14.07.24    Avyakt Bapdada     Odia Murli    25.11.20     Om Shanti     Madhuban


“ପିତାଙ୍କ ସମାନ ହେବା ପାଇଁ ଦୁଇଟି କଥାର ଦୃଢତା ରଖ - ସ୍ୱମାନରେ ରହିବାକୁ ହେବ ଏବଂ ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ”


ଆଜି ବାପଦାଦା ନିଜର ଅତି ପ୍ରିୟ, ଅତି ମିଠା ଏହି ଛୋଟିଆ ବ୍ରାହ୍ମଣ ପରିବାର କୁହ ବା ବ୍ରାହ୍ମଣ ସଂସାର କୁହ, ତା’କୁ ହିଁ ଦେଖୁଛନ୍ତି । ଏହି ଛୋଟିଆ ସଂସାରଟି କେତେ ନିଆରା ମଧ୍ୟ ଅଟେ ଏବଂ ପ୍ରିୟ ମଧ୍ୟ ଅଟେ । କାହିଁକି ପ୍ରିୟ ଅଟେ? କାହିଁକି ନା ଏହି ବ୍ରାହ୍ମଣ ସଂସାରର ପ୍ରତ୍ୟେକ ଆତ୍ମା ବିଶେଷ ଆତ୍ମା ଅଟେ । ଦେଖିବା ପାଇଁ ତ ଅତି ସାଧାରଣ ଲାଗୁଛନ୍ତି କିନ୍ତୁ ସବୁଠାରୁ ବଡରୁ ବଡ ବିଶେଷତା ଯାହାକି ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ଭିତରେ ଅଛି ତାହା ହେଲା ନିଜର ଦିବ୍ୟ ବୁଦ୍ଧି ଦ୍ୱାରା ପରମାତ୍ମାଙ୍କୁ ଚିହ୍ନ ପାରିଛନ୍ତି । ଚାହେଁ ୯୦ ବର୍ଷର ବୟସ୍କ ହୋଇଥାଆନ୍ତୁ ବା ରୋଗୀ ହୋଇଥାଆନ୍ତୁ ପରମାତ୍ମାଙ୍କୁ ଚିହ୍ନିବାର ଦିବ୍ୟବୁଦ୍ଧି ବା ଦିବ୍ୟନେତ୍ର କେବଳ ବ୍ରାହ୍ମଣ ଆତ୍ମାମାନଙ୍କ ବ୍ୟତୀତ ଅନ୍ୟ କୌଣସି ନାମୀଗ୍ରାମୀ ଭି.ଭି. ଆଇ.ପିଙ୍କ ପାଖରେ ମଧ୍ୟ ନାହିଁ । ଏହି ସବୁ ମାତାମାନେ ଏଠାରେ କାହିଁକି ପହଞ୍ଚିଯାଇଛନ୍ତି? ପାଦ ଚାଲୁଥାଉ କି ନ ଚାଲୁଥାଉ କିନ୍ତୁ ପହଞ୍ଚି ତ ଯାଇଛନ୍ତି ନା । ତେବେ ଚିହ୍ନିଛନ୍ତି ବୋଲି ତ ପହଞ୍ଚିଯାଇଛନ୍ତି ନା! ଏହିଭଳି ଚିହ୍ନିବାର ନେତ୍ର ଏବଂ ଦିବ୍ୟବୁଦ୍ଧି କେବଳ ତୁମମାନଙ୍କ ବ୍ୟତୀତ ଅନ୍ୟ କାହାକୁ ବି ପ୍ରାପ୍ତ ହୋଇ ପାରିବ ନାହିଁ । ତେଣୁ ମାତାମାନେ ଏହି ଗୀତ ଗାଉଛନ୍ତି ନା - ହମନେ ଦେଖା, ହମନେ ପାୟା.... । କ’ଣ ମାତାମାନଙ୍କ ଭିତରେ ଏହି ନିଶା ଅଛି ତ? ହାତ ହଲାଉଛନ୍ତି, ବହୁତ ଭଲ । ପାଣ୍ଡବମାନଙ୍କ ଭିତରେ ନିଶା ଅଛି? ସମସ୍ତେ ପରସ୍ପରଠାରୁ ଆଗରେ ଅଛନ୍ତି ନା ଶକ୍ତିମାନଙ୍କ ଭିତରେ ନିଶା ଟିକିଏ କମ୍ ଅଛି, ନା ପାଣ୍ଡବମାନଙ୍କ ଭିତରେ ନିଶା କମ୍ ଅଛି? କିନ୍ତୁ ବାପଦାଦାଙ୍କୁ ଏଥିପାଇଁ ଖୁସି ଲାଗୁଛି ଯେ ଏହି ଛୋଟିଆ ସଂସାରଟି କେତେ ପ୍ରିୟ ଅଟେ । ଯେତେବେଳେ ପରସ୍ପର ଭିତରେ ମଧ୍ୟ ମିଶୁଛ ସେତେବେଳେ ନିଜକୁ କେତେ ପ୍ରିୟ ଆତ୍ମା ଅନୁଭବ କରୁଛ!

