12.04.26 Avyakt Bapdada Odia Murli 30.11.2009 Om Shanti Madhuban
“ବାବାଙ୍କ ସହିତ
ସମସ୍ତଙ୍କର ପ୍ରିୟ ହେବା ପାଇଁ ସନ୍ତୁଷ୍ଟମଣୀ ହୋଇ ପ୍ରତ୍ୟେକ ପରିସ୍ଥିତିର ପ୍ରଭାବରୁ ମୁକ୍ତ ରୁହ”
ଆଜି ଚାରିଆଡର ସନ୍ତୁଷ୍ଟ
ଆତ୍ମାମାନଙ୍କୁ ବାପଦାଦା ଦେଖୁଛନ୍ତି । ସନ୍ତୁଷ୍ଟମଣୀ ଆତ୍ମାମାନେ ଚତୁର୍ଦ୍ଦିଗରେ ନିଜର ମଣୀର
ଚମକ ବିଚ୍ଛୁରିତ କରୁଛନ୍ତି । ସବୁଠାରୁ ବଡରୁ ବଡ ସ୍ଥିତି ହିଁ ସନ୍ତୁଷ୍ଟତା ଅଟେ । ସର୍ବଦା
ସନ୍ତୁଷ୍ଟ ରହୁଥିବା ଆତ୍ମା ସମସ୍ତଙ୍କୁ ପ୍ରିୟ ଲାଗିଥାଆନ୍ତି ଏବଂ ବାବାଙ୍କୁ ମଧ୍ୟ ପ୍ରିୟ
ଲାଗିଥାଆନ୍ତି । ତେବେ ସଦା ସନ୍ତୁଷ୍ଟ ସେହି ଆତ୍ମା ରହିପାରିବ ଯାହାଙ୍କ ପାଖରେ ସର୍ବ ପ୍ରାପ୍ତି
ରହିଛି ଏବଂ ପ୍ରାପ୍ତିଗୁଡିକର ଆଧାର ମଧ୍ୟ ସନ୍ତୁଷ୍ଟତା ଅଟେ, ସେଥିପାଇଁ ଏହିଭଳି ଆତ୍ମାମାନେ
ସର୍ବ ବ୍ରାହ୍ମଣ ଆତ୍ମାମାନଙ୍କର ପ୍ରିୟ ହୋଇଥାଆନ୍ତି । ସର୍ବ ପ୍ରାପ୍ତିର ଅର୍ଥ ହେଲା ସଦା
ସନ୍ତୁଷ୍ଟ । ସନ୍ତୁଷ୍ଟ ଆତ୍ମାର ପ୍ରଭାବ ବାୟୁମଣ୍ଡଳ ଉପରେ ମଧ୍ୟ ପଡିଥାଏ ଏବଂ ସର୍ବ ପ୍ରାପ୍ତି
ଗୁଡିକ ପରମାତ୍ମାଙ୍କର ଦାନ ଅଟେ । ପରମାତ୍ମା ପିତାଙ୍କ ଦ୍ୱାରା ସର୍ବଶକ୍ତି, ସର୍ବଗୁଣ ତଥା ସର୍ବ
ସମ୍ପତ୍ତିଗୁଡିକୁ ପ୍ରାପ୍ତ କରିଥିବା ଆତ୍ମା ହିଁ ସଦା ସନ୍ତୁଷ୍ଟ ରହିଥାଏ । ସନ୍ତୁଷ୍ଟ ଆତ୍ମାର
ସ୍ଥିତି ସର୍ବଦା ଉନ୍ନତି ଆଡକୁ ଯାଇଥାଏ । ସନ୍ତୁଷ୍ଟ ଆତ୍ମା ଉପରେ କୌଣସି ପରିସ୍ଥିତିର ପ୍ରଭାବ
ପଡିପାରିବ ନାହିଁ, କାହିଁକିନା ଯେଉଁଠି ସନ୍ତୁଷ୍ଟତା ରହିଛି ସେଠାରେ ସର୍ବଶକ୍ତି, ସର୍ବଗୁଣ ସ୍ୱତଃ
ହିଁ ଆସିଥାଏ । କେବଳ ଗୋଟିଏ ସନ୍ତୁଷ୍ଟତାର ଗୁଣ ଅନେକ ଗୁଣକୁ ନିଜ ଆଡକୁ ନେଇ ଆସିଥାଏ । ତେଣୁ
ସମସ୍ତେ ନିଜକୁ ପଚାର ଯେ ମୁଁ ସର୍ବଦା ସନ୍ତୁଷ୍ଟ ରହୁଛି ତ? ସନ୍ତୁ୍ଷ୍ଟ ଆତ୍ମା ସର୍ବଦା
ସମସ୍ତଙ୍କର ତଥା ବାବାଙ୍କର ପାଖାପାଖି ରହିଥାଆନ୍ତି ଏବଂ ସମାନ ସ୍ଥିତିରେ ରହିଥା’ନ୍ତି, କିନ୍ତୁ
ଏହି ସ୍ଥିତିରେ ରହିବା ପାଇଁ ବହୁତ ସାକ୍ଷୀ ଦ୍ରଷ୍ଟା ଅବସ୍ଥା ଦରକାର ଏବଂ ତ୍ରିକାଳଦର୍ଶୀ ଅବସ୍ଥା
ଦରକାର । ପ୍ରତ୍ୟେକ କର୍ମ ତ୍ରିକାଳଦର୍ଶୀ ଅର୍ଥାତ୍ ପ୍ରତ୍ୟେକ କଥାର ତିନୋଟିଯାକ କାଳକୁ ପରଖିବା
ପରେ କର୍ମ କରୁଥିବା ଆତ୍ମା । ଏଥିପାଇଁ ଦୁଇଟି କଥା ଆବଶ୍ୟକ ଅଟେ । ସେହି ଦୁଇଟି କଥା ହେଲା
ସମ୍ବନ୍ଧ ଏବଂ ସମ୍ପତ୍ତି । ସମ୍ବନ୍ଧ ମଧ୍ୟ ଅବିନାଶୀ ଏବଂ ସମ୍ପତ୍ତି ମଧ୍ୟ ଅବିନାଶୀ । ତାହା
ମଧ୍ୟ ଅବିନାଶୀ ପିତାଙ୍କ ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ । ଯେତେବେଳେ ଅବିନାଶୀ ସମ୍ପତ୍ତି ଏବଂ
ଅବିନାଶୀ ସମ୍ବନ୍ଧ ପ୍ରାପ୍ତ ହୋଇଯାଏ, ସେତେବେଳେ ଆତ୍ମା ସର୍ବଦା ସନ୍ତୁଷ୍ଟ ରହିଥାଏ ଏବଂ
ବାବାଙ୍କର ତଥା ସର୍ବ ଆତ୍ମାଙ୍କର ଅତିପ୍ରିୟ ହୋଇଯାଇଥାଏ । ଯଦି କୌଣସି ବି ପରିସ୍ଥିତି ମାୟା
