13.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଯିଏ ଏବଂ ଯେପରି ଅଟନ୍ତି, ତାଙ୍କୁ ଯଥାର୍ଥ ଭାବରେ ଜାଣି ମନେ ପକାଇବାକୁ ହେବ, ଏହା ହିଁ ହେଉଛି ମୁଖ୍ୟ କଥା, ଲୋକମାନଙ୍କୁ ଏହି କଥା ବହୁତ କାଇଦାର ସହିତ ବୁଝାଇବାକୁ ହେବ ।”

ପ୍ରଶ୍ନ:-
ସାରା ବିଶ୍ୱର ଆତ୍ମାମାନେ କେଉଁ ପାଠପଢିବା ଦରକାର ଯାହାକୁ ତୁମେମାନେ ଏହିଠାରେ ହିଁ ପଢୁଛ?

ଉତ୍ତର:-
ସାରା ବିଶ୍ୱର ଆତ୍ମାମାନଙ୍କୁ ଏହି ପାଠପଢା ଯାଉଛି ଯେ ତୁମେ ସମସ୍ତେ ଆତ୍ମା ଅଟ । ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ ତେବେ ପାବନ ହୋଇଯିବ । ସାରା ବିଶ୍ୱର ଆତ୍ମାମାନଙ୍କର ପିତା ସମସ୍ତଙ୍କୁ ପାବନ କରିବା ପାଇଁ ଥରେ ମାତ୍ର ଆସିଥା’ନ୍ତି । ରଚୟିତା ଏବଂ ରଚନାର ଜ୍ଞାନ ଦେଉଛନ୍ତି । ବାସ୍ତବରେ ଏହା ହିଁ ଏକମାତ୍ର ବିଶ୍ୱବିଦ୍ୟାଳୟ ଅଟେ, ଏହି କଥା ପିଲାମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇବାକୁ ପଡିବ ।

ଓମ୍ ଶାନ୍ତି ।
ଭଗବାନୁବାଚ - ଏବେ ଏକଥା ତ ତୁମେମାନେ ବୁଝିପାରୁଛ ଯେ ଭଗବାନ କିଏ? ଭାରତରେ କେହି ବି ଯଥାର୍ଥ ରୂପେ ତାଙ୍କୁ ଜାଣି ନାହାଁନ୍ତି । ସିଏ କହୁଛନ୍ତି - ମୁଁ ଯାହା ଏବଂ ଯେପରି ମୋତେ ଯଥାର୍ଥ ରୂପେ କେହି ଜାଣିନାହାଁନ୍ତି । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ଜାଣିଛନ୍ତି । ପୁରୁଷାର୍ଥର କ୍ରମ ଅନୁସାରେ ମୋତେ ଜାଣୁଛନ୍ତି । ଯଦିଓ ଏଠାରେ ରହୁଛନ୍ତି କିନ୍ତୁ ଯଥାର୍ଥ ରୂପରେ ଜାଣି ନାହାଁନ୍ତି । ଯଥାର୍ଥ ରୂପେ ବାବାଙ୍କୁ ଜାଣି ତାଙ୍କୁ ମନେ ପକାଇବା, ଏହା ବହୁତ ମୁସ୍କିଲ କଥା । ପିଲାମାନେ କହୁଛନ୍ତି କି ବହୁତ ସହଜ ଅଟେ କିନ୍ତୁ ମୁଁ ଯାହା ଅଟେ, ମୋତେ ନିରନ୍ତର ବାବାଙ୍କୁ ମନେ ପକାଇବାକୁ ପଡିବ, ବୁଦ୍ଧିରେ ଏହି ଯୁକ୍ତି ମଧ୍ୟ ରହିଛି । ମୁଁ ଆତ୍ମା ବହୁତ ଛୋଟ । ମୋର ବାବା ମଧ୍ୟ ବିନ୍ଦୁ ବହୁତ ସୂକ୍ଷ୍ମ । ଅଧାକଳ୍ପ ପର୍ଯ୍ୟନ୍ତ ଭଗବାନଙ୍କର ନାମ ମଧ୍ୟ କେହି ନିଅନ୍ତି ନାହିଁ । ଦୁଃଖ ଆସିଲେ ହିଁ ତାଙ୍କୁ ସମସ୍ତେ ସ୍ମରଣ କରିଥା’ନ୍ତି - ହେ ଭଗବାନ । ବାସ୍ତବରେ ଭଗବାନ କିଏ, ଏ କଥା ତ କୌଣସି ମନୁଷ୍ୟ ଜାଣି