12.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ବର୍ତ୍ତମାନ ତୁମର ପାଳନା କରୁଛନ୍ତି, ପାଠ ପଢାଉଛନ୍ତି, ଘରେ ବସି ରାୟ ଦେଉଛନ୍ତି, ତେଣୁ ପ୍ରତି
ପାଦରେ ରାୟ ଅର୍ଥାତ୍ ଶ୍ରୀମତ ନେଉଥାଅ ତେବେ ଉଚ୍ଚ ପଦ ମିଳିବ ।”
ପ୍ରଶ୍ନ:-
ଦଣ୍ଡରୁ ମୁକ୍ତି
ପାଇବା ପାଇଁ ଦୀର୍ଘ ସମୟ ଧରି କେଉଁ ପୁରୁଷାର୍ଥ କରିବା ଉଚିତ୍?
ଉତ୍ତର:-
ନଷ୍ଟମୋହା ହେବାର ପୁରୁଷାର୍ଥ । କାହା ସହିତ ମଧ୍ୟ ମମତ୍ୱ ନ ରହୁ । ନିଜ ମନକୁ ପଚାରିବା ଉଚିତ୍ –
ମୋର କାହା ପ୍ରତି ମୋହ ନାହିଁ ତ? କୌଣସି ବି ପୁରୁଣା ସମ୍ବନ୍ଧ ଅନ୍ତ ସମୟରେ ମନେ ନ ପଡୁ । ଯୋଗବଳ
ଦ୍ୱାରା ସବୁ ହିସାବ-କିତାବକୁ ଚୁକ୍ତ କରିବାକୁ ହେବ ତେବେ ଯାଇ ବିନା ଦଣ୍ଡରେ ଉଚ୍ଚ ପଦ ମିଳିବ ।
ଓମ୍ ଶାନ୍ତି ।
ଏବେ ତୁମେ କାହା
ସମ୍ମୁଖରେ ବସିଛ? ବାପଦାଦାଙ୍କର ସମ୍ମୁଖରେ । ବାବା ବି କହିବାକୁ ପଡିବ, ତା’ ସହ ଦାଦା ମଧ୍ୟ
କହିବାକୁ ପଡିବ । ବାବା ମଧ୍ୟ ଏହି ଦାଦାଙ୍କ ଶରୀର ଆଧାରରେ ତୁମ ସମ୍ମୁଖରେ ବସିଛନ୍ତି । ତୁମେ
ବାହାରେ ରହୁଥିଲେ ମଧ୍ୟ ସେଠାରେ ବାବାଙ୍କୁ ୟାଦ କରିବାକୁ ପଡିଥାଏ । ଚିଠି ଲେଖିବାକୁ ପଡିଥାଏ ।
ଏଠାରେ ତୁମେ ସମ୍ମୁଖରେ ଅଛ, କଥାବାର୍ତ୍ତା ହେଉଛ - କାହା ସହିତ? ବାପଦାଦାଙ୍କ ସହିତ । ଏହି ଦୁଇ
ଜଣ ହେଉଛନ୍ତି ସର୍ବୋଚ୍ଚ ଅଧିକାରୀ । ବ୍ରହ୍ମା ହେଲେ ସାକାର ଏବଂ ଶିବ ହେଉଛନ୍ତି ନିରାକାର । ଏବେ
ତୁମେ ଜାଣୁଛ ସର୍ବୋଚ୍ଚ ଅଧିକାରୀ, ବାବାଙ୍କ ସହିତ କିପରି ମିଶିବାକୁ ହୁଏ! ବେହଦର ବାବା
ଯାହାଙ୍କୁ ପତିତ-ପାବନ କହି ଡାକୁଛନ୍ତି, ଏବେ ସାକାରରେ ତୁମେ ତାଙ୍କ ସମ୍ମୁଖରେ ବସିଛ । ବାବା
ପିଲାମାନଙ୍କର ପାଳନା କରୁଛନ୍ତି, ପାଠ ପଢାଉଛନ୍ତି । ଘରେ ବସି ମଧ୍ୟ ପିଲାମାନଙ୍କୁ ବାବାଙ୍କର
ରାୟ ମିଳୁଛି କି ଘରେ ଏହିପରି ପରିଚାଳିତ ହୁଅ । ଏବେ ବାବାଙ୍କର ଶ୍ରୀମତକୁ ପାଳନ କଲେ ଶ୍ରେଷ୍ଠରୁ
ଶ୍ରେଷ୍ଠ ହେବ । ପିଲାମାନେ ଜାଣିଛନ୍ତି ଆମେ ସର୍ବୋଚ୍ଚ ବାବାଙ୍କ ମତ ଦ୍ୱାରା ସର୍ବୋଚ୍ଚ ପଦ
ପାଉଛୁ । ମନୁଷ୍ୟ ସୃଷ୍ଟିରେ ସର୍ବୋଚ୍ଚ ପଦ ଏହି ଲକ୍ଷ୍ମୀ-ନାରାୟଣଙ୍କର ଅଟେ । ଏମାନେ ଅତୀତରେ
ରାଜତ୍ୱ କରି ଯାଇଛନ୍ତି । ମନୁଷ୍ୟ ଯାଇ ସେହି ଶ୍ରେଷ୍ଠ ଦେବୀ-ଦେବତା ମାନଙ୍କୁ ନମସ୍କାର କରୁଛନ୍ତି
। ମୁଖ୍ୟ କଥା ହେଲା ହିଁ ପବିତ୍ରତାର । ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି । କିନ୍ତୁ କେଉଁଠି
ସେମାନେ ବିଶ୍ୱର ମାଲିକ, କେଉଁଠି ବର୍ତ୍ତମାନର ମନୁଷ୍ୟ! ଏ କଥା ତୁମ ବୁଦ୍ଧିରେ ହିଁ ଅଛି -
