14.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ପୁରୁଷୋତ୍ତମ ସଂଗମଯୁଗ କଲ୍ୟାଣକାରୀ ଯୁଗ ଅଟେ, ଏହି ଯୁଗରେ ହିଁ ତୁମେ କନିଷ୍ଠରୁ ଉତ୍ତମ ପୁରୁଷ
ହେଉଛ ଏବଂ ବିଶ୍ୱ ପରିବର୍ତ୍ତନ ହେଉଛି ।”
ପ୍ରଶ୍ନ:-
ଏହି ଜ୍ଞାନ
ମାର୍ଗରେ କେଉଁ କଥା ଭାବିବା ଦ୍ୱାରା ବା କହିବା ଦ୍ୱାରା କଦାପି ଉନ୍ନତି ହୋଇପାରିବ ନାହିଁ?
ଉତ୍ତର:-
ଯଦି ଡ୍ରାମାରେ ଥିବ ତେବେ ପୁରୁଷାର୍ଥ କରିବି । ଡ୍ରାମା କରାଇଲେ ଯାଇ କରିବି । ଏହିଭଳି ଭାବୁଥିବା
ବା କହୁଥିବା ପିଲାମାନଙ୍କର କଦାପି ଉନ୍ନତି ହୋଇପାରିବ ନାହିଁ । ଏପରି କହିବା ହିଁ ଭୁଲ୍ ଅଟେ ।
ତୁମେ ଜାଣିଛ ଏବେ ଆମେ ଯେଉଁ ପୁରୁଷାର୍ଥ କରୁଛୁ, ତାହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି ।
ତେଣୁ ପୁରୁଷାର୍ଥ କରିବାକୁ ହିଁ ପଡିବ ।
ଗୀତ:-
ୟହ କାହାଣୀ ହେ
ଦିୟେ ଔର ତୁଫାନ କି.......
ଓମ୍ ଶାନ୍ତି ।
ଏହା ହେଉଛି
କଳିଯୁଗୀ ମନୁଷ୍ୟମାନଙ୍କର ଗୀତ । କିନ୍ତୁ ଏହାର ଅର୍ଥକୁ ସେମାନେ ଜାଣି ନାହାଁନ୍ତି । ଏକଥା ତୁମେ
ଜାଣିଛ । ଏବେ ତୁମେ ହେଲ ପୁରୁଷୋତ୍ତମ ସଂଗମଯୁଗୀ । ସଂଗମଯୁଗ ସହିତ ପୁରୁଷୋତ୍ତମ ମଧ୍ୟ ଲେଖିବା
ଦରକାର । ପିଲାମାନଙ୍କର ଜ୍ଞାନର ପଏଣ୍ଟସ୍ ମନେ ନରହିବା କାରଣରୁ ଏଭଳି ପ୍ରକାରର ଅକ୍ଷର ଲେଖିବାକୁ
ଭୁଲିଯାଉଛନ୍ତି । ଏହା ହିଁ ହେଉଛି ମୁଖ୍ୟ କଥା, ଏହାର ଅର୍ଥକୁ ମଧ୍ୟ ତୁମେ ହିଁ ବୁଝିପାରିବ ।
ପୁରୁଷୋତ୍ତମ ମାସ ମଧ୍ୟ ରହିଛି । ଏହା ପୁଣି ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏହି ସଂଗମର ମଧ୍ୟ
ଏକ ପର୍ବ ରହିଛି । ଏହି ପର୍ବ ସବୁଠାରୁ ଶ୍ରେଷ୍ଠ ଅଟେ । ତୁମେ ଜାଣିଛ ଏବେ ଆମେ ପୁରୁଷୋତ୍ତମ
ହେବାକୁ ଯାଉଛୁ । ଉତ୍ତମରୁ ଉତ୍ତମ ପୁରୁଷ, ଉଚ୍ଚରୁ ଉଚ୍ଚ, ସାହୁକାରରୁ ସାହୁକାର ନମ୍ବରୱାନ୍
ଲକ୍ଷ୍ମୀ-ନାରାୟଣଙ୍କୁ କୁହାଯିବ । ଶାସ୍ତ୍ରରେ ଦେଖାନ୍ତି - ବହୁତ ବଡ ପ୍ରଳୟ ହେଲା । ପୁଣି
ନମ୍ବରୱାନ୍ ଶ୍ରୀକୃଷ୍ଣ ସାଗରରେ ଅଶ୍ୱତଥ୍ ପତ୍ରରେ ଭାସି ଭାସି ଆସିଲେ । ଏବେ ତୁମେ କ’ଣ କହିବ?
