14.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କର ମୁଖମଣ୍ଡଳ ସର୍ବଦା ପ୍ରସନ୍ନ ରହିବା ଦରକାର, ଆମକୁ ଭଗବାନ ପାଠ ପଢାଉଛନ୍ତି, ଏହି
ଖୁସି ତୁମ ଚେହେରାରେ ଚମକିବା ଦରକାର ।”
ପ୍ରଶ୍ନ:-
ବର୍ତ୍ତମାନ
ତୁମମାନଙ୍କର ମୁଖ୍ୟ ପୁରୁଷାର୍ଥ କଣ?
ଉତ୍ତର:-
ତୁମେମାନେ ଦଣ୍ଡରୁ ମୁକ୍ତି ପାଇବାର ହିଁ ପୁରୁଷାର୍ଥ କରୁଛ । ସେଥିପାଇଁ ମୁଖ୍ୟ ହେଉଛି ଯୋଗର
ଯାତ୍ରା, ଯାହାଦ୍ୱାରା ବିକର୍ମ ବିନାଶ ହୋଇଥାଏ, ତୁମେମାନେ ସ୍ନେହର ସହିତ ବାବାଙ୍କୁ ସ୍ମରଣ
କରିଚାଲ, ତେବେ ବହୁତ ରୋଜଗାର ଜମା ହୋଇ ଚାଲିବ । ସକାଳୁ-ସକାଳୁ ଉଠି ଯୋଗରେ ବସିଲେ ପୁରୁଣା
ଦୁନିଆ ଭୁଲି ହୋଇଯିବ, ଜ୍ଞାନର କଥା ସବୁ ବୁଦ୍ଧିରେ ଆସିବ । ତୁମମାନଙ୍କୁ ମୁଖ ଦ୍ୱାରା ପୁରୁଣା
ଦୁନିଆର କୌଣସି ମୂଲ୍ୟହୀନ କଥା କହିବାର ନାହିଁ ।
ଗୀତ:-
ତୁହ୍ମେ ପାକେ
ହମନେ...
ଓମ୍ ଶାନ୍ତି ।
ଯେତେବେଳେ ଗୀତ
ଶୁଣନ୍ତି, ସେହି ସମୟରେ ଅଧିକାଂଶ ସନ୍ତାନମାନେ ତାହାର ଅର୍ଥକୁ ବୁଝିପାରନ୍ତି ଏବଂ ବହୁତ ଖୁସି
ହୋଇଯାନ୍ତି । ଭଗବାନ ମୋତେ ପଢାଉଛନ୍ତି, ଭଗବାନ ମୋତେ ବିଶ୍ୱର ବାଦଶାହୀ ଦେଉଛନ୍ତି । କିନ୍ତୁ ଏତେ
ଖୁସିରେ କ୍ୱଚିତ୍ କେହି ପିଲାମାନେ ରହିଥା’ନ୍ତି । ସେହି ସ୍ମୃତି ସ୍ଥାୟୀ ରହେ ନାହିଁ । ମୁଁ
ବାବାଙ୍କର ହୋଇଛି, ବାବା ମୋତେ ପଢାଉଛନ୍ତି । ବହୁତ ଅଛନ୍ତି, ଯେଉଁମାନଙ୍କର ଏହି ନିଶା ଚଢେ ନାହିଁ
। ଅନ୍ୟ ସତ୍ସଙ୍ଗ ଆଦିରେ କଥାମାନ ଶୁଣିଥା’ନ୍ତି, ସେମାନଙ୍କୁ ବି ଖୁସି ଲାଗିଥାଏ । ଏଠାରେ ତ
ବାବା କେତେ ବଢିଆ-ବଢିଆ କଥା ଶୁଣାଉଛନ୍ତି । ବାବା ପଢାଉଛନ୍ତି ଏବଂ ବିଶ୍ୱର ମାଲିକ କରୁଛନ୍ତି,
ତେବେ ବିଦ୍ୟାର୍ଥୀମାନଙ୍କୁ କେତେ ଖୁସି ରହିବା ଉଚିତ୍ । ଶରୀର ନିର୍ବାହ ପାଇଁ ପାଠ ପଢୁଥିବା
ବିଦ୍ୟାର୍ଥୀମାନଙ୍କୁ ଯେତିକି ଖୁସି ରହେ, ଏଠିକାର ବିଦ୍ୟାର୍ଥୀ ମାନଙ୍କର ସେତିକି ଖୁସି ରହୁ ନାହିଁ
। କାରଣ ବୁଦ୍ଧିରେ ଜ୍ଞାନ ଧାରଣ ହୋଇପାରୁ ନାହିଁ । ବାବା ବୁଝାଉଛନ୍ତି, ଏହିପରି ଗୀତ ସବୁ ୪-୫
ଥର ଲେଖାଏଁ ଶୁଣ । ବାବାଙ୍କୁ ଭୁଲିଗଲେ ପୁରୁଣା ଦୁନିଆ ଏବଂ ପୁରୁଣା ସମ୍ବନ୍ଧ ମନେପଡିଥାଏ । ସେହି
ସମୟରେ ଏହିସବୁ ଗୀତ ଶୁଣିଲେ ବି ବାବାଙ୍କର ୟାଦ ଆସିଯିବ । ବାବା ଶବ୍ଦ କହିଲେ ସମ୍ପତ୍ତି ମଧ୍ୟ
ମନେ ପଡିଯାଏ । ପାଠପଢା ଦ୍ୱାରା ସମ୍ପତ୍ତି ମିଳିଥାଏ । ତୁମେ ସାରା ବିଶ୍ୱର ମାଲିକ ହେବା ପାଇଁ
ଶିବବାବାଙ୍କ ଠାରୁ ପାଠ ପଢୁଛ । ତେବେ ତୁମକୁ ଆଉ କଣ ଦରକାର । ଏପରି ବିଦ୍ୟାର୍ଥୀମାନଙ୍କର କେତେ
ଆନ୍ତରିକ ଖୁସି ରହିବା ଦରକାର । ରାତି-ଦିନ ନିଦ ମଧ୍ୟ ଛାଡିଯିବ । ଏପରି ପିତା ଓ ଶିକ୍ଷକଙ୍କୁ
ବିଶେଷ ଭାବରେ ଅନିଦ୍ରା ରହି ମଧ୍ୟ ମନେ ପକାଇବା ଦରକାର । ଯେପରି କେହି କାହା ପ୍ରେମରେ ମଜ୍ଜି
ଯାଇଥିଲେ ଗଭୀର ଭାବେ ମନେ ପକାଇଥା’ନ୍ତି । ବାବାଙ୍କୁ ସେହିଭଳି ମନେ ପକାଅ । ଓହୋ, ମୋତେ ତ
ବିଶ୍ୱର ବାଦଶାହୀ ମିଳୁଛି! କିନ୍ତୁ ମାୟା ୟାଦ କରିବାକୁ ଦିଏ ନାହିଁ । ମିତ୍ର-ସମ୍ବନ୍ଧୀମାନଙ୍କର
ୟାଦ ଆସିଯାଇଥାଏ । ବୁଦ୍ଧିରେ ସେମାନଙ୍କର ଚିନ୍ତନ ହିଁ ଚାଲିଥାଏ । ଅନେକଙ୍କୁ ପୁରୁଣା ପତିତ
ଶରୀର ହିଁ ମନେପଡୁଥାଏ । ଯାହା ବାବା କହୁଛନ୍ତି, ତୁମେ ବିଶ୍ୱର ମାଲିକ ହେଉଛ, ବୁଦ୍ଧିରେ ସେହି
ନିଶା ରହେ ନାହିଁ । ସ୍କୁଲ୍ରେ ପଢିଲାବାଲାଙ୍କର ଚେହେରା ପ୍ରସନ୍ନ ରହିଥାଏ । ଏଠାରେ ଭଗବାନ
ପଢାଉଛନ୍ତି, ସେହି ଖୁସି କ୍ୱଚିତ୍ କେତେକଙ୍କୁ ରହିଥାଏ । ନଚେତ୍ ଖୁସିର ପାରଦ ବହୁତ ଉଚ୍ଚରେ
ରହିବା ଦରକାର । ବେହଦର ପିତା ଆମକୁ ପଢାଉଛନ୍ତି, ଏହା ଭୁଲି ଯାଉଛନ୍ତି । ଏହା ମନେରହିଲେ ମଧ୍ୟ
ବହୁତ ଖୁସି ରହିବ । କିନ୍ତୁ ଅତୀତର କର୍ମଭୋଗ ଏପରି ଅଛି, ଯାହାକି ବାବାଙ୍କୁ ୟାଦ କରୁ ହିଁ
ନାହାଁନ୍ତି । ବୁଦ୍ଧି ପୁଣି ସେହି ଆର୍ବଜନା ଆଡେ ଚାଲିଯାଏ । ଏ କଥା ବାବା ସମସ୍ତଙ୍କ ପାଇଁ ତ କହୁ
ନାହାଁନ୍ତି, କ୍ରମାନୁସାରେ ଅଛନ୍ତି । ମହାନ୍ ସୌଭାଗ୍ୟଶାଳୀ ସିଏ, ଯିଏ ବାବାଙ୍କ ସ୍ମୃତିରେ
ରୁହନ୍ତି । ଭଗବାନ ବାବା ଆମକୁ ପଢାଉଛନ୍ତି! ଯେପରି ସେହି ପାଠ ପଢାରେ ମଧ୍ୟ ବୁଦ୍ଧିରେ ଥାଏ କି
ଅମୁକ ଟୀଚର ଆମକୁ ପାଠପଢାଇ ବାରିଷ୍ଟର କରୁଛନ୍ତି, ସେହିପରି ଏଇଠି ଆମକୁ ଭଗବାନ ପଢାଉଛନ୍ତି -
ଭଗବାନ ଭଗବତୀ କରିବା ପାଇଁ, ତେବେ କେତେ ନଶା ରହିବା ଦରକାର । ଶୁଣିବା ସମୟରେ ମଧ୍ୟ କେତେକଙ୍କୁ
ନଶା ଚଢିଯାଏ । ବାକି ଦୁନିଆ ଲୋକେ ତ କିଛି ବି ବୁଝନ୍ତି ନାହିଁ । ବାସ୍ ଗୁରୁ କଲେ, ଭାବନ୍ତି ଇଏ
ଆମକୁ ସାଥିରେ ନେଇଯିବେ । ଭଗବାନଙ୍କ ସହିତ ମିଶାଇବେ । ଶିବବାବା ସ୍ୱୟଂ ଭଗବାନ ନିଜ ସହିତ ମିଳନ
କରାଉଛନ୍ତି, ପୁଣି ସାଥିରେ ନେଇଯିବେ । ମନୁଷ୍ୟ ଏଥିପାଇଁ ଗୁରୁ କରନ୍ତି ଯେ ଗୁରୁ ଆମକୁ