ବାସ୍ତବରେ ଭାରତ ୫ ହଜାର ବର୍ଷ ପୂର୍ବରୁ ଏହିପରି ଶ୍ରେଷ୍ଠ ଥିଲା, ଆମେ ହିଁ ବିଶ୍ୱର ମାଲିକ ଥିଲୁ
। ଆଉ କାହାରି ବୁଦ୍ଧିରେ ଏ କଥା ନାହିଁ । ଇଏ ବ୍ରହ୍ମାଙ୍କୁ ମଧ୍ୟ ଏ ଜ୍ଞାନ ନ ଥିଲା, ବିଲ୍କୁଲ୍
ଘୋର ଅନ୍ଧକାରରେ ଥିଲେ । ବର୍ତ୍ତମାନ ବାବା ଆସି କହୁଛନ୍ତି ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ
ବ୍ରହ୍ମା କିପରି ହୋଇଥା’ନ୍ତି? ଏହା ବହୁତ ଗୁପ୍ତ ରମଣୀୟ କଥା ଅଟେ, ଯାହାକୁ ଆଉ କେହି ବୁଝିପାରିବେ
ନାହିଁ । ବାବାଙ୍କ ବିନା ଏହି ଜ୍ଞାନ କେହି ପଢାଇ ପାରିବେ ନାହିଁ । ନିରାକାର ବାବା ଆସି
ପଢାଉଛନ୍ତି । କୃଷ୍ଣ ଭଗବାନୁବାଚ ନୁହେଁ । ବାବା କହୁଛନ୍ତି ମୁଁ ତୁମକୁ ପଢାଇ ସୁଖୀ କରାଉଛି ।
ପୁଣି ମୁଁ ନିଜର ନିର୍ବାଣଧାମକୁ ଚାଲିଆସୁଛି । ଏବେ ତୁମେ ସନ୍ତାନମାନେ ସତ୍ୱପ୍ରଧାନ ହେଉଛ, ଏଥିରେ
ତୁମର କିଛି ହେଲେ ଖର୍ଚ୍ଚ ହେଉନାହିଁ । କେବଳ ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାକୁ ହେବ
। ପଇସାଟିଏ ଖର୍ଚ୍ଚ ନ କରି ମଧ୍ୟ ବିନା କଉଡି ଖର୍ଚ୍ଚରେ ୨୧ ଜନ୍ମ ପାଇଁ ତୁମେ ବିଶ୍ୱର ମାଲିକ
ହେଉଛ । ପିଲାମାନେ ପାଇ ପଇସା ଅର୍ଥାତ୍ ଅଳ୍ପ କିଛି ଧନ ପଠାଇ ଦେଉଛନ୍ତି ତାହା ମଧ୍ୟ ନିଜର
ଭବିଷ୍ୟତ ଗଢିବା ପାଇଁ । କଳ୍ପ ପୂର୍ବରୁ ଯିଏ ଯେତିକି ବାବାଙ୍କ ଭଣ୍ଡାରରେ ପକାଇ ଥିଲେ, ଏବେ
ମଧ୍ୟ ସେତିକି ପକାଇବେ । ନା ଅଧିକ, ନା କମ୍ ପକାଇପାରିବେ । ଏହି ଜ୍ଞାନ ତୁମ ବୁଦ୍ଧିରେ ଅଛି ।
ସେଥିପାଇଁ ଚିନ୍ତାର କୌଣସି କଥା ହିଁ ନାହିଁ । କୌଣସି ଚିନ୍ତା ନ କରି ଆମେ ନିଜର ଗୁପ୍ତ ରାଜଧାନୀ
ସ୍ଥାପନ କରୁଛୁ । ଏହା ବୁଦ୍ଧିରେ ସ୍ମରଣ କରିବା ଉଚିତ୍ । ତୁମ ପିଲାମାନଙ୍କୁ ବହୁତ ଖୁସିରେ ରହିବା
ଦରକାର ଏବଂ ନଷ୍ଟମୋହା ମଧ୍ୟ ହେବାକୁ ପଡିବ । ଏଠାରେ ନଷ୍ଟମୋହା ହେବା ଦ୍ୱାରା ପୁଣି ସେଠାରେ
ମୋହଜିତ୍ ରାଜା-ରାଣୀ ହେବ । ତୁମେ ଜାଣିଛ ଏହି ପୁରୁଣା ଦୁନିଆ ତ ଏବେ ବିନାଶ ହୋଇଯିବ, ଏବେ ଘରକୁ
ଯିବାକୁ ହେବ, ତେଣୁ ଏଥିରେ ମମତ୍ୱ କାହିଁକି ରଖିବା । କେହି ବେମାର ହେଲେ, ଡାକ୍ତର ଯଦି କହନ୍ତି,
ରୋଗୀର ବଞ୍ଚିବାର ଆଶା ନାହିଁ ତେବେ ପୁଣି ତାଙ୍କଠାରୁ ମମତ୍ୱ ତୁଟିଯାଏ । ଜାଣିଛନ୍ତି ଯେ ଆତ୍ମା
ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରିବ । ଆତ୍ମା ତ ଅବିନାଶୀ ଅଟେ ନା । ଆତ୍ମା ଚାଲିଗଲା,
ଶରୀର ବିନାଶ ହୋଇଗଲା, ପୁଣି ତାକୁ ମନେ ପକାଇଲେ ଫାଇଦା କ’ଣ! ଏବେ ବାବା କହୁଛନ୍ତି ତୁମେ
