13.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ତୁମେମାନେ ଏଭଳି ଦୁନିଆର ମାଲିକ ହେବାକୁ ଯାଉଛ ଯେଉଁଠି କୌଣସି ସୀମା ନାହିଁ, ଯୋଗବଳ ଦ୍ୱାରା ସାରା
ବିଶ୍ୱର ରାଜତ୍ୱ ପ୍ରାପ୍ତ କରିବା ମଧ୍ୟ ଏକ ଆଶ୍ଚର୍ଯ୍ୟର କଥା ।”
ପ୍ରଶ୍ନ:-
ଡ୍ରାମାର କେଉଁ
ବନ୍ଧନରେ ବାବା ମଧ୍ୟ ବନ୍ଧା ହୋଇଛନ୍ତି?
ଉତ୍ତର:-
ବାବା କହୁଛନ୍ତି ମୋତେ ତୁମ ପିଲାମାନଙ୍କର ସମ୍ମୁଖକୁ ଆସିବାକୁ ହିଁ ହେବ, ମୁଁ ଏହି ବନ୍ଧନରେ
ବନ୍ଧା ହୋଇଛି । ଯେ ପର୍ଯ୍ୟନ୍ତ ମୁଁ ନ ଆସିଛି, ସେ ପର୍ଯ୍ୟନ୍ତ ଅଡୁଆ ହୋଇଥିବା ସୂତା ଅର୍ଥାତ୍
ଜ୍ଞାନ ସଜାଡି ହେବ ନାହିଁ । ବାକି ମୁଁ ତୁମ ଉପରେ କୌଣସି କୃପା ବା ଆଶୀର୍ବାଦ କରିବା ପାଇଁ
ଆସୁନାହିଁ । ମୁଁ କୌଣସି ମୃତ ବ୍ୟକ୍ତିକୁ ଜୀବନ୍ତ କରୁ ନାହିଁ । ମୁଁ ତ ଆସୁଛି ତୁମମାନଙ୍କୁ
ପତିତରୁ ପବିତ୍ର କରିବା ପାଇଁ ।
ଗୀତ:-
ତୁହ୍ମେ ପାକେ
ହମନେ....
ଓମ୍ ଶାନ୍ତି ।
ଗୀତର ଏହି ପଦକୁ ଶୁଣି ତୁମମାନଙ୍କର ଲୋମ ଟାଙ୍କୁରୀ ଉଠିବା ଉଚିତ୍, କାରଣ ତୁମେମାନେ ସମ୍ମୁଖରେ
ବସିଛ । ଯଦିଓ ସାରା ଦୁନିଆରେ କେତେ ବି ବିଦ୍ୱାନ, ପଣ୍ଡିତ ଆଚାର୍ଯ୍ୟ ଅଛନ୍ତି କିନ୍ତୁ କୌଣସି ବି
ମନୁଷ୍ୟ ମାତ୍ରକୁ ଏକଥା ଜଣା ନାହିଁ ଯେ, ବେହଦର ପିତା ପ୍ରତି ୫ ହଜାର ବର୍ଷ ପରେ ଆସୁଛନ୍ତି । ଏହି
କଥା କେବଳ ପିଲାମାନେ ହିଁ ଜାଣିଛନ୍ତି । ପିଲାମାନେ ମଧ୍ୟ କହୁଛନ୍ତି ଯେ - ମୁଁ ଯିଏ ଏବଂ ଯେମିତି
ବି ହୁଏ କିନ୍ତୁ ମୁଁ ଆପଣଙ୍କର । ବାବା ମଧ୍ୟ ସେହିପରି କହୁଛନ୍ତି, ତୁମେମାନେ ଯିଏ ଏବଂ ଯେମିତି
ବି ହୋଇଥାଅ କିନ୍ତୁ ମୋର ସନ୍ତାନ ଅଟ । ତୁମେମାନେ ଏକଥା ମଧ୍ୟ ଜାଣିଛ, ସିଏ ସମସ୍ତ ଆତ୍ମାଙ୍କର
ପିତା । ସେଥିପାଇଁ ତାଙ୍କୁ ସମସ୍ତେ ଡାକୁଛନ୍ତି । ବାବା ବୁଝାଉଛନ୍ତି, ଦେଖ ରାବଣର କେତେ ପ୍ରଭାବ
ରହିଛି । ଜଣେ ବି କେହି ବୁଝିପାରୁନାହାଁନ୍ତି ଯେ, ଯାହାଙ୍କୁ ଆମେ ପରମପିତା ପରମାତ୍ମା କହୁଛେ,
କିନ୍ତୁ ପିତା କହିବା ଦ୍ୱାରା ସେତେ ଖୁସି କାହିଁକି ମିଳୁନାହିଁ, ଏକଥା ମଧ୍ୟ ସମସ୍ତେ ଭୁଲି
ଯାଇଛନ୍ତି । ସେହି ବାବା ହିଁ ଆମକୁ ବର୍ସା ଦେଉଛନ୍ତି । ବାବା ନିଜେ ଏଠାକୁ ଆସି ବୁଝାଉଛନ୍ତି,
