12.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସତ୍ୟ
ପିତାଙ୍କ ଦ୍ୱାରା ସଙ୍ଗମଯୁଗରେ ତୁମମାନଙ୍କୁ ସତ୍ୟର ବରଦାନ ମିଳୁଛି ସେଥିପାଇଁ ତୁମେ କେବେ ହେଲେ
ବି ମିଛ କହିପାରିବ ନାହିଁ ’’ ।
ପ୍ରଶ୍ନ:-
ନିର୍ବିକାରୀ
ହେବା ପାଇଁ ତୁମମାନଙ୍କୁ କେଉଁ ପୁରୁଷାର୍ଥ ନିଶ୍ଚିତ ଭାବେ କରିବାକୁ ହେବ?
ଉତ୍ତର:-
ଆତ୍ମ-ଅଭିମାନୀ ହେବାର ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ । ଭ୍ରୁକୁଟୀ ମଧ୍ୟରେ ଆତ୍ମାକୁ ହିଁ
ଦେଖିବାକୁ ଅଭ୍ୟାସ କର । ଆତ୍ମା ହୋଇ ଆତ୍ମା ସହିତ କଥାବାର୍ତ୍ତା କର । ଆତ୍ମା ହୋଇ ଶୁଣ । ଦେହ
ପ୍ରତି ଦୃଷ୍ଟି ନ ଯାଉ - ଏହା ହିଁ ହେଉଛି ମୁଖ୍ୟ କଥା ଯାହା ପାଇଁ ପରିଶ୍ରମ କରିବାକୁ ହେବ ଏବଂ
ଏହି ମେହନତ କରିବାରେ ହିଁ ବିଘ୍ନ ପଡ଼ିଥାଏ । ସେଥିପାଇଁ ଯେତେ ଦୂର ସମ୍ଭବ ଏହି ଅଭ୍ୟାସ କର - ଯେ
“ମୁଁ ଆତ୍ମା ଅଟେ, ମୁଁ ଆତ୍ମା ଅଟେ ।”
ଗୀତ:-
ଓମ୍ ନମଃ ଶିବାୟ...
ଓମ୍ ଶାନ୍ତି ।
ମଧୁର ସନ୍ତାନମାନଙ୍କୁ ବାବା ସ୍ମରଣ କରାଇ ଦେଉଛନ୍ତି ଯେ, ସୃଷ୍ଟି ଚକ୍ର କିପରି ଘୂରୁଛି । ଏବେ
ତୁମେମାନେ ଜାଣୁଛ ଆମେ ଯାହା ସବୁ ବାବାଙ୍କଠାରୁ ଜାଣିଛୁ, ବାବା ଯେଉଁ ରାସ୍ତା ବତାଉଛନ୍ତି, ଏ କଥା
ଦୁନିଆରେ କେହି ବି ଜାଣିନାହାଁନ୍ତି । ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀର ଅର୍ଥକୁ ମଧ୍ୟ
ତୁମମାନଙ୍କୁ ବୁଝାଉଛନ୍ତି । ଯିଏ ପୂଜ୍ୟ ବିଶ୍ୱର ମାଲିକ ହେଉଛନ୍ତି, ସେହିମାନେ ପୁଣି ପୂଜାରୀ
ହେଉଛନ୍ତି । ପରମାତ୍ମାଙ୍କ ନିମନ୍ତେ ଏପରି କୁହାଯାଇ ପାରିବ ନାହିଁ । ଏବେ ତୁମର ସ୍ମୃତି ଆସୁଛି
ଯେ ଏହା ବିଲ୍କୁଲ୍ ଠିକ୍ କଥା । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ସମାଚାର ବାବା ହିଁ ଶୁଣାଉଛନ୍ତି,
ଆଉ କାହାକୁ ମଧ୍ୟ ଜ୍ଞାନର ସାଗର କୁହାଯିବ ନାହିଁ । ଏହି ମହିମା ଶ୍ରୀକୃଷ୍ଣଙ୍କର ନୁହଁ । ଏବେ
ତୁମେ ଜାଣୁଛ, ତାଙ୍କର ଆତ୍ମା ଏବେ ଜ୍ଞାନ ନେଉଛି । ଏହା ବିଚିତ୍ର କଥା ନା । ଏକଥା ବାବାଙ୍କ ବିନା
କେହି ବୁଝାଇପାରିବେ ନାହିଁ । ଏପରି ତ ବହୁତ ସାଧୁ-ସନ୍ଥ ଭିନ୍ନ-ଭିନ୍ନ ପ୍ରକାରର ହଠଯୋଗ
ଶିଖାଉଛନ୍ତି । ସେ ସବୁ ହେଉଛି ଭକ୍ତିମାର୍ଗ । ସତ୍ୟଯୁଗରେ ତୁମେ କାହାର ବି ପୂଜା କରିବ ନାହିଁ ।
ସେଠାରେ ତୁମେ ପୂଜାରୀ ହେବ ନାହିଁ । ତାଙ୍କୁ କୁହାଯାଉଛି - ପୂଜ୍ୟ, ଦେବୀ-ଦେବତା । ସେମାନେ
