12.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମ ସନ୍ତାନମାନଙ୍କର ଶୃଙ୍ଗାର କରିବା ପାଇଁ ଆସିଛନ୍ତି, ପବିତ୍ରତାର ଶୃଙ୍ଗାର ହିଁ ହେଉଛି
ସବୁଠାରୁ ଉତ୍ତମ ଶୃଙ୍ଗାର ।”
ପ୍ରଶ୍ନ:-
ସମ୍ପୂର୍ଣ୍ଣ ୮୪
ଜନ୍ମ ନେଉଥିବା ପିଲାମାନଙ୍କର ମୁଖ୍ୟ ଲକ୍ଷଣ କ’ଣ ହୋଇଥିବ?
ଉତ୍ତର:-
(୧) ସେମାନେ ବାବାଙ୍କୁ ପିତା ରୂପରେ ମନେ ପକାଇବା ସହିତ ଶିକ୍ଷକ ଏବଂ ସଦ୍ଗୁରୁ ରୂପରେ ମଧ୍ୟ ମନେ
ପକାଇବେ । ଏମିତି ନୁହେଁ, ପିତା ମନେ ପଡିଲେ ଶିକ୍ଷକ ଭୁଲି ହୋଇଯିବେ । ଯେତେବେଳେ ତିନି ଜଣଙ୍କୁ
ମନେ ପକାଇବେ ତେବେ ଯାଇ କୃଷ୍ଣପୁରୀକୁ ଯାଇପାରିବେ ଅର୍ଥାତ୍ ଆରମ୍ଭରୁ ପାର୍ଟ କରିପାରିବେ । (୨)
ସେମାନଙ୍କୁ କେବେହେଲେ ମାୟାର ତୋଫାନ ହରାଇ ପାରିବ ନାହିଁ ।
ଓମ୍ ଶାନ୍ତି ।
ବାବା ପ୍ରଥମେ
ପିଲାମାନଙ୍କୁ କହୁଛନ୍ତି - ପିଲେ, ତୁମେମାନେ ଏ କଥା ଭୁଲିଯାଉ ନାହଁ ତ ଆମେମାନେ ବାବାଙ୍କ
ସମ୍ମୁଖରେ ଶିକ୍ଷକଙ୍କ ସମ୍ମୁଖରେ ଏବଂ ସତ୍ଗୁରୁଙ୍କ ସମ୍ମୁଖରେ ବସିଛୁ । ବାବା ବୁଝିପାରୁ
ନାହାଁନ୍ତି କି ସମସ୍ତେ ଏହି ସ୍ମୃତିରେ ବସିଛନ୍ତି । ତଥାପି ମଧ୍ୟ ବାବାଙ୍କର କର୍ତ୍ତବ୍ୟ ହେଉଛି,
ପିଲାମାନଙ୍କୁ ବୁଝାଇବା । ଏହା ହେଉଛି ଅର୍ଥ ସହିତ ବାବାଙ୍କୁ ମନେ ପକାଇବା । ଆମର ବାବା ବେହଦର
ବାବା ବି ଅଟନ୍ତି, ଶିକ୍ଷକ ବି ଅଟନ୍ତି ଏବଂ ତା’ ସହିତ ସତଗୁରୁ ମଧ୍ୟ ଅଟନ୍ତି ଯିଏକି
ପିଲାମାନଙ୍କୁ ସାଥୀରେ ଘରକୁ ନେଇଯିବେ । ବାବା ଏବେ ପିଲାମାନଙ୍କର ଶୃଙ୍ଗାର କରିବା ପାଇଁ ହିଁ
ଆସିଛନ୍ତି । ସିଏ ଆମର ପବିତ୍ରତାରେ ଶୃଙ୍ଗାର କରାଇ ଆସିଛନ୍ତି । ଅସରନ୍ତି ଧନ ମଧ୍ୟ ଦେଉଛନ୍ତି ।
ତେବେ ଧନ ନୂଆ ଦୁନିଆ ପାଇଁ ହିଁ ଦେଉଛନ୍ତି, ଯେଉଁଠାକୁ ତୁମମାନଙ୍କୁ ଯିବାର ଅଛି । ଏହା
ପିଲାମାନଙ୍କୁ ମନେ ପକାଇବାକୁ ହେବ । ପିଲାମାନେ ଅବହେଳା କରି ବାବାଙ୍କୁ ଭୁଲିଯାଉଛନ୍ତି । ଯାହା
ଦ୍ୱାରା ଯେତିକି ଖୁସି ରହିବା ଦରକାର ତାହା କମ ହୋଇଯାଉଛି । ଏଭଳି ପିତା ତ ଆଉ କେବେ ମିଳନ୍ତି
ହିଁ ନାହିଁ । ତୁମେ ଜାଣିଛ ଆମେ ପିଲାମାନେ ବାବାଙ୍କର ସନ୍ତାନ ଅଟୁ । ସିଏ ଆମକୁ ପାଠ ପଢାଉଛନ୍ତି,
ତେଣୁ ସିଏ ନିଶ୍ଚୟ ଶିକ୍ଷକ ମଧ୍ୟ ହେଲେ । ଆମେ ନୂଆ ଦୁନିଆ, ଅମରପୁରୀକୁ ଯିବା ପାଇଁ ଏବେ ପାଠ
ପଢୁଛୁ । ଏବେ ଆମେ ସଂଗମଯୁଗରେ ଅଛୁ । ଏହି କଥାର ସ୍ମୃତି ପିଲାମାନଙ୍କର ନିଶ୍ଚିତ ରହିବା ଦରକାର
। ସମ୍ପୂର୍ଣ୍ଣ ରୂପେ ମନେ ପକାଇବା ଦରକାର । ଏହା ମଧ୍ୟ ଜାଣିଛ କି ଆମେ ଏବେ କଂସପୁରୀ ଆସୁରୀ
ଦୁନିଆରେ ଅଛୁ । ଯଦିଓ କାହାକୁ କୃଷ୍ଣଙ୍କର ସାକ୍ଷାତ୍କାର ହେଉଛି କିନ୍ତୁ ସାକ୍ଷାତ୍କାର ଦ୍ୱାରା
କେହି କୃଷ୍ଣପୁରୀ କିମ୍ବା ତାଙ୍କ ରାଜଧାନୀକୁ ଯାଇପାରିବେ ନାହିଁ । ତାଙ୍କ ରାଜଧାନୀକୁ ସେତେବେଳେ
ଯାଇପାରିବେ ଯେତେବେଳେ ପିତା, ଶିକ୍ଷକ, ସତଗୁରୁ ତିନିଜଣଙ୍କୁ ମନେ ପକାଇ ଚାଲିବେ । ଏକଥା
ଆତ୍ମାମାନଙ୍କୁ ହିଁ ବୁଝାଯାଉଛି । ଆତ୍ମା ହିଁ କହୁଛି - ଆଜ୍ଞା ବାବା! ଆପଣ ତ ସତ୍ୟ କହୁଛନ୍ତି ।
ଆପଣ ପିତା ହେବା ସହିତ ଶିକ୍ଷାଦାତା ଶିକ୍ଷକ ମଧ୍ୟ ଅଟନ୍ତି । ତେବେ ଆମକୁ ପରମଆତ୍ମା ହିଁ ପାଠ
ପଢାଉଛନ୍ତି । ଲୌକିକ ପାଠ ମଧ୍ୟ ଆତ୍ମା ଶରୀର ମାଧ୍ୟମରେ ପଢିଥାଏ । କିନ୍ତୁ ସେତେବେଳେ ଆତ୍ମା
ପତିତ ଥିବା କାରଣରୁ ଶରୀର ମଧ୍ୟ ପତିତ ଥାଏ । ଏବେ ଆମେ ସମସ୍ତେ ନର୍କବାସୀ - ଏ କଥା ଦୁନିଆର
ମନୁଷ୍ୟମାନଙ୍କୁ ଜଣା ନାହିଁ ।
ଏବେ ତୁମେ ବୁଝୁଛ ଯେ ଆମେ
ଏବେ ଘରକୁ ଯାଉଛୁ । ଏହା ତୁମର ରହିବାର ସ୍ଥାନ ନୁହେଁ । ଏହା ହେଉଛି ରାବଣର ଦୁନିଆ । ତୁମ
ଦୁନିଆରେ ତ ଅସରନ୍ତି ସୁଖ ରହିଛି । ଏଠିକାର ଲୋକମାନେ ଭାବନ୍ତି ନାହିଁ ଯେ ଆମେ ଅନ୍ୟର ରାଜ୍ୟରେ
ଅଛୁ । ପୂର୍ବରୁ ଆମେ ମୁସଲମାନମାନଙ୍କ ରାଜ୍ୟରେ ଥିଲେ ପୁଣି ଖ୍ରୀଷ୍ଟିୟାନମାନଙ୍କ ରାଜ୍ୟରେ ଥିଲେ
। ଏବେ ତୁମେ ଜାଣୁଛ ଯେ ଆମେମାନେ ନିଜ ରାଜ୍ୟକୁ ଯାଉଛୁ । ଆଗରୁ ଆମେ ରାବଣ ରାଜ୍ୟକୁ ନିଜ ରାଜ୍ୟ
ବୋଲି ଭାବୁଥିଲୁ । ଏହା ଭୁଲି ଯାଇଛୁ କି ଆମେ ପ୍ରଥମେ ରାମରାଜ୍ୟରେ ଥିଲୁ । ପୁଣି ୮୪ ଜନ୍ମର
ଚକ୍ରରେ ଆସି ରାବଣ ରାଜ୍ୟରେ ଅର୍ଥାତ୍ ଦୁଃଖରେ ଆସି ପଡିଛୁ । ପର ରାଜ୍ୟରେ ତ କେବଳ ଦୁଃଖ ହିଁ
ମିଳିଥାଏ । ଏହି ସମସ୍ତ ଜ୍ଞାନ ତୁମ ବୁଦ୍ଧିରେ ଆସିବା ଦରକାର । ବାବାଙ୍କର ସ୍ମୃତି ତ ନିଶ୍ଚିତ
ଆସିବା ଦରକାର । କିନ୍ତୁ ତିନି ଜଣଙ୍କୁ ମନେ ପକାଇବାକୁ ହେବ । ଏହି ଜ୍ଞାନକୁ ମନୁଷ୍ୟମାନେ ହିଁ
ପଢିପାରିବେ, ଜୀବଜନ୍ତୁ ତ ପଢିବେ ନାହିଁ । ତୁମେ ପିଲାମାନେ ଏହା ମଧ୍ୟ ଜାଣିଛ ଯେ ସେଠାରେ କୌଣସି
ବାରିଷ୍ଟରୀ ଆଦିର ପାଠ ପଢାଯାଏ ନାହିଁ । ବାବା ଏହିଠାରେ ହିଁ ତୁମମାନଙ୍କୁ ମାଲାମାଲ୍ କରୁଛନ୍ତି
କିନ୍ତୁ ସମସ୍ତେ ତ ରାଜା ହେବେ ନାହିଁ । ସେଠାରେ ମଧ୍ୟ ବ୍ୟବସାୟ ଆଦି ହେବ କିନ୍ତୁ ତୁମ ପାଖରେ
