13.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ସର୍ବ ଆତ୍ମାମାନଙ୍କୁ କର୍ମବନ୍ଧନରୁ ଉଦ୍ଧାର କରୁଥିବା ଉଦ୍ଧାରକାରୀ ସେନା ଅଟ, ତୁମକୁ
କୌଣସି ବି କର୍ମବନ୍ଧନରେ ବାନ୍ଧି ହେବାର ନାହିଁ ।”
ପ୍ରଶ୍ନ:-
କେଉଁ ଅଭ୍ୟାସ
କରି ଚାଲିବା ଦ୍ୱାରା ଆତ୍ମା ବହୁତ ବହୁତ ଶକ୍ତିଶାଳୀ ହୋଇଯିବ?
ଉତ୍ତର:-
ଯେତେବେଳେ ବି ସମୟ ମିଳୁଛି ଶରୀରରୁ ଅଲଗା ହେବାର ଅଭ୍ୟାସ କର । ଦେହଠାରୁ ଅଲଗା ହେବା ଦ୍ୱାରା
ଆତ୍ମାର ଶକ୍ତି ଆପେ ଆପେ ଫେରି ଆସିବ, ସେଥିରେ ବଳ ଭରିଯିବ । ତୁମେମାନେ ହେଉଛ ଅଣ୍ଡର ଗ୍ରାଉଣ୍ଡ
ମିଲିଟାରୀ ଅର୍ଥାତ୍ ଗୁପ୍ତ ସେନା, ତୁମକୁ ଏବେ ନିର୍ଦ୍ଦେଶ ମିଳୁଛି - ଆଟେନ୍ସନ୍ ପ୍ଲିଜ୍
ଅର୍ଥାତ୍ ଏକମାତ୍ର ବାବାଙ୍କର ସ୍ମୃତିରେ ରୁହ, ଅଶରୀରୀ ହୋଇଯାଅ ।
ଓମ୍ ଶାନ୍ତି ।
ଓମ୍ ଶାନ୍ତିର
ଅର୍ଥ ତ ବାବା ଭଲ ଭାବରେ ବୁଝାଇଛନ୍ତି । ଯେଉଁଠାରେ ମିଲେଟ୍ରୀ ଛିଡ଼ା ହୋଇଥା’ନ୍ତି ସେମାନଙ୍କୁ
ନିର୍ଦ୍ଦେଶ ମିଳେ, ‘ଅଟେନ୍ସନ୍’, ସେମାନଙ୍କର ଆଟେନ୍ସନ୍ ଅର୍ଥାତ୍ ସାଇଲେନ୍ସ । ଏଠାରେ ମଧ୍ୟ
ତୁମକୁ ବାବା କହୁଛନ୍ତି, ଅଟେନ୍ସନ୍ ଅର୍ଥାତ୍ ଏକମାତ୍ର ବାବାଙ୍କର ସ୍ମୃତିରେ ରୁହ । ମୁଖ ଦ୍ୱାରା
କହିବାକୁ ପଡ଼ୁଛି, ନଚେତ୍ ବାସ୍ତବରେ ସେ ବାଣୀରୁ ମଧ୍ୟ ଉର୍ଦ୍ଧ୍ୱରେ ରହିବା ଦରକାର । ଆଟେନ୍ସନ୍,
ବାବାଙ୍କ ସ୍ମୃତିରେ ଅଛ? ବାବାଙ୍କର ନିର୍ଦ୍ଦେଶ ଅଥବା ଶ୍ରୀମତ ମିଳୁଛି, ତୁମେ ଆତ୍ମାକୁ ଜାଣିଲ
ଏବଂ ପରମାତ୍ମାଙ୍କର ପରିଚୟ ପାଇଲ ତେଣୁ ବାବାଙ୍କୁ ମନେ ପକାଇବା ବିନା ତୁମେ ବିକର୍ମାଜିତ୍ ଅଥବା
ସତ୍ତ୍ୱପ୍ରଧାନ (ପବିତ୍ର) ହୋଇପାରିବ ନାହିଁ । ଏହା ହେଉଛି ମୂଳ କଥା, ବାବା କହୁଛନ୍ତି -
ମିଠା-ମିଠା ଆଦରର ପିଲାମାନେ ନିଜକୁ ଆତ୍ମା ମନେକରି ବାବାଙ୍କୁ ମନେ ପକାଅ । ଏସବୁ ହେଉଛି
ବର୍ତ୍ତମାନର କଥା, ଯାହାକୁ ପୁଣି ଦୁନିଆରେ ମିଲେଟ୍ରୀକୁ ନେଇଯାଇଛନ୍ତି । ସିଏ ବି ମିଲେଟ୍ରୀ,
ତୁମେ ମଧ୍ୟ ମିଲେଟ୍ରୀ ଅଟ । ଅଣ୍ଡରଗ୍ରାଉଣ୍ଡ ମିଲେଟ୍ରୀ ମଧ୍ୟ ରହିଥା’ନ୍ତି ନା । ଗୁପ୍ତ
ହୋଇଯାଇଥାଆନ୍ତି । ତୁମେ ମଧ୍ୟ ଅଣ୍ଡରଗ୍ରାଉଣ୍ଡ ଅଟ । ତୁମେ ମଧ୍ୟ ଗୁପ୍ତ ହୋଇଯାଉଛ ଅର୍ଥାତ୍
ବାବାଙ୍କ ସ୍ମୃତିରେ ଲୀନ ହୋଇଯାଉଛ । ଏହାକୁ ଅଣ୍ଡରଗ୍ରାଉଣ୍ଡ କୁହାଯାଏ । କେହି ଚିହ୍ନି ପାରିବେ
ନାହିଁ କାହିଁକିନା ତୁମେ ଗୁପ୍ତ ଅଟ ନା । ତୁମର ଯୋଗର ଯାତ୍ରା ମଧ୍ୟ ଗୁପ୍ତ, ବାବା କହୁଛନ୍ତି
