13.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହା
ତୁମର ଈଶ୍ୱରୀୟ ମିଶନ ଅର୍ଥାତ୍ ଧର୍ମ ପ୍ରଚାରକ ସଂଗଠନ ଅଟେ, ତୁମେ ସମସ୍ତଙ୍କୁ ଈଶ୍ୱରଙ୍କର
ସନ୍ତାନ କରାଇ ସେମାନଙ୍କୁ ଈଶ୍ୱରଙ୍କର ଅବିନାଶୀ ସମ୍ପତ୍ତିର ଅଧିକାରୀ କରୁଛ ।”
ପ୍ରଶ୍ନ:-
କର୍ମେନ୍ଦ୍ରିୟଗୁଡିକର ଚଞ୍ଚଳତା କେବେ ସମାପ୍ତ ହେବ?
ଉତ୍ତର:-
ଯେତେବେଳେ ତୁମର ସ୍ଥିତି ସିଲଭର ଏଜ୍ ଅର୍ଥାତ୍ ରୌପ୍ୟଯୁଗୀ ପର୍ଯ୍ୟନ୍ତ ପହଞ୍ଚିଯିବ ବା
ତ୍ରେତାଯୁଗୀ ସତ୍ତ୍ୱଗୁଣୀ ସ୍ଥିତି ପର୍ଯ୍ୟନ୍ତ ପହଞ୍ଚିଯିବ, ତେବେ ଯାଇ କର୍ମେନ୍ଦ୍ରିୟ ଗୁଡିକର
ଚଞ୍ଚଳତା ସମାପ୍ତ ହେବ । ଏବେ ତୁମମାନଙ୍କର ରିଟର୍ଣ୍ଣ ଜର୍ଣ୍ଣି ଅର୍ଥାତ୍ ଘର ବାହୁଡା ସମୟ,
ସେଥିପାଇଁ କର୍ମେନ୍ଦ୍ରିୟ ଗୁଡିକୁ ନିଜର ଆୟତ୍ତରେ ରଖିବାକୁ ହେବ । ଗୁପ୍ତ ରୂପରେ ଏପରି କୌଣସି
କର୍ମ କରିବା ଉଚିତ୍ ନୁହେଁ ଯାହାଦ୍ୱାରା ଆତ୍ମା ପତିତ ହୋଇଯିବ । ତେଣୁ ଅବିନାଶୀ ସର୍ଜନ ତୁମକୁ
ଯେଉଁଭଳି ସଂଯମତା ବତାଉଛନ୍ତି, ସେହି ଅନୁସାରେ ଚାଲୁଥାଅ ।
ଗୀତ:-
ମୁଖ୍ଡା ଦେଖ୍ଲେ
ପ୍ରାଣୀ...
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି । କେବଳ ତୁମମାନଙ୍କୁ ନୁହେଁ ଯେଉଁସବୁ ଆତ୍ମିକ
ସନ୍ତାନମାନେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ-ବଂଶାବଳୀ ଅଟନ୍ତି, ସେମାନେ ଏକଥା ଜାଣିଛନ୍ତି । ଆମ
ବ୍ରାହ୍ମଣମାନଙ୍କୁ ହିଁ ବାବା ବୁଝାଉଛନ୍ତି । ପ୍ରଥମେ ତୁମେ ଶୂଦ୍ର ଥିଲ ପୁଣି ଆସି ବ୍ରାହ୍ମଣ
ହୋଇଛ । ବାବା ବର୍ଣ୍ଣର ହିସାବ ମଧ୍ୟ ବୁଝାଉଛନ୍ତି । ଦୁନିଆରେ ବର୍ଣ୍ଣକୁ ମଧ୍ୟ କେହି ବୁଝି
ନାହାଁନ୍ତି । କେବଳ ଗାୟନ ରହିଛି । ଏବେ ତୁମେ ବ୍ରାହ୍ମଣ ବର୍ଣ୍ଣର ହୋଇଛ ପୁଣି ଦେବତା ବର୍ଣ୍ଣର
ହେବ । ବିଚାର କର, ଏକଥା କ’ଣ ଠିକ୍? ନିଜକୁ ନିଜେ ବିଚାର କର । ଆମ କଥା ଶୁଣ ଏବଂ ତୁଳନା କର ।
ଶାସ୍ତ୍ର ଯାହା ଜନ୍ମ-ଜନ୍ମାନ୍ତର ଶୁଣିଛ ଏବଂ ଜ୍ଞାନର ସାଗର ବାବା ଯାହା ବୁଝାଉଛନ୍ତି ତାକୁ ତୁଳନା
କର - ଠିକ୍ କେଉଁଟି? ବ୍ରାହ୍ମଣ ଧର୍ମ ଅଥବା କୁଳକୁ ସମସ୍ତେ ବିଲ୍କୁଲ୍ ଭୁଲିଯାଇଛନ୍ତି । ତୁମ
ପାଖରେ ଥିବା ବିରାଟ ରୂପର ଚିତ୍ର ଠିକ୍ ଭାବେ ତିଆରି କରାଯାଇଛି, ଏହା ଉପରେ ହିଁ ବୁଝାଯାଉଛି ।
ବାକି ଏତେ ଭୂଜାଧାରୀ ଚିତ୍ର ଯାହା ସବୁ ତିଆରି କରିଛନ୍ତି ଏବଂ ଦେବୀମାନଙ୍କୁ ଅସ୍ତ୍ରଶସ୍ତ୍ର ଆଦି