ନଷ୍ଟମୋହା ହୁଅ । ନିଜ ମନକୁ ପଚାରିବାକୁ ହେବ - ମୋର କାହା ପ୍ରତି ମୋହ ନାହିଁ ତ? ନଚେତ୍ ଶେଷ
ସମୟରେ ତାଙ୍କ କଥା ନିଶ୍ଚିତ ମନେ ପଡିବ । ନଷ୍ଟମୋହା ହେଲେ ହିଁ ଏହି ଉଚ୍ଚ ପଦ ପାଇବ । ସ୍ୱର୍ଗକୁ
ତ ପିଲାମାନେ ସମସ୍ତେ ଯିବେ - ଏହା କୌଣସି ବଡ କଥା ନୁହେଁ । ବଡ କଥା ହେଲା ଦଣ୍ଡ ଭୋଗ ନ କରି,
ଉଚ୍ଚ ପଦ ପାଇବା । ଯୋଗବଳ ଦ୍ୱାରା ହିସାବ-କିତାବକୁ ଚୁକ୍ତ କଲେ ଦଣ୍ଡ ପାଇବ ନାହିଁ । ପୁରୁଣା
ସମ୍ବନ୍ଧୀ ମଧ୍ୟ ମନେ ନ ପଡନ୍ତୁ । ଏବେ ତ ଆମର ବ୍ରାହ୍ମଣମାନଙ୍କ ସହିତ ସମ୍ପର୍କ ରହିଛି ପୁଣି
ଦେବତାମାନଙ୍କ ସହିତ ଆମର ସମ୍ବନ୍ଧ ହେବ । ବର୍ତ୍ତମାନର ସମ୍ପର୍କ ସବୁଠାରୁ ଶ୍ରେଷ୍ଠ ଅଟେ ।
ଏବେ ତୁମେ ଜ୍ଞାନ ସାଗର
ବାବାଙ୍କର ହୋଇଛ । ସମସ୍ତ ଜ୍ଞାନ ବୁଦ୍ଧିରେ ଅଛି । ଆଗରୁ କ’ଣ ଜାଣିଥିଲ କି ଏହି ସୃଷ୍ଟିଚକ୍ର
କିପରି ଘୂରୁଛି? ଏବେ ସେ ସବୁ ବାବା ବୁଝାଉଛନ୍ତି । ବାବାଙ୍କଠାରୁ ସମ୍ପତ୍ତି ମିଳୁଛି, ସେଥିପାଇଁ
ତ ବାବାଙ୍କ ସହିତ ସ୍ନେହ ରହିଛି ନା । ବାବାଙ୍କ ଦ୍ୱାରା ସ୍ୱର୍ଗର ବାଦଶାହୀ ମିଳୁଛି । ତାଙ୍କର
ଏହି ରଥ ନିର୍ଦ୍ଧାରିତ ଅଟେ । ଭାରତରେ ହିଁ ଭାଗୀରଥ ଅର୍ଥାତ୍ ଯିଏ ଧରାକୁ ଗଙ୍ଗା ଆଣିଥିଲେ,
ତାଙ୍କର ଗାୟନ ରହିଛି । ବାବା ଭାରତକୁ ହିଁ ଆସୁଛନ୍ତି । ତୁମ ପିଲାମାନଙ୍କ ବୁଦ୍ଧିରେ ଏବେ ୮୪
ଜନ୍ମର ଉତ୍ଥାନ ପତନର ଜ୍ଞାନ ରହିଛି । ତୁମେ ଜାଣିଛ ଏହି ୮୪ ଜନ୍ମର ଚକ୍ରକୁ ଆମକୁ ପୂରା କରିବାକୁ
ହେବ । ୮୪ ଚକ୍ରରୁ ତୁମେ ମୁକୁଳି ପାରିବ ନାହିଁ । ତୁମେ ଜାଣିଛ କି ସିଡି ଓହ୍ଲାଇବାରେ ବହୁତ ସମୟ
ଲାଗୁଛି, ଚଢିବା ପାଇଁ କେବଳ ଏହି ଗୋଟିଏ ଅନ୍ତିମ ଜନ୍ମ ଲାଗୁଛି । ସେଥିପାଇଁ କୁହାଯାଉଛି ତୁମେ
ତ୍ରିଲୋକୀନାଥ, ତ୍ରିକାଳଦର୍ଶୀ ହେଉଛ । ପୂର୍ବରୁ ତୁମେ କ’ଣ ଜାଣିଥିଲ କି ଆମେ ତ୍ରିଲୋକୀନାଥ ହେବୁ?
ଏବେ ବାବା ମିଳିଛନ୍ତି, ଶିକ୍ଷା ଦେଉଛନ୍ତି ତେବେ ଯାଇ ତୁମେ ବୁଝୁଛ । ବାବାଙ୍କ ପାଖକୁ କେହି
ଆସିଲେ ବାବା ପଚାରନ୍ତି - ଆଗରୁ ଏହି ପୋଷାକରେ ଏହି ଘରେ କେବେ ମିଶିଥିଲ? କହିଥା’ନ୍ତି - ହଁ ବାବା,
କଳ୍ପ-କଳ୍ପ ମିଶୁଛୁ । ତେବେ ବୁଝାଯାଏ ବ୍ରହ୍ମାକୁମାରୀ ଠିକ୍ ବୁଝାଇଛନ୍ତି । ଏବେ ତୁମେମାନେ
ସ୍ୱର୍ଗର ବୃକ୍ଷକୁ ସମ୍ମୁଖରେ ଦେଖୁଛ । ସ୍ୱର୍ଗର ନିକଟରେ ଅଛ ନା । ମନୁଷ୍ୟମାନେ ଭଗବାନଙ୍କ ପାଇଁ
କହୁଛନ୍ତି - ନାମ-ରୂପରୁ ନିଆରା ଅଟନ୍ତି, ତେବେ ପୁଣି ପିଲାମାନେ କେଉଁଠୁ ଆସିବେ! ତେବେ ସେମାନେ
ମଧ୍ୟ ନାମ-ରୂପରୁ ନିଆରା ହୋଇଯାନ୍ତୁ! ଯେଉଁ କଥା ସବୁ କହୁଛନ୍ତି ତାହା ବିଲ୍କୁଲ୍ ଭୁଲ୍ । ଯିଏ