କେବଳ ମୋତେ ମନେ ପକାଅ, କାହିଁକିନା ବାବା ଜାଣିଛନ୍ତି ଯୋଗ ଦ୍ୱାରା ଏହି ବିଚରାମାନଙ୍କର କଲ୍ୟାଣ
ହେବ । ଏବେ ତୁମକୁ ବିଚରା କୁହାଯିବ ନା । ସ୍ୱର୍ଗରେ ବିଚରା (ଦୁଃଖୀ)ମାନେ ରହିବେ ନାହିଁ । ଯିଏ
କେଉଁଠାରେ କର୍ମବନ୍ଧନରେ ବାନ୍ଧିହୋଇ ରହିଥା’ନ୍ତି ତାଙ୍କୁ ବିଚାରା କୁହାଯାଏ । ଏ କଥା ମଧ୍ୟ ତୁମେ
ବୁଝୁଛ, ବାବା ବୁଝାଉଛନ୍ତି - ତୁମକୁ ଲାଇଟ୍ ହାଉସ୍ ମଧ୍ୟ କୁହାଯାଉଛି । ବାବାଙ୍କୁ ମଧ୍ୟ ଲାଇଟ୍
ହାଉସ୍ କୁହାଯାଉଛି । ବାବା ଘଡି ଘଡ଼ି ବୁଝାଉଛନ୍ତି, ଗୋଟିଏ ଆଖିରେ ଶାନ୍ତିଧାମ, ଅନ୍ୟ ଆଖିରେ
ସୁଖଧାମକୁ ରଖ । ତୁମେ ଯେପରି ବତିଘର ଅଟ । ଉଠିବା, ବସିବା ଚାଲିବା ସମୟରେ ତୁମେ ଲାଇଟ ହୋଇ ରୁହ
। ସମସ୍ତଙ୍କୁ ସୁଖଧାମ, ଶାନ୍ତିଧାମର ରାସ୍ତା ଦେଖାଇଚାଲ । ଏହି ଦୁଃଖଧାମରେ ସମସ୍ତଙ୍କର ନୌକା
ଅଟକି ରହିଛି ସେଥିପାଇଁ ତ କହୁଛନ୍ତି ହେ ନାଉରୀ, ମୋର ନାଆକୁ ପାରି କରିଦିଅ ହେ ମାଝୀ ।
ସମସ୍ତଙ୍କର ଡ଼ଙ୍ଗା ମଝି ଦରିଆରେ ଫସି ରହିଛି । ତାକୁ ଉଦ୍ଧାର କିଏ କରିବ? ସେମାନେ (ମିଲେଟ୍ରୀମାନେ)
ତ ପ୍ରକୃତରେ କୌଣସି ସେଲବେସନ୍ ଆର୍ମି (ଉଦ୍ଧାରକର୍ତ୍ତା) ନୁହଁନ୍ତି । କେବଳ ଏହିପରି ନାମ
ରଖିଦେଇଛନ୍ତି । ବାସ୍ତବରେ ତୁମେ ହେଉଛ ସେଲବେସନ୍ ଆର୍ମି, ତୁମେ ସମସ୍ତଙ୍କୁ ଉଦ୍ଧାର କରୁଛ ।
ସମସ୍ତେ ୫ ବିକାରର ଜଞ୍ଜିରରେ ବାନ୍ଧି ହୋଇ ରହିଯାଇଛନ୍ତି ସେଥିପାଇଁ କହୁଛନ୍ତି ଆମକୁ ଲିବରେଟ୍ (ମୁକ୍ତ)
କର, ସେଲ୍ବେଜ (ଉଦ୍ଧାର) କର । ତେଣୁ ବାବା କହୁଛନ୍ତି ଏହି ଯୋଗର ଯାତ୍ରା ଦ୍ୱାରା ତୁମେ ପାରି
ହୋଇଯିବ । ଏବେ ତ ସମସ୍ତେ ମାୟାର ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି । ବାବାଙ୍କୁ ବଗିଚାର ମାଲିକ
ମଧ୍ୟ କୁହାଯାଉଛି । ସବୁ କଥା ବର୍ତ୍ତମାନ ସମୟର । ତୁମକୁ ଫୁଲ ହେବାକୁ ପଡ଼ିବ, ଏବେ ତ ସମସ୍ତେ
କଣ୍ଟା ହୋଇଯାଇଛନ୍ତି, କାହିଁକିନା ହିଂସ୍ର ଅଟନ୍ତି । ଏବେ ଅହିଂସକ ହେବାକୁ ପଡ଼ିବ । ପାବନ ହେବାକୁ
ପଡିବ । ଧର୍ମ ସ୍ଥାପନ କରିବାକୁ ପବିତ୍ର ଆତ୍ମାମାନେ ହିଁ ଆସୁଛନ୍ତି । ସେମାନେ ତ ଅପବିତ୍ର ହୋଇ
ପାରିବେ ନାହିଁ । ପ୍ରଥମେ ପ୍ରଥମେ ଯେତେବେଳେ ଆସନ୍ତି ତ ପବିତ୍ର ହୋଇଥିବା କାରଣରୁ ତାଙ୍କର ଆତ୍ମା
ଏବଂ ଶରୀରକୁ ଦୁଃଖ ମିଳିପାରିବ ନାହିଁ, କାହିଁକିନା ତାଙ୍କ ଉପରେ କୌଣସି ପାପ ନ ଥାଏ । ଯେତେବେଳେ