ଦେଇଛନ୍ତି, ସେ ସବୁ ଭୁଲ୍ । ଏସବୁ ଭକ୍ତିମାର୍ଗର ଚିତ୍ର ଅଟେ । ଏହି ଆଖି ଦ୍ୱାରା ସବୁ ଦେଖୁଛନ୍ତି
କିନ୍ତୁ କିଛି ବୁଝୁନାହାଁନ୍ତି । ନିଜ କର୍ତ୍ତବ୍ୟ ବିଷୟରେ କେହି କିଛି ଜାଣି ନାହାଁନ୍ତି । ଏବେ
ତୁମେ ନିଜ ଆତ୍ମା ବିଷୟରେ ଜାଣୁଛ ଏବଂ ୮୪ ଜନ୍ମ ବିଷୟରେ ମଧ୍ୟ ଜାଣୁଛ । ଯେପରି ବାବା ତୁମକୁ
ବୁଝାଉଛନ୍ତି, ତୁମକୁ ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ଶିବବାବା ତ ସମସ୍ତଙ୍କ ପାଖକୁ ଯିବେ
ନାହିଁ । ନିଶ୍ଚୟ ବାବାଙ୍କୁ ସହଯୋଗୀ ଆବଶ୍ୟକ ନା ସେଥିପାଇଁ ତୁମର ଏହା ଈଶ୍ୱରୀୟ ମିଶନ ଅଟେ ।
ତୁମେ ସମସ୍ତଙ୍କୁ ଈଶ୍ୱରଙ୍କର କରାଉଛ । ବୁଝାଉଛ ଯେ ସେ ଆମ ଆତ୍ମାମାନଙ୍କର ଅବିନାଶୀ ପିତା ଅଟନ୍ତି
। ତାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳିବ । ଯେପରି ଲୌକିକ ପିତାଙ୍କୁ ମନେ ପକାଇଥାନ୍ତି,
ତାଙ୍କଠାରୁ ମଧ୍ୟ ଅଧିକ ଏହି ପାରଲୌକିକ ପିତାଙ୍କୁ ମନେ ପକାଇବାକୁ ପଡିବ । ଲୌକିକ ପିତା ତ
ଅଳ୍ପକାଳ ନିମନ୍ତେ ସୁଖ ଦେଇଥା’ନ୍ତି । ଅବିନାଶୀ ପିତା ଅବିନାଶୀ ସୁଖ ଦେଉଛନ୍ତି । ଏହି ଜ୍ଞାନ
ବର୍ତ୍ତମାନ ଆତ୍ମାମାନଙ୍କୁ ମିଳୁଛି । ଏବେ ତୁମେ ୩ ଜଣଯାକ ପିତାଙ୍କୁ ଜାଣୁଛ । ଲୌକିକ ପାରଲୌକିକ
ଏବଂ ଅଲୌକିକ । ପାରଲୌକିକ ପିତା ଶିବବାବା ଅଲୌକିକ ପିତା ବ୍ରହ୍ମାବାବାଙ୍କ ଦ୍ୱାରା ତୁମକୁ
ବୁଝାଉଛନ୍ତି । ଏହି ଅଲୌକିକ ପିତାଙ୍କୁ କେହି ବି ଜାଣି ନାହାଁନ୍ତି । ବ୍ରହ୍ମାଙ୍କ ଜୀବନ କାହାଣୀ
ବିଷୟରେ କାହାକୁ ବି ଜଣା ନାହିଁ । ତାଙ୍କର କର୍ତ୍ତବ୍ୟ ବିଷୟରେ ମଧ୍ୟ ଜାଣିବା ଉଚିତ୍ ନା । ଶିବ
ଏବଂ ଶ୍ରୀକୃଷ୍ଣଙ୍କର ମହିମା ଗାନ କରୁଛନ୍ତି ବାକି ବ୍ରହ୍ମାଙ୍କର ମହିମା କାହିଁ? ନିରାକାର
ପିତାଙ୍କର ମୁଖ ତ ଦରକାର ନା, ଯାହା ଦ୍ୱାରା ଜ୍ଞାନ ଅମୃତ ଦେବେ । ଭକ୍ତିମାର୍ଗରେ ପାରଲୌକିକ
ପିତାଙ୍କୁ କେବେ ବି ଠିକ୍ ରୂପେ ସ୍ମରଣ କରିପାରିବେ ନାହିଁ । ଏବେ ତୁମେ ଜାଣୁଛ ଏବଂ ବୁଝୁଛ ଯେ
ଏହା ହେଉଛି ଶିବବାବାଙ୍କର ରଥ । ରଥକୁ ମଧ୍ୟ ଶୃଙ୍ଗାର କରିଥାନ୍ତି ନା । ଯେପରି ମହମ୍ମଦଙ୍କ
ଘୋଡାକୁ ମଧ୍ୟ ସଜାଇଥା’ନ୍ତି । ତୁମେ ପିଲାମାନେ କେତେ ଭଲ ଭାବରେ ମନୁଷ୍ୟମାନଙ୍କୁ ବୁଝାଉଛ । ତୁମେ
