14.03.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏକମାତ୍ର ବାବା ହିଁ ନମ୍ବରୱାନ ଅଭିନେତା ଅଟନ୍ତି ଯିଏକି ପତିତମାନଙ୍କୁ ପାବନ କରିବାର ଅଭିନୟ କରୁଛନ୍ତି, ବାବାଙ୍କ ଭଳି ଅଭିନୟ କେହି ବି କରିପାରିବେ ନାହିଁ । ’’

ପ୍ରଶ୍ନ:-
ସନ୍ନ୍ୟାସୀମାନଙ୍କର ଯୋଗ ଶାରୀରିକ ଯୋଗ ଅଟେ, ଆତ୍ମିକ ଯୋଗ କେବଳ ବାବା ହିଁ ଶିଖାଇଥା’ନ୍ତି, କିପରି?

ଉତ୍ତର:-
ସନ୍ନ୍ୟାସୀମାନେ ବ୍ରହ୍ମ ତତ୍ତ୍ୱ ସହିତ ଯୋଗ ଲଗାଇବା ଶିଖାଇଥା’ନ୍ତି । ତେବେ ତାହା ତ ରହିବାର ସ୍ଥାନ । ତେଣୁ ତାହା ଶାରୀରିକ ଯୋଗ ହୋଇଗଲା । ତତ୍ତ୍ୱକୁ ତ ସୁପ୍ରିମ (ପରମ) କୁହାଯାଏ ନାହିଁ । ତୁମେମାନେ ସୁପ୍ରିମ ଆତ୍ମାଙ୍କ ସହିତ ଯୋଗ ଲଗାଉଛ, ତେଣୁ ତୁମର ଯୋଗ ରୁହାନୀ (ଆତ୍ମିକ) ଯୋଗ ଅଟେ । ଏହି ଯୋଗ କେବଳ ବାବା ହିଁ ଶିଖାଇ ପାରିବେ, ଅନ୍ୟ କେହି ବି ଶିଖାଇ ପାରିବେ ନାହିଁ କାହିଁକି ନା ସିଏ ହିଁ ତୁମମାନଙ୍କର ଆତ୍ମିକ ପିତା ଅଟନ୍ତି ।

ଗୀତ:-
ତୁ ପ୍ୟାର କା ସାଗର ହୈ...

ଓମ୍ ଶାନ୍ତି ।
ପିଲାମାନେ, ବହୁତ ଲୋକ ଓମ୍ ଶାନ୍ତି କହୁଛନ୍ତି ଅର୍ଥାତ୍ ସେମାନେ ନିଜ ଆତ୍ମାର ପରିଚୟ ଦେଉଛନ୍ତି । କିନ୍ତୁ ନିଜେ ତାହା ବୁଝିପାରୁ ନାହାଁନ୍ତି । ଓମ୍ ଶାନ୍ତିର ଅନେକ ଅର୍ଥ ବାହାର କରୁଛନ୍ତି । କେହି କହୁଛନ୍ତି ଓମ୍ ଅର୍ଥ ଭଗବାନ । କିନ୍ତୁ ଏହା ଯଥାର୍ଥ ନୁହେଁ, ଏହି ଆତ୍ମା କହୁଛି ଓମ୍ ଶାନ୍ତି । ମୁଁ ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି ସେଥିପାଇଁ କହୁଛନ୍ତି ମୁଁ ଶାନ୍ତ ସ୍ୱରୂପ । ଏହା ମୋର ଶରୀର ଯାହା ଦ୍ୱାରା ମୁଁ କର୍ମ କରୁଛି । କେତେ ସହଜ ଅଟେ । ସେହିପରି ବାବା ମଧ୍ୟ କହୁଛନ୍ତି ଓମ୍ ଶାନ୍ତି । କିନ୍ତୁ ମୁଁ ସମସ୍ତଙ୍କର ପିତା ଓ ବୀଜରୂପ ହେବା କାରଣରୁ ଯେଉଁ ରଚନା ରୂପୀ କଳ୍ପବୃକ୍ଷ ରହିଛି ତାହାର ଆଦି-ମଧ୍ୟ-ଅନ୍ତକୁ ଜାଣିଛି । ତୁମେ ଯେକୌଣସି ବୃକ୍ଷକୁ ଦେଖିଲେ ତା’ର ଆଦି-ମଧ୍ୟ-ଅନ୍ତକୁ ଜାଣିଯିବ, ସେହି ବୀଜ ତ ହେଉଛି ଜଡ । ତେଣୁ ବାବା ବୁଝାଉଛନ୍ତି ଏହା କଳ୍ପ ବୃକ୍ଷ ଅଟେ, ଏହାର ଆଦି-ମଧ୍ୟ-ଅନ୍ତକୁ ତୁମେ ଜାଣିପାରିବ ନାହିଁ, ମୁଁ ଜାଣିଛି । ମୋତେ ଜ୍ଞାନର ସାଗର ବୋଲି କହୁଛନ୍ତି । ମୁଁ ତୁମକୁ ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛି । ଏହି ନାଟକ, ଯାହାକୁ ତୁମେ ଡ୍ରାମା ବୋଲି କହୁଛ, ତା’ର ତୁମେ ଅଭିନେତା ଅଟ, ବାବା କହୁଛନ୍ତି