14.09.24 Morning Odia Murli Om Shanti BapDada Madhuban
“ମିଠେବଚ୍ଚେ:-
ବାବାଙ୍କର ଶ୍ରୀମତରେ ଚାଲି ନିଜର ଶୃଙ୍ଗାର କର, ପରଚିନ୍ତନ କରି ନିଜର ଶୃଙ୍ଗାରକୁ ବିଗାଡ ନାହିଁ
। ସମୟ ନଷ୍ଟ କର ନାହିଁ ।”
ପ୍ରଶ୍ନ:-
ତୁମେ ପିଲାମାନେ
ବାବାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଜାଦୁକର ଅଟ-କିପରି?
ଉତ୍ତର:-
ଏହିଠାରେ ବସି-ବସି ତୁମେ ଏହି ଲକ୍ଷ୍ମୀ-ନାରାୟଣଙ୍କ ଭଳି ନିଜକୁ ଶୃଙ୍ଗାର କରୁଛ । ଏହିଠାରେ ବସି
ନିଜକୁ ନିଜେ ପରିବର୍ତ୍ତନ କରୁଛ, ଏହା ମଧ୍ୟ ଜାଦୁକରୀ ଅଟେ । କେବଳ ଅଲଫ୍ ଅର୍ଥାତ୍ ବାବାଙ୍କୁ
ମନେପକାଇବା ଦ୍ୱାରା ଶୃଙ୍ଗାର ହୋଇଯାଉଛି । ହାତ-ଗୋଡ଼ ଚଲାଇବାର ମଧ୍ୟ କୌଣସି କଥା ନାହିଁ, କେବଳ
ବିଚାର କରିବାର କଥା । ଯୋଗ ଦ୍ୱାରା ତୁମେ ନିର୍ମଳ, ସ୍ୱଚ୍ଛ ଓ ଶୋଭନୀୟ ହୋଇଯାଉଛ, ତୁମର ଆତ୍ମା
ଏବଂ ଶରୀର ଉଭୟ କାଞ୍ଚନ ଅର୍ଥାତ୍ ସୁବର୍ଣ୍ଣତୁଲ୍ୟ ହୋଇଯାଉଛି, ଏହା ମଧ୍ୟ ଚମତ୍କାରୀ ଅଟେ ନା ।
ଓମ୍ ଶାନ୍ତି ।
ଆତ୍ମିକ ଜାଦୁକର
ବସି ଆତ୍ମିକ ପିଲାମାନଙ୍କୁ, ଯେଉଁମାନେ ବାବାଙ୍କଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଜାଦୁକର,
ସେହିମାନଙ୍କୁ ହିଁ ବୁଝାଉଛନ୍ତି - ତୁମେମାନେ ଏଠାରେ ବସି-ବସି କ’ଣ କରୁଛ? ଏଠାରେ ବସିଛ କିନ୍ତୁ
କୌଣସି ହଲଚଲ୍ ନାହିଁ । ବାବା ଅଥବା ସାଜନ(ପ୍ରିୟତମ), ସିଜନୀମାନଙ୍କୁ ଉପାୟ ବତାଉଛନ୍ତି । ସାଜନ
କହୁଛନ୍ତି - ଏଠାରେ ବସି ତୁମେ କ’ଣ କରୁଛ? ନିଜକୁ ତୁମେ ଏପରି ଲକ୍ଷ୍ମୀ-ନାରାୟଣ ଭଳି ସଜାଉଛ ।
ଏକଥା ଅଳ୍ପ କେହି ବୁଝିବେ? ତୁମେ ସବୁ ଏଠାରେ ବସିଛ ପୁଣି ପୁରୁଷାର୍ଥ କ୍ରମଅନୁସାରେ ତ ରହିଛି ନା
। ଏପରି ଶୋଭନୀୟ ହୋଇ ରହିବା ପାଇଁ ବାବା କହୁଛନ୍ତି । ଭବିଷ୍ୟତ ଅମରପୁରୀ ହିଁ ହେଉଛି ତୁମର
ଲକ୍ଷ୍ୟ । ଏଠାରେ ବସି ବସି ତୁମେ କ’ଣ କରୁଛ? ପାରାଡାଇଜ (ସ୍ୱର୍ଗ)ରେ ଅଳଙ୍କୃତ ହେବା ପାଇଁ
ପୁରୁଷାର୍ଥ କରୁଛ । ଏହାକୁ କ’ଣ କୁହାଯିବ? ଏହିଠାରେ ରହି ନିଜକୁ ପରିବର୍ତ୍ତନ କରୁଛ । ଉଠିବା,
ବସିବା, ଚାଲିବା ବେଳେ ଏକମାତ୍ର ମନମନାଭବରେ ରହିବାର ଚାବି ଦେଇ ଦେଇଛନ୍ତି । ବାସ୍ କେବଳ ତାଙ୍କ
ବିନା ଆଉ କୌଣସି ଫାଲତୁ କଥା ଶୁଣି-ଶୁଣାଇ ସମୟ ନଷ୍ଟ କର ନାହିଁ । ତୁମେ ନିଜକୁ ସଜାଇବାରେ ଲାଗି
ରୁହ । ଅନ୍ୟମାନେ କରୁଛନ୍ତି ବା ନାହିଁ, ସେଥିରେ ତୁମର କ’ଣ ଯାଉଛି! ତୁମେ ନିଜର ପୁରୁଷାର୍ଥରେ