ସମସ୍ତଙ୍କର ମହିମା କରୁଛ । କହୁଛ ତୁମେ ଏହିପରି ଦେବତା ଥିଲ ପୁଣି ୮୪ ଜନ୍ମ ଭୋଗ କରି ତମୋପ୍ରଧାନ
ହୋଇଛ । ଏବେ ପୁଣି ସତ୍ତ୍ୱପ୍ରଧାନ ହେବାକୁ ହେଲେ ଯୋଗ ଆବଶ୍ୟକ । କିନ୍ତୁ ବଡ ମୁସ୍କିଲ୍ରେ କେହି
ଏକଥା ବୁଝୁଛନ୍ତି । ବୁଝିଗଲେ ତ ଖୁସିର ନିଶା ଚଢିଯିବ । ବୁଝାଉଥିବା ଆତ୍ମାଙ୍କର ତ ଆହୁରି ନିଶା
ଚଢିଯିବ । ଅବିନାଶୀ ବାବାଙ୍କର ପରିଚୟ ଦେବା କ’ଣ ଛୋଟିଆ କଥା । ବୁଝିପାରୁ ନାହାଁନ୍ତି ।
କହୁଛନ୍ତି ଏହା କିପରି ହୋଇପାରିବ? ଆପଣ ଅବିନାଶୀ ବାବାଙ୍କର ଜୀବନ କାହାଣୀ ଶୁଣାଉଛନ୍ତି ।
ବର୍ତ୍ତମାନ ବାବା
କହୁଛନ୍ତି - ପିଲାମାନେ, ପବିତ୍ର ହୁଅ । ତୁମେ ଡାକୁଥିଲ ନା, ହେ ପତିତ-ପାବନ ଆସ । ଗୀତାରେ ମଧ୍ୟ
ମନମନାଭବ ଅକ୍ଷର ଅଛି କିନ୍ତୁ ଏହାକୁ କେହି ବୁଝିପାରୁ ନାହାଁନ୍ତି । ବାବା ଆତ୍ମାର ଜ୍ଞାନ ମଧ୍ୟ
କେତେ ଭଲ ଭାବରେ ବୁଝାଉଛନ୍ତି । କୌଣସି ଶାସ୍ତ୍ରରେ ଏକଥା ନାହିଁ । ଯଦିଓ କହୁଛନ୍ତି ଯେ ଆତ୍ମା
ବିନ୍ଦୁ ଅଟେ, ଭ୍ରୁକୁଟୀ ମଧ୍ୟରେ ତାରକା ସଦୃଶ ରହିଛି । କିନ୍ତୁ ଠିକ୍ ରୂପେ ଆତ୍ମାର ଜ୍ଞାନ
କାହାରି ବୁଦ୍ଧିରେ ନାହିଁ । ଏହାକୁ ମଧ୍ୟ ଜାଣିବାକୁ ପଡିବ । କଳିଯୁଗରେ ସମସ୍ତେ ଅନ୍ୟାୟୀ ଅଟନ୍ତି
। ସତ୍ୟଯୁଗରେ ନ୍ୟାୟପରାୟଣ ଥାଆନ୍ତି । ଭକ୍ତିମାର୍ଗରେ ମନୁଷ୍ୟ ବୁଝୁଛନ୍ତି - ଭକ୍ତି, ପୂଜା,
ପାଠ ଏସବୁ ଈଶ୍ୱରଙ୍କ ସହିତ ମିଶିବାର ରାସ୍ତା । ସେଥିପାଇଁ ତୁମେ ପ୍ରଥମେ ଫର୍ମ ପୂରଣ କରାଉଛ -
ଏଠାକୁ କାହିଁକି ଆସିଛ? ଏହା ଦ୍ୱାରା ମଧ୍ୟ ତୁମକୁ ଅବିନାଶୀ ବାବାଙ୍କ ପରିଚୟ ଦେବାକୁ ହେବ ।
ପଚାରୁଛ ଆତ୍ମାର ପିତା କିଏ? ସର୍ବବ୍ୟାପୀ କହିବା ଦ୍ୱାରା କୌଣସି ଅର୍ଥ ବାହାରୁ ନାହିଁ ।
ସମସ୍ତଙ୍କର ପିତା କିଏ? ଏହା ହେଉଛି ମୁଖ୍ୟ କଥା । ନିଜ-ନିଜର ଘରେ ମଧ୍ୟ ତୁମେ ଏକଥା ବୁଝାଇପାରିବ
। ଗୋଟିଏ-ଦୁଇଟି ମୁଖ୍ୟ ଚିତ୍ର - ସିଢି, ତ୍ରିମୂର୍ତ୍ତୀ, କଳ୍ପବୃକ୍ଷ - ଏହା ବହୁତ ଜରୁରୀ ଚିତ୍ର
ଅଟେ । କଳ୍ପବୃକ୍ଷର ଚିତ୍ରରୁ ସବୁ ଧର୍ମାବଲମ୍ବୀ ବୁଝିପାରିବେ ଯେ ଆମର ଧର୍ମ କେବେ ଆରମ୍ଭ ହେଲା,
ଆମେ ଏହି ହିସାବରେ ସ୍ୱର୍ଗକୁ ଯାଇପାରିବୁ କି ନାହିଁ? ଯେଉଁମାନେ ପଛରେ ଆସିବେ ସେମାନେ ତ
ସ୍ୱର୍ଗକୁ ଯାଇପାରିବେ ନାହିଁ । କିନ୍ତୁ ଶାନ୍ତିଧାମକୁ ଯାଇପାରିବେ । କଳ୍ପବୃକ୍ଷ ଦ୍ୱାରା ମଧ୍ୟ
ବହୁତ ଭଲ ଭାବରେ ବୁଝା ଯାଇପାରିବ । ଯେଉଁ-ଯେଉଁ ଧର୍ମ ପଛରେ ଆସିଛି ସେହି ଧର୍ମର ଆତ୍ମାମାନେ
ନିଶ୍ଚୟ ଉପରକୁ ଯାଇ ବିରାଜମାନ ହେବେ । ତୁମ ବୁଦ୍ଧିରେ ଏସବୁର ସମସ୍ତ ମୂଳଦୁଆ ଜ୍ଞାନ ରହିଛି ।
ବାବା କହୁଛନ୍ତି ଆଦି ସନାତନ ଦେବୀ-ଦେବତା ଧର୍ମର ଚାରା ତ ଲାଗିଲା, ପୁଣି ବୃକ୍ଷର ପତ୍ର ମଧ୍ୟ
ତୁମକୁ ତିଆରି କରିବାକୁ ପଡିବ, ବିନା ପତ୍ରରେ କୌଣସି ବୃକ୍ଷ ତ ନଥାଏ । ସେଥିପାଇଁ ବାବା
ପୁରୁଷାର୍ଥ କରାଉଛନ୍ତି - ନିଜ ସମାନ ତିଆରି କରିବା ପାଇଁ । ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ପ୍ରଜା
ରୂପୀ ପତ୍ର ତିଆରି କରିବାକୁ ପଡୁ ନାହିଁ । ସେ ତ ଉପରୁ ଆସି ତାଙ୍କ ଧର୍ମର ମୂଳଦୁଆ ସ୍ଥାପନା
କରୁଛନ୍ତି । ପୁଣି ପରେ ପତ୍ର (ଆତ୍ମାମାନେ) ଉପରୁ ଯା-ଆସ କରୁଛନ୍ତି । ତୁମେ ପୁଣି ବୃକ୍ଷର
ବୃଦ୍ଧି ପାଇଁ ଏହି ପ୍ରଦର୍ଶନୀ ଆଦି କରୁଛ । ଏହା ଦ୍ୱାରା ପତ୍ର ତିଆରି ହେଉଛି, ପୁଣି ମାୟାର
ତୋଫାନ ଆସିବା ଦ୍ୱାରା ଢଳି ପଡୁଛନ୍ତି ବା ଝାଉଁଳି ଯାଉଛନ୍ତି । ଏବେ ଆଦି ସନାତନ ଦେବୀ-ଦେବତା
ଧର୍ମର ସ୍ଥାପନା ହେଉଛି । ଏଥିରେ ଲଢେଇ ଆଦିର କୌଣସି କଥା ନାହିଁ । କେବଳ ବାବାଙ୍କୁ ମନେ
ପକାଇବାକୁ ହେବ ଏବଂ ଅନ୍ୟକୁ ସ୍ମୃତି ଦେବାକୁ ହେବ । ତୁମେ ସମସ୍ତଙ୍କୁ କହୁଛ ଆଉ ଯେଉଁସବୁ ରଚନା
ଅର୍ଥାତ୍ ଦେହଧାରୀ ଅଛନ୍ତି ତାକୁ ଛାଡ । ରଚନାଠାରୁ କେବେ ସମ୍ପତ୍ତି ମିଳିପାରିବ ନାହିଁ । ରଚୟିତା
ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଆଉ କାହାର ବି ସ୍ମୃତି ନ ଆସୁ । ବାବାଙ୍କର ହୋଇ,
ଜ୍ଞାନମାର୍ଗକୁ ଆସି ପୁଣି ଯଦି କେହି ଏପରି କୌଣସି କାମ କରିବ ତେବେ ତାର ବୋଝ ମୁଣ୍ଡ ଉପରେ ବହୁତ
ରହିବ । ବାବା ପବିତ୍ର କରିବାକୁ ଆସୁଛନ୍ତି ଆଉ ଯଦି ଏପରି କୌଣସି ଖରାପ କାମ କଲ ତେବେ ଆହୁରି
ପତିତ ହୋଇଯିବ, ସେଥିପାଇଁ ବାବା କହୁଛନ୍ତି ଏପରି କୌଣସି କାମ କର ନାହିଁ ଯାହା ଦ୍ୱାରା କ୍ଷତି
ହେବ । ଏହା ଦ୍ୱାରା ବାବାଙ୍କର ଗ୍ଲାନି ହୋଇଥାଏ ନା । ଏପରି କର୍ମ କର ନାହିଁ ଯାହା ଦ୍ୱାରା ଅଧିକ
ବିକର୍ମ ହେବ । ସଂଯମତା ମଧ୍ୟ ରଖିବାକୁ ପଡିବ । ଔଷଧ ସେବନ ବେଳେ ଖାଦ୍ୟରେ ସଂଯମତା ପାଳନ
କରାଯାଇଥାଏ । ଡାକ୍ତର, ଖଟା ଆଦି ଖାଇବାକୁ ମନା କଲେ ମାନିବା ଉଚିତ୍ । କର୍ମେନ୍ଦ୍ରିୟକୁ ଆୟତ୍ତରେ
ରଖିବାକୁ ପଡିଥାଏ । ଯଦି ଲୁଚାଇ କରି ଖାଇ ଚାଲିବେ ତେବେ ଔଷଧର ପ୍ରଭାବ ପଡିବ ନାହିଁ । ଏହାକୁ