ସତ୍ୟଯୁଗରେ ଥିଲେ, ଏବେ ନାହାଁନ୍ତି । ସେହି ପୂଜ୍ୟ ଦେବୀ-ଦେବତାମାନେ ପୁଣି ଏବେ ପୂଜାରୀ
ହୋଇଯାଇଛନ୍ତି । ବାବା କହୁଛନ୍ତି ଇଏ ମଧ୍ୟ ପୂଜା କରୁଥିଲେ ନା । ସାରା ଦୁନିଆ ବର୍ତ୍ତମାନ ପୂଜାରୀ
ହୋଇଯାଇଛି । ନୂଆ ଦୁନିଆରେ ଏକମାତ୍ର ପୂଜ୍ୟ ଦେବୀ ଦେବତା ଧର୍ମ ଥାଏ । ଏବେ ପିଲାମାନଙ୍କର
ସ୍ମୃତିରେ ଆସୁଛି, ବାସ୍ତବରେ ଡ଼୍ରାମାର ପ୍ଲାନ ଅନୁସାରେ ଏହା ବିଲ୍କୁଲ୍ ଠିକ୍ କଥା । ବାସ୍ତବରେ
ଏହା ଗୀତାର ଅଧ୍ୟାୟ ଅଟେ । କେବଳ ଗୀତାରେ ନାମ ବଦଳାଇ ଦେଇଛନ୍ତି । ଯାହାକୁ ବୁଝାଇବା ପାଇଁ ହିଁ
ତୁମେ ମେହନତ କରୁଛ । ୨୫୦୦ ବର୍ଷରୁ ଗୀତା ଜ୍ଞାନ ଶ୍ରୀକୃଷ୍ଣର ବୋଲି ବୁଝି ଆସିଛନ୍ତି । ଏବେ ଏହି
ଗୋଟିଏ ଜନ୍ମରେ ବୁଝିବାକୁ ହେବ ଯେ, ଗୀତା ଜ୍ଞାନ ନିରାକାର ଭଗବାନ ଶୁଣାଇଥିଲେ, ଏଥିରେ ସମୟ ତ
ଲାଗିବ ନା । ବାବା ଭକ୍ତିର କଥା ମଧ୍ୟ ବୁଝାଉଛନ୍ତି, ଭକ୍ତିରୂପୀ ବୃକ୍ଷର ବିସ୍ତାର କେତେ
ଲମ୍ବା-ଚଉଡା । ତୁମେମାନେ ଲେଖିପାରିବ ଯେ, ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ଯାହାଙ୍କର
ନିଶ୍ଚୟ ହୋଇଯାଉଛି, ସେମାନେ ସେହି ଆଧାରରେ ଅନ୍ୟମାନଙ୍କୁ ବୁଝାଉଛନ୍ତି । ଯଦି ନିଶ୍ଚୟ ନାହିଁ
ତେବେ ନିଜେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି - କିପରି ବୁଝାଇବୁ, କୌଣସି ହଙ୍ଗାମା ହେବ ନାହିଁ ତ!
ନିର୍ଭୟ ତ ଏବେ ହୋଇନାହାଁନ୍ତି ନା । ସଂପୂର୍ଣ୍ଣ ଦେହୀ-ଅଭିମାନୀ ହୋଇଗଲେ ନିର୍ଭୟ ହୋଇଯିବ,
ଭକ୍ତିମାର୍ଗରେ ହିଁ ଭୟ ରହିଥାଏ । ତୁମେ ସମସ୍ତେ ମହାବୀର ଅଟ । ଦୁନିଆରେ କେହି ହେଲେ
ଜାଣିନାହାଁନ୍ତି ଯେ ମାୟା ଉପରେ କିପରି ବିଜୟ ପ୍ରାପ୍ତ କରିବାକୁ ହେବ । ତୁମର ଏବେ ସ୍ମୃତିରେ
ଆସୁଛି । ଆଗରୁ ମଧ୍ୟ ବାବା କହିଥିଲେ ମନମନାଭବ । ପତିତ-ପାବନ ବାବା ହିଁ ଆସି ଏହି କଥାକୁ
ବୁଝାଉଛନ୍ତି । ଯଦିଓ ଗୀତାରେ ମଧ୍ୟ ଏହି କଥା ଅଛି କିନ୍ତୁ ଏପରି କେହି ବୁଝାଉନାହାଁନ୍ତି । ବାବା
କହୁଛନ୍ତି ପିଲାମାନେ ଦେହୀ-ଅଭିମାନୀ ହୁଅ । ଗୀତାରେ ମଧ୍ୟ ଏହି ଶବ୍ଦ ରହିଛି - ଅଟାରେ ଲୁଣ ସଦୃଶ
। ପ୍ରତ୍ୟେକ କଥା ଉପରେ ବାବା ନିଶ୍ଚୟ କରାଉଛନ୍ତି । ନିଶ୍ଚୟ ବୁଦ୍ଧି ବିଜୟନ୍ତୀ ।
ତୁମେ ଏବେ ବାବାଙ୍କଠାରୁ ବର୍ସା ନେଉଛ । ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ ମଧ୍ୟ ନିଶ୍ଚିତ
