14.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ସର୍ବୋତ୍ତମ ସୌଭାଗ୍ୟଶାଳୀ ବ୍ରାହ୍ମଣ କୁଳ ଭୂଷଣ ଅଟ, ତୁମକୁ ସ୍ୱୟଂ ଭଗବାନ ଅଭିନନ୍ଦନ
ଜଣାଉଛନ୍ତି ।”
ପ୍ରଶ୍ନ:-
ବାବା
ପିଲାମାନଙ୍କୁ ସଙ୍ଗମଯୁଗରେ ହିଁ ସୃଷ୍ଟିର ସମାଚାର ଶୁଣାଉଛନ୍ତି, ସତ୍ୟଯୁଗରେ ନୁହେଁ, କାହିଁକି?
ଉତ୍ତର:-
କାହିଁକିନା ସତ୍ୟଯୁଗ ତ’ ହେଉଛି ଆଦିର ସମୟ, ସେହି ସମୟରେ ସାରା ସୃଷ୍ଟିର ସମାଚାର ଅର୍ଥାତ୍
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ କିପରି ଶୁଣାଇବେ, ଯେ ପର୍ଯ୍ୟନ୍ତ ଚକ୍ରର ପୁନରାବୃତ୍ତି ହିଁ
ହୋଇନାହିଁ ସେ ପର୍ଯ୍ୟନ୍ତ ସମାଚାର କିପରି ଶୁଣାଇପାରିବେ । ସଙ୍ଗମଯୁଗରେ ହିଁ ତୁମେ ପିଲାମାନେ
ବାବାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ସମାଚାର ଶୁଣୁଛ । ତୁମକୁ ହିଁ ଜ୍ଞାନର ତୃତୀୟ ନେତ୍ର ମିଳୁଛି ।
ଓମ୍ ଶାନ୍ତି ।
ଆଜି ହେଉଛି ତ୍ରିମୂର୍ତ୍ତି ଶିବ ଜୟନ୍ତି ସହିତ ବ୍ରାହ୍ମଣ ଜୟନ୍ତୀ ପୁଣି ସଙ୍ଗମଯୁଗର ଜୟନ୍ତୀର
ଶୁଭ ଦିବସ । ଏମିତି ବହୁତ ଅଛନ୍ତି, ଯେଉଁମାନଙ୍କୁ ବାବା ଈଶ୍ୱରୀୟ ଜନ୍ମସିଦ୍ଧ ଅଧିକାରର
ଗ୍ରିଟିଙ୍ଗ୍ସ ଅର୍ଥାତ୍ ଅଭିନନ୍ଦନ ମଧ୍ୟ ଦେଇପାରିବେ ନାହିଁ । ଏମିତି ବି ବହୁତ ଅଛନ୍ତି,
ଯେଉଁମାନଙ୍କୁ ଜଣାନାହିଁ ଯେ ଶିବବାବା କିଏ, ତାଙ୍କଠାରୁ କ’ଣ ମିଳିବ? ସେମାନେ ଅଭିନନ୍ଦନ କ’ଣ
ବୁଝିବେ । ନୂଆ ନୂଆ ପିଲାମାନେ ବିଲ୍କୁଲ୍ ବୁଝିପାରିବେ ନାହିଁ । ଏହା ହେଉଛି ଜ୍ଞାନର ନୃତ୍ୟ ।
କହୁଛନ୍ତି ନା ଶ୍ରୀକୃଷ୍ଣ ନୃତ୍ୟ କରୁଥିଲେ । ଏଠାରେ କନ୍ୟାମାନେ ରାଧାକୃଷ୍ଣ ହୋଇ ନୃତ୍ୟ
କରୁଛନ୍ତି । କିନ୍ତୁ ନୃତ୍ୟ କରିବାର ତ’ କିଛି କଥା ହିଁ ନାହିଁ । ସିଏ ତ’ ସତ୍ୟଯୁଗରେ
ବାଲ୍ୟକାଳରେ ରାଜକୁମାର-ରାଜକୁମାରୀମାନଙ୍କ ସହିତ ନୃତ୍ୟ କରିବେ । ପିଲାମାନେ ଜାଣିଛନ୍ତି - ଇଏ
ହେଲେ ବାପଦାଦା । ଦାଦାଙ୍କୁ ଗ୍ରାଣ୍ଡ୍ ଫାଦର (ଜେଜେବାପା) କୁହାଯାଏ । ଏହି ଦାଦା ତ’ ହେଲେ
ଶାରୀରିକ ପିତା । ଏଠାରେ ତ’ ଆଶ୍ଚର୍ଯ୍ୟଜନକ କଥା! ସେ ଦାଦା ହେଲେ ଅଲୌକିକ ଏବଂ ଇଏ ହେଲେ ଲୌକିକ,
ଏହି ଦୁଇଜଣଙ୍କୁ କୁହାଯାଉଛି ବାପଦାଦା । ବାବାଙ୍କଠାରୁ ଦାଦାଙ୍କ ଦ୍ୱାରା ସମ୍ପତ୍ତି ମିଳୁଛି ।
ସମ୍ପତ୍ତି ହେଉଛି ଜେଜେବାପାଙ୍କର । ସବୁ ଆତ୍ମା ଭାଇ ଭାଇ ଅଟନ୍ତି, ତେଣୁ ସମ୍ପତ୍ତି ପିତାଙ୍କଠାରୁ
ମିଳୁଛି । ବାବା କହୁଛନ୍ତି, ତୁମ ଆତ୍ମାମାନଙ୍କର ନିଜ ନିଜର ଶରୀର, ନିଜ ନିଜର କର୍ମେନ୍ଦ୍ରିୟ ଅଛି
। ମୋତେ ନିରାକାର କହୁଛନ୍ତି ତେବେ ନିଶ୍ଚିତ ଭାବରେ ମୋତେ ଶରୀର ଦରକାର । ତେବେ ତ’ ପିଲାମାନଙ୍କୁ
