13.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ଆସିଛନ୍ତି ସାରା ଦୁନିଆରୁ ବିକାରର ଅଗ୍ନି ଲିଭାଇ ସମସ୍ତଙ୍କୁ ଶୀତଳ କରିବା ପାଇଁ, ଜ୍ଞାନ ରୂପକ
ବର୍ଷା ହିଁ ଶୀତଳ କରି ଦେଇଥାଏ ।”
ପ୍ରଶ୍ନ:-
କେଉଁ ପ୍ରକାରର
ଅଗ୍ନି ସାରା ଦୁନିଆକୁ ଜଳାଉଛି?
ଉତ୍ତର:-
କାମ ବିକାରର ଅଗ୍ନି ସାରା ଦୁନିଆକୁ ଜଳାଉଛି । ସମସ୍ତେ କାମ ରୂପକ ଅଗ୍ନିରେ ଜଳି କଳା ହୋଇ
ଯାଇଛନ୍ତି । ବାବା ଜ୍ଞାନ ବର୍ଷା କରି ସମସ୍ତଙ୍କୁ ଶୀତଳ କରୁଛନ୍ତି । ଯେପରି ବର୍ଷା ହେବା ଦ୍ୱାରା
ଧରିତ୍ରୀ ଶୀତଳ ହୋଇଯାଇଥାଏ, ସେହିପରି ଜ୍ଞାନ ବର୍ସା ହେବା ଦ୍ୱାରା ୨୧ ଜନ୍ମ ପାଇଁ ତୁମେ ଶୀତଳ
ହୋଇଯାଉଛ । କୌଣସି ପ୍ରକାରର ବିକାର ରୂପୀ ଅଗ୍ନି ରହୁନାହିଁ । ତତ୍ତ୍ୱ ମଧ୍ୟ ସତ୍ତ୍ୱପ୍ରଧାନ
ହୋଇଯାଉଛି । ଆଉ କେହି ବି ଅଗ୍ନିରେ ଜଳିବେ ନାହିଁ ।
ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନେ କାହାର ସ୍ମୃତିରେ ବସିଛନ୍ତି? ନିଶ୍ଚିତ ଭାବେ ନିଜର ଆତ୍ମିକ ପିତାଙ୍କ
ସ୍ମୃତିରେ ବସିଛନ୍ତି । ଆତ୍ମା ନିଜର ପରମପିତା ପରମାତ୍ମାଙ୍କର ସ୍ମୃତିରେ ବସିଛି ଯେ ଆମକୁ
ଆତ୍ମିକ ପିତା ଆସି ସତେଜ କରି ଶୀତଳ କରାଇବେ, କାହିଁକିନା କାମ ଚିତାରେ ବସି ଭାରତର ଏହିଭଳି
ଜଳିଯାଇଛି । ଗୀତ ମଧ୍ୟ ଗାଉଛନ୍ତି ଯେ ଅଗ୍ନିକୁ ଲିଭାଅ । କେଉଁ ଅଗ୍ନିକୁ? କାମାଗ୍ନିକୁ ।
ଅଗ୍ନିର ତାପ ଅଧିକ ହୋଇଗଲେ ମନୁଷ୍ୟ ମରିଯାଇଥା’ନ୍ତି । ଏହି କାମାଗ୍ନି ଦ୍ୱାରା ଭାରତ ଏକଦମ୍
ଯେପରି ଜଳି ମରିଯାଇଛି । ସେଥିପାଇଁ ତ ଆତ୍ମାମାନେ ବାବାଙ୍କୁ ଡାକୁଛନ୍ତି କି ଆସି ଶୀତଳ କରାଅ ।
ବର୍ଷା ହେବା ଦ୍ୱାରା ଶୀତଳତା ଆସିଥାଏ । ଧରିତ୍ରୀ ଶୀତଳ ହୋଇଯାଇଥାଏ । ଏହା ତ ହେଉଛନ୍ତି ଜ୍ଞାନର
ବର୍ଷା । ବାବା ଥରେ ମାତ୍ର ଆସି ଏତେ ଶୀତଳ କରାଉଛନ୍ତି । ଏତେ ସମ୍ପତ୍ତି ଦେଇ ଦେଉଛନ୍ତି ଯେ
ସତ୍ୟଯୁଗରେ କୌଣସି ପ୍ରକାର ବସ୍ତୁର ଉତ୍କଣ୍ଠା ରହୁ ନାହିଁ । ତୁମେ ଅଧାକଳ୍ପ ଉତ୍କଣ୍ଠାରେ ରହି
ଆସିଛ ଯେ - ବାବା ଆସି ଶୀତଳ କରାନ୍ତୁ । ତେଣୁ ପତିତ-ପାବନ ବାବା ଆସି ଆମକୁ ଶୀତଳ କରାଉଛନ୍ତି ।