ଭଗବାନଙ୍କ ପାଖକୁ ନେଇଯିବେ ବା ଶାନ୍ତିଧାମ ନେଇଯିବେ । ଏଇ ବାବା ସମ୍ମୁଖରେ ଆସି କେତେ
ବୁଝାଉଛନ୍ତି । ତୁମେ ହେଉଛ ବିଦ୍ୟାର୍ଥୀ । ପଢାଉଥିବା ଟୀଚରଙ୍କୁ ତ ମନେ ପକାଅ । କେହି ତ ବିଲ୍କୁଲ୍
ମନେ ପକାଉନାହାଁନ୍ତି । ଏକଥା ନ କହିବା ଭଲ । ଭଲ-ଭଲ ପିଲାମାନେ ମଧ୍ୟ ୟାଦ କରୁନାହାଁନ୍ତି ।
ଶିବବାବା ଆମକୁ ପଢାଉଛନ୍ତି, ସିଏ ଜ୍ଞାନର ସାଗର ଅଟନ୍ତି, ଆମକୁ ସମ୍ପତ୍ତି ଦେଉଛନ୍ତି, ଏହା ମନେ
ରହିଲେ ବି ଖୁସିର ପାରଦ ଚଢି ରହିବ । ବାବା ସମ୍ମୁଖରେ ବୁଝାଉଛନ୍ତି, ତଥାପି ମଧ୍ୟ ଖୁସି ରହୁନାହିଁ
। ବୁଦ୍ଧି ଅନ୍ୟ ଆଡେ ଚାଲିଯାଉଛି । ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମର ବିକର୍ମ
ବିନାଶ ହେବ । ଏହା ମୁଁ ଗ୍ୟାରେଣ୍ଟି କରୁଛି । ଏକା ବାବାଙ୍କ ବ୍ୟତୀତ ଆଉ କାହାକୁ ମନେ ପକାଅ ନାହିଁ
। ବିନାଶ ହେଉଥିବା ଜିନିଷକୁ କାହିଁକି ମନେପକାଇବ । ଏଠାରେ କେହି ମରିଗଲେ ୨-୪ ବର୍ଷ ପର୍ଯ୍ୟନ୍ତ
ତାଙ୍କୁ ମଧ୍ୟ ମନେପକାଉଥା’ନ୍ତି । ତାଙ୍କର ଗୁଣଗାନ କରୁଥାଆନ୍ତି । ଏବେ ବାବା ସମ୍ମୁଖରେ
ସନ୍ତାନମାନଙ୍କୁ କହୁଛନ୍ତି ଯେ ମୋତେ ମନେପକାଅ । ଯିଏ ଯେତେ ସ୍ନେହରେ ମନେପକାଇଥାଏ, ସେତିକି ପାପ
ମଧ୍ୟ କଟିଥାଏ ଏବଂ ବହୁତ ରୋଜଗାର ମଧ୍ୟ ହୋଇଥାଏ । ତେଣୁ ସକାଳୁ ଉଠି ବାବାଙ୍କୁ ମନେ ପକାଅ ।
ଭକ୍ତି ମଧ୍ୟ ସକାଳୁ ଉଠି କରିଥା’ନ୍ତି । ତୁମେ ହେଉଛ ଜ୍ଞାନମାର୍ଗର ଯାତ୍ରୀ । ତୁମକୁ ପୁରୁଣା
ଦୁନିଆର ମୂଲ୍ୟ-ହୀନ କାର୍ଯ୍ୟରେ ବାନ୍ଧି ହେବାର ନାହିଁ । କିନ୍ତୁ ପିଲାମାନେ ଏପରି ବାନ୍ଧି
ହୋଇଯାନ୍ତି, ନ କହିବା ଭଲ । ଅଳିଆ ଆବର୍ଜନାରୁ ବାହାରୁ ନାହାଁନ୍ତି । ସାରା ଦିନ ଫାଲତୁ କଥା ହିଁ
କହୁଥାଆନ୍ତି । ଜ୍ଞାନର କଥା ବୁଦ୍ଧିରେ ଆସୁ ହିଁ ନାହିଁ । କେହି ତ ଏପରି ମଧ୍ୟ ସନ୍ତାନ ଅଛନ୍ତି,
ଯିଏ ସାରା ଦିନ ସେବାରେ ତତ୍ପର ଥାଆନ୍ତି । ଯିଏ ବାବାଙ୍କର ସେବା କରନ୍ତି, ସିଏ ମଧ୍ୟ ବାବାଙ୍କୁ
ମନେ ପଡନ୍ତି । ଏହି ସମୟରେ ସେବାରେ ସବୁଠାରୁ ଅଧିକ ତତ୍ପର ମନୋହର ଦାଦୀ ଦେଖାଯାଉଛନ୍ତି । ଆଜି
କରନାଲ୍କୁ ସେବାରେ ଗଲେଣି ତ କାଲି ଆଉ କେଉଁ ଆଡେ ଗଲେଣି, ସେବାରେ ସବୁବେଳେ ଧାଉଁଛନ୍ତି । ଯିଏ
ପରସ୍ପର ମଧ୍ୟରେ ଲଢୁଛନ୍ତି ସେମାନେ କି ସେବା କରୁଥିବେ! ବାବାଙ୍କୁ କିଏ ପ୍ରିୟ ଲାଗିବେ?