ରାଜଯୋଗ ଶିଖାଇବି ଅଥବା ମନୁଷ୍ୟରୁ ଦେବତା, ପତିତରୁ ପାବନ ହେବାର ମାର୍ଗ ବତାଇବି ବା ଆତ୍ମାରୂପୀ
ମଇଳା କପଡାକୁ ଧୋଇବି... ତେବେ ନିଶ୍ଚିତ ଭାବରେ ସିଏ ବହୁତ ବଡ ଧୋବା ହୋଇଥିବେ । ସାରା ବିଶ୍ୱର
ଆତ୍ମାମାନଙ୍କୁ ଏବଂ ଶରୀରକୁ ଧୋଇଥା’ନ୍ତି ଅର୍ଥାତ୍ ପବିତ୍ର କରିଥା’ନ୍ତି । ଜ୍ଞାନ ଏବଂ ଯୋଗ
ଦ୍ୱାରା ଏବେ ତୁମର ଆତ୍ମାମାନଙ୍କୁ ସଫା କରାଯାଉଛି ।
ଆଜି ତୁମେ ପିଲାମାନେ ଏଠାକୁ ଅର୍ଥାତ୍ ମଧୁବନକୁ ଆସିଛ, ଜାଣିଛ ଆମେ ଶିବବାବାଙ୍କୁ ଅଭିନନ୍ଦନ ଦେବା
ପାଇଁ ଆସିଛୁ । ବାବା ପୁଣି କହୁଛନ୍ତି ତୁମେମାନେ ଯାହାକୁ ଅଭିନନ୍ଦନ ଦେବା ପାଇଁ ଆସିଛ, ସେହି
ବାବା ମଧ୍ୟ ତୁମ ପିଲାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି କାରଣ ତୁମେମାନେ ସର୍ବୋତ୍ତମ ସୌଭାଗ୍ୟଶାଳୀ
ବ୍ରାହ୍ମଣ କୁଳ ଭୂଷଣ ଅଟ । ତୁମେମାନେ ଯେତେ ଉତ୍ତମ, ସେତେ ଦେବତାମାନେ ମଧ୍ୟ ନୁହଁନ୍ତି ।
ବ୍ରାହ୍ମଣମାନେ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ଅଟନ୍ତି । ସର୍ବୋଚ୍ଚ ହେଲେ ବାବା । ପୁଣି ସିଏ
ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି । ତାଙ୍କର ସନ୍ତାନ ତୁମେମାନେ ମଧ୍ୟ ବହୁତ ଉଚ୍ଚ ବ୍ରାହ୍ମଣ ହେଉଛ
। ବ୍ରାହ୍ମଣମାନଙ୍କର ହେଲା ଚୁଟୀ । ତାଙ୍କ ତଳକୁ ହେଲେ ଦେବତାମାନେ । ସମସ୍ତଙ୍କ ଉପରେ ହେଲେ ବାବା
। ବାବା ହିଁ ତୁମମାନଙ୍କୁ ସ୍ୱର୍ଗର ସମ୍ପତ୍ତି ଦେବା ପାଇଁ ବ୍ରାହ୍ମଣ ବ୍ରାହ୍ମଣୀ କରିଛନ୍ତି ।
ଏହି ଲକ୍ଷ୍ମୀ-ନାରାୟଣଙ୍କର ଦେଖ କେତେ ମନ୍ଦିର ତିଆରି କରିଛନ୍ତି । ତାଙ୍କ ଆଗରେ ମୁଣ୍ଡ
ନୁଆଁଉଛନ୍ତି । ଭାରତବାସୀଙ୍କୁ ଏକଥା ତ’ ଜଣା ଥିବା ଦରକାର ଯେ, ଏମାନେ ମଧ୍ୟ ମନୁଷ୍ୟ ହିଁ ଅଟନ୍ତି
। ଲକ୍ଷ୍ମୀ-ନାରାୟଣ ଦୁଇଜଣ ଅଲଗା ଅଲଗା ଅଟନ୍ତି । ଏଠାରେ ତ’ ଜଣେ ମନୁଷ୍ୟର ଦୁଇଟିଯାକ ନାମ
ରଖିଦେଉଛନ୍ତି । ଜଣଙ୍କର ନାମ ଲକ୍ଷ୍ମୀ-ନାରାୟଣ ଅର୍ଥାତ୍ ନିଜକୁ ବିଷ୍ଣୁ ଚତୁର୍ଭୁଜ କହୁଛନ୍ତି ।
ନିଜର ନାମ ଲକ୍ଷ୍ମୀ-ନାରାୟଣ ଅଥବା ରାଧା-କୃଷ୍ଣ ରଖୁଛନ୍ତି, ତେବେ ଚତୁର୍ଭୁଜ ହୋଇଗଲେ ନା । ସେହି
ବିଷ୍ଣୁ ତ’ ହେଉଛନ୍ତି ସୂକ୍ଷ୍ମଲୋକର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ତୁମେମାନେ ସେହି ବିଷ୍ଣୁପୁରୀର
ମାଲିକ ହେବ । ଏହି ଲକ୍ଷ୍ମୀ-ନାରାୟଣ ବିଷ୍ଣୁପୁରୀର ମାଲିକ ଅଟନ୍ତି । ବିଷ୍ଣୁଙ୍କର ହେଲା
ଚାରିଭୁଜା । ଦୁଇଟି ଲକ୍ଷ୍ମୀଙ୍କର ଦୁଇଟି ନାରାୟଣଙ୍କର । ତୁମେ କହିବ ଆମେ ବିଷ୍ଣୁପୁରୀର ମାଲିକ
ହେଉଛୁ । ଆଚ୍ଛା ବାବାଙ୍କର ମହିମାର ଗୀତ ଶୁଣାଅ । କିତନା ମିଠା କିତନା ପ୍ୟାରା ଶିବଭୋଳା ଭଗବାନ.....