ମୁଁ ମଧ୍ୟ ଅଭିନେତା ଅଟେ । ପିଲାମାନେ କହୁଛନ୍ତି ହେ ବାବା ପତିତ-ପାବନ, ଅଭିନେତା ହୋଇ ଆସି ପତିତଙ୍କୁ ପାବନ କରାଅ । ଏବେ ବାବା କହୁଛନ୍ତି ମୁଁ ମଧ୍ୟ ଅଭିନୟ କରୁଛି । ମୋର ସଂଗମ ସମୟରେ ହିଁ ଅଭିନୟ ରହିଛି । ମୋର ଶରୀର ମଧ୍ୟ ନାହିଁ । ମୁଁ ଏହି ଶରୀର ଦ୍ୱାରା ଅଭିନୟ କରୁଛି । ମୋର ନାମ ହେଲା ଶିବ । ପିଲାମାନଙ୍କୁ ହିଁ ବୁଝାଇବେ ନା । ମାଙ୍କଡ ଅଥବା ଜୀବଜନ୍ତୁଙ୍କ ପାଇଁ ପାଠଶାଳା ହୋଇନଥାଏ । କିନ୍ତୁ ବାବା କହୁଛନ୍ତି ଏହି ୫ ବିକାର ଥିବା ଯୋଗୁଁ ଚେହେରା ମନୁଷ୍ୟର ହେଲେ ମଧ୍ୟ କର୍ତ୍ତବ୍ୟ ମାଙ୍କଡ ସଦୃଶ ଅଟେ । ପିଲାମାନଙ୍କୁ ବାବା ବୁଝାଉଛନ୍ତି ଯେ ସମସ୍ତେ ତ ନିଜକୁ ପତିତ କହୁଛନ୍ତି । କିନ୍ତୁ ଏକଥା ଜାଣି ନାହାଁନ୍ତି ଯେ ଆମକୁ କିଏ ପତିତ କରାଉଛି ଓ କିଏ ଆସି ପାବନ କରାଉଛନ୍ତି? ପତିତ-ପାବନ କିଏ? ଯାହାଙ୍କୁ ଡାକୁଛନ୍ତି, କିଛି ହେଲେ ବି ବୁଝିପାରୁ ନାହାଁନ୍ତି । ଏକଥା ମଧ୍ୟ ଜାଣି ନାହାଁନ୍ତି ଯେ ଆମେ ସମସ୍ତେ ଅଭିନେତା । ଆମେ ଆତ୍ମା ଏହି ପୋଷାକ ଧାରଣ କରି ଅଭିନୟ କରୁଛୁ । ଆତ୍ମା ପରମଧାମରୁ ଆସି ଅଭିନୟ କରୁଛି । ସମସ୍ତ ଖେଳ ଭାରତକୁ ନେଇ ତିଆରି ହୋଇଛି । ଭାରତକୁ ପାବନ, ଭାରତକୁ ପତିତ କିଏ କଲା? ରାବଣ । ଗାୟନ ମଧ୍ୟ କରୁଛନ୍ତି ଯେ ରାବଣର ରାଜତ୍ୱ ଲଙ୍କାରେ ଥିଲା । ବାବା ଆମକୁ ବେହଦକୁ ନେଇଯାଉଛନ୍ତି । ହେ ପିଲାମାନେ, ଏଇ ସାରା ସୃଷ୍ଟି ବେହଦର ଏକ ଟାପୁ ଅଟେ । ତାହା ଛୋଟ ଭୂଖଣ୍ଡ ଯାହାକୁ ଲଙ୍କା କୁହାଯାଉଛି । ଏହି ବେହଦ ଟାପୁରେ ରାବଣର ରାଜ୍ୟ ରହିଛି । ପ୍ରଥମେ ରାମରାଜ୍ୟ ଥିଲା, ଏବେ ରାବଣ ରାଜ୍ୟ ଚାଲିଛି । ପିଲାମାନେ କହୁଛନ୍ତି ବାବା ରାମରାଜ୍ୟ କେଉଁଠି ଥିଲା? ବାବା କହୁଛନ୍ତି ପିଲାମାନେ ତାହା ତ ଏହିଠାରେ ଥିଲା ନା, ଯାହାକୁ ସମସ୍ତେ ଚାହୁଁଛନ୍ତି ।

ତୁମେ ଭାରତବାସୀ ଆଦି ସନାତନ ଦେବୀ-ଦେବତା ଧର୍ମର ଅଟ, ହିନ୍ଦୁ ଧର୍ମର ନୁହେଁ । ମଧୁର ଗେହ୍ଲା ସନ୍ତାନମାନେ, ତୁମେ ହିଁ ପ୍ରଥମେ ଭାରତରେ ଥିଲ । ତୁମକୁ ସତ୍ୟଯୁଗର ରାଜ୍ୟ କିଏ ଦେଇଥିଲେ? ନିଶ୍ଚୟ ସ୍ୱର୍ଗ ସ୍ଥାପନକାରୀ ଈଶ୍ୱର ପିତା ହିଁ ଏହି ବର୍ସା ବା ସମ୍ପତ୍ତି ଦେବେ । ବାବା ବୁଝାଉଛନ୍ତି କେତେକ ଆତ୍ମା ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି । ମୁସଲମାନଙ୍କ ରାଜ୍ୟ ଥିବା ସମୟରେ ବହୁତଙ୍କୁ ମୁସଲମାନ କରିଦେଲେ । ଖ୍ରୀଷ୍ଟିୟାନଙ୍କ ରାଜ୍ୟ ଥିବା ସମୟରେ ବହୁତଙ୍କୁ ଖ୍ରୀଷ୍ଟିୟାନ କରିଦେଲେ । ବୌଦ୍ଧମାନଙ୍କର ଏଠାରେ ରାଜ୍ୟ ନ ହୋଇ ମଧ୍ୟ ବହୁତଙ୍କୁ ବୌଦ୍ଧ କରିଦେଲେ । ନିଜ ଧର୍ମକୁ ଏହିଭଳି ପରିବର୍ତ୍ତିତ କରିଦେଇଛନ୍ତି । ଆଦି ସନାତନ ଧର୍ମ ପ୍ରାୟଃ ଲୋପ ହୋଇଯିବା ପରେ ହିଁ ପୁନଃ ଏହି ଧର୍ମର ସ୍ଥାପନା ହେବ । ତେଣୁ ବାବା ସବୁ ଭାରତବାସୀମାନଙ୍କୁ କହୁଛନ୍ତି ଯେ ମଧୁର ସନ୍ତାନମାନେ, ତୁମେ ସମସ୍ତେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ । ତୁମେ ୮୪ ଜନ୍ମ ନେଇଛ । ବ୍ରାହ୍ମଣ, ଦେବତା, କ୍ଷତ୍ରିୟ... ବର୍ଣ୍ଣରେ ଆସିଛ । ଏବେ ପୁନର୍ବାର ବ୍ରାହ୍ମଣ ବର୍ଣ୍ଣରେ ଆସିଛ, ଦେବତା ବର୍ଣ୍ଣକୁ ଯିବା ପାଇଁ । ଗାୟନ କରୁଛନ୍ତି ବ୍ରାହ୍ମଣ ଦେବତାୟ ନମଃ, ପ୍ରଥମେ ବ୍ରାହ୍ମଣମାନଙ୍କର ନାମ ନେଉଛନ୍ତି । ବ୍ରାହ୍ମଣମାନେ ହିଁ ଭାରତକୁ ସ୍ୱର୍ଗ କରିଥିଲେ । ଏହା ହେଉଛି ଭାରତର ପ୍ରାଚୀନ ଯୋଗ ଯାହା ଗୀତାରେ ବର୍ଣ୍ଣନା କରାଯାଇଛି । ଗୀତାରେ ବର୍ଣ୍ଣିତ ଯୋଗ କିଏ ଶିଖାଇଥିଲେ? ଏ କଥା ଭାରତବାସୀ ଭୁଲିଯାଇଛନ୍ତି । ବାବା ବୁଝାଉଛନ୍ତି ଯେ ପିଲାମାନେ ମୁଁ ତ ଯୋଗ ଶିଖାଇଥିଲି । ଏହା ହେଲା ଆତ୍ମିକ ଯୋଗ । ବାକି ସବୁ ଶାରୀରିକ ଯୋଗ । ସନ୍ନ୍ୟାସୀ ଆଦି ଶାରୀରିକ ଯୋଗ ଶିଖାଉଛନ୍ତି ଯେ ବ୍ରହ୍ମ ସହିତ ଯୋଗ ଲଗାଅ । ଏହା ତ ଭୁଲ୍ ହୋଇଯାଉଛି । ବ୍ରହ୍ମ ତତ୍ତ୍ୱ ତ ରହିବାର ସ୍ଥାନ ଅଟେ । ବ୍ରହ୍ମ ତତ୍ତ୍ୱ କୌଣସି ସୁପ୍ରିମ ଆତ୍ମା ନୁହେଁ । ବାବାଙ୍କୁ ଭୁଲିଯାଇଛନ୍ତି । ତୁମେ ମଧ୍ୟ ଭୁଲିଯାଇଥିଲ । ତୁମେ ନିଜର ଧର୍ମକୁ ଭୁଲିଯାଇଛ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ବିଦେଶରେ ଏହି ଯୋଗ ନଥିଲା । ଏହିଠାରେ ହିଁ ହଠଯୋଗ ଏବଂ ରାଜଯୋଗ ରହିଛି । ନିବୃତ୍ତି ମାର୍ଗଧାରୀ ସନ୍ନ୍ୟାସୀ କେବେ ରାଜଯୋଗ ଶିଖାଇ ପାରିବେ ନାହିଁ । ଯିଏ ଜାଣିଥିବେ ସେ ହିଁ ଶିଖାଇବେ । ସନ୍ନ୍ୟାସୀମାନେ ତ ରାଜତ୍ୱ ମଧ୍ୟ ଛାଡି ଦେଉଛନ୍ତି । ଗୋପୀଚନ୍ଦ ରାଜାଙ୍କର ଉଦାହରଣ ରହିଛି ନା । ରାଜତ୍ୱ ଛାଡି ଜଙ୍ଗଲକୁ ଚାଲିଗଲେ । ଏହାର ମଧ୍ୟ କାହାଣୀ ରହିଛି । ସନ୍ନ୍ୟାସୀମାନେ ତ ରାଜତ୍ୱ ଛଡାଇଥାନ୍ତି, ସେମାନେ ପୁଣି କିପରି ରାଜଯୋଗ ଶିଖାଇପାରିବେ । ବର୍ତ୍ତମାନ ସମ୍ପୂର୍ଣ୍ଣ ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଗଲାଣି । ଏବେ ଉପୁଡିଯିବ । କୌଣସି ବୃକ୍ଷ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲେ ଶେଷରେ ତାହାକୁ ହାଣିବାକୁ ପଡିଥାଏ । ସେହିପରି ଏହି ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷ ମଧ୍ୟ ତମୋପ୍ରଧାନ ହୋଇଯାଇଛି, ଏଥିରେ କୌଣସି ଶକ୍ତି ହିଁ ନାହିଁ । ଏହାର ନିଶ୍ଚୟ ବିନାଶ ହେବ । କିନ୍ତୁ ଏହା ପୂର୍ବରୁ ଏଠାରେ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରିବାକୁ ପଡିବ । ସତ୍ୟଯୁଗରେ କେହି ଦୁର୍ଗତିପ୍ରାପ୍ତ ଆତ୍ମା ରହିବେ ନାହିଁ । ଏମାନେ ବିଦେଶରେ ଯାଇ ଯୋଗ ଶିଖାଉଛନ୍ତି କିନ୍ତୁ ତାହା ହେଉଛି ହଠଯୋଗ । ଜ୍ଞାନ ବିଲ୍‌କୁଲ୍ ନାହିଁ । ଅନେକ ପ୍ରକାରର ହଠଯୋଗ ରହିଛି । ଏହା ହେଉଛି ରାଜଯୋଗ, ଏହାକୁ ଆତ୍ମିକ ଯୋଗ କୁହାଯାଉଛି । ସେସବୁ ହେଉଛି ଶାରୀରିକ ଯୋଗ । ମନୁଷ୍ୟ, ମନୁଷ୍ୟକୁ ଶିଖାଉଛନ୍ତି ।

ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ ମୁଁ ତୁମକୁ ଥରେ ମାତ୍ର ଏହି ରାଜଯୋଗ ଶିଖାଉଛି ଆଉ କେହି କଦାଚିତ୍ ଏହା ଶିଖାଇ ପାରିବେ ନାହିଁ । ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ଶିଖାଉଛନ୍ତି ମାମେକମ୍ ଅର୍ଥାତ୍ ମୋତେ ମନେ ପକାଇଲେ ତୁମର ସବୁ ପାପ ଧୋଇ ହୋଇଯିବ । ହଠଯୋଗୀ କେବେ ଏପରି କହିପାରିବେ ନାହିଁ । ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି । ଏହା ନୂଆ କଥା ଅଟେ । ବାବା ତୁମକୁ ଏବେ ଦେହୀ-ଅଭିମାନୀ କରାଉଛନ୍ତି । ବାବାଙ୍କର ଦେହ ନାହିଁ । ଏହାଙ୍କର ଶରୀରରେ ଆସି ଏହାଙ୍କର ନାମ ବଦଳାଇ ଦେଉଛନ୍ତି । ଗୃହସ୍ଥିମାନେ ଯେତେବେଳେ ସନ୍ନ୍ୟାସୀ ହୋଇଯାଆନ୍ତି ସେତେବେଳେ ମରଜୀବା ହୋଇଗଲେ ତା’ ପରେ ଗୃହସ୍ଥ ଆଶ୍ରମ ଛାଡି ନିବୃତ୍ତିମାର୍ଗ ନେଇଥାନ୍ତି । ତେଣୁ ତୁମେ ମଧ୍ୟ ମରଜୀବା ହେବା ପରେ ତୁମର ନାମ ବଦଳି ଯାଉଛି । ଆରମ୍ଭରୁ ବାବା ସମସ୍ତଙ୍କର ନୂତନ ନାମ ଦେଉଥିଲେ । ଯେତେବେଳେ ଆଶ୍ଚର୍ଯ୍ୟଭାବେ ଶୁଣିଲେ, ଅନ୍ୟମାନଙ୍କୁ ଶୁଣାଇଲେ ପୁଣି ପଳାଇଲେ, ତେଣୁ ନାମ ଦେବା ବନ୍ଦ ହୋଇଗଲା । ସେଥିପାଇଁ ବାବା କହୁଛନ୍ତି ଯେ ମୁଁ ନାମ ପରିବର୍ତ୍ତନ କରିବି ପୁଣି ଛାଡି ଚାଲିଯିବେ ତେବେ ନାମ ରଖିବା ଫାଲତୁ ହୋଇଯିବ । ପ୍ରଥମେ ଆସୁଥିବା ଆତ୍ମାମାନଙ୍କର ଯେଉଁ ନାମ ରଖାଯାଇଥିଲା, ତାହା ବହୁତ ରମଣୀୟ ଥିଲା । ଏବେ ନାମ ରଖୁ ନାହାଁନ୍ତି । ଯିଏ ସର୍ବଦା ସ୍ଥାୟୀ ଭାବେ ରହିବେ ତାଙ୍କର ରଖାଯିବ । ବହୁତଙ୍କ ନାମ ରଖିଲେ ପୁଣି ବାବାଙ୍କୁ ଛାଡପତ୍ର ଦେଇ ଚାଲିଗଲେ, ସେଥିପାଇଁ ଏବେ ନାମ ବଦଳାଉ ନାହାଁନ୍ତି । ବାବା ବୁଝାଉଛନ୍ତି ଯେ ଏହି ଜ୍ଞାନ ଖ୍ରୀଷ୍ଟିୟାନ୍‌ମାନଙ୍କ ବୁଦ୍ଧିରେ ମଧ୍ୟ ପଶିବ । ଏତିକି ବୁଝିବେ ଯେ ଭାରତର ପ୍ରାଚୀନ ଯୋଗ ନିରାକାର ବାବା ହିଁ ଆସି ଶିଖାଇଥିଲେ । ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ଆମର ପାପ ଭସ୍ମ ହୋଇଯିବ ଓ ଆମେ ନିଜ ଘରକୁ ଚାଲିଯିବୁ । ଯିଏ ଏହି ଧର୍ମର ହୋଇ ପରିବର୍ତ୍ତିତ ହୋଇଯାଇଥିବେ ସେ ରହିଯିବେ । ତୁମେ ଜାଣିଛ ଯେ ମନୁଷ୍ୟ, ମନୁଷ୍ୟର ସଦ୍‌ଗତି କରିପାରିବେ ନାହିଁ । ଏହି ଦାଦା ମଧ୍ୟ ମନୁଷ୍ୟ ଅଟନ୍ତି, ଇଏ କହୁଛନ୍ତି ଯେ ମୁଁ କାହାର ସଦ୍‌ଗତି କରିପାରିବି ନାହିଁ । ଏକଥା ବାବା ଆମକୁ ଶିଖାଉଛନ୍ତି ଯେ ତୁମର ସଦ୍‌ଗତି ମଧ୍ୟ ବାବାଙ୍କୁ ମନେ ପକାଇବା ଦ୍ୱାରା ହେବ । ବାବା କହୁଛନ୍ତି, ହେ ଆତ୍ମାମାନେ ମୋ ସହିତ ଯୋଗ ଲଗାଇଲେ ତୁମର ବିକର୍ମ ବିନାଶ ହେବ । ତୁମେ ପ୍ରଥମେ ସ୍ୱର୍ଣ୍ଣିମ ଯୁଗରେ ପବିତ୍ର ଥିଲ, ପୁଣି ଖାଦ ପଡିଗଲା । ପ୍ରଥମେ ଯେଉଁ ଦେବୀ-ଦେବତାଙ୍କ ଆତ୍ମା ୨୪ କ୍ୟାରେଟ୍ ସୁନା ସଦୃଶ ଥିଲା, ଏବେ ସେମାନେ ଲୌହଯୁଗରେ ଆସି ପହଞ୍ଚିଛନ୍ତି । ଏହି ଯୋଗ ତୁମକୁ କଳ୍ପ-କଳ୍ପ ଶିଖିବାକୁ ପଡୁଛି । ତୁମେ ଜାଣିଛ ଯେ ଏଥିରେ ମଧ୍ୟ କେହି ପୂରା ଜାଣିଛନ୍ତି, କେହି କମ୍ । କେହି ତ ସାଧାରଣ ଭାବେ ଦେଖିବାକୁ ଆସୁଛନ୍ତି ଯେ ଏଠାରେ କ’ଣ ଶିଖାଉଛନ୍ତି । ବ୍ରହ୍ମାକୁମାର କୁମାରୀମାନେ ଏତେ ଢେର ସନ୍ତାନ ରହିଛନ୍ତି । ନିଶ୍ଚୟ ପ୍ରଜାପିତା ବ୍ରହ୍ମା ଥିବେ ନା ଯାହାଙ୍କର ଏତେ ସନ୍ତାନ ହୋଇଛନ୍ତି, ନିଶ୍ଚୟ କିଛି ହେଲେ ଯାଇ ତାଙ୍କୁ ପଚାରିବେ । ତୁମକୁ ପ୍ରଜାପିତା ବ୍ରହ୍ମାଙ୍କଠାରୁ କ’ଣ ମିଳୁଛି? ପଚାରିବା ଦରକାର ନା! କିନ୍ତୁ ଏତିକି ବି ବୁଦ୍ଧି ନାହିଁ । ବାବା ଏକଥା ସ୍ୱତନ୍ତ୍ର ରୂପେ ଭାରତ ପାଇଁ କହୁଛନ୍ତି । ଗାୟନ ମଧ୍ୟ ରହିଛି ପଥର ବୁଦ୍ଧିରୁ ପାରସବୁଦ୍ଧି । ପାରସବୁଦ୍ଧିରୁ ପଥରବୁଦ୍ଧି । ସତ୍ୟଯୁଗ ତ୍ରେତାରେ ପାରସବୁଦ୍ଧି ସ୍ୱର୍ଣ୍ଣିମ ଯୁଗ ଥିଲା ପୁଣି ରୌପ୍ୟ ଯୁଗରେ ଦୁଇକଳା କମ୍ ହୋଇଗଲା । ସେଥିପାଇଁ ଚନ୍ଦ୍ରବଂଶୀ ନାମ ରହିଛି କାହିଁକି ନା ଫେଲ୍ ହୋଇଗଲେ । ଏହା ମଧ୍ୟ ପାଠଶାଳା ଅଟେ । ୩୩ ନମ୍ବରରୁ କମ୍ ହେଲେ ଫେଲ୍ ହେଉଛନ୍ତି । ରାମ ସୀତା ଏବଂ ତାଙ୍କର ଡିନାୟଷ୍ଟି (ବଂଶ) ସମ୍ପୂର୍ଣ୍ଣ ହୋଇ ନାହାଁନ୍ତି, ସେଥିପାଇଁ ସୂର୍ଯ୍ୟବଂଶୀ ହୋଇପାରିଲେ ନାହିଁ । ଫେଲ୍ ତ କେହି ହେବେ ନା, କାହିଁକି ନା ଏହି ପରୀକ୍ଷା ବହୁତ ବଡ । ଆଗରୁ ଗଭର୍ଣ୍ଣମେଣ୍ଟର ଆଇ.