ମଗ୍ନ ରୁହ । ଏହା କେତେ ବୁଝିବାର କଥା । କେହି ନୂଆ ଆତ୍ମା ଶୁଣିଲେ ତ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ
। ତୁମ ଭିତରେ କେହି ତ ନିଜକୁ ଅଳଙ୍କୃତ କରୁଛନ୍ତି, କିଏ କିଏ ତ ଆହୁରି ବିଗାଡ଼ି ଦେଉଛନ୍ତି ।
ପରଚିନ୍ତନ ଆଦିରେ ସମୟ ନଷ୍ଟ କରିଚାଲିଛନ୍ତି । ବାବା ପିଲାମାନଙ୍କୁ ବୁଝାଉଛନ୍ତି ତୁମେ କେବଳ
ନିଜକୁ ଦେଖ, ମୁଁ କ’ଣ କରୁଛି । ବାବା ବହୁତ ଛୋଟ ଉପାୟ ବତାଉଛନ୍ତି, ବାସ୍ ଗୋଟିଏ ଶବ୍ଦ ମନମନାଭବ
। ତୁମେ ଏଠାରେ ବସିଛ, କିନ୍ତୁ ବୁଦ୍ଧିରେ ଅଛି ଯେ ସୃଷ୍ଟି ଚକ୍ର କିଭଳି ଘୂରୁଛି । ଏବେ ପୁଣି ଆମେ
ବିଶ୍ୱକୁ ଶୃଙ୍ଗାର କରୁଅଛୁ । ତୁମେ କେତେ ପଦମାପଦମ ଭାଗ୍ୟଶାଳୀ ଅଟ । ଏହିଠାରେ ବସି-ବସି ତୁମେ
କେତେ କାର୍ଯ୍ୟ କରୁଛ । କୌଣସି ହାତ ପାଦ ଆଦି ଚଲାଇବାର କଥା ହିଁ ନାହିଁ । କେବଳ ବିଚାର କରିବାର
କଥା । ତୁମେ କହିବ ଆମେ ଏହିଠାରେ ବସି ଉଚ୍ଚରୁ ଉଚ୍ଚ ବିଶ୍ୱର ଶୃଙ୍ଗାର କରୁଅଛୁ । ମନମନାଭବର
ମନ୍ତ୍ର କେତେ ଉଚ୍ଚ । ଏହି ଯୋଗ ଦ୍ୱାରା ହିଁ ତୁମର ସାରା ପାପ ଭସ୍ମ ହୋଇଯିବ ଏବଂ ସ୍ୱଚ୍ଛ ହୋଇ
ତୁମେ ପୁଣି କେତେ ଶୋଭନୀୟ ହୋଇଯିବ । ଏବେ ଆତ୍ମା ପତିତ ହୋଇଯାଇଛି, ତେଣୁ ଶରୀରର ଅବସ୍ଥା ବି ଦେଖ
କ’ଣ ହୋଇଯାଇଛି । ଏବେ ତୁମର ଆତ୍ମା ଏବଂ କାୟା କାଞ୍ଚନ ହୋଇଯିବ । ଏହା କେତେ ଚମତ୍କାରର କଥା ନା
। ତେବେ ଏପରି ନିଜକୁ ସଜାଇବା ଉଚିତ୍ । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ବାବା ସମସ୍ତଙ୍କୁ
ଗୋଟିଏ ମାତ୍ର ରାସ୍ତା ବତାଉଛନ୍ତି - ଅଲଫ ବେ ( ବାବା ଓ ବାଦଶାହୀ ) । କେବଳ ଅଲଫର କଥା ।
ବାବାଙ୍କୁ ମନେ ପକାଇ ଚାଲ ତେବେ ତୁମର ଶୃଙ୍ଗାର ସମ୍ପୂର୍ଣ୍ଣ ରୂପେ ବଦଳିଯିବ ।
ବାବାଙ୍କଠାରୁ ମଧ୍ୟ ତୁମେ
ବଡ଼ ଜାଦୁକର ଅଟ । ତୁମକୁ ଉପାୟ ବତାଉଛନ୍ତି କି ଏପରି-ଏପରି କରିଲେ ତୁମର ଶୃଙ୍ଗାର ହୋଇଯିବ ।
ନିଜକୁ ସୁଶୋଭିତ ନ କରି ତୁମେ ବୃଥାରେ ନିଜର କ୍ଷତି କରାଉଛ । ଏତିକି ତ ବୁଝଛ ଆମେ ଭକ୍ତିମାର୍ଗରେ
କ’ଣ କ’ଣ ସବୁ କରୁଥିଲୁ । ତୁମେ ତୁମର ସାରା ସୌନ୍ଦର୍ଯ୍ୟ ନଷ୍ଟ କରି କ’ଣ ହୋଇଯାଇଛ! ଏବେ ଗୋଟିଏ
ଶବ୍ଦରେ, ବାବାଙ୍କ ସ୍ମୃତିରେ ହିଁ ତୁମର ଶୃଙ୍ଗାର ହେଉଛି । ବାବା ପିଲାମାନଙ୍କୁ କେତେ ଭଲ ଭାବରେ
ବୁଝାଇ ଫ୍ରେସ୍ ବା ସତେଜ କରୁଛନ୍ତି । ଏଠାରେ ବସି ତୁମେ କ’ଣ କରୁଛ? ଯୋଗର ଯାତ୍ରାରେ ବସିଛ । ଯଦି
କାହାର ଖିଆଲ ଅନ୍ୟ ଆଡ଼େ ଥିବ ତେବେ କ’ଣ ଶୃଙ୍ଗାର ହୋଇପାରିବ । ତୁମେ ଶୋଭନୀୟ ତ’ ହୋଇଛ ତେବେ ପୁଣି
ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ଦେଖାଇବାକୁ ହେବ । ବାବା ଆସୁଛନ୍ତି ଏହିପରି ଶୃଙ୍ଗାର କରିବା ପାଇଁ
। ଶିବବାବା ଆପଣଙ୍କର କମାଲ ବା ଚମତ୍କାରିତା, ଆପଣ ଆମକୁ କେତେ ସଜାଉଛନ୍ତି । ଉଠିଲା, ବସିଲା,
ଚାଲିଲା ବେଳେ ମଧ୍ୟ ଆମେ ନିଜକୁ ସଜେଇବା ଉଚିତ୍ । କେହି କେହି ନିଜକୁ ସୁଶୋଭିତ କରି ଅନ୍ୟମାନଙ୍କୁ
ମଧ୍ୟ ସୁଶୋଭିତ କରିଥା’ନ୍ତି । କେହି କେହି ତ ନିଜକୁ ନ ସଜାଡ଼ି ଅନ୍ୟର ସୌନ୍ଦର୍ଯ୍ୟ ମଧ୍ୟ ବିଗାଡ଼ି
ଚାଲିଥାନ୍ତି । ଫାଲତୁ କଥା ଶୁଣାଇ ଶୁଣାଇ ତାଙ୍କର ଅବସ୍ଥାକୁ ମଧ୍ୟ ତଳକୁ ଖସାଇ ଦିଅନ୍ତି । ନିଜେ
ମଧ୍ୟ ଅଳଙ୍କୃତ ହେବାରୁ ବଂଚିତ ରୁହନ୍ତି, ଅନ୍ୟମାନଙ୍କୁ ମଧ୍ୟ ବଂଚିତ କରାନ୍ତି । ତେବେ ଭଲ ଭାବରେ
ବିଚାର କରିବାକୁ ହେବ - ବାବା କିପରି-କିପରି କୌଶଳ ବତାଉଛନ୍ତି । ଭକ୍ତିମାର୍ଗର ଶାସ୍ତ୍ର ପଢିଲେ
ଏହି କୌଶଳ ଆସି ନ ଥାଏ । ଶାସ୍ତ୍ର ତ ଭକ୍ତିମାର୍ଗର ଅଟେ । ତୁମକୁ କହୁଛନ୍ତି ତୁମେ କାହିଁକି
ଶାସ୍ତ୍ରକୁ ମାନୁନାହଁ? ତୁମେ କୁହ ଆମେ ତ ସବୁ କିଛି ମାନୁଛୁ । ଅଧାକଳ୍ପ ହେବ ଭକ୍ତି ମଧ୍ୟ କରିଛୁ
। ଶାସ୍ତ୍ର ପଢୁଛୁ ତେବେ କିଏ କାହିଁକି ନ ମାନିବ । ରାତି ଏବଂ ଦିନ ହୁଏ ତେଣୁ ଉଭୟକୁ ନିଶ୍ଚିତ
ମାନିବାକୁ ପଡ଼ିବ ନା । ଏହା ହେଉଛି ବେହଦର ଦିନ ଏବଂ ରାତି ।
ବାବା କହୁଛନ୍ତି - ମଧୁର
ସନ୍ତାନମାନେ, ତୁମେ ନିଜକୁ ସୁଶୋଭିତ କର । ସମୟ ନଷ୍ଟ କରନାହିଁ । ସମୟ ବହୁତ କମ୍ । ତୁମର ବହୁତ
ବିଶାଳ ବୁଦ୍ଧି ହେବା ଦରକାର । ପରସ୍ପର ଭିତରେ ବହୁତ ସ୍ନେହ ମଧ୍ୟ ରହିବା ଦରକାର । ସମୟ ନଷ୍ଟ
କରିବା ଅନୁଚିତ୍ । କାରଣ ତୁମର ସମୟ ବହୁତ ମୂଲ୍ୟବାନ ଅଟେ । ତୁମେ କଉଡ଼ିରୁ ହୀରା ଭଳି ହେଉଛ ।
ମାଗଣାରେ କ’ଣ ଏତେ କଥା ଶୁଣୁଛ । ଏଥିରେ କ’ଣ କିଛି କାହାଣୀ ଅଛି କି । ବାବା ଗୋଟିଏ ଅକ୍ଷର
ଶୁଣାଉଛନ୍ତି । ବଡ ବଡ ମଣିଷମାନେ କ’ଣ ଅଧିକ କଥା କହିଥାନ୍ତି! ବାବା ତ ଗୋଟିଏ ସେକେଣ୍ଡରେ
ଜୀବନମୁକ୍ତିର ରାସ୍ତା ବତାଉଛନ୍ତି । ଇଏ ହେଲେ ଶ୍ରେଷ୍ଠ ଅଳଙ୍କାରୀ, ତେଣୁ ତ ତାଙ୍କର ହିଁ ଚିତ୍ର
ରହିଛି ଯାହାଙ୍କର ବହୁତ ପୂଜା କରିଚାଲିଛନ୍ତି । ଯେତେ ବଡ଼ ଲୋକ, ସେତେ ବଡ଼ ମନ୍ଦିର ତିଆରି କରିବେ