ବାପଦାଦା ଦେଶ ବିଦେଶର ସବୁ ଆତ୍ମାମାନଙ୍କ ଦ୍ୱାରା ଏହି ଗୀତ ଶୁଣୁଥିଲେ - ବାବା, ମିଠାବାବା, ହମନେ ଜାନା, ହମନେ ଦେଖା । ଏହି ଗୀତ ଗାଇ ଗାଇ ଚାରିଆଡର ପିଲାମାନେ ଗୋଟିଏ ପଟେ ଖୁସିରେ, ଅନ୍ୟ ପଟେ ସ୍ନେହର ସାଗରରେ ସମାହିତ ହୋଇଯାଇଥିଲେ । ଚାରିଆଡର ଯେଉଁ ପିଲାମାନେ ବି ଏଠାରେ ନାହାଁନ୍ତି କିନ୍ତୁ ବାପଦାଦାଙ୍କର ଦିଲ୍‌ରେ ଏବଂ ଦୃଷ୍ଟିରେ ସମ୍ମୁଖରେ ଅଛନ୍ତି ଏବଂ ବାପଦାଦା ମଧ୍ୟ ଦୂରରେ ବସିଥିବା ପିଲାମାନଙ୍କୁ ସମ୍ମୁଖରେ ହିଁ ଦେଖୁଛନ୍ତି । ଚାହେଁ ଦେଶ ଭିତରେ ଥାଆନ୍ତୁ ବା ବିଦେଶରେ ଥାଆନ୍ତୁ କିନ୍ତୁ ବାପଦାଦାଙ୍କୁ ସେଠାରେ ପହଞ୍ଚିବା ପାଇଁ କେତେ ସମୟ ଲାଗିବ? କ’ଣ ଚକ୍ର ଲଗାଇ ପାରିବେ ନାହିଁ? ବାପଦାଦା ଚାରିଆଡର ପିଲାମାନଙ୍କୁ ସ୍ନେହର ପ୍ରଦାନରେ ଅର୍ବ ଖର୍ବଗୁଣା ଠାରୁ ମଧ୍ୟ ଅଧିକ ୟାଦପ୍ୟାର ଦେଉଛନ୍ତି । ଚାରିଆଡର ପିଲାମାନଙ୍କୁ ଦେଖିବା ସହିତ ସମସ୍ତଙ୍କର ଦିଲ୍‌ରେ ଗୋଟିଏ ହିଁ ସଂକଳ୍ପ ଦେଖୁଛନ୍ତି, ସମସ୍ତେ ନୟନ ଦ୍ୱାରା ଏହି କଥା କହୁଛନ୍ତି ଯେ ଆମକୁ ୬ ମାସର ପରମାତ୍ମ ହୋମ୍‌ୱାର୍କ ମନେ ଅଛି । ତୁମମାନଙ୍କୁ ମଧ୍ୟ ମନେ ଅଛି ନା? ଭୁଲିଯାଇ ନାହିଁ ତ? ପାଣ୍ଡବମାନଙ୍କୁ ମନେ ଅଛି ତ? ଭଲ ଭାବରେ ମନେ ଅଛି ତ? ବାପଦାଦା ବାରମ୍ବାର କାହିଁକି ମନେ ପକାଇ ଦେଉଛନ୍ତି, କାରଣ କ’ଣ? ସମୟକୁ ମଧ୍ୟ ଦେଖୁଛନ୍ତି ଏବଂ ବ୍ରାହ୍ମଣ ଆତ୍ମାମାନେ ନିଜକୁ ମଧ୍ୟ ଦେଖୁଛନ୍ତି । ମନ ଜବାନ ହେବାରେ ଲାଗିଛି, ଶରୀର ବୁଢା ହେବାରେ ଲାଗିଛି । ସମୟର ଏବଂ ଆତ୍ମାମାନଙ୍କର ଡାକରା ଭଲ ଭାବରେ ଶୁଣାଯାଉଛି ତ? ତେଣୁ ବାପଦାଦା ଦେଖୁଥିଲେ - ଆତ୍ମାମାନଙ୍କର ହୃଦୟର ଡାକରା ବଢି ବଢି ଚାଲିଛି, ହେ ସୁଖଦାତା, ହେ ଶାନ୍ତିଦାତା, ହେ ପ୍ରକୃତ ଖୁସିର ଦାତା ସୁଖ-ଶାନ୍ତିର କିଛି ଆଞ୍ଚୁଳୀ ଆମକୁ ମଧ୍ୟ ଦେଇଦିଅ । ଚିନ୍ତା କର ଡାକିବା ବାଲାଙ୍କର ଲାଇନ୍ କେତେ ବଡ! ତୁମେମାନେ ଭାବୁଛ ବାବାଙ୍କର ପ୍ରତ୍ୟକ୍ଷତା ଶୀଘ୍ର ଶୀଘ୍ର ହୋଇଯାଉ କିନ୍ତୁ ପ୍ରତ୍ୟକ୍ଷତା କେଉଁ କାରଣରୁ ଅଟକି ରହିଛି? ଯେତେବେଳେ ତୁମେ ସମସ୍ତେ ଏହି ସଂକଳ୍ପ କରୁଛ ଏବଂ ଦିଲ୍‌ର ଆଗ୍ରହ ମଧ୍ୟ ରଖିଛ, ମୁଖରେ ମଧ୍ୟ କହୁଛ - ଆମକୁ ବାବାଙ୍କ ସମାନ ହେବାର ଅଛି । ଅଛି ନା? ହେବା ଅଛି ନା? ଆଚ୍ଛା, ତାହା ହେଲେ ହେଉ ନାହଁ କାହିଁକି? ବାପଦାଦା ତ ବାପ୍ ସମାନ ହେବା ପାଇଁ କହିଛନ୍ତି, କ’ଣ ହେବୁ, କିପରି ହେବୁ, ସମାନ ଶବ୍ଦରେ ଏହି ଦୁଇଟି ପ୍ରଶ୍ନ ଉଠିପାରିବ ନାହିଁ । କ’ଣ ହେବାର ଅଛି? ଉତ୍ତର ଜଣାଅଛି ନା - ବାବାଙ୍କ ସମାନ ହେବାର ଅଛି । ତେବେ କିପରି ହେବ?