ଅସରନ୍ତି ଧନ ଥିବ । ସେଠାରେ କ୍ଷତି ଆଦି ହେବାର ନିୟମ ହିଁ ନାହିଁ, ଚୋରି ଆଦି ହେବାର ଡର ନାହିଁ
। ତା’ର ନାମ ହିଁ ହେଉଛି ସ୍ୱର୍ଗ । ଏବେ ତୁମ ପିଲାମାନଙ୍କର ସ୍ମୃତି ଆସିଛି ଯେ ଆମେ ପ୍ରଥମେ
ସ୍ୱର୍ଗରେ ଥିଲୁ ପୁଣି ପୁନର୍ଜନ୍ମ ନେଇ ନେଇ ତଳକୁ ଖସିଛୁ । ବାବା କାହାଣୀ ମଧ୍ୟ ଆମମାନଙ୍କୁ
ଶୁଣାଉଛନ୍ତି । ଯଦି ୮୪ ଜନ୍ମ ନେଇ ନ ଥିବେ ତେବେ ମାୟା ହରାଇ ଦେବ । ଏହା ମଧ୍ୟ ବାବା ବୁଝାଇ
ଚାଲିଛନ୍ତି । ମାୟାର କେତେ ବଡ ତୋଫାନ ଆସୁଛି । ବହୁତ ପିଲାଙ୍କୁ ମାୟା ହରାଇବାକୁ ଚେଷ୍ଟା କରୁଛି
। ଆଗକୁ ଗଲେ ତୁମେ ଏସବୁ ଦେଖିବ ଆଉ ଶୁଣିବ । ବ୍ରହ୍ମାବାବାଙ୍କ ନିକଟରେ ଯଦି ସମସ୍ତଙ୍କର ଚିତ୍ର
ଥା’ନ୍ତା ତେବେ ତୁମକୁ ସେଇ ଆଶ୍ଚର୍ଯ୍ୟର କଥା ଦେଖାଇ ଦେଇଥାଆନ୍ତେ - ଅମୁକ ଏତିକି ଦିନ ଆସିଲା,
ବାବାଙ୍କର ହେଲା ପୁଣି ମାୟା ତାଙ୍କୁ ଖାଇଗଲା - ମରିଗଲା, ମାୟା ସହିତ ଯାଇ ମିଶିଗଲା । ଏଠାରେ
ବର୍ତ୍ତମାନ ଯଦି କେହି ଶରୀର ତ୍ୟାଗ କରିବ, ତେବେ ସିଏ ଏହି ଦୁନିଆରେ ହିଁ ଆସି ଜନ୍ମ ନେବ । ତୁମେ
ଶରୀର ତ୍ୟାଗ କଲେ ବାବାଙ୍କ ସହିତ ବେହଦ ଘରକୁ ଯିବ । ସେଠାରେ ବାବା, ମମ୍ମା, ପିଲାମାନେ ସମସ୍ତେ
ଅଛନ୍ତି ନା । ପରିବାର ଏହିଭଳି ହିଁ ହୋଇଥାଏ । ବ୍ରହ୍ମଲୋକରେ କେବଳ ପିତା ଏବଂ ଭାଇ ଭାଇର
ସମ୍ବନ୍ଧ ବ୍ୟତୀତ ଆଉ କୌଣସି ସମ୍ବନ୍ଧ ନ ଥାଏ । ଏଠାରେ କିନ୍ତୁ ପିତାଙ୍କର ସମ୍ବନ୍ଧ ଭାଇ-ଭଉଣୀର
ସମ୍ବନ୍ଧ ରହିଛି ପୁଣି ଆହୁରି ଅନେକ ସମ୍ବନ୍ଧ ବୃଦ୍ଧି ହୋଇଚାଲିଛି । କାକା, ମାମୁଁ ଆଦି ଅନେକ
ସମ୍ବନ୍ଧ ଯୋଡି ହୋଇ ଚାଲିଛି । ଏହି ସଂଗମଯୁଗରେ ତୁମେମାନେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ
ହୋଇଛ, ତେଣୁ ପରସ୍ପର ଭିତରେ ଭାଇ ଭଉଣୀ ହୋଇଗଲ । ଶିବବାବାଙ୍କୁ ତୁମେ ମନେ ପକାଉଛ ତେଣୁ ସେହି
ହିସାବରେ ଭାଇ-ଭାଇ ଅଟ । ତୁମକୁ ଏହି ସବୁ କଥାକୁ ଭଲ ଭାବରେ ସ୍ମରଣ କରିବାକୁ ହେବ । କିନ୍ତୁ
ବହୁତ ସନ୍ତାନ ଭୁଲିଯାଉଛନ୍ତି । ବାବା ତ ସର୍ବଦା ବୁଝାଇ ଚାଲିଛନ୍ତି । ପିଲାମାନଙ୍କୁ ଉଚ୍ଚକୁ
ଉଠାଇବା ହେଉଛି ବାବାଙ୍କର କର୍ତ୍ତବ୍ୟ, ସେଥିପାଇଁ ବାବା ପିଲାମାନଙ୍କୁ ନମସ୍ତେ ନମସ୍ତେ
କରିଚାଲିଛନ୍ତି ଏବଂ ତା’ର ଅର୍ଥ ମଧ୍ୟ ବୁଝାଉଛନ୍ତି । ଭକ୍ତି କରୁଥିବା ସାଧୁ-ସନ୍ଥମାନେ କେହି ବି
