14.06.26 Avyakt Bapdada Odia Murli 24.10.2010 Om Shanti Madhuban
“ସମୟର ଗତି ଅନୁସାରେ ଏବେ
ବିଶେଷ ଭାବରେ ନିଜର ସ୍ୱଭାବ-ସଂସ୍କାରକୁ ପରିବର୍ତ୍ତନ କରିବାରେ ତୀବ୍ରତା ଆଣ ଏବଂ ସଂକଳ୍ପ ଦ୍ୱାରା
ଆତ୍ମାମାନଙ୍କୁ ଭିନ୍ନ ଭିନ୍ନ କିରଣ ଦିଅ ”
ଆଜି ବାପଦାଦା ଚାରିଆଡ
ପରମାତ୍ମ ସିଂହାସନ ଅଧିକାରୀ, ଭ୍ରୃକୁଟୀ ସିଂହାସନ ଅଧିକାରୀ ଏବଂ ବିଶ୍ୱର ରାଜ୍ୟ ସିଂହାସନ
ଅଧିକାରୀ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ଏହି ପରମାତ୍ମ ହୃଦୟ ସିଂହାସନ କେବଳ ତୁମ
ବ୍ରାହ୍ମଣମାନଙ୍କ ପାଇଁ ହିଁ ଅଟେ । ଭ୍ରୃକୁଟୀ ରୂପୀ ସିଂହାସନ ତ ସମସ୍ତଙ୍କ ପାଖରେ ଅଛି କିନ୍ତୁ
ପରମାତ୍ମ ସିଂହାସନ କେବଳ ବ୍ରାହ୍ମଣ ଆତ୍ମାମାନଙ୍କର ହିଁ ଭାଗ୍ୟରେ ଅଛି । ଏହି ପରମାତ୍ମ ସିଂହାସନ
ବିଶ୍ୱର ସିଂହାସନକୁ ପ୍ରାପ୍ତ କରାଇଥାଏ । ତେବେ ଏହି ତିନୋଟିଯାକ ସିଂହାସନର ଅଧିକାରୀ ତୁମେ
ବ୍ରାହ୍ମଣମାନେ ହିଁ ଅଟ । ଏହି ପରମାତ୍ମ ସିଂହାସନ କେତେ ଶ୍ରେଷ୍ଠ ଅଟେ ଯାହାକି ଅନ୍ୟ କୌଣସି
ଯୁଗରେ ଏହା ପ୍ରାପ୍ତ ହୋଇନଥାଏ । ଏହି ପରମାତ୍ମ ସିଂହାସନର ଗାୟନ ମଧ୍ୟ ଦୁନିଆରେ ରହିଛି ଏବଂ
ପରମାତ୍ମ ସିଂହାସନ ଅଧିକାରୀ ଆତ୍ମାମାନେ ଭକ୍ତିମାର୍ଗରେ ମଧ୍ୟ ମାଳାର ଦାନା ରୂପରେ ଗାୟନ ଏବଂ
ପୂଜନ ହେଉଛନ୍ତି ଏବଂ କୋଟିକ ଭିତରେ କେହି ରୂପରେ ଗାୟନ ହେଉଛନ୍ତି । ସେମାନେ କେତେ ଭାବନାର ସହିତ
ଗୋଟିଏ ଗୋଟିଏ ଦାନାକୁ କେତେ ଉଚ୍ଚ ନଜରରେ ଦେଖୁଛନ୍ତି । ତେଣୁ ତୁମମାନଙ୍କ ଭିତରେ ନିଶା ରହିଛି
ନା । କ’ଣ ନିଶା ଅଛି ତ! ଆମ ବ୍ୟତୀତ ଅନ୍ୟ କେହି ବି ଏହି ସିଂହାସନର ଅନୁଭବ କରିପାରିବେ ନାହିଁ
କିନ୍ତୁ ତୁମ ବ୍ରାହ୍ମଣ ଆତ୍ମାମାନଙ୍କୁ ତ ଜନ୍ମ ସିଦ୍ଧ ଅଧିକାର ମିଳିଛି । ତୁମମାନଙ୍କ ପାଇଁ ଏହି
ସିଂହାସନ ଗଳାର ହାର ଅଟେ । ତେବେ ଏହିଭଳି ନିଶା ରହୁଛି ତ, ମୁଁ ଭଗବାନଙ୍କର ହୃଦୟ ସିଂହାସନର
ଅଧିକାରୀ ଅଟେ! ଏହି ନିଶା ଏବଂ ଖୁସି ସମସ୍ତଙ୍କ ଭିତରେ ସର୍ବଦା ସ୍ମୃତିରେ ରହୁଛି ତ! ମୁଁ କିଏ
ଅଟେ! ଏହାର ନିଶ୍ଚୟ ଏବଂ ନିଶା ରହୁଛି ତ?
ବାପଦାଦା ତ ଏହିଭଳି
ତିନୋଟି ସିଂହାସନର ଅଧିକାରୀ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । ବାଃ ମୋ’ର ଶ୍ରେଷ୍ଠ ଅଧିକାରୀ
ପିଲାମାନେ ବାଃ! ପିଲାମାନେ ମଧ୍ୟ କହୁଛନ୍ତି ବାଃ ବାବା ବାଃ! ଏବଂ ବାବା କହୁଛନ୍ତି ବାଃ ପିଲାମାନେ
ବାଃ! ନିଜେ ବାବା ମଧ୍ୟ ଏହିଭଳି ପିଲାମାନଙ୍କର ମହିମା ଗାନ କରୁଛନ୍ତି । ତେଣୁ ଏହିଭଳି ନିଶା ଅଛି
ତ, ମୁଁ କିଏ ଅଟେ? ଏଥିରେ ନିଶ୍ଚୟ ଯେତିକି ଥିବ ନିଶା ମଧ୍ୟ ସେତିକି ହିଁ ରହିଥିବ ଏବଂ ନିଶ୍ଚୟର
ନିଶା ତୁମର ଚେହେରାରେ ଏବଂ ଚାଲିଚଳନରେ ଦେଖାଯାଉଥିବ କାହିଁକିନା ଯାହା ଭିତରେ ନିଶ୍ଚୟ ଥିବ ତା’
ଭିତରେ ନିଶା ମଧ୍ୟ ନିଶ୍ଚିତ ଥିବ । ବାପଦାଦା ମଧ୍ୟ ଏବେ ପ୍ରତ୍ୟେକ ସନ୍ତାନର ଚେହେରା ଏବଂ
ଚାଲିଚଳନ ଦ୍ୱାରା ଆତ୍ମାମାନଙ୍କୁ ଅନୁଭବୀ କରାଇବା ପାଇଁ ଚାହୁଁଛନ୍ତି । ବାଣୀ ଦ୍ୱାରା ତ ଅନୁଭବ
କରିବାରେ ଲାଗିଛନ୍ତି । ଏବେ ତ ଅନୁଭବ କରିବାର କାର୍ଯ୍ୟ ଆରମ୍ଭ ହୋଇଗଲାଣି । ପୂର୍ବରୁ କେବଳ