ନିଶ୍ଚିତ ଯିଏ ଭଲ ସେବା କରିବେ, ତାଙ୍କର ଦିନ-ରାତି ସେବାର ହିଁ ଚିନ୍ତା ରହିଥାଏ । ବାବାଙ୍କ
ହୃଦୟରେ ସିଏ ହିଁ ରହିଥାନ୍ତି । ସର୍ବଦା ତୁମେ ଏପରି ଗୀତ ଶୁଣୁ ଥାଅ, ତେବେ ୟାଦ ମଧ୍ୟ ରହିବ,
କିଛିଟା ନଶା ବି ଚଢିବ । ବାବା କହିଛନ୍ତି, ଯଦି କେତେବେଳେ କାହାକୁ ଦୁଃଖ ଆସିଯାଉଛି, ତେବେ
ରେକର୍ଡ ବଜାଇବା ଦ୍ୱାରା ଖୁସି ଆସିଯିବ । ଓହୋଃ! ମୁଁ ବିଶ୍ୱର ମାଲିକ ହେଉଛି । ବାବା ତ କହୁଛନ୍ତି,
କେବଳ ମୋତେ ମନେ ପକାଅ । କେତେ ସହଜ ପାଠପଢା । ବାବା ମଧ୍ୟ, ଭଲ-ଭଲ ୧୦-୧୨ଟି ରେକର୍ଡ ଅର୍ଥାତ୍
ଜ୍ଞାନଯୁକ୍ତ ଗୀତ ବାଛି ବାଛି ବାହାର କରିଥିଲେ, ଯାହାକି ସମସ୍ତଙ୍କ ପାଖରେ ରହିବା ଉଚିତ୍ ।
କିନ୍ତୁ ତଥାପି ମଧ୍ୟ ଭୁଲି ଯାଉଛନ୍ତି । କେହି ତ ପଢୁ-ପଢୁ ପାଠପଢା ମଧ୍ୟ ଛାଡି ଦେଉଛନ୍ତି ।
ମାୟାର ଆଘାତ ଲାଗିଥାଏ । ବାବା ତମଃପ୍ରଧାନ ବୁଦ୍ଧିକୁ ସତ୍ତ୍ୱପ୍ରଧାନ କରିବା ପାଇଁ କେତେ ସହଜ
ଯୁକ୍ତି ବତାଉଛନ୍ତି । ଏବେ ତୁମକୁ ଠିକ୍-ଭୂଲ୍ ଚିନ୍ତା କରିବାର ବୁଦ୍ଧି ମିଳିଛି । ବାବାଙ୍କୁ
ମଧ୍ୟ ଡାକନ୍ତି - ହେ ପତିତ-ପାବନ ଆସ । ଏବେ ବାବା ଆସିଛନ୍ତି, ତେବେ ପାବନ ହେବା ଦରକାର ନା ।
ତୁମ ମୁଣ୍ଡ ଉପରେ ଜନ୍ମ-ଜନ୍ମାନ୍ତରର ବୋଝ ରହିଛି, ସେଥିପାଇଁ ଯେତିକି ୟାଦ କରିବ ସେତିକି ପବିତ୍ର
ହେବ, ଖୁସି ମଧ୍ୟ ରହିବ । ଯଦିଓ ସେବା କରୁଛ, କିନ୍ତୁ ନିଜର ମଧ୍ୟ ହିସାବ ରଖିବାର ଅଛି । ମୁଁ
ବାବାଙ୍କୁ କେତେ ସମୟ ମନେ ପକାଉଛି । କେହି ରଖିପାରୁ ନାହାଁନ୍ତି । ଯଦିଓ ଜ୍ଞାନର ପଏଣ୍ଟ ସବୁ
ଲେଖୁଛନ୍ତି, କିନ୍ତୁ ବାବାଙ୍କୁ ମନେ ପକାଇବା ଭୁଲିଯାଉଛନ୍ତି । ବାବା କହୁଛନ୍ତି, ତୁମେ ମୋର
ସ୍ମୃତିରେ ରହି ଭାଷଣ କର, ତେବେ ବହୁତ ଶକ୍ତି ମିଳିବ । ନଚେତ୍ ବାବା କହୁଛନ୍ତି ମୁଁ ହିଁ ଯାଇ
ବହୁତଙ୍କୁ ସାହାଯ୍ୟ କରିଥାଏ । କାହା ମଧ୍ୟରେ ପ୍ରବେଶ କରି, ମୁଁ ଯାଇ ସେବା କରିଥାଏ । ସେବା ତ
କରିବାର ଅଛି ନା । ଦେଖିଥାଏ ଯଦି କାହାର ଭାଗ୍ୟ ଖୋଲିବାର ଅଛି, ବୁଝାଇଲାବାଲାର ଯଦି ଏତେ ବୁଦ୍ଧି
ନାହିଁ, ତେବେ ମୁଁ ପ୍ରବେଶ କରି ସେବା କରି ନିଏ, ପୁଣି କେହି-କେହି ଲେଖିଥାନ୍ତି - ବାବା ହିଁ ଏହି
ସେବା କରିଛନ୍ତି । ମୋର ତ ଏତେ ଶକ୍ତି ନାହିଁ, ବାବା ମୁରଲୀ ଚଲାଇଲେ । କାହାକୁ ପୁଣି ନିଜର
ଅହଂକାର ଆସିଯାଏ, ମୁଁ ଏପରି ଭଲ ବୁଝାଇଲି । ବାବା କହୁଛନ୍ତି, ମୁଁ କଲ୍ୟାଣ କରିବା ପାଇଁ ପ୍ରବେଶ
କରେ, ପୁଣି ସେହି ସନ୍ତାନ ବ୍ରାହ୍ମଣୀଙ୍କ ଠାରୁ ମଧ୍ୟ ବୁଦ୍ଧିମାନ ହୋଇଯାଆନ୍ତି । ଯଦି କୌଣସି
ନିର୍ବୋଧକୁ ସେବାରେ ପଠାଇବି, ତେବେ ସେହି ଜିଜ୍ଞାସୁ ଭାବିବେ, ଏହାଙ୍କ ଠାରୁ ତ ମୁଁ ଭଲ