ରୂପରେ ଆସିଯାଏ ତେବେ ବି ସେମାନେ ବିଚଳିତ ହୁଅନ୍ତି ନାହିଁ, ବରଂ ଏଭଳି ଅନୁଭବ କରିଥାଆନ୍ତି ଯେପରି
ଏକ ବିଶାଳ ପରଦା ଉପରେ ମିକ୍କୀ ମାଉସ୍ ଅର୍ଥାତ୍ କାର୍ଟୁନ୍ ଶୋ ର ଖେଳ ଚାଲିଛି । ସେମାନେ ଦୁଃଖୀ
ହୁଅନ୍ତି ନାହିଁ ବରଂ ମିକ୍କୀମାଉସ୍ର ଖେଳକୁ ଦେଖି ମନୋରଞ୍ଜନ କରିଥାଆନ୍ତି । ମାୟାର ଭିନ୍ନ
ଭିନ୍ନ ରୂପକୁ ଭିନ୍ନ ଭିନ୍ନ ମିକ୍କୀମାଉସ୍ର ଖେଳ ଭଳି ଅନୁଭବ କରିଥାଆନ୍ତି । ତେଣୁ ସମସ୍ତଙ୍କୁ
ବାପଦାଦାଙ୍କ ଦ୍ୱାରା ଏହିଭଳି ସ୍ଥିତିର ଅନୁଭବ କରିବାକୁ ହିଁ ପଡିବ ଏବଂ କରୁଛ ମଧ୍ୟ ।
ବାପଦାଦା ଦେଖୁଛନ୍ତି -
ନିର୍ଭୟ ଏବଂ ଏକାଗ୍ର ବୁଦ୍ଧି ହୋଇ ବିଜୟୀ ଆତ୍ମାମାନେ କୌଣସି ବି ପରିସ୍ଥିତିରେ ଟଳମଳ ହୁଅନ୍ତି
ନାହିଁ । ବାବାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ଯେଉଁ ଶୁଭ ଆଶା ରହିଛି ଯେ ପ୍ରତ୍ୟେକ ସନ୍ତାନ ସଦା
ବିଜୟୀ ହୋଇ ବାବାଙ୍କୁ ନିଜର ବିଜୟର ସ୍ୱରୂପ ଦେଖାନ୍ତୁ । ତେଣୁ ସମସ୍ତେ ନିଜେ ନିଜକୁ ପଚାର ଯେ
ମୁଁ କିଏ ଅଟେ? ବାପଦାଦା ତ ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଯେ କେବେ କେବେର ଶବ୍ଦକୁ ସମୟ
ଅନୁସାରେ ଏବେ ବ୍ରାହ୍ମଣମାନଙ୍କର ଡିକ୍ସନାରୀରୁ ସମାପ୍ତ କରିଦେବା ଦରକାର । ଯେହେତୁ ବାବାଙ୍କଠାରୁ
ସଦାକାଳ ପାଇଁ ସମ୍ପତ୍ତି ନେବାର ଅଛି, ତେଣୁ ସବୁ ପ୍ରକାରର ପ୍ରାପ୍ତିଗୁଡିକ ମଧ୍ୟ ସଦାସର୍ବଦା
ପ୍ରାପ୍ତ ହେଉଥିବା ଦରକାର କାହିଁକିନା ବାବାଙ୍କର ଆନ୍ତରିକ ଆଶଗୁଡିକୁ ପୂର୍ଣ୍ଣ କରୁଥିବା ଆଶାର
ପ୍ରଦୀପ ଅଟ । ଅନେକ ସଂକଳ୍ପ ଭିତରେ ମଧ୍ୟ କେବେ କେବେ ଶବ୍ଦ ଆସିବ ନାହିଁ, କାହିଁକିନା ଜାଣିଛ?
କାହିଁକିନା ସର୍ଦବା ବାବାଙ୍କର ସଂଗରେ ରହିଛ ଏବଂ ବାବାଙ୍କର ସାଥୀ ମଧ୍ୟ ଅଟ । ସାଥୀରେ ରହିବାବାଲା
ମଧ୍ୟ ଅଟ ଏବଂ ସାଥୀ ହୋଇ ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ କରିବାବାଲା ମଧ୍ୟ ଅଟ । ତେବେ କୁହ
ଏହିଭଳି ସଦାକାଳର ବରଦାନ ବାପଦାଦାଙ୍କ ଦ୍ୱାରା ପ୍ରାପ୍ତ କରିନେଇଛ ତ! ଏହା ତ ଜନ୍ମ ନେବା ମାତ୍ରକେ
ବାପଦାଦା ସବୁ ପିଲାଙ୍କୁ ସର୍ବଦା ଏହି ବରଦାନ ଦେଇଥାଆନ୍ତି ଯେ ସଦାଯୋଗୀ ଭବ ଏବଂ ପବିତ୍ର ଭବ ।
ସେହି ବରଦାନ ଦ୍ୱାରା ଯାହା ସବୁ ପ୍ରାପ୍ତି ହୋଇଥାଏ, ତାହା ସଦାକାଳ ପାଇଁ ହୋଇଥାଏ । କେବେ କେବେ
ପାଇଁ ନୁହେଁ । ତେଣୁ ସବୁ ପିଲା ସଦାକାଳର ଅଧିକାରୀ ଅଟନ୍ତି, କାହଁକିନା ବାବାଙ୍କର ସବୁ ପିଲାଙ୍କ
ପ୍ରତି ଚାହେଁ ଶେଷ ନମ୍ବରର ସନ୍ତାନ ମଧ୍ୟ ହୋଇଥାଉ କିନ୍ତୁ ବାବାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି
ଆନ୍ତରିକ ସ୍ନେହ ରହିଛି କାହିଁକିନା ଯେଉଁମାନେ ବଡ ବଡ ସବୁ ଅଛନ୍ତି, ନିଜକୁ ବୁଦ୍ଧିମାନ ବୋଲି
ଭାବୁଛନ୍ତି ସେମାନେ ମଧ୍ୟ ବାବାଙ୍କୁ ଚିହ୍ନିପାରି ନାହାଁନ୍ତି କିନ୍ତୁ ବାପଦାଦାଙ୍କର ଶେଷ