। ସାରା ଦୁନିଆରେ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବାବାଙ୍କ ବ୍ୟତୀତ କାହାର ମଧ୍ୟ ଏତିକି ମହିମା ନାହିଁ
। କ୍ରମ ଅନୁସାରେ ତ ଅଛନ୍ତି । ସବୁଠାରୁ ଅଧିକ ସର୍ବୋତ୍ତମ ମହିମା ହେଲା, ସର୍ବୋଚ୍ଚ ପରମପିତା
ପରମାତ୍ମାଙ୍କର, ଯାହାଙ୍କର ତୁମେ ସମସ୍ତେ ସନ୍ତାନ ଅଟ । କହୁଛ ଆମେ ଈଶ୍ୱରୀୟ ସନ୍ତାନ ଅଟୁ । ତେବେ
ଈଶ୍ୱର ତ’ ସ୍ୱର୍ଗ ରଚନା କରୁଛନ୍ତି ପୁଣି ତୁମେ ନର୍କରେ କାହିଁକି ପଡିଛ । ଈଶ୍ୱରଙ୍କର ମଧ୍ୟ ଏହି
ଭାରତରେ ଜନ୍ମ ହେଉଛି । ଖ୍ରୀଷ୍ଟିୟାନମାନେ କହିବେ ଆମେ ସବୁ ଖ୍ରୀଷ୍ଟଙ୍କର ସନ୍ତାନ । ଏହି କଥାକୁ
ହିଁ ଭାରତବାସୀମାନେ ଭୁଲିଯାଇଛନ୍ତି ଯେ, ଆମେ ସବୁ ପରମପିତା ପରମାତ୍ମା ଶିବଙ୍କର ଡାଇରେକ୍ଟ
ସନ୍ତାନ । ବାବା ଏଠାକୁ ଆସୁଛନ୍ତି ପିଲାମାନଙ୍କୁ ନିଜର ସନ୍ତାନ କରି ରାଜ୍ୟ ଭାଗ୍ୟ ଦେବା ପାଇଁ ।
ଆଜି ବାବା ଭଲ ଭାବରେ ବୁଝାଉଛନ୍ତି କାରଣ ନୂଆମାନେ ମଧ୍ୟ ବହୁତ ଅଛନ୍ତି । ସେମାନଙ୍କ ପାଇଁ ଏ ସବୁ
ବୁଝିବା କଷ୍ଟକର । ହଁ ପୁଣି ବି ସ୍ୱର୍ଗବାସୀ ତ’ ହେଉଛନ୍ତି । ସ୍ୱର୍ଗରେ ସୂର୍ଯ୍ୟବଂଶୀ ରାଜା
ରାଣୀ ବି ଅଛନ୍ତି, ଦାସ-ଦାସୀ ବି ଅଛନ୍ତି । ପ୍ରଜା ବି ରହିଥାଆନ୍ତି । ସେମାନଙ୍କ ମଧ୍ୟରେ କେହି
ଗରୀବ, କେହି ସାହୁକାର ହୋଇଥାଆନ୍ତି । କେହି କେହି ସାହୁକାର ମଧ୍ୟ ହେଉଛନ୍ତି । ସେମାନଙ୍କର ମଧ୍ୟ
ଦାସ ଦାସୀ ରହିବେ । ସାରା ରାଜଧାନୀ ଏହିଠାରେ ହିଁ ସ୍ଥାପନା ହେଉଛି । ଏକଥା ତ’ ଆଉ କାହାକୁ
ଜଣାନାହିଁ । ଏବେ ତ ସମସ୍ତଙ୍କର ଆତ୍ମା ତମୋପ୍ରଧାନ ହୋଇଯାଇଛି । ଜ୍ଞାନର ତୃତୀୟ ନେତ୍ର କାହାର
ବି ନାହିଁ । (ଗୀତ ବାଜିଲା) ଏବେ ବାବାଙ୍କର ମହିମା ଶୁଣିଲ । ସିଏ ହେଲେ ସମସ୍ତଙ୍କର ପିତା ।
ଭଗବାନଙ୍କୁ ପିତା କହୁଛନ୍ତି, ଯିଏକି ଅବିନାଶୀ ସୁଖ ଦେଇଥା’ନ୍ତି । ଏହି ଭାରତରେ ହିଁ ଅସରନ୍ତି
ସୁଖ ଥିଲା, ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏହି ଲକ୍ଷ୍ମୀ ନାରାୟଣ ହିଁ ଛୋଟ ଅବସ୍ଥାରେ
ରାଧାକୃଷ୍ଣ ଥିଲେ । ପୁଣି ସ୍ୱୟଂବର ପରେ ତାଙ୍କର ନାମ ଲକ୍ଷ୍ମୀ ନାରାୟଣ ହୋଇଥାଏ । ଏହି ଭାରତରେ
୫୦୦୦ ବର୍ଷ ପୂର୍ବରୁ ଦେବତାମାନଙ୍କର ରାଜ୍ୟ ଥିଲା । କେବଳ ଲକ୍ଷ୍ମୀ-ନାରାୟଣଙ୍କ ବ୍ୟତିତ ଆଉ
କାହାର ରାଜ୍ୟ ନ ଥିଲା । ଆଉ କୌଣସି ଦେଶ ବା ରାଷ୍ଟ୍ର ନ ଥିଲା । ତେବେ ବର୍ତ୍ତମାନ
ଭାରତବାସୀମାନଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଜଣାପଡିବା ଦରକାର ଯେ, ଏହି ଲକ୍ଷ୍ମୀ-ନାରାୟଣ ପୂର୍ବ
ଜନ୍ମରେ କେଉଁ କର୍ମ କରିଥିଲେ । ଯେପରି କୁହାଯିବ ବିରଳା କମ୍ପାନୀର ମାଲିକ କି କର୍ମ କରିଥିଲେ