ତୁମକୁ ଜୀବନମୁକ୍ତିର ରାସ୍ତା ବତାଇ ପାରିବେ ନାହିଁ । ସେମାନେ ମୁକ୍ତି ପ୍ରାପ୍ତ କରିବା ପାଇଁ
ହିଁ ପୁରୁଷାର୍ଥ କରିଚାଲିଛନ୍ତି । ସେମାନେ ନିବୃତ୍ତି ମାର୍ଗର ହିଁ ଅଟନ୍ତି, ସେମାନେ ରାଜଯୋଗ
କିପରି ଶିଖାଇ ପାରିବେ । ରାଜଯୋଗ ହେଉଛି ହିଁ ପ୍ରବୃତ୍ତିମାର୍ଗର । ପ୍ରଜାପିତା ବ୍ରହ୍ମାଙ୍କୁ ୪
ଭୁଜାଧାରୀ ଦେଖାଉଛନ୍ତି ତେବେ ସିଏ ପ୍ରବୃତ୍ତି ମାର୍ଗର ହେଲେ ନା । ଏଠାରେ ବାବା ୟାଙ୍କୁ ପୋଷ୍ୟ
ରୂପେ ଗ୍ରହଣ କରିଛନ୍ତି ଏବଂ ନାମ ରଖିଛନ୍ତି ବ୍ରହ୍ମା ଏବଂ ସରସ୍ୱତୀ । ଡ୍ରାମାରେ ନିଧାର୍ଯ୍ୟ
ଦେଖ କିପରି ହୋଇଛି । ୬୦ ବର୍ଷ ପରେ ବାନପ୍ରସ୍ଥ ଅବସ୍ଥାରେ ହିଁ ମନୁଷ୍ୟ ଗୁରୁ କରିଥା’ନ୍ତି । ଏହି
ବ୍ରହ୍ମାଙ୍କ ଶରୀରରେ ମଧ୍ୟ ଶିବବାବା ୬୦ ବର୍ଷ ପରେ ପ୍ରବେଶ କରିଛନ୍ତି । ତେଣୁ ଇଏ ପିତା,
ଶିକ୍ଷକ, ଗୁରୁ ହୋଇଗଲେ । ଏବେ ତ ନିୟମ ସବୁ ବିଗିଡି ଯାଇଛି । ଛୋଟ ପିଲାକୁ ମଧ୍ୟ ଗୁରୁ କରାଇ
ଦେଉଛନ୍ତି । କିନ୍ତୁ ଇଏ ତ ନିରାକାର ହିଁ ଅଟନ୍ତି । ତୁମ ଆତ୍ମାମାନଙ୍କର ଇଏ ପିତା ମଧ୍ୟ ଅଟନ୍ତି,
ଶିକ୍ଷକ ଏବଂ ସତଗୁରୁ ମଧ୍ୟ ହୋଇଥାଆନ୍ତି । ନିରାକାରୀ ଦୁନିଆକୁ ଆତ୍ମାମାନଙ୍କର ଦୁନିଆ କୁହାଯାଏ
ନା । ଏମିତି ତ କୁହାଯିବ ନାହିଁ ଯେ ଦୁନିଆ ହିଁ ନାହିଁ । ତାକୁ ଶାନ୍ତିଧାମ କୁହାଯାଏ । ସେଠାରେ
ଆତ୍ମାମାନେ ନିବାସ କରନ୍ତି । ଯଦି କହିବା ପରମାତ୍ମାଙ୍କର ନାମ, ରୂପ, ଦେଶ, କାଳ ନାହିଁ ତେବେ
ପୁଣି ସନ୍ତାନ କେଉଁଠାରୁ ଆସିବେ ।
ଏହି ବିଶ୍ୱର
ଇତିହାସ-ଭୂଗୋଳର କିପରି ପୁନରାବୃତ୍ତି ହେଉଛି ତାହା ତୁମେ ପିଲାମାନେ ଏବେ ବୁଝୁଛ । ଇତିହାସ,
ଚୈତନ୍ୟର ହୋଇଥାଏ, ଭୂଗୋଳ ଜଡ ବସ୍ତୁର ହୋଇଥାଏ । ତୁମର ଆତ୍ମା ଜାଣିଛି ଯେ ଆମେ କେତେ ସମୟ ରାଜତ୍ୱ
କରିଥାଉ । ଇତିହାସର ଗାୟନ କରାଯାଏ, ଯାହାକୁ କାହାଣୀ କୁହାଯାଏ । ଭୂଗୋଳ ଦେଶର ହୋଇଥାଏ । ତେବେ
ଚୈତନ୍ୟ ଦେବୀ-ଦେବତାମାନେ ରାଜ୍ୟ କରିଥିଲେ, ଜଡ ବସ୍ତୁ ତ ରାଜ୍ୟ କରିପାରିବେ ନାହିଁ । କେତେ
ସମୟରୁ ଅମୁକର ରାଜ୍ୟ ଥିଲା, ଖ୍ରୀଷ୍ଟୀୟାନମାନେ ଭାରତରେ କେତେ ସମୟ ରାଜ୍ୟ କରିଲେ । କିନ୍ତୁ ଏହି
ବିଶ୍ୱର ଇତିହାସ ଭୂଗୋଳକୁ କେହି ଜାଣି ନାହାଁନ୍ତି । କହୁଛନ୍ତି - ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ
ହୋଇଗଲାଣି । ଏଥିରେ କିଏ ରାଜ୍ୟ କରିଥିଲେ, କେତେ ସମୟ ରାଜ୍ୟ କରିଲେ - ଏ କଥା କେହି
