13.11.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସମସ୍ତଙ୍କୁ ପ୍ରଥମେ ଅଲଫର ପାଠ ଅର୍ଥାତ୍ ବାବାଙ୍କ ବିଷୟରେ ପକ୍କା କରାଅ, ତୁମେ ସମସ୍ତେ ଆତ୍ମା ଭାଇ-ଭାଇ ଅଟ ।”

ପ୍ରଶ୍ନ:-
କେଉଁ ଗୋଟିଏ କଥାର ଶ୍ରୀମତ, ମନୁଷ୍ୟ ମତଠାରୁ ବିଲ୍‌କୁଲ୍ ବିପରୀତ ଅଟେ?

ଉତ୍ତର:-
ମନୁଷ୍ୟ ମତ କହୁଛି ଆମେ ମୋକ୍ଷକୁ ପ୍ରାପ୍ତ କରିବୁ । ଶ୍ରୀମତ କହୁଛି ଏହି ଡ୍ରାମା ଅନାଦି ଅବିନାଶୀ ଅଟେ । ମୋକ୍ଷ କାହାକୁ ବି ମିଳିପାରିବ ନାହିଁ । ଯଦିଓ କେହି କହୁଛନ୍ତି ଏହି ଅଭିନୟ ମୋର ପସନ୍ଦ ନୁହେଁ, କିନ୍ତୁ ଏଥିରେ କେହି କିଛି ବି କରିପାରିବେ ନାହିଁ, ଅଭିନୟ କରିବା ପାଇଁ ଆସିବାକୁ ହିଁ ପଡିବ । ଶ୍ରୀମତ ହିଁ ତୁମକୁ ଶ୍ରେଷ୍ଠ କରାଉଛି । ମନୁଷ୍ୟ ମତ ତ ଅନେକ ପ୍ରକାରର ରହିଛି ।

ଓମ୍ ଶାନ୍ତି ।
ବର୍ତ୍ତମାନ ଏକଥା ତ ପିଲାମାନେ ଜାଣିଛନ୍ତି ଯେ ଆମେ ବାବାଙ୍କ ସମ୍ମୁଖରେ ବସିଛୁ । ବାବା ମଧ୍ୟ ଜାଣିଛନ୍ତି ଯେ ପିଲାମାନେ ମୋ ସମ୍ମୁଖରେ ବସିଛନ୍ତି । ଏ କଥା ମଧ୍ୟ ତୁମେ ପିଲାମାନେ ଜାଣିଛ ବାବା ଆମକୁ ଶିକ୍ଷା ଦେଉଛନ୍ତି ଯାହା ପୁଣି ଅନ୍ୟ ଆତ୍ମାମାନଙ୍କୁ ଦେବାକୁ ହେବ । ପ୍ରଥମେ ତ ବାବାଙ୍କ ପରିଚୟ ହିଁ ଦେବାକୁ ହେବ କାହିଁକି ନା ସମସ୍ତେ ବାବାଙ୍କୁ ଏବଂ ବାବାଙ୍କ ଶିକ୍ଷାକୁ ଭୁଲିଯାଇଛନ୍ତି । ଏବେ ବାବା ଯେଉଁ ପାଠ ପଢାଉଛନ୍ତି ଏହି ପାଠପଢା ପୁଣି ୫ ହଜାର ବର୍ଷ ପରେ ମିଳିବ । ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ମୁଖ୍ୟ ହେଉଛି ବାବାଙ୍କର ପରିଚୟ ଦେବା ପୁଣି ବୁଝାଇବାକୁ ହେବ ଯେ ଆମେ ସମସ୍ତେ ଭାଇ-ଭାଇ । ସମଗ୍ର ଦୁନିଆରେ ଯେଉଁ ଆତ୍ମାମାନେ ଅଛନ୍ତି, ସମସ୍ତେ ପରସ୍ପର ମଧ୍ୟରେ ଭାଇ-ଭାଇ ଅଟନ୍ତି । ସମସ୍ତଙ୍କୁ ମିଳିଥିବା ଅଭିନୟ ସମସ୍ତେ ନିଜ ନିଜର ଶରୀର ଦ୍ୱାରା କରୁଛନ୍ତି । ଏବେ ତ ବାବା ଆସିଛନ୍ତି ନୂଆ ଦୁନିଆକୁ ନେଇଯିବା ପାଇଁ, ଯାହାକୁ ସ୍ୱର୍ଗ କୁହାଯାଉଛି । କିନ୍ତୁ ଏବେ ଆମେ ସମସ୍ତେ ଭାଇମାନେ ପତିତ ଅଟୁ, ଜଣେ ହେଲେ ପବିତ୍ର ନାହାଁନ୍ତି । ସମସ୍ତ ପତିତ ଆତ୍ମାଙ୍କୁ ପବିତ୍ର ଆତ୍ମା ଏକମାତ୍ର ବାବା ହିଁ କରୁଛନ୍ତି । ଏହା ହେଉଛି ହିଁ ପତିତ ବିକାରୀ ରାବଣର ଦୁନିଆ । ରାବଣର ଅର୍ଥ ହିଁ ହେଉଛି ୫ ବିକାର ସ୍ତ୍ରୀ ମଧ୍ୟରେ, ୫ ବିକାର ପୁରୁଷ ମଧ୍ୟରେ ଅଛି । ବାବା ବହୁତ ସହଜ ରୀତିରେ ବୁଝାଉଛନ୍ତି । ତୁମେ ମଧ୍ୟ ଅନ୍ୟକୁ ଏହିପରି ବୁଝାଇପାରିବ । ତେଣୁ ପ୍ରଥମେ ଏହି କଥା ବୁଝାଅ ଯେ ଆମ ଆତ୍ମାମାନଙ୍କର