ଆସକ୍ତି ବୋଲି କୁହାଯାଏ । ବାବା ମଧ୍ୟ ଶିକ୍ଷା ଦେଉଛନ୍ତି - ଏପରି କର ନାହିଁ । ବାବା ସର୍ଜନ
ଅଟନ୍ତି ନା । ଲେଖୁଛନ୍ତି, ବାବା ମନରେ ବହୁତ ସଂକଳ୍ପ ଆସୁଛି । ଏଥିପାଇଁ ଖବରଦାର ରହିବାକୁ ହେବ
। ଖରାପ ସ୍ୱପ୍ନ, ଖରାପ ସଂକଳ୍ପ ଆଦି ବହୁତ ଆସିବ - ଏସବୁକୁ ଡରିବାର ନାହିଁ, ସତ୍ୟଯୁଗ-ତ୍ରେତାରେ
ଏଭଳି ସଂକଳ୍ପ ବା ସ୍ୱପ୍ନ ଆସିବ ନାହିଁ । ତୁମେ ଯେତେ ଆଗକୁ ନିକଟବର୍ତ୍ତୀ ହେଉଥିବ, ଏବଂ
ତ୍ରେତାଯୁଗରେ ପହଞ୍ଚିବା ବେଳକୁ କର୍ମେନ୍ଦ୍ରିୟର ଚଞ୍ଚଳତା ବନ୍ଦ ହୋଇଯିବ । କର୍ମେନ୍ଦ୍ରିୟଗୁଡିକ
ତୁମର ଅଧିନ ହୋଇଯିବେ । ସତ୍ୟଯୁଗ-ତ୍ରେତାରେ କର୍ମେନ୍ଦ୍ରିୟ ଅଧୀନରେ ଥିଲା ନା । ଯେତେବେଳେ ସେହି
ତ୍ରେତାର ଅବସ୍ଥା ପର୍ଯ୍ୟନ୍ତ ଆସିବ ସେତେବେଳେ ଯାଇ କର୍ମେନ୍ଦ୍ରିୟ ଅଧୀନ ହେବେ । ପୁଣି ସତ୍ୟଯୁଗୀ
ଅବସ୍ଥା ପର୍ଯ୍ୟନ୍ତ ଆସିଲେ ସତ୍ତ୍ୱପ୍ରଧାନ ହୋଇଯିବେ, ପୁଣି ସମସ୍ତ କର୍ମେନ୍ଦ୍ରିୟ ସମ୍ପୂର୍ଣ୍ଣ
ବଶୀଭୂତ ହୋଇଯିବେ । କର୍ମେନ୍ଦ୍ରିୟମାନେ ତୁମର ଅଧୀନରେ ଥିଲେ ନା । କିଛି ନୂଆ କଥା ନୁହେଁ । ଆଜି
କର୍ମେନ୍ଦ୍ରିୟର ଅଧୀନରେ ଅଛ, କାଲି ପୁଣି ପୁରୁଷାର୍ଥ କରି କର୍ମେନ୍ଦ୍ରିୟକୁ ଆୟତ କରିନେବ । ୮୪
ଜନ୍ମରେ ତୁମେ ତଳକୁ ଖସି ଆସିଛ । ଏବେ ଘରକୁ ଫେରିବାକୁ ହେବ, ସମସ୍ତଙ୍କୁ ସତ୍ତ୍ୱପ୍ରଧାନ
ଅବସ୍ଥାକୁ ଯିବାକୁ ପଡିବ । ନିଜର ଚାର୍ଟ ଦେଖିବା ଉଚିତ୍ - ଆମେ କେତେ ପାପ, କେତେ ପୁଣ୍ୟ କରିଛି,
ବାବାଙ୍କୁ ୟାଦ କରି-କରି ଆଇରନ୍ ଏଜ୍ରୁ ସିଲ୍ଭର ଏଜ୍ ପର୍ଯ୍ୟନ୍ତ ପହଞ୍ଚିଯିବା ଭିତରେ
କର୍ମେନ୍ଦ୍ରିୟ ବଶୀଭୂତ ହୋଇଯିବ । ପୁଣି ତୁମକୁ ଅନୁଭବ ହେବ - ଏବେ କୌଣସି ତୋଫାନ ଆସୁନାହିଁ ।
ସହି ଅବସ୍ଥା ମଧ୍ୟ ଆସିବ । ପୁଣି ତୁମେ ସତ୍ୟଯୁଗକୁ ଚାଲିଯିବ । ମେହନତ କରି ପବିତ୍ର ହେବା ଦ୍ୱାରା
ଖୁସିର ମାତ୍ରା ବି ବଢିବ । ଯିଏବି ଆସୁଛନ୍ତି ତାଙ୍କୁ ବୁଝାଇବାକୁ ପଡିବ - କିପରି ତୁମେ ୮୪ ଜନ୍ମ
ନେଇଛ? ଯିଏ ୮୪ ଜନ୍ମ ନେଇଛନ୍ତି ସେ ହିଁ ବୁଝିବେ । କହିବେ, ଏବେ ବାବାଙ୍କୁ ମନେ ପକାଇ ମାଲିକ
ହେବାକୁ ପଡିବ । ୮୪ ଜନ୍ମ ଯଦି ବୁଝୁନାହଁ, ତେବେ ବୋଧ ହୁଏ ରାଜତ୍ୱର ମାଲିକ ହୋଇ ନ ଥିବେ । ଆମେ
ତ ସାହାସ ଦେଉଛୁ, ଭଲ କଥା ଶୁଣାଉଛୁ । ତୁମେ ନିମ୍ନଗାମୀ ହୋଇଯାଉଛ । ଯିଏ ୮୪ ଜନ୍ମ ନେଇଥିବେ