ଆମେ ପବିତ୍ର ଥାଉ ସେ ସମୟରେ (ସତ୍ୟଯୁଗରେ) କୌଣସି ପାପ ହେଉ ନାହିଁ, ତେଣୁ ଅନ୍ୟମାନଙ୍କର ମଧ୍ୟ
ହେଉନାହିଁ । ପ୍ରତ୍ୟେକ କଥା ଉପରେ ବିଚାର କରିବାକୁ ପଡିଥାଏ । ଧର୍ମ ସ୍ଥାପନ କରିବାକୁ ସେଠାରୁ
ଆତ୍ମାମାନେ ଆସିଥା’ନ୍ତି । ଯାହାଙ୍କର ପୁଣି ରାଜତ୍ୱ ଚାଲିଥାଏ । ଶିଖ୍ ଧର୍ମର ରାଜତ୍ୱ ମଧ୍ୟ
ରହିଛି । ସନ୍ନ୍ୟାସୀମାନଙ୍କର ରାଜତ୍ୱ ନ ଥାଏ, ସେମାନେ ରାଜା ହୋଇ ନ ଥା’ନ୍ତି । ଶିଖ୍ ଧର୍ମରେ
ମହାରାଜା ଇତ୍ୟାଦି ଅଛନ୍ତି, ତେଣୁ ସେମାନେ ଯେତେବେଳେ ସ୍ଥାପନା କରିବା ପାଇଁ ଆସୁଛନ୍ତି ଉପରୁ
ନୂଆ ଆତ୍ମା ହିଁ ଆସୁଛନ୍ତି । ଯୀଶୁ ଖ୍ରୀଷ୍ଟ ଆସି ଖ୍ରୀଷ୍ଟ୍ରିୟାନ ଧର୍ମ ସ୍ଥାପନା କଲେ,
ବୁଦ୍ଧଙ୍କ ଦ୍ୱାରା ବୌଦ୍ଧ, ଇବ୍ରାହିମ୍ଙ୍କ ଦ୍ୱାରା ଇସ୍ଲାମ ଧର୍ମର ସ୍ଥାପନ ହେଲା - ସମସ୍ତଙ୍କ
ନାମ ସହିତ ରାଶି (ଧର୍ମର ନାମ) ମିଶୁଛି । ଦେବୀ-ଦେବତା ଧର୍ମର ନାମ ମିଶୁନାହିଁ । ନିରାକାର ବାବା
ହିଁ ଆସି ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ସିଏ ଦେହଧାରୀ ନୁହଁନ୍ତି । ଅନ୍ୟ ଯେଉଁ
ଧର୍ମସ୍ଥାପକମାନେ ଅଛନ୍ତି ତାଙ୍କର ଦେହର ନାମ ରହିଛି । ଇଏ ଦେହଧାରୀ ନୁହଁନ୍ତି । ନୂଆ ଦୁନିଆରେ
ରାଜବଂଶ ଚାଲିଥାଏ । ତେଣୁ ବାବା କହୁଛନ୍ତି ପିଲାମାନେ ନିଜକୁ ଆତ୍ମିକ ମିଲେଟ୍ରୀ ବୋଲି ନିଶ୍ଚିତ
କର । ଦୁନିଆର ମିଲେଟ୍ରୀ ଆଦିର କମାଣ୍ଡର ଆସି ଆଟେନ୍ସନ୍ କହିବା ମାତ୍ରେ ତୁରନ୍ତ ଛିଡ଼ା
ହୋଇଯାଆନ୍ତି । ଏବେ ସେମାନେ ତ ପ୍ରତ୍ୟେକ ନିଜ ନିଜ ଗୁରୁଙ୍କୁ ମନେ ପକାଇବେ ଅଥବା ଶାନ୍ତିରେ
ରହିବେ । କିନ୍ତୁ ତାହା ହେଉଛି ମିଛ ଶାନ୍ତି । ତୁମେ ଜାଣିଛ ଆମେ ଆତ୍ମା ଅଟୁ, ଆମର ସ୍ୱଧର୍ମ
ହେଉଛି ଶାନ୍ତି । ପୁଣି ମନେ କାହାକୁ ପକାଇବା? ଏବେ ତୁମକୁ ଜ୍ଞାନ ମିଳୁଛି । ଜ୍ଞାନ ସହିତ ଯୋଗରେ
ରହିବା ଦ୍ୱାରା ପାପ କଟିଥାଏ । ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ମନୁଷ୍ୟମାନେ ଏହି କଥା
ବୁଝୁନାହାଁନ୍ତି ଯେ ମୁଁ ଆତ୍ମା ଶାନ୍ତ ସ୍ୱରୂପ ଅଟେ । ଆମକୁ ଶରୀରରୁ ଅଲଗା ହୋଇ ବସିବାକୁ ହେବ ।
ଏଠାରେ ତୁମକୁ ସେହି ବଳ ମିଳୁଛି ଯାହାଦ୍ୱାରା ତୁମେ ନିଜକୁ ଆତ୍ମା ମନେ କରି ବାବାଙ୍କ ସ୍ମୃତିରେ
ବସିପାରିବ । କିପରି ନିଜକୁ ଆତ୍ମା ମନେକରି ଦେହଠାରୁ ଅଲଗା ହୋଇ ବସିବ - ଏ କଥା ବାବା ବୁଝାଉଛନ୍ତି
।
ତୁମେ ଜାଣିଛ ଆମ
ଆତ୍ମାମାନଙ୍କୁ ଏବେ ଘରକୁ ଫେରିବାକୁ ହେବ । ଆମେ ସେଠାକାର ବାସିନ୍ଦା ଅଟୁ । ଏତେ ଦିନ ହେବ ଘରକୁ
ଭୁଲିଯାଇଥିଲୁ, ଆଉ କେହି କ’ଣ ଏପରି ଭାବିଥା’ନ୍ତି କି ଆମକୁ ଘରକୁ ଯିବାକୁ ହେବ । ପତିତ ଆତ୍ମା ତ
ଫେରି ଯାଇପାରିବେ ନାହିଁ । ନା କେହି ଏପରି ବୁଝାଇଲା ବାଲା ଅଛନ୍ତି - ଯିଏ କହି ପାରିବ କି କାହାକୁ
ମନେପକାଇବା । ବାବା ବୁଝାଉଛନ୍ତି - କେବଳ ଜଣଙ୍କୁ ହିଁ ମନେ ପକାଇବାକୁ ହେବ । ଆଉ କାହାକୁ ମନେ
ପକାଇଲେ ଲାଭ କ’ଣ! ଧରିନିଅ, ଭକ୍ତିମାର୍ଗରେ ଶିବ-ଶିବ କହୁଛନ୍ତି, କେହି ତ ଜାଣି ନାହାଁନ୍ତି ଯେ
ଏହା ଦ୍ୱାରା କ’ଣ ହେବ? ଶିବଙ୍କୁ ମନେ ପକାଇଲେ ପାପ କଟିଯିବ - ଏକଥା କାହାକୁ ବି ଜଣା ନାହିଁ ।
କେବଳ ଆବାଜ ଶୁଣାଯିବ । ନିଶ୍ଚୟ ଆବାଜ୍ ତ ହେବ । ଏ ସବୁ କଥାରେ କୌଣସି ଲାଭ ନାହିଁ ।
ବ୍ରହ୍ମାବାବା ଗୁରୁ କରିଥିବାରୁ ଗୁରୁଙ୍କର ଅନୁଭବୀ ଅଟନ୍ତି ନା ।
ବାବା କହିଛନ୍ତି ନା -
ହେ ଅର୍ଜୁନ, ଏମାନଙ୍କୁ ଛାଡ଼ ... ସତ୍ଗୁରୁ ମିଳିଛନ୍ତି, ତେଣୁ ଏମାନଙ୍କର କିଛି ଆବଶ୍ୟକତା ନାହିଁ
। ସତ୍ଗୁରୁ ଉଦ୍ଧାର କରିଥା’ନ୍ତି । ବାବା କହୁଛନ୍ତି - ମୁଁ ତୁମକୁ ଆସୁରୀ ସଂସାରରୁ ପାର
କରିଦେଉଛି । ବିଷୟ ସାଗରରୁ ପାରି ହେବାକୁ ପଡିବ । ଏ ସବୁ ବୁଝାଇବାର କଥା । ନାଉରିଆ ତ ଏମିତି
ନାଆ ଚଳାଇଥାଏ କିନ୍ତୁ ବୁଝାଇବା ନିମନ୍ତେ ଏହି ନାମ ରଖାଯାଇଛି । ତାଙ୍କୁ କୁହାଯାଉଛି -
ପ୍ରାଣେଶ୍ୱର ବାବା ଅର୍ଥାତ୍ ପ୍ରାଣ ଦାନ ଦେଉଥିବା ବାବା, ସେ ଅମର କରିଦେଉଛନ୍ତି । ପ୍ରାଣ
ଆତ୍ମାକୁ କୁହାଯାଏ । ଆତ୍ମା ବାହାରି ଗଲେ କହିଥା’ନ୍ତି ପ୍ରାଣ ବାହାରିଗଲା । ପୁଣି ଶରୀରକୁ
ରଖିବାକୁ ମଧ୍ୟ ଦେଇ ନ ଥା’ନ୍ତି । ଆତ୍ମା ଅଛି ତ ଶରୀର ମଧ୍ୟ ସୁସ୍ଥ ରହିଥାଏ । ଆତ୍ମା ବିନା ତ
ଶରୀରରୁ ଦୁର୍ଗନ୍ଧ ବାହାରିଥାଏ । ପୁଣି ତାକୁ ରଖି କରି କ’ଣ କରିବେ । ଜୀବଜନ୍ତୁ ମଧ୍ୟ ମଲା ଶବକୁ
ରଖନ୍ତି ନାହିଁ । କେବଳ ମାଙ୍କଡ଼ମାନେ ତାଙ୍କର ପିଲା ମରିଗଲେ ଗନ୍ଧ ହେଲେ ମଧ୍ୟ ସେହି ମୁର୍ଦ୍ଦାରକୁ
ଛାଡ଼ନ୍ତି ନାହିଁ, ଯାବୁଡି ଧରିଥା’ନ୍ତି । ସେ ତ ପଶୁ, ତୁମେ ତ ମନୁଷ୍ୟ ଅଟ ନା । ଶରୀର ଛାଡ଼ି ଗଲେ
କହିବେ ତୁରନ୍ତ ଶବକୁ ବାହାର କର । ମନୁଷ୍ୟମାନେ କହିବେ ସ୍ୱର୍ଗକୁ ଗଲା । ଶବକୁ ଉଠାଇବା ସମୟରେ