ଏହି ଜ୍ଞାନ ବର୍ଷା ଦ୍ୱାରା ଭାରତ ଅଥବା ସାରା ଦୁନିଆ ଶୀତଳ ହୋଇଯାଉଛି । ତୁମେ ସ୍ୱର୍ଗର ମାଲିକ
ହୋଇଯାଉଛ । ମନୁଷ୍ୟ ମରିଗଲେ କହିଥା’ନ୍ତି ସ୍ୱର୍ଗବାସୀ ହେଲା । ସେମାନେ ତ କେବଳ ଏହି କଥା କହି
ମୁଖ ମିଠା କରୁଛନ୍ତି । ତୁମେ ଜାଣିଛ ଯେ ଏବେ ସ୍ୱର୍ଗର ସ୍ଥାପନା ହେଉଛି । ବାବା ଆସି, ଏହି
ଜ୍ଞାନ ବର୍ଷା କରୁଛନ୍ତି । ଏହି ଶୀତଳତାର ପ୍ରଭାବ ୨୧ ଜନ୍ମ ପର୍ଯ୍ୟନ୍ତ ରହିଥାଏ । ସେଠାରେ ନା
ବର୍ଷା, ନା କୌଣସି ପ୍ରକାର ବସ୍ତୁର ଇଚ୍ଛା ରହିଥାଏ । ସର୍ବଦା ବସନ୍ତ ଋତୁ ହିଁ ହୋଇଥାଏ । ସେଠାରେ
କୌଣସି ବି ପ୍ରକାରର ଦୁଃଖ ରହି ନ ଥାଏ । ସୂର୍ଯ୍ୟ ମଧ୍ୟ ସତ୍ୱପ୍ରଧାନ ଅବସ୍ଥାରେ ଥାଏ । ସେ ମଧ୍ୟ
କେବେ ନିଜର ଉତ୍ତାପ ଦେଖାଇ ନ ଥାଏ । ତୁମେ ସାରା ବିଶ୍ୱର ମାଲିକ ହୋଇଯାଇଥାଅ । ଏବେ ତ ତୁମେ
ଗୋଲାମ ଅଟ ନା । ଗାଉଛନ୍ତି - ମୁଁ ଗୋଲାମ, ମୁଁ ଗୋଲାମ ତୁମର..., ବାବାଙ୍କୁ ମନେ ପକାଉଛନ୍ତି ।
ଏବେ ବାବା କହୁଛନ୍ତି - ତୁମର ସେବାରେ ମୁଁ ଆସି ତୁମର ଗୋଲାମ ହୋଇଛି । ତୁମ ସନ୍ତାନମାନଙ୍କର ସେବା
କରୁଛି । ଅନ୍ୟର ପତିତ ଦେଶ, ପତିତ ଶରୀରରେ ମୁଁ ଆସୁଛି । ଏହି ପତିତ ଦୁନିଆରେ ଜଣେ ହେଲେ ବି
ପବିତ୍ର ହୋଇପାରିବେ ନାହିଁ । ସତ୍ୟଯୁଗକୁ ପବିତ୍ର, କଳିଯୁଗକୁ ପତିତ କୁହାଯାଉଛି କାହିଁକିନା
ସମସ୍ତେ ବିକାରୀ ଅଟନ୍ତି । ଭାରତବାସୀ ହିଁ ଏହି ଜ୍ଞାନକୁ ବୁଝିବେ । ଯେଉଁମାନେ ୮୪ ଜନ୍ମ
ନେଇଛନ୍ତି, ସେହିମାନେ ଏହି ଜ୍ଞାନକୁ ଶୁଣିବେ ଅଥବା ଯେଉଁମାନେ ସତ୍ୟଯୁଗ-ତ୍ରେତାକୁ ଯିବେ ସେମାନେ
ଆସି ବ୍ରାହ୍ମଣ ହେବେ, ନିଜ ନିଜର ପୁରୁଷାର୍ଥର କ୍ରମ ଅନୁସାରେ । ବାବା ବୁଝାଉଛନ୍ତି ଏବେ
ତୁମେମାନେ ବ୍ରାହ୍ମଣ ବର୍ଣ୍ଣରେ ଅଛ ପୁଣି ଦେବତା ବର୍ଣ୍ଣକୁ ଯିବ । ବ୍ରାହ୍ମଣ ବର୍ଣ୍ଣ ଅର୍ଥାତ୍
ବ୍ରାହ୍ମଣ ଧର୍ମ ସ୍ଥାପନ କରିବାକୁ ବାବା ଆସିଥା’ନ୍ତି । ବ୍ରହ୍ମା, ବ୍ରାହ୍ମଣ ଧର୍ମ ସ୍ଥାପନ
କରୁଛନ୍ତି । ଏପରି କୁହାଯିବ ନାହିଁ ଯେ ପରମପିତା ପରମାତ୍ମା ଆସି ଶୂଦ୍ରଙ୍କୁ ବ୍ରାହ୍ମଣ କରୁଛନ୍ତି
। ଏହିପରି ତୁମର ବାଜୋଲୀ (ଦୋଳି) ଖେଳ ଚାଲିଥାଏ । ଏହା ତ ବହୁତ ସହଜ । ତୁମେ ଜାଣିଛ ଯେ ଏହି
ଚକ୍ର କିପରି ଘୂରୁଛି? ବିରାଟ ରୂପରେ ବ୍ରାହ୍ମଣଙ୍କର ଚୁଟୀ ଏବଂ ଶିବବାବାଙ୍କୁ ଭୁଲି ଯାଇଛନ୍ତି ।