ବୁଝାଇପାରିବି । ଗୁଣ ବି ନାହିଁ । ଏହାଙ୍କ ଅପେକ୍ଷା ତ ମୋର ଅବସ୍ଥା ଭଲ ଅଛି । କେହି-କେହି
ସେବାକେନ୍ଦ୍ରର ମୁଖ୍ୟ ହୋଇ ରହିଥା’ନ୍ତି, ତେଣୁ ବଡ ନଶା ଚଢିଯାଏ । ବହୁତ ଆଡମ୍ବରରେ ରହିଥା’ନ୍ତି
। ବଡ ଲୋକଙ୍କ ସହିତ ମଧ୍ୟ ତୁ-ତୁ କରି କଥା କୁହନ୍ତି । ବାସ୍ ତାଙ୍କୁ ଦେବୀ ବୋଲି ସମ୍ବୋଧନ
କରିଦେଲେ, ସେଥିରେ ହିଁ ଖୁସି ହୋଇଯାଆନ୍ତି । ଏପରି ବି ବହୁତ ଅଛନ୍ତି । ଟୀଚରଙ୍କ ଠାରୁ ମଧ୍ୟ
ଷ୍ଟୁଡେଣ୍ଟ ହୁସିଆର ହୋଇଯାଆନ୍ତି । ପରୀକ୍ଷାରେ ପାସ୍ ତ କେବଳ ବାବା ହିଁ କରିଛନ୍ତି, ସିଏ ହିଁ
ଜ୍ଞାନର ସାଗର ଅଟନ୍ତି । ତାଙ୍କ ଦ୍ୱାରା ତୁମେ ପଢି ପୁଣି ଅନ୍ୟକୁ ପଢାଉଛ । କେହି ତ ଭଲ ଭାବେ
ଧାରଣ କରି ନିଅନ୍ତି । କେହି ପୁଣି ଭୁଲି ଯାଆନ୍ତି । ସବୁଠାରୁ ଶ୍ରେଷ୍ଠ ଓ ମୁଖ୍ୟ କଥା ହେଉଛି,
ୟାଦର ଯାତ୍ରା । ବିକର୍ମ ବିନାଶ କିପରି ହେବ? କେତେକ ପିଲାଙ୍କର ତ ଏପରି ଚାଲି-ଚଳନ ରହିଛି,
ଯାହାକି କେବଳ ଶିବବାବା ଜାଣନ୍ତି ଆଉ ବ୍ରହ୍ମାବାବା ଜାଣନ୍ତି ।
ଏବେ ତୁମ୍ଭମାନଙ୍କୁ
ଦଣ୍ଡରୁ ମୁକ୍ତ ହେବାର ମୁଖ୍ୟ ପୁରୁଷାର୍ଥ କରିବାର ଅଛି । ଏଥିପାଇଁ ମୁଖ୍ୟ ହେଉଛି ଯୋଗର ଯାତ୍ରା,
ଯାହାଦ୍ୱାରା ହିଁ ବିକର୍ମ ବିନାଶ ହୁଏ । ଯଦିଓ କେହି ଧନର ସହଯୋଗ କରିଥାନ୍ତି, ଭାବନ୍ତି ମୁଁ
ସାହୁକାର ହେବି କିନ୍ତୁ ଦଣ୍ଡରୁ ମୁକ୍ତ ହେବା ପାଇଁ ତ ପୁରୁଷାର୍ଥ କରିବାକୁ ହେବ ନଚେତ୍ ବାବାଙ୍କ
ସମ୍ମୁଖରେ ଦଣ୍ଡ ଭୋଗିବାକୁ ପଡିବ । ଯଦି କେହି ଜଜ୍ଙ୍କ ସନ୍ତାନ ଭୁଲ୍ କାମ କରନ୍ତି, ତେବେ ଜଜ୍ଙ୍କୁ
ମଧ୍ୟ ଲଜ୍ଜା ଲାଗିବ ନା । ବାବା ମଧ୍ୟ କହିବେ, ମୁଁ ଯାହାର ପାଳନା କରୁଛି, ପୁଣି ତାଙ୍କୁ ଦଣ୍ଡ
ଦେବି! ସେହି ସମୟରେ ମୁଣ୍ଡ ତଳକୁ କରି ହାୟ-ହାୟ କରୁଥିବେ - ବାବା ଏତେ ବୁଝାଇଲେ, ପଢାଇଲେ, ମୁଁ
ଧ୍ୟାନ ଦେଲିନାହିଁ । ବାବାଙ୍କ ସହିତ ଧର୍ମରାଜ ମଧ୍ୟ ଅଛନ୍ତି ନା । ସିଏ ତ ଜନ୍ମପତ୍ରୀ ବା କର୍ମ
କାହାଣୀକୁ ଜାଣନ୍ତି । ଏବେ ତୁମେ ବାସ୍ତବରେ ଦେଖୁଛ । ୧୦ ବର୍ଷ ପବିତ୍ରତାର ବ୍ରତ ପାଳନ କଲେ,
ହଠାତ୍ ମାୟା ଏପରି ମୁଥ ମାରିଲା, କରିଥିବା ରୋଜଗାର ସବୁ ନଷ୍ଟ ହୋଇଗଲା, ପୁଣି ପତିତ ହୋଇଗଲେ ।
ଏପରି ବହୁତ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । ବହୁତ ଅଧଃଗତି ହେଉଛି । ମାୟାର ତୋଫାନ୍ରେ ସାରା
ଦିନ ହଇରାଣ ହେଉଛନ୍ତି, ପୁଣି ବାବାଙ୍କୁ ହିଁ ଭୁଲିଯାଉଛନ୍ତି । ବାବାଙ୍କ ଠାରୁ ଆମକୁ ବେହଦର
ବାଦଶାହୀ ମିଳୁଛି, ସେହି ଖୁସି ରହୁ ନାହିଁ । କାମ ବିକାର ସହ ପୁଣି ମୋହ ମଧ୍ୟ ଅଛି । ଏଥିରେ
