12.03.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ପାଠପଢା ହିଁ ରୋଜଗାରର ପନ୍ଥା ଅଟେ, ଏହା ଦ୍ୱାରା ତୁମେମାନେ ମନୁଷ୍ୟରୁ ଦେବତା ହେଉଛ, ୨୧ ଜନ୍ମ ପାଇଁ ତୁମର ସଚ୍ଚା ରୋଜଗାର ହୋଇଯାଉଛି ।”

ପ୍ରଶ୍ନ:-
ବାବା ଯେଉଁ ମିଠା ମିଠା କଥା ଶୁଣାଉଛନ୍ତି, ସେଗୁଡିକର ଧାରଣା କେତେବେଳେ ହେବ?

ଉତ୍ତର:-
ଯେତେବେଳେ ବୁଦ୍ଧି ଉପରେ ପରମତ ବା ମନମତର ପ୍ରଭାବ ନ ରହିବ । ଯେଉଁ ପିଲାମାନେ ଶୁଣାଶୁଣି କଥାରେ ଚାଲୁଛନ୍ତି, ସେମାନଙ୍କ ବୁଦ୍ଧିରେ ଜ୍ଞାନର ଧାରଣା ହୋଇପାରିବ ନାହିଁ । ଜ୍ଞାନ ବ୍ୟତୀତ ଯଦି ଆଉ କେହି କିଛି ବି ଶୁଣାଉଛି ତେବେ ସିଏ ଯେପରି ଶତ୍ରୁ ଅଟେ । ମିଛ କଥା ଶୁଣାଇବାବାଲା ତ ବହୁତ ଅଛନ୍ତି ସେଥିପାଇଁ ଖରାପ କଥା ଶୁଣିବାର ନାହିଁ, ଖରାପ କଥା ଦେଖିବାର ନାହିଁ । ମନୁଷ୍ୟରୁ ଦେବତା ହେବା ପାଇଁ ଏକମାତ୍ର ବାବାଙ୍କର ଶ୍ରୀମତ ଅନୁସାରେ ହିଁ ଚାଲିବାର ଅଛି ।

ଗୀତ:-
ହମାରେ ତୀର୍ଥ ନ୍ୟାରେ ହେଁ...

ଓମ୍ ଶାନ୍ତି ।
ଏହି ଗୀତରେ ଯେପରି ନିଜର ମହିମା କରୁଛନ୍ତି । ବାସ୍ତବରେ ନିଜର ମହିମା କରାଯାଏ ନାହିଁ । ଏସବୁ ତ ବୁଝିବାର କଥା ଅଟେ । ଭାରତବାସୀ ବହୁତ ବୁଦ୍ଧିମାନ ଥିଲେ, କିନ୍ତୁ ଏବେ ବୁଦ୍ଧିହୀନ ହୋଇଯାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ ବୁଦ୍ଧିମାନ କେଉଁମାନେ ଥିଲେ? ଏହିକଥା କେଉଁଠି ବି ଲେଖା ହୋଇନାହିଁ । ତୁମେ ହେଲ ଗୁପ୍ତ । କେତେ ଆଶ୍ଚର୍ଯ୍ୟର କଥା । ପ୍ରଥମେ ତ ବାବା କହୁଛନ୍ତି ମୋ ଦ୍ୱାରା ହିଁ ପିଲାମାନେ ମୋତେ ଜାଣିପାରିବେ ଏବଂ ପୁଣି ମୋତେ ଜାଣିବା ଦ୍ୱାରା ହିଁ ସବୁ କିଛି ଜାଣିପାରିବେ । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଯେଉଁ ଖେଳ ଚାଲିଛି, ତାକୁ ମଧ୍ୟ ପିଲାମାନେ ବୁଝିଯାଉଛନ୍ତି, ଯାହାକି ଆଉ କେହି ବି ଜାଣିନାହାଁନ୍ତି । ଗୋଟିଏ ମୁଖ୍ୟ ଭୁଲ କରିଦେଇଛନ୍ତି, ନିରାକାର ପରମପିତା ପରମାତ୍ମା ଶିବଙ୍କ ପରିବର୍ତ୍ତେ ଗୀତାରେ ଶ୍ରୀକୃଷ୍ଣଙ୍କ ନାମ ଲେଖି ଦେଇଛନ୍ତି । ପ୍ରଥମ ନମ୍ବରର ଶାସ୍ତ୍ର ଯାହାକୁ ଶ୍ରୀମତ୍ ଭଗବତ୍ ଗୀତା ବୋଲି କହୁଛନ୍ତି, ତାହା ଭୁଲ୍ ହୋଇଯାଇଛି । ସେଥିପାଇଁ ପ୍ରଥମେ-ପ୍ରଥମେ ତ ଏହି କଥା ପ୍ରମାଣ କରିବାକୁ ହେବ ଯେ ଭଗବାନ କେବଳ ଜଣେ ହିଁ ଅଟନ୍ତି । ତାପରେ ପଚାରିବା ଦରକାର ଯେ, ଗୀତାର ଭଗବାନ କିଏ? ଭାରତର ଧର୍ମ ହେଲା ଆଦି ସନାତନ ଦେବୀ ଦେବତା ଧର୍ମ । ଯଦି ନୂଆ ଧର୍ମ କୁହାଯିବ ତେବେ ବ୍ରାହ୍ମଣ ଧର୍ମ ହିଁ କୁହାଯିବ । ପ୍ରଥମ ହେଲେ ବ୍ରାହ୍ମଣ ଚୁଟୀ ତାଙ୍କ ପରେ ଦେବତାମାନେ । ବ୍ରାହ୍ମଣ ଧର୍ମ ହିଁ ଉଚ୍ଚରୁ ଉଚ୍ଚ ଅଟେ । ଯେଉଁ ବ୍ରାହ୍ମଣମାନଙ୍କୁ ବ୍ରହ୍ମାଙ୍କ ଦ୍ୱାରା ପରମପିତା ପରମାତ୍ମା ରଚନା କରୁଛନ୍ତି ସେହି ବ୍ରାହ୍ମଣମାନେ ହିଁ ଦେବତା ହୋଇଥା’ନ୍ତି । ମୁଖ୍ୟ କଥା ହେଲା, ଭଗବାନ ସମସ୍ତଙ୍କର ପିତା ଏବଂ ନୂଆ ଦୁନିଆର ରଚୟିତା । ତେବେ ନିଶ୍ଚିତ ନୂଆ ଦୁନିଆ ହିଁ ରଚନା କରିବେ ନା । ନୂଆ ଦୁନିଆରେ ଭାରତ ନୂଆ ହୋଇଥାଏ । ପରମାତ୍ମା ମଧ୍ୟ ଭାରତରେ ହିଁ ଜନ୍ମ ନେଇଛନ୍ତି, ବ୍ରହ୍ମାଙ୍କ ଦ୍ୱାରା ଭାରତକୁ ସ୍ୱର୍ଗ କରୁଛନ୍ତି । ତୁମକୁ ନିଜର ସନ୍ତାନ କରି ପୁଣି ମନୁଷ୍ୟରୁ ଦେବତା କରିବା ପାଇଁ ପାଠ ପଢାଉଛନ୍ତି । ପ୍ରଥମେ ତୁମେ ଶୁଦ୍ର ବର୍ଣ୍ଣର ଥିଲ, ପୁଣି ବ୍ରାହ୍ମଣ ବର୍ଣ୍ଣକୁ ଆସିଲ ତାପରେ ଦେବତା ବର୍ଣ୍ଣକୁ । ପରେ ପରେ ପୁଣି ବୃଦ୍ଧି ହୋଇ ଚାଲିଲା । ଗୋଟିଏ ଧର୍ମରୁ ଅନେକ ଧର୍ମ ହୋଇଯାଇଥାଏ । ସବୁ ଧର୍ମର ଶାଖା ପ୍ରଶାଖା ମଧ୍ୟ ହୋଇଯାଇଥାଏ, ପ୍ରତ୍ୟେକ ଧର୍ମରୁ ଶାଖା ପ୍ରଶାଖା ବାହାରିଲା । ବିଶେଷ କରି ତିନିଟି ଶାଖା ରହିଛି ନା । ସେଥିମଧ୍ୟରୁ ଦେବତାଧର୍ମ ହେଲା ମୁଖ୍ୟ । ପ୍ରତ୍ୟେକ ଧର୍ମରୁ ନିଜ-ନିଜର ଶାଖା ମଧ୍ୟ ବାହାରୁଛି । ମୁଖ୍ୟ ମୂଳଦୁଆ ହେଲା, ଆଦି ସନାତନ ଦେବୀ ଦେବତା ଧର୍ମ, ତା’ ପରେ ପୁଣି ତିନୋଟି ମୁଖ୍ୟ ଶାଖା ବାହାରିଲା ଇସ୍‌ଲାମୀ, ବୌଦ୍ଧି ଏବଂ ଖ୍ରୀଷ୍ଟିୟାନ । ମୁଖ୍ୟକାଣ୍ଡ ହେଲା ଆଦି ସନାତନ ଦେବୀ ଦେବତା ଧର୍ମର, ଯେଉଁମାନେ କି ଏବେ ରାଜଯୋଗର ଶିକ୍ଷା ଗ୍ରହଣ କରୁଛନ୍ତି । ଆବୁର ଦିଲୱାଡା ମନ୍ଦିର ବହୁତ ଭଲ ଭାବରେ ତିଆରି ହୋଇଛି, ଯେଉଁଥିରେ ସବୁ ଜ୍ଞାନ ରହିଛି । ପିଲାମାନେ ଏଠାରେ ଉପସ୍ଥିତ ଅଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ତୁମେମାନେ ରାଜଯୋଗର ତପସ୍ୟା କରିଥିଲ । ଯେପରି ଖ୍ରୀଷ୍ଟଙ୍କର ସ୍ମାରକୀ ଖ୍ରୀଷ୍ଟିୟାନ ଦେଶରେ ରହିଛି । ସେହିପରି ତୁମେ ପିଲାମାନେ ଏହିଠାରେ ଅର୍ଥାତ୍ ଆବୁରେ ତପସ୍ୟା କରିଥିଲ ତେଣୁ ତୁମର ସ୍ମୃତିଚିହ୍ନ ମଧ୍ୟ ଏହିଠାରେ ହିଁ ଅଛି । ଏହା ବହୁତ ସହଜ କଥା କିନ୍ତୁ କେହି ବି ଜାଣିନାହାଁନ୍ତି । ସନ୍ନ୍ୟାସୀମାନେ ତ କହିଦେଉଛନ୍ତି ଏସବୁ କଳ୍ପନା ଅଟେ, ଯିଏ ଯେପରି କଳ୍ପନା କରିଛି । ତୁମପାଇଁ ମଧ୍ୟ କହୁଛନ୍ତି ନିଜର କଳ୍ପନା ଅନୁସାରେ ଏହିସବୁ ଚିତ୍ର ଗୁଡିକ ତିଆରି କରିଛନ୍ତି । ତେବେ ଯେ ପର୍ଯ୍ୟନ୍ତ ବାବାଙ୍କୁ ନ ଜାଣିଛନ୍ତି, ସେ ପର୍ଯ୍ୟନ୍ତ କଳ୍ପନା ହିଁ ଭାବିବେ । ଜ୍ଞାନର ଭଣ୍ଡାର ତ ଏକମାତ୍ର ବାବା ହିଁ ଅଟନ୍ତି ନା । ତେବେ ମୁଖ୍ୟ କଥା ହେଲା ବାବାଙ୍କର ପରିଚୟ ଦେବା । ବାବା ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି, କଳ୍ପ ପୂର୍ବରୁ ମଧ୍ୟ ଦେଇଥିଲେ । ତୁମକୁ ପୁଣି ୮୪ ଜନ୍ମ ମଧ୍ୟ ନେବାକୁ ହେବ । ବାସ୍ତବରେ ଭାରତବାସୀଙ୍କର ହିଁ ୮୪ ଜନ୍ମ ହୋଇଥାଏ । ପୁଣି ସଂଗମଯୁଗରେ ବାବା ଆସି ରାଜଧାନୀ ସ୍ଥାପନ କରୁଛନ୍ତି । ତୁମେ ପିଲାମାନେ ବାବାଙ୍କ ଦ୍ୱାରା ସବୁ କିଛି ଜାଣିସାରିଛ । ଯେତେବେଳେ ଭଲ ଭାବରେ ବୁଝିଯିବ, ବୁଦ୍ଧିରେ ରହିବ ତେବେ ଯାଇ ଖୁସିରେ ରହିବ ।

ଏହି ପାଠପଢା ବଡ ରୋଜଗାର କରିବାର ଉପାୟ ଅଟେ । ପାଠପଢା ଦ୍ୱାରା ହିଁ ମନୁଷ୍ୟ ବାରିଷ୍ଟର (ଓକିଲ) ଆଦି ହୋଇଥା’ନ୍ତି । କିନ୍ତୁ ଏହି ପାଠପଢା ମନୁଷ୍ୟରୁ ଦେବତା ହେବାର ଅଟେ । କେତେ ପ୍ରାପ୍ତି ହୋଇଥାଏ । କିନ୍ତୁ ଏହି ପାଠପଢା ଦ୍ୱାରା ଯେଉଁ ରୋଜଗାର ହେଉଛି, ତାହା ଆଉ କେହି କରାଇପାରିବେ ନାହିଁ । ଗ୍ରନ୍ଥ ସାହେବ (ଶିଖ୍ ଧର୍ମର ପୁସ୍ତକ)ରେ ମଧ୍ୟ ଗାୟନ ଅଛି - ମନୁଷ୍ୟରୁ ସେ ଦେବତା କିଏ କରତ ନ ଲାଗେ ବାର । କିନ୍ତୁ ମନୁଷ୍ୟମାନଙ୍କର ବୁଦ୍ଧି କିଛି କାମ କରୁ ନାହିଁ । ନିଶ୍ଚିତ ସେହି ଦେବୀ-ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି, ସେଥିପାଇଁ ତ ଲେଖିଛନ୍ତି ମନୁଷ୍ୟରୁ ଦେବତା ହୋଇଗଲେ । ତେବେ ଦେବତାମାନେ ସତ୍ୟଯୁଗରେ ଥିଲେ । ସେମାନଙ୍କୁ ନିଶ୍ଚିତ ଭଗବାନ ହିଁ ସଂଗମଯୁଗରେ ରଚନା କରିଥିବେ । କିପରି ରଚନା କରିଲେ? ଏ କଥା କେହି ବି ଜାଣି ନାହାଁନ୍ତି । ଗୁରୁନାନକ ମଧ୍ୟ ପରମାତ୍ମାଙ୍କର ମହିମା ଗାନ କରିଛନ୍ତି । ତାଙ୍କ ଭଳି ମହିମା ଆଉ କେହି ଗାୟନ କରିନାହାଁନ୍ତି । ସେଥିପାଇଁ ଗ୍ରନ୍ଥ ସାହେବକୁ ଭାରତରେ ପଢୁଛନ୍ତି । ଗୁରୁନାନକଙ୍କର କଳିଯୁଗରେ ଅବତରଣ ହୋଇଥାଏ । ସିଏ ହେଲେ ଧର୍ମସ୍ଥାପକ । ରାଜତ୍ୱ ତ ପରେ ଆରମ୍ଭ ହୁଏ । ବାବା ତ ଏହି ଦେବୀ-ଦେବତା ଧର୍ମର ସ୍ଥାପନା କରିଛନ୍ତି । ବାସ୍ତବରେ ନୂଆ ଦୁନିଆ ବ୍ରାହ୍ମଣମାନଙ୍କର ହିଁ କୁହାଯିବ । ଚୁଟୀ ଯଦିଓ ବ୍ରାହ୍ମଣମାନଙ୍କର ରହିଛି ଅର୍ଥାତ୍ ଯଦିଓ ବ୍ରାହ୍ମଣମାନେ ଶୀର୍ଷରେ ଅଛନ୍ତି କିନ୍ତୁ ରାଜଧାନୀ ଦେବୀ ଦେବତାମାନଙ୍କଠାରୁ ଆରମ୍ଭ ହୋଇଥାଏ । ତୁମେମାନେ ପରମାତ୍ମାଙ୍କ ଦ୍ୱାରା ରଚନା କରାଯାଇଥିବା ବ୍ରାହ୍ମଣ ଅଟ । ତୁମମାନଙ୍କର ରାଜଧାନୀ ନାହିଁ । ତୁମେମାନେ ଏବେ ନିଜ ପାଇଁ ରାଜଧାନୀ ସ୍ଥାପନ କରୁଛ । ଏସବୁ ବହୁତ ବିଚିତ୍ର କଥା ଅଟେ । ମନୁଷ୍ୟ ତ କିଛି ବି ଜାଣି ନାହାଁନ୍ତି । ଏକଥା ପ୍ରଥମେ ପ୍ରଥମେ ଆମକୁ ଜଣାପଡିଲା ତେଣୁ ଆମ ଦ୍ୱାରା ଅନ୍ୟମାନଙ୍କୁ ଜଣାପଡୁଛି । ତୁମେମାନେ ଶୁଦ୍ରରୁ ବ୍ରାହ୍ମଣ ହୋଇଛ । ବ୍ରହ୍ମାଙ୍କୁ ମଧ୍ୟ ଏବେ ବାବାଙ୍କ ଦ୍ୱାରା