କହୁଛନ୍ତି ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର... ପୁଣି ଶୁଦ୍ରରୁ ଦେବତା । ପୁଣି ବ୍ରାହ୍ମଣ
କୁଆଡେ ଗଲେ? ବ୍ରାହ୍ମଣମାନେ ଗାନ ମଧ୍ୟ କରିଥା’ନ୍ତି ବ୍ରାହ୍ମଣ ଦେବତାୟ ନମଃ । ତେବେ ପ୍ରଜାପିତା
ବ୍ରହ୍ମାଙ୍କର ବଂଶାବଳୀ କୁଆଡେ ଗଲେ? ପ୍ରଜାପିତା ବ୍ରହ୍ମାଙ୍କର ନାମ କେତେ ବିଖ୍ୟାତ । ଚିତ୍ରରେ
ମଧ୍ୟ କେତେ ବଡ ଭୁଲ କରି ଦେଇଛନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ସନ୍ତାନମାନଙ୍କର କୌଣସି
ଚିହ୍ନ-ବର୍ଣ୍ଣ ନାହିଁ । ସ୍କୁଲରେ ଶିକ୍ଷକ ପାଠ ପଢାଇଥା’ନ୍ତି, ଏହା ମଧ୍ୟ ରୋଜଗାରର ଉତ୍ସ ଅଟେ ।
ଲକ୍ଷ୍ୟ ଉଦ୍ଦେଶ୍ୟ ତ ନିଶ୍ଚିତ ରହିବା ଦରକାର । ତୁମେ ସନ୍ତାନମାନେ ଜାଣିଛ ଯେ ଏହି ପାଠପଢା
ଦ୍ୱାରା ହିଁ ପଦ ମିଳୁଛି । ପତିତ ଦୁନିଆରେ ଭଗବାନ ଆସି ପତିତମାନଙ୍କୁ ପଢାଉଛନ୍ତି । ବାବା
କହୁଛନ୍ତି - ମୁଁ ତୁମ ସନ୍ତାନମାନଙ୍କୁ ପାଠ ପଢାଇ ପବିତ୍ର କରାଉଛି । ଏହି ପାଠପଢା ଦ୍ୱାରା ଦେଖ
କେତେ ଶ୍ରେଷ୍ଠ ରୋଜଗାର ହେଉଛି । ଅଧାକଳ୍ପ ପାଇଁ ତୁମେ ନିଜର ଭାଗ୍ୟ ଗଢୁଛ । ଭାରତରେ ୨୧ ପିଢିର
ଗାୟନ ରହିଛି, ଏବେ ତୁମେ ବେହଦର ବାବାଙ୍କ ଠାରୁ ୨୧ ପିଢି ବେହଦର ସମ୍ପତ୍ତି ପାଉଛ । ଲୌକିକ
ପିତାଙ୍କଠାରୁ ଅଳ୍ପକାଳ ପାଇଁ କ୍ଷଣଭଙ୍ଗୁର ସମ୍ପତ୍ତି ମିଳୁଛି । ଏହି ବାବାଙ୍କ ଠାରୁ ତୁମେ ଏଭଳି
ସମ୍ପତ୍ତି ପାଉଛ ଯେ ପିଢି ପରେ ପିଢି ତୁମର କୌଣସି ଦୁଃଖ ରହିବ ନାହିଁ । ଏହି ଭାରତରେ ହିଁ ବେହଦର
ସୁଖ ଥିଲା । ଏହି ଜ୍ଞାନ ଆଉ କାହାରି ବୁଦ୍ଧିରେ ନାହିଁ । ଏହି ଜ୍ଞାନ ବାବା ଜାଣିଛନ୍ତି ଏବଂ
ଯାହାକୁ ଦେଉଛନ୍ତି ସେମାନେ ଜାଣିଛନ୍ତି, ଆଉ କେହି ହେଲେ ଜାଣିନାହାଁନ୍ତି । ଗ୍ରନ୍ଥରେ ମଧ୍ୟ
ତାଙ୍କ ମହିମାର ଗାୟନ ହୋଇଛି । ଏକ୍ ଓଁକାର... ନିରାକାର, ନିର-ଅହଂକାର । ଏହାର ଅର୍ଥ ମଧ୍ୟ ତୁମେ
ଏବେ ଜାଣୁଛ । ସେମାନେ ତ କେବଳ ନିରହଂକାରୀ ବୋଲି ଗାୟନ କରୁଛନ୍ତି । ଏତେ ବଡ କ୍ଷମତାର ଅଧିକାରୀ
ହୋଇ ମଧ୍ୟ ତାଙ୍କର କୌଣସି ଅହଂକାର ନାହିଁ । ଏଠାରେ ତ ବ୍ୟକ୍ତି ସାମାନ୍ୟତମ କ୍ଷମତାସମ୍ପନ୍ନ