କଳ୍ପ ପୂର୍ବରୁ ବୁଝିଥିବେ, ତାଙ୍କ ବୁଦ୍ଧିରେ ହିଁ ଧାରଣା ହେବ । ପ୍ରଦର୍ଶନୀକୁ ଦେଖ କେତେ
ପ୍ରକାରର ଆତ୍ମା ଆସୁଛନ୍ତି । କେହି ତ ଶୁଣିଥିବା କଥା ଅନୁସାରେ ଲେଖି ଦେଉଛନ୍ତି କି ଏ ସବୁ
କଳ୍ପନା ଅଟେ । ତେବେ ଏଥିରୁ ବୁଝାଯାଏ ଇଏ ଆମ କୁଳର ନୁହଁନ୍ତି । ଅନେକ ପ୍ରକାରର ମନୁଷ୍ୟ ଅଛନ୍ତି
। ତୁମ ବୁଦ୍ଧିରେ ସାରା ବୃକ୍ଷ, ଡ୍ରାମା ଓ ୮୪ର ଚକ୍ର ଆସି ଯାଉଛି । ଏବେ ପୁରୁଷାର୍ଥ କରିବାକୁ
ହେବ । ତାହା ମଧ୍ୟ ଡ୍ରାମା ଅନୁସାରେ ହିଁ ହୋଇଥାଏ । ଡ୍ରାମାରେ ସବୁ କିଛି ନିର୍ଦ୍ଧାରିତ ହୋଇ
ରହିଛି । ଏପରି ବି ନୁହେଁ ଯେ, ଡ୍ରାମାରେ ପୁରୁଷାର୍ଥ କରିବାକୁ ଥିଲେ କରିବୁ, ଏହା କହିବା ଭୁଲ୍
। ଯେଉଁମାନେ ଡ୍ରାମାକୁ ସଂପୂର୍ଣ୍ଣ ରୂପେ ବୁଝିନାହାଁନ୍ତି, ତାଙ୍କୁ ପୁଣି ନାସ୍ତିକ କୁହାଯାଉଛି
। ସେମାନେ ବାବାଙ୍କ ସହିତ ପୂର୍ଣ୍ଣ ରୂପେ ପ୍ରୀତି ରଖିପାରିବେ ନାହିଁ । ଡ୍ରାମାର ରହସ୍ୟକୁ ଓଲଟା
ବୁଝିବା ଦ୍ୱାରା ଉନ୍ନତି ହେଉନାହିଁ, ଏଥିରୁ ବୁଝାଯାଏ ଏହାଙ୍କର ଭାଗ୍ୟରେ ନାହିଁ । ବିଘ୍ନ ତ
ଅନେକ ପ୍ରକାରର ଆସିବ । ବିଘ୍ନକୁ ଖାତିର କରିବାର ନାହିଁ । ବାବା କହୁଛନ୍ତି ଯେଉଁ ଭଲ କଥା ତୁମକୁ
ଶୁଣାଉଛି ତାହା ଶୁଣ । ବାବାଙ୍କୁ ୟାଦ କରିବା ଦ୍ୱାରା ବହୁତ ଖୁସି ରହିବ । ବୁଦ୍ଧିରେ ଅଛି ଏବେ
୮୪ ଜନ୍ମର ଚକ୍ର ପୂରା ହେଉଛି, ଏବେ ନିଜ ଘରକୁ ଯିବାକୁ ହେବ । ଏହିପରି ନିଜ ସହିତ କଥା ହେବା
ଦରକାର । ତୁମେ ପତିତ ଅବସ୍ଥାରେ ତ ଯାଇପାରିବ ନାହିଁ । ତେଣୁ ପ୍ରଥମେ ନିଶ୍ଚିତ ବର ଯିବା ଦରକାର,
ବର ପଛରେ ବରଯାତ୍ରୀ ଯିବେ । ଭୋଳାନାଥଙ୍କର ବରଯାତ୍ରୀ ବୋଲି ଗାୟନ ରହିଛି । ସମସ୍ତଙ୍କୁ
କ୍ରମାନୁସାରେ ତ ଯିବାକୁ ହେବ, ଏତେ ଆତ୍ମାମାନଙ୍କର ଦଳ କିପରି କ୍ରମାନୁସାରେ ଯାଉଥିବେ! ମନୁଷ୍ୟ
ପୃଥିବୀ ଉପରେ କେତେ ଜାଗା ନେଉଛନ୍ତି, କେତେ ଆସବାସପତ୍ର ସମ୍ପତ୍ତି ଆଦି ଦରକାର ହେଉଛି । ଆତ୍ମା
ତ ବିନ୍ଦୁ ଅଟେ । ଆତ୍ମାକୁ କ’ଣ ଦରକାର? କିଛି ବି ନୁହେଁ । ଆତ୍ମା କେତେ ଛୋଟ ଜାଗା ନେଉଛି । ଏହି
ସାକାରୀ ବୃକ୍ଷ ଏବଂ ନିରାକାରୀ ବୃକ୍ଷ ମଧ୍ୟରେ କେତେ ଫରକ ରହିଛି । ତାହା ହେଉଛି ବିନ୍ଦୁମାନଙ୍କର
ବୃକ୍ଷ । ଏସବୁ କଥା ବାବା ତୁମ ବୁଦ୍ଧିରେ ବସାଉଛନ୍ତି । ତୁମ ବ୍ୟତୀତ ଏହି କଥା ଦୁନିଆରେ ଆଉ କେହି
ଶୁଣିବାର ସୌଭାଗ୍ୟ ପାଇବେ ନାହିଁ । ବାବା ବର୍ତ୍ତମାନ ନିଜର ଘର ଏବଂ ରାଜଧାନୀ କଥା ମନେ ପକାଇ
ଦେଉଛନ୍ତି । ତୁମେ ସନ୍ତାନମାନେ ରଚୟିତାଙ୍କୁ ଜାଣିବା ଦ୍ୱାରା ସୃଷ୍ଟିଚକ୍ରର ଆଦି-ମଧ୍ୟ-ଅନ୍ତକୁ
ଜାଣୁଛ । ତୁମେ ତ୍ରିକାଳଦର୍ଶୀ, ଆସ୍ତିକ ହୋଇଗଲ । ତୁମମାନଙ୍କ ବ୍ୟତୀତ ସାରା ଦୁନିଆରେ କେହି
ଆସ୍ତିକ ନୁହଁନ୍ତି । ତାହା ବିନାଶୀ ପାଠପଢା, ଏହା ହେଉଛି ଅବିନାଶୀ ପାଠପଢା । ସେଠାରେ ଅନେକ
ଶିକ୍ଷକ ପଢାଉଛନ୍ତି, ଏଠାରେ ଜଣେ ଶିକ୍ଷକ ପଢାଉଛନ୍ତି । ଯିଏ ପୁଣି ଚମତ୍କାର ଅଟନ୍ତି । ଇଏ ପିତା,
ଶିକ୍ଷକ ପୁଣି ଗୁରୁ ମଧ୍ୟ ଅଟନ୍ତି । ଇଏ ତ ସାରା ଦୁନିଆର ଶିକ୍ଷକ ଅଟନ୍ତି । କିନ୍ତୁ ସମସ୍ତଙ୍କୁ
ତ ପଢିବାର ନାହିଁ । ବାବାଙ୍କୁ ସମସ୍ତେ ଜାଣିଗଲେ ତ ବହୁତ ଏଠାକୁ ଦୌଡି ଆସିବେ, ବାପଦାଦାଙ୍କୁ
ଦେଖିବା ପାଇଁ । ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡଫାଦର (ଆଦିପିତା) ଆଦମଙ୍କ ଶରୀରରେ ବାବା ଆସିଛନ୍ତି,
ତେଣୁ ଏକଦମ୍ ଦୌଡି କରି ଆସିଯିବେ । ଲଢେଇ ଆରମ୍ଭ ହେଲେ ହିଁ ବାବାଙ୍କର ପ୍ରତ୍ୟକ୍ଷତା ହେବ, ପୁଣି
କେହି ଆସି ବି ପାରିବେ ନାହିଁ । ତୁମେ ଜାଣିଛ ଏହି ଅନେକ ଧର୍ମର ବିନାଶ ମଧ୍ୟ ହେବ । ପ୍ରଥମେ
ପ୍ରଥମେ ଏକମାତ୍ର ଭାରତ ହିଁ ଥିଲା ଆଉ କୌଣସି ଖଣ୍ଡ ନ ଥିଲା । ଏବେ ତୁମ ବୁଦ୍ଧିରେ ଭକ୍ତିମାର୍ଗର
କଥା ମଧ୍ୟ ଅଛି । ବୁଦ୍ଧିରୁ କେହି କ’ଣ ଭୁଲିଯାଇଥା’ନ୍ତି କି? କିନ୍ତୁ ସେ କଥା ମନେ ରହିଥିଲେ
ମଧ୍ୟ ଏବେ ତୁମେ ଜାଣୁଛ ଏହା ଜ୍ଞାନ ଅଟେ, ଭକ୍ତିର ପାର୍ଟ ପୂରା ହୋଇଛି ଏବେ ତ ଆମକୁ ଘରକୁ ଯିବାକୁ
ହେବ । ଏହି ଦୁନିଆରେ ରହିବାର ନାହିଁ । ଘରକୁ ଯିବା ପାଇଁ ତ ଖୁସି ହେବା ଉଚିତ୍ ନା । ତୁମ
ସନ୍ତାନମାନଙ୍କୁ ବୁଝାଯାଇଛି କି ବର୍ତ୍ତମାନ ତୁମର ବାନପ୍ରସ୍ଥ ଅବସ୍ଥା ଅଟେ । ତୁମେ ଦୁଇପଇସା ଏହି
ରାଜଧାନୀ ସ୍ଥାପନ କରିବାରେ ଲଗାଉଛ, ତାହା ମଧ୍ୟ ଯାହା କିଛି କରୁଛ, ବିଲ୍କୁଲ୍ କଳ୍ପ ପୂର୍ବ ଭଳି
। ତୁମେ ମଧ୍ୟ ଅବିକଳ କଳ୍ପ ପୂର୍ବର ଆତ୍ମା ଅଟ । ତୁମେ କହୁଛ ବାବା ଆପଣ ମଧ୍ୟ କଳ୍ପ ପୂର୍ବର ବାବା
ଅଟନ୍ତି । ଆମେ କଳ୍ପ-କଳ୍ପ ବାବାଙ୍କ ପାଖରେ ପଢୁଛୁ । ଶ୍ରୀମତରେ ଚାଲି ଶ୍ରେଷ୍ଠ ହେବାକୁ ପଡିବ ।
ଏହି କଥା ଆଉ କାହାର ବୁଦ୍ଧିରେ ନ ଥିବ । ତୁମକୁ ଏହି ଖୁସି ରହିଛି କି ଆମେ ଶ୍ରୀମତ ଅନୁସାରେ
ନିଜର ରାଜଧାନୀ ସ୍ଥାପନ କରୁଛୁ । ବାବା କେବଳ କହୁଛନ୍ତି ପବିତ୍ର ହୁଅ । ତୁମେ ପବିତ୍ର ହେଲେ ସାରା
ଦୁନିଆ ପବିତ୍ର ହେବ । ସମସ୍ତେ ଘରକୁ ଫେରିଯିବେ ବାକି ଅନ୍ୟ କଥାର ଆମେ କାହିଁକି ଚିନ୍ତା କରିବା
। କିପରି ଦଣ୍ଡ ପାଇବେ, କ’ଣ ହେବ, ଏଥିରେ ଆମର କ’ଣ ଯାଉଛି । ଆମକୁ ନିଜର ଚିନ୍ତା କରିବା ଦରକାର