ଜାଣିନାହାଁନ୍ତି । ଏହାକୁ ହିଁ ଇତିହାସ କୁହାଯାଏ । ଆତ୍ମା ହେଉଛି ଚୈତନ୍ୟ ଏବଂ ଶରୀର ହେଉଛି ଜଡ
। ସମସ୍ତ ଖେଳ ହିଁ ଜଡ ଏବଂ ଚୈତନ୍ୟର ଅଟେ । ଗାୟନ କରାଯାଏ - ମନୁଷ୍ୟ ଜୀବନ ଦୁର୍ଲଭ ଅଟେ ।
ଜନଗଣନାରେ ମନୁଷ୍ୟମାନଙ୍କର ହିଁ ଗଣନା କରାଯାଏ । ଜୀବଜନ୍ତୁଙ୍କର ତ କେହି ଗଣନା କରିପାରିବେ ନାହିଁ
। ସମସ୍ତ ଖେଳ ହିଁ ତୁମମାନଙ୍କର ଅଟେ । ଇତିହାସ-ଭୂଗୋଳ ମଧ୍ୟ ତୁମେମାନେ ହିଁ ଶୁଣୁଛ । ବାବା ଏହି
ବ୍ରହ୍ମାଙ୍କ ଶରୀରରେ ଆସି ତୁମକୁ ସବୁ କଥା ବୁଝାଉଛନ୍ତି, ଏହାକୁ କୁହାଯାଏ ବେହଦର ଇତିହାସ-ଭୂଗୋଳ
। ପୂର୍ବରୁ ଏହି ଜ୍ଞାନ ନ ଥିବା କାରଣରୁ ତୁମେ କେତେ ଅଜ୍ଞାନୀ ହୋଇଯାଇଛ । ମନୁଷ୍ୟ ହୋଇ ଯଦି
ଦୁନିଆର ଇତିହାସ ଭୂଗୋଳକୁ ନ ଜାଣିଲ ତେବେ ସେ ମନୁଷ୍ୟ କେଉଁ କାମର । ଏବେ ବାବାଙ୍କ ଦ୍ୱାରା ତୁମେ
ବିଶ୍ୱର ଇତିହାସ-ଭୂଗୋଳ ଶୁଣୁଛ । ଏହି ପାଠପଢା କେତେ ଭଲ, ଆମକୁ କିଏ ପଢାଉଛନ୍ତି? ବାବା । ବାବା
ହିଁ ସବୁଠାରୁ ଉଚ୍ଚ ପଦ ପ୍ରାପ୍ତ କରାଇଥାଆନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କ ସହିତ ଯେଉଁମାନେ
ସ୍ୱର୍ଗରେ ରହୁଛନ୍ତି ସେମାନଙ୍କର ସବୁଠାରୁ ଉଚ୍ଚ ପଦ ହେଲା ନା । ସେଠାରେ ବାରିଷ୍ଟର ଆଦି ତ କେହି
କରନ୍ତି ନାହିଁ । ସେଠାରେ କେବଳ ବିଦ୍ୟା ଲାଭ କରିଥା’ନ୍ତି । କୌଶଳ ନ ଶିଖିଲେ ଘର କିପରି ତିଆରି
କରିବେ । ତେଣୁ ପରସ୍ପରକୁ କୌଶଳ ଶିଖାଇଥା’ନ୍ତି । ନଚେତ୍ ଏତେ ଘର କିଏ ତିଆରି କରିବେ । ଆପେ ଆପେ
ତ ମହଲ ତିଆରି ହୋଇଯିବ ନାହିଁ । ଏହି ସବୁ ରହସ୍ୟ ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ମଧ୍ୟ
ପୁରୁଷାର୍ଥର କ୍ରମଅନୁସାରେ ରହିଛି । ତୁମେ ଜାଣିଛ - ଯେ ସୃଷ୍ଟିଚକ୍ର ଘୂରି ଚାଲିଛି, ଆମେ ଏତେ
ସମୟ ରାଜ୍ୟ କରିଲେ ପୁଣି ଏତେ ସମୟ ରାବଣ ରାଜ୍ୟରେ ରହିଲେ । ଦୁନିଆବାଲାଙ୍କୁ ଏହି କଥା ଜଣା ନାହିଁ
ଯେ ଆମେ ଏବେ ରାବଣ ରାଜ୍ୟରେ ଅଛୁ । କହୁଛନ୍ତି ନା ବାବା ଆମକୁ ଏହି ରାବଣ ରାଜ୍ୟରୁ ଉଦ୍ଧାର କର ।
ଭାରତ ବାସୀମାନେ ଖ୍ରୀଷ୍ଟିୟାନମାନଙ୍କ ଠାରୁ ନିଜକୁ ଉଦ୍ଧାର କରିଲେ । ଏବେ ପୁଣି କହୁଛନ୍ତି - ହେ
ଈଶ୍ୱର ପିତା ଆମକୁ ଉଦ୍ଧାର କର । ତେବେ ସ୍ମୃତି ଆସୁଛି ନା । ସେମାନେ କେହି ବି ଜାଣନ୍ତି ନାହିଁ
ଯେ ଏଭଳି କାହିଁକି କହୁଛନ୍ତି । ଏବେ ତୁମେମାନେ ଜାଣୁଛ ଯେ ସାରା ସୃଷ୍ଟିରେ ରାବଣର ରାଜ୍ୟ ଚାଲିଛି,
ସମସ୍ତେ କହୁଛନ୍ତି ଆମକୁ ରାମରାଜ୍ୟ ଦରକାର, ତେବେ ଏହି ରାବଣ ରାଜ୍ୟରୁ ସମସ୍ତଙ୍କୁ କିଏ ଉଦ୍ଧାର
କରିବେ? ଭାବୁଛନ୍ତି ଈଶ୍ୱର ପିତା ଉଦ୍ଧାର କରି ଆମର ପଥ ପ୍ରଦର୍ଶକ ହୋଇ ସାଥୀରେ ନେଇଯିବେ ।
ଭାରତବାସୀମାନଙ୍କର ଏତିକି ବୁଦ୍ଧି ହିଁ ନାହିଁ । ଏମାନେ ତ ବିଲ୍କୁଲ୍ ତମଃପ୍ରଧାନ ଅଟନ୍ତି ।
ସେମାନେ ନା ଏତେ ଦୁଃଖ ଦେଖୁଛନ୍ତି, ନା ଏତେ ସୁଖ ଭୋଗ କରୁଛନ୍ତି । ଭାରତବାସୀ ସବୁଠାରୁ ଅଧିକ
ସୁଖୀ ହୋଇଥାଆନ୍ତି ତ ତା’ ସହିତ ଦୁଃଖୀ ମଧ୍ୟ ହୋଇଛନ୍ତି । ହିସାବ ରହିଛି ନା । ଦେଖ, ଏବେ କେତେ
ଦୁଃଖ ରହିଛି! ଯେଉଁମାନେ ଧାର୍ମିକ ହୋଇଥା’ନ୍ତି ସେମାନେ ମଧ୍ୟ ହେ ଈଶ୍ୱର ପିତା, ମୁକ୍ତିଦାତା କହି
ମନେ ପକାଇଥା’ନ୍ତି । ତୁମେ ମଧ୍ୟ ହୃଦୟରୁ ଏହା କହୁଛ - ବାବା, ଆସି ଆମର ଦୁଃଖ ହରଣ କର ଆଉ
ସୁଖଧାମକୁ ନେଇଚାଲ । କିନ୍ତୁ ଦୁନିଆର ସାଧୁ ସନ୍ଥମାନେ କହୁଛନ୍ତି - ଆମକୁ ଶାନ୍ତିଧାମକୁ ନେଇଚାଲ
। ତୁମେ କହିବ ଆମକୁ ଶାନ୍ତିଧାମ ଏବଂ ସୁଖଧାମକୁ ନେଇଚାଲ । ଏବେ ବାବା ଆସିଛନ୍ତି ତେଣୁ ବହୁତ ଖୁସି
ଲାଗିବା ଦରକାର । ଭକ୍ତିମାର୍ଗରେ କେତେ କର୍ଣ୍ଣରସ ରହିଛି । ସେଥିରେ ବାସ୍ତବ କଥା କିଛି ବି ନାହିଁ
। ଯେପରି ଅଟାରେ ଲୁଣ ସଦୃଶ । ଚଣ୍ଡିକାଦେବୀଙ୍କର ମଧ୍ୟ ମେଳା ଲାଗିଥାଏ । ତେବେ ଚଣ୍ଡିମାନଙ୍କର
ମେଳା କାହିଁକି ଲାଗୁଛି? ଚଣ୍ଡୀ କାହାକୁ କୁହାଯାଉଛି? ବାବା ବତାଇଛନ୍ତି ଯେ ଚଣ୍ଡାଳର ଜନ୍ମ ମଧ୍ୟ
ସେବାକେନ୍ଦ୍ରରେ ରହିଲାବାଲା ହିଁ ନେଇଥା’ନ୍ତି । ଏଠାରେ ରହି ଖାଇ, ପିଇ କିଛି ଦାନ କରି ପୁଣି
କହନ୍ତି - ମୁଁ ଯାହା ଦେଇଛି ତାହା ପୁଣି ମୋତେ ଫେରାଅ । ମୁଁ ଆଉ ମାନୁ ନାହିଁ..., ସଂଶୟ
ଆସିଯାଉଛି, ତେବେ ସେମାନେ ସତ୍ୟଯୁଗରେ ଯାଇ କ’ଣ ହେବେ । ଏଭଳି ଚଣ୍ଡିକାଙ୍କର ମଧ୍ୟ ମେଳା ଲାଗୁଛି
। ତଥାପି ବି ସତ୍ୟଯୁଗୀ ହୋଇଥାଆନ୍ତି ନା । କିଛି ସମୟ ବାବାଙ୍କର ସହଯୋଗୀ ହେଲେ ସେଥିପାଇଁ
ସ୍ୱର୍ଗରେ ଆସିଗଲେ । ଦୁନିଆର ଭକ୍ତ ତ କିଛି ଜାଣନ୍ତି ନାହିଁ । ଜ୍ଞାନ ତ କାହାରି ପାଖରେ ନାହିଁ
। ଚିତ୍ରବାଲା ଗୀତା ଦ୍ୱାରା ବହୁତ ପଇସା ରୋଜଗାର କରୁଛନ୍ତି । ଆଜିକାଲି ତ ସମସ୍ତେ ଚିତ୍ର (ଶରୀର)
ପ୍ରତି ଆକର୍ଷିତ ହେଉଛନ୍ତି । ଏହାକୁ ଆର୍ଟକଳା ବୋଲି ଭାବୁଛନ୍ତି । ମନୁଷ୍ୟମାନଙ୍କୁ କ’ଣ ଜଣା