ଯେ, ବର୍ତ୍ତମାନ ଏତେ ଧନବାନ ହୋଇଛନ୍ତି । ତେବେ ନିଶ୍ଚିତ କହିବେ ଯେ, ପୂର୍ବ ଜନ୍ମରେ ବହୁତ ଦାନ
ପୁଣ୍ୟ କରିଥିବେ । କାହା ପାଖରେ ବହୁତ ଧନ ଅଛି, ତ କାହାକୁ ଖାଇବାକୁ ମିଳୁନାହିଁ କାରଣ କର୍ମ
ସେହିଭଳି କରିଛନ୍ତି । କର୍ମକୁ ତ’ ମାନୁଛ । କର୍ମ-ଅକର୍ମ-ବିକର୍ମର ଗତି ବିଷୟରେ ଗୀତାର ଭଗବାନ
ହିଁ ଶୁଣାଇଥିଲେ, ଯାହାଙ୍କର ମହିମା ଶୁଣିଲ । ଶିବ ଭଗବାନ ହେଲେ ଜଣେ । ମନୁଷ୍ୟକୁ ଭଗବାନ
କୁହାଯିବ ନାହିଁ । ଏବେ ବାବା କେଉଁଠି ଆସିଛନ୍ତି! ବୁଝାଉଛନ୍ତି ଯେ, ସମ୍ମୁଖରେ ମହାଭାରତ ଲଢ଼େଇ
ଦଣ୍ଡାୟମାନ, ତେଣୁ ମିଠାରୁ ମିଠା ବାବା ଆସି ବୁଝାଉଛନ୍ତି, ୟାଙ୍କୁ ତ ଦୁଃଖରେ ସମସ୍ତେ ସ୍ମରଣ
କରୁଛନ୍ତି । କୁହାଯାଏ ଦୁଃଖ ମେଁ ସିମିରଣ ସବ କରେ..... ଶିବବାବାଙ୍କୁ ଦୁଃଖରେ ସମସ୍ତେ ସ୍ମରଣ
କରିଥା’ନ୍ତି । ସୁଖରେ କେହି କରନ୍ତି ନାହିଁ । ସ୍ୱର୍ଗରେ ତ’ ଦୁଃଖ ନ ଥିଲା । ସେଠାରେ ବାବାଙ୍କ
ଦ୍ୱାରା ପ୍ରାପ୍ତ ହୋଇଥିବା ସମ୍ପତ୍ତି ଥିଲା । ୫୦୦୦ ବର୍ଷ ପୂର୍ବରୁ ଯେତେବେଳେ ଶିବବାବା ଆସିଥିଲେ
ସେତେବେଳେ ଭାରତକୁ ସ୍ୱର୍ଗ କରିଥିଲେ । ଏବେ ଏହା ନର୍କ ହୋଇଯାଇଛି । ତେଣୁ ବାବା ଏହି ନର୍କକୁ
ସ୍ୱର୍ଗ କରିବା ପାଇଁ ଆସିଛନ୍ତି । ଦୁନିଆକୁ ତ’ ଏସବୁ କଥା କିଛି ବି ଜଣା ନାହିଁ ତେଣୁ କହୁଛନ୍ତି
ଆମେ ସବୁ ଅନ୍ଧ । ଅନ୍ଧମାନଙ୍କର ବାଡି ପ୍ରଭୂ ଆପଣ ଆସନ୍ତୁ, ଏଠାକୁ ଆସି ଆମକୁ ଚକ୍ଷୁ ପ୍ରଦାନ
କରନ୍ତୁ । ତୁମ ସନ୍ତାନମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି । ଯେଉଁଠି ଆମେ ଆତ୍ମାମାନେ
ରହିଥାଉ ତାହା ହେଲା ଶାନ୍ତିଧାମ । ବାବା ମଧ୍ୟ ସେହିଠାରେ ରହିଥା’ନ୍ତି । ତୁମେ ଆତ୍ମାମାନେ
ସେଠାରେ ରହୁଛ ଏବଂ ମୁଁ ମଧ୍ୟ ସେଠାରେ ରହୁଛି । ବାବା ବ୍ରହ୍ମାଙ୍କର ଆତ୍ମାକୁ କହୁଛନ୍ତି - ମୁଁ
ତୁମ ସମସ୍ତ ଆତ୍ମାମାନଙ୍କର ପିତା ସେହିଠାରେ ରହୁଛି । ତୁମେ ପୁନର୍ଜନ୍ମର ପାର୍ଟ କରୁଛ, ମୁଁ
କରୁନାହିଁ । ତୁମେମାନେ ବିଶ୍ୱର ମାଲିକ ହେଉଛ, ମୁଁ ହେଉନାହିଁ । ତୁମକୁ ୮୪ ଜନ୍ମ ନେବାକୁ ପଡୁଛି
। ତୁମମାନଙ୍କୁ ବୁଝାଇଥିଲି ଯେ, ହେ ସନ୍ତାନମାନେ, ତୁମେ ନିଜର ଜନ୍ମକୁ ଜାଣିନାହଁ । ୮୪ ଲକ୍ଷ
ଜନ୍ମ କହୁଛନ୍ତି - ଏହା ତ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ମୁଁ ହେଲି ଜ୍ଞାନର ସାଗର ପତିତ ପାବନ,
ମୁଁ ସେତେବେଳେ ଆସୁଛି ଯେତେବେଳେ ସମସ୍ତେ ପତିତ ହୋଇଯାଇଥା’ନ୍ତି । ସେତେବେଳେ ହିଁ ଏଠାକୁ ଆସି
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଇ ତୁମକୁ ତ୍ରିକାଳଦର୍ଶୀ କରୁଛି । ବହୁତ ଲୋକ
ପଚାରୁଛନ୍ତି, ପ୍ରଥମେ ପ୍ରଥମେ ମନୁଷ୍ୟମାନଙ୍କୁ କିପରି ରଚନା କରିଲେ? ଭଗବାନ ସୃଷ୍ଟି କିପରି ରଚନା