ନମ୍ବରର ସନ୍ତାନ ମଧ୍ୟ ବାବାଙ୍କୁ ଚିହ୍ନି ପାରିଛି ଏବଂ ଦିଲ୍ର ସହିତ କହୁଛି ମେରା ବାବା ।
ସେଥିପାଇଁ ବାବାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ଅବିନାଶୀ ସ୍ନେହ ରହିଛି, ଏବଂ ବରଦାନ ମଧ୍ୟ ରହିଛି
। ଯଦିଓ ପିଲାମାନେ ସମସ୍ତେ କ୍ରମାନ୍ୱୟ ହିସାବରେ ରହିଛନ୍ତି କିନ୍ତୁ ବାପଦାଦା ପ୍ରତିଦିନ ଏକା
ସମୟରେ ଗୋଟିଏ ହିଁ ବରଦାନ ସବୁ ପିଲାଙ୍କୁ ଏକାଠି ଦେଇଛନ୍ତି । ବାପଦାଦାଙ୍କର ପ୍ରତ୍ୟେକ ସନ୍ତାନ
ଯଦିଓ କ୍ରମାନ୍ୱୟ ହିସାବରେ ଅଛନ୍ତି, ପୁଣି ବି ଯଦି ମେରା ବାବା ବୋଲି କହିଦେଲା ତେବେ ବରଦାନର
ଅଧିକାରୀ ହୋଇଗଲା । ପ୍ରତ୍ୟେକ ସନ୍ତାନ ଚାହେଁ ଯେଉଁଠି ବି ରହିଥାଉ ନା କାହିଁକି, ଭାରତରେ
ରହୁଥାଉ ବା ବିଦେଶରେ ରହୁଥାଉ କିନ୍ତୁ ବରଦାନ ସମସ୍ତଙ୍କୁ କେବଳ ବାପଦାଦାଙ୍କ ଠାରୁ ହିଁ ମିଳୁଛି
ଏବଂ ବରଦାନକୁ ପ୍ରାପ୍ତ କରି ଖୁସି ମଧ୍ୟ ହେଉଛନ୍ତି । କିନ୍ତୁ ପିଲାମାନଙ୍କ ଭିତରେ ମଧ୍ୟ ଦୁଇ
ପ୍ରକାରର ପିଲା ଅଛନ୍ତି, ଗୋଟିଏ ପ୍ରକାରର ହେଲେ ବରଦାନକୁ ଦେଖି ବା ଶୁଣି ଖୁସି ନିଶ୍ଚିତ
ହୋଇଥାଆନ୍ତି କିନ୍ତୁ ଆଗୁଆ ନମ୍ବର ସେହିମାନେ ନେଇଥାଆନ୍ତି ଯେଉଁମାନେ ବରଦାନକୁ ଶୁଣି କେବଳ ଖୁସି
ହୋଇଥାଆନ୍ତି, ବର୍ଣ୍ଣନା କରିନଥାଆନ୍ତି ଯେ ଏହି ବରଦାନ ମୋ ପାଇଁ ଅଟେ କିନ୍ତୁ ବରଦାନକୁ ଫଳିଭୂତ
କରିଥାଆନ୍ତି । ବରଦାନରୁ ଲାଭ ଉଠାଇ ଫଳ ବାହାର କରିଥାଆନ୍ତି । ବରଦାନ ତ ବୀଜ ଅଟ କିନ୍ତୁ ବୀଜକୁ
ଯଦି ଫଳିଭୂତ ନ କରିବ ଅର୍ଥାତ୍ ସେଥିରୁ ଫଳ ପଳାଇପାରିବ ନାହିଁ ତେବେ କେବଳ ଖୁସି ହିଁ ମିଳିବ,
ତେବେ ବରଦାନ ରୂପୀ ବୀଜରୁ ଫଳ ବାହାର କରିବା ପାଇଁ ଯେପରି କୌଣସି ବି ବୀଜରୁ ଫଳ ଫଳାଇବା ପାଇଁ
ତା’କୁ ପାଣି ଏବଂ ସୂର୍ଯ୍ୟକିରଣ ଦରକାର ହୋଇଥାଏ, ତେବେ ଯାଇ ଫଳ ଫଳିଥାଏ, ସେହିପରି ଏଠାରେ ମଧ୍ୟ
ସବୁ ପିଲାଙ୍କୁ ଯଦି ବରଦାନରୁ ଫଳ ପ୍ରାପ୍ତି କରିବାର ଅଛି ଯାହାଦ୍ୱାରା ବରଦାନର ବିସ୍ତାର
ହୋଇପାରିବ । ଅର୍ଥାତ୍ ନିଜ ମନ ଭିତରେ ବରଦାନର ଫଳ ଆଧାରରେ ବୃଦ୍ଧି ହୋଇ ଚାଲିଥିବ, ତେବେ ଏଠାରେ
ମଧ୍ୟ ବାବା କହୁଛନ୍ତି ଯେ ବରଦାନରୁ ଫଳ ଫଳାଇବା ପାଇଁ ବାରମ୍ବାର ବରଦାନକୁ ସ୍ମୃତିରେ ଆଣ ଏବଂ
ସ୍ମୃତି ସ୍ୱରୂପର ସ୍ଥିତିରେ ସ୍ଥିତ ରୁହ । ବାରମ୍ବାର ମନେ ପକାଇବାର ନାହିଁ କିନ୍ତୁ ସ୍ମୃତିରେ
ରହିବା, ଏହା ହେଉଛି ପାଣି ଦେବା ଏବଂ ସ୍ୱରୂପରେ ସ୍ଥିତ ହେବା - ଏହା ହେଉଛି ସୂର୍ଯ୍ୟ କିରଣ ଦେବା
। ତେବେ ଏହା ଫଳିଭୂତ ହେବା ଦ୍ୱାରା ନିଜ ଭିତରେ ମଧ୍ୟ ବହୁତ ଶକ୍ତି ଭରିଯିବ ଏବଂ ଅନ୍ୟମାନଙ୍କୁ
ମଧ୍ୟ ସେହି ଫଳ ଦ୍ୱାରା ଶକ୍ତିର ଅନୁଭବ କରାଇପାରିବ ।
ତେବେ ବାପଦାଦା ଏବେ କ’ଣ
ଚାହୁଁଛନ୍ତି? କାହିଁକିନା ବାପଦାଦା ଏବେ କିଛି ଦିନ ପୂର୍ବରୁ ନେଇ ଆଜି ପର୍ଯ୍ୟନ୍ତ ସମୟର ଚେତାବନୀ