। ଭଲ ଭାବରେ ସଜେଇବେ । ଆଗେ ତ’ ଦେବତାମାନଙ୍କ ମୂର୍ତ୍ତିକୁ ହୀରାର ହାର ପିନ୍ଧାଉଥିଲେ ।
ବାବାଙ୍କର ତ ଅନୁଭବ ଅଛି ନା । ବାବା ନିଜେ ଲକ୍ଷ୍ମୀ-ନାରାୟଣଙ୍କ ପାଇଁ ହୀରାର ହାର ତିଆରି
କରିଥିଲେ । ବାସ୍ତବରେ ତାଙ୍କର ଯେପରି ବେଶ ପୋଷାକ ଏଠାରେ କେହି ବି ତିଆରି କରିପାରିବେ ନାହିଁ ।
ଏବେ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ତିଆରି କରୁଛ । ତେଣୁ ବାବା ବୁଝାଉଛନ୍ତି - ହେ ସନ୍ତାନଗଣ,
ସମୟ ନଷ୍ଟ ନା ନିଜର କର ନା ଅନ୍ୟର କର । ବାବା ଉପାୟ ବହୁତ ସହଜ ବତାଉଛନ୍ତି । ମୋତେ ମନେ ପକାଇଲେ
ପାପ ନଷ୍ଟ ହୋଇଯିବ । ଯୋଗ ବିନା ଏତେ ଶୃଙ୍ଗାର ହୋଇପାରିବ ନାହିଁ! ତୁମେ ଏହିପରି ହେବାକୁ ଯାଉଛ
ନା । ଦୈବୀ ସ୍ୱଭାବ ଧାରଣ କରିବାକୁ ହେବ । ଏଥିରେ କିଛି କହିବାର ମଧ୍ୟ ଆବଶ୍ୟକତା ନାହିଁ ।
କିନ୍ତୁ ବୁଦ୍ଧି ପଥର ହୋଇଯିବା କାରଣରୁ ସବୁ କିଛି ବୁଝାଇବାକୁ ପଡ଼ୁଛି । ବାସ୍ତବରେ ଏହା ଏକ
ସେକେଣ୍ଡର କଥା । ବାବା କହୁଛନ୍ତି - ମିଠା ମିଠା ସନ୍ତାନମାନେ ତୁମେ ନିଜର ବାବାଙ୍କୁ ଭୁଲି
ସୌନ୍ଦର୍ଯ୍ୟକୁ କେତେ ବିଗାଡ଼ି ଦେଇଛ । ବାବା ତ କହୁଛନ୍ତି ଚାଲିଲା-ବୁଲିଲା ବେଳେ ମଧ୍ୟ ନିଜକୁ
ସଜାଉ ଥାଅ । କିନ୍ତୁ ମାୟା ବି କମ୍ ନୁହେଁ । କେହି କେହି ଲେଖୁଛନ୍ତି - ବାବା, ଆପଣଙ୍କ ମାୟା
ମୋତେ ବହୁତ ହଇରାଣ କରୁଛି । ଆରେ ମୋର ମାୟା କେଉଁଠି ଅଛି । ଇଏ ତ ଖେଳ ନା! ମୁଁ ତ ତୁମକୁ ମାୟା
କବଳରୁ ମୁକ୍ତ କରିବାକୁ ଆସିଛି । ମୋର ମାୟା ପୁଣି କେଉଁଠାରୁ ଆସିଲା । ବର୍ତ୍ତମାନ ସମୟରେ ତାହାର
ପୂରା ରାଜ୍ୟ ଚାଲିଛି । ଯେପରି ଏହି ରାତି ଓ ଦିନରେ କିଛି ଫରକ ହୋଇପାରିବ ନାହିଁ, ସେହିପରି ଏହା
ପୁଣି ବେହଦର ରାତି ଓ ଦିନ । ଏଥିରେ ମଧ୍ୟ ଏକ ସେକେଣ୍ଡର ବି ଅନ୍ତର ହୋଇପାରିବ ନାହିଁ । ଏବେ ତୁମେ
ପିଲାମାନେ ପୁରୁଷାର୍ଥର କ୍ରମ ଅନୁସାରେ ଏପରି ସଜେଇ ହେଉଛ । ବାବା କହୁଛନ୍ତି - ଚକ୍ରବର୍ତ୍ତୀ
ରାଜା ହେବାର ଅଛି ତ ଚକ୍ର ଘୂରାଇ ଚାଲ । ଭଲେ ଗୃହସ୍ଥ ବ୍ୟବହାରରେ ରୁହ, କିନ୍ତୁ ଏଥିରେ ସାରା
କାମ ବୁଦ୍ଧି ଦ୍ୱାରା ହାସଲ କରିବାର ଅଛି । ଆତ୍ମାରେ ହିଁ ମନ-ବୁଦ୍ଧି ରହିଛି । ଏଠାରେ ତୁମର
ବାହାରର ଗୋରଖ ଧନ୍ଦା ଆଦି କିଛି ନାହିଁ । ଏଠାକୁ ତୁମେ ଆସୁଛ ନିଜକୁ ସଜାଇବା ପାଇଁ, ରିଫ୍ରେସ ବା