ନମ୍ବରୱାନ ହେଲେ ଏହି ଶ୍ରୀକୃଷ୍ଣ, ଯାହାଙ୍କୁ ହିଁ ଶ୍ୟାମ-ସୁନ୍ଦର କୁହାଯାଏ । ଶାସ୍ତ୍ରରେ
ଦେଖାଇଛନ୍ତି - ଶ୍ରୀକୃଷ୍ଣ ଆଙ୍ଗୁଠି ଚୁଚୁମି ଚୁଚୁମି ଆସିଲେ । ପିଲା ତ ଗର୍ଭରେ ହିଁ ରହିଥାଏ ।
ତେଣୁ ପ୍ରଥମେ ପ୍ରଥମେ ଜ୍ଞାନ ସାଗରଙ୍କଠାରୁ ଉତ୍ତମରୁ ଉତ୍ତମ ପୁରୁଷ ଶ୍ରୀକୃଷ୍ଣ ବାହାରିଲେ ।
ଜ୍ଞାନ ସାଗରଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା ହେଉଛି । ଏଥିରେ ନମ୍ବରୱାନ ପୁରୁଷୋତ୍ତମ ହେଉଛନ୍ତି
ଏହି ଶ୍ରୀକୃଷ୍ଣ ଏବଂ ଇଏ ହେଲେ ଜ୍ଞାନର ସାଗର ପାଣିର ନୁହେଁ । ବାସ୍ତବରେ ପ୍ରଳୟ ମଧ୍ୟ ହେଉ ନାହିଁ
। କେତେକ ନୂଆ-ନୂଆ ସନ୍ତାନ ଆସୁଥିବାରୁ ବାବାଙ୍କୁ ପୁଣି ପୁରୁଣା ପଏଣ୍ଟସ୍ର ପୁନରାବୃତ୍ତି
କରିବାକୁ ପଡୁଛି । ସତ୍ୟଯୁଗ-ତ୍ରେତା-ଦ୍ୱାପର-କଳିଯୁଗ... ଏହି ୪ ଯୁଗ ତ’ ରହିଛି । ପଞ୍ଚମ ପୁଣି
ପୁରୁଷୋତ୍ତମ ସଂଗମଯୁଗ । ଏହି ଯୁଗରେ ମନୁଷ୍ୟ ପରିବର୍ତ୍ତନ ହେଉଛନ୍ତି । କନିଷ୍ଠରୁ ସର୍ବୋତ୍ତମ
ହେଉଛନ୍ତି । ଯେପରି ଶିବବାବାଙ୍କୁ ମଧ୍ୟ ପୁରୁଷୋତ୍ତମ ଅଥବା ସର୍ବୋତ୍ତମ କହୁଛନ୍ତି ନା । ସେ
ହେଉଛନ୍ତି ପରମ ଆତ୍ମା, ପରମାତ୍ମା । ପୁଣି ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ହେଉଛନ୍ତି ଏହି
ଲକ୍ଷ୍ମୀ-ନାରାୟଣ । ଏହାଙ୍କୁ ଏହିପରି କିଏ କରିଛନ୍ତି? ଏକଥା ତୁମେମାନେ ହିଁ ଜାଣିଛ । ପିଲାମାନେ
ମଧ୍ୟ ବୁଝୁଛନ୍ତି, ଏହି ସମୟରେ ଆମେ ଏହିପରି ହେବା ପାଇଁ ପୁରୁଷାର୍ଥ କରୁଛୁ । ପୁରୁଷାର୍ଥ କୌଣସି
ବହୁତ ବଡ ନୁହେଁ, ବହୁତ ସାଧାରଣ ଅଟେ । ଅବଳା କୁବ୍ଜାମାନେ ବି ଶିଖୁଛନ୍ତି, ଯେଉଁମାନେ କିଛି
ହେଲେ ଲେଖା-ପଢା ଜାଣି ନାହାଁନ୍ତି, ସେମାନଙ୍କ ପାଇଁ କେତେ ସହଜ କରି ବୁଝାଯାଉଛି । ଦେଖ
ଅହମ୍ମଦାବାଦର ଜଣେ ସାଧୁ କହୁଥିଲେ ମୁଁ କିଛି ଖିଆପିଆ କରୁ ନାହିଁ । ଆଚ୍ଛା ଯଦି କେହି ସାରା
ଜୀବନ ଖିଆପିଆ ନ କରୁଛନ୍ତି ପୁଣି କ’ଣ ହେଲା? ପ୍ରାପ୍ତି ତ କିଛି ହେଲା ନାହିଁ ନା । ବୃକ୍ଷକୁ
ମଧ୍ୟ ଖାଦ୍ୟ ମିଳୁଛି ନା । ସ୍ୱତଃ ଖତ ପାଣି ଆଦି ତାକୁ ମିଳୁଛି, ଯାହା ଦ୍ୱାରା ବୃକ୍ଷର ବୃଦ୍ଧି
ହେଉଛି । ସେ ମଧ୍ୟ କୌଣସି ରିଦ୍ଧି-ସିଦ୍ଧି ପାଇଥିବେ । ଏହିପରି ବହୁତ ଅଛନ୍ତି ଯିଏକି ନିଆଁ ଅଥବା
ପାଣି ଉପରେ ଚାଲୁଛନ୍ତି । ଏହା ଦ୍ୱାରା ଲାଭ କ’ଣ । ତୁମର ତ ଏହି ସହଜ ରାଜଯୋଗ ଦ୍ୱାରା