ଏକଥା କେତେ ସହଜ କିନ୍ତୁ କେହି ବି ବୁଝିପାରୁ ନାହାଁନ୍ତି । ବାବା ବୁଝାଉଛନ୍ତି ଇଏ ତ ସେହି,
ଯାହାଙ୍କୁ ସାରା ଦୁନିଆ ଡାକୁଛି - ହେ ଖୁଦା, ହେ ରାମ.... ଏହିଭଳି ଡାକି ଡାକି ପ୍ରାଣ ମଧ୍ୟ
ତ୍ୟାଗ କରି ଦେଉଛନ୍ତି । ସେହି ପିତା ଏବେ ତୁମମାନଙ୍କୁ ପାଠ ପଢାଉଛନ୍ତି । ତୁମମାନଙ୍କର ବୁଦ୍ଧି
ଏବେ ସେଠାକୁ ଚାଲିଗଲାଣି । ବାବା ମଧ୍ୟ ଆସିଛନ୍ତି କଳ୍ପ ପୂର୍ବ ଭଳି । କଳ୍ପ କଳ୍ପ ବାବା ଆସି
ପତିତରୁ ପାବନ କରି ଦୁର୍ଗତିରୁ ସଦଗତିକୁ ନେଇଯାଉଛନ୍ତି । ସେଥିପାଇଁ ଗାୟନ କରୁଛନ୍ତି -
ସମସ୍ତଙ୍କୁ ପତିତରୁ ପାବନ କରୁଥିବା ବାବା । ଏବେ ତୁମେ ପିଲାମାନେ ତାଙ୍କ ସମ୍ମୁଖରେ ବସିଛ । ତୁମେ
ହେଲ ଅତିପ୍ରିୟ ମିଠା ସନ୍ତାନ । ଏହିସବୁ କଥା କେବଳ ଭାରତବାସୀମାନଙ୍କର । ବାବା ମଧ୍ୟ ଭାରତରେ
ହିଁ ଜନ୍ମ ନେଇଥା’ନ୍ତି । ବାବା କହୁଛନ୍ତି, ଯେହେତୁ ମୁଁ ଭାରତରେ ଜନ୍ମ ନେଉଛି, ତେଣୁ ନିଶ୍ଚିତ
ଭାବରେ ସେହିମାନେ ହିଁ ମୋର ପ୍ରିୟ ହେବେ । ସ୍ମରଣ ମଧ୍ୟ ସମସ୍ତେ ତାଙ୍କୁ ହିଁ କରୁଛନ୍ତି,
ଯେଉଁମାନେ ଯେଉଁ ଧର୍ମର, ସେମାନେ ସେହି ଧର୍ମର ଧର୍ମସ୍ଥାପକଙ୍କୁ ମନେ ପକାଉଛନ୍ତି । କେବଳ
ଭାରତବାସୀମାନେ ଜାଣିନାହାଁନ୍ତି ଯେ, ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ । ବାବା
ବୁଝାଉଛନ୍ତି - ଭାରତ ହିଁ ପ୍ରାଚୀନ ଦେଶ, ତେବେ ସେମାନେ କହୁଛନ୍ତି କିଏ କହିଲା ସେତେବେଳେ କେବଳ
ଭାରତ ହିଁ ଥିଲା । ଏଭଳି ଅନେକାନେକ କଥା ଶୁଣିବାକୁ ମିଳୁଛି । କିଏ କ’ଣ, କିଏ କ’ଣ କହୁଛନ୍ତି ।
ଆଉ କେହି ଏଭଳି ମଧ୍ୟ ପ୍ରଶ୍ନ କରୁଛନ୍ତି ଯେ, ଏକଥା କିଏ କହିଲା ଗୀତା ଶିବ ପରମାତ୍ମା ଶୁଣାଇଛନ୍ତି
। ଶ୍ରୀକୃଷ୍ଣ ହିଁ ପରମାତ୍ମା ଅଟନ୍ତି ତେଣୁ ସିଏ ହିଁ ଗାୟନ କରିଛନ୍ତି । ପରମାତ୍ମା ସର୍ବବ୍ୟାପୀ
ଅଟନ୍ତି । ତାଙ୍କର ହିଁ ସାରା ଖେଳ ଚାଲିଛି । ଏସବୁ ଭଗବାନଙ୍କର ହିଁ ରୂପ । ଭଗବାନ ହିଁ ଅନେକ
ରୂପ ଧାରଣ କରି ଲୀଳା କରୁଛନ୍ତି । ଭଗବାନ ଯାହା ଚାହିଁବେ ତାହା କରିପାରିବେ । ଏବେ ତୁମେମାନେ
ଜାଣିଛ ଯେ, ମାୟା କେତେ ଶକ୍ତିଶାଳୀ । ଆଜି କହୁଛନ୍ତି ବାବା ଆମେ ବର୍ସା ନିଶ୍ଚିତ ନେବୁ, ନରରୁ
ନାରାୟଣ ହେବୁ, କାଲି ତାଙ୍କର ଦେଖାନଥିବ । ତୁମେମାନେ ଜାଣିଛ, କେତେ ସବୁ ଛାଡପତ୍ର ଦେଇ ଚାଲିଗଲେ