କଲେ? ଗୋଟିଏ ଶାସ୍ତ୍ରରେ ମଧ୍ୟ ଦେଖାଇଛନ୍ତି - ପ୍ରଳୟ ହୋଇଗଲା ପୁଣି ଔଷତ୍ଥ ପତ୍ର ଉପରେ
ଶ୍ରୀକୃଷ୍ଣ ସାଗରରେ ଭାସି ଭାସି ଆସିଲେ । ବାବା କହୁଛନ୍ତି ଏପରି କିଛି କଥା ନାହିଁ, ଏହା ହେଲା
ଅବିନାଶୀ ଡ୍ରାମା । ସତ୍ୟ-ତ୍ରେତାଯୁଗ ହେଲା ଦିନ, ଦ୍ୱାପର କଳିଯୁଗ ହେଲା ରାତି ।
ପିଲାମାନେ ବାବାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ବାବା କହୁଛନ୍ତି ତତ୍ତ୍ୱମ୍ ଅର୍ଥାତ୍ ତୁମେ ମଧ୍ୟ
ସେହିଭଳି ହେଉଛ । ତୁମେ ମଧ୍ୟ ୧୦୦ ପ୍ରତିଶତ ଦୁର୍ଭାଗ୍ୟଶାଳୀରୁ ୧୦୦ ପ୍ରତିଶତ ସୌଭାଗ୍ୟଶାଳୀ
ହେଉଛ । ତୁମେ ଭାରତବାସୀ ଦେବୀ-ଦେବତା ଥିଲ, କିନ୍ତୁ ତୁମକୁ ଜଣାନାହିଁ । ବାବା ଆସି ତୁମମାନଙ୍କୁ
ସେ କଥା ବୁଝାଉଛନ୍ତି । ତୁମେ ନିଜର ଜନ୍ମକୁ ଜାଣି ନାହଁ । ମୁଁ ଆସି ତୁମମାନଙ୍କୁ ଜଣାଉଛି - ତୁମେ
୮୪ ଜନ୍ମ ନେଇଛ । ବାବା ତୁମକୁ ସଙ୍ଗମଯୁଗରେ ସାରା ସୃଷ୍ଟିର ସମାଚାର ଶୁଣାଉଛନ୍ତି । ସତ୍ୟଯୁଗରେ
କ’ଣ ଏସବୁ ଶୁଣାଇବେ! ଯେତେବେଳେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତ ହୋଇନାହିଁ, ସେତେବେଳେ ତା’ର ସମାଚାର
କିପରି ଶୁଣାଇବେ । ମୁଁ ଆସୁଛି ଅନ୍ତିମ ସମୟରେ, କଳ୍ପର ସଙ୍ଗମଯୁଗରେ । ଶାସ୍ତ୍ରରେ ଲେଖି
ଦେଇଛନ୍ତି ଯୁଗେ ଯୁଗେ, ଗୀତାରେ ଲେଖିଦେଇଛନ୍ତି ଶ୍ରୀକୃଷ୍ଣ ଭଗବାନୁବାଚ । ସବୁ ଧର୍ମାବଲମ୍ବୀ
କ’ଣ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ମାନିବେ କି! ଭଗବାନ ତ’ ନିରାକାର ଅଟନ୍ତି ନା । ସିଏ ହେଲେ ସବୁ
ଆତ୍ମାମାନଙ୍କର ପିତା । ପିତାଙ୍କଠାରୁ ସମ୍ପତ୍ତି ମିଳିଥାଏ । ତୁମେ ସବୁ ଆତ୍ମାମାନେ ଭାଇ ଭାଇ ଅଟ
। ପରମାତ୍ମାଙ୍କୁ ସର୍ବବ୍ୟାପୀ କହିବା ଦ୍ୱାରା ତ’ ପିତୃତ୍ୱଭାବ ଅର୍ଥାତ୍ ସମସ୍ତେ ପିତା
ହୋଇଯାଉଛନ୍ତି, ତେବେ ପିତାଙ୍କୁ କ’ଣ କେବେ ସମ୍ପତ୍ତି ମିଳେ କି? ସମ୍ପତ୍ତି ତ’ ପିଲାମାନଙ୍କୁ
ମିଳେ । ତୁମେ ଆତ୍ମାମାନେ, ସମସ୍ତେ ହେଲ ମୋର ସନ୍ତାନ । ତେଣୁ ତୁମକୁ ବାବାଙ୍କର ସମ୍ପତ୍ତି
ନିଶ୍ଚିତ ମିଳିବା ଦରକାର । ଲୌକିକ ପିତାଙ୍କର ସମ୍ପତ୍ତିରେ ତୁମେ ସନ୍ତୁଷ୍ଟ ହେଉନାହଁ ସେଥିପାଇଁ
ଡାକୁଛ - ତୁମ କୃପାରୁ ଅସରନ୍ତି ସୁଖ ମିଳିଥିଲା । ଏବେ ପୁଣି ରାବଣ ଠାରୁ ଦୁଃଖ ମିଳୁଛି, ତେଣୁ
ମୋତେ ଡାକିବାରେ ଲାଗିଛ । ସମସ୍ତଙ୍କର ଆତ୍ମା ଡାକୁଛି, କାରଣ ଏମାନଙ୍କର ଦୁଃଖ ରହିଛି । ସେଥିପାଇଁ
ଡାକୁଛନ୍ତି, ବାବା ଆସ, ଆସି ଆମକୁ ସୁଖ ଦିଅ । ବର୍ତ୍ତମାନ ଏହି ଜ୍ଞାନଦ୍ୱାରା ତୁମେ ସ୍ୱର୍ଗର
ମାଲିକ ହେଉଛ । ତୁମର ସଦ୍ଗତି ହେଉଛି, ସେଥିପାଇଁ ଗାୟନ ହେଉଛି ସମସ୍ତଙ୍କର ସଦ୍ଗତିଦାତା