ସିଏ ପିତା ଅଟନ୍ତି, ଆମେ ସମସ୍ତେ ପରସ୍ପର ଭାଇ-ଭାଇ ଅଟୁ । ବୁଝାଇବା ପରେ ପଚାର ଏହା ଠିକ୍ ଅଟେ ନା? ଏହା ପରେ ମତାମତ ଲେଖାଅ ଯେ ଆମେ ସମସ୍ତେ ହେଉଛୁ ଭାଇ-ଭାଇ । ଆମର ବାପା ମଧ୍ୟ ଏକ ଅଟନ୍ତି । ଆମ ସମସ୍ତ ଆତ୍ମାମାନଙ୍କର ସେ ହେଉଛନ୍ତି ସୁପ୍ରିମ ଅର୍ଥାତ୍ ପରମ ଆତ୍ମା । ତାଙ୍କୁ ପିତା ବୋଲି କୁହାଯାଏ ଏହି ନିଶ୍ଚୟକୁ ପକ୍କା ବୁଦ୍ଧିରେ ରଖିଲେ ପରମାତ୍ମା ସର୍ବବ୍ୟାପୀ ଆଦିର ଯେଉଁ ଆବର୍ଜନା ବୁଦ୍ଧିରେ ରହିଛି ତାହା ବାହାରି ଯିବ । ପ୍ରଥମେ ଅଲଫ ଅର୍ଥାତ୍ ଆଲ୍ଲାଙ୍କ ବିଷୟରେ ପଢାଇବାକୁ ହେବ । ସେମାନଙ୍କୁ କୁହ, ଏହାକୁ ପ୍ରଥମେ ଭଲ ଭାବରେ ବସି ଲେଖ - ପୂର୍ବରୁ ପରମାତ୍ମା ସର୍ବବ୍ୟାପୀ କହୁଥିଲୁ, ଏବେ ବୁଝୁଛୁ ପରମାତ୍ମା ସର୍ବବ୍ୟାପୀ ନୁହଁନ୍ତି । ଆମେ ସମସ୍ତେ ଭାଇ-ଭାଇ ଅଟୁ । ସବୁ ଆତ୍ମାମାନେ କହୁଛନ୍ତି ଗଡ୍ ଫାଦର, ପରମପିତା ପରମାତ୍ମା, ଆଲ୍ଲା । ପ୍ରଥମେ ତ ଏହି ନିଶ୍ଚୟ କରାଇବାକୁ ହେବ ଯେ ଆମେ ସମସ୍ତେ ଆତ୍ମା, ପରମାତ୍ମା ନୋହୁଁ, ନାଁ ଆମ ମଧ୍ୟରେ ପରମାତ୍ମା ବ୍ୟାପକ ଅଟନ୍ତି । ସମସ୍ତଙ୍କ ମଧ୍ୟରେ ଆତ୍ମା ବ୍ୟାପକ ଅଟେ । ଆତ୍ମା ଶରୀର ଦ୍ୱାରା ଅଭିନୟ କରୁଛି । ଏହି ଜ୍ଞାନକୁ ପକ୍କା କରାଅ । ଆଚ୍ଛା ପୁଣି ବାବା ଆମକୁ ସୃଷ୍ଟିଚକ୍ରର ଆଦି, ମଧ୍ୟ, ଅନ୍ତର ଜ୍ଞାନ ଶୁଣାଉଛନ୍ତି । ବାବା ହିଁ ଶିକ୍ଷକ ରୂପରେ ବସି ବୁଝାଉଛନ୍ତି । ଲକ୍ଷ ଲକ୍ଷ ବର୍ଷର ତ କଥା ନୁହେଁ । ଏହି ଚକ୍ର ଅନାଦି ପୂର୍ବ-ପ୍ରସ୍ତୁତ ଅଟେ । ଚାରିଯୁଗ କିପରି ସମାନ ଭାବରେ ବିଭକ୍ତ ହୋଇଛି, ଏହାକୁ ଜାଣିବାକୁ ପଡିବ । ସତ୍ୟଯୁଗ-ତ୍ରେତା ଅତୀତ ହୋଇଗଲା, ଏହାକୁ ନୋଟ୍ କର । ସତ୍ୟଯୁଗକୁ ସ୍ୱର୍ଗ ଏବଂ ତ୍ରେତାକୁ ସେମି ସ୍ୱର୍ଗ କୁହାଯାଏ । ସେଠାରେ ଦେବୀ-ଦେବତା ମାନଙ୍କର ରାଜ୍ୟ ଚାଲିଥାଏ । ସତ୍ୟଯୁଗରେ ଥାଏ ୧୬ କଳା, ତ୍ରେତାରେ ୧୪ କଳା । ସତ୍ୟଯୁଗର ପ୍ରଭାବ ବହୁତ ଅଧିକ । ନାମ ହିଁ ହେଉଛି ସ୍ୱର୍ଗ, ହେଭେନ୍ । ସତ୍ୟଯୁଗକୁ ନୂଆ ଦୁନିଆ କୁହାଯାଉଛି । ତାର ହିଁ ମହିମା କରିବାକୁ ହେବ । ନୂଆ ଦୁନିଆରେ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ରହିବ । ନିଶ୍ଚୟ କରାଇବା ପାଇଁ ଚିତ୍ର ମଧ୍ୟ ତୁମ ପାଖରେ ଅଛି । ଏହି ସୃଷ୍ଟିର ଚକ୍ର ଘୂରି ଚାଲିଛି । ଏହି କଳ୍ପର ଆୟୁ ହିଁ ୫ ହଜାର ବର୍ଷ ଅଟେ । ଏବେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀର କଥା ତ ବୁଦ୍ଧିରେ ରହିଲା । ବିଷ୍ଣୁପୁରୀ ହିଁ ପରିବର୍ତ୍ତନ ହୋଇ ରାମ ସୀତାପୁରୀ ହେଉଛି । ତାଙ୍କର ବଂଶାବଳୀ ମଧ୍ୟ ରହିଛି ନା । ଦୁଇଟି ଯୁଗ ଅତୀତ ହେବା ପରେ ପୁଣି ଆସୁଛି ଦ୍ୱାପର ଯୁଗ ରାବଣର ରାଜ୍ୟ । ଯେଉଁ ସମୟରେ ଦେବତାମାନେ ବାମମାର୍ଗକୁ ଚାଲିଯାଆନ୍ତି (ବଂଶବୃଦ୍ଧି ନିମନ୍ତେ) ବିକାରର ପଦ୍ଧତି ଆରମ୍ଭ ହୋଇଯାଇଥାଏ । ସତ୍ୟଯୁଗ-ତ୍ରେତାରେ ସମସ୍ତେ ନିର୍ବିକାରୀ ରହିବେ । ସେଠାରେ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ରହିବ । ଚିତ୍ର ମଧ୍ୟ ଦେଖାଇବାକୁ ହେବ ଓ ମୌଖିକରେ ମଧ୍ୟ ବୁଝାଇବାକୁ ପଡିବ । ବାବା ଆମର ଶିକ୍ଷକ ହୋଇ ଏହିପରି ପଢାଉଛନ୍ତି । ବାବା ନିଜର ପରିଚୟ ନିଜେ ହିଁ ଆସି ଦେଉଛନ୍ତି । ନିଜେ କହୁଛନ୍ତି ମୁଁ ଆସୁଛି ପତିତଙ୍କୁ ପବିତ୍ର କରିବା ପାଇଁ, ତେଣୁ ମୋର ଶରୀର ନିଶ୍ଚୟ ଆବଶ୍ୟକ । ନଚେତ୍ କଥା କିପରି କହିବି । ମୁଁ ଚୈତନ୍ୟ ଅଟେ, ସତ୍ୟ ଅଟେ ଏବଂ ଅମର ଅଟେ । ସତ୍ୱ, ରଜଃ, ତମଃ ଅବସ୍ଥା ଦେଇ ଆତ୍ମା ଗତି କରିଥାଏ । ଆତ୍ମା ହିଁ ପତିତ, ଆତ୍ମା ହିଁ ପାବନ ହୋଇଥାଏ । ଆତ୍ମାରେ ହିଁ ସମସ୍ତ ସଂସ୍କାର ରହିଛି । ଅତୀତର କର୍ମ ଅଥବା ବିକର୍ମର ସଂସ୍କାର ଆତ୍ମା ହିଁ ସାଥିରେ ନେଇ ଆସିଥାଏ । ସତ୍ୟଯୁଗରେ ତ ବିକର୍ମ ହେବ ନାହିଁ, କର୍ମ କରିବେ, ଅଭିନୟ କରିବେ କିନ୍ତୁ ସେ ସମୟରେ କର୍ମ ଅକର୍ମ ହୋଇଯିବ । ଗୀତାରେ ମଧ୍ୟ ଏହି ଅକ୍ଷର ରହିଛି । ଏବେ ତୁମେ ବାସ୍ତବରେ ଏ ସମସ୍ତ କଥାକୁ ବୁଝୁଛ । ଜାଣୁଛ ବାବା ଏହି ପୁରୁଣା ଦୁନିଆକୁ ବଦଳାଇ ନୂଆ ଦୁନିଆ କରିବାକୁ ଆସିଛନ୍ତି, ଯେଉଁଠି କର୍ମ ଅକର୍ମ ହୋଇଯାଏ । ତାକୁ ହିଁ ସତ୍ୟଯୁଗ କୁହାଯାଉଛି ଏବଂ କଳିଯୁଗରେ ପୁଣି ପ୍ରତ୍ୟେକ କର୍ମ ବିକର୍ମ ହେଉଛି ।ଏହାକୁ କଳିଯୁଗ କୁହାଯାଉଛି । ତୁମେ ଏବେ ସଂଗମ ଯୁଗରେ ଅଛ । ବାବା ଉଭୟ ପଟର କଥା ଶୁଣାଉଛନ୍ତି । ଗୋଟିଏ ଗୋଟିଏ କଥାକୁ ଭଲ ଭାବରେ ବୁଝ - ବାବା ଶିକ୍ଷକ ହୋଇ କ’ଣ ବୁଝାଉଛନ୍ତି? ଆଚ୍ଛା, ବାକି ହେଉଛି ଗୁରୁଙ୍କର କର୍ତ୍ତବ୍ୟ, ତାଙ୍କୁ ଡାକୁଛନ୍ତି ଯେ ଆପଣ ଆସି ଆମ ପତିତମାନଙ୍କୁ ପବିତ୍ର କର । ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିବ । ଯେପରି ସୁନା, ଅଳଙ୍କାର ମଧ୍ୟ ସେହିପରି ହୋଇଥାଏ । ଗୀତାରେ ମଧ୍ୟ ଏହି ଅକ୍ଷର ରହିଛି । ୨୪ କ୍ୟାରେଟ ସୁନାରେ ଖାଦ ନ ମିଶାଇ ଅଳଙ୍କାର ତିଆରି କଲେ ତାହା ସତ୍ୱପ୍ରଧାନ ଅଳଙ୍କାର ହେବ । ଅପମିଶ୍ରଣ ହେବା ଦ୍ୱାରା ପୁଣି ତମଃପ୍ରଧାନ ହୋଇଯାଏ କାହିଁକି ନା ଖାଦ ମିଶିଥାଏ ନା । ପ୍ରଥମେ ଭାରତକୁ ୨୪ କ୍ୟାରେଟ୍ ପକ୍କା ସୋନେକୀ ଚିଡିଆ ଅର୍ଥାତ୍ ସୁନାର ଚଢେଇ କୁହାଯାଉଥିଲା । ତାହା ସତ୍ୱପ୍ରଧାନ ନୂଆ ଦୁନିଆ ଥିଲା ପୁଣି ଏବେ ତମଃପ୍ରଧାନ ହୋଇଯାଉଛି । ପ୍ରଥମେ ଖାଣ୍ଟି ସୁନାର ଦୁନିଆ ଥିଲା । ନୂଆ ଦୁନିଆ ପବିତ୍ର ଏବଂ ପୁରୁଣା ଦୁନିଆ ଅପବିତ୍ର । ଆତ୍ମାରେ ଖାଦ ମିଶି ଚାଲିଛି । ଏହି କଥା ବାବା ବୁଝାଉଛନ୍ତି । ଆଉ କେହି ମନୁଷ୍ୟ ଗୁରୁମାନେ ଏକଥା ଜାଣି ନାହାଁନ୍ତି । ଡାକୁଛନ୍ତି ଆସି ପବିତ୍ର କର । ସତଗୁରୁଙ୍କର କାମ ହେଉଛି ବାନପ୍ରସ୍ଥ ଅବସ୍ଥାରେ ମନୁଷ୍ୟମାନଙ୍କୁ ଗୃହସ୍ଥର ମୋହରୁ ମୁକ୍ତ କରିବା । ତେଣୁ ଏହି ସବୁ ଜ୍ଞାନ ଡ୍ରାମାର ଯୋଜନା ଅନୁସାରେ ବାବା ଆସି ଦେଉଛନ୍ତି । ସେ ହେଉଛନ୍ତି ମନୁଷ୍ୟ ସୃଷ୍ଟିର ବୀଜରୂପ । ସେ ହିଁ ସମଗ୍ର ବୃକ୍ଷର ଜ୍ଞାନ ବୁଝାଉଛନ୍ତି । ଶିବବାବାଙ୍କ ନାମ ସର୍ବଦା ଶିବ ହିଁ ଅଟେ । ବାକି ଯେଉଁ ଆତ୍ମାମାନେ ସବୁ ଅଭିନୟ କରିବାକୁ ଆସୁଛନ୍ତି, ସେମାନେ ଭିନ୍ନ-ଭିନ୍ନ ନାମ ଧାରଣ କରୁଛନ୍ତି । ବାବାଙ୍କୁ ଡାକୁଛନ୍ତି କିନ୍ତୁ ତାଙ୍କୁ ଜାଣି ନାହାଁନ୍ତି - ସେ କିପରି ତୁମକୁ ପବିତ୍ର ଦୁନିଆକୁ ନେଇଯିବା ପାଇଁ ଭାଗ୍ୟଶାଳୀ ରଥରେ ଆସୁଛନ୍ତି । ତେଣୁ ବାବା ବୁଝାଉଛନ୍ତି ମୁଁ ତାଙ୍କର ଶରୀରରେ ଆସୁଛି ଯିଏ ବହୁତ ଜନ୍ମର ଅନ୍ତିମ ସମୟରେ ଅଛନ୍ତି, ପୂରା ୮୪ ଜନ୍ମ ନେଉଛନ୍ତି । ତୁମମାନଙ୍କୁ ରାଜାମାନଙ୍କର ରାଜା କରାଇବା ପାଇଁ ଏହି ଭାଗ୍ୟଶାଳୀ ରଥରେ ପ୍ରବେଶ କରିବାକୁ ପଡୁଛି । ପ୍ରଥମ ନମ୍ବରରେ ଅଛନ୍ତି ଶ୍ରୀକୃଷ୍ଣ, ସେ ହେଉଛନ୍ତି ନୂଆ ଦୁନିଆର ମାଲିକ । ପୁଣି ସେ ପରମଧାମରୁ ଆସି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ପୁଣି ବୈଶ୍ୟବଂଶୀ,ଶୂଦ୍ରବଂଶୀ ଓ ପୁଣି ବ୍ରହ୍ମାବଂଶୀ ହେଉଛନ୍ତି । ସୁନାରୁ ରୂପା... ପୁଣି ତୁମେ ଏବେ ଲୁହାରୁ ସୁନା ହେଉଛ । ବାବା କହୁଛନ୍ତି ଏକମାତ୍ର ମୋତେ ଅର୍ଥାତ୍ ତୁମର ପିତାଙ୍କୁ ମନେ ପକାଅ । ଯାହାଙ୍କ ମଧ୍ୟରେ ମୁଁ ପ୍ରବେଶ କରୁଛି, ଏହାଙ୍କ ଆତ୍ମାରେ ତ ଟିକେ ହେଲେ ଜ୍ଞାନ ନ ଥିଲା । ଏହାଙ୍କ ମଧ୍ୟରେ ମୁଁ ପ୍ରବେଶ କରୁଛି, ସେଥିପାଇଁ ତାଙ୍କୁ ଭାଗ୍ୟଶାଳୀ ରଥ କୁହାଯାଉଛି । ବାବା ନିଜେ କହୁଛନ୍ତି ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ଆସୁଛି । ଗୀତାରେ ହିଁ ସଠିକ୍ ଅକ୍ଷର ରହିଛି । ଗୀତାକୁ ହିଁ ସର୍ବଶାସ୍ତ୍ରମୟୀ ଶିରୋମଣି କୁହାଯାଉଛି ।