ସବୁକଥା ଜଣାପଡୁଛି । ଜଣଙ୍କୁ ଶୁଣାଇବା ସହିତ ମୋତେ ସବୁ ପିଲାମାନଙ୍କୁ ମଧ୍ୟ ଶୁଣାଇବାକୁ ହେଉଛି । ତାଙ୍କ ଶରୀର ଦ୍ୱାରା ମୁଁ ତୁମମାନଙ୍କୁ ବସି ଶୁଣାଉଛି । ଏସବୁ ହେଲା ଅନୁଭବର କଥା । ଶାସ୍ତ୍ରମାନଙ୍କରୁ ତ କେହି କିଛି ବି ବୁଝିପାରିବେ ନାହିଁ । ବାବା କହୁଛନ୍ତି, ସାରା କଳ୍ପ ଭିତରେ ଥରେ ମାତ୍ର ମୁଁ ଆସି ଏହିଭଳି ବୁଝାଉଛି ଏବଂ ଅନେକ ଧର୍ମର ବିନାଶ କରିବା ସହିତ ଗୋଟିଏ ଧର୍ମର ସ୍ଥାପନା କରୁଛି । ଏହା ହେଉଛି ୫ ହଜାର ବର୍ଷର ଖେଳ । ତୁମେ ପିଲାମାନେ ଜାଣିଛ ଯେ, ଆମେ ୮୪ ଜନ୍ମ ନେଇଛୁ । ବିଷ୍ଣୁଙ୍କର ନାଭିରୁ ବ୍ରହ୍ମାଙ୍କୁ ଦେଖାଇଥା’ନ୍ତି । ବ୍ରହ୍ମା ଏବଂ ବିଷ୍ଣୁ ଏମାନେ କାହାର ସନ୍ତାନ? ଦୁଇଜଣଯାକ ଶିବଙ୍କର ସନ୍ତାନ ଅଟନ୍ତି । ସିଏ ହେଲେ ରଚୟିତା, ଏମାନେ ରଚନା । ଏହିସବୁ କଥାକୁ କେହି ବୁଝିପାରିବେ ନାହିଁ କାରଣ ଏହା ବିଲ୍‌କୁଲ୍ ନୂଆ କଥା । ବାବା ମଧ୍ୟ କହୁଛନ୍ତି ଏହା ସମ୍ପୂର୍ଣ୍ଣ ନୂଆ କଥା । କୌଣସି ଶାସ୍ତ୍ରରେ ଏହି ସବୁ କଥା ନାହିଁ । ଜ୍ଞାନର ସାଗର ହେଲେ ବାବା । ସିଏ ହିଁ ଗୀତାର ଭଗବାନ ଅଟନ୍ତି । ଭକ୍ତିମାର୍ଗରେ ଶିବଜୟନ୍ତୀ ପାଳନ କରୁଛନ୍ତି । ସତ୍ୟ ତ୍ରେତାଯୁଗରେ କେହି ପାଳନ କରି ନ ଥାଆନ୍ତି । ତେବେ ନିଶ୍ଚିତ ଭାବରେ ସଂଗମଯୁଗରେ ହିଁ ଶିବବାବା ଆସୁଥିବେ । ଏହି ସବୁ କଥାକୁ ତୁମେମାନେ ବୁଝିଚାଲିଛ ଏବଂ ଅନ୍ୟମାନଙ୍କୁ ବୁଝାଇ ଚାଲିଛ । ତେଣୁ ବାବାଙ୍କର ଯାହା ମହିମା ରହିଛି ତାହା ତୁମମାନଙ୍କର ମଧ୍ୟ ହେବା ଦରକାର । ତୁମକୁ ମଧ୍ୟ ମାଷ୍ଟର ଜ୍ଞାନର ସାଗର ହେବାକୁ ପଡିବ । ପ୍ରେମର ସାଗର, ସୁଖର ସାଗର ଏହିଠାରେ ହିଁ ହେବାକୁ ପଡିବ । ତୁମେମାନେ କାହାକୁ ବି ଦୁଃଖ ଦେବା ଉଚିତ୍ ନୁହେଁ । ତୁମକୁ ବହୁତ ମିଠା ହେବାକୁ ପଡିବ । ତୁମେ ଯେଉଁମାନେ କି ଏକଦମ୍ ପିତା, ଜହର ଭଳି ଥିଲ, ଏବେ ତୁମେମାନେ ନିର୍ବିକାରୀ ବ୍ରାହ୍ମଣ ହେଉଛ । ଈଶ୍ୱରଙ୍କର ସନ୍ତାନ ହେଉଛ, ବିକାରୀରୁ ନିର୍ବିକାରୀ ଦେବତା ହେଉଛ । ଅଧାକଳ୍ପ ହେବ ତୁମେମାନେ ପତିତ ହୋଇ ଆସିଲ, ବର୍ତ୍ତମାନ ତୁମର ବିଲ୍‌କୁଲ୍ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି । ଯେମିତି ସଢିଯାଇଥିବା କପଡାକୁ ଜୋରରେ କାଚିବା ଦ୍ୱାରା ଫାଟିଯାଇ ଟୁକୁଡା ଟୁକୁଡା ହୋଇଯାଇଥାଏ, ସେହିଭଳି ଏଠାରେ ମଧ୍ୟ କାହାକୁ କାହାକୁ ଟିକିଏ ଜ୍ଞାନର ଶିକ୍ଷା ଦେବା ଦ୍ୱାରା ଟୁକୁରା ଟୁକୁରା ହୋଇଯାଉଛନ୍ତି ଅର୍ଥାତ୍ ଛାଡି ଚାଲିଯାଉଛନ୍ତି । କୌଣସି କୌଣସି କପଡା ଅର୍ଥାତ୍ ଆତ୍ମା ଏଭଳି ମଇଳା ହୋଇଯାଇଛି ଯାହାକି ସଫା କରିବା ପାଇଁ ବହୁତ ସମୟ ଲାଗୁଛି । ସେଠାରେ ପୁଣି ସେମାନଙ୍କୁ ଛୋଟ ପଦ ମିଳିଥାଏ । ବାବା ଧୋବା ମଧ୍ୟ ଅଟନ୍ତି । ତୁମେ ମଧ୍ୟ ତାଙ୍କ ସହିତ ସହଯୋଗୀ ହେଉଛ । ଧୋବାମାନଙ୍କ ଭିତରେ ମଧ୍ୟ ବଡ ଛୋଟ ଅଛନ୍ତି । ସେହିପରି ଏଠାରେ ତୁମ ଭିତରେ ମଧ୍ୟ କ୍ରମଅନୁସାରେ ଅଛନ୍ତି । ଧୋବା ଯଦି କପଡା ଭଲ ଭାବରେ ସଫା ନ କଲେ ତେବେ କୁହାଯାଏ, ଇଏ ତ ଯେମିତି ବାରିକ ଭଳି କାମ କରୁଛନ୍ତି । ଆଜିକାଲି କପଡା ସଫା କରିବା ଶିଖି ଗଲେଣି । ପୂର୍ବରୁ ଗାଁମାନଙ୍କରେ ତ ବହୁତ ମଇଳା କପଡା ସଫା ହେଉଥିଲା । ଏହିଭଳି ସଫା କରିବାର ପଦ୍ଧତି ମଧ୍ୟ ସବୁ ବିଦେଶୀମାନଙ୍କଠାରୁ ଶିଖିଛନ୍ତି । ବିଦେଶୀ ଲୋକମାନେ ଭାରତକୁ କିଛିଟା ଇଜ୍ଜତ ଦେଉଛନ୍ତି । ଟଙ୍କା ପଇସାରେ ସାହାଯ୍ୟ ମଧ୍ୟ କରୁଛନ୍ତି । ଜାଣିଛନ୍ତି ଏମାନେ ଅର୍ଥାତ୍ ଭାରତବାସୀମାନେ ବହୁତ ଉଚ୍ଚ କୁଳର ଅଟନ୍ତି । ଏବେ ତଳକୁ ଖସିଯାଇଛନ୍ତି । ଯେଉଁମାନେ ତଳକୁ ଖସିଯାଇଥାଆନ୍ତି, ସେମାନଙ୍କ ଉପରେ ଦୟା ଆସିଥାଏ ନା । ବାବା କହୁଛନ୍ତି ତୁମକୁ ବହୁତ ଧନବାନ କରିଥିଲି । ଦେଖ, ମାୟା ତୁମର ଅବସ୍ଥା କ’ଣ କରିଦେଇଛି । ତୁମେମାନେ ଏବେ ଜାଣୁଛ ଯେ, ଆମେ ବିଜୟମାଳାର ଦାନା ଥିଲୁ । ପୁଣି ୮୪ ଜନ୍ମ ନେଇ ଏବେ କ’ଣ ହୋଇଗଲୁଣି । ଏହା କେତେ ଆଶ୍ଚର୍ଯ୍ୟର କଥା ନା । ତୁମେମାନେ ଅନ୍ୟମାନଙ୍କୁ ବୁଝାଇପାରିବ ଯେ, ତୁମେ ଭାରତବାସୀ ଦିନେ ସ୍ୱର୍ଗବାସୀ ଥିଲ । ଭାରତ ସ୍ୱର୍ଗ ଥିଲା, ପୁଣି ତଳକୁ ଖସି ଖସି ନର୍କବାସୀ ମଧ୍ୟ ହେବାକୁ ପଡିଲା । ଏବେ ବାବା କହୁଛନ୍ତି - ପବିତ୍ର ହୋଇ ପୁଣି ସ୍ୱର୍ଗବାସୀ ହୁଅ । ମନମନାଭବ ଅର୍ଥାତ୍ ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ଶିବ ଭଗବାନଉବାଚ ମାମେକମ୍ ୟାଦ କରୋ, ଅର୍ଥାତ୍ କେବଳ ମୋତେ ମନେ ପକାଅ । ଯୋଗର ଯାତ୍ରା ଦ୍ୱାରା ତୁମର ସବୁ ପାପ ନଷ୍ଟ ହୋଇଯିବ । ଶାସ୍ତ୍ରରେ ଲେଖା ହୋଇଛି - ଶ୍ରୀକୃ୍‌ଷ୍ଣ ନିଜର ପାଟରାଣୀ କରିବା ପାଇଁ କନ୍ୟାମାନଙ୍କୁ ହରଣ କରି ଆଣିଥିଲେ । ଏବେ ତୁମେ ସବୁ ପାଠ ପଢୁଛ, ସତ୍ୟଯୁଗର ପାଟରାଣୀ ହେବାକୁ ଯାଉଛ । କିନ୍ତୁ ଏହି ସବୁ କଥାକୁ କେହି ବୁଝିପାରିବେ ନାହିଁ । ଏବେ ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ତୁମକୁ ବୁଝାଇବା ପାଇଁ ଆସୁଛି, ତେଣୁ ପ୍ରଥମେ ପ୍ରମାଣ କର ଯେ, ଭଗବାନ ଜଣେ ଅଟନ୍ତି । ତାପରେ କୁହ, ଗୀତାର ଭଗବାନ କିଏ? ରାଜଯୋଗ କିଏ ଶିଖାଇଛନ୍ତି? ଭଗବାନ ହିଁ ବ୍ରହ୍ମାଙ୍କ ଦ୍ୱାରା ସତ୍ୟଯୁଗର ସ୍ଥାପନା କରୁଛନ୍ତି, ତାପରେ ବିନାଶ ପୁଣି ପାଳନା ମଧ୍ୟ କରାଉଛନ୍ତି । ଏବେ ଯେଉଁମାନେ ବ୍ରାହ୍ମଣ ହୋଇଛନ୍ତି