ଶୁଣୁଥିଲେ ଏବଂ ଭାବୁଥିଲେ ଏବେ କିନ୍ତୁ ତୁମ ବ୍ରାହ୍ମଣ ଆତ୍ମାମାନଙ୍କର ସ୍ଥିତିର ପ୍ରଭାବକୁ
ଅନୁଭବ କରିପାରୁଛନ୍ତି । ତେଣୁ ନିଜେ ନିଜକୁ ଚେକ୍ କର ଯେ ମୁଁ ସାରା ଦିନ ଭିତରେ କେତେ ସମୟ
ପରମାତ୍ମାଙ୍କର ହୃଦୟ ସିଂହାସନ ଉପରେ ବିରାଜମାନ ରହୁଛି? କାହିଁକିନା ଏହି ହୃଦୟ ସିଂହାସନ ହିଁ
ବିଶ୍ୱର ରାଜ୍ୟ ପ୍ରାପ୍ତ କରାଇବାର ଆଧାର ଅଟେ । ତେଣୁ ଏହି ହୃଦୟ ସିଂହାସନ ଆଧାରରେ ଯେତିକି ସମୟ
ତୁମେମାନେ ହୃଦୟ ସିଂହାସନର ଅଧିକାରୀ ହୋଇ ରହୁଛ ସେତିକି ଅଧିକ ସମୟ ପର୍ଯ୍ୟନ୍ତ ତୁମେମାନେ
ଭବିଷ୍ୟତର ରାଜକୁଳର ଅଧିକାରୀ ହେଉଛ । ତେଣୁ ଚେକ୍ କର ଯେ ଯେବେଠାରୁ ମୁଁ ବ୍ରାହ୍ମଣ ହୋଇଛି
ସେବେଠାରୁ କେତେ ସମୟ ହୃଦୟ ସିଂହାସନର ଅଧିକାରୀ ହୋଇ ରହିଛି? ସିଂହାସନ ଉପରେ ତ କ୍ରମାନ୍ୱୟ
ହିସାବରେ ବସିବ କିନ୍ତୁ ଏହା ଆଧାରରେ ସର୍ବଦା ରାଜ୍ୟ ପରିବାରରେ ବା ରାଜକୀୟ କୁଟୁମ୍ବରେ ଆସିବାର
ଅଧିକାରୀ ହେବ । କେବେ ଚେକ୍ କରିଛ କି? ମୁଁ ହୃଦୟ ସିଂହାସନ ଉପରୁ ଓହ୍ଲାଇ ଯାଉ ନାହିଁ ତ? ନିଜ
ନିଜର ହିସାବ ବାହାର କରିବ କାହିଁକିନା ଏହି ଆଧାରରେ ତୁମେମାନେ ସର୍ବଦା ରାଜକୀୟ ପରିବାରରେ ଆସିବ
। ତେଣୁ ଚେକ୍ କର ଯେ ସିଂହାସନକୁ ଛାଡି କେବେ ମାଟି ଉପରେ ପାଦ ରଖୁ ନାହିଁ ତ! ୬୩ ଜନ୍ମର
ସଂସ୍କାର ଅନୁସାରେ ଦେହଭାନ ରୂପୀ ମାଟି ଉପରେ ଯଦି ପାଦ ରଖିଲ, ଗୋଟିଏ ହେଲା ଦେହଭାନ୍,
ଦ୍ୱିତୀୟଟି ଦେହ-ଅଭିମାନ । ଦେହ-ଅଭିମାନ ରୂପକ ମାଟି ବା ଦାଗ ତ କଡା ଅଟେ, କିନ୍ତୁ ଦେହଭାନ ମଧ୍ୟ
ମାଟି ସଦୃଶ ଅଟେ । ଲୋକମାନେ ମଧ୍ୟ କୁହନ୍ତି, ଯେତେବେଳେ ଆତ୍ମା ଶରୀର ଛାଡିଦିଏ ତାକୁ ଜଳାଇ
ଦିଅନ୍ତି, ସେତେବେଳେ ଏହି କଥା କହିଥାଆନ୍ତି ଯେ ମାଟି ମାଟିରେ ମିଶିଗଲା । ତେଣୁ ଚେକ୍ କର ମାଟି
ଉପରେ ଗୋଡ ପଡିଯାଉ ନାହିଁ ତ! ତେଣୁ ଦେହଭାନ ଅର୍ଥାତ୍ ଦୈହିକ ସ୍ମୃତିରେ ଆସିବା ଅର୍ଥ ମାଟି ଉପରେ
ପାଦ ରଖିବା ।
ବାପଦାଦା ତୁମ ଭଳି
ଶ୍ରେଷ୍ଠ ଆତ୍ମାମାନଙ୍କ ପାଇଁ ତିନୋଟି ସିଂହାସନ ଦେଇଛନ୍ତି କାହିଁକିନା ଗେହ୍ଲା ଅଟ ନା । ସିକିଲଧେ
ମଧ୍ୟ ଅଟ, ଗେହ୍ଲା ମଧ୍ୟ ଅଟ । ତେବେ ଯେଉଁମାନେ ଗେହ୍ଲା ସନ୍ତାନ ହୋଇଥାଆନ୍ତି ତାଙ୍କୁ ଝୁଲଣାରେ
କିମ୍ବା କୋଳରେ ରଖିଥାଆନ୍ତି, ମାଟି ଉପରେ ପାଦ ରଖିବାକୁ ଦିଅନ୍ତି ନାହିଁ । ତେଣୁ ଯେଉଁମାନେ
ତିନୋଟିଯାକ ସିଂହାସନର ଅଧିକାରୀ ଅଟନ୍ତି, ସେମାନଙ୍କ ପାଇଁ ବାପଦାଦା କେତେ ଭିନ୍ନ ଭିନ୍ନ ଝୁଲଣା
ସବୁ ଦେଇଛନ୍ତି । କେବେ ଶାନ୍ତିର ଝୁଲଣାରେ ଝୁଲ, କେବେ ସୁଖର ଝୁଲଣାରେ ଝୁଲ, କେବେ ଖୁସିର
ଝୁଲଣାରେ ଝୁଲ । ସିଂହାସନ ଏବଂ ଝୁଲଣା, କେବଳ ଏହିଥିରେ ହିଁ ପାଦ ରଖିଥାଅ । କେତେକ ପିଲା
ପଚାରୁଛନ୍ତି ଆମେ ଭବିଷ୍ୟତରେ କେଉଁଠି ଜନ୍ମ ନେବୁ? ଏବଂ କ’ଣ ହେବୁ? ତେବେ ବାବା କହୁଛନ୍ତି
ଯେବେଠାରୁ ଆସିଲଣି ସେତିକି ସମୟକୁ ଚେକ୍ କର ଯେ ମୋର ପାଦ ସେତିକି ସମୟ ଝୁଲଣା ଉପରେ ବା ସିଂହାସନ
ଉପରେ ରହିଛି ତ? ଯଦି ରହିଛି ତେବେ ସେହି ଅନୁସାରେ ହିଁ ରାଜ ପରିବାର ଭିତରେ ସ୍ଥାନ ମିଳିବ ।