ଫଲୋ ଫାଦର ମଦର ଅର୍ଥାତ୍ ମାତା-ପିତାଙ୍କର ପାଦ ଚିହ୍ନକୁ ଅନୁସରଣ କର । ନିରାକାର ପିତା ସାକାର ବ୍ରହ୍ମା ମା । କ’ଣ ଫଲୋ କରିବା ମଧ୍ୟ ଜଣା ନାହିଁ କି? ଆଜିକାଲି ତ ଅନ୍ଧମାନେ ମଧ୍ୟ କାହାକୁ ବି ଅନୁସରଣ କରିପାରୁଛନ୍ତି । ଦେଖିଛ ନା, ଆଜିକାଲି ସେମାନେ କିପରି ଲାଠି ଖଣ୍ଡେ ଧରି ତାକୁ ଅନୁସରଣ କରି କରି କେଉଁଠି କେଉଁଠି ପହଞ୍ଚିଯାଉଛନ୍ତି । ତୁମେମାନେ ତ ମାଷ୍ଟର ସର୍ବଶକ୍ତିମାନ ଅଟ, ତ୍ରିନେତ୍ରୀ ଅଟ, ତ୍ରିକାଳଦର୍ଶୀ ଅଟ । ତୁମମାନଙ୍କ ପାଇଁ ଫଲୋ କରିବା କ’ଣ ବଡ କଥା! କ’ଣ ବଡ କଥା କି? କୁହ ବଡ କଥା କି? ବଡ କଥା ନୁହେଁ କିନ୍ତୁ ହୋଇଯାଉଛି । ବାପଦାଦା ସବୁ ଜାଗାରେ ଚକ୍ର ଲଗାଉଛନ୍ତି, ସେବାକେନ୍ଦ୍ରମାନଙ୍କୁ ମଧ୍ୟ ଯାଉଛନ୍ତି, ଘର ଗୃହସ୍ଥକୁ ମଧ୍ୟ ଯାଉଛନ୍ତି । ତେଣୁ ବାପଦାଦା ଦେଖିଲେ ଯେ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାଙ୍କ ପାଖରେ, ପ୍ରତ୍ୟେକ ସେବାକେନ୍ଦ୍ରରେ, ସବୁ ଘର ଗୃହସ୍ଥରେ ସବୁ ସ୍ଥାନରେ ବ୍ରହ୍ମାବାବାଙ୍କର ଚିତ୍ର ବହୁତ ଲଗା ହୋଇଛି । ଚାହେଁ ଅବ୍ୟକ୍ତ ପିତାଙ୍କର ଫଟୋ ହେଉ, ବା ବ୍ରହ୍ମାବାବାଙ୍କର ଫଟୋ ହେଉ, ସବୁ ସ୍ଥାନରେ ଫଟୋ ହିଁ ଫଟୋ ଦେଖିବାକୁ ମିଳୁଛି । ଏହା ତ ବହୁତ ଭଲ କଥା କିନ୍ତୁ ବାପଦାଦା ଭାବୁଛନ୍ତି ଯେ ଚିତ୍ରକୁ ଦେଖି ତାଙ୍କର ଚରିତ୍ର ତ ମନେ ପଡୁଥିବ ନା! ନା କେବଳ ଚିତ୍ରକୁ ହିଁ ଦେଖୁଛ? ଚିତ୍ରକୁ ଦେଖି ପ୍ରେରଣା ତ ମିଳୁଛି ନା! ତେବେ ବାପଦାଦା ଆଉ ତ କିଛି କହୁ ନାହାଁନ୍ତି, କେବଳ ଗୋଟିଏ ଶବ୍ଦ କହୁଛନ୍ତି - ଫଲୋ ଫାଦର, ଅର୍ଥାତ୍ ପିତାଙ୍କୁ ଅନୁକରଣ କର, ବାସ୍ । ଅଧିକ ଭାବ ନାହିଁ, ଅଧିକ ଯୋଜନା ମଧ୍ୟ କର ନାହିଁ । ଏଇଆ ନୁହେଁ ସେଇଆ କରିବି, ଏମିତି ନୁହେଁ ସେମିତି, ସେମିତି ନୁହେଁ ଏମିତି.... ନା । ବାବା ଯାହା ସବୁ କରିଛନ୍ତି ତାକୁ କେବଳ କପୀ କରିବାର ଅଛି, ବାସ୍ । କ’ଣ କପୀ କରିବା ମଧ୍ୟ ଜଣା ନାହିଁ? ଆଜିକାଲି ତ ବିଜ୍ଞାନ ଦ୍ୱାରା ଫଟୋ କପୀ କରିବାର ମେଶିନ୍ ମଧ୍ୟ ବାହାରିସାରିଲାଣି । ବାହାରିଛି ନା! ଏଠାରେ ମଧ୍ୟ ଫଟୋ କପୀ ହିଁ କରିବାର ଅଛି ନା! ତେବେ ବ୍ରହ୍ମାବାବାଙ୍କର ଯେଉଁ ଚିତ୍ର ସବୁ ରଖିଛ, ଭଲେ ରଖ, ଭଲ ଭାବରେ ରଖ, ବଡ ବଡ ମଧ୍ୟ ରଖ, କିନ୍ତୁ ତା’ର ଫଟୋ କପୀ ତ କର ନା!

ତେଣୁ ବାପଦାଦା ଆଜି ଚାରିଆଡେ ଚକ୍ର ଲଗାଇ ଏହି କଥା ଦେଖୁଥିଲେ ଯେ ଚିତ୍ର ସହିତ ସ୍ନେହ ଅଛି, ନା ଚରିତ୍ର ସହିତ ସ୍ନେହ ଅଛି? ସଂକଳ୍ପ ମଧ୍ୟ ଅଛି, ଉମଙ୍ଗ-ଉତ୍ସାହ ମଧ୍ୟ ଅଛି, ଲକ୍ଷ୍ୟ ମଧ୍ୟ ଅଛି, ଆଉ କ’ଣ ଦରକାର? ବାପଦାଦା ଦେଖିଲେ କୌଣସି ଜିନିଷକୁ ଭଲ ଭାବରେ ମଜବୁତ କରିବା ପାଇଁ ଚାରୋଟଯାକ କୋଣରୁ ତାକୁ ପକ୍କା କରାଯାଏ । ତେଣୁ ବାପଦାଦା ଦେଖୁଛନ୍ତି ଯେ ତିନୋଟି କୋଣ ତ ପକ୍କା ଅଛି କିନ୍ତୁ ଆଉ ଗୋଟିଏ କୋଣ ଟିକିଏ ପକ୍କା