ସେହିମାନେ ହିଁ ପୁଣି ଦେବତା ହେବେ । ଏହି କଥା ମଧ୍ୟ ସେମାନଙ୍କର ବୁଦ୍ଧିରେ ଧାରଣ ହେବ ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ । ସେକେଣ୍ଡ ବାଇ ସେକେଣ୍ଡ ଆଜି ପର୍ଯ୍ୟନ୍ତ ଯାହା ସବୁ ଘଟିଯାଇଛି ସବୁ କଥା ବୁଝିବେ । ଡ୍ରାମାଅନୁସାରେ ତୁମକୁ ବହୁତ ପୁରୁଷାର୍ଥ କରିବାକୁ ହେବ । ଏକଥା ତ ପିଲାମାନେ ଜାଣୁଛନ୍ତି ଯେ, ଏବେ ଆମର ସେହଭଳି ଅବସ୍ଥା ହୋଇନାହିଁ । ସେଥିପାଇଁ ଆଉ କିଛି ସମୟ ଲାଗିବ । ଏବେ ଯଦି କର୍ମାତୀତ ଅବସ୍ଥା ହୋଇଯିବ ତେବେ ସମସ୍ତେ ନମ୍ବର ୱାନରେ ପାସ୍ ହୋଇଯିବେ ଏବଂ ପୁଣି ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯିବ । ଏବେ ତ ପରସ୍ପର ଭିତରେ ଖିଟ୍‌ପିଟ୍ ଅର୍ଥାତ୍ ଝଗଡା ଲାଗି ରହିବ । ତୁମେ ଜାଣିଛ ଯେଉଁଠି ବି ଦେଖ ଲଢେଇ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସବୁଆଡେ ଯୁଦ୍ଧର ପ୍ରସ୍ତୁତି ଚାଲିଛି । ତୁମେ ଯାହା କିଛି ଦିବ୍ୟଦୃଷ୍ଟି ଅର୍ଥାତ୍ ସାକ୍ଷାତ୍‌କାର ଦ୍ୱାରା ଦେଖିଥିଲ ତାହା ପୁଣି ଏହି ଆଖିରେ ଦେଖିବ । ତୁମେମାନେ ଯେଉଁ ବିନାଶର ସାକ୍ଷାତକାର କରିଛ ତାହା ପୁଣି ଏହି ଆଖିରେ ଦେଖିବ । ସ୍ଥାପନାର ମଧ୍ୟ ସାକ୍ଷାତ୍‌କାର କରିଛ, ପୁଣି ବାସ୍ତବରେ ରାଜତ୍ୱ ମଧ୍ୟ ଦେଖିବ । ତୁମ ସନ୍ତାନମାନଙ୍କୁ ତ ବହୁତ ଖୁସି ହେବା ଦରକାର । ଏହା ତ ପୁରୁଣା ଶରୀର ଅଟେ । ଯୋଗଦ୍ୱାରା ଆତ୍ମା ପବିତ୍ର ହୋଇଯିବ, ତାପରେ ଏହି ପୁରୁଣା ଶରୀରକୁ ଛାଡିବାକୁ ପଡିବ । ୮୪ ଜନ୍ମର ଚକ୍ର ଶେଷ ହେବାକୁ ଯାଉଛି ତେଣୁ ନିଶ୍ଚିତ ସମସ୍ତଙ୍କୁ ନୂଆ ଶରୀର ମିଳିବ । ଏହା ମଧ୍ୟ ବୁଝିବା ପାଇଁ ବହୁତ ସହଜ କଥା । ତୁମେମାନେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବ, କଳିଯୁଗ ପରେ ସତ୍ୟଯୁଗ ନିଶ୍ଚିତ ଭାବରେ ହେବ । ଅନେକ ଧର୍ମର ବିନାଶ ନିଶ୍ଚିତ ହେବ । ପୁଣି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରିବା ପାଇଁ ବାବାଙ୍କୁ ଆସିବାକୁ ପଡିବ । ଏବେ ତୁମେମାନେ ଦେବତା ହେବା ପାଇଁ ବ୍ରାହ୍ମଣ ହୋଇଛ । ଅନ୍ୟ କେହି ହୋଇପାରିବେ ନାହିଁ । ତୁମେ ଜାଣିଛ ଆମେ ଶିବବାବାଙ୍କର ସନ୍ତାନ ହୋଇଛୁ, ଶିବବାବା ଆମକୁ ବର୍ସା ଦେଉଛନ୍ତି ।