ଶୁଣୁଶୁଣୁ ତାଙ୍କର ତୁରନ୍ତ ସ୍ମୃତି ଆସିଯିବ । ବାବା କହୁଛନ୍ତି ତୁମେ ଶାନ୍ତିଧାମରେ ପବିତ୍ର ତ
ଥିଲ ନା । ଏବେ ପୁଣି ତୁମକୁ ଶାନ୍ତିଧାମ, ସୁଖଧାମକୁ ଯିବାର ରାସ୍ତା ବତାଉଛି । ଆଉ କେହିବି
ରାସ୍ତା ବତାଇ ପାରିବେ ନାହିଁ । ଶାନ୍ତିଧାମକୁ ମଧ୍ୟ ପବିତ୍ର ଆତ୍ମାମାନେ ହିଁ ଯାଇପାରିବେ । ଯେତେ
ଖାଦ (ଅବଗୁଣ) ବାହାରିଯିବ, ସେତେ ଉଚ୍ଚ ପଦ ମଧ୍ୟ ମିଳିବ, ତେଣୁ ଯିଏ ଯେତେ ପୁରୁଷାର୍ଥ କରିପାରିବ
। ପ୍ରତ୍ୟେକଙ୍କର ପୁରୁଷାର୍ଥକୁ ତ ତୁମେ ଦେଖୁଛ, ବାବା ମଧ୍ୟ ବହୁତ ଭଲ ସାହାଯ୍ୟ କରୁଛନ୍ତି । ଇଏ
ତ’ ଯେପରିକି ପୁରୁଣା ସନ୍ତାନ । ପ୍ରତ୍ୟେକଙ୍କର ନାଡିକୁ ଅର୍ଥାତ୍ ଅବସ୍ଥାକୁ ବୁଝୁଛ ନା ।
ଯେଉଁମାନେ ବୁଦ୍ଧିମାନ ହୋଇଥିବେ, ସେମାନେ ତୁରନ୍ତ ବୁଝିଯିବେ । ବେହଦର ପିତା ଅଟନ୍ତି, ତାଙ୍କଠାରୁ
ନିଶ୍ଚୟ ସ୍ୱର୍ଗର ସମ୍ପତ୍ତି ମିଳିବା ଉଚିତ୍ । ସମ୍ପତ୍ତି ମିଳିଥିଲା, ଏବେ ନାହିଁ, ପୁନର୍ବାର
ମିଳୁଛି । ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ବାବା ଯେବେ ସ୍ୱର୍ଗର ସ୍ଥାପନା କରିଥିଲେ,
ସେ ସମୟରେ ତୁମେ ସ୍ୱର୍ଗର ମାଲିକ ଥିଲ, ପୁଣି ୮୪ ଜନ୍ମ ନେଇ ତଳକୁ ଓହ୍ଲାଇ ଆସିଛ । ବର୍ତ୍ତମାନ
ଏହା ତୁମର ଅନ୍ତିମ ଜନ୍ମ ଅଟେ । ଇତିହାସର ପୁନରାବୃତ୍ତି ତ ନିଶ୍ଚୟ ହେବ ନା । ତୁମେ ସାରା ୮୪
ଜନ୍ମ ଚକ୍ରର ହିସାବ ବତାଉଛ । ଯେତିକି ବୁଝିବେ ସେତିକି ପ୍ରଜା ହେବେ । ତୁମେ ମଧ୍ୟ ବହୁତ
ଆତ୍ମାଙ୍କୁ ନିଜ ସମାନ କରୁଛ ନା । ତୁମେ କହୁଛ ଆମେ ଆସିଛୁ - ସାରା ବିଶ୍ୱକୁ ମାୟାର ଜଞ୍ଜିରରୁ
ମୁକ୍ତ କରିବା ପାଇଁ । ବାବା କହୁଛନ୍ତି ମୁଁ ସମସ୍ତଙ୍କୁ ରାବଣ ପାଖରୁ ମୁକୁଳାଇବାକୁ ଆସିଛି ।
ତୁମେ ମଧ୍ୟ ବୁଝୁଛ ଯେ ବାବା ଜ୍ଞାନର ସାଗର ଅଟନ୍ତି । ତୁମେ ମଧ୍ୟ ଜ୍ଞାନ ପ୍ରାପ୍ତ କରି ମାଷ୍ଟର
ଜ୍ଞାନର ସାଗର ହେଉଛ ନା । ଜ୍ଞାନ ଏବଂ ଭକ୍ତି ଅଲଗା ଅଲଗା ଅଟେ । ତୁମେ ଜାଣିଛ ଭାରତର ପ୍ରାଚୀନ
ରାଜଯୋଗ ବାବା ହିଁ ଶିଖାଉଛନ୍ତି । କୌଣସି ମନୁଷ୍ୟ ଏହି ରାଜଯୋଗ ଶିଖାଇ ପାରିବେ ନାହିଁ । କିନ୍ତୁ
ଏକଥା ସମସ୍ତଙ୍କୁ କିପରି ବତାଇବା? ଏଠାରେ ତ ଅସୁରମାନଙ୍କର ବିଘ୍ନ ମଧ୍ୟ ବହୁତ ପଡୁଛି । ଆଗରୁ ତ
ଭାବୁଥିଲ ବୋଧହୁଏ କେହି ସ୍ଥୂଳ ଆବର୍ଜନା ପକାଉଛନ୍ତି । ଏବେ ବୁଝୁଛ ଏମାନେ କିପରି ବିଘ୍ନ