ସତେଜ ହେବା ପାଇଁ । ବାବା ତ ସମସ୍ତଙ୍କୁ ଏକା ଭଳି ପଢାଉଛନ୍ତି । ଏଠାକୁ ବାବାଙ୍କ ପାଖକୁ
ନୂଆ-ନୂଆ ପଏଣ୍ଟ ସମ୍ମୁଖରୁ ଶୁଣିବାକୁ ଆସୁଛନ୍ତି, ପୁଣି ଘରକୁ ଗଲେ ଯାହା କିଛି ଶୁଣିଥାଆନ୍ତି
ତାହା ଭୁଲି ଯାଉଛନ୍ତି । ଏଠାରୁ ବାହାରକୁ ବାହାରିଲେ ହିଁ ଝୁଲା ଖାଲି କରିଦେଉଛନ୍ତି । ଯାହା
ଶୁଣିଲେ ତା ଉପରେ ମନନ-ଚିନ୍ତନ କରୁ ନାହାଁନ୍ତି । ତୁମ ପାଇଁ ତ ଏଠାରେ ଏକାନ୍ତର ଜାଗା ବହୁତ
ରହିଛି । ବାହାରେ ତ ଛାରପୋକ ସବୁ ଘୁରି ବୁଲୁଛନ୍ତି । ଜଣେ ଜଣଙ୍କୁ ହତ୍ୟାକରି ରକ୍ତ
ପିଇଚାଲିଛନ୍ତି ।
ତେବେ ବାବା ପିଲାମାନଙ୍କୁ
ବୁଝାଉଛନ୍ତି - ତୁମର ଏହି ସମୟ ଅତି ମୂଲ୍ୟବାନ୍, ଏହାକୁ ତୁମେ ନଷ୍ଟ କରନାହିଁ । ନିଜକୁ ସଜେଇବା
ପାଇଁ ବହୁତ ଉପାୟମାନ ମିଳିଛି । ମୁଁ ସମସ୍ତଙ୍କର ଉଦ୍ଧାର କରିବା ପାଇଁ ଆସିଛି । ମୁଁ ତୁମକୁ
ବିଶ୍ୱର ବାଦଶାହୀ ଦେବା ପାଇଁ ଆସିଛି । ତେଣୁ ଏବେ ମୋତେ ମନେ ପକାଅ, ସମୟ ନଷ୍ଟ କର ନାହିଁ ।
କାମଧନ୍ଦା କରି ମଧ୍ୟ ବାବାଙ୍କୁ ମନେ ପକାଇଚାଲ । ଏକମାତ୍ର ପରମପିତା ପରମାତ୍ମା ପ୍ରେମିକଙ୍କର ଏତେ
ସବୁ ଆତ୍ମା ଆଶିକ ବା ପ୍ରେମିକା ଅଟନ୍ତି । ସେ ସବୁ ଦୈହିକ କଥା ତ ତୁମେ ବହୁତ ଶୁଣୁଛ । ଏବେ ବାବା
କହୁଛନ୍ତି, ସେ ସବୁକୁ ଭୁଲିଯାଅ । ଭକ୍ତିମାର୍ଗରେ ତୁମେ ମୋତେ ମନେ ପକାଇ ଆସିଲ, ପ୍ରତିଜ୍ଞା
ମଧ୍ୟ କରିଲ, ଆମେ ଆପଣଙ୍କର ହିଁ ହେବୁ । ତେବେ ଅନେକ ପ୍ରେମିକାମାନଙ୍କର ପ୍ରେମିକ କେବଳ ଜଣେ ।
ଭକ୍ତିମାର୍ଗରେ କୁହନ୍ତି - ବ୍ରହ୍ମରେ ଲୀନ ହୋଇଯିବୁ । ଏସବୁ ହେଲା ଫାଲତୁ କଥା । ଜଣେ ବି
ମନୁଷ୍ୟ ମୋକ୍ଷ ପ୍ରାପ୍ତ କରିପାରିବ ନାହିଁ । ଏହି ଡ୍ରାମା ତ’ ଅନାଦି, ଏତେ ସବୁ ଅଭିନେତା
ରହିଛନ୍ତି, ଏଥିରେ ଟିକିଏ ହେଲେ ବି ଫରକ ହୋଇପାରିବ ନାହିଁ । ବାବା କହୁଛନ୍ତି କେବଳ ଏକ
ପରମାତ୍ମାଙ୍କୁ ମନେପକାଅ, ତେବେ ତୁମର ଶୃଙ୍ଗାର ହୋଇଯିବ । ଏବେ ତୁମେ ଏହିପରି ହେଉଛ । ସ୍ମୃତିରେ
ଆସୁଛି - ଅନେକ ଥର ଆମେ ଏହିପରି ସଜେଇ ହୋଇଛୁ । କଳ୍ପ-କଳ୍ପ ବାବା ଆପଣ ଆସିବେ, ଆମେ ଆପଣଙ୍କଠାରୁ
ହିଁ ଶୁଣିବୁ । ଏସବୁ କେତେ ଗୁହ୍ୟ ଗୁହ୍ୟ ପଏଣ୍ଟ । ବାବା ତ ଉପାୟ ବହୁତ ସୁନ୍ଦର ସୁନ୍ଦର
ବତାଇଛନ୍ତି । ଏପରି ବାବାଙ୍କ ପାଖରେ ସମର୍ପିତ ହୋଇଯିବୁ । ପ୍ରେମିକ ପ୍ରେମିକା ମଧ୍ୟ ସମସ୍ତେ
ଏକାପରି ହୋଇ ନ ଥାଆନ୍ତି । ଇଏ ତ ସବୁ ଆତ୍ମାଙ୍କର ଜଣେ ହିଁ ପ୍ରିୟତମ । ଏହା କୌଣସି ଦୈହିକ କଥା