ପ୍ରଥମେ ପାଦକୁ ଶ୍ମଶାନ ଆଡ଼କୁ ରଖିଥା’ନ୍ତି । ପୁଣି ଯେବେ ସେଠାରେ (ଶ୍ମଶାନ) ଭିତରକୁ ପଶନ୍ତି,
ପୂଜା ଆଦି କରିସାରି ଭାବନ୍ତି ଯେ ଏବେ ଇଏ ସ୍ୱର୍ଗକୁ ଯାଉଛି ତେଣୁ ତାକୁ ବୁଲାଇ ମୁହଁ ଶ୍ମଶାନ
ଆଡ଼କୁ କରିଦିଅନ୍ତି । ତୁମେ କୃଷ୍ଣଙ୍କୁ ମଧ୍ୟ ସଠିକ୍ ରୂପେ ଦେଖାଇଛ, ନର୍କକୁ ଗୋଇଠା ମାରୁଛନ୍ତି
। କୃଷ୍ଣଙ୍କର ତ ଏହି ଶରୀର ନୁହେଁ ତାଙ୍କର ନାମ ରୂପ ତ ବଦଳୁଛି । ଏତେ ସବୁ କଥା ବାବା ବୁଝାଇ
ପୁଣି କହୁଛନ୍ତି - ମନମନାଭବ ।
ଏଠାକୁ ଆସି ଯେବେ ବସୁଛ
ତେବେ ଆଟେନ୍ସନ୍ । ବୁଦ୍ଧି ବାବାଙ୍କ ପାଖରେ ଲାଗି ରହୁ । ତୁମର ସବୁବେଳ ପାଇଁ ଏହି ଧ୍ୟାନ ରହୁଛି
ଯେ ବଞ୍ଚିଥିବା ପର୍ଯ୍ୟନ୍ତ ବାବାଙ୍କୁ ମନେ ପକାଇବାକୁ ହେବ । ଯୋଗ ଦ୍ୱାରା ହିଁ ଜନ୍ମ
ଜନ୍ମାନ୍ତରର ପାପ କଟିଥାଏ । ଯୋଗ ନ କଲେ ପାପ ମଧ୍ୟ କଟିବ ନାହିଁ । ବାବାଙ୍କୁ ମନେ ପକାଇବାକୁ
ହେବ, ଯୋଗରେ ବସିବା ସମୟରେ କେବେ ହେଲେ ଆଖି ବନ୍ଦ କରିବା ଉଚିତ୍ ନୁହେଁ । ସନ୍ନ୍ୟାସୀମାନେ ଆଖି
ବନ୍ଦ କରି ବସିଥା’ନ୍ତି । କେହି କେହି ତ ସ୍ତ୍ରୀମାନଙ୍କର ମୁହଁ ମଧ୍ୟ ଦେଖନ୍ତି ନାହିଁ । ପଟି
ବାନ୍ଧି ବସିଥା’ନ୍ତି । ତୁମେ ଯେତେବେଳେ ଏଠାରେ ବସୁଛ ସେତେବେଳେ ରଚୟିତା ଏବଂ ରଚନାରେ ଆଦି,
ମଧ୍ୟ, ଅନ୍ତର ସ୍ୱଦର୍ଶନ ଚକ୍ର ଘୂରାଇବା ଦରକାର । ତୁମେ ବତୀଘର ଅଟ ନା । ଏହା ହେଉଛି ଦୁଃଖଧାମ,
ଗୋଟିଏ ଆଖିରେ ଦୁଃଖଧାମ, ଅନ୍ୟ ଆଖିରେ ସୁଖଧାମ । ଉଠିବା ବସିବା ସମୟରେ ନିଜକୁ ଲାଇଟ୍ ହାଉସ୍ ମନେ
କର । ବାବା ଭିନ୍ନ ଭିନ୍ନ ଉଦାହରଣ ଦେଇ ବୁଝାଉଛନ୍ତି । ତୁମେ ନିଜକୁ ମଧ୍ୟ ସୁରକ୍ଷିତ ରଖୁଛ ।
ଲାଇଟ୍ ହାଉସ୍ ହେବା ଦ୍ୱାରା ନିଜର କଲ୍ୟାଣ କରୁଛ । ବାବାଙ୍କୁ ନିଶ୍ଚୟ ମନେ ପକାଇବାକୁ ହେବ,
ରାସ୍ତାରେ ଯଦି କେହି ଦେଖା ହୁଏ ତେବେ ତାଙ୍କୁ ମଧ୍ୟ କହିବା ଦରକାର । ପରିଚିତ ଲୋକ ମଧ୍ୟ ବହୁତ
ମିଳିଥା’ନ୍ତି, ସେମାନେ ତ ପରସ୍ପରଙ୍କୁ ରାମ-ରାମ କହିଥା’ନ୍ତି, ତାଙ୍କୁ କୁହ ଆପଣଙ୍କୁ ଜଣା ଅଛି
ଏହା ହେଉଛି ଦୁଃଖଧାମ, ତାହା ହେଉଛି ଶାନ୍ତିଧାମ ଏବଂ ସୁଖଧାମ । ଆପଣ ଶାନ୍ତିଧାମ-ସୁଖଧାମକୁ
ଯିବାକୁ ଚାହୁଁଛନ୍ତି? ଏହି ୩ଟି ଚିତ୍ର କାହାକୁ ବୁଝାଇବା ତ ବହୁତ ସହଜ । ଆମେ ଆପଣଙ୍କୁ ଈଶାରା
ଦେଉଛୁ । ବତୀଘର ମଧ୍ୟ ଈଶାରା ଦେଇଥାଏ । ଏହି ଦୁନିଆ ରୂପୀ ନାଆ ରାବଣର ଜେଲ୍ରେ ଅଟକି ଯାଇଛି ।