ହେବା ଦରକାର । ସଂକଳ୍ପ ମଧ୍ୟ ଅଛି, ଉମଙ୍ଗ-ଉତ୍ସାହ ମଧ୍ୟ ଅଛି, ଲକ୍ଷ୍ୟ ମଧ୍ୟ ଅଛି, ଯାହାକୁ ବି ପଚାର ତୁମକୁ କ’ଣ ହେବାର ଅଛି? ସମସ୍ତେ କହିବେ ମୋତେ ବାପ ସମାନ ହେବାର ଅଛି । କେହି ବି କହିବେ ନାହିଁ ଯେ ମାତେ ବାବାଙ୍କଠାରୁ କମ୍ ହେବାର ଅଛି । ନା । ସମାନ ହେବାର ଅଛି । ଭଲ କଥା । ତେବେ ଆଉ ଗୋଟିଏ କୋଣକୁ ମଜବୁତ ମଧ୍ୟ କରୁଛ କିନ୍ତୁ ଚାଲୁ ଚାଲୁ ପୁଣି ଢିଲା ହୋଇଯାଉଛି, ତାହାହେଲା ଦୃଢତା । ସଂକଳ୍ପ ମଧ୍ୟ ଅଛି, ଲକ୍ଷ୍ୟ ମଧ୍ୟ ଅଛି କିନ୍ତୁ ଯଦି କୌଣସି ପରିସ୍ଥିତି ଅର୍ଥାତ୍ ପର-ସ୍ଥିତି ଆସିଯାଉଛି ଯାହାକୁ ତୁମେମାନେ ସାଧାରଣ ଶବ୍ଦରେ କହୁଛ କିଛି କଥା ଆସିଗଲା, ତାହା ଦୃଢତାକୁ ଢିଲା କରିଦେଉଛି । କିନ୍ତୁ ଦୃଢତା ତାକୁ କୁହାଯାଏ - ଜୀବନ ପଛେ ଚାଲିଯାଉ କିନ୍ତୁ ସଂକଳ୍ପ ନ ଯାଉ । ଚାହେଁ ନଇଁବାକୁ ପଡୁ, ବଞ୍ଚି ଥାଉ ଥାଉ ମରିବାକୁ ପଡୁ, ନିଜକୁ ମୋଡିବାକୁ ପଡୁ, ସହନ କରିବାକୁ ପଡୁ, କିଛି ଶୁଣିବାକୁ ପଡୁ କିନ୍ତୁ ଟଳି ସଂକଳ୍ପ ନ ଯାଉ, ଏହାକୁ କୁହାଯାଏ ଦୃଢତା । ଯେତେବେଳେ ଛୋଟ ଛୋଟ ପିଲାମାନେ ଓମ୍ ନିବାସକୁ ଆସିଥିଲେ ସେତେବେଳେ ବ୍ରହ୍ମାବାବା ସେମାନଙ୍କୁ ହସ-ମଜାରେ ମନେ ପକାଇ ଦେଉଥିଲେ ବା ପକ୍କା କରାଉଥିଲେ ଯେ - ଏତେ ଏତେ ପାଣି ପିଇବାକୁ ପଡିବ, ଏତେ ଲଙ୍କା ଖାଇବାକୁ ପଡିବ ଡରିବ ନାହିଁ ତ? ପୁଣି ସେମାନଙ୍କ ଆଖି ସାମ୍‌ନାରେ ହାତ ରଖି ମଧ୍ୟ ଡରାଉଥିଲେ... । ଏହିଭଳି ବ୍ରହ୍ମାବାବା ଛୋଟ ଛୋଟ ପିଲାମାନଙ୍କର ସ୍ଥିତିକୁ ମଜବୁତ କରାଉଥିଲେ । ଚାହେଁ ଯେତେ ବି ସମସ୍ୟା ଆସିଯାଉ କିନ୍ତୁ ସଂକଳ୍ପ ରୂପୀ ଆଖି ହଲ୍‌ଚଲ୍ ନ ହେଉ । ତାହା ତ ନାଲି ଲଙ୍କା ଏବଂ ପାଣିର ମାଠିଆ ଥିଲା, ଛୋଟ ପିଲା ଥିଲେ ନା । ତୁମେମାନେ ତ ଏବେ ସମସ୍ତେ ବଡ ଅଟ, ତେଣୁ ବାପଦାଦା ଆଜି ମଧ୍ୟ ପିଲାମାନଙ୍କୁ ପଚାରୁଛନ୍ତି ଯେ ତୁମମାନଙ୍କ ଭିତରେ ଦୃଢ ସଂକଳ୍ପ ଅଛି ତ? ସଂକଳ୍ପରେ ଦୃଢତା ଅଛି ଯେ ମୋତେ ବାବାଙ୍କ ସମାନ ହେବାର ଅଛି? ହେବାର ଅଛି ନୁହେଁ, ହେବାକୁ ହିଁ ପଡିବ । ଆଚ୍ଛା, ଏଥିରେ ହାତ ହଲାଅ । ଟି.ଭି.ବାଲା ଫଟୋ ଉଠାଅ । ଟି.ଭି. ମଧ୍ୟ କାମରେ ଆସିବା ଦରକାର ନା! ବଡ, ବଡ ହାତ ଉଠାଅ । ଆଚ୍ଛା, ମାତାମାନେ ମଧ୍ୟ ହାତ ଉଠାଉଛନ୍ତି । ପଛବାଲା ହାତ ଆହୁରି ଉପରକୁ ଉଠାଅ । ବହୁତ ଭଲ । କ୍ୟାବିନ୍‌ବାଲା ହାତ ଉଠାଉ ନାହାଁନ୍ତି । କ୍ୟାବିନ୍ ବାଲା ତ ନିମିତ୍ତ ଅଟନ୍ତି । ଆଚ୍ଛା - ଅଳ୍ପ ସମୟ ପାଇଁ ତ ହାତ ଉଠାଇ ବାପଦାଦାଙ୍କୁ ଖୁସି କରିଦେଲ ।