ନୁହେଁ । କିନ୍ତୁ ତୁମକୁ ସଙ୍ଗମ ଯୁଗରେ ହିଁ ବାବାଙ୍କଠାରୁ ଏହି ଯୁକ୍ତି ମିଳୁଛି । କେଉଁଠାକୁ ବି
ତୁମେ ଯାଅ, ଖାଅ-ପିଅ, ବୁଲ, ଚାକିରୀ କର, କିନ୍ତୁ ନିଜକୁ ସଜେଇ ଚାଲ । ଆତ୍ମାମାନେ ସବୁ ଜଣେ
ପ୍ରିୟତମଙ୍କର ପ୍ରିୟତମା ଅଟନ୍ତି । ବାସ୍, କେବଳ ତାଙ୍କୁ ହିଁ ମନେପକାଇ ଚାଲ । କେହି କେହି
ସନ୍ତାନ କହୁଛନ୍ତି ଆମେ ତ ୨୪ ଘଣ୍ଟା ମନେପକାଉଛୁ । କିନ୍ତୁ ସାରା ସମୟ ତ କେହି ମନେ ପକାଇ ପାରିବେ
ନାହିଁ । ଅତି ବେଶିରେ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ମନେ ପକାଇ ପାରିବେ । ଯଦି ଅଧିକ ସମୟ ଲେଖିଲେ
ବାବା ମାନିବେ ନାହିଁ । ଯଦି ଅନ୍ୟମାନଙ୍କୁ ମନେ ପକାଇ ଦେଉନାହଁ ତେବେ କେମିତି ବୁଝାଯିବ ଯେ ତୁମେ
ମନେ ପକାଉଛ ବୋଲି? ଏହା କ’ଣ କିଛି କଠିନ କଥା କି ? ଏଥିରେ କ’ଣ କିଛି ଖର୍ଚ୍ଚ ଅଛି? କିଛି ବି
ନାହିଁ । ବାସ୍, ବାବାଙ୍କୁ ମନେ ପକାଇଚାଲ ତେବେ ତୁମର ପାପ କଟିଯିବ । ଦୈବୀଗୁଣ ମଧ୍ୟ ଧାରଣ
କରିବାକୁ ହେବ । ପତିତମାନେ କେବେ ଶାନ୍ତିଧାମ ବା ସୁଖଧାମକୁ ଯାଇପାରିବେ ନାହିଁ । ବାବା
ପିଲାମାନଙ୍କୁ କହୁଛନ୍ତି ନିଜକୁ ଆତ୍ମା ଭାଇ ଭାଇ ମନେ କର । ୮୪ ଜନ୍ମର ପାର୍ଟ ଏବେ ପୂରା ହେବାକୁ
ଯାଉଛି । ଏହି ପୁରୁଣା ଶରୀରକୁ ଛାଡ଼ିବାକୁ ହେବ । ଡ଼୍ରାମା ଦେଖ କେମିତି ତିଆରି ହୋଇଛି । ତୁମେ
ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ଜାଣୁଛ । ଦୁନିଆରେ ତ କେହି କିଛି ବି ବୁଝୁନାହାଁନ୍ତି ।
ପ୍ରତ୍ୟେକେ ନିଜକୁ ପଚାରନ୍ତୁ ଯେ ଆମେ ବାବାଙ୍କ ଶ୍ରୀମତରେ ଚାଲୁଛୁ? ଯଦି ଚାଲିବୁ ତେବେ
ଦିବ୍ୟଗୁଣରେ ନିଜକୁ ବହୁତ ଭଲ ଭାବେ ସଜେଇ ହୋଇପାରିବୁ । ଜଣେ-ଜଣଙ୍କୁ ଓଲଟା କଥା ଶୁଣାଇ ଅଥବା
ଶୁଣି ନିଜର ଶୋଭା ବିଗାଡ଼ି ଦେଉଛନ୍ତି ଏବଂ ଅନ୍ୟମାନଙ୍କର ବି ବିଗାଡ଼ି ଦେଉଛନ୍ତି । ପିଲାମାନଙ୍କୁ
ତ ଏହି ନିଶା ଲାଗି ରହିବା ଉଚିତ୍ ଯେ ଆମେ ଏପରି ଶୋଭନୀୟ କେମିତି ହେବୁ । ବାକି ତ ଯାହା ସବୁ କିଛି
ଅଛି ଠିକ୍ ଅଛି । କେବଳ ପେଟ ପାଇଁ ରୁଟି ଆରାମରେ ମିଳିଯାଉ । ବାସ୍ତବରେ ପେଟ ବେଶି ଖାଏ ନାହିଁ ।
ଯଦିଓ ତୁମେ ସନ୍ନ୍ୟାସୀ ଅଟ କିନ୍ତୁ ରାଜଯୋଗୀ ମଧ୍ୟ ଅଟ । ନା ବହୁତ ବେଶି, ନା ବହୁତ କମ୍ ଖାଅ ।
ଭଲେ ଖାଅ ପରନ୍ତୁ ବେଶି ଅଭ୍ୟାସରେ ନ ପଡ଼ୁ । ଏହି କଥା ଜଣେ ଅନ୍ୟ ଜଣଙ୍କୁ ମନେ ପକାଇଦିଅ -