ଏକମାତ୍ର ବାବା ଅଟନ୍ତି । ଏବେ ସମସ୍ତେ ଦୁର୍ଗତିରେ ଅଛନ୍ତି, ପୁଣି ସମସ୍ତଙ୍କର ସଦ୍ଗତି ହୋଇଥାଏ
। ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ, ତୁମେ ସ୍ୱର୍ଗରେ ଥିଲ । ବାକି
ସମସ୍ତେ ମୁକ୍ତିଧାମରେ ଥିଲେ । ଏବେ ଆମେ ବାବାଙ୍କ ଦ୍ୱାରା ରାଜଯୋଗର ଶିକ୍ଷା କରୁଛୁ । କଳ୍ପର
ସଂଗମ ସମୟରେ ମୁଁ ତୁମମାନଙ୍କୁ ପଢାଉଛି । ମନୁଷ୍ୟରୁ ଦେବତା କରୁଛି । ଏବେ ମୁଁ ତୁମମାନଙ୍କୁ ଏ
ସବୁର ରହସ୍ୟକୁ ବୁଝାଉଛି । ଶିବରାତ୍ରି କେବେ ହୋଇଥିଲା, ଏକଥା ତ’ ଜାଣିବା ଦରକାର ନା । କ’ଣ
ହୋଇଥିଲା, ଶିବବାବା କେବେ ଆସିଥିଲେ? କିଛି ବି ଜାଣିନାହାନ୍ତି । ତେଣୁ ପଥରବୁଦ୍ଧି ହେଲେ ନା ।
ଏବେ ତୁମେ ପାରସବୁଦ୍ଧି ହୋଇଛ । ଭାରତ ପାରସପୁରୀ ସୁବର୍ଣ୍ଣଯୁଗ ଥିଲା । ଲକ୍ଷ୍ମୀ-ନାରାୟଣଙ୍କୁ
ମଧ୍ୟ ଭଗବାନ ଭଗବତୀ କହୁଛନ୍ତି । ତେବେ ସେମାନଙ୍କୁ ମଧ୍ୟ ଏହି ସମ୍ପତ୍ତି ଭଗବାନ ହିଁ ଦେଇଥିଲେ,
ପୁଣି ବର୍ତ୍ତମାନ ଦେଉଛନ୍ତି । ସିଏ ତୁମକୁ ପୁନର୍ବାର ଭଗବାନ-ଭଗବତୀ କରୁଛନ୍ତି । ଏବେ ଏହା ତୁମର
ବହୁତ ଜନ୍ମର ଶେଷ ଜନ୍ମ । ବାବା କହୁଛନ୍ତି, ବିନାଶ ସମ୍ମୁଖରେ ଦଣ୍ଡାୟମାନ । ଏହାକୁ କୁହାଯାଉଛି
ରୁଦ୍ର ଜ୍ଞାନ ଯଜ୍ଞ । ସେସବୁ ହେଲା ସ୍ଥୂଳ ବସ୍ତୁଗୁଡିକର ଯଜ୍ଞ । ଏହା ହେଲା ଜ୍ଞାନର କଥା ।
ଏଥିରେ ବାବା ଆସି ମନୁଷ୍ୟଙ୍କୁ ଦେବତା କରୁଛନ୍ତି । ତୁମେମାନେ ଶିବବାବାଙ୍କୁ ଆସିବାର ଅଭିନନ୍ଦନ
ଦେଉଛ । ବାବା ପୁଣି କହୁଛନ୍ତି ମୁଁ କ’ଣ ଏକୁଟିଆ ଆସୁଛି । ମୋତେ ମଧ୍ୟ ଶରୀର ଆବଶ୍ୟକ । ତେଣୁ
ବ୍ରହ୍ମା ଶରୀରରେ ଆସିବାକୁ ପଡିବ । ପ୍ରଥମେ ପ୍ରଥମେ ସୂକ୍ଷ୍ମଲୋକ ରଚନା କରିବାକୁ ପଡିବ,
ସେଥିପାଇଁ ୟା’ଙ୍କ ଶରୀରରେ ପ୍ରବେଶ କରିଛି । ଇଏ ତ’ ପତିତ ଥିଲା । ୮୪ ଜନ୍ମ ନେଇ ପତିତ ହୋଇଯାଇଛି
। ଏଠାରେ ତ ସମସ୍ତେ ଡାକୁଥିଲେ । ଏବେ ବାବା କହୁଛନ୍ତି, ମୁଁ ପୁନର୍ବାର ତୁମ ପିଲାମାନଙ୍କୁ ବର୍ସା
ଦେବା ପାଇଁ ଆସିଛି । ବାବା ହିଁ ଭାରତକୁ ସ୍ୱର୍ଗର ବର୍ସା ଦେଉଛନ୍ତି । ବାବା ହିଁ ସ୍ୱର୍ଗର
ରଚୟିତା ଅଟନ୍ତି, ତେଣୁ ସିଏ ନିଶ୍ଚିତ ଭାବରେ ସ୍ୱର୍ଗର ହିଁ ଉପହାର ଦେବେ । ଏବେ ତୁମେମାନେ
ସ୍ୱର୍ଗର ମାଲିକ ହେବାକୁ ଯାଉଛ । ଏହା ଭବିଷ୍ୟତରେ ୨୧ ଜନ୍ମ ପାଇଁ ମନୁଷ୍ୟରୁ ଦେବତା ହେବାର
ପାଠଶାଳା ଅଟେ । ତୁମେମାନେ ସ୍ୱର୍ଗର ମାଲିକ ହେଉଛ । ୨୧ ପିଢ଼ି ତୁମେ ସୁଖ ପାଉଛ । ସେଠାରେ
ଅକାଳମୃତ୍ୟୁ ହୋଇ ନ ଥାଏ । ଯେତେବେଳେ ଶରୀରର ଆୟୁଷ ସମ୍ପୂର୍ଣ୍ଣ ହୋଇଯାଏ, ସେତେବେଳେ
ସାକ୍ଷାତ୍କାର ହୋଇଥାଏ । ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଆନ୍ତି । ସାପର ଉଦାହରଣ ରହିଛି ନା
।
ତୁମେ ସନ୍ତାନମାନେ ବାବାଙ୍କୁ ଅଭିନନନ୍ଦନ ଦେଉଛ । ବାବା ପୁଣି ତୁମମାନଙ୍କୁ ଅଭିନନ୍ଦନ ଦେଉଛନ୍ତି
। ତୁମେମାନେ ଏବେ ଦୁର୍ଭାଗ୍ୟଶାଳୀରୁ ସୌଭାଗ୍ୟଶାଳୀ ହେଉଛ । ପତିତ ମନୁଷ୍ୟରୁ ପାବନ ଦେବତା ହେଉଛ
। ଚକ୍ର ତ’ ଘୂରି ଚାଲିଛି । ଏକଥା ତ’ ତୁମମାନଙ୍କୁ ବୁଝାଇବାକୁ ହେବ । ପୁଣି ଏହି ଜ୍ଞାନ ପ୍ରାୟ
ଲୋପ ହୋଇଯିବ । ସତ୍ୟଯୁଗରେ ଜ୍ଞାନର ଆବଶ୍ୟକତା ନାହିଁ । ଏବେ ତୁମେ ଦୁର୍ଗତିରେ ଅଛ, ତେଣୁ ଏହି
ଜ୍ଞାନ ଦ୍ୱାରା ସଦ୍ଗତି ମିଳୁଛି । ବାବା ହିଁ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି । ସମସ୍ତଙ୍କର
ସଦ୍ଗୁରୁ କେବଳ ଜଣେ ଅଟନ୍ତି । ବାକି ଭକ୍ତିମାର୍ଗର କର୍ମକାଣ୍ଡ ଦ୍ୱାରା କାହାର ସଦ୍ଗତି ହୋଇ ନ
ଥାଏ । ସମସ୍ତଙ୍କୁ ତ ସିଢ଼ିରେ ତଳକୁ ଖସିବାକୁ ହିଁ ପଡିବ । ଭାରତ ସତ୍ତ୍ୱପ୍ରଧାନ ଥିଲା, ପୁଣି ୮୪
ଜନ୍ମ ନେବାକୁ ପଡିଲା ପୁଣି ଏବେ ତୁମକୁ ଚଢ଼ିବାକୁ ହେବ । ମୁକ୍ତିଧାମ ନିଜର ଘରକୁ ଯିବାକୁ ହେବ ।
ଏବେ ନାଟକ ଶେଷ ହେବାକୁ ଯାଉଛି । ଏହି ପୁରୁଣା ଦୁନିଆ ସମାପ୍ତ ହୋଇଯିବ । ଭାରତକୁ ଅବିନାଶୀ ଖଣ୍ଡ
କୁହାଯାଏ । ବାବାଙ୍କର ଜନ୍ମସ୍ଥାନର କେବେ ବିନାଶ ହୁଏ ନାହିଁ । ତୁମେ ଶାନ୍ତିଧାମକୁ ଯାଇ ପୁଣି
ଏଠାକୁ ଆସିବ, ଏଠାକୁ ଆସି ରାଜତ୍ୱ କରିବ । ପବିତ୍ର ଏବଂ ପତିତ ମନୁଷ୍ୟ ଭାରତରେ ହିଁ ଥା’ନ୍ତି ।
୮୪ ଜନ୍ମ ନେଇ ନେଇ ତୁମେ ପତିତ ହୋଇଯାଇଛ । ଯୋଗୀରୁ ଏବେ ଭୋଗୀ ହୋଇଯାଇଛ । ଏହା ହେଲା ରୌରବ ନର୍କ
ଅର୍ଥାତ୍ ଘୋର ନର୍କ । ମହାନ୍ ଦୁଃଖର ସମୟ । ଏବେ ତ’ ଆହୁରି ବହୁତ ଦୁଃଖ ଆସିବ । ଖୁନେ ନାହେକ
ଖେଳ ହେବ ଅର୍ଥାତ୍ ନିର୍ଦ୍ଦୋଷ ମାନଙ୍କର ମଧ୍ୟ ହତ୍ୟା ହେବ । ବସୁ ବସୁ ବୋମା ପଡିବ । ତୁମେ କ’ଣ
ଦୋଷ କରିଛ? ବିନା ଦୋଷରେ ସମସ୍ତଙ୍କର ବିନାଶ ହୋଇଯିବ । ବିନାଶର ସାକ୍ଷାତ୍କାର ତ’ ପିଲାମାନେ
କରିଛନ୍ତି । ଏବେ ତୁମେମାନେ ସୃଷ୍ଟିଚକ୍ରର ଜ୍ଞାନକୁ ଜାଣିଗଲଣି । ତୁମ ପାଖରେ ଜ୍ଞାନର ତରବାରୀ,
ଜ୍ଞାନର ଖଡ୍ଗ ଅଛି । ତୁମେ ହେଲ ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣ । ପ୍ରଜାପିତା ମଧ୍ୟ
ବାବା ଅଟନ୍ତି । କଳ୍ପ ପୂର୍ବରୁ ମଧ୍ୟ ବ୍ରହ୍ମା ଏଇ ମୁଖ ବଂଶାବଳୀ ସନ୍ତାନ ରଚନା କରିଥିଲେ । ବାବା
କହୁଛନ୍ତି ମୁଁ କଳ୍ପ କଳ୍ପ ଆସୁଛି । ଏହାଙ୍କ ଭିତରେ ପ୍ରବେଶ କରି ତୁମକୁ ମୁଖ ବଂଶାବଳୀ କରୁଛି ।
ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛି । ସ୍ୱର୍ଗକୁ ତ’ ଭବିଷ୍ୟତରେ ହିଁ ଯିବ । ତେଣୁ
ଏହି ଛି ଛି ଦୁନିଆର ସମାପ୍ତି ହେବା ଦରକାର । ବେହଦର ବାବା ନୂଆ ଦୁନିଆ ରଚନା କରିବା ପାଇଁ ହିଁ
ଆସୁଛନ୍ତି । ବାବା କହୁଛନ୍ତି, ମୁଁ ତୁମ ସନ୍ତାନମାନଙ୍କ ପାଇଁ ହାତରେ ସ୍ୱର୍ଗ ନେଇ ଆସିଛି ।