ପକାଉଛନ୍ତି । କିଛି ନୂଆ କଥା ନୁହେଁ । କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ତୁମ ବୁଦ୍ଧିରେ
ସାରା ଚକ୍ର ଘୂରି ଚାଲିଛି । ବାବା ଆମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତ ରହସ୍ୟ ବୁଝାଉଛନ୍ତି, ବାବା
ଆମକୁ ଲାଇଟ୍ ହାଉସ୍ର ଉପାଧି ମଧ୍ୟ ଦେଇଛନ୍ତି । ଗୋଟିଏ ଆଖିରେ ମୁକ୍ତିଧାମ, ଅନ୍ୟ ଆଖିରେ
ଜୀବନମୁକ୍ତିଧାମ । ତୁମକୁ ଶାନ୍ତିଧାମକୁ ଯାଇ ପୁଣି ସୁଖଧାମକୁ ଆସିବାକୁ ହେବ । ଏହା ହିଁ ହେଉଛି
ଦୁଃଖଧାମ । ବାବା କହୁଛନ୍ତି ଏହି ଆଖି ଦ୍ୱାରା ଯାହା କିଛି ତୁମେ ଦେଖୁଛ, ତାକୁ ଭୁଲ । ନିଜର
ଶାନ୍ତିଧାମକୁ ମନେ ପକାଅ । ଆତ୍ମାକୁ ନିଜର ପିତାଙ୍କୁ ମନେ ପକାଇବାକୁ ହେବ, ଏହାକୁ ହିଁ
ଅବ୍ୟଭିଚାରୀ ଯୋଗ କୁହାଯାଏ । ଜ୍ଞାନ ମଧ୍ୟ ଜଣଙ୍କଠାରୁ ହିଁ ଶୁଣିବାକୁ ହେବ । ଏହା ହେଉଛି
ଅବ୍ୟଭିଚାରୀ ଜ୍ଞାନ । ୟାଦ ମଧ୍ୟ ଜଣଙ୍କୁ କର । ମୋର ତ ଜଣେ, ଦ୍ୱିତୀୟ ଆଉ କେହି ନାହାଁନ୍ତି ।
ଯେପର୍ଯ୍ୟନ୍ତ ନିଜକୁ ଆତ୍ମା ନିଶ୍ଚୟ ନ କରିବ ସେପର୍ଯ୍ୟନ୍ତ ଜଣଙ୍କର ସ୍ମୃତି ରହିବ ନାହିଁ ।
ଆତ୍ମା କହୁଛି ମୁଁ ତ ଏକମାତ୍ର ବାବାଙ୍କର ହିଁ ହେବି । ମୋତେ ବାବାଙ୍କ ପାଖକୁ ଯିବାକୁ ହେବ । ଏହି
ଶରୀର ତ ପୁରୁଣା ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଛି, ଏଥିରେ ମଧ୍ୟ ମମତ୍ତ୍ୱ ରଖିବାର ନାହିଁ । ଏହା
ଜ୍ଞାନର କଥା ଅଟେ । ଏପରି ନୁହେଁ କି ଶରୀରର ଯତ୍ନ ନେବ ନାହିଁ । ମନରେ ଭାବିବା ଉଚିତ୍ - ଏହା
ପୁରୁଣା ଚମଡା ଅଟେ, ଏହାକୁ ତ ଏବେ ଛାଡିବାକୁ ହେବ । ତୁମର ହେଲା ବେହଦର ସନ୍ନ୍ୟାସ ।
ସନ୍ନ୍ୟାସୀମାନେ ତ ଜଙ୍ଗଲକୁ ଚାଲିଯାଉଛନ୍ତି । ତୁମକୁ ଘରେ ରହି ବାବାଙ୍କୁ ମନେ ପକାଇବାକୁ ହେବ ।
ବାବାଙ୍କ ସ୍ମୃତିରେ ରହି ତୁମେ ମଧ୍ୟ ଶରୀର ଛାଡିପାରିବ । ଯେଉଁଠି ଥିଲେ ମଧ୍ୟ ତୁମେ ବାବାଙ୍କୁ
ମନେ ପକାଅ । ବାବାଙ୍କ ସ୍ମୃତିରେ ରହି, ସ୍ୱଦର୍ଶନ ଚକ୍ରଧାରୀ ହେଲେ ଯେଉଁଠି ଥିଲେ ମଧ୍ୟ ତୁମେ
ଉଚ୍ଚ ପଦ ପାଇପାରିବ । ଯେତେ ବ୍ୟକ୍ତିଗତ ଭାବେ ସ୍ୱପୁରୁଷାର୍ଥ କରିବ, ସେତେ ଉଚ୍ଚ ପଦ ପାଇପାରିବ
। ଘରେ ରହି ମଧ୍ୟ ୟାଦର ଯାତ୍ରାରେ ରହିବାକୁ ହେବ । ଏବେ ଅନ୍ତିମ ଫଳାଫଳ ପାଇଁ ଅଳ୍ପ ସମୟ ବାକି
ଅଛି । ପୁଣି ତୁମ ପାଇଁ ନୂଆ ଦୁନିଆ ମଧ୍ୟ ପ୍ରସ୍ତୁତ ହେବା ଦରକାର ନା । ଏବେ କର୍ମାତୀତ ଅବସ୍ଥା