ଦେଇ ଆସୁଛନ୍ତି ଯେ ପ୍ରତ୍ୟେକ ସନ୍ତାନର ପାଠପଢାର ଫଳାଫଳର ସମୟ ଅଚାନକ ଭାବରେ ଆସିଯିବ, ସେଥିପାଇଁ
ସର୍ବଦା ପ୍ରସ୍ତୁତ ରହିଥାଅ । ଏଥି ସହିତ ବାପଦାଦା ଆଉ ଗୋଟିଏ ସଂକେତ ମଧ୍ୟ ଦେଉଛନ୍ତି ଯେ ଏବେ
ହେଉଛି ଉଡିବାର କଳାର ତୀବ୍ର ପୁରୁଷାର୍ଥର ସମୟ । ଚାଲୁଛୁ ନୁହେଁ ଉଡୁଛୁ ବୋଲି କୁହ । ସାଧାରଣ
ରୀତିରେ ନିଜର ଦିନଚର୍ଯ୍ୟାକୁ ବ୍ୟତୀତ କରିବା, ଏବେ ଏହିଭଳି ସାଧାରଣ ପୁରୁଷାର୍ଥ କରିବାର ସମୟ
ବିତିଗଲାଣି ସେଥିପାଇଁ ବାପଦାଦା ସଂକେତ ଦେଉଛନ୍ତି ଯେ, ପ୍ରତି ମୂହୁର୍ତ୍ତରେ ପ୍ରତ୍ୟେକ ସଂକଳ୍ପକୁ
ଚେକ୍ କର । ଧରିନିଅ ତୁମେ ଗୋଟିଏ ଘଣ୍ଟା ତୀବ୍ର ପୁରୁଷାର୍ଥ ନ କରି ସାଧାରଣ ପୁରୁଷାର୍ଥରେ ରହିଲ
ଏବଂ ସେହି ଏକ ଘଣ୍ଟା ଭିତରେ ଅଚନାକ ଯଦି ଫାଇନାଲ୍ ପରୀକ୍ଷାର ସମୟ ଆସିଗଲା ତେବେ ଅନ୍ତିମ ସ୍ଥିତି
ଅନୁସାରେ ଗତି କ’ଣ ହେବ! ସେହି ଗୋଟିଏ ଘଣ୍ଟାର ସାଧାରଣ ପୁରୁଷାର୍ଥ କେତେ କ୍ଷତି କରିଦେବ!
ସେଥିପାଇଁ ବାପଦାଦା ସବୁ ପିଲାଙ୍କୁ, ପ୍ରତ୍ୟେକ ସଂକଳ୍ପର, ପ୍ରତ୍ୟେକ ସେକେଣ୍ଡର ସମୟର ମହତ୍ୱକୁ
ଜାଣିବା ପାଇଁ ସମୟ ସମୟରେ ସଂକେତ ଦେଉଛନ୍ତି । ହଲଚଲ୍ ସମୟରେ ଅଚଳ ରହିବାର ପୁରୁଷାର୍ଥ କେବଳ
ତୀବ୍ର ପୁରୁଷାର୍ଥୀ ହିଁ କରିପାରିବ । ସାଧାରଣ ପୁରୁଷାର୍ଥୀ ଏଭରରେଡୀ ଅର୍ଥାତ୍ ସଦା ପ୍ରସ୍ତୁତ
ହେବାରେ ସମୟ ଲଗାଇ ଦେବ ଏବଂ ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ ଗୋଟିଏ ସେକେଣ୍ଡ ଭିତରେ
ବିନ୍ଦୁ ଅର୍ଥାତ୍ ଫୁଲଷ୍ଟପ୍ ଲଗାଇବାକୁ ହିଁ ହେବ, ଯଦି ତୀବ୍ର ପୁରୁଷାର୍ଥ କରୁ ନ ଥିବ ତେବେ କ’ଣ
ହେବ? ଅନୁଭବୀ ତ ଅଟ ନା । ଫୁଲଷ୍ଟପ୍ ଲାଗିବା ପରିବର୍ତ୍ତେ ପ୍ରଶ୍ନବାଚକ ଚିହ୍ନ ଲାଗିଯିବ ନାହିଁ
ତ? ତେବେ ବିନ୍ଦୁ ଲଗାଇବା କେତେ ସହଜ ଏବଂ ପ୍ରଶ୍ନବାଚକ ଚିହ୍ନ କେତେ ବଙ୍କା ତେଢା ଅଟେ । ତେଣୁ
ଫୁଲଷ୍ଟପ୍ ଭାବିବା ମାତ୍ରକେ ଫୁଲ୍ଷ୍ଟପ ହୋଇଯାଉଥିବ । କମା’ର ମାତ୍ରା ମଧ୍ୟ ଲାଗୁ ନ ଥିବ ବା
ଆଶ୍ଚର୍ଯ୍ୟର ମାତ୍ରା ମଧ୍ୟ ଲାଗୁ ନଥିବ । କ’ଣ କରିବି? ଏଭଳି ଭାବିବା ପାଇଁ ମଧ୍ୟ ସମୟ ମିଳିବ
ନାହିଁ । ତେଣୁ କେହି ବି ପିଲା ଏଭଳି ଭାବିପାରିବ ନାହିଁ ଯେ ଏତିକି ତୀବ୍ର ପୁରୁଷାର୍ଥ କରିବା
ହିଁ ପରୀକ୍ଷାରେ ପାସ୍ ହେବା ।
ବାପଦାଦା ଦେଖୁଛନ୍ତି ଏବେ
ବି କାରଣେ ଅକାରଣେ କାହିଁକି, କ’ଣ, କିପରି, ଏହିପରି.... ଏହି ଶବ୍ଦ କେହି କେହି ପିଲାଙ୍କର
ପ୍ରତିଦିନର ଚାର୍ଟରେ ଦେଖିବାକୁ ମିଳିଛି । ବହୁତ ଜଣଙ୍କର ଚାର୍ଟରେ ବାପଦାଦା ଦେଖୁଛନ୍ତି ଯେ
ବ୍ୟର୍ଥ ଚିନ୍ତନର ତରଙ୍ଗ ପିଲାମାନଙ୍କର ସମୟ ନେଇଯାଉଛି ଏବଂ ବ୍ୟର୍ଥ ଚିନ୍ତନର ବେଗ ଏତେ ତୀବ୍ର
ହୋଇଥାଏ ଯାହାକି ସାଧାରଣ ସଂକଳ୍ପର ଏକ ଘଣ୍ଟା, ବ୍ୟର୍ଥ ସଂକଳ୍ପର ଗୋଟିଏ ମିନିଟ୍ ସହିତ ସମାନ ଅଟେ,
ସେଥିପାଇଁ ଆଜି ଏହିକଥା ଦେଖୁଥିଲେ ଯେ ସମସ୍ତଙ୍କର ପ୍ରିୟ, ବାପଦାଦାଙ୍କର ପ୍ରିୟ ସନ୍ତୁଷ୍ଟ ଆତ୍ମା