ତୁମକୁ କୌଣସି କଷ୍ଟ ଦେଉନାହିଁ । ତୁମେ ସବୁ ହେଲ ଦ୍ରୌପଦୀ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ଆମେ ସର୍ବୋତ୍ତମ ବ୍ରାହ୍ମଣ ଅଟୁ - ଏହିଭଳି ଆତ୍ମିକ ନିଶାରେ
ରହିବାକୁ ହେବ । ଜ୍ଞାନ ଏବଂ ଯୋଗଦ୍ୱାରା ଆତ୍ମାକୁ ସ୍ୱଚ୍ଛ କରିବାକୁ ହେବ ।
(୨) ସମସ୍ତଙ୍କୁ
ଶିବବାବାଙ୍କର ଅବତରଣର ଅଭିନନ୍ଦନ ଅର୍ଥାତ୍ ଶୁଭ ସନ୍ଦେଶ ଦେବାକୁ ହେବ । ବାବାଙ୍କର ପରିଚୟ ଦେଇ
ସମସ୍ତଙ୍କୁ ପତିତରୁ ପାବନ କରିବାକୁ ହେବ । ରାବଣ ରୂପୀ ଶତ୍ରୁଠାରୁ ମୁକ୍ତ କରିବାକୁ ହେବ ।
ବରଦାନ:-
ବିସ୍ତାରର
ରଙ୍ଗ-ବେରଙ୍ଗୀ କଥାଠାରୁ ନିଜକୁ ଦୂରେଇ ରଖି ମୁଶକିଲ୍କୁ ସହଜ କରୁଥିବା ସହଜଯୋଗୀ ଭବ ।
ଯେତେବେଳେ ବାବାଙ୍କୁ
ଦେଖିବା ପରିବର୍ତ୍ତେ କଥାଗୁଡିକୁ ଦେଖିବାକୁ ଲାଗୁଛ, ସେତେବେଳେ ଅନେକ ପ୍ରକାରର ପ୍ରଶ୍ନ ଉତ୍ପନ୍ନ
ହେଉଛି ଏବଂ ସହଜ କଥା ମଧ୍ୟ ମୁଶକିଲ୍ ଅନୁଭବ ହେବାକୁ ଲାଗୁଛି କାହିଁକିନା କଥାଗୁଡିକ ବୃକ୍ଷ
ଅଟନ୍ତି କିନ୍ତୁ ବାବା ବୀଜ ଅଟନ୍ତି । ଯେଉଁମାନେ ବିସ୍ତାର ହୋଇଥିବା ବୃକ୍ଷକୁ ହାତରେ
ଉଠାଇଥା’ନ୍ତି ସେମାନେ ବୀଜ ସ୍ୱରୂପ ବାବାଙ୍କୁ ଆଡେଇ ଦେଇଥାଆନ୍ତି, ତା’ପରେ ସେହି ବିସ୍ତାର
ଗୋଟିଏ ଜାଲ ପାଲଟିଯାଏ, ଯେଉଁଥିରେ ସେମାନେ ଛନ୍ଦି ହୋଇ ଚାଲିଥାଆନ୍ତି । କାରଣ କଥା ଗୁଡିକର
ବିସ୍ତାର ଭିତରେ ଅନେକ ରଙ୍ଗ-ବେରଙ୍ଗୀ କଥା ରହିଥାଏ ଯାହାକି ନିଜ ଆଡକୁ ଆକର୍ଷିତ କରିନେଇଥାଏ,
ସେଥିପାଇଁ ବୀଜରୂପ ବାବାଙ୍କ ସ୍ମୃତି ଦ୍ୱାରା ବିସ୍ତାରକୁ ବିନ୍ଦୁ ଲଗାଇ ସେଥିରୁ ନିଜକୁ ଦୂରେଇ
ରଖ, ଯାହା ଦ୍ୱାରା ସହଜଯୋଗୀ ହୋଇଯିବ ।
ସ୍ଲୋଗାନ:-
ମୁଁ ଏବଂ ମୋ’ର
ପଣିଆର ଖାଦକୁ ସମାପ୍ତ କରିଦେବା ହିଁ ସହି ସୁନା ହୋଇଯିବା ।
ଅବ୍ୟକ୍ତ ଈଶାରା - ଏକଥା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ଏବେ ସମସ୍ତେ ମିଶି ଏକମତ
ହୋଇ ସେବାର କୌଣସି ବି କାର୍ଯ୍ୟକୁ ଧୂମଧାମର ସହିତ ଆଗକୁ ବଢାଅ । ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର
ସହଯୋଗ ଦ୍ୱାରା, ଶୁଭକାମନା ଏବଂ ଶୁଭଭାବନା ଦ୍ୱାରା ଜୋର-ଶୋରରେ ସେବା କର । ଯଦି କେହି ମୁଖ
ଦ୍ୱାରା ଜ୍ଞାନ ଶୁଣାଇ ପାରୁ ନାହାନ୍ତି ତେବେ ସେମାନେ ନିଜର ମାନସୀକ ସ୍ଥିତିର ବାୟୁମଣ୍ଡଳ ଦ୍ୱାରା,
ସୁଖର ବୃତ୍ତି ଦ୍ୱାରା ସୁଖମୟ ସ୍ଥିତି ଦ୍ୱାରା ସଂସାର ସୁଖମୟ ସଂସାର ନିର୍ମାଣ କରନ୍ତୁ । ଯଦି
କେଉଁଠାକୁ ଯାଇ ପାରୁ ନାହଁ, ସ୍ୱାସ୍ଥ୍ୟ ଠିକ୍ ନାହିଁ ତେବେ ଘରେ ବସି ଏହି ସେବା କର, ସେବାରେ
ସହଯୋଗୀ ନିଶ୍ଚିତ ହୁଅ, ତେବେ ଯାଇ ସମସ୍ତଙ୍କର ସହଯୋଗରେ ସୁଖମୟ ସଂସାର ତିଆରି ହେବ ।