। ଯିଏ ମମ୍ମାଙ୍କୁ ଗାଡିରେ ବସାଇ ସେବା ପାଇଁ ନେଇଯାଉଥିଲେ, ସିଏ ଆଜି ନାହାଁନ୍ତି । ଏହିଭଳି ଭଲ
ଭଲ ସନ୍ତାନମାନେ ମଧ୍ୟ ମାୟାର ସଙ୍ଗରେ ଆସି ଏଭଳି ଖସି ଯାଉଛନ୍ତି, ଯେପରି ଏକଦମ ତଳେ ପଡିଯାଉଛନ୍ତି
। ତେବେ ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ ସେହିମାନେ ହିଁ ବୁଝିବେ । ଆଜିକାଲି ଦୁନିଆରେ ଦେଖ
କ’ଣ ସବୁ ଚାଲିଛି । ତୁମେ ପିଲାମାନେ ନିଜକୁ ଦେଖ କ’ଣ ହେବାକୁ ଯାଉଛ । ଗୀତ ଶୁଣିଲ ନା ।
ତୁମେମାନେ କହୁଛ, ଆମେ ଏଭଳି ବର୍ସା ନେଉଛୁ ଯାହାକି ଆମେ ସାରା ବିଶ୍ୱର ମାଲିକ ହୋଇଯାଇଛୁ ।
ସେଠାରେ କୌଣସି ସୀମା ଆଦିର କଥା ହିଁ ନ ଥାଏ । ଏଠାରେ ସବୁ କଥାର ସୀମା ରହିଛି । କହୁଛନ୍ତି, ଆମର
ସୀମା ଭିତରକୁ ଯଦି ତୁମର ଉଡାଜାହାଜ ପୁଣି ଆସିବ, ତେବେ ଗୁଳି କରିଦେବୁ । ସେଠାରେ ତ କୌଣସି
ସୀମାର କଥା ହିଁ ରହିବ ନାହିଁ । ଏହି ଗୀତ ମଧ୍ୟ ଗାଉଛନ୍ତି କିନ୍ତୁ ଅର୍ଥ କିଛି ବୁଝିନାହାଁନ୍ତି
। ତୁମେମାନେ ତ ଏକଥା ଜାଣିଛ ଯେ, ପୁନର୍ବାର ଆମେମାନେ ବାବାଙ୍କ ଦ୍ୱାରା ବିଶ୍ୱର ମାଲିକ ନିଶ୍ଚିତ
ହେବୁ । ଅନେକ ଥର ଆମେ ହିଁ ୮୪ ଜନ୍ମର ଚକ୍ର ଲଗାଇଛୁ । ଅଳ୍ପ ସମୟ ଦୁଃଖ ପାଇଛୁ କିନ୍ତୁ ସୁଖ ତ
ବହୁତ ଭୋଗ କରିଛୁ ସେଥିପାଇଁ ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ଅପାର ସୁଖ ଦେଉଛି । ତେଣୁ
ତୁମେମାନେ ମାୟାଠାରୁ ହାରିଯାଅ ନାହିଁ । ବାବାଙ୍କର ସନ୍ତାନ ତ ଅନେକ ଅଛନ୍ତି, କିନ୍ତୁ ସମସ୍ତେ ତ
ଏକାଭଳି ସୁପୁତ୍ର ହୋଇପାରିବେ ନାହିଁ । କାହାର ଯଦି ୫-୭ଟି ପିଲା ଥା’ନ୍ତି ସେଥିରୁ ଯଦି ଗୋଟିଏ
ଦୁଇଟି କୁପୁତ୍ର ହୋଇଥା’ନ୍ତି ତେବେ ବାପା-ମାଙ୍କର ମୁଣ୍ଡ ଖରାପ କରିଦିଅନ୍ତି । ଲକ୍ଷ-ଲକ୍ଷ,
କୋଟି-କୋଟି ଟଙ୍କା ଉଡାଇ ଦିଅନ୍ତି । ବାପା ଏକଦମ୍ ଧର୍ମାତ୍ମା, ପିଲାମାନେ ଏକଦମ ବିପଥଗାମୀ
ଅମଣିଷ । ବାବା ଏହିଭଳି ଦୃଷ୍ଟାନ୍ତ ବହୁତ ଦେଖିଛନ୍ତି ।
ତୁମେ ପିଲାମାନେ ଜାଣିଛ, ସାରା ଦୁନିଆ ଏହି ବେହଦ ବାବାଙ୍କର ସନ୍ତାନ । ବାବା କହୁଛନ୍ତି ମୋର
ଜନ୍ମସ୍ଥାନ ଏହି ଭାରତ ଅଟେ । ପ୍ରତ୍ୟେକଙ୍କୁ ନିଜର ଜନ୍ମମାଟି ପ୍ରତି ଆଦର ଥାଏ । ସେଥିପାଇଁ ଯଦି
କେହି ଅନ୍ୟ କୌଣସି ସ୍ଥାନରେ ଶରୀର ଛାଡନ୍ତି, ତେବେ ତାଙ୍କୁ ନିଜ ଗାଁକୁ ନେଇ ଆସନ୍ତି । ବାବା
ମଧ୍ୟ ଭାରତରେ ହିଁ ଆସୁଛନ୍ତି ଏବଂ ତୁମ ଭାରତବାସୀମାନଙ୍କୁ ପୁନର୍ବାର ସମ୍ପତ୍ତି ଦେଉଛନ୍ତି ।
ତୁମେମାନେ କହିବ ଆମେ ପୁନର୍ବାର ସେହିଭଳି ଦେବତା ବିଶ୍ୱର ମାଲିକ ହେବାକୁ ଯାଉଛୁ । ଆମେମାନେ ସାରା
ବିଶ୍ୱର ମାଲିକ ଥିଲୁ ଏବେ ଆମର ଅବସ୍ଥା କ’ଣ ହୋଇଯାଇଛି । କେଉଁଠୁ ଆସି କେଉଁଠି ପଡିଛୁ । ୮୪
ଜନ୍ମ ଭୋଗ କରି କରି ଆମର ଏହିଭଳି ଅବସ୍ଥା ହୋଇଯାଇଛି । ଡ୍ରାମାକୁ ତ ବୁଝିବାର ଅଛି ନା । ଏହାକୁ
କୁହାଯାଏ ହାରିବା ଆଉ ଜିତିବାର ଖେଳ । ଏହି ଖେଳ ଭାରତର ହିଁ ଅଟେ । ଏଥିରେ ତୁମର ପାର୍ଟ ରହିଛି ।
ତୁମମାନଙ୍କର ଏହି ଡ୍ରାମାରେ ସବୁଠାରୁ ଉଚ୍ଚରୁ ଉଚ୍ଚ ପାର୍ଟ ରହିଛି । ତୁମେମାନେ ସାରା ବିଶ୍ୱର
ମାଲିକ ହେଉଛ, ବହୁତ ସୁଖ ଭୋଗ କରୁଛ । ତୁମଭଳି ସୁଖ ଆଉ କେହି ଭୋଗ କରିପାରିବେ ନାହିଁ । ଯାହାର
ନାମ ହିଁ ହେଉଛି ସ୍ୱର୍ଗ । ଏହା ହେଲା ନର୍କ ଦୁନିଆ । ଏଠିକାର ସୁଖ କାକବିଷ୍ଠା ସମାନ ଅର୍ଥାତ୍
କ୍ଷଣସ୍ଥାୟୀ ଅଟେ । ଆଜି ଯିଏ ଲକ୍ଷପତି ଅଛନ୍ତି ଆର ଜନ୍ମରେ କ’ଣ ହେବେ? ଏକଥା କେହି
ଜାଣିନାହାଁନ୍ତି । ଏହା ହେଉଛି ପାପାତ୍ମାମାନଙ୍କର ଦୁନିଆ । ସତ୍ୟଯୁଗ ହେଲା ପୁଣ୍ୟାତ୍ମାମାନଙ୍କର
ଦୁନିଆ । ଯେହେତୁ ତୁମେମାନେ ପୁଣ୍ୟାତ୍ମା ହେବାକୁ ଯାଉଛ, ତେଣୁ କେବେ ବି ପାପ କରିବା ଉଚିତ୍ ନୁହେଁ
। ସଦା ସର୍ବଦା ବାବାଙ୍କ ସହିତ ସତ୍ୟତା ପୂର୍ବକ ଚାଲିବା ଉଚିତ୍ । ବାବା କହୁଛନ୍ତି,
ଦ୍ୱାପରଯୁଗଠାରୁ ମୋ ସହିତ ଧର୍ମରାଜ ସଦାସର୍ବଦା ରହିଛନ୍ତି । ସତ୍ୟଯୁଗ- ତ୍ରେତାଯୁଗରେ ମୋ ସାଥୀରେ
ଧର୍ମରାଜ ନ ଥା’ନ୍ତି । ଦ୍ୱାପରଯୁଗଠାରୁ ତୁମେମାନେ ମୋ ଅର୍ଥେ ଦାନପୁଣ୍ୟ କରିଆସିଛ । ଈଶ୍ୱର
ଅର୍ପଣ ବୋଲି କହିଥା’ନ୍ତି ନା । ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖାଥିବା କାରଣରୁ ଶ୍ରୀକୃଷ୍ଣ
ଅର୍ପଣମ୍ ଲେଖିଦେଇଉଛନ୍ତି । ପ୍ରତ୍ୟେକ ଦାନର ପ୍ରତିଦାନ ତ ଏକମାତ୍ର ବାବା ହିଁ ଦେଇଥା’ନ୍ତି ତେଣୁ
ଶ୍ରୀକୃଷ୍ଣ ଅର୍ପଣମ୍ କହିବା ଭୁଲ, ଈଶ୍ୱର ଅର୍ପଣମ୍ କହିବା ଠିକ୍ । ଶ୍ରୀଗଣେଶ ଅର୍ପଣମ୍ କହିବା
ଦ୍ୱାରା ତ କିଛି ବି ମିଳିବ ନାହିଁ । ପୁଣି ବି କିଛି ନା କିଛି ଭାବନାର ଫଳ ମୁଁ ହିଁ ସମସ୍ତଙ୍କୁ