ମନୁଷ୍ୟ ମନୁଷ୍ୟଙ୍କୁ କେବେ ବି ଉଦ୍ଧାର କରିପାରିବେ ନାହିଁ । ସେ ସବୁ ତ ଆର୍ଟିଫିସିଆଲ୍ ହଦର କଥା
। ଏହା ହେଉଛି ବେହଦର କଥା । ତାହା ମଧ୍ୟ ସୋସିଆଲ୍ ସୋସାଇଟୀର ସେବା ମଧ୍ୟ ନୁହେଁ । ବାସ୍ତବରେ ଏହା
ହେଉଛି ପ୍ରକୃତ ସେବା - ସମସ୍ତଙ୍କର ଭେଳା ପାର କରିବାକୁ ହେବ । ତୁମର ବୁଦ୍ଧିରେ ଅଛି ଯେ
ମନୁଷ୍ୟମାନଙ୍କର କି ସେବା କରିବୁ ।
ପ୍ରଥମେ କହିବାକୁ ହେବ
ଯେ ତୁମେ ଗୁରୁ କରୁଛ - ମୁକ୍ତିଧାମକୁ ଯିବା ପାଇଁ, ବାବାଙ୍କ ସହ ମିଶିବା ପାଇଁ । କିନ୍ତୁ କେହି
ମିଶୁନାହାଁନ୍ତି । ମିଶିବାର ରାସ୍ତା ବାବା ହିଁ ବତାଉଛନ୍ତି । ସେମାନେ ଭାବୁଛନ୍ତି - ଶାସ୍ତ୍ର
ଆଦି ପଢିବା ଦ୍ୱାରା ଭଗବାନ୍ ମିଳିଥା’ନ୍ତି, ଆଶା ରଖିଥିଲେ ଶେଷରେ ପୁଣି କୌଣସି ନା କୌଣସି ରୂପରେ
ମିଳିବେ । କେବେ ମିଳିବେ - ବାବା ତୁମକୁ ସବୁ କିଛି ବୁଝାଇଛନ୍ତି । ତୁମେ ଚିତ୍ରରେ ଦେଖାଇଛ ଯେ
କେବଳ ଜଣଙ୍କୁ ହିଁ ମନେପକାଇବାକୁ ହେବ । ଯିଏବି ଧର୍ମ ସ୍ଥାପକ ଅଛନ୍ତି ସେମାନେ ମଧ୍ୟ ଏହିପରି
ଈଶାରା ଦେଉଛନ୍ତି, କାହିଁକିନା ତୁମେ (କଳ୍ପ ପୂର୍ବେ) ଶିକ୍ଷା ଦେଇଥିଲ ତେଣୁ ସେମାନେ ମଧ୍ୟ
ସେହିପରି ଦେଉଛନ୍ତି । ସାହେବଙ୍କୁ ଜପ, ସେହି ବାବା ହିଁ ହେଉଛନ୍ତି ସତଗୁରୁ । ବାକି ତ ଅନେକ
ପ୍ରକାରର ଶିକ୍ଷାଦାତା ଅଛନ୍ତି । ସେମାନଙ୍କୁ କୁହାଯାଉଛି ଗୁରୁ । ଅଶରୀରୀ ହେବାର ଶିକ୍ଷା କେହି
ବି ଜାଣିନାହାଁନ୍ତି । ତୁମେ କହୁଛ ଶିବାବାବାଙ୍କୁ ମନେପକାଅ । ସେମାନେ ଶିବଙ୍କ ମନ୍ଦିରକୁ
ଯାଉଛନ୍ତି ତେଣୁ ସର୍ବଦା ଶିବଙ୍କୁ ବାବା କହିବାର ଅଭ୍ୟାସ ରହିଯାଇିଛି, ଅନ୍ୟ କାହାକୁ ବାବା
କହୁନାହାଁନ୍ତି । କିନ୍ତୁ ସେମାନେ (ଗୁରୁମାନେ) ତ ନିରାକାର ନୁହଁନ୍ତି ଶରୀରଧାରୀ ଅଟନ୍ତି । ଶିବ
ହେଉଛନ୍ତି ନିରାକାର, ସତ୍ୟ ବାବା, ସେ ତ ହେଲେ ସମସ୍ତଙ୍କର ବାବା । ସମସ୍ତ ଆତ୍ମାମାନେ ଅଶରୀରୀ
ଅଟନ୍ତି ।
ତୁମେ ସନ୍ତାନମାନେ ଯେବେ
ଏଠାରେ ବସୁଛ ତ ଏହି ନିଶାରେ ବସ । ତୁମେ ଜାଣିଛ ଯେ ଆମେ କିପରି ମାୟାର ବନ୍ଧନରେ ବାନ୍ଧି ହୋଇ
ରହିଥିଲୁ । ଏବେ ବାବା ଆସି ରାସ୍ତା ବତାଉଛନ୍ତି, ବାକି ସମସ୍ତେ ବାନ୍ଧି ହୋଇ ରହିଛନ୍ତି, ମୁକ୍ତ
ହୋଇନାହାଁନ୍ତି । ଦଣ୍ଡ ଭୋଗ କରି ପୁଣି ସମସ୍ତେ ମୁକ୍ତ ହୋଇଯିବେ । ତୁମକୁ ବୁଝାଉଛନ୍ତି ଯେ ଦଣ୍ଡ
ଭୋଗ କରି ପୁଣି ରୁଟି ଟୁକୁଡ଼ା (ନୀଚ୍ଚ ପଦ) ପାଇବାରେ ଲାଭ କ’ଣ? ବହୁତ ମୋଚରା (ଦଣ୍ଡ) ଖାଇଲେ ପଦ