ଏହି ସଂଗମଯୁଗରେ ହିଁ ବାବା ଆସି ବ୍ରାହ୍ମଣ କୂଳ ଏବଂ ଦେବୀ-ଦେବତା କୂଳର ସ୍ଥାପନା କରୁଛନ୍ତି । ଅନ୍ୟ ଧର୍ମ ବିଷୟରେ ତ ସମସ୍ତଙ୍କୁ ଜଣା ଅଛି, ଦେବୀ-ଦେବତା ଧର୍ମ ବିଷୟରେ କାହାକୁ ଜଣା ନାହିଁ । ବହୁତ ଜନ୍ମର ଅନ୍ତିମ ସମୟରେ ଅର୍ଥାତ୍ ସଂଗମଯୁଗରେ ହିଁ ବାବା ଆସୁଛନ୍ତି । ବାବା କହୁଛନ୍ତି ମୁଁ ବୀଜରୂପ ଅଟେ । ଶ୍ରୀକୃଷ୍ଣ ତ ହେଉଛନ୍ତି ସତ୍ୟଯୁଗର ବାସିନ୍ଦା ତାଙ୍କୁ ଅନ୍ୟ ସ୍ଥାନରେ ତ କେହି ଦେଖିପାରିବେ ନାହିଁ । ପୁନର୍ଜନ୍ମରେ ତ ନାମ, ରୂପ, ଦେଶ, କାଳ ସବୁ ବଦଳି ଯାଇଥାଏ । ପ୍ରଥମେ ଛୋଟ ପିଲା ସୁନ୍ଦର ହୋଇଥାଏ ପୁଣି ବଡ ହୋଇଥାଏ ପୁଣି ସେହି ଶରୀର ଛାଡି ଅନ୍ୟ ଏକ ଛୋଟ ଶରୀର ନେଇଥାଏ । ଏହା ପୂର୍ବ-ପ୍ରସ୍ତୁତ ଖେଳ ଅଟେ । ଡ୍ରାମାରେ ଏ ସବୁ ନିଧାର୍ଯ୍ୟ ରହିଛି । ଅନ୍ୟ ଶରୀରରେ ଥିବା ସମୟରେ ତ ତାଙ୍କୁ କୃଷ୍ଣ କୁହାଯିବ ନାହିଁ । ଅନ୍ୟ ଶରୀରରେ ପୁଣି ଅନ୍ୟ ନାମ ଦିଆଯିବ । ସମୟ, ଚେହେରା, ତିଥି, ତାରିଖ ଆଦି ସବୁ ବଦଳି ଯାଇଥାଏ । ବିଶ୍ୱର ଇତିହାସ-ଭୂଗୋଳର ଅବିକଳ ପୁନରାବୃତ୍ତି ହୁଏ । ତେଣୁ ଏହି ଡ୍ରାମାର ପୁନରାବୃତ୍ତି ହୋଇ ଚାଲିଛି । ସମସ୍ତଙ୍କୁ ସତ୍ତ୍ୱ, ରଜଃ, ତମଃ ଗୁଣରେ ଆସିବାକୁ ହିଁ ହେବ । ସୃଷ୍ଟିର ନାମ, ଯୁଗର ନାମ ସବୁ ବଦଳି ଯାଇଥାଏ । ବର୍ତ୍ତମାନ ଏହା ହେଉଛି ସଂଗମଯୁଗ । ମୁଁ ସଂଗମଯୁଗରେ ହିଁ ଆସୁଛି । ଏହାକୁ ବୁଦ୍ଧିରେ ପକ୍କା କରିବାକୁ ହେବ । ବାବା ଆମର ବାପ, ଶିକ୍ଷକ, ଗୁରୁ ଅଟନ୍ତି ଯିଏ ପୁଣି ସତ୍ୱପ୍ରଧାନ ହେବାର ବହୁତ ଭଲ ଉପାୟ ବତାଉଛନ୍ତି । ଗୀତାରେ ମଧ୍ୟ ଏ କଥା ରହିଛି । ଦେହ ସହିତ ଦେହର ସବୁ ଧର୍ମକୁ ଛାଡି ନିଜକୁ ଆତ୍ମା ଭାବ । ନିଜର ଘରକୁ ନିଶ୍ଚୟ ଫେରିବାକୁ ହେବ । ଭକ୍ତିମାର୍ଗରେ କେତେ ମେହନତ କରୁଛନ୍ତି, ଭଗବାନଙ୍କ ପାଖକୁ ଯିବା ପାଇଁ । ତାହା ହେଉଛି ମୁକ୍ତିଧାମ । କର୍ମରୁ ମୁକ୍ତ ହୋଇ ଆମେ ନିରାକାରୀ ଦୁନିଆରେ ନିରାକାରୀ ଆତ୍ମା ରୂପେ ବସୁଛୁ । ଅଭିନେତା ଘରକୁ ଗଲେ ତ ଅଭିନୟ କରିବାରୁ ମୁକ୍ତ ହେଲେ । ସମସ୍ତେ ଚାହୁଁଛନ୍ତି ଆମେ ମୁକ୍ତି ପାଇଯା’ନ୍ତୁ କି । କିନ୍ତୁ ମୁକ୍ତି ତ କାହାକୁ ବି ମିଳିପାରିବ ନାହିଁ । ଏହି ଡ୍ରାମା ଅନାଦି ଅବିନାଶୀ ଅଟେ । କେହି ଯଦି କୁହନ୍ତି ଏହି ଅଭିନୟ କରିବା ମୋ’ର ପସନ୍ଦ ହେଉ ନାହିଁ, ପରନ୍ତୁ ଏଥିପାଇଁ କେହି କିଛି କରିପାରିବେ ନାହିଁ । ଏହା ଅଦାନି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଜଣେ ମଧ୍ୟ ଏଥିରୁ ମୁକ୍ତି ପାଇପାରିବେ ନାହିଁ । ସେ ସବୁ ହେଉଛି ଅନେକ ପ୍ରକାରର ମନୁଷ୍ୟ ମତ । ଏହା ହେଉଛି ଶ୍ରୀମତ, ଶ୍ରେଷ୍ଠ କରାଇବା ପାଇଁ । ମନୁଷ୍ୟକୁ ଶ୍ରେଷ୍ଠ କୁହାଯିବ ନାହିଁ । ଦେବତାମାନଙ୍କୁ ଶ୍ରେଷ୍ଠ କୁହାଯାଇଥାଏ । ତାଙ୍କ ପାଖରେ ସମସ୍ତେ ନତମସ୍ତକ ହେଉଛନ୍ତି । ତେଣୁ ସେମାନେ ଶ୍ରେଷ୍ଠ ହେଲେ ନା । କିନ୍ତୁ ଏ କଥା ବି କାହାକୁ ଜଣା ନାହିଁ । ଏବେ ତୁମେ ବୁଝୁଛ ଯେ ୮୪ ଜନ୍ମ ତ ନେବାକୁ ହିଁ ହେବ । ଶ୍ରୀକୃଷ୍ଣ ଦେବତା ଅଟନ୍ତି, ସେ ବୈକୁଣ୍ଠର ରାଜକୁମାର । ସେ ଏଠାକୁ କିପରି ଆସିବେ, ନାଁ ସେ ଗୀତା ଶୁଣାଇଥିଲେ । କେବଳ ଦେବତା ଥିଲେ ସେଥିପାଇଁ ଲୋକେ ତାଙ୍କୁ ପୂଜା କରୁଛନ୍ତି । ଦେବତାମାନେ ହେଲେ ପବିତ୍ର, ନିଜେ ପତିତ ଅଟନ୍ତି । ଏ କଥା ମଧ୍ୟ କହୁଛନ୍ତି ମୁଁ ନିର୍ଗୁଣୀ ଅଟେ, ମୋ ପାଖରେ କୌଣସି ଗୁଣ ନାହିଁ... ଆପଣ ଆମକୁ ଏହିପରି (ନିଜଭଳି) କରନ୍ତୁ । ଶିବଙ୍କ ଆଗକୁ ଯାଇ କହୁଛନ୍ତି ଆମକୁ ମୁକ୍ତି ଦିଅ । ସେ କେବେ ଜୀବନମୁକ୍ତି ବା ଜୀବନବନ୍ଧନରେ ଆସୁ ନାହାଁନ୍ତି ସେଥିପାଇଁ ତାଙ୍କୁ ଡାକୁଛନ୍ତି ମୁକ୍ତି ଦିଅ । ଜୀବନମୁକ୍ତି ମଧ୍ୟ ସେ ହିଁ ଦେଉଛନ୍ତି ।

ଏବେ ତୁମେ ବୁଝୁଛ ବାବା ଏବଂ ମମ୍ମାଙ୍କର ଆମେ ସନ୍ତାନ ଅଟୁ, ତାଙ୍କଠାରୁ ଆମକୁ ଅସରନ୍ତି ଧନ ମିଳୁଛି । ମନୁଷ୍ୟମାନେ ତ ଅଜ୍ଞାନତା କାରଣରୁ ମାଗି ଚାଲିଥା’ନ୍ତି । ଅଜ୍ଞାନୀ ତ ନିଶ୍ଚୟ ଦୁଃଖୀ ହିଁ ହେବେ ନା । ଅସରନ୍ତି ଦୁଃଖ ଭୋଗ କରିବାକୁ ପଡିଥାଏ । ତେଣୁ ଏ ସବୁ କଥା ପିଲାମାନଙ୍କୁ ବୁଦ୍ଧିରେ ରଖିବାକୁ ହେବ । ଏକ ଅବିନାଶୀ ବାବାଙ୍କୁ ନ ଜାଣିବା କାରଣରୁ ପରସ୍ପର ମଧ୍ୟରେ କେତେ ଲଢେଇ କରୁଛନ୍ତି । ସମସ୍ତେ ଅନାଥ ହୋଇଯାଇଛନ୍ତି । ସେମାନେ ହେଲେ ହଦର ଅନାଥ ଅର୍ଥାତ୍ ଯେଉଁମାନଙ୍କର ବାପା ନାହାଁନ୍ତି, ଇଏ ହେଲେ ବେହଦର ଅନାଥ ଅର୍ଥାତ୍ ଯିଏ ପରମାତ୍ମା ପିତାଙ୍କୁ ଜାଣି ନାହାଁନ୍ତି । ବାବା ନୂଆ ଦୁନିଆର ସ୍ଥାପନା କରୁଛନ୍ତି । ବର୍ତ୍ତମାନ ହେଉଛି ପତିତ ଆତ୍ମାମାନଙ୍କର ପତିତ ଦୁନିଆ । ପବିତ୍ର ଦୁନିଆ ସତ୍ୟଯୁଗକୁ କୁହାଯାଇଥାଏ, କଳିଯୁଗକୁ ପୁରୁଣା ଦୁନିଆ କୁହାଯାଉଛି । ତେଣୁ ବୁଦ୍ଧିରେ ଏ ସବୁ କଥା ରହିଛି ନା । ପୁରୁଣା ଦୁନିଆର ବିନାଶ ହୋଇଯିବ, ପୁଣି ନୂଆ ଦୁନିଆକୁ ଆମର ବଦଳି ହୋଇଯିବ । ଏବେ ଆମେ ଅଳ୍ପ ସମୟ ପାଇଁ ସଂଗମ ଯୁଗରେ ରହିଛୁ । ପୁରୁଣା ଦୁନିଆରୁ ନୂଆ ଦୁନିଆ ହେଉଛି । ତୁମକୁ ନୂଆ ଦୁନିଆ ବିଷୟରେ ମଧ୍ୟ ଜଣା ଅଛି । ତୁମର ବୁଦ୍ଧି ଏବେ ନୂଆ ଦୁନିଆରେ ରହିବା ଦରକାର । ଉଠିବା-ବସିବା ସମୟରେ ବୁଦ୍ଧିରେ ରହୁ ଯେ ଆମେ ପାଠ ପଢୁଛୁ । ବାବା ଆମକୁ ପଢାଉଛନ୍ତି । ଛାତ୍ରମାନଙ୍କର ଏହି କଥା ମନେ ରହିବା ଉଚିତ୍‌, ପୁଣି ବି ଏହି ୟାଦ ପୁରୁଷାର୍ଥର କ୍ରମାନୁସାରେ ରହିଛି । ବାବା ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ୟାଦପ୍ୟାର ଦେଉଛନ୍ତି । ଭଲ ପାଠପଢୁଥିବା ବିଦ୍ୟାର୍ଥୀଙ୍କୁ ଟିଚର ନିଶ୍ଚିତ ଅଧିକ ସ୍ନେହ କରିବେ । କେତେ ପ୍ରଭେଦ ହୋଇଯାଇଥାଏ, ଏବେ ବାବା ତ ବୁଝାଇ ଚାଲିଛନ୍ତି । ପିଲାମାନଙ୍କୁ ଧାରଣା କରିବାକୁ ହେବ । ଏକ ବାବାଙ୍କ ବ୍ୟତୀତ ଅନ୍ୟ କେଉଁ ଆଡକୁ ବୁଦ୍ଧି ନ ଯାଉ । ବାବାଙ୍କୁ ୟାଦ ନ କଲେ ପାପ କିପରି କଟିବ । ମାୟା ଘଡିକୁ ଘଡି ତୁମର ବୁଦ୍ଧିଯୋଗ ଭ୍ରମିତ କରିଦେବ । ମାୟା ବହୁତ ଧୋକା ଦେଉଛି । ବ୍ରହ୍ମାବାବା ଉଦାହରଣ ଦେଉଛନ୍ତି ଭକ୍ତି ମାର୍ଗରେ ମୁଁ ଲକ୍ଷ୍ମୀଙ୍କର ବହୁତ ପୂଜା କରୁଥିଲି । ଚିତ୍ରରେ ଦେଖିଲି ଦେବୀ ଲକ୍ଷ୍ମୀ ନାରାୟଣଙ୍କର ପାଦ ମଚାଳୁଛନ୍ତି ତେଣୁ ଚିତ୍ରରେ ତାଙ୍କୁ ସେ କାର୍ଯ୍ୟରୁ ମୁକ୍ତ କରିଦେଲି । ଲକ୍ଷ୍ମୀ-ନାରାୟଣଙ୍କ ସ୍ମୃତିରେ ବସି ଯଦି ବୁଦ୍ଧି ଏଣେ-ତେଣେ ଚାଲିଯାଉଥିଲା ତେବେ ନିଜକୁ ଚାପୁଡା ମାରୁଥିଲି - ବୁଦ୍ଧି ଅନ୍ୟ ଆଡକୁ କାହିଁକି ଯାଉଛି? ଶେଷରେ ବିନାଶ ଏବଂ ସ୍ଥାପନାର ସାକ୍ଷାତ୍‌କାର ମଧ୍ୟ କଲି । ସାକ୍ଷାତ୍‌କାରର ଆଶା ପୂର୍ଣ୍ଣ ହେଲା, ବୁଝିଲି ଯେ ଏବେ ଏହି ନୂଆ ଦୁନିଆ ଆସୁଛି, ମୁଁ ଏପରି ବିଷ୍ଣୁ ହେବି । ବାକି ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ । ପକ୍କା ନିଶ୍ଚୟ ହୋଇଗଲା । ନିଜର ରାଜଧାନୀର ମଧ୍ୟ ସାକ୍ଷାତ୍‌କାର ହେଲା । ତେବେ ଯେତେବେଳେ କି ସ୍ୱର୍ଗର ରାଜତ୍ୱ ମିଳୁଛି ଏହି ରାବଣ ରାଜ୍ୟର ରାଜତ୍ୱକୁ କ’ଣ କରିବି! ଏହି ବିଚାର ଆସିବା ହିଁ ହେଉଛି ଈଶ୍ୱରୀୟ ବୁଦ୍ଧି । ଈଶ୍ୱର ନିଜେ ପ୍ରବେଶ କରି ଏହିପରି ବୁଦ୍ଧିକୁ ଚଳାଇଲେ । ଜ୍ଞାନର କଳସ ତ ମାତାମାନଙ୍କୁ ମିଳୁଛି, ତେଣୁ ମାତାମାନଙ୍କୁ ସବୁ କିଛି ଦେଇଦେଲେ । ତୁମେ କାରବାର ସମ୍ଭାଳ, ସମସ୍ତଙ୍କୁ ଶିଖାଅ । ଶିଖାଇ-ଶିଖାଇ ଏ ପର୍ଯ୍ୟନ୍ତ ଆସିଗଲେ । ଜଣେ ଅନ୍ୟ ଜଣକୁ ଶୁଣାଇ ଶୁଣାଇ ଦେଖ ଏବେ କେତେ ବୃଦ୍ଧି ହୋଇଗଲେଣି । ଆତ୍ମା ପବିତ୍ର ହୋଇ ଚାଲିଛି ପୁଣି ପବିତ୍ର ଆତ୍ମାକୁ ପବିତ୍ର ଶରୀର ବି ଦରକାର । ବୁଝୁଛନ୍ତି, ହେଲେ ପୁଣି ମଧ୍ୟ ମାୟା ଭୁଲାଇ ଦେଉଛି ।