ଦେଇ ଆସିଛି । କିନ୍ତୁ ମୋତେ ତ କେହି ଜାଣି ହିଁ ନାହାଁନ୍ତି । ଏବେ ତୁମେ ପିଲାମାନେ ହିଁ ଜାଣୁଛ,
ତେଣୁ କହୁଛ ଆମେ ସବୁ କିଛି ଶିବବାବାଙ୍କୁ ହିଁ ଅର୍ପଣ କରୁଛୁ । ବାବା ମଧ୍ୟ କହୁଛନ୍ତି, ମୁଁ
ତୁମମାନଙ୍କୁ ୨୧ ଜନ୍ମର ବର୍ସା ଦେବା ପାଇଁ ଆସିଛି । ଏବେ ହିଁ ହେଉଛି ତଳକୁ ଖସିବାର ସମୟ । ରାବଣ
ରାଜ୍ୟରେ ଯାହା ବି ଦାନ ପୁଣ୍ୟ ଆଦି କରୁଛନ୍ତି, ପାପାତ୍ମାମାନଙ୍କୁ ହିଁ ଦେଉଛନ୍ତି । ଆତ୍ମାର କଳା
ତଳକୁ ଖସି ଖସି ଯାଉଛି । ଯାହା ବି କିଛି ମିଳୁଛି, ତାହା ମଧ୍ୟ ଅଳ୍ପ କାଳ ପାଇଁ । ଏବେ ତ ତୁମକୁ
୨୧ ଜନ୍ମ ପାଇଁ ମିଳୁଛି । ତାକୁ କୁହାଯାଉଛି ରାମରାଜ୍ୟ । ଏମିତି କୁହାଯିବ ନାହିଁ ଯେ, ସେଠାରେ
ଈଶ୍ୱରଙ୍କର ରାଜ୍ୟ ଥାଏ । ରାଜ୍ୟ ତ ଦେବୀ ଦେବତାମାନଙ୍କର ଅଟେ । ବାବା କହୁଛନ୍ତି ମୁଁ ରାଜ୍ୟ
କରୁନାହିଁ । ତୁମର ଯେଉଁ ଆଦି ସନାତନ ଦେବୀଦେବତା ଧର୍ମ ଥିଲା, ତାହା ଏବେ ପ୍ରାୟ ଲୋପ ହୋଇଗଲାଣି
। ଯାହାକି ଏବେ ପୁନର୍ବାର ସ୍ଥାପନ ହେଉଛି । ବାବା ତ କଲ୍ୟାଣକାରୀ ହିଁ ଅଟନ୍ତି, ତାଙ୍କୁ
କୁହାଯାଏ ସଚ୍ଚା ବାବା । ତୁମମାନଙ୍କୁ ନିଜର ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ସତ୍ୟ ଜ୍ଞାନ ଦେଉଛନ୍ତି
। ବାବା ତୁମକୁ ବେହଦର ଇତିହାସ ଭୂଗୋଳ ଶୁଣାଉଛନ୍ତି । ଏଥିରେ ତୁମର ପ୍ରଚୁର ମାତ୍ରାରେ ରୋଜଗାର
ହେଉଛି । ତୁମେମାନେ ଚକ୍ରବର୍ତ୍ତୀ ରାଜା ହୋଇ ଯାଉଛ । ସେମାନେ ପୁଣି ସେହି ହିଂସାର ଚକ୍ର
ବିଷ୍ଣୁଙ୍କୁ ଦେଇ ଦେଇଛନ୍ତି । ପ୍ରକୃତରେ ଏହା ହେଲା ଜ୍ଞାନର ଚକ୍ର । କିନ୍ତୁ ଏହି ଜ୍ଞାନ ପ୍ରାୟ
ଲୋପ ହୋଇଯାଉଛି । ଗୋଟିଏ ପଟେ ତ୍ରିମୂର୍ତ୍ତି ଅନ୍ୟ ପଟେ କଳ୍ପ ବୃକ୍ଷ ଏବଂ ସୃଷ୍ଟିଚକ୍ରର ଚିତ୍ର
ରଖ । ଏସବୁ ତୁମର ମୁଖ୍ୟ ଚିତ୍ର ଅଟେ । ବାବା ବୁଝାଉଛନ୍ତି - ଶାସ୍ତ୍ରରେ ତ କଳ୍ପର ଆୟୁଷ ଲକ୍ଷ
ଲକ୍ଷ ବର୍ଷ ଲେଖି ଦେଇଛନ୍ତି । ଯାହାଦ୍ୱାରା ସାରା ସୂତା ହିଁ ଅଡୁଆ ହୋଇଯାଇଛି । ଯେଉଁ ଅଡୁଆ ସୂତା
ବାବାଙ୍କ ବିନା କାହା ଦ୍ୱାରା ବି ସଜାଡି ହୋଇପାରିବ ନାହିଁ । ବାବା ନିଜେ ତୁମମାନଙ୍କ ସମ୍ମୁଖକୁ
ଆସିଛନ୍ତି । କହୁଛନ୍ତି, ମୋତେ ଡ୍ରାମା ଅନୁସାରେ ଆସିବାକୁ ହିଁ ପଡୁଛି । ମୁଁ ଏହି ଡ୍ରାମାରେ