ହୋଇଥିଲେ ବି ତାଙ୍କର କେତେ ନିଶା ରହିଥାଏ । ତାହା ହେଉଛି କ୍ଷଣଭଂଗୁର ପଦବୀର ନିଶା କି ମୁଁ ଅମୁକ
ଅଟେ... ଏବେ ତୁମର ଏହି ଆତ୍ମିକ ପାଠପଢାର ନିଶା ରହିଛି । ତୁମର ଆତ୍ମା ଏବେ ଜାଣିଛି ଯେ -
ଆତ୍ମ-ଅଭିମାନୀ ହେବାକୁ ପଡିବ ତେବେ ହିଁ ବାବାଙ୍କୁ ସ୍ମରଣ କରିପାରିବ । ବାବାଙ୍କ ସହିତ
ଯୋଗଯୁକ୍ତ ନ ହେବା ଦ୍ୱାରା ମାୟାର ଗୁଳି ଲାଗିଥାଏ, ସେଥିପାଇଁ ଝାଉଁଳି ପଡିଥା’ନ୍ତି । ବାବାଙ୍କୁ
ସ୍ମରଣ କରିଚାଲ ତେବେ ଖୁସିର ନିଶା ଚଢି ରହିବ । କେହି ବଡ ପରୀକ୍ଷାରେ ପାସ୍ ହେଲେ ଖୁସି
ହୋଇଥା’ନ୍ତି । ଭାବିଥା’ନ୍ତି ଯେ ବାସ୍ ଏହା ପରେ ଆଉ କୌଣସି ପାଠପଢା ନାହିଁ । ତୁମେ ମଧ୍ୟ ଜାଣିଛ
ଯେ ଆମର ଏହି ପାଠପଢାଠାରୁ ଆଉ କୌଣସି ଶ୍ରେଷ୍ଠ ପାଠ ନାହିଁ । ଲକ୍ଷ୍ମୀ-ନାରାୟଣ ଅତୀତରେ ନିଶ୍ଚିତ
ଏହି ପାଠ ପଢିଥିଲେ, ରାଜଯୋଗ ଶିଖିଥିଲେ । ତେଣୁ ମହାରାଜା-ମହାରାଣୀ ହୋଇଛନ୍ତି । ରାଜଯୋଗ ତ
ପ୍ରସିଦ୍ଧ ଅଟେ । ସ୍ୱର୍ଗବାସୀ ହେବା ପାଇଁ ପରମପିତା ପରମାତ୍ମା ଆସି ରାଜଯୋଗ ଶିଖାଉଛନ୍ତି ।
କହୁଛନ୍ତି ମଧ୍ୟ ତୁମେ ଅତୀତରେ ଏହିଭଳି କର୍ମ କରିଥିଲ ସେଥିପାଇଁ ଏହିପରି ହୋଇଛ ।
ତୁମେ ଜାଣିଛ - ଏହି ଜନ୍ମରେ ଆମେ ଏଭଳି କର୍ମ ଶିଖୁଛୁ ଯାହାଦ୍ୱାରା ଭବିଷ୍ୟତ ୨୧ ଜନ୍ମ ପାଇଁ
ରାଜତ୍ୱ କରିବୁ ଅଥବା ସ୍ୱର୍ଗରେ ବିରାଜମାନ ହେବୁ । ଯେପରି ରାଜା, ରାଣୀ ସେହିପରି ପ୍ରଜା ମଧ୍ୟ
ହେବେ ନା । ରାଜଧାନୀ ସ୍ଥାପନା ହେଉଛି ନା । ବାବା ଆସିଛନ୍ତି - ରାଜଧାନୀ ସ୍ଥାପନ କରିବା ପାଇଁ ।
ପୁଣି ତୁମେ ଯାଇ ୨୧ ଜନ୍ମ ପାଳନା କରିବ । ତୁମେ ୬୩ ଜନ୍ମ ତ ଦୁଃଖ ଭୋଗ ତ କରିଛ । ସେ ସବୁ
ସମାପ୍ତ ହୋଇଯିବ । ଭାରତକୁ ହିଁ ସ୍ୱର୍ଗ କୁହାଯାଇଥାଏ, ଏବେ ତ ନର୍କ ହୋଇଯାଇଛି । ସୃଷ୍ଟି କେତେ
ବଦଳି ଯାଇଛି । ସେହି ରାଜତ୍ୱ କେଉଁ ଆଡେ ଚାଲିଗଲା? ରାବଣ ରାଜ୍ୟ ଆରମ୍ଭ ହେବା ଦ୍ୱାରା ତୁମେ ପୁଣି
ପତିତ ହୋଇଯାଉଛ । ବାବା କହୁଛନ୍ତି ତୁମେ ନିଜର ୮୪ ଜନ୍ମର ଚକ୍ରକୁ ଜାଣିନାହଁ । ଏବେ ତୁମ
ସନ୍ତାନମାନଙ୍କୁ ବାରମ୍ବାର ବୁଝାଯାଉଛି । ତୁମେ ୮୪ ଜନ୍ମର ଚକ୍ର ପୂରା କରିଛ । ବର୍ତ୍ତମାନ ଏହା