ହୋଇଗଲେ ସୂକ୍ଷ୍ମବତନରେ ରହିବାକୁ ପଡିବ । ସୂକ୍ଷ୍ମବତନରେ ରହି ମଧ୍ୟ ପୁଣି ଜନ୍ମ ନେବାକୁ ପଡୁଛି
। ଆଗକୁ ଗଲେ ତୁମକୁ ସବୁ ସାକ୍ଷାତ୍କାର ହେବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏକମାତ୍ର
ବାବାଙ୍କଠାରୁ ହିଁ ଶୁଣିବାକୁ ହେବ । ଜଣଙ୍କର ହିଁ ଅବ୍ୟଭିଚାରୀ ସ୍ମୃତିରେ ରହିବାକୁ ହେବ । ଏହି
ଶରୀର ପ୍ରତି ମମତ୍ୱ ନରଖି ଏହାର ଯତ୍ନ ନେବାକୁ ହେବ ।
(୨) ବାବା ବତାଇଥିବା
ବାରଣଗୁଡିକୁ ପୂରା-ପୂରା ମାନି ଚାଲିବାକୁ ହେବ । ଏଭଳି କୌଣସି କର୍ମ କରିବାର ନାହିଁ, ଯାହା
ଦ୍ୱାରା ବାବାଙ୍କର ଗ୍ଲାନି ହେବ ଏବଂ ପାପର ତିଆରି ହେବ । ନିଜେ ନିଜର କ୍ଷତି କରିବାର ନାହିଁ ।
ବରଦାନ:-
ତିନୋଟି ଯାକ
ସେବାର ସନ୍ତୁଳନ ଦ୍ୱାରା ସର୍ବଗୁଣର ଅନୁଭୂତି କରୁଥିବା ଗୁଣମୂରତ ଭବ ।
ଯେଉଁ ପିଲାମାନେ ନିଜର
ସଂକଳ୍ପ, ବାଣୀ ଏବଂ ପ୍ରତ୍ୟେକ କର୍ମ ଦ୍ୱାରା ସେବାରେ ତତ୍ପର ରହିଥାଆନ୍ତି ସେହିମାନେ ହିଁ ସଫଳତା
ମୂରତ ହୋଇଥାଆନ୍ତି । ତେବେ ତିନୋଟିଯାକ ସେବାରେ ନମ୍ବର ସମାନ ମିଳିଥାଏ, ଯଦି ସାରା ଦିନ ଭିତରେ
ତିନୋଟି ଯାକ ସେବାର ସନ୍ତୁଳନ ରହିଥିବ, ତେବେ ପାସ୍ ୱିଥ୍ ଅନର ବା ଗୁଣମୂରତ ହୋଇଯିବେ । ତୁମ
ଦ୍ୱାରା ସର୍ବ ଦିବ୍ୟଗୁଣର ଶୃଙ୍ଗାର ସ୍ପଷ୍ଟ ଭାବରେ ଦେଖାଯିବ । ତେବେ ପରସ୍ପରକୁ ବାବାଙ୍କର ଗୁଣ
ବା ନିଜର ଧାରଣା ରୂପକ ଗୁଣର ସହଯୋଗ ଦେବା ହିଁ ଗୁଣମୂରତ ହେବା, କାହିଁକି ନା ଗୁଣର ଦାନ ହିଁ
ସବୁଠାରୁ ବଡ ଦାନ ।
ସ୍ଲୋଗାନ:-
ଯଦି ନିଶ୍ଚୟ
ରୂପୀ ମୂଳଦୁଆ ପକ୍କା ଥିବ ତେବେ ଶ୍ରେଷ୍ଠ ଜୀବନର ଅନୁଭବ ସ୍ୱତଃ ହିଁ ହେବାକୁ ଲାଗିବ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବା ପାଇଁ ତୀବ୍ର ଇଚ୍ଛା ପ୍ରକଟ କର ।
ପୂର୍ବ ଜନ୍ମର କର୍ମର
ହିସାବ-କିତାବର ଫଳସ୍ୱରୂପ ଶାରୀରିକ ରୋଗ ହେଉ ବା ମନର ସଂସ୍କାର ଅନ୍ୟ ଆତ୍ମାମାନଙ୍କର ସଂସ୍କାର
ସହିତ ଅମେଳ ହେଉ କିନ୍ତୁ କର୍ମାତୀତ ଆତ୍ମା କର୍ମଭୋଗର ବଶୀଭୂତ ନ ହୋଇ ମାଲିକ ହୋଇ ହିସାବ-କିତାବକୁ
ଚୁକ୍ତି କରାଇବେ । ତେବେ କର୍ମଯୋଗୀ ହୋଇ କର୍ମଭୋଗକୁ ଚୁକ୍ତ କରିବା - ଏହା ହିଁ ହେଉଛି କର୍ମାତୀତ
ସ୍ଥିତିର ଲକ୍ଷଣ, ତେଣୁ ଅଭ୍ୟାସ କର ଏବେ ଏବେ କର୍ମଯୋଗୀ, ଏବେ ଏବେ କର୍ମାତୀତ ସ୍ଥିତି ।