । ଭକ୍ତି ମାର୍ଗରେ ତାଙ୍କ ବୁଦ୍ଧିରେ ଏକଥା ରହିବ ନାହିଁ
ଯେ ମୋତେ ଯାଇ ଜ୍ଞାନ ଦେବାକୁ ପଡ଼ିବ । ଏସବୁ ଡ୍ରାମାରେ ନିର୍ଦ୍ଧିାରିତ ହୋଇ ରହିଛି । ବାବା କିଛି
ହେଲେ କରୁନାହିାଁନ୍ତି । ଡ୍ରାମାରେ ଦିବ୍ୟ ଦୃଷ୍ଟି ମିଳିବାର ପାର୍ଟ ରହିଛି, ତେଣୁ ସାକ୍ଷାତ୍କାର
ହୋଇଯାଉଛି । ବାବା କହୁଛନ୍ତି, ଏପରି ନୁହେଁ ଯେ ମୁଁ ବସି ସାକ୍ଷାତ୍କାର କରାଉଛି । ଏକଥା
ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଯଦି କେହି ଦେବୀଙ୍କର ସାକ୍ଷାତ୍କାର କରିବାକୁ
ଚାହୁଁଛନ୍ତି, ଦେବୀ ତ କରାଇବେ ନାହିଁ ନା । କହୁଛନ୍ତି - ହେ ଭଗବାନ, ଆମକୁ ସାକ୍ଷାତ୍କାର କରାଅ
। ବାବା କହୁଛନ୍ତି ଡ୍ରାମାରେ ନିର୍ଦ୍ଧାରିତ ଥିବ ତ ହୋଇଯିବ । ମୁଁ ମଧ୍ୟ ଡ୍ରାମାରେ ବନ୍ଧା ହୋଇଛି
।
ବାବା କହୁଛନ୍ତି ମୁଁ ଏହି
ସୃଷ୍ଟିକୁ ଆସିଛି । ଏହାଙ୍କର ମୁଖ ଦ୍ୱାରା ମୁଁ କହୁଛି, ଏହାଙ୍କ ଆଖି ଦ୍ୱାରା ତୁମକୁ ଦେଖୁଛି ।
ଯଦି ଏହି ଶରୀର ନ ଥା’ନ୍ତା ତେବେ କିପରି ଦେଖିଥା’ନ୍ତି? ଅପବିତ୍ର ଦୁନିଆକୁ ହିଁ ମୋତେ ଆସିବାକୁ
ପଡ଼ୁଛି । ସ୍ୱର୍ଗକୁ ତ ମୋତେ ଡାକୁନାହାଁନ୍ତି । ମୋତେ ସଙ୍ଗମଯୁଗରେ ହିଁ ଡାକୁଛନ୍ତି ।
ସଙ୍ଗମଯୁଗରେ ଆସି ଶରୀରର ଆଧାର ନେଉଛି ତେବେ ଯାଇ ତୁମମାନଙ୍କୁ ଦେଖିପାରୁଛି । ନିରାକାର ରୂପରେ ତ
କିଛି ଦେଖିପାରିବି ନାହିଁ । କର୍ମେନ୍ଦ୍ରିୟ ବିନା ଆତ୍ମା କିଛି ମଧ୍ୟ କରିପାରିବ ନାହିଁ । ବାବା
କହୁଛନ୍ତି ବିନା ଶରୀରରେ ମୁଁ କିପରି ଦେଖିବି ଅଥବା କ୍ରିୟାଶୀଳ ହୋଇପାରିବି । କହୁଛନ୍ତି ଯେ
ଈଶ୍ୱର ସବୁ କିଛି ଦେଖୁଛନ୍ତି, ସବୁକିଛି ସେ ହିଁ କରୁଛନ୍ତି । ଏହା ତ ଅନ୍ଧଶ୍ରଦ୍ଧା ଅଟେ ।
ଦେଖିବେ କିପରି? ଯେତେବେଳେ କର୍ମେନ୍ଦ୍ରିୟ ମିଳିବ ତେବେ ଯାଇ ଦେଖିବେ ନା । ବାବା କହୁଛନ୍ତି -