। ଅନ୍ୟ ଧର୍ମବଲମ୍ବୀମାନଙ୍କ କଥାରେ ଆମେ କାହିଁକି ଯିବୁ । ଆମେ ହେଉଛୁ ଆଦି ସନାତନ ଦେବୀ-ଦେବତା
ଧର୍ମର । ବାସ୍ତବରେ ଏହାର ନାମ ଭାରତ ଅଟେ, ପୁଣି ହିନ୍ଦୁସ୍ଥାନ ନାମ ରଖି ଦେଇଛନ୍ତି । ହିନ୍ଦୁ
କୌଣସି ଧର୍ମ ନୁହେଁ । ଆମେ ଲେଖୁଛୁ କି ଆମେ ଦେବୀ ଦେବତା ଧର୍ମର ଅଟୁ, ତେବେ ବି ସେମାନେ ହିନ୍ଦୁ
ଲେଖି ଦେଉଛନ୍ତି କାହିଁକି ନା ଜାଣିନାହାଁନ୍ତି ଯେ ଦେବୀ-ଦେବତା ଧର୍ମ କେବେ ଥିଲା । କେହି ବି
ବୁଝୁ ନାହାଁନ୍ତି । ବର୍ତ୍ତମାନ ଏତେ ବ୍ରହ୍ମାକୁମାର-କୁମାରୀ ଅଛନ୍ତି, ଏହା ତ ପରିବାର ହୋଇଗଲା
ନା! ଘର ହୋଇଗଲା ନା! ବ୍ରହ୍ମା ତ ହେଉଛନ୍ତି ପ୍ରଜାପିତା, ସମସ୍ତଙ୍କର ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡ
ଫାଦର (ଆଦିପିତା), ପ୍ରଥମେ ତୁମେ ବ୍ରାହ୍ମଣ ହେଉଛ ପରେ ଅନ୍ୟ ସବୁ ବର୍ଣ୍ଣରେ ଆସୁଛ ।
ତୁମର ଏହା କଲେଜ ଅଥବା
ବିଶ୍ୱ ବିଦ୍ୟାଳୟ ଅଟେ, ଡାକ୍ତରଖାନା ମଧ୍ୟ ଅଟେ । ଗାୟନ କରାଯାଏ ଜ୍ଞାନ ଅଞ୍ଜନ ସତ୍ଗୁରୁ ଦେଲେ,
ଅଜ୍ଞାନ ଅନ୍ଧାର ବିନାଶ... । ଯୋଗ ବଳ ଦ୍ୱାରା ତୁମେ ସଦା ସୁସ୍ଥ ସଦା ଧନବାନ୍ ହେଉଛ ।
ନେଚର-କିଓର (ପ୍ରାକୃତିକ ଉପଚାର) କରାଇଥା’ନ୍ତି ନା । ଏବେ ତୁମର ଆତ୍ମା କିଓର୍ ଅର୍ଥାତ୍ ନିରୋଗ
ହେବା ଦ୍ୱାରା ପୁଣି ଶରୀର ମଧ୍ୟ କିଓର ହୋଇଯିବ । ଏହା ହେଉଛି ଆଧ୍ୟାତ୍ମିକ ନେଚର-କିଓର ।
ସ୍ୱାସ୍ଥ୍ୟ, ସମ୍ପତ୍ତି, ଖୁସି ୨୧ ଜନ୍ମ ପାଇଁ ମିଳୁଛି । ଉପରେ ନାମ ଲେଖିଦିଅ ରୁହାନୀ ନେଚର
କିଓର (ଆଧ୍ୟାତ୍ମିକ ପ୍ରାକୃତିକ ଉପଚାର) । ମନୁଷ୍ୟଙ୍କୁ ପବିତ୍ର କରାଇବାର ଉପାୟ ଲେଖିବାରେ କୌଣସି
ଆପତ୍ତିର କଥା ନାହିଁ । ଆତ୍ମା ହିଁ ପତିତ ହୋଇଛି । ସେଥିପାଇଁ ତ ଡାକୁଛନ୍ତି ନା । ଆତ୍ମା ପ୍ରଥମେ
ସତ୍ତ୍ୱପ୍ରଧାନ ପବିତ୍ର ଥିଲା ପୁଣି ଅପବିତ୍ର ହୋଇଗଲା ପୁଣି ପବିତ୍ର କିପରି ହେବ? ଭଗବାନୁବାଚ -
ମନମନାଭବ,ମୋତେ ମନେ ପକାଅ ତେବେ ମୁଁ ଗ୍ୟାରେଣ୍ଟି ଦେଉଛି ତୁମେ ପବିତ୍ର ହୋଇଯିବ । ବାବା କେତେ
ଉପାୟମାନ ବତାଉଛନ୍ତି - ଏହିପରି ବୋର୍ଡ ସବୁ ଲଗାଅ । କିନ୍ତୁ କେହି ମଧ୍ୟ ଏପରି ବୋର୍ଡ ଲଗାଇ
ନାହାଁନ୍ତି । ମୁଖ୍ୟ ମୁଖ୍ୟ ଚିତ୍ର ସବୁ ରଖିଛ । ଭିତରକୁ କେହି ବି ଆସିଲେ କୁହ ତୁମେ ଆତ୍ମା
ପରମଧାମର ନିବାସୀ ଅଟ । ଏଠାରେ ଏହି କର୍ମେନ୍ଦ୍ରିୟ ମିଳିଛି ଅଭିନୟ କରିବା ପାଇଁ । ଏହି ଶରୀର ତ
ବିନାଶୀ ଅଟେ ନା । ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ । ଏବେ ତୁମର ଆତ୍ମା ଅପବିତ୍ର