ତୁମର ଅନ୍ତିମ ଜନ୍ମ । ଏବେ ପୁଣି ଥରେ ତୁମକୁ ନିଜର ସମ୍ପତ୍ତି ନେବାକୁ ହେବ । ତୁମେ ଅଧିକ ସମୟ
ମୁକ୍ତିଧାମରେ ରହିପାରିବ ନାହିଁ । ତୁମର ଅଭିନୟ ଅଲରାଉଣ୍ଡ ଅଟେ । ଏଭଳି ଅନେକ ଅଛନ୍ତି ଯେଉଁମାନେ
କି ସତ୍ୟଯୁଗରୁ ନେଇ ଦ୍ୱାପର କଳିଯୁଗ ପର୍ଯ୍ୟନ୍ତ ମଧ୍ୟ ମୁକ୍ତିଧାମରେ ରହିଥା’ନ୍ତି । ଏପରି
କୁହାଯିବ ନାହିଁ ଯେ ଏଠାକୁ ଆସିବା ଅପେକ୍ଷା ମୁକ୍ତିଧାମରେ ରହିବା ଭଲ । ତାହା ତ ଯେପରି ମଶା
ସଦୃଶ ଜୀବନ ହୋଇଗଲା । ଆସିଲା ଏବଂ ଗଲା । ମନୁଷ୍ୟମାନଙ୍କର ମହିମା ଗାନ କରାଯାଇଥାଏ । ଏହି
ମନ୍ଦିର ସବୁ କାହାର ଅଟେ? ଯେଉଁମାନେ ଆରମ୍ଭରୁ ଅଭିନୟ କରିଆସିଛନ୍ତି, ତାଙ୍କର ହିଁ ସ୍ମାରକୀ
ତିଆରି ହୋଇ ଆସୁଛି । ଯେଉଁମାନେ ପଛରେ ଆସୁଛନ୍ତି, ତାଙ୍କର ସ୍ମାରକୀ ଅଛି କି? କିଛି ବି ନାହିଁ ।
ତୁମର କେତେ ବଡ ବଡ ସ୍ମାରକୀ ରହିଛି । ତୁମେ ସବୁଠାରୁ ଅଧିକ ସମୟ ଅଭିନୟ କରୁଛ । ତୁମେ ନିଜର
ପ୍ରାଲବ୍ଧ ପୂରା କରି ଯେବେ ଭକ୍ତିମାର୍ଗକୁ ଆସୁଛ, ତେବେ ପୁଣି ତୁମର ସ୍ମାରକୀ ତଥା ଶିବବାବାଙ୍କର
ମନ୍ଦିର ତିଆରି ଆରମ୍ଭ ହେଉଛି, ଏହା ପରେ ଅନ୍ୟ ସବୁ ଧର୍ମ ଆସିଥାଆନ୍ତି । ସେମାନଙ୍କର ଧର୍ମର
ସ୍ଥାପନା ହେଉଛି । ତୁମେ ନିଜର ଇତିହାସ-ଭୂଗୋଳକୁ ମଧ୍ୟ ଜାଣିଛ ଏବଂ ସବୁ ଧର୍ମାବଲମ୍ବୀମାନଙ୍କର
ମଧ୍ୟ ଜାଣିଛ । ଏହା ୮୪ ଜନ୍ମର ସିଢି ଅଟେ । ପ୍ରଥମେ ଆମେ ସ୍ୱର୍ଗକୁ ଯାଉଛୁ ପୁଣି ତଳକୁ କିପରି
ଓହ୍ଳାଉଛୁ । ଏକଥା ତୁମ ବୁଦ୍ଧିରେ ଅଛି । ପ୍ରତ୍ୟେକ ଜନ୍ମରେ ଭିନ୍ନ ଭିନ୍ନ ନାମ ରୂପଧାରୀ
ମିତ୍ର-ସମ୍ବନ୍ଧୀ ଆଦି ମିଳିଥାନ୍ତି । ଡ୍ରାମାରେ ତୁମର ଏହି ସବୁ ଅଭିନୟ ପୂର୍ବରୁ ହିଁ
ନିର୍ଦ୍ଧାରିତ ହୋଇ ରହିଛି । ଏହା ବେହଦର ଡ୍ରାମା ଅଟେ, ଯାହାର କି କଳ୍ପ ପୂର୍ବ ପରି ପୁନରାବୃତ୍ତି
ହେଉଛି । ତୁମେ ଜାଣିଛ ଯେ ଆମେ ଦେବୀ ଦେବତା ଥିଲୁ ଯେଉଁମାନେ କି ବର୍ତ୍ତମାନ ୮୪ ଜନ୍ମ ନେଇ
ଶୂଦ୍ର ହୋଇଛୁ । ପୁଣି ଥରେ ଆମେ ଦେବୀ ଦେବତା ହେବୁ । ମନୁଷ୍ୟମାନେ ତ କହି ଦେଉଛନ୍ତି ଆତ୍ମା ହିଁ
ପରମାତ୍ମା । ବାସ୍ତବରେ ଏହା ହିଁ ହମ ସୋର ଅର୍ଥ ଅଟେ । ସେମାନେ ପୁଣି କହିଦେଉଛନ୍ତି ଯେ ଆତ୍ମା
ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା । ରାତି-ଦିନର ଫରକ ରହିଛି ନା । ତୁମେ ଏବେ ଏସବୁ କଥା
ଜାଣିଛ । ତୁମେ ଏବେ ପାଣ୍ଡବ ହୋଇଛ । କୌରବ-ପାଣ୍ଡବ ଭାଇ-ଭାଇ ଥିଲେ ନା । ଏବେ ବାବା ମିଳିଛନ୍ତି,
ତେଣୁ ତୁମେ କୌରବରୁ ପାଣ୍ଡବ ହୋଇଛ । ବାବା ତୁମକୁ ଦୁଃଖରୁ ମୁକ୍ତ କରି ମାର୍ଗଦର୍ଶକ ସାଜି ଘରକୁ
ନେଇଯାଉଛନ୍ତି । ଘର ବିଷୟରେ ତ କାହାକୁ ଜଣା ନାହିଁ । ସେମାନେ କହୁଛନ୍ତି ଆତ୍ମା ବ୍ରହ୍ମରେ ଲୀନ
ହୋଇଯିବ । ତେବେ ତାହା କ’ଣ ଘର ହେଲା । ଘରେ ତ ସମସ୍ତେ ରହିଥା’ନ୍ତି । ତାକୁ ନିରାକାରୀ ଦୁନିଆ
କୁହାଯାଉଛି । ଏବେ ତୁମେ ସନ୍ତାନମାନେ ଜାଣୁଛ - ଆମେ ନିରାକାରୀ ଆତ୍ମା ନିରାକାରୀ ଦୁନିଆରେ
ବିନ୍ଦୁ ଭଳି ନିବାସ କରିଥାଉ । ସେଠାରେ ମଧ୍ୟ ନିରାକାରୀ ବୃକ୍ଷ ରହିଛି । ଏହିପରି ହିଁ ଡ୍ରାମା
ରଚନା ହୋଇଛି । ବୀଜ ଏବଂ ବୃକ୍ଷକୁ ଜାଣିବାକୁ ହେବ । ଏହାର ନାମ ହିଁ ହେଉଛି ଭିନ୍ନ ଭିନ୍ନ
ପ୍ରକାର ଧର୍ମର ବୃକ୍ଷ, ଏହା ମନୁଷ୍ୟ ସୃଷ୍ଟି ଅଟେ । ଏହାର ବୀଜରୂପ ବାବା ଅଟନ୍ତି, କେତେ
ବିଭିନ୍ନତା ରହିଛି । ପ୍ରତ୍ୟେକ ଧର୍ମାବଲମ୍ବୀଙ୍କର ବିଶେଷତା ଅଲଗା ପୁଣି ଏଠାରେ ମଧ୍ୟ ଜଣଙ୍କର
ଚେହେରା ଅନ୍ୟ ଜଣଙ୍କ ସହିତ ମିଶି ନ ଥାଏ । ଏହିପରି ହିଁ ଡ୍ରାମା ତିଆରି ହୋଇଛି । ଏକଥା ବାବା
ହିଁ ବୁଝାଉଛନ୍ତି - ଯେ ଏହି କଳ୍ପ ବୃକ୍ଷର ଆୟୁଷ ୫ ହଜାର ବର୍ଷ । ମନୁଷ୍ୟମାନେ ଅଭିନେତା ଅଟନ୍ତି,
ଏଠାକୁ ଅଭିନୟ କରିବାକୁ ଆସୁଛନ୍ତି । ଏହା ଏକ ରଂଗମଞ୍ଚ, ଆଲୋକ ଦେବା ପାଇଁ ଏଠାରେ ସୂର୍ଯ୍ୟ,
ଚନ୍ଦ୍ର ଆଦି ରହିଛନ୍ତି । ଇଏ କୌଣସି ଦେବତା ନୁହଁନ୍ତି, ଏମାନେ ତ ବତୀ ଅଟନ୍ତି । କିନ୍ତୁ ସେବା
କରୁଛନ୍ତି, ସେଥିପାଇଁ ଦେବତା ବୋଲି କହିଦେଉଛନ୍ତି । ବାସ୍ତବରେ ଦେବତାମାନେ କୌଣସି ସେବା କରନ୍ତି
ନାହିଁ, ସେବା ତ ତୁମେ ସନ୍ତାନମାନେ କରୁଛ । ବାବା ଆଜ୍ଞାକାରୀ ସେବାଧାରୀ ଅଟନ୍ତି । ପିଲାମାନେ
ଦୁଃଖୀ ହେଉଥିବାରୁ, ବାବାଙ୍କର ଦୟା ଆସୁଛି । ତେଣୁ ବାବା ବୁଝାଇବାକୁ ଆସିଛନ୍ତି । ତୁମ
ସନ୍ତାନମାନଙ୍କୁ ପୁଣି ଥରେ ଦେବୀ-ଦେବତା ପଦ ପ୍ରାପ୍ତ କରାଇବାକୁ ଆସୁଛି । ପ୍ରତ୍ୟେକ ଜିନିଷର
ଆରୋହଣ, ଅବରୋହଣ କଳା ହୋଇଥାଏ । ପୁରୁଣା ଦୁନିଆକୁ ତମୋପ୍ରଧାନ, ନୂଆ ଦୁନିଆକୁ ସତ୍ୱପ୍ରଧାନ