ଡ୍ରାମା ଅନୁସାରେ ପ୍ରତ୍ୟେକ ଭଲ ଅଥବା ମନ୍ଦ କାମ କରୁଛନ୍ତି । ଏସବୁ ନିର୍ଦ୍ଧାରିତ ହୋଇ ରହିଛି ।
ମୁଁ କଣ ବସି ଏତେ କୋଟି-କୋଟି ମନୁଷ୍ୟମାନଙ୍କର ହିସାବ ରଖିବି! ବର୍ତ୍ତମାନ ମୁଁ ଶରୀରର ଆଧାର
ନେଇଛି ସେଥିପାଇଁ ସବୁ କିଛି କରୁଛି । ସେଥିପାଇଁ ମୋତେ କରନ କରାବନହାର (କରି କରାଇଲାବାଲା)
କହୁଛନ୍ତି । ନଚେତ୍ କରନ କରାବନହାର କହି ନ ଥା’ନ୍ତେ । ମୁଁ ଯେତେବେଳେ ଏହାଙ୍କ ଶରୀରରେ ଆସିବି
ସେତେବେଳେ ଯାଇ ପବିତ୍ର କରାଇପାରିବି । ଉପରେ ଆତ୍ମା କ’ଣ କରିବ? ଶରୀର ଦ୍ୱାରା ହିଁ ଅଭିନୟ କରିବ
ନା । ମୁଁ ମଧ୍ୟ ଏଠାକୁ ଆସି ଅଭିନୟ କରୁଛି । ସତ୍ୟଯୁଗରେ ମୋର ଅଭିନୟ ରହିବ ନାହିଁ । ଅଭିନୟ ବିନା
କେହି କିଛି କରିପାରିବେ ନାହିଁ । ଶରୀର ବିନା ଆତ୍ମା କିଛି ବି କରିପାରିବ ନାହିଁ । ଆତ୍ମାକୁ
ଡାକୁଛନ୍ତି ତେବେ ସେ ମଧ୍ୟ ଶରୀର ମଧ୍ୟରେ ଆସି କଥାବାର୍ତ୍ତା କରିବ ନା । କର୍ମେନ୍ଦ୍ରିୟ ବିନା
କିଛି ହେଲେ କରିପାରିବ ନାହିଁ । ଏ କଥା ଡିଟେଲ ଅର୍ଥାତ୍ ବିସ୍ତାର ଭାବରେ ବୁଝାଯାଉଛି । ମୁଖ୍ୟ
କଥା ତ କୁହାଯାଉଛି ଯେ, ବାବା ଏବଂ ସମ୍ପତ୍ତିକୁ ମନେପକାଅ । ବେହଦର ବାବା ଏତେ ବଡ଼ ଅଟନ୍ତି,
ତାଙ୍କଠାରୁ ବର୍ସା କେବେ ମିଳୁଥିବ ଏ କଥା କେହି ଜାଣିନାହାଁନ୍ତି । ଏ କଥା କହୁଛନ୍ତି ଯେ, ଏଠାକୁ
ଆସି ଦୁଃଖ ହରଣ କରି, ସୁଖ ଦିଅ, କିନ୍ତୁ କେବେ? ଏ କଥା କେହି ଜାଣିନାହାଁନ୍ତି । ତୁମେ ପିଲାମାନେ
ଏବେ ନୂଆ କଥା ଶୁଣୁଛ । ତୁମେମାନେ ଜାଣିଛ, ଆମେ ଅମର ହେବାକୁ ଯାଉଛୁ, ଅମରଲୋକକୁ ଯାଉଛୁ । ତୁମେ
ଅମରଲୋକକୁ କେତେ ଥର ଯାଇଛ? ଅନେକ ଥର । ଏହାର କେବେ ଅନ୍ତ ହେଉ ନାହିଁ । ଅନେକ କହୁଛନ୍ତି କଣ