ଦେବତାମାନଙ୍କର ଚିତ୍ର କିଭଳି ହୋଇଥାଏ । ବାସ୍ତବରେ ତୁମେମାନେ କେତେ ଫାଷ୍ଟକ୍ଲାସ୍ ଥିଲ । ପୁଣି
କ’ଣ ହୋଇଗଲ । ସେଠାରେ କେହି ଅନ୍ଧ, କଣା ଆଦି ହୋଇ ନ ଥା’ନ୍ତି । ଦେବତାମାନଙ୍କର ପ୍ରାକୃତିକ ଶୋଭା
ହୋଇଥାଏ, ପ୍ରାକୃତିକ ସୌନ୍ଦର୍ଯ୍ୟ ହୋଇଥାଏ । ତେବେ ବାବା ମଧ୍ୟ ସବୁ ବୁଝାଇ ସାରିବା ପରେ ପୁଣି
କହୁଛନ୍ତି - ପିଲାମାନେ, ତୁମେ ବାବାଙ୍କୁ ମନେ ପକାଅ । ବାବା, ପିତା ବି ଅଟନ୍ତି ଶିକ୍ଷକ-ସତଗୁରୁ
ମଧ୍ୟ ଅଟନ୍ତି । ତିନି ରୂପରେ ମନେ ପକାଅ, ତେବେ ତିନିଜଣଙ୍କଠାରୁ ସମ୍ପତ୍ତି ମିଳିବ । ଶେଷରେ ସମୟ
ଆସିଲେ, ତିନି ରୂପରେ ମନେ ପକାଇ ପାରିବେ ନାହିଁ । ପୁଣି ସେମାନେ ମୁକ୍ତିକୁ ଚାଲିଯିବେ ।
ବାବା ବୁଝାଇଛନ୍ତି -
ସୂକ୍ଷ୍ମଲୋକ ଆଦିରେ ଯାହା କିଛି ଦେଖୁଛ ସେ ସବୁ ହେଉଛି ସାକ୍ଷାତ୍କାରର କଥା । ବାକି
ଇତିହାସ-ଭୂଗୋଳ ଏସବୁ ହେଉଛି ଏଇଠିକାର । ଏହାର ଆୟୁଷ ବିଷୟରେ କାହାକୁ ଜଣାନାହିଁ । ଏବେ ତୁମ
ସନ୍ତାନମାନଙ୍କୁ ବାବା ବୁଝାଇଛନ୍ତି ପୁଣି ତୁମେ କାହାକୁ ବି ବୁଝାଇପାରିବ । ପ୍ରଥମେ ପ୍ରଥମେ ତ
ବାବାଙ୍କର ପରିଚୟ ଦେବାକୁ ହେବ । ସେ ହିଁ ବେଦହର ବାବା ପରମ ଆତ୍ମା ଅଟନ୍ତି । ଲୌକିକ ପିତାଙ୍କୁ
କେବେ ପରମାତ୍ମା ବା ସୁପ୍ରିମ ଆତ୍ମା କୁହାଯାଏ ନାହିଁ । ପରମଆତ୍ମା ତ ଜଣେ ଅଟନ୍ତି, ଯାହାଙ୍କୁ
ଭଗବାନ କୁହାଯାଏ । ସିଏ ଜ୍ଞାନର ସାଗର ଅଟନ୍ତି ତେଣୁ ତୁମକୁ ଜ୍ଞାନ ଶିଖାଉଛନ୍ତି । ଏହି ଈଶ୍ୱରୀୟ
ଜ୍ଞାନ ହେଉଛି ରୋଜଗାରର ଉତ୍ସ । ଜ୍ଞାନ ମଧ୍ୟ ଉତ୍ତମ, ମଧ୍ୟମ, କନିଷ୍ଠ ହୋଇଥାଏ ନା । ବାବା
ହେଉଛନ୍ତି ସବୁଠାରୁ ଉଚ୍ଚ ତେଣୁ ତାଙ୍କର ପାଠପଢା ମଧ୍ୟ ସବୁଠାରୁ ଉଚ୍ଚ ଅଟେ । ପଦ ମଧ୍ୟ ଉଚ୍ଚ ଅଟେ
। ଇତିହାସ, ଭୂଗୋଳ ତ ତୁରନ୍ତ ଜାଣିଯାଉଛନ୍ତି । ବାକି ଯୋଗର ଯାତ୍ରାରେ ଯୁ୍ଦ୍ଧ ଚାଲିଥାଏ । ଯଦି
ଏଥିରେ ତୁମେ ହାରିଯାଉଛ ତେବେ ଜ୍ଞାନରେ ମଧ୍ୟ ହାରିଯାଉଛ । ଯୋଗରେ ହାରିଯିବା ପରେ ଛାଡି
ଚାଲିଯାଉଛନ୍ତି ପରେ ଜ୍ଞାନ ମଧ୍ୟ ଭୁଲି ଯାଉଛନ୍ତି । ପୁଣି ପୂର୍ବରୁ ଯେପରି ଥିଲେ ସେହିପରି
ହୋଇଯାଉଛନ୍ତି କିମ୍ବା ତା’ଠାରୁ ଆହୁରି ହୀନ ମଧ୍ୟ ହୋଇଯାଉଛନ୍ତି । ବାବାଙ୍କୁ ସେମାନଙ୍କର
ଚାଲି-ଚଳଣିରୁ ଦେହ-ଅଭିମାନ ସ୍ପଷ୍ଟ ଜଣାପଡିଯାଏ । ବ୍ରାହ୍ମଣମାନଙ୍କର ମାଳା ମଧ୍ୟ ଅଛି କିନ୍ତୁ
କେତେକଙ୍କୁ ଜଣାନାହିଁ ଯେ ଆମେ କିଭଳି କ୍ରମାନୁସାରେ ଏଠାରେ ବସିଛୁ । ଦେହ-ଅଭିମାନ ରହିଛି ନା!