ଶିବଜୟନ୍ତୀ ଅର୍ଥାତ୍ ଭାରତକୁ ବର୍ସା ମିଳିଥିଲା । ଶିବବାବା ଏଠାକୁ ଆସିଥିଲେ, ଆସି କ’ଣ କଲେ । ଇସ୍‌ଲାମୀ, ବୌଦ୍ଧି ଆଦି ତ ଆସି ନିଜର ଧର୍ମ ସ୍ଥାପନ କଲେ । ତେବେ ବାବା ଆସି କ’ଣ କଲେ? ନିଶ୍ଚିତ ସ୍ୱର୍ଗର ସ୍ଥାପନା କରିଥିଲେ । କିପରି ସ୍ଥାପନା କରିଥିଲେ, କିପରି ସ୍ଥାପନା ହୋଇଥାଏ ସେ ସବୁ ତୁମେମାନେ ଏବେ ଜାଣୁଛ । ପୁଣି ସତ୍ୟଯୁଗରେ ଏସବୁ କଥା ଭୁଲିଯିବ । ଏକଥା ମଧ୍ୟ ଜାଣୁଛ ଯେ, ଏବେ ଆମେ ୨୧ ଜନ୍ମ ପାଇଁ ସମ୍ପତ୍ତି ନେଇଯାଉଛୁ । ଏସବୁ ଡ୍ରାମାରେ ନିଧାର୍ଯ୍ୟ ଅଛି । ଯଦିଓ ସେଠାରେ ଜାଣିବେ ଯେ ଇଏ ପିତା, ଇଏ ପୁତ୍ର । ପୁତ୍ରକୁ ସମ୍ପତ୍ତି ମଧ୍ୟ ପିତାଙ୍କଠାରୁ ମିଳିଥାଏ କିନ୍ତୁ ତାହା ବର୍ତ୍ତମାନର ହିଁ ପ୍ରାରବ୍ଧ ଅଟେ । ସଚ୍ଚା ରୋଜଗାର କରି ତୁମେ ୨୧ ଜନ୍ମ ପାଇଁ ଏବେ ସମ୍ପତ୍ତି ନେଉଛ । ୮୪ ଜନ୍ମ ତ ନେବାକୁ ହିଁ ପଡିବ । ସତ୍ତ୍ୱପ୍ରଧାନରୁ ପୁଣି ସତ୍ତ୍ୱ, ରଜୋ, ତମୋ ଅବସ୍ଥାକୁ ଆସିବ । ଏହି କଥାକୁ ଭଲ ଭାବରେ ସ୍ମରଣ କରିଲେ ହିଁ ଖୁସିରେ ରହିପାରିବ । ଏକଥା ବୁଝାଇବା ପାଇଁ ବହୁତ ମେହନତ କରିବାକୁ ପଡିଥାଏ । ଯେତେବେଳେ ବୁଝିଯାଆନ୍ତି ସେତେବେଳେ ତାଙ୍କୁ ବହୁତ ଖୁସି ଲାଗିଥାଏ । ଯେଉଁ ପିଲାମାନେ ଭଲ ଭାବରେ ବୁଝିଛନ୍ତି ସେହିମାନେ ପୁଣି ଅନେକଙ୍କୁ ବୁଝାଇବାରେ ଲାଗିପଡନ୍ତି । କଣ୍ଟାମାନଙ୍କୁ ଫୁଲ କରିବାରେ ଲାଗିପଡନ୍ତି । ଏହା ହେଉଛି ବେହଦର ପାଠପଢା । ବର୍ସା ମଧ୍ୟ ବେହଦର ମିଳିଥାଏ । ପୁଣି ଏଥିରେ ତ୍ୟାଗ ମଧ୍ୟ ବେହଦର ଦରକାର । ଗୃହସ୍ଥ ବ୍ୟବହାରରେ ରହି ସାରା ଦୁନିଆର ତ୍ୟାଗ କରିବାକୁ ହେବ । କାରଣ ତୁମେ ଜାଣିଛ, ଏହି ପୁରୁଣା ଦୁନିଆ ସମାପ୍ତ ହେବାକୁ ଯାଉଛି । ଏବେ ନୂଆ ଦୁନିଆକୁ ଯିବାକୁ ହେବ, ସେଥିପାଇଁ ବାବା ବେହଦର ସନ୍ନ୍ୟାସ କରାଉଛନ୍ତି । ସନ୍ନ୍ୟାସୀମାନଙ୍କର ହେଲା ହଦର ସନ୍ନ୍ୟାସ ଏବଂ ସେମାନଙ୍କର ହେଲା ହଠଯୋଗ । ବାସ୍ତବରେ ଏଥିରେ ହଠ କରିବାର କିଛି କଥା ନାହିଁ । ଏହା ତ ପାଠପଢା ଅଟେ । ଏହି ପାଠଶାଳାରେ ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢିବାକୁ ହେବ । ଶିବଭଗବାନଉବାଚ - ଶ୍ରୀକୃଷ୍ଣ ଉବାଚ ହୋଇପାରିବ ନାହିଁ । ଶ୍ରୀକୃଷ୍ଣ କେବେ ନୂଆ ଦୁନିଆ ତିଆରି କରିପାରିବେ ନାହିଁ । ତାଙ୍କୁ ସ୍ୱର୍ଗୀୟ ପିତା କୁହାଯିବ ନାହିଁ, ସ୍ୱର୍ଗୀୟ ରାଜକୁମାର କୁହାଯିବ । ତେବେ ବୁଝିବା ଏବଂ ଧାରଣ କରିବା ପାଇଁ ଏ ସବୁ କେତେ ମିଠା ମିଠା କଥା । ତୁମ ଭିତରେ ଦୈବୀ ଲକ୍ଷଣ ମଧ୍ୟ ରହିବା ଉଚିତ୍ । କେବେ ବି ଶୁଣାଶୁଣି କଥା ଉପରେ ବିଶ୍ୱାସ କରିବା ଉଚିତ୍ ନୁହେଁ । ବ୍ୟାସଙ୍କ ଦ୍ୱାରା ଲେଖା ହୋଇଥିବା କଥାରେ ବିଶ୍ୱାସ କରି କରି ସମସ୍ତଙ୍କର ଦୁର୍ଗତି ହୋଇଗଲା ନା । ଯଦି କେହି ଜ୍ଞାନ ବ୍ୟତୀତ ଆଉ କିଛି ଶୁଣାଉଛନ୍ତି ତେବେ ଭାବିନିଅ ଯେ, ଇଏ ମୋର ଶତ୍ରୁ, ଯିଏକି ମୋତେ ଦୁର୍ଗତିକୁ ନେଇଯାଉଛି । ସେଥିପାଇଁ କେବେ ବି ପରମତ ଉପରେ ବିଶ୍ୱାସ କରିବା ଉଚିତ୍ ନୁହେଁ । ମନମତ ବା ପରମତରେ ଚାଲିବା ଅର୍ଥ ନିଜର କ୍ଷତି କରିବା । ବାବା ବୁଝାଇ ଚାଲିଛନ୍ତି ଯେ, ମିଛ କଥା କହିବାବାଲା ତ ବହୁତ ଅଛନ୍ତି କିନ୍ତୁ ତୁମକୁ ବାବାଙ୍କ ଠାରୁ ହିଁ ଶୁଣିବାକୁ ହେବ । ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ... ବାପଦାଦା କେବଳ ହିଁ ଆସିଛନ୍ତି ମନୁଷ୍ୟରୁ ଦେବତା କରିବା ପାଇଁ, ତେଣୁ ତାଙ୍କ ଶ୍ରୀମତ ଅନୁସାରେ ଚାଲିବା ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହିଠାରେ ହିଁ ବାବାଙ୍କ ସମାନ ସୁଖର ସାଗର, ପ୍ରେମର ସାଗର ହେବାର ଅଛି । ସର୍ବଗୁଣକୁ ଧାରଣ କରିବାର ଅଛି । କାହାକୁ ବି ଦୁଃଖ ଦେବାର ନାହିଁ ।

(୨) ଶୁଣାଶୁଣି କଥା ଉପରେ କେବେ ବି ବିଶ୍ୱାସ କରିବାର ନାହିଁ, ପରମତରେ ଚାଲିବାର ନାହିଁ । ଖରାପ କଥା ଦେଖିବାର ନାହିଁ, ଖରାପ କଥା ଶୁଣିବାର ନାହିଁ ।

ବରଦାନ:-
ମୁଁ ପଣିଆର ବୋଝକୁ ସମାପ୍ତ କରି ପ୍ରତ୍ୟକ୍ଷ ଫଳର ଅନୁଭବ କରୁଥିବା ବାଳକ ତଥା ମାଲିକ ଭବ ।

ଯେତେବେଳେ କୌଣସି ପ୍ରକାରର ମୁଁ ପଣିଆ ଆସିଥାଏ, ସେତେବେଳେ ମୁଣ୍ଡ ଉପରକୁ ବୋଝ ଆସିଥାଏ । କିନ୍ତୁ ବାବା ଯଦି ତାଙ୍କ ଆଡୁ ପ୍ରସ୍ତାବ ଦେଉଛନ୍ତି ଯେ ସବୁ ବୋଝ ମୋତେ ଦେଇଦିଅ, ତୁମେ କେବଳ ନାଚ, ଉଡ... ପୁଣି ଏହି ସବୁ ପ୍ରଶ୍ନ କାହିଁକି ଉଠୁଛି? ସେବା କିପରି ହେବ, ଭାଷଣ କିପରି କରିବୁ... ତୁମେ କେବଳ ନିଜକୁ ନିମିତ୍ତ ମନେ କରି ପାୱାର ହାଉସ୍ ସହିତ କନେକ୍‌ଶନ୍ ଯୋଡି କରି ବସି ପଡ, ନିରାଶ ହୁଅ ନାହିଁ ତାହା ହେଲେ ବାପଦାଦା ସ୍ୱତଃ ହିଁ ସବୁ କିଛି କରାଇଦେବେ । ନିଜକୁ ବାଳକ ତଥା ମାଲିକ ମନେ କରି ଶ୍ରେଷ୍ଠ ସ୍ଥିତିରେ ସ୍ଥିତ ହୋଇ ରୁହ ଯାହା ଦ୍ୱାରା ପ୍ରତ୍ୟକ୍ଷ ଫଳର ଅନୁଭୂତି କରିବାକୁ ଲାଗିବ ।

ସ୍ଲୋଗାନ:-
ଜ୍ଞାନ ଦାନ କରିବା ସହିତ ଯଦି ଗୁଣ ଦାନ କରିବ ତେବେ ସଫଳତା ମିଳିଚାଲିବ ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।

ଯେପରି ବି କଡା ପରିସ୍ଥିତି ହୋଇଥାଉ ନା କାହିଁକି, ତା’କୁ ଖେଳ ମନେ କରିବା ଦ୍ୱାରା କଡା ସମସ୍ୟା ମଧ୍ୟ ହାଲୁକା ହୋଇଯିବ । କେତେକ ପିଲାଙ୍କ ଭିତରେ ସାହସ ଥିବା କାରଣରୁ ଯଦି କୌଣସି କଥା ଆସିଗଲା ତେବେ କହିଥାଆନ୍ତି - ହଁ କରିବା, ଚିନ୍ତା କରିବା । କାରଣ ସାହସ ତ ଅଛି କିନ୍ତୁ ବିଶ୍ୱାସ ନାହିଁ । ବିଶ୍ୱସ୍ଥ ଆତ୍ମାର ଭାଷା ଏଭଳି ହୋଇନଥାଏ । କାରଣ ବିଶ୍ୱସ୍ତ ଆତ୍ମାର ଅର୍ଥ ହେଲା - ମନ-ବଚନ-କର୍ମ ସବୁ କଥାରେ ନିଶ୍ଚୟବୁଦ୍ଧି, ସେମାନଙ୍କ ମୁଖରୁ କେବେ ବି ଶକ୍ତିହୀନ କରିଦେବା ଭଳି ଶବ୍ଦ ବାହାରିପାରିବ ନାହିଁ ।