ଶିବବାବା ମନେ ଅଛନ୍ତି ? ସମ୍ପତ୍ତି ମନେ ଅଛି? ବିଶ୍ୱର ବାଦଶାହୀର ଶୃଙ୍ଗାର ମନେ ଅଛି? ବିଚାର କର
- ବସି-ବସି ତୁମର କି ରୋଜଗାର ହେଉଛି ! ଏହି ରୋଜଗାରରେ ଅପାର ଖୁସି ମିଳୁଛି, କେବଳ ଯୋଗର
ଯାତ୍ରାରେ ରୁହ ଆଉ କିଛି କଷ୍ଟ ନାହିଁ । ଭକ୍ତିମାର୍ଗରେ ମନୁଷ୍ୟମାନେ କେତେ ଧକ୍କା ଖାଉଛନ୍ତି ।
ଏବେ ବାବା ଆସିଛନ୍ତି ସଜେଇବା ପାଇଁ । ତେବେ ନିଜର ଭଲ ଭାବରେ ଖିଆଲ ରଖ । ଭୁଲି ଯାଅ ନାହିଁ ।
କିନ୍ତୁ ମାୟା ଭୁଲାଇ ଦେଉଛି, ପୁଣି ସମୟ ମଧ୍ୟ ବହୁତ ନଷ୍ଟ କରୁଛନ୍ତି । ତୁମର ତ ଏହା ବହୁତ
ମଲ୍ୟବାନ୍ ସମୟ । ପାଠପଢାରେ ପରିଶ୍ରମ କରି ମନୁଷ୍ୟ କ’ଣରୁ କ’ଣ ହୋଇଯାଉଛନ୍ତି । ବାବା
ତୁମମାନଙ୍କୁ ଆଉ କିଛି କଷ୍ଟ ଦେଉ ନାହାଁନ୍ତି, ଖାଲି କହୁଛନ୍ତି - ମୋତେ ମନେପକାଅ । କିଛି ବି ବହି
ଆଦି ପଢିବାର ଆବଶ୍ୟକତା ନାହିଁ । ବାବା କ’ଣ କିଛି ବହି ଧରିଥା’ନ୍ତି କି? ବାବା କହୁଛନ୍ତି ମୁଁ
ଆସି ଏହି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ତୁମମାନଙ୍କୁ ପୋଷ୍ୟ କରୁଛି । ପ୍ରଜାପିତା ଅଛନ୍ତି ନା
। ତେବେ ଏତେ ଔରସଜାତ ପ୍ରଜା କେମିତି ହେବେ? ପିଲାମାନେ ପୋଷ୍ୟ ହୋଇଥା’ନ୍ତି । ସମ୍ପତ୍ତି ବା
ବର୍ସା ବାବାଙ୍କଠାରୁ ମିଳୁଛି । ବାବା ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ ରୂପେ ଗ୍ରହଣ କରୁଛନ୍ତି,
ସେଥିପାଇଁ ତାଙ୍କୁ ମାତା-ପିତା ବୋଲି କୁହାଯାଉଛି । ଏହା ମଧ୍ୟ ତୁମେ ଜାଣିଛ । ବାବାଙ୍କର ଆସିବା
ପୂରା ଆକ୍ୟୁରେଟ୍ ବା ସଠିକ୍ । ଠିକ୍ ସମୟରେ ଆସୁଛନ୍ତି ଏବଂ ଠିକ୍ ସମୟରେ ଯିବେ । ଦୁନିଆର
ପରିବର୍ତ୍ତନ ତ ନିଶ୍ଚିତ ହେବ । ଏବେ ବାବା ତୁମମାନଙ୍କୁ କେତେ ବୁଦ୍ଧି ଦେଉଛନ୍ତି । ବାବାଙ୍କ ମତ
ଅନୁସାରେ ଚାଲିବାକୁ ହେବ । ଛାତ୍ର ଯାହା କିଛି ପଢନ୍ତି ତାହା ବୁଦ୍ଧିରେ ଚିନ୍ତନ କରନ୍ତି । ତୁମେ
ବି ଏହି ସଂସ୍କାର ନେଇଯାଉଛ । ଯେପରି ବାବାଙ୍କଠାରେ ସଂସ୍କାର ରହିଛି, ସେହିପରି ତୁମ ଆତ୍ମାରେ ବି
ଏହି ସଂସ୍କାର ଭରୁଛନ୍ତି । ପୁଣି ଯେତେବେଳେ ଏଠାକୁ ଆସିବ ସେହି ପାର୍ଟର ପୁନରାବୃତ୍ତି ହେବ ।
ପୁରୁଷାର୍ଥର କ୍ରମ ଅନୁସାରେ ଆସିବ । ନିଜର ହୃଦୟକୁ ପଚାର ନିଜକୁ ସଜେଇବା ପାଇଁ କେତେ ପୁରୁଷାର୍ଥ
କଲ । କେଉଁଠି ସମୟ ନଷ୍ଟ ତ କରିନାହଁ ତ? ବାବା ସାବଧାନ କରୁଛନ୍ତି - ବାହାର କଥାରେ ଆଦୌ ସମୟ
