13.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ରକ୍ଷାବନ୍ଧନର ପର୍ବ ପ୍ରତିଜ୍ଞା କରିବାର ପର୍ବ ଅଟେ, ଯାହାକି ସଂଗମଯୁଗରୁ ହିଁ ଆରମ୍ଭ ହୋଇଥାଏ, ଏବେ ତୁମେମାନେ ନିଜେ ପବିତ୍ର ହେବା ସହିତ ଅନ୍ୟମାନଙ୍କୁ ପବିତ୍ର କରାଇବାର ପ୍ରତିଜ୍ଞା କରୁଛ ।’’

ପ୍ରଶ୍ନ:-
ତୁମର ସବୁ କାର୍ଯ୍ୟ କେଉଁ ଆଧାରରେ ସଫଳ ହୋଇପାରିବ? ତୁମର ନାମ ବିଖ୍ୟାତ କିପରି ହେବ?

ଉତ୍ତର:-
ଜ୍ଞାନ ବଳ ସହିତ ଯୋଗ ବଳ ରହିଥିଲେ ସବୁ କାର୍ଯ୍ୟ ଆପେ ଆପେ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇଯିବେ । ଯୋଗ ବହୁତ ଗୁପ୍ତ ଅଟେ, ଏହା ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ । ତୁମେ ଯୋଗରେ ରହି ଅର୍ଥାତ୍ ଯୋଗଯୁକ୍ତ ହୋଇ ଜ୍ଞାନ ବୁଝାଇଲେ ଖବର କାଗଜ ବାଲା ଆପେ ଆପେ ତୁମର ସନ୍ଦେଶ ଛପାଇ ଦେବେ । ଖବରକାଗଜ ଦ୍ୱାରା ହିଁ ତୁମର ନାମ ବିଖ୍ୟାତ ହେବ, ଏହା ଦ୍ୱାରା ହିଁ ବହୁତଙ୍କୁ ସନ୍ଦେଶ ମିଳିବ ।

ଓମ୍ ଶାନ୍ତି ।
ଆଜି ବାବା ପିଲାମାନଙ୍କୁ ରକ୍ଷାବନ୍ଧନ ପର୍ବ ବିଷୟରେ ବୁଝାଉଛନ୍ତି କାରଣ ଏହି ପର୍ବ ଆଗକୁ ଆସିବାର ଅଛି । ପିଲାମାନେ ରାକ୍ଷୀ ବାନ୍ଧିବାକୁ ଯାଆନ୍ତି ନା । ଏବେ ଯାହା ସବୁ ହେଉଛି ତାକୁ ପର୍ବ ରୂପରେ ପାଳନ କରୁଛନ୍ତି । ଏହା ତ ପିଲାମାନଙ୍କୁ ଜଣା ଅଛି ଯେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏହି ପ୍ରତିଜ୍ଞା ପତ୍ର ଲେଖାଇ ଥିଲେ, ଯାହାର ଅନେକ ନାମ ଦିଆଯାଉଛି । ଏହା ହେଉଛି ପବିତ୍ରତାର ଚିହ୍ନ । ସମସ୍ତଙ୍କୁ ପବିତ୍ର ହେବା ପାଇଁ ରାକ୍ଷୀ ବାନ୍ଧିବାକୁ କୁହାଯାଏ । ତୁମେ ଏହା ମଧ୍ୟ ଜାଣିଛ ଯେ ପବିତ୍ର ଦୁନିଆ ସତ୍ୟଯୁଗକୁ ହିଁ କୁହାଯାଏ । ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ରାକ୍ଷୀ ପର୍ବ ଆରମ୍ଭ ହୋଇଥାଏ, ଯାହା ପୁଣି ଭକ୍ତି ଆରମ୍ଭ ହେଲେ ପାଳନ ହେବ, ସେଥିପାଇଁ ଏହାକୁ ଅନାଦି ପର୍ବ କୁହାଯାଏ । ତେବେ ତାହା କେବେଠାରୁ ଆରମ୍ଭ ହେଉଛି? ଭକ୍ତିମାର୍ଗରୁ, କାହିଁକି ନା ସତ୍ୟଯୁଗରେ ଏହି ପର୍ବ ଆଦି ତ ପାଳନ କରାଯାଏ ନାହିଁ । ଏ ସବୁ ଏହିଠାରେ ହିଁ ହେଉଛି । ସବୁ ପର୍ବ ପର୍ବାଣୀ ସଂଗମରେ ହୋଇଥାଏ, ଯାହା ପୁଣି ଭକ୍ତିମାର୍ଗର ଆରମ୍ଭ ହୁଏ । ସତ୍ୟଯୁଗରେ କୌଣସି ପର୍ବପର୍ବାଣୀ ହୁଏ ନାହିଁ । ତୁମେ ପଚାରୁଛ ସେଠାରେ ଦୀପାବଳୀ ପାଳନ ହେବ ନା ନାହିଁ? ନା । ତାହା ମଧ୍ୟ ଏଠାରେ ପାଳନ କରାଯାଏ ସେଠାରେ ହେବାର ଆବଶ୍ୟକତା ନାହିଁ । ଯେଉଁ ପର୍ବ ଏଠାରେ ପାଳନ ହେଉଛି ସେ ସବୁ ସତ୍ୟଯୁଗରେ ପାଳନ କରାଯାଇପାରିବ ନାହିଁ । କାରଣ ଏ ସବୁ କଳିଯୁଗର ପର୍ବ । ସମସ୍ତେ ରକ୍ଷା ବନ୍ଧନ ପାଳନ କରୁଛନ୍ତି, ତେବେ ଏହା କିପରି ଜଣାପଡିବ ଯେ ଏହି ପର୍ବ କାହିଁକି ପାଳନ ହେଉଛି? ତୁମେମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧୁଛ, କହୁଛ ପବିତ୍ର ହୁଅ କାହିଁକି ନା ଏବେ ପବିତ୍ର ଦୁନିଆ ସ୍ଥାପନ ହେଉଛି । ତ୍ରିମୂର୍ତ୍ତୀ ଚିତ୍ରରେ ମଧ୍ୟ ଉଲ୍ଲେଖ ଅଛି – ବ୍ରହ୍ମା ଦ୍ୱାରା ପବିତ୍ର ଦୁନିଆର ସ୍ଥାପନା ହୋଇଥାଏ । ସେଥିପାଇଁ ପବିତ୍ର କରାଇବା ନିମନ୍ତେ ରକ୍ଷାବନ୍ଧନ ପାଳନ କରାଯାଏ । ଏବେ ହେଉଛି ଜ୍ଞାନ ମାର୍ଗର ସମୟ । ତୁମ ପିଲାମାନଙ୍କୁ ବୁଝାଯାଇଛି ଯେ ଯଦି କେହି ଭକ୍ତିର କୌଣସି କଥା ଶୁଣାଉଛନ୍ତି ତେବେ ତାଙ୍କୁ ବୁଝାଇବା ଦରକାର ଯେ ଆମେ ଏବେ ଜ୍ଞାନ ମାର୍ଗରେ ଅଛୁ । ଜ୍ଞାନର ସାଗର ଏକମାତ୍ର ଭଗବାନ ଅଟନ୍ତି, ଯିଏକି ସାରା ଦୁନିଆକୁ ନିର୍ବିକାରୀ କରାଉଛନ୍ତି । ଭାରତ ଯେତେବେଳେ ନିର୍ବିକାରୀ ଥିଲା ସେତେବେଳେ ସାରା ଦୁନିଆ ନିର୍ବିକାରୀ ଥିଲା । ଭାରତକୁ ନିର୍ବିକାରୀ କରିବା ଦ୍ୱାରା ସାରା ଦୁନିଆ ନିର୍ବିକାରୀ ହୋଇଯାଇଥାଏ । ଭାରତକୁ ବିଶ୍ୱ କୁହାଯିବ ନାହିଁ । ଏହା ତ ବିଶ୍ୱର ଗୋଟିଏ ଖଣ୍ଡ । ପିଲାମାନେ ଜାଣିଛନ୍ତି କେବଳ ଭାରତ ଭୂମିରେ ହିଁ ନୂଆ ଦୁନିଆ ହେଉଛି । ତେବେ ଭାରତ ଭୂମିରେ ନିଶ୍ଚିତ ମନୁଷ୍ୟ ହିଁ ରହୁଥିବେ । ଭାରତ ସତ୍ୟଖଣ୍ଡ ଥିଲା, ସୃଷ୍ଟିର ଆରମ୍ଭରେ ଦେବତା ଧର୍ମ ଥିଲା, ତାକୁ ହିଁ କୁହାଯାଏ ନିର୍ବିକାରୀ ପବିତ୍ର ଧର୍ମ, ଯାହାକୁ କି ୫ ହଜାର ବର୍ଷ ହେଲା । ବର୍ତ୍ତମାନ ଏହି ପୁରୁଣା ଦୁନିଆ ଆଉ ଅଳ୍ପ ଦିନ । ତେବେ ନିର୍ବିକାରୀ ହେବା ପାଇଁ ଆମକୁ କେତେ ଦିନ ଲାଗୁଛି? ଏଥିରେ ତ ସମୟ ଲାଗୁଛି । ଏହିଠାରେ ହିଁ ପବିତ୍ର ହେବାର ପୁରୁଷାର୍ଥ କରୁଛନ୍ତି । ଏହା ହିଁ ହେଉଛି ସବୁଠାରୁ ବଡ ଉତ୍ସବ । ତେଣୁ ପ୍ରତିଜ୍ଞା କରିବା ଦରକାର - ବାବା, ଆମେ ପବିତ୍ର ନିଶ୍ଚିତ ହେବୁ । ଏହି ଉତ୍ସବକୁ ସବୁଠାରୁ ବଡ ଉତ୍ସବ ବୋଲି ଭାବିବା ଦରକାର । ସମସ୍ତେ ହେ ପରମପିତା ପରମାତ୍ମା କହି ଡାକୁଛନ୍ତି । ଏହା କହିବା ସତ୍ତ୍ୱେ ମଧ୍ୟ ବୁଦ୍ଧିରେ ପରମପିତାଙ୍କର ସ୍ମୃତି ଆସୁନାହିଁ । ତୁମେ ଜାଣିଛ ଯେ ଜୀବ ଆତ୍ମାମାନଙ୍କୁ ଜ୍ଞାନ ଦେବା ପାଇଁ ପରମପିତା ପରମାତ୍ମା ଏଠାକୁ ଆସିଛନ୍ତି । ଆତ୍ମା-ପରମାତ୍ମା ବହୁତ ସମୟ ଧରି ଅଲଗା ରହିଲେ.... ଏହି ମେଳା ଏହି ସଂଗମଯୁଗରେ ହିଁ ହେଉଛି । ଏହାକୁ କୁମ୍ଭମେଳା ମଧ୍ୟ କୁହାଯାଉଛି, ଯାହାକି ପ୍ରତି ୫ ହଜାର ବର୍ଷ ପରେ ଥରେ ମାତ୍ର ହୋଇଥାଏ । ସେହି ପାଣିରେ ସ୍ନାନ କରିବାର ମେଳା ତ ତୁମେ ଅନେକ ଥର ପାଳନ କରି ଆସିଛ, ତାହା ହେଉଛି ଭକ୍ତିମାର୍ଗ । ଏହା ହେଉଛି ଜ୍ଞାନମାର୍ଗ । ସଂଗମକୁ ମଧ୍ୟ କୁମ୍ଭ କୁହାଯାଇଥାଏ । ପ୍ରକୃତରେ ତିନୋଟି ନଦୀ ନ ଥାଏ, ପାଣିର ଗୁପ୍ତ ନଦୀ କିପରି ହୋଇପାରିବ! ବାବା କହୁଛନ୍ତି ତୁମର ଏହି ଗୀତା ଗୁପ୍ତ ଅଟେ । ତେବେ ତୁମକୁ ଏହା ବୁଝାଯାଉଛି ଯେ ଯୋଗବଳ ଦ୍ୱାରା ବିଶ୍ୱର ରାଜତ୍ୱ ତୁମକୁ ମିଳୁଛି, ଏଥିରେ ନାଟ-ତାମସା ଆଦି କିଛି ବି ନାହିଁ । ଭକ୍ତିମାର୍ଗ ପୂରା ଅଧାକଳ୍ପ ଚାଲୁଛି ଏବଂ ଏହି ଜ୍ଞାନମାର୍ଗ ଗୋଟିଏ ଜନ୍ମ ଚାଲିଥାଏ । ଦୁଇଟି ଯୁଗ ହେଉଛି ଜ୍ଞାନର ପ୍ରାରବ୍ଧ, ସେଠାରେ ବାବା ଜ୍ଞାନ ଦିଅନ୍ତି ନାହିଁ । ଭକ୍ତି ତ ଦ୍ୱାପରରୁ କଳିଯୁଗ ପର୍ଯ୍ୟନ୍ତ ଚାଲିଲା । କିନ୍ତୁ ଜ୍ଞାନ ଥରେ ମାତ୍ର ମିଳୁଛି ପୁଣି ତା’ର ପ୍ରାରବ୍ଧ ୨୧ ଜନ୍ମ ପର୍ଯ୍ୟନ୍ତ ଚାଲୁଛି । ଏବେ ତୁମର ଆଖି ଖୋଲିଯାଇଛି । ପୂର୍ବରୁ ତୁମେ ଅଜ୍ଞାନ ନ୍ରିଦାରେ ଶୋଇଥିଲ । ଆଜିକାଲି ରକ୍ଷାବନ୍ଧନ ପର୍ବରେ ବ୍ରାହ୍ମଣମାନେ ହାତରେ ରାକ୍ଷୀ ବାନ୍ଧି ଥାଆନ୍ତି । ତୁମେମାନେ ମଧ୍ୟ ବ୍ରାହ୍ମଣ ଅଟ । ସେମାନେ ହେଲେ କୁଖ (କୋଳ) ବଂଶାବଳୀ ବ୍ରାହ୍ମଣ ଏବଂ ତୁମେମାନେ ହେଲ ମୁଖ ବଂଶାବଳୀ ବ୍ରାହ୍ମଣ । ଭକ୍ତିମାର୍ଗରେ କେତେ ଅନ୍ଧଶ୍ରଦ୍ଧା ରହିଛି । ଯେପରିକି ମନୁଷ୍ୟମାନେ ଅନ୍ଧବିଶ୍ୱାସ ରୂପକ ପଙ୍କରେ ଫସିଯାଇଛନ୍ତି । ଯେମିତି ପଙ୍କରେ ପାଦ ଫସି ଯାଏ, ସେମିତି ଭକ୍ତି ରୂପକ ପଙ୍କରେ ମନୁଷ୍ୟ ପଡି ଯାଇଛନ୍ତି ଏବଂ କଣ୍ଠ ପର୍ଯ୍ୟନ୍ତ ବୁଡି ରହିଛନ୍ତି । ତେବେ ଏହିଭଳି ସମୟରେ ହିଁ ବାବା ଆସି ଉଦ୍ଧାର କରୁଛନ୍ତି । ଯେତେବେଳେ କି କେବଳ ଚୁଟି ଦେଖାଯାଉଛି, ଯାହାକୁ ଧରି ବାବା ପଙ୍କରୁ ଉଦ୍ଧାର କରୁଛନ୍ତି କାରଣ ଧରି ଉଠାଇବା ପାଇଁ କିଛି ଦରକାର ନା । ପିଲାମାନେ ମନୁଷ୍ୟମାନଙ୍କୁ ବୁଝାଇବା ପାଇଁ ବହୁତ ମେହନତ କରୁଛନ୍ତି । ଦୁନିଆରେ କୋଟି କୋଟି ମନୁଷ୍ୟ ଅଛନ୍ତି, ଜଣ ଜଣଙ୍କ ନିକଟକୁ ଯିବା ପାଇଁ ବହୁତ ମେହନତ ଲାଗୁଛି । ତୁମର ଖବରକାଗଜ ମାଧ୍ୟମରେ ବଦନାମ ମଧ୍ୟ ହୋଇଛି ଯେ ଏମାନେ ହରଣ କରି ନେଇ ଯାଉଛନ୍ତି, ଘରଦ୍ୱାର ଠାରୁ ଦୂରେଇ ଦେଉଛନ୍ତି, ଭାଇ-ଭଉଣୀ କରିଦେଉଛନ୍ତି । ଆରମ୍ଭରେ ଏହି କଥା ସବୁଆଡେ ଖେଳିଯାଇଥିଲା । ଖବରକାଗଜମାନଙ୍କ ମାଧ୍ୟମରେ ଚହଳ ପଡିଯାଇଥିଲା । ଏବେ ଜଣ ଜଣକୁ ତ ବୁଝାଇ ହେବ ନାହିଁ । ଖବରକାଗଜ ହିଁ ପୁଣି ତୁମର କାମରେ ଆସିବ । ତା’ ଦ୍ୱାରା ହିଁ ତୁମର ନାମ ବିଖ୍ୟାତ ହେବ । ଏବେ ଏହି ବିଚାର କରିବାକୁ ହେବ - କ’ଣ କଲେ ସବୁ ମନୁଷ୍ୟ ବୁଝିଯିବେ । ରକ୍ଷାବନ୍ଧନର ଅର୍ଥ କ’ଣ? ବର୍ତ୍ତମାନ ବାବା ପବିତ୍ର କରିବା ପାଇଁ ଆସିଛନ୍ତି, ତେଣୁ ବାବା ପିଲାମାନଙ୍କୁ ପବିତ୍ରତାର ପ୍ରତିଜ୍ଞା କରାଉଛନ୍ତି । ତୁମକୁ ପତିତରୁ ପବିତ୍ର କରୁଥିବା ବାବା ହିଁ ରାକ୍ଷୀ ବାନ୍ଧୁଛନ୍ତି ।

କୃଷ୍ଣଙ୍କର ଜନ୍ମ ଦିନ ପାଳନ କରୁଛନ୍ତି ତେବେ ନିଶ୍ଚିତ ସିଏ କେବେ ସିଂହାସନରେ ବସିଥିବେ ନା । ତାଙ୍କର ରାଜ୍ୟ ଅଭିଷେକ ଦେଖାଉ ନାହାଁନ୍ତି । ସତ୍ୟଯୁଗ ଆରମ୍ଭରେ ଲକ୍ଷ୍ମୀ-ନାରାୟଣ ଥିଲେ । ତାଙ୍କର ରାଜ୍ୟାଭିଷେକ ହୋଇଥିବ । ରାଜକୁମାରଙ୍କର ଜନ୍ମ ଦିନ ପାଳନ କରିଥା’ନ୍ତି କିନ୍ତୁ ରାଜ୍ୟାଭିଷେକ ନୁହେଁ । ଦୀପାବଳୀରେ ରାଜ୍ୟାଭିଷେକ ହୋଇଥାଏ, ତାହା ପୁଣି ବହୁଡ ଆଡମ୍ବରରେ ହୋଇଥାଏ । ତାହା ହେଉଛି ସତ୍ୟଯୁଗ । ସଂଗମ ଯୁଗରେ ଯାହା ସବୁ ହେଉଛି ଏ ସବୁ ସେଠାରେ ହୁଏ ନାହିଁ । ପ୍ରତ୍ୟେକ ଘର ଆଲୋକିତ ଏହି ସଂଗମରେ ହିଁ ହେବାର ଅଛି । ସେଠାରେ ଦୀପାବଳୀ ଆଦି ପର୍ବ ପାଳନ କରନ୍ତି ନାହିଁ କାରଣ ଆତ୍ମାମାନଙ୍କର ଜ୍ୟୋତି ଜାଗ୍ରତ ହୋଇ ରହିଥାଏ । ସେଠାରେ ରାଜ୍ୟାଭିଷେକ ହୋଇଥାଏ, ଦୀପାବଳୀ ପାଳନ କରାଯାଏ ନାହିଁ । ଯେ ପର୍ଯ୍ୟନ୍ତ ଆତ୍ମାମାନଙ୍କର ଜ୍ୟୋତି ଜାଗ୍ରତ ହୋଇନାହିଁ ସେ ପର୍ଯ୍ୟନ୍ତ ସେମାନେ ଘରକୁ ଯାଇପାରିବେ ନାହିଁ । ତେବେ ବର୍ତ୍ତମାନ ତ ସମସ୍ତେ ପତିତ, ସେମାନଙ୍କୁ ପବିତ୍ର କରିବା ପାଇଁ ବିଚାର କରିବା ଦରକାର । ପିଲାମାନେ ଜ୍ଞାନକୁ ବହୁତ ଚିନ୍ତନ ମନ୍ଥନ କରି ବଡ ବଡ ଲୋକମାନଙ୍କ ନିକଟକୁ ଯାଇଥା’ନ୍ତି । ପିଲାମାନଙ୍କର ଖବରକାଗଜ ଦ୍ୱାରା ବହୁତ ବଦନାମ ହୋଇଛି, ପୁଣି ଏହା ଦ୍ୱାରା ନାମ ମଧ୍ୟ ବିଖ୍ୟାତ ହେବ । କିଛି ପଇସା ଦେଇ ଦେଲେ ସେମାନେ ଭଲ ଭଲ କଥା ଲେଖିବେ । ତେବେ ତୁମେ କେତେ ପଇସା ଦେଇପାରିବ! ପଇସା ଦେବା ତ ଲାଞ୍ଚ ହେଲା ନା । ଏହା ତ ନିୟମ ବିରୁଦ୍ଧ ହୋଇଗଲା । ଆଜିକାଲି ବିନା ଲାଞ୍ଚରେ କିଛି କାମ ହେଉନାହିଁ । ସେମାନେ ଯେମିତି ଲାଞ୍ଚ ଦେଉଛନ୍ତି, ଯଦି ତୁମେ ମଧ୍ୟ ସେମିତି ଲାଞ୍ଚ ଦେବ ତାହାହେଲେ ଉଭୟଙ୍କ ଭିତରେ ପାର୍ଥକ୍ୟ କ’ଣ ରହିବ । ତୁମର ହେଉଛି ଯୋଗବଳର କଥା । ତୁମର ଯୋଗବଳ ଏତେ ଥିବା ଦରକାର ଯାହାକି ତୁମେ କାହାଠାରୁ ମଧ୍ୟ କାର୍ଯ୍ୟ ହାସଲ କରିପାରିବ । କରିବା ଦରକାର । ଜ୍ଞାନର ତେଣୁ ଭ୍ରମରୀ ଭଳି ଭୁଁ-ଭୁଁ ବଳ ତ ତୁମ ପାଖରେ ମଧ୍ୟ ଅଛି । ଏହି ଚିତ୍ର ଆଦିରେ ଜ୍ଞାନ ଅଛି କିନ୍ତୁ ଯୋଗ ତ ଗୁପ୍ତ । ବେହଦର ସମ୍ପତ୍ତି ନେବାକୁ ହେଲେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇବାକୁ ହେବ । ସିଏ ତ ଗୁପ୍ତ, ଯାହାଙ୍କ ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ, ତାଙ୍କୁ କେଉଁଠାରେ ବି ବସି ତୁମେମାନେ ମନେ ପକାଇ ପାରିବ । କେବଳ ଏହିଠାରେ ବସି ଯୋଗ ସାଧନା କରିବାର ନାହିଁ । ଜ୍ଞାନ ଏବଂ ଯୋଗ ଉଭୟ ବହୁତ ସହଜ । କେବଳ ୭ ଦିନର ପାଠ୍ୟକ୍ରମ କରିନେଲ, ବାସ୍ । ଆଉ ଅଧିକ କିଛି ଆବଶ୍ୟକ ନାହିଁ । ପୁଣି ତୁମେ ଅନ୍ୟମାନଙ୍କୁ ନିଜ ସମାନ କରିବାର ସେବା କର । ବାବା ଜ୍ଞାନର, ଶାନ୍ତିର ସାଗର ଅଟନ୍ତି । ଏହି ଦୁଇଟି କଥା ହେଉଛି ମୁଖ୍ୟ । ୟାଙ୍କଠାରୁ ତୁମେ ଶାନ୍ତିର ସମ୍ପତ୍ତି ନେଉଛ । ଯୋଗ ମଧ୍ୟ ବହୁତ ସୂକ୍ଷ୍ମ ।

ତୁମେ ପିଲାମାନେ ଭଲେ ବାହାରକୁ ପରିଭ୍ରମଣରେ ଯାଉଛ କିନ୍ତୁ ବାବାଙ୍କୁ ୟାଦ କର । କାରଣ ପବିତ୍ର ହେବାକୁ ପଡିବ, ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ନିଜ ଭିତରେ କୌଣସି ଅବଗୁଣ ରହିବା ଉଚିତ୍ ନୁହେଁ । କାମ ବିକାର ହେଉଛି ବହୁତ ବଡ ଅବଗୁଣ । ବାବା କହୁଛନ୍ତି ତୁମେମାନେ ଏବେ ଆଉ ପତିତ ହୁଅ ନାହିଁ । ଭଲେ ସ୍ତ୍ରୀ ବି ତୁମ ସମ୍ମୁଖରେ ଛିଡା ହୋଇଯାଉ, କିନ୍ତୁ ତୁମେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ଦେଖୁଥିଲେ ମଧ୍ୟ ଦେଖ ନାହିଁ । ମୁଁ ତ ନିଜ ପିତାଙ୍କୁ ମନେ ପକାଉଛି, ସିଏ ଜ୍ଞାନର ସାଗର ଅଟନ୍ତି । ତୁମକୁ ମଧ୍ୟ ନିଜ ସମାନ କରୁଛନ୍ତି ତେଣୁ ତୁମେ ମଧ୍ୟ ଜ୍ଞାନ ସାଗର ହେଉଛ । ଏଥିରେ କୌଣସି ଦ୍ୱନ୍ଦ୍ୱରେ ପଡିବାର ନାହିଁ । ସିଏ ହେଉଛନ୍ତି ପରମଆତ୍ମା । ସିଏ ପରମ ଧାମରେ ରୁହନ୍ତି ସେଥିପାଇଁ ତାଙ୍କୁ ପରମ କୁହାଯାଉଛି । ସେଠାରେ ତ ତୁମେମାନେ ମଧ୍ୟ ରହୁଛ । ଏବେ ତୁମେମାନେ ପୁରୁଷାର୍ଥର କ୍ରମାନୁସାରେ ଜ୍ଞାନ ନେଉଛ । ଯେଉଁମାନେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେଉଛନ୍ତି ସେମାନଙ୍କୁ ମଧ୍ୟ ପୂରା ଜ୍ଞାନର ସାଗର ହୋଇଛନ୍ତି ବୋଲି କୁହାଯିବ । ବାବା ମଧ୍ୟ ଜ୍ଞାନର ସାଗର, ତୁମେ ମଧ୍ୟ ଜ୍ଞାନର ସାଗର । ଆତ୍ମା କେବେ ଛୋଟ ବଡ ହୁଏ ନାହିଁ । ପରମପିତା ମଧ୍ୟ କିଛି ବଡ ହୁଅନ୍ତି ନାହିଁ । ଲୋକମାନେ ତାଙ୍କୁ ଯେଉଁ ହଜାର ସୂର୍ଯ୍ୟଠାରୁ ତେଜୋମୟ ବୋଲି କହୁଛନ୍ତି - ଏ ସବୁ ମନଗଢା କାହାଣୀ । ବୁଦ୍ଧିରେ ତାଙ୍କୁ ଯେଉଁ ରୂପରେ ମନେ ପକାଉଛନ୍ତି ସେହିଭଳି ରୂପରେ ତାଙ୍କୁ ସାକ୍ଷାତ୍‌କାର ହେଉଛି । ଏଥିରେ ତାଙ୍କୁ ଜାଣିବାର ଜ୍ଞାନ ଥିବା ଦରକାର । ଆତ୍ମାର ସାକ୍ଷାତ୍‌କାର ଅଥବା ପରମାତ୍ମାଙ୍କର ସାକ୍ଷାତ୍‌କାର, କଥା ତ ଗୋଟିଏ । ବାବା ଅନୁଭବ କରାଇଛନ୍ତି - ମୁଁ ହିଁ ପତିତ-ପାବନ, ଜ୍ଞାନର ସାଗର ଅଟେ । ମୁଁ ସମୟ ଅନୁସାରେ ଆସି ସମସ୍ତଙ୍କର ସଦ୍‌ଗତି କରୁଛି । ସବୁଠାରୁ ଅଧିକ ଭକ୍ତି ତୁମେମାନେ ହିଁ କରିଛ ପୁଣି ବାବା ଆସି ତୁମକୁ ପାଠ ପଢାଉଛନ୍ତି । ରକ୍ଷାବନ୍ଧନ ପରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଏ । ପୁଣି ତା’ପରେ ଦଶହରା । ବାସ୍ତବରେ ଦଶହରା ପୂର୍ବରୁ ତ କୃଷ୍ଣ ଆସିପାରିବେ ନାହିଁ । ତେଣୁ ପ୍ରଥମେ ଦଶହରା ହେବା ଦରକାର ଏବଂ ତା’ପରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିବା ଦରକାର । ଏ ସବୁର ହିସାବ ମଧ୍ୟ ତୁମେ ବାହାର କରିପାରିବ । ପୂର୍ବରୁ ତ ତୁମେ କିଛି ବି ବୁଝି ନ ଥିଲ । ଏବେ ବାବା ତୁମକୁ କେତେ ବୁଦ୍ଧିମାନ କରିଛନ୍ତି । ଶିକ୍ଷକ ବିଦ୍ୟାର୍ଥୀମାନଙ୍କୁ ବୁଦ୍ଧିମାନ କରିଥା’ନ୍ତି ନା । ଏବେ ତୁମେ ଜାଣିଛ ଯେ ଭଗବାନ ବିନ୍ଦୁ ସ୍ୱରୂପ ଅଟନ୍ତି । ଏହି ସୃଷ୍ଟିରୂପୀ ବୃକ୍ଷ କେତେ ବଡ । ସବୁ ଆତ୍ମା ଉପରେ ବିନ୍ଦୁ ରୂପରେ ରୁହନ୍ତି । ବାବା ମିଠା-ମିଠା ପିଲାମାନଙ୍କୁ ବୁଝାଉଛନ୍ତି, ବାସ୍ତବରେ ଗୋଟିଏ ସେକେଣ୍ଡରେ ତୁମେମାନେ ବୁଦ୍ଧିମାନ ହୋଇଯିବା ଦରକାର କିନ୍ତୁ ପଥରବୁଦ୍ଧି ହୋଇଥିବା କାରଣରୁ କିଛି ବି ବୁଝୁ ନାହାଁନ୍ତି । ନଚେତ୍ ଏହା ତ ଗୋଟିଏ ସେକେଣ୍ଡର କଥା । ଶରୀରର ପିତା ତ ପ୍ରତି ଜନ୍ମରେ ନୂଆ ନୂଆ ମିଳିଥା’ନ୍ତି । ଏହି ବେହଦର ପିତା ଥରେ ମାତ୍ର ଆସି ୨୧ ଜନ୍ମର ସମ୍ପତ୍ତି ଦେଉଛନ୍ତି । ଏବେ ତୁମେ ବେହଦର ପିତାଙ୍କଠାରୁ ବେହଦର ସମ୍ପତ୍ତି ନେଉଛ । ତୁମର ଆୟୁଷ ମଧ୍ୟ ବଡ ହେଉଛି । ଏମିତି ବି ନୁହେଁ ଯେ ୨୧ ଜନ୍ମ ପର୍ଯ୍ୟନ୍ତ ଜଣେ ହିଁ ପିତା ରହିବେ । ନା । ତୁମର ଆୟୁଷ ବଡ ହେଉଛି । ତୁମେ ସେଠାରେ କେବେ ଦୁଃଖ ଦେଖିବ ନାହିଁ । ଅନ୍ତିମ ସମୟରେ ତୁମ ବୁଦ୍ଧିରେ ଏହି ଜ୍ଞାନ ରହିବ । ତେଣୁ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ସମ୍ପତ୍ତି ନେବାକୁ ହେବ । ବାସ୍‌, ସନ୍ତାନ ଜନ୍ମ ହେବା ମାତ୍ରକେ ପିତାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ହୋଇଯାଏ । ସେହିଭଳି ତୁମେମାନେ ମଧ୍ୟ ବାବାଙ୍କୁ ଜାଣିଲ, ବାସ୍ ବାବା ଏବଂ ସମ୍ପତ୍ତିକୁ ମନେ ପକାଅ, ପବିତ୍ର ରୁହ ଏବଂ ଦୈବୀଗୁଣ ଧାରଣ କର, ବାବା ଏବଂ ସମ୍ପତ୍ତିକୁ ମନେ ପକାଇବା ତ ବହୁତ ସହଜ । ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମଧ୍ୟ ତୁମ ସମ୍ମୁଖରେ ରହିଛି ।

ଏବେ ପିଲାମାନଙ୍କୁ ବିଚାର କରିବା ଦରକାର - ଆମେ ଖବରକାଗଜ ଦ୍ୱାରା ଅନ୍ୟମାନଙ୍କୁ କିପରି ବୁଝାଇବୁ । ତ୍ରିମୂର୍ତ୍ତିୀର ଚିତ୍ର ମଧ୍ୟ ଛାପିବା ଦରକାର କାରଣ କୁହାଯାଉଛି ବ୍ରହ୍ମା ଦ୍ୱାରା ସ୍ଥାପନା । ବ୍ରାହ୍ମଣମାନଙ୍କୁ ପବିତ୍ର କରିବା ପାଇଁ ବାବା ଆସିଛନ୍ତି, ସେଥିପାଇଁ ରାକ୍ଷୀ ବାନ୍ଧୁଛନ୍ତି । ପତିତ-ପାବନ ବାବା, ଭାରତକୁ ପାବନ କରୁଛନ୍ତି, ତେଣୁ ପ୍ରତ୍ୟେକଙ୍କୁ ପବିତ୍ର ହେବାକୁ ପଡିବ କାହିଁକି ନା ଏବେ ପବିତ୍ର ଦୁନିଆ ସ୍ଥାପନ ହେଉଛି । ତୁମର ୮୪ ଜନ୍ମ ପୂରଣ ହେଉଛି । ଯେଉଁମାନେ ବହୁତ ଜନ୍ମ ନେଇଥିବେ ସେହିମାନେ ହିଁ ଏହି ଜ୍ଞାନକୁ ଭଲ ଭାବରେ ବୁଝିପାରିବେ । ଯେଉଁମାନେ ପଛରେ ଆସୁଛନ୍ତି ସେମାନଙ୍କର ଖୁସି ରହିବ ନାହିଁ କାରଣ ଭକ୍ତି କମ୍ କରିଛନ୍ତି । ଭକ୍ତିର ଫଳ ଦେବା ପାଇଁ ବାବା ଆସୁଛନ୍ତି ନା । କିଏ ଅଧିକ ଭକ୍ତି କରିଛନ୍ତି ଏହା ମଧ୍ୟ ଏବେ ତୁମେ ଜାଣୁଛ । ପ୍ରଥମ ନମ୍ବରରେ ତୁମେମାନେ ହିଁ ଆସିଛ । ତୁମେମାନେ ହିଁ ଅବ୍ୟଭିଚାରୀ ଭକ୍ତି କରିଛ । ତୁମେ ନିଜେ ନିଜକୁ ମଧ୍ୟ ପଚାର ଯେ ମୁଁ ଅଧିକ ଭକ୍ତି କରିଛି ନା ଇଏ? ଯିଏ ସବୁଠାରୁ ଅଧିକ ସେବା କରୁଛନ୍ତି ନିଶ୍ଚିତ ସିଏ ଅଧିକ ଭକ୍ତି ମଧ୍ୟ କରିଛନ୍ତି । କୁମାରକା, ଜନକ, ମନୋହର, ଗୁଲଜାର - ବାବା ଏମାନଙ୍କ ନାମ ଲେଖୁଛନ୍ତି । କ୍ରମାନୁସାରେ ତ ରହିଛନ୍ତି । ଏଠାରେ ତ କ୍ରମାନୁସାରେ ବସାଯାଇପାରିବ ନାହିଁ । ତେବେ ବିଚାର କରିବା ଦରକାର - ଖବରକାଗଜକୁ ରକ୍ଷାବନ୍ଧନ ପର୍ବ ବିଷୟରେ କ’ଣ ଲେଖା ଦେବା ଦରକାର । ମନ୍ତ୍ରୀମାନଙ୍କ ପାଖକୁ ରାକ୍ଷୀ ବାନ୍ଧିବାକୁ ଯାଉଛନ୍ତି, ତାହା ତ ଠିକ୍ କଥା କିନ୍ତୁ ଏହା ଦ୍ୱାରା ତ ସେମାନେ ପବିତ୍ର ହେଉନାହାଁନ୍ତି । ତୁମେ କହୁଛ - ପବିତ୍ର ହୁଅ, ତେବେ ପବିତ୍ର ଦୁନିଆ ସ୍ଥାପନ ହୋଇଯିବ । ୬୩ ଜନ୍ମ ବିକାରୀ ହୋଇଛ, ଏବେ ବାବା କହୁଛନ୍ତି ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ । ଭଗବାନଙ୍କୁ ମନେ ପକାଅ ତେବେ ତୁମ ମୁଣ୍ଡ ଉପରେ ଯେଉଁ ପାପ ରହିଛି ସେ ସବୁ ଓହ୍ଲାଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସମ୍ମାନର ସହିତ ପାସ୍ ହେବା ପାଇଁ ବାବାଙ୍କ ସମାନ ଜ୍ଞାନର ସାଗର ହେବାକୁ ପଡିବ । ଯଦି କୌଣସି ବି ଅବଗୁଣ ତୁମ ଭିତରେ ଅଛି ତେବେ ତା’କୁ ଯାଞ୍ଚ କରି ବାହାର କରିଦେବାକୁ ହେବ । ଶରୀରକୁ ଦେଖୁଥିଲେ ମଧ୍ୟ ନ ଦେଖି, ନିଜକୁ ଆତ୍ମା ନିଶ୍ଚୟ କରି ଆତ୍ମା ଭାଇ ସହିତ କଥାବାର୍ତ୍ତା କରିବାକୁ ହେବ ।

(୨) ଯୋଗବଳ ଏତେ ଜମା କରିବାକୁ ହେବ ଯାହାକି ନିଜର ସବୁ କାର୍ଯ୍ୟ ସହଜ ହୋଇଯିବ । ଖବରକାଗଜ ଦ୍ୱାରା ସମସ୍ତଙ୍କୁ ପବିତ୍ର ହେବାର ସନ୍ଦେଶ ଦେବାକୁ ହେବ । ନିଜ ସମାନ କରିବାର ସେବା କରିବାକୁ ହେବ ।

ବରଦାନ:-
ଦୈହିକ ସ୍ମୃତିକୁ ଦେହୀ-ଅଭିମାନୀ ସ୍ଥିତିରେ ପରିବର୍ତ୍ତନ କରୁଥିବା ବେହଦର ବୈରାଗୀ ହୁଅ ।

ଈଶ୍ୱରୀୟ ମାର୍ଗରେ ଚାଲୁ ଚାଲୁ ଯଦି କାହାର ବୈରାଗ୍ୟ ଖଣ୍ଡିତ ହୋଇଯାଉଛି ତେବେ ଏହାର ମୁଖ୍ୟ କାରଣ ହେଲା - ଦେହ-ଭାନ୍ ଅର୍ଥାତ୍ ଦେହର ସ୍ମୃତି । ଯେ ପର୍ଯ୍ୟନ୍ତ ଦୈହିକ-ସ୍ମୃତି ପ୍ରତି ବୈରାଗ୍ୟ ଆସି ନାହିଁ ସେ ପର୍ଯ୍ୟନ୍ତ କୌଣସି କଥାରେ ସଦାକାଳର ବୈରାଗ୍ୟ ରହିପାରିବ ନାହିଁ । ସମ୍ବନ୍ଧ ପ୍ରତି ବୈରାଗ୍ୟ ଆସିବା ଏହା କୌଣସି ବଡ କଥା ନୁହେଁ, ତାହା ତ ଦୁନିଆରେ ମଧ୍ୟ ଅନେକଙ୍କର ଆସିଯାଉଛି କିନ୍ତୁ ଏଠାରେ ଦୈହିକ ସ୍ମୃତିର ଯେଉଁ ସବୁ ଭିନ୍ନ ଭିନ୍ନ ରୂପ ଗୁଡିକ ରହିଛି, ସେଗୁଡିକୁ ଜାଣି, ଦେହ-ଭାନ୍‌କୁ ଦେହୀ-ଅଭିମାନୀ ସ୍ଥିତିରେ ପରିବର୍ତ୍ତିତ କରିଦେବା - ଏହା ହିଁ ହେଉଛି ବେହଦର ବୈରାଗୀ ହେବାର ପ୍ରକୃତ ବିଧି ।

ସ୍ଲୋଗାନ:-
ଯଦି ସଂକଳ୍ପ ରୂପୀ ପାଦ ମଜବୁତ ହୋଇଥିବ ତେବେ କଳା ବାଦଳ ଭଳି ସମସ୍ୟା ଗୁଡିକ ମଧ୍ୟ ପରିବର୍ତ୍ତନ ହୋଇଯିବ ।