ରାଜକୀୟ ପ୍ରଜାରେ ମଧ୍ୟ ଆସିବ ନାହିଁ, ରାଜକୀୟ ପରିବାରରେ ହିଁ ଆସିବ । ତେବେ ଏହି ହିସାବ ସମସ୍ତେ
ନିଜେ ନିଜ ପାଇଁ ବାହାର କର, ଏଥିରେ ଅନ୍ୟକୁ ଦେଖିବାର ନାହିଁ । ନିଜର ହିଁ ହିସାବ ବାହର କର ।
ତେବେ ସମସ୍ତେ କ’ଣ ଚାହିଁଥାଆନ୍ତି? ରାଜପରିବାର ଭିତରେ ହିଁ ଜନ୍ମ ନେବୁ । ତେଣୁ ଏବେ ଯେତିକି
ସମୟ ମିଳୁଛି କାହିଁକିନା ସମାପ୍ତି ତ ଅଚାନକ ହିଁ ହେବ । ତେବେ ଏବେ ଠାରୁ ମଧ୍ୟ ଦୁନିଆର ସମାପ୍ତି
ପର୍ଯ୍ୟନ୍ତ ଯଦି ଚେକ୍ କରିବ ତେବେ ଯେତେ ଅଧିକ ସମୟ ବାବାଙ୍କର କୋଳରେ ବା ସିଂହାସନ ଉପରେ ବା
ଝୁଲଣା ଉପରେ ରହିବ ସେତିକି ସମୟ ରାଜ ପରିବାରରେ ଭାଗ୍ୟ ପ୍ରାପ୍ତ କରିବ ।
ବାପଦାଦା ତ ପ୍ରତ୍ୟେକ
ସନ୍ତାନକୁ ସାରା ସମୟ ୨୧ ଜନ୍ମ ପର୍ଯ୍ୟନ୍ତ ରାଜ ପରିବାରରେ, ଚାହେଁ ସୂର୍ଯ୍ୟବଂଶୀରେ ହେଉ ବା
ଚନ୍ଦ୍ରବଂଶୀରେ ହେଉ ଦୁଇଟିଯାକ ଯୁଗରେ ରାଜ ପରିବାର ଭିତରେ ରହିବାର ଅଧିକାର ଦେଉଛନ୍ତି କିନ୍ତୁ
ଅଧିକାର ନେବା ନିଜର ପୁରୁଷାର୍ଥ ଉପରେ ନିର୍ଭର କରେ । ଯେହେତୁ ତୁମମାନଙ୍କର ବ୍ରହ୍ମାବାବାଙ୍କ
ପ୍ରତି ସ୍ନେହ ରହିଛି, ତେଣୁ ବ୍ରହ୍ମାବାବାଙ୍କର ମଧ୍ୟ ତୁମମାନଙ୍କ ପ୍ରତି ସ୍ନେହ ଅଛି । ତେଣୁ
ବ୍ରହ୍ମାବାବା ନିଜ ସହିତ ପିଲାମାନଙ୍କୁ ମଧ୍ୟ ରାଜ ପରିବାର ଭିତରେ ଦେଖିବାକୁ ଚାହୁଁଛନ୍ତି ।
ତୁମେମାନେ କ’ଣ ଭାବୁଛ - ବ୍ରହ୍ମାବାବାଙ୍କ ଆଖପାଖରେ ରାଜ ପରିବାର ଭିତରେ ରହିବ ନା ଅଳ୍ପ ସମୟ
ରହିବ? ତେବେ ଦୁରକୁ ଯିବାକୁ ତ ଚାହୁଁ ନାହଁ ନା! ଶୁଣାଇଲୁ ନା - ଏହାର ଆଧାର ହେଲା ସଂଗମଯୁଗର
ପୁରୁଷାର୍ଥ । ବାପଦାଦାଙ୍କର ପିଲାମାନଙ୍କ ପ୍ରତି ଏତିକି ସ୍ନେହ ଅଛି ଯାହାକି ତୁମେମାନେ କହୁଛ ଯେ
ସାଥୀ ହୋଇ ରହିବୁ, ସାଥୀ ହୋଇଯିବୁ... ଏବେ ତ ବ୍ରହ୍ମାବାବା ଏବଂ ବ୍ରାହ୍ମଣମାନେ ସାଥୀରେ ଅଛନ୍ତି,
ଚାହେଁ ଅବ୍ୟକ୍ତ ରୂପରେ ଅଛନ୍ତି କିନ୍ତୁ ସାଥୀରେ ହିଁ ଅଛନ୍ତି । ଏବେ ବାପଦାଦା ଦେଖୁଛନ୍ତି ଯେ
ମାୟା ମଧ୍ୟ ପିଲାମାନଙ୍କୁ ଏବେ ପର୍ଯ୍ୟନ୍ତ ଛାଡୁ ନାହିଁ । ତା’ର ମଧ୍ୟ ସ୍ନେହ ଅଛି । ଆଜିକାଲି ତ
ବିଶେଷ କରି ଦୁଇଟି ରୂପରେ ମାୟା ମଧ୍ୟ ସୁଯୋଗ ନେଉଛି । ଦୁଇଟି ରୂପରେ ଆସୁଛି - ଗୋଟିଏ ହେଲା
ବ୍ୟର୍ଥ ସଂକଳ୍ପ ଏବଂ ଦ୍ୱିତୀୟରେ କେଉଁଠି କେଉଁଠି, କେବେ କେବେ ଏହିଭଳି ବାତାବରଣ ମଧ୍ୟ ଅଛି
ଯାହାକି ମୁଁ ଯାହା କରିଛି ବା ଭାବୁଛି ତାହା ହିଁ ଠିକ ଅଟେ, ମୁଁ କିଛି କମ୍ ନୁହେଁ । ଏହିଭଳି
ବାତାବରଣ ମଧ୍ୟ ଚାରିଆଡେ ରହିଛି । ମୁଁ ହିଁ ଠିକ୍ ଅଟେ । କିନ୍ତୁ ଯେଉଁମାନେ ତୁମ ସମ୍ବନ୍ଧରେ
ଅଛନ୍ତି ବା ନିମିତ୍ତ ରୂପରେ ଅଛନ୍ତି, ସେମାନେ ତୁମର ବିଚାରକୁ ସମର୍ଥ କରୁଛନ୍ତି ତ? ଏଥିରେ
ଅନ୍ୟମାନଙ୍କର ମଧ୍ୟ ସମର୍ଥନ ମିଳିବା ଦରକାର । ତେଣୁ ଏହିଭଳି ବ୍ୟର୍ଥ ସଂକଳ୍ପ ପିଲାମାନଙ୍କର
ସମୟକୁ ନଷ୍ଟ କରିଦେଉଛି ସେଥିପାଇଁ ବାପଦାଦା ସେବା କରିବା ପାଇଁ ପ୍ରତିଦିନ ମୁରଲୀକୁ ମନନ କରିବା
ପାଇଁ ହୋମୱାର୍କ ଦେଉଛନ୍ତି । ଯଦି ଏହିଭଳି ମନନ କରିବ ବା ମନନ କରୁ କରୁ ସେଥିରେ ମଗନ ହୋଇଯିବ
ତେବେ ଏହିଭଳି ପ୍ରତିଦିନର ହୋମୱାର୍କ ମନକୁ ବ୍ୟସ୍ତ ରଖିବାର ସାଧନ ଅଟେ । ଶୁଣିବା ଏବଂ ମନନ କରିବା