ଜନ୍ମ-ଜନ୍ମାନ୍ତରର ଫାଇଦା ରହିଛି । ତୁମକୁ ମୁଁ ଜନ୍ମ-ଜନ୍ମାନ୍ତର ପାଇଁ ଦୁଃଖୀରୁ ସୁଖୀ କରାଉଛି
। ବାବା କହୁଛନ୍ତି - ପିଲାମାନେ, ଡ୍ରାମା ଅନୁସାରେ ମୁଁ ତୁମକୁ ଗୁହ୍ୟ କଥା ଶୁଣାଉଛି ।
ଯେପରି ବାବା ବୁଝାଉଛନ୍ତି
ଯେ ଶିବ ଏବଂ ଶଙ୍କରଙ୍କୁ କାହିଁକି ମିଶାଇ ଦେଇଛନ୍ତି? ଶଙ୍କରଙ୍କର ତ’ ଏହି ସୃଷ୍ଟିରେ ପାର୍ଟ ହିଁ
ନାହିଁ । ଶିବ, ବ୍ରହ୍ମା, ବିଷ୍ଣୁଙ୍କର ପାର୍ଟ ରହିଛି । ବ୍ରହ୍ମା ଏବଂ ବିଷ୍ଣୁଙ୍କର ଅଲରାଉଣ୍ଡ
ପାର୍ଟ ରହିଛି । ଶିବବାବାଙ୍କର ମଧ୍ୟ ଏହି ସମୟରେ ପାର୍ଟ ରହିଛି, ଯିଏକି ଆସି ଜ୍ଞାନ ଦେଉଛନ୍ତି ।
ପୁଣି ନିର୍ବାଣଧାମକୁ ଚାଲିଯାଉଛନ୍ତି । ପିଲାମାନଙ୍କୁ ସମ୍ପତ୍ତି ଦେଇ ନିଜେ ବାନପ୍ରସ୍ଥକୁ
ଚାଲିଯାଉଛନ୍ତି । ବାନପ୍ରସ୍ଥୀ ହେବା ଅର୍ଥାତ୍ ଗୁରୁଙ୍କ ଦ୍ୱାରା ବାଣୀରୁ ଉର୍ଦ୍ଧ୍ୱକୁ ଯିବାର
ପୁରୁଷାର୍ଥ କରିବା । କିନ୍ତୁ ଘରକୁ କେହି ଫେରି ଯାଇପାରିବେ ନାହିଁ କାହିଁକି ନା ବିକାରୀ
ଭ୍ରଷ୍ଟାଚାରୀ ଅଟନ୍ତି । ବିକାର ଦ୍ୱାରା ସମସ୍ତଙ୍କର ଜନ୍ମ ହେଉଛି । ଏହି ଲକ୍ଷ୍ମୀ-ନାରାୟଣ
ନିର୍ବିକାରୀ ଅଟନ୍ତି, ସେମାନଙ୍କର ବିକାର ଦ୍ୱାରା ଜନ୍ମ ହେଉ ନାହିଁ ସେଥିପାଇଁ ଶ୍ରେଷ୍ଠାଚାରୀ
କହୁଛନ୍ତି । କୁମାରୀମାନେ ନିର୍ବିକାରୀ ଅଟନ୍ତି - ସେଥିପାଇଁ ତାଙ୍କ ସମ୍ମୁଖରେ ମୁଣ୍ଡ
ନୁଆଁଇଥା’ନ୍ତି । ତେଣୁ ବାବା ବୁଝାଇଛନ୍ତି ଯେ ଏଠାରେ ଶଙ୍କରଙ୍କର କୌଣସି ପାର୍ଟ ହିଁ ନାହିଁ,
ବାକି ପ୍ରଜାପିତା ବ୍ରହ୍ମା ତ ନିଶ୍ଚୟ ପ୍ରଜାଙ୍କର ପିତା ହେଲେ ନା । ଶିବବାବାଙ୍କୁ ତ
ଆତ୍ମାମାନଙ୍କର ପିତା ବୋଲି କୁହାଯିବ । ସେ ହେଉଛନ୍ତି ଅବିନାଶୀ ପିତା, ଏହି ଗୁହ୍ୟ କଥାକୁ ଭଲ
ଭାବରେ ଧାରଣ କରିବାକୁ ହେବ । ବଡ-ବଡ ଫିଲୋସୋଫର୍ (ଦାର୍ଶନିକ)ମାନଙ୍କୁ ବହୁତ ଉପାଧି ମିଳିଥାଏ ।
ଶ୍ରୀ ଶ୍ରୀ ୧୦୮ର ଉପାଧି ମଧ୍ୟ ବିଦ୍ୱାନମାନଙ୍କୁ ମିଳିଥାଏ । ବନାରସ କଲେଜରୁ ପାସ୍ କରି ଉପାଧି
ନେଇ ଆସୁଛନ୍ତି । ବାବା ସେଥିପାଇଁ ଗୁପ୍ତାଜୀଙ୍କୁ ବନାରସ ପଠାଇଥିଲେ ଯେ ସେମାନଙ୍କୁ ଯାଇ ବୁଝାଅ
କି ବାବାଙ୍କର ଉପାଧିକୁ ମଧ୍ୟ ନିଜ ଉପରେ ରଖି ବସିଛ । ବାବାଙ୍କୁ ଶ୍ରୀ ଶ୍ରୀ ୧୦୮ ଜଗତଗୁରୁ
କୁହାଯାଉଛି । ମାଳା ହିଁ ୧୦୮ର ହୋଇଥାଏ । ୮ ରତ୍ନର ମଧ୍ୟ ଗାୟନ ରହିଛି । ସେମାନେ ସମ୍ମାନର ସହିତ
ପାସ୍ କରୁଛନ୍ତି ସେଥିପାଇଁ ଭକ୍ତମାନେ ତାଙ୍କର ଜପ କରୁଛନ୍ତି । ପୁଣି ତାଙ୍କଠାରୁ କମ୍ ୧୦୮ର ପୂଜା