ରହିବାକୁ ପଡ଼ିବ । ସମସ୍ତଙ୍କୁ ଏଠାରେ ଆସି ରହିବାର କୌଣସି ଆବଶ୍ୟକତା ନାହିଁ । ସେବା କରି,
ସେଣ୍ଟର ଖୋଲିବାକୁ ହେବ । ତୁମେ ହେଉଛ ସେଲଭେଶନ ଆର୍ମି (ଉଦ୍ଧାରକାରୀ ସେନା) । ଈଶ୍ୱରୀୟ ମିଶନ
ଅର୍ଥାତ୍ ଆଧ୍ୟାତ୍ମିକ ସଂଗଠନ ଅଟେ ନା । ପୂର୍ବରୁ ଶୂଦ୍ର ମାୟାବୀ ମିଶନର ଥିଲ, ଏବେ ତୁମେ
ଈଶ୍ୱରୀୟ ମିଶନର ହୋଇଛ । ତୁମର ମହତ୍ତ୍ୱ ବହୁତ ରହିଛି । ଏହି ଲକ୍ଷ୍ମୀ-ନାରାୟଣଙ୍କର କି ମହିମା
ରହିଛି । ଯେପରି ରାଜା, ସେହିପରି ରାଜ୍ୟ କରିଥା’ନ୍ତି । ବାକି ଏମାନଙ୍କୁ ସର୍ବଗୁଣ ସମ୍ପନ୍ନ,
ବିଶ୍ୱର ମାଲିକ କୁହାଯିବ, କାହିଁକି ନା ସେ ସମୟରେ ଅନ୍ୟ କୌଣସି ରାଜ୍ୟ ରହିବ ନାହିଁ । ଏବେ
ପିଲାମାନେ ବୁଝିଗଲେଣି - ବିଶ୍ୱର ମାଲିକ କିପରି ହେବୁ? ଏବେ ଆମେ ଦେବତା ହେବାକୁ ଯାଉଛୁ ତେଣୁ
ତାଙ୍କ ଆଗରେ ମୁଣ୍ଡ କିପରି ନୁଆଁଇବୁ । ତୁମେ ନଲେଜଫୁଲ୍ ହୋଇଗଲଣି । ଯାହାଙ୍କର ଜ୍ଞାନ ନାହିଁ ସେ
ମୁଣ୍ଡ ନୁଆଁଉଛନ୍ତି । ତୁମେମାନେ ଏବେ ସମସ୍ତଙ୍କର କର୍ତ୍ତବ୍ୟକୁ ଜାଣିଗଲଣି । କେଉଁ ଚିତ୍ର ଭୁଲ୍,
କେଉଁଟି ଠିକ୍, ତାହା ମଧ୍ୟ ତୁମେ ବୁଝାଇ ପାରିବ । ରାବଣ ରାଜ୍ୟ ବିଷୟରେ ମଧ୍ୟ ତୁମେ ବୁଝାଉଛ ।
ଏହି ରାବଣ ରାଜ୍ୟରେ ଏବେ ନିଆଁ ଲାଗିଯିବ । ସାରା ଦୁନିଆ ରୂପୀ ପାଳଗଦାରେ ଏବେ ନିଆଁ ଲାଗିବ,
ବିଶ୍ୱକୁ ପାଳଗଦା କୁହାଯାଉଛି । ଦୁନିଆରେ ଯେଉଁ କଥାର ଗାୟନ ରହିଛି ସେହି କଥା ଉପରେ ହିଁ
ବୁଝାଯାଉଛି । ଭକ୍ତିମାର୍ଗରେ ତ ଅନେକ ଚିତ୍ର ତିଆରି କରିଛନ୍ତି । ବାସ୍ତବରେ ନିୟମ ହେଉଛି -
ଶିବବାବାଙ୍କର ପୂଜା, ପୁଣି ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର । ତ୍ରିମୂର୍ତ୍ତୀ ଚିତ୍ର ସଠିକ୍ ଚିତ୍ର
ଅଟେ । ତା’ପରେ ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର, ବାସ୍ । ତ୍ରିମୂର୍ତ୍ତି ଚିତ୍ରରେ ବ୍ରହ୍ମା
ସରସ୍ୱତୀ ମଧ୍ୟ ଆସିଯାଉଛନ୍ତି । ଭକ୍ତିମାର୍ଗରେ କେତେ ଚିତ୍ର ତିଆରି କରୁଛନ୍ତି । ହନୁମାନଙ୍କର
ମଧ୍ୟ ପୂଜା କରୁଛନ୍ତି । ତୁମେ ମହାବୀର ହେଉଛ ନା । ମନ୍ଦିରରେ ମଧ୍ୟ କାହାର ହାତୀ ଅଥବା ଘୋଡ଼ା
ଉପରେ ବସିବାର ଚିତ୍ର ଦେଖାଇଥା’ନ୍ତି । ବାସ୍ତବରେ ଏପରି ତ ହୋଇ ନଥାଏ ।ବାବା କହୁଛନ୍ତି ମହାରଥୀ
। ମହାରଥୀ ଅର୍ଥାତ୍ ହାତୀ ଉପରେ ସବାରୀ । ସେମାନେ ପୁଣି ହାତୀ ଉପରେ ସବାରୀ କରିଦେଇଛନ୍ତି । ଏକଥା