ନଷ୍ଟୋମୋହା ହେବାକୁ ପଡିବ । ପତିତଙ୍କ ସହିତ କ’ଣ ବୁଦ୍ଧି ଲଗାଇବାର ଅଛି । ହଁ, ଏହି ଭାବନା
ରଖିବାର ଅଛି ଯେ - ଏହାଙ୍କୁ ମଧ୍ୟ ବାବାଙ୍କର ପରିଚୟ ଦେବି । ଏହାଙ୍କୁ କିପରି ଶିବାଳୟ ପାଇଁ
ଯୋଗ୍ୟ କରିବି । ମନ ଭିତରେ ଏପରି ଉପାୟ ଚିନ୍ତା କର । ଏହା ମୋହର କଥା ନୁହେଁ । ଯେତେ ବି ସ୍ନେହୀ
ସମ୍ବନ୍ଧୀ ହୁଅନ୍ତୁ, ତାଙ୍କୁ ମଧ୍ୟ ବୁଝାଉଥାଅ । କାହା ପ୍ରତି ମଧ୍ୟ ଆନ୍ତରିକ ସ୍ନେହର ଆକର୍ଷଣ ନ
ରହୁ । ନଚେତ୍ ସୁଧୁରିବେ ନାହିଁ । ଦୟାଳୁ ହେବା ଦରକାର । ନିଜ ପ୍ରତି ମଧ୍ୟ ଦୟା କରିବାର ଅଛି ଏବଂ
ଅନ୍ୟମାନଙ୍କ ପ୍ରତି ମଧ୍ୟ ଦୟା କରିବାର ଅଛି । ବାବାଙ୍କୁ ମଧ୍ୟ ଦୟା ଲାଗେ । ଦେଖିବାର ଅଛି, ମୁଁ
କେତେ ଜଣଙ୍କୁ ନିଜ ସମାନ କରିଛି । ବାବାଙ୍କୁ ପ୍ରମାଣ ଦେବାକୁ ହେବ । ମୁଁ କେତେ ଜଣଙ୍କୁ ପରିଚୟ
ଦେଇଛି । ସେମାନେ ମଧ୍ୟ ଲେଖନ୍ତି - ବାବା, ଏହାଙ୍କ ଦ୍ୱାରା ମୋତେ ବହୁତ ଭଲ ପରିଚୟ ମିଳିଲା ।
ବାବାଙ୍କ ପାଖକୁ ପ୍ରମାଣ ଆସୁ, ତେବେ ବାବା ବୁଝିବେ, ହଁ ଇଏ ସେବା କରୁଛନ୍ତି । ବାବାଙ୍କୁ
ଲେଖନ୍ତୁ କି, ଏଇ ଭଉଣୀ ବହୁତ ପାରଙ୍ଗମ । ବହୁତ ବଢିଆ ସେବା କରୁଛନ୍ତି, ଆମକୁ ଭଲ ପଢାଉଛନ୍ତି ।
ପୁଣି ଯୋଗରେ, ପିଲାମାନେ ଫେଲ୍ ହୋଇ ଯାଆନ୍ତି । ୟାଦ କରିବାର ବୁଦ୍ଧି ନାହିଁ । ବାବା ବୁଝାଉଛନ୍ତି,
ଯଦି ଭୋଜନ ଖାଉଛ, ତେବେ ବି ଶିବବାବାଙ୍କୁ ସ୍ମରଣ କରି ଖାଅ । କେଉଁଠାକୁ ବୁଲାବୁଲି କରିବାକୁ
ଯାଉଛ, ତେବେ ବି ଶିବବାବାଙ୍କୁ ମନେ ପକାଉଥାଅ । ବ୍ୟର୍ଥ ବାର୍ତ୍ତାଳାପ କରନାହିଁ । ଯଦି ବି କୌଣସି
କଥା ଖିଆଲ ଆସେ, ତଥାପି ବାବାଙ୍କୁ ମନେ ପକାଅ, ଯଦି କର୍ମଧନ୍ଦାର ଖିଆଲ ଆସିଲା ତା’ପରେ ପୁଣି
ବାବାଙ୍କ ସ୍ମୃତିରେ ରୁହ । ବାବା କହୁଛନ୍ତି, କର୍ମଧନ୍ଦା ମଧ୍ୟ କର, ନିଦ୍ରା ମଧ୍ୟ କର, ତା ସହିତ
ଏହା ମଧ୍ୟ କର । ଅତି କମ୍ରେ ୮ ଘଣ୍ଟା ପର୍ଯ୍ୟନ୍ତ ଯୋଗ ରହିବା ଉଚିତ୍ - ଏହା ଅନ୍ତିମ ସମୟରେ
ହୋଇଯିବ । ଧିରେ-ଧିରେ ନିଜର ଚାର୍ଟ ବଢାଉଥାଅ । କେହି-କେହି ଲେଖନ୍ତି, ଦୁଇ ଘଣ୍ଟା ସ୍ମୃତିରେ
ରହିଛି ପୁଣି ଚାଲୁ-ଚାଲୁ ଚାର୍ଟ ଢିଲା ହୋଇଯାଏ । ସେତିକି ମଧ୍ୟ ମାୟା କରାଇ ଦିଏ ନାହିଁ । ମାୟା
ବଡ ଶକ୍ତିଶାଳୀ ଅଟେ । ଯିଏ ଏହି ସେବାରେ ସାରା ଦିନ ବ୍ୟସ୍ତ ରହିବେ, ସିଏ ଯୋଗ ମଧ୍ୟ କରି ପାରିବେ
। ସର୍ବଦା ବାବାଙ୍କର ପରିଚୟ ଦେଉଥିବେ । ବାବା ଯୋଗ ପାଇଁ ବହୁତ ଗୁରୁତ୍ୱ ଦେଉଛନ୍ତି । ନିଜେ
ମଧ୍ୟ ଅନୁଭବ କରୁଛନ୍ତି, ମୁଁ ବାବାଙ୍କ ସ୍ମୃତିରେ ରହି ପାରୁନାହିଁ । ଯୋଗରେ ହିଁ ମାୟା ବିଘ୍ନ
ପକାଇଥାଏ । ପାଠପଢା ତ ବହୁତ ସହଜ । ବାବାଙ୍କ ଠାରୁ ଆମେ ପାଠ ବି ପଢୁଛୁ । ଯେତେ ଧନ ନେବ, ସେତେ