ବା ମଗନ ହୋଇଯିବା ଏହିଭଳି ହୋମୱାର୍କ ବାପଦାଦା ଏଥିପାଇଁ ପ୍ରତିଦିନ ଦେଉଛନ୍ତି । ଯେପରି
ପିଲାମାନଙ୍କୁ ଏତେ ଅଧିକ ହୋମ୍ୱାର୍କ ଦେଇଦିଅନ୍ତି ଯାହାକି ତା’କୁ ପୂରା କରିବାରେ ହିଁ
ସେମାନଙ୍କର ବୁଦ୍ଧି ବ୍ୟସ୍ତ ରହିଯିବ, ସେହିପରି ପ୍ରତିଦିନର ମୁରଲୀରେ ୪ଟିଯାକ ବିଷୟର ହୋମୱାର୍କ
ରହିଛି । ସଂକଳ୍ପ ପାଇଁ ମଧ୍ୟ ରହିଛି, ବାଣୀ ପାଇଁ ମଧ୍ୟ ହୋମୱାର୍କ ରହିଛି, କର୍ମ ଉପରେ ଧ୍ୟାନ
ଦେବା ସହିତ ଦିବଗୁଣକୁ ଧାରଣ କରିବା ପାଇଁ ମଧ୍ୟ ହୋମୱାର୍କ ଦିଆଯାଉଛି । ତେବେ ସର୍ବଦା ହୋମୱାର୍କ
କରିବାରେ ଯଦି ବ୍ୟସ୍ତ ରହିବ ତେବେ ବ୍ୟର୍ଥ ସଂକଳ୍ପକୁ ଆସିବା ପାଇଁ ସ୍ଥାନ ମିଳିବ ନାହିଁ । ଯଦି
ଏହି ବିଧିକୁ ସର୍ବଦା ଆପଣାଇ ଚାଲିବ ତେବେ ବ୍ୟର୍ଥ ସଂକଳ୍ପ ସ୍ୱତଃ ହିଁ ତୁମଠାରୁ ବିଦାୟ ନେଇଯିବ
କାହିଁକିନା ବାପଦାଦା ଦେଖୁଛନ୍ତି ଯୋଗର ଯାତ୍ରା ଉପରେ ସମସ୍ତଙ୍କର କ୍ରମାନ୍ୱୟ ହିସାବରେ ଧ୍ୟାନ
ରହିଛି, ବାଣୀର ସେବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ଏବେ ନିଜର ସଂସ୍କାର ବା
ଅନ୍ୟମାନଙ୍କର ସଂସ୍କାରକୁ ପରିବର୍ତ୍ତନ କରିବା, ଏହିଭଳି ସ୍ୱଭାବ ସଂସ୍କାର ଯାହାକୁ ତୁମେମାନେ
ରାଜକୀୟ ରୂପରେ ନେଚର ବୋଲି କହୁଛ, ଏହା ମୋର ନେଚର ଅଟେ, ଭାବ ନୁହେଁ ନେଚର ଅଟେ, ଏହିଭଳି ଧାରଣାର
ପରୀକ୍ଷା ଏବେ ମଧ୍ୟ ରାଜକୀୟ ରୂପରେ ଆସିବାକୁ ଲାଗିଛି । ତେଣୁ ବାପଦାଦା ଆଜିକାଲି ଏହି ସଂକେତ
ଦେଉଛନ୍ତି ଯେ ତୁମର ଧାରଣା ବିଷୟରେ ଯାହା ସବୁ କମୀ ରହିଛି ସେଥିପ୍ରତି ଏବେ ବିଶେଷ ଧ୍ୟାନ ।
ବାପଦାଦା ପୂର୍ବରୁ ମଧ୍ୟ
କହିଛନ୍ତି ଯେ ଏବେ ଏହି ମୁଖ୍ୟ ଆଧାର ଉପରେ ବିଶେଷ ଧ୍ୟାନ ନିଅ ଯେ, ଯଦି କୌଣସି ଘଟଣା ଘଟିଗଲା
ତେବେ ଚେକ୍ କର ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ ଦେଇପାରିବ! ନା ଚାହୁଁଛ ଫୁଲଷ୍ଟପ ଲଗାଇବା ପାଇଁ
କିନ୍ତୁ ହୋଇଯାଉଛି ପ୍ରଶ୍ନବାଚକ? ଫୁଲଷ୍ଟପ୍ ହେଉନାହିଁ, ଅଧା ଫୁଲଷ୍ଟପର ବିନ୍ଦୁ ଲାଗୁଛି ତା’ପରେ
ଅନ୍ୟ କୌଣସି ମାତ୍ରା ହୋଇଯାଇଛି । କିନ୍ତୁ ଆଗକୁ ଗଲେ ଏଭଳି ପରିସ୍ଥିତି ସବୁ ଆସିବ ଯେଉଁଠାରେ
ତୁମକୁ ଗୋଟିଏ ସେକେଣ୍ଡରେ ଫୁଲଷ୍ଟପର ବିନ୍ଦୁ ଲଗାଇବାକୁ ପଡିବ । ସେତେବେଳେ ପ୍ରଶ୍ନବାଚକ ବା
ବିସ୍ମୟବାଚକ ଚିହ୍ନକୁ ସଜାଡିବାକୁ ଚେଷ୍ଟା କରିବ, ସେଥିପାଇଁ ଏତେ ସମୟ ମିଳିବ ନାହିଁ । ଗୋଟିଏ
ସେକେଣ୍ଡ ଭିତରେ ଫୁଲଷ୍ଟପ ଲଗାଇବାର ଆବଶ୍ୟକତା ଥିବ, ଏହାର ଅଭ୍ୟାସ ମଧ୍ୟ ବହୁତ ସମୟ ପୂର୍ବରୁ
ହେବା ଦରକାର ତେବେ ଯାଇ ଯଥା ସମୟରେ ବିଜୟୀ ହୋଇପାରିବ । ତେଣୁ ହଲଚଲ୍ ସମୟରେ ଯେତେବେଳେ
ସଂସ୍କାର-ସ୍ୱଭାବର ପରୀକ୍ଷା ଆସିବ ସେଥିପାଇଁ ଏବେ ଠାରୁ ଏହିଭଳି ସମୟରେ ଅଭ୍ୟାସ କର । ତାହାହେଲେ
ବହୁତ ସମୟର ଅଭ୍ୟାସ ଆଗକୁ ଗଲେ ତୁମକୁ ବହୁତ ସହଯୋଗ କରିବ ।
ତେବେ ବାପଦାଦା ଯେତେବେଳେ
ଅମୃତବେଳାରେ ଚକ୍ର ଲଗାଉଛନ୍ତି, ସେତେବେଳେ ପ୍ରତ୍ୟେକଙ୍କର ପୁରୁଷାର୍ଥକୁ ଚେକ୍ କରୁଛନ୍ତି ।
ଦେଖୁଛନ୍ତି ଚାରୋଟିଯାକ ବିଷୟରେ ପୁରୁଷାର୍ଥ ତୀବ୍ର ଅଟେ ନା ସାଧାରଣ ଅଟେ? ତେବେ କ’ଣ ଦେଖିଲେ?