କୁହାଯାଇଥାଏ । ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ହୋଇଥାଏ । ଆତ୍ମା କହୁଛି - ଏହି ଶରୀର ତ
ତମୋପ୍ରଧାନ ପତିତ ହୋଇଯାଇଛି । ସତ୍ୟଯୁଗରେ ଏହି ଆତ୍ମା ଓ ଶରୀର ଉଭୟ ସତ୍ତ୍ୱପ୍ରଧାନ ଥିଲା ।
ସେଠାରେ ଏତେ ପରିଶ୍ରମ କରିବାକୁ ପଡୁ ନ ଥିଲା । ଆତ୍ମାକୁ ଏବେ ଜ୍ଞାନ ମିଳିଛି । ସ୍ମୃତି ଆସିଛି
ଯେ, ଆମେ ୮୪ ଜନ୍ମ ନେଉଛୁ । ଏହି ରହସ୍ୟ ବେହଦର ବାବା ବୁଝାଉଛନ୍ତି । ଦୁଃଖରେ ବାବାଙ୍କୁ ହିଁ
ସ୍ମରଣ କରିଥା’ନ୍ତି । ଦୟା କର ହେ ଦୁଃଖହର୍ତ୍ତା ସୁଖକର୍ତ୍ତା... ଭାରତ ହିଁ ସବୁଠାରୁ ସୁଖୀ ଥିଲା
ନା । ଅନ୍ୟ କୌଣସି ଦେଶ ଭାରତ ପରି ପବିତ୍ର ହୋଇପାରିବ ନାହିଁ । ଏବେ ବାବା ତୁମମାନଙ୍କର ଝୁଲା
ଅବିନାଶୀ ଜ୍ଞାନ ରତ୍ନରେ ଭରପୁର କରୁଛନ୍ତି । ଏଭଳି ବାବାଙ୍କୁ କେବେ ଦେଖିଛ । କହୁଛନ୍ତି
ପିଲାମାନେ ମୁଁ ତୁମ ପାଇଁ ବୈକୁଣ୍ଠ ଉପହାର ସ୍ୱରୂପରେ ଆଣିଛି । ତୁମେମାନେ ସ୍ୱର୍ଗବାସୀ ଥିଲ, ଏବେ
ପତିତ ନର୍କବାସୀ ହୋଇଯାଇଛ । ଯେଉଁମାନେ ବିକାରଗ୍ରସ୍ତ ହୋଇ ନ ଥା’ନ୍ତି ସେହିମାନଙ୍କୁ ପବିତ୍ର
କୁହାଯାଇଥାଏ । ସତ୍ୟଯୁଗରେ ସମ୍ପୂର୍ଣ୍ଣ ନିର୍ବିକାରୀ ହେବେ । ଏହି ସମୟରେ ସମ୍ପୂର୍ଣ୍ଣ ବିକାରୀ
ହୋଇଯାଇଛନ୍ତି । ବାବା କହୁଛନ୍ତି ତୁମେ ମଧ୍ୟ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲ । ଏବେ ସମ୍ପୂର୍ଣ୍ଣ
ବିକାରୀ ହୋଇଯାଇଛ, ପୁଣି ବାବାଙ୍କୁ ସ୍ମରଣ କରି ସମ୍ପୂର୍ଣ୍ଣ ନିର୍ବିକାରୀ ଦେବତା ପଦ ପାଇବାକୁ
ହେବ । ଅକ୍ଷର ଦେଖ କେତେ ସୁନ୍ଦର - ମନମନାଭବ । ମୁଁ ବାବା, ମୋତେ ସ୍ମରଣ କର ତେବେ ତୁମେ
ତମୋପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବ । ମୁଁ ସର୍ବଶକ୍ତିମାନ ଅଟେ ନା । ମୋତେ ସ୍ମରଣ କର ।
ବାବାଙ୍କର ସ୍ମୃତିକୁ ହିଁ ଯୋଗର ଅଗ୍ନି କୁହାଯାଉଛି, ଯାହା ଦ୍ୱାରା ତୁମର ପାପ ଦଗ୍ଧ ହେବ । ତୁମେ
ପବିତ୍ର ହୋଇଯିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆତ୍ମିକ
ପାଠପଢାର ନିଶାରେ ରହିବାକୁ ହେବ । ବାବାଙ୍କ ସମାନ ନିରହଂକାରୀ ହେବାକୁ ପଡିବ । ପଦ-ପଦବୀ ଆଦିର