ନଷ୍ଟ କରନାହିଁ । ବାବାଙ୍କର ଶ୍ରୀମକୁ ମନେ ରଖ । ମନୁଷ୍ୟ ମତରେ ଚାଲ ନାହିଁ । ତୁମକୁ କ’ଣ
ଜଣାଥିଲା କି ଆମେ ପୁରୁଣା ଦୁନିଆରେ ଅଛୁ । ତୁମେ କ’ଣ ଥିଲ, ତାହା ବାବା ବତାଉଛନ୍ତି । ଏହି
ପୁରୁଣା ଦୁନିଆରେ କେତେ ଅପାର ଦୁଃଖ ରହିଛି । ଏହା ମଧ୍ୟ ଡ଼୍ରାମା ଅନୁସାରେ ପାର୍ଟ ମିଳିଛି ।
ଡ଼୍ରାମା ଅନୁସାରେ ଅନେକ ଅନେକ ବିଘ୍ନ ମଧ୍ୟ ପଡ଼ୁଛି । ବାବା ବୁଝାଉଛନ୍ତି - ପିଲାମାନେ, ଏହା
ଜ୍ଞାନ ଏବଂ ଭକ୍ତିର ଖେଳ । ଏହା ଆଶ୍ଚର୍ଯ୍ୟଜନକ ଡ଼୍ରାମା । ଏତେ ଛୋଟ ଆତ୍ମାରେ ସାରା ଅବିନାଶୀ
ପାର୍ଟ ଭରି ହୋଇଯାଇଛି, ଯାହାକୁ ସେ ଅଭିନୟ କରି ଚାଲିଛି । ଆଚ୍ଛା
ମିଠ ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତାପି-ତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅନ୍ୟ ସବୁ
କଥାକୁ ଛାଡି ଏହି ଗୋଟିଏ ଲଗନରେ ରହିବାକୁ ହେବ ଯେ ମୁଁ ଲକ୍ଷ୍ମୀ-ନାରାୟଣଙ୍କ ଭଳି ଶୃଙ୍ଗାରଧାରୀ
କିପରି ହେବି?
(୨) ନିଜକୁ ନିଜେ
ପଚାରିବାକୁ ହେବ ଯେ:-
(୧) ମୁଁ ଶ୍ରୀମତରେ
ଚାଲିବା ସହିତ ମନମନାଭବର ମନ୍ତ୍ର ଦ୍ୱାରା ନିଜର ଶୃଙ୍ଗାରକୁ ଠିକ୍ କରୁଛି?
(୨) ଓଲଟା-ସୋଲଟା କଥା
ଶୁଣି ବା ଶୁଣାଇ ଶୃଙ୍ଗାରକୁ ବିଗାଡୁ ନାହିଁ ତ?
(୩) ପରସ୍ପର ମଧ୍ୟରେ
ସ୍ନେହପୂର୍ଣ୍ଣ ସମ୍ବନ୍ଧ ରହିଛି? ନିଜର ମୂଲ୍ୟବାନ ସମୟକୁ କେଉଁଠି ନଷ୍ଟ ତ କରୁନାହିଁ?
(୪) ଦୈବୀ ସ୍ୱଭାବ ଧାରଣ
କରିଛି?
ବରଦାନ:-
ବ୍ୟର୍ଥ
ସଂକଳ୍ପର କାରଣକୁ ଜାଣି ତା’କୁ ସମାପ୍ତ କରୁଥିବା ସମାଧାନ ସ୍ୱରୂପ ଆତ୍ମା ହୁଅ ।
ବ୍ୟର୍ଥ ସଂକଳ୍ପ
ଉତ୍ପନ୍ନ ହେବାର ମୁଖ୍ୟ ରୂପରେ ଦୁଇଟି କାରଣ ରହିଛି (୧) ଅଭିମାନ (୨) ଅପମାନ । ମୋତେ କମ୍
କାହିଁକି ମିଳିଲା । ମୋ’ର ମଧ୍ୟ ଏହିଭଳି ପଦ ହେବା ଦରକାର, ମୋତେ ମଧ୍ୟ ଆଗରେ ରଖିବା ଦରକାର....
। ତେବେ ଏଥିରେ ହୁଏ ତ ନିଜର ଅପମାନ ଅନୁଭବ କରିଥାଆନ୍ତି, ନଚେତ୍ ଅଭିମାନରେ ଆସିଯାଆନ୍ତି । ନାମ
ପ୍ରାପ୍ତ କରିବାରେ, ସମ୍ମାନ ପ୍ରାପ୍ତ କରିବାରେ, ପ୍ରତିଷ୍ଠା ପ୍ରାପ୍ତ କରିବାରେ, ସେବାରେ ତଥା
ଆଗରେ ରହିବାରେ ଅଭିମାନ ବା ଅପମାନର ଅନୁଭବ କରିବା ହିଁ ବ୍ୟର୍ଥ ସଂକଳ୍ପ ଉତ୍ପନ୍ନ ହେବାର କାରଣ
ଅଟେ । ତେଣୁ ଏହି କାରଣକୁ ଜାଣି ତା’ର ନିବାରଣ କରିବା ହିଁ ସମାଧାନ ସ୍ୱରୂପ ହେବା ।
ସ୍ଲୋଗାନ:-
ଶାନ୍ତିର ଶକ୍ତି
ଦ୍ୱାରା ସ୍ୱିଟ୍ ହୋମ୍ ଅର୍ଥାତ୍ ଶାନ୍ତିଧାମକୁ ଯାତ୍ରା କରିବା ଅତି ସହଜ ଅଟେ ।