ହୋଇଯାଇଛି ପୁଣି ପବିତ୍ର ହୋଇଗଲେ ଘରକୁ ଚାଲିଯିବ । ବୁଝାଇବା ତ ବହୁତ ସହଜ ଅଟେ । ଯିଏ କଳ୍ପ
ପୂର୍ବର ଆତ୍ମା ହୋଇଥିବେ ସେହିମାନେ ହିଁ ଆସି କଣ୍ଟାରୁ ଫୁଲ ହେବେ । ଏଥିରେ ଡରିବାର କୌଣସି କଥା
ନାହିଁ । ତୁମେ ତ ଭଲ କଥା ସବୁ ଲେଖୁଛ । ସେହି ଗୁରୁମାନେ ମଧ୍ୟ ମନ୍ତ୍ର ଦେଇଥାନ୍ତି ନା । ବାବା
ମଧ୍ୟ ମନମନାଭବର ମନ୍ତ୍ର ଦେଇ ପୁଣି ରଚୟିତା ଏବଂ ରଚନାର ରହସ୍ୟ ବୁଝାଉଛନ୍ତି । ଗୃହସ୍ଥ
ବ୍ୟବହାରରେ ରହି କେବଳ ବାବାଙ୍କୁ ମନେ ପକାଅ । ଅନ୍ୟମାନଙ୍କୁ ମଧ୍ୟ ପରିଚୟ ଦିଅ, ଲାଇଟ୍ ହାଉସ୍ (ବତୀଘର,
ଯିଏ ଆଲୋକ ପ୍ରଦାନ କରେ) ମଧ୍ୟ ହୁଅ ।
ତୁମ ସନ୍ତାନମାନଙ୍କୁ
ଦେହୀ-ଅଭିମାନୀ ହେବା ପାଇଁ ବହୁତ ଗୁପ୍ତ ମେହନତ କରିବାକୁ ପଡିବ । ଯେପରି ବାବା ଜାଣିଛନ୍ତି ଯେ
ମୁଁ ଆତ୍ମାମାନଙ୍କୁ ପଢାଉଛି, ସେହିପରି ତୁମେ ପିଲାମାନେ ମଧ୍ୟ ଆତ୍ମ-ଅଭିମାନୀ ହେବା ପାଇଁ ମେହନତ
କର । ମୁଖ ଦ୍ୱାରା ଶିବ-ଶିବ କହିବାର ମଧ୍ୟ ଆବଶ୍ୟକତା ନାହିଁ । ନିଜକୁ ଆତ୍ମା ଭାବି ବାବାଙ୍କୁ
ୟାଦ କରିବାକୁ ହେବ, କାହିଁକି ନା ମୁଣ୍ଡ ଉପରେ ବହୁତ ପାପର ବୋଝ ରହିଛି । ୟାଦ କରିବା ଦ୍ୱାରା
ହିଁ ତୁମେ ପବିତ୍ର ହୋଇଯିବ । କଳ୍ପ ପୂର୍ବରୁ ଯେଉଁମାନେ ଯେପରି ଯେପରି ବର୍ସା ନେଇଥିବେ,
ସେହିମାନେ ହିଁ ନିଜ-ନିଜର ସମୟରେ ବର୍ସା (ସମ୍ପତ୍ତି) ନେବେ । କିଛି ହେଲେ ଅଦଳ-ବଦଳ ହୋଇପାରିବ
ନାହିଁ । ମୁଖ୍ୟ କଥା ହେଉଛି ଦେହୀ-ଅଭିମାନୀ ହୋଇ ବାବାଙ୍କୁ ୟାଦ କରିବା, ତେବେ ମାୟାର ଚାପୁଡା
ଖାଇବ ନାହିଁ । ଦେହ-ଅଭିମାନରେ ଆସିଲେ କିଛି ନା କିଛି ବିକର୍ମ ହେବ ପୁଣି ଶହେ ଗୁଣା ପାପ ହୋଇଯିବ
। ସିଡି ଓହ୍ଲାଇବା ପାଇଁ ୮୪ ଜନ୍ମ ଲାଗିଛି । ଏବେ ପୁଣି ଚଢିବାର କଳା ଅର୍ଥାତ୍ ଉନ୍ନତିର କଳା ଏହି
ଗୋଟିଏ ଜନ୍ମରେ ହିଁ ହେଉଛି । ବାବା ଆସିଥିବାରୁ ଲିଫ୍ଟର ମଧ୍ୟ ଉଦ୍ଭାବନ ହୋଇଛି । ପୂର୍ବରୁ ତ
ଅଣ୍ଟାରେ ହାତ ଦେଇ ସିଡି ଚଢୁଥିଲେ । ଏବେ ସହଜ ହେବା ପାଇଁ ଲିଫଟ୍ ବାହାରିଲାଣି । ଏହା ମଧ୍ୟ ଲିଫ୍ଟ
ଅଟେ ଯାହାକି ଗୋଟିଏ ସେକେଣ୍ଡରେ ମୁକ୍ତି ଏବଂ ଜୀବନମୁକ୍ତିକୁ ଯାଉଛ । ଜୀବନ ବନ୍ଧନ ପର୍ଯ୍ୟନ୍ତ
ଆସିବା ପାଇଁ ୫ ହଜାର ବର୍ଷ, ୮୪ ଜନ୍ମ ଲାଗୁଛି । ଜୀବନମୁକ୍ତି (ସ୍ୱର୍ଗ)କୁ ଯିବା ପାଇଁ ଗୋଟିଏ
ଜନ୍ମ ଲାଗୁଛି । କେତେ ସହଜ ଅଟେ । ତୁମଠାରୁ ମଧ୍ୟ ଯିଏ ପଛରେ ଆସିବେ ସେ ମଧ୍ୟ ତୁରନ୍ତ ଚଢିଯିବେ
। ବୁଝିବେ ଯେ ହଜିଯାଇଥିବା ଜିନିଷ ବାବା ଦେବାକୁ ଆସିଛନ୍ତି । ତାଙ୍କ ମତରେ ନିଶ୍ଚିତ ପରିଚାଳିତ
ହେବୁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କୌଣସି