ସମୟର ଗତି ଅନୁସାରେ ଏବେ ପୁରୁଷାର୍ଥରେ ସର୍ବଦା ତୀବ୍ର ପୁରୁଷାର୍ଥର ଆବଶ୍ୟକତା ରହିଛି । ତେଣୁ
ବାପଦାଦା ଏହି ସଂକେତ ଦେଉଛନ୍ତି ଯେ ସମୟ ତୀବ୍ରଗତିରେ ଏବେ ସମ୍ପୂର୍ଣ୍ଣତା ଆଡକୁ ପାଖେଇ ଚାଲିଛି,
ତେଣୁ ସେହି ହିସାବରେ ଏବେ ନିଜର ସ୍ୱଭାବ-ସଂସ୍କାରକୁ ପରିବର୍ତ୍ତନ କରିବାରେ ତୀବ୍ରଗତି ଆବଶ୍ୟକ ।
ଏବେ ବାପଦାଦା ସବୁ
ପିଲାଙ୍କୁ ପିତାଙ୍କ ସମାନ କରିବାକୁ ଚାହୁଁଛନ୍ତି । ତୁମମାନଙ୍କର ଲକ୍ଷ୍ୟ ମଧ୍ୟ ରହିଛି ଯେ ଆମକୁ
ବାବାଙ୍କ ସମାନ ହେବାକୁ ହିଁ ପଡିବ । ଏଥିପାଇଁ ସବୁଠାରୁ ସହଜ ବିଧି ହେଲା ବ୍ରହ୍ମାବାବାଙ୍କୁ
ଅନୁକରଣ କର । ମିଶାଇ ଚାଲ, ଯାହା ବି କର୍ମ କରୁଛ, ପ୍ରଥମେ ମିଶାଅ, ମେଳ କରାଅ ।
ବ୍ରହ୍ମାବାବାଙ୍କର ଏହିଭଳି କର୍ମ ବା ବାଣୀ ବା ସଂକଳ୍ପ ଥିଲା ତ? କଥାରେ ମଧ୍ୟ କୁହାଯାଏ ପ୍ରଥମେ
ଚିନ୍ତା କର ତା’ପରେ କର । କଥା କହିବା ପୂର୍ବରୁ ତା’କୁ ଚେକ୍ କର ତା’ପରେ କୁହ । ତେବେ ଶୁଣିଲ ତ
ବାପଦାଦା ଏବେ କ’ଣ ଚାହୁଁଛନ୍ତି? ତୁମେମାନେ ମଧ୍ୟ ଚାହୁଁଛ, ଯେତେବେଳେ ବାବାଙ୍କ ସହିତ
ବାର୍ତ୍ତାଳାପ କରୁଛ ସେତେବେଳେ ବାପଦାଦା ବହୁତ ମିଠା ମିଠା କଥା ଶୁଣୁଛନ୍ତି । ଉମଙ୍ଗ-ଉତ୍ସାହର
କଥା ମଧ୍ୟ ବହୁତ ଭଲ କରୁଛ, ଏହିଭଳି କରି ଦେଖାଇବି, ଏହା ନିଶ୍ଚିତ କରିବି, ଏହା ନିଶ୍ଚିତ ହେବ!
ସଂକଳ୍ପ ତ ବହୁତ ଉତ୍ସାହପୂର୍ଣ୍ଣ ହେଉଛି କିନ୍ତୁ କର୍ମ ପର୍ଯ୍ୟନ୍ତ ଆସିବା ବେଳକୁ କିଛି
ବଦଳିଯାଉଛି, କିଛି କାର୍ଯ୍ୟକାରୀ ହେଉଛି । ବାକି ଯେଉଁ ସବୁ ଭିନ୍ନ ଭିନ୍ନ ପ୍ରକାରର ସେବାର ଯୋଜନା
ଗୁଡିକ କରୁଛ, ବାପଦାଦା ସେଗୁଡିକୁ ପସନ୍ଦ କରୁଛନ୍ତି । ପ୍ରୋଗ୍ରାମ ଗୁଡିକ ମଧ୍ୟ ସବୁଆଡେ ଭଲ ଭଲ
ହେଉଛି କିନ୍ତୁ ଏବେ ଯେତିକି ବାଣୀ ଦ୍ୱାରା ବା ଭିନ୍ନ ଭିନ୍ନ ବିଧି ଦ୍ୱାରା ସେବା କରୁଛ, ସଫଳତା
ମଧ୍ୟ ମିଳୁଛି, ବାପଦାଦା ଖୁସି ମଧ୍ୟ ଅଛନ୍ତି, କେବଳ ବର୍ତ୍ତମାନ ନିଜର ସଂକଳ୍ପ ଦ୍ୱାରା ଅନେକ
ଆତ୍ମାଙ୍କୁ ସୁଖର କିରଣ, ଶାନ୍ତିର କିରଣ, ଖୁସିର କିରଣ, ପ୍ରେମର କିରଣ ପହଞ୍ଚାଇବାର ସେବା ମଧ୍ୟ
ଏକାଠି କର । ନିଜର ହିଁ ସଂସ୍କାରର ପରିବର୍ତ୍ତନ ବା ଅନ୍ୟମାନଙ୍କର ସଂସ୍କାରକୁ ସହଯୋଗ ଦେବା,
ଏଥିରେ କେତେ ଜଣଙ୍କର ବହୁତ ଅଧିକ ସମୟ ଯାଉଛି । ତେଣୁ ମାନସୀକ ସେବା ଦ୍ୱାରା ଆତ୍ମାମାନଙ୍କୁ
ଭିନ୍ନ ଭିନ୍ନ କିରଣ ଦେବା, ଏଥିପ୍ରତି ଧ୍ୟାନ ଦେବା ଆଗକୁ ଗଲେ ବହୁତ ଆବଶ୍ୟକ ପଡିବ, ଏଥିପ୍ରତି
ମଧ୍ୟ ଧ୍ୟାନ ଦେଇଚାଲ । ଯେଉଁ ପିଲାମାନେ ଭାବୁଛନ୍ତି ଆମେ ଏହି ସେବା କରୁଛୁ, ସେମାନେ ହାତ ଉଠାଅ
। ଆଚ୍ଛା, କରୁଛନ୍ତି, ତେବେ ଅଭିନନ୍ଦନ କିନ୍ତୁ ଯେଉଁମାନେ କରୁ ନାହାଁନ୍ତି ସେମାନଙ୍କୁ କରିବା