ନିଶ୍ଚୟ ବୁଦ୍ଧି ଆତ୍ମାର ନିଶ୍ଚିତ ଅପାର ଖୁସି ରହିବ । ବାବା ପଚାରିଲେ - କାହାର ନିଶ୍ଚୟ ଅଛି କି
- ମୁଁ ଏହି ଶରୀର ଛାଡି ଯାଇ ରାଜକୁମାର ହେବି? (ସମସ୍ତେ ହାତ ଉଠାଇଲେ) ପିଲାମାନଙ୍କୁ ଏତେ ଖୁସି
ରହିଛି । ତେଣୁ ତୁମ ସମସ୍ତଙ୍କ ଭିତରେ ତ ପୁରା ଦୈବୀଗୁଣ ରହିବା ଉଚିତ୍ । ନିଶ୍ଚୟବୁଦ୍ଧିର ଅର୍ଥ
ହେଉଛି ବିଜୟମାଳାରେ ଗୁନ୍ତା ହେବା ଆତ୍ମା ଅର୍ଥାତ୍ ରାଜକୁମାର ହେବାବାଲା ଆତ୍ମା । ଏମିତି ଦିନ
ମଧ୍ୟ ଆସିବ ଯାହାକି ବିଦେଶୀମାନେ ସବୁଠାରୁ ଅଧିକ ଆବୁ ଆସିବେ ଏବଂ ଅନ୍ୟ ସବୁ ତୀର୍ଥ ଯାତ୍ରା ଆଦି
କରିବା ଛାଡି ଦେବେ । ସେମାନେ ଭାରତର ରାଜଯୋଗ ଶିଖିବାକୁ ଚାହୁଁଛନ୍ତି । ସେମାନେ ଜାଣିବାକୁ
ଚାହୁଁଛନ୍ତି - (ସିଏ କିଏ ଯିଏ ସ୍ୱର୍ଗ ସ୍ଥାପନ କରିଥିଲେ ।) ପୁରୁଷାର୍ଥ କରାଯାଇଥାଏ, ଯଦି କଳ୍ପ
ପୂର୍ବେ ଏପରି ହୋଇଥିବ ତେବେ ନିଶ୍ଚିତ ସଂଗ୍ରାହଳୟ ତିଆରି ହୋଇଯିବ । ବୁଝାଇବାକୁ ହେବ ଯେ ଆମେ
ଏହିଭଳି ପ୍ରଦର୍ଶନୀ ସବୁବେଳ ପାଇଁ ଲଗାଇବାକୁ ଚାହୁଁଛୁ । ୪-୫ ବର୍ଷ ପାଇଁ ଭଡାରେ ଘର ନେଇ ଏହା
ଲଗାଇ ପାରିବ । ଆମେ ଭାରତକୁ ସୁଖଧାମ କରିବା ପାଇଁ ହିଁ ସେବା କରୁଛୁ । ଏଥିରେ ବହୁତଙ୍କର କଲ୍ୟାଣ
ହେବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅପାର
ଖୁସିରେ ରହିବା ପାଇଁ ସଦାସର୍ବଦା ଏହି ସ୍ମୃତି ରହୁ କି ସ୍ୱୟଂ ବାବା ଆମର ଶୃଙ୍ଗାର କରୁଛନ୍ତି,
ସେ ଆମକୁ ଅସରନ୍ତି ସମ୍ପତ୍ତି ଦେଉଛନ୍ତି । ଆମେମାନେ ନୂଆ ଦୁନିଆ ଅମରପୁରୀକୁ ଯିବା ପାଇଁ ପାଠ
ପଢୁଛୁ ।
(୨) ବିଜୟ ମାଳାରେ
ଗୁନ୍ଥି ହେବା ପାଇଁ ନିଶ୍ଚୟବୁଦ୍ଧି ହୋଇ ଦୈବୀଗୁଣକୁ ଧାରଣ କରିବାକୁ ହେବ । ଯାହା କିଛି ଦେଇ
ଦେଇଛ, ତା’କୁ ଫେରାଇ ନେବାର ସଂକଳ୍ପ କେବେ ବି ଆସିବା ଉଚିତ୍ ନୁହେଁ । ସଂଶୟବୁଦ୍ଧି ହୋଇ ନିଜର
ପଦକୁ ହରାଇବାର ନାହିଁ ।
ବରଦାନ:-
କ୍ରୋଧୀ ଆତ୍ମାକୁ
ଦୟାଭାବର ଶୀତଳ ଜଳ ଦ୍ୱାରା ଗୁଣ ଦାନ ଦେଉଥିବା ବରଦାନୀ ଆତ୍ମା ହୁଅ ।
ତୁମ ସମ୍ମୁଖକୁ ଯଦି କେହି
କ୍ରୋଧ ଅଗ୍ନିରେ ଜଳୁଥିବା ଅବସ୍ଥାରେ ଆସିଯାଏ, ତୁମକୁ ଗାଳିଦିଏ ବା ନିନ୍ଦା କରେ... ତେବେ ଏଭଳି
ଆତ୍ମାକୁ ମଧ୍ୟ ନିଜର ଶୁଭଭାବନା, ଶୁଭକାମନା ଦ୍ୱାରା, ମନର ବୃତ୍ତି ଦ୍ୱାରା, ସ୍ଥିତି ଦ୍ୱାରା
ଗୁଣଦାନ ବା ସହନଶୀଳତାର ଶକ୍ତିର ବରଦାନ ଦିଅ, କାରଣ କ୍ରୋଧୀ ଆତ୍ମା ସେତେବେଳେ କ୍ରୋଧର ବଶୀଭୂତ
ହୋଇଯାଇଥାଏ ତେଣୁ ଏହିଭଳି ବଶୀଭୂତ ଆତ୍ମାକୁ ନିଜର ଦୟା ଭାବନାର ଶୀତଳ ଜଳ ଦ୍ୱାରା ଶାନ୍ତ କରିଦିଅ
। ଏହା ହିଁ ହେଉଛି ତୁମ ଭଳି ବରଦାନୀ ଆତ୍ମାମାନଙ୍କର କର୍ତ୍ତବ୍ୟ । ଚେତନ ଅବସ୍ଥାରେ ଯେହେତୁ
ତୁମେମାନେ ନିଜ ଭିତରେ ଏହିଭଳି ସଂସ୍କାର ଭରି ଦେଇଛ ସେଥିପାଇଁ ତ ତୁମର ଜଡ ମୂର୍ତ୍ତିମାନଙ୍କ
ଦ୍ୱାରା ଭକ୍ତମାନଙ୍କୁ ବରଦାନ ମିଳୁଛି ।
ସ୍ଲୋଗାନ:-
ଯୋଗର ଶକ୍ତି
ଦ୍ୱାରା ସର୍ବଶକ୍ତି ରୂପୀ ସମ୍ପତ୍ତିର ଅନୁଭବ କରୁଥିବା ଆତ୍ମମାନେ ହିଁ ଶକ୍ତି ସମ୍ପନ୍ନ
ହୋଇଥାଆନ୍ତି ।