କିଏ ଅଟନ୍ତି? ସନ୍ତୁଷ୍ଟ ଆତ୍ମାର ସଂକଳ୍ପରେ ମଧ୍ୟ ଏହିଭଳି କାହିଁକି, କ’ଣର ଭାଷା ସ୍ୱପ୍ନରେ
ମଧ୍ୟ ଆସିବ ନାହିଁ କାହିଁକିନା ସେହି ଆତ୍ମାକୁ ବିଶେଷ କରି ତିନୋଟି କଥା ଏବଂ ତିନୋଟି ବିନ୍ଦୁ ମନେ
ରହିଥାଏ - ଆତ୍ମା, ପରମାତ୍ମା ଏବଂ ଡ୍ରାମା, ଏହି ତିନୋଟିକୁ ହିଁ ସମୟ ଅନୁସାରେ କାର୍ଯ୍ୟରେ ଲଗାଇ
ପାରିବ, କାହିଁକିନା ଏହିଭଳି ସମୟରେ ସର୍ବଶକ୍ତି ରୂପୀ ସମ୍ପତ୍ତି ଆବଶ୍ୟକ ହୋଇଥାଏ ଏବଂ ମାଷ୍ଟର
ସର୍ବଶକ୍ତିମାନ ତାଙ୍କୁ କୁହାଯିବ ଯିଏକି ଯେତେବେଳେ ଯେଉଁ ଶକ୍ତିକୁ ଆଦେଶ କରିବ ସେହି ଶକ୍ତି
ଉପସ୍ଥିତ ହୋଇଯାଉଥିବ । ଦରକାର ଥିବ ସହନ ଶକ୍ତିର କିନ୍ତୁ ଆସିଯିବ ସମ୍ମୁଖୀନ କରିବାର ଶକ୍ତି,
ତେବେ ତାହା ଶକ୍ତି ତ ଅଟେ କିନ୍ତୁ ସେହି ସମୟରେ ତାହା ଅନାବଶ୍ୟକ ଅଟେ । ତେଣୁ ସର୍ବ ସମ୍ପତ୍ତିର
ଚାବି ହେଲା ତିନୋଟି ବିନ୍ଦୁ - ଆତ୍ମା, ବାବା ଏବଂ ଡ୍ରାମା ।
ତେବେ ବାପଦାଦାଙ୍କର
ଗୋଟିଏ ସଂକଳ୍ପ ରହିଛି, କ’ଣ ସଂକଳ୍ପ ଅଛି କହିବୁ? କରିବାକୁ ପଡିବ । ଯେଉଁମାନେ କରିବା ପାଇଁ
ପ୍ରସ୍ତୁତ ଅଛ, ସେମାନେ ହାତ ଉଠାଅ । କରିବାକୁ ପଡିବ । ଆଚ୍ଛା, ସମସ୍ତେ ହାତ ଉଠାଉଛନ୍ତି । ମନର
ହାତ ଉଠାଉଛ, ନା ଶରୀରର ହାତ ଉଠାଉଛ? ମନର ହାତ ହିଁ ଦୃଢ ଅଟେ । ବାପଦାଦା ସମୟ ଅନୁସାରେ ସବୁ
ପିଲାଙ୍କ ପ୍ରତି ଏହି ଶୁଭ ଆଶା ରଖିଛନ୍ତି ଯେ ୧୫ ଦିନ ପରେ ତ ପୁଣି ବାବାଙ୍କ ସହିତ ମିଶିବା ହେଉଛି,
ତେଣୁ ଆଗକୁ ଯେଉଁ ୧୫ ଦିନ ପରେ ବାବା ଆସିବେ ସେହି ପନ୍ଦର ଦିନ ଭିତରେ ପରୀକ୍ଷା ମୂଳକ ଭାବରେ ଏହି
ବିଶେଷ ଅଭ୍ୟାସ କର ଯେ, ଏମିତି ତ ସବୁ ଦିନ ପାଇଁ କରିବାକୁ ହେବ ପୁଣି ବି ୧୫ ଦିନ ପାଇଁ ଅଭ୍ୟାସ
କରି ଦେଖ ଏବଂ ନିଜ ନିଜ କନେକ୍ଶନ୍ରେ ଥିବା ସେଣ୍ଟରମାନଙ୍କୁ ମଧ୍ୟ କରାଅ, ଚାରିଆଡେ ଚକ୍ର ଲଗାଇ,
ଫୋନ୍ କରି ସେମାନଙ୍କୁ ମନେ ପକାଇ ଦିଅ ଯେ ହୋମ୍ୱାର୍କ କରୁଛ ତ? ତେବେ ସେହି ହୋମ୍ୱାର୍କଟି କ’ଣ
ଜାଣିଛ? ସହଜ ମଧ୍ୟ ଅଟେ, ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ପରିସ୍ଥିତିକୁ ବା ଅନେକ ପ୍ରକାରର କଥାକୁ
ସମ୍ମୁଖୀନ ତ କରୁଛ କିନ୍ତୁ ଏହି ୧୫ ଦିନ ସମସ୍ତଙ୍କୁ ସଂକଳ୍ପରେ, ବାଣୀରେ ଏବଂ କର୍ମରେ ଅତିକମ୍ରେ
୮୦ ପ୍ରତିଶତ ନମ୍ବର ନେବାକୁ ହେବ । ବାପଦାଦା ପୁଣି ବି ୨୦ ପ୍ରତିଶତ ରିହାତି ଦେଉଛନ୍ତି । କ’ଣ
ମଞ୍ଜୁର ତ! ମଞ୍ଜୁର ତ? କାମ ଦିଆଯିବ ତ? ଆଚ୍ଛା ୧୫ ଦିନ, ମାୟା ମଧ୍ୟ ଶୁଣୁଛି । କଥା ତ ଅନେକ
ଆସିବ, କିନ୍ତୁ କୌଣସି କଥାକୁ ଦେଖିବାର ନାହିଁ, ପାସ୍ ହେବାକୁ ପଡିବ, ଏହି କଥା ମନେ ରଖିବାକୁ
ହେବ । ୧୫ ଦିନ କିଛି ବଡ କଥା ନୁହେଁ କିନ୍ତୁ ସମସ୍ତେ ସଚ୍ଚା ଦିଲ୍ ଏବଂ ସ୍ୱଚ୍ଛ ଦିଲ୍ରେ
ସ୍ୱପ୍ନରେ ମଧ୍ୟ ଏବଂ ସଂକଳ୍ପ, ବାଣୀ ଓ କର୍ମରେ ମଧ୍ୟ ପାସ୍ ହୋଇ ଦେଖାଅ । କ’ଣ ହୋଇପାରିବ?
ହୋଇପାରିବ? ଟୀଚରମାନେ କୁହ ହୋଇପାରିବ ତ? ୧୫ ଦିନ ତ କିଛି ବି ନୁହେଁ କିନ୍ତୁ ବାପଦାଦା ପରୀକ୍ଷା
କରିବା ପାଇଁ କହୁଛନ୍ତି ଯେ ସଂକଳ୍ପ ମଧ୍ୟ ବ୍ୟର୍ଥ ନ ହେଉ, ଯୁଦ୍ଧ କରିବାବାଲା ନୁହେଁ, ବିଜୟୀ
ହୋଇ ଦେଖାଅ, କ’ଣ ମୁଶିକିଲ୍ ନା ସହଜ? ଯଦି ସହଜ ଅଟେ ତେବେ ହାତ ଉଠାଅ । କ’ଣ ସହଜ ତ? ତେଣୁ
ବାପଦାଦା ଏହି ୧୫ ଦିନର ଫଳାଫଳ ଦେଖିବେ ତା’ପରେ ଆଗକୁ ବଢାଇବେ । ତେବେ ୧୫ ଦିନ ତ କେହି ବି
କରିପାରିବ ନା! କ’ଣ କରିପାରିବ ତ! ମଧୁବନ ନିବାସୀ କ’ଣ କହୁଛ? ହାତ ଉଠାଅ । ସବୁଠାରୁ ଆଗରେ
ମଧୁବନବାଲା ବସିଛନ୍ତି । ବହୁତ ଭଲ । ବିଦେଶୀ ହୁଅନ୍ତୁ ବା ଭାରତୀୟ ହୁଅନ୍ତୁ ସମସ୍ତଙ୍କୁ କରିବାକୁ
ହେବ । ଗ୍ରାମବାସୀ ହୁଅନ୍ତୁ ବା ବଡ ସହରବାସୀ ହୁଅନ୍ତୁ ସମସ୍ତଙ୍କୁ ୧୫ ଦିନର ରେକର୍ଡ ରଖିବାକୁ
ହେବ । କାହିଁକି, କ’ଣର ପ୍ରଶ୍ନ ଯେପରି ନ ଉଠେ, କ’ଣ କରିବି କଥାଟା ସେହିଭଳି ଥିଲା..... ଏଭଳି
କେହି କହିବ ନାହିଁ । ୮୦ ପ୍ରତିଶତ ନମ୍ବର ନେବାକୁ ହିଁ ପଡିବ । ପୁଣି ବି ବାପଦାଦା ହାଲୁକା କରି
ଦେଉଛନ୍ତି, ୨୦ ପ୍ରତିଶତ ତ ଛାଡି ଦେଉଛନ୍ତି । କାହିକିନା ବାପଦାଦା ଦେଖୁଛନ୍ତି ଯେ
କେଉଁଠି-କେଉଁଠି ଚାଲୁ-ଚାଲୁ ମାୟା ଅବହେଳା ପଣିଆ ଏବଂ ଆଳସ୍ୟ ଭିତରକୁ ଟାଣିନେଉଛି । ତେବେ
ରାଜକୀୟ ଆଳସ୍ୟ ହେଲା ଏହି କାରଣ ଥିଲା, ସେହି କାରଣ ଥିଲା .... ଏହିଭଳି ରାଜକୀୟ ଆଳସ୍ୟ ଏବଂ
ଅବହେଳାପଣିଆ ତୀବ୍ର ପୁରୁଷାର୍ଥରେ ବାଧା ସୃଷ୍ଟି କରୁଛି, କାହିଁକିନା ଏବେ ବାପଦାଦା ଯେତେ ସବୁ
ବିଦ୍ୟାର୍ଥୀମାନେ ଅଛନ୍ତି, ସମସ୍ତଙ୍କୁ ଏବେ ୧୫ ଦିନ ପର୍ଯ୍ୟନ୍ତ ଏହିଭଳି ଅଭ୍ୟାସ କରାଇ କିଛି
ଦିନ ପର୍ଯ୍ୟନ୍ତ ଭଲ ଭାବରେ ଅଭ୍ୟସ୍ତ କରିଦେବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଏଭରରେଡୀ ହେବାରେ
ସମସ୍ତେ ହାତ ଉଠାଇ ପାରିବେ । ଏଥିପାଇଁ ବହୁତ ସମୟର ଅଭ୍ୟାସ ଦରକାର । ସେଥିପାଇଁ ବର୍ତ୍ତମାନ
ଅଳ୍ପ ସମୟର ଅଭ୍ୟାସ କରାଉଛନ୍ତି । ଆଚ୍ଛା!
ପ୍ରଥମ ଥର ପାଇଁ ଯେଉଁ
କେତେ ଜଣ ଆସିଛନ୍ତି, ସେମାନେ ଉଠି ଛିଡା ହୁଅ:-
ଏହା ତ ବହୁତ ଭଲ କଥା ଯେ
ତୁମମାନଙ୍କର ବାପଦାଦା ସମ୍ମୁଖକୁ ଆସିବାର ଦିନ ପାଇଁ ବହୁତ ବହୁତ ଅଭିନନ୍ଦନ, ଅଭିନନ୍ଦନ ।
ବାବାଙ୍କର ଦୃଷ୍ଟି ପିଲାମାନଙ୍କ ଉପରେ ପଡିଲା ଏବଂ ପିଲାମାନଙ୍କର ଦୃଷ୍ଟି ବାବାଙ୍କ ଉପରେ ପଡିଲା
। ତେଣୁ ବହୁତ ବହୁତ ଅଭିନନ୍ଦନ । ଆଚ୍ଛା ଏବେ ତ ଅନ୍ୟ କୌଣସି କେକ୍ ନାହିଁ, କିନ୍ତୁ ଖୁସିର କେକ୍
ସମସ୍ତ ଖାଅ । ବହୁତ ଭଲ । ଏବେ ତ ବିଳମ୍ବରେ ଆସିଛ କିନ୍ତୁ ତୀବ୍ର ଗତିରେ ପୁରୁଷାର୍ଥ କରି ଆଗ
ନମ୍ବରରେ ଆସିପାରିବ, ସେଥିପାଇଁ ବାପଦାଦାଙ୍କ ତରଫରୁ ଏବଂ ତୁମମାନଙ୍କର ସମସ୍ତ ସାଥୀ ଭାଇ
ଭଉଣୀଙ୍କ ତରଫରୁ ସମସ୍ତଙ୍କୁ ଅଭିନନ୍ଦନ, ଅଭିନନ୍ଦନ । ଏଭଳି ମଧ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳିବ
ଯାହାକି ଶେଷରେ ଆସିଥିବା ଆତ୍ମା ମଧ୍ୟ ତୀବ୍ର ପୁରୁଷାର୍ଥ ଦ୍ୱାରା ପ୍ରଥମ ଧାଡିରେ ଆସିପାରିବ ।
ଆଚ୍ଛା!