ତୁମେ କହୁଛ ୭ ଦିନର ପାଠ୍ୟକ୍ରମ କର ତେବେ କହୁଛନ୍ତି କାଲି ଆସିବୁ । ଦ୍ୱିତୀୟ ଦିନ ମାୟା ସେ କଥା ଭୁଲାଇ ଦେଉଛି । ଆସୁ ହିଁ ନାହାଁନ୍ତି । ଭଗବାନ ପଢାଉଛନ୍ତି କିନ୍ତୁ ଭଗବାନ୍‌ଙ୍କ ପାଖକୁ ମଧ୍ୟ ଆସି ପଢୁ ନାହାଁନ୍ତି । କହୁଛନ୍ତି ମଧ୍ୟ ହଁ, ନିଶ୍ଚୟ ଆସିବୁ ପରନ୍ତୁ ମାୟା ନିଶା ଉଡାଇ ଦେଉଛି । ନିୟମିତ ବିଦ୍ୟାର୍ଥୀ ହେବାକୁ ଦେଉନାହିଁ । ଯିଏ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିଲେ ସେହିମାନେ ନିଶ୍ଚୟ କରିବେ । ଆଉ ତ କୌଣସି ଦୋକାନ ନାହିଁ । ତୁମେ ବହୁତ ପୁରୁଷାର୍ଥ କରୁଛ । ବଡ-ବଡ ମିୟ୍ୟୁଜିୟମ୍ ନିର୍ମାଣ କରୁଛ । ଯିଏ କଳ୍ପ ପୂର୍ବରୁ ବୁଝିଥିଲେ ସେହିମାନେ ହିଁ ବୁଝିବେ । ବିନାଶ ତ ହେବ, ତା’ ପୂର୍ବରୁ ସ୍ଥାପନା ମଧ୍ୟ ହୋଇଚାଲିଛି । ଆତ୍ମା ପାଠପଢି ଫାଷ୍ଟକ୍ଲାସ୍ ସତ୍ତ୍ୱପ୍ରଧାନ ଶରୀର ଧାରଣ କରିବ । ଆମର ଲକ୍ଷ୍ୟ-ଉଦ୍ଦେଶ୍ୟ ହିଁ ଏହା ଅଟେ ନା । ଏ କଥା ସଦାସର୍ବଦା କାହିଁକି ମନେ ରହିବ ନାହିଁ । ଏବେ ଆମେ ନିଜର ପୁରୁଷାର୍ଥ ଅନୁସାରେ ନୂଆ ଦୁନିଆକୁ ଯାଉଛେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବୁଦ୍ଧିରେ ସର୍ବଦା ମନେ ରହୁ କି ଏବେ ଆମେ ଅଳ୍ପ ସମୟ ପାଇଁ ସଂଗମଯୁଗରେ ବସିଛୁ, ପୁରୁଣା ଦୁନିଆର ବିନାଶ ହେଲେ ଆମେ ନୂଆ ଦୁନିଆକୁ ଟ୍ରାନ୍ସଫର ହୋଇଯିବୁ, ସେଥିପାଇଁ ଏଥିରୁ ବୁଦ୍ଧିଯୋଗ ତୁଟାଇ ଦେବାକୁ ହେବ ।

(୨) ସବୁ ଆତ୍ମାମାନଙ୍କୁ ବାବାଙ୍କର ପରିଚୟ ଦେଇ କର୍ମ, ଅକର୍ମ, ବିକର୍ମର ଗୁହ୍ୟ ଗତି ଶୁଣାଇବାକୁ ହେବ, ପ୍ରଥମେ ପ୍ରଥମେ ଅଲଫର ପାଠକୁ ହିଁ ପକ୍କା କରାଇବାକୁ ହେବ ।

ବରଦାନ:-
ଶ୍ରେଷ୍ଠ ପ୍ରାପ୍ତି ଗୁଡିକର ପ୍ରତ୍ୟକ୍ଷ ଫଳ ଦ୍ୱାରା ସର୍ବଦା ଖୁସିବାସିଆ ସ୍ଥିତିରେ ରହୁଥିବା ସଦା ସୁସ୍ଥ ଭବ ।

ସଂଗମଯୁଗରେ ଯଦି ଏବେ ଏବେ କରିଲ ଏବଂ ଏବେ ଏବେ ଶ୍ରେଷ୍ଠ ପ୍ରାପ୍ତିର ଅନୁଭୂତି ହେଲା - ତେବେ ଏହା ହିଁ ହେଉଛି ପ୍ରତ୍ୟକ୍ଷ ଫଳ । ତେବେ ସବୁଠାରୁ ଶ୍ରେଷ୍ଠ ଫଳ ହେଲା ନିଜକୁ ବାବାଙ୍କର ପାଖାପାଖି ଅନୁଭବ କରିବା । ଆଜିକାଲି ସାକାର ଦୁନିଆରେ କହୁଛନ୍ତି ଯଦି ଫଳ ଖାଇବ ତେବେ ସୁସ୍ଥ ରହିବ, ଅର୍ଥାତ୍ ଫଳକୁ ସୁସ୍ଥ ରହିବାର ଆଧାର ବୋଲି କହୁଛନ୍ତି ଏବଂ ତୁମେମାନେ ପ୍ରତି ମୂହୁର୍ତ୍ତରେ ପ୍ରତ୍ୟକ୍ଷ ଫଳ ଖାଇ ଚାଲିଛ ସେଥିପାଇଁ ସଦା ସୁସ୍ଥ ଅଟ । ଯଦି ତୁମକୁ କେହି ପଚାରେ ଯେ ତୁମର ହାଲ୍‌-ଚାଲ୍ କ’ଣ? ତେବେ କୁହ ଚାଲି ଫରିସ୍ତାମାନଙ୍କ ଭଳି ଏବଂ ହାଲ୍ ଅର୍ଥାତ୍ ସ୍ଥିତି ଖୁସିବାସିଆ ଅଟେ ।

ସ୍ଲୋଗାନ:-
ଯଦି ସମସ୍ତଙ୍କର ଆଶୀର୍ବାଦ ରୂପୀ ସମ୍ପତ୍ତିରେ ଭରପୂର ରହିବ ତେବେ ପୁରୁଷାର୍ଥରେ ମେହନତ କରିବାକୁ ପଡିବ ନାହିଁ ।