ଭ୍ରଷ୍ଟ ହୋଇଯିବ! କମ୍ ମାନୀ (ପଦ) ମିଳିବ । ଅଳ୍ପ ମୋଚରା (ଦଣ୍ଡ) ଖାଇଲେ ମାନୀ ( ପଦ) ଭଲ ମିଳିବ
। ଏହା ହେଉଛି କଣ୍ଟାର ଜଙ୍ଗଲ । ସମସ୍ତେ ପରସ୍ପରକୁ କଣ୍ଟା ଲଗାଉଛନ୍ତି । ସ୍ୱର୍ଗକୁ କୁହାଯାଉଛି
- ଗାର୍ଡ଼ନ୍ ଅଫ୍ ଆଲ୍ଲା । ଖ୍ରୀଷ୍ଟିୟାନ୍ ଲୋକେ ମଧ୍ୟ କହନ୍ତି - ସ୍ୱର୍ଗ ଥିଲା । କେତେବେଳେ
ସାକ୍ଷାତ୍କାର ମଧ୍ୟ ହୋଇଯାଇ ପାରେ, ସମ୍ଭବତଃ ସେ ଏହି ଧର୍ମର ହୋଇ ଥିବେ ଯିଏକି ପୁଣି ନିଜ ଧର୍ମକୁ
ଆସିଯିବେ । ବାକି କେବଳ ସାକ୍ଷାତ୍କାର କଲେ ଏଥିରେ କ’ଣ ହେବ ! ଦେଖିବା ଦ୍ୱାରା କେହି ଯାଇପାରିବେ
ନାହିଁ । ବାବାଙ୍କୁ ଚିହ୍ନି ଜ୍ଞାନ ନେବାକୁ ହେବ । ସମସ୍ତେ ତ ଆସି ପାରିବେ ନାହିଁ । ସେଠାରେ ତ
ବହୁତ କମ୍ ଦେବତା ରୁହନ୍ତି । ବର୍ତ୍ତମାନ ଏତେ ହିନ୍ଦୁ ଅଛନ୍ତି, ପ୍ରକୃତରେ ସେମାନେ ଦେବତା ଥିଲେ
ନା । କିନ୍ତୁ ସେମାନେ ପବିତ୍ର ଥିଲେ, ଏମାନେ ହେଉଛନ୍ତି ପତିତ । ପତିତମାନଙ୍କୁ ଦେବତା କହିବା
ଶୋଭାପାଏ ନାହିଁ । ଏହା ଏକ ମାତ୍ର ଧର୍ମ ଯାହାକୁ ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ବୋଲି କୁହାଯାଉଛି ।
ଆଦି ସନାତନ ହିନ୍ଦୁ ଧର୍ମ ବୋଲି କହିଦେଉଛନ୍ତି । ଦେବତା ଧର୍ମର ନାମ ମଧ୍ୟ ରଖୁନାହାଁନ୍ତି ।
ଆମ ପିଲାମାନଙ୍କର ମୋଷ୍ଟ
ବିଲ୍ବେଡ଼୍ (ଅତିପ୍ରିୟ) ହେଉଛନ୍ତି, ବାବା ଯିଏକି ତୁମକୁ କ’ଣରୁ କ’ଣ କରି ଦେଉଛନ୍ତି । ତୁମେ
ବୁଝାଇ ପାରିବ ଯେ ବାବା କିପରି ଆସୁଛନ୍ତି, ଯଦିବା ଦେବତାମାନଙ୍କର ପାଦ ମଧ୍ୟ ପୁରୁଣା ତମଃପ୍ରଧାନ
ସୃଷ୍ଟିରେ ପଡିବ ନାହିଁ ତେବେ ବାବା କିପରି ଆସିବେ? ବାବା ତ ହେଉଛନ୍ତି ନିରାକାର, ତାଙ୍କର ତ
ନିଜର ପାଦ ନାହିଁ ସେଇଥିପାଇଁ ଏହାଙ୍କ ଭିତରେ ପ୍ରବେଶ କରୁଛନ୍ତି ।
ଏବେ ତୁମେ ସନ୍ତାନମାନେ
ଈଶ୍ୱରୀୟ ଦୁନିଆରେ ବସିଛ, ସେମାନେ ସବୁ ଆସୁରୀ ଦୁନିଆରେ ଅଛନ୍ତି । ଏହା ବହୁତ ଛୋଟ ସଙ୍ଗମ ଯୁଗ ।
ତୁମେ ବୁଝୁଛ ଯେ ଆମେ ନା ଦୈବୀ ସଂସାରରେ ଅଛୁ ନା ଆସୁରୀ ସଂସାରରେ ଅଛୁ । ଆମେ ଈଶ୍ୱରୀୟ ସଂସାରରେ
ରହିଛୁ । ବାବା ଆମକୁ ଘରକୁ ନେଇ ଯିବା ପାଇଁ ଆସିଛନ୍ତି । ବାବା କହୁଛନ୍ତି ତାହା ମୋର ଘର । ତୁମ
ପାଇଁ ମୁଁ ନିଜର ଘରକୁ ଛାଡ଼ି ଆସୁଛି । ଭାରତ ସୁଖଧାମ ହୋଇ ଗଲେ ମୁଁ ଆସିବି ନାହିଁ । ମୁଁ ବିଶ୍ୱର