ମଧ୍ୟ ବୁଝାଉଛନ୍ତି କିପରି ହାତୀକୁ କୁମ୍ଭୀର ଖାଉଛି । ବାବା ବୁଝାଉଛନ୍ତି ମହାରଥିମାନଙ୍କୁ ମଧ୍ୟ
କେବେ-କେବେ ମାୟାରୂପୀ କୁମ୍ଭୀର ଗ୍ରାସ କରି ଦେଉଛି । ତୁମେମାନେ ଏବେ ଜ୍ଞାନକୁ ବୁଝିଗଲଣି । ତେବେ
ଏହି ମାର୍ଗରେ ଭଲ-ଭଲ ମହାରଥୀମାନଙ୍କୁ ମଧ୍ୟ ମାୟା ହରାଇ ଦେଉଛି । ଏହା ହେଉଛି ଜ୍ଞାନର କଥା,
ଏହାକୁ କେହି ବର୍ଣ୍ଣନା କରିପାରିବେ ନାହିଁ । ବାବା କହୁଛନ୍ତି, ଏବେ ନିର୍ବିକାରୀ ହେବାକୁ ପଡିବ,
ଦୈବୀଗୁଣ ଧାରଣ କରିବାକୁ ହେବ । ପ୍ରତି କଳ୍ପରେ ବାବା ଆସି କହୁଛନ୍ତି - କାମ ମହାଶତ୍ରୁ ଅଟେ ।
ଏଥିରେ ହିଁ ପରିଶ୍ରମ ରହିଛି । ଏହା ଉପରେ ତୁମେ ବିଜୟ ପ୍ରାପ୍ତ କରୁଛ । ତୁମେ ପ୍ରଜାପିତା
ବ୍ରହ୍ମାଙ୍କର ସନ୍ତାନ ତେଣୁ ପରସ୍ପର ଭାଇ-ଭଉଣୀ ହୋଇଗଲ । ବାସ୍ତବରେ ତୁମେ ହେଉଛ ଆତ୍ମା । ଆତ୍ମା,
ଆତ୍ମା ସହିତ କଥା ହେଉଛି । ଆତ୍ମା ହିଁ ଏହି କାନ ଦ୍ୱାରା ଶୁଣୁଛି, ଏହାକୁ ମନେ ରଖିବାକୁ ପଡ଼ିବ ।
ଆମେ ଆତ୍ମାକୁ ଶୁଣାଉଛୁ, ଦେହକୁ ନୁହେଁ । ବାସ୍ତବରେ ଆମେ ଆତ୍ମା ଭାଇ-ଭାଇ ଅଟୁ, ପୁଣି ପରସ୍ପର
ଭାଇ-ଭଉଣୀ ମଧ୍ୟ ଅଟୁ । ଆତ୍ମାକୁ ପୁଣି ଆତ୍ମା ଭାଇକୁ ଶୁଣାଇବାକୁ ପଡ଼ୁଛି । ତେଣୁ ଆତ୍ମା ଆଡ଼କୁ
ଦୃଷ୍ଟି ଯିବା ଉଚିତ୍ । ମୁଁ ଭାଇକୁ ଶୁଣାଉଛି, ଭାଇ ଶୁଣୁଛ? ହଁ ମୁଁ ଆତ୍ମା ଶୁଣୁଛି । ବିକାନେରର
ଗୋଟିଏ ପିଲା ସର୍ବଦା ଆତ୍ମା-ଆତ୍ମା କହି ଚିଠି ଲେଖିଥାଏ । ମୁଁ ଆତ୍ମା ଏହି ଶରୀର ଦ୍ୱାରା ଲେଖୁଛି
। ମୁଁ ଆତ୍ମାର ଏହା ହିଁ ବିଚାର ଅଟେ । ମୁଁ ଆତ୍ମା ଏହା କରୁଛି । ତେବେ ଆତ୍ମ-ଅଭିମାନୀ ହେବା
ବହୁତ ପରିଶ୍ରମର କଥା ନା । ମୁଁ ଆତ୍ମା ନମସ୍କାର କରୁଛି । ଯେପରି ବାବା କହୁଛନ୍ତି - ରୁହାନୀ
ସନ୍ତାନମାନେ । ତେବେ ତୁମମାନଙ୍କୁ ଭ୍ରୁକୁଟୀ ଆଡ଼କୁ ଦେଖିବାକୁ ପଡ଼ିବ । ଆତ୍ମା ହିଁ ଶୁଣୁଛି, ମୁଁ
ଆତ୍ମାକୁ ଶୁଣାଉଛି । ତୁମମାନଙ୍କର ଦୃଷ୍ଟି ଆତ୍ମା ଉପରେ ପଡ଼ିବା ଦରକାର । ଆତ୍ମା ଭ୍ରୃକୁଟୀ
ମଧ୍ୟରେ ରହିଛି । ଶରୀର ଉପରେ ଦୃଷ୍ଟି ପଡିଲେ ବିଘ୍ନ ଆସିଥାଏ । ଆତ୍ମା ସହିତ କଥାବାର୍ତ୍ତା
ହେବାକୁ ପଡ଼ିବ, ଆତ୍ମାକୁ ହିଁ ଦେଖିବାକୁ ହେବ । ଦେହ-ଅଭିମାନକୁ ଛାଡିବାକୁ ହେବ । ଆତ୍ମା ଜାଣିଛି
- ବାବା ମଧ୍ୟ ଏଠାରେ ଭ୍ର୍ରୃକୁଟୀ ମଧ୍ୟରେ ବସିଛନ୍ତି । ତାଙ୍କୁ ଆମେ ନମସ୍କାର କରନ୍ତୁ ।
ବୁଦ୍ଧିରେ ଏବେ ଏହି ଜ୍ଞାନ ରହିଛି ଯେ, ମୁଁ ଆତ୍ମା ଅଟେ, ଆତ୍ମା ହିଁ ଶୁଣୁଛି । ଏହି ଜ୍ଞାନ ଆଗରୁ
ନ ଥିଲା । ଅଭିନୟ କରିବା ପାଇଁ ଏହି ଦେହ ମିଳିଛି, ସେଥିପାଇଁ ଦେହ ଉପରେ ନାମ ରଖାଯାଇଛି ।
ବର୍ତ୍ତମାନ ତୁମକୁ ଦେହୀ-ଅଭିମାନୀ ହୋଇ ଘରକୁ ଯିବାକୁ ହେବ । ଅଭିନୟ କରିବା ପାଇଁ ହିଁ ଏହି ନାମ
ରଖାଯାଇଛି । ନାମ ବିନା କାରବାର ଚାଲିପାରିବ ନାହିଁ । ସେଠାରେ ମଧ୍ୟ କାରବାର ତ ଚାଲିବ ନା ।
କିନ୍ତୁ ତୁମେ ସତ୍ତ୍ୱପ୍ରଧାନ ହୋଇଯାଉଛ, ସେଥିପାଇଁ ସେଠାରେ କୌଣସି ବିକର୍ମ ହେବ ନାହିଁ ।
ବିକର୍ମ ହେବା ପରି କାମ ତୁମେ କରିବ ନାହିଁ । କାରଣ ସେଠାରେ ମାୟାର ରାଜ୍ୟ ହିଁ ରହିବ ନାହିଁ ।
ଏବେ ବାବା କହୁଛନ୍ତି - ତୁମେ ଆତ୍ମାମାନଙ୍କୁ ଘରକୁ ଯିବାକୁ ହେବ । ଏହା ତ ପୁରୁଣା ଶରୀର । ଏହା
ପରେ ପୁଣି ସତ୍ୟ-ତ୍ରେତା ଯୁଗକୁ ଯିବ । ସେଠାରେ ଜ୍ଞାନର ଆବଶ୍ୟକତା ନାହିଁ । ଏଠାରେ ତୁମକୁ
ଜ୍ଞାନ କାହିଁକି ଦେଉଛନ୍ତି? କାରଣ ତୁମେମାନେ ଦୁର୍ଗତିକୁ ପ୍ରାପ୍ତ କରିଛ । କର୍ମ ତ ସେଠାରେ
ମଧ୍ୟ କରିବାକୁ ପଡ଼ିବ କିନ୍ତୁ ତାହା ଅକର୍ମ ହୋଇଯିବ । ଏବେ ବାବା କହୁଛନ୍ତି ହାଥ କାର ଡ଼େ ଅର୍ଥାତ୍
ହାତରେ କାମ, ବୁଦ୍ଧିରେ ବାବା... ଆତ୍ମା ବାବାଙ୍କୁ ସ୍ମରଣ କରୁଛି । ସତ୍ୟଯୁଗରେ ତୁମେମାନେ
ପବିତ୍ର ହେବ ତେଣୁ ତୁମର ସମସ୍ତ କାରବାର ମଧ୍ୟ ପବିତ୍ର ହେବ । ତମୋପ୍ରଧାନ ରାବଣ ରାଜ୍ୟରେ ତୁମର
କାର୍ଯ୍ୟ ବ୍ୟବହାର ତ୍ରୃଟିପୂର୍ଣ୍ଣ ହୋଇଯାଇଥାଏ, ସେଥିପାଇଁ ମନୁଷ୍ୟ ତୀର୍ଥ ଯାତ୍ରା ଆଦିକୁ
ଯାଇଥା’ନ୍ତି । ସତ୍ୟଯୁଗରେ କୌଣସି ପାପ କରିବେ ନାହିଁ ଯାହା ଫଳରେ ତୀର୍ଥକୁ ଯିବାକୁ ହେବ ।
ସେଠାରେ ତୁମେ ସବୁ କାମ ସତ୍ୟ ହିଁ କରିବ । କାରଣ ଏବେ ସତ୍ୟର ବରଦାନ ମିଳିଯାଇଛି । ସେଠାରେ
ବିକାରର କଥା ହିଁ ନାହିଁ । କାର୍ଯ୍ୟ ବ୍ୟବହାରରେ ମଧ୍ୟ ମିଥ୍ୟାର ଆବଶ୍ୟକତା ନାହିଁ । ଏଠାରେ ତ
ବହୁତ ଲୋଭ ରହିଛି ତେଣୁ ମନୁଷ୍ୟ ଚୋରି ଠକାମି ଆଦି କରୁଛନ୍ତି, ସେଠାରେ ଏକଥା ନ ଥିବ । ଡ଼୍ରାମା
ଅନୁସାରେ ତୁମେ ଏହିପରି ଫୁଲ ହୋଇଯାଉଛ । ତାହା ନିର୍ବିକାରୀ ଦୁନିଆ, ଏହା ବିକାରୀ ଦୁନିଆ । ସାରା
ଖେଳ ଏବେ ତୁମମାନଙ୍କର ବୁଦ୍ଧିରେ ଅଛି । ବର୍ତ୍ତମାନ ସମୟରେ ହିଁ ପବିତ୍ର ହେବା ପାଇଁ ପରିଶ୍ରମ
କରିବାକୁ ପଡିବ । ଯୋଗବଳ ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ, ଯୋଗବଳ ହେଲା ମୁଖ୍ୟ । ବାବା
କହୁଛନ୍ତି ଭକ୍ତିମାର୍ଗର ଯଜ୍ଞ, ତପ ଆଦି ଦ୍ୱାରା କେହି ବି ମୋତେ ପ୍ରାପ୍ତ କରନ୍ତି ନାହିଁ ।