ଚିନ୍ତା ନ କରି ଶ୍ରୀମତ ଆଧାରରେ ନିଜର ଗୁପ୍ତ ରାଜଧାନୀ ସ୍ଥାପନ କରିବାକୁ ହେବ । ବିଘ୍ନ ପାଇଁ
ଚିନ୍ତା କରିବାର ନାହିଁ । ବୁଦ୍ଧିରେ ରହୁ ଯେ କଳ୍ପ ପୂର୍ବରୁ ଯେଉଁମାନେ ସହଯୋଗ ଦେଇଥିଲେ ସେମାନେ
ଏବେ ମଧ୍ୟ ନିଶ୍ଚିତ କରିବେ, ତେଣୁ ଚିନ୍ତାର କୌଣସି କଥା ନାହିଁ ।
(୨) ସବୁବେଳେ ଏହି
ଖୁସିରେ ରୁହ ଯେ ଏବେ ଆମର ବାନପ୍ରସ୍ଥ ଅବସ୍ଥା ଅଟେ, ଆମେ ଘରକୁ ଫେରୁଛୁ । ତେଣୁ ଆତ୍ମ-ଅଭିମାନୀ
ହେବାର ବହୁତ ଗୁପ୍ତ ମେହନତ କରିବାକୁ ହେବ । କୌଣସି ବିକର୍ମ କରିବାର ନାହିଁ ।
ବରଦାନ:-
ଯେ କୌଣସି
ପ୍ରକାରର ବିକରାଳ ସମସ୍ୟାକୁ ଶୀତଳ କରୁଥିବା ସମ୍ପୂର୍ଣ୍ଣ ନିଶ୍ଚୟ ବୁଦ୍ଧି ହୁଅ ।
ଯେପରି ବାବାଙ୍କ ଉପରେ
ନିଶ୍ଚୟ ରହିଛି ସେହିପରି ନିଜ ଉପରେ ତଥା ଡ୍ରାମା ଉପରେ ମଧ୍ୟ ନିଶ୍ଚୟ ରହିବା ଦରକାର । ନିଜ ଭିତରେ
ଯଦି କୌଣସି ଦୁର୍ବଳତାର ସଂକଳ୍ପ ଉତ୍ପନ୍ନ ହେବ ତେବେ ଦୁର୍ବଳତାର ସଂସ୍କାର ତିଆରି ହୋଇଯିବ
ସେଥିପାଇଁ ବ୍ୟର୍ଥ ସଂକଳ୍ପ ରୂପୀ ଜୀବାଣୁ ଗୁଡିକୁ ନିଜ ଭିତରକୁ ପ୍ରବେଶ କରିବାକୁ ଦିଅ ନାହିଁ,
ଏହା ସହିତ ଡ୍ରାମାରେ ଯାହା ବି ଦୃଶ୍ୟ ଦେଖୁଛ, ହଲଚଲ୍ ହେବାର ସୀନ୍ରେ ମଧ୍ୟ କଲ୍ୟାଣର ଅନୁଭବ
ହେଉ । ବାତାବରଣ ହଲଚଲ୍ କରିବା ଭଳି ହୋଇଥିବ, ସମସ୍ୟା ବିକରାଳ ହୋଇଥିବ କିନ୍ତୁ ସେଥିରେ ମଧ୍ୟ
ସର୍ବଦା ନିଶ୍ଚୟ ବୁଦ୍ଧି ବିଜୟୀ ହୁଅ, ତେବେ ବିକରାଳ ସମସ୍ୟା ଗୁଡିକ ମଧ୍ୟ ଶୀତଳ ହୋଇଯିବ ।
ସ୍ଲୋଗାନ:-
ଅବିନାଶୀ ରଙ୍ଗର
ସଚ୍ଚା ହୋଲୀ ଦ୍ୱାରା ବାବାଙ୍କ ସମାନ ସ୍ଥିତିର ଅନୁଭବୀ ହୁଅ ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୧୨) ଯେପରି ପରମାତ୍ମା
ଏକ ଅଟନ୍ତି, ଏହା ସମସ୍ତ ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନଙ୍କର ମାନ୍ୟତା ଅଟେ । ଏହିପରି ଯଥାର୍ଥ
ସତ୍ୟ ଜ୍ଞାନ କେବଳ ଏକ ବାବାଙ୍କର ଅଟେ ଅଥବା ଗୋଟିଏ ହିଁ ରାସ୍ତା ଅଟେ, ଯେତେବେଳେ ଏହି କଥା
ସବୁଆଡେ ପ୍ରଚାରିତ ହୋଇଯିବ ସେତେବେଳେ ଆତ୍ମାମାନଙ୍କର ଅନେକ କୁଟା ଗୁଡିକର ସାହାରାଗୁଡିକ ପଛରେ
ଭଟକିବା ବନ୍ଦ ହେବ । ବର୍ତ୍ତମାନ ଏହା ବୁଝୁଛନ୍ତି କି ଏହା ମଧ୍ୟ ଗୋଟିଏ ରାସ୍ତା । ଭଲ ରାସ୍ତା ।
କିନ୍ତୁ ଶେଷରେ ଏକ ବାବାଙ୍କର ଗୋଟିଏ ପରିଚୟ, ଗୋଟିଏ ହିଁ ରାସ୍ତା ରହିଛି । ଏହି ସତ୍ୟତାର
ପରିଚୟର ବା ସତ୍ୟ ଜ୍ଞାନର ଶକ୍ତିର ତରଙ୍ଗ ଖେଳାଇ ଦିଅ, ତାହା ହେଲେ ପ୍ରତ୍ୟକ୍ଷତାର ପତାକା ତଳେ
ସମସ୍ତ ଆତ୍ମାମାନେ ସାହାରା ନେଇପାରିବେ ।