ଚାରିଆଡର ବାପଦାଦାଙ୍କର
ଆଶାକୁ ପୂର୍ଣ୍ଣ କରୁଥିବା ଆଶାର ପ୍ରଦୀପ, କାହିଁକି, କ’ଣର ଭାଷାଠାରୁ ଦୂରରେ ରହୁଥିବା ସର୍ବଦା
ଏକରସ, ସର୍ବଦା ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ, ବାବାଙ୍କ ସହିତ ହିଁ ଜୀବନର ବିଶେଷ ତିନୋଟି
ସମ୍ବନ୍ଧ, ପିତା, ଶିକ୍ଷକ, ସତ୍ଗୁରୁଙ୍କୁ ଅନୁଭବ କରୁଥିବା, ପିତାଙ୍କଠାରୁ ପୈତୃକ ସମ୍ପତ୍ତି,
ଶିକ୍ଷକଙ୍କ ଠାରୁ ପାଠପଢା ରୂପୀ ସମ୍ପତ୍ତି ଏବଂ ସତ୍ଗୁରୁଙ୍କଠାରୁ ବରଦାନ ରୂପୀ ସମ୍ପତ୍ତି
ପ୍ରାପ୍ତ କରୁଥିବା ପଦ୍ମଗୁଣା ଭାଗ୍ୟବାନ ପ୍ରତ୍ୟେକ ସନ୍ତାନକୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ନମସ୍ତେ ।
ଦାଦିମାନଙ୍କ ସହିତ:-
(ଏଥର ଚାରିଆଡେ ସେବାର
କାର୍ଯ୍ୟକ୍ରମ ଗୁଡିକ ବହୁତ ଭଲ ହୋଇଛି) ସମସ୍ତେ ସମସ୍ତଙ୍କୁ ବହୁତ ଭଲ ସହଯୋଗ ମଧ୍ୟ ଦେଇଛନ୍ତି ।
କାହାକୁ ବି ଭାବିବାକୁ ପଡି ନାହିଁ ଯେ କିପରି କରିବୁ, କରିବାକୁ ହିଁ ହେବ । ପରସ୍ପରର ସହଯୋଗ
ଦ୍ୱାରା ସବୁ କାର୍ଯ୍ୟକ୍ରମ ଗୁଡିକ ବହୁତ ଭଲ ହୋଇଛି । ସମାଚାର ତ ସବୁ ଆଡକୁ ଚାଲିଗଲା, ସନ୍ଦେଶ ତ
ମିଳିଗଲା, ଏବେ ଆଗକୁ ବଢିଚାଲ । (ଯୋଗ କରିବାରେ ସମସ୍ତେ ବହୁତ ଭଲ ଅନୁଭୂତି କରିଛନ୍ତି)
କାହିଁକିନା ବିଷୟବସ୍ତୁ ହିଁ ସେହିଭଳି ଥିଲା ନା - ବରଦାନ ନେବାର ଅଛି । ତେଣୁ ଯୋଗର
କାର୍ଯ୍ୟକ୍ରମ ଦ୍ୱାରା ହିଁ ବହୁତ ଭଲ ଅନୁଭବ କରିଛନ୍ତି ।
ପଞ୍ଜାବ ଜୋନ୍ର
ସେବାଧାରୀମାନଙ୍କ ସହିତ:-
ପଞ୍ଜାବକୁ, ଡ୍ରାମା ଅନୁସାରେ ସନ୍ନ୍ୟାସୀମାନଙ୍କର ଏବଂ ମହାତ୍ମାମାନଙ୍କର ସେବା କରିବାର ବହୁତ ଭଲ
ସୁଯୋଗ ମିଳିଛି ଏବଂ କରୁଛନ୍ତି ମଧ୍ୟ । ପଞ୍ଜାବରେ ସ୍ଥାପନା ସମୟରେ ଯେପରି ସେବା କାର୍ଯ୍ୟ ଆରମ୍ଭ
ହୋଇଥିଲା ସେହିପରି ସହଯୋଗୀ ଏବଂ ୱାରିସ୍ କ୍ୱାଲିଟୀ ଅର୍ଥାତ୍ ଉତ୍ତରାଧିକାରୀ ଆତ୍ମାମାନେ ମଧ୍ୟ
ନିମିତ୍ତ ହୋଇଛନ୍ତି । ଯେତିକି ଗଣ୍ଡଗୋଳ କରିବାବାଲା ଥିଲେ ସେତିକି ସିଂହ ଭଳି ସାହସୀ ଆତ୍ମାମାନେ
ମଧ୍ୟ ବାହାରିଛନ୍ତି । ଏବେ ପଞ୍ଜାବକୁ କ’ଣ କରିବାର ଅଛି? ଏହିସବୁ ବିଶେଷତା ଗୁଡିକ ତ ଅଛି କିନ୍ତୁ
ଏବେ ପଞ୍ଜାବବାଲା ଏଭଳି କୌଣସି ନାମୀଗ୍ରାମୀ ସିଂଘ ବାହାର କରନ୍ତୁ ଯିଏକି ସଭାରେ ଛିଡା ହୋଇ ମାଇକ୍
ହୋଇ ନିଜର ଅନୁଭବ ଶୁଣାଇପାରିବ । ମାଇକ୍ ମଧ୍ୟ ବଡ ହେବା ଦରକାର, ଛୋଟ ନୁହେଁ । ଯେପରି ସରକାରୀ
ଭି.ଆଇ.ପି. ମାନେ ଅଲଗା ଅଛନ୍ତି ସେହିପରି ମହାତ୍ମାମାନଙ୍କ ଭିତରେ ମଧ୍ୟ ଭି.ଆଇ.ପି. ଅଛନ୍ତି,
ସେହିଭଳି କୌଣସି ବଡ ମାଇକ୍ ବାହାର କର ଯିଏକି ନିଜର ଅନୁଭବ ଦ୍ୱାରା ଅନ୍ୟମାନଙ୍କୁ ଉତ୍ସାହିତ