ସି.ଏସ୍ ବଡ ପରୀକ୍ଷା ହେଉଥିଲା । ସମସ୍ତେ ପଢିପାରୁ ନ ଥିଲେ । କୋଟିକରେ କେହି ବାହାରୁଥିଲେ । ଯଦି କେହି ଚାହୁଁଛନ୍ତି ଯେ ଆମେ ସୂର୍ଯ୍ୟବଂଶୀ ମହାରାଜା ମହାରାଣୀ ହେବୁ, ତେବେ ଏଥିରେ ବହୁତ ମେହନତ ଆବଶ୍ୟକ । ମମ୍ମା ବାବା ମଧ୍ୟ ଶ୍ରୀମତ ଆଧାରରେ ପଢୁଛନ୍ତି । ସେ ପ୍ରଥମ ନମ୍ବରରେ ପଢୁଛନ୍ତି । ପୁଣି ଯେଉଁମାନେ ମାତା ପିତାଙ୍କୁ ଅନୁସରଣ କରୁଛନ୍ତି ସେ ତାଙ୍କ ସିଂହାସନରେ ବସିବେ । ସୂର୍ଯ୍ୟବଂଶୀ ୮ଟି ଗଦି ଚାଲିବ । ଯେପରି ଏଡ୍‌ୱାର୍ଡ ଦି ଫାଷ୍ଟ, ଦି ସେକେଣ୍ଡ ଚାଲୁଛି ସେହିପରି ହିଁ ଚାଲିବ । ତୁମର ସମ୍ପର୍କ ଏହି ଖ୍ରୀଷ୍ଟିୟାନଙ୍କଠାରୁ ମଧ୍ୟ ଅଧିକ । ଖ୍ରୀଷ୍ଟିୟାନମାନେ ଭାରତର ରାଜତ୍ୱ ଛଡାଇ ନେଇଥିଲେ । ଭାରତରୁ ଅସରନ୍ତି ଧନ ନେଇଗଲେ, ତେବେ ବିଚାର କର ସତ୍ୟଯୁଗରେ କେତେ ଅସରନ୍ତି ଧନ ଥିଲା । ତାହା ତୁଳନାରେ ତ ଏଠାରେ କିଛି ବି ନାହିଁ । ସେଠାରେ ସବୁ ଖଣି ଭରପୂର ହୋଇଯିବ । ଏବେ ତ ସବୁ ଜିନିଷର ଖଣି ଖାଲି ହୋଇଯାଉଛି । ପୁଣି ଚକ୍ରର ପୁନରାବୃତ୍ତି ହେଲେ ସବୁ ଖଣି ଭର୍ତ୍ତି ହୋଇଯିବ । ମଧୁର ସନ୍ତାନମାନେ ତୁମେ ଏବେ ରାବଣ ଉପରେ ବିଜୟ ପ୍ରାପ୍ତ କରି ରାଜତ୍ୱ ନେଉଛ, ପୁଣି ଅଧାକଳ୍ପ ପରେ ଏହି ରାବଣ ଆସିବ ଏବଂ ତୁମେ ରାଜତ୍ୱ ହରାଇଦେବ । ଏବେ ତୁମେ ଭାରତବାସୀ କଉଡିତୁଲ୍ୟ ହୋଇଯାଇଛ । ମୁଁ ତୁମକୁ ହୀରାତୁଲ୍ୟ କରାଇଥିଲି । ରାବଣ ତୁମକୁ କଉଡି ତୁଲ୍ୟ କରିଦେଇଛି । ବୁଝୁ ନାହାଁନ୍ତି ଯେ ଏହି ରାବଣ କେବେ ଆସିଥିଲା? ଆମେ କାହିଁକି ତାକୁ ଜଳାଉଛୁ ? କହୁଛନ୍ତି ଏହି ରାବଣ ତ ପରମ୍ପରାରୁ ଚାଲି ଆସୁଛି । ବାବା ବୁଝାଉଛନ୍ତି ଯେ ଅଧାକଳ୍ପ ପରେ ପୁନଃ ରାବଣ ରାଜ୍ୟ ଆରମ୍ଭ ହେଉଛି । ବିକାରୀ ହେବା କାରଣରୁ ନିଜକୁ ଦେବୀ-ଦେବତା କହିପାରୁ ନାହାଁନ୍ତି । ବାସ୍ତବରେ ତୁମେ ଦେବୀଦେବତା ଧର୍ମର ଥିଲ । ତୁମ ପରି ସୁଖ ଆଉ କେହି ଦେଖି ନାହାଁନ୍ତି । ସବୁଠାରୁ ଅଧିକ ଗରିବ ମଧ୍ୟ ତୁମେ ହୋଇଛ । ଅନ୍ୟ ଧର୍ମାବଲମ୍ବୀଙ୍କର ସଂଖ୍ୟା ପରେ ବୃଦ୍ଧି ହେଉଛି । ଖ୍ରୀଷ୍ଟ ଆସିବା ସମୟରେ ବହୁତ କମ୍ ଆତ୍ମା ଥିଲେ । ସେମାନଙ୍କର ଅଧିକ ଅନୁଗାମୀ ହେଲେ ହିଁ ରାଜ୍ୟ କରିବେ । ତୁମକୁ ତ ପ୍ରଥମେ ରାଜତ୍ୱ ମିଳୁଛି । ଏସବୁ ତ ଜ୍ଞାନର କଥା । ବାବା କହୁଛନ୍ତି ହେ ଆତ୍ମାମାନେ ମୋତେ ମନେ ପକାଅ । ଅଧାକଳ୍ପ ତୁମେ ଦେହ-ଅଭିମାନୀ ହୋଇ ରହିଛ । ଏବେ ଦେହୀ-ଅଭିମାନୀ ହୁଅ । ଘଡିକୁ ଘଡି ଏହା ଭୁଲିଯାଉଛ କାହିଁକି ନା ଅଧା କଳ୍ପର ପାପ ରହିଛି । ବର୍ତ୍ତମାନ ତୁମେ ବ୍ରାହ୍ମଣ ହେଉଛ ଚୂଟୀ । ତୁମେ ହିଁ ସବୁଠାରୁ ଶ୍ରେଷ୍ଠ ଅଟ । ସନ୍ନ୍ୟାସୀ ବ୍ରହ୍ମ ସହିତ ଯୋଗ ଲଗାଉଛନ୍ତି କିନ୍ତୁ ଏହା ଦ୍ୱାରା ବିକର୍ମ ବିନାଶ ହେବ ନାହିଁ । ପ୍ରତ୍ୟେକଙ୍କୁ ସତ୍ତ୍ୱ ରଜୋ ତମୋ ଦେଇ ନିଶ୍ଚୟ ଗତି କରିବାକୁ ପଡିବ । ମଝିରେ କେହି ହେଲେ ଘରକୁ ଫେରି ଯାଇପାରିବେ ନାହିଁ । ସମସ୍ତେ ତମୋପ୍ରଧାନ ହୋଇଗଲା ପରେ ବାବା ଆସି ସମସ୍ତଙ୍କୁ ସତ୍ତ୍ୱପ୍ରଧାନ କରାଉଛନ୍ତି ଅର୍ଥାତ୍ ସମସ୍ତଙ୍କର ଜ୍ୟୋତି ଜାଗ୍ରତ ହୋଇଯାଉଛି । ପ୍ରତ୍ୟେକ ଆତ୍ମାକୁ ନିଜସ୍ୱ ଅଭିନୟ ମିଳିଛି । ତୁମେ ହିରୋ ହିରୋଇନ୍ ପାର୍ଟଧାରୀ ଅଟ । ତୁମେ ଭାରତବାସୀ ସବୁଠାରୁ ଶ୍ରେଷ୍ଠ ଅଟ ଯିଏକି ରାଜ୍ୟ ନେଇ ପୁଣି ହରାଉଛ, ଆଉ କେହି ରାଜ୍ୟ ନେଉ ନାହାଁନ୍ତି । ସେମାନେ ବାହୁବଳ ଦ୍ୱାରା ରାଜ୍ୟ ନେଉଛନ୍ତି । ବାବା ବୁଝାଉଛନ୍ତି ଯିଏ ବିଶ୍ୱର ମାଲିକ ଥିଲେ ସେ ହିଁ ହେବେ । ତେଣୁ ବାସ୍ତବ ରାଜଯୋଗ ବାବାଙ୍କ ବ୍ୟତୀତ କେହି ଶିଖାଇ ପାରିବେ ନାହିଁ । ଯାହା ଶିଖାଉଛନ୍ତି ତାହା ଅଯଥାର୍ଥ ଯୋଗ ଅଟେ । ଘରକୁ ତ କେହି ହେଲେ ଫେରି ଯାଇପାରିବେ ନାହିଁ । ବର୍ତ୍ତମାନ ଅନ୍ତ ସମୟ । ସମସ୍ତେ ଦୁଃଖରୁ ମୁକ୍ତ ହେଉଛନ୍ତି ପୁଣି କ୍ରମାନ୍ୱୟରେ ଆସିବେ । ପ୍ରଥମେ ସୁଖ ପରେ ଦୁଃଖ ଦେଖିବାକୁ ପଡିବ । ଏସବୁ ବୁଝିବାର କଥା ଅଟେ । କୁହାଯାଏ ହାତରେ କାମ କର ହୃଦୟରେ ପ୍ରଭୁଙ୍କୁ ସ୍ମରଣ କର । କାମ କରି ଚାଲ ଏବଂ ବୁଦ୍ଧିଯୋଗ ବାବାଙ୍କ ସହିତ ରହୁ ।

ତୁମେ ଆତ୍ମାମାନେ ଜଣେ ପ୍ରେମିକଙ୍କର ପ୍ରେମିକା ଅଟ । ବର୍ତ୍ତମାନ ସେହି ପ୍ରେମିକ ଆସିଛନ୍ତି । ସବୁ ଆତ୍ମାମାନଙ୍କୁ ଗୁଲ-ଗୁଲ ଫୁଲ ଭଳି ପବିତ୍ର କରି ନେଇଯିବେ । ଅବିନାଶୀ ପ୍ରିୟତମ ଓ ପ୍ରିୟତ୍ତମା ଅଟନ୍ତି । କହୁଛନ୍ତି ମୁଁ ସମସ୍ତଙ୍କୁ ନେଇଯିବି । ପୁଣି ପୁରୁଷାର୍ଥର କ୍ରମଅନୁସାରେ ଯାଇ ପଦ ପାଇବେ । ଭଲେ ଗୃହସ୍ଥରେ ରୁହ, ପିଲାମାନଙ୍କୁ ସମ୍ଭାଳ । ହେ ଆତ୍ମା ତୁମର ହୃଦୟ ବାବାଙ୍କ ଆଡକୁ ରହୁ । ଏହି ଅଭ୍ୟାସ କରିଚାଲ । ପିଲାମାନେ ଜାଣିଛନ୍ତି ଏବେ ଆମେ ବାବାଙ୍କୁ ମନେ ପକାଇବା ଦ୍ୱାରା ସ୍ୱର୍ଗବାସୀ ହେଉଛୁ । ଛାତ୍ରମାନେ ତ ବହୁତ ଖୁସିରେ ରହିବା ଉଚିତ୍ । ଏହା ତ ବହୁତ ସହଜ ଅଟେ । ଡ୍ରାମା ଅନୁସାରେ ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ । କାହା ସହିତ ଯୁକ୍ତିତର୍କ କରିବାର ଆବଶ୍ୟକତା ନାହିଁ । ଏବେ ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ଆସିଗଲାଣି । ମନୁଷ୍ୟ ରୋଗରୁ ମୁକ୍ତ ହେଲେ ଧନ୍ୟବାଦ ଦେଇଥାନ୍ତି । ଏଠାରେ ତ ସାରା ଦୁନିଆ ରୋଗୀ ଅଟେ । ଅଳ୍ପ ସମୟରେ ଜୟଜୟକାର ହୋଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସଚ୍ଚା-ସଚ୍ଚା ପ୍ରେମିକା ହୋଇ ହାତ ଦ୍ୱାରା କର୍ମ କରୁଥିବା ସମୟରେ ବୁଦ୍ଧିରେ ପ୍ରେମିକଙ୍କୁ ମନେ ପକାଇବାର ଅଭ୍ୟାସ କରିବାକୁ ହେବ । ବାବାଙ୍କୁ ମନେ ପକାଇ ଆମେ ସ୍ୱର୍ଗବାସୀ ହେଉଛୁ, ଏହି ଖୁସିରେ ରହିବାକୁ ହେବ ।

(୨) ସୂର୍ଯ୍ୟବଂଶୀ କୁଳରେ ସିହାଂସନ ଅଧିକାରୀ ହେବା ପାଇଁ ମାତା-ପିତାଙ୍କୁ ପୂରାପୂରା ଅନୁକରଣ କରିବାକୁ ହେବ । ବାବାଙ୍କ ଭଳି ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ୍ ହୋଇ ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ ।

ବରଦାନ:-
ମୁକୁଟ ଏବଂ ତିଳକକୁ ଧାରଣ କରି ବାପଦାଦାଙ୍କର ସହଯୋଗୀ ହେଉଥିବା ହୃଦୟ ସିଂହାସନ ଅଧିକାରୀ ଭବ ।

ଯେତେବେଳେ କେହି ବି ସିଂହାସନ ଉପରେ ବସିଥାଆନ୍ତି ସେତେବେଳେ ତିଳକ ଏବଂ ମୁକୁଟ ତାଙ୍କର ପ୍ରତୀକ ହୋଇଥାଏ । ସେହିପରି ଯେଉଁମାନେ ହୃଦୟ ସିଂହାସନର ଅଧିକାରୀ ଅଟନ୍ତି ସେମାନଙ୍କର ମସ୍ତକରେ ସର୍ବଦା ଅବିନାଶୀ ଆତ୍ମାର ସ୍ଥିତିର ତିଳକ ଦୂରରୁ ହିଁ ଚମକୁଥିବାର ଦେଖାଯାଇଥାଏ । ସର୍ବ ଆତ୍ମାଙ୍କ ପ୍ରତି କଲ୍ୟାଣର ଶୁଭଭାବନା ସେମାନଙ୍କର ନୟନରେ ଏବଂ ମୁଖମଣ୍ଡଳରେ ଦେଖାଯାଇଥାଏ । ସେମାନଙ୍କର ସଂକଳ୍ପ, ବଚନ ଏବଂ କର୍ମ ବାବାଙ୍କ ସମାନ ହୋଇଥାଏ ।

ସ୍ଲୋଗାନ:-
ଯୋଗକୁ ସରଳ ବା ସହଜ କରିବା ପାଇଁ ସରଳତାର ଗୁଣକୁ ଧାରଣ କର, ନିଜର ସଂସ୍କାରଗୁଡିକୁ ସରଳ କରିଦିଅ ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।

ବିଜୟୀ ହେବାର ମୂଳଦୁଆ ବା ଆଧାର ହେଲା “ନିଶ୍ଚୟ” ଯଦି ମୂଳଦୁଆ ମଜବୁତ ଥିବ ବିଲଡିଙ୍ଗ୍ ହଲିପାରିବ ନାହିଁ । ତେଣୁ ନିଶ୍ଚିନ୍ତରେ ରହିପାରିବ । କିନ୍ତୁ କେବଳ ବାବାଙ୍କ ଉପରେ ନିଶ୍ଚୟ ନୁହେଁ, ନିଜ ଉପରେ ମଧ୍ୟ ନିଶ୍ଚୟ ଏବଂ ଡ୍ରାମା ଉପରେ ମଧ୍ୟ ନିଶ୍ଚୟ ରହିବା ଦରକାର । ବାଃ ଡ୍ରାମା ବାଃ! ଯଦି ଡ୍ରାମା ଉପରେ ନିଶ୍ଚୟ ରହିଥିବ, ତେବେ ଅକଲ୍ୟାଣର କଥା ମଧ୍ୟ କଲ୍ୟାଣରେ ପରିବର୍ତ୍ତିତ ହୋଇଯିବ ।