ବାପଦାଦା ଏବେ କେବଳ ଗୋଟିଏ କଥା ପିଲାମାନଙ୍କ ଦ୍ୱାରା କରାଇବା ପାଇଁ ଚାହୁଁଛନ୍ତି । କହିବାକୁ ଚାହୁଁନାହାଁନ୍ତି, କରାଇବାକୁ ଚାହୁଁଛନ୍ତି । କେବଳ ନିଜ ମନ ଭିତରେ ଦୃଢତା ଆଣ, ଅଳ୍ପ ଟିକିଏ କଥାରେ ସଂକଳ୍ପକୁ ଢିଲା କରିଦିଅ ନାହିଁ । କେହି ଅପମାନ ହେଉ, ଘୃଣା କରୁ, ନିନ୍ଦା କରୁ, ଦୁଃଖ ଦେଉ କିନ୍ତୁ ତୁମର ଶୁଭଭାବନା କେବେ ବି ସମାପ୍ତ ନ ହେଉ । ତୁମେମାନେ ତ ଚାଲେଞ୍ଜ କରୁଛ ଯେ ଆମେ ମାୟାକୁ, ପ୍ରକୃତିକୁ ପରିବର୍ତ୍ତନ କରିବାବାଲା ବିଶ୍ୱ ପରିବର୍ତ୍ତକ ଅଟୁ, ତେଣୁ ନିଜର କର୍ତ୍ତବ୍ୟକୁ ତ ମନେ ରଖିଥିବ ନା! ବିଶ୍ୱ ପରିବର୍ତ୍ତକ ତ ଅଟ ନା! ଯଦି କେହି ନିଜର ସଂସ୍କାରର ବଶୀଭୂତ ହୋଇ ତୁମକୁ ଦୁଃଖ ଦିଏ ବା ଆଘାତ ଦିଏ ବା ହଲଚଲ୍ କରିବାକୁ ଚେଷ୍ଟା କରେ ତେବେ କ’ଣ ତୁମେ ସେହି ଦୁଃଖର କଥାକୁ ସୁଖରେ ପରିବର୍ତ୍ତନ କରିପାରିବ ନାହିଁ? ଅପମାନକୁ ସହନ କରିପାରିବ ନାହିଁ? ଗାଳିକୁ ଗୋଲାପ ଫୁଲରେ ପରିଣତ କରିପାରିବ ନାହିଁ? ସମସ୍ୟାକୁ ବାପ ସମାନ ହେବାର ସଂକଳ୍ପରେ ପରିବର୍ତ୍ତନ କରିପାରିବ ନାହିଁ? ତୁମମାନଙ୍କୁ ମନେ ଅଛି ତ ଯେତେବେଳେ ତୁମେମାନେ ବ୍ରାହ୍ମଣ ଜନ୍ମରେ ଆସିଲ ଏବଂ ନିଶ୍ଚୟ କରିନେଲ, ସେଥିପାଇଁ ହୁଏତ ତୁମକୁ ଗୋଟିଏ ସେକେଣ୍ଡ ଲାଗିଥାଇପାରେ ବା ଗୋଟିଏ ମାସ ଲାଗିଥାଇ ପାରେ କିନ୍ତୁ ଯେବେ ଠାରୁ ତୁମେ ନିଶ୍ଚୟ କରିଛ, ତୁମର ଦିଲ୍ କହିଛି “ମୁଁ ବାବାଙ୍କର ଏବଂ ବାବା ମୋ’ର, ଏହି ସଂକଳ୍ପ କରିଛ ନା! ଅନୁଭବ ତ କରିଛ ନା! ସେବେଠାରୁ ହିଁ ତୁମେମାନେ ମାୟାକୁ ଚାଲେଞ୍ଚ କରିଛ ଯେ ମୁଁ ମାୟାଜିତ୍ ନିଶ୍ଚିତ ହେବି । ଏହି ଚାଲେଞ୍ଚ ମାୟାକୁ କରିଥିଲ ନା? ତେବେ ମାୟାଜିତ୍ ହେବାର ଅଛି ନା ନାହିଁ? ତୁମେମାନେ ହିଁ ତ ମାୟାଜିତ୍ ଅଟ ନା ଆଉ କିଏ କେଉଁଠୁ ଆସିବେ? ଯେହେତୁ ମାୟାକୁ ଚାଲେଞ୍ଚ କରିଛ ତେଣୁ ଏହି ସବୁ ସମସ୍ୟାଗୁଡିକ, କଥା ଗୁଡିକ, ହଲଚଲର ପରିସ୍ଥିତି ଗୁଡିକ ମାୟାର ହିଁ ତ ରାଜକୀୟ ରୂପ ଅଟେ । ମାୟା ତ ଅନ୍ୟ କୌଣସି ରୂପରେ ଆସିପାରିବ ନାହିଁ, ତେଣୁ ତୁମମାନଙ୍କୁ ଏହି ସବୁ ରୂପରେ ହିଁ ମାୟାଜିତ୍ ହେବାକୁ ପଡିବ । କଥା ବଦଳିବ ନାହିଁ, ସେଣ୍ଟର ବଦଳିବ ନାହିଁ, ସ୍ଥାନ ବଦଳିବ ନାହିଁ, ସମସ୍ୟା ଗୁଡିକ ମଧ୍ୟ ବଦଳିବ ନାହିଁ କିନ୍ତୁ ମୋତେ ବଦଳିବାକୁ ହେବ । ତୁମର ଏହି ସ୍ଲୋଗାନ ତ ସମସ୍ତଙ୍କୁ ବହୁତ ଭଲ ଲାଗୁଛି - କାହାଠାରୁ ବଦଲା ଅର୍ଥାତ୍ ପ୍ରତିଶୋଧ ନେବୁ ନାହୁଁ କିନ୍ତୁ ନିଜେ ବଦଳି କରି ଦେଖାଇବୁ । ଏହା ତ ବହୁତ ପୁରୁଣା ସ୍ଳୋଗାନ । ତେବେ ନୂଆ ନୂଆ ରାଜକୀୟ ରୂପ ନେଇ ମାୟା ଆସିବ, ତାକୁ ଡରିବାର ନାହିଁ, ସେଥିପାଇଁ ବାପଦାଦା ଏହା ଉପରେ ଅଧିକ ଧ୍ୟାନ ଆକର୍ଷଣ କରାଉଛନ୍ତି । ମାୟା ଏହିଭଳି ଏହିଭଳି ରୂପ ଧାରଣ କରି ଆସିବ ଏବଂ ଆସୁଛି ମଧ୍ୟ । ଯାହାକି ତୁମେ ଜାଣିପାରିବ ନାହିଁ ଯେ ଏହା ମାୟା ଅଟେ, କହିବ ଦାଦିଜୀ ଏହା ମାୟା ନୁହେଁ, ଆପଣ ବୁଝିପାରୁ ନାହାଁନ୍ତି, ପ୍ରକୃତରେ ଏହା ସତ୍ୟ ଅଟେ । ଏହା ବ୍ୟତୀତ ଆହୁରି ଭିନ୍ନ ଭିନ୍ନ ରାଜକୀୟ ରୂପରେ ମଧ୍ୟ ଆସିବ, ସେଥିପାଇଁ ଡରିବାର ନାହିଁ । କାହିଁକି ଜାଣିଛ? ଦେଖ, କୌଣସି ବି ଶତ୍ରୁ, ଚାହେଁ ସେ ହାରୁଥାଉ ବା ଯିତୁଥାଉ - ତା’ ପାଖରେ ଯାହାବି ଛୋଟ-ମୋଟ ଅସ୍ତ୍ର ଥିବ ସେଗୁଡିକୁ ବ୍ୟବହାର କରିବ, ନା ନାହିଁ? ନିଶ୍ଚିତ କରିବ ନା? ତେଣୁ ଏବେ ମାୟାର ତ ଶେଷ ସମୟ ଆସିଗଲାଣି ତେଣୁ ଯେତେ ଯେତେ ଶେଷ ସମୟ ପାଖେଇ ଆସୁଥିବ ସେହି ଅନୁସାରେ ସେ ନୂଆ ନୂଆ ରୂପରେ ନିଜର ଅସ୍ତ୍ରଶସ୍ତ୍ରକୁ ବ୍ୟବହାର ନିଶ୍ଚିତ କରିବ । ତା’ପରେ ତୁମ ପାଦ ତଳେ ମୁଣ୍ଡ ନୂଆଁଇବ । ପ୍ରଥମେ ସେ ତୁମକୁ ନୂଆଇଁବା ପାଇଁ ଚେଷ୍ଟା କରିବ, ତା’ପରେ ନିଜେ ମୁଣ୍ଡ ନୁଆଁଇବ । ସେଥିପାଇଁ ବାପଦାଦା ଆଜି କେବଳ ଗୋଟିଏ ଶବ୍ଦ ଉପରେ ବାରମ୍ବାର ଗୁରୁତ୍ୱ ଦେଉଛନ୍ତି । “ବାବାଙ୍କ ସମାନ ହେବାର ଅଛି” - ନିଜର ଏହି ଶ୍ରେଷ୍ଠ ଲକ୍ଷ୍ୟର ସ୍ୱମାନରେ ରୁହ ଏବଂ ଅନ୍ୟକୁ ସମ୍ମାନ ଦିଅ । ଅନ୍ୟକୁ ସମ୍ମାନ ଦେବା ଅର୍ଥ ନିଜେ ସମ୍ମାନ ପାଇବା । କେବଳ ପାଇବା ପାଇଁ ଚେଷ୍ଟା କଲେ ମିଳିବ ନାହିଁ, ଦେବା ଅର୍ଥ ନେବା । ମୋତେ କେହି ସମ୍ମାନ ଦେଉ - ଏହା ଯଥାର୍ଥ ନୁହେଁ, ସମ୍ମାନ ଦେବା ହିଁ ନେବା ଅଟେ । ତୁମର ସ୍ୱମାନ ମଧ୍ୟ ଦେହ-ଅଭିମାନବାଲା ହେବା ଉଚିତ୍ ନୁହେଁ, ବ୍ରାହ୍ମଣ ଜୀବନର ସ୍ୱମାନ, ଶ୍ରେଷ୍ଠ ଆତ୍ମାର ସ୍ୱମାନ, ସମ୍ପନ୍ନତାର ସ୍ୱମାନ । ତେଣୁ ସ୍ୱମାନ ଏବଂ ସମ୍ମାନ ନେବାର ନାହିଁ କିନ୍ତୁ ଦେବା ହିଁ ନେବା ଅଟେ - ଏହି ଦୁଇଟି କଥାରେ ଦୃଢତା ରଖ । ତୁମର ଦୃଢତାକୁ ଯିଏ ଯେତେ ବି ହଲଚଲ୍ କରୁ କିନ୍ତୁ ତୁମେ ଦୃଢତାକୁ ଢିଲା କର ନାହିଁ । ମଜବୁତ କର, ଅଟଳ ହୁଅ । ତେବେ ଯାଇ ବାପଦାଦାଙ୍କ ସହିତ ଯେଉଁ ପ୍ରତିଜ୍ଞା କରିଛ? ତାକୁ ୬ ମାସ ଭିତରେ ପୂରା କରିପାରିବ । ପ୍ରତିଜ୍ଞା ତ ମନେ ଅଛି ନା? ଏମିତି ଭାବ ନାହିଁ ଯେ ଏବେ ତ ମାତ୍ର ୧୫ ଦିନ ଯାଇଛି, ଆହୁରି ସାଢେ ପାଞ୍ଚ ମାସ ବାକି ଅଛି । ପିଲାମାନେ ଅମୃତବେଳାରେ ଯେତେବେଳେ ବାର୍ତ୍ତାଳାପ କରୁଛନ୍ତି ସେଥିରେ ବାପଦାଦାଙ୍କୁ ବହୁତ ଭଲ ଭଲ କଥା ଶୁଣାଉଛନ୍ତି । ନିଜର କଥା ଗୁଡିକୁ ତ ଜାଣିଛ ନା? ତେଣୁ ଏବେ ଦୃଢତାକୁ ଆପଣାଇ ନିଅ । ଓଲଟା କଥାରେ ଦୃଢତା ରଖିବାର ନାହିଁ । ମୋତେ କ୍ରୋଧ କରିବାକୁ ହିଁ ପଡିବ, ଏଥିରେ ମୋ’ର ଦୃଢ ନିଶ୍ଚୟ ରହିଛି, ଏଭଳି ନୁହେଁ । କାହିଁକି ଜାଣିଛ? ଆଜିକାଲି ବାପଦାଦାଙ୍କ ପାଖରେ ରେକଡିଂଗ୍ ରୂପରେ କ୍ରୋଧର ଭିନ୍ନ ଭିନ୍ନ ପ୍ରକାରର ରିପୋର୍ଟ ପହଞ୍ଚୁଛି । ମହାକ୍ରୋଧର ରୂପ କମ୍ ଅଛି କିନ୍ତୁ ଅଂଶ ରୂପରେ ଭିନ୍ନ ଭିନ୍ନ ପ୍ରକାରର କ୍ରୋଧର ରୂପ ଅଧିକ ଅଛି । ତେଣୁ ଏହା ଉପରେ କେବେ କ୍ଳାସ୍ କରାଇବ - କ୍ରୋଧର କ’ଣ କ’ଣ ସବୁ ରୂପ ଅଛି? ପୁଣି କ’ଣ କହୁଛନ୍ତି - ମୋ’ ଭିତରେ ଏଭଳି ଭାବନା ନ ଥିଲା କିମ୍ବା ଏଭଳି ଭାବ ଅର୍ଥାତ୍ ଉଦ୍ଦେଶ୍ୟ ମଧ୍ୟ ନଥିଲା କିନ୍ତୁ ଏମିତି ହିଁ କହିଦେଇଛି । ତେଣୁ ଏହା ଉପରେ କ୍ଲାସ କରାଇବ ।