କରିପାରିବ । ଏହିଭଳି କାହାକୁ ବାହାର କର, ସେଥିପାଇଁ ଯୋଜନା କର । ହୋଇପାରିବ, କାହିଁକିନା
ଆଜିକାଲି ସମସ୍ତେ ଭାବୁଛନ୍ତି ଯେ ସାଧୁ ସନ୍ଥ ମାନଙ୍କ ଦ୍ୱାରା ସେବା ତ ଦ୍ୱାପରଯୁଗଠାରୁ ଆରମ୍ଭ
ହେଲାଣି କିନ୍ତୁ ନିଜ ସମାନ ସେହିଭଳି ବଡ ଗୁରୁ ଅନ୍ୟ କାହାକୁ ବା କୌଣସି ଶିଷ୍ୟକୁ କରିପାରିବାର
ଦୃଷ୍ଟାନ୍ତ ସେମାନଙ୍କ ପାଖରେ ନାହିଁ, କିନ୍ତୁ ବାପଦାଦା ତ ନିଜଠାରୁ ମଧ୍ୟ ପିଲାମାନଙ୍କୁ ଅଧିକ
ଯୋଗ୍ୟ କରିଛନ୍ତି, ଯେଉଁମାନେ କି ସର୍ବ ସାଧାରଣଙ୍କର ସେବା କରୁଛନ୍ତି, ସେଥିପାଇଁ ପଞ୍ଜାବବାଲା
କିଛି ନବୀନତା କରିଦେଖାଅ । ଭି.ଆଇ.ପି. ତ ସବୁ ଆଡୁ ଆସୁଛନ୍ତି କିନ୍ତୁ ତୁମେମାନେ ଏଭଳି
ଭି.ଆଇ.ପି.କୁ ଆଣ ଯାହାକି ତାଙ୍କର ଅନୁଭବକୁ ଶୁଣି ସମସ୍ତେ ଜାଗି ଉଠିବେ ଏବଂ ସମସ୍ତଙ୍କୁ ସନ୍ଦେଶ
ମିଳିଯିବ । କ’ଣ ହୋଇପାରିବ ତ? ଚେଷ୍ଟା କରିବ । କିଛି ତ ସମୟ ନିଶ୍ଚିତ ଲାଗିବ କିନ୍ତୁ ସେହିଭଳି
କାହାକୁ ପ୍ରସ୍ତୁତ କରି ଦେଖାଅ । ବାକି ବୃଦ୍ଧି ତ ହୋଇଚାଲିଛି । ଆଚ୍ଛା!
ବରଦାନ:-
ବାବାଙ୍କର ହାତ
ଏବଂ ସଂଗର ସ୍ମୃତି ଦ୍ୱାରା ମୁଶକିଲ୍କୁ ସହଜ କରୁଥିବା ଚିନ୍ତାମୁକ୍ତ ବା ନିଶ୍ଚିନ୍ତ ଭବ ।
ଯଦି କୌଣସି ବଡ ଅର୍ଥାତ୍
ଶକ୍ତିଶାଳୀ ବ୍ୟକ୍ତିଙ୍କ ହାତରେ ହାତ ରହିଥାଏ, ତେବେ ସ୍ଥିତି ଚିନ୍ତାମୁକ୍ତ ବା ନିଶ୍ଚିନ୍ତ
ରହିଥାଏ, ସେହିପରି ପ୍ରତ୍ୟେକ କର୍ମରେ ଏହିଭଳି ଭାବିବା ଦରକାର ଯେ ବାପଦାଦା ମୋ’ ସାଥୀରେ ମଧ୍ୟ
ଅଛନ୍ତି ଏବଂ ମୋର ଏହି ଅଲୌକିକ ଜୀବନର ହାତ ତାଙ୍କ ହାତରେ ରହିଛି ଅର୍ଥାତ୍ ମୋ’ର ଜୀବନ ତାଙ୍କ
ଜିମାରେ ଅଛି, ତେଣୁ ମୋ’ର ଭଲ-ମନ୍ଦର ଦାୟିତ୍ୱ ମଧ୍ୟ ତାଙ୍କର ଅଟେ । ଏହିଭଳି ସବୁ ବୋଝ ବାବାଙ୍କ
ଉପରେ ଦେଇ ନିଜକୁ ହାଲୁକା କରିଦିଅ । ବୋଝ ଉତ୍ତାରିବାର ବା ମୁଶକିଲ୍କୁ ସହଜ କରିବାର ସାଧନ ହେଲା
- ବାବାଙ୍କର ହାତ ଏବଂ ସଂଗ ।
ସ୍ଲୋଗାନ:-
ଯଦି
ପୁରୁଷାର୍ଥରେ ସତ୍ୟତା ଥିବ, ତେବେ ବାପଦାଦାଙ୍କର ଅତିରିକ୍ତ ସାହାଯ୍ୟର ଅନୁଭବ କରିବ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର । ଯଦି ତୁମ ସହିତ କେହି ମୁହାଁମୁହିଁ ହେଉଛି
ତେବେ ତୁମେ ତା’କୁ ନିଜର ସ୍ନେହ ରୂପକ ପାଣି ଦିଅ । ତୁମେ କିନ୍ତୁ ନିଜର ମଧୁରତା ଏବଂ ନମ୍ରତାର
ଗୁଣକୁ ଛାଡ ନାହିଁ । ନମ୍ରତାର ପୋଷାକ ପିନ୍ଧି କରି ରୁହ । ଏହି ନମ୍ରତା ହିଁ କବଚ ଅଟେ, ଯାହାକି
ତୁମ ପାଇଁ ସୁରକ୍ଷାର ସାଧନ ଅଟେ । ତେବେ ସଂସ୍କାରକୁ ମିଶାଇ ଚାଲିବାର ରାସ କରିବାର ସହଜ ବିଧି
ହେଲା - ନିଜେ ନମ୍ରଚିତ୍ତ ଏବଂ ମଧୁରତା ସମ୍ପନ୍ନ ହୋଇଯାଅ ଏବଂ ଅନ୍ୟକୁ ଶ୍ରେଷ୍ଠ ଆସନ ଦେଇଦିଅ ।