ମୋକ୍ଷ ମିଳିପାରିବ ନାହିଁ? କୁହ - ନାଁ, ଏହା ଅନାଦି ଅବିନାଶୀ ଡ୍ରାମା ଅଟେ, ଏହା କେବେ ବିନାଶ
ହୋଇପାରିବ ନାହିଁ । ଏହି ଅନାଦି ଚକ୍ର ତ ଘୂରି ଚାଲିଛି । ତୁମେ ପିଲାମାନେ ଏହି ସମୟରେ ସତ୍ୟ
ସାହେବଙ୍କୁ ଜାଣୁଛ । ତୁମେ ସନ୍ନ୍ୟାସୀ ଅଟ ନା । ସେ ଫକୀର ନୁହେଁ । ସନ୍ନ୍ୟାସୀମାନଙ୍କୁ ବି
ଫକୀର କୁହାଯାଇଥାଏ । ତୁମେ ରାଜଋଷି ଅଟ, ଋଷିଙ୍କୁ ସନ୍ନ୍ୟାସୀ କୁହାଯାଇଥାଏ । ଏବେ ପୁଣି ତୁମେ
ଅମୀର ହେବାକୁ ଯାଉଛ । ଭାରତ କେତେ ଧନୀ ଥିଲା, ଏବେ କିପରି ଫକୀର ହୋଇଯାଇଛି । ବେହଦର ବାବା ଆସି
ବେହଦର ସମ୍ପତ୍ତି ଦେଉଛନ୍ତି । ଗୀତ ମଧ୍ୟ ରହିଛି - ବାବା ଆପଣ ଯାହା ଦେଉଛନ୍ତି ତାହା ଅନ୍ୟ କେହି
ଦେଇ ପାରିବେ ନାହିଁ । ଆପଣ ଆମକୁ ବିଶ୍ୱର ମାଲିକ କରାଉଛନ୍ତି, ଯାହାକୁ କେହି ଲୁଟି ନେଇ ପାରିବେ
ନାହିଁ । ଯେଉଁମାନେ ଏପରି ଗୀତ ରଚନା କରିଛନ୍ତି, ସେମାନେ ଏହାର ଅର୍ଥକୁ ଜାଣି ନାହାଁନ୍ତି ।
ତୁମେମାନେ ଜାଣିଛ, ସେଠାରେ ବିଭାଜନ ଆଦି କିଛି ହେବ ନାହିଁ । ଏଠାରେ ତ କେତେ ବିଭାଜନ କରୁଛନ୍ତି
। ସେଠାରେ ଆକାଶ-ଧରିତ୍ରୀ ସବୁ ତୁମର ହେବ । ତେଣୁ ସେତିକି ଖୁସି ପିଲାମାନଙ୍କର ରହିବା ଉଚିତ୍ ।
ସର୍ବଦା ଭାବ ଯେ ଶିବବାବା ଶୁଣାଉଛନ୍ତି କାହିଁକିନା ସେ କେବେ ଛୁଟି ନେଉନାହାଁନ୍ତି, କେବେ ବେମାର
ହେଉନାହାଁନ୍ତି । ପିଲାମାନଙ୍କର ବୁଦ୍ଧିରେ ଶିବବାବାଙ୍କର ହିଁ ସ୍ମୃତି ରହିବା ଉଚିତ୍ । ଏହାଙ୍କୁ
ନିରହଂକାରୀ ବୋଲି କୁହାଯାଉଛି । ମୁଁ ଏହା କରୁଛି, ମୁଁ ତାହା କରୁଛି, ଏହିପରି ଅହଂକାର ଆସିବା
ଉଚିତ୍ ନୁହେଁ । ସେବା କରିବା ତ କର୍ତ୍ତବ୍ୟ ଅଟେ, ଏଥିରେ ଅହଂକାର ଆସିବା ଅନୁଚିତ୍ । ଅହଂକାର
ଆସିଲା ତ ଅଧୋଗତି ହେବ । ସେବା କରି ଚାଲ, ଏହା ହେଉଛି ଆତ୍ମିକ ସେବା । ବାକି ସବୁ ଭୌତିକ ସେବା
ଅଟେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବା ଯାହା
ପଢ଼ାଉଛନ୍ତି, ତା’ର ପ୍ରତିଦାନ ଗୁଲ-ଗୁଲ ଅର୍ଥାତ୍ ଫୁଲ ଭଳି ହୋଇ ଦେଖାଇବାକୁ ହେବ, ମେହନତ କରିବାକୁ
ପଡ଼ିବ । କେବେହେଲେ ଈଶ୍ୱରୀୟ କୁଳର ନାମକୁ ବଦନାମ କରିବା ଉଚିତ୍ ନୁହେଁ, ଯେଉଁମାନେ ଜ୍ଞାନବାନ ଏବଂ
ଯୋଗୀ ଅଟନ୍ତି, ସେହିମାନଙ୍କର ହିଁ ସଙ୍ଗ କରିବା ଉଚିତ୍ ।
(୨) ମୁଁ ପଣିଆକୁ ତ୍ୟାଗ
କରି ନିରହଂକାରୀ ହୋଇ ଆତ୍ମିକ ସେବା କରିବାକୁ ହେବ, ଏହାକୁ ନିଜର କର୍ତ୍ତବ୍ୟ ବୋଲି ଭାବିବାକୁ
ହେବ । କେବେ ବି ଅହଂକାର କରିବା ଉଚିତ୍ ନୁହେଁ ।
ବରଦାନ:-
ବ୍ୟର୍ଥକୁ ମଧ୍ୟ
ନିଜର ଶୁଭଭାବ ଏବଂ ଶ୍ରେଷ୍ଠ ଭାବନା ଦ୍ୱାରା ପରିବର୍ତ୍ତନ କରୁଥିବା ସଚ୍ଚା ମରଜୀବା ଭବ ।
ବାପଦାଦାଙ୍କର ଶ୍ରୀମତ
ହେଲା - ପିଲାମାନେ ବ୍ୟର୍ଥ କଥା ଶୁଣ ନାହିଁ, ଶୁଣାଅ ନାହିଁ କି ଭାବ ନାହିଁ । ସର୍ବଦା
ଶୁଭଭାବନାର ସହିତ ଚିନ୍ତା କର ଏବଂ ଶୁଭ ବାଣୀ କୁହ । ବ୍ୟର୍ଥକୁ ମଧ୍ୟ ଶୁଭ ମନେ କରି ଶୁଣ,
ଶୁଭଚିନ୍ତକ ହୋଇ ବାଣୀର ଭାବ ଅର୍ଥାତ୍ ଉଦ୍ଦେଶ୍ୟକୁ ପରିବର୍ତ୍ତନ କରିଦିଅ । ସର୍ବଦା ନିଜର ଭାବ
ଏବଂ ଭାବନାକୁ ଶ୍ରେଷ୍ଠ ରଖ । ଅନ୍ୟକୁ ପରିବର୍ତ୍ତନ କରିବା କଥା ଚିନ୍ତା ନ କରି ନିଜକୁ
ପରିବର୍ତ୍ତନ କର କାରଣ ନିଜର ପରିବର୍ତ୍ତନ ହିଁ ଅନ୍ୟମାନଙ୍କର ପରିବର୍ତ୍ତନ, ଏଥିରେ ପ୍ରଥମେ ମୁଁ
- ଏହିଭଳି ମରଜୀବା ହେବାରେ ହିଁ ମଜା ଅଛି, ଏହାକୁ ହିଁ ମହାବଳୀ କୁହାଯାଏ । ଏଥିରେ ଖୁସି ଖୁସିରେ
ମର - ଏହିଭଳି ମରିବା ହିଁ ବଞ୍ଚିବା ଅଟେ, ଏହାକୁ ହିଁ ପ୍ରକୃତ ଜୀବନଦାନ କୁହାଯାଏ ।
ସ୍ଲୋଗାନ:-
ସଂକଳ୍ପର
ଏକାଗ୍ରତା ଶ୍ରେଷ୍ଠ ପରିବର୍ତ୍ତନରେ ତୀବ୍ରଗତି ଆଣିଥାଏ ।