ଟୀଚରମାନେ ବହୁତ ଆସିଛନ୍ତି ନା । (୧୨୦୦ ଟୀଚର ଆସିଛନ୍ତି) । ଯଦି ଏହି ୧୨୦୦ ଜଣ ଟୀଚର ମଧ୍ୟ ଦୃଢ ସଂକଳ୍ପ କରିଦେବ ତେବେ କାଲି ମଧ୍ୟ ପରିବର୍ତ୍ତନ ହୋଇପାରିବ । ଯାହା ଦ୍ୱାରା ଆଉ ଏତେ ଦୁର୍ଘଟଣା ଇତ୍ୟାଦି ହେବ ନାହିଁ । ସମସ୍ତେ ରକ୍ଷା ପାଇଯିବେ । ଟୀଚରମାନେ ହାତ ଉଠାଅ । ବହୁତ ଅଛନ୍ତି । ଟୀଚର ଅର୍ଥାତ୍ ନିମିତ୍ତ ଆଧାର । ଯଦି ଆଧାର ବା ମୂଳଦୁଆ ମଜବୁତ ଅର୍ଥାତ୍ ଦୃଢ ହୋଇଯିବ ତେବେ ବୃକ୍ଷ ଆପେ ଆପେ ଠିକ୍ ହୋଇଯିବ । ଆଜିକାଲି ଚାହେଁ ବାହାର ସଂସାରର, ଚାହେଁ ବ୍ରାହ୍ମଣ ସଂସାରରେ ସମସ୍ତଙ୍କୁ ସାହସ ଏବଂ ସଚ୍ଚା ସ୍ନେହ ଦରକାର । ସ୍ୱାର୍ଥଯୁକ୍ତ ସ୍ନେହ ନୁହେଁ । ଗୋଟିଏ ହେଲା ସଚ୍ଚା ସ୍ନେହ, ଦ୍ୱିତୀୟରେ ସାହସ, ଧରି ନିଅ କେହି ଜଣେ ଯଦି ୯୫ ପ୍ରତିଶତ ନିଜର ସଂସ୍କାରର ବଶୀଭୂତ ହୋଇ ବା ପରବଶ ହୋଇ କିଛି ତଳ ଉପର କରିଦଲୋ କିନ୍ତୁ ୫ ପ୍ରତିଶତ ଭଲ କାମ କରିଲା ତାହା ହେଲା ତୁମେ ତା’ର ସେହି ୫ ପ୍ରତିଶତ ଭଲ ଗୁଣକୁ ଗ୍ରହଣ କରି ପ୍ରଥମେ ତା ଭିତରେ ସାହସ ଜାଗ୍ରତ କରାଅ, କୁହ - ତୁମେ ଏହା ବହୁତ ଭଲ କରିଛ କିନ୍ତୁ ଆଉ ଟିକିଏ ଏହି କଥାକୁ ଠିକ୍ କରିନେବ, ତାହା ହେଲେ ତାକୁ ଅପମାନ ଲାଗିବ ନାହିଁ । ଯଦି ତୁମେ କହିବ ଏଭଳି କାହିଁକି କରିଲ, ଏଭଳି କ’ଣ କରାଯାଏ । ଏଭଳି କରିବା ଉଚିତ୍ ନୁହେଁ । ତେବେ ପ୍ରଥମରୁ ତ ବିଚାରା ସଂସ୍କାରର ବଶୀଭୂତ ଅଛି, ଦୁର୍ବଳ ଅଛି, ତେଣୁ ତୁମ କଥା ଶୁଣି ସିଏ ଆହୁରି ନର୍ଭସ୍ ହୋଇଯିବ ଆଗକୁ ବଢିପାରିବ ନାହିଁ । ତେଣୁ ତା’ର ସେହି ୫ ପ୍ରତିଶତ ଭଲକୁ ପ୍ରଥମେ ସାହସ ଦେଇ କୁହ ତୁମର ଏହି ବିଶେଷତାଟି ବହୁତ ଭଲ । ଏହି କାର୍ଯ୍ୟ ତୁମେ ବହୁତ ଭଲ କରିପାରିବ । ପୁଣି ତା’ପରେ ସମୟ ଏବଂ ତା’ର ସ୍ୱରୂପକୁ ଦେଖି ଯଦି କିଛି ଶିକ୍ଷା ଦେବ ତେବେ ସେ ପରିବର୍ତ୍ତନ ହୋଇଯିବ । ତେଣୁ ପ୍ରଥମେ ତାକୁ ସାହସ ଦିଅ କାରଣ ପରବଶ ଆତ୍ମା ଭିତରେ ସାହସ ନଥାଏ । ବାବା ମଧ୍ୟ ତୁମମାନଙ୍କୁ କିପରି ପରିବର୍ତ୍ତନ କରିଲେ? ତୁମମାନଙ୍କର କମୀ ଶୁଣାଇଛନ୍ତି? ତୁମେମାନେ ବିକାରୀ ଅଟ, ବହୁତ ଖରାପ ଅଟ, ଏମିତି କହିଛନ୍ତି? ତୁମମାନଙ୍କୁ ପ୍ରଥମେ ସ୍ମରଣ କରାଇଦେଲ ଯେ ତୁମେ ଆତ୍ମା ଅଟ ଏବଂ ଏହି ଶ୍ରେଷ୍ଠ ସ୍ମୃତି ଦ୍ୱାରା ତୁମମାନଙ୍କ ଭିତରେ ସମର୍ଥୀ ଆସିଗଲା, ପରିବର୍ତ୍ତନ ଆସିଗଲା । ତେଣୁ ସାହସ ମଧ୍ୟ ଦିଅ ଏବଂ ସ୍ମୃତି ମଧ୍ୟ ଦିଅ, ସ୍ମୃତି ହିଁ ଆପେ ଆପେ ସମର୍ଥୀ ପ୍ରାପ୍ତ କରାଇଦେବ । ବୁଝିପାରିଲ! ତେଣୁ ଏବେ ତ ସମାନ ହୋଇଯିବ ନା? କେବଳ ଗୋଟିଏ ଶବ୍ଦ ମନେ ରଖ - ଫଲୋ ଫାଦର-ମଦର । ଯାହା ବାବା କରିଛନ୍ତି, ତାହା ହିଁ କରିବାର ଅଛି । ବାସ୍ । କେବଳ ପାଦ ଉପରେ ପାଦ ରଖିବାକୁ ହେବ ତେବେ ସମାନ ହେବା ପାଇଁ ସହଜ ଅନୁଭବ କରିବ ।

ଡ୍ରାମା ମଧ୍ୟ ଛୋଟ ଛୋଟ ଖେଳ ଦେଖାଇବାରେ ଲାଗିଛି । ସେଥିରେ ଆଶ୍ଚର୍ଯ୍ୟର ମାତ୍ରା ଲଗାଉ ନାହଁ ତ? ଆଚ୍ଛା । ଅନେକ ପିଲାଙ୍କର କାର୍ଡ, ପତ୍ର, ଅନ୍ତରର ଗୀତ ବାପଦାଦାଙ୍କ ପାଖରେ ପହଞ୍ଚିଯାଇଛି । ସମସ୍ତେ କହୁଛନ୍ତି ମୋ କଥା ମଧ୍ୟ ବାବାଙ୍କୁ କହିବ । ସେହିପରି ବାବା କହୁଛନ୍ତି ମୋ’ର ମଧ୍ୟ ୟାଦ - ପ୍ୟାର ଦେଇଦେବ । ଏମିତି ତ ବାବା ମଧ୍ୟ ପିଲାଙ୍କୁ ମନେ ପକାଉଛନ୍ତି ଏବଂ ପିଲାମାନେ ମଧ୍ୟ ବାବାଙ୍କୁ ମନେ ପକାଉଛନ୍ତି, କାହିଁକି ନା ଏହି ଛୋଟିଆ ସଂସାରଟିରେ ବାପଦାଦା ଏବଂ ପିଲାମାନଙ୍କ ବ୍ୟତୀତ ଆଉ କୌଣସି ବିସ୍ତାର ତ ନାହିଁ । ତେଣୁ କିଏ ମନେ ପଡିବେ? ପିଲାମାନଙ୍କୁ ବାବା ମନେ ପଡିବେ, ବାବାଙ୍କୁ ପିଲାମାନେ ମନେ ପଡିବେ । ତେଣୁ ଦେଶ ବିଦେଶର ପିଲାମାନଙ୍କୁ ବାପଦାଦା ମଧ୍ୟ ବହୁତ-ବହୁତ-ବହୁତ-ବହୁତ ୟାଦପ୍ୟାର ଦେଉଛନ୍ତି । ଆଚ୍ଛା ।

ଚାରିଆଡର ବ୍ରାହ୍ମଣ ସଂସାରର ବିଶେଷ ଆତ୍ମାମାନଙ୍କୁ, ସର୍ବଦା ଦୃଢତା ଦ୍ୱାରା ସଫଳତା ପ୍ରାପ୍ତ କରୁଥିବା ସଫଳତାର ତାରକାମାନଙ୍କୁ, ସର୍ବଦା ନିଜକୁ ସମ୍ପନ୍ନ କରି ଆତ୍ମାମାନଙ୍କର ଡାକରାକୁ ପୂର୍ଣ୍ଣ କରୁଥିବା ସମ୍ପନ୍ନ ଆତ୍ମାମାନଙ୍କୁ ସର୍ବଦା ନିର୍ବଳ ଆତ୍ମାମାନଙ୍କୁ, ପରବଶ ଆତ୍ମାମାନଙ୍କୁ ନିଜର ସାହସର ବରଦାନ ଦ୍ୱାରା ସାହସ ପ୍ରାପ୍ତ କରାଉଥିବା, ବାବାଙ୍କର ସାହାଯ୍ୟ ପାଇବାର ପାତ୍ର ଆତ୍ମାମାନଙ୍କୁ ସର୍ବଦା ବିଶ୍ୱ ପରିବର୍ତ୍ତକ ହୋଇ ସ୍ୱପରିବର୍ତ୍ତନ ଦ୍ୱାରା ମାୟାକୁ, ପ୍ରକୃତିକୁ ତଥା ଦୁର୍ବଳ ଆତ୍ମାମାନଙ୍କୁ ପରିବର୍ତ୍ତନ କରୁଥିବା ପରିବର୍ତ୍ତକ ଆତ୍ମାମାନଙ୍କୁ ବାପଦାଦାଙ୍କର, ଚାରିଆଡର ଛୋଟିଆ ସଂସାରର ସର୍ବ ଆତ୍ମାମାନଙ୍କୁ, ସମ୍ମୁଖକୁ ଆସିଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ ଅର୍ବ-ଖର୍ବ ଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ବିଜ୍ଞାନର ସାଧନ ଗୁଡିକ ଦ୍ୱାରା ମାୟାକୁ ଦୂରରୁ ଚିହ୍ନି ତଡି ଦେଉଥିବା ମାୟାଜିତ୍ ଭବ ।

ମାୟା ତ ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ଆସିବ କାରଣ ମାୟାର କାମ ହେଲା ଆସିବା କିନ୍ତୁ ତୁମର କାମ ହେଲା ତାକୁ ଦୂରରୁ ତଡି ଦେବା । ମାୟା ଆସିବ, ତୁମକୁ ହଲ୍‌ଚଲ୍ କରିବ, ତା’ପରେ ତୁମେ ତାକୁ ତଡିବ, ଏଥିରେ ମଧ୍ୟ ସମୟ ନଷ୍ଟ ହେଲା, ସେଥିପାଇଁ ଶାନ୍ତିର ଶକ୍ତିର ସାଧନ ଦ୍ୱାରା ମାୟାକୁ ଦୂରରୁ ହିଁ ଚିହ୍ନିଯାଅ ଯେ ଏହା ମାୟା ଅଟେ । ତା’କୁ ପାଖକୁ ଆସିବାକୁ ଦିଅ ନାହିଁ । ଯଦି ଭାବୁଛ କ’ଣ କରିବି, କିପରି କରିବି, ଏବେ ତ ମୁଁ ପୁରୁଷାର୍ଥୀ ଅଟେ.... ତେବେ ଏହା ଦ୍ୱାରା ମଧ୍ୟ ତୁମେ ମାୟାକୁ ଅତିଥି ଭଳି ସତ୍କାର ଦେଉଛ, ଯାହା ଦ୍ୱାରା ପୁଣି ଅସୁବିଧାରେ ପଡୁଛ, ସେଥିପାଇଁ ଯଦି ତାକୁ ଦୂରରୁ ହିଁ ପରଖି କରି ତଡି ଦେବ ତେବେ ମାୟାଜିତ୍ ହୋଇଯିବ ।

ସ୍ଲୋଗାନ:-
ଯଦି ଶ୍ରେଷ୍ଠ ଭାଗ୍ୟର ରେଖାଗୁଡିକୁ ପ୍ରକଟ କରିଦେବ ତେବେ ପୁରୁଣା ସଂସ୍କାରର ରେଖାଗୁଡିକ ସୁପ୍ତ ହୋଇଯିବ ।