ଅହଂକାର ରଖିବା ଉଚିତ୍ ନୁହେଁ ।
(୨) ନିଜର ଝୁଲା ଜ୍ଞାନ
ରତ୍ନ ଦ୍ୱାରା ଭରିବାକୁ ହେବ । ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇ ଦେବତା ପଦ ପାଇବାକୁ ହେବ । କେବେ
ବି ଉଦାସ ହେବା ଉଚିତ୍ ନୁହେଁ ।
ବରଦାନ:-
ସ୍ଥୂଳ ଏବଂ
ସୂକ୍ଷ୍ମ ଦୁଇ ପ୍ରକାରରେ ନିଜକୁ ବ୍ୟସ୍ତ ରଖୁଥିବା ମାୟାଜିତ୍ ବିଜୟୀ ଭବ ।
ନିଜକୁ ସେବାଧାରୀ ମନେ
କରି ନିଜର ରୂଚୀ ତଥା ଉତ୍ସାହର ସହିତ ଯଦି ସେବାରେ ବ୍ୟସ୍ତ ରହିବ ତେବେ ମାୟାକୁ ଆସିବା ପାଇଁ
ସୁଯୋଗ ମିଳିବ ନାହିଁ । ଯେତେବେଳେ ସଂକଳ୍ପରେ, ବୁଦ୍ଧିରେ ତଥା ସ୍ଥୂଳ କର୍ମରେ ମଧ୍ୟ ଫ୍ରି
ଅର୍ଥାତ୍ ଖାଲି ରହୁଛ ସେତେବେଳେ ମାୟା ସୁଯୋଗ ପାଇ ଯାଉଛି । କିନ୍ତୁ ସ୍ଥୂଳ ଏବଂ ସୂକ୍ଷ୍ମ
ଦୁଇଟିଯାକରେ ଯଦି ଖୁସି ଖୁସିରେ ସେବାରେ ବ୍ୟସ୍ତ ରହିବ ତେବେ ଖୁସିରେ ରହିଥିବା କାରଣରୁ ମାୟା
ସାମ୍ନା କରିବା ପାଇଁ ସାହସ ମଧ୍ୟ କରିପାରିବ ନାହିଁ ସେଥିପାଇଁ ନିଜେ ନିଜର ଶିକ୍ଷକ ହୋଇ
ବୁଦ୍ଧିକୁ ବ୍ୟସ୍ତ ରଖିବାର ଦୈନିକ କାର୍ଯ୍ୟସୂଚୀ ତିଆରି କର ଯାହାଦ୍ୱାରା ମାୟାଜିତ୍ ବିଜୟୀ
ହୋଇଯିବ ।
ସ୍ଲୋଗାନ:-
ଯଦି ନିଶ୍ଚୟ ଏବଂ
ନିଶାର ସହିତ କହିବ ବାବା ମୋ ସାଥୀରେ ଅଛନ୍ତି, ତେବେ ମାୟା ନିକଟକୁ ଆସି ପାରିବ ନାହିଁ ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ବାପଦାଦା ସବୁ ପିଲାଙ୍କର
ଚାଲିଚଳନରେ ଏବଂ ଚେହେରାରେ, ବାଣୀରେ ଏବଂ କର୍ମରେ ସରଳତା ଏବଂ ମଧୁରତା ଦେଖିବାକୁ ଚାହୁଁଛନ୍ତି ।
ଯଦି ସାମାନ୍ୟ ଉତ୍ତେଜନା ବା କ୍ଳାନ୍ତ ହେବା କାରଣରୁ ଟିକିଏ ବି ବାଣୀରେ ମଧୁରତା ନ ଥିବ,
ଚେହେରାରେ ମଧୁରତା ନ ଥିବ ବା ଗମ୍ଭୀର ଦେଖାଯାଉଥିବ, ତେବେ ତୁମକୁ ଗୁଣ ସମ୍ପନ୍ନ କୁହାଯିବ ନାହିଁ
। ତେଣୁ ବାତାବରଣ ଯେପରି ବି ହୋଇଥାଉ କିନ୍ତୁ ମୋ’ର ନିଜସ୍ୱ ଗୁଣ ଗୁଡିକ ସର୍ବଦା ପରିପ୍ରକାଶ ହେବା
ଦରକାର । ବାପଦାଦା ଯେଉଁଭଳି ବାପଦାଦା ଅଟନ୍ତି, ଅବିକଳ ସେହିଭଳି ଗୁଣ, ସେହିଭଳି କର୍ତ୍ତବ୍ୟ,
ସେହିଭଳି ବାଣୀ, ସେହିଭଳି ସଂକଳ୍ପ ଅନୁଭବ ହେବା ଦରକାର, ସମସ୍ତଙ୍କୁ ମୁଖରୁ ବାହାରୁ ଯେ ଇଏ ତ
ଅବିକଳ ତାଙ୍କ ଭଳି ଲାଗୁଛନ୍ତି ।