ଦରକାର କାହିଁକିନା ଆଗକୁ ଗଲେ ପରିସ୍ଥିତି ଏଭଳି ହେବ ଯାହାକି ଶୁଣିବାବାଲା ଏବଂ ଶୁଣାଇବାବାଲା
ଦୁଇଜଣ ଏକାଠି ହେବା ବଡ ମୁଶକିଲ୍ ହୋଇଯିବ, ସେଥିପାଇଁ ଏହି ଦୁଇଟି ଯାକ ସେବା ଏବେଠାରୁ ଯେତେ
ହୋଇପାରୁଛି ସେତେ ଅଭ୍ୟାସ କରିବା ଦରକାର । ମନ ଯଦି ବ୍ୟସ୍ତ ରହିବ ତେବେ ମନମନାଭବ ହେବା ମଧ୍ୟ
ସହଜ ହୋଇଯିବ ଏବଂ ମନ ସେବାରେ ବ୍ୟସ୍ତ ରହିବା ଦ୍ୱାରା ସ୍ୱଭାବ, ସଂସ୍କାରକୁ ସହଜରେ ପରିବର୍ତ୍ତନ
କରିବାରେ ସାହାଯ୍ୟ ମିଳିବ ।
ଆଜି ବିଶେଷ କରି ଡବଲ
ବିଦେଶୀମାନଙ୍କର ମିଳନର ଦିନ, ବାପଦାଦାଙ୍କୁ ଖୁସି ଲାଗୁଛି ତେଣୁ କହୁଛନ୍ତି ବାଃ ଡବଲ ବିଦେଶୀ
ବାଃ! ବାପଦାଦାଙ୍କୁ ଖୁସି ଲାଗୁଛି ଯେ ବିଶ୍ୱର କୋଣ-ଅନୁକୋଣରେ ବାବାଙ୍କର କଳ୍ପ ପୂର୍ବର ଯେଉଁ
ପିଲାମାନେ ସବୁ ଲୁଚି ରହିଛନ୍ତି ସେମାନଙ୍କୁ ବାହାର କରିବା ପାଇଁ ଡବଲ ବିଦେଶୀ ପିଲାମାନେ
ନିମିତ୍ତ ହୋଇଛନ୍ତି ଏବଂ ବାପଦାଦା ଶୁଣୁଛନ୍ତି ଯେ ସମସ୍ତେ ନିଜ ନିଜର ଏରିଆରେ, ଗାଁ ଗଣ୍ଡାରେ ବା
ସହରରେ ଯେଉଁମାନେ ସନ୍ଦେଶ ପାଇ ନାହାଁନ୍ତି ସେମାନଙ୍କ ପାଖରେ ପହଞ୍ଚାଇବାର ଯୋଜନା କରୁଛନ୍ତି,
ସେଥିପାଇଁ ମଧ୍ୟ ଅଭିନନ୍ଦନ, ଅଭିନନ୍ଦନ । ନହେଲେ ଯେତେବେଳେ ସମାପ୍ତିର ସମୟ ଆସିଯିବ, ପରିସ୍ଥିତି
ବଦଳିଯିବ ସେତେବେଳେ ତୁମମାନଙ୍କୁ ଚାହେଁ ଭାରତବାସୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତୁ ସମସ୍ତଙ୍କୁ
ବହୁତ ବହୁତ ବହୁତ ଉଲୁଗୁଣା ଶୁଣିବାକୁ ମିଳିବ, କହିବେ ଆମର ପିତା ଆସିଥିଲେ, କିନ୍ତୁ ତୁମେମାନେ
ଆମକୁ ଜଣାଇଲ ନାହିଁ । ଟିକିଏ ସନ୍ଦେଶ ତ ଦେଇ ପାରିଥା’ନ୍ତ! ଏହିଭଳି ବହୁତ ଉଲୁଗୁଣା ମିଳିବ
ସେଥିପାଇଁ ଏବେ ଏହି ସେବା କରୁଛ ଏବଂ କୌଣସି ବଡ ସ୍ଥାନ ଯେପରି ବାକି ନ ରହେ ସେଥିପାଇଁ ଚେଷ୍ଟା
କରିବ । ବାକି ବାପଦାଦା ଡବଲ ବିଦେଶୀ ବା ଦେଶବାସୀ ଉଭୟ ପିଲାମାନଙ୍କୁ ଯେଉଁମାନେ ନିଜ ନିଜର
ପୁରୁଷାର୍ଥ କରୁଛନ୍ତି ସେମାନଙ୍କୁ ଦେଖି ଖୁସି ହେଉଛନ୍ତି, ବହୁତ ବହୁତ ଖୁସି ହେଉଛନ୍ତି, କାହିଁକି
ଜାଣିଛ? ଏବେ ଦେଶ ଭିତରେ ମଧ୍ୟ ଏବଂ ବିଦେଶରେ ମଧ୍ୟ ଏହିଭଳି ଯୋଜନା ସବୁ କରୁଛନ୍ତି, ବାପଦାଦାଙ୍କୁ
ମଧ୍ୟ ପସନ୍ଦ ଅଟେ, ଯେକୌଣସି ସାଧନ ଦ୍ୱାରା ସନ୍ଦେଶ ପହଞ୍ଚାଇବା ଦରକାର । ଏହି ବିଜ୍ଞାନ ମଧ୍ୟ
ବାସ୍ତବରେ ତୁମମାନଙ୍କ ପାଇଁ ଯଥା ସମୟରେ ବହୁତ ସାହାଯ୍ୟ କରୁଛି । ଦିନକୁ ଦିନ ନୂଆ ନୂଆ ସାଧନ ସବୁ
ବାହାରିବାରେ ଲାଗିଛି, ସେଗୁଡିକୁ ନିର୍ବିଘ୍ନ ଭାବରେ କାର୍ଯ୍ୟରେ ଲଗାଇ ଚାଲ । ତୁମେମାନେ ସେବାକୁ
ବୃଦ୍ଧି କରିବା ପାଇଁ ଯେଉଁଠି ବି ମିଟିଙ୍ଗ୍ କରୁଛ, ବାପଦାଦା ସବୁ ଶୁଣୁଛନ୍ତି ଏବଂ ଖୁସି
ହେଉଛନ୍ତି ଯେ ସାଧନଗୁଡିକୁ ସେବାରେ ଲଗାଇବା ପାଇଁ ପିଲାମାନଙ୍କର ବୃଦ୍ଧି ଏବେ ଚାରିଆଡକୁ ଯାଉଛି