ବନ୍ଧା ହୋଇଛି । ମୁଁ ଆଦୌ ଆସିବି ନାହିଁ ଏପରି ହୋଇପାରିବ ନାହିଁ । ଏମିତି ନୁହେଁ ଯେ, ମୁଁ ଆସି
ମୃତବ୍ୟକ୍ତିକୁ ଜୀବନ୍ତ କରିଦେବି ବା କାହାକୁ ରୋଗରୁ ମୁକ୍ତ କରିଦେବି । ଏମିତି ବହୁତ ପିଲା
ଅଛନ୍ତି ଯେଉଁମାନେ କହୁଛନ୍ତି, ବାବା ମୋ ଉପରେ କୃପା କର । କିନ୍ତୁ ଏଠାରେ କୃପା ଆଦିର କୌଣସି କଥା
ହିଁ ନାହିଁ । ତୁମେମାନେ ମୋତେ ଏଥିପାଇଁ ଡାକୁ ନ ଥିଲ ଯେ ଆମକୁ ଆଶୀର୍ବାଦ କର - ଯେମିତି ଆମର
କୌଣସି କ୍ଷତି ହୋଇ ନ ଯାଉ । କିନ୍ତୁ ତୁମେମାନେ ତ କହୁଛ, ହେ ପତିତ-ପାବନ ଆସ, ଦୁଃଖହର୍ତ୍ତା
ସୁଖକର୍ତ୍ତା ଆସ । ଶରୀରର ଦୁଃଖହର୍ତ୍ତା ତ ଡାକ୍ତରମାନେ ବି ଅଟନ୍ତି । ମୁଁ କ’ଣ ସେଥିପାଇଁ ଆସୁଛି
କି! ତୁମେ କହୁଛ ନୂଆ ଦୁନିଆ ସ୍ୱର୍ଗର ମାଲିକ କର ବା ଶାନ୍ତି ଦିଅ । ଏପରି କେହି କୁହନ୍ତି
ନାହାଁନ୍ତି ଯେ, ଆମକୁ ରୋଗରୁ ମୁକ୍ତ କର । ତେବେ ସଦାକାଳ ପାଇଁ ଶାନ୍ତି ବା ମୁକ୍ତି ତ
ମିଳିପାରିବ ନାହିଁ, କାରଣ ପାର୍ଟ ତ ତୁମମାନଙ୍କୁ କରିବାକୁ ହିଁ ପଡିବ । ଯେଉଁମାନେ ପରେ
ଆସିଥା’ନ୍ତି, ସେମାନଙ୍କୁ କେତେ ଶାନ୍ତି ମିଳିଥାଏ । ଏବେ ପର୍ଯ୍ୟନ୍ତ ଆତ୍ମାମାନେ ମଧ୍ୟ ଆସିବାକୁ
ଲାଗିଛନ୍ତି । ଏତେ ସମୟ ହେବ ସେମାନେ ଶାନ୍ତିଧାମରେ ତ ରହିଲେ ନା । ଡ୍ରାମା ଅନୁସାରେ
ଯେଉଁମାନଙ୍କର ପାର୍ଟ ଅଛି ସେହିମାନେ ହିଁ ଆସିବେ । କାହାର ପାର୍ଟ ବଦଳି ପାରିବ ନାହିଁ । ବାବା
ବୁଝାଉଛନ୍ତି, ଶାନ୍ତିଧାମରେ ତ ବହୁତ ଆତ୍ମା ରହୁଛନ୍ତି, ଯେଉଁମାନେ ଶେଷ ସମୟରେ ଆସୁଛନ୍ତି ।
ଏହିଭଳି ଡ୍ରାମା ତିଆରି ହୋଇଛି । ଯେଉଁମାନଙ୍କର ଶେଷ ସମୟର ପାର୍ଟ ଅଛି ସେମାନେ ଶେଷରେ ହିଁ ଆସିବେ
। ଏହିଭଳି ବୃକ୍ଷ ତିଆରି ହୋଇଛି । ଏହି ଚିତ୍ର ଆଦି ଯାହା କିଛି ତିଆରି ହୋଇଛି, ସେହି ଚିତ୍ର
ସମ୍ବନ୍ଧରେ ତୁମକୁ ବୁଝାଇବାକୁ ହେବ । ଆହୁରି ମଧ୍ୟ ଚିତ୍ର ତିଆରି ହେବ । କଳ୍ପ ପୂର୍ବ ଭଳି ହିଁ
ତିଆରି ହେବ । ୮୪ ଜନ୍ମର ବିସ୍ତାରର କଥା କଳ୍ପ ବୃକ୍ଷ ଚିତ୍ରରେ ମଧ୍ୟ ଅଛି । ଡ୍ରାମା ଚକ୍ରରେ
ମଧ୍ୟ ଅଛି । ଏବେ ପୁଣି ସିଢି ଚିତ୍ର ବାହାରିଛି । ମନୁଷ୍ୟ ତ କିଛି ବି ଜାଣିନାହାଁନ୍ତି ।
ବିଲକୁଲ୍ ଯେପରି ବୁଦ୍ଧୁ ଅଟନ୍ତି । ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ପରମପିତା ପରମାତ୍ମା