ମାଲିକ ହେଉନାହିଁ, ତୁମେ ହେଉଛ । ମୁଁ ବ୍ରହ୍ମାଣ୍ଡର ମାଲିକ ଅଟେ । ବ୍ରହ୍ମାଣ୍ଡକୁ (ବ୍ରହ୍ମଲୋକକୁ)
ସମସ୍ତେ ଆସିବେ । ଏବେ ବି ସେଠାରେ (କିଛି ଆତ୍ମା) ମାଲିକ ହୋଇ ବସିଛନ୍ତି, ଯେଉଁମାନଙ୍କୁ ଏଠାକୁ
ଆସିବାର ଅଛି, କିନ୍ତୁ ସେମାନେ ଆସି ବିଶ୍ୱର ମାଲିକ ହେଉନାହାଁନ୍ତି । ବାବା ବହୁତ ବୁଝାଉଛନ୍ତି ।
କେହି ଭଲ ଛାତ୍ର ହୋଇଥିଲେ ବୃତ୍ତି ପାଇିଥା’ନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଏଠାରେ କହୁଛନ୍ତି
ଆମେ ପବିତ୍ର ହେବୁ ପୁଣି ବି ଯାଇ ପତିତ ହୋଇ ଯାଉଛନ୍ତି । ଏହିପରି ଅପରିପକ୍ୱ ଆତ୍ମା
ଯେଉଁମାନଙ୍କର ଧାରଣା ନାହିଁ ସେମାନଙ୍କୁ ଆଣ ନାହିଁ । ବ୍ରାହ୍ମଣୀଙ୍କର କାମ ହେଉଛି ଯାଞ୍ଚ କରି
ଆଣିବା । ତୁମେ ଜାଣିଛ ଯେ ଆତ୍ମା ହିଁ ଶରୀର ଧାରଣ କରି ଅଭିନୟ କରିଥାଏ । ତାକୁ ଅବିନାଶୀ ଅଭିନୟ
ମିଳିଛି । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବତୀଘର ହୋଇ
ସମସ୍ତଙ୍କୁ ଶାନ୍ତିଧାମ, ସୁଖଧାମର ରାସ୍ତା ଦେଖାଇବାକୁ ହେବ । ସମସ୍ତଙ୍କର ଜୀବନ ରୂପୀ ନୌକାକୁ
ଦୁଃଖଧାମରୁ ମୁକ୍ତ କରିବାର ସେବା କରିବାକୁ ହେବ, ତା’ସହିତ ନିଜର ମଧ୍ୟ କଲ୍ୟାଣ କରିବାକୁ ହେବ ।
(୨) ନିଜର ଶାନ୍ତ
ସ୍ୱରୂପ ସ୍ଥିତିରେ ସ୍ଥିତ ରହି ଶରୀରରୁ ଅଲଗା ହେବାର ଅଭ୍ୟାସ କରିବାକୁ ହେବ, ଯୋଗ କରିବା ସମୟରେ
ଆଖି ଖୋଲିକରି ବସିବାକୁ ହେବ, ବୁଦ୍ଧିରେ ରଚୟିତା ଏବଂ ରଚନା ବିଷୟରେ ଚିନ୍ତନ କରିବାକୁ ହେବ ।
ବରଦାନ:-
ନିଜର ସଂକଳ୍ପକୁ
ଶୁଦ୍ଧ, ଜ୍ଞାନ ସ୍ୱରୂପ ତଥା ଶକ୍ତି ସ୍ୱରୂପ କରୁଥିବା ସମ୍ପୂର୍ଣ୍ଣ ପବିତ୍ର ଆତ୍ମା ହୁଅ ।
ବାବାଙ୍କ ସମାନ ହେବା
ପାଇଁ ହେଲେ ପ୍ରଥମେ ପବିତ୍ରତାର ମୂଳଦୁଆକୁ ମଜବୁତ କର । ମୂଳଦୁଆ ରୂପରେ ବ୍ରହ୍ମଚର୍ଯ୍ୟ ବ୍ରତକୁ
ଧାରଣ କରିବା ତ ସାଧାରଣ କଥା, ତେଣୁ କେବଳ ଏତିକିରେ ଖୁସି ହୋଇଯାଅ ନାହିଁ । ଦୃଷ୍ଟି, ବୃତ୍ତିର
ପବିତ୍ରତା ଉପରେ ଆହୁରି ଅଧିକ ଗୁରୁତ୍ୱ ଦିଅ । ଏଥି ସହିତ ନିଜର ସଂକଳ୍ପକୁ ଶୁଦ୍ଧ, ଜ୍ଞାନ
ସ୍ୱରୂପ, ଶକ୍ତି ସ୍ୱରୂପ କର । ଏବେ ତ ତୁମର ସଂକଳ୍ପରେ ବହୁତ ଗୁଡିଏ ଦୁର୍ବଳତା ରହିଛି, ତେଣୁ
ଏଗୁଡିକୁ ମଧ୍ୟ ସମାପ୍ତ କର, ତେବେ କୁହାଯିବ ପବିତ୍ର ଆତ୍ମା ।
ସ୍ଲୋଗାନ:-
ଯଦି ଦୃଷ୍ଟିରେ
ସମସ୍ତଙ୍କ ପ୍ରତି ଦୟା ଏବଂ ଶୁଭଭାବନା ରହିବ ତେବେ ଅଭିମାନ ବା ଅପମାନର ଅଂଶ ମଧ୍ୟ ଆସିପାରିବ ନାହିଁ
।