କରୁଛନ୍ତି । ଯଜ୍ଞ ରଚନା କଲେ କେହି ୧୦୦୦, କେହି ୧୦ ହଜାର, ୫୦ ହଜାର, ଲକ୍ଷେ ଶାଳଗ୍ରାମ ମଧ୍ୟ
ତିଆରି କରିଥା’ନ୍ତି । ମାଟିରେ ତିଆରି କରି ପୁଣି ଯଜ୍ଞ ରଚନା କରିଥା’ନ୍ତି । ଯେତେ ଭଲରୁ ଭଲ ସେଠ
ବଡରୁ ବଡ ସେଠ୍ ହୋଇଥିଲେ ଲକ୍ଷେ ତିଆରି କରିବେ । ବାବା ବୁଝାଇଛନ୍ତି ଯେ ମାଳା ତ ବଡ ଅଟେ ନା -
୧୬୧୦୮ର ମାଳା ତିଆରି କରୁଛନ୍ତି । ଏକଥା ତୁମମାନଙ୍କୁ ବାବା ବସି ବୁଝାଉଛନ୍ତି । ତୁମେମାନେ
ସମସ୍ତେ ବାବାଙ୍କ ସହିତ ଭାରତର ସେବା କରୁଛ । ବାବାଙ୍କର ପୂଜା ହେଉଛି ତେଣୁ ପିଲାମାନଙ୍କର ମଧ୍ୟ
ପୂଜା ହେବା ଦରକାର । ଏକଥା ଜାଣି ନାହାଁନ୍ତି ଯେ ରୁଦ୍ର ପୂଜା କାହିଁକି ହେଉଛି । ସମସ୍ତେ ତ’
ଶିବବାବାଙ୍କର ସନ୍ତାନ ଅଟନ୍ତି । ଏହି ସମୟରେ ସୃଷ୍ଟିର ଜନସଂଖ୍ୟା କେତେ ରହିଛି ଏଠାରେ ଥିବା
ସମସ୍ତ ଆତ୍ମା ଶିବବାବାଙ୍କର ସନ୍ତାନ ଅଟନ୍ତି ନା । କିନ୍ତୁ ସମସ୍ତେ ସହଯୋଗୀ ହେଉ ନାହାଁନ୍ତି ।
ବର୍ତ୍ତମାନ ତୁମେ ଯେତେ ଯୋଗ କରିବ ସେତେ ଶ୍ରେଷ୍ଠ ହେବ । ତୁମେ ପୂଜା ଯୋଗ୍ୟ ହେଉଛ । ଏପରି ଆଉ
କାହାର ଶକ୍ତି ନାହିଁ ଯିଏକି ଏହି କଥା ବୁଝାଇବେ ସେଥିପାଇଁ କହିଦେଉଛନ୍ତି ଈଶ୍ୱରଙ୍କର ଅନ୍ତ କେହି
ହେଲେ ଜାଣି ନାହାଁନ୍ତି । ବାବା ହିଁ ଆସି ବୁଝାଉଛନ୍ତି, ବାବାଙ୍କୁ ଜ୍ଞାନର ସାଗର କୁହାଯାଉଛି
ତେବେ ନିଶ୍ଚୟ ସିଏ ଜ୍ଞାନ ଦେଉଥିବେ ନା । ପ୍ରେରଣାର କଥା ତ’ ନାହିଁ । ଭଗବାନ କୌଣସି ପ୍ରେରଣା
ଦ୍ୱାରା ବୁଝାଉଛନ୍ତି କି! ତୁମେ ଜାଣିଛ ତାଙ୍କ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି
। ସେହି ଜ୍ଞାନ ସେ ତୁମମାନଙ୍କୁ ଶୁଣାଉଛନ୍ତି । ଏହି ନିଶ୍ଚୟ ତ’ ରହିଛି - ନିଶ୍ଚୟ ଥାଇ ମଧ୍ୟ
ବାବାଙ୍କୁ ଭୁଲିଯାଉଛନ୍ତି । ବାବାଙ୍କର ସ୍ମୃତି ହିଁ ହେଉଛି ଏହି ପାଠପଢାର ସାରାଂଶ । ଯୋଗର
ଯାତ୍ରା ଦ୍ୱାରା କର୍ମାତୀତ ଅବସ୍ଥାକୁ ପାଇବା ପାଇଁ ପରିଶ୍ରମ କରିବାକୁ ପଡୁଛି, ଏଥିରେ ହିଁ
ମାୟାର ବିଘ୍ନ ଆସୁଛି । ପାଠପଢାରେ ଏତେ ବିଘ୍ନ ଆସୁନାହିଁ । ଶଙ୍କରଙ୍କ ନିମନ୍ତେ କହନ୍ତି ଶଙ୍କର
ଆଖି ଖୋଲିଲେ ବିନାଶ ହୁଏ, ଏହା କହିବା ମଧ୍ୟ ଠିକ୍ ନୁହେଁ । ବାବା କହୁଛନ୍ତି - ନା ମୁଁ ବିନାଶ
କରାଉଛି ନା ସେ କରୁଛନ୍ତି, ଏକଥା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ଦେବତାମାନେ କ’ଣ ପାପ କରିବେ କି !