ନାହାଁନ୍ତି । ଏବେ ମନୁଷ୍ୟମାନଙ୍କୁ କିପରି ବୁଝାଇବ - ଏହା ଉପରେ ବିଚାର ସାଗର ମନ୍ଥନ କରିବା ଦରକାର । ନାମ ମଧ୍ୟ ଲେଖା ହୋଇଛି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ । ଏଥିରୁ ମଧ୍ୟ ବୁଝି ପାରୁନାହାଁନ୍ତି ଯେ ଏହା ହେଉଛି ଆତ୍ମିକ ବେହଦର ବାବାଙ୍କର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ । କ’ଣ ନାମ ରଖିବା ଦରକାର ଯାହା ଦ୍ୱାରା ଲୋକମାନେ ଶୀଘ୍ର ବୁଝିଯିବେ? ଲୋକମାନଙ୍କୁ କିପରି ବୁଝାଇବ ଯେ ଏହା ହେଉଛି ୟୁନିଭରସିଟି ଅର୍ଥାତ୍ ବିଶ୍ୱବିଦ୍ୟାଳୟ? ୟୁନିଭର୍ସ ଅର୍ଥାତ୍ ବିଶ୍ୱ ଶବ୍ଦରୁ ୟୁନିଭରସିଟି ଶବ୍ଦ ସୃଷ୍ଟି ହୋଇଛି । ୟୁନିଭର୍ସ ଅର୍ଥାତ୍ ସାରା ବିଶ୍ୱ ସେଥିପାଇଁ ଏହାର ନାମ ରଖାଯାଇଛି - ୟୁନିଭରସିଟି, ଯେଉଁଠି ସବୁ ମନୁଷ୍ୟ ପାଠ ପଢି ପାରିବେ । ତେବେ ସାରା ବିଶ୍ୱର ଲୋକମାନଙ୍କ ପାଠପଢା ପାଇଁ ଏହି ବିଶ୍ୱବିଦ୍ୟାଳୟ ରହିଛି । ବାସ୍ତବରେ ସାରା ୟୁନିଭର୍ସକୁ ପାଠପଢାଇବା ପାଇଁ ହିଁ ତ ଏକମାତ୍ର ବାବା ଆସିଛନ୍ତି । ତାଙ୍କର ମଧ୍ୟ ଏହି ଗୋଟିଏ ହିଁ ୟୁନିଭରସିଟି । ଲକ୍ଷ୍ୟ ମଧ୍ୟ ଗୋଟିଏ । ବାବା ହିଁ ଆସି ସାରା ୟୁନିଭର୍ସକୁ ପାବନ କରୁଛନ୍ତି, ଯୋଗ ଶିଖାଉଛନ୍ତି । ଏହା ତ ସବୁ ଧର୍ମବଲମ୍ବୀମାନଙ୍କ ପାଇଁ ଉଦ୍ଧିଷ୍ଟ । କହୁଛନ୍ତି ନିଜକୁ ଆତ୍ମା ମନେ କର । ସାରା ବିଶ୍ୱର ପିତା ହେଉଛନ୍ତି - ଇନକପୋରିଅଲ୍ ନିରାକାର ଈଶ୍ୱର ପିତା, ତେବେ କାହିଁକି ବା ଏହାର ନାମ ସ୍ପରିଚୁଆଲ ୟୁନିଭରସିଟି ଅଫ୍ ସ୍ପିରିଚୁଆଲ୍ ଇନ୍‌କପୋରିଅଲ୍ ଗଡ୍ ଫାଦର ନ ରଖିବୁ । ବିଚାର କରାଯାଉଛି ନା । ସାରା ବିଶ୍ୱରେ ବାବାଙ୍କୁ କେହି ଜଣେ ହେଲେ ବି ଜାଣି ନାହାଁନ୍ତି । ରଚୟିତାଙ୍କୁ ଜାଣିଗଲେ ରଚନାକୁ ମଧ୍ୟ ଜାଣିପାରିବେ । ରଚୟିତାଙ୍କ ଦ୍ୱାରା ହିଁ ରଚନାକୁ ଜାଣିହୁଏ । ବାବା ପିଲାମାନଙ୍କୁ ସବୁକିଛି ବୁଝାଇ ଦେବେ । ଆଉ କେହି ବି ଏ କଥା ଜାଣିନାହାଁନ୍ତି । ଋଷି-ମୁନିମାନେ ମଧ୍ୟ ନେତି-ନେତି କହିଯାଇଛନ୍ତି । ବାବା କହୁଛନ୍ତି - ତୁମମାନଙ୍କୁ ମଧ୍ୟ ପ୍ରଥମେ ଏହି ରଚନା ଏବଂ ରଚନାର ଜ୍ଞାନ ନ ଥିଲା । ଏବେ ରଚୟିତା ବାବା ବୁଝାଇଛନ୍ତି । ବାବା କହୁଛନ୍ତି - ମୋତେ ସମସ୍ତେ ଡାକୁଛନ୍ତି ମଧ୍ୟ ଏଠାକୁ ଆସ, ଆସି ଆମକୁ ସୁଖ-ଶାନ୍ତି ଦିଅ କାରଣ ଏବେ ଦୁଃଖ-ଅଶାନ୍ତି ରହିଛି । ତାଙ୍କର ନାମ ହିଁ ହେଉଛି ଦୁଃଖହର୍ତ୍ତା ସୁଖକର୍ତ୍ତା ତେବେ ସେ କିଏ? ଭଗବାନ । ସେ କିପରି ଦୁଃଖ ହରଣ କରି ସୁଖ ଦେଉଛନ୍ତି, ଏକଥା କେହି ଜାଣିନାହାଁନ୍ତି । ତେବେ ଏପରି ସ୍ପଷ୍ଟ କରି ଲେଖ ଯେପରି ମନୁଷ୍ୟମାନେ ବୁଝିପାରିବେ ଯେ ନିରାକାର ଈଶ୍ୱର ପିତା ହିଁ ଏହି ଜ୍ଞାନ ଦେଉଛନ୍ତି । ଏହିଭଳି ଭାବରେ ବିଚାର ସାଗର ମନ୍ଥନ କରିବା ଦରକାର । ବାବା ବୁଝାଉଛନ୍ତି ମନୁଷ୍ୟ ସମସ୍ତେ ହେଉଛନ୍ତି ପଥରବୁଦ୍ଧି । ଏହିଭଳି ଭାବରେ ତୁମମାନଙ୍କୁ ପାରସ ଅର୍ଥାତ୍ ସ୍ୱଚ୍ଛ କରୁଛନ୍ତି । ବାସ୍ତବରେ ପାରସବୁଦ୍ଧି ତାଙ୍କୁ କୁହାଯିବ ଯିଏ ଅତି କମରେ ୫୦ରୁ ଅଧିକ ନମ୍ବର ନେବେ । ଯେଉଁମାନେ ଫେଲ୍ ହେଉଛନ୍ତି ସେମାନେ ପାରସବୁଦ୍ଧି ନୁହଁନ୍ତି । ରାମ ମଧ୍ୟ କମ୍ ନମ୍ବର ପାଇଥିଲେ ତେଣୁ ତ କ୍ଷତ୍ରୀୟ ରୂପରେ ଦେଖାଇଛନ୍ତି । ଏକଥା ମଧ୍ୟ କେହି ବୁଝୁନାହାଁନ୍ତି ଯେ ରାମଙ୍କ ହାତରେ ଧନୁତୀର କାହିଁକି ଦେଖାଇଛନ୍ତି? ଶ୍ରୀକୃଷ୍ଣଙ୍କର ସ୍ୱଦର୍ଶନ ଚକ୍ର ଦେଖାଇଛନ୍ତି କି ସିଏ ସମସ୍ତଙ୍କୁ ଚକ୍ରରେ ମାରିଲେ ଏବଂ ରାମଙ୍କ ହାତରେ ମଧ୍ୟ ବାଣ ଦେଖାଇଛନ୍ତି । ଗୋଟିଏ ବିଶେଷ ପତ୍ରିକା ବାହାରୁଛି, ଯେଉଁଥିରେ ଦେଖାଇଛନ୍ତି - କୃଷ୍ଣ କିପରି ସ୍ୱଦର୍ଶନ ଚକ୍ରରେ ଅକାସୁର-ବକାସୁର ଆଦିଙ୍କୁ ମାରୁଛନ୍ତି । ଦୁଇଜଣଙ୍କୁ ହିଂସକ କରିଦେଇଛନ୍ତି, ଡବଲ ହିଂସକ କରିଦେଇଛନ୍ତି । କହୁଛନ୍ତି ସେମାନଙ୍କର ମଧ୍ୟ ସନ୍ତାନ ଜନ୍ମ ହୋଇଛନ୍ତି ନା । ଆରେ, ସେମାନେ ହେଉଛନ୍ତି ହିଁ ନିର୍ବିକାରୀ ଦେବୀ-ଦେବତା । ସେଠାରେ ରାବଣ ରାଜ୍ୟ ହିଁ ନାହିଁ । ବର୍ତ୍ତମାନ ସମୟରେ ରାବଣ ସମ୍ପ୍ରଦାୟ କୁହାଯାଉଛି ।

ଏବେ ତୁମେମାନେ ଅନ୍ୟମାନଙ୍କୁ ବୁଝାଉଛ ଯେ, ଆମେ ଯୋଗବଳ ଦ୍ୱାରା ସାରା ବିଶ୍ୱର ରାଜତ୍ୱ ନେଉଛୁ ତେବେ କ’ଣ ଯୋଗବଳ ଦ୍ୱାରା ସନ୍ତାନ ହୋଇପାରିବ ନାହିଁ । ତାହା ହେଉଛି ହିଁ ନିର୍ବିକାରୀ ଦୁନିଆ । ଏବେ ତୁମେ ଶୁଦ୍ରରୁ ବ୍ରାହ୍ମଣ ହୋଇଛ । ଭଲ ଭାବରେ ବୁଝାଇବା ଦରକାର ଯାହାଦ୍ୱାରା ମନୁଷ୍ୟ ଜାଣିପାରିବେ ଯେ ଏମାନଙ୍କ ପାଖରେ ପୁରା ଜ୍ଞାନ ରହିଛି । ଯଦି ସାମାନ୍ୟ କିଛି ବି ଏହି କଥାକୁ ବୁଝିଯିବେ ତେବେ ବୁଝାଯିବ ଇଏ ବ୍ରାହ୍ମଣ କୂଳର ଅଟନ୍ତି । କାହା କାହା ପାଇଁ ତ ତୁରନ୍ତ ବୁଝି ହୋଇଯାଏ - ଇଏ ବ୍ରାହ୍ମଣ କୂଳର ନୁହେଁ । ଅନେକ ପ୍ରକାରର ଆସୁଛନ୍ତି ନା । ତେବେ ତୁମେ ସ୍ପିରିଚୁଆଲ୍ ୟୁନିଭରସିଟି ଅଫ୍ ସ୍ପିରିଚୁଆଲ ଇନ୍‌କପୋରିଅଲ୍ ଗଡ ଫାଦର ଲେଖି ଦେଖ, କ’ଣ ହେଉଛି? ବିଚାର ସାଗର ମନ୍ଥନ କରି ଶବ୍ଦ ମିଳାଇବାକୁ ପଡିଥାଏ, ଏଥିରେ ଲେଖିବା ପାଇଁ ବଡ ଯୁକ୍ତି ଦରକାର ଯାହାଦ୍ୱାରା ମନୁଷ୍ୟ ବୁଝି ପାରିବେ ଯେ, ଏଠାରେ ଏହି ଜ୍ଞାନ ଗଡ୍ ଫାଦର ନିଜେ ବୁଝାଉଛନ୍ତି ଅଥବା ରାଜଯୋଗ ଶିଖାଉଛନ୍ତି । ଏହି ଅକ୍ଷର ମଧ୍ୟ ସାଧାରଣ । ଜୀବନମୁକ୍ତି ଡିଟି ସାବରଣ୍ଟି ଇନ୍ ସେକେଣ୍ଡ ଅର୍ଥାତ୍ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ଦୈବୀ ସ୍ୱରାଜ୍ୟର ପ୍ରାପ୍ତି ହେଉଛି । ଏଭଳି ଶବ୍ଦ ଲେଖାଯାଉ ଯେପରି ମନୁଷ୍ୟମାନଙ୍କ ବୁଦ୍ଧିରେ ରହିଯିବ । ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା ହେଉଛି । ମନମନାଭବର ଅର୍ଥ ହେଉଛି - ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଅ । ତୁମେମାନେ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ କୂଳ ଭୂଷଣ, ସ୍ୱଦର୍ଶନ ଚକ୍ରଧାରୀ ଅଟ । ସେମାନେ ତ ସ୍ୱଦର୍ଶନ ଚକ୍ର ବିଷ୍ଣୁଙ୍କ ହାତରେ ଦେଖାଉଛନ୍ତି । ଶ୍ରୀକୃଷ୍ଣଙ୍କୁ ମଧ୍ୟ ୪ ଭୁଜାଧାରୀ ଦେଖାଇଛନ୍ତି । ବାସ୍ତବରେ ତାଙ୍କର ୪ଟି ଭୂଜା କିପରି ହୋଇପାରିବ? ବାବା କେତେ ସୁନ୍ଦର ଭାବରେ ବୁଝାଉଛନ୍ତି । ସନ୍ତାନମାନଙ୍କୁ ବଡ ବିଶାଳବୁଦ୍ଧି, ପାରସବୁଦ୍ଧି ହେବାକୁ ପଡିବ । ସତ୍ୟଯୁଗରେ ଯଥା ରାଜା-ରାଣୀ ତଥା ପ୍ରଜା ପାରସବୁଦ୍ଧି କୁହାଯିବ ନା । ତାହା ପାରସ ଦୁନିଆ, ଏହା ପଥରର ଦୁନିଆ । ତୁମକୁ ମନୁଷ୍ୟରୁ ଦେବତା ହେବା ପାଇଁ ଏହି ଜ୍ଞାନ ମିଳୁଛି । ତୁମେ ନିଜର ରାଜ୍ୟ ଶ୍ରୀମତ ଅନୁସାରେ ପୁନର୍ବାର ସ୍ଥାପନ କରୁଛ । ବାବା ଆମକୁ ଉପାୟ ବତାଉଛନ୍ତି ଯେ ରାଜା-ମହାରାଜା କିପରି ହୋଇପାରିବ? ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ଭରି ହୋଇ ରହିଛି ଯାହାକି ତୁମେମାନେ ଅନ୍ୟମାନଙ୍କୁ ବୁଝାଉଛ । ଗୋଲା ଉପରେ ବୁଝାଇବା ମଧ୍ୟ ବହୁତ ସହଜ । ଏହି ସମୟରେ ଜନସଂଖ୍ୟା ଦେଖ କେତେ! ସତ୍ୟଯୁଗରେ କେତେ କମ୍ ଥିଲେ । ସଂଗମଯୁଗ ମଧ୍ୟ ରହିଛି ନା । ବ୍ରାହ୍ମଣ ତ ଅଳ୍ପ ରହିବେ ନା । ବ୍ରାହ୍ମଣମାନଙ୍କର ଯୁଗ ହିଁ ଛୋଟ । ବ୍ରାହ୍ମଣମାନଙ୍କ ପରେ ହେଲେ ଦେବତା, ପୁଣି ଧୀରେ ଧୀରେ ବୃଦ୍ଧି ହୋଇଯାଏ । ବାଜୋଲୀ ଖେଳ (ମୁଣ୍ଡତଳକୁ ରଖି ଲେଉଟି ପଡିବା) ହେଉଛି ନା । ତେଣୁ ସିଡି ଚିତ୍ର ସହିତ ଯଦି ବିରାଟ ରୂପର ଚିତ୍ର ମଧ୍ୟ ଥିବ ତେବେ ବୁଝାଇବା ସହଜ ହେବ । ଯିଏ ତୁମ କୂଳର ହୋଇଥିବେ ତାଙ୍କ ବୁ୍‌ଦ୍ଧିରେ ରଚୟିତା ଏବଂ ରଚନାର ଜ୍ଞାନ ସହଜରେ ରହିଯିବ । ଚେହେରାରୁ ମଧ୍ୟ ଜଣାପଡିଯାଏ ଯେ ଇଏ ଆମ କୂଳର ନୁହେଁ? ଯଦି ହୋଇ ନ ଥିବେ ତେବେ ଅନ୍ୟମନସ୍କ ଭାବେ ଶୁଣିବେ । ଯିଏ ବୁଝିପାରୁଥିବେ ସିଏ ଧ୍ୟାନର ସହିତ ଶୁଣିବେ । ଥରେ ଯଦି କାହାକୁ ପୁରା ତୀର ଲାଗିଯିବ, ତେବେ ସିଏ ଆସିବାକୁ ଲାଗିବେ । କେହି କେହି ପ୍ରଶ୍ନ ମଧ୍ୟ ପଚାରିବେ କିନ୍ତୁ ଯଦି ଫୁଲ ହୋଇଥିବେ ତେବେ ପ୍ରତିଦିନ ନିଜେ ଆସି ପୂରା ବୁଝିବେ । ଚିତ୍ରରୁ ତ କେହି ବି ବୁଝିପାରିବେ । ବାସ୍ତବରେ ଦେବୀ-ଦେବତା ଧର୍ମର ସ୍ଥାପନା ତ ବାବା ହିଁ କରୁଛନ୍ତି । କେହି ନ ପଚାରିଲେ ମଧ୍ୟ ସ୍ୱତଃ ବୁଝିଯିବେ, କେହି ତ ବହୁତ ପଚାରିବେ, କିନ୍ତୁ କିଛି ବି ବୁଝିବେ ନାହିଁ । ପୁଣି ବି ବୁଝାଇବାକୁ ପଡିଥାଏ, ଗଣ୍ଡଗୋଳ ତ କରିବା ଉଚିତ୍ ନୁହେଁ । ଏ କଥା ମଧ୍ୟ କହିବେ ଈଶ୍ୱର ତୁମର ରକ୍ଷା ବି କରୁନାହାଁନ୍ତି! ବାସ୍ତବରେ ସିଏ କଣ ର’କ୍ଷା କରୁଛନ୍ତି ତାହା ତ ତୁମେମାନେ ହିଁ ଜାଣିଛ । କର୍ମର ହିସାବ-କିତାବ ତ ସମସ୍ତଙ୍କୁ ଚୁକ୍ତ କରିବାକୁ ହିଁ ହେବ । ଏପରି ବହୁତ ଅଛନ୍ତି, ଦେହ ଖରାପ ହେଲେ କହୁଛନ୍ତି ରକ୍ଷା କର । ବାବା କହୁଛନ୍ତି ମୁଁ ତ ପତିତରୁ ପବିତ୍ର କରିବା ପାଇଁ ଆସିଛନ୍ତି । ଏହି ଧନ୍ଦା ତୁମେ ମଧ୍ୟ ଶିଖ । ବାବା ୫ ବିକାର ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି ତେଣୁ ବାବାଙ୍କର ଶ୍ରୀମତକୁ ସମ୍ପୂର୍ଣ୍ଣ ରୂପେ ମାନିବା ଦରକାର । ବିକାରର ତୋଫାନ ବହୁତ ଜୋରରେ ଆସିବ । ବାବା କହୁଛନ୍ତି, ବାବାଙ୍କର ହେଲା