ସାହୁକାର ହେବ । ବାବା ତ ସମସ୍ତଙ୍କୁ ପଢାଉଛନ୍ତି ନା । ବାଣୀ ଅର୍ଥାତ୍ ମୁରଲୀ ସମସ୍ତଙ୍କ ପାଖକୁ
ଯାଉଛି, କେବଳ ତୁମେ ନୁହେଁ, ସମସ୍ତେ ପଢୁଛନ୍ତି । ଯଦି ବାଣୀ ନ ଯାଏ, ତେବେ ସମସ୍ତେ ବିକଳ ହୋଇ
ମଗାଇଥା’ନ୍ତି । କେହି ତ ପୁଣି ଏପରି ଅଛନ୍ତି, ଯିଏ ଶୁଣନ୍ତି ହିଁ ନାହିଁ । ନିଜ ମନ ଇଚ୍ଛାରେ
ହିଁ ଚାଲୁଥାଆନ୍ତି । ମୁରଲୀ ଶୁଣିବାର ଆଗ୍ରହ ରହିବା ଦରକାର । ଗୀତ କେତେ ଫାଷ୍ଟକ୍ଲାସ୍ ଅଟେ -
ବାବା ଆମେ ନିଜର ସମ୍ପତ୍ତି ନେବା ପାଇଁ ଆସିଛୁ । କହୁଛନ୍ତି ନା - ବାବା, ମୁଁ ଯେପରି ଯେମିତି,
କାଣୀ ହୁଏ ବା ଯେମିତି ହୁଏ ଆପଣଙ୍କର ହିଁ ଅଟେ । ତାହା ତ ଠିକ୍ କିନ୍ତୁ ବିକାରୀ ଜୀବନ ଠାରୁ ତ
ଭଲ ହେବା ଦରକାର ନା । ସବୁର ମୂଳ ହେଉଛି, ଯୋଗ ଏବଂ ପାଠ ପଢା ।
ବାବାଙ୍କର ହେବା ପରେ ଏହି
ବିଚାର ସମସ୍ତଙ୍କୁ ଆସିବା ଉଚିତ୍ ଯେ ମୁଁ ବାବାଙ୍କର ହୋଇଛି, ତେବେ ସ୍ୱର୍ଗରେ ନିଶ୍ଚୟ ଆସିବି
କିନ୍ତୁ ମୁଁ ସ୍ୱର୍ଗରେ କଣ ହେବି, ତାହା ମଧ୍ୟ ଚିନ୍ତା କରିବାର ଅଛି । ତେଣୁ ଭଲ ଭାବେ ପଢ ଏବଂ
ଦୈବୀଗୁଣ ଧାରଣ କର । ପୂର୍ବରୁ ଯେଉଁ ମାଙ୍କଡ ସ୍ୱଭାବର ଥିଲ ସେହିଭଳି ଯଦି ରହିବ ତେବେ କି ପଦ
ପାଇବ? ସେଠାରେ ବି ପ୍ରଜା, ଦାସ, ଦାସୀ ସବୁ ଦରକାର ନା । ପାଠୁଆଙ୍କର ଅପାଠୁଆ ବୋଝ ବୋହିବେ ।
ଯେତେ ପୁରୁଷାର୍ଥ କରିବ, ସେତେ ଭଲ ସୁଖ ପାଇବ । ବହୁତ ଧନବାନ ହେବ, ତେବେ ସମ୍ମାନ ବହୁତ ମିଳିବ ।
ପାଠୁଆମାନଙ୍କୁ ସମ୍ମାନ ମିଳିଥାଏ । ବାବା ତ ରାୟ ଦେଉଛନ୍ତି । ବାବାଙ୍କ ସ୍ମୃତିରେ ଶାନ୍ତିରେ
ରୁହ । କିନ୍ତୁ ବାବା ଜାଣନ୍ତି, ସମ୍ମୁଖରେ ରହୁଥିବା ପିଲାମାନଙ୍କ ଠାରୁ ଦୂରରେ ରହୁଥିବା
ପିଲାମାନେ ବହୁତ ସ୍ମୃତିରେ ରହୁଛନ୍ତି, ତେଣୁ ଭଲ ପଦ ପାଇବେ । ଭକ୍ତିମାର୍ଗରେ ମଧ୍ୟ ଏପରି ହୁଏ ।
କେହି କେହି ଭଲ ଫାଷ୍ଟକ୍ଲାସ ଭକ୍ତ ଥାଆନ୍ତି, ଯିଏକି ଗୁରୁଙ୍କଠାରୁ ମଧ୍ୟ ଅଧିକ ସ୍ମୃତିରେ
ରୁହନ୍ତି । ଯିଏ ବହୁତ ଭଲ ଭକ୍ତି କରିଥିବେ, ସେମାନେ ହିଁ ଏଠାକୁ ଆସିବେ । ସମସ୍ତେ ଭକ୍ତ ଅଟନ୍ତି
ନା । ସନ୍ନ୍ୟାସୀମାନେ ଆସିବେ ନାହିଁ, ସମସ୍ତ ଭକ୍ତମାନେ ଭକ୍ତି କରୁ-କରୁ ଏହିଠାକୁ ଆସିଯିବେ ।
ବାବା କେତେ ସ୍ପଷ୍ଟ କରି ବୁଝାଉଛନ୍ତି । ତୁମେ ଜ୍ଞାନ ଧାରଣ କରୁଛ, ତେଣୁ ପ୍ରମାଣିତ ହେଉଛି ଯେ
ତୁମେ ବହୁତ ଭକ୍ତି କରିଛ । ଅଧିକ ଭକ୍ତି କରିଥିବା ପିଲାମାନେ ଅଧିକ ପଢିବେ । କମ୍ ଭକ୍ତି କରିଥିବା
ପିଲାମାନେ କମ୍ ପଢିବେ । ମୁଖ୍ୟ ମେହେନତ ହେଉଛି ବାବାଙ୍କୁ ମନେ ପକାଇବା, ତେବେ ଯାଇ ବିକର୍ମ