ଯିଏକି ଜ୍ଞାନର ସାଗର, ଶାନ୍ତିର ସାଗର ଅଟନ୍ତି, ସିଏ ଆମକୁ ଏହି ଶରୀର ଦ୍ୱାରା ପାଠପଢାଉଛନ୍ତି ।
ବାବା କହୁଛନ୍ତି ମୁଁ ତାଙ୍କ ଶରୀରରେ ଆସୁଛି ଯିଏକି ପ୍ରଥମେ ପ୍ରଥମେ ବିଶ୍ୱର ମାଲିକ ଥିଲେ । ତୁମେ
ମଧ୍ୟ ଜାଣୁଛ ଯେ, ଆମେ ନିଶ୍ଚିତ ଭାବରେ ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ହେଉଛୁ । ଗୀତାରେ ତ ଏହି
ସବୁ କଥା ନାହିଁ । ବାବା କହୁଛନ୍ତି, ଇଏ ନିଜେ ହିଁ ନାରାୟଣଙ୍କର ପୂଜାରୀ ଥିଲେ । ଟ୍ରେନ୍ରେ
ଯାତ୍ରା କରିବା ସମୟରେ ମଧ୍ୟ ଗୀତା ପଢୁଥିଲେ । ଯେପରି ମନୁଷ୍ୟ ଭାବିବେ ଯେ ଇଏ ତ ବହୁତ ବଡ
ଧର୍ମାତ୍ମା ଅଟନ୍ତି । ଏବେ ଏହିସବୁ କଥାକୁ ଧୀରେ ଧୀରେ ଭୁଲିବାକୁ ପଡୁଛି । ତଥାପି ତ ଇଏ ଗୀତା
ଆଦି ପଢିଛନ୍ତି ନା । ବାବା କହୁଛନ୍ତି ମୁଁ ଏହି ସବୁ କଥା ଜାଣିଛି । ଏବେ ତୁମେମାନେ ବିଚାର କର
ଯେ, ଆମେ କାହା ସମ୍ମୁଖରେ ବସିଛୁ, ଯାହାଙ୍କ ଦ୍ୱାରା ବିଶ୍ୱର ମାଲିକ ହେଉଛୁ, ତାଙ୍କୁ ପୁଣି
ବାରମ୍ବାର କାହିଁକି ଭୁଲି ଯାଉଛୁ? ବାବା କହୁଛନ୍ତି, ତୁମମାନଙ୍କୁ ୧୬ ଘଣ୍ଟା ଫ୍ରି ଦେଉଛି ବାକି
ସମୟ ନିଜର ସେବା କର । ନିଜର ସେବା କରୁଛ ଅର୍ଥାତ୍ ବିଶ୍ୱର ସେବା କରୁଛ । ଏତେ ପୁରୁଷାର୍ଥ କର
ଯାହାକି କର୍ମଧନ୍ଦା କରି ମଧ୍ୟ ଅତି କମ୍ରେ ୮ ଘଣ୍ଟା ବାବାଙ୍କୁ ସ୍ମରଣ କରିପାରିବ । ତେବେ ସାରା
ଦିନ ଭିତରେ କ’ଣ ଆଠ ଘଣ୍ଟା ବାବାଙ୍କୁ ମନେ ପକାଇପାରିବ ନାହିଁ! ସେହି ଅବସ୍ଥା ଯେତେବେଳେ ହେବ
ସେତେବେଳେ ଜଣାପଡିଯିବ ଯେ, ଇଏ ବହୁତ ସେବା କରୁଛନ୍ତି । ଏବେ ଏଭଳି ଭାବ ନାହିଁ ଯେ ମୁଁ ବହୁତ
ସେବା କରୁଛି । ଭାଷଣ ବହୁତ ଫାଷ୍ଟକ୍ଲାସ କରୁଛନ୍ତି, କିନ୍ତୁ ଯୋଗ ବିଲ୍କୁଲ୍ ନାହିଁ । କିନ୍ତୁ
ମୁଖ୍ୟ କଥା ହେଲା ଯୋଗର ଯାତ୍ରା ।
ବାବା କହୁଛନ୍ତି, ତୁମମାନଙ୍କର ମୁଣ୍ଡ ଉପରେ ବିକର୍ମର ବୋଝ ବହୁତ ଅଛି, ସେଥିପାଇଁ ସକାଳୁ ଉଠି
ବାବାଙ୍କୁ ମନେ ପକାଅ । ୨ଟାରୁ ୫ଟା ପର୍ଯ୍ୟନ୍ତ ଫାଷ୍ଟକ୍ଳାସ୍ ବାୟୁମଣ୍ଡଳ ରହିଥାଏ । ଆତ୍ମା
ରାତିରେ ଆତ୍ମ-ଅଭିମାନୀ ହୋଇଯାଇଥାଏ, ଯାହାକୁ ନିଦ୍ରା କୁହାଯାଏ, ସେଥିପାଇଁ ବାବା କହୁଛନ୍ତି ଯେତେ