ପରେ ଏହି ସବୁ ବେମାରୀ ଜୋରରେ ଆସିବ । ତୋଫାନ ଜୋରରେ ଆସିବ । ମାୟା ସହିତ ପୁରା ବକସିଂ (କୁସ୍ତି) ଚାଲୁଛି । ମାୟା ବଡ-ବଡ ପହିଲମାନମାନଙ୍କୁ ବି ହରାଇ ଦେଉଛି । କହନ୍ତି ନ ଚାହିଁଲେ ମଧ୍ୟ କୁଦୃଷ୍ଟି ହୋଇଯାଉଛି । ରେଜିଷ୍ଟର ଖରାପ ହୋଇଯାଉଛି । ଯାହାର କୁଦୃଷ୍ଟି ରହିଛି, ତା ସହିତ କଥାବାର୍ତ୍ତା ମଧ୍ୟ ହେବା ଉଚିତ୍ ନୁହେଁ । ବାବା ସବୁ ସେଣ୍ଟରର ପିଲାମାନଙ୍କୁ ବୁଝାଇ ଦେଉଛନ୍ତି ଏମିତି ବହୁତ ଅଛନ୍ତି, ଯେଉଁମାନଙ୍କର କୁଦୃଷ୍ଟି ରହୁଛି । ନାମ କହିଦେଲେ ଆହୁରି ଟ୍ରେଟର (ଧୋକାବାଜ)ହୋଇଯିବେ । ସେମାନେ ନିଜର ହିଁ ସତ୍ୟାନାଶ କରିଥା’ନ୍ତି, ଓଲଟା କାମ କରିବାରେ ଲାଗି ପଡିଥା’ନ୍ତି । କାମ ବିକାର ଏକଦମ୍ ନାକକୁ ଧରିନିଏ । ମାୟା ଛାଡେ ନାହିଁ, କୁକର୍ମ, କୁଦୃଷ୍ଟି, କୁବଚନ ବାହାରି ପଡିଥାଏ । କୁଚଳନ ହୋଇଯାଏ, ସେଥିପାଇଁ ବହୁତ-ବହୁତ ସାବଧାନ ରହିବାକୁ ପଡିବ ।

ତୁମେମାନେ ଯେତେବେଳେ ପ୍ରଦର୍ଶନୀ ଇତ୍ୟାଦି କରୁଛ ସେତେବେଳେ ଏପରି ଉପାୟ ବାହାର କର ଯେପରି କେହି ବି ସହଜରେ ବୁଝିପାରିବେ । ଏହି ଗୀତା ଜ୍ଞାନ ସ୍ୱୟଂ ବାବା ଦେଉଛନ୍ତି, ଏଥିରେ କୌଣସି ଶାସ୍ତ୍ର ଆଦିର କଥା ନାହିଁ । ଏହା ତ ପାଠପଢା । ଗୀତା ପୁସ୍ତକ ତ ଏଠାରେ ନାହିଁ । ବାବା ପାଠ ପଢାଉଛନ୍ତି । ହାତରେ କ’ଣ ପୁସ୍ତକ ଧରୁଛନ୍ତି କି! ପୁଣି ଏହି ଗୀତାର ନାମ କେଉଁଠୁ ଆସିଲା । ଏହି ସମସ୍ତ ଧର୍ମଶାସ୍ତ୍ର ପରେ ତିଆରି ହେଉଛି । କେତେ ମଠ-ପନ୍ଥ ରହିଛି । ସମସ୍ତଙ୍କର ନିଜ ନିଜର ଶାସ୍ତ୍ର ଅଛି । ଶାଖା-ପ୍ରଶାଖା ଛୋଟ ଛୋଟ ମଠପନ୍ଥ ଯାହାବି ଅଛି ସେମାନଙ୍କର ମଧ୍ୟ ନିଜ ନିଜର ଶାସ୍ତ୍ର ଆଦି ଅଛି । ତେବେ ସେମାନେ ସବୁ ହେଲେ ଗୀତାର ପିଲାଛୁଆ । ତାଦ୍ୱାରା ତ ମୁକ୍ତି ମିଳିପାରିବ ନାହିଁ । ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତାର ଗାୟନ କରାଯାଇଛି । ତେବେ ଗୀତା ଜ୍ଞାନକୁ ମଧ୍ୟ କେହି ତ ଶୁଣାଇଥିବେ ନା । ତେବେ ଏହି ଜ୍ଞାନ ବାବା ହିଁ ଆସି ଦେଉଛନ୍ତି । ହାତରେ କ’ଣ କୌଣସି ଶାସ୍ତ୍ର ଆଦି ଅଛି କି? ମୁଁ ମଧ୍ୟ ଶାସ୍ତ୍ର ପଢି ନାହିଁ କି ତୁମକୁ ମଧ୍ୟ ପଢାଉ ନାହିଁ । ତାହା ତ ପଣ୍ଡିତମାନେ ନିଜେ ଶିଖନ୍ତି ଏବଂ ଅନ୍ୟମାନଙ୍କୁ ଶିଖାନ୍ତି । ଏଠାରେ ଶାସ୍ତ୍ରର କଥା ନାହିଁ । ବାବା ହେଉଛନ୍ତି ଜ୍ଞାନର ସାଗର । ମୁଁ ତୁମକୁ ସବୁ ବେଦ ଶାସ୍ତ୍ରମାନଙ୍କର ସାରାଂଶ ଶୁଣାଉଛି । ମୁଖ୍ୟ ହେଉଛି ହିଁ ଚାରୋଟି ଧର୍ମର ଚାରୋଟି ଧର୍ମ ଶାସ୍ତ୍ର । ବ୍ରାହ୍ମଣ ଧର୍ମର କୌଣସି ପୁସ୍ତକ ଅଛି କି? ଏହା କେତେ ବୁଝିବାର କଥା । ଏସବୁ କଥା ବାବା ବସି ବିସ୍ତୃତ ଭାବରେ ବୁଝାଉଛନ୍ତି । ମନୁଷ୍ୟମାନେ ସମସ୍ତେ ଏବେ ପଥର ବୁଦ୍ଧି ହୋଇଯାଇଛନ୍ତି ସେଥିପାଇଁ ତ ଏତେ କାଙ୍ଗାଳ ହୋଇଯାଇଛନ୍ତି । ଦେବତାମାନେ ଥିଲେ ଗୋଲ୍‌ଡେନ୍ ଏଜଡ୍ (ସ୍ୱର୍ଣ୍ଣିମ ଯୁଗୀ)ରେ । ସେଠାରେ ସୁନାର ମହଲ ଥିଲା, ସୁନାର ଖଣି ଥିଲା । ଏବେ ତ ଖାଣ୍ଟି ସୁନା ହିଁ ନାହିଁ । ସାରା କାହାଣୀ ଭାରତ ଉପରେ ଆଧାରିତ । ତୁମେ ଦେବୀ-ଦେବତାମାନେ ପାରସ ବୁଦ୍ଧି ଥିଲ, ସାରା ବିଶ୍ୱ ଉପରେ ରାଜତ୍ୱ କରୁଥିଲ । ଏବେ ସ୍ମୃତିରେ ଆସିଛି, ଆମେ ସ୍ୱର୍ଗର ମାଲିକ ଥିଲୁ ପୁଣି ନର୍କର ମାଲିକ ହୋଇଛୁ । ଏବେ ପୁଣି ପାରସ ବୁଦ୍ଧି ହେବାକୁ ଯାଉଛୁ । ଏହି ଜ୍ଞାନ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି, ଯାହାକି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ଡ୍ରାମା ଅନୁସାରେ ଅଭିନୟ ଚାଲୁଛି, ଯେଉଁ ସମୟ ବିତିଯାଉଛି ତାହାର ଅବିକଳ ପୁନରାବୃତ୍ତି ହେବ ତଥାପି ବାବା ପୁରୁଷାର୍ଥ ତ କରାଇବେ ନା । ଯେଉଁ ପିଲାମାନଙ୍କର ନିଶା ରହୁଛି ଯେ, ସ୍ୱୟଂ ଭଗବାନ ଆମକୁ ସ୍ୱର୍ଗର ମାଲିକ କରିବା ପାଇଁ ପୁରୁଷାର୍ଥ କରାଉଛନ୍ତି, ସେମାନଙ୍କର ଚେହେରା ବହୁତ ଫାଷ୍ଟକ୍ଲାସ୍ ପ୍ରଫୁଲ୍ଲିତ ହୋଇ ରହିଥାଏ । ବାବା ମଧ୍ୟ ପିଲାମାନଙ୍କୁ ପ୍ରାରବ୍ଧ ଜମା କରିବାର ପୁରଷାର୍ଥ କରାଇବା ପାଇଁ ଆସୁଛନ୍ତି । ଏ କଥା ମଧ୍ୟ ତୁମେମାନେ ଜାଣିଛ, ଦୁନିଆରେ ଏକଥା କ’ଣ କେହି ଜାଣନ୍ତି କି! ସ୍ୱର୍ଗର ମାଲିକ କରିବା ପାଇଁ ଭଗବାନ ପୁରୁଷାର୍ଥ କରାଉଛନ୍ତି ତେଣୁ ଖୁସି ହେବା ଦରକାର । ଚେହେରା ମଧ୍ୟ ବହୁତ ଫାଷ୍ଟକ୍ଲାସ୍ ପ୍ରଫୁଲ୍ଲିତ ରହିବାର ଦରକାର । ବାବାଙ୍କ ସ୍ମୃତିରେ ତୁମେ ସଦା ସର୍ବଦା ହର୍ଷିତ ହୋଇ ରହିବା ଉଚିତ୍ । ବାବାଙ୍କୁ ଭୁଲିଗଲେ ହିଁ ଉଦାସୀନତା ଆସିଥାଏ । ବାବା ଏବଂ ତାଙ୍କ ସମ୍ପତ୍ତିକୁ ମନେ ପକାଇଲେ ପ୍ରଫୁଲ୍ଲିତ ହୋଇଯାଆନ୍ତି । ତେବେ ତାହା ପ୍ରତ୍ୟେକଙ୍କର ସେବାରୁ ଜଣାପଡିଯାଏ । ବାବାଙ୍କୁ ପିଲାମାନଙ୍କଠାରୁ ଏହାର ସୁଗନ୍ଧ ତ ଆସୁଛି ନା । ସୁପୁତ୍ର ମାନଙ୍କଠାରୁ ସୁଗନ୍ଧ ଏବଂ କୁପୁତ୍ରମାନଙ୍କଠାରୁ ଦୁର୍ଗନ୍ଧ ଆସିଥାଏ । ବଗିଚାରେ ସୁଗନ୍ଧଯୁକ୍ତ ଫୁଲକୁ ହିଁ ତୋଳିବା ପାଇଁ ଇଚ୍ଛା ହୋଇଥାଏ । ଅରଖ ଫୁଲକୁ କିଏ କାହିଁକି ତୋଳିବ! ବାବାଙ୍କୁ ଯଥାର୍ଥ ଭାବରେ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ମାୟାଠାରୁ ଯୁଦ୍ଧରେ ହାରିବାର ନାହିଁ । ଧ୍ୟାନ ରହୁ ଯେପରି ମୁଖରୁ କେବେହେଲେ କୁବଚନ ନ ବାହାରୁ, କେବେ ବି କୁଦୃଷ୍ଟି, କୁଚଳଣି, କୁକର୍ମ ନ ହୋଇଯାଉ ।

(୨) ଅତି ଉତ୍ତମ ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡିବ, ନିଶା ରହୁ ଯେ ସ୍ୱୟଂ ଭଗବାନ ଆମକୁ ପାଠ ପଢାଉଛନ୍ତି ବାବାଙ୍କର ସ୍ମୃତିରେ ରହି ସଦାସର୍ବଦା ହର୍ଷିତ ରହିବାକୁ ହେବ । କେବେ ବି ଉଦାସ ହେବାର ନାହିଁ ।

ବରଦାନ:-
ଚାଲେଞ୍ଚ କରିବା ଅର୍ଥାତ୍ ବାଜି ଲଗାଇବା ଏବଂ ତା’କୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିବା, ଏହି ଦୁଇଟିଯାକର ସମାନତା ଦ୍ୱାରା ନିଜକୁ ପାପ କର୍ମଠାରୁ ସୁରକ୍ଷିତ ରଖୁଥିବା ବିଶ୍ୱ ସେବାଧାରୀ ଭବ ।

ତୁମେ ପିଲାମାନେ ଯେଉଁ କଥାରେ ଚାଲେଞ୍ଚ କରୁଛ ସେହି ଚାଲେଞ୍ଚ ସହିତ ତୁମର ବାସ୍ତବିକ ଜୀବନର ସମାନତା ରହିବା ଦରକାର ନଚେତ୍ ପୁଣ୍ୟ ଆତ୍ମା ହେବା ପରିବର୍ତ୍ତେ ବୋଝବାଲା ଆତ୍ମା ହୋଇଯିବ । ତେଣୁ ଏହି ପାପ ଏବଂ ପୂଣ୍ୟର ଗତିକୁ ଜାଣି ନିଜକୁ ସୁରକ୍ଷିତ ରଖ କାହିଁକି ନା ସଂକଳ୍ପରେ ମଧ୍ୟ କୌଣସି ବିକାରର ଦୁର୍ବଳତା, ବ୍ୟର୍ଥ ବାଣୀ, ବ୍ୟର୍ଥ ଭାବନା, ଘୃଣା ବା ଈର୍ଷାର ଭାବନା ପାପର ଖାତାକୁ ବଢାଇ ଦେଇଥାଏ ସେଥିପାଇଁ ପୂଣ୍ୟ ଆତ୍ମା ଭବର ବରଦାନ ଦ୍ୱାରା ନିଜକୁ ସୁରକ୍ଷିତ ରଖି ବିଶ୍ୱ ସେବାଧାରୀ ହୁଅ । ସଂଗଠିତ ରୂପରେ ଏକମତ ଏବଂ ଏକରସ ସ୍ଥିତିର ଅନୁଭବ କରାଅ ।

ସ୍ଲୋଗାନ:-
ଯଦି ପବିତ୍ରତାର ଜ୍ୟୋତି ଚତୁର୍ଦ୍ଦିଗରେ ପ୍ରଜ୍ୱଳିତ କରିବ ତେବେ ସମସ୍ତେ ସହଜରେ ବାବାଙ୍କୁ ଦେଖିପାରିବେ ।