ବିନାଶ ହେବ ଏବଂ ତା ସହିତ ବହୁତ ମିଠା ମଧ୍ୟ ହେବାର ଅଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସେବାଯୋଗ୍ୟ, ବିଶ୍ୱସ୍ତ, ଆଜ୍ଞାକାରୀ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର
ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ
।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କେହି କେତେ
ବି ପ୍ରିୟ ସମ୍ବନ୍ଧୀ ହୋଇଥା’ନ୍ତୁ, ତାଙ୍କ ପ୍ରତି ତିଳେମାତ୍ର ମୋହର ଆକର୍ଷଣ ଯିବା ଉଚିତ୍ ନୁହେଁ
। ତୁମକୁ ନଷ୍ଟମୋହା ହେବାର ଅଛି । ସେଥିପାଇଁ ବଡ କାଇଦାରେ ବୁଝାଇବାକୁ ହେବ । ନିଜ ପ୍ରତି ଏବଂ
ଅନ୍ୟମାନଙ୍କ ପ୍ରତି ଦୟା ଭାବ ରଖିବାକୁ ହେବ ।
(୨) ପିତା ଏବଂ
ଶିକ୍ଷକଙ୍କୁ ବହୁତ ବହୁତ ସ୍ନେହରେ ସ୍ମରଣ କରିବାକୁ ହେବ । ତୁମ ଭିତରେ ଏହି ନିଶା ରହୁ ଯେ -
ଭଗବାନ ଆମକୁ ପାଠ ପଢାଉଛନ୍ତି, ବିଶ୍ୱର ବାଦଶାହୀ ଦେଉଛନ୍ତି! ସେଥିପାଇଁ ଚାଲିବା-ବୁଲିବା ବେଳେ
ମଧ୍ୟ ଯୋଗଯୁକ୍ତ ହୋଇ ରହିବାର ଅଛି ଏବଂ କୌଣସି ବ୍ୟର୍ଥ ବାର୍ତ୍ତାଳାପ କରିବାର ନାହିଁ ।
ବରଦାନ:-
ଅବିନାଶୀ
ଆତ୍ମିକ ରଙ୍ଗର ସଚ୍ଚା ହୋଲୀ ଦ୍ୱାରା ବାବାଙ୍କ ସମାନ ସ୍ଥିତିର ଅନୁଭବୀ ହୁଅ ।
ତୁମେମାନେ ପରମାତ୍ମ
ରଙ୍ଗରେ ରଞ୍ଜିତ ହୋଇଥିବା ହୋଲୀ ଅର୍ଥାତ୍ ପବିତ୍ର ଆତ୍ମା ଅଟ । ସଂଗମଯୁଗ ହେଉଛି ହୋଲୀ ଜୀବନଯାପନ
କରିବାର ଯୁଗ । ଯେତେବେଳେ ତୁମ ଆତ୍ମାରେ ଅବିନାଶୀ ଆତ୍ମିକ ରଙ୍ଗ ଲାଗିଯାଏ, ସେତେବେଳେ ତୁମେ
ସଦାକାଳ ପାଇଁ ବାବାଙ୍କ ସମାନ ହୋଇଯାଅ । ତେଣୁ ତୁମମାନଙ୍କର ହୋଲୀ ହେଉଛି ସଙ୍ଗର ରଙ୍ଗ ଦ୍ୱାରା
ବାବାଙ୍କ ସମାନ ହେବା । ଏଭଳି ପକ୍କା ରଙ୍ଗ ଲାଗିବା ଦରକାର ଯାହାକି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କ
ସମାନ କରିଦେଉଥିବ । ତେଣୁ ପ୍ରତ୍ୟେକ ଆତ୍ମା ଉପରେ ଅବିନାଶୀ ଜ୍ଞାନର ରଙ୍ଗ, ୟାଦର ରଙ୍ଗ, ଅନେକ
ଶକ୍ତି ଗୁଡିକର ରଙ୍ଗ, ଗୁଣର ରଙ୍ଗ, ଶ୍ରେଷ୍ଠ ଦୃଷ୍ଟି-ବୃତ୍ତି ତଥା ଶୁଭଭାବନା, ଶୁଭକାମନାର
ଆତ୍ମିକ ରଙ୍ଗ ଚଢାଅ ।
ସ୍ଲୋଗାନ:-
ଦୃଷ୍ଟିକୁ
ଅଲୌକିକ, ମନକୁ ଶୀତଳ, ବୁଦ୍ଧିକୁ ଦୟାଶୀଳ ତଥା ମୁଖକୁ ମଧୁର କର ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୧୪) ସତ୍ୟତାର ଶକ୍ତି
ସ୍ୱରୂପ ହୋଇ, ନିଶାରେ କୁହ, ନିଶାରେ ଦେଖ । ଆମେ ସର୍ବଶକ୍ତିମାନ ସରକାରଙ୍କର ଅନୁଚର ଅଟୁ । ଏହି
ସ୍ମୃତିରେ ଅଯଥାର୍ଥକୁ ଯଥାର୍ଥରେ ପରିଣତ କରିବାକୁ ହେବ । ସତ୍ୟକୁ ପ୍ରସିଦ୍ଧ କରିବାକୁ ହେବ,
ଲୁଚାଇବାର ନାହିଁ, କିନ୍ତୁ ସଭ୍ୟତାର ସହିତ ନିଶା ରହୁ କି ଆମେମାନେ ଶିବଙ୍କର ଶକ୍ତି ଅଟୁ ।
ହିମ୍ମତେ ଶକ୍ତିୟାଁ, ମଦଦେ ସର୍ବଶକ୍ତିବାନ ।