ସେଥିପାଇଁ ତୁମେମାନେ ଯାହା ସବୁ ଯୋଜନା କରୁଛ ବାପଦାଦା ସେଗୁଡିକୁ ଶୁଣୁଛନ୍ତି, ଚାରିଆଡେ ଚକ୍ର
ଲଗାଉଛନ୍ତି ନା! ତୁମେମାନେ ଯେଉଁଠି ବି ମିଟିଙ୍ଗ୍ କର, ଚାହେଁ ଦିଲ୍ଲୀରେ କର, ଦେଶ ଭିତରେ କର,
କୌଣସି ବି ସହରରେ କର, ଚାହେଁ ବିଦେଶରେ କେଉଁଠି ବି କର, ବାପଦାଦା ସବୁ ଶୁଣୁଛନ୍ତି ।
ବାପଦାଦାଙ୍କ ପାଖରେ ମଧ୍ୟ ସାଧନ ରହିଛି । ସେଥିପାଇଁ ବାପଦାଦା ବିଦେଶର ଗୋଟିଏ ଗୋଟିଏ ଦେଶରୁ
ଯେଉଁମାନେ ଆସିଛନ୍ତି, ସମସ୍ତଙ୍କୁ କ’ଣ ଦେଉଛନ୍ତି? ବହୁତ ବହୁତ ସ୍ନେହ ଦେଉଛନ୍ତି । କେବଳ ଏବେ
ଆଉ ଟିକିଏ ତୀବ୍ରତା ଆଣ । ଯୋଜନାଗୁଡିକୁ ବାସ୍ତବିକ ରୂପରେ କରିବା ପାଇଁ ନୂଆ ନୂଆ ଉପାୟ ବାହାର
କର । ଦେଖ ତୁମର ଏହି ଯଜ୍ଞ ଆରମ୍ଭ ହେବାର ଅଳ୍ପ କେତେ ବର୍ଷ ପୂର୍ବରୁ ହିଁ ଏହି ସବୁ ଉଦ୍ଭାବନ
ଗୁଡିକ ଆରମ୍ଭ ହୋଇଛି । ବିଜ୍ଞାନ ମଧ୍ୟ ତୁମମାନଙ୍କର ସେବାରେ ସହଯୋଗୀ ଅଟେ । ତେଣୁ ଖୁବ୍ ଲାଭ
ଉଠାଅ, ତୁମମାନଙ୍କ ପାଇଁ ହିଁ ଏଗୁଡିକ ବାହାରିଛି । ଦିନକୁ ଦିନ ଦେଖ କେତେ ସବୁ ନୂଆ ନୂଆ କଥା ଏବେ
ଏବେ ବାହାରିବାରେ ଲାଗିଛି । ଏହିଭଳି ଭାବରେ ଡ୍ରାମା ତୁମକୁ ସହଯୋଗ ଦେଉଛି । ସାଧନଗୁଡିକ ମଧ୍ୟ
ତୁମକୁ ସହଯୋଗ ଦେଉଛି । ଆଚ୍ଛା!
ସମସ୍ତେ ସବୁବେଳେ ଖୁସିରେ
ତ ରହୁଛ ନା! କ’ଣ ସର୍ବଦା ଖୁସି ଅଛ ତ? ଯେଉଁମାନେ ସର୍ବଦା ଖୁସିରେ ରହୁଛନ୍ତି ସେମାନେ ହାତ ଉଠାଅ,
ସବୁବେଳେ ଖୁସି । ଯଦି କିଛି କଥା ଆସିଗଲା ତେବେ ବି ଖୁସି? କଥା ତ ଆସୁଛି ନା, ତେବେ ବି ଖୁସିରେ
ରହୁଛ? ରହୁଛ? ବଡ ହାତ ଉଠାଅ । ତା’କୁ ସ୍ୱାଗତ କରୁଛ ନା! ଭୟ କରୁ ନାହିଁ, ବରଂ ସ୍ୱାଗତ କରୁଛ,
କାରଣ ସେ ତୁମକୁ ଅନୁଭବୀ କରୁଛି । ଏହିସବୁ ବିଘ୍ନ ଗୁଡିକ ତୁମର ଅନୁଭବର ଅଧିକାରୀପଣିଆକୁ ବଢାଇ
ଦେଉଛନ୍ତି । ମାୟା ଆସିଗଲା, ମାୟା ଆସିଗଲା, ଏଭଳି କୁହ ନାହିଁ, ଏହା ପରୀକ୍ଷା ଅଟେ, ମାୟା ମାୟା
କହି ମାୟାକୁ ଆହୁରି ଆଗକୁ ବଢାଇ ଦେଉଛ । ପରୀକ୍ଷା କୁହ । ମାୟାକୁ ତ ତୁମେମାନେ ଜାଣିଗଲଣି, କେତେ
ବର୍ଷରୁ ଜାଣିଗଲଣି, ମାୟା କ’ଣ ଅଟେ? ସେଥିପାଇଁ ମାୟାକୁ ଡର ନାହିଁ । ପରୀକ୍ଷା ମନେ କରି ଖୁସି
ଖୁସିରେ ପରୀକ୍ଷା ଦିଅ ଏବଂ ଅନୁଭବର କ୍ଲାସରେ ଆଗକୁ ବଢ । ଏହିଭଳି କ୍ଲାସ୍ ବଢାଇବାକୁ ହେବ,
ସଂଶୟରେ ଆସିବାର ନାହିଁ, କ’ଣ କରିବି, କିପରି କରିବି, କାହିଁକି, କ’ଣ ଏହିଭଳି ଭାବିବାର କାମ
ବ୍ରାହ୍ମଣମାନଙ୍କର ନୁହେଁ । ଯେହେତୁ ତ୍ରିକାଳଦର୍ଶୀ ଅଟ ତେଣୁ କ’ଣ, କାହିଁକି, କିପରି ଏହିଭଳି
ପ୍ରଶ୍ନ ଉଠିବ ହିଁ ନାହିଁ । ପରୀକ୍ଷା ଆସିଲା ଏବଂ ତୁମେ ଅନୁଭବର କ୍ଲାସ୍ରେ ଆଗକୁ ବଢିଲ ।
ସେଥିପାଇଁ ଖୁସି ଅଛ । ଏବେ ତ ସମସ୍ତେ ଅନୁଭବୀ ହୋଇଗଲଣି ଏବଂ ଆହୁରି ମଧ୍ୟ ହେବ । ଆଚ୍ଛା!
ଯାହା ବି ପତ୍ର, ଫୋନ,
ଯେଉଁମାନଙ୍କର ବି ଶୁଭେଚ୍ଛା ବାର୍ତ୍ତା ବାପଦାଦାଙ୍କ ଉଦ୍ଦେଶ୍ୟରେ ଆସିଛି, ସେହି ସମସ୍ତ
ପିଲାମାନଙ୍କୁ ବାପଦାଦା ନିଜର ନୟନରେ ସମାହିତ କରିବା ସହିତ, ଶୁଭେଚ୍ଛା ବାର୍ତ୍ତା ବା ସେବାର
ସମାଚାର ବା ମନର ପୁରୁଷାର୍ଥର ସମାଚାର ଦେଉଛନ୍ତି, ସମସ୍ତଙ୍କୁ ବାପଦାଦା ସଂକଳ୍ପ ଦ୍ୱାରା ପ୍ରକଟ
କରି ସୁଖର, ଶାନ୍ତିର, ଖୁସିର କିରଣ ଦେଉଛନ୍ତି । ଯଦି ବି କେହି ଏଠାକୁ ପଠାଇ ନାହାଁନ୍ତି କିନ୍ତୁ
ଦିଲ୍ ଭିତରେ କେବଳ ସଂକଳ୍ପ ମଧ୍ୟ କରିଛନ୍ତି ସେହି ସଂକଳ୍ପ ମଧ୍ୟ ବାବାଙ୍କ ପାଖରେ ପହଞ୍ଚିଯାଇଛି
।
ଚାରିଆଡର ନିଜର ସାହସ
ଆଧାରରେ ବାବାଙ୍କଠାରୁ ସାହାଯ୍ୟ ପାଉଥିବା ମିଠା ମିଠା ପିଲାମାନଙ୍କୁ ବାପଦାଦା ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଦେଉଛନ୍ତି ଏବଂ ଏହି ବର୍ଷ କିଛି ନା କିଛି ନିଜ ପ୍ରତି ହେଉ ବା ସେବାକେନ୍ଦ୍ର ପ୍ରତି
ହେଉ ବା ବିଶ୍ୱର ଆତ୍ମାମାନଙ୍କ ପ୍ରତି ହେଉ କିଛି ନା କିଛି ଏଭଳି ଯୋଜନା କର ଯାହାକି ସେବାର ବଳ
ଏବଂ ଫଳ ସର୍ବ ଆତ୍ମାଙ୍କୁ ପ୍ରାପ୍ତ ହୋଇଯିବ । ଚାରିଆଡର ପିଲାମାନଙ୍କୁ ବାପଦାଦାଙ୍କର ବିଶେଷ ଦିଲ୍ର
ଶୁଭେଚ୍ଛା ଏବଂ ସ୍ନେହ ସ୍ୱୀକାର ହେଉ । ଓମ୍ ଶାନ୍ତି ।
ବରଦାନ:-
ସାଧାରଣତା
ଦ୍ୱାରା ମହାନତାକୁ ପ୍ରସିଦ୍ଧ କରୁଥିବା ସିମ୍ପୁଲ୍ ଏବଂ ସାମ୍ପୁଲ୍ ହୁଅ ।
ଯେପରି କୌଣସି ସିମ୍ପୁଲ୍
ଅର୍ଥାତ୍ ସାଧାରଣ ଜିନିଷ ଯଦି ସ୍ୱଚ୍ଛ ହୋଇଥିବ, ତେବେ ସେ ନିଜ ଆଡକୁ ସମସ୍ତଙ୍କୁ ଆକର୍ଷିତ
କରିଥାଏ । ସେହିଭଳି ମାନସୀକ ସଂକଳ୍ପରେ, ସମ୍ବନ୍ଧରେ, ବ୍ୟବହାରରେ, ଚଳଣୀରେ ଯେଉଁମାନେ ସାଧାରଣ
ଏବଂ ସ୍ୱଚ୍ଛ ରହିଥାଆନ୍ତି ସେମାନେ ସାମ୍ପୁଲ ଅର୍ଥାତ୍ ନମୁନା ବା ଦୃଷ୍ଟାନ୍ତ ହୋଇ ସମସ୍ତଙ୍କୁ
ନିଜ ଆଡକୁ ସ୍ୱତଃ ହିଁ ଆକର୍ଷିତ କରିଥାଆନ୍ତି । ତେବେ ସିମ୍ପୂଲ ଅର୍ଥାତ୍ ସାଧାରଣ ଏବଂ ସାଧାରଣତା
ଦ୍ୱାରା ହିଁ ମହାନତା ପ୍ରସିଦ୍ଧ ହୋଇଥାଏ । ଯେଉଁମାନେ ସାଧାରଣ ଅର୍ଥାତ୍ ସିମ୍ପୁଲ୍ ନୁହଁନ୍ତି
ସେମାନେ ସମସ୍ୟା ସ୍ୱରୂପ ହୋଇଯାଆନ୍ତି ।
ସ୍ଲୋଗାନ:-
ଯଦି ଦିଲ୍ରୁ
କହିବ ମେରା ବାବା ତେବେ ମାୟାର ବେହୋଶୀ ଦ୍ୱାରା ବନ୍ଦ ହୋଇଯାଇ ଥିବା ଆଖି ଖୋଲିଯିବ ।
ଅବ୍ୟକ୍ତ ଈଶାରା:-
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ । ଏବେ ଏବେ ବାଣୀରେ,
ଏବେ ଏବେ ବାଣୀଠାରୁ ଉର୍ଦ୍ଧ୍ୱରେ, ଯେତେ ଯେତେ ଏହି ଅଭ୍ୟାସ ସରଳ ଏବଂ ସହଜ ହୋଇଯିବ ସେହି ଅନୁସାରେ
ସମ୍ପୂର୍ଣ୍ଣତା ମଧ୍ୟ ପାଖରେ ଦେଖାଯିବ । ତେବେ ସମ୍ପୂର୍ଣ୍ଣ ସ୍ଥିତିର ଲକ୍ଷଣ ହେଲା - ସେମାନଙ୍କର
ପୁରୁଷାର୍ଥ ସରଳ ହୋଇଥିବ । ଯୋଗର ଯାତ୍ରା ଏବଂ ସେବା ଉଭୟ ହିଁ ସହଜ ପୁରୁଷାର୍ଥରେ ଆସିଯାଉଛି ।
ଯେତେବେଳେ ଦୁଇଟି ଯାକରେ ସରଳ ଏବଂ ସହଜ ଅନୁଭବ ହେବ ତେବେ ଜାଣିବ ସମ୍ପୂର୍ଣ୍ଣତାର ଅବସ୍ଥା
ପ୍ରାପ୍ତ ହେବାକୁ ଯାଉଛି ।