ସମସ୍ତଙ୍କୁ ସତ୍ତ୍ୱ-ରଜୋ-ତମୋରେ ଆସିବାକୁ ହିଁ ହେବ । ଏହି ଜ୍ଞାନ ବହୁତ ସହଜ ଏବଂ ରମଣୀୟ ଅଟେ,
ଏଥିରେ ମେହନତ ମଧ୍ୟ ରହିଛି । ଏହି ଯୋଗର ହିଁ ମହିମା ରହିଛି ଯାହା ଦ୍ୱାରା ତୁମକୁ ସତ୍ତ୍ୱପ୍ରଧାନ
ହେବାକୁ ପଡ଼ିବ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ରାସ୍ତା ବାବା ହିଁ ବତାଇ ଥାଆନ୍ତି ।
ଦ୍ୱିତୀୟ କେହି ଏହି ଜ୍ଞାନ ଦେଇ ପାରିବେ ନାହିଁ । ଯଦିଓ କେହି ଚନ୍ଦ୍ରପୃଷ୍ଠକୁ ଯାଉଛନ୍ତି, କେହି
ପାଣି ଉପରେ ମଧ୍ୟ ଚାଲିଯାଉଛନ୍ତି । କିନ୍ତୁ ତାହା କୌଣସି ରାଜଯୋଗ ନୁହେଁ । ନରରୁ ନାରାୟଣ ତ
ହୋଇପାରିବେ ନାହିଁ । ଏଠାରେ ତୁମେ ବୁଝୁଛ ଯେ, ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲୁ, ପୁଣି
ଏବେ ହେବାକୁ ଯାଉଛୁ । ଏବେ ସ୍ମୃତି ଆସୁଛି ଯେ, ବାବା କଳ୍ପ ପୂର୍ବରୁ ମଧ୍ୟ ଏହିପରି ବୁଝାଇଥିଲେ
। ବାବା କହୁଛନ୍ତି ନିଶ୍ଚୟ ବୁଦ୍ଧି ବିଜୟନ୍ତୀ । ଯାହାର ନିଶ୍ଚୟ ନ ଥିବ ସେ ଶୁଣିବାକୁ ଆସିବ ହିଁ
ନାହିଁ । କେହି କେହି ନିଶ୍ଚୟ ବୁଦ୍ଧିରୁ ପୁଣି ସଂଶୟ ବୁଦ୍ଧି ମଧ୍ୟ ହୋଇ ଯାଉଛନ୍ତି । ବହୁତ
ଭଲ-ଭଲ ମହାରଥୀମାନେ ମଧ୍ୟ ସଂଶୟରେ ଆସିଯାଉଛନ୍ତି । ମାୟାର ସାମାନ୍ୟ ତୋଫାନ ଆସିବା ଦ୍ୱାରା
ଦେହ-ଅଭିମାନ ଆସିଯାଉଛି ।
ବାପଦାଦା ଉଭୟ କମ୍ବାଇଣ୍ଡ ଅର୍ଥାତ୍ ଏକତ୍ର ଅଛନ୍ତି ନା । ଶିବବାବା ଜ୍ଞାନ ଦେଇ ପୁଣି
ଚାଲିଯାଉଛନ୍ତି ଅଥବା କ’ଣ ହେଉଛି, କିଏ କହିବ । ବାବାଙ୍କୁ କ’ଣ ପଚରାଯିବ ଯେ ତୁମେ ସର୍ବଦା ରହୁଛ
ନାଁ ଚାଲିଯାଉଛ? ବାବାଙ୍କୁ ତ ଏକଥା ପଚାରିପାରିବ ନାହିଁ ନା । ବାବା କହୁଛନ୍ତି ମୁଁ ତୁମକୁ
ପତିତରୁ ପବିତ୍ର ହେବା ପାଇଁ ରାସ୍ତା ବତାଉଛି । ଆସୁଛି, ଯାଉଛି ମୋତେ ତ ବହୁତ କାମ କରିବାକୁ
ପଡ଼ୁଛି । ପିଲାମାନଙ୍କ ପାଖକୁ ମଧ୍ୟ ଯାଇ ତାଙ୍କ ଦ୍ୱାରା କାର୍ଯ୍ୟ କରାଉଛି । ଏଥିରେ ସଂଶୟର କୌଣସି
କଥା ନାହିଁ । ଆମର କାମ ହେଉଛି - ବାବାଙ୍କୁ ମନେ ପକାଇବା । କିନ୍ତୁ ସଂଶୟ ଆସିଲେ ତଳକୁ ଖସି
ଯାଉଛନ୍ତି । ମାୟା ଜୋରରେ ଚାପୁଡ଼ା ମାରି ଦେଉଛି । ବାବା କହୁଛନ୍ତି ବହୁତ ଜନ୍ମର ଅନ୍ତ, ଶେଷ
ଜନ୍ମର ମଧ୍ୟ ଶେଷ ଅବସ୍ଥାରେ ଏହାଙ୍କ ମଧ୍ୟରେ ଆସୁଛି । ପିଲାମାନଙ୍କର ନିଶ୍ଚୟ ରହିଛି, ବାସ୍ତବରେ
ବାବା ହିଁ ଆମକୁ ଏହି ଜ୍ଞାନ ଦେଉଛନ୍ତି, ଆଉ କେହି ଦେଇପାରିବେ ନାହିଁ । ତଥାପି ବି ଏହି ନିଶ୍ଚୟରୁ
କେତେକ ତଳକୁ ଖସି ଯାଉଛନ୍ତି । ଏ କଥା ବାବା ଜାଣିଛନ୍ତି । ତୁମକୁ ପବିତ୍ର ହେବାକୁ ପଡ଼ିବ, ତେଣୁ
ବାବା କହୁଛନ୍ତି ମୋତେ ମନେ ପକାଅ, ଆଉ କୌଣସି କଥାରେ ପଡ଼ ନାହିଁ । ତୁମେମାନେ ଏପରି କଥା କହୁଛ,
ତେଣୁ ଜଣାପଡିଯାଉଛି ଯେ, ତୁମର ପକ୍କା ନିଶ୍ଚୟ ନାହିଁ । ପ୍ରଥମେ ଗୋଟିଏ କଥା ଉପରେ ନିଶ୍ଚୟ ରଖ
ଯାହା ଦ୍ୱାରା ତୁମର ପାପ ନାଶ ହେବ, ବାକି ଫାଲତୁ କଥା କହିବାର ଆବଶ୍ୟକତା ନାହିଁ । ବାବାଙ୍କୁ ମନେ
ପକାଇଲେ ବିକର୍ମ ବିନାଶ ହେବ ପୁଣି ଆଉ କୌଣସି କଥାରେ କାହିଁକି ଆସୁଛ ! ଦେଖ ଯଦି କେହି ପ୍ରଶ୍ନ -
ଉତ୍ତରରେ ଦ୍ୱନ୍ଦ୍ୱରେ ପଡୁଛନ୍ତି ତେବେ ତାଙ୍କୁ କୁହ, ତୁମେ ଏହି କଥାକୁ ଛାଡ଼ି ଏକମାତ୍ର ବାବାଙ୍କ
ସ୍ମୃତିରେ ରହିବାର ପୁରୁଷାର୍ଥ କର । ଯଦି ସଂଶୟରେ ଆସିବେ ତେବେ ପାଠପଢା ହିଁ ଛାଡି ଦେବେ, ତେବେ
ତାଙ୍କର କଲ୍ୟାଣ ମଧ୍ୟ ହେବ ନାହିଁ । ନାଡି ଦେଖି ବୁଝାଅ । ସଂଶୟ ଆସିଲେ ଗୋଟିଏ ପଏଣ୍ଟ ଉପରେ ପକ୍କା
କରିବା ଉଚିତ୍ । ବହୁତ ଯୁ୍କ୍ତିର ସହିତ ବୁଝାଇବାକୁ ପଡ଼ୁଛି । ପିଲାମାନଙ୍କର ପ୍ରଥମେ ଏହି
ନିଶ୍ଚୟ ହେଉ - ବାବା ଆସିଛନ୍ତି, ଆମକୁ ପବିତ୍ର କରୁଛନ୍ତି । ଏହି ଖୁସି ତ ରହୁଛି । ଯଦି ନ ପଢିବେ
ତେବେ ଫେଲ୍ ହୋଇଯିବେ, ତାଙ୍କ ଭିତରେ ମଧ୍ୟ ଖୁସି ଆସିବ ନାହିଁ । ସ୍କୁଲରେ ତ ଗୋଟିଏ ପ୍ରକାର ପାଠ
ପଢାଯାଇଥାଏ । ତେବେ କେହି ପାଠପଢି ଲକ୍ଷ ଲକ୍ଷ ରୋଜଗାର କରନ୍ତି, କେହି ପୁଣି ୫-୧୦ଟଙ୍କା ରୋଜଗାର
କରିଥା’ନ୍ତି । ତୁମର ଲକ୍ଷ୍ୟ ନରରୁ ନାରାୟଣ ହେବା । ବର୍ତ୍ତମାନ ରାଜତ୍ତ୍ୱ ସ୍ଥାପନ ହେଉଛି ।
ତୁମେ ମନୁଷ୍ୟରୁ ଦେବତା ହେବ । ଦେବତାମାନଙ୍କର ରାଜଧାନୀ ତ ବହୁତ ବଡ଼ । ସେଠାରେ ଉଚ୍ଚପଦ ପାଇବା,
ତାହା ପାଠପଢା ଏବଂ ଚାଲିଚଳଣି ଉପରେ ନିର୍ଭର କରୁଛି । ତୁମମାନଙ୍କର ଚାଲି-ଚଳଣି ମଧ୍ୟ ବହୁତ ଭଲ
ହେବା ଦରକାର । ବାବା ନିଜ ପାଇଁ ମଧ୍ୟ କହୁଛନ୍ତି - ଏବେ କର୍ମାତୀତ ଅବସ୍ଥା ହୋଇନାହିଁ । ମୋତେ
ମଧ୍ୟ ସମ୍ପୂର୍ଣ୍ଣ ହେବାକୁ ପଡ଼ିବ, ଏବେ ହୋଇନାହିଁ । ଜ୍ଞାନ ତ ବହୁତ ସହଜ । ବାବାଙ୍କୁ ସ୍ମରଣ
କରିବା ମଧ୍ୟ ବହୁତ ସହଜ କିନ୍ତୁ କରିଲେ ହେବ ନା । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କୌଣସି ବି
କଥାରେ ସଂଶୟ ବୁଦ୍ଧି ହୋଇ ପାଠପଢାକୁ ଛାଡ଼ିବାର ନାହିଁ । ପ୍ରଥମେ ତ ପବିତ୍ର ହେବା ପାଇଁ ଏକମାତ୍ର
ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ଅନ୍ୟ କୌଣସି କଥାରେ ଯିବାର ନାହିଁ ।
(୨) ଶରୀର ପ୍ରତି ଦୃଷ୍ଟି
ଯିବା ଦ୍ୱାରା ବିଘ୍ନ ଆସିଥାଏ, ସେଥିପାଇଁ ଭ୍ରୁକୁଟୀ ମଧ୍ୟରେ ହିଁ ଦେଖିବାକୁ ହେବ । ନିଜକୁ ଆତ୍ମା
ମନେ କରି, ଆତ୍ମା ସହିତ କଥାବାର୍ତ୍ତା କରିବାକୁ ହେବ । ଆତ୍ମ-ଅଭିମାନୀ ହେବାକୁ ପଡ଼ିବ । ନିର୍ଭୟ
ହୋଇ ସେବା କରିବାକୁ ହେବ ।
ବରଦାନ:-
ସର୍ବଦା
ବାବାଙ୍କର ଅବିନାଶୀ ଏବଂ ନିଃସ୍ୱାର୍ଥ ପ୍ରେମରେ ଲଭଲୀନ ରହୁଥିବା ମାୟା ପ୍ରୃଫ୍ ଆତ୍ମା ଭବ ।
ଯେଉଁ ପିଲାମାନେ ସର୍ବଦା
ବାବାଙ୍କର ସ୍ନେହରେ ଲଭଲୀନ ହୋଇ ରହିଥାଆନ୍ତି ସେମାନଙ୍କୁ ମାୟା ଆକର୍ଷିତ କରିପାରେ ନାହିଁ ।
ଯେପରି ୱାଟରପ୍ରୃଫ କପଡାରେ ପାଣିର ଗୋଟିଏ ବୁନ୍ଦା ମଧ୍ୟ ଭିତରକୁ ଯାଇପାରେ ନାହିଁ, ସେହିପରି
ଯେଉଁମାନେ ବାବାଙ୍କର ଲଗନରେ ସର୍ବଦା ଲଭଲୀନ ହୋଇ ରହିଥାଆନ୍ତି, ସେମାନେ ମାୟା ପ୍ରୃଫ୍
ହୋଇଯାଆନ୍ତି । ମାୟାର କୌଣସି ପ୍ରକାରର ଆକ୍ରମଣ ସେମାନଙ୍କୁ ଆଘାତ ଦେଇପାରେ ନାହିଁ କାହିଁକି ନା
ବାବାଙ୍କର ସ୍ନେହ ଅବିନାଶୀ ଏବଂ ନିଃସ୍ୱାର୍ଥ ଅଟେ, ଯେଉଁମାନେ ଏହାର ଅନୁଭବୀ ହୋଇଯାଆନ୍ତି,
ସେମାନେ କେବେ ବି ଅଳ୍ପକାଳର ସ୍ନେହରେ ବାନ୍ଧି ହୋଇପାରିବେ ନାହିଁ । ପ୍ରଥମରେ ବାବା, ଦ୍ୱିତୀୟରେ
ମୁଁ, ଏହା ଭିତରେ କେହି ବି ତୃତୀୟ ବ୍ୟକ୍ତି ଆସିପାରିବ ନାହିଁ ।
ସ୍ଲୋଗାନ:-
ନ୍ୟାରା ପ୍ୟାରା
ହୋଇ କର୍ମ କରିବାବାଲା ହିଁ ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ୍ (ବିନ୍ଦୁ) ଲଗାଇ ପାରିବ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
କର୍ମାତୀତ ଅର୍ଥାତ୍
କର୍ମର ବଶୀଭୂତ ହେଲାବାଲା ନୁହେଁ, କିନ୍ତୁ ମାଲିକ ହୋଇ, ଅଧିକାରୀ ହୋଇ, କର୍ମେନ୍ଦ୍ରିୟମାନଙ୍କର
ସମ୍ବନ୍ଧରେ ଆସିବା ଏବଂ ବିନାଶୀ କାମନାଠାରୁ ମୁକ୍ତ ରହି କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ
କରାଇବା । ଆତ୍ମା ମାଲିକକୁ କର୍ମ ତା’ର ଅଧୀନ ନ କରୁ ବରଂ ଆତ୍ମା ଅଧିକାରୀ ହୋଇ କର୍ମ କରାଇଚାଲୁ
। କରାଇବାବାଲା ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ହୋଇ କର୍ମ କରାଇବା - ଏହାକୁ କୁହାଯାଏ କର୍ମର
ସମ୍ବନ୍ଧରେ ଆସିବା । ତେବେ କର୍ମାତୀତ ଆତ୍ମା ସମ୍ବନ୍ଧରେ ଆସିଥାଏ, ବନ୍ଧନରେ ନୁହେଁ ।