ହୋଇପାରୁଛି ବାବାଙ୍କୁ ମନେ ପକାଅ । ଏବେ ବାବା କହୁଛନ୍ତି, ମନମନାଭବ । ଏହା ହେଉଛି ଚଢତି କଳାର
ମନ୍ତ୍ର । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ସହିତ ସିଧା ଏବଂ ସଚ୍ଚା ହୋଇ ଚାଲିବାର ଅଛି । ଆମେ କଲ୍ୟାଣକାରୀ ବାବାଙ୍କର ସନ୍ତାନ ସେଥିପାଇଁ
ସମସ୍ତଙ୍କର କଲ୍ୟାଣ କରିବାର ଅଛି । ସୁପୁତ୍ର ହେବାର ଅଛି ।
(୨) କର୍ମଧନ୍ଦା କରି
ମଧ୍ୟ ଅତି କମରେ ୮ ଘଣ୍ଟା ଯୋଗଯୁକ୍ତ ସ୍ଥିତରେ ନିଶ୍ଚିତ ରହିବାକୁ ହେବ । ଯୋଗ ହିଁ ହେଉଛି ମୁଖ୍ୟ
କଥା ଏହା ଦ୍ୱାରା ହିଁ ବିକର୍ମର ବୋଝକୁ ସମାପ୍ତ କରିବାକୁ ହେବ ।
ବରଦାନ:-
ଦାତା ହୋଇ
ପ୍ରତ୍ୟେକ ସେକେଣ୍ଡରେ, ପ୍ରତ୍ୟେକ ସଂକଳ୍ପରେ ଦାନ ଦେଉଥିବା ଉଦାରଚିତ୍ତ ମହାଦାନୀ ହୁଅ ।
ତୁମେ ସବୁ ଦାତାଙ୍କର
ସନ୍ତାନ ଅଟ, ତେଣୁ ନେବାବାଲା ନୁହେଁ ଦେବାବାଲା ଅଟ । ପ୍ରତ୍ୟେକ ସେକେଣ୍ଡରେ, ପ୍ରତ୍ୟେକ
ସଂକଳ୍ପରେ ଦେବାର ଅଛି । ଯଦି ଏହିଭଳି ଦାତା ହୋଇଯିବ, ତେବେ କୁହାଯିବ ଉଦାରଚିତ୍ତ, ମହାଦାନୀ ।
ଏହିଭଳି ମହାଦାନୀ ହେବା ଦ୍ୱାରା ସ୍ୱତଃ ହିଁ ମହାନ ଶକ୍ତିର ପ୍ରାପ୍ତି ହୋଇଥାଏ । କିନ୍ତୁ ଦାନ
କରିବାକୁ ହେଲେ ନିଜର ଭଣ୍ଡାର ଭରପୂର ଥିବା ଦରକାର । ଯାହା ନେବାର ଥିଲା ସେ ସବୁ କିଛି ନେଇ
ସାରିଲଣି, ଏବେ ଦେବା କାମ ବାକି ରହିଛି । ତେଣୁ ଦେଇଚାଲ, ଦେବା ଦ୍ୱାରା ଭଣ୍ଡାର ଆହୁରି ଭରପୂର
ହୋଇ ଚାଲିବ ।
ସ୍ଲୋଗାନ:-
ଯଦି ସବୁ ବିଷୟରେ
ପୂରା ନମ୍ବର ଜମା କରିବାକୁ ଚାହୁଁଛ, ତେବେ ଗମ୍ଭୀରତାର ଗୁଣକୁ ଧାରଣ କର ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ନମ୍ରଚିତ୍ତ ଆତ୍ମା ସହଜରେ
ସୁଖଦାତା ହୋଇପାରିବ କିନ୍ତୁ ଅଭିମାନ ନମ୍ରଚିତ୍ତ ହେବାକୁ ଦେଇ ନ ଥାଏ । ଯଦି ନମ୍ରଚିତ୍ତ ନ ହେବ
ତେବେ ସେବା ହୋଇପାରିବ ନାହିଁ । ସେବାଧାରୀର ବିଶେଷତା ହେଲା ସଦା ନମ୍ରଚିତ୍ତ । ଯିଏ ନିଜେ ନଇଁ
ପାରୁଥିବ ସେ ଅନ୍ୟମାନଙ୍କୁ ମଧ୍ୟ ନୁଆଁଇପାରିବ । ଯେତିକି ନମ୍ରଚିତ୍ତ ହୋଇଥିବ ସେତିକି ନିର୍ମାଣ
କରିପାରିବ । ଯେଉଁଠାରେ ନିର୍ମାନତା ଅର୍ଥାତ୍ ନିରହଂକାରୀ ଗୁଣ ଥିବ ସେଠାରେ ରୋବାବ୍ ନ ଥିବ,
ଆତ୍ମ ଅଭିମାନୀ ସ୍ଥିତି ଥିବ । ଯେପରି ବାବା କେତେ ନମ୍ରଚିତ୍ତ ହୋଇ ଆସୁଛନ୍ତି, ସେହିପରି
ପିତାଙ୍କୁ ଅନୁକରଣ କର ।