ଏବେ ଶିବବାବା ବସି ଏହି କଥା ବୁଝାଉଛନ୍ତି । ଆତ୍ମାର ଏହି ଶରୀର ହେଉଛି ରଥ । ପ୍ରତ୍ୟେକ ଆତ୍ମା
ନିଜସ୍ୱ ରଥ ଉପରେ ବସିଛନ୍ତି । ବାବା କହୁଛନ୍ତି ମୁଁ ଏହାଙ୍କର ଶରୀରକୁ ଧାର ନେଉଛି, ସେଥିପାଇଁ
ମୋର ଜନ୍ମକୁ ଦିବ୍ୟ ଅଲୌକିକ ବୋଲି କୁହାଯାଉଛି । ଏବେ ତୁମର ବୁଦ୍ଧିରେ ୮୪ ଜନ୍ମର ଚକ୍ର ରହିଛି ।
ଜାଣିଛ ଯେ ଏବେ ଆମେ ଘରକୁ ଯାଉଛୁ, ପୁଣି ସ୍ୱର୍ଗକୁ ଆସିବୁ । ବାବା ବହୁତ ସହଜ କରି ବୁଝାଉଛନ୍ତି
। ଏଥିରେ ହାର୍ଟଫେଲ୍ ହେବା ଅନୁଚିତ୍ । କହୁଛନ୍ତି ବାବା ଆମେ ପଢ଼ାଲେଖା ଜାଣିନୁ । ମୁଖରୁ କିଛି
ହେଲେ ବାହାରୁ ନାହିଁ । କିନ୍ତୁ ଏପରି ତ’ ହୁଏ ନାହିଁ । ମୁଖ ତ’ ନିଶ୍ଚୟ ଚାଲୁଛି । ଖାଇବା ସମୟରେ
ମୁଖ ଚାଲୁଛି ନା । ବାଣୀ ବାହାରିବ ନାହିଁ ଏକଥା ତ ହୋଇପାରିବ ନାହିଁ । ବାବା ବହୁତ ସରଳ କରି
ବୁଝାଇଛନ୍ତି । କେହି ମୌନରେ ରହିଲେ ମଧ୍ୟ ଉପରକୁ ଈଶାରା କରିଦିଅନ୍ତି ଯେ ତାଙ୍କୁ ମନେ ପକାଅ ।
ଦୁଃଖହର୍ତ୍ତା ସୁଖକର୍ତ୍ତା ସେ ହିଁ ଏକ ମାତ୍ର ଦାତା ଅଟନ୍ତି । ଭକ୍ତିମାର୍ଗରେ ମଧ୍ୟ ଦାତା ତ
ବର୍ତ୍ତମାନ ସମୟରେ ମଧ୍ୟ ସେ ଦାତା ଅଟନ୍ତି, ପୁଣି ବାନପ୍ରସ୍ଥରେ ଶାନ୍ତି ହିଁ ଶାନ୍ତି ରହିଛି ।
ପିଲାମାନେ ମଧ୍ୟ ଶାନ୍ତିଧାମରେ ରହୁଛନ୍ତି । ଆତ୍ମାରେ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି, ଯାହାକି
ଅଭିନୟ କରୁଛି । ବର୍ତ୍ତମାନ ଆମର ପାର୍ଟ ହେଉଛି - ବିଶ୍ୱକୁ ନୂଆ କରିବା । ତାଙ୍କର ନାମ ବହୁତ ଭଲ
- ହେଭେନ୍ଲୀ ଗଡ୍ ଫାଦର । ବାବା ସ୍ୱର୍ଗର ରଚୟିତା ଅଟନ୍ତି । ବାବା କ’ଣ ନର୍କ ରଚନା କରିବେ କି!
ପୁରୁଣା ଦୁନିଆ କେହି ରଚନା କରନ୍ତି କି! ଘର ସର୍ବଦା ନୂଆ ତିଆରି କରାଯାଇଥାଏ । ଶିବବାବା
ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆ ରଚନା କରୁଛନ୍ତି । ଏହାଙ୍କୁ ପାର୍ଟ ମିଳିଛି - ଏହି ପୁରୁଣା
ଦୁନିଆରେ ଯେଉଁ ମନୁଷ୍ୟମାନେ ରହିଛନ୍ତି, ସମସ୍ତେ ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି ।
ତୁମେ ଜାଣିଛ ଆମେ ହେଲୁ
ଶିବବାବାଙ୍କର ସନ୍ତାନ । ଏବେ ଶରୀରଧାରୀ ପ୍ରଜାପିତା ବ୍ରହ୍ମାଙ୍କର ପୋଷ୍ୟ ସନ୍ତାନ ହୋଇଛୁ ।
ରଚୟିତା ଶିବବାବା ଆମକୁ ଜ୍ଞାନ ଶୁଣାଉଛନ୍ତି । ଯିଏକି ନିଜ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ
ଶୁଣାଉଛନ୍ତି । ଏହିପରି ହେବା ହିଁ ତୁମର ଲକ୍ଷ୍ୟ ଅଟେ । ମନୁଷ୍ୟମାନଙ୍କୁ ଦେଖ କେତେ ଖର୍ଚ୍ଚ କରି
ମାର୍ବଲର ମୂର୍ତ୍ତି ତିଆରି କରୁଛନ୍ତି । ଏହା ହେଉଛି ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ୱାର୍ଲଡ
ୟୁନିଭରସିଟି (ବିଶ୍ୱ ବିଦ୍ୟାଳୟ) । ଯାହା ମାଧ୍ୟମରେ ସାରା ୟୁନିଭର୍ସ (ବିଶ୍ୱ)କୁ ପରିବର୍ତ୍ତନ
କରାଯାଉଛି । ସେମାନଙ୍କର ସବୁ ଆସୁରୀ ଚରିତ୍ର ରହିଛି । ସେମାନେ ସମସ୍ତଙ୍କୁ ଆଦି-ମଧ୍ୟ-ଅନ୍ତ
ଦୁଃଖ ଦେଉଛନ୍ତି । ଏହା ଈଶ୍ୱରୀୟ ୟୁନିଭରସିଟୀ (ବିଶ୍ୱବିଦ୍ୟାଳୟ) ଅଟେ । ଏହା କେବଳ ଗୋଟିଏ ହିଁ
ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଯାହାକୁ ସ୍ୱୟଂ ଈଶ୍ୱର ଆସି ଖୋଲୁଛନ୍ତି, ଯାହା ଦ୍ୱାରା ସାରା
ବିଶ୍ୱର କଲ୍ୟାଣ ହେଉଛି । ତୁମମାନଙ୍କୁ ଏବେ ଭୁଲ୍ ଏବଂ ଠିକ୍ର ଜ୍ଞାନ ମିଳୁଛି ଆଉ କୌଣସି
ମନୁଷ୍ୟ ନାହାଁନ୍ତି ଯିଏକି ଏକଥା ବୁଝୁଥିବେ । ବାବା ହିଁ ରାଇଟିୟସ୍ ଅଟନ୍ତି ଯିଏକି ଭୁଲ୍ ଠିକ୍
ବୁଝାଇଥା’ନ୍ତି, ଯାହାଙ୍କୁ ସତ୍ୟ ବୋଲି କୁହାଯାଉଛି । ବାବା ହିଁ ଆସି ପ୍ରତ୍ୟେକଙ୍କୁ ରାଇଟିୟସ୍
(ସଦାଚାରୀ) କରୁଛନ୍ତି । ରାଇଟିୟସ୍ ହେଲେ ପୁଣି ମୁକ୍ତିକୁ ଯାଇ ଜୀବନମୁକ୍ତିରେ ଆସିବ । ଡ୍ରାମାକୁ
ମଧ୍ୟ ତୁମେମାନେ ଜାଣିଛ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଭିନୟ କରିବା ପାଇଁ କ୍ରମାନ୍ୱୟରେ ଆସୁଛନ୍ତି
। ଏହି ଖେଳ ଅନବରତ ଚାଲୁଛି । ଡ୍ରାମା ସୁଟ୍ ହୋଇ ଚାଲିଛି । ଏହା ସର୍ବଦା ନୂଆ ଅଟେ । ଏହି ଡ୍ରାମା
କେବେ ପୁରୁଣା ହେଉ ନାହିଁ, ଆଉ ସବୁ ନାଟକ ଆଦି ବିନାଶ ହୋଇଯାଉଛି । ଏହା ବେହଦର ଅବିନାଶୀ ଡ୍ରାମା
ଅଟେ । ଏଥିରେ ସବୁ ଅବିନାଶୀ ପାର୍ଟଧାରୀ ରହିଛନ୍ତି । ଅବିନାଶୀ ଖେଳ ଅଥବା ଷ୍ଟେଜ୍ ଦେଖ କେତେ
ବିଶାଳ । ବାବା ଆସି ପୁରୁଣା ସୃଷ୍ଟିକୁ ପୁଣି ନୂଆ କରୁଛନ୍ତି । ସେ ସବୁର ତୁମକୁ ସାକ୍ଷାତ୍କାର
ହେବ । ସେହି ସମୟ ଯେତେ ନିକଟତର ହୋଇ ଆସିବ ସେତେ ତୁମେ ଖୁସି ହେବ । ସାକ୍ଷାତ୍କାର କରିବ ।
କୁହାଯିବ ଏବେ ପାର୍ଟ ପୂରା ହେଲା । ଡ୍ରାମାର ପୁଣି ପୁନରାବୃତ୍ତି ହେବ । ପୁଣି ନୂଆ କରି ଅଭିନୟ
କରିବ, ଯାହା କଳ୍ପ ପୂର୍ବରୁ କରିଥିଲ । ଏଥିରେ ଟିକିଏ ହେଲେ ଫରକ ହୋଇପାରିବ ନାହିଁ, ସେଥିପାଇଁ
ଯେତେ ଦୂର ସମ୍ଭବ ତୁମେ ସନ୍ତାନମାନଙ୍କୁ ଉଚ୍ଚ ପଦ ପାଇବା ଦରକାର । ସେଥିପାଇଁ ବହୁତ ପୁରୁଷାର୍ଥ
କରିବାକୁ ହେବ । ଏଥିରେ ଝାଉଁଳି ପଡିବା ଉଚିତ୍ ନୁହେଁ । ଡ୍ରାମାର ଯାହା କରାଇବାର ଥିବ ତାହା
କରାଇବ - ଏକଥା କହିବା ମଧ୍ୟ ଭୁଲ୍ ଅଟେ । ଆମକୁ ତ’ ପୁରୁଷାର୍ଥ କରିବାକୁ ହିଁ ପଡିବ, ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପାଠପଢାର
ସାରାଂଶକୁ ବୁଦ୍ଧିରେ ରଖି ଯୋଗର ଯାତ୍ରା ଦ୍ୱାରା କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ ।
ଉଚ୍ଚ ବା ପୂଜନୀୟ ହେବା ପାଇଁ ବାବାଙ୍କର ପୂରା-ପୂରା ସହଯୋଗୀ ହେବାକୁ ପଡିବ ।
(୨) ସତ୍ୟ ପିତାଙ୍କ
ଦ୍ୱାରା ଭୁଲ୍-ଠିକ୍ର ଯେଉଁ ଜ୍ଞାନ ମିଳିଛି, ତାହା ଦ୍ୱାରା ନ୍ୟାୟ ସଂଗତ କର୍ମ କରି ଜୀବନ
ବନ୍ଧନରୁ ମୁକ୍ତ ହେବାକୁ ପଡିବ । ମୁକ୍ତି ଏବଂ ଜୀବନମୁକ୍ତିର ସମ୍ପତ୍ତି ନେବାକୁ ହେବ ।
ବରଦାନ:-
ପରସ୍ପର ଭିତରେ
ସ୍ନେହର ଆଦାନ-ପ୍ରଦାନ ଦ୍ୱାରା ସମସ୍ତଙ୍କୁ ସହଯୋଗୀ କରାଉଥିବା ସଫଳତା ମୂରତ ଭବ ।
ଏବେ ଜ୍ଞାନର ଆଦାନ
ପ୍ରଦାନ କରିବାର ସମୟ ବିତିଗଲାଣି, ଏବେ ସ୍ନେହର ଆଦାନ-ପ୍ରଦାନ କର । ଯିଏ ବି ତୁମ ସମ୍ମୁଖକୁ
ଆସୁଛି ବା ସମ୍ବନ୍ଧରେ ଆସୁଛି ତାକୁ ସ୍ନେହ ଦିଅ ଏବଂ ନିଅ - ଏହାକୁ ହିଁ କୁହାଯାଏ ସମସ୍ତଙ୍କର
ସ୍ନେହୀ ବା ପ୍ରିୟ ହେବା । ଜ୍ଞାନର ଦାନ ଅଜ୍ଞାନୀ ଆତ୍ମାମାନଙ୍କୁ କର କିନ୍ତୁ ବ୍ରାହ୍ମଣ
ପରିବାରରେ ଏହି ଦାନର ମହାଦାନୀ ହୁଅ । ସଂକଳ୍ପରେ ମଧ୍ୟ କାହା ପ୍ରତି ସ୍ନେହ ବ୍ୟତୀତ ଅନ୍ୟ କିଛି
ବି ସଂକଳ୍ପ ଉତ୍ପନ୍ନ ନ ହେଉ । ଯେତେବେଳେ ସମସ୍ତଙ୍କ ପ୍ରତି ସ୍ନେହ ଆସିଯିବ ତେବେ ସ୍ନେହର
ପ୍ରତିଦାନ ହେଲା ସହଯୋଗ ଏବଂ ସହଯୋଗର ଫଳସ୍ୱରୂପ ସଫଳତା ପ୍ରାପ୍ତ ହୋଇଥାଏ ।
ସ୍ଲୋଗାନ:-
ଗୋଟିଏ
ସେକେଣ୍ଡରେ ବ୍ୟର୍ଥ ସଂକଳ୍ପରେ ଫୁଲ୍ଷ୍ଟପ୍ (ବିନ୍ଦୁ) ଲଗାଇଦିଅ - ଏହା ହିଁ ହେଉଛି ତୀବ୍ର
ପୁରୁଷାର୍ଥ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଯୋଗର ମାନସିକ ସେବା
ଅବିନାଶୀ ସେବା ଅଟେ । ଯେତେ ଯେତେ ତୁମେ ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା ନିଜେ ସାମ୍ପୁଲ୍ ହେବ,
ତେବେ ସାମ୍ପୂଲ୍କୁ ଦେଖି ସମସ୍ତେ ସ୍ୱତଃ ହିଁ ଆକର୍ଷିତ ହେବେ । ଏଥିପାଇଁ କେବଳ ଦୃଢ ସଂକଳ୍ପ ରଖ
ତା’ ହେଲେ ସହଜରେ ସେବା ହୋଇଚାଲିବ । ଯଦି ବାଣୀ ଦ୍ୱାରା ସେବା କରିବା ପାଇଁ ସମୟ ନାହିଁ ତେବେ
ବୃତ୍ତି ଦ୍ୱାରା ବା ମାନସିକ ସେବା ଦ୍ୱାରା ପରିବର୍ତ୍ତନ କରିବା ପାଇଁ ସମୟ ତ ଅଛି ନା । ଏବେ ସେବା
ବ୍ୟତୀତ ଅନ୍ୟ କେଉଁଥିରେ ବି ସମୟ ନଷ୍ଟ କରିବାର ନାହିଁ । ତେଣୁ ନିରନ୍ତର ଯୋଗୀ, ନିରନ୍ତର
ସେବାଧାରୀ ହୁଅ । ଯଦି ମାନସିକ ସେବା ବା ସଂକଳ୍ପ ଦ୍ୱାରା ସେବା କରିବା ଜଣା ନାହିଁ ତେବେ ନିଜର
ସମ୍ପର୍କ ଦ୍ୱାରା, ନିଜର ଚାଲିଚଳନ ଦ୍ୱାରା ମଧ୍ୟ ସେବା କରିପାରିବ ।
“ମାତେଶ୍ୱରୀଙ୍କର
ଅମୂଲ୍ୟ ମହାବାକ୍ୟ”
“ମୁକ୍ତି ଏବଂ ମୋକ୍ଷ”
ଆଜିକାଲି ମନୁଷ୍ୟ
ମୁକ୍ତିକୁ ହିଁ ମୋକ୍ଷ ବୋଲି କହୁଛନ୍ତି, ସେମାନେ ଭାବୁଛନ୍ତି ଯେଉଁମାନେ ମୁକ୍ତିକୁ ପ୍ରାପ୍ତ
କରୁଛନ୍ତି ସେମାନେ ଜନ୍ମ-ମରଣରୁ ମୁକ୍ତି ପାଇ ଯାଉଛନ୍ତି । ସେମାନେ ତ ଜନ୍ମ-ମରଣରେ ନ ଆସିବାକୁ
ହିଁ ଉଚ୍ଚ ପଦ ବୋଲି ଭାବୁଛନ୍ତି, ତାହାକୁ ପ୍ରାରବ୍ଧ ବୋଲି ମାନୁଛନ୍ତି । ଜୀବନମୁକ୍ତି ବୋଲି
ତାଙ୍କୁ କହୁଛନ୍ତି ଯେଉଁମାନେ ଜୀବନରେ ଥାଇ ଭଲ କର୍ମ କରୁଛନ୍ତି, ଯେପରିକି ଧର୍ମାତ୍ମା ମନୁଷ୍ୟ,
ସେମାନଙ୍କର ଜୀବନମୁକ୍ତ ଅବସ୍ଥା ବୋଲି ଭାବୁଛନ୍ତି । ବାକି କର୍ମବନ୍ଧନରୁ ମୁକ୍ତ ହୋଇଯିବା ଏହାର
ଅର୍ଥକୁ ତ କୋଟିକରୁ କେହି ଜଣେ ଜଣେ ହିଁ ବୁଝିପାରନ୍ତି, ତେବେ ଏହା ହେଉଛି ସେମାନଙ୍କର ନିଜସ୍ୱ
ମତ । କିନ୍ତୁ ଆମେମାନେ ତ ପିତା ପରମାତ୍ମାଙ୍କ ଦ୍ୱାରା ସବୁ କିଛି ଜାଣିଗଲେ ଯେ ଯେପର୍ଯ୍ୟନ୍ତ
ମନୁଷ୍ୟ ପ୍ରଥମେ ବିକାରୀ କର୍ମବନ୍ଧନରୁ ମୁକ୍ତ ନହୋଇଛନ୍ତି ସେପର୍ଯ୍ୟନ୍ତ ଆଦି-ମଧ୍ୟ-ଅନ୍ତ ଦୁଃଖରୁ
ମୁକ୍ତ ହୋଇପାରିବେ ନାହିଁ, ତେଣୁ ଏଥିରୁ ମୁକ୍ତ ହେବା ଏହା ମଧ୍ୟ ଏକ ସ୍ତର । ସେହି ସ୍ତରକୁ ପିତା
ପରମାତ୍ମା ହିଁ ପହଞ୍ଚାଇ ପାରିବେ କାରଣ ମୁକ୍ତି ଜୀବନମୁକ୍ତି ଦାତା ହେଉଛନ୍ତି ସିଏ, ଯିଏକି
ଗୋଟିଏ ସମୟରେ ହିଁ ଆସି ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି ଦେଉଛନ୍ତି । ବାକି ପରମାତ୍ମା ଅନେକ ଥର
ଆସନ୍ତି ନାହିଁ ନା ଅନେକ ଅବତାର ଧାରଣ କରନ୍ତି । । ଓମ୍ ଶାନ୍ତି ।