14.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମର ଦୃଷ୍ଟି ଶରୀର ପ୍ରତି ଯିବା ଉଚିତ୍ ନୁହେଁ, ନିଜକୁ ଆତ୍ମା ମନେ କର, ଶରୀରକୁ ଦେଖ ନାହିଁ ।”

ପ୍ରଶ୍ନ:-
ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନମାନଙ୍କୁ ବିଶେଷ କେଉଁ ଦୁଇଟି କଥା ଉପରେ ଧ୍ୟାନ ଦେବାକୁ ହେବ?

ଉତ୍ତର:-
(୧) ପାଠପଢ଼ା ଉପରେ (୨) ଦୈବୀଗୁଣ ଉପରେ । କେତେକ ପିଲାଙ୍କ ଭିତରେ କ୍ରୋଧର ଅଂଶ ମଧ୍ୟ ନାହିଁ, ଆଉ କେହି ତ କ୍ରୋଧର ବଶୀଭୂତ ହୋଇ ବହୁତ ଲଢ଼େଇ-ଝଗଡା କରୁଛନ୍ତି, ପିଲାମାନେ ଭାବିବା ଉଚିତ୍ ଯେ ଆମକୁ ଦୈବୀଗୁଣ ଧାରଣ କରି ଦେବତା ହେବାକୁ ପଡ଼ିବ । କେବେ ବି କ୍ରୋଧିତ ହୋଇ କଥାବାର୍ତ୍ତା କରିବା ଉଚିତ୍ ନୁହେଁ । ବାବା କହୁଛନ୍ତି ଯଦି କୌଣସି ସନ୍ତାନ ଭିତରେ କ୍ରୋଧ ଅଛି ତେବେ ତାକୁ ଭୂତନାଥ-ଭୂତନାଥିନୀ କୁହାଯିବ । ଏଭଳି ଭୂତ ପ୍ରବେଶ କରିଥିବା ଆତ୍ମାମାନଙ୍କ ସହିତ ତୁମମାନଙ୍କୁ କଥାବାର୍ତ୍ତା ମଧ୍ୟ କରିବା ଉଚିତ୍ ନୁହେଁ ।

ଗୀତ:-
ତକଦୀର ଜଗାକର ଆୟି ହୁଁ .....

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଅନ୍ୟ କୌଣସି ବି ସତ୍‌ସଙ୍ଗରେ କେବେ ହେଲେ ରେକର୍ଡ ଗୀତ ଉପରେ ବୁଝାଇ ନ ଥାନ୍ତି । ସେଠାରେ ଶାସ୍ତ୍ର ଶୁଣାଇଥା’ନ୍ତି । ଗୁରୁଦ୍ୱାରରେ ଯେପରି ଗ୍ରନ୍ଥରୁ ଦୁଇଟି ବଚନ ବାହାର କରି କଥାକାର ବସି ତା’ର ବିସ୍ତାର କରି ଶୁଣାଇଥା’ନ୍ତି । ରେକର୍ଡ ଗୀତ ଉପରେ କେହି ବୁଝାଇବା, ଏହା ଅନ୍ୟ କେଉଁଠାରେ ହୁଏ ନାହିଁ । ଏବେ ବାବା ବୁଝାଉଛନ୍ତି ଯେ ଏ ସବୁ ହେଉଛି ଭକ୍ତିମାର୍ଗର ଗୀତ । ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ଜ୍ଞାନ ହେଉଛି ଅଲଗା ଜିନିଷ, ଯାହା ଏକମାତ୍ର ନିରାକାର ଶିବଙ୍କଠାରୁ ମିଳିପାରିବ । ଏହାକୁ ରୁହାନୀ(ଆତ୍ମ) ଜ୍ଞାନ କୁହାଯାଉଛି । ଜ୍ଞାନ ତ ବହୁତ ପ୍ରକାରର ଅଛି ନା । କାହାକୁ ଯଦି ପଚରାଯିବ ଏହି ଗାଲିଚା କିପରି ତିଆରି ହୁଏ, ତୁମର ଜ୍ଞାନ ଅଛି? ପ୍ରତ୍ୟେକ ଜିନିଷର ଜ୍ଞାନ ରହିଛି । ସେ ସବୁ ହେଲା ଭୌତିକ କଥା । ପିଲାମାନେ ଜାଣିଛନ୍ତି ଆମ ଆତ୍ମାମାନଙ୍କର ଆତ୍ମିକ ପିତା ଏକମାତ୍ର ସିଏ ହିଁ ଅଟନ୍ତି । ତାଙ୍କର ରୂପ ଦେଖାଯାଏ ନାହିଁ । ସେହି ନିରାକାରଙ୍କର ଚିତ୍ର ମଧ୍ୟ ଶାଳଗ୍ରାମ ସଦୃଶ ଅଟେ । ତାଙ୍କୁ ହିଁ ପରମାତ୍ମା କୁହାଯାଏ । ତାଙ୍କୁ ନିରାକାର ମଧ୍ୟ କୁହାଯାଏ । ତାଙ୍କର ମନୁଷ୍ୟଙ୍କ ପରି ଆକାର ନାହିଁ । ପ୍ରତ୍ୟେକ ବସ୍ତୁର ନିଶ୍ଚିତ ଆକାର ରହିଥାଏ । ସମସ୍ତଙ୍କ ମଧ୍ୟରେ ସବୁଠାରୁ ଛୋଟ ଆକାର ହେଉଛି ଆତ୍ମାର । ଏହାଙ୍କୁ ପ୍ରକୃତିର ବିଚିତ୍ରତା ହିଁ କୁହାଯିବ । ଆତ୍ମା ବହୁତ ଛୋଟ ଅଟେ, ଯାହାକି ଏହି ଆଖି ଦ୍ୱାରା ଦେଖାଯାଏ ନାହିଁ । ତୁମ ସନ୍ତାନମାନଙ୍କୁ ଦିବ୍ୟ ଦୃଷ୍ଟି ମିଳିଛି ଯାହା ଦ୍ୱାରା ତୁମେ ସବୁ ସାକ୍ଷାତ୍କାର କରୁଛ । ଯାହା ଅତୀତ ହୋଇଯାଇଛି ତାକୁ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖାଯାଇଥାଏ । ପ୍ରଥମ ନମ୍ବରରେ ତ ଏହି ଜ୍ଞାନ ଅତୀତ ହୋଇଯାଇଛି । ଏବେ ପୁନର୍ବାର ବାବା ଆସିଥିବାରୁ ତାଙ୍କର ମଧ୍ୟ ସାକ୍ଷାତ୍କାର ହେଉଛି । ଏହା ବହୁତ ସୂକ୍ଷ୍ମ କଥା । ଏଥିରୁ ବୁଝାଯାଉଛି, ପରମପିତା ପରମାତ୍ମାଙ୍କ ବିନା ଆତ୍ମାର ଜ୍ଞାନ କେହି ଦେଇପାରିବେ ନାହିଁ । ମନୁଷ୍ୟମାନେ ଯେପରି ଆତ୍ମାକୁ ଯଥାର୍ଥ ଭାବରେ ଜାଣିନାହାଁନ୍ତି ସେହିପରି ପରମାତ୍ମାଙ୍କୁ ମଧ୍ୟ ଯଥାର୍ଥ ରୂପେ ଜାଣିପାରିବେ ନାହିଁ । ଦୁନିଆରେ ମନୁଷ୍ୟମାନଙ୍କର ଅନେକ ମତ ରହିଛି । କେହି କହୁଛନ୍ତି ଆତ୍ମା ପରମାତ୍ମାଙ୍କଠାରେ ଲୀନ ହୋଇଯାଉଛି, କେହି ପୁଣି ଆଉ କ’ଣ କହୁଛନ୍ତି । ଏବେ ତୁମେ ପିଲାମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛ, ତାହା ମଧ୍ୟ ସମସ୍ତଙ୍କ ବୁଦ୍ଧିରେ ସମାନ ଭାବେ ଧାରଣ ହୋଇପାରିବ ନାହିଁ । ନିରନ୍ତର ବୁଦ୍ଧିରେ ମଧ୍ୟ ରଖିବାକୁ ହେବ । ଆମେ ହେଉଛୁ ଆତ୍ମା, ଆତ୍ମାକୁ ହିଁ ୮୪ ଜନ୍ମର ଅଭିନୟ କରିବାକୁ ପଡୁଛି । ବର୍ତ୍ତମାନ ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ପରମପିତା ପରମାତ୍ମାଙ୍କୁ ଚିହ୍ନ ଏବଂ ମନେ ପକାଅ । ବାବା କହୁଛନ୍ତି ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ତୁମ ସନ୍ତାନମାନଙ୍କୁ ଜ୍ଞାନ ଦେଉଛି । ତୁମେ ନିଜକୁ ଆତ୍ମା ଭାବୁ ନ ଥିବାରୁ ତୁମର ଦୃଷ୍ଟି ଏହି ବ୍ରହ୍ମାଙ୍କ ଶରୀର ପ୍ରତି ଚାଲିଯାଉଛି । ବାସ୍ତବରେ ତୁମର ୟାଙ୍କ ସହିତ କୌଣସି କାମ ନାହିଁ । ସମସ୍ତଙ୍କର ସଦ୍‌ଗତି ଦାତା ତ ସେହି ଶିବବାବା ଅଟନ୍ତି, ତାଙ୍କର ମତରେ ଚାଲି ଆମେ ସମସ୍ତଙ୍କୁ ସୁଖ ଦେଉଛୁ । ବ୍ରହ୍ମାଙ୍କର ମଧ୍ୟ ଅହଂକାର ଆସୁନାହିଁ ଯେ ମୁଁ ସମସ୍ତଙ୍କୁ ସୁଖ ଦେଉଛି । ଯିଏ ବାବାଙ୍କୁ ସଂପୂର୍ଣ୍ଣ ରୂପେ ମନେ ପକାଉ ନାହାଁନ୍ତି ତାଙ୍କର ଅବଗୁଣ ରହିଯାଉଛି । ନିଜକୁ ଆତ୍ମା ବୋଲି ଭାବୁନାହାଁନ୍ତି । ମନୁଷ୍ୟ ତ ନା ଆତ୍ମାକୁ, ନା ପରମାତ୍ମାଙ୍କୁ ଜାଣିଛନ୍ତି । ସର୍ବବ୍ୟାପିର ଜ୍ଞାନ ମଧ୍ୟ ଭାରତବାସୀମାନେ ହିଁ ପ୍ରଚାର କରିଛନ୍ତି । ତୁମମାନଙ୍କ ମଧ୍ୟରେ ଯେଉଁମାନେ ସେବାଯୋଗ୍ୟ ସନ୍ତାନ ଅଛନ୍ତି, ସେହିମାନେ ହିଁ ବୁଝୁଛନ୍ତି, ବାକି ସବୁ ଏତେ ବୁଝିପାରୁ ନାହାଁନ୍ତି । ଯଦି ବାବାଙ୍କର ସଂପୂର୍ଣ୍ଣ ପରିଚୟ ପିଲାମାନଙ୍କ ପାଖରେ ଥିବ ତେବେ ବାବାଙ୍କୁ ମନେ ପକାଇବେ, ନିଜ ଭିତରେ ଦୈବୀଗୁଣ ଧାରଣ କରିବେ ।

ଶିବବାବା ତୁମ ପିଲାମାନଙ୍କୁ ବୁଝାଉଛନ୍ତି । ଏହା ହେଉଛି ନୂଆ କଥା । ଏଥିରେ ବ୍ରାହ୍ମଣଙ୍କର ମଧ୍ୟ ନିଶ୍ଚିତ ଆବଶ୍ୟକ ରହିଛି । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ କେବେ ହୋଇଥା’ନ୍ତି, ଏ କଥା ଦୁନିଆରେ କାହାକୁ ଜଣାନାହିଁ । ବ୍ରାହ୍ମଣ ତ ଅନେକ ଅଛନ୍ତି । କିନ୍ତୁ ସେମାନେ ହେଲେ କୁଖ ବଂଶାବଳୀ ଅର୍ଥାତ୍ ଗର୍ଭଜାତ । ସେମାନେ କେହି ବ୍ରହ୍ମାଙ୍କର ମୁଖ ବଂଶାବଳୀ ସନ୍ତାନ ନୁହଁନ୍ତି । ବ୍ରହ୍ମାଙ୍କର ସନ୍ତାନମାନଙ୍କୁ ତ ଈଶ୍ୱର ପିତାଙ୍କ ନିକଟରୁ ସମ୍ପତ୍ତି ମିଳୁଛି । ତୁମକୁ ଏବେ ବର୍ସା ମିଳୁଛି ନା । ତୁମେ ବ୍ରାହ୍ମଣ ଅଲଗା ଅଟ, ସେମାନେ ଅଲଗା ଅଟନ୍ତି । ତୁମେ ବ୍ରାହ୍ମଣ ହେଉଛ ସଙ୍ଗମଯୁଗରେ, ସେମାନେ ଦ୍ୱାପର-କଳିଯୁଗରେ ହେଉଛନ୍ତି । ଏହି ସଙ୍ଗମଯୁଗୀ ବ୍ରାହ୍ମଣ ହିଁ ଅଲଗା ଅଟନ୍ତି । ପ୍ରଜାପିତା ବ୍ରହ୍ମାଙ୍କର ଅନେକ ସନ୍ତାନ ଅଛନ୍ତି । ଯଦିଓ ଦେହର ବିନାଶୀ ପିତାଙ୍କୁ ମଧ୍ୟ ବ୍ରହ୍ମା କୁହାଯିବ କାହିଁକିନା ପିଲାଙ୍କୁ ଜନ୍ମ ଦେଇଛନ୍ତି । କିନ୍ତୁ ସେ ସବୁ ହେଲା ଶାରୀରିକ କଥା । ଏହି ବାବା ତ କହୁଛନ୍ତି ସବୁ ଆତ୍ମାମାନେ ମୋର ସନ୍ତାନ ଅଟନ୍ତି । ତୁମେମାନେ ମିଠା-ମିଠା ରୁହାନୀ ସନ୍ତାନ ଅଟ । ଏକଥା କାହାକୁ ବୁଝାଇବା ବହୁତ ସହଜ ଅଟେ । ଶିବବାବାଙ୍କର ନିଜର ଶରୀର ନାହିଁ । ଶିବ ଜୟନ୍ତୀ ପାଳନ କରୁଛନ୍ତି, କିନ୍ତୁ ତାଙ୍କର ଶରୀର ଦେଖାଯାଏ ନାହିଁ । ବାକି ଆଉ ସମସ୍ତଙ୍କର ଶରୀର ଅଛି । ସବୁ ଆତ୍ମାମାନଙ୍କର ନିଜ-ନିଜର ଶରୀର ରହିଛି । ଶରୀରର ନାମ ଦିଆଯାଏ, ପରମାତ୍ମାଙ୍କର ନିଜର ଶରୀର ହିଁ ନାହିଁ, ସେଥିପାଇଁ ତାଙ୍କୁ ପରମଆତ୍ମା କୁହାଯାଉଛି । ତାଙ୍କ ଆତ୍ମାର ହିଁ ନାମ ହେଉଛି ଶିବ । ସେହି ନାମ କେବେ ବଦଳେ ନାହିଁ । ଶରୀର ବଦଳିଲେ ନାମ ମଧ୍ୟ ବଦଳିଯାଇଥାଏ । ଶିବବାବା କହୁଛନ୍ତି ମୁଁ ତ ସର୍ବଦା ନିରାକାର ପରମ ଆତ୍ମା ହିଁ ଅଟେ । ଡ୍ରାମାର ଯୋଜନା ଅନୁସାରେ ବର୍ତ୍ତମାନ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛି । ସନ୍ନ୍ୟାସୀମାନଙ୍କର ମଧ୍ୟ ନାମ ବଦଳିଥାଏ । ଗୁରୁଙ୍କର ଶିଷ୍ୟ ହେଲେ ନାମ ବଦଳିଥାଏ । ତୁମମାନଙ୍କର ମଧ୍ୟ ନାମ ବଦଳିଥିଲା । କିନ୍ତୁ କେତେ ଜଣଙ୍କର ନାମ ବଦଳାଇବି । କେତେ ପଳାଇ ଗଲେ । ଯେଉଁମାନେ ଆରମ୍ଭ ସମୟରେ ଥିଲେ ତାଙ୍କର ନୂଆ ଅଲୌକିକ ନାମ ରଖାଯାଇଥିଲା । ଏବେ ନାମ ରଖାଯାଉ ନାହିଁ । କାହା ଉପରେ ମଧ୍ୟ ବିଶ୍ୱାସ ନାହିଁ । ମାୟା ବହୁତଙ୍କୁ ହରାଇ ଦେଉଥିବାରୁ ପଳାଇ ଯାଉଛନ୍ତି, ସେଥିପାଇଁ ବାବା କାହାର ମଧ୍ୟ ଅଲୌକିକ ନାମ ରଖୁନାହାଁନ୍ତି । କାହାର ରଖିବେ, କାହାର ରଖିବେ ନାହିଁ, ଏହା ମଧ୍ୟ ଠିକ୍ ନୁହେଁ । ସମସ୍ତେ ତ କହୁଛନ୍ତି - ବାବା, ମୁଁ ଆପଣଙ୍କର ହୋଇଗଲି, କିନ୍ତୁ ଯଥାର୍ଥ ଭାବେ ମୋର ହେଉନାହାଁନ୍ତି । ଅନେକ ଅଛନ୍ତି ଯେଉଁମାନେ ଉତ୍ତରାଧିକାରୀ ହେବାର ରହସ୍ୟକୁ ମଧ୍ୟ ଜାଣିନାହାଁନ୍ତି । ବାବାଙ୍କୁ ସାକ୍ଷାତ୍ କରିବା ପାଇଁ ଆସୁଛନ୍ତି କିନ୍ତୁ ଉତ୍ତରାଧିକାରୀ ହେଉ ନାହାଁନ୍ତି । ସେମାନେ ବିଜୟ ମାଳାରେ ଆସିପାରିବେ ନାହିଁ । କେତେକ ଭଲ-ଭଲ ପିଲା ଭାବୁଛନ୍ତି ଆମେ ତ ଉତ୍ତରାଧିକାରୀ ଅଟୁ । କିନ୍ତୁ ବାବା ଜାଣିଛନ୍ତି ଇଏ ଉତ୍ତରାଧିକାରୀ ନୁହଁନ୍ତି । ଉତ୍ତରାଧିକାରୀ ହେବା ପାଇଁ ଭଗବାନଙ୍କୁ ନିଜର ଉତ୍ତରାଧିକାରୀ କରିବାକୁ ହେବ । ଏହି ରହସ୍ୟକୁ ବୁଝାଇବା ମଧ୍ୟ ମୁସ୍‌କିଲ ଅଟେ । ବାବା ବୁଝାଉଛନ୍ତି ଉତ୍ତରାଧିକାରୀ କାହାକୁ କୁହାଯାଏ । ଭଗବାନଙ୍କୁ କେହି ଯଦି ଉତ୍ତରାଧିକାରୀ କରିବେ ତେବେ ସମ୍ପତ୍ତି ଦେବାକୁ ପଡ଼ିବ । ତେବେ ଯାଇ ବାବା ଉତ୍ତରାଧିକାରୀ କରାଇବେ । ଗରୀବମାନଙ୍କ ବିନା କୌଣସି ସାହୁକାର ସମ୍ପତ୍ତି ଦେଇପାରିବେ ନାହିଁ । କେତେ କମ୍ ଆତ୍ମାଙ୍କର ମାଳା ହେଉଛି । ଏ କଥା ମଧ୍ୟ କେହି ବାବାଙ୍କୁ ପଚାରିଲେ ବାବା ମଧ୍ୟ କହିପାରିବେ - ତୁମେ ଉତ୍ତରାଧିକାରୀ ହେବା ପାଇଁ ଯୋଗ୍ୟ ନା ନାହିଁ? ଏହି ବ୍ରହ୍ମାବାବା ମଧ୍ୟ କହିପାରିବେ । ବୁଝିବା ପାଇଁ ଏହା ସାଧାରଣ କଥା ଅଟେ । ଉତ୍ତରାଧିକାରୀ ହେବା ପାଇଁ ମଧ୍ୟ ବହୁତ ବୁଦ୍ଧି ଦରକାର । ଦେଖୁଛନ୍ତି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ, କିନ୍ତୁ ସେହି ମାଲିକପଣିଆ ସେ କିପରି ନେଲେ - ଏ କଥା କେହି ଜାଣିନାହାଁନ୍ତି । ଏବେ ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ଅଛି । ତୁମକୁ ଏହିପରି ହେବାକୁ ପଡ଼ିବ । ପିଲାମାନେ ମଧ୍ୟ କହୁଛନ୍ତି ଆମେ ତ ସୂର୍ଯ୍ୟବଂଶୀ ଲକ୍ଷ୍ମୀ-ନାରାୟଣ ହେବୁ, ନା କି ଚନ୍ଦ୍ରବଂଶୀ ରାମ-ସୀତା । ଶାସ୍ତ୍ରରେ ରାମ-ସୀତାଙ୍କର ମଧ୍ୟ ନିନ୍ଦା କରାଯାଇଛି । ଲକ୍ଷ୍ମୀ-ନାରାୟଣଙ୍କର କେବେ କେହି ନିନ୍ଦା କରିନାହାଁନ୍ତି । ଶିବବାବା ଓ କୃଷ୍ଣଙ୍କର ମଧ୍ୟ ନିନ୍ଦା କରିଛନ୍ତି । ବାବା କହୁଛନ୍ତି ମୁଁ ତୁମ ପିଲାମାନଙ୍କୁ ଏତେ ଶ୍ରେଷ୍ଠ କରାଉଛି । ମୋଠାରୁ ମଧ୍ୟ ପିଲାମାନେ ବହୁତ ଉଚ୍ଚକୁ ଚାଲିଯାଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ କେବେ କେହି ନିନ୍ଦା କରୁନାହାଁନ୍ତି । ଯଦିଓ ସେ ହିଁ କୃଷ୍ଣଙ୍କର ଆତ୍ମା ଅଟନ୍ତି, କିନ୍ତୁ ନ ଜାଣିଥିବା କାରଣରୁ ନିନ୍ଦା କରିଦେଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ମଧ୍ୟ ବହୁତ ଖୁସିରେ ତିଆରି କରିଥା’ନ୍ତି । ବାସ୍ତବରେ ରାଧା-କୃଷ୍ଣଙ୍କର କରିବା ଉଚିତ୍‌, କାହିଁକିନା ସେମାନେ ସତ୍ତ୍ୱପ୍ରଧାନ ଅଟନ୍ତି । ଏହା ତାଙ୍କର ଯୁବା ଅବସ୍ଥା ତେଣୁ ତାଙ୍କୁ ସତ୍ତ୍ୱ ବୋଲି କୁହାଯାଉଛି । ସିଏ ଛୋଟ ପିଲା ହୋଇଥିବାରୁ ତାଙ୍କୁ ସତ୍ତ୍ୱପ୍ରଧାନ କୁହାଯିବ । ଛୋଟ ପିଲା ମହାତ୍ମା ସମାନ ହୋଇଥା’ନ୍ତି । ଛୋଟ ପିଲା ଯେପରି ବିକାର ବିଷୟରେ ଅଜ୍ଞାନୀ ହୋଇଥା’ନ୍ତି, ସେହିପରି ସେଠାରେ ବଡ଼ମାନେ ମଧ୍ୟ ବିକାର କ’ଣ ଏ କଥା ଜାଣିବେ ନାହିଁ । ଏହି ୫ ଭୂତ ସେଠାରେ ରହିବ ନାହିଁ । ବିକାର ବିଷୟରେ ଯେପରି ଅଜ୍ଞ ହୋଇଥିବେ । ବର୍ତ୍ତମାନ ହିଁ ହେଉଛି ରାତ୍ରି । କାମ ବିକାରର ପ୍ରଚେଷ୍ଟା ରାତ୍ରିରେ ହିଁ ହୋଇଥାଏ । ଦେବତାମାନେ ଦିନରେ ଥିବାରୁ କାମ ବିକାର ହୋଇ ନ ଥାଏ । କୌଣସି ବିକାର ନ ଥାଏ । ଏବେ ରାତ୍ରିରେ ଅର୍ଥାତ୍ କଳିଯୁଗରେ ସମସ୍ତେ ବିକାରୀ ହୋଇ ଯାଇଛନ୍ତି । ତୁମେ ଜାଣିଛ ଦିନ ହେବା ମାତ୍ରକେ ଆମର ସବୁ ବିକାର ଚାଲିଯିବ । ବିକାର କ’ଣ ଏ କଥା ସେଠାରେ ଜାଣିବେ ବି ନାହିଁ । ଏହା ରାବଣର ବିକାରୀ ଗୁଣ ଅଟେ । ଏହା ହେଉଛି ବିକାରୀ ଦୁନିଆ । ନିର୍ବିକାରୀ ଦୁନିଆରେ ବିକାରର କୌଣସି କଥା ରହିବ ନାହିଁ । ସେଥିପାଇଁ ତାକୁ ଈଶ୍ୱରୀୟ ରାଜ୍ୟ ବୋଲି କୁହାଯାଉଛି । ଏବେ ଆସୁରୀ ରାଜ୍ୟ ଚାଲିଛି । ଏ କଥା କେହି ଜାଣିନାହାଁନ୍ତି । ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ସବୁ କିଛି ଜାଣିଛ । ଢ଼େର ସନ୍ତାନ ଅଛନ୍ତି । କୌଣସି ମନୁଷ୍ୟ ବୁଝିପାରିବେ ନାହିଁ ଯେ ଏହି ବି.କେ ଅର୍ଥାତ୍ ବ୍ରହ୍ମାକୁମାର-କୁମାରୀମାନେ କାହାର ସନ୍ତାନ ଅଟନ୍ତି ।

ସମସ୍ତେ ଶିବବାବାଙ୍କୁ ମନେ ପକାଉଛନ୍ତି ବ୍ରହ୍ମାଙ୍କୁ ବି ନୁହେଁ । ବ୍ରହ୍ମାବାବା ନିଜେ କହୁଛନ୍ତି - ଶିବବାବାଙ୍କୁ ମନେ ପକାଅ, ଯାହାଦ୍ୱାରା ବିକର୍ମ ବିନାଶ ହେବ, ଅନ୍ୟ କାହାକୁ ବି ମନେ ପକାଇଲେ ବିକର୍ମ ବିନାଶ ହେବ ନାହିଁ । ଗୀତାରେ ମଧ୍ୟ କୁହାଯାଇଛି ମାମେକମ୍ ୟାଦ କରୋ ଅର୍ଥାତ୍ କେବଳ ମୋତେ ମନେ ପକାଅ । କୃଷ୍ଣ ତ ଏ କଥା କହିପାରିବେ ନାହିଁ । ନିରାକାର ବାବାଙ୍କ ନିକଟରୁ ହିଁ ସମ୍ପତ୍ତି ମିଳିଥାଏ । ନିଜକୁ ଯେତେବେଳେ ଆତ୍ମା ଭାବିବ ସେତେବେଳେ ଯାଇ ନିରାକାର ବାବାଙ୍କୁ ମନେ ପକାଇ ପାରିବ । ମୁଁ ହେଉଛି ଆତ୍ମା, ପ୍ରଥମେ ଏହି ନିଶ୍ଚୟକୁ ଦୃଢ କରିବାକୁ ହେବ । ମୋର ପିତା ପରମାତ୍ମା ଅଟନ୍ତି, ସିଏ କହୁଛନ୍ତି ମୋତେ ମନେପକାଇଲେ ମୁଁ ତୁମକୁ ସ୍ୱର୍ଗର ସମ୍ପତ୍ତି ଦେବି । ମୁଁ ସମସ୍ତଙ୍କର ସୁଖଦାତା । ମୁଁ ସବୁ ଆତ୍ମାମାନଙ୍କୁ ଶାନ୍ତିଧାମକୁ ନେଇଯାଉଛି । ଯେଉଁମାନେ କଳ୍ପ ପୂର୍ବରୁ ବାବାଙ୍କଠାରୁ ସତ୍ୟଯୁଗୀ ସମ୍ପତ୍ତି ନେଇଥିବେ ସେହିମାନେ ହିଁ ଆସି ନେବେ ଓ ବ୍ରାହ୍ମଣ ହେବେ । ବ୍ରାହ୍ମଣମାନଙ୍କ ମଧ୍ୟରେ ବି କେତେକ ସନ୍ତାନ ପକ୍କା ଅଟନ୍ତି । କେହି ନିଜ ପିଲା ହେବେ ଏବଂ କେହି ସାବତ ପିଲା ମଧ୍ୟ ହେବେ । ଆମେ ନିରାକାର ଶିବବାବାଙ୍କର ବଂଶାବଳୀ ଅଟୁ । ତୁମେ ଜାଣିଛ ଯେ ବଂଶ କିପରି ବଢ଼ିଚାଲିଛି । ଏବେ ବ୍ରାହ୍ମଣ ହେବା ପରେ ଆମକୁ ଘରକୁ ଫେରିବାକୁ ହେବ । ସବୁ ଆତ୍ମାମାନେ ଶରୀର ଛାଡ଼ି ଘରକୁ ଫେରିଯିବେ । ପାଣ୍ଡବ ଏବଂ କୌରବ ଉଭୟଙ୍କୁ ଶରୀର ଛାଡ଼ିବାକୁ ପଡ଼ିବ । ତୁମେ ଏହି ଜ୍ଞାନର ସଂସ୍କାର ନେଇଯାଉଛ, ପୁଣି ସେହି ଅନୁସାରେ ପ୍ରାଲବ୍ଧ ମିଳିଥାଏ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି ପୁଣି ଜ୍ଞାନର ପାର୍ଟ ଶେଷ ହୋଇଯିବ । ତୁମକୁ ୮୪ ଜନ୍ମ ପରେ ପୁନର୍ବାର ଜ୍ଞାନ ମିଳିଛି । ପୁଣି ଏହି ଜ୍ଞାନ ପ୍ରାୟଃ ଲୋପ ହୋଇଯାଇଥାଏ । ତୁମେ ପ୍ରାଲବ୍ଧ ଭୋଗ କରୁଛ । ସେଠାରେ ଅନ୍ୟ କୌଣସି ଧର୍ମାବଲମ୍ବୀମାନଙ୍କର ଚିତ୍ର ଆଦି ରହିବ ନାହିଁ । ଭକ୍ତିମାର୍ଗରେ ତୁମର ଚିତ୍ର ହିଁ ରହିବ । ସତ୍ୟଯୁଗରେ କାହାର ଚିତ୍ର ଆଦି ରହିବ ନାହିଁ । ତୁମର ଚିତ୍ର ସବୁ ସାରା ଭକ୍ତିମାର୍ଗରେ ରହିଥାଏ । ତୁମର ରାଜ୍ୟରେ ଆଉ କାହାର ଚିତ୍ର ରହିବ ନାହିଁ, କେବଳ ଦେବୀ-ଦେବତାମାନେ ହିଁ ରହିବେ । ଏଥିରୁ ହିଁ ବୁଝୁଛନ୍ତି ଯେ ଆଦି ସନାତନ ଦେବୀ-ଦେବତାମାନେ ହିଁ ଅଟନ୍ତି । ପରେ ପୁଣି ସୃଷ୍ଟି ବଢ଼ିଚାଲିଥାଏ । ତୁମ ସନ୍ତାନମାନଙ୍କୁ ଏହି ଜ୍ଞାନକୁ ସ୍ମରଣ କରି ଅତିନ୍ଦ୍ରିୟ ସୁଖରେ ରହିବା ଦରକାର । ବହୁତ ପଏଣ୍ଟସ୍ ରହିଛି । କିନ୍ତୁ ବାବା ଜାଣୁଛନ୍ତି ମାୟା ଘଡି ଘଡି ଭୁଲାଇ ଦେଉଛି । ତେଣୁ ଏ କଥା ମନେ ରହିବା ଉଚିତ୍ ଯେ ଶିବବାବା ଆମକୁ ପଢ଼ାଉଛନ୍ତି । ସିଏ ସର୍ବୋଚ୍ଚ ଅଟନ୍ତି । ଆମକୁ ଏବେ ଘରକୁ ଫେରିବାକୁ ପଡ଼ିବ । ଏହା କେତେ ସହଜ କଥା । ସମସ୍ତର ଆଧାର ଯୋଗ ଉପରେ ହିଁ ରହିଛି । ଆମକୁ ଦେବତା ହେବାର ଅଛି । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ୫ ବିକାର ହିଁ ଭୂତ ଅଟନ୍ତି । କାମ ବିକାରର ଭୂତ, କ୍ରୋଧର ଭୂତ, ଦେହ-ଅଭିମାନର ଭୂତ ମଧ୍ୟ ରହିଛି । ହଁ, କାହା ଭିତରେ ଅଧିକ ଭୂତ ଅଛି, କାହା ପାଖରେ କମ୍ । ତୁମେ ବ୍ରାହ୍ମଣ ସନ୍ତାନମାନେ ଜାଣିଛ ଯେ ଏହି ୫ଟି ବଡ ଭୂତ ରହିଛନ୍ତି । କାମ ବିକାରର ଭୂତ ହେଉଛି ନମ୍ବରୱାନ ଭୂତ, ଦ୍ୱିତୀୟ ନମ୍ବରରେ ରହିଛି କ୍ରୋଧ ରୂପକ ଭୂତ । କେହି ଯଦି ଅସଞ୍ଜତ କଥାବାର୍ତ୍ତା କରୁଛନ୍ତି ତେବେ ବାବା କୁହନ୍ତି ଇଏ କ୍ରୋଧୀ ଅଟନ୍ତି । ଏହି ଭୂତ ବାହାରିଯିବା ଉଚିତ୍ । କିନ୍ତୁ ଭୂତ ବାହାରିବା ବହୁତ ମୁସ୍‌କିଲ ଅଟେ । କ୍ରୋଧ ପରସ୍ପରକୁ ଦୁଃଖ ଦେଇଥାଏ । ମୋହ ଦ୍ୱାରା ବହୁତଙ୍କୁ ଦୁଃଖ ହୋଇ ନ ଥାଏ । ଯାହାଙ୍କର ମୋହ ଥିବ ତାଙ୍କୁ ହିଁ ଦୁଃଖ ହେବ, ସେଥିପାଇଁ ବାବା ବୁଝାଉଛନ୍ତି ଏହି ଭୂତଗୁଡିକୁ ବାହାର କରିଦିଅ ।

ପ୍ରତ୍ୟେକ ସନ୍ତାନଙ୍କୁ ବିଶେଷ ଭାବରେ ପାଠପଢ଼ା ଏବଂ ଦୈବୀଗୁଣ ପ୍ରତି ଧ୍ୟାନ ଦେବା ଉଚିତ୍ । କେତେକ ସନ୍ତାନମାନଙ୍କ ଭିତରେ ତ କ୍ରୋଧର ଅଂଶ ମଧ୍ୟ ନାହିଁ । କେହି ତ କ୍ରୋଧିତ ହୋଇ ବହୁତ ଲଢ଼େଇ କରିଥା’ନ୍ତି । ପିଲାମାନେ ଖିଆଲ କରିବା ଉଚିତ୍ ଯେ ଆମକୁ ଦୈବୀଗୁଣ ଧାରଣ କରି ଦେବତା ହେବାକୁ ପଡ଼ିବ । କେବେ କ୍ରୋଧରେ କଥା ହେବା ଅନୁଚିତ୍ । କେହି ରାଗିଲେ ଭାବନିଅ ଯେ ୟାଙ୍କ ଭିତରେ କ୍ରୋଧର ଭୂତ ରହିଛି । ସେମାନେ ଯେପରି ଭୂତନାଥ-ଭୂତନାଥନୀ ହୋଇଯାଉଛନ୍ତି, ଏପରି ଭୂତଙ୍କ ସହିତ କେବେ କଥା ହେବା ଅନୁଚିତ୍ । ଜଣେ ଯଦି କ୍ରୋଧରେ ଆସି କଥା ହେଲା ପୁଣି ଅନ୍ୟ ଜଣଙ୍କ ପାଖକୁ ମଧ୍ୟ ଭୂତ ଆସିଗଲା ତେବେ ଭୂତ ପରସ୍ପର ମଧ୍ୟରେ ଲଢ଼େଇ କରିବାରେ ଲାଗିଯିବେ । ଭୂତନାଥିନୀ ଅକ୍ଷର ବହୁତ ଖରାପ ଅଟେ । ଭୂତର ପ୍ରବେଶତା ନ ହୋଇଯାଉ, ସେଥିପାଇଁ ମନୁଷ୍ୟମାନେ ତାଙ୍କଠାରୁ ଦୂରେଇ ଯାଇଥା’ନ୍ତି । ଭୂତ ସମ୍ମୁଖରେ ଛିଡ଼ା ହେବା ମଧ୍ୟ ଅନୁଚିତ୍‌, ନଚେତ୍ ପ୍ରବେଶତା ହୋଇଯିବ । ବାବା ଆସି ଆସୁରୀ ଗୁଣ ବାହାର କରି ଦୈବୀଗୁଣ ଧାରଣ କରାଉଛନ୍ତି । ବାବା କହୁଛନ୍ତି ମୁଁ ଆସିଛି ଦୈବୀଗୁଣ ଧାରଣ କରାଇ ଦେବତା କରାଇବା ପାଇଁ । ପିଲାମାନେ ଜାଣିଛନ୍ତି ଆମେ ଦୈବୀଗୁଣ ଧାରଣ କରୁଛୁ । ଦେବତାମାନଙ୍କର ଚିତ୍ର ମଧ୍ୟ ସମ୍ମୁଖରେ ରହିଛି । ବାବା ବୁଝାଇଛନ୍ତି କ୍ରୋଧିତ ବ୍ୟକ୍ତିଙ୍କଠାରୁ ଏକଦମ୍ ଦୂରେଇ ଯାଅ । ନିଜକୁ ସୁରକ୍ଷିତ ରଖିବାର ଉପାୟ କରିବା ଦରକାର । ଆମ ଭିତରେ କ୍ରୋଧ ନ ଆସୁ, ନଚେତ୍ ଶହେଗୁଣା ପାପ ବଢ଼ିଯିବ । ବାବା ପିଲାମାନଙ୍କୁ କେତେ ଭଲ ଭାବରେ ବୁଝାଉଛନ୍ତି । ପିଲାମାନେ ମଧ୍ୟ ବୁଝୁଛନ୍ତି - ବାବା ଅବିକଳ କଳ୍ପ ପୂର୍ବ ସଦୃଶ ବୁଝାଉଛନ୍ତି, ପୁରୁଷାର୍ଥର କ୍ରମ ଅନୁସାରେ ସମସ୍ତେ ବୁଝିବେ । ନିଜ ଉପରେ ଏବଂ ଅନ୍ୟମାନଙ୍କ ଉପରେ ମଧ୍ୟ ଦୟା କରିବାକୁ ହେବ । କେହି ନିଜ ଉପରେ ଦୟା କରି ନ ଥା’ନ୍ତି, ଅନ୍ୟ ଉପରେ କରିଥା’ନ୍ତି ତେଣୁ ସେମାନେ ଉଚ୍ଚକୁ ଉଠିଯାଇଥା’ନ୍ତି, ଇଏ ନିଜେ ପୁଣି ତଳେ ରହିଯାଇଥାଆନ୍ତି । ନିଜେ ବିକାର ଉପରେ ବିଜୟ ପ୍ରାପ୍ତ କରୁନାହାଁନ୍ତି, ଅନ୍ୟକୁ ବୁଝାଉଛନ୍ତି, ଯାହାକି ସେ ବିଜୟୀ ହୋଇ ଯାଇଥା’ନ୍ତି । ଏପରି ମଧ୍ୟ ଚମତ୍କାର ହୋଇଥାଏ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନକୁ ସ୍ମରଣ କରି ଅତିନ୍ଦ୍ରୟ ସୁଖରେ ରହିବାକୁ ହେବ । କାହା ସହିତ ବି ଅସଞ୍ଜତ କଥାବାତ୍ତା କରିବା ଅନୁଚିତ୍ । କେହି ଯଦି କ୍ରୋଧିତ ହୋଇ କଥାବାର୍ତ୍ତା କରୁଛି ତେବେ ତାଙ୍କଠାରୁ ଦୂରେଇଯିବା ଉଚିତ୍ ।

(୨) ଭଗବାନଙ୍କର ଉତ୍ତରାଧିକାରୀ ହେବା ପାଇଁ ପ୍ରଥମେ ତାଙ୍କୁ ନିଜର ଉତ୍ତରାଧିକାରୀ କରିବାକୁ ହେବ । ବୁଦ୍ଧିମାନ ହୋଇ ନିଜର ସବୁ କିଛି ବାବାଙ୍କୁ ଅର୍ପଣ କରି ସେଥିରୁ ନିଜର ମମତ୍ୱ ତୁଟାଇ ଦେବାକୁ ହେବ । ନିଜ ଉପରେ ନିଜେ ହିଁ ଦୟା କରିବାକୁ ହେବ ।

ବରଦାନ:-
ସର୍ବଦା ସାକ୍ଷୀ ସ୍ଥିତିରେ ରହି ନିଜର ଉଚ୍ଚ ସ୍ଥିତି ଦ୍ୱାରା ସର୍ବ ଆତ୍ମାଙ୍କୁ ସକାଶ ହେଉଥିବା ବାବାଙ୍କ ସମାନ ଅବ୍ୟକ୍ତ ଫରିସ୍ତା ହୁଅ ।

ଚାଲିବା ବୁଲିବା ସମୟରେ ନିଜକୁ ଆତ୍ମା ଏବଂ କର୍ମ କରିବା ସମୟରେ ଅବ୍ୟକ୍ତ ଫରିସ୍ଥା ମନେ କରିବ ତେବେ ସର୍ବଦା ଖୁସିରେ ଉଡିବାକୁ ଲାଗିବ କାରଣ ଫରିସ୍ତା ଅର୍ଥାତ୍ ସର୍ବଦା ଉଚ୍ଚ ସ୍ଥିତିରେ ରହୁଥିବା ଆତ୍ମା । ଏହି ଦେହର ଦୁନିଆରେ ଯାହା ବି ହେଉଥାଉ କିନ୍ତୁ ତୁମେ ସାକ୍ଷୀ ସ୍ଥିତିରେ ରହି ସମସ୍ତଙ୍କର ପାର୍ଟକୁ ଦେଖୁଥାଅ ଏବଂ ସକାଶ ଦେଉଥାଅ, କିନ୍ତୁ କେବେ ବି ନିଜର ଉଚ୍ଚ ସ୍ଥିତିର ଆସନରୁ ତଳକୁ ଆସି କାହାକୁ ସକାଶ ଦେଇ ପାରିବ ନାହିଁ ତେଣୁ ସର୍ବଦା ଉଚ୍ଚ ସ୍ଥିତିରେ ସ୍ଥିତ ହୋଇ ନିଜର ମନର ବୃତ୍ତି ଦ୍ୱାରା, ଦୃଷ୍ଟି ଦ୍ୱାରା ସହଯୋଗର, କଲ୍ୟାଣର ସକାଶ ଦିଅ, ତଳ-ଉପର ସ୍ଥିତି ଦ୍ୱାରା ନୁହେଁ, ତେବେ ଯାଇ ଯେ କୌଣସି ପ୍ରକାରର ବାତାବରଣରେ ସୁରକ୍ଷିତ ରହି ବାବାଙ୍କ ସମାନ ଅବ୍ୟକ୍ତ ଫରିସ୍ଥା ଭବର ବରଦାନୀ ହୋଇପାରିବ ।

ସ୍ଲୋଗାନ:-
ନିଜର ଯୋଗବଳ ଦ୍ୱାରା ଦୁଃଖକୁ ସୁଖରେ ଏବଂ ଅଶାନ୍ତିକୁ ଶାନ୍ତିରେ ପରିବର୍ତ୍ତନ କର ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର

(୧୪) ନିଜର ଶୁଭଭାବନା, ଶ୍ରେଷ୍ଠକାମନା, ଶ୍ରେଷ୍ଠ ବୃତ୍ତି, ଶ୍ରେଷ୍ଠ ପ୍ରକମ୍ପନ ଦ୍ୱାରା ଯେ କୌଣସି ସ୍ଥାନରେ ରହି ସଂକଳ୍ପ ଦ୍ୱାରା ଅନେକ ଆତ୍ମାଙ୍କର ସେବା କରିପାରିବ ତେବେ ଏହାର ବିଧି ହେଲା ଲାଇଟ୍ ହାଉସ୍‌-ମାଇଟ୍ ହାଉସ୍ ହେବା ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ହେବା । ଏଥିରେ କୌଣସି ସ୍ଥୁଳ ସାଧନର, ସୁଯୋଗ ମିଳିବାର ବା ସମୟର କୌଣସି ସମସ୍ୟା ନାହିଁ, କେବଳ ଲାଇଟ୍‌-ମାଇଟ୍‌ରେ ସମ୍ପନ୍ନ ରହିବା ଦରକାର ।