13.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ପତିତରୁ
ପାବନ କରାଉଥିବା ବାବାଙ୍କ ସହିତ ତୁମର ବହୁତ-ବହୁତ ସ୍ନେହ ରହିବା ଉଚିତ୍ । ସକାଳୁ-ସକାଳୁ ଉଠି
ପ୍ରଥମେ କୁହ ଶିବବାବା ଗୁଡ୍ ମର୍ଣ୍ଣିଙ୍ଗ୍ ।”
ପ୍ରଶ୍ନ:-
ସଠିକ୍ ୟାଦ
କରିବା ନିମନ୍ତେ କେଉଁ କେଉଁ ଧାରଣାମାନ ଆବଶ୍ୟକ? ସଠିକ୍ ୟାଦ କରୁଥିବା ଆତ୍ମାମାନଙ୍କର ଲକ୍ଷଣ
କ’ଣ ହୋଇଥିବ?
ଉତ୍ତର:-
ସଠିକ୍ ଭାବରେ ୟାଦ ଅର୍ଥାତ୍ ସ୍ମରଣ କରିବା ପାଇଁ ଧୈର୍ଯ୍ୟତା, ଗମ୍ଭୀରତା ଏବଂ ଜ୍ଞାନ ଦରକାର ।
ଏହି ସବୁ ଧାରଣାର ଆଧାରରେ ଯେଉଁମାନେ ବାବାଙ୍କୁ ସ୍ମରଣ କରିଥା’ନ୍ତି, ତାଙ୍କର ୟାଦ, ୟାଦ ସହିତ
ମିଶିଥାଏ ଏବଂ ବାବାଙ୍କର କରେଣ୍ଟ ଆସିବାକୁ ଲାଗିଥାଏ । ସେହି କରେଣ୍ଟ ଦ୍ୱାରା ତୁମର ଆୟୁଷ ବଢ଼ିବ,
ଶକ୍ତିଶାଳୀ ମଧ୍ୟ ହୋଇ ଚାଲିବ । ହୃଦୟ ଏକଦମ୍ ଶୀତଳ ହୋଇଯିବ । ଆତ୍ମା ସତ୍ତ୍ୱପ୍ରଧାନ ହୋଇ ଚାଲିବ
।
ଓମ୍ ଶାନ୍ତି ।
ବାବା କହୁଛନ୍ତି
ମଧୁର ସନ୍ତାନମାନେ ତତ୍ତ୍ତ୍ୱମ୍ ଅର୍ଥାତ୍ ତୁମେ ଆତ୍ମାମାନେ ମଧ୍ୟ ଶାନ୍ତ ସ୍ୱରୂପ ଅଟ । ତୁମ
ସମସ୍ତ ଆତ୍ମାମାନଙ୍କର ସ୍ୱଧର୍ମ ହିଁ ହେଉଛି ଶାନ୍ତି । ଶାନ୍ତିଧାମରୁ ପୁଣି ଏଠାକୁ ଆସି
କଥାବାର୍ତ୍ତା କରୁଛ । ତୁମକୁ ଏହି କର୍ମେନ୍ଦ୍ରିୟ ମିଳିଛି ଅଭିନୟ କରିବା ପାଇଁ । ଆତ୍ମା ଛୋଟ-ବଡ଼
ହୋଇ ନ ଥାଏ । ଶରୀର ଛୋଟ-ବଡ଼ ହୋଇଥାଏ । ବାବା କହୁଛନ୍ତି ମୁଁ ତ ଶରୀରଧାରୀ ନୁହେଁ । ମୋତେ
ପିଲାମାନଙ୍କୁ ସାକ୍ଷାତ କରିବା ନିମନ୍ତେ ପିଲାମାନଙ୍କ ସମ୍ମୁଖକୁ ଆସିବାକୁ ପଡ଼ୁଛି । ଧରିନିଅ
ଯେପରି ବାପ ଠାରୁ ପିଲା ଜନ୍ମ ନେଇଥାଏ, ତେବେ ସେ ପିଲା ଏପରି କହିବ ନାହିଁ ଯେ ମୁଁ ପରମଧାମରୁ
ଜନ୍ମ ନେଇ ମାତା-ପିତାଙ୍କ ସହିତ ସାକ୍ଷାତ କରିବା ପାଇଁ ଆସିଛି । ଯଦିଓ କେହି ନୂଆ ଆତ୍ମା
ପରମଧାମରୁ ଆସି କାହାର ଶରୀରରେ ପ୍ରବେଶ କରୁଛି, ଅଥବା କୌଣସି ପୁରୁଣା ଆତ୍ମା କାହାର ଶରୀରରେ
ପ୍ରବେଶ କରୁଛି ତେବେ ସେହିପରି କହିବ ନାହିଁ ଯେ ମାତା-ପିତାଙ୍କ ସହିତ ଦେଖା କରିବା ପାଇଁ ଆସିଛି
। ତାଙ୍କୁ ସ୍ୱତଃ ମାତା-ପିତା ମିଳିଯାଇଥା’ନ୍ତି । ଏଠାରେ ଏସବୁ ନୂଆ କଥା ଅଟେ । ବାବା କହୁଛନ୍ତି
ମୁଁ ପରମଧାମରୁ ଆସି ତୁମ ସମ୍ମୁଖରେ ଉପସ୍ଥିତ ହୋଇଛି । ପିଲାମାନଙ୍କୁ ପୁନର୍ବାର ଜ୍ଞାନ ଦେଉଛି
କାହିଁକିନା ମୁଁ ହେଉଛି ନଲେଜଫୁଲ, ଜ୍ଞାନର ସାଗର ... ମୁଁ ଆସୁଛି ତୁମ ସନ୍ତାନମାନଙ୍କୁ ପାଠ
ପଢ଼ାଇବାକୁ, ରାଜଯୋଗ ଶିଖାଇବା ପାଇଁ । ଭଗବାନ ହିଁ ରାଜଯୋଗ ଶିଖାଉଛନ୍ତି । କୃଷ୍ଣଙ୍କ ଆତ୍ମାର ଏହି
ଈଶ୍ୱରୀୟ ଅଭିନୟ ନାହିଁ । ପ୍ରତ୍ୟେକଙ୍କର ନିଜସ୍ୱ ଅଭିନୟ ରହିଛି । ଈଶ୍ୱରଙ୍କର ଅଲଗା ଅଭିନୟ
ରହିଛି । ତେଣୁ ବାବା ବୁଝାଉଛନ୍ତି ମଧୁର ପିଲାମାନେ ନିଜକୁ ଆତ୍ମା ଭାବ । ନିଜକୁ ଆତ୍ମା ଭାବିବା
ଦ୍ୱାରା କେତେ ଆନନ୍ଦର ଅନୁଭବ ହେଉଛି । ଆମେ କ’ଣ ଥିଲୁ! ଏବେ କ’ଣ ହେଉଛୁ!
ଏହି ଡ୍ରାମା କିପରି
ଚମତ୍କାର ଭାବେ ତିଆରି ହୋଇଛି ଏ କଥା ମଧ୍ୟ ତୁମେ ଏବେ ବୁଝାଉଛ । ଏହା ପୁରୁଷୋତ୍ତମ ସଂଗମଯୁଗ ଅଟେ,
କେବଳ ଏତିକି ମନେ ରହିଲେ ମଧ୍ୟ ଏ କଥା ନିଶ୍ଚିତ ହୋଇଯାଉଛି କି ଆମେ ସତ୍ୟଯୁଗକୁ ଯାଉଛୁ । ଏବେ
ସଂଗମରେ ଅଛୁ ପୁଣି ନିଜ ଘରକୁ ଯିବା, ସେଥିପାଇଁ ପବିତ୍ର ତ ନିଶ୍ଚୟ ହେବାକୁ ପଡିବ । ଅର୍ନ୍ତମନରେ
ବହୁତ ଖୁସି ରହିବା ଦରକାର । ଓହୋ! ଅବିନାଶୀ ବାବା କହୁଛନ୍ତି ମିଠେ-ମିଠେ ସନ୍ତାନମାନେ ମୋତେ ମନେ
ପକାଇଲେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ବିଶ୍ୱର ମାଲିକ ହୋଇଯିବ । ବାବା ପିଲାମାନଙ୍କୁ କେତେ
ସ୍ନେହ କରୁଛନ୍ତି । ଏପରି ନୁହେଁ କି କେବଳ ଟୀଚର ରୂପରେ ପାଠପଢାଇ ଘରକୁ ଚାଲିଯାଉଛନ୍ତି । ଇଏ ତ
ଟୀଚର ସହିତ ପିତା ମଧ୍ୟ ଅଟନ୍ତି । ତୁମକୁ ପଢାଉଛନ୍ତି ଏବଂ ଯୋଗର ଯାତ୍ରା ମଧ୍ୟ ଶିଖାଉଛନ୍ତି ।
ଏପରି ବିଶ୍ୱର ମାଲିକ,
ପତିତରୁ ପାବନ କରାଉଥିବା ବାବାଙ୍କ ସାଥିରେ ବହୁତ ସ୍ନେହ ରହିବା ଉଚିତ୍ । ସକାଳୁ-ସକାଳୁ ଉଠିବା
ମାତ୍ରେ ପ୍ରଥମେ-ପ୍ରଥମେ ଶିବବାବାଙ୍କୁ ଗୁଡ଼ମର୍ଣ୍ଣିଙ୍ଗ୍ କରିବା ଉଚିତ୍ । ଗୁଡ଼ମର୍ଣ୍ଣିଙ୍ଗ୍
ଅର୍ଥାତ୍ ୟାଦ କଲେ ବହୁତ ଖୁସିରେ ରହିବ । ପିଲାମାନେ ନିଜ ମନକୁ ପଚାରିବା ଉଚିତ୍ କି ମୁଁ ସକାଳୁ
ଉଠି ବେହଦର ବାବାଙ୍କୁ କେତେ ୟାଦ କରୁଛି? ମନୁଷ୍ୟ ଭକ୍ତି ମଧ୍ୟ ସକାଳୁ କରିଥା’ନ୍ତି ନା! ଭକ୍ତି
କେତେ ଶ୍ରଦ୍ଧାର ସହ କରିଥା’ନ୍ତି । କିନ୍ତୁ ବାବା ଜାଣିଛନ୍ତି ଅନେକ ସନ୍ତାନ ଆନ୍ତରିକ, ସ୍ନେହର
ସହିତ ୟାଦ କରୁନାହାଁନ୍ତି । ସକାଳୁ ଉଠି ବାବାଙ୍କୁ ଗୁଡ଼ମର୍ଣ୍ଣିଙ୍ଗ୍ କରି, ଜ୍ଞାନର ଚିନ୍ତନରେ
ରହିଲେ ଖୁସିର ପାରଦ ଚଢ଼ିବ । ବାବାଙ୍କୁ ଗୁଡ଼ମର୍ଣ୍ଣିଙ୍ଗ୍ ନ କଲେ ପାପର ବୋଝ କିପରି ଓହ୍ଲାଇବ ।
ମୁଖ୍ୟ ହେଉଛି ୟାଦ, ଏଥିରେ ଭବିଷ୍ୟତ ନିମନ୍ତେ ତୁମର ବହୁତ ଶ୍ରେଷ୍ଠ ରୋଜଗାର ହେଉଛି । କଳ୍ପ
କଳ୍ପାନ୍ତର ଏହି ରୋଜଗାର କାମରେ ଆସିବ । ବହୁତ ଧୈର୍ଯ୍ୟ, ଗମ୍ଭୀରତା ଓ ବୁଦ୍ଧିର ସହିତ ୟାଦ
କରିବାକୁ ହେବ । ମୋଟାମୋଟି ଭାବେ ଯଦିଓ କହିଦେଉଛନ୍ତି କି ଆମେ ବାବାଙ୍କୁ ବହୁତ ୟାଦ କରୁଛୁ
କିନ୍ତୁ ଯଥାର୍ଥ ୟାଦ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିବ । ଯିଏ ବାବାଙ୍କୁ ଅଧିକ ୟାଦ କରନ୍ତି
ତାଙ୍କୁ ଅଧିକ କରେଣ୍ଟ ମିଳିଥାଏ, କାହିଁକିନା ୟାଦ ଦ୍ୱାରା ୟାଦ ମିଳିଥାଏ । ଯୋଗ ଏବଂ ଜ୍ଞାନ
ଦୁଇଟି ବିଷୟ ରହିଛି । ଯୋଗର ବିଷୟ ଅଲଗା, ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ଯୋଗ ଦ୍ୱାରା ହିଁ
ଆତ୍ମା ସତ୍ତ୍ୱପ୍ରଧାନ ହୋଇଥାଏ । ୟାଦ ବିନା ସତ୍ତ୍ୱପ୍ରଧାନ ହେବା ଅସମ୍ଭବ ଅଟେ । ଭଲ ରୂପେ
ସ୍ନେହର ସହିତ ବାବାଙ୍କୁ ୟାଦ କଲେ ସ୍ୱତଃ କରେଣ୍ଟ ମିଳିବ, ତୁମେ ସୁସ୍ଥ ହୋଇଯିବ । କରେଣ୍ଟ
ଦ୍ୱାରା ଆୟୁ ମଧ୍ୟ ବଢ଼ିଥାଏ । ପିଲାମାନେ ୟାଦ କଲେ ବାବା ମଧ୍ୟ ସର୍ଚ୍ଚଲାଇଟ୍ ଦେଇଥା’ନ୍ତି । ବାବା
କେତେ ଅମାପ ସମ୍ପତ୍ତି ତୁମ ସନ୍ତାନମାନଙ୍କୁ ଦେଉଛନ୍ତି ।
ମଧୁର ପିଲାମାନେ ଏହା
ପକ୍କା ମନେ ରଖିବା ଉଚିତ୍ ଯେ, ଶିବବାବା ଆମକୁ ପଢ଼ାଉଛନ୍ତି । ଶିବବାବା ପତିତ-ପାବନ ମଧ୍ୟ ଅଟନ୍ତି
। ସଦ୍ଗତି ଦାତା ମଧ୍ୟ ଅଟନ୍ତି । ସଦ୍ଗତି ଅର୍ଥାତ୍ ସ୍ୱର୍ଗର ରାଜପଦ ଦେଉଛନ୍ତି । ବାବା କେତେ
ମିଠା ଅଟନ୍ତି । କେତେ ସ୍ନେହର ସହିତ ବସି ପିଲାମାନଙ୍କୁ ପଢ଼ାଉଛନ୍ତି । ବାବା, ଦାଦାଙ୍କ ଦ୍ୱାରା
ଆମକୁ ପଢ଼ାଉଛନ୍ତି । ବାବା କେତେ ମିଠା ଅଟନ୍ତି, କେତେ ସ୍ନେହ କରୁଛନ୍ତି । କୌଣସି କଷ୍ଟ
ଦେଉନାହାଁନ୍ତି । କେବଳ କହୁଛନ୍ତି ମୋତେ ଏବଂ ଚକ୍ରକୁ ମନେ ପକାଅ । ବାବାଙ୍କ ସ୍ମୃତିରେ ହୃଦୟ
ଏକଦମ୍ ଶୀତଳ ହୋଇଯିବା ଉଚିତ୍ । ଏକମାତ୍ର ବାବାଙ୍କର ସ୍ମୃତି ହିଁ ମନକୁ ଆନ୍ଦୋଳିତ କରିବା ଉଚିତ୍,
କାହିଁକିନା ବାବାଙ୍କଠାରୁ କେତେ ଅମାପ ସମ୍ପତ୍ତି ମିଳୁଛି । ନିଜକୁ ନିଜେ ଦେଖିବା ଉଚିତ୍ କି ମୋର
ବାବାଙ୍କ ସହିତ କେତେ ସ୍ନେହ ରହିଛି । କେତେ ପର୍ଯ୍ୟନ୍ତ ମୋ ପାଖରେ ଦୈବୀଗୁଣ ଅଛି! କାହିଁକି ନା
ତୁମେ ସନ୍ତାନମାନେ ଏବେ କଣ୍ଟାରୁ ଫୁଲ ହେଉଛ । ଯେତେ-ଯେତେ ଯୋଗଯୁକ୍ତ ହେବ ସେତେ କଣ୍ଟାରୁ ଫୁଲ,
ସତ୍ତ୍ୱପ୍ରଧାନ ହୋଇଯିବ । ଫୁଲ ଅର୍ଥାତ୍ ପବିତ୍ର ହୋଇଗଲେ ପୁଣି ଏଠାରେ ରହିପାରିବ ନାହିଁ ।
ସ୍ୱର୍ଗ ହିଁ ଫୁଲର ବଗିଚା ଅଟେ । ଯିଏ ଅନେକ କଣ୍ଟାକୁ ଫୁଲ କରାଉଛନ୍ତି ତାଙ୍କୁ ହିଁ ପ୍ରକୃତ
ସୁଗନ୍ଧଯୁକ୍ତ ଫୁଲ କୁହାଯିବ । ସେମାନେ କେବେ କାହାକୁ ଦୁଃଖ ଦେବେ ନାହିଁ । କ୍ରୋଧ ମଧ୍ୟ ବଡ଼
କଣ୍ଟା ଅଟେ, ଅନେକଙ୍କୁ ଦୁଃଖ ଦେଇଥାଏ । ଏବେ ତୁମେ ସନ୍ତାନମାନେ କଣ୍ଟାର ଦୁନିଆରୁ ବାହାରି ଆସିଛ,
ତୁମେ ସଙ୍ଗମରେ ଅଛ । ଯେପରି ମାଳି ଫୁଲକୁ ଅଲଗା ପାତ୍ରରେ କାଢ଼ି ରଖିଥାଏ, ସେହିପରି ତୁମ
ଫୁଲମାନଙ୍କୁ ମଧ୍ୟ ଏବେ ସଙ୍ଗମଯୁଗୀ ପାତ୍ରରେ ଅଲଗା ରଖାଯାଇଛି । ପୁଣି ତୁମେ ଫୁଲମାନେ ସ୍ୱର୍ଗକୁ
ଚାଲିଯିବ, କଳିଯୁଗୀ କଣ୍ଟାମାନେ ଭସ୍ମ ହୋଇଯିବେ ।
ମିଠା ସନ୍ତାନମାନେ
ଜାଣିଛନ୍ତି ପାରଲୌକିକ ବାବାଙ୍କଠାରୁ ଆମକୁ ଅବିନାଶୀ ସମ୍ପତ୍ତି ମିଳୁଛି । ଯିଏ ସଚ୍ଚା ସଚ୍ଚା
ଅଟନ୍ତି, ଯାହାଙ୍କର ବାପଦାଦାଙ୍କ ସହିତ ପୂରା ସ୍ନେହ ରହିଛି, ସେମାନେ ବହୁତ ଖୁସିରେ ରହିବେ କି
ଆମେ ବିଶ୍ୱର ମାଲିକ ହେଉଛୁ । ହଁ ପୁରୁଷାର୍ଥ ଦ୍ୱାରା ହିଁ ବିଶ୍ୱର ମାଲିକ ହୋଇଥାଆନ୍ତି, କେବଳ
କଥାରେ ନୁହେଁ । ଅନନ୍ୟ ସନ୍ତାନମାନଙ୍କର ସର୍ବଦା ୟାଦ ରହିବ ଯେ ଆମେ ନିଜ ପାଇଁ ପୁନର୍ବାର ସେହି
ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜଧାନୀ ସ୍ଥାପନା କରୁଛୁ । ବାବା କହୁଛନ୍ତି ମିଠା ପିଲାମାନେ ଯେତେ
ତୁମେ ଅନ୍ୟମାନଙ୍କର କଲ୍ୟାଣ କରିବ ସେତିକି ତୁମକୁ ଫଳ ମିଳିବ । ଅନେକଙ୍କୁ ରାସ୍ତା ବତାଇଲେ
ଅନେକଙ୍କର ଆଶୀର୍ବାଦ ମିଳିବ । ଜ୍ଞାନ ରତ୍ନ ଦ୍ୱାରା ଝୁଲା ଭରି ପୁଣି ଦାନ କରିବାକୁ ହେବ ।
ଜ୍ଞାନର ସାଗର ତୁମକୁ ରତ୍ନର ଥାଳି ଭରପୁର କରି ଦେଉଛନ୍ତି । ଯେଉଁମାନେ ଦାନ କରିଥା’ନ୍ତି ସେ
ସମସ୍ତଙ୍କର ପ୍ରିୟ ହୋଇଥା’ନ୍ତି । ପିଲାମାନେ କେତେ ଆନ୍ତରିକ କେତେ ଖୁସିରେ ରହିବା ଉଚିତ୍ । ଯେଉଁ
ସନ୍ତାନମାନେ ବୁଦ୍ଧିବାନ୍ ହୋଇଥିବେ ସେମାନେ ତ କହିବେ ଆମେ ବାବାଙ୍କଠାରୁ ହିଁ ପୁରା ସମ୍ପତ୍ତି
ନେବୁ, ଏକଦମ୍ ଯୋଡି ହୋଇ ରହିବେ । ବାବାଙ୍କ ପ୍ରତି ବହୁତ ସ୍ନେହ ରହିବ କାହିଁକିନା ଜାଣିଛନ୍ତି
ପ୍ରାଣ ଦାନ ଦେଉଥିବା ବାବା ମିଳିଛନ୍ତି । ଜ୍ଞାନର ବରଦାନ ଏପରି ଦେଉଛନ୍ତି ଯେ ଯାହାଦ୍ୱାରା ଆମେ
କ’ଣ ଥିଲୁ ଏବଂ କ’ଣ ହେବାକୁ ଯାଉଛୁ । କାଙ୍ଗାଳରୁ ଧନବାନ ହୋଇଯାଉଛୁ, ଏତେ ଭଣ୍ଡାର ଭରପୁର କରି
ଦେଉଛନ୍ତି । ଯେତେ ବାବାଙ୍କୁ ୟାଦ କରିବ ସେତେ ସ୍ନେହ ରହିବ, ଆକର୍ଷଣ ହେବ । ଛୁଞ୍ଚି ସଫା ଥିଲେ
ଚୁମ୍ବକ ଆଡ଼କୁ ଟାଣି ହୋଇ ଯାଇଥାଏ ନା । ବାବାଙ୍କ ୟାଦ ଦ୍ୱାରା ଆତ୍ମାରୁ କଳଙ୍କି ଛାଡିଯିବ ବା
ପାପ କଟିଯିବ । ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କେହି ମନେ ନ ପଡ଼ନ୍ତୁ । ଯେପରି ସ୍ତ୍ରୀର ସ୍ୱାମୀ
ସହିତ କେତେ ସ୍ନେହ ରହିଥାଏ । ତୁମର ମଧ୍ୟ ନିର୍ବନ୍ଧ ହୋଇଛି ନା । ନିର୍ବନ୍ଧର ଖୁସି କ’ଣ କମ୍
ହୋଇଥାଏ କି? ଶିବବାବା କହୁଛନ୍ତି ମଧୁର ସନ୍ତାନମାନେ ତୁମର ମୋ ସହିତ ନିର୍ବନ୍ଧ ହୋଇଛି,
ବ୍ରହ୍ମାଙ୍କ ସାଥିରେ ନିର୍ବନ୍ଧ ହେଉନାହିଁ । ନିର୍ବନ୍ଧ ପକ୍କା ହୋଇଗଲେ ପୁଣି ତ ତାଙ୍କ ପ୍ରତି
ଆକର୍ଷଣ ରହିବା ଦରକାର ।
ବାବା ବୁଝାଉଛନ୍ତି ମିଠା
ପିଲାମାନେ ଭୁଲ କର ନାହିଁ । ସ୍ୱଦର୍ଶନ ଚକ୍ରଧାରୀ ହୁଅ, ଲାଇଟ୍ ହାଉସ ହୁଅ । ସ୍ୱଦର୍ଶନ ଚକ୍ରଧାରୀ
ହେବାର ପକ୍କା ଅଭ୍ୟାସ ହୋଇଗଲେ ତୁମେ ଯେପରି ଜ୍ଞାନର ସାଗର ହୋଇଯିବ । ଯେପରି ଛାତ୍ରମାନେ ପାଠପଢ଼ି
ଶିକ୍ଷକ ହୋଇଥାଆନ୍ତି ନା । ଏହା ହିଁ ତୁମର ଧନ୍ଦା ଅଟେ । ସମସ୍ତଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କରାଅ
ତେବେ ଯାଇ ଚକ୍ରବର୍ତ୍ତୀ ରାଜା-ରାଣୀ ହେବ, ସେଥିପାଇଁ ସର୍ବଦା ବାବା ପଚାରିଥା’ନ୍ତି ଯେ ପିଲାମାନେ
ସ୍ୱଦର୍ଶନ ଚକ୍ରଧାରୀ ହୋଇ ବସିଛ? ବାବା ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ଅଟନ୍ତି ନା । ବାବା ଆସିଛନ୍ତି
ତୁମ ମଧୁର ସନ୍ତାନମାନଙ୍କୁ ଘରକୁ ଫେରାଇ ନେଇଯିବା ପାଇଁ । ତୁମ ପିଲାମାନଙ୍କ ବିନା ମୋତେ ମଧ୍ୟ
ଆରାମ ଲାଗୁନାହିଁ । ସମୟ ହୋଇଗଲେ ପିଲାଙ୍କ ବିନା ଛଟପଟ ଲାଗିଥାଏ । ବାସ୍ ଏବେ ମୁଁ ଯିବି,
ପିଲାମାନେ ବହୁତ ଡାକୁଛନ୍ତି, ବହୁତ ଦୁଃଖୀ ହୋଇ ପଡ଼ିଛନ୍ତି । ଦୟା ଲାଗିଥାଏ । ଏବେ ତୁମ
ସନ୍ତାନମାନଙ୍କୁ ଘରକୁ ଯିବାକୁ ହେବ । ପୁଣି ସେଠାରୁ ତୁମେ ସ୍ୱତଃ ସୁଖଧାମକୁ ଚାଲିଯିବ । ସେଠାରେ
ମୁଁ ତୁମର ସାଥୀ ହେବି ନାହିଁ । ନିଜର ଅବସ୍ଥା ଅନୁଯାୟୀ ତୁମର ଆତ୍ମା ଚାଲିଯିବ ।
ତୁମ ସନ୍ତାନମାନଙ୍କର ଏହି
ନିଶା ରହିବା ଉଚିତ୍ ଯେ ଆମେ ଆତ୍ମିକ ବିଶ୍ୱ ବିଦ୍ୟାଳୟରେ ପଢ଼ୁଛୁ । ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ
ଛାତ୍ର ଅଟୁ । ଆମେ ମନୁଷ୍ୟରୁ ଦେବତା ଅଥବା ବିଶ୍ୱର ମାଲିକ ହେବା ପାଇଁ ପଢ଼ୁଛୁ । ଏହାଦ୍ୱାରା ଆମେ
ସମସ୍ତ ମିନିଷ୍ଟରୀ ପାସ୍ କରିଦେଉଛୁ । ସ୍ୱାସ୍ଥ୍ୟର ପାଠ ମଧ୍ୟ ପଢ଼ୁଛୁ, ଚରିତ୍ର ସୁଧୁରିବା
ଜ୍ଞାନକୁ ମଧ୍ୟ ପଢ଼ୁଛୁ । ହେଲଥ୍ (ସ୍ୱାସ୍ଥ୍ୟ ମିନିଷ୍ଟରୀ), ଫୁଡ୍ (ଖାଦ୍ୟ ମିନିଷ୍ଟରୀ),
ଲ୍ୟାଣ୍ଡ୍(ଭୂମି ମିନିଷ୍ଟରୀ), ବିଲଡିଙ୍ଗ୍ (ଘର) ମିନିଷ୍ଟରୀ ସବୁ ଏଥିରେ ଆସିଯାଉଛି ।
ମଧୁର ସନ୍ତାନମାନଙ୍କୁ
ବାବା ବସି ବୁଝାଉଛନ୍ତି, ଯେତେବେଳେ କୌଣସି ସଭାରେ ଭାଷଣ କରୁଛ ଅଥବା କାହାକୁ ବୁଝାଉଛ ତେବେ
ବାରମ୍ବାର କୁହ ନିଜକୁ ଆତ୍ମା ଭାବି ପରମପିତା ପରମାତ୍ମାଙ୍କୁ ୟାଦ କର । ଏହି ୟାଦ ଦ୍ୱାରା ହିଁ
ତୁମର ବିକର୍ମ ବିନାଶ ହେବ । ତୁମେ ପବିତ୍ର ହୋଇଯିବ । ବାରମ୍ବାର ଏହି ୟାଦ କରିବା ଉଚିତ୍ ।
କିନ୍ତୁ ଏ କଥା ମଧ୍ୟ ତୁମେ ସେତେବେଳେ କହିପାରିବ ଯେବେ ନିଜେ ୟାଦ କରୁଥିବ । ଏହି ୟାଦର ବିଷୟରେ
ପିଲାମାନେ ବହୁତ ଦୁର୍ବଳ ଅଛନ୍ତି । ୟାଦ ଦ୍ୱାରା ଆନ୍ତରିକ ଖୁସି ମିଳିବ । ଯଦି ୟାଦରେ ରହିବ ତେବେ
ଯାଇ ଅନ୍ୟକୁ ବୁଝାଇବାର ପ୍ରଭାବ ପଡ଼ିବ । ଅଧିକ କଥାବାର୍ତ୍ତା ହେବା ଉଚିତ୍ ନୁହେଁ ।
ଆତ୍ମ-ଅଭିମାନୀ ହୋଇ ଅଳ୍ପ ବୁଝାଇଲେ ମଧ୍ୟ ତୀର ଲାଗିବ । ବାବା କହୁଛନ୍ତି ପିଲାମାନେ ବିତିଯାଇଥିବା
କଥାକୁ ଭୁଲିଯାଅ । ଏବେ ପ୍ରଥମେ ନିଜକୁ ସୁଧାର । ନିଜେ ୟାଦ କରିବ ନାହିଁ, ଅନ୍ୟକୁ କହିବ, ଏହି
ଠକାମୀ ଚାଲି ପାରିବ ନାହିଁ । ଭିତରେ ଭିତରେ ନିଶ୍ଚୟ ନିଜ ମନ ନିଜକୁ ଖାଇବ । ବାବାଙ୍କ ସାଥିରେ
ପୂରା ସ୍ନେହ ନାହିଁ, ତେଣୁ ଶ୍ରୀମତ ପାଳନ କରୁ ନାହାଁନ୍ତି । ବେହଦ ବାବାଙ୍କ ପରି ଶିକ୍ଷା ତ ଆଉ
କେହି ଦେଇପାରିବେ ନାହିଁ । ବାବା କହୁଛନ୍ତି ମିଠା ପିଲାମାନେ ଏହି ପୁରୁଣା ଦୁନିଆକୁ ଏବେ
ଭୁଲିଯାଅ । ଶେଷକୁ ତ ଏ ସବୁ ଭୁଲିବାକୁ ହିଁ ହେବ । ବୁଦ୍ଧି ନିଜର ଶାନ୍ତିଧାମ ଏବଂ ସୁଖଧାମରେ
ଲାଗିଯିବ । ବାବାଙ୍କୁ ୟାଦ କରି-କରି ବାବାଙ୍କ ପାଖକୁ ଚାଲିଯିବ । ପତିତ ଆତ୍ମା ତ ଘରକୁ
ଯାଇପାରିବ ନାହିଁ । ତାହା ହେଉଛି ପବିତ୍ର ଆତ୍ମାମାନଙ୍କର ଘର । ଏହି ଶରୀର ପାଞ୍ଚ ତତ୍ତ୍ୱରେ
ତିଆରି ହୋଇଛି । ତେଣୁ ପାଞ୍ଚ ତତ୍ତ୍ୱ ଏଠାରେ ରହିବା ପାଇଁ ଆକର୍ଷିତ କରୁଛି କାହିଁକି ନା ଆତ୍ମା
ଯେପରି ଏହି ସମ୍ପତ୍ତି ନେଇଛି, ସେଥିପାଇଁ ଶରୀର ସହିତ ମମତ୍ତ୍ୱ ହୋଇଯାଇଛି । ବର୍ତ୍ତମାନ ଏଥିରୁ
ମମତ୍ତ୍ୱ ତୁଟାଇ ନିଜ ଘରକୁ ଯିବାକୁ ହେବ । ସେଠାରେ ତ ଏହି ପାଞ୍ଚ ତତ୍ତ୍ୱ ରହିବ ନାହିଁ ।
ସତ୍ୟଯୁଗରେ ମଧ୍ୟ ଶରୀର ଯୋଗବଳରେ ତିଆରି ହେବ । ସତ୍ତ୍ୱପ୍ରଧାନ ପ୍ରକୃତି ହେବ, ସେଥିପାଇଁ ଶରୀର
ଆକର୍ଷିତ କରିବ ନାହିଁ । ଦୁଃଖ ହେବ ନାହିଁ । ଏହା ବହୁତ ସୂକ୍ଷ୍ମ ବୁଝିବାର କଥା ଅଟେ । ଏଠାରେ ୫
ତତ୍ତ୍ୱର ବଳ ଆତ୍ମାକୁ ଆକର୍ଷିତ କରୁଛି ସେଥିପାଇଁ ଶରୀର ଛାଡ଼ିବା ପାଇଁ ମନ ହେଉନାହିଁ । ନଚେତ୍
ଏଥିରେ ଆହୁରି ଖୁସି ହେବା ଦରକାର । ପବିତ୍ର ହୋଇ ଏପରି ଶରୀର ଛାଡ଼ିବେ ଯେପରି ଲହୁଣୀରୁ ବାଳ
ବାହାରିଯାଇଥାଏ । ତେଣୁ ଶରୀରରୁ, ସବୁ ଜିନିଷରୁ ମମତ୍ତ୍ୱ ଏକଦମ୍ ତୁଟାଇ ଦେବା ଉଚିତ୍ । ଏଥିସହିତ
ଆମର କୌଣସି ସମ୍ପର୍କ ନାହିଁ । ବାସ୍ ଏବେ ମୁଁ ବାବାଙ୍କ ପାଖକୁ ଯାଉଛି । ଏହି ଦୁନିଆରୁ ନିଜର
ବ୍ୟାଗ୍ ବ୍ୟାଗେଜ୍ ପ୍ରସ୍ତୁତ କରି ପୂର୍ବରୁ ହିଁ ପଠାଇ ଦେଇଛି । ସାଥିରେ ତ କିଛି ଯାଇ ପାରିବ
ନାହିଁ । ବାକି ଆତ୍ମାମାନଙ୍କୁ ଯିବାକୁ ପଡ଼ିବ । ଶରୀରକୁ ମଧ୍ୟ ଏଠାରେ ଛାଡ଼ି ଦେଇଛି । ବାବା ତ
ନୂଆ ଶରୀରର ସାକ୍ଷାତ୍କାର କରାଇ ଦେଇଛନ୍ତି । ହୀରା ନୀଳାର ମହଲ ମିଳିଯିବ । ଏପରି ସୁଖଧାମକୁ ଯିବା
ପାଇଁ କେତେ ମେହନତ କରିବା ଦରକାର । ଥକିଯିବା ଅନୁଚିତ୍ । ଦିନରାତି ବହୁତ ରୋଜଗାର କରିବାକୁ ପଡ଼ିବ
ସେଥିପାଇଁ ବାବା କହୁଛନ୍ତି ନିଦ୍ରାଜିତ୍ ପିଲାମାନେ ମୋତେ ମନେପକାଇ ବିଚାର ସାଗର ମନ୍ଥନ କର ।
ଡ୍ରାମାର ରହସ୍ୟକୁ ବୁଦ୍ଧିରେ ରଖିବା ଦ୍ୱାରା ବୁଦ୍ଧି ଏକଦମ୍ ଶୀତଳ ହୋଇଯାଇଥାଏ । ଯେଉଁମାନେ
ମହାରଥୀ ସନ୍ତାନ ହୋଇଥିବେ, ସେମାନେ କେବେହେଲେ ହଲଚଲ ହେବେ ନାହଁ । ଶିବବାବାଙ୍କୁ ୟାଦ କଲେ ସେ
ପିଲାମାନଙ୍କର ଦାୟିତ୍ୱ ମଧ୍ୟ ନେବେ ।
ବାବା ତୁମ
ସନ୍ତାନମାନଙ୍କୁ ଦୁଃଖରୁ ମୁକ୍ତ କରି ଶାନ୍ତିର ଦାନ ଦେଉଛନ୍ତି । ତୁମକୁ ମଧ୍ୟ ଶାନ୍ତିର ଦାନ
ଦେବାକୁ ପଡ଼ିବ । ତୁମର ଏହି ବେହଦର ଶାନ୍ତି ଅର୍ଥାତ୍ ଯୋଗବଳ ଅନ୍ୟମାନଙ୍କୁ ମଧ୍ୟ ଏକଦମ୍ ଶାନ୍ତ
କରି ଦେବ । ତୁରନ୍ତ ଜଣାପଡ଼ିଯିବ, ଇଏ ଆମ ଘରର ଅଟନ୍ତି ନା ନାହିଁ । ଆତ୍ମାକୁ ତୁରନ୍ତ ଆକର୍ଷଣ
ହେବ କି ଇଏ ମୋର ବାବା ଅଟନ୍ତି । ନାଡ଼ି ଅର୍ଥାତ୍ ଅବସ୍ଥା ମଧ୍ୟ ଦେଖିବାକୁ ପଡ଼ିଥାଏ । ବାବାଙ୍କ
ୟାଦରେ ରହି ଦେଖ ଏହି ଆତ୍ମା ଆମ କୁଳର ଅଟନ୍ତି ନା ନାହିଁ । ଯଦି ହୋଇଥିବ ତେବେ ଏକଦମ୍ ଶାନ୍ତ
ହୋଇଯିବ, ଯିଏ ଏହି କୂଳର ହୋଇଥିବେ ତାଙ୍କୁ ହିଁ ଏହି କଥାର ରସ ଅନୁଭବ ହେବ । ପିଲାମାନେ ୟାଦ କଲେ
ବାବା ମଧ୍ୟ ସ୍ନେହ କରିଥା’ନ୍ତି । ଆତ୍ମାକୁ ହିଁ ସ୍ନେହ କରାଯାଇଥାଏ । ଏ କଥା ମଧ୍ୟ ଜାଣିଛ ଯେ
ଯିଏ ବହୁତ ଭକ୍ତି କରିଛନ୍ତି ସେ ହିଁ ଅଧିକ ପଢ଼ିବେ । ତାଙ୍କ ଚେହେରାରୁ ଜଣା ପଡ଼ିଯିବ ଯେ ବାବାଙ୍କ
ପ୍ରତି କେତେ ସ୍ନେହ ରହିଛି । ଆତ୍ମା ବାବାଙ୍କୁ ଦେଖିଥାଏ । ବାବା ଆମ ଆତ୍ମାମାନଙ୍କୁ ପଢ଼ାଉଛନ୍ତି
। ବାବା ମଧ୍ୟ ଜାଣିଥା’ନ୍ତି ମୁଁ ଏତେ ଛୋଟ ବିନ୍ଦୁ ଆତ୍ମାକୁ ପଢ଼ାଉଛି । ଭବିଷ୍ୟରେ ତୁମର ଏହି
ଅବସ୍ଥା ହୋଇଯିବ । ସ୍ମୃତି ରହିବ ଯେ ମୁଁ ଭାଇ-ଭାଇକୁ ପଢ଼ାଉଛି । ଚେହେରା ଭଉଣୀର ହୋଇଥିଲେ ମଧ୍ୟ
ଦୃଷ୍ଟି ଆତ୍ମା ଆଡ଼କୁ ଯାଉ । ଶରୀର ପ୍ରତି ବିଲକୁଲ୍ ଦୃଷ୍ଟି ନ ଯାଉ, ଏଥିରେ ବହୁତ ମେହନତ କରିବାକୁ
ହେବ । ଏହା ବହୁତ ସୂକ୍ଷ୍ମ କଥା ଅଟେ । ବହୁତ ଶ୍ରେଷ୍ଠ ପାଠପଢ଼ା ଅଟେ । ଓଜନ କଲେ ଏହି ପାଠର ପଲଡା
ବହୁତ ଭାରୀ ହୋଇଯିବ । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ବୁଦ୍ଧି ରୂପୀ ଝୁଲାକୁ ଜ୍ଞାନ ରତ୍ନରେ ଭରପୁର କରିବା ସହିତ ପୁଣି ଦାନ ମଧ୍ୟ କରିବାକୁ ପଡ଼ିବ ।
ଯେଉଁମାନେ ଦାନ କରିଥା’ନ୍ତି ସେମାନେ ସମସ୍ତଙ୍କର ପ୍ରିୟ ହୋଇଥା’ନ୍ତି ଏବଂ ଅସରନ୍ତି ଖୁସିରେ
ରହିଥାଏ ।
(୨) ପ୍ରାଣଦାନ କରୁଥିବା
ବାବାଙ୍କୁ ବହୁତ ସ୍ନେହର ସହିତ ୟାଦ କରି ସମସ୍ତଙ୍କୁ ଶାନ୍ତିର ଦାନ ଦେବାକୁ ହେବ । ବୁଦ୍ଧିରେ
ସ୍ୱଦର୍ଶନ ଚକ୍ର ଘୁରାଇ ଜ୍ଞାନର ସାଗର ହେବାକୁ ପଡ଼ିବ ।
ବରଦାନ:-
ନିଜର
ଅନ୍ତଃବାହକ ଶରୀର ଦ୍ୱାରା ସେବା କରୁଥିବା କର୍ମବନ୍ଧନ ମୁକ୍ତ ଡବଲ ଲାଇଟ୍ ଆତ୍ମା ହୁଅ ।
ଯେପରି ସ୍ଥୁଳ ଶରୀର
ଦ୍ୱାରା ସାକାରୀ ଈଶ୍ୱରୀୟ ସେବାରେ ବ୍ୟସ୍ତ ରହୁଛ ସେହିପରି ନିଜର ଆକାରୀ ଶରୀର ଦ୍ୱାରା
ଅନ୍ତଃବାହକ ସେବା ମଧ୍ୟ ଏକା ସାଥୀରେ କରିବାକୁ ହେବ । ଯେପରି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା
କାର୍ଯ୍ୟରେ ବୃଦ୍ଧି ହୋଇଗଲା ସେହିପରି ଏବେ ତୁମମାନଙ୍କର ସୂକ୍ଷ୍ମ ଶରୀର ଦ୍ୱାରା, ଶିବଶକ୍ତିଙ୍କର
ଯୁଗଳ ସ୍ୱରୂପର ସାକ୍ଷାତ୍କାର ଦ୍ୱାରା, ସାକ୍ଷାତ୍କାର କରାଇବା ଏବଂ ସନ୍ଦେଶ ଦେବାର କାର୍ଯ୍ୟ
ହେବାର ଅଛି । କିନ୍ତୁ ଏହି ସେବା କରିବା ପାଇଁ କର୍ମ କରୁଥିଲେ ମଧ୍ୟ ସବୁ ପ୍ରକାରର
କର୍ମବନ୍ଧନଠାରୁ ମୁକ୍ତ ସର୍ବଦା ଡବଲ ଲାଇଟ୍ ରୂପରେ ରୁହ ।
ସ୍ଲୋଗାନ:-
ଜ୍ଞାନକୁ ମନନ
କରିବା ଦ୍ୱାରା ଯେଉଁ ଭଳି ଖୁସି ରୂପୀ ମାଖନ ଅର୍ଥାତ୍ ଲହୁଣୀ ମିଳିଥାଏ - ତାହା ହିଁ ଜୀବନକୁ
ଶକ୍ତିଶାଳୀ କରିଥାଏ ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର
(୧୩) ଏପରି କେହି ବି
କହିପାରିବ ନାହିଁ ଯେ ମୋତେ ସେବା କରିବା ପାଇଁ ସୁଯୋଗ ମିଳୁ ନାହିଁ । ଯଦି ବାଣୀ ଦ୍ୱାରା ସେବା
କରିପାରୁ ନାହଁ ତେବେ ନିଜର ସୁଖମୟ ସଂକଳ୍ପର ବୃତ୍ତି ଦ୍ୱାରା, ସୁଖମୟ ସ୍ଥିତି ଦ୍ୱାରା ସେବା କର
। ଶରୀର ସୁସ୍ଥ ନାହିଁ ତେବେ ଘରେ ବସି ମଧ୍ୟ ସହଯୋଗୀ ହୁଅ, କେବଳ ମନରେ ଶୁଦ୍ଧ ସଂକଳ୍ପର ଷ୍ଟକ ଜମା
କର ଏବଂ ଶୁଭଭାବନାରେ